୫.  ଅବ୍ରହାମଙ୍କ ନିୟମ

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତଃ, ଆମ୍ଭେମାନେ ଯେଉଁ କାହାଣୀସବୁ ଶୁଣୁ, ତାହା ୟୁକ୍ରେନଙ୍କଠାରୁ ଶୁଣିଥିବା କାହାଣୀ ସଙ୍ଗେ ସମାନ ଅଟେ ଓ ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କ ପାଇଁ ତାହା ବୋଧର ଅଗମ୍ୟ ଅଟେ। ଆମ୍ଭମାନଙ୍କ ଅନୁଭବରୁ ଏପର୍ଯ୍ୟନ୍ତ ଏହି କାହାଣୀଗୁଡ଼ିକ ମତ୍ତ ହୋଇ ଝରକାରୁ ଗୋଟିଏ ଶିଶୁକୁ ଅଳିଆ ସ୍ଥାନରେ ଫିଙ୍ଗିଦେବା ତାପରେ ଉଠାଇବା ସଦୃଶ ଅଟେ। ଏହା ଏପରି ଅଟେ ଯାହା ଆମ୍ଭେମାନେ ନିଶ୍ଚିତ ଭାବରେ ବୁଝି ପାରୁ ନାହିଁ, କାରଣ ଏହା ଆମ୍ଭମାନଙ୍କ ଅନୁଭବର ଅଂଶ ନୁହେଁ। ତଥାପି ଆମ୍ଭେମାନେ ଅନ୍ୟ ନିଷ୍ଠୁରତାକୁ ଦେଖିଅଛୁ, ଏବଂ ଆମ୍ଭେମାନେ ଏହିପରି ଲୋକମାନଙ୍କ ବିଷୟରେ ଶୁଣୁ, ଏବଂ ଆମ୍ଭମାନଙ୍କ ପ୍ରାଣ ଆପଣଙ୍କଠାରେ ଚିତ୍କାର କରି ଉଠେ, “ପରମେଶ୍ୱର ଆପଣ କିପରି ଉତ୍ତମ ଓ ପରାକ୍ରମୀ ହୋଇପାର? ନିଶ୍ଚିତ ଭାବରେ ଏହା ହୋଇପାରେ ନାହିଁ ଯେ ଗୋଟିଏ ଉତ୍ତମ ଓ ପରାକ୍ରମୀ ପରମେଶ୍ୱର ଏହିପରି ଘଟଣା ହେବା ପାଇଁ ଅନୁମତି ଦେଇ ପାରନ୍ତି। ତଥାପି ପିତଃ, ଆପଣ ଆମ୍ଭମାନଙ୍କୁ ବିଶ୍ୱାସ କରିବା ପାଇଁ ଆହ୍ୱାନ କରିଅଛ, ଏହା ବିଶ୍ୱାସ କରିବା ନିମନ୍ତେ ଯେ ଆପଣ ଉତ୍ତମ ଅଟନ୍ତି, ଏହା ବିଶ୍ୱାସ କରିବା ନିମନ୍ତେ ଯେ ଆପଣ ଧାର୍ମିକତା ପୁରସ୍କାର ଦାତା ଓ ଦୁଷ୍ଟତା ଦଣ୍ଡ ଦାତା ଅଟନ୍ତି। ଆମ୍ଭେମାନେ ନ ଦେଖିବା ପର୍ଯ୍ୟନ୍ତ, ଆପଣ କେବଳ ବିଶ୍ୱାସ କରିବାକୁ ଆହ୍ୱାନ କରିଅଛ। ପିତଃ, ଆମ୍ଭେମାନେ ଆଜି ସକାଳ ସମୟରେ ଅବ୍ରହାମଙ୍କ କାହାଣୀକୁ ଦେଖୁ, ବିଶେଷତଃ ଆପଣଙ୍କ ବିଶ୍ୱାସଆହ୍ୱାନ ପ୍ରତି ତାହାଙ୍କର ପ୍ରତିକିୟାକୁ, ତେବେ ଯେପରି ଆମ୍ଭେମାନେ ସନ୍ଦେଶକୁ ହୃଦୟଙ୍ଗମ କରିପାରୁ ପୁଣି ୟୁକ୍ରେନଙ୍କଠାରୁ ଶୁଣିଥିବା କାହାଣୀକୁ ମଧ୍ୟ ଆମ୍ଭେମାନେ ହୃଦୟଙ୍ଗମ କରିପାରୁ। ପିତଃ, ଆମ୍ଭେମାନେ ପ୍ରାର୍ଥନା କରୁ ଯେ, ଆପଣ ହୁଏତ ଆମ୍ଭମାନଙ୍କ ଜୀବନରେ କେବେ ବୁଝି ନ ଥିବା ପରି, ଆମ୍ଭମାନଙ୍କୁ ଆଜି ସାହାଯ୍ୟ କରନ୍ତୁ ଯେ ବିଶ୍ୱାସ କ’ଣ ଅଟେ ଏବଂ ଏକ ଉତ୍ତମ ପୁଣି ପରାକ୍ରମୀ ପରମେଶ୍ୱର କିଏ ଅଟନ୍ତି, ତାହା ଆମ୍ଭେମାନେ ବୁଝି ପାରୁ। ଯୀଶୁଙ୍କ ନାମରେ ଆମେନ୍।

୧. ଜଳପ୍ଳାବନ ପରେ

ଆମ୍ଭେମାନେ ଆଦି ପୁସ୍ତକ ୮:୨୧ ପଦରେ ପଢ଼ୁ ଯେ ଏହି ଜଳପ୍ଳାବନ ଲୋକମାନଙ୍କ ହୃଦୟକୁ ପରିବର୍ତ୍ତନ କଲା ନାହିଁ। ପରମେଶ୍ୱର କହନ୍ତି, “ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ ଅଟେ।”

ଏବଂ ଯେପରି ଆମ୍ଭେମାନେ ଜଳପ୍ଳାବନ କାହାଣୀର ଅତୀତକୁ ଅଧ୍ୟୟନ କରୁ, ଆମ୍ଭେମାନେ ଦେଖୁ ଯେ ପାପ ଓ ପାପର ପରିଣାମସବୁ ନିରନ୍ତର ଅଟେ। ଯେତେବେଳେ ନୋହଙ୍କ ପୁତ୍ର ହାମଙ୍କ ବିଷୟରେ ପଢ଼ୁ, ତେବେ ଆମ୍ଭେମାନେ ଦେଖୁ ଯେ ପାପ ବ୍ୟକ୍ତିଗତ ରୂପରେ ବୃଦ୍ଧି ପାଏ, ଏବଂ ସେ ଆପଣା ପୁତ୍ର ପାଇଁ ଅଭିଶପ୍ତ ହୁଅନ୍ତି। ଯେତେବେଳେ ଲୋକମାନେ ପରମେଶ୍ୱରଙ୍କ ଆଜ୍ଞା ବିରୁଦ୍ଧରେ ବାବିଲ ଗଡ଼ ନିର୍ମାଣ କରିବା ନିମନ୍ତେ ଓ ଆପଣା ନାମ ବିଖ୍ୟାତ କରିବା ନିମନ୍ତେ ଏକତ୍ର ହୁଅନ୍ତି, ସେତେବେଳେ ଆମ୍ଭେମାନେ ସାମୂହିକ ପାପର ବୃଦ୍ଧି ବିଷୟରେ ପଢ଼ିଥାଉ ଏବଂ ସେମାନେ ଦଣ୍ଡ ପ୍ରାପ୍ତ ହୁଅନ୍ତି।

ଏବଂ ଆମ୍ଭେମାନେ ଏହିପ୍ରକାରେ ପାପ ନିରନ୍ତର ହେବା ଦେଖୁ, କିନ୍ତୁ ତାହା ସହିତ ପରମେଶ୍ୱରଙ୍କ ପରିତ୍ରାଣ ମଧ୍ୟ ନିରନ୍ତର ହେବା ଦେଖୁ। ଉଦ୍ୟାନ ଓ ଜଳପ୍ଳାନର ବିଷୟବସ୍ତୁ ନିରନ୍ତର ହେଉଅଛି, କାରଣ ପରମେଶ୍ୱର ନୋହଙ୍କ ଏକ ବଂଶକୁ ମନୋନୀତ କଲେ, ଯାହାଙ୍କୁ ପ୍ରଥମେ ଅବ୍ରାମ ବୋଲି କୁହାଯାଉଥିଲା, କିନ୍ତୁ ପରେ ସେ ଅବ୍ରହାମ ନାମରେ ନାମିତ ହେଲେ। ଆମ୍ଭେମାନେ ପରିତ୍ରାଣର ପ୍ରତିନିଧିତ୍ୱ କରିବା ପାଇଁ ପରମେଶ୍ୱର କିପରି ଅବ୍ରହାମଙ୍କୁ ମନୋନୀତ କରନ୍ତି, ସେହି କାହାଣୀକୁ ଦେଖୁ, ଅର୍ଥାତ୍ କେଉଁ ମାଧ୍ୟମରେ ସେ ପାପର ସମସ୍ୟାକୁ ସମଧାନ କରିବାକୁ ଯାଉଥିଲେ

୨. ପରମେଶ୍ୱର ଅବ୍ରହାମଙ୍କ ଆହ୍ୱାନକୁ ନୂତନୀକୃତ କରନ୍ତି

ପରମେଶ୍ୱର ଅବ୍ରହାମଙ୍କୁ ଊର ନାମକ ଆପଣା ଦେଶକୁ ତ୍ୟାଗ କରିବା ପାଇଁ ଆହ୍ୱାନ କରନ୍ତି, ଯାହା କୁୱେତ୍‌ର ନିମ୍ନବର୍ତ୍ତୀ ଅଞ୍ଚଳରେ, ବୋଧହୁଏ ଆଧୁନିକ ମାନଚିତ୍ରରେ ଉତ୍ତର ଦିଗର କିଛି ଦୂରରେ ଅବସ୍ଥିତ ଅଟେ। ଆଉ ଅବ୍ରହାମ ଓ ତାହାଙ୍କ ପରିବାର ହାରଣଠାରେ ରହିଲେ, ଯାହା କିଣାନ ଦେଶରୁ ଅଧ ରାସ୍ତା ଅଟେ। ସେମାନେ ସେଠାରେ ଅବ୍ରହାମଙ୍କ ପିତା ତେରହଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରହିଲେ। ତାହା ପ୍ରାୟ ୨୧୦୦ ଖ୍ରୀଷ୍ଟ ପୂର୍ବ ଅଟେ। ତାପରେ ଆମ୍ଭେମାନେ ଆଦି ପୁସ୍ତକ ୧୨ ପର୍ବରେ ପଢ଼ୁ ଯେ ପରମେଶ୍ୱର ଅବ୍ରହାମଙ୍କୁ ପୁନର୍ବାର ଆହ୍ୱାନ କରନ୍ତି। ଆଦି ପୁସ୍ତକ ୧୨:୧ ପଦରେ ଲେଖାଯାଏ, “ଏଉତ୍ତାରୁ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ‘ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ଵ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ। ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ କରିବା; ତୁମ୍ଭେ ଆଶୀର୍ବାଦର ଆକର ହେବ। ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି ଯେକେହି ତୁମ୍ଭକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ।’ ଅବ୍ରାମ ସଦାପ୍ରଭୁଙ୍କ ଏହି ବାକ୍ୟାନୁସାରେ ପ୍ରସ୍ଥାନ କଲେ।” ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ଯଦି ତୁମ୍ଭେ ଆପଣା ଦେଶ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ, ତେବେ ଆମ୍ଭେ ନିମ୍ନ ପ୍ରତିଜ୍ଞାଗୁଡ଼ିକୁ ପୂରଣ କରିବୁ।” ଆଉ ମୂଳତଃ ଏହି ପ୍ରତିଜ୍ଞାରେ ଦୁଇଟି ଭାଗ ଅଛି, ତାହା ନୁହେଁ କି?

