.  ସୃଷ୍ଟି ଏବଂ ଆମ୍ଭେମାନେ 

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତଃ, ଏହି ଜଗତ ଏକ ମିଥ୍ୟା ଅଟେ। ଆପଣ ଯେଉଁ ଉଦ୍ଦେଶ୍ୟ ନିମନ୍ତେ ସୃଷ୍ଟି କଲ, ପାପ ତାହାକୁ ଭ୍ରଷ୍ଟ କଲା ଓ ଆମ୍ଭେମାନେ ତାହା ସ୍ୱୀକାର କରୁ। ଜଗତ ଆମ୍ଭମାନଙ୍କୁ ଅନେକ କଥା କହିଥାଏ,ଏହା କହେ ଯେ ପ୍ରତ୍ୟେକ ଦିନର ପ୍ରତ୍ୟେକ ମୁହୂର୍ତ୍ତ, ପୁଣି ଏହା ଆମ୍ଭମାନଙ୍କ ଉପରେ ପ୍ରହାର କରେ ଓ ଏହା ଆମ୍ଭମାନଙ୍କ ମନ ଭିତରେ ଅନେକ ବିଷୟଗୁଡିକୁ ପ୍ରବେଶ କରାଏ, ଯେପରି ଆମ୍ଭମାନଙ୍କ ମର୍ଯ୍ୟାଦା ଓ ଆମ୍ଭମାନଙ୍କ ଯୋଗ୍ୟତା ଆମ୍ଭମାନଙ୍କ କାର୍ଯ୍ୟ ପ୍ରଦର୍ଶନରୁ ମିଳିଥାଏ। ହେ ପିତା, ଏହି ସମସ୍ତ ମିଥ୍ୟା ଅଟେ। କିନ୍ତୁ ଆମ୍ଭମାନଙ୍କୁ ତାହା ବୁଝିବା ଆବଶ୍ୟକ ପୁଣି ଆମ୍ଭମାନଙ୍କୁ ତାହାକୁ ପ୍ରତିରୋଧ କରିବା ମଧ୍ୟ ଜାଣିବା ଆବଶ୍ୟକ ଅଟେ। ପିତଃ, ଆମ୍ଭେମାନେ ପ୍ରାର୍ଥନା କରୁ, ଆଜି ଏହି ପ୍ରାତଃ ସମୟରେ ଯେବେ ଆମ୍ଭେମାନେ ଆଦି ପୁସ୍ତକ ୧ ପର୍ବକୁ ଦେଖୁ, ଆମ୍ଭମାନଙ୍କ ଚକ୍ଷୁ ଉନ୍ମୁକ୍ତ କର ଓ ଆପଣଙ୍କ ଦାସ ମୋଶା, ଅନେକ ବର୍ଷ ତଳେ ଆମ୍ଭମାନଙ୍କ ନିମନ୍ତେ ଯାହା ଲେଖି ଅଛନ୍ତି, ତାହା ବୁଝିବା ନିମନ୍ତେ ଆପଣା ଆତ୍ମା ଦ୍ୱାରା ଆମ୍ଭମାନଙ୍କୁ ସାହାଯ୍ୟ କର। ଯୀଶୁଙ୍କ ନାମରେ, ଆମେନ୍।

I. ଉପକ୍ରମ

ଗତ ସମୟରେ ଆମ୍ଭେମାନେ ଆଦି ପୁସ୍ତକ ୧ ପର୍ବର ପ୍ରଥମ ପାଞ୍ଚ ଦିବସର ସୃଷ୍ଟିକୁ ଦେଖିଲୁ, ପୁଣି, ଆମ୍ଭେମାନେ ଏହି ପ୍ରଶ୍ନର ଆଲୋଚନା କଲୁ ଯେ, “ସେହି ପ୍ରଥମ ପାଞ୍ଚ ଦିବସ ପରମେଶ୍ୱରଙ୍କ ବିଷୟରେ କ’ଣ ଶିକ୍ଷା ଦିଏ?” ଆମ୍ଭେମାନେ ପ୍ରଥମ ତିନୋଟି ଦିବସରେ ଦେଖିଲୁ ଯେ ପରମେଶ୍ୱର ନିର୍ଜ୍ଜନ ଓ ଶୂନ୍ୟ ଅବସ୍ଥାକୁ ବସବାସ ନିମନ୍ତେ ପ୍ରସ୍ତୁତ କରୁଅଛନ୍ତି, ଆଉ ଡ଼ାହାଣ ପାର୍ଶ୍ୱରେ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଦିବସରେ ପରମେଶ୍ୱର ବସବାସ ନିମନ୍ତେ ଭୂମି ଓ ଆକାଶମଣ୍ଡଳ ଓ ସମୁଦ୍ର ସୃଷ୍ଟି କରୁଥିଲେ, ପୁଣି, ଆପଣା ସୃଷ୍ଟି ମଧ୍ୟରେ ବନ୍ୟଜନ୍ତୁ, ପକ୍ଷୀଗଣ ଓ ମତ୍ସ୍ୟକୁ ସ୍ଥାପନ କରୁଥିଲେ। ଆମ୍ଭେମାନେ ଦୁଇଟି ମୂଳ ବିଷୟ ଶିଖିଲୁ ଓ ତାହା ପରସ୍ପର ସମ୍ବନ୍ଧିତ ଅଟନ୍ତି। ପ୍ରଥମ ବିଷୟ ହେଲା, ଏକଈଶ୍ୱରବାଦର ଧର୍ମତତ୍ତ୍ୱ ଶିକ୍ଷା। ଆଦି ପୁସ୍ତକ ୧ ପର୍ବ ଏକମାତ୍ର ପରମେଶ୍ୱରଙ୍କ ବିଷୟରେ ଅଟେ ଓ ସେହି ପରମେଶ୍ୱର ବିନା କୌଣସି ପରାମର୍ଶ, ବିନା ସାହାଯ୍ୟରେ ସୃଷ୍ଟି କରନ୍ତି ଏଥିନିମନ୍ତେ, ସେ ସୃଷ୍ଟିର କୌଣସି ବସ୍ତୁକୁ ଆପଣା ଗୌରବ ଦେବେ ନାହିଁ। ଆଉ ଆମ୍ଭେମାନେ ଏହା ମଧ୍ୟ ଶିଖିଲୁ ଯେ ଏହି ପରମେଶ୍ୱର ବିଶାଳ ଅଟନ୍ତି ଏବଂ ପ୍ରାତଃ ସମୟର ବାକ୍ୟ ପରମେଶ୍ୱରଙ୍କ ଅଗମ୍ୟ ଶକ୍ତି ଥିଲା। ଆଉ ଯେଉଁ ପରମେଶ୍ୱର ନୀହାରିକାକୁ, ଅସଂଖ୍ୟ ଆକାଶପୁଞ୍ଜଗୁଡ଼ିକୁ ସୃଷ୍ଟି କରନ୍ତି, ଯାହାକୁ ଆମ୍ଭେମାନେ ନାମ ଦେଇପାରିବା ନାହିଁ, ସେ ସେହି ସମାନ ପରମେଶ୍ୱର ଅଟନ୍ତି, ଯିଏ ଆମ୍ଭମାନଙ୍କ ନିକଟବର୍ତ୍ତୀ ହୁଅନ୍ତି, ଆମ୍ଭମାନଙ୍କୁ ପ୍ରେମ କରନ୍ତି ଓ ଆମ୍ଭମାନଙ୍କ ଯାତନା ଓ କଷ୍ଟରେ ସାକ୍ଷାତ କରନ୍ତି, ଆମ୍ଭମାନଙ୍କ ଜୀବନର କଠିନ ସମୟରେ ଉତ୍ସାହ ପ୍ରଦାନ କରନ୍ତି। ସୁଦାନୀ ଖ୍ରୀଷ୍ଟିୟାନ ଲୋକମାନଙ୍କ ୱିଡ଼ିଓ ଦେଖୁଥିବା ସମୟରେ ଆପଣମାନେ କସେମାନଙ୍କୁ ଏହା ପଚାରିବାକୁ ଚାହାନ୍ତି, ଯେ “ଆପଣଙ୍କ ପରମେଶ୍ୱର କେତେ ମହାନ ଅଟନ୍ତି?” ମୁଁ ଅନୁମାନ କରେ ଯେ, ସେମାନଙ୍କ ପରମେଶ୍ୱର ସମ୍ପୂର୍ଣ୍ଣ ଭାବରେ ମହାନ ଅଟନ୍ତି। ଆମ୍ଭେମାନେ ସେହିସବୁ ହିଁ ଗତ ସପ୍ତାହରେ ଦେଖିଲୁ।

II. ଷଷ୍ଠ ଦିବସ

ଆଜି ମୁଁ ଷଷ୍ଠ ଓ ସପ୍ତମ ଦିବସକୁ ଦେଖିବାକୁ ଓ କିଛି ଭିନ୍ନ ଏକ ପ୍ରଶ୍ନ ପଚାରିବାକୁ ଚାହେଁ। ଆଜି ମୁଁ ଏହି ପ୍ରଶ୍ନର ଆଲୋଚନା କରିବାକୁ ଚାହେଁ ଯେ, ଆମ୍ଭେମାନେ ସ୍ବଂୟ ସୃଷ୍ଟିର ଏକ ଅଂଶ ହେବା ସକାଶୁ, ସୃଷ୍ଟିକର୍ତ୍ତା ନୁହଁ କିନ୍ତୁ ସୃଷ୍ଟି ଆମ୍ଭମାନଙ୍କ ବିଷୟରେ କଣ କହେ? ଆଜିର ଏହି ପ୍ରାତଃ ସମୟରେ ମୁଁ ଏହି ପ୍ରଶ୍ନର ଆଲୋଚନା କରିବାକୁ ଚାହେଁ।

A. ପଶୁଗଣ

ତୃତୀୟ ଦିବସ ପରି ଷଷ୍ଠ ଦିବସରେ ମଧ୍ୟ ଦୁଇଟି ସୃଷ୍ଟିର କାର୍ଯ୍ୟ ହୋଇଅଛି। ପ୍ରଥମ କାର୍ଯ୍ୟ ଆଦି ପୁସ୍ତକ ୧ ପର୍ବର ୨୪ ପଦରୁ ଆରମ୍ଭ ହୁଏ। ଯେବେ ପରମେଶ୍ୱର ପଶୁଗଣକୁ ସୃଷ୍ଟି କରନ୍ତି, ମୋଶା ଲେଖନ୍ତି, ଅନନ୍ତର ପରମେଶ୍ଵର କହିଲେ, ପୃଥିବୀରେ ସ୍ଵ ସ୍ଵ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍), ଗ୍ରାମ୍ୟପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ଵ ସ୍ଵ ଜାତି ଅନୁସାରେ ପୃଥିବୀର ବନ୍ୟପଶୁଗଣ ଉତ୍ପନ୍ନ ହେଉନ୍ତୁ; ତହିଁରେ ସେପରି ହେଲା। ଏହିରୂପେ ପରମେଶ୍ଵର ସ୍ଵ ସ୍ଵ ଜାତି ଅନୁଯାୟୀ ବନ୍ୟପଶୁଗଣ ଓ ସ୍ଵ ସ୍ଵ ଜାତି ଅନୁଯାୟୀ ଗ୍ରାମ୍ୟପଶୁଗଣ ଓ ସ୍ଵ ସ୍ଵ ଜାତି ଅନୁଯାୟୀ ପ୍ରତ୍ୟେକ ଭୂଚର ଉରୋଗାମୀ ଜନ୍ତୁ ନିର୍ମାଣ କଲେ; ଆଉ ପରମେଶ୍ଵର ସେ ସମସ୍ତ ଉତ୍ତମ ଦେଖିଲେ। ପରମେଶ୍ୱର ପଶୁଗଣକୁ ନିର୍ମାଣ କରିବା ଦ୍ୱାରା ଷଷ୍ଠ ଦିବସକୁ ଆରମ୍ଭ କରନ୍ତି ଯେଉଁ ପଶୁଗଣ ଏବେ ଭୂମିକୁ ପରିପୂର୍ଣ୍ଣ କରିବେ

B.  ମାନବ ଜାତି

କିନ୍ତୁ, ତାହାପରେ ଷଷ୍ଠ ଦିବସରେ ସେ ସୃଷ୍ଟିର ଦ୍ୱିତୀୟ ମହାନ ରଚନାତ୍ମକ କାର୍ଯ୍ୟକୁ ପୁନରାରମ୍ଭ କରନ୍ତି, ଯାହା ମାନବଜାତିର ସୃଷ୍ଟି ଅଟେ। ମୁଁ ଏହା ପଢ଼ିବା ପୂର୍ବରୂ, ମୋତେ ଗୋଟିଏ ବିଷ ଉଲ୍ଲେଖ କରିବା ଆବଶ୍ୟକ ଅଟେ। ଏଠାରେ ଅନୁବାଦ କରାଯାଇଥିବା ଶବ୍ଦ “ମନୁଷ୍ୟ” ଏବ୍ରୀ ଭାଷାର ଶବ୍ଦ “ଆଦମ” କୁ ଦର୍ଶାଏ; ଏହା ଏକ ସାଧାରଣ ଶବ୍ଦ ଅଟେ, ତେଣୁ ଏହା ବିଭିନ୍ନ ଅର୍ଥକୁକୁ ଦର୍ଶାଇ ପାରେ। ଏହା ମାନବ ପ୍ରକୃତ ଅର୍ଥାତ୍ ମାନବ ଜାତିକୁ ଦର୍ଶାଇ ପାରେ। ଏହା ସ୍ତ୍ରୀର ବିପରୀତ ପୁରୁଷକୁ ମଧ୍ୟ ଦର୍ଶାଇ ପାରେ ଓ ଆଦି ପୁସ୍ତକ ୨ ପର୍ବ ଅନୁସାରେ, ଏବ୍ରୀ ଭାଷାରେ ଶବ୍ଦ “ଆଦମ” ଏକ ବ୍ୟକ୍ତିବିଶେଷଙ୍କ ନାମ ହୋଇପାରେ। ତେଣୁ ଆମ୍ଭେମାନେ ଏହି ଭାଗ ମଧ୍ୟ ଦେଇ ଯିବା ବେଳେ, ଧ୍ୟାନ ଦେବା ଆବଶ୍ୟକ ଯେ “ଆଦମ” ଶବ୍ଦ ଅର୍ଥାତ୍ ‘ମନୁଷ୍ୟ’ ଶବ୍ଦକୁ ଉଭୟ ଏକବଚନ ବା ବହୁବଚନ ରୂପେ ଆପଣ ଦର୍ଶାଇ ପାରିବେ ଓ ଏହା ସେହି ସମାନ ଶବ୍ଦ ଅଟେ। “ଏଥିଉତ୍ତାରେ ପରମେଶ୍ଵର କହିଲେ, ‘ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ଵ କରିବେ।’ ଅନନ୍ତର ପରମେଶ୍ଵର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ଆଉ ପରମେଶ୍ଵର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି ପରମେଶ୍ଵର ସେମାନଙ୍କୁ କହିଲେ, ‘ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି ପୃଥିବୀକି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ଵ କର।“ ଏହା ହିଁ ମାନବ ଜାତିର ସୃଷ୍ଟିର ସାରାଂଶ ଅଟେ। ଆଦି ପୁସ୍ତକ ୨ ପର୍ବ ଆଦମ ଓ ହବାଙ୍କ ସୃଷ୍ଟି ବିଷୟରେ ବିସ୍ତାରିତ ଭାବେ ପୁନର୍ବାର କହେ, କିନ୍ତୁ ତାହା ଆଦି ପୁସ୍ତକ ୧ ପର୍ବ ନିମନ୍ତେ ଅଟେ।

