୩.  ପତନ

ପିତଃ, ଆମ୍ଭେମାନେ ସ୍ୱୀକାର କରୁ ଯେ ସନ୍ତୁଳନ ରହିବା କଠିନ ଅଟେ, ଅର୍ଥାତ୍ ଆମ୍ଭମାନଙ୍କ ନିମନ୍ତେ  ଟଳମଳ ହୋଇ ଗୋଟିଏ ପାର୍ଶ୍ୱକୁ ଆସିବା ଅନ୍ୟ ପାର୍ଶ୍ୱଠାରୁ ଅତି ସହଜ ଅଟେ। ପିତଃ, ପାପ ପ୍ରତି ଖସିଯିବା ପୁଣି ଆପଣଙ୍କ ସୃଷ୍ଟି ଉପରେ ହାର ବିନାଶକାରୀ ପ୍ରଭାବରେ ଆସିବା ଆମ୍ଭମାନଙ୍କ ନିମନ୍ତେ ଅତି ସହଜ ଅଟେ। ଆମ୍ଭମାନଙ୍କ ନିମନ୍ତେ ମୁକ୍ତିର ପାର୍ଶ୍ୱକୁ ମଧ୍ୟ ଆସିବା ସହଜ ଅଟେ, ଅର୍ଥାତ୍ ଆପଣ ଯେ ଆମ୍ଭମାନଙ୍କୁ ପ୍ରେମ କରନ୍ତି, ଆମ୍ଭମାନଙ୍କ ଚିନ୍ତା କରନ୍ତି ପୁଣି ଆମ୍ଭମାନଙ୍କ ନିମନ୍ତେ କରିଅଛନ୍ତି ଆଉ ଚିରକାଳ ନିମନ୍ତେ ଆପଣଙ୍କ ସହିତ ସ୍ୱର୍ଗରେ ବାସ କରିବା ନିମନ୍ତେ ଆମ୍ଭମାନଙ୍କୁ ଆପଣା ନିକଟକୁ ନେବେ। କିନ୍ତୁ, ପିତଃ, ଉଭୟ ସତ୍ୟତା ବାସ୍ତବିକ ଅଟେ  ଓ ଆମ୍ଭେମାନେ ତାହା ଆପଣଙ୍କ ନିକଟରେ ସ୍ୱୀକାର କରୁ। ଆଦି ପୁସ୍ତକ ୩ ପର୍ବରେ ଉଭୟ ବିଷୟ ଶିକ୍ଷା ଦିଆଯାଇଛି। ପିତଃ, ଆମ୍ଭେମାନେ ଯେତେବେଳେ ଏହି ମାଧ୍ୟମରେ କାର୍ଯ୍ୟ କରୁ, ଓ ଆପଣା ଗୃହକୁ ଯାଉ, ତେବେ ଆମ୍ଭେମାନେ ଯେପରି ପାପର ଭୟାବହତାକୁ ଓ ଏହି ପାପୀ ସୃଷ୍ଟି ପାଇଁ ଆପଣଙ୍କ ମୁକ୍ତିର ଆଶ୍ଚର୍ଯ୍ୟ କାର୍ଯ୍ୟକୁ ସନ୍ତୁଳିତ ଭାବରେ ବୁଝିପାରୁ, ସେଥିପାଇଁ ପ୍ରାର୍ଥନା କରୁ। ସେଥିସକାଶୁ, ପିତଃ, ଆମ୍ଭେମାନେ ଧନ୍ୟବାଦ ଦେଉ ଯେ ଆପଣ କେବଳ ନ୍ୟାୟ କରିବା ପରମେଶ୍ୱର କିମ୍ବା କେବଳ ତ୍ରାଣକର୍ତ୍ତା ପରମେଶ୍ୱର ନୁହଁନ୍ତି। ଆମ୍ଭେମାନେ ଆପଣଙ୍କୁ ଧନ୍ୟବାଦ ଦେଉ, ଯୀଶୁଙ୍କ ନାମରେ, ଆମେନ୍।

୧. ପରିଚୟ

ଆମ୍ଭେମାନେ ଗତ କେତୋଟି ସପ୍ତାହରେ ବାଇବଲ ସମ୍ବନ୍ଧୀୟ ୫୨ ଗୋଟି କାହାଣୀକୁ ଆରମ୍ଭ କରି ଆଦି ପୁସ୍ତକ ୧ ପର୍ବ ଉପରେ ଚିନ୍ତା କଲୁ। ଆମ୍ଭେମାନେ ଚିନ୍ତା କଲୁ ଯେ କିପ୍ରକାରେ ଅଦ୍ୱିତୀୟ ପରମେଶ୍ୱର ସମସ୍ତ ସୃଷ୍ଟିକୁ ରଚିଲେ ପୁଣି ପରମେଶ୍ୱରଙ୍କ ପ୍ରତିମୂର୍ତ୍ତି ବିଷୟରେ ଆଲୋଚନା କଲୁ ଓ ତାହାଙ୍କ ପ୍ରତିମୂର୍ତ୍ତିରେ ନିର୍ମାଣ ହେବାର ଅର୍ଥ କ’ଣ, ତାହା ମଧ୍ୟ ଚିନ୍ତା କଲୁ। ଯେପରି ପୂର୍ବେ ମୁଁ ଆଦି ପୁସ୍ତକ ୨ ପର୍ବକୁ ପଢ଼ିଲି, ମୋଶା ପୁନର୍ବାର ସୃଷ୍ଟିର ବୃତ୍ତାନ୍ତକୁ ବର୍ଣ୍ଣନା କରନ୍ତି, କିନ୍ତୁ ଏହିଥର ସେ ଆଦମ ଓ ହବାଙ୍କ ସୃଷ୍ଟି ବିଷୟରେ ଗୁରୁତ୍ଵ ଦେଇ ବର୍ଣ୍ଣନା କରନ୍ତି ପୁଣି ସେ କହନ୍ତି ଯେ ଭୂମିରେ କାର୍ଯ୍ୟ କରିବା ପାଇଁ ଆଦମ କିପରି ଭୂମିର ଧୂଳିରୁ ନିର୍ମିତ ହଲେ, ଏବଂ ତା’ପରେ ଆଦମ ନିମନ୍ତେ ଉପଯୁକ୍ତ ଏକ ସହାୟକ ହେବା ପାଇଁ ଆଦମଙ୍କଠାରୁ ହବା କିପରି ନିର୍ମିତ ହେଲେ। ତାହା ହିଁ ଏବ୍ରୀ ଭାଷା ପ୍ରକାଶ କରିବାକୁ ଚେଷ୍ଟା କରୁଅଛି ଆଉ ଆମ୍ଭେମାନେ ତାହା ଇଂରାଜୀରେ ସହଜରେ କହି ପାରିବା ନାହିଁ। ଏବଂ ବାସ୍ତବରେ, “ସହାୟକ” ଶଦ୍ଦର ଅର୍ଥ ଏହା ନୁହେଁ ଯେ ହବାଙ୍କର ମୂଲ୍ୟ କମ୍ଟେ। ଏହି ବାକ୍ୟ ସମ୍ପୂର୍ଣ୍ଣ ପୁରାତନ ନିୟମରେ ପରମେଶ୍ୱରଙ୍କ ନିମନ୍ତେ ବ୍ୟବହାର କରାଯାଇଅଛି, କିନ୍ତୁ ସେଥି ସକାଶୁ ହିଁ ହବାଙ୍କ ସୃଷ୍ଟି ହୋଇଥିଲା, ଯେ ସେ ଆଦମଙ୍କ ନିମନ୍ତେ ଏକ ଉପଯୁକ୍ତ ସହାୟକ ହେବେ

ଯେପରି ପରମେଶ୍ୱର ଇଚ୍ଛା କଲେ ସେହିପରି ହିଁ ସମସ୍ତ ବିଷୟ ଥିଲା। ସେହି ପ୍ରକାରେ ଆପଣ ଆଦି ପୁସ୍ତକ ୨ ପର୍ବକୁ ସମାପ୍ତ କରନ୍ତି। ପରମେଶ୍ୱର ସମସ୍ତ ବସ୍ତୁ ସୃଷ୍ଟି କଲେ ଓ ଯେପରି ସେ ଚାହୁଁ ଥିଲେ, ତାହା ସେହିପରି ହେଲା। ସେଠାରେ ଯନ୍ତ୍ରଣା ନ ଥିଲା; ସୃଷ୍ଟି ଓ ସୃଷ୍ଟିକର୍ତ୍ତାଙ୍କ ମଧ୍ୟରେ କୌଣସି ଯନ୍ତ୍ରଣା ନ ଥିଲା, ମନୁଷ୍ୟ ଓ ପଶୁଗଣ ମଧ୍ୟରେ କୌଣସି ଯନ୍ତ୍ରଣା ନ ଥିଲା, ଏପରିକି ବିବାହରେ ମଧ୍ୟ କୌଣସି ଯନ୍ତ୍ରଣା ନ ଥିଲା। ଏବଂ ସେଥିପାଇଁ ୨ ପର୍ବର ଶେଷ ପଦ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ସେମାନେ ଉଲଙ୍ଗ ଅବସ୍ଥାରେ ଥିଲେ କିନ୍ତୁ ଲଜ୍ଜାବୋଧ ନ ଥିଲା। ସେଠାରେ କୌଣସି ପ୍ରକାରର ଉତ୍ତେଜନା ନ ଥିଲା, ବିବାହରେ ମଧ୍ୟ କୌଣସି ଯନ୍ତ୍ରଣା ନ ଥିଲା, ଆଉ ସେମାନଙ୍କୁ କେବଳ ଗୋଟିଏ ବିଷୟ କରିବାକୁ ଥିଲା, ଅର୍ଥାତ୍ ଗୋଟିଏ ବୃକ୍ଷର ଫଳ ଖାଇବାକୁ ନିଷେଧ ଥିଲା। ପରମେଶ୍ୱର ସେମାନଙ୍କୁ ସମ୍ପୂର୍ଣ୍ଣ ଉପବନ, ଅର୍ଥାତ୍ ସମ୍ପୂର୍ଣ୍ଣ ଉଦ୍ୟାନ ପ୍ରଦାନ କଲେ। ସେ କହିଲେ, “ସ୍ଵଚ୍ଛନ୍ଦରେ ଭୋଜନ କର”। ସେଠାରେ ଗୋଟିଏ ବୃକ୍ଷ ଅଛି ଓ ସୃଷ୍ଟିକର୍ତ୍ତା ସୃଷ୍ଟିର ଦାୟିତ୍ୱ ଭାର ବହନ୍ତି। ପରମେଶ୍ୱର ଆପଣା ସୃଷ୍ଟିକୁ ବାଧ୍ୟତାର ଜୀବନ ମାଧ୍ୟମରେ ତାହାଙ୍କ ଗୌରବ ଓ ସମ୍ମାନ କରିବା ନିମନ୍ତେ ଏକ ଗତିପଥ ପ୍ରଦାନ କରୁଅଛନ୍ତି। ତାହା ହିଁ ସେହି ସଦସତ୍ ଜ୍ଞାନଦାୟକ ବୃକ୍ଷର ଫଳ ବିଷୟରେ ଅଟେ, ତାହା ହିଁ ଏକମାତ୍ର ବାଧ୍ୟତାର କାର୍ଯ୍ୟ ଅଟେ।

୨. ପତନର ବୃତ୍ତାନ୍ତ

ତାହା କହିବା ପରେ, ଆମ୍ଭେମାନେ ଆଦି ପୁସ୍ତକ ୩ ପର୍ବରେ ପ୍ରବେଶ କରୁ, ଓ ଏହାକୁ ଐତିହାସିକ ରୂପରେ “ପତନ” କୁହାଯାଏ, ଆଦମ ଓ ହବାଙ୍କ ପତନ ଏବଂ ସମ୍ପୂର୍ଣ୍ଣ ମାନବଜାତିର ପତନ ଅଟେ। ସୃଷ୍ଟି ପ୍ରତି ଥିବା ପରମେଶ୍ୱରଙ୍କ ଅଭିପ୍ରେତରୁ ପତନ, ଅର୍ଥାତ୍ ପାପରେ ପତନ ଯାହା ପରମେଶ୍ୱରଙ୍କ ପ୍ରକୃତ ଉଦ୍ଦେଶ୍ୟ ନ ଥିଲା। ତେଣୁ ଆସନ୍ତୁ ଆମ୍ଭେମାନେ ଆଦି ପୁସ୍ତକ ୩ ପର୍ବ ମଧ୍ୟ ଦେଇ ଗତି କରୁ। ଏବଂ ବାସ୍ତବରେ, ଏହି ସପ୍ତାହରେ ମୁଁ ସ୍ଟିଭ୍ ଓ ରବିନଙ୍କୁ ଏହା କହି ଆସୁଅଛି ଯେ ଯଦି ଆମ୍ଭେମାନେ ୫୨ଟି କାହାଣୀ କହିବାକୁ ଯାଉଅଛୁ, ତେବେ ମୋତେ କାହାଣୀଗୁଡ଼ିକୁ କହିବାରେ ସନ୍ତୁଷ୍ଟ ହେବାକୁ ପଡ଼ିବ ଏବଂ ତାହା ମୋ ପାଇଁ ଟିକିଏ ଭିନ୍ନ ଅଟେ। ଏହା ଅପେକ୍ଷା ମୁଁ ଗୋଟିଏ ପଦ ବା ଅନୁଚ୍ଛେଦକୁ ଚୟନ କରିବି, କିନ୍ତୁ ଆମ୍ଭେମାନେ ଆସନ୍ତା ୫୧ ସପ୍ତାହ କାହାଣୀ କହିବାରେ ସମୟ ବ୍ୟତୀତ କରିବାକୁ ଯାଉଅଛୁ, କିନ୍ତୁ ସେମାନଙ୍କ ମଧ୍ୟରୁ ସର୍ବଦା ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଲୋଚନା କରୁ, ଯଦ୍ଦ୍ଵାର ଆପଣ ସେହିସବୁ ଦେଖି ପାରିବେ।

କ. ଶୟତାନର ପ୍ରଶ୍ନ

ଆଦି ପୁସ୍ତକ ୩ ପର୍ବ ଶୟତାନ ଏକ ସର୍ପର ରୂପ ନେଇ ହବାଙ୍କୁ ଏକ ପ୍ରଶ୍ନ ପଚାରିବା ଦ୍ୱାରା ଆରମ୍ଭ ହୁଏ। ଆଉ ଏହା ଏହିପରି ଆରମ୍ଭ ହୁଏ, “ସଦାପ୍ରଭୁ ପରମେଶ୍ଵରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କି କହିଲା, ଆଗୋ, ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ଵର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି?” ମୋ କହିବାର ଅର୍ଥ ଶୟତାନ ଆପଣା ମୁଖର ପ୍ରଥମ ବାକ୍ୟରୁ ମିଥ୍ୟା କହୁଅଛି, ଏହା ନୁହେଁ କି? ଏବଂ ଶୟତାନର ମିଥ୍ୟା କଥାର ସାର କ’ଣ ଅଟେ? ପରମେଶ୍ୱରଙ୍କ ବିଷୟରେ ଏକ ଭ୍ରମାତ୍ମକ ପ୍ରକାଶନ ହିଁ ଶୟତାନର ମିଥ୍ୟାର ସାର ଅଟେ। ସେ ପରମେଶ୍ୱରଙ୍କ ପ୍ରଚୁର ଯୋଗାଣକୁ ଭୁଲ ବର୍ଣ୍ଣନା ଦେଉଅଛି ଏବଂ ସେ ଗୋଟିଏ ନିଷେଧ କରାଯାଇଥିବା ବସ୍ତୁକୁ ନେଇ ଭୁଲ ଅନୁପାତ ଦେଇ ପ୍ରଲୋଭନ ଉତ୍ପନ୍ନ କରୁଅଛି। ଏଠାରେ ପରମେଶ୍ୱର ଯେ କିଏ ଓ ସେ କ’ଣ କହିଅଛନ୍ତି ସେହି ବିଷୟରେ ଭ୍ରମାତ୍ମକ ପ୍ରକାଶନ କରିବା ମିଥ୍ୟା ସାର ଅଟେ।