କ. ପ୍ରତିଜ୍ଞାର ଦୁଇଟି ଭାଗ

ସର୍ବ ପ୍ରଥମେ, ପରମେଶ୍ୱର ଅବ୍ରହାମଙ୍କଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବାକୁ ପ୍ରତିଜ୍ଞା କରନ୍ତି। ପରେ ଯେପରି ଆମ୍ଭେମାନେ ଏହି ବିଷୟରେ ପଢୁ, ପରମେଶ୍ୱର ଅବ୍ରହାମଙ୍କ ବଂଶ ବିଷୟରେ ପ୍ରତିଜ୍ଞା କରୁଅଛନ୍ତି, ଓ ସେ ଦେଶ ବିଷୟରେ ପ୍ରତିଜ୍ଞା କରୁଅଛନ୍ତି। ଯଦିଓ ରୂଚିକର ଭାବରେ, ପରମେଶ୍ୱର ଆଦି ପୁସ୍ତକ ୧୨ ପର୍ବରେ ଅବ୍ରହାମଙ୍କ ବଂଶ ବାସ୍ତବରେ ଅବ୍ରହାମଙ୍କ ନିଜ ସନ୍ତାନ ଦ୍ୱାରା ଯେ ଉତ୍ପନ୍ନ ହେବ, ତାହା ସ୍ପଷ୍ଟ କରନ୍ତି ନାହିଁ। କିନ୍ତୁ, ନିଶ୍ଚିତ ରୂପରେ ସେ ସେମାନଙ୍କୁ ବଂଶ ବିଷୟରେ, ଦେଶ ବିଷୟରେ ଓ ସେ ସେମାନଙ୍କୁ ଏକ ମହାଗୋଷ୍ଠୀ କରିବା ବିଷୟରେ ପ୍ରତିଜ୍ଞା କରନ୍ତି।

ଏବଂ ଦ୍ୱିତୀୟରେ, ପରମେଶ୍ୱର ଏକ ଆଶୀର୍ବାଦ ବିଷୟରେ ଅବ୍ରହାମଙ୍କୁ ପ୍ରତିଜ୍ଞା କରନ୍ତି। ପରମେଶ୍ୱର ଅବ୍ରହାମଙ୍କୁ ଆଶୀର୍ବାଦ ଦେବା ବିଷୟରେ ପ୍ରତିଜ୍ଞା କରନ୍ତି, ଯେଉଁମାନେ ଅବ୍ରହାମଙ୍କୁ ଆଶୀର୍ବାଦ କରନ୍ତି, ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରିବା ପାଇଁ ଏବଂ ଯେକେହି ତାହାଙ୍କୁ ଅଭିଶାପ ଦିଅନ୍ତି, ପରମେଶ୍ୱର ତାହାକୁ ଅଭିଶାପ ଦେବା ପାଇଁ ପ୍ରତିଜ୍ଞା କରନ୍ତି। ପୁଣି ଅବ୍ରହାମ ଆଶୀର୍ବାଦର ଆକର ହେବେ, ଓ କେବଳ ଆପଣା ବଂଶ ନୁହେଁ ମାତ୍ର ପୃଥିବୀର ସବୁ ବଂଶ ତାହାଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ। ଅବ୍ରହାମଙ୍କ ନିମନ୍ତେ ସେହି ଏକ ମହାଗୋଷ୍ଠୀ ଓ ଏକ ମହାନ ଆଶୀର୍ବାଦ, ଦୁଇଗୁଣ ପ୍ରତିଜ୍ଞା ଅଟେ।

ଖ. ପ୍ରତିଜ୍ଞାଗୁଡ଼ିକୁ ପାଇବା ନିମନ୍ତେ ଦୁଇଟି ପଦକ୍ଷେପ

ଯେପରି ଆପଣ କାହାଣୀକୁ ପଢ଼ିବେ, ତେବେ ଆପଣ ଦେଖି ପାରିବେ ଯେ ଯଦି ଅବ୍ରହାମ ସେହି ପ୍ରତିଜ୍ଞାଗୁଡ଼ିକୁ ପାଇବାକୁ ଯାଉଅଛନ୍ତି, ତେବେ ତାହାଙ୍କୁ ଦୁଇଟି ପଦକ୍ଷେପ ଦେଇ ଗମନ କରିବାକୁ ହେବ। ତାହାଙ୍କୁ ଦୁଇଟି କାର୍ଯ୍ୟ କରିବାକୁ ହେବ। ପ୍ରଥମେ ଅବ୍ରହାମଙ୍କୁ ବିଶ୍ୱାସ କରିବାକୁ ହେବ। ଅବ୍ରହାମ ବିଶ୍ୱାସ କରିବା ଉଚିତ୍ ଯେ ପରମେଶ୍ୱରଙ୍କ ପ୍ରତିଜ୍ଞା ସତ୍ୟ ଅଟେ। ସେ ପରମେଶ୍ୱରଙ୍କ ପ୍ରତିଜ୍ଞା ଉପରେ ଭରସା କରିବା ଉଚିତ୍। ଅନ୍ୟ ବାକ୍ୟରେ, ଅବ୍ରହାମ ବିଶ୍ୱାସ କରିବା ପାଇଁ ଆହୂତ ହୋଇଅଛନ୍ତି। ଯଦ୍ୟପି “ବିଶ୍ୱାସ” ଶବ୍ଦ ୧୨ ପର୍ବରେ ସ୍ପଷ୍ଟ ରୂପରେ ବ୍ୟବହାର କରାଯାଇ ନାହିଁ, ଏହା ୧୫ ପର୍ବରେ ବ୍ୟବହାର କରାଯାଇଅଛି, ଏବଂ ଏବ୍ରୀ ପୁସ୍ତକ ୧୧ ପର୍ବରେ ଯେବେ କାହାଣୀର ପୁନରାବୃତ୍ତି ହୁଏ ସେଠାର ସାର କଥା ଏହା ଯେ ଅବ୍ରହାମ ବିଶ୍ୱାସ କରିବା ନିମନ୍ତେହୂତ ହୋଇଥିଲେ। ତେଣୁ ଯଦି ଅବ୍ରହାମ ଏହି ଦୁଇଟି ପ୍ରତିଜ୍ଞାକୁ ପାଇବାକୁ ଯାଉଅଛନ୍ତି, ତେବେ ତାହାଙ୍କୁ ନିମ୍ନ ଦୁଇଟି କାର୍ଯ୍ୟ କରିବାକୁ ହେବ। ପ୍ରଥମେ, ତାହାଙ୍କୁ ବିଶ୍ୱାସ କରିବାକୁ ହେବ। ଅବ୍ରହାମଙ୍କୁ ବିଶ୍ୱାସ କରିବାକୁ ଅଛି ଯେ ପରମେଶ୍ୱରଙ୍କ ପ୍ରତିଜ୍ଞା ସତ୍ୟ ଅଟେ। ଦ୍ୱିତୀୟରେ, ସେ ସେହି ବିଶ୍ୱାସ ଅନୁସାରେ କାର୍ଯ୍ୟ କରିବା ଉଚିତ୍। ଏହା ଦେଖିବା ବାସ୍ତବରେ ମହତ୍ୱପୂର୍ଣ୍ଣ ବିଷୟ ଅଟେ। ଏହା ପରମେଶ୍ୱରଙ୍କ ଏକ ସର୍ତ୍ତମୂଳକ ପ୍ରତିଜ୍ଞା ଅଟେ। ପରମେଶ୍ୱର ଅବ୍ରହାମଙ୍କଠାରୁ ଏକ ମହାଗୋଷ୍ଠୀ ଓ ଆଶୀର୍ବାଦ କରିବାକୁ ଯାଉ ନାହାଁନ୍ତି, ଯଦି ସେ ସେଠାରେ ବସିଥାଆନ୍ତେ ଓ କହିଥାଆନ୍ତେ, “ପରମେଶ୍ୱର ଆପଣ ଜାଣନ୍ତି, ମୁଁ ନିଶ୍ଚିତ ଭାବରେ ବିଶ୍ୱାସ କରେ ଯେ ଆପଣ ସତ୍ୟ ପରମେଶ୍ୱର ଅଟନ୍ତି, ଓ ମୁଁ ବିଶ୍ୱାସ କରେ ଯେ ଆପଣ ଯାହା କହନ୍ତି, ତାହା ସତ୍ୟ ଅଟେ, କିନ୍ତୁ କ’ଣ ଆପଣ ଜାଣନ୍ତି? ମୁଁ ଏଠାରେ ଆନନ୍ଦିତ ଅଟେ, ଓ ମୁଁ କୌଣସି ସ୍ଥାନକୁ ଯିବି ନାହିଁ।” ୧୨ ପର୍ବର ପ୍ରତିଜ୍ଞାଗୁଡ଼ିକ ସର୍ତ୍ତମୂଳକ ପ୍ରତିଜ୍ଞା ଅଟେ, ଓ ଅବ୍ରହାମଙ୍କୁ ବିଶ୍ୱାସ କରିବାକୁ ଅଛି ଯେ ପ୍ରତିଜ୍ଞାଗୁଡ଼ିକ ସତ୍ୟ ଅଟେ, କିନ୍ତୁ ସେ ସେହି ପ୍ରତିଜ୍ଞା ଉପରେ, ବିଶ୍ୱାସରେ ପଦକ୍ଷେପ ନେବା ଉଚିତ୍। ସେ ବିଶ୍ୱାସଯୋଗ୍ୟତାର ସହିତ ଆଜ୍ଞାବହ ହେବା ଉଚିତ୍। ଅତଏବ ଅବ୍ରହାମଙ୍କଠାରେ ଚୟନ କରିବାକୁ ଏକ ଅବସର ଅଛି, ତାଙ୍କ ପାଖରେ ନାହିଁ କି? ଏବଂ ଅବ୍ରହାମ ପରମେଶ୍ୱରଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ କରିବାକୁ ଚୟନ କରନ୍ତି ଓ ଅବ୍ରହାମ ବିଶ୍ୱାସଯୋଗ୍ୟତାର ସହିତ ଆଜ୍ଞା ପାଳନ କରନ୍ତି। ସେ ପରମେଶ୍ୱରଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ କରନ୍ତି, ସେ ବିଶ୍ୱାସଯୋଗ୍ୟତାର ସହିତ ଆଜ୍ଞା ପାଳନ କରନ୍ତି, କାରଣ ତାହାଙ୍କ ବିଶ୍ୱାସ ବାସ୍ତବ ଅଟେ। ସେ ହାରଣକୁ ତ୍ୟାଗ କରି ପ୍ରତିଜ୍ଞାତ ଦେଶକୁ, ଅର୍ଥାତ୍ କିଣାନକୁ ପ୍ରସ୍ଥାନ କରନ୍ତି।

୩. ଅବ୍ରହାମଙ୍କ ନିୟମ

ତା’ପରେ ଅନେକ ଘଟଣା ଦେଖିବାକୁ ମିଳେ ଓ ବର୍ତ୍ତମାନ ଆମ୍ଭେମାନେ ଆଦି ପୁସ୍ତକ ୧୫ ପର୍ବକୁ ଦେଖିବାକୁ ଯାଉଅଛୁ। ଆଦି ପୁସ୍ତକ ୧୫ ପର୍ବରେ ଅବ୍ରହାମ କିଣାନ ଦେଶରେ ଅଛନ୍ତି ଓ ଏହି କାହାଣୀକୁ ଆମେ ଅବ୍ରହାମଙ୍କ ସହିତ ନିୟମର କାହାଣୀ କହିଥାଉ, ଅର୍ଥାତ୍ ପରମେଶ୍ୱର ଅବ୍ରହାମଙ୍କ ସହିତ ନିୟମ ସ୍ଥାପନ କରନ୍ତି। ଯଦି ବାଇବଲର କାହାଣୀମାନଙ୍କ ଉପରେ ପ୍ରଥମ ୧୦ଟି ପ୍ରଚାରର ଏକ ଶୃଙ୍ଖଳାକୁ ଦେଖାଯାଏ, ତେବେ ସୃଷ୍ଟିର କାହାଣୀ ପରେ ଏହି କାହାଣୀ ଦ୍ୱିତୀୟ ସ୍ଥାନରେ ଆସିବ। ଏହା କାହାଣୀର ଭିତ୍ତି ସ୍ୱରୂପ ଅଟେ। ଆଦି ପୁସ୍ତକ ୧୫ ପର୍ବ ଏବଂ ପରମେଶ୍ୱର ଓ ଅବ୍ରହାମଙ୍କ ମଧ୍ୟରେ, ଓ ପରେ ଅବ୍ରହାମ ଓ ତାହାଙ୍କ ବଂଶ ମଧ୍ୟରେ ନିୟମ ସ୍ଥାପନା ଅଟେ।