ଏଥିଉତ୍ତାରେ ମୋଶା ଦୁଇଟି ଅନ୍ତିମ ବାକ୍ୟକୁ ସ୍ଥାପନ କରିଚାଲନ୍ତି। ପ୍ରଥମ ବାକ୍ୟ ଖାଦ୍ୟ ନିମନ୍ତେ ପରମେଶ୍ୱରଙ୍କ ବ୍ୟବସ୍ଥା ବିଷୟରେ ଅଟେ। ପୁଣି ସେ ୨୯ ପଦରେ ଲେଖନ୍ତି, “ପରମେଶ୍ଵର ଆହୁରି କହିଲେ, ଦେଖ, ଆମ୍ଭେ ଭୂମିସ୍ଥ ସବୁ ସବୀଜ ଶାକ ଓ ସବୁ ସବୀଜ ଫଳଦାୟକ ବୃକ୍ଷ ତୁମ୍ଭମାନଙ୍କୁ ଦେଲୁ, ତାହା ତୁମ୍ଭମାନଙ୍କର ଖାଦ୍ୟ ହେବ।” ଅନ୍ୟ ବାକ୍ୟରେ, ଆଦମ ଓ ହବା ନିରାମିଷ ଥିଲେ। ନୋହଙ୍କ ସମୟ ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ମାଂସ ଭୋଜନ କରିବା ପାଇଁ ଦିଆଯାଇ ନ ଥିଲା।  “ପୁଣି ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଉରୋଗାମୀ ଜନ୍ତୁ, ଏହି ସମସ୍ତ ପ୍ରାଣୀଙ୍କ ଭକ୍ଷ୍ୟ ନିମନ୍ତେ ଆମ୍ଭେ ସବୁ ହରିତ ଶାକ ଦେଲୁ; ତହିଁରେ ସେପରି ହେଲା।” ଅନ୍ୟ ବାକ୍ୟରେ, ସମସ୍ତ ପଶୁଗଣ ମଧ୍ୟ ନିରାମିଷ ଥିଲେ। ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ଡ଼ାଇନୋସୋରମାନେ କେଉଁଠାରେ ଥିଲେ? ମୁଁ ସର୍ବଦା ସେହି ବିଷୟକୁ ନେଇ ଆଶ୍ଚର୍ଯ୍ୟ ହୁଏ। ତାପରେ ଆପଣ ୩୧ ପଦକୁ ଆସନ୍ତି, ଯାହା ଏକ ମହାନ ସମାପ୍ତି ଅଟେ, “ପରମେଶ୍ଵର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ ଅତ୍ୟୁତ୍ତମ। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଷଷ୍ଠ ଦିବସ ହେଲା।”

ଆମ୍ଭମାନଙ୍କ ବିଷୟରେ ମୋଶା କ’ଣ ଶିକ୍ଷା ଦେବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ପରମେଶ୍ୱର କ’ଣ ଶିକ୍ଷା ଦେବା ନିମନ୍ତେ ଚେଷ୍ଟା କରୁଅଛନ୍ତି? ଉତ୍ତମ, ସେଠାରେ ଅନେକ ବିଷୟ ରହିଅଛି। ପ୍ରଥମ ସଭା ପରେ ଜଣେ ବ୍ୟକ୍ତି ମୋତେ କହିଲେ, “ଆପଣ ମଞ୍ଚ ଉପରେ ବହୁତ ହତାଶ ଲାଗୁଥିଲେ, ଯେପରି କି  ଆପଣଙ୍କଠାରେ କହିବା ପାଇଁ ଅନେକ ବିଷୟ ଥିଲା କିନ୍ତୁ ସମୟ ଅଳ୍ପ ଥିଲା।” ଆଉ ମୁଁ କହିଲି, “ଆପଣ ଠିକ୍ କହିଅଛନ୍ତି। ଏହି ୫୨ ଟି ସନ୍ଦେଶ ମୋ’ ନିମନ୍ତେ କଠିନ ହେବାକୁ ଯାଉଅଛି କାରଣ ମୁଖ୍ୟ କାହାଣୀଗୁଡ଼ିକୁ ଚୟନ କରିବା ଦ୍ୱାରା ମୁଁ ଅତ୍ୟଧିକ ଗଭୀର ଓ ସମ୍ପୂର୍ଣ୍ଣ ଧର୍ମତତ୍ତ୍ୱ ଶିକ୍ଷାରେ ପୂର୍ଣ୍ଣ କାହାଣୀଗୁଡ଼ିକୁ ଚୟନ କରୁଅଛି।” ତେଣୁ ଗୋଟିଏ ବିଷୟରେ ଧ୍ୟାନ କେନ୍ଦ୍ର କରିବା କଠିନ ପରି ପରିଲକ୍ଷିତ ହେଉଅଛି।

 

 

III. ଲୋକମାନେ ସୃଷ୍ଟିର ଶୀର୍ଷବିନ୍ଦୁ ଅଟନ୍ତି

କିନ୍ତୁ, ଏଠାରେ ଏହିପରି ଏକ ବିଷୟ ଅଛି ଯାହା ଆଦି ପୁସ୍ତକ ୧ ପର୍ବରେ ଦେଖିବାକୁ ମିଳେ, ପୁଣି ତାହା ଆପଣ ଓ ମୋ ସହିତ ସମ୍ବନ୍ଧିତ ଅଟେ। ଲୋକମାନେ ସୃଷ୍ଟିର ଶିର୍ଷବିନ୍ଦୁ ଅଟନ୍ତି। ଲୋକମାନେ। ଆଦମ ଓ ହବା, ଆପଣ ଓ ମୁଁ, ପରମେଶ୍ୱରଙ୍କ ସୃଷ୍ଟିର ରଚନାତ୍ମକ କାର୍ଯ୍ୟର ଶୀର୍ଷବିନ୍ଦୁ ଅଟୁ। ଯଦି ଆପଣ ସାହିତ୍ୟିକ ଦୃଷ୍ଟିକୋଣ ସହ ଆଦି ପୁସ୍ତକ ୧ ପର୍ବ ଅଧ୍ୟୟନ କରନ୍ତି, ତେବେ ଆପଣ ଗୋଟିଏ ବିଷୟ ଉର୍ଦ୍ଧ୍ବକ୍ରମ ହେଉଥିବା ଦେଖିପାରିବେ ଯେପରି ଆପଣ ସମ୍ପୂର୍ଣ୍ଣ ଆଦି ପୁସ୍ତକ ୧ ପର୍ବ ଅଧ୍ୟୟନ କରନ୍ତି। ପ୍ରତ୍ୟେକ ଦିନର ସୃଷ୍ଟିର ବିବରଣ ଦିନକୁ ଦିନ ବୃଦ୍ଧିପାଉଅଛି। ଆଉ ମୋଶା ସୃଷ୍ଟିର ବୃତ୍ତାନ୍ତ ନିମନ୍ତେ ଏକ ସାହିତ୍ୟିକ ଢ଼ାଞ୍ଚା ଓ ଲୟକୁ ଗଠନ କରୁଅଛନ୍ତି। ତେଣୁ ସେ କହନ୍ତି, “ତାହା ହେଉ....ଓ ସେପରି ହେଲା।” ପରମେଶ୍ୱର ସେମାନଙ୍କୁ ସ୍ୱ ସ୍ୱ ଜାତି ଅନୁସାରେ ଉତ୍ପନ୍ନ ହେବାକୁ କହନ୍ତି। ଆଉ ସେଠାରେ ଏକ ବାକ୍ୟାଂଶ ପୁନରାବୃତ୍ତି ହୁଏ, ଯଥା - “ପରମେଶ୍ଵର ଏହି ସମସ୍ତ ଉତ୍ତମ ଦେଖିଲେ।” ଏହିପରି ଲୟ ଓ ଢ଼ାଞ୍ଚା ଗଠନ ସମ୍ପୂର୍ଣ୍ଣ ସୃଷ୍ଟିର ଛଅ ଦିନର ପ୍ରଥମ ଭାଗରେ ଦେଖିବାକୁ ମିଳେ। କିନ୍ତୁ ଆମ୍ଭେମାନେ ବର୍ତ୍ତମାନ ସୃଷ୍ଟିର ଚରମ ମୁହୂର୍ତ୍ତରେ ଅଛୁ ଏବଂ ସେହି ଢାଞ୍ଚା ମଧ୍ୟ ପରିବର୍ତ୍ତିତ ହୋଇଅଛି। ଆଉ ସୁପରିଚିତ ବାକ୍ୟ “ତାହା ହେଉ” ପରିବର୍ତ୍ତନ ହୋଇ “ଆମ୍ଭେମାନେ ନିର୍ମାଣ କରୁ” ହୁଏ, ପୁଣି ସୃଷ୍ଟି ଅପଣା ସ୍ୱ ସ୍ୱ ଜାତି ଅନୁସାରେ ଉତ୍ପନ୍ନ କରିବା ପରିବର୍ତ୍ତେ, ଲୋକମାନେ “ଆପଣା ପ୍ରତିମୂର୍ତ୍ତିରେ,” ଅର୍ଥାତ୍ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହେଲେ, ବିଶେଷତଃ ପୁରୁଷ ଓ ସ୍ତ୍ରୀ। ଆଉ ପୃଥିବୀରେ ପରିପୂର୍ଣ୍ଣ ବା ନିବାସ କରିବା ପରିବର୍ତ୍ତେ ସେ ଆମ୍ଭମାନଙ୍କୁ ପୃଥିବୀକୁ ବଶୀଭୂତ କରି, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ, ଆଉ ବାସ୍ତବରେ ସମ୍ପୂର୍ଣ୍ଣ ପୃଥିବୀ ଉପରେ କର୍ତ୍ତୃତ୍ଵ କରିବା ପାଇଁ କହିଲେ। ଆଉ ଏହି ଉର୍ଦ୍ଧ୍ବକ୍ରମ ଏହି ନିମ୍ନ ବାକ୍ୟ ଦ୍ୱାରା ପୂର୍ଣ୍ଣ ହୁଏ, ଯଥା- ପରମେଶ୍ଵର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ କେବଳ ଉତ୍ତମ ହିଁ ନୁହେଁ, ମାତ୍ର ଅତ୍ୟୁତ୍ତମ ଅଟେ।

କ. ସୃଷ୍ଟି ଆମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କୁ କ’ଣ ଶିକ୍ଷା ଦିଏ?