ଖ. ହବାଙ୍କ ଉତ୍ତର

ତେଣୁ ହବା ୨ ଓ ୩ ପଦରେ ତାହାକୁ ଉତ୍ତର ଦିଅନ୍ତି, “ନାରୀ ସର୍ପକୁ କହିଲେ, ‘ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ’” (ଏବଂ ସେ ସତ୍ୟ କହିଲେ) “କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷରଫଳ ବିଷୟରେ ପରମେଶ୍ଵର କହିଅଛନ୍ତି, ତୁମ୍ଭେମାନେ ତାହା ଖାଇବ ନାହିଁ” (ଏବଂ ସେ ସତ୍ୟ କହିଲେ) ଓ “ଛୁଇଁବ ନାହିଁ” (ତାହା ପରମେଶ୍ୱର କେବେ ମଧ୍ୟ କହି ନାହାଁନ୍ତି), ‘ତାହା କଲେ ନିତାନ୍ତ ମରିବ।’” ଆପଣ ଦେଖନ୍ତୁ, ଶୟତାନର ମିଥ୍ୟା ବର୍ଣ୍ଣନାର ପ୍ରତ୍ୟୁତ୍ତର ଦେବା ସମୟରେ, ହବା ପରମେଶ୍ୱରଙ୍କ ଆଜ୍ଞା ଓ ତାହାଙ୍କ ଯୋଗାଣର ମିଥ୍ୟା ବର୍ଣ୍ଣନା କରନ୍ତି। କିନ୍ତୁ ଏହି ଅନୁଚ୍ଛେଦରେ ରୁଚିକର ବିଷୟ ଏହା ଯେ, ଯଦି ଆପଣ ପାଦଟୀକାକୁ ଦେଖିବେ, ତେବେ “ତୁମେ” ଶବ୍ଦ ବହୁବଚନ ଅଟେ। ଶୟତାନ କାହାକୁ କହୁଅଛି? ଯାହା ବି ହେଉ, ଯଦି ଆପଣ କଳାକୃତିକୁ ଦେଖିବେ, ତେବେ ଏହା ସାମାନ୍ୟ ରୂପରେ ସର୍ପ ଓ ହବା ଅଟନ୍ତି, କିନ୍ତୁ ତାହା ନୁହେଁ। “ତୁମେ” ଶବ୍ଦ ବହୁବଚନ ଅଟେ ଏବଂ ଆଦମ ପୂର୍ଣ୍ଣ ସମୟ ସେଠାରେ ଛିଡ଼ା ହୋଇଅଛନ୍ତି। ବାସ୍ତବରେ, ତାହା ୬ ପଦରେ ସ୍ପଷ୍ଟ ହୋଇଅଛି। ପରେ ସେ ଏହି ବାର୍ତ୍ତଳାପରେ ଭାଗୀ ହୋଇ ନ ଥିଲା। ପ୍ରଲୋଭନର ଆରମ୍ଭରୁ ଆଦମ ସେଠାରେ ଅଛନ୍ତି, କିନ୍ତୁ ଆପଣା ମୁଖ ଫିଟାଉ ନାହାନ୍ତି, କିମ୍ବା ଆପଣା ଅଙ୍ଗୁଳି ଦେଖାଉ ନାହାନ୍ତି, ଏବଂ ଆପଣା ଭାର୍ଯ୍ୟାକୁ ଶୟତାନ ଦ୍ୱାରା ପ୍ରଲୋଭିତ ହେବାକୁ ଦେଉଅଛନ୍ତି। ଏହା ଦେଖିବା ଅତି ଗୁରୁତ୍ୱର ବିଷୟ ଅଟେ, ଆଉ ଦୁର୍ଭାଗ୍ୟବଶତଃ ଆମ୍ଭମାନଙ୍କୁ ତାହା ମଧ୍ୟଯୁଗୀୟ କଳା ପ୍ରକାଶ କରେ।

ଗ. ଶୟତାନର ଖଣ୍ଡନ

ଏହି ପ୍ରକାରେ ଆଦମ ନୁହେଁ, କିନ୍ତୁ ହବା, ଶୟତାନକୁ ଖଣ୍ଡନ କରେ ଏବଂ ତାପରେ ୪ ପଦ ଓ ନିମ୍ନ ପଦଗୁଡ଼ିକରେ ପୁନର୍ବାର ଶୟତାନକୁ ଆସିବା ଦେଖୁ, “ସର୍ପ ନାରୀଙ୍କି କହିଲା, ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ; ବରଞ୍ଚ ପରମେଶ୍ଵର ଜାଣନ୍ତି, ତୁମ୍ଭେମାନେ ଯେଉଁ ଦିନ ତାହା ଖାଇବ, ସେହି ଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ଵରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ।”

ଦେଖନ୍ତୁ, ଶୟତାନ ଏବେ ତ୍ରିଗୁଣିତ ମିଥ୍ୟା ସହିତ ଆସେ। ଯୀଶୁ ଯେ ଶୟତାନକୁ “ମିଥ୍ୟା-ବାଦୀର ପିତା” କହନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କୌଣସି ବିଷୟ ନାହିଁ, କାରଣ ସେ ଯାହାକିଛି କହିଥାଏ ତାହା ମିଥ୍ୟା ଅଟେ। ଦେଖନ୍ତୁ, ସେ କ’ଣ କରେ। ସେ ତିନୋଟି ମିଥ୍ୟା କହେ। ସର୍ବ ପ୍ରଥମେ, ସେ ପରମେଶ୍ୱରଙ୍କୁ ମିଥ୍ୟାବାଦୀ କହେ, ସେ ନୁହେଁ କି? ଆପଣ ତାହା ଦେଖନ୍ତି କି? “ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ। ପରମେଶ୍ୱର ଆପଣମାନଙ୍କୁ ମିଥ୍ୟା କହୁଅଛନ୍ତି।” ଦ୍ୱିତୀୟରେ, ସେ ପରମେଶ୍ୱରଙ୍କ ଚରିତ୍ର ଉପରେ ପ୍ରଶ୍ନ କରେ। ମୋ କହିବାର ଅର୍ଥ ଆଧୁନିକ ବାକ୍ୟରେ, ସେ କହୁଅଛି, “ତୁମ୍ଭେମାନେ ଜାଣ, ପରମେଶ୍ୱର ତୁମ୍ଭମାନଙ୍କୁ ତଳେ ରଖିବାକୁ ଚେଷ୍ଟା କରୁଅଛନ୍ତି।” ତୁମ୍ଭେମାନେ ଯେପରି ଆପଣା ପୂର୍ଣ୍ଣ କ୍ଷମତାକୁ ବୁଝି ନ ପାର, ସେଥିପାଇଁ ପରମେଶ୍ୱର ଚେଷ୍ଟା କରୁଅଛନ୍ତି। ସେ ଜାଣନ୍ତି, ଯଦି ତୁମ୍ଭେମାନେ ସେହି ବୃକ୍ଷରୁ ଖାଇବ, ତହିଁରେ ତୁମ୍ଭେମାନେ ପରମେଶ୍ଵରଙ୍କ ପରି ହେବ, ତେଣୁ ସେ ଚାହାଁନ୍ତି ନାହିଁ ଯେ ତୁମ୍ଭେମାନେ ତାହାଙ୍କ ପରି ହୁଅ। ତୁମ୍ଭେମାନେ ଯେପରି ଆପଣା ପୂର୍ଣ୍ଣ କ୍ଷମତାକୁ ବୁଝି ନ ପାର, ସେଥିପାଇଁ ପରମେଶ୍ୱର ଚେଷ୍ଟା କରୁଅଛନ୍ତି ଓ ତୁମ୍ଭମାନଙ୍କୁ ତଳେ ରଖୁଅଛନ୍ତି।” ଦେଖନ୍ତୁ, ୟତାନ ପରମେଶ୍ୱରଙ୍କ ଚରିତ୍ର ଉପରେ ପ୍ରଶ୍ନ କରୁଅଛି। ଏବଂ ତୃତୀୟରେ, “ତୁମ୍ଭେମାନେ ପରମେଶ୍ଵର ହୋଇଯିବ” ତାହା ଏକ ମିଥ୍ୟା ଅଟେ। ଗୋଟିଏ ଅର୍ଥରେ ଶୟତାନ କହୁଅଛି ଯେ, ଯାହାକିଛି ଜାଣିଅଛ ତାହାକୁ ଉପେକ୍ଷା କର। ଆଦିପୁସ୍ତକ ୧ ଓ ୨ ପର୍ବକୁ ଉପେକ୍ଷା କର। ତୁମ୍ଭମାନଙ୍କୁ କୁହାଯାଇଥିଲା, ଯେ ତୁମ୍ଭେମାନେ ସୃଷ୍ଟିର ଏକ ଅଂଶ ଓ ତୁମ୍ଭେମାନେ କେବେ ମଧ୍ୟ ସୃଷ୍ଟିକର୍ତ୍ତା ହୋଇ ପାରିବ ନାହିଁ, ଏହା ଉପେକ୍ଷା କର। ତୁମ୍ଭେମାନେ ସୃଷ୍ଟିକର୍ତ୍ତା ହୋଇ ପାରିବ। ତୁମ୍ଭେମାନେ ଦେବତା ହୋଇ ପାରିବ। ତୁମ୍ଭେମାନେ କେବଳ ତାହା ଖାଅ, ଆଉ ତୁମ୍ଭେମାନେ ଦେବତାଗଣ ହୋଇଯିବ।“ ତ୍ରିଗୁଣିତ ମିଥ୍ୟା; ଶୟତାନ ବାସ୍ତବରେ ମିଥ୍ୟା-ବାଦୀର ପିତା ଅଟେ।

ଘ. ଆଦମ ଓ ହବାଙ୍କ ପାପ

ଏବଂ ୬ ପଦରେ ଆଦମ ଓ ହବା ପାପ କରନ୍ତି। “ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ,” (ଉଭୟ ସତ୍ୟ ଅଟେ), “ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ଥ ସ୍ଵାମୀଙ୍କୁ ଦିଅନ୍ତେ, ସେ ମଧ୍ୟ ଖାଇଲେ।” ଅଗ୍ରଗତିକୁ ଧ୍ୟାନ ଦିଅନ୍ତୁ। ଆଦମ ଓ ହବା ମିଥ୍ୟା ଉପରେ ବିଶ୍ୱାସ କଲେ, ଆପଣ ତାହା ଦେଖିଲେ କି? ବୃକ୍ଷକୁ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖିଲେ। ସେମାନଙ୍କ ହୃଦୟ ଭ୍ରଷ୍ଟ ହେଲା, ସେମାନଙ୍କ ମନ ମଧ୍ୟ ଭ୍ରଷ୍ଟ ହେଲା। ଶୟତାନର ମିଥ୍ୟାକୁ ସେମାନେ ବିଶ୍ୱାସ କଲେ। ଆଉ ସେହି ପାପମୟ ହୃଦୟରୁ, ଅର୍ଥାତ୍ ସେଠାରୁ ସମସ୍ତ ପାପ ନିର୍ଗତ ହୁଏ, ସଠିକ୍ କି? ତା’ଉତ୍ତାରେ, ସେହି ପାପମୟ ହୃଦୟରୁ ପାପମୟ କ୍ରିୟା ଆସେ, ସେମାନେ ନିଷେଧ କରାଯାଇଥିବା ବୃକ୍ଷରୁ ଫଳ ତୋଳିଲେ ପୁଣି ଖାଇଲେ।