କ. ନିୟମର ପରିଭାଷା

ମୁଁ “ନିୟମ” ଶବ୍ଦ ବିଷୟରେ ବହୁତ କିଛି କହିବାକୁ ଯାଉଅଛି, ତେଣୁ ମୁଁ ଚାହେଁ ଯେ ଆପଣ ଏହି ଶବ୍ଦର ଅର୍ଥ କ’ଣ, ତାହା ବୁଝନ୍ତୁ। “ନିୟମ” ର ଅର୍ଥ ସରଳ ଭାବରେ ଦୁଇଟି ଦଳ ବା ପକ୍ଷ ମଧ୍ୟରେ ଏକ ଔପଚାରିକ ଚୁକ୍ତି ଅଟେ। ଯଦି ଆପଣ ବାଇବଲ ବାହାରେ ପ୍ରଚୀନ ସାହିତ୍ୟକୁ ଦେଖନ୍ତି, ତେବେ ଆପଣ ଏହି ନିୟମ ବିଧି ପ୍ରାୟ ସବୁ ସ୍ଥାନରେ ପାଇ ପାରିବେ, ଉଦାହରଣ ସ୍ୱରୂପ, ଦୁଇଟି ରାଜା ଏକତ୍ର ଆସି ପରସ୍ପର ଏକ ନିୟମ ସ୍ଥାପନ କରନ୍ତି, ସେମାନେ ଏକ ଔପଚାରିକ ସମ୍ପର୍କ ସ୍ଥାପନ କରନ୍ତି। ସେହି ନିୟମରେ ଉଭୟଙ୍କ କର୍ତ୍ତବ୍ୟ କ’ଣ, ଲାଭ କ’ଣ ଓ ପରସ୍ପର ସହିତ କିପରି ସମ୍ବନ୍ଧୀତ ହୋଇ ରହିବେ, ତାହା ପ୍ରକାଶ କରନ୍ତି। ଆଉ ଆପଣ ଯଦି ଆଦି ପୁସ୍ତକ ୧୫ ପର୍ବର ୭ ପଦକୁ ପଢ଼ିବେ, ମୁଁ ଉତ୍ସାହିତ କରେ ଯେ ଆଜି ଅପରାହ୍ନ ସମୟରେ ପଢ଼ନ୍ତୁ, ତେବେ ଆପଣ ପ୍ରକୃତ ନିୟମ ବିଧି କାର୍ଯ୍ୟକାରୀ ହେବା ଦେଖିପାରିବେ। କାରଣ, ଉଦାହରଣ ସ୍ୱରୂପ, ଯାହା ରାଜାମାନଙ୍କୁ କରିବାର ଅଛି ତାହା ଏହା ଯେ ସେମାନେ ଉତ୍ସର୍ଗୀକୃତ ପଶୁକୁ ନେଇ, ତାହାକୁ ଦୁଇ ଭାଗ କରି ଅନାବୃତ୍ତ କରି ରଖିବେ। ତା’ପରେ ନିୟମ ବିଧି ଅନୁସାରେ ଉଭୟ ରାଜା ପଶୁର ଏହି ଦୁଇଟି ଭାଗ ଦେଇ ଗମନ କରିବେ। ସେମାନେ ଏହା କହନ୍ତି ଯେ, “ଯଦି ମୁଁ ଏହି ନିୟମର ସର୍ତ୍ତକୁ ଉଲଙ୍ଘନ କରେ, ତେବେ ଆମ୍ଭେମାନେ ଏହି ପଶୁ ସହିତ ଯାହା କରିଅଛୁ, ସେହିପରି ମୋ ପ୍ରତି ଘଟୁ।” ଏହା ଆଦି ପୁସ୍ତକ ୧୫ ପର୍ବରେ କିଛି ଭିନ୍ନ ଅଟେ, କାରଣ ଏଠାରେ କେବଳ ପରମେଶ୍ୱର ଗମନ କରନ୍ତି, କିନ୍ତୁ ନିୟମ ବିଧି ତାହା ଅଟେ। ଅତଏବ “ନିୟମ” ଔପଚାରିକ ରୂପରେ ଦୁଇଟି ଦଳ ବା ପକ୍ଷ ମଧ୍ୟରେ ଏକ ଚୁକ୍ତି ଅଟେ ଓ ଉଭୟ ପକ୍ଷ ଆପଣା କର୍ତ୍ତବ୍ୟ ଓ ଲାଭ ବିଷୟରେ ଏକମତ ହୁଅନ୍ତି। ମୁଁ ଏହି ନିୟମ ସମ୍ପର୍କରେ ଅନେକ ବିଷୟରେ କହିବି, ବାସ୍ତବରେ, ମୁଁ ବାଇବଲର ଅବଶେଷ କାହାଣୀରେ ଏହି ସମ୍ପର୍କ ବିଷୟରେ କହିବି, କାରଣ ତାହା ହିଁ ଏଠାରେ ଦେଖିବାକୁ ମିଳେ, ଅର୍ଥାତ୍ ଗୋଟିଏ ସମ୍ପର୍କ ସ୍ଥାପନା ହୋଇଅଛି। ଏହି ସମ୍ପର୍କରେ ଅନେକ ଲାଭ ଓ କର୍ତ୍ତବ୍ୟ ରହିଅଛି, ଯେଉଁଥିରେ ଅବ୍ରହାମ ମଧ୍ୟ ଅଂଶୀ ଅଟନ୍ତି। କିନ୍ତୁ ମୁଁ ନିୟମରେ ଆବଦ୍ଧ ଏକ ଗୋଷ୍ଠୀ ବିଷୟରେ ମଧ୍ୟ ଚର୍ଚ୍ଚା କରିବାକୁ ଯାଉଅଛି, କାରଣ ପରମେଶ୍ୱରଙ୍କ ନିୟମ କେବଳ ଅବ୍ରହାମଙ୍କ ସହିତ ନୁହେଁ, ତାହା ସତ କି? ପରମେଶ୍ୱରଙ୍କ ନିୟମ, ଅର୍ଥାତ୍ ତାହାଙ୍କ ଔପଚାରିକ ସମ୍ପର୍କ, ଅବ୍ରହାମ ଓ ତାହାଙ୍କ ବଂଶ ପାଇଁ ମଧ୍ୟ ଅଟେ। ଅତଏବ ସେଗୁଡ଼ିକ ମୋ ବାକ୍ୟ ଅଟେ ଓ ତାହା ମୁଁ ପ୍ରତ୍ୟେକ ସପ୍ତାହରେ ପ୍ରୟୋଗ କରିବି, ଠିକ୍ ଅଛି? ନିୟମ - ଗୋଟିଏ ଔପଚାରିକ ସମ୍ପର୍କ, ଯେଉଁଠାରେ କର୍ତ୍ତବ୍ୟ ଓ ଲାଭ ଅଛି, ଓ ତେଣୁ ଏହି ପରିପେକ୍ଷରେ ପରମେଶ୍ୱର ଓ ଅବ୍ରହାମ ଓ ତାହାଙ୍କ ବଂଶ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇଅଛି, ପୁଣି ଅବ୍ରହାମ ଓ ତାହାଙ୍କ ବଂଶ ଏକ ନିୟମବଦ୍ଧ ଗୋଷ୍ଠୀ, ଅର୍ଥାତ୍ ଏପରି ଏକ ଲୋକ ସମୂହ ଅଟନ୍ତି, ଯେଉଁମାନେ ପରମେଶ୍ୱରଙ୍କ ସହିତ ସମ୍ପର୍କରେ ଅଛନ୍ତି।