ସୃଷ୍ଟି ଆମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କୁ କ’ଣ ଶିକ୍ଷା ଦିଏ? ଏହା ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ, ଆମ୍ଭେମାନେ ଡାର୍ୱିନର ସିଦ୍ଧାନ୍ତ ଅନୁସାରେ ସୃଷ୍ଟି ହୋଇ ନାହୁଁ। ଦୟାକରି ହା ଶୁଣନ୍ତୁ। ଆପଣ ଓ ମୁଁ ସୃଷ୍ଟିର କୌଣସି ଭୁଲ ନୋହୁଁ, ଆମ୍ଭେମାନେ କୌଣସି ସମୁଦ୍ର ତଟରେ ଧୋଇ ଫିଙ୍ଗା ଯାଇଥିବା ଆଦିକାଳର ମଫେଣର କିଛି ଅଂଶ ନୋହୁଁ, ଯେ ପ୍ରାକୃତିକ ଶକ୍ତି ଦ୍ୱାରା ଜୀବିତ ପ୍ରାଣୀ ହୋଇଅଛୁ। ଆମ୍ଭେମାନେ ଏହିପରି ନୋହଁ। ଆମ୍ଭେମାନେ ଏହାକୁ ବିବର୍ତ୍ତନଶୀଳ ପାହଚର ଶିର୍ଷ କରି ନାହୁଁ କାରଣ ଆମ୍ଭମାନଙ୍କଠାରେ ବିରୋଧ କରିବା ଦକ୍ଷତା ଓ ବିଚାର କରିବାର ବିଶିଷ୍ଟ କ୍ଷମତା ଅଛି। ଆମ୍ଭମାନଙ୍କର ଅସ୍ତିତ୍ବ ଏହି କାରଣ ସକାଶୁ ନୁହେଁ। ମୁଁ ପରମେଶ୍ୱରଙ୍କ ସୃଷ୍ଟିର କେନ୍ଦ୍ର ବିନ୍ଦୁ ଅଟେ। ଆପଣମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟମୂଳକ, ସୁବ୍ୟବସ୍ଥିତ ସୃଷ୍ଟିର କେନ୍ଦ୍ର ବିନ୍ଦୁ ଅଟନ୍ତି। ଯେପରି ସେ ଆପଣଙ୍କ ସଦୃଶ ଏକ ବ୍ୟକ୍ତିକୁ ନିର୍ମାଣ କରନ୍ତି ଓ ଆମ୍ଭମାନଙ୍କୁ ଏକ ସ୍ଥାନରେ ରଖି ପାରନ୍ତି, ଏଥିସକାଶୁ ସେ ଏହି ସମସ୍ତ ବସ୍ତୁକୁ ନିର୍ମାଣ କଲେ। ସର୍ବଜ୍ଞାନି, ସର୍ବଶକ୍ତିମାନ ପରମେଶ୍ୱର ନିର୍ଜ୍ଜନ ଅବସ୍ଥାକୁ ଏକ ରୂପ ଦେଇ, ପ୍ରତ୍ୟେକ ଭାଗ ପ୍ରାଣୀମାନଙ୍କ ଦ୍ୱାରା ପରିପୂର୍ଣ୍ଣ କରି କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟର ନିର୍ମାଣ କରୁ।” ପରମେଶ୍ୱର ଏପରି ଏକ ବସ୍ତୁର ନିର୍ମାଣ କରିବାକୁ ଚାହୁଁଥିଲେ, ଯିଏ ପକ୍ଷୀଗଣ, ମତ୍ସ୍ୟ, ଜନ୍ତୁ ଓ ବୃକ୍ଷଲତା ଅପେକ୍ଷା ତାହାଙ୍କ ସଦୃଶ୍ୟ ହେବ। ସେ ଆପଣା ସାଦୃଶ୍ୟରେ କିଛି ନିର୍ମାଣ କରିବାକୁ ଚାହୁଁଥିଲେ, ତେଣୁ ସେ ଆଦମ ଓ ହବାଙ୍କୁ ନିର୍ମାଣ କଲେ, ଆଉ ସେ ଆପଣଙ୍କୁ ଓ ମୋତେ ନିର୍ମାଣ କଲେ। ମୁଁ ଆଜି ଅସ୍ତିତ୍ୱରେ ଅଛି, କାରଣ ପରମେଶ୍ୱର ମୋତେ ସୃଷ୍ଟି କଲେ ଓ ଯଦି ତାହା ଯଥେଷ୍ଟ ନୁହେଁ, ସେ ମୋତେ ତାହାଙ୍କ ସଦୃଶ୍ୟ ହେବା ପାଇଁ ସୃଷ୍ଟି କଲେ। ଆଉ ଯଦି ତାହା ଯଥେଷ୍ଟ ନୁହେଁ, ତେବେ ସେ ମୋତେ, ତାହାଙ୍କ ଉଦ୍ଦେଶ୍ୟକୁ ସଫଳ କରିବା ନିମନ୍ତେ ସୃଷ୍ଟି କଲେ ଯେବେ ମୁଁ ଓ ଆପଣ ଏହି ଜଗତରେ ଅଛୁ। ଆମ୍ଭେମାନେ ପୃଥିବୀକୁ ବଶୀଭୂତ କରିବାର ଅଛି, ଏହା ଉପରେ ଅଧିକାର କରିବାର ଅଛି, ଏହା ଉପରେ କର୍ତ୍ତୃତ୍ୱ କରିବାର ଅଛି ଓ ଏହାର ଯତ୍ନ ନେବାର ଅଛି। ଆଉ ତାହା ଯଦି ଆପଣଙ୍କ ହୃଦୟକୁ ନ ତରଳାଏ, ତେବେ କ’ଣ ତରଳାଇବ ତାହା ମୁଁ ଜାଣେ ନାହିଁ। ପୁଣି, ପ୍ରଚାର କରିବାର ଓ ଆଦି ପୁସ୍ତକ ୧ ପର୍ବ ପରି ଅନୁଚ୍ଛେଦ ପଠନ କରିବାର କଷ୍ଟ ସୁପରିଚିତ ଅଟେ ଅର୍ଥାତ୍ ଆମ୍ଭେମାନେ କହୁ, “ହଁ, ହଁ ପରମେଶ୍ୱର ମୋତେ ଆପଣା ପ୍ରତିମୂର୍ତ୍ତିରେ ସୃଷ୍ଟି କରିଅଛନ୍ତି....” ଆଉ ତାହା ବତକ ଉପରୁ ପାଣି ଝାଡ଼ିବା ସମାନ ସହଜ ଅଟେ। କିନ୍ତୁ ପରମେଶ୍ୱର ଆପଣା ସାଦୃଶ୍ୟର କିଛି ଭିନ୍ନ କରିବାକୁ ଚାହୁଁଥିଲେ ଏବଂ ସେ ଆପଣଙ୍କୁ ସୃଷ୍ଟି କଲେ। ଆଉ ତାହା ଆପଣମାନେ ଅଟନ୍ତି। ଏହା ହିଁ ଆଦି ପୁସ୍ତକ ୧ ପର୍ବର ସନ୍ଦେଶ ଅଟେ ଯେପରି ଏହା ଆମ୍ଭମାନଙ୍କ ସହିତ ସମ୍ବନ୍ଧିତ ଅଟେ।

ଖ. ବହୁବଚନ “ଆମ୍ଭେମାନେ” କିଏ ଅଟନ୍ତି

ବର୍ତ୍ତମାନ, ଏହି ଅନୁଚ୍ଛେଦରେ ଅନେକ ନିର୍ଦ୍ଦିଷ୍ଟ ବିଷୟ ଅଛି ଯାହା ମୁଁ ଦେଖିବାକୁ ଚାହେଁ, ଆଉ ସେଗୁଡ଼ିକ ମଧ୍ୟରୁ ପ୍ରଥମ ହେଲା: ଏହି “ଆମ୍ଭେମାନେ” କିଏ ଅଟନ୍ତି? “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟର ନିର୍ମାଣ କରୁ।” କିଏ ବହୁବଚନ ଅଟନ୍ତି? ଆପଣମାନେ ୨୭ ପଦରେ ଧ୍ୟାନ ଦିଅନ୍ତୁ, ସେ ଏକବଚନ ପ୍ରୟୋଗ କରନ୍ତି, ଯେ ଆମ୍ଭେମାନେ “ତାହାଙ୍କ ପ୍ରତିମୂର୍ତ୍ତିରେ” ସୃଷ୍ଟି ହୋଇଅଛୁ। ଯାହା ବି ହେଉ, କିନ୍ତୁ ଏହି ବିଷୟରେ ଅନେକ ଧାରଣା ରହିଅଛି। ବାଇବଲ ଧାରାବିବରଣୀ ଓ ଧର୍ମତତ୍ତ୍ୱ ଶିକ୍ଷା ଏହି ବିଷୟରେ ଅନେକ ବାଦବିବାଦ କରିବାକୁ ପସନ୍ଦ କରନ୍ତି। କିନ୍ତୁ ଯେଉଁ ମତରେ ମୁଁ ସ୍ଥିର ରୁହେଁ, ଆପଣ ମଧ୍ୟ ଜାଣିବା ଆବଶ୍ୟକ, ତାହା ରକ୍ଷଣଶୀଳବାଦୀ ମତ ଅଟେ। ତାହାର ଅର୍ଥ ଏହା ହିଁ ଠିକ୍ ଅଟେ ତାହା ନୁହଁ, ମାତ୍ର ଏହା ଧର୍ମତତ୍ତ୍ୱ ଶିକ୍ଷାର ରକ୍ଷଣଶୀଳ ପକ୍ଷ ଅଟେ।  କିନ୍ତୁ ଦେଖ, ମୁଁ ଜଣେ ରକ୍ଷଣଶୀଳବାଦୀ ପରି ବ୍ୟକ୍ତି ଅଟେ, ମୁଁ ଆଉ କଣ କହି ପାରେ? ମୁଁ ବିଶ୍ୱାସ କରେ ଯେ ଏଠାରେ ଆମ୍ଭମାନଙ୍କର ତ୍ରିଏକତାର ଏକ ଆଭାସ ପରିଲକ୍ଷିତ ହୁଏ। ସୃଷ୍ଟି ପରମେଶ୍ୱରଙ୍କୁ ଅତ୍ୟଧିକ ଭାବରେ ଏକଈଶ୍ୱରବାଦ ହେବା ଦର୍ଶାଏ, ତାହା ନୁହେଁ କି? ମୋ କହିବାର ଅର୍ଥ, ସମଗ୍ର ଆଦି ପୁସ୍ତକ ୧ ପର୍ବରେ ତାହା ଦେଖିବାକୁ ପାଉ। ସେ କାହାରିକି ପରାମର୍ଶ କିମ୍ବା ସାହାଯ୍ୟ ମାଗନ୍ତି ନାହିଁ। କେବଳ ଏକମାତ୍ର ପରମେଶ୍ୱର ଯିଏ ସବୁକିଛି ସୃଷ୍ଟି କରନ୍ତି। ଆଉ ତଥାପି ପରମେଶ୍ୱର ଯେ ଆମ୍ଭମାନଙ୍କଠାରୁ ଭିନ୍ନ ତା’ ବ୍ୟତୀତ ଆହୁରି ଅନେକ ବିଷୟ ମଧ୍ୟ ଅଛି। ଅର୍ଥାତ୍ ତାହାଙ୍କ ଅଦ୍ୱିତୀୟ ହେବାରେ ମଧ୍ୟ ବହୁବଚନର ଆଭାସ ଦେଖାଯାଏ। ପ୍ରଥମ ଦୁଇଟି ପଦରେ ଆମେ ତାହା ଦେଖିଅଛୁ, ଆମ୍ଭେ ଦେଖି ନାହୁଁ କି? ଆଦ୍ୟରେ ପରମେଶ୍ୱର ସୃଷ୍ଟି କଲେ ଏବଂ ତାହାଙ୍କ ଆତ୍ମା ନିର୍ଜ୍ଜନ ସୃଷ୍ଟି ଉପରେ ବ୍ୟାପ୍ତ ଥିଲା। ଏହା ଦେଖିବା ବହୁତ ରୁଚିକର ଅଟେ ଯେ ଯେବେ ଆପଣ ଏହି ପ୍ରଶ୍ନକୁ ନେଇ ସମ୍ପୂର୍ଣ୍ଣ ପବିତ୍ରଶାସ୍ତ୍ର ମଧ୍ୟ ଦେଇ ଯାଆନ୍ତି, ତେବେ ଆପଣ ନୂତନ ନିୟମରେ ପ୍ରବେଶ କରନ୍ତି ଓ ଆପଣ ଏହିପରି ବିଷୟକୁ ପ୍ରାପ୍ତ କରନ୍ତି ଯାହା ସେହି ସମୟ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତାହା, କିଏ ସମସ୍ତ ବିଷୟକୁ ସୃଷ୍ଟି କରିଅଛନ୍ତି? କିଏ ଆଦି ପୁସ୍ତକ ୧ ପର୍ବର ପରମେଶ୍ୱର ଅଟନ୍ତି? ଏହା ଯୀଶୁ ଅଟନ୍ତି, ଆପଣ କ’ଣ ଜାଣିଥିଲେ? ଏପରି ପରିଲକ୍ଷିତ ହୁଏ ଯେ ପିତା ପରମେଶ୍ୱର ସବୁ ଯୋଜନା କରି ଆରମ୍ଭ କରନ୍ତି, କିନ୍ତୁ ସାଧାରଣତଃ, ଏପରି ପରିଲକ୍ଷିତ ହୁଏ ଯେ ବାସ୍ତବରେ ପୁତ୍ର ସମସ୍ତ କାର୍ଯ୍ୟ କରନ୍ତି, ସେ ଆପଣା ପିତାଙ୍କ ଯୋଜନାକୁ ସଫଳ କରନ୍ତି। କଲସୀୟ ୧ ପର୍ବ ୧୬ ପଦରେ ଯୀଶୁଙ୍କ ବିଷୟରେ ଏପରି ଲେଖାଯାଏ, “କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ଵର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ଵାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ଵ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ଵାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି।” ପରମେଶ୍ୱରଙ୍କ ପୁତ୍ର ଯୀଶୁ, ତ୍ରିଏକତାର ଦ୍ୱିତୀୟ ବ୍ୟକ୍ତି, ପୁତ୍ର ପରମେଶ୍ୱର ସୃଷ୍ଟିର କର୍ତ୍ତା ଅଟନ୍ତି, ଯାହାଙ୍କ ଦ୍ୱାରା, ଯାହାଙ୍କ ମାଧ୍ୟମରେ ଓ ଯାହାଙ୍କ ପାଇଁ ସମସ୍ତ ବସ୍ତୁ ସୃଷ୍ଟ ହୋଇଅଛି। ଯୋହନଙ୍କ ଦ୍ୱାରା ଲିଖିତ ସୁସମାଚାରର ପ୍ରଥମ ପର୍ବର ୩ ପଦରେ ପୁଣିଥରେ ଯୀଶୁଙ୍କ ବିଷୟରେ ଲେଖାଯାଏ, “ତାହାଙ୍କ ଦ୍ଵାରା ସମସ୍ତ ସୃଷ୍ଟ ହେଲା; ଆଉ ଯେସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ।” ମୁଁ ବିଶ୍ୱାସ କରେ, ଆଦି ପୁସ୍ତକ ୧ ପର୍ବରେ “ଆମ୍ଭେମାନେ” ଏହା ଅଟେ। ଯେପରି ପରମେଶ୍ୱର ସ୍ୱୟଂ ଆପଣା ସହିତ, ଅର୍ଥାତ୍ ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର, ପବିତ୍ର ଆତ୍ମା ପରମେଶ୍ୱର, ବାର୍ତ୍ତାଳାପ କରି କହନ୍ତି, “ଆମ୍ଭେମାନେ ମନୁଷ୍ୟକୁ ନିର୍ମାଣ କରିବା, ଆମ୍ଭେମାନେ ସୃଷ୍ଟିର ସମସ୍ତ ବସ୍ତୁରୁ ଅଧିକ ଆପଣା ସାଦୃଶ୍ୟରେ ମନୁଷ୍ୟକୁ ନିର୍ମାଣ କରିବା।” ଏହା କୌଣସି ଶିକ୍ଷା ସମ୍ବନ୍ଧୀୟ ବହୁବଚନ ନୁହେଁ। ବର୍ତ୍ତମାନ ଆମ୍ଭେମାନେ ଦେଖିବାକୁ ଯାଉଅଛୁ ଯେ, ବାସ୍ତବରେ ତାହା କିଛି ସମୟ ମଧ୍ୟରେ ଅବିଶ୍ୱାସନୀୟ ରୂପରେ ପ୍ରାସଙ୍ଗିକ ହୁଏ