ଏହି ପାପରେ ଆଦମଙ୍କ ସହଭାଗୀ ହେବା ବିଷୟରେ ଧ୍ୟାନ ଦିଅନ୍ତୁ। ଅନେକ ସମୟରେ ଏହା ଆଦି ପୁସ୍ତକ ୩ ପର୍ବରେ ଚର୍ଚ୍ଚା କରାଯାଇ ନ ଥାଏ, କିନ୍ତୁ ତାହା ଏହି ପର୍ବର ଏକ ମୁଖ୍ୟ ବିଷୟ ଅଟେ। ଆଦମ ମୂଳ ରୂପରେ ଦୁର୍ବଳ ବ୍ୟକ୍ତି ଅଟନ୍ତି; ସେ ଜଣେ ପୁରୁଷ ରୂପରେ ଦୁର୍ବଳ ଅଟନ୍ତି; ସେ ଜଣେ ସ୍ୱାମୀ ରୂପରେ ଦୁର୍ବଳ ଅଟନ୍ତି। ଆପଣ ଚିନ୍ତା କରି ପାରିବେ କି, ସ୍ୱର୍ଗରେ ଆଦମଙ୍କୁ କେତେଥର କ୍ଷମା ପ୍ରାର୍ଥନା କରିବାକୁ ହେବ? “ଆହା, ତୁମେ ଆଦମ ଅଟ,” “ମୁଁ ଦୁଃଖିତ, ମୁଁ ଦୁଃଖିତ ଅଟେ, ହଁ... ” କିନ୍ତୁ ସେ ଗୋଟିଏ ଦୁର୍ବଳ ବ୍ୟକ୍ତି ଅଟନ୍ତି। ସେ ଅଙ୍ଗୁଳି ଦେଖାଇଲେ ନାହିଁ, ସେ ଆପଣା ମୁଖ ଫିଟାଇଲେ ନାହିଁ। ଏବଂ ଆପଣ ଜାଣନ୍ତି କି ତାହା କେତେ ସାଂଘାତିକ ଅଟେ? ଏହି ଜଗତରେ ପାପ ପ୍ରବେଶର ଦୋଷକୁ କିଏ ବହନ କରେ? ବର୍ତ୍ତମାନ, ଯଦି ଆପଣ ପୁରାତନ ନିୟମର ମୌଳିକ ଭାବେ ଅସ୍ୱୀକୃତ ପୁସ୍ତକ ମଧ୍ୟରୁ ବେନ୍ ସିରାକୁ ପଢ଼ନ୍ତି, ତେବେ ତାହା ହବାଙ୍କ ଦୋଷ ଅଟେ। ବେନ୍ ସିରା ନାରୀମାନଙ୍କୁ ଘୃଣା କରିବା ବ୍ୟକ୍ତି ଥିଲେ, ସେ ନାରୀମାନଙ୍କୁ ଘୃଣା କଲେ ଓ ସବୁ ବିଷୟ ପାଇଁ ଦୋଷାରୋପଣ କଲେ। କିନ୍ତୁ ବାଇବଲରୁ, ପାଉଲ, ହବାଙ୍କ ଦ୍ୱାରା ପାପ ଉତ୍ପନ୍ନ ହେବା କେବେ କହେ ନାହିଁ। ଆପଣ ରୋମୀୟ ୫:୧୨ କୁ ଜାଣନ୍ତି କି? “ଅତଏବ, ଯେପରି ଜଣେ ଲୋକ ଦ୍ଵାରା ପାପ ଓ ପାପ ଦ୍ଵାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହିପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ।” ଏବଂ ତା’ପରେ ଆଦମଙ୍କ ପାପର ପରିଣାମ ଉପରେ ରୋମୀୟ ୫ ପର୍ବରେ ଆଲୋଚନା ହୁଏ। ଆପଣ ଦେଖନ୍ତୁ, ଆମ୍ଭେମାନେ କାହାଣୀକୁ ଦେଖୁ, ଆମ୍ଭେମାନେ ହବାଙ୍କୁ ବାର୍ତ୍ତାଳପ କରୁଥିବା ଦେଖୁ, କିନ୍ତୁ ଆଦମ ଆପଣା ଭାର୍ଯ୍ୟା ହବାଙ୍କୁ ବା ଆପଣା ବୈବାହିକ ଜୀବନକୁ ରକ୍ଷା କରିବା ବିନା, ସେଠାରେ ଛିଡ଼ା ହୋଇଅଛନ୍ତି। ଏବଂ ସେ ସେଠାରେ ଅଛନ୍ତି, ସେ ମଧ୍ୟ ଏଥିର ଭାଗୀ ଅଟନ୍ତି, ଓ ସେ, ଆଦମ ଏହି ଜଗତରେ ପାପ ପ୍ରବେଶ ହେବାର ଦୋଷୀ ଅଟନ୍ତି। ଆଉ ଏହା କାହିଁକିର ଏକ ରୁଚିକର ପ୍ରଶ୍ନ ଅଟେ? ଆଦମ କାହିଁକି ଦଣ୍ଡ ଭୋଗିଲେ? ଆଉ ଉତ୍ତରରେ କିଛି ବାଦବିବାଦ ରହିଅଛି, ଯଦି ମୁଁ ତାହା ଏପର୍ଯ୍ୟନ୍ତ କହି ନାହିଁ ତେବେ ମୋତେ ତାହା ସ୍ପଷ୍ଟ କରିବାକୁ ଦେଉନ୍ତୁ। ଯେଉଁ ବିଷୟ ବିବାଦସ୍ପଦ ଅଟେ, ମୁଁ ସବୁବେଳେ ତାହା କହିବାକୁ ଚେଷ୍ଟା କରିବି। ଯେତେବେଳେ ମୁଁ ପ୍ରଚାର କରେ, ଏବଂ ମୁଁ ଯୋଗ୍ୟ ମନେ କରେ ନାହିଁ, ମୁଁ ବିଶ୍ୱାସ କରେ ଯେ, ମୁଁ ପରମ୍ପରାଗତ ମତରେ ସ୍ଥିର ରୁହେ। ଯଦି ଏହା ଏକ ବିବାଦସ୍ପଦ ଅନୁଚ୍ଛେଦ ଅଟେ, ମୁଁ ଆପଣଙ୍କୁ କହିବି, ଠିକ୍ ଅଛି? ଆଉ ଏହା ଏକ କଠିନ ବିଷୟମାନଙ୍କ ମଧ୍ୟରୁ ଗୋଟିଏ ଅଟେ, ଓ ସେଥିପାଇଁ ଏହା ବିବାଦସ୍ପଦ ହେବାକୁ ଯାଉଅଛି। ମୋ ମତରେ, ହବା ବାର୍ତ୍ତାଳାପ କରିବା ଓ ଶେଷରେ ଆଦମଙ୍କୁ ଦୋଷାରୋପଣ କରାଯିବାର ଉତ୍ତର ୧ ତୀମଥି ୨ ପର୍ବରେ ମିଳିପାରେ। ଏହି ଅନୁଚ୍ଛେଦ ମଣ୍ଡଳୀରେ ନେତୃତ୍ଵ ଦେଉଥିବା ଲୋକମାନଙ୍କ ବିଷୟରେ ଅଟେ। ପାଉଲ କହନ୍ତି ଯେ ପୁରୁଷଗଣ ମଣ୍ଡଳୀକୁ ନେତୃତ୍ଵ ଦେବା ଉଚିତ୍, ତେଣୁ ସେ ୧ ତୀମଥି ୨:୧୩ ରେ ଲେଖନ୍ତି, “କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ।” ପାଉଲ ଯାହା ଯୁକ୍ତି କରୁଅଛନ୍ତି, ମୋ ମତରେ, ଯେତେବେଳେ ସେ ଆଦି ପୁସ୍ତକ ୧, ୨, ଓ ୩ ପର୍ବକୁ ଦେଖନ୍ତି, ତେବେ ପ୍ରଥମେ ଆଦମଙ୍କ ସୃଷ୍ଟି ହୋଇଅଛି ଓ ତାହା ପରେ ସମାନ ମୂଲ୍ୟରେ ହବାଙ୍କ ସୃଷ୍ଟି ହୋଇଅଛି, କିନ୍ତୁ ଏକ ସାହାର୍ଯ୍ୟକାରୀ ରୂପରେ ଥିବାରୁ ବିବାହରେ ପୁରୁଷର ପ୍ରାଧାନ୍ୟତାକୁ ଦର୍ଶାଏ ଏବଂ ତେଣୁ ୧ ତୀମଥି ୨ ପର୍ବ ଅନୁସାରେ ମଣ୍ଡଳୀରେ ନେତୃତ୍ଵ ଦେବାରେ ପୁରୁଷ ପ୍ରଧାନ (ଉପଯୁକ୍ତ ବାକ୍ୟ ନୁହେଁ) ଅଟେ। ମୋ ଜାଣତରେ ଆଦମଙ୍କୁ ଦୋଷାରୋପଣ କରିବାର କାରଣ ଏହା ଯେ, ସେ ହବାଙ୍କ ସ୍ୱାମୀ ରୂପରେ, ଆପଣା ଭାର୍ଯ୍ୟାକୁ ଓ ଆପଣା ବୈବାହିକ ଜୀବନକୁ ରକ୍ଷା କରିବା ଦାୟିତ୍ୱ ଭାର ପ୍ରାପ୍ତ ଥିଲେ। ଆଉ ସେ ସେଠାରେ ବସି ଥିଲେ, କିନ୍ତୁ ପଦେ ମାତ୍ର କହିଲେ ନାହିଁ। ସେଥିପାଇଁ, ହବା ନୁହେଁ କିନ୍ତୁ ଆଦମ ଚିରକାଳ ପର୍ଯ୍ୟନ୍ତ, ଏହି ଜଗତରେ ପାପ ପ୍ରବେଶ କରିବାର ଦୋଷକୁ ବହନ କରେ। ତାହା ଟିକିଏ ଅଜବ୍ ଲାଗୁଛି କି? ଆମ୍ଭେମାନେ କେବେ ଦୂରଦର୍ଶନରେ ଗୋଟିଏ ସବଳ ପୁରୁଷର ଭୂମିକାକୁ ଦେଖିଅଛୁ? ଜଗତ ଏହି ସନ୍ଦେଶକୁ ପସନ୍ଦ କରେ ନାହିଁ। କିନ୍ତୁ ମୁଁ ବିଶ୍ୱାସ କରେ, ଏହା ପବିତ୍ରଶାସ୍ତ୍ର ଅଟେ। ସେ ସେଠାରେ ବସି ରହିଲେ, ଆପଣା ମୁଖ ଫିଟାଇ ନ ଥି୍ଲେ, ଅଙ୍ଗୁଳି ଦେଖାଇ ନ ଥିଲେ, ସେଥିପାଇଁ ଆଦମଙ୍କ ଦ୍ୱାରା ପାପ ଜଗତରେ ପ୍ରବେଶ କଲା

୩. ପରିଣାମ

ତାପରେ, ମୋଶା ୭ ପଦରୁ ଆରମ୍ଭ କରି ପାପର ପରିଣାମକୁ ଉଲ୍ଲେଖ କରନ୍ତି। ଆଉ ଏହି ସମସ୍ତ ପରିଣାମଗୁଡ଼ିକୁ ରେଖାଙ୍କିତ କରିବା ଏକ ବିଷୟ ଅଟେ ଓ ତାହା କରିବା ଗୁରୁତ୍ୱପୂର୍ଣ୍ଣ ଅଟେ ଯଦ୍ଦ୍ଵାରା  ଆମ୍ଭେମାନେ ସେହିସବୁ ଦେଖିପାରୁ ଯେଉଁ ବିଷୟ ସମସ୍ତ ପରିଣାମକୁ ରେଖାଙ୍କିତ କରେ ତାହା ଏହା, ଯେ ପରମେଶ୍ୱରଙ୍କ ଉତ୍ତମ ସୃଷ୍ଟି ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଆଉ କାର୍ଯ୍ୟ କରୁ ନାହିଁ। ବର୍ତ୍ତମାନ ପରମେଶ୍ୱର ଚକିତ ହୋଇ ନ ଥିଲେ, ସେ ଜାଣିଥିଲେ ଏହିପରି ହେବାକୁ ଯାଉଅଛି, ତେଣୁ ଆଦି ପୁସ୍ତକ ୩ ପର୍ବର ଶେଷ ହେବା ପୂର୍ବରୁ ଆପଣ ଦେଖି ପାରିବେ ଯେ ସେ ଏଥିପାଇଁ ଯୋଗାଣ କରିବାକୁ ଯାଉଅଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ ସେ ସୃଷ୍ଟିକୁ ଉତ୍ତମ ରୂପରେ ସୃଷ୍ଟି କରିଥିଲେ। ସେ ଯନ୍ତ୍ରଣାରହିତ ସୃଷ୍ଟି କଲେ ଓ ବର୍ତ୍ତମାନ ପାପ ଓ ପାପର ଶକ୍ତି ଜଗତରେ ପ୍ରକାଶିତ ହୋଇଅଛି, ଏବେ ପରମେଶ୍ୱରଙ୍କ ଇଚ୍ଛାନୁସାରେ କାର୍ଯ୍ୟକାରୀ ହେବାକୁ ଯାଉ ନାହିଁ। ତାହା ନିମ୍ନ ପରିଣାମଗୁଡ଼ିକରୁ ହିଁ ସ୍ପଷ୍ଟ ହୋଇଅଛି।

କ. ପରସ୍ପର ସମ୍ପର୍କ

ପ୍ରଥମ ପରିଣାମ ପରସ୍ପରର ସମ୍ପର୍କ ସହିତ ସମ୍ବନ୍ଧିତ ଅଟେ, ଯାହା ୭ ପଦରେ ଉଲ୍ଲେଖ କରାଯାଅଛି। “ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମିରି ବୃକ୍ଷର ପତ୍ର ସିଁଇ ଘାଗରା ବନାଇଲେ।” ଉଲଙ୍ଗତା ୨ ପର୍ବର ଶେଷ ପଦର ଏକ ଉତ୍କୃଷ୍ଠ ଘନିଷ୍ଠତାର ଚିହ୍ନ ନ ଥିଲା। ଉଲଙ୍ଗତା ବର୍ତ୍ତମାନ ଲଜ୍ଜାବୋଧର ଚିହ୍ନ ଅଟେ। ଏବଂ ଆଦମ ଓ ହବାଙ୍କ ମଧ୍ୟରେ ଥିବା ସମ୍ପର୍କ ବର୍ତ୍ତମାନ ତୁଟିବାକୁ ଲାଗିଲା, ଓ ସେମାନେ ଡିମିରି ଗଛର ପତ୍ର ସିଁଇ ଆପଣାକୁ ଲୁଚାଇବାକୁ ଚେଷ୍ଟା କରିବା ଭଲି ନିର୍ବୋଧ କାର୍ଯ୍ୟ କରନ୍ତି। ଆମ୍ଭେମାନେ ମଧ୍ୟ ୨ ପଦରୁ ଜାଣୁ, ଯେ ବର୍ତ୍ତମାନ ସେମାନେ ଶୀଘ୍ର ପରସ୍ପର ଦୋଷ ଦେବା ଆରମ୍ଭ କରିବାକୁ ଯାଉଅଛନ୍ତି। “ମୋର ଭୁଲ୍ ନୁହେଁ!” ଆଉ ସମସ୍ତ ବ୍ୟକ୍ତିଗତ ସମ୍ପର୍କ ତୁଟିବାରେ ଲାଗିଲା।