ଖ. ନିୟମ ସମାରୋହ

ଆସନ୍ତୁ ଆମ୍ଭେମାନେ ୧୫:୧ ପଦରୁ ଦେଖିବା, କାରଣ ଏହା ସେହି ସମୟ ଅଟେ ଯାହା ନିୟମ  ସମାରୋହକୁ ଗକୁ ବଢ଼ାଏ। “ସେହି ଘଟଣା ଉତ୍ତାରେ ଦର୍ଶନ ଦ୍ଵାରା ସଦାପ୍ରଭୁଙ୍କର ବାକ୍ୟ ଅବ୍ରାମଙ୍କ ନିକଟରେ ଉପସ୍ଥିତ ହେଲା, ‘ହେ ଅବ୍ରାମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢ଼ାଲ’ (ଅର୍ଥାତ୍ ଆମ୍ଭେ ତୁମ୍ଭର ରାଜା ଓ ଆମ୍ଭେ ତୁମ୍ଭର ରକ୍ଷକ ଅଟୁ) ଓ ‘ମହାପୁରସ୍କାର ସ୍ଵରୂପ’। ତହିଁରେ ଅବ୍ରାମ ଉତ୍ତର କଲେ, ‘ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ମୋତେ କଅଣ ଦେବ? ମୁଁ ତ ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଅଛି, ପୁଣି ଦମ୍ମେସକୀୟ ଇଲୀୟେଜର ମୋʼ ଗୃହର ଧନାଧିକାରୀ ଅଟେ।’ ପୁଣି ଅବ୍ରାମ କହିଲେ, ‘ଦେଖ, ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ, ଏଣୁ ମୋʼ ଗୃହଜାତ କୌଣସି ଲୋକ ମୋହର ଉତ୍ତରାଧିକାରୀ ହେବ।’” ଏଠାରେ ଆମେ ଯାହା ଦେଖୁଅଛୁ ତାହା ଏକ ପ୍ରାଚୀନ ପ୍ରଥା ଅଟେ। ଏହିପରି ସମୟ ଓ ବୟସରେ ଗୋଟିଏ ବନ୍ଧ୍ୟା ଦମ୍ପତ୍ତି କ’ଣ କରିବେ, ସେମାନେ ଏପରି ଏକ ଜଣଙ୍କୁ ଖୋଜି ଆପଣା ସମସ୍ତ ସମ୍ପତ୍ତି ଉପରେ ଉତ୍ତରାଧିକାରୀ ରୂପେ ଘୋଷିତ କରିବେ ଓ ଅବ୍ରହାମ ମଧ୍ୟ ସ୍ପଷ୍ଟରୂପେ ତାହା କରିଅଛନ୍ତି। ତାଙ୍କର କୌଣସି ସନ୍ତାନ ନ ଥିଲା, ସେ ବୃଦ୍ଧ ହେଉଥିଲେ, ତେଣୁ ସେ ଇଲୀୟେଜରଙ୍କୁ ଖୋଜି ପାଇଲେ। “ସେତେବେଳେ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ‘ଦେଖ, ସେହି ବ୍ୟକ୍ତି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ; ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ।’ ଅନନ୍ତର ସେ ତାଙ୍କୁ ବାହାରକୁ ଆଣି କହିଲେ, ‘ତୁମ୍ଭେ ଆକାଶକୁ ଦୃଷ୍ଟି କରି ଯେବେ ତାରାସମୂହ ଗଣିପାର, ତେବେ ଗଣି କୁହ।’ ସେ ଆହୁରି କହିଲେ, ‘ଏହି ପ୍ରକାର ତୁମ୍ଭର ବଂଶ ହେବ।’” ପରମେଶ୍ୱର ଅବ୍ରାମଙ୍କ ନିକଟକୁ ଫେରି ଆସନ୍ତି। ଅବ୍ରାମ ବାସ୍ତବରେ କିଛି ଉତ୍ତମ କାର୍ଯ୍ୟ କରିଅଛନ୍ତି, ଅର୍ଥାତ୍ ବିଶ୍ୱାସର କାର୍ଯ୍ୟ, ଆଉ ପରମେଶ୍ୱର କହନ୍ତି, ‘ତୁମ୍ଭର ପୁରସ୍କାର ମହାପୁରସ୍କାର ସ୍ଵରୂପ ହେବ।’ ତାପରେ ଅବ୍ରାମ ପରମେଶ୍ୱରଙ୍କୁ ଗୋଟିଏ ପ୍ରଶ୍ନ ପଚାରନ୍ତି, ଓ ତାହା ୨ ପଦରେ ବୁଝିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ତାହାଙ୍କ ପ୍ରଶ୍ନ ବିଶ୍ୱାସର ଅଭାବର ପ୍ରଶ୍ନ ନୁହେଁ। ବାସ୍ତବରେ, ଅବ୍ରାମ ପରମେଶ୍ୱରଙ୍କଠାରେ ଦୃଢ଼ ବିଶ୍ୱାସ କରୁଥିବାରୁ ସେହି ପ୍ରଶ୍ନ କରନ୍ତି। ଯେତେବେଳେ ଅବ୍ରାମ ପରମେଶ୍ୱରଙ୍କୁ କହନ୍ତି, “ହେ ପ୍ରଭୋ ସଦାପ୍ରଭୋ,” ଏହା ଏବ୍ରୀୟ ଭାଷାରେ ଏକ ଅସାମାନ୍ୟ ନାମ ଅଟେ। ଏହା ଏପରି ଏକ ନାମ ଅଟେ ଯାହା ପରମେଶ୍ୱରଙ୍କୁ ଏକ ସ୍ୱାମୀ ଓ ଅବ୍ରାମଙ୍କୁ ଏକ ଦାସ ରୂପେ ଜୋର ଦେଇଥାଏ। ତେଣୁ ଅବ୍ରହାମ ପରମେଶ୍ୱରଙ୍କ ସହିତ ଆପଣା ସମ୍ପର୍କରୁ ବାହାରି ଆସୁ ନାହାଁନ୍ତି, ମାତ୍ର କ’ଣ ହେଉଅଛି ସେ ବୁଝି ପାରୁ ନାହାଁନ୍ତି। ଆଉ ତାହା ଏଥିପାଇଁ ଯେ କାରଣ ସେ ୧୨ ପର୍ବକୁ ଦୃଢ଼ତାର ସହିତ ବିଶ୍ୱାସ କରନ୍ତି, ସେ ଆପଣା ମସ୍ତକକୁ କୁଣ୍ଡାଉଅଛନ୍ତି ଓ କହୁଅଛନ୍ତି, “ପ୍ରଭୁ, ମୁଁ ବୁଝିପାରୁ ନାହିଁ। ମୁଁ ବୁଝି ପାରୁନାହିଁ କ’ଣ ହେଉଅଛି।” ବ୍ରୁସ୍ ୱାଟ୍‌କେ, ଆଦି ପୁସ୍ତକ ଉପରେ ଆପଣା ସର୍ବୋତ୍ତମ ସମାଲୋଚନା ପୁସ୍ତକରେ କହନ୍ତି, “ଅବ୍ରହାମ ଆପଣା ଅବିଶ୍ୱାସ ହେତୁ ନୁହେଁ, ମାତ୍ର ବିଶ୍ୱାସ ହେତୁ ଅଭିଯୋଗ କରନ୍ତି। ଏହା ନୀରବରେ ନିରାଶ ହେବା ପରିବର୍ତ୍ତେ ଅଭିଯୋଗ କରିବା ପାଇଁ ବିଶ୍ୱାସର ଆଧ୍ୟାତ୍ମିକ ଶକ୍ତି ଆବଶ୍ୟକ କରେ।” ଅବ୍ରାମ କହୁଅଛନ୍ତି, “ପରମେଶ୍ୱର ମୁଁ ବିଶ୍ୱାସ କରେ, ମୁଁ ବିଶ୍ୱାସ କରେ ଯେ ଆପଣ ମୋହର ସୁରକ୍ଷାର ଢ଼ାଲ ହେବେ। ମୁଁ ବିଶ୍ୱାସ କରେ ଯେ ଆପଣ ମୋହର ମହାପୁରସ୍କାର ସ୍ୱରୂପ, କିନ୍ତୁ ଏହି ପୁରସ୍କାରରେ କି ଲାଭ ଯଦି ମୋ ନିଜସ୍ୱ ସନ୍ତାନ ନାହିଁ? ଏହି ପୁରସ୍କାରରେ କି ଲାଭ ଯଦି ମୋ ନିଜସ୍ୱ ଉତ୍ତରାଧିକାରୀ ନାହିଁ, ଯାହାକୁ ମୁଁ ତାହା ଦେଇପାରେ? କ’ଣ ହେଉଅଛି ମୁଁ ବୁଝି ପାରୁ ନାହିଁ।” ସେଥିପାଇଁ, ପରମେଶ୍ୱର ଆପଣା କରୁଣାରେ, ୧୨ ପର୍ବରେ ଅବ୍ରାମଙ୍କୁ ଦେଇଥିବା ପ୍ରତିଜ୍ଞାକୁ ସ୍ପଷ୍ଟ କରନ୍ତି। ସେ କହନ୍ତି, “ଯେଉଁ ମହାଗୋଷ୍ଠୀ ବିଷୟରେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରିଅଛି, ତାହା ତୁମ୍ଭ ଔରସରେ ଜାତ ସନ୍ତାନରୁ ଉତ୍ପନ୍ନ ହେବ।” ଏହି ପ୍ରକାରେ ସେ ଅବ୍ରାମଙ୍କୁ ବାହାରକୁ ଆଣନ୍ତି ଓ ତାରାସମୂହକୁ ଦେଖାଇ କହନ୍ତି, “ତୁମ୍ଭର ବଂଶ ଏହି ଅସଂଖ୍ୟ ତାରାସମୂହ ପରି ହେବ।” ଏହିପ୍ରକାରେ ୧୨ ପର୍ବର ପରମେଶ୍ୱର ଆପଣା ପ୍ରତିଜ୍ଞାକୁ ପୁନର୍ବାର ଉଲ୍ଲେଖ କରନ୍ତି, ସେ ୧୨ ପର୍ବର ପ୍ରତିଜ୍ଞାକୁ ସ୍ପଷ୍ଟ କରନ୍ତି, ସେ ୭ ପଦରେ ଏହି ପ୍ରତିଜ୍ଞାକୁ ଆନୁଷ୍ଠାନିକ କରିବା ପାଇଁ ଏକ ନିୟମ ସମାରୋହ ସ୍ଥାପନ କରିବାକୁ ଯାଉଅଛନ୍ତି। ପୁଣି ଅବ୍ରହାମ କ’ଣ କରନ୍ତି? ୬ ପଦ ସମ୍ପୂର୍ଣ୍ଣ ପୁରାତନ ନିୟମରେ ତିନି କିମ୍ବା ଚାରି ଗୁରୁତ୍ୱପୂର୍ଣ୍ଣ ପଦମାନଙ୍କ ମଧ୍ୟରୁ ଗୋଟିଏ ଅଟେ, ଓ ମୁଁ ସର୍ବନାମ ସ୍ଥାନରେ ପୂର୍ବପଦଗୁଡ଼ିକ ବ୍ୟବହାର କରିବାକୁ ଯାଉଅଛି।  “ସେତେବେଳେ ସେ ସଦାପ୍ରଭୁଙ୍କଠାରେ ବିଶ୍ଵାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକତା ବୋଲି ଗଣନା କଲେ।” ଏବଂ ଅବ୍ରହାମ ବିଶ୍ୱାସ କଲେ ଯେ ପରମେଶ୍ୱର ଯାହା କରିବାକୁ କହିଲେ, ସେ ତାହା କରିବେ। ଏହା ଅବ୍ରହାମଙ୍କ ବିଶ୍ୱାସର ସାର ଅଟେ। ସେ ବୃଦ୍ଧ ଅଟନ୍ତି। ତାହାଙ୍କୁ ଅନେକ ବିଷୟ ପ୍ରତିଜ୍ଞା କରାଯାଇଅଛି। ଏବେ ସୁଦ୍ଧା ସେ ତାହାଙ୍କଠାରେ ବିଶ୍ୱାସ କରନ୍ତି, କିନ୍ତୁ ସେ ଆପଣା ମସ୍ତକକୁ କୁଣ୍ଡାଉଅଛନ୍ତି ଓ କହୁଅଛନ୍ତି, “ଏବେ ସୁଦ୍ଧା ମୁଁ ବୁଝି ପାରୁ ନାହଁ ଯେ ଏହି ସମସ୍ତ କିପରି ହେବ। ଇଲୀୟେଜର, ମୋ ନିଜସ୍ୱ ସନ୍ତାନ, ମୁଁ ବୁଝି ପାରୁ ନାହିଁ।” ପରମେଶ୍ୱର ପୁଣିଥରେ ଆପଣା ପ୍ରତିଜ୍ଞାକୁ ତାହାଙ୍କଠାରେ ଉଲ୍ଲେଖ କରନ୍ତି। କିଛି ପରିବର୍ତ୍ତନ ହୋଇ ନାହିଁ? ମୋ କହିବାର ଅର୍ଥ, ସାରୀ ଆପଣା ଗୃହ ଭିତରକୁ ଦୌଡ଼ି ଆସି କହୁ ନାହାଁନ୍ତି ଯେ “ମୁଁ ଗର୍ଭବତୀ ହୋଇଅଛି!” କିଛି ପରିବର୍ତ୍ତନ ହୋଇନାହିଁ ଏବଂ ପରମେଶ୍ୱର ଆପଣା ପ୍ରତିଜ୍ଞାକୁ ସ୍ପଷ୍ଟ କରନ୍ତି, ପୁଣି ଅବ୍ରହାମ ପରମେଶ୍ୱରଙ୍କ ପ୍ରତିଜ୍ଞାକୁ ବିଶ୍ୱାସ କରନ୍ତି ଓ ପରମେଶ୍ୱର ତାହାଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି। ଅବ୍ରହାମ ବିଶ୍ୱାସ କଲେ ଯେ ପରମେଶ୍ୱର ଯାହା କରିବାକୁ କହିଲେ, ସେ ତାହା କରିବେ। ଯେତେବେଳେ ପାଉଲ ରୋମୀୟ ୪:୨୧ ପଦରେ ଏହି କାହାଣୀର ପୁନରାବୃତ୍ତି କରନ୍ତି, ସେ କହନ୍ତି, “ଈଶ୍ଵର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ, ଏହା ଦୃଢ଼ ରୂପେ ଜାଣିଥିଲେ।” ଏଠାରେ ଆପଣଙ୍କ ବିଶ୍ୱାସର ପରିଭାଷା ଅଛି। ଈଶ୍ଵର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ, ଏହା ଦୃଢ଼ ରୂପେ ଜାଣିବା ହିଁ ବିଶ୍ୱାସ ଅଟେ। ଈଶ୍ୱରଙ୍କଠାରେ ବିଶ୍ୱାସ କରିବା, ଈଶ୍ୱରଙ୍କୁ ଭରସା କରିବା, ଈଶ୍ୱରଙ୍କଠାରେ ବିଶ୍ୱାସ କରିବା; ଏହି ସବୁ କହିବାର ଅର୍ଥ ଏହା, ଯେ ଅବ୍ରହାମ ଏହା ପୂର୍ଣ୍ଣତଃ ବିଶ୍ୱାସ କରିଥିଲେ ଯେ ପରମେଶ୍ୱର ଆପଣା ବିଷୟରେ ଯାହା କହନ୍ତି, ସେ ସେହି ବ୍ୟକ୍ତି ଅଟନ୍ତି ଓ ସେ ଯାହା କରିବାକୁ କହନ୍ତି, ସେ ତାହା କରିବେ। ଯେତେବେଳେ ଅବ୍ରହାମ ବିଶ୍ୱାସର ସହିତ ପ୍ରତ୍ୟୁତ୍ତର ଦିଅନ୍ତି, ସେତେବେଳେ ପରମେଶ୍ୱର ମଧ୍ୟ ତାହାଙ୍କୁ ଧାର୍ମିକ ଘୋଷିତ କରିବା ଦ୍ୱାରା ପ୍ରତ୍ୟୁତ୍ତର ଦିଅନ୍ତି। “ଧାର୍ମିକ” ଶବ୍ଦର ଅର୍ଥ, ଆଧାରଭୂତ ଓ ମୂଳତଃ, ଏପରି ଏକ ଆଚରଣକୁ ଦର୍ଶାଏ, ଯାହା ଗୋଟିଏ ସମ୍ପର୍କରେ ଉପଯୁକ୍ତ ଅଟେ। ଏହି ଶବ୍ଦର ଅନେକ ଅର୍ଥ ଅଛି, ବିଶେଷ ରୂପରେ ନୂତନ ନିୟମରେ, କିନ୍ତୁ ଏହା ସବୁଠାରୁ ପ୍ରଧାନ ସ୍ତର ଅଟେ, ପରମେଶ୍ୱର ଅବ୍ରହାମଙ୍କୁ ଏକ ନିୟମବଦ୍ଧ ସମ୍ପର୍କ ପାଇଁ ଆହ୍ୱାନ କରିଅଛନ୍ତି ଓ ସେ କହୁଅଛନ୍ତି, “ଏହି ସମ୍ପର୍କ ମଧ୍ୟରେ ବିଶ୍ୱାସ କରିବା ପାଇଁ ମୁଁ ଆହ୍ୱାନ କରୁଅଛି।” କେବଳ ତାହା ହିଁ ମୋ ପ୍ରତିଜ୍ଞା ପ୍ରତି ଉପଯୁକ୍ତ ପ୍ରତ୍ୟୁତ୍ତର ଅଟେ। ଏବଂ ତେଣୁ, ଅବ୍ରହାମ, ନିୟମର ଏକ ସନ୍ତାନ ରୂପରେ ଅପେକ୍ଷିତ ମାଧ୍ୟମରେ ପ୍ରତ୍ୟୁତ୍ତର ଦିଅନ୍ତି। ସେ ବିଶ୍ୱାସରେ ପ୍ରତ୍ୟୁତ୍ତର ଦିଅନ୍ତି ଏବଂ ପରମେଶ୍ୱର କହନ୍ତି, “ତୁମେ ବୁଝି ପାରିଲ! ଯାହା ମୁଁ ତୁମଠାରୁ ଅପେକ୍ଷା କରେ, ତାହା ଧାର୍ମିକତା ଅଟେ। କାରଣ ତୁମେ ଉଚିତ୍ ମାଧ୍ୟମରେ ପ୍ରତ୍ୟୁତ୍ତର ଦେଲ, କାରଣ ତୁମେ ବିଶ୍ୱାସ ଦ୍ୱାରା ପ୍ରତ୍ୟୁତ୍ତର ଦେଲ, କାରଣ ତୁମେ ମୋ ପ୍ରତିଜ୍ଞା ଉପରେ ବିଶ୍ୱାସ କଲ, ତୁମେ ଧାର୍ମିକ ଅଟ।”

୪. ପରମେଶ୍ୱର ଆମ୍ଭମାନଙ୍କଠାରୁ କ’ଣ ଆଶା କରନ୍ତି?