IV. ପରମେଶ୍ୱରଙ୍କ ଏହି “ପ୍ରତିମୂର୍ତ୍ତି” କ’ଣ ଅଟେ?

ଅନ୍ୟ ବିଷୟ ଯାହା ମୁଁ କହିବାକୁ ଯାଉଅଛି ତାହା କେବଳ ଏହି ପ୍ରଶ୍ନ ପଚାରିବା ଅଟେ: ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି କରାଯିବାର ଅର୍ଥ କ’ଣ ଅଟେ? ତାହାଙ୍କ ସଦୃଶ୍ୟରେ ସୃଷ୍ଟି ହେବାର ଅର୍ଥ କ’ଣ ଅଟେ? ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହେବାର ଅର୍ଥ କ’ଣ ଅଟେ? ପୁଣି, ଯଦି ଆପଣମାନେ ଧାରାବିବରଣୀଗୁଡ଼ିକ କିମ୍ବା ଧର୍ମତତ୍ତ୍ୱ ଶିକ୍ଷାକୁ ଅଧ୍ୟୟନ କରନ୍ତି ତେବେ ଏହି ବିଷୟରେ ମଧ୍ୟ ଅନେକ ଧାରଣା ରହିଥିବା ଆପଣମାନେ ଦେଖି ପାରିବେ। ମଣ୍ଡଳୀର ଇତିହାସରେ ବ୍ୟକ୍ତି ଏକ ଅଂଶକୁ ଖୋଜିବାରେ ଚେଷ୍ଟା କରୁଥିବା ଦେଖିବାକୁ ମିଳେ ଓ ସେହି ଏକ ଅଂଶ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତି ହେବା ଅଟେ, ଆଉ ଏହିପରି ଭାବେ ସାଧାରଣତଃ ବାଦବିବାଦ ଚାଲିଅଛି। କିନ୍ତୁ ମୁଁ ବିବାଦରୁ ଅଲଗା ଚିନ୍ତା କରେ, ମୁଁ ଜାଣି ପାରେ ଯେ, ମୁଁ ଓ ଆପଣମାନେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହେବାର ଅର୍ଥ ନିଶ୍ଚିତ ରୂପରେ ଅନେକ ବିଷୟ ଅଟେ।

କ. ପ୍ରତିମୂର୍ତ୍ତି: ଆମ୍ଭେମାନେ ପରମେଶ୍ୱରଙ୍କୁ ପ୍ରତିଫଳନ କରୁ

ସର୍ବପ୍ରଥମେ, ଏହାର ଅର୍ଥ ହେଲା ମୁଁ ଓ ଆପଣମାନେ ପରମେଶ୍ୱରଙ୍କ ସାଦୃଶ୍ୟରେ ସୃଷ୍ଟ ହୋଇଅଛୁ ଅର୍ଥାତ୍ ଆମ୍ଭେମାନେ ତାହାଙ୍କ ସମାନ ଅଟୁ। ମାତ୍ର ଆମ୍ଭେମାନେ ପରମେଶ୍ୱର ନୋହୁଁ। ମୁଁ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟ, ପରମେଶ୍ୱରଙ୍କ ସଦୃଶ୍ୟ ଅଟେ, କିନ୍ତୁ ମୁଁ ପରମେଶ୍ୱର ନୁହେଁ, ତାହା ଏକ ଗମ୍ଭୀର ବିଷୟ ଅଟେ, ଯାହା ଆମ୍ଭେମାନେ ବିଗତ ସପ୍ତାହରେ ଆଲୋଚନା କରିଥିଲୁ। ମୁଁ ପରମେଶ୍ୱରଙ୍କଠାରୁ ଭିନ୍ନ ଅଟେ, ସମସ୍ତ ସୃଷ୍ଟି ପରମେଶ୍ୱରଙ୍କଠାରୁ ଭିନ୍ନ ଅଟନ୍ତି ଓ ସମସ୍ତ ପ୍ରକାର ଜୀବବାଦୀ ଓ ସର୍ବେଶ୍ୱରବାଦୀ, ହୋଇପାରେ ନୂତନ ଯୁଗ, ମର୍ମୋନବାଦୀ ଓ ଯେ କୌଣସି ବ୍ୟକ୍ତି ହେଉ ନା କାହିଁକି, ଯଦି ଆମ୍ଭେମାନେ “ଦିବ୍ୟ ପ୍ରଭା” ପ୍ରାପ୍ତ କରିଥିବା ଦାବି କରୁ, ତେବେ ତାହା ମିଥ୍ୟା ଅଟେ। ଆମ୍ଭେମାନେ କେବଳ ପରମେଶ୍ୱରଙ୍କ ସାଦୃଶ୍ୟରେ ସୃଷ୍ଟ ଅଟୁ। କିନ୍ତୁ ଅନ୍ୟ ପାର୍ଶ୍ୱରେ, ମୁଁ ଯାହା ଚିନ୍ତା କରେ, ଯଦି ଆପଣମାନେ ପଛକୁ ଯାଇ ପୃଷ୍ଠଭୂମି ଓ ପ୍ରବାହକୁ ଦେଖନ୍ତି, ତେବେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିର ଅର୍ଥ କ’ଣ ତାହା ସ୍ପଷ୍ଟ ଅଟେ। ଏହାର ଅର୍ଥ ସୃଷ୍ଟିର ଅନ୍ୟ କୌଣସି ବସ୍ତୁ ବା ଅଂଶଠାରୁ ଆମ୍ଭେମାନେ ଅଧିକ ପରମେଶ୍ୱରଙ୍କ ସଦୃଶ୍ୟ ଅଟୁ। ଆଉ ସେଠାରେ ଅନେକ ବିଷୟ ଅଛି ଯାହା ଏହାକୁ ସ୍ଥାପିତ କରେ, କିନ୍ତୁ କେନ୍ଦ୍ର ବିଷୟ ଏହା ଯେ: ଯେ କୌଣସି କାରଣ ବଶତଃ ହେଉ, ପରମେଶ୍ୱର ଆପଣା ସୃଷ୍ଟି ମଧ୍ୟରୁ ଏକ ଅଂଶକୁ ପକ୍ଷୀଗଣ, ବା ମତ୍ସ୍ୟ, ବା ଜନ୍ତୁଗଣ, ବା ୟୋସେମାଇଟ୍ ନାମକ ଉପତ୍ୟକାର ସୌନ୍ଦର୍ଯ୍ୟ ଠାରୁ, ଶଙ୍କୁଧାରୀ ବୃକ୍ଷର ସୌନ୍ଦର୍ଯ୍ୟ ଠାରୁ ମଧ୍ୟ ଅଧିକ ତାହାଙ୍କୁ ପ୍ରତିଫଳନ କରିବାକୁ ଇଚ୍ଛା କଲେ, ସେ ସୃଷ୍ଟି ମଧ୍ୟରୁ କିଛି ତାହାଙ୍କୁ ପ୍ରତିଫଳନ କରିବାକୁ ଇଚ୍ଛା କଲେ ଏବଂ ତେଣୁ ସେ ଆପଣମାନଙ୍କୁ ଓ ମୋତେ, ଆଦମ ଓ ହବାଙ୍କୁ ସୃଷ୍ଟି କଲେ। ଏବଂ ଆପଣ ଜାଣନ୍ତି, ଆକାଶମଣ୍ଡଳର ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଅଛି, ସେସବୁ ନୁହେଁ କି? ଆକଶମଣ୍ଡଳ ପରମେଶ୍ୱରଙ୍କ ଗୌରବ ପ୍ରକାଶ କରନ୍ତି। କିନ୍ତୁ ଆପଣମାନେ ଓ ମୁଁ ପରମେଶ୍ୱରଙ୍କ ସଦୃଶ ଅଟୁ ଓ ତାହା କୌଣସି ପାହାଡ଼, ବା ସୂର୍ଯ୍ୟାସ୍ତ, କିଅବା ତାରକାରେ ପୂର୍ଣ୍ଣ ଆକାଶ କେବେ ମଧ୍ୟ ତାହାଙ୍କ ସଦୃଶ ହୋଇ ପାରିବ ନାହିଁ। ସେମାନେ ପରମେଶ୍ୱରଙ୍କ ସଦୃଶ ଦେଖା ଯାଇପାରିବେ ନାହିଁ।  ସେମାନେ ପରମେଶ୍ୱରଙ୍କ ହୋଇ ପାରିବେ ନାହିଁ। ସେମାନେ ତାହାଙ୍କ ଗୌରବକୁ ବର୍ଣ୍ଣନା କରି ପାରିବେ, କିନ୍ତୁ ତାହାଙ୍କ ସଦୃଶ୍ୟ ଦେଖା ଯାଇ ପାରିବେ ନାହିଁ। ଆପଣମାନେ ଓ ମୁଁ ତାହାଙ୍କ ସଦୃଶ୍ୟ ହେବା ପାଇଁ ଓ ତାହାଙ୍କ ଆଦେଶ ପାଳନ କରିବା ନିମନ୍ତେ ସୃଷ୍ଟ ହୋଇଅଛୁ।

ତାହାର ଅର୍ଥ କ’ଣ ଅଟେ? ମୁଁ ଆଜି ପ୍ରାତଃ ସମୟରେ ଗୋଟିଏ ମୁଦ୍ରା ବିଷୟରେ କିଛି ସମୟ ବ୍ୟତୀତ କରିବାକୁ ଚାହେଁ, ଯାହାର ଦୁଇଟି ପାର୍ଶ୍ୱ ଅଛି। ଆପଣମାନେ ଓ ମୁଁ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହୋଇଅଛୁ ଅର୍ଥାତ୍ ଏକ ପାର୍ଶ୍ଵରେ ଆମ୍ଭେମାନେ ତାହାଙ୍କୁ ପ୍ରତିଫଳନ କରୁ। ତାହା ଆମ୍ଭମାନଙ୍କ ମୁଖରେ ଓ ଚକ୍ଷୁରେ ତାହାଙ୍କୁ ପ୍ରତିଫଳନ କରୁ, ଆମ୍ଭେମାନେ ଏହି ବିଶ୍ଵର ପରମେଶ୍ୱରଙ୍କ ସମାନ ଓ ସଦୃଶ୍ୟ ଅଟୁ। ଆଉ ଯେପରି ମୁଁ କହିଲି, ସେହିପରି ହେବା ନିମନ୍ତେ ସେଠାରେ ଅନେକ ବିଷୟ ରହିଅଛି। ଉଦାହରଣ ସ୍ୱରୂପ, ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହେବା ଅର୍ଥ ସେଥିରେ ଅନେକ ଆତ୍ମିକ ତତ୍ତ୍ୱ ସମ୍ମିଳିତ ଅଟେ। ଅର୍ଥାତ୍ ଆପଣମାନେ ଓ ମୁଁ, ମାଂସ ଓ ଅସ୍ଥିରୁ ଅଧିକ ଅଟୁ, ଅର୍ଥାତ୍ ପରମେଶ୍ୱର ଯେପରି ଆତ୍ମା ଅଟନ୍ତି, ଆପଣଙ୍କଠାରେ ଓ ମୋଠାରେ ମଧ୍ୟ ସେହିପରି ଏକ ଆତ୍ମା ଅଛି ଓ ଆମ୍ଭେମାନେ ମଧ୍ୟ ଆତ୍ମିକ ବିଷୟକୁ ଜାଣୁ ଓ ଆମ୍ଭେମାନେ ମଧ୍ୟ ପରମେଶ୍ୱରଙ୍କ ବିଷୟରେ ଜାଣୁ। ତାହା, ଜନ୍ମ ହେବାର ଓ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହେବାର ଏକ ଅଂଶ ଅଟେ। ଆମ୍ଭମାନଙ୍କଠାରେ ମାନସିକ ଗୁଣ ଅଛି, ଅର୍ଥାତ୍ ସ୍ପଷ୍ଟ ଚିନ୍ତା କରିବାର ଗୁଣ ଅଛି। ଆମ୍ଭମାନଙ୍କଠାରେ ମାନସିକ ଦକ୍ଷତା ଅଛି, ଅର୍ଥାତ୍ ସୂକ୍ଷ୍ମ ଭାବରେ ଚିନ୍ତା କରିବାର କ୍ଷମତା ଅଛି। ଆମ୍ଭମାନଙ୍କଠାରେ ସମ୍ପର୍କ ସ୍ଥାପନ କରିବାର ଦକ୍ଷତା ଅଛି, ଅର୍ଥାତ୍ ପରମେଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ଦକ୍ଷତା, ସହଭାଗୀତା ରଖିବାର ଦକ୍ଷତା ଓ ତାହାଙ୍କ ସହିତ ଅଂଶୀଦାର ହେବାର ଦକ୍ଷତା ଅଛି। ତାହା ହିଁ ଆଦି ପୁସ୍ତକ ୨ ପର୍ବର ସାରାଂଶ ଅଟେ। କିନ୍ତୁ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହେବାର ଅର୍ଥ ଆମ୍ଭମାନଙ୍କ ନୈତିକ ଜୀବନର ଗଠନ ମଧ୍ୟ ଅଟେ। ଅର୍ଥାତ୍ ଆମ୍ଭମାନଙ୍କଠାରେ ଏକ ବିବେକ ଅଛି, ଆଉ ଆମ୍ଭେମାନେ ଭଲ ଓ ମନ୍ଦକୁ ବୁଝିପାରୁ, ଅର୍ଥାତ୍ ଏମାନଙ୍କ ମଧ୍ୟରେ ଭିନ୍ନତା ଥିବା ବୁଝିପାରୁ। ଆର୍ଥାତ୍ ଆମ୍ଭମାନଙ୍କଠାରେ ଚୟନ କରିବାର କ୍ଷମତା ଅଛି ଓ ଆମ୍ଭେମାନେ ଯାହା ଚୟନ କରୁ ସେଥିପାଇଁ ଆମ୍ଭେମାନେ ଦାୟୀ ହେ। ତାହା ହିଁ ଆଦି ପୁସ୍ତକ ୩ ପର୍ବର ସାରାଂଶ ଅଟେ। ଏହିପରି ପରମେଶ୍ୱର ଏହି ସମସ୍ତ ବିଷୟ ଓ ତା ସହିତ ସମ୍ଭବତଃ ଆହୁରି ଅନ୍ୟ ବିଷୟ ମୋତେ ଓ ଆପଣମାନଙ୍କୁ ପ୍ରଦାନ କରିଅଛନ୍ତି ଯେପରି ଆମ୍ଭେମାନେ ତାହାଙ୍କ ଆଦେଶ ପାଳନ କରିପାରୁ, ସେଥିପାଇଁ ଏକ ରାଜପ୍ରତିନିଧି ରୂପରେ ଏହି ଧରାପୃଷ୍ଠରେ ରଖା ଯାଇଅଛୁ, ଯେପରି ଆମ୍ଭେମାନେ ସୃଷ୍ଟିର ଅନ୍ୟ ସମସ୍ତ ବସ୍ତୁଠାରୁ ଅଧିକ ତାହାଙ୍କ ସଦୃଶ୍ୟ ହେଉ