ଖ. ପରମେଶ୍ୱର ଓ ସୃଷ୍ଟି ମଧ୍ୟରେ ସମ୍ପର୍କ

କିନ୍ତୁ ଏହା କେବଳ ପରସ୍ପରର ସମ୍ପର୍କ ନୁହେଁ, ମାତ୍ର କିପରି ପରମେଶ୍ୱର ଓ ସୃଷ୍ଟି ପରସ୍ପର ସମ୍ବନ୍ଧୀତ ଅଟନ୍ତି। ସେହି ସମ୍ପର୍କ ମଧ୍ୟ ତୁଟିବାକୁ ଯାଉଅଛି, ୮ ପଦରୁ ଲେଖାଯାଏ, “ତହୁଁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ଵରଙ୍କ ରବ ଶୁଣି ଆଦମ ଓ ତାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ଵରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ। ତହିଁରେ ସଦାପ୍ରଭୁ ପରମେଶ୍ଵର ଆଦମଙ୍କୁ ଡାକି କହିଲେ, ତୁମ୍ଭେ କେଉଁଠାରେ? ସେ ଉତ୍ତର କଲେ, ମୁଁ ଉଦ୍ୟାନ ମଧ୍ୟରେ ତୁମ୍ଭ ରବ ଶୁଣି ଆପଣା ଉଲଙ୍ଗତା ସକାଶେ ଭୀତ ହୋଇ ଲୁଚିଲି। ସେ କହିଲେ, ତୁମ୍ଭେ ଉଲଙ୍ଗ ଅଛ, ଏହା କିଏ ତୁମ୍ଭକୁ ଜଣାଇଲା? ଆମ୍ଭେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମ୍ଭେ ଖାଇଅଛ?” ଦେଖନ୍ତୁ ସମ୍ପର୍କ କିପରି ଭାଙ୍ଗୁଅଛି, ସେମାନେ ପରମେଶ୍ୱରଙ୍କ ରବ ଶୁଣନ୍ତି ଓ ଲଜ୍ଜା ସେମାନଙ୍କୁ ପରମେଶ୍ୱରଙ୍କଠାରୁ ଅଲଗା କରିଅଛି ଏବଂ ସେମାନେ ପରମେଶ୍ୱରଙ୍କଠାରୁ ଲୁଚିବାକୁ ଚାହୁଁଥିଲେ। ମୋ କହିବାର ଅର୍ଥ, ବାସ୍ତବରେ, ପାପ ଆମ୍ଭମାନଙ୍କୁ ନିର୍ବୋଧ କାର୍ଯ୍ୟ କରିବାକୁ ପ୍ରେରଣ କରେ, ଏହା ନୁହେଁ କି? ମୋର ଅର୍ଥ ଏକ ପ୍ରକାରେ ଏହା ଏକ ମୂର୍ଖତାପୂର୍ଣ୍ଣ କାହାଣୀ ଅଟେ, ସେମାନେ ଜାଣନ୍ତି ପରମେଶ୍ୱର କିଏ ଅଟନ୍ତି। ସେମାନେ ଜାଣନ୍ତି, ପରମେଶ୍ୱର ସେମାନଙ୍କୁ ନିର୍ମାଣ କଲେ। ସେମାନେ ଜାଣନ୍ତି, ପରମେଶ୍ୱର ସମସ୍ତ ବସ୍ତୁକୁ ସୃଷ୍ଟି କଲେ। ହୋଇପାରେ ସେମାନେ ଜାଣି ନ ଥିବେ ଯେ ସେ ନୀହାରିକା ଓ ଆକାଶପୁଞ୍ଜକୁ ସୃଷ୍ଟି କରିଅଛନ୍ତି, କିନ୍ତୁ ସେମାନେ ଜାଣନ୍ତି ଯେ ସେ ସେହି ପରମେଶ୍ୱର ଅଟନ୍ତି, ଯିଏ ସମସ୍ତ ବସ୍ତୁକୁ ସୃଷ୍ଟି କଲେ। ତେବେ ସେମାନେ କଣ କରନ୍ତି? ସେମାନେ ଗୋଟିଏ ବୃକ୍ଷତଳେ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତାଙ୍କଠାରୁ ଲୁଚିବାକୁ ଚେଷ୍ଟା କରନ୍ତି। ମୁଁ ଚିନ୍ତା କରେ ଯେ ତାହା ଅତି ମୁର୍ଖାମୀ ଅଟେ। ଯେପରି ପାପ ମୋତେ ଓ ଆପଣଙ୍କୁ ପାପ କରିବା ପାଇଁ ପ୍ରେରିତ କରେ, ତାହା ସେହିପରି ଅଟେ। ଯେଉଁ ପ୍ରକାରରେ ପରସ୍ପରଠାରୁ ଆପଣା ଲଜ୍ଜାକୁ ଲୁଚାଇବା ପାଇଁ ଡିମିରି ବୃକ୍ଷର ପତ୍ରକୁ ବ୍ୟବହାର କରିଥିଲେ, ସେହିପରି ପରମେଶ୍ୱରଙ୍କଠାରୁ ଆପଣା ଲଜ୍ଜାକୁ ଲୁଚାଇବା ପାଇଁ ଉଦ୍ୟାନରେ ଲୁଚିଥିଲେ ଓ ଉଭୟ ସମାନ ଭାବରେ ପ୍ରଭାବରହିତ ଥିଲା। ପାପ ପରିଣାମ ବିଚ୍ଛିନ୍ନ କରିବା, ଏହା ନୁହେଁ କି? ମୋ କହିବାର ଅର୍ଥ, ଏଠାରେ ଶୟତାନ ମିଥ୍ୟା ସହିତ ଆସେ, “ଯଦି ତୁମ୍ଭେମାନେ ସେହି ବୃକ୍ଷରୁ ତାହା ଖାଇବ, ଯଦି ତୁମ୍ଭେମାନେ ସେହି ପାପ କରିବ, ତେବେ ତୁମ୍ଭେମାନେ ପରମେଶ୍ଵରଙ୍କ ପରି ହେବ।” ତଥାପି ଯେତେବେଳେ ସେମାନେ ପାପ କଲେ, ସେଥିର ବିପରୀତ ଘଟିଲା, ଓ ଦେବତାଗଣ ପରି ହେବା ଅପେକ୍ଷା, ସେମାନେ ଆପଣାଠାରୁ ଅଲଗା ହୋଇଗଲେ। କେବଳ ଆପଣାଠାରୁ ଅଲଗା ହୋଇଗଲେ ତାହା ନୁହେଁ, ମାତ୍ର ସେମାନେ ଆପଣା ସୃଷ୍ଟିକର୍ତ୍ତାଙ୍କଠାରୁ ଅଲଗା ହୋଇଗଲେ।

ଗ. ଦୋଷାରୋପଣର ଖେଳ

ତା’ପରେ ଦୋଷ ଦେବା ଆରମ୍ଭ ହୁଏ, ଏହା ନୁହେଁ କି? ୧୨ ଏବଂ ୧୩ ପଦରେ, “ଆଦମ କହିଲେ, ତୁମ୍ଭେ ଯେଉଁ ସ୍ତ୍ରୀଙ୍କି ମୋହର ସଙ୍ଗିନୀ ହେବାକୁ ଦେଇଅଛ, ସେ ମୋତେ ସେହି ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି। ସେତେବେଳେ ସଦାପ୍ରଭୁ ପରମେଶ୍ଵର ନାରୀଙ୍କି କହିଲେ, ଏ କି କଲ? ନାରୀ କହିଲେ, ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି।” ବର୍ତ୍ତମାନ ଏହା ଦୋଷାରୋପଣର ଖେଳକୁ ଆସେ। ଆଦମ ହବାଙ୍କୁ ଦୋଷ ଦେଉଅଛନ୍ତି, ଏହା ତାହାର ଭୁଲ ଅଟେ! ଏହା ତାହାର ଭୁଲ ଅଟେ! ଠିକ୍ ଅଛି, ବାସ୍ତବରେ ତାହା ନୁହେଁ। ଆଦମ ପ୍ରକୃତରେ କାହାକୁ ଦୋଷ ଦେଉଅଛନ୍ତି? “ତୁମ୍ଭେ ଯେଉଁ ସ୍ତ୍ରୀଙ୍କି ମୋହର ସଙ୍ଗିନୀ ହେବାକୁ ଦେଇଅଛ।” ଦେଖନ୍ତୁ, ଆୟୁବ କେବଳ ଏକମାତ୍ର ନୁହେଁ, ଯିଏ କଷ୍ଟକୁ ଅନୁଭବ କରିଥିଲେ। କହିବାକୁ ଗଲେ, ଆଦମ ପରମେଶ୍ୱରଙ୍କୁ ଆପଣା ଅଙ୍ଗୁଳି ଦେଖାଇବା ପାଇଁ ଏଠାରେ ବସିଅଛନ୍ତି। ହୁଏତ ତାହା ହୋଇପାରେ, ମୁଁ ଜାଣେ ନାହିଁ। କିନ୍ତୁ ସେ ପରମେଶ୍ୱରଙ୍କୁ ଆପଣା ଅଙ୍ଗୁଳି ଦେଖାଇ କହୁଅଛନ୍ତି, “ଏହା ତୁମ୍ଭର ଭୁଲ ଅଟେ! ଏହା ମୋର ଭୁଲ ନୁହେଁ! ଆପଣ ତାହା କଲେ ଓ ସେ ତାହା କଲା!” ମୁଁ ଏପରି କହୁଅଛି, କାରଣ ମୁଁ ଚାହେଁ ଯେ ଆପଣ ବୁଝନ୍ତୁ ଯେ ଯେତେବେଳେ ସେମାନେ ଏହିପରି ଦୋଷାରୋପଣ କରନ୍ତି, ତାହା କେଡ଼େ ମୂର୍ଖତାପୂର୍ଣ୍ଣ ଅଟେ। ଏହା ଷ୍ଟେରଏଡ୍ ସୁରାସାର ଉପରେ ପୀଡ଼ିତ ମାନସିକତା ଅଟେ, ଏହା ନୁହେଁ କି? ଆଉ ସମ୍ପୂର୍ଣ୍ଣ ସପ୍ତାହ ମୁଁ କହି ଆସୁଅଛି, “ଦୁର୍ବଳ! ଜଣେ ମନୁଷ୍ୟ ପରି ଏହି ଭାର ନିଅନ୍ତୁ, ଆଦମ। କେବଳ ସେଠାରେ ଛିଡ଼ା ହୋଇ କୁହନ୍ତୁ, ମୁଁ ସବୁକିଛି ଗଡ଼ବଡ଼ କରିଅଛି। ଏହାର ଦଣ୍ଡ କ’ଣ ଅଟେ ଏବଂ ମୁଁ କିପରି ଏହା ସମାଧାନ କରି ପାରିବି? ସେହି ଭାର ନିଅନ୍ତୁ।” “ପରମେଶ୍ୱର ଏହା ଆପଣଙ୍କ ଭୁଲ ଅଟେ। ଏହା ତାହାର ଭୁଲ ଅଟେ।” କ’ଣ ଆପଣ ଚିନ୍ତା କରିପାରିବେ ହବା କିପରି ଅନୁଭବ କଲେ? ମୋ କହିବାର ଅର୍ଥ, ଦେଖନ୍ତୁ ଗୋଟିଏ ସିଦ୍ଧ ବିବାହ, ସେଠାରେ କୌଣସି ଯନ୍ତ୍ରଣା ନ ଥିଲା, କୌଣସି ଉତ୍ତେଜନା ନ ଥିଲା, ସବୁ କିଛି ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ହେଉ ଥିଲା। ସେମାନେ ପାପ କରନ୍ତି, ସେମାନେ ବୁଝି ପାରନ୍ତି ଯେ, “ହେ ପ୍ରଭୁ, ମୁଁ କ’ଣ କରିଅଛି?” ସେମାନେ ଡିମିରି ବୃକ୍ଷର ପତ୍ରକୁ ସିଁ ଅଛନ୍ତି, ସେମାନେ ନଡ଼ିଆ ବୃକ୍ଷ ପଛେ ଲୁଚୁଅଛନ୍ତି, ଯାହାବି ହେଉ, ମୁଁ ଜାଣେ ନାହିଁ। ଏବଂ ତା’ପରେ ପରିସ୍ଥିତିକୁ ଅଧିକ ଖରାପ କରିବାକୁ, ପରମେଶ୍ବର କହିବା ପୂର୍ବରୁ ହବାଙ୍କ ପ୍ରାୟ ସିଦ୍ଧ ସ୍ୱାମୀ ପରମେଶ୍ୱରଙ୍କୁ କହନ୍ତି, “ଏହା ତାହାରି ଭୁଲ ଅଟେ।” ଚିନ୍ତା କରନ୍ତୁ, ହବା କିପରି ଅନୁଭବ କଲେ। ମୁଁ ମଧ୍ୟ ଭର୍ତ୍ସନା ଯୋଗ୍ୟ ହୋଇଥା’ନ୍ତି ମହିଳାମାନେ। ମୁଁ ପାଗଳ ହୋଇଥା’ନ୍ତି

ଯାହାବି ହେଉ, ହବା ସାଙ୍ଗେ ଆସି କହନ୍ତି, “ମୁଁ ପରମେଶ୍ୱରଙ୍କୁ ଦୋଷ ଦେଇ ପାରିବି ନାହିଁ, ମୁଁ ସେହି ପ୍ରକାରରେ ଚିତ୍କାର କରିବାକୁ ଯାଉନାହିଁ। ଆଉ ମୋ ସ୍ୱାମୀଙ୍କୁ ଦୋଷ ଦେବା କାର୍ଯ୍ୟକାରୀ ହେବ ନାହିଁ, ତେଣୁ ଅନ୍ୟ ଏକ ମାର୍ଗ ନିଅ। ‘ମୋତେ ଭୁଲାଇଲା! ଏହା ମୋର ଭୁଲ ନାହିଁ! ମୋତେ ଭୁଲାଇଲା!’” ଆଉ ବାସ୍ତବରେ ଦୋଷାରୋପଣର ଖେଳ ପରମେଶ୍ୱରଙ୍କଠାରେ କାର୍ଯ୍ୟକାରୀ ହୁଏ ନାହିଁ। ଆପଣମାନେ ଓ ମୁଁ ସର୍ବଦା ଆପଣା ପାପ ପାଇଁ ଦାୟୀ ଅଟୁ। ଆଲୋଚନାର ସମୟ ସମାପ୍ତ ହେଲା, ଠିକ୍ କି?

୪. ଅଭିଶାପ

ତାହାପରେ ଭିଶାପ ଆସେ। ଦୟାକରି ଧ୍ୟାନ ଦିଅନ୍ତୁ, ଆମ୍ଭେମାନେ ଏହାକୁ ତ୍ରି-ଅଭିଶାପ କହୁଁ, କିନ୍ତୁ ଆଦମ ଓ ହବା କେବେ ଅଭିଶପ୍ତ ହୋଇ ନାହାଁନ୍ତି। ସର୍ପ ଅଭିଶପ୍ତ ହେଲା, ଭୂମି ଅଭିଶପ୍ତ ହେଲା। କିନ୍ତୁ ଆଦମ ଓ ହବାଙ୍କୁ ପରମେଶ୍ୱର ଅଭିଶାପ ଦେବେ ନାହିଁ। ସେ ସେମାନଙ୍କ ନ୍ୟାୟ କରିବେ, କିନ୍ତୁ ସେ ସେମାନଙ୍କୁ ଅଭିଶାପ ଦେବେ ନାହିଁ, ତାହା ଗୁରୁତ୍ୱପୂର୍ଣ୍ଣ ଅଟେ। ପୁଣି, ପୁନର୍ବାର ଯେତେବେଳେ ଆପଣ ଏହି ଅଭିଶାପ ଓ ନ୍ୟାୟ ବିଷୟରେ ଚିନ୍ତା କରନ୍ତି, ତେବେ ଯେଉଁ ବିଷୟ ଏହା ସହିତ ସଂଯୁକ୍ତ ଅଟେ, ତାହା ସୃଷ୍ଟି ଉପରେ ପରମେଶ୍ୱରଙ୍କ ଉତ୍ତମ ଇଚ୍ଛାକୁ ପରିବର୍ତ୍ତିତ କରିବାକୁ ଯାଉଅଛି। ବିନା କୌଣସି ଯନ୍ତ୍ରଣାରେ ଯେଉଁ ବିଷୟ କାର୍ଯ୍ୟକାରୀ ହେବା ପାଇଁ ସୃଷ୍ଟି କରାଯାଇଥିଲା, ସେଥିରେ ଏବେ ଯନ୍ତ୍ରଣା ମଧ୍ୟ ସମ୍ମିଳିତ ହେବାକୁ ଯାଉଅଛି। ଯନ୍ତ୍ରଣା, ବାସ୍ତବରେ ଅଭିଶାପ ଓ ନ୍ୟାୟର ମୁଖ୍ୟ ବିଷୟ ଅଟେ। ଆପଣ ଏହି ବାକ୍ୟକୁ ବିଭିନ୍ନ ପଦରେ ଦେଖିବାକୁ ପାଇବେ। ତା’ପରେ ପରମେଶ୍ୱରଙ୍କ ସୃଷ୍ଟିର ବ୍ୟର୍ଥତା ମୁକ୍ତି ଲାଭ କରିବ, ତାହା ଆପଣ ଦେଖି ପାରିବେ।