ତାହା ହିଁ ପରମେଶ୍ୱର ଅବ୍ରହାମଙ୍କଠାରୁ ଆଶା କଲେ। ତେଣୁ, ଯେଉଁ ତର୍କ ସଙ୍ଗତ ପ୍ରଶ୍ନ ପଚାରିବା ଆବଶ୍ୟକ, ତାହା ହେଲା: ପରମେଶ୍ୱର ଆମ୍ଭମାନଙ୍କଠାରୁ କ’ଣ ଆଶା କରନ୍ତି? ଏହାର ଉତ୍ତର ସିଧା ଅଟେ: ଠିକ୍ ଅବ୍ରାହମଙ୍କ ପରି ବିଶ୍ଵାସ ହିଁ ଆଶା କରନ୍ତି। ପରମେଶ୍ୱର କେଉଁ ଆଚରଣ ଆଶା କରନ୍ତି? ଯେତେବେଳେ ଆମ୍ଭେମାନେ ତାହାଙ୍କ ସହିତ ନିୟମବଦ୍ଧ ସମ୍ପର୍କ ଉପରେ ବିଶ୍ୱାସ କରୁ, ତେବେ ପରମେଶ୍ୱର ଆପଣ ଓ ମୋଠାରୁ କିପ୍ରକାର ପ୍ରତ୍ୟୁତ୍ତର ଆଶା କରନ୍ତି? ଆମ୍ଭେମାନେ ତାହାଙ୍କ ସହିତ ଏକ ନିୟମବଦ୍ଧ ସମ୍ପର୍କରେ ଅଛୁ, ଆମ୍ଭେମାନେ ନୁହେଁ କି? “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ ଅଟେ।” ଆମ୍ଭେମାନେ ମଧ୍ୟ ଅବ୍ରହାମଙ୍କ ସମାନ ଏକ ନିୟମବଦ୍ଧ ସମ୍ପର୍କରେ ଅଛୁ ତେବେ ଆମ୍ଭେମାନେ କିପରି ପ୍ରତ୍ୟୁତ୍ତର ଦେବା ପାଇଁ ଆହୂତ ଅଟୁ?

କ. ତାହାଙ୍କଠାରେ ବିଶ୍ୱାସ କରିବାକୁ

ଆମ୍ଭେମାନେ ବିଶ୍ୱାସରେ ପ୍ରତ୍ୟୁତ୍ତର ଦେବାକୁ ଆହୂତ ଅଟୁ। ପରମେଶ୍ୱର ତାହା ହିଁ ଆମ୍ଭମାନଙ୍କଠାରୁ ଆଶା କରନ୍ତି। ଆମ୍ଭେମାନେ ତାହାଙ୍କଠାରେ ଭରସା ରଖିବାକୁ ସେ ଚାହାଁନ୍ତି, ଏପରି କି ଯେତେବେଳେ ପରିସ୍ଥିତି ପ୍ରତିକୂଳ ପରିଲକ୍ଷିତ ହୁଏ, ସେତେବେଳେ ମଧ୍ୟ ତାହାଙ୍କଠାରେ ଭରସା ରଖିବାକୁ ସେ ଚାହାଁନ୍ତି। ଯେତେବେଳେ ଆମ୍ଭେମାନେ ୟୁକ୍ରେନର ସନ୍ତାନଗଣଙ୍କ କାହାଣୀ ଶୁଣୁ, ସେତେବେଳେ ମଧ୍ୟ ପରମେଶ୍ୱର ଯେ ପବିତ୍ର ଓ ଧାର୍ମିକ ପରମେଶ୍ୱର ଧାର୍ମିକତାର ଦାନ ଦେବେ, ଓ ଦୁଷ୍ଟତାକୁ ଦଣ୍ଡିତ କରିବେ, ସେହି ବିଶ୍ୱାସ ସହିତ ପ୍ରତ୍ୟୁତ୍ତର ଦେବା ଆବଶ୍ୟକ। ବିଶ୍ୱାସର ଗୋଷ୍ଠୀ ମଧ୍ୟରେ ତାହା ହିଁ ଆମ୍ଭମାନଙ୍କ ନିମନ୍ତେ ବିଶ୍ୱାସର ଆହ୍ୱାନ ଅଟେ।

ଦୁଇଟି ପଦ୍ୟାଂଶ, ଏପରି ଆହୁରି ଅନେକ ବାକ୍ୟାଂଶକୁ ଦେଖିପାରିବା, କିନ୍ତୁ ନୂତନ ନିୟମରେ ଏବ୍ରୀ ୧୧:୧ ପଦରେ ଲେଖାଯାଏ, “ବିଶ୍ଵାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ।” ଅବ୍ରହାମ ତାହା ଅଟନ୍ତି, ଏହା ନୁହେଁ କି? ଯଦିଓ ଅବ୍ରହାମ କେବଳ ଆଶା କରୁଥିଲେ, ମାତ୍ର ସେ ସେଥିପ୍ରତି ନିଶ୍ଚିତ ଥିଲେ। ଯଦିଓ ସେ ବର୍ତ୍ତମାନ ଦେଖି ପାରୁ ନାହାଁନ୍ତି, ତଥାପି ସେ ପୂର୍ଣ୍ଣତଃ ଜାଣିଥିଲେ ଯେ ପରମେଶ୍ୱର ଆପଣା ବାକ୍ୟକୁ ପୂର୍ଣ୍ଣ କରିବେ। କିନ୍ତୁ, ପୁରାତନ ନିୟମର ଭବିଷ୍ୟଦବକ୍ତା ହବକ୍କୂକ ମୋର ପ୍ରିୟ ବାକ୍ୟ ଅଟେ। ହବକ୍କୂକ ଏହି ଜଗତକୁ ଦେଖନ୍ତି ଓ ସେ କହନ୍ତି, “ପରମେଶ୍ୱର, ଏପରି ଜଣା ପଡ଼ୁଅଛି ଯେ ଧାର୍ମିକ ଲୋକମାନେ ପରାସ୍ତ ହେଉଅଛନ୍ତି ଓ ଦୁଷ୍ଟଲୋମାନେ ବିଜୟୀ ହେଉଅଛନ୍ତି। କ’ଣ ହେଉଅଛି?” ପରମେଶ୍ୱର ହବକ୍କୂକଙ୍କ ସହିତ ବାର୍ତ୍ତାଳାପ କରନ୍ତି ଓ କ’ଣ ହେଉଅଛି ତାହା ବୁଝାନ୍ତି। ଆଉ ହବକ୍କୂକ ପୁସ୍ତକର ଶେଷରେ ପରମେଶ୍ୱର ଭବିଷ୍ୟଦବକ୍ତା ହବକ୍କୂକଙ୍କୁ ବିଶ୍ୱାସ କରିବା ପାଇଁ ଆହ୍ୱାନ କରନ୍ତି। ୩:୧୭ ଓ ୧୮ ପଦରେ ହବକ୍କୂକଙ୍କ ପ୍ରତ୍ୟୁତ୍ତରକୁ ଶୁଣନ୍ତୁ, “କାରଣ ଯଦ୍ୟପି ଡିମିରି ବୃକ୍ଷ ପୁଷ୍ପିତ ନୋହିବ, କିଅବା ଦ୍ରାକ୍ଷାଲତାରେ ଫଳ ନ ଧରିବ; ଜୀତବୃକ୍ଷ ଫଳ ନ ଫଳିବ ଓ କ୍ଷେତ୍ର ଖାଦ୍ୟଦ୍ରବ୍ୟ ଉତ୍ପନ୍ନ ନ କରିବ; ଖୁଆଡ଼ରୁ ମେଷପଲ ଉଚ୍ଛିନ୍ନ ହେବ, ଆଉ ଗୋଠରେ ଗୋରୁପଲ ନ ଥିବ; ତଥାପି ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ମୁଁ ଆପଣା ତ୍ରାଣର ପରମେଶ୍ଵରଙ୍କଠାରେ ଉଲ୍ଲାସ କରିବି।” ଦେଖନ୍ତୁ ତାହା ବିଶ୍ୱାସ ଅଟେ। “ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ମୁଁ ଆପଣା ତ୍ରାଣର ପରମେଶ୍ଵରଙ୍କଠାରେ ଉଲ୍ଲାସ କରିବି।” ହବକ୍କୂକ କହନ୍ତି, “ଯଦ୍ୟପି ଡିମିରି ବୃକ୍ଷରେ କୌଣସି ଫଳ ନାହିଁ, ସେଥିରେ ମୁଁ ଚିନ୍ତା କରେ ନାହିଁ; ଯଦ୍ୟପି କୌଣସି ଦ୍ରାକ୍ଷାଲତାରେ ଫଳ ନ ଧରେ, ସେଥିରେ ମୁଁ ଚିନ୍ତା କରେ ନାହିଁ; ଯଦ୍ୟପି ଜୀତବୃକ୍ଷ ଫଳ ନ ଫଳେ, ସେଥିରେ ମୁଁ ଚିନ୍ତା କରେ ନାହିଁ, ଯଦ୍ୟପି ଖୁଆଡ଼ରେ ମେଷପଲ ନାହିଁ, ସେଥିରେ ମୁଁ ଚିନ୍ତା କରେ ନାହିଁ, ଯଦ୍ୟପି ଗୋଠରେ ଗୋରୁପଲ ନାହିଁ, ସେଥିରେ ମୁଁ ଚିନ୍ତା କରେ ନାହିଁ; ତଥାପି, ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ମୁଁ ତାହାଙ୍କଠାରେ ବିଶ୍ୱାସ କରିବି ଓ ସେହି ବିଶ୍ୱାସରେ ପଦକ୍ଷେପ ନେବି ଏବଂ ମୁଁ ବିଶ୍ୱାସଯୋଗ୍ୟତାର ସହିତ ଆଜ୍ଞା ପାଳନ କରିବି।” ବର୍ତ୍ତମାନ ତାହା ବିଶ୍ୱାସ ଅଟେ। ଏଥିରେ କିଛି ଯାଏ ଆସେ ନାହିଁ ଯେ କ’ଣ ଦେଖାଯାଉଅଛି, ତଥାପି ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣା ବିଷୟରେ ଯାହା କହନ୍ତି, ସେ ସେହି ବ୍ୟକ୍ତି ଅଟନ୍ତି ଓ ସେ ଯାହା କରିବାକୁ କହନ୍ତି, ସେ ତାହା କରିବେ।