ଆମ ଗୃହରେ ଗୋଟିଏ ବଡ଼ କୁକୁର ଓ ଦୁଇଟି ବିଲେଇ ଅଛନ୍ତି। କୁକୁର ଓ ବିଲେଇ ବିଷୟରେ କହିବାକୁ ଗଲେ, ସେମାନେ ବହୁତ ଉତ୍ତମ ଅଟନ୍ତି, ଏପରିକି ପି. ଜେ. ମଧ୍ୟ। ଆମ ପରିବାର ମଧ୍ୟରେ ଗୋଟିଏ ମୃତ ବିଲେଇକୁ ନେଇ ଏକ ମଜା କଥା ଅଛି ଓ ସେଥିପାଇଁ ମୋତେ ବାରମ୍ବାର କ୍ଷମା ମାଗିବାକୁ ପଡ଼ିଥାଏ। ଆମ ପାଖରେ ତିନୋଟି ପଶୁ ଅଛନ୍ତି, ଏପରିକି ବିଲେଇକୁ ମଧ୍ୟ ଆମେ ପ୍ରେମ କରୁ। ସେମାନେ ଆମ ଧ୍ୟାନ ରଖନ୍ତି, ସେଠାରେ କିଛି ହେଉଅଛି, କିନ୍ତୁ ଫୋଷ୍ଟର୍, ଏବଂ ପି. ଜେ. ଓ ଜୁଆନ୍, ଏହି ତିନୋଟି ପଶୁ ଯେତେ ଭଲ ହେଲେ ମଧ୍ୟ, କେବେ ମଧ୍ୟ ଆପଣଙ୍କ ସୃଷ୍ଟିକର୍ତ୍ତାଙ୍କ ପରି ହୋଇ ପାରିବେ ନାହିଁ। ସେମାନେ କେବେ ମଧ୍ୟ ପରମେଶ୍ୱରଙ୍କୁ ଆପଣ ପରି ଓ ମୋ’ ପରି ଗୌରବ ଦେଇ ପାରିବେ ନାହିଁ, କାରଣ ଆମ୍ଭେମାନେ ପଶୁ ସମାନ ନୋହୁଁ, ମାତ୍ର ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହୋଇଅଛୁ।

ଖ. ସୃଷ୍ଟି ଆମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କୁ କ’ଣ ଶିକ୍ଷା ଦିଏ?

ବର୍ତ୍ତମାନ, ଏହି ବିଷୟରେ ମୁଁ ଅନେକ ଦିଗ ଦେଇ ଆଲୋଚନା କରି ପାରେ ଏବଂ ପ୍ରୟୋଗ କରିବା ନିମନ୍ତେ ଏହି ବିଷୟକୁ ସଂକ୍ଷିପ୍ତ କରିବା ହିଁ ଏହି ସପ୍ତାହ ଏକ କଠିନ ବିଷୟ ଥିଲା ଓ ଏହା ନିମ୍ନପରି ଅଟେ। ମୁଁ, ବିଲ୍ ମାଉନ୍ସ୍, ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟ ଅଟେ, ମୋ ପାଇଁ ଏହି ସତ୍ୟତାର ପ୍ରାଥମିକ ମହତ୍ତ୍ୱ ଯାହା ଅଟେ ତାହା ହେଲା: ପରମେଶ୍ୱରଙ୍କ ପ୍ରତିମୂର୍ତ୍ତି ସମସ୍ତ ମାନବୀୟ ସମ୍ମାନର ଉତ୍ସ ଅଟେ। ଏହା ସ୍ୱଳ୍ପ ହୋଇପାରେ, କିନ୍ତୁ ଦୟାକରି ଏହି ବିଷୟରେ ଚିନ୍ତା କରନ୍ତୁ। ଏହା ଏକ ତଥ୍ୟ ଅଟେ ଯେ ଆପଣମାନେ ଏବଂ ମୁଁ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହୋଇଅଛୁ, ଅର୍ଥାତ୍ ତାହା ସମସ୍ତ ମନୁଷ୍ୟର ସମ୍ମାନର ଉତ୍ସ ଅଟେ। ସମ୍ମାନ ଏକ ବୃହତ୍ ଶବ୍ଦ ଅଟେ। ଏହା ସେହି ସମତୁଲ୍ୟ ମୂଲ୍ୟର ବୋଧ ଅଟେ ଯାହା ନିମନ୍ତେ ଆମ୍ଭେମାନେ ଲାଳସା କରୁ, ଏହା ମୁଁ କେହି ଜଣେ ଅଟେ ବୋଲି ଜାଣିବା ଅର୍ଥର ବୋଧ ଅଟେ, ଯେ ମୁଁ ଗୋଟିଏ କାରଣରୁ ଏଠାରେ ଅଛି, ତଥା ମୁଁ ଗୋଟିଏ ଉଦ୍ଦେଶ୍ୟ ପାଇଁ ଏଠାରେ ଅଛି, ମୁଁ କୌଣସି ଭୁଲ ନୁହେଁ, କିନ୍ତୁ ମୋର ପରିଚୟରେ ସମ୍ମାନ ଅଛି, ସେଥିରେ ହିଁ ମହତ୍ତ୍ୱ ଓ ତାତ୍ପର୍ଯ୍ୟ ରହିଅଛି। ଏହା ସେହି ସମସ୍ତ ବିଷୟ ଅଟେ ଯାହା ପାଇଁ ଏହି ଜଗତ ବ୍ୟାକୁଳ ଭାବରେ ଖୋଜି ବୁଲୁଅଛି, ସେମାନେ ନୁହେଁ କି? ସେମାନେ ବ୍ୟାକୁଳ ଭାବରେ କେବଳ ଜୀନର ଅର୍ଥ, ମୂଲ୍ୟ ସମ୍ମାନକୁ ଖୋଜୁ ଅଛନ୍ତି। ଆଦି ପୁସ୍ତକ ୧ ପର୍ବ ଏହା ପ୍ରକାଶ କରେ ଯେ ସମସ୍ତ ସମ୍ମାନର ଉତ୍ସ ସେହି ତଥ୍ୟ ଅଟେ ଯେ ମୁଁ ଓ ଆପଣମାନେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟ ଅଟୁ। ମୁଁ ଯେପରି ଏ ବିଷୟରେ ଚିନ୍ତା କଲି, ଏହି ଜଗତ କିପରି ସମ୍ପୂର୍ଣ୍ଣ ଭାବରେ ବିଶୃଙ୍ଖଳିତ ହୋଇଅଛି ତାହା ଦ୍ୱାରା ମୁଁ ବାରମ୍ବାର ପ୍ରଭାବିତ ହୋଇଅଛି। ଜଗତ ଏହି ବିଷୟରେ ପୂର୍ଣ୍ଣ ଭାବରେ ବିଶୃଙ୍ଖଳିତ ହୋଇଅଛି। ତାହାପାଇଁ ବ୍ୟବହାର କରାଯାଉଥିବା ଶେଷତମ ବାକ୍ୟ “ଆତ୍ମଗରିମା” ଅଟେ, ସତ୍ୟ କି? ଆପଣ ଦେଖି ପାରନ୍ତି ଯେ ଏହି ଜଗତ କିପରି ଆପଣାର ସମ୍ମାନ ଓ ତାତ୍ପର୍ଯ୍ୟକୁ ପାଇବା ପାଇଁ ବ୍ୟାକୁଳ ଭାବରେ ଚେଷ୍ଟା କରୁଅଛି। ଆଉ ତାହାର ତାତ୍ପର୍ଯ୍ୟକୁ ପାଇବା ପାଇଁ ଯେତେବେଳେ ଆପଣ ଜଗତର କୃତ ସେହି ସମସ୍ତ ନିର୍ବୋଧ ବିଷୟକୁ ଦେଖନ୍ତି, ତାହା ନିଜକୁ ଅସ୍ବୀକାର କରେ, ତାହା ବିପରୀତ ଦିଗକୁ ଯାଇଥାଏ, ଏହା ପ୍ରଚଣ୍ଡ ଭାବରେ ଉତ୍ତେଜିତ ପରିଲକ୍ଷିତ ହୁଏ କାରଣ ଏହା ପ୍ରକୃତ ଉତ୍ସ ଅର୍ଥାତ୍ ପରମେଶ୍ଵରଙ୍କ ରଚନାତ୍ମକ କ୍ରିୟା, ଯାହା ଆମ୍ଭେମାନେ ଯେ ପରମେଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହୋଇଅଛୁ ସେଥିରୁ ପ୍ରାପ୍ତ ନ କରି ଅନ୍ୟ ସବୁସ୍ଥାନକୁ ଦୃଷ୍ଟି କରୁଅଛି।