କ. ସର୍ପ

ସେ, ୧୪ ପଦରେ, ସର୍ପ ଓ ଶୟତାନଠାରୁ ଆରମ୍ଭ କରନ୍ତି, “ତହୁଁ ସଦାପ୍ରଭୁ ପରମେଶ୍ଵର ସର୍ପକୁ କହିଲେ, ଏହି କାର୍ଯ୍ୟ କରିବା ହେତୁରୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ, ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ। ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ।” ଯେତେବେଳେ ପରମେଶ୍ୱର ନ୍ୟାୟରେ ସର୍ପକୁ ଅଭିଶାପ ଦିଅନ୍ତି ଏବଂ ବାସ୍ତବରେ, ମୁଁ ସର୍ପ ବିଷୟରେ ସେତିକି ଚିନ୍ତା କରେ ନାହିଁ, ତେଣୁ ଆମ୍ଭେମାନେ ସେଠାରେ ସମୟ ବ୍ୟତୀତ କରିବାକୁ ଯାଉନାହିଁ, କିନ୍ତୁ ଯେତେବେଳେ ସେ ସର୍ପକୁ ଅଭିଶାପ ଦିଅନ୍ତି, ବାସ୍ତବରେ ସେ ଶୟତାନକୁ ଅଭିଶାପ ଦିଅନ୍ତି। ସେ ସେହି ସମୟରେ ପରିତ୍ରାଣର ପ୍ରତିଜ୍ଞା ମଧ୍ୟ ପ୍ରଦାନ କରନ୍ତି। ଆପଣ ତାହା ଧ୍ୟାନ ଦେଲେ କି? ଅର୍ଥାତ୍ ପରମେଶ୍ୱର କେବଳ ନ୍ୟାୟ କରିବା ପରମେଶ୍ୱର ନୁହଁନ୍ତି, କିନ୍ତୁ ତା ସହିତ ସେ ତ୍ରାଣକର୍ତ୍ତା ପରମେଶ୍ୱର ମଧ୍ୟ ଅଟନ୍ତି। ଏହି ଅନୁଚ୍ଛେଦକୁ ବୁଝିବାର ଏକ କୌଶଳ, “ବଂଶ” ଶବ୍ଦର ପ୍ରକୃତିକୁ  ବୁଝିବା ଅଟେ। “ବଂଶ” ଏକ ସାମୂହିକ ବିଶେଷ୍ୟ ଅଟେ ଓ ସେଥିପାଇଁ, ଆପଣ ଏହାକୁ ବହୁବଚନ ରୂପରେ ଦର୍ଶାଇ ପାରନ୍ତି, ଯେପରିକି ଗୋଟିଏ ବଂଶ ସମୂହ, କିନ୍ତୁ ଆପଣ ଏହାକୁ ଏକବଚନ ରୂପେ ଦେଖି ପାରିବେ, ଯେପରିକି ଗୋଟିଏ ବଂଶ, ଅର୍ଥାତ୍ ଗୋଟିଏ ସନ୍ତାନ। ବାସ୍ତବରେ ଏଠାରେ ଦୁଇଟି ବିଷୟ ହେଉଅଛ। ପ୍ରଥମେ, ଏହା ଗୋଟିଏ ଭବିଷ୍ୟତର ଏକ ଯୁଦ୍ଧ ବିଷୟରେ ଭବିଷ୍ୟଦବାଣୀ, ସେଠାରେ ଏହା ନୁହେଁ କି, ଅର୍ଥାତ୍ ଶୟତାନର ବଂଶ, ଯୀଶୁଙ୍କ ବାକ୍ୟାନୁସାରେ ତାହା, “ଯେଉଁମାନଙ୍କର ପିତା ଶୟତାନ,” ଅର୍ଥାତ୍ ଅନ୍ୟ ବାକ୍ୟରେ ଯେଉଁମାନେ ପରିତ୍ରାଣ ପାଇ ନାହାଁନ୍ତି। ଶୟତାନର ସନ୍ତାନ ବା ଛୋଟ ମନ୍ଦ ଆତ୍ମା ନ ଥିଲେ। କିନ୍ତୁ ଯେତେ ଲୋକ ଏହି ଜଗତରେ ମୁକ୍ତି ପ୍ରାପ୍ତ ନୁହଁନ୍ତି, ବା ନୂତନୀକୃତ ହୋଇ ନାହାଁନ୍ତି ସେମାନେ ସମସ୍ତେ ଶୟତାନର ସନ୍ତାନ ଅଟନ୍ତି। ଆମ୍ଭମାନଙ୍କ ସହିତ ଅର୍ଥାତ୍ ହବାଙ୍କ ସନ୍ତାନ, ଯେଉଁମାନେ ମୁକ୍ତି ପ୍ରାପ୍ତ ହୋଇଅଛନ୍ତି, ସେମାନେ ଯୁଦ୍ଧ କରିବେ। ମୁକ୍ତି ପ୍ରାପ୍ତ ଓ ମୁକ୍ତି ପାଇ ନ ଥିବା ଲୋକମାନଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଏହି ଭବିଷ୍ୟଦବାଣୀ ଅଛି, ଅର୍ଥାତ୍ ପୁନର୍ବାର ଯୋହନଙ୍କ ସୁସମାଚାରରେ ଯୀଶୁଙ୍କ ବାକ୍ୟାନୁସାରେ “ଶୟତାନର ସନ୍ତାନ ଓ  ଈଶ୍ୱରଙ୍କ ସନ୍ତାନ”। କିନ୍ତୁ “ବଂଶ” ବାକ୍ୟ ମଧ୍ୟ ଏକବଚନ ଅଟେ ଓ ଏକବଚନ ଅନୁସାରେ ଏହା ମୁକ୍ତିର ଭବିଷ୍ୟଦବାଣୀ ଅଟେ। ଏହିପରି ଏକ ଭବିଷ୍ୟଦବାଣୀ ଅଛି, ସେଠାରେ ଗୋଟିଏ ବଂଶ ଥିବ, ଅର୍ଥାତ୍ ହବାଙ୍କ ଗୋଟିଏ ସନ୍ତାନ, ଯେ ଶୟତାନର ମସ୍ତକକୁ ଆଘାତ କରିବେ। ଏବଂ ବାସ୍ତବରେ, ଯୀଶୁ ସେହି ସନ୍ତାନ ଅଟନ୍ତି। ଏହା ବାସ୍ତବରେ ସେହି ସମାନ କ୍ରିୟା ଅଟେ, ଯାହା ଇଏସ୍‌ୱିରେ ଦେଖିବାକୁ ମିଳେ, “ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ।” କାରଣ ମସ୍ତକକୁ ଆଘାତ କରିବା, ଏହା ଏକ ମାରାତ୍ମକ ଆହତ ଅଟେ, ଗୋଇଠିକି ଆଘାତ କରିବା କେବଳ ଏକ କ୍ଷତିକାରକ ଅଟେ। ତେଣୁ ଏନ୍ଆଇୱି ଏହି କ୍ରିୟାକୁ ପରିବର୍ତ୍ତନ କରେ ଓ ଏପରି ଅନୁବାଦ କରେ, “ସେ ତୁମ୍ଭର ମସ୍ତକକୁ ଚୁର୍ଣ୍ଣ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ।” ତେଣୁ ଶୟତାନର ମସ୍ତକକୁ ଚୁର୍ଣ୍ଣ କରିବା ଓ ମୁକ୍ତି ପ୍ରାପ୍ତ ଓ ମୁକ୍ତି ପାଇ ନ ଥିବା, ନୂତନୀକୃତ ଓ ନୂତନୀକୃତ ହୋଇ ନ ଥିବା ଲୋକମାନଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଭବିଷ୍ୟଦବାଣୀ ସହିତ ଆଶାର ଏକ ଭବିଷ୍ୟବାଣୀ ମଧ୍ୟ ଦେଖିବାକୁ ମିଳେ। ସେହି ଆଶାର ପ୍ରତିଜ୍ଞା ଏହା ଯେ ଗୋଟିଏ ଦିନ ଭଲ ଓ ମନ୍ଦ, ଯୀଶୁ ଓ ଶୟତାନ ମଧ୍ୟରେ ହେଉଥିବା ଯୁଦ୍ଧ ସମାପ୍ତ ହେବ, ଓ ତାହା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ହେବ।

ଖ. ହବା

ସେହିପରି ତାହା ସର୍ପ ଥିଲା। ତାପରେ ୧୬ ପଦରେ ପରମେଶ୍ୱର ହବାକୁ କହନ୍ତି, “ତହୁଁ ସେ ନାରୀଙ୍କି କହିଲେ, ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ; ପୁଣି ସ୍ଵାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ଵ କରିବ।” ଆଦି ପୁସ୍ତକ ୨ ପର୍ବରେ ହବାଙ୍କ ପ୍ରତି ପରମେଶ୍ୱରଙ୍କ ଇଚ୍ଛା ଥିଲା ଯେ ସେ ଆଦମଙ୍କ ସହକାରିଣୀ ହେଉ, ଠିକ୍ ଅଛି? ଏହା ହିଁ ବାଇବଲ କହେ, କିନ୍ତୁ ତଥାପି, ପାପ ହେତୁ, ହବାଙ୍କ ଉପରେ ପରମେଶ୍ୱରଙ୍କ ନ୍ୟାୟାନୁସାରେ ଦୁଇଟି ବିଷୟ ପରିବର୍ତ୍ତନ ହେବାକୁ ଯାଉଅଛି। ଗୋଟିଏ ଅର୍ଥରେ, ପରମେଶ୍ୱରଙ୍କ ସର୍ଜନାତ୍ମକ ଯୋଜନା ବିଫଳ ହେଲା। ତେବେ ପ୍ରଥମ ବିଷୟ ହେଲା, ତାହା ହେବା ପରେ ମଧ୍ୟ, ହବା ସନ୍ତାନ ଉତ୍ପନ୍ନ କରିବା ଦ୍ୱାରା ଏକ ସ୍ତ୍ରୀର ଅଦ୍ୱିତୀୟ କାର୍ଯ୍ୟକୁ ସାଧନ କରିବେ, ଅର୍ଥାତ୍ ସେ ଗୋଟିଏ ଦିନ ବିଶିଷ୍ଟ ଶିଶୁଙ୍କୁ ଜନ୍ମ ଦେବେ। କିନ୍ତୁ ସେହି ପ୍ରସବ ବ୍ୟଥା ସହିତ ହେବ। କ’ଣ ଆପଣ ଦେଖି ଅଛନ୍ତି ଏହି “ବ୍ୟଥା” ଶବ୍ଦ କେତେଥର ଦେଖା ଯାଉଅଛି? ତାହା ସେହି ଅଭିଶାପ ଓ ନ୍ୟାୟର ମୁଖ୍ୟ ବିଷୟ ଅଟେ, ଅର୍ଥାତ୍ ବ୍ୟଥା ଏବେ ସୃଷ୍ଟି ମଧ୍ୟକୁ ପ୍ରବେଶ କଲା। ସେ ସନ୍ତାନ ଜନ୍ମ ଦେବେ, କିନ୍ତୁ ବ୍ୟଥାର ସହିତ ପ୍ରସବ କରିବେ। କିନ୍ତୁ କେବଳ ଏଠାରେ ଯନ୍ତ୍ରଣା ବିଷୟ ଉଲ୍ଲେଖ ହୋଇ ନାହିଁ। ନ୍ୟାୟର ଦ୍ୱିତୀୟ ଅଂଶରେ, ଅର୍ଥାତ୍ ଆଦମଙ୍କ ସହିତ ହବାଙ୍କ ସମ୍ପର୍କରେ ଯନ୍ତ୍ରଣା ହେବ। ଏହା ଏକ ବିବାଦସ୍ପଦ ବିଷୟ ଅଟେ, କିନ୍ତୁ ଏହା କାହିଁକି, ମୋତେ ଆପଣମାନଙ୍କୁ ତାହା କହିବାକୁ ଦିଅନ୍ତୁ। ଅନୁଚ୍ଛେଦ କହେ, “ପୁଣି ସ୍ଵାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ଵ କରିବ।” ଯେତିକି ମୁଁ କହିପାରେ, ୨୦ ବର୍ଷ ପୂର୍ବରୁ ଜଣେ ସ୍ତ୍ରୀ, ସୁସାନ ଫୁଲ, ଗୋଟିଏ ପ୍ରବନ୍ଧ ଲେଖିଥିଲେ, ଯାହାକୁ ହବାଙ୍କୁ ଦିଆଯାଇଥିବା ଅଭିଶାପର ଏକ ମାନଦଣ୍ଡ ରୂପରେ ଗ୍ରହଣ କରାଯାଇଅଛି। ସୁସନ କହନ୍ତି ଯେ ହବାଙ୍କ ଉପରେ ଦଣ୍ଡ ଏହା ଥିଲା  ଯେ ଆପଣା ସ୍ଵାମୀ ପ୍ରତି ତାହାଙ୍କ ବାସନା ରହିବ, ଯେପରି ଆଦମ ପରିବାରରେ ଓ ବୈବାହିକ ଜୀବନରେ ଆପଣା ନେତୃତ୍ଵର ଭୂମିକାକୁ ପାଳନ କରିପାରିବ। ଏପର୍ଯ୍ୟନ୍ତ ଯାହା ମୁଁ ପଢ଼ିଅଛି ତାହା ଅନୁସାରେ ଏହି ବ୍ୟାଖ୍ୟା ଏହି ପଦର ସର୍ବୋତ୍ତମ ବ୍ୟାଖ୍ୟା ଅଟେ ଓ ଏହା ଉତ୍ତମ ଭାବରେ ସମର୍ଥିତ ଓ ଗ୍ରହଣ କରାଯାଇଅଛି। କିନ୍ତୁ ହବାଙ୍କ ଉପରେ ନ୍ୟାୟ, ଯାହା ସମ୍ପୂର୍ଣ୍ଣ ରୂପରେ ବ୍ୟଥାରହିତ ଥିଲା, ବର୍ତ୍ତମାନ ଆପଣା ସ୍ୱାମୀ ସହିତ ତାହାଙ୍କ ସମ୍ପର୍କ ଯାତନା ପୂର୍ଣ୍ଣ ହେବାକୁ ଯାଉଅଛି, ଓ ସେ ଆପଣା ସ୍ୱାମୀ ଉପରେ କର୍ତ୍ତୃତ୍ୱ କରିବାକୁ ଚାହିଁବେ। ଆଉ ମୋଶା ଏହି ପ୍ରକାରରେ ପବିତ୍ର ଶାସ୍ତ୍ରରେ ଲେଖନ୍ତି, “କିନ୍ତୁ, ସେ ତୁମ୍ଭ ଉପରେ କର୍ତ୍ତୃତ୍ଵ କରିବ।” ଏହା ନିବିଡ଼ ଧର୍ମତତ୍ତ୍ୱ ଅଟେ, ତେଣୁ ଆମ୍ଭମାନଙ୍କୁ ବ୍ୟାଖ୍ୟାତ୍ମକ ହେବା ଆବଶ୍ୟକ ଅଟେ, କିନ୍ତୁ ଏହାର ଅର୍ଥ ହୋଇପାରେ ହବା ସଫଳ ନୋହିବେ କିମ୍ବା ଆଦମ ଓ ସମସ୍ତ ପୁରୁଷ କିପରି ପରିବାରରେ କର୍ତ୍ତୃତ୍ୱ କରିବେ, ତାହା ପରିବର୍ତ୍ତନ ହେବାକୁ ଯାଉଅଛି। କେତେକ ଅନୁବାଦରେ “କର୍ତ୍ତୃତ୍ୱ” ଅପେକ୍ଷା “କର୍ତ୍ତାପଣ” ବ୍ୟବହାର କରାଯାଇଅଛି। ଅର୍ଥାତ୍ ହବାଙ୍କୁ ଆପଣା ସ୍ୱାମୀଙ୍କ ଭୂମିକାକୁ ବଳପୂର୍ବକ ଦଖଲ କରିବାକୁ ଇଚ୍ଛା ହେବ ଓ ତାହାଙ୍କ ସହିତ ଆଦମଙ୍କ ସମ୍ପର୍କ ନଷ୍ଟ ହେବ, ପୁଣି ସେ ହବାଙ୍କୁ ଦମନ କରିବାକୁ ଚେଷ୍ଟା କରିବେ। ଏହି ବିବାଦସ୍ପଦ ଅନୁଚ୍ଛେଦର ଏକ ଉତ୍ତମ ବ୍ୟାଖ୍ୟା ରୂପରେ ମୁଁ ପାଇଅଛି।