ଯେତେବେଳେ ଏପରି ପରିସ୍ଥିତି ହୋଇଥାଏ, ତେବେ ମାନବ ପ୍ରବୃତ୍ତି କ’ଣ ହୋଇଥାଏ? ବାସ୍ତବରେ ବିଶ୍ୱାସ ନ କରିବା ମାନବ ପ୍ରବୃତ୍ତି ଅଟେ, ଏହା ନୁହେଁ କି? ମାନବ ପ୍ରବୃତ୍ତି ପରମେଶ୍ୱରଙ୍କଠାରେ ବିଶ୍ୱାସ ପରିବର୍ତ୍ତେ ବିପରୀତ ହୋଇଥାଏ। କୌଣସି ଅନ୍ୟ ବିଷୟର ଆଶା କରିବା ମାନବ ପ୍ରବୃତ୍ତି ହୋଇଥାଏ। ମାନବୀୟ ପାପମୟ ପ୍ରବୃତ୍ତି ଏହା କହିବା ଅଟେ ଯେ, “ଯଦି ମୁଁ ପରମେଶ୍ୱରଙ୍କୁ ଦେଖିପାରେ, ତେବେ ମୁଁ ବିଶ୍ୱାସ କରିବି।” ମାନବୀୟ ପ୍ରବୃତ୍ତି ଏହା କହିବା ଅଟେ ଯେ,”ଯଦି ମୁଁ ତାହାଙ୍କ ସାନିଧ୍ୟକୁ ଅନୁଭବ କରି ପାରେ, ତେବେ ମୁଁ ବିଶ୍ୱାସ କରିବି।” ଦେଖନ୍ତୁ, ଆମ୍ଭେମାନେ ବିଶ୍ୱାସ ଉପରେ ମଧ୍ୟ କିଛି ଅନ୍ୟ ବିଷୟ ଚାହୁଁ। ଆମ୍ଭେମାନେ କିଛି ଭୌତିକ ଓ ଭାବନାତ୍ମକ ବିଷୟ ଚାହୁଁ, ଏପରି କିଛି ବିଷୟ ଯାହା ଆମ୍ଭେମାନେ ଦେଖି ପାରୁଁ ବା ଛୁଇଁ ପାରୁ। ଆଉ ଏହା ଆମ୍ଭମାନଙ୍କ ହୃଦୟରେ ହୋଇଥାଏ, କାରଣ ପାପ ଏପର୍ଯ୍ୟନ୍ତ ଅବସ୍ଥିତ ଅଟେ। ତଥାପି, ଥୋମା ସେଥିପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେଲେ, ସେ ହୋଇ ନ ଥିଲେ କି? ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ଥୋମାଙ୍କୁ “ସନ୍ଦେହ କରିବା ଥୋମା” ବୋଲି କହିଥାଉ, କାରଣ ଯେତେବେଳେ ସେମାନେ କହିଲେ ଯେ ସେମାନଙ୍କ ପ୍ରଭୁ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି, ସେତେବେଳେ ଥୋମା କ’ଣ କହିଥିଲେ? ଯୋହନ ୨୦:୨୫ ପଦରେ ଲେଖାଯାଏ, “ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହିସବୁ ସ୍ଥାନରେ ମୋହର ଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ଵାସ କରିବି ନାହିଁ।” ଆହା, କ’ଣ ଆପଣ ସେହି ବାକ୍ୟକୁ ଫେରାଇ ନେବା ପାଇଁ ନ ଚାହିଁବେ? କାରଣ ତାପରେ ଯୀଶୁ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ କହନ୍ତି, “ଏଆଡ଼େ ତୁମ୍ଭର ଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ।” ପରେ ସେ ପ୍ରଣାମ କରି ଏକ ଯିହୂଦୀ ରୂପରେ ଅଦ୍ଭୁତ ଘୋଷଣା କଲେ, “ମୋହର ପ୍ରଭୁ, ମୋହର ଈଶ୍ଵର।” ପରେ ଯୀଶୁ ତାଙ୍କୁ କହିଲେ, “ଯେଉଁମାନେ ନ ଦେଖି ବିଶ୍ଵାସ କରିଅଛନ୍ତି, ସେମାନେ ଧନ୍ୟ।”

କାହା ବିନା ଈଶ୍ୱରଙ୍କୁ ପ୍ରସନ୍ନ କରିବା ଅସମ୍ଭବ ଅଟେ? ବିଶ୍ୱାସ ବିନା। ବିଶ୍ୱାସ ବିନା, ଭାବନା ବିନା ନୁହେଁ, କୌଣସି ଭୌତିକ ବା ଆଶ୍ୱାସିତ ଚେତନ ବିନା ନୁହେଁ। ବିଶ୍ୱାସ ବିନା ଈଶ୍ୱରଙ୍କୁ ପ୍ରସନ୍ନ କରିବା ଅସମ୍ଭବ ଅଟେ। ଏହା ହିଁ ଆପଣଙ୍କ ପାଇଁ ମୂଳ ଭିତ୍ତି ଭଳି ଧାର୍ମିକତା ନିମନ୍ତେ ଆବଶ୍ୟକ ଅଟେ। ଆପଣଙ୍କ ଜୀବନରେ ଈଶ୍ୱରଙ୍କ ଇଚ୍ଛା କ’ଣ ଅଟେ, ଯଦି ତାହା ଜାଣିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଜୀବନରେ ଈଶ୍ୱରଙ୍କ ଇଚ୍ଛା ଏହା ଅଟେ। ଅର୍ଥାତ୍ ଯଦ୍ୟପି ଆମ୍ଭମାନଙ୍କ ଚକ୍ଷୁ ସମ୍ମୁଖରେ ସବୁ ବିପରୀତ ଦେଖାଯାଏ, ଆପଣ ଓ ମୁଁ ପୂର୍ଣ୍ଣତଃ ବିଶ୍ୱାସ କରୁ ଯେ ଇଶ୍ୱର ଆପଣା ବିଷୟରେ ଯାହା କହନ୍ତି ସେ ସେହି ବ୍ୟକ୍ତି ଅଟନ୍ତି ଓ ସେ ଯାହା କରିବାକୁ କହନ୍ତି ସେ ତାହା କରିବେ। ବ୍ରୁସ୍ ୱାଟ୍‌କେ ପରେ ଲେଖନ୍ତି, “ଖ୍ରୀଷ୍ଟିୟାନ ଲୋକମାନେ ଚକ୍ଷୁର ନୁହେଁ ମାତ୍ର କର୍ଣ୍ଣର ଲୋକ ଅଟନ୍ତି। ଈଶ୍ୱର ଦେଖାଯିବା ନିମନ୍ତେ ଦୃଶ୍ୟମାନ ହୁଅନ୍ତି ନାହିଁ କିନ୍ତୁ ଶ୍ରବଣ ନିମନ୍ତେ ସେ କହନ୍ତି।” ଆଉ ମୁଁ ଏହା ଯୋଗ କରିବି ଯେ, ବିଶ୍ୱାସ କଲି।” ପରମେଶ୍ୱର ଅବ୍ରହାମଙ୍କଠାରୁ ଏହା ଚାହାଁନ୍ତି। ପରମେଶ୍ୱର ମୋ’ଠାରୁ ମଧ୍ୟ ଏହା ଚାହାଁନ୍ତି। ପରମେଶ୍ୱର ଆପଣଙ୍କଠାରୁ ମଧ୍ୟ ଏହା ଚାହାଁନ୍ତି। ସେ ଚାହାଁନ୍ତି ଯେ ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞା ଉପରେ ଭରସା ରଖୁ, ତାହାଙ୍କ ପ୍ରତିଜ୍ଞାରେ ବିଶ୍ୱାସ କରୁ, ଏବଂ ଯଦି ସେହି ବିଶ୍ୱାସ ବାସ୍ତବ ଅଟେ, ତେବେ ଅନୁମାନ ଲଗାନ୍ତୁ କ’ଣ ହୋଇପାରେ?

ଖ. ପ୍ରକୃତ ବିଶ୍ୱାସ ସବୁବେଳେ କାର୍ଯ୍ୟରେ ନିଜକୁ ପ୍ରଦର୍ଶିତ କରେ

ଯଦି ଏହା ପ୍ରକୃତରେ ସତ୍ୟ ଅଟେ, ତେବେ ଏହା ସର୍ବଦା, ସର୍ବଦା କାର୍ଯ୍ୟରେ ନିଜକୁ ପ୍ରଦର୍ଶିତ କରେ। ଯଦି ବିଶ୍ୱାସ ଆଜ୍ଞାବହକୁ ପ୍ରେରିତ କରେ ନାହିଁ, ଯଦି ବିଶ୍ୱାସ ଅବ୍ରହାମଙ୍କ ପରି ନୁହେଁ, ତେବେ ଆମ୍ଭମାନଙ୍କ ବିଶ୍ୱାସ ଭୂତମାନଙ୍କ ବିଶ୍ୱାସଠାରୁ କିଛି ଅଧିକ ନୁହେଁ, କାରଣ ଭୂତମାନେ ମଧ୍ୟ ବିଶ୍ଵାସ କରି ଥରହର ହୁଅନ୍ତି, ଯାକୁବ ୨:୧୯। ଯାକୁବ ଆଗେଇ କହନ୍ତି, “ସେହିପରି କର୍ମ ବିନା ବିଶ୍ଵାସ ମଧ୍ୟ ମୃତ।” ଯେଉଁ ବିଶ୍ୱାସ ଆପଣଙ୍କ ଜୀବନକୁ ପରିବର୍ତ୍ତନ କରେ ନାହିଁ, ଯେଉଁ ବିଶ୍ୱାସ, ବିଶ୍ୱାସ ସହିତ ପଦକ୍ଷେପ ନେବାରେ ପ୍ରେରିତ କରେ ନାହିଁ, ତାହା ମୃତ ଅଟେ। ଏହା ବ୍ୟର୍ଥ ଅଟେ, ଏହା ଧାର୍ମିକତା ନୁହେଁ ଏବଂ ପରମେଶ୍ୱର ଏପରି ବିଶ୍ୱାସ ସହିତ କିଛି କରିବାକୁ ଚାହାଁନ୍ତି ନାହିଁ। କିନ୍ତୁ ଯଦି ବିଶ୍ୱାସ ବାସ୍ତବ ଅଟେ, ଯଦି ମୁଁ ଓ ଆପଣ ପରମେଶ୍ୱରଙ୍କ ପ୍ରତିଜ୍ଞାରେ ପୂର୍ଣ୍ଣ ରୂପରେ ହୃଦ୍‍ବୋଧ ହୋଇଅଛୁ, ତେବେ ଏହା ନିଜେ ଆମ୍ଭମାନଙ୍କ ଜୀବନରେ ପ୍ରକାଶିତ ହେବ।