ମୁଁ କିଛି ସମୟ ନିମନ୍ତେ ଏହି ବିଷୟକୁ ବୁଝାଇବାକୁ ଚାହେଁ, କାରଣ ଏହା ପ୍ରତିଦିନ ଶୁଣିଥିବା ବିଷୟମାନଙ୍କ ମଧ୍ୟରୁ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ଅଟେ, ତେଣୁ ମୁଁ ଚାହେଁ ଯେ ଆପଣମାନେ ଏହାକୁ ଭଲ ଭାବରେ ବୁଝନ୍ତୁ। ଯେତେବେଳେ ମଧ୍ୟ ଆପଣ ଆପଣା ଦୂରଦର୍ଶନ ଖୋଲନ୍ତି, ଆପଣ ଜଗତ ଦ୍ୱାରା ଦିଆଯାଉଥିବା ସମ୍ମାନ ଶବ୍ଦର ପରିଭାଷାକୁ ଶୁଣି ପାରିବେ। ମୁଁ ଚିନ୍ତା କରେ, ଯଦିଓ ପବିତ୍ର ଆତ୍ମାଙ୍କୁ ସମୟର ଆବଶ୍ୟକତା ନୁହେଁ, ତଥାପି ମୁଁ ପବିତ୍ର ଆତ୍ମାଙ୍କୁ ସମୟ ଦେବାକୁ ଚାହେଁ, ମୁଁ ଚାହେଁ ଏହି ବିଷୟ ଆମ୍ଭମାନଙ୍କ ଜୀବନରେ ଭରିଯାଉ ଓ ଆପଣମାନେ ବୁଝି ପାରନ୍ତୁ ଯେ, “ଆପଣମାନେ ଜାଣନ୍ତି କି? ମୁଁ ଏହି କ୍ଷେତ୍ରରେ ସମ୍ମାନ ବିଷୟରେ ଜଗତର ପରିଭାଷାର ଶିକାର ହୋଇଅଛି।” ତେଣୁ ମୋତେ କେବଳ ବିଭିନ୍ନ ବିଷୟସବୁକୁ ପରିଚାଳନା କରିବାକୁ ଦିଅ। ଜଗତ ସମ୍ମାନର ଦାବି କରେ କିନ୍ତୁ ପରମେଶ୍ୱରଙ୍କଠାରୁ ପୃଥକ୍ ହୋଇ ଦାବି କରେ, ତାହା ସମସ୍ୟାର କେନ୍ଦ୍ର ଅଟେ। ଜଗତ ସମ୍ମାନର ଦାବି କରେ, ସେ ଏହା ଖୋଜୁଅଛି, ପୁଣି ଦାବି କରୁଅଛି ଯେ ସେ ତାହା ପାଇଅଛି, କିନ୍ତୁ ସେ ଅନୁଚିତ ସ୍ଥାନମାନଙ୍କରେ ଖୋଜୁଅଛି। ଆଦି ପୁସ୍ତକରେ ବାବିଲ ଗଡ଼ର ସନ୍ଦେଶ କ’ଣ ଥିଲା? ପରମେଶ୍ୱର କହନ୍ତି, “ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି ପୃଥିବୀକି ପରିପୂର୍ଣ୍ଣ କର।” ଏବଂ ପାପମୟ ସୃଷ୍ଟି କହେ, “ତାହା ହୋଇପାରିବ ନାହିଁ। ମୁଁ ବିସ୍ତୃତ ହେବାକୁ ଚାହୁଁ ନାହିଁ, ମୁଁ ଗୋଟିଏ ସ୍ଥାନରେ ରହିବାକୁ ଚାହେଁ। ମୁଁ ଗୋଟିଏ ଗଡ଼ ବନାଇବାକୁ ଚାହେଁ, କାରଣ ଆମ୍ଭେମାନେ ସ୍ୱର୍ଗ ପର୍ଯ୍ୟନ୍ତ ପହଞ୍ଚି ପାରିବା।” ଏବଂ ବାବିଲ ଗଡ଼ ବାସ୍ତବରେ ପରମେଶ୍ୱରଙ୍କ ଆଜ୍ଞାର ବିରୁଦ୍ଧାଚରଣ ଅଟେ, ଏବଂ ତେଣୁ ଆପଣମାନେ ବାବିଲର ଗଡ଼ ପ୍ରାଚୀନ ଇତିହାସ ଅଟେ ବୋଲି ଭାବୁ ନାହାଁନ୍ତି, ତାହା ମୁଁ ବିଗତ ରାତ୍ରି ଦୂରଦର୍ଶନରେ ଶୁଣିଲି। ଆପଣମାନେ ଉଦ୍ୟୋଗର ପ୍ରସଙ୍ଗ ସଂଗୀତ, ସର୍ବଶେଷ ଷ୍ଟାର୍ ଟ୍ରେକ୍ ସ୍ପିନୋଫ୍ କୁ ଶୁଣିଅଛନ୍ତି କି? ସେଠାରେ ମୁଁ ଦୁଇଟି ରବିବାର ଷ୍ଟାର୍ ଟ୍ରେକ୍ କୁ ଗୋଟିଏ ଧାଡିରେ ଉଲ୍ଲେଖ କରିଅଛି, ମୁଁ ଆଉ କିଛି ସମୟ ପର୍ଯ୍ୟନ୍ତ ଏହାକୁ ଉଲ୍ଲେଖ କରିବି ନାହିଁ। ମୋତେ ଏହି ପ୍ରଦର୍ଶନ ଦେଖିବାକୁ ଭଲ ଲାଗେ। “ମୁଁ ହୃଦୟରେ ବିଶ୍ୱାସ କରେ” (ଭୁଲ ବସ୍ତୁ ଉପରେ ବିଶ୍ୱାସ), ହାତ ବଢାଇ, ମୁଁ କୌଣସି ଏକ ନକ୍ଷତ୍ରକୁ ସ୍ପର୍ଶ କରି ପାରିବି।“ ଦେଖନ୍ତୁ, ତାହା ଦି ପୁସ୍ତକ ଅଟେ, ତାହା ବାବିଲ ଗଡ଼ ଅଟେ। ତାହା କହୁଅଛି, ମୁଁ ମହତ୍ତ୍ୱ ଓ ଅର୍ଥକୁ ପ୍ରାପ୍ତ କରି ପାରିବି, ଯଦିଓ ନକ୍ଷତ୍ରଗଣ ଛଅ ଶହ ମିଲିୟନ ଲାଇଟ୍ ଦୂରରେ ଅବସ୍ଥିତ, ହାତ ବଢାଇ, ମୁଁ କୌଣସି ଏକ ନକ୍ଷତ୍ରକୁ ସ୍ପର୍ଶ କରି ପାରିବି। ଏବଂ ତାହା ହିଁ ଜୀବନର ଅର୍ଥ ଅଟେ, ତାହା ହିଁ ମହତ୍ତ୍ୱ ଅଟେ। ସୃଷ୍ଟି ଯାହା କରୁଅଛି, ତାହା ଏହା ଯେ ସେ ସମସ୍ତ ସମ୍ମାନ ଓ ସମସ୍ତ ଗୌରବ ଆପଣା ପାଇଁ ଦାବି କରୁଅଛି, ଯାହା କେବଳ ପରମେଶ୍ୱର ଓ ତାହାଙ୍କ ରଚନାତ୍ମକ କ୍ରିୟା ଯୋଗ୍ୟବନ୍ତ ଅଟନ୍ତି। ଜଗତ କିପରି ସମ୍ମାନକୁ ଦାବି କରେ? ଏହି ବିଷୟରେ ଚିନ୍ତା କରନ୍ତୁ। ଯାହାବି ହେଉ, ଆମ୍ଭମାନଙ୍କ ପ୍ରଦର୍ଶନକୁ ଆଙ୍କିବା, ଆପଣା ପାଇଁ ସମ୍ମାନକୁ ଦାବି କରିବାର ଏକ ମାଧ୍ୟମ ଅଟେ। ଏହି ଜଗତ ଆମ୍ଭ ସମସ୍ତଙ୍କୁ ଏକ ପ୍ରଦର୍ଶନର ମାର୍ଗରେ ରଖିଥାଏ, ଏହା ନୁହେଁ କି? ଆଉ ଏହା କହେ, “ଯଦି ଆପଣ ପ୍ରଦର୍ଶନ କରନ୍ତି, ତେବେ ଆପଣ କିଛି କରିବାର ଯୋଗ୍ୟ ଅଟନ୍ତି।” ଓ ଏହା ଯେକୌଣସି ପ୍ରକାରର ପ୍ରଦର୍ଶନ ନୁହେଁ। ଆପଣଙ୍କୁ ଆମ୍ଭମାନଙ୍କ ମାଧ୍ୟମରେ ପ୍ରଦର୍ଶନ କରିବାକୁ ହେବ, ଆପଣମାନଙ୍କୁ ଆମ୍ଭମାନଙ୍କ ଲକ୍ଷ୍ୟ, ମୂଲ୍ୟ ସ୍ୱୀକାର କରିବାକୁ ହେବ, ଓ ତା’ରେ ସେହି ଦିଗରେ ଚାଲିବାକୁ ହେବ, ତେବେ ଆପଣମାନେ ଏକ ଉତ୍ତମ ଲୋକ ହୋଇପାରିବେ ଓ ତେବେ ଆମ୍ଭମାନଙ୍କୁ ଅନ୍ୟ ଏକ ସୁଯୋଗ ଦେବା ପାଇଁ ଆମ୍ଭେମାନେ ଆପଣମାନଙ୍କୁ ଦୂରଦର୍ଶନରେ ପୁରସ୍କାର ଶୋ ଦେବୁ, ଓ ଆପଣଙ୍କ ପିଠିରେ ଥାପୁଡ଼େଇବୁ, ଓହୋ, ଆପଣ କି ସୁନ୍ଦର ଲୋକ, ତେବେ ଆପଣଙ୍କୁ କହିବୁ ଯେ ଆପଣ କେଡ଼େ ମହାନ ବ୍ୟକ୍ତି, କେଡ଼େ ଉତ୍କୃଷ୍ଟ ବ୍ୟକ୍ତି ଅଟନ୍ତି। ହଁ, ଆପଣଙ୍କ ଜୀବନର ଅର୍ଥ ଅଛି। ଅନୁମାନ କରନ୍ତୁ ଯେ ମୁଁ କ’ଣ କହୁଅଛି? ଆଉ ଏହା ଜଗତ କହୁଅଛି, “ଅନେକ ଉତ୍ତମ ଲୋକ ଅଛନ୍ତି, ଆମେ ଯେଉଁ ବିଷୟକୁ ଗୁରୁତ୍ଵପୂର୍ଣ୍ଣ ବୋଲି ଭାବିଥାଉ, ସେମାନେ ସେହି ବିଷୟକୁ ଅନ୍ୱେଷଣ କରିଥାଆନ୍ତି ଓ କାରଣ ସେମାନେ ସଫଳତାକୁ ପାଇଅଛନ୍ତି, କାରଣ ସେମାନେ ଆପଣଙ୍କଠାରୁ ଅଧିକ ଦୌଡ଼ି ପାରନ୍ତି, ସେମାନେ ଉଚ୍ଚକୁ ଡ଼େଇଁ ପାରନ୍ତି, ସେମାନେ କଠିନ ବିଷୟକୁ ଆପଣଙ୍କଠାରୁ ମଧ୍ୟ ଅଧିକ କୌଶଳପୂର୍ଣ୍ଣ ଭାବରେ ସମାଧାନ କରି ପାରନ୍ତି, ସେମାନେ ଆପଣଙ୍କଠାରୁ ମଧ୍ୟ ଅଧିକ ଧନ ସଞ୍ଚୟ କରି ପାରନ୍ତି, ସେମାନେ ଆପଣଙ୍କଠାରୁ ମଧ୍ୟ ଅଧିକ ଭଲ ଗୀତ ଗାଇ ପାରନ୍ତି, ତେବେ ତାହା ସମ୍ମାନ ଅଟେ, ତାହା ମର୍ଯ୍ୟାଦା ଅଟେ, ତାହା ଗୌରବ ଅଟେ, ତାହା ହିଁ ଜୀବନର ଅର୍ଥ ଅଟେ। ସେମାନେ ହିଁ ସେହି ମହତ୍ଵପୂର୍ଣ୍ଣ ଲୋକ ଅଟନ୍ତି।” ଆମ୍ଭମାନଙ୍କଠାରେ ଧନୀ ଓ ବିଖ୍ୟାତ ଲୋକଙ୍କ ଜୀବନ ଶୈଳୀ ସମ୍ବନ୍ଧୀୟ ଗୋଟିଏ ଦୂରଦର୍ଶନ ଶୋ ଅଛି। କ’ଣ ଆପଣମାନଙ୍କ ମଧ୍ୟରୁ କେହି ଦୀନହୀନ ଓ ନମ୍ର ଲୋକମାନଙ୍କ ଜୀବନ ଶୈଳୀକୁ ଦେଖିବାକୁ ଚାହିଁବେ କି? ଆଉ ତାହା ବାସ୍ତବରେ ଗୁରୁତ୍ଵପୂର୍ଣ୍ଣ ଜୀବନଶୈଳୀ ଅଟେ, ସେସବୁ ନୁହେଁ କି? ଏହି ଜଗତ ଲୋକମାନଙ୍କୁ ପ୍ରଦର୍ଶନ ଆଧାରରେ ସମ୍ମାନ ଦେବାକୁ ଚାହେଁ, ଆଉ ଆପଣ ସମସ୍ତେ, ଏହା ପ୍ରାୟ ତରୂଣ ଅବସ୍ଥାରୁ ଆରମ୍ଭ ହୁଏ, ଏହା ନୁହେଁ କି? କ’ଣ ଆପଣ ଫିଙ୍ଗିବା ବଲ ପାଇଁ ମନୋନୀତ ହୋଇଥିବା ଶେଷ ପିଲା ଥିଲେ? କ’ଣ ଆପଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାସ୍କେଟ ଲ୍ର ପ୍ରାରମ୍ଭ କରିବା ବ୍ୟକ୍ତି ଥିଲେ କିମ୍ବା ନ ଥିଲେ? ଝିଅମାନେ ଓ ପୁଅମାନେ, କ’ଣ ଆପଣ ସମସ୍ତଙ୍କୁ ପରୀକ୍ଷା କରନ୍ତି ବା କେବଳ ସୁନ୍ଦର ଲୋକମାନଙ୍କୁ ପରୀକ୍ଷା କରନ୍ତି? ଦେଖନ୍ତୁ, ଏହା ପ୍ରବଞ୍ଚନା ଅଟେ ଓ ଏହା ଆମ୍ଭମାନଙ୍କ ଜୀବନର ପ୍ରାରମ୍ଭିକ ଦିନଠାରୁ ଆରମ୍ଭ ହୁଏ କାରଣ ଆମ୍ଭମାନଙ୍କୁ କୁହାଯାଇଅଛି ଯେ ଆମ୍ଭମାନଙ୍କ ଯୋଗ୍ୟତା, ମୂଲ୍ୟ, ଓ ସମ୍ମାନ, ଆମ୍ଭେମାନେ କ’ଣ କରିପାରିବା ସେଥିରେ ଆଧାରିତ ଅଟେ।

ଆପଣ କ’ଣ ଜାଣନ୍ତି, ଶେଷ ଗଣନା ଅନୁସାରେ ୧୨୭ ପ୍ରକାରର ବୁଦ୍ଧି ଅଛି? ୧୨୭ ପ୍ରକାରର ପରୀକ୍ଷାଯୋଗ୍ୟ, ପରିମେୟ ବୁଦ୍ଧି। ଏହି ଜଗତ ତିନି ସଂଖ୍ୟାକୁ ମହତ୍ତ୍ୱ ଦିଏ। ଏହି ଜଗତ ପରମେଶ୍ୱର ଦତ୍ତ ଦକ୍ଷତା ଦ୍ୱାରା ଗୃହ ଭିତରକୁ ଯାଇ ଗୃହ ଭିତରେ ଥିବା ଜଣେ ବ୍ୟକ୍ତିଙ୍କ ଯନ୍ତ୍ରଣାକୁ ଅନୁଭବ କରିପାରୁଥିବା ପରି ଲୋକଙ୍କୁ ମହତ୍ତ୍ୱ ଦିଏ ନାହିଁ। ତାହା ଜଗତ ନିମନ୍ତେ ଗୁରୁତ୍ଵପୂର୍ଣ୍ଣ ନୁହେଁ। ଏହି ଜଗତ ଯନ୍ତ୍ରଣାକୁ ଦୂର କରିବାକୁ ଚାହେଁ। କିନ୍ତୁ ମୁଁ କହିବି, ଏହିପ୍ରକାର ଦକ୍ଷତା ଗୋଟିଏ ପକ୍ଷୀ ପରି ଗାନ କରିବା ତୁଳନାରେ ଅଧିକ ମହତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଜଗତ ପ୍ରଦର୍ଶନ ଆଧାରରେ ସମ୍ମାନକୁ ମିଳନ କରୁଅଛି। ତା’ ଅର୍ଥ ଯଦି ଆପଣମାନେ ଓ ମୁଁ ସେମାନଙ୍କ ପସନ୍ଦ, ବା ସେମାନଙ୍କ ମାନଦଣ୍ଡ ଅନୁସାରେ ପ୍ରଦର୍ଶନ ନ କରୁ, ତେବେ ଆମ୍ଭେମାନେ ମୂଲ୍ୟହୀନ ଅଟୁ,  ଆମ୍ଭମାନଙ୍କ କୌଣସି ବିଶେଷତ୍ୱ ନାହିଁ, ଆମ୍ଭମାନଙ୍କ କୌଣସି ଅର୍ଥ ନାହିଁ। ଆଉ ଆମ ସମସ୍ତଙ୍କ ପାଇଁ ଏହା ଭଲ ଅଟେ ଯେ ଆମ୍ଭେମାନେ ଦୂରଦର୍ଶନକୁ ଚାଲୁକରି ସୁନ୍ଦର ଲୋକମାନଙ୍କ ପାଇଁ କରତାଳି ଦେଉ। ତାହା ବିରକ୍ତିକର ଅଟେ। ବାସ୍ତବରେ ତାହା ବିରକ୍ତିକର ଅଟେ।