ମୁଁ ରବିନଙ୍କୁ ପଚାରିଲି, କ’ଣ ମୁଁ ତାହା ଏକ ଉଦାହରଣ ରୂପରେ ବ୍ୟବହାର କରି ପାରେ କି, ଓ ସେ ଇର୍ଷାପର ଭାବରେ କହିଲେ, “ହଁ”। କିନ୍ତୁ ଆପଣ ବିଶ୍ୱାସ କରନ୍ତୁ ଅବା ନ କରନ୍ତୁ, ପ୍ରତ୍ୟେକ ସମୟରେ ରବିନ ଓ ମୋ ମଧ୍ୟରେ ଅସମ୍ମତି ହୋଇଥାଏ। ଆପଣଙ୍କ ପାଳକ ଆପଣା ସ୍ତ୍ରୀଙ୍କ ସହିତ ଅସମ୍ମତି ହେବା କ’ଣ ଠିକ୍ ଅଟେ? ଭଲ। ଆମ୍ଭେମାନେ ଦୁହେଁ ଏହି ମାଧ୍ୟମରେ କାର୍ଯ୍ୟ କରୁ ଓ ନିଜ ଭୁଲ ସ୍ୱୀକାର କରିବା ସ୍ଥିତିକୁ ଆସିଥାଉ। ଅନେକ ଥର ରବିନ ଅସଂଯତ ମୁଖ ଦେଖାଇବେ, ଓ କହିବେ, “ଆହା, ଆଜି ମୋ ନିମନ୍ତେ ଅଭିଶାପ ଅଧିକ କଷ୍ଟକର ଥିଲା।” ଏବଂ ମୁଁ ହୁଏତ ରାତିରେ ଜନ୍ମ ହୋଇଥାଇପାରେ, କିନ୍ତୁ ଗତ ରାତିରେ ନୁହେଁ, ଓ କେବେ କହେ ନାହିଁ, “ହଁ, ତାହା ଠିକ୍ ଅଟେ!” ସାମାନ୍ୟ ରୂପରେ ମୁଁ ଏହା କହେ, କିନ୍ତୁ ମୁଁ ଦୁଃଖିତ ଅଟେ ଯଦି ମୁଁ ତାହା କହେ ନାହିଁ। “ପ୍ରିୟ, ମୁଁ ଆପଣା କାର୍ଯ୍ୟ ମଧ୍ୟ କରୁ ନାହିଁ। ମୁଁ ସେହି ପ୍ରକାରର ସ୍ୱାମୀ ନୁହେଁ ଯେଉଁ ପ୍ରକାର ହେବା ଉଚିତ୍।“ ହବାଙ୍କ ଉପରେ ସେହି ଦଣ୍ଡ ଏହିପରି ଅଟେ, ଯାହା ପିଢ଼ିକୁ ଦିଆଯାଇଅଛି, କାରଣ ଆଦି ପୁସ୍ତକ ୩ ପର୍ବ ଏକ ଅଂଶ ସେହି ବିଷୟରେ ଅଟେ, କ’ଣ ଏହା ନୁହେଁ? ପ୍ରକୃତ ପାପର ଧର୍ମତତ୍ତ୍ୱ ଶିକ୍ଷା ଏହା ଅଟେ ଯେ ମନୁଷ୍ୟଜାତି ବାସ୍ତବରେ କିପରି ହେବା ଉଚିତ୍ ତାହା ଆଦମ ଓ ହବାଙ୍କ ଉପରେ ଦିଆଯାଇଥିବା ଦଣ୍ଡ ଦ୍ୱାରା ପରିବର୍ତ୍ତିତ ହୋଇଗଲା, ଅର୍ଥାତ୍ ସେମାନଙ୍କଠାରେ ପାପ କରିବାର ପ୍ରବୃତ୍ତି ନ ଥିଲା, କିନ୍ତୁ ଆପଣ ଓ ମୁଁ ପାପ କରିବା ପ୍ରବୃତ୍ତି ସହିତ ଜନ୍ମଗ୍ରହଣ କରିଅଛୁ। ଆପଣ ଓ ମୁଁ ଯାହା ମନ୍ଦ ଅଟେ ତାହା କରିବାର ଆକର୍ଷଣ ଦ୍ୱାରା ଜନ୍ମ ହୋଇଅଛୁ। ଏହା ହିଁ ରୋମୀୟ ୫ ପର୍ବ ଅଟେ। ଯଦି ଆପଣ ଚାହାଁନ୍ତି, ତେବେ ଆଜି ଅପରାହ୍ନରେ ଏହା ପଢ଼ନ୍ତୁ। ଆପଣ ଓ ମୁଁ ପାପର ଶକ୍ତିର ଅଧିନରେ ଜନ୍ମ ନେଇଅଛୁ ଓ ଶେଷରେ ଆମ୍ଭେମାନେ ନିଶ୍ଚୟ ପାପ କରିବା। ଆଦମ ଓ ହବାଙ୍କ ପାପମୟ ସ୍ୱଭାବ ହେତୁ ଆମ୍ଭମାନଙ୍କ ମାନବୀୟ ପ୍ରକୃତି ଭ୍ରଷ୍ଟ ହୋଇଅଛି। ଏବଂ ସେହିପରି ହବାଙ୍କ ପାପ ସ୍ତ୍ରୀ ଲୋକଙ୍କୁ, ହୋଇପାରେ ପୁରୁଷମାନଙ୍କୁ ମଧ୍ୟ, ପରିବର୍ତ୍ତିତ କଲା।

ଗ. ଆଦମ

ଏଥିଉତ୍ତାରେ ଆମ୍ଭେମାନେ ପ୍ରକୃତ ସମସ୍ୟା ଆଡ଼କୁ ଯାଉ, ଓ ସେହି ବାସ୍ତବିକ ସମସ୍ୟା ଆଦମ ଅଟନ୍ତି। ଏହି ବିଷୟରେ କୌଣସି ଭୁଲ କରନ୍ତୁ ନାହିଁ, ବାସ୍ତବରେ ଆଦି ପୁସ୍ତକ ୩ ପର୍ବରେ ପ୍ରକୃତ ସମସ୍ୟା ସର୍ପ ନୁହେଁ କିମ୍ବା ହବା ନୁହେଁ, ମାତ୍ର ପ୍ରକୃତ ସମସ୍ୟା ଆଦମ ଅଟନ୍ତି। ତେଣୁ ଅନ୍ୟମାନଙ୍କ ନ୍ୟାୟ ଅପେକ୍ଷା ଆଦମଙ୍କ ନିମନ୍ତେ ୧୭ ପଦରୁ ଆରମ୍ଭ କରି ତିନୋଟି ପଦରେ ଉଲ୍ଲେଖ କରାଯାଏ, “ଆଉ ସେ ଆଦମଙ୍କୁ କହିଲେ, ‘ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ‘ତାହା ଖାଇବ ନାହିଁ,’ ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ; ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା;’” ସେ ଆଦମଙ୍କୁ ଅଭିଶାପ ଦେଇ ନ ଥିଲେ, ସେ ଭୂମିକୁ ଅଭିଶାପ ଦେଇଥିଲେ। “ତୁମ୍ଭେ ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ ପାଇବ। ତହିଁରେ କଣ୍ଟା ଓ ଗୋଖରା ଗଛ ଜାତ ହେବ, ପୁଣି ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ। ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହୀତ ହେଲ, ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ; ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ।” ଦେଖନ୍ତୁ, ପରମେଶ୍ୱରଙ୍କ ଯୋଜନା ଥିଲା ଯେ ଆଦମ ଭୂମିରେ ପରିଶ୍ରମ କରିବାକୁ ଯାଉଥିଲେ। ଆଉ ସ୍ପଷ୍ଟ ରୂପରେ ଭୂମି ମଧ୍ୟ ତାହା ସହିତ ସହଯୋଗ କରିବାକୁ ଯାଉଥିଲା। ବିନା ଅଧିକ ପରିଶ୍ରମ ଓ କଷ୍ଟରେ ପ୍ରଚୁର ଫସଲ ଉତ୍ପନ୍ନ ହେବାକୁ ଥିଲା। କିନ୍ତୁ ଭୂମି ଉପରେ ଅଭିଶାପର ଅର୍ଥ ଏବେ ଭୂମି ମଧ୍ୟ ସହଯୋଗ କରିବ ନାହିଁ, ଓ ତହିଁରେ କଣ୍ଟା ଓ ଗୋଖରା ଗଛ, ଭକ୍ଷ ପାଇଁ ଅହିତକର ଭୋଜନ ଜାତ ହେବ, ଯାହା ଆଦମଙ୍କ ପରିଶ୍ରମକୁ କଷ୍ଟଦାୟକ କରିବାକୁ ଯାଉଥିଲା। ତହିଁରେ ଏହା ପରିଶ୍ରମ କରାଇବାକୁ ଯାଉଅଛି। ସ୍ପଷ୍ଟ ରୂପେ ପରମେଶ୍ୱରଙ୍କ ଯୋଜନା କେବଳ ତାହା ନ ଥିଲା, ମାତ୍ର ଏହା ଯେ ଆଦମ ଓ ହବା ଚିରକାଳ ଜୀବିତ ରହନ୍ତୁ। ଆଉ ତାହା ସ୍ପଷ୍ଟ ରୂପେ କୁହାଯାଇ ନାହିଁ, କିନ୍ତୁ ଆମ୍ଭେମାନେ ତାହା ନିଷ୍କର୍ଷ କରି ପାରିବା। ତାହା ହିଁ ଆଦିପୁସ୍ତକ ୨ ପର୍ବଶାପକୁ କଠୋର କରେ। “ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ।” ସେ ଏହା କହି ନ ଥିଲେ, “ତୁମେ ଶୀଘ୍ର ମରିବ।” ସେ କହିଲେ, “ନିତାନ୍ତ ମରିବ।” ଆଦମ ଭୂମିରେ ପରିଶ୍ରମ କରିବ, ଭୂମି ସହଯୋଗ କରିବ, ପୁଣି ପରମେଶ୍ୱରଙ୍କ ଉପସ୍ଥିତିରେ ବ୍ୟଥାରହୀତ ହୋଇ ଚିରକାଳ ଜୀବନ ବ୍ୟତୀତ କରିବ, ପରମେଶ୍ୱର ସେହିପରି ହେବା ପାଇଁ ସୃଷ୍ଟି କରିଥିଲେ। କିନ୍ତୁ ପାପ କରିବା ହେତୁ ଓ ଭୂମି ଶାପଗ୍ରସ୍ତ ହେବା ସକାଶୁ ଆଦମ ନିମ୍ନ ଦଣ୍ଡ ପ୍ରାପ୍ତ ହୋଇଅଛନ୍ତି। ଦୁଇଟି ବିଷୟ: ଏବେ ମଧ୍ୟ ଆଦମଙ୍କୁ ପରିଶ୍ରମ କରିବାକୁ ହେବ, ମାତ୍ର ବ୍ୟଥା ସହିତ ପରିଶ୍ରମ କରିବ। ଯେତେବେଳେ ଆପଣଙ୍କ ଛୋଟ ଶିଶୁ ପଚାରନ୍ତି, “ମାତା ଓ ପିତା, ସେଠାରେ କାହିଁକି କଣ୍ଟା ଅଛି?” ମୁଁ, ମିନେସୋଟାରେ ବୃଦ୍ଧି ପାଉଥିବା ସମୟରେ ଅନେକ ସମୟରେ ଏହିପରି କନାତ୍ମକ ପ୍ରଶ୍ନ ପଚାରୁଥିଲି, “କାହିଁକି ମଶାମାନେ ଅଛନ୍ତି?” ଆଉ ଉତ୍ତର ଏପରି ଅଟେ, କାରଣ ଆମ୍ଭମାନଙ୍କ ପ୍ରଥମ ପିତୃପୁରୁଷ ପାପ କଲେ ଓ ଭୂମି ଉପରେ ପରମେଶ୍ୱରଙ୍କ ଶାପ ହେତୁ ଅଟେ, ଏବଂ ପାପ ହେତୁ ଆମ୍ଭେମାନେ ସିଧା ପରିତ୍ରାଣର କାହାଣୀକୁ ଯାଉ। କିନ୍ତୁ, ତାହା ପରବର୍ତ୍ତୀ କେତୋଟି ପଦ ପରେ ଉଲ୍ଲେଖ କରାଯାଏ।

ଏବଂ ଦ୍ୱିତୀୟ ଦଣ୍ଡ, ଏବଂ ତାହା ହେଉଛି, ସର୍ବ ଶେଷରେ ଆଦମ ସେହି ଭୂମିକୁ ଫେରିବେ ଯେଉଁଠାରୁ ସେ ସୃଷ୍ଟି ହୋଇଥିଲେ। ତାହା ହେଉଛି ତାଙ୍କର ବିଚାର ଏବଂ ହବା ମଧ୍ୟ ଏଥିରେ ଅଂଶୀଦାର। ଆଦମ ଆଧ୍ୟାତ୍ମିକ ଜୀବନରେ ମୃତ୍ୟୁବରଣ କଲେ। ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ସହିତ ଆଦମଙ୍କ ସମ୍ପର୍କ ତୁଟିଗଲା। ଆଉ ସେହି ପ୍ରକ୍ରିୟା ଆରମ୍ଭ ହେଲା ଯେ ସେ ଗୋଟିଏ ଦିନ ଶାରିରୀକ ରୂପରେ ମଧ୍ୟ ମୃତ୍ୟୁବରଣ କରିବେ।

୫. ଆମ୍ଭେମାନେ କ’ଣ ଶିଖୁ

ଆଦି ପୁସ୍ତକ ୩ ପର୍ବର କାହାଣୀ ତାହା ଅଟେ। ଆଦି ପୁସ୍ତକ ୩ ପର୍ବରୁ ଆମ୍ଭେମାନେ ପାପ ବିଷୟରେ ଓ ଆପଣା ବିଷୟରେ କ’ଣ ଶିଖୁ। ଅନେକ ବିଷୟ ଶିଖୁ; ନିମ୍ନରେ ଦୁଇଟି ବିଷୟ ଅଛି।