ବିଶ୍ୱାସରେ ନୋହ ପରମେଶ୍ୱରଙ୍କ ଆଜ୍ଞା ପାଳନ କଲେ ଓ ସେ ଜାହାଜ ନିର୍ମାଣ କଲେ। ବିଶ୍ୱାସରେ ଅବ୍ରହାମ ଆପଣା ଜନ୍ମଭୂମିକୁ ତ୍ୟାଗ କଲେ ଓ ୨୨ ପର୍ବରେ ଆପଣା ପୁତ୍ର ଇସ୍ହାକଙ୍କୁ ବଳି ରୂପେ ଉତ୍ସର୍ଗ କଲେ। ବିଶ୍ୱାସରେ ମୋଶା ମିସରର ଅଧିକାରକୁ ତିରଷ୍କାର କଲେ। ବିଶ୍ୱାସରେ ଦାଉଦ ଆକ୍ରମଣ ଓ ଛଳନା ସମୟରେ ମଧ୍ୟ ପରମେଶ୍ୱରଙ୍କ ପ୍ରଶଂସା କଲେ। ଯଦ୍ୟପି ଡିମିରି ବୃକ୍ଷ ପୁଷ୍ପିତ ନ ହୁଏ, ବିଶ୍ୱାସରେ ହବକ୍କୂକ ପରମେଶ୍ୱରଙ୍କ ପ୍ରଶଂସା କଲେ। ବିଶ୍ୱାସ ସକାଶୁ ପ୍ରେରିତ ପାଉଲଙ୍କୁ ନୂତନ ନିୟମରେ ଏହା କହିବାକୁ ପ୍ରେରିତ ହେଲା, “କାରଣ ମୋʼ ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ, ରୋମୀୟ ୮:୧୮।”  ବିଶ୍ୱାସରେ ପାଉଲ କହନ୍ତି, “ଏହି ସବୁ କଠିନ ଅଟେ, ସବୁ ଜିନିଷ ମନ୍ଦ ଅଟେ, ମୁଁ ପ୍ରହାର ପାଇଲି, ମୁଁ ଜାହାଜ ଭାଙ୍ଗିବାରେ ସଙ୍ଘର୍ଷ କଲି, ମୋ’ର ପରିହାସ ହୋଇଥିଲା।” ତାହା ବଡ଼ ବିଷୟ ନୁହେଁ। “ଏହି ସମସ୍ତ ବିଷୟ ଯାହା ମୋ’ ସହିତ ହେଉଅଛି, ଯେତେ ମନ୍ଦ ହେଲେ ମଧ୍ୟ, ଭବିଷ୍ୟରେ ପାଇବକୁ ଥିବା ସେହି ଅବିଶ୍ୱାସନୀୟ ମହିମାର ତୁଳନାରେ କିଛି ନୁହେଁ।” ତାହା ବିଶ୍ୱାସ ଅଟେ। ବିଶ୍ୱାସ ଦ୍ୱାରା ହିଁ ଗୋଟିଏ ବ୍ୟକ୍ତି ଆପଣା ଭାର୍ଯ୍ୟାର କର୍କଟ ରୋଗ ପରିକ୍ଷଣ ହେଲା ପରେ ମଧ୍ୟ ଈଶ୍ୱରଙ୍କଠାରେ ଭରସା ରଖେ। ବିଶ୍ୱାସରେ ହିଁ ଗୋଟିଏ ସ୍ତ୍ରୀ ଆପଣା ଦୁଇଟି ପୁତ୍ରକୁ କବରସ୍ଥ କଲା ପରେ ମଧ୍ୟ ଈଶ୍ୱରଙ୍କଠାରେ ଭରସା ରଖେ। ବିଶ୍ୱାସ ଦ୍ୱାରା ହିଁ ଜେରି ସିଟ୍ଟର ଗୋଟିଏ ମତ୍ତ ବାହନ ଚାଳକଙ୍କ ଦ୍ୱାରା ଆପଣା ଭାର୍ଯ୍ୟା, ମାତା ଆଉ ମୁଁ ବିଶ୍ୱାସ କରେ ଯେ ତାଙ୍କ ଦୁଇଟି ସନ୍ତାନର ହତ୍ୟା ପରେ ମଧ୍ୟ ଈଶ୍ୱରଙ୍କଠାରେ ଭରସା ରଖନ୍ତି। ବିଶ୍ୱାସ ଦ୍ୱାରା ହିଁ ଗ୍ରେଚେନ୍ ହିଲ୍, ଆପଣା ୨୨ ଟି ଗ୍ରନ୍ଥିକ ମଧ୍ୟରୁ ୨୧ ଟି ଗ୍ରନ୍ଥିକ କର୍କଟ ରୋଗରେ ଆକ୍ରାନ୍ତ ହେବା ସତ୍ତ୍ୱେ ସେ ତୁର୍କୀକୁ ଫେରନ୍ତି ଓ ଇଂଷ୍ଟାନ୍‌ବୁଲରେ ମୁସଲମାନମାନଙ୍କ ମଧ୍ୟରେ ସୁସମାଚାର ଶୁଣାନ୍ତି। ଗ୍ରେଚେନ୍‌ଙ୍କ ମୃତ୍ୟୁ ପରେ, ବିଶ୍ୱାସ ହିଁ ତାହାଙ୍କ ସ୍ୱାମୀଙ୍କୁ ପୁଣି ତାଙ୍କ ଚାରୋଟି ସନ୍ତାନକୁ ସହଯୋଗ ପ୍ରଦାନ କରିବ। ବିଶ୍ୱାସ ଦ୍ୱାରା ହିଁ ଲି ଡ଼େଡି ମୋତେ କହିଥିଲେ ଯେ, ଭବିଷ୍ୟତରେ ଲୁ ଜିନ୍ ପାଇଁ କିଛି ବିଷିଷ୍ଟ ବିଷୟ ରଖାଯାଇଅଛି ବୋଲି ସେ ବିଶ୍ୱାସ କରନ୍ତି। ବିଶ୍ୱାସ ଦ୍ୱାରା ଆନ୍ନା ରାଗ୍‌ଲେଣ୍ଡ ଆପଣା ମୃତ୍ୟୁ ଶଯ୍ୟାରେ ଥାଇ, କେତେ ରାତ୍ରି ପୂର୍ବରୁ ଆପଣା ପୁତ୍ର ଗେରି ରାଗ୍‌ଲେଣ୍ଡଙ୍କୁ ପଚାରି ପାରିଥିଲେ ଯେ, “କିପରି ଜଣେ ବ୍ୟକ୍ତି ଖ୍ରୀଷ୍ଟିୟାନ ନ ହୋଇ ମଧ୍ୟ ଏହିପରି ଯନ୍ତ୍ରଣା ଦେଇ ଗମନ କରିପାରେ?”

କିନ୍ତୁ ଆମ୍ଭେମାନେ ବିଶ୍ୱାସକୁ କେବଳ ଏହି ଅସାଧାରଣ ବିଷୟରେ ହିଁ ନୁହେଁ, ମାତ୍ର ସାଧାରଣ ବିଷୟମାନଙ୍କରେ ମଧ୍ୟ ଦେଖୁ। ଆମ୍ଭେମାନେ ଏପରି ଏକ ସ୍ୱାମୀର ଜୀବନରେ ବିଶ୍ୱାସକୁ ଦେଖୁ ଯିଏ ଏହି ଜଗତର ଲୋଭକୁ ନ ଦେଖିଲା ପରି ହୁଏ ଓ ଆପଣା ଜୀବନରେ ଈଶ୍ୱରଙ୍କ ପ୍ରାଥମିକତାକୁ ମହତ୍ୱ ଦେଇଥାଏ। ତାହା ଅର୍ଥ ସେ ଯେତେବେଳେ ଆପଣା କାର୍ଯ୍ୟସ୍ଥଳରୁ ଗୃହକୁ ଆସନ୍ତି, ସେ ଶନିବାର ଦିନ ବିଶ୍ରାମ ନେବା ଆପେକ୍ଷା ଆପଣା ସନ୍ତାନମାନଙ୍କ ସହିତ ବେସ୍‌ବଲ୍ ଖେଳନ୍ତି। ଜେମ୍‌ସ୍ ଡ଼ବ୍‌ସନ୍ ଏହି ବିଷୟରେ ଏକ ମହାନ ଉକ୍ତି ଉଲ୍ଲେଖ କରନ୍ତି। ସେ କହନ୍ତି, “ଗୋଟିଏ ସରଳ ଜୀବନ” (ମୁଁ ଏହାକୁ ବିଶ୍ୱାସର ଜୀବନ କହିବି) ଗୋଟିଏ କାର୍ଯ୍ୟରତ ବ୍ୟକ୍ତି ଆପଣଙ୍କ କ୍ଳାନ୍ତ ଶରୀରକୁ ଶଯ୍ୟାରୁ ସପ୍ତାହରେ ପାଞ୍ଚ ଦିନ, ଏବଂ ଗୋଟିଏ ବର୍ଷରେ ୫୦ ସପ୍ତାହ ଟାଣି ନେଉଛନ୍ତି। ଏହା ଅଗଷ୍ଟ ମାସରେ ଦୁଇ ସପ୍ତାହ ଛୁଟି ଅର୍ଜନ କରିବା, ଏବଂ ଭ୍ରମଣ ପାଇଁ ଏପରି ସ୍ଥାନ ବାଛିବା ଯାହା ପିଲାମାନଙ୍କୁ ଆନନ୍ଦିତ କରେ। ଯେତେବେଳେ ଆପଣ କୌଣସି ଏକ ନୂତନ ଜିନିଷ କିଣିବାକୁ ଚାହାଁନ୍ତି, ଆପଣ ପଇସାକୁ ବୁଦ୍ଧିମାନର ସହିତ ଖର୍ଚ୍ଚ କରିବା ବିଶ୍ୱାସର ଜୀବନ ଅଟେ; ଏହା ଆପଣା ପୁତ୍ରକୁ ଶନିବାର ଦିନରେ ବାଇକ୍ ଚଲାଇବା ପାଇଁ ନେବା ଅଟେ, ଯେତେବେଳେ ଆପଣ ବହୁତ ତତ୍‌ପରତାର ସହିତ ବେସ୍‌ବଲ୍ ଖେ ଦେଖିବାକୁ ଚାହାଁନ୍ତି। ଏହା ଗତ ସପ୍ତାହରେ ୬୦ ଦିନ କାର୍ଯ୍ୟ କଲା ପରେ ଛୁଟି ଦିନରେ ଗେରେଜ୍କୁ ସଫା କରିବା ଅଟେ। ବିଶ୍ୱାସର ଜୀବନ, ଆପଣା ମୁଣ୍ଡ ବ୍ୟଥା, ଆପଣା ବାହନ ସଫା କରିବା, ବନ୍ୟଘାସ ସଫା କରିବା, ଓ ଆୟକରର କାଗଜ ସହିତ ସମ୍ପାଦନ କରିବା ଅଟେ। ଏହା ରବିବାର ଦିନ ଆପଣା ପରିବାରକୁ ମଣ୍ଡଳୀକୁ ନେଇ ଯିବା ଅଟେ, ଯେତେବେଳେ ଆପଣ ଆପଣା ପାଳକଙ୍କ ସମସ୍ତ ପ୍ରଚାର ପୂର୍ବରୁ ଶୁଣି ଅଛନ୍ତି।” ଉତ୍ତମ, ଏହିସବୁ ମୋ ବିଚାର ନୁହେଁ। “ ବିଶ୍ୱାସର ଜୀବନ ଆପଣା ଆୟର ଏକ ଅଂଶ ଇଶ୍ୱରଙ୍କ କାର୍ଯ୍ୟ ପାଇଁ ଦେଇ ଦେବା ଅଟେ, ଯେତେବେଳେ ଆପଣ ପୂର୍ବରୁ ଚିନ୍ତା କରୁଅଛନ୍ତି ଯେ ଆପଣ କିପରି ଆପଣା ଆବଶ୍ୟକକୁ ପୂରଣ କରିବେ।” ଦେଖନ୍ତୁ, ତାହା ହିଁ ବିଶ୍ୱାସର ଜୀବନ, ଏହି ବିଷୟରେ ଗୋଟିଏ ସ୍ୱାମୀ ପାଇଁ, ଯାହା ପାଖରେ ଏହି ସମସ୍ତ ପ୍ରଲୋଭନ ଅଛି ଓ ତା ସମ୍ମୁଖରେ ଏହି ସମସ୍ତ ବିଷୟ ଅଛି, କିନ୍ତୁ ସେ ଈଶ୍ୱରଙ୍କ ପ୍ରାଥମିକତାଗୁଡ଼ିକରେ ବିଶ୍ୱାସ କରେ ଓ ସେ ଈଶ୍ୱର ଓ ଆପଣା ପରିବାରକୁ ପ୍ରଥମ ସ୍ଥାନ ଦେଇଥାଏ ଓ ଅନ୍ୟ ବିଷୟ ସବୁକୁ ପ୍ରତ୍ୟାଖ୍ୟାନ କରିଥାଏ। ବିଶ୍ୱାସ ମଣ୍ଡଳୀର ସାତୋଟି ଯୁବା ଝିଅଙ୍କୁ ପବିତ୍ରତାର ମାର୍ଗରେ ଚାଲିବା ପାଇଁ ନେତୃତ୍ୱ କଲା, ସେମାନେ ଆପଣା ଯୌନ ପବିତ୍ରତାକୁ ବଜାୟ ରଖିବା ପାଇଁ ପ୍ରତିଜ୍ଞାବଦ୍ଧ ହେଲେ, କାରଣ ସେମାନେ ବିଶ୍ୱାସ କଲେ ଯେ ଈଶ୍ୱରଙ୍କ ମାର୍ଗ ଉତ୍ତମ ଅଟେ। ବିଶ୍ୱାସ କଲେଜ ବିଦ୍ୟାର୍ଥିଙ୍କୁ ଆପଣା ଜୀବନରେ ସବୁଠାରୁ ଏକ କଠିନ ସମୟରେ, ଯେତେବେଳେ ସବୁକିଛି ମୁକ୍ତ ରୂପରେ ପ୍ରାପ୍ତ ହୋଇଥାଏ, ପବିତ୍ରତାର ଜୀବନ ପାଇଁ ପ୍ରତିବଦ୍ଧତା ନିମନ୍ତେ ସମର୍ପିତ ହେବାକୁ ପ୍ରେରିତ କରେ। ବିଶ୍ୱାସ, ଏହି ମଣ୍ଡଳୀର ୨୦ ବର୍ଷିୟ ଗୋଟିଏ ଯୁବା ବ୍ୟକ୍ତିକୁ, ଯିଏ ଆପଣା ପବିତ୍ରତାର ମୁଦିକୁ ହରାଇ ଥିଲା, ତାହାକୁ ଆପଣା ଜନ୍ମ ଦିନ ପାଇଁ ଏକ ନୁତନ ମୁଦି ମାଗିବାକୁ ପ୍ରେରିତ କଲା। ବିଶ୍ୱାସ, ଗୋଟିଏ ବ୍ୟକ୍ତିକୁ ଖ୍ରୀଷ୍ଟଙ୍କଠାରେ ଆପଣା ପରିପୂର୍ଣ୍ଣତାକୁ ପ୍ରାପ୍ତ କରିବା ପାଇଁ ପ୍ରେରିତ କରେ।

ଗ. ଈଶ୍ୱର ଯାହା କହନ୍ତି ତାହା ସତ୍ୟ ଅଟେ ବୋଲି ଆପଣ କ’ଣ ପୂର୍ଣ୍ଣତଃ ବିଶ୍ୱାସ କରୁଅଛନ୍ତି କି?