ଅପବ୍ୟବହାରର ଏହି ସମସ୍ତ ବିଷୟ ଏକ ଧାରଣା ଅଟେ ଯାହାକୁ ବୁଝିବା ପାଇଁ ମୁଁ ସଂଘର୍ଷ କରୁଅଛି, ଯେ ବାସ୍ତବରେ କ’ଣ ହୋଇଥାଏ ଯେତେବେଳେ ଗୋଟିଏ ପିଲାର ଅପବ୍ୟବହାର ହୁଏ, ତାହା ଆପଣମାନଙ୍କ ମଧ୍ୟରୁ କେତେ ଜଣ ମୋତେ ବୁଝିବା ପାଇଁ ସାହାଯ୍ୟ କରୁଅଛନ୍ତି।  ସେହି ପିଲାଠାରେ ଏକ ଲଜ୍ଜାର ବୋଧ ହୋଇଥାଏ, ଆପଣମାନଙ୍କ ମଧ୍ୟରୁ ଅନେକେ ଜାଣନ୍ତି ଯେ ମୁଁ କେଉଁ ବିଷୟରେ କହୁଅଛି। ତାହା, ମୁଁ ଯେ ମୂଲ୍ୟହୀନ ଅଟେ, କିମ୍ବା ମୋ ପିତା ମୋ ସହିତ ଏହିପରି ବ୍ୟବହାର କରି ନଥାନ୍ତେ, ମୋ ମାମୁଁ ମୋ ସହିତ ଏହିପରି ବ୍ୟବହାର କରି ନ ଥାନ୍ତେ, ମୋ ପଡ଼ୋଶୀ ମୋ ସହିତ ଏହିପରି ବ୍ୟବହାର କରି ନଥାନ୍ତେ। ଆଉ ଏକ ଅବିଶ୍ୱସନୀୟ ଅର୍ଥ ଅଛି ଯେପରି ମୁ ଏହି ଅବସ୍ଥାରେ ଅତ୍ୟଧିକ ଭାବରେ ଚିନ୍ତା କରେ ଯେ “ମୁଁ ମୂଲ୍ୟହୀନ ଅଟେ, କାରଣ କେହି ଜଣେ ମୋତେ କହିଲେ ଯେ ମୁଁ ସେମାନଙ୍କ ଯୋଗ୍ୟ ନୁହେଁ” ଏହିପରି ବୋଧ ହୋଇଥାଏ। ଜଗତ ସମ୍ମାନକୁ ପ୍ରଦର୍ଶନ ଆଧାରରେ ମାପିଥାଏ। କିନ୍ତୁ ଆପଣମାନଙ୍କୁ ଏହା ଦେଖାଇବା ପାଇଁ ଯେ ଜଗତ କେଡ଼େ ବିଶୃଙ୍ଖଳିତ ଅଟେ। ଏହା ମଧ୍ୟ ବିପରୀତ ରୂପେ କାର୍ଯ୍ୟ କରିଥାଏ। ଆଜିକାଲି ଆତ୍ମ-ଗରିମାକୁ ପ୍ରଦର୍ଶନରୁ ସମ୍ପୂର୍ଣ୍ଣ ଭାବରେ ପୃଥକ ରୂପରେ ଦେଖିବାର ପ୍ରବୃତ୍ତି ଚାଲିଅଛି। “ଯାହା ହେଉ, ଆମ୍ଭେମାନେ କିନ୍ତୁ ଏତିକି ଚାହୁଁ ଯେ ପିଲାମାନେ ଆପଣା ବିଷୟରେ ଭଲ ଅନୁଭବ କରନ୍ତୁ।” କିନ୍ତୁ ଯଦି ସେମାନେ ଭଲ ନୁହନ୍ତି ତେବେ କ’ଣ ହେବ? ଏଥିରେ କିଛି ନାହିଁ, ମୁଁ ଚାହେଁ ଯେ ସେମାନେ ଆପଣା ପ୍ରତି ଭଲ ଅନୁଭବ କରନ୍ତୁ। କିନ୍ତୁ ଯଦି ସେମାନେ ଭଲ ନୁହଁନ୍ତି, ତେବେ କ’ଣ ଆମ୍ଭେମାନେ ବାସ୍ତବିକତାର ସମ୍ମୁଖିନ କରିପାରିବା ନାହିଁ କି? ମୁଁ ଯେତେବେଳେ ସେମିନାରୀରେ ଶିକ୍ଷା ଦେଉଥିଲି ସେହି ସମୟରେ ମୋର ଏକ ଅଦ୍ଭୁତ ଅନୁଭୂତି ହୋଇଥିଲା। ଏହା ଗ୍ରୀକ ବିଭାଗ ନ ଥିଲା, ମାତ୍ର ନୂତନ ନିୟମର ସର୍ବେକ୍ଷଣ ଉପରେ ଏକ ସାଧାରଣ ବିଭାଗ ଥିଲା। ଏହା ମଧ୍ୟକାଳୀନ ପରୀକ୍ଷା ଥିଲା ଓ ଗୋଟିଏ ଛାତ୍ର ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲା। କେବଳ ସେ ଯେ ଅକୃତକାର୍ଯ୍ୟ ହୋଇଥିଲା ତାହା ନୁହେଁ, ସେ ପ୍ରାୟ ୪୧ ଅଙ୍କ ପ୍ରାପ୍ତ କରିଥିଲା। ଏହା କୌଣସି ବିସ୍ମୟର ବିଷୟ ନ ଥିଲା ଯେ ସେ ପ୍ରାୟ ପଞ୍ଚ ସପ୍ତାହ ପର୍ଯ୍ୟନ୍ତ ଅଧିକାଂଶ ସମୟ ଆପଣା ସ୍ଵେଟରକୁ ନାକ ଉପରେ ରଖିବା ଓ ଶ୍ରେଣୀର ଛାତ ଉପରକୁ ଦେଖିବାରେ ବ୍ୟତୀତ ହୋଇଥିଲା। ସେ ମୋ ନିକଟକୁ ଆସି କହିଲା, “ଉତ୍ତୀର୍ଣ୍ଣ କରିବା ପାଇଁ କ’ଣ କିଛି ଉପାୟ ଅଛି କି?” ମୁଁ କହିଲି, “କିଛି ଉପାୟ ନାହିଁ!” (ତାହା ନୁହେଁ ଯେ ମୁଁ ନିର୍ଦ୍ଦୟୀ ଥିଲି, କିନ୍ତୁ ମୁଁ ତା’ ବ୍ୟବହାର ଯୋଗୁଁ ବିରକ୍ତ ଥିଲି।) ଆଉ ସେ ଏକ ଅଦ୍ଭୁତ ବିଷୟ କହିଲା, ସେ କହିଲା, “କ’ଣ ଆପଣ ଜାଣନ୍ତି? ଏବେ ମଧ୍ୟ ମୁଁ ଆପଣା ବିଷୟରେ ଭଲ ଭାବେ। ମୋ କହିବାର ଅର୍ଥ, ମୁଁ ଏବେ ମଧ୍ୟ ଏକ ଭଲ ଛାତ୍ରୀ ଅଟେ।” ମୁଁ ଚକିତ ହୋଇ କହିଲି, କ’ଣ? ତୁମେ ତ ଏକ ଭୟାନକ ଛାତ୍ରୀ ଅଟ (ବାସ୍ତବରେ ମୁଁ କହି ନ ଥିଲି, କିନ୍ତୁ କହିବାକୁ ଚାହୁଁଥିଲି)। “ତୁମେ ଏହି ଶ୍ରେଣୀରେ ଜଣେ ଭୟାନକ ଛାତ୍ରୀ ଅଟ। ହୋଇପାରେ ଅନ୍ୟ ଶ୍ରେଣୀରେ ତୁମେ ଭଲ କରୁଅଛ, କିନ୍ତୁ ତୁମେ ଚେଷ୍ଟା ମଧ୍ୟ କରୁ ନାହଁ! କାରଣ ତୁମେ ୨୦ ଘଣ୍ଟା କ୍ଲାସରେ ବସୁଅଛ, କ’ଣ ତୁମେ ପଛ ପାଖରେ ବସି ଚିନ୍ତା କରୁଅଛ ଯେ ମୁଁ ତୁମକୁ ଉତ୍ତୀର୍ଣ୍ଣ କରି ଦେବି। ମୁଁ ତାହା କରିବାକୁ ଯାଉ ନାହିଁ।” (ଏହା ମଧ୍ୟ କହିବାକୁ ଚାହୁଁଥିଲି, କିନ୍ତୁ କହି ପାରିଲି ନାହିଁ।) କିନ୍ତୁ ମୋ ପାଇଁ ଆଶ୍ଚର୍ଯ୍ୟର ବିଷୟ ଏହା ଥିଲା ଯେ, ସେହି ସମ୍ମାନ ଅନ୍ୱେଷଣରେ, ଜୀବନର ଅର୍ଥ ଓ ମହତ୍ତ୍ୱର ଅନ୍ୱେଷଣରେ, ସେ ଆପଣା ବାସ୍ତବିକ ସ୍ଥିତି ପ୍ରତି ଅଜ୍ଞାତ ଥିଲା। ଆଉ ପ୍ରକୃତରେ ତାହାକୁ ବାସ୍ତବିକତାର ଏକ ଆସ୍ୱାଦନର ଆବଶ୍ୟକ ଥିଲା ଓ ଲେଖିବାର ଶିଖିବା ଆବଶ୍ୟକ ଥିଲା। ମୁଁ ବହୁତ ଦୂର ଚାଲି ଯାଇଅଛି। ହଁ, ମୁଁ ଚାହେଁ ଯେ ମୋ ପିଲାମାନେ ଆପଣା ବିଷୟରେ ଭଲ ବିଚାର ରଖନ୍ତୁ, ଏହି ବିଷୟରେ ମୋତେ ଭୁଲ ବୁଝନ୍ତୁ ନାହିଁ। କିନ୍ତୁ ମୁଁ ତାହା ଚାହେଁ ଯେ ସେମାନେ ଆପଣା ବିଷୟରେ ଭଲ ବିଚାର ରଖନ୍ତୁ, କାରଣ ସେମାନେ ଭଲ ପିଲା ଅଟନ୍ତି। ମୁଁ ଚାହେଁ, ଯେ ସେମାନେ ମଧ୍ୟ ବୁଝନ୍ତୁ ଯେ ସେମାନେ ଭଲ ପିଲା ଅଟନ୍ତି, କାରଣ ପରମେଶ୍ୱର ସେମାନଙ୍କୁ ଭଲ କରି ସୃଷ୍ଟି କରିଅଛନ୍ତି। ମୁଁ ଚାହେଁ, ଯେ ସେମାନେ ମଧ୍ୟ ବୁଝନ୍ତୁ ଯେ ସେମାନେ ଭଲ ପିଲା ଅଟନ୍ତି, କାରଣ ଟେଲର୍, କୈଷ୍ଟେନ୍ ଓ ହେଡେନ୍ ମଧ୍ୟ ଏକ ଉତ୍ତମ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହୋଇଥିଲେ। ଆଉ ସେହି ବାସ୍ତବିକତାରେ ସେମାନଙ୍କ ସମ୍ମାନ ଅଛି। ହଁ, ମୁଁ ତାହା ଚାହେଁ ଯେ ସେମାନେ ଆପଣା ବିଷୟରେ ଭଲ ବିଚାର ରଖନ୍ତୁ, ମୁଁ ତାହା ଚାହେଁ ଯେ ସେମାନେ ଆପଣା କ୍ଷମତାକୁ ହାସଲ କରନ୍ତୁ, ତାହା ବାସ୍ତବରେ ଗୁରୁତ୍ଵପୂର୍ଣ୍ଣ ଅଟେ। କିନ୍ତୁ ସେମାନେ ତାହା ନୁହଁନ୍ତି, ମୁଁ ତାହା ନୁହେଁ, ଯଦିଓ ଆପଣ ଫିଙ୍ଗିବା ବଲ ପାଇଁ ମନୋନୀତ ହୋଇଥିବା ଶେଷ ବ୍ୟକ୍ତି ଅଟନ୍ତି, ତଥାପି ଆପଣ ତାହା ନୁହଁନ୍ତି। ତାହା ଆପଣମାନେ ନୁହଁନ୍ତି, ଆପଣମାନେ ସୃଷ୍ଟିର ଶିର୍ଷ ଅଟନ୍ତି। ପରମେଶ୍ୱର ଆପଣମାନଙ୍କୁ ଶିର୍ଷ ପରି ସୃଷ୍ଟି କରିଅଛନ୍ତି ଓ ସେ ଚାହାଁନ୍ତି ଯେ କେହି ତାହାଙ୍କ ସମାନ ହେଉ, ତାହାଙ୍କ ସଦୃଶ୍ୟ ହେଉ, ଯିଏ ତାହାଙ୍କ ପରି ପ୍ରେମ କରି ପାରେ, ଯିଏ ତାହାଙ୍କ ପରି ଚିନ୍ତା କରି ପାରେ, ଯିଏ ତାହାଙ୍କ ପରି ଦର୍ଶନ ଦେଖିପାରେ, ଯିଏ ତାହାଙ୍କ ପରି ସହଭାଗୀତା ରଖିବା ପାଇଁ ବାଞ୍ଛା କରିପାରେ। ଆଉ ସେ ଆପଣମାନଙ୍କୁ ସୃଷ୍ଟି କଲେ ଓ ସେ ମୋତେ ସୃଷ୍ଟି କଲେ। ତାହା ହିଁ ସମ୍ମାନ ଅଟେ ଓ ତାହାଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହେବା ବା ଉତ୍ତମ ରୂପେ ସୃଷ୍ଟି ହେବା ହିଁ ମାନବୀୟ ସମ୍ମାନର ଉତ୍ସ ଅଟେ। ହଁ, ସେହି ପ୍ରତିମୂର୍ତ୍ତି ନଷ୍ଟ ହୋଇଗଲା, ତାହା ହୋଇନାହିଁ କି? ଏହା ଆଦି ପୁସ୍ତକ ୩ ପର୍ବରେ ନଷ୍ଟ ହୋଇଗଲା। ଏହି ସୁନ୍ଦର ସୃଷ୍ଟି ମଧ୍ୟକୁ ପାପ ପ୍ରବେଶ କଲା। କିନ୍ତୁ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତି ଏବେ ମଧ୍ୟ ସେଠାରେ ଅଛି। ଆଉ ପରମେଶ୍ୱର ଆପଣା ସୃଷ୍ଟିକୁ ଏଡ଼େ ପ୍ରେମ କଲେ, ପରମେଶ୍ୱରଙ୍କ ନିମନ୍ତେ ତାହାଙ୍କ ପ୍ରତିମୂର୍ତ୍ତି ଏଡ଼େ ମୂଲ୍ୟ ଅଟେ, ଯେ ସେ ସ୍ୱେଚ୍ଛାରେ ଆପଣା ପୁତ୍ରକୁ ସୃଷ୍ଟିପାଇଁ ମୃତ୍ୟୁଭୋଗ କରିବା ନିମନ୍ତେ ପ୍ରେରଣ କଲେ। ସେ ମୃତ୍ୟୁଭୋଗ କଲେ, ଯେପରି ସେ ଆମ୍ଭମାନଙ୍କୁ ନର୍କର ଗର୍ତ୍ତରୁ ମୁକ୍ତି ଦିଅନ୍ତି ଓ ଆପଣା ନିକଟକୁ ଟାଣିଆଣନ୍ତି। ଏବଂ ଆପଣ ଏହି ପ୍ରକ୍ରିୟାର ସମାପ୍ତି ବିଷୟରେ ଜାଣନ୍ତି କି? ଆପଣ ଜାଣନ୍ତି କି ଯେ ଏହା ଦେଖିବା କାହିଁକି ମହତ୍ଵପୂର୍ଣ୍ଣ ଅର୍ଥାତ୍ “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟର ନିର୍ମାଣ କରୁ” ବାସ୍ତବରେ ଏହା ପରମେଶ୍ୱର ପିତା ଓ ପରମେଶ୍ୱର ପୁତ୍ର ଅଟନ୍ତି କି? ୧ ଯୋହନ ୩ ହେତୁ ଏହା ମହତ୍ଵପୂର୍ଣ୍ଣ ଅଟେ, ଅର୍ଥାତ୍ ଶେଷ ଦିନରେ, ଯେତେବେଳେ ଆମ୍ଭେମାନେ ତାହାଙ୍କ ସମ୍ମୁଖରେ ଛିଡ଼ା ହେବା ଓ ସେ ଯେପରି, ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା, ଓ ଯୋହନ କହନ୍ତି, ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା। ମୁଁ ଓ ଆପଣମାନେ ପରମେଶ୍ୱରଙ୍କ ସାଦୃଶ୍ୟରେ ସୃଷ୍ଟି ହୋଇଅଛୁ, ଓ ଆମ୍ଭେମାନେ ପାପରୁ ମୁକ୍ତି ପାଇଅଛୁ, ର୍ଥାତ୍ ଯଦି ଆପଣା ପାପକୁ ସ୍ୱୀକାର କରିଅଛୁ ଓ ଯୀଶୁଙ୍କୁ ଆପଣା ତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରି ଆପଣା ଜୀବନ ସମର୍ପିତ କରିଅଛୁ, ତେବେ ଆଗକୁ ଯାହା ଅଛି ତାହା ହେଉଛି, ଆମ୍ଭେମାନେ ସ୍ୱର୍ଗରେ ତାହାଙ୍କ ଦର୍ଶନ ପ୍ରାପ୍ତ ହେବା, ସେତେବେଳେ ସେ ଯେପରି ଅଟନ୍ତି, ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। ଆଉ ସୃଷ୍ଟି ସମୟରେ ଆମ୍ଭମାନଙ୍କ ଭିତରେ ଦିଆଯାଇଥିବା ପରମେଶ୍ୱରଙ୍କ ପ୍ରତିମୂର୍ତ୍ତି, ଉଚ୍ଚକ୍ରମରେ ବୃଦ୍ଧି ପାଇବ ଓ ପରିପୂର୍ଣ୍ଣତାକୁ ପ୍ରାପ୍ତ ହେବ ଓ ମୁଁ ମୋର ପରିତ୍ରାଣକର୍ତ୍ତାଙ୍କ ସମାନ ଦେଖାଯିବି। ଆଉ ଆପଣ ଆପଣଙ୍କ ପରିତ୍ରାଣକର୍ତ୍ତାଙ୍କ ପରି ଦେଖାଯିବେ।