କ. ପରମେଶ୍ୱରଙ୍କୁ ପ୍ରଶ୍ନ କରିବା ପାପର ସାର ଅଟେ

ପ୍ରଥମଟି: ପରମେଶ୍ୱରଙ୍କୁ ପ୍ରଶ୍ନ କରିବା ପାପର ସାର ଅଟେ। ପରମେଶ୍ୱରଙ୍କ ଚରିତ୍ର ଉପରେ ପ୍ରଶ୍ନ କରିବା ପାପର ସାର ଅଟେ, ଏହା ତାହାଙ୍କ ମଙ୍ଗଳଦାନକୁ ପ୍ରଶ୍ନ କରିବା ଅଟେ, ଏହା ତାହାଙ୍କ ବୁଦ୍ଧିକୁ ପ୍ରଶ୍ନ କରିବା ଅଟେ ଓ ଏହା ସୃଷ୍ଟି ପ୍ରତି ତାହାଙ୍କ ପ୍ରେମ ଉପରେ ପ୍ରଶ୍ନ କରିବା ଅଟେ। ଦେଖନ୍ତୁ, ଯେତେବେଳେ ଆପଣ ଓ ମୁଁ ପାପ କରୁ, ତେବେ ଆମ୍ଭେମାନେ କହୁଅଛୁ ଯେ ପରମେଶ୍ୱର ଭୁଲ ଅଟନ୍ତି। ଯେତେବେଳେ ଆପଣ ଓ ମୁଁ ପାପ କରୁ, ତେବେ ଆମ୍ଭେମାନେ କହୁଅଛୁ ଯେ ଆମ୍ଭେମାନେ ତାହାଙ୍କ ଚରିତ୍ର ଉପରେ ଭରସା କରୁ ନାହିଁ। ଯେତେବେଳେ ଆପଣ ଓ ମୁଁ ପାପ କରୁ, ତେବେ ଆମ୍ଭେମାନେ କହୁଅଛୁ ଯେ ଯାହା ସର୍ବୋତ୍ତମ ଅଟେ, ତାହା ପରମେଶ୍ୱର ଜାଣନ୍ତି ନାହିଁ, ଅର୍ଥାତ୍ ସେ ସବୁ ବିଷୟ ଆମ୍ଭମାନଙ୍କ ସମ୍ମୁଖରେ ରଖିଅଛନ୍ତି ଓ କହନ୍ତି “ଏହା ହିଁ ଉତ୍ତମ ଅଟେ। ଏହା ହିଁ ତୁମ୍ଭମାନଙ୍କ ନିମନ୍ତେ ସର୍ବୋତ୍ତମ ଅଟେ।” ଆଉ ଆମ୍ଭେମାନେ ତାହା ଦେଖି କହୁ, “ପରମେଶ୍ୱର ଆପଣ ଜାଣନ୍ତି ନାହିଁ ଯେ ଆପଣ କ’ଣ କହୁଅଛନ୍ତି।” ପରମେଶ୍ୱର କହନ୍ତି, ଯାହା ଯାହା ବିଶୁଦ୍ଧ, ପ୍ରୀତିଭାଜନ, ଆଦରଣୀୟ, ଫିଲିପ୍ପୀୟ ୪, “ସେହି ସମସ୍ତ ବିଷୟ ଚିନ୍ତା କର।” ଏବଂ ଆମ୍ଭେମାନେ କହୁ, “ପରମେଶ୍ୱର ଆପଣ ଜାଣନ୍ତି ନାହିଁ ଯେ ଆପଣ କ’ଣ କହୁଅଛନ୍ତି। ଆଉ ମୁଁ ଯେଉଁ ପୁସ୍ତକ ପଢ଼ିବାକୁ ଚାହେଁ ଓ ଯେଉଁ ଚଳଚ୍ଚିତ୍ର ଦେଖିବାକୁ ଚାହେଁ ତାହା ମୁଁ କରିବି। ଯାହା ଶୁଦ୍ଧ ଓ ପ୍ରୀତିଭାଜନ ସେସବୁରେ ଚିନ୍ତା କରିବାକୁ ଯାଉ ନାହିଁ।” ପରମେଶ୍ୱର କହନ୍ତି, “ଦାନ କର, ତାହାହେଲେ ମାଣକୁ ଚାପି ହଲାଇ ଉଛୁଳାଇ ତୁମ୍ଭମାନଙ୍କୁ ଦାନ ଦିଆଯିବ।” ଆମ୍ଭେମାନେ କହୁ, “ତାହା ହୋଇ ପାରିବ ନାହିଁ, ତାହା ମୋହର ଧନ ଅଟେ! ଆପଣ କହି ପାରିବେ ନାହିଁ ଯେ ମୁଁ ମୋ ଧନକୁ କିପରି ବ୍ୟବହାର କରିବା ଉଚିତ୍।” ପରମେଶ୍ୱର କହନ୍ତି, “ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର।” ଅର୍ଥାତ୍ ଯେତେବେଳେ ଆମ୍ଭେମାନେ ରବିବାର ଦିନ ଉପାସନା ପାଇଁ ଏକତ୍ରୀତ ହେଉ ଓ ପୃଥକ କରୁ, ତହିଁରେ କିଛି ବିଶିଷ୍ଟ ବିଷୟ ରହିଅଛି। ଖ୍ରୀଷ୍ଟିୟାନ ବିଶ୍ୱାସୀଙ୍କ ପାଇଁ ରବିବାର ଦିନ ବିଶ୍ରାମ ଦିନ ଅଟେ। କିନ୍ତୁ ଆମ୍ଭେମାନେ କହୁ, “ରବିବାର ଦିନ କ’ଣ କରିବା ଉଚିତ୍ ତାହା ମୋତେ କୁହ ନାହିଁ। ଯଦି ମୁଁ ମଣ୍ଡଳୀକୁ ଯିବା ପାଇଁ ବିଚାର କରେ, ଠିକ୍ ଅଛି, ତହିଁରେ ଆପଣ ଖୁସି ହେବା ଉଚିତ୍।” କ’ଣ ଆପଣ ହେଉଥିବା ସଂଘର୍ଷକୁ ଦେଖି ପାରନ୍ତି କି? ମୁଁ କେତେକଙ୍କ ପାଇଁ ଅଧିକ କହୁଅଛି, ହୋଇପାରେ କେତେକଙ୍କ ପାଇଁ ହୋଇ ନ ଥିବ, ମୁଁ ଜାଣେ ନାହିଁ। କିନ୍ତୁ ଯେତେବେଳେ ଆମ୍ଭେମାନେ ପାପ କରୁ, ଆମ୍ଭେମାନେ ପରମେଶ୍ୱର ଯେଉଁସବୁକୁ ଉତ୍ତମ, ଓ ଠିକ୍, ଓ ନ୍ୟାୟସଂଗତ, ଓ ପବିତ୍ର ବୋଲି କହନ୍ତି, ସେହିସବୁକୁ ଆମ୍ଭେମାନେ ଅଜ୍ଞାତ କରି କହୁଅଛୁ ଯେ, “ମୋ ପାଇଁ କ’ଣ ଉତ୍ତମ ତାହା ମୁଁ ଜାଣେ, ଓ ଯାହା ମୁଁ କରିବାକୁ ଚାହେଁ, ମୁଁ ତାହା କରିବା ପାଇଁ ଯାଉଅଛି, ଓ ଆପଣ ମୋତେ ଅଟକାଇ ପାରିବ ନାହିଁ।” କିନ୍ତୁ, ସେ କରିପାରନ୍ତି। ଆଦି ପୁସ୍ତକ ୩ ପର୍ବର କାହାଣୀ କୌଣସି ପ୍ରାଚୀନ କାହାଣୀ ନୁହେଁ, ତାହା ଅଟେ କି? ଆଦି ପୁସ୍ତକ ୩ ପର୍ବର କାହାଣୀ ବର୍ତ୍ତମାନର କାହାଣୀ ଅଟେ ଏବଂ ପାପ ପରିବର୍ତ୍ତନ ହୋଇ ନାହିଁ। ଏହା ବାସ୍ତବରେ ଆଦି ପୁସ୍ତକ ୩ ପର୍ବର ପାପ ସହିତ ସମାନ ଅଟେ। ଶୟତାନ ଆଜି ମଧ୍ୟ ସେହି ସମାନ ମିଥ୍ୟା କହୁଅଛି, ଯେ ତୁମ୍ଭେମାନେ ଦେବତାଗଣ ପରି ହୋଇପାରିବ, ଆମ୍ଭେମାନେ ସ୍ୱୟଂ ନିଜେ ଆପଣା ନିର୍ଣ୍ଣୟ ନେଇ ପାରିବା, ଯେ ଆମ୍ଭେମାନେ ଆମ୍ଭମାନଙ୍କ ଭାଗ୍ୟର ପ୍ରଧାନ ଓ ପ୍ରାଣର ସ୍ୱାମୀ ଅଟୁ। କିଛି ବଦଳି ନାହିଁ, କିଛି ବଦଳି ନାହିଁ।

 