ମୁଁ ଏପର୍ଯ୍ୟନ୍ତ କହି ଆସୁଅଛି, ଯେ ଲୋକମାନେ ସୃଷ୍ଟିର ଶିର୍ଷ ଅଟନ୍ତି, ତାହା ପୂର୍ଣ୍ଣତଃ ସତ୍ୟ ନୁହେଁ। ଯାହା କିଛି ସୃଷ୍ଟି ହୋଇଥିଲା, ସେମାନଙ୍କ ମଧ୍ୟରୁ ଆମ୍ଭେମାନେ ଶିର୍ଷ ଅଟୁ ଓ ଆମ୍ଭେମାନେ ଚରମ ଅଟୁ। କିନ୍ତୁ ଆଦି ପୁସ୍ତକ ୧ ପର୍ବ ସେହି ଚିତ୍ର ପ୍ରକାଶ କରେ ନାହିଁ, କାରଣ ଏହି ପର୍ବରେ ବାସ୍ତବିକତାକୁ ପରମେଶ୍ୱରଙ୍କ ଦୃଷ୍ଟିକୋଣରେ ପ୍ରକାଶ କରାଯାଇଅଛି। ଆଉ ଏହା ଏପରି ଏକ ପରମେଶ୍ୱର-କେନ୍ଦ୍ରିତ ଦୃଷ୍ଟିକୋଣ ଅଟେ ଯେ ସେଥିରୁ କ’ଣ ଅନୁମାନ ଲଗାଯାଇ ପାରେ? ଆପଣ ଓ ମୁଁ, ସମସ୍ତଙ୍କ ସମାନ ବିଶେଷତ୍ୱ ଅଟୁ। ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକେ ସମତୁଲ୍ୟ ମୂଲ୍ୟର ବ୍ୟକ୍ତି ଅଟୁ କାରଣ ପ୍ରତ୍ୟେକେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହୋଇଅଛୁ। ତରୁଣ ଓ ବୃଦ୍ଧ, ପୁରୁଷ ଓ ସ୍ତ୍ରୀ, ଆମେରିକା ନିବାସୀ ଓ ଯେକୌଣସି ସ୍ଥାନର ହେଉ ନା କାହିଁକି। ଆମ୍ଭେମାନେ ସମସ୍ତେ ସମାନ ରୂପରେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟ ଅଟୁ, କିନ୍ତୁ କ’ଣ ଆପଣ ଜାଣନ୍ତି ଯେ ଆପଣ କାହିଁକି ସୃଷ୍ଟ ହୋଇଅଛନ୍ତି? ହଁ, ପୃଥିବୀ ଉପରେ କର୍ତ୍ତୃତ୍ୱ କରିବା ପାଇଁ, ଏହା ଉପରେ ଅଧିକାର କରିବା ପାଇଁ, କିନ୍ତୁ କ’ଣ ଆପଣ ଜାଣନ୍ତି ଅବଶେଷରେ ଆପଣ କାହିଁକି ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟ ଅଟନ୍ତି? ଯିଶାଇୟ ୪୩ ପର୍ବରେ ପରମେଶ୍ୱର ଉଦ୍ଧାରର ବାସ୍ତବିକତା ବିଷୟରେ କହୁଅଛନ୍ତି, ଆଉ ସେ ୬ ପଦରୁ ଆରମ୍ଭ କରି କହନ୍ତି, “ଆମ୍ଭେ ଉତ୍ତର ଦିଗକୁ କହିବା, ଛାଡ଼ିଦିଅ ଓ ଦକ୍ଷିଣ ଦିଗକୁ କହିବା, ଅଟକାଇ ରଖ ନାହିଁ; ଆମ୍ଭ ପୁତ୍ରଗଣକୁ ଦୂରରୁ ଓ ଆମ୍ଭ କନ୍ୟାଗଣକୁ ପୃଥିବୀର ପ୍ରାନ୍ତରୁ ଆଣିଦିଅ; ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆପଣା ଗୌରବାର୍ଥେ ସୃଷ୍ଟି କରିଅଛୁ, ଏପରି ପ୍ରତ୍ୟେକ ଲୋକକୁ ଆଣ; ଆମ୍ଭେ ତାହାକୁ ଗଢ଼ିଅଛୁ; ହଁ, ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।” ଏହି କାରଣରୁ ଜଗତ ଏତେ ଭୁଲ ଅଟେ। ସମ୍ମାନ ଓ ଜୀବନର ଅର୍ଥ ଆମ୍ଭମାନଙ୍କ କର୍ମରୁ ଆସି ନ ଥାଏ, କିନ୍ତୁ ଏଥିରୁ ଯେ ମୁଁ ଏକ ଉଦ୍ଦେଶ୍ୟପୂର୍ଣ୍ଣ ସୃଷ୍ଟି ଅଟେ। ମୋତେ କର୍ତ୍ତୃତ୍ୱ କରିବା ଓ ଅଧିକାର କରିବା ପାଇଁ ଅକାଶମଣ୍ଡଳ ଓ ପୃଥିବୀ ଦିଆଯାଇଅଛି। କିନ୍ତୁ ଅବଶେଷରେ ପରମେଶ୍ୱରଙ୍କ ଆଜ୍ଞାବହ ହୋଇ ତାହାଙ୍କୁ ଗୌରବ ଦେବାର କାର୍ଯ୍ୟ ପ୍ରଦାନ କରାଯାଇଅଛି, ଏହି ବ୍ରହ୍ମାଣ୍ଡରେ କେବଳ ସେ ଏକମାତ୍ର ସମ୍ମାନ ଓ ମୂଲ୍ୟର ଯୋଗ୍ୟ ଅଟନ୍ତି। ଆମ୍ଭେମାନେ ଯାହା କରିଥାଉ ସେଥିରୁ ଆମ୍ଭମାନଙ୍କ ଜୀବନର ମହତ୍ତ୍ୱ ଖୋଜିବାକୁ ଆମ୍ଭେମାନେ କେବେ ମଧ୍ୟ ଚେଷ୍ଟା ନ କରୁ, କିନ୍ତୁ ଆମ୍ଭେମାନେ ଯିଏ ଅଟୁ ସେଥିରୁ ଆମ୍ଭମାନଙ୍କ ଜୀବନର ମହତ୍ତ୍ୱ ଖୋଜିବାକୁ ଚେଷ୍ଟା କରୁ, ଅର୍ଥାତ୍ ରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ, ସର୍ବୋତ୍ତମ ସୃଷ୍ଟି, ମୁକ୍ତି ପ୍ରାପ୍ତ, ଏବଂ ଅବଶେଷରେ ତାହାଙ୍କ ପରି ହେବା। ଆମ୍ଭମାନଙ୍କ ପାପସବୁ ଦୂର ହୋଇଯିବ ଓ ଆମ୍ଭେମାନେ ତାହାଙ୍କ ପରି ହେବା।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତଃ, ଆମ୍ଭେମାନେ ଯେତେବେଳେ ଏହା ଚିନ୍ତା କରିବା ବନ୍ଦ କରୁ, ତେବେ ଆମ୍ଭେମାନେ ସ୍ୱୀକାର କରୁ ଯେ ଆମ୍ଭେମାନେ କିଛି ବୁଝି ପାରୁ ନାହୁଁ। ଏହା ବୁଝିବା କଷ୍ଟକର ଅଟେ ଯେ ଆପଣମାନଙ୍କ ପରି ଅପରିମିତ, ଅସୀମିତ ପରମେଶ୍ୱର ମୋ ପରି ଏକ ବ୍ୟକ୍ତିକୁ, ଏହି କକ୍ଷରେ ଥିବା ପ୍ରତ୍ୟେକଙ୍କୁ ସୃଷ୍ଟି କରିବାକୁ ଚାହାଁନ୍ତି। କିନ୍ତୁ, ପିତଃ ଆପଣ ତାହା କରିଅଛନ୍ତି ଓ ଆମ୍ଭେମାନେ ସେଥିପାଇଁ ଧନ୍ୟବାଦୀ ଅଟୁ। ପିତଃ, ଏହି ଜଗତର ମିଥ୍ୟାକୁ, ଯେ ତାହା କ’ଣ ଅଟେ ଆମ୍ଭମାନଙ୍କୁ ଦେଖିବାକୁ ଦିଅ। ଆମ୍ଭେମାନେ କେବେ ମଧ୍ୟ ଜଗତର ମାନଦଣ୍ଡ ଦ୍ୱାରା ନ ମାପୁ। କେବଳ ଆପଣଙ୍କ ମାନଦଣ୍ଡରେ ତାହା ମାପିବାକୁ ଦିଅ। ଏହା ବୁଝିବାରେ ସାହାଯ୍ୟ କର ଯେ ଆପଣ ଆମ୍ଭମାନଙ୍କ ନିମନ୍ତେ ଯାହା କରିଅଛନ୍ତି ସେଥିପାଇଁ କ୍ରୁଶ ତଳେ ଆମ୍ଭେମାନେ ସମସ୍ତେ ସମାନ ମୂଲ୍ୟ ଓ ବିଶେଷତ୍ୱର ବ୍ୟକ୍ତି ଅଟୁ। ପିତଃ ଆମ୍ଭେମାନେ କେବେ ମଧ୍ୟ ଏହି ବ୍ରହ୍ମାଣ୍ଡର କେନ୍ଦ୍ର ନ ହେଉ, କିନ୍ତୁ ଆମ୍ଭେମାନେ ଯାହା କିଛି କହୁ ବା କରୁ ସେଥିର କେନ୍ଦ୍ର ଆପଣ ହୁଅନ୍ତୁ। ଆଉ ଆପଣଙ୍କ ସୃଷ୍ଟି, ଯାହା ଆପଣଙ୍କ ସମାନ ଅଟେ, ଆମ୍ଭେମାନେ ଏହି ସ୍ତୁତି ସଙ୍ଗୀତରେ ମିଶିପାରୁ ଅର୍ଥାତ୍ ଆକାଶମଣ୍ତଳ ପରମେଶ୍ଵରଙ୍କ ଗୌରବ ବର୍ଣ୍ଣନା କରେ; “ଶୂନ୍ୟମଣ୍ତଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ।“ ହେ ପିତଃ, ଆମ୍ଭେମାନେ ଯାହା ଅଟୁ ଓ ଯାହା କରୁ ତାହା ଦ୍ୱାରା ଆପଣଙ୍କ ଗୌରବ ହେଉଁ। ଆମେନ୍।