ଖ. ପରମେଶ୍ୱର ବିଚାରକର୍ତ୍ତା ଏବଂ ମୁକ୍ତିଦାତା ଅଟନ୍ତି

ପରମେଶ୍ୱରଙ୍କୁ ପ୍ରଶ୍ନ କରିବା ପାପର ସାର ଅଟେ, କିନ୍ତୁ, ଆଦି ପୁସ୍ତକ ୩ ପର୍ବର ଅନ୍ୟ ସନ୍ଦେଶ ଓ ଯାହା ବିନା ଆପଣ ଆଦି ପୁସ୍ତକ ୩ ପର୍ବକୁ ଛାଡ଼ି ପାରିବେ ନାହିଁ, ତାହା, ପରମେଶ୍ୱର ଉଭୟ ବିଚାରକର୍ତ୍ତା ଓ ମୁକ୍ତିଦାତା ଅଟନ୍ତି। ଅର୍ଥାତ୍ ପରମେଶ୍ୱର କେବଳ ପାପର ବିଚାରକର୍ତ୍ତା ହିଁ ନୁହଁନ୍ତି, ମାତ୍ର ସେ ପାପରୁ ମୁକ୍ତିଦାତା ମଧ୍ୟ ଅଟନ୍ତି ଓ ତାହାଙ୍କ ନ୍ୟାୟ ଓ ମୁକ୍ତିର କାର୍ଯ୍ୟ ବର୍ତ୍ତମାନ ଆରମ୍ଭ ହୁଏ। ୨୧ ପଦକୁ ଦେଖନ୍ତୁ, “ଆଉ ସଦାପ୍ରଭୁ ପରମେଶ୍ଵର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦମ ଓ ତାଙ୍କର ଭାର୍ଯ୍ୟାଙ୍କୁ ପିନ୍ଧାଇଲେ।” ଦେଖନ୍ତୁ, ଆଦମ ଓ ହବା ଆପଣା ପାପକୁ ଡ଼ିମିରି ବୃକ୍ଷର ପତ୍ରକୁ ସିଁଇ ନିର୍ବୋଧ କାର୍ଯ୍ୟ ଦ୍ୱାରା ନିଜେ ଠିକ୍ କରିବା ପାଇଁ ଚେଷ୍ଟା କଲେ। ଆଉ ପରମେଶ୍ୱର କହନ୍ତି, “ବର୍ତ୍ତମାନ ତୁମ୍ଭେମାନେ ପାପୀ ଅଟ, ତୁମ୍ଭେମାନେ ପାପ କରିଅଛ ଓ ମୁଁ ନ୍ୟାୟ କରିବି ଓ ତୁମ୍ଭମାନଙ୍କ ପାପ ହେତୁ ନ୍ୟାୟ କରିବାକୁ ହେବ, କିନ୍ତୁ ମୁଁ ତୁମ୍ଭମାନଙ୍କ ମୁକ୍ତିଦାତା ମଧ୍ୟ ଅଟେ।” ଚର୍ମ କେଉଁଠାରୁ ଆସିଅଛି? ଏହା ମୃତ ପଶୁଗୁଡ଼ିକରୁ ଆସେ। ସମ୍ଭବତଃ ଏହା ସମ୍ପୂର୍ଣ୍ଣ ବଳିଦାନ ପଦ୍ଧତିର ସ୍ଥାପନ ଅଟେ। ଆମ୍ଭମାନଙ୍କୁ ଏହି ବିଷୟରେ ଆଉ କିଛି ସ୍ପଷ୍ଟ ରୂପରେ କୁହାଯାଇ ନାହିଁ। କିନ୍ତୁ, ଆପଣ ଏହା କିପରି ଥିଲା ଚିନ୍ତା କରି ପାରିବେ। ଆଦମ ଓ ହବା ପଶୁଗଣଙ୍କ ସହିତ ଥିଲେ। ଆଦମ ସେମାନଙ୍କୁ ନାମ ଦେଇଥିଲେ, ସେଠାରେ କୌଣସି ଉତ୍ତେଜନା ନ ଥିଲା, ସେଠାରେ କୌଣସି ସଂଘର୍ଷ ନ ଥିଲା। କେତେ ଲୋକ ଯୁକ୍ତି ଦିଅନ୍ତି, ଯେ ସେହି ସମୟରେ ଏପରିକି ପଶୁଗଣ ମଧ୍ୟ କଥା କହି ପାରୁଥିଲେ। କିନ୍ତୁ ଆଦମ ଦେଖନ୍ତି, ସେ ଯେଉଁମାନଙ୍କ ଉପରେ ଦାୟୀତ୍ୱଧିନ ଥିଲେ, ସେ ଯେଉଁମାନଙ୍କୁ ନାମ ଦେଇଥିଲେ, ପରମେଶ୍ୱର ସେମାନଙ୍କ ମଧ୍ୟରୁ ଗୋଟିଏ ପଶୁକୁ ନିଅନ୍ତି, ଓ ସେହି ପଶୁକୁ ପରମେଶ୍ୱର ବଳି କରନ୍ତି। ତହିଁ ଉତ୍ତାରେ ଚର୍ମକୁ ଅଲଗା କରି ଆପଣା ସୃଷ୍ଟକୁ ଆବୃତ୍ତ କରନ୍ତି ଓ କହନ୍ତି, “ପାପ ଭୟଙ୍କର ଅଟେ। ପାପ ମୃତ୍ୟୁର ଯୋଗ୍ୟ ଅଟେ। ମୁଁ ସର୍ବଦା ପାପର ନ୍ୟାୟ କରିବି। ପାପର ପରିଣାମ ସର୍ବଦା ମିଳିବ। କିନ୍ତୁ, ମୁଁ କେବଳ ବିଚାରକର୍ତ୍ତା ନୁହେଁ, ମୁଁ ମୁକ୍ତିଦାତା ମଧ୍ୟ ଅଟେ, ଓ ମୁଁ, ତୁମ୍ଭେମାନେ କିମ୍ବା ତୁମ୍ଭମାନଙ୍କ ଡ଼ିମିରି ବୃକ୍ଷର ପତ୍ର ନୁହେଁ, ମୁଁ ତୁମ୍ଭର ପାପ ନିମନ୍ତେ ମୁକ୍ତି ପ୍ରଦାନ କରିବି। ପାପରୁ ମୁକ୍ତି କେବଳ ମୃତ୍ୟୁ ଦ୍ୱାରା ହିଁ ସମ୍ଭବ ଅଟେ ଓ ତା’ ଉତ୍ତାରେ ମୁଁ ଆପଣା ପରିତ୍ରାଣ ଦ୍ୱାରା ତୁମ୍ଭକୁ ଆବୃତ୍ତ କରିବି ଏବଂ ତୁମ୍ଭେ ମୃତ ପଶୁର ଚର୍ମରେ, ଅର୍ଥାତ୍ ପରମେଶ୍ୱର ଦତ୍ତ ଚର୍ମରେ ଆବୃତ୍ତ ହୋଇ ଆପଣା ଅବଶିଷ୍ଟ ଦିନକୁ ଯାପନ କରିବ।” ଦେଖନ୍ତୁ, ତାହା କିଛି ଭିନ୍ନ ଅଟେ, ଏହା ନୁହେଁ କି? ପରମେଶ୍ୱର ବିଚାରକର୍ତ୍ତା ଅଟନ୍ତି, କିନ୍ତୁ ସେ ମୁକ୍ତିଦାତା ମଧ୍ୟ ଅଟନ୍ତି। ଏବଂ ତା’ପରେ ତାହା ହୋଇଥାଏ, ତେଣୁ ଆପଣମାନେ ଯେତେବେଳେ ଗୃହକୁ ଯିବେ, ସମ୍ପୂର୍ଣ୍ଣ ୩ ପର୍ବକୁ ପଢ଼ିବେ, କାରଣ ପରମେଶ୍ୱର ସେମାନଙ୍କୁ ଉଦ୍ୟାନରୁ ତଡ଼ି ଦିଅନ୍ତି। ଗୋଟିଏ ଅର୍ଥରେ, ଏହା ଏକ ପ୍ରକାରର ନ୍ୟାୟ ଅଟେ। କିନ୍ତୁ ଅନ୍ୟ ଅର୍ଥରେ, ଏହା ଏକ ମୁକ୍ତିର କାର୍ଯ୍ୟ ଅଟେ, କାରଣ ଯଦି ଆଦମ ଓ ହବା ଉଦ୍ୟାନରେ ରହି ଜୀବନ ବୃକ୍ଷର ଫଳ ଖାଇ ଥାଆନ୍ତେ, ପରମେଶ୍ୱର କହନ୍ତି ଯେ, ସେମାନେ ସର୍ବଦା ପାଇଁ ଜୀବିତ ହୋଇ ରହିଥାନ୍ତେ, କିନ୍ତୁ ଆପଣ ଓ ମୋ ପାଇଁ ଏହା ଭଲ ନୁହେଁ ଯେ ଆମ୍ଭେମାନେ ସର୍ବଦା ଆମ୍ଭମାନଙ୍କ ପାପରେ ଜୀବିତ ରହୁଁ, ବାସ୍ତବରେ ଏହା ବୁଝିବା କଷ୍ଟକର ଅଟେ। ଆମ୍ଭେମାନେ ଆପଣା ପରିତ୍ରାଣର ଚର୍ମରେ ଆବୃତ୍ତ ହୋଇ, ସେଠାରୁ ନ ବାହାରି, ପାପରେ ସର୍ବଦା ଜୀବିତ ରହିବା ସବୁଠାରୁ ଅତ୍ୟନ୍ତ ଖରାପ ହୋଇଥା’ନ୍ତା ତେଣୁ ପରମେଶ୍ୱର କହନ୍ତି, “ପ୍ରସ୍ଥାନ କର।” ଆଦମ, ମୁଁ ଯେଉଁରୂପେ ତୁମ ପାପ ସକାଶୁ ତୁମକୁ ନ୍ୟାୟ କଲି ଓ କହିଲି ଯେ ତୁମେ ନିତାନ୍ତ ମରିବ ଓ ତାହା ତୁମ ପରିତ୍ରାଣ ନିମନ୍ତେ ଅଟେ, ଯେ ଗୋଟିଏ ଦିନ ଏହି ପାପୀ ଜୀବନ ସମାପ୍ତ ହେବ ଓ ତୁମେ ସମାପ୍ତ ହେବ। ଆଉ ମୋ ପରିତ୍ରାଣ ତୁମକୁ ଏପରି ଆବୃତ୍ତ କରିବ, ତାହା ତୁମେ କେବେ ଚିନ୍ତା କରି ପାରିବ ନାହିଁ। ଆଉ ଆମ୍ଭେମାନେ ଜାଣୁ ଯେ ପରିଶେଷରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା କ୍ରୁଶ ଉପରେ ସେହି ପରିତ୍ରାଣ ପ୍ରଦାନ କରାଗଲା। ଯେତେବେଳେ ଶିଷ୍ୟଗଣ ବାହାରକୁ ଯାଇ ବିଜୟର ବାର୍ତ୍ତା ସହିତ ଯୀଶୁଙ୍କ ନିକଟକୁ ଫେରିଲେ, ଯୀଶୁ ସେମାନଙ୍କୁ କହିଲେ, “ସ୍ଵର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି।” ଯୀଶୁ, ଶୟତାନର ମସ୍ତକକୁ ଚୁର୍ଣ୍ଣ କରିବା ପ୍ରକ୍ରିୟାରେ ଥିଲେ। କିନ୍ତୁ, କ୍ରୁଶ ଉପରେ ଆପଣ ଉଭୟ ନ୍ୟାୟ ଓ ପରିତ୍ରାଣକୁ ଦେଖି ପାରନ୍ତି, ଆପଣମାନେ ଦେଖନ୍ତି ନାହିଁ କି? କାରଣ କ୍ରୁଶ ଉପରେ ଆପଣ ପାପର ଦଣ୍ଡକୁ ଦେଖନ୍ତୁ, ଯେ ଏହା ଗମ୍ଭୀର ଅଟେ ଓ ପାପ ମୃତ୍ୟୁ ଦାବି କରେ, ଅର୍ଥାତ୍ ଈଶ୍ୱରଙ୍କ ମୃତ୍ୟୁର ଦାବି କରେ। ଆପଣ କାହିଁକି ଭାବନ୍ତି ଯେ କ୍ରୁଶ ଆମ୍ଭମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ଅଟେ? କାରଣ କ୍ରୁଶ ସମସ୍ତ ଇତିହାସ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ପାପର ନ୍ୟାୟର ସ୍ଥାନ ଅଟେ ଓ ସେହିପରି ଦ୍ୱିତୀୟରେ, ଏହା ପରିତ୍ରାଣର ସ୍ଥାନ ଅଟେ, ଯେଉଁଠାରେ ପରମେଶ୍ୱର ଆପଣା ପୁତ୍ରଙ୍କୁ ମୃତ୍ୟୁ ଭୋଗ ନିମନ୍ତେ ପ୍ରେରଣ କଲେ, ଯାହା ଦ୍ୱାରା ଆପଣ ଓ ମୁଁ, ଯଦି ଆମ୍ଭେମାନେ ଆପଣା ପାପ ସ୍ୱୀକାର କରୁ, ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ କ୍ରୁଶ ଉପରେ ମୃତ୍ୟୁ ଦ୍ୱାରା ଆମ୍ଭମାନଙ୍କର ପାପର ମୂଲ୍ୟ ଦିଆଯାଇଅଛି, ଆମ୍ଭେମାନେ ସେହି ଡ଼ିମିରି ବୃକ୍ଷର ପତ୍ରକୁ ତ୍ୟାଗ କରିଥାଉ। ଜଗତ ଆପଣାକୁ ଡ଼ିମିରି ବୃକ୍ଷର ପତ୍ର ଦ୍ୱାରା ଆବୃତ୍ତ କରିବାକୁ ଚେଷ୍ଟା କରୁଅଛି, ଏହା ନୁହେଁ କି? ଜଗତ ଆପଣା ପାପକୁ ସମାଧାନ କରିବାକୁ ଚାହୁଁଅଛି, ମାତ୍ର ସେ ତାହା କରିପାରେ ନାହିଁ। ଏହା ସେହିପରି ନିର୍ବୋଧତା ଅଟେ ଯେପରିକି ଏକ ଉଲଙ୍ଗ ବ୍ୟକ୍ତି ସମ୍ମୁଖରେ ଡ଼ିମିରି ବୃକ୍ଷର ପତ୍ର ଅଟେ। କିନ୍ତୁ, ପରମେଶ୍ୱର ବଳିଦାନର ଉପାୟ କରନ୍ତି ଓ ଶେଷ ବଳିଦାନ କ୍ରୁଶ ଉପରେ ହୋଇଥିଲା। ଆମ୍ଭମାନଙ୍କ ମଧ୍ୟରୁ ସେମାନେ, ଅର୍ଥାତ୍ ଯେଉଁମାନେ ଆପଣା ପାପ ସ୍ୱୀକାର କରନ୍ତି ଓ ତାହାଙ୍କୁ ଆପଣା ତ୍ରାଣକର୍ତ୍ତା ଓ ପ୍ରଭୁ ରୂପରେ ସ୍ୱୀକାର କରନ୍ତି, ସେମାନେ ବିଶ୍ୱାସ କରନ୍ତି ଯେ କ୍ରୁଶ ଉପରେ ତାହାଙ୍କ ମୃତ୍ୟୁ ଦ୍ୱାରା ସେମାନଙ୍କ ପାପର ମୂଲ୍ୟ ଦିଆଯାଇଅଛି। ଆମ୍ଭେମାନେ ମୁକ୍ତି ପ୍ରାପ୍ତ ଲୋକ ଅଟୁ, ଅର୍ଥାତ୍ ସର୍ପ ପକ୍ଷର ନୁହେଁ, ମାତ୍ର ହବାଙ୍କ ପକ୍ଷର ଅଟୁ। ଗୋଟିଏ ଦିନ ଆମ୍ଭେମାନେ ଆପଣା ଗୃହକୁ ଯିବା। ଗୋଟିଏ ଦିନ ଆମ୍ଭେମାନେ ପରମେଶ୍ୱରଙ୍କ ସହିତ ପୂର୍ଣ୍ଣ ଶାନ୍ତିରେ ବାସ କରିବା, ଆମ୍ଭେମାନେ ପରସ୍ପର ସହିତ ପୂର୍ଣ୍ଣ ଶାନ୍ତିରେ ବାସ କରିବା, ଆମ୍ଭେମାନେ ଆପଣା ସ୍ୱାମୀ ଓ ସ୍ତ୍ରୀଙ୍କ ସହିତ ଓ ଆମ୍ଭମାନଙ୍କ ସନ୍ତାନସନ୍ତତି, ଆମ୍ଭମାନଙ୍କ ସହକର୍ମୀ, ଆମ୍ଭମାନଙ୍କ ମାଲିକ ଓ କର୍ମକର୍ତ୍ତାଙ୍କ ସହିତ ପୂର୍ଣ୍ଣ ଶାନ୍ତିରେ ବାସ କରିବା। ଗୋଟିଏ ଦିନ! ଆମ୍ଭମାନଙ୍କ ମଧ୍ୟରୁ ଯିଏ କ୍ରୁଶକୁ ବୁଝି ପାରେ, ଆମ୍ଭେମାନେ ଏପରି ଏକ ଗୃହକୁ ଯିବା ଯେଉଁଠାରେ ବ୍ୟଥା ନ ଥିବ, ଯେଉଁଠାରେ କୌଣସି ଉତ୍ତେଜନା ନ ଥିବ, ଯେଉଁଠାରେ କୌଣସି ପାପ ନ ଥିବ। ଆଉ ଆମ୍ଭେମାନେ ତାହାଙ୍କୁ, ସେ ଯେପରି ଅଟନ୍ତି ସେହିପରି ଦେଖିବା ଓ ଆମ୍ଭେମାନେ ତାହାଙ୍କ ପରି ହେବା। ଏଥିରେ କୌଣସି ଆଶ୍ଚର୍ଯ୍ୟ କରିବାର ବିଷୟ ନାହିଁ ଯେ ମଣ୍ଡଳୀର ପ୍ରାରମ୍ଭିକ ଚିତ୍କାର, “ମାରାନାଥା!, ହେ ପ୍ରଭୁ ଯୀଶୁ, ଆସନ୍ତୁ! ଥିଲା।”

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତଃ, ଆମ୍ଭେମାନେ ସ୍ୱୀକାର କରୁ ଯେ, ଯଦିଓ ଆମ୍ଭମାନଙ୍କ ହୃଦୟ ପରିବର୍ତ୍ତିତ ହୋଇଅଛି, ଯଦିଓ ଆମ୍ଭମାନଙ୍କ ଜୀବନରେ ପାପର ଶକ୍ତିକୁ ଚୁର୍ଣ୍ଣ କରାଯାଇଅଛି, ଆମ୍ଭେମାନେ ଆଦମ ଓ ହବାଙ୍କ ପରି ଅଟୁ, ଓ ସଂଘର୍ଷ କରୁ। ଆମ୍ଭେମାନେ ଆଜି ପ୍ରାତଃ ସମୟରେ ବୁଝୁ ଯେ ଆଦି ପୁସ୍ତକ ୩ ପର୍ବ ବାସ୍ତବ ଅଟେ, ଏହା ଅପରାହ୍ନରେ ମଧ୍ୟ ବାସ୍ତବ ଅଟେ ଏବଂ ଶୟତାନ ଆପଣା ମିଥ୍ୟାକୁ ପରିବର୍ତ୍ତିତ କରି ନାହିଁ। ଆଉ ଆଦମ ଓ ହବାଙ୍କ ପ୍ରବଣତା ଓ ଦୁର୍ବଳତା, ତାହା ଆମ୍ଭମାନଙ୍କ ନିଜର ଅଟେ। କିନ୍ତୁ, ପିତଃ, ଆମ୍ଭେମାନେ ଏହା ମଧ୍ୟ ଜାଣୁ ଯେ କ୍ରୁଶ ଉପରେ ଆପଣ, ପାପର ନ୍ୟାୟ କଲେ, ଏହି କକ୍ଷରେ ଥିବା ସମସ୍ତଙ୍କ ନ୍ୟାୟ କରିଅଛନ୍ତି, ଏବଂ ଏହା ଦ୍ୱାରା ଆମ ସମସ୍ତଙ୍କୁ ଆପଣା ପୁତ୍ର ଦ୍ୱାରା ଆବୃତ୍ତ କରିଅଛନ୍ତି। ଆମ୍ଭେମାନେ ତାହାଙ୍କୁ ଏକ ବସ୍ତ୍ର, ଅର୍ଥାତ୍ ଏକ ବଳିଦାନର ବସ୍ତ୍ର ବା ପାପର ମୂଲ୍ୟ ଦିଆଯାଇଥିବା ଏକ ବସ୍ତ୍ର କିନ୍ତୁ ଭରସାର ଏକ ବସ୍ତ୍ର  ସମାନ ପରିଧାନ କରୁ। କାରଣ ତିଳେ ମାତ୍ର ସନ୍ଦେହ ବିନା ଆମ୍ଭେମାନେ ଜାଣୁ ଯେ ସ୍ୱର୍ଗରେ ଆମ୍ଭମାନଙ୍କ ପାଇଁ କ’ଣ ରଖାଯାଇଅଛି: ଆପଣଙ୍କ ସହିତ ଚିରକାଳ ପର୍ଯ୍ୟନ୍ତ ଏକ ଶାନ୍ତି ଓ ଯନ୍ତ୍ରଣାରହିତ ଜୀବନ। ହେ, ପ୍ରଭୁ ଯୀଶୁ, ଆପଣ ଶୀଘ୍ର ଆସନ୍ତୁ। ଆମେନ୍।