ଏହା ଅବ୍ରହାମଙ୍କ ବିଶ୍ୱାସ ଅଟେ। ଏହା ପରମେଶ୍ୱରଙ୍କ ପ୍ରତିଜ୍ଞାରେ ପୂର୍ଣ୍ଣତଃ ବିଶ୍ୱାସ କରିବା ଓ ବିଶ୍ୱସ୍ତ ଭାବେ ଆଜ୍ଞାପାଳନ କରିବାର ବିଶ୍ୱାସ ଅଟେ। ପରମେଶ୍ୱର ଅବ୍ରହାମଙ୍କଠାରୁ ଏହା ଆଶା କରନ୍ତି, ପରମେଶ୍ୱର ଆପଣଙ୍କଠାରୁ ଓ ମୋଠାରୁ ଏହା ଆଶା କରନ୍ତି। ତେଣୁ ମୋତେ ଗୋଟିଏ ପ୍ରଶ୍ନ ପଚାରିବାକୁ ଅଛି; କ’ଣ ଆପଣ ପୂର୍ଣ୍ଣତଃ ବିଶ୍ୱାସ କରୁଅଛନ୍ତି ଯେ ପରମେଶ୍ୱର ଯାହା କହନ୍ତି ତାହା ସତ୍ୟ ଅଟେ? କ’ଣ ଆପଣ ଆପଣା ହୃଦୟର ଗଭୀରତାର ସହ ପୂର୍ଣ୍ଣତଃ ବିଶ୍ୱାସ କରୁଅଛନ୍ତି ଯେ ପରମେଶ୍ୱର ଆପଣା ବିଷୟରେ ଯାହା କହନ୍ତି ସେ ସେହି ବ୍ୟକ୍ତି ଅଟନ୍ତି ଓ ସେ ଯାହା କରିବାକୁ କହନ୍ତି, ସେ ତାହା କରିବେ? କାରଣ ଯଦି ଆପଣ ବିଶ୍ୱାସ କରୁଅଛନ୍ତି, ତେବେ ଆପଣଙ୍କଠାରେ ଏକ ଆନନ୍ଦମୟ ଜୀବନ ଅଛି, ଏକ ଏପରି ଆନନ୍ଦ ଯାହା ଗଭୀର ହୃଦୟରେ ରହିଅଛି, କାରଣ ଆପଣ ପରମେଶ୍ୱରଙ୍କ ଆଶୀର୍ବାଦକୁ ପ୍ରାପ୍ତ କରୁଅଛନ୍ତି। ଆପଣ ପରମେଶ୍ୱରଙ୍କୁ ତାହାଙ୍କ ବାକ୍ୟ ଅନୁସାରେ ଗ୍ରହଣ କରୁଅଛନ୍ତି ଓ ଆପଣ ବିଶ୍ୱାସରେ ପଦକ୍ଷେପ ନେଉଅଛନ୍ତି, ଓ ସେ ଆପଣା ପ୍ରତିଜ୍ଞାଗୁଡ଼ିକୁ ସାଧନ କରୁଥିବା ଆପଣ ଦେଖୁଅଛନ୍ତି। ଅବ୍ରହାମଙ୍କ ଆଶୀର୍ବାଦ କିଏ ପ୍ରାପ୍ତ କରେ? ଆପଣ ଓ ମୁଁ ପ୍ରାପ୍ତ କରୁ। ଗାଲାତୀୟ ୩:୭ ଓ ନିମ୍ନଲିଖିତ ପଦରେ ଲେଖାଯାଏ, “ଅତଏବ ଯେଉଁମାନେ ବିଶ୍ଵାସୀ, ସେମାନେ ଅବ୍ରହାମଙ୍କର ସନ୍ତାନସନ୍ତତି ଅଟନ୍ତି। ଆଉ ଈଶ୍ଵର ବିଜାତିମାନଙ୍କୁ ବିଶ୍ଵାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରହାମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲା,ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ।” ଏଣୁ ଯେଉଁମାନେ ବିଶ୍ଵାସୀ, ସେମାନେ ବିଶ୍ଵାସୀ ଅବ୍ରହାମଙ୍କ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।”

ଯଦି ଆପଣ ଓ ମୁଁ ପୂର୍ଣ୍ଣତଃ ବିଶ୍ୱାସ କରୁ ଯେ ପରମେଶ୍ୱର ସତ୍ୟ ଅଟନ୍ତି, ତେବେ ଆମ୍ଭେମାନେ ଅବ୍ରହାମଙ୍କ ଆଶୀର୍ବାଦର ଏକ ଉତ୍ତରାଧିକାରୀ ଅଟୁ। ପରମେଶ୍ୱର ତାହାଙ୍କୁ ଓ ତାହାଙ୍କ ଦ୍ୱାରା ଜଗତର ସମସ୍ତ ପରିବାରକୁ ଆଶୀର୍ବାଦ ଦେବା ପାଇଁ ତାହାଙ୍କୁ ଆଶୀର୍ବାଦ କଲେ। ଯଦି ଆପଣ ପୂର୍ଣ୍ଣତଃ ବିଶ୍ୱାସ କରିପାରନ୍ତି ନାହିଁ ଯେ ପରମେଶ୍ୱର ସତ୍ୟ ଅଟନ୍ତି, ତେବେ ମୋ ପାଖରେ କେତୋଟି ବିଷୟ ପଚାରିବାକୁ ଅଛି: ପ୍ରଥମେ, ମାର୍କ ୯ ପର୍ବ ଅନୁସାରେ ଆପଣ ପିତାଙ୍କ ସହିତ ଚିତ୍କାର କରି ପାରିବେ କି? ସେ ଆପଣା ଭୂତଗ୍ରସ୍ତ ପୁତ୍ରକୁ ଯୀଶୁଙ୍କ ନିକଟକୁ ଆଣେ। ସେ କହେ, “କିନ୍ତୁ ଆପଣ ଯଦି କିଛି କରି ପାରନ୍ତି।” ଯୀଶୁ କହନ୍ତି, “ଯଦି କରି ପାରନ୍ତି!” ଆଉ ସେ ପବିତ୍ରଶାସ୍ତ୍ରରେ ଏକ ସୁନ୍ଦର ଘୋଷଣା ସହିତ ପ୍ରତ୍ୟୁତ୍ତର ଦିଏ, “ମୁଁ ବିଶ୍ଵାସ କରୁଅଛି, ମୋହର ଅବିଶ୍ଵାସର ପ୍ରତିକାର କରନ୍ତୁ।” ଯଦି ଆପଣ ଆପଣା ହୃଦୟର କୌଣସି ଅଂଶକୁ ଧରି ରଖିଆସୁଅଛନ୍ତି ଓ ଈଶ୍ୱରଙ୍କଠାରେ ବିଶ୍ୱାସ କରିବାରେ ପ୍ରତ୍ୟାଖ୍ୟାନ କରୁଅଛନ୍ତି, ତେବେ ଆଜି ସକାଳେ “ମୁଁ ବିଶ୍ଵାସ କରୁଅଛି, ମୋହର ଅବିଶ୍ଵାସର ପ୍ରତିକାର କରନ୍ତୁ,” ଏହା ଚିତ୍କାର କରି କହିବା ପାଇଁ ମୁଁ ଆପଣମାନଙ୍କୁ ଆମନ୍ତ୍ରିତ କରେ। ଏବଂ ଦ୍ୱିତୀୟରେ, ଦୟାକରି ପଦକ୍ଷେପ ନିଅନ୍ତୁ। ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ପଦକ୍ଷେପ ନିଅନ୍ତୁ। ଯଦି ଆପଣ ଏହାକୁ ସୁରକ୍ଷାର ସହିତ ନିଅନ୍ତି ତେବେ ଆପଣଙ୍କୁ ଖେଦ ହୋଇପାରେ। କିନ୍ତୁ ପ୍ରକୃତ ବିଶ୍ୱାସ ଆପଣଙ୍କୁ ପରୀକ୍ଷଣ ଆଡ଼କୁ ଠେଲି ଦିଏ, ବା ସୁଯୋଗ ପ୍ରଦାନ କରେ, କିମ୍ବା ବିଶ୍ୱାସ କରିବା ପାଇଁ ପ୍ରେରିତ କରେ। ଏବଂ ଆପଣ କ’ଣ ଦେଖିବେ ଯେ, ଯଦି ଆପଣ ଈଶ୍ୱରଙ୍କ ପ୍ରତିଜ୍ଞାରେ ପୂର୍ଣ୍ଣତଃ ବିଶ୍ୱାସ କରନ୍ତି ଓ ଭୟଭରା ପଦକ୍ଷେପ ନିଅନ୍ତି ଓ ଈଶ୍ୱରଙ୍କଠାରେ ବିଶ୍ୱାସ ହେତୁ ଆଗକୁ ବଢ଼ନ୍ତି, ତେବେ ଆପଣ ଈଶ୍ୱରଙ୍କୁ ଏପରି କାର୍ଯ୍ୟ କରିବା ଦେଖିବେ, ହୁଏତ ଆପଣ କେବେ ଦେଖି ନ ଥିବେ।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତଃ, ଆମ୍ଭମାନଙ୍କ ମଧ୍ୟରେ କେହି ଲାଅଦିକୀଆ ମଣ୍ଡଳୀର ବିଶ୍ୱାସୀ ପରି ନ ଥାଉ। ଏଠାରୁ ଯିବା ଲୋକମାନଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ଈଷଦୁଷ୍ଣ ପରି ବ୍ୟକ୍ତି ନ ଥାଉ, ଅର୍ଥାତ୍ ଏପରି ବିଶ୍ୱାସୀ ଯିଏ ଭାବନ୍ତି ଯେ କିଛି ସମୟ ପାଇଁ ପବିତ୍ର ବ୍ୟକ୍ତି ହେବା ଉତ୍ତମ ଅଟେ, ଏକ ଅଳ୍ପ ସମର୍ପିତ ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟ ହେବା ଠିକ୍ ଅଟେ, କାରଣ ତାହା ବିଶ୍ୱାସ ନୁହେଁ, ଏହା ଅଟେ କି? ହେ, ପିତଃ, ମୁଁ ଏହି ବିଷୟକୁ ସ୍ପଷ୍ଟ ଭାବରେ କହିବା ନିମନ୍ତେ ଏହିପରି କିଛି ନାହିଁ ଯାହା ମୁଁ ଆପଣା ଶବ୍ଦରେ କରି ପାରିବି। ମୁଁ ଏଠାସ୍ଥିତ ପ୍ରତ୍ୟେକଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ଦ୍ୱାରା ପ୍ରାର୍ଥନା କରେ ଯେ, ଆମ୍ଭେମାନେ ନିଜକୁ ଏହି ପ୍ରଶ୍ନ ପଚାରୁ, “ଆମ୍ଭେମାନେ କ’ଣ ବିଶ୍ୱାସ କରୁ ଯେ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ସାଧନ କରିବାକୁ ସେ ସକ୍ଷମ ଅଟନ୍ତି?” ଯଦି ବିଶ୍ୱାସ କରୁ ତେବେ ହାଲ୍ଲିଲୂୟା! ଯଦି ଆମ୍ଭେମାନେ ବିଶ୍ୱାସ କରୁ ନାହିଁ, ତେବେ, ପିତଃ, ଆମ୍ଭେମାନେ ବିଶ୍ୱାସ କରୁ, କିନ୍ତୁ ହେ ପିତଃ, ଆମ୍ଭମାନଙ୍କ ଅବିଶ୍ୱାସର ପ୍ରତିକାର କରନ୍ତୁ ଓ ଏହି ଦୃଢ଼ତାରେ ଜୀନବ ଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ, କାରଣ ଆପଣ ବିଶ୍ୱାସଯୋଗ୍ୟ ଅଟନ୍ତି ଓ ଆପଣ ଆପଣା ସନ୍ତାନମାନଙ୍କ ନିମନ୍ତେ ଚିନ୍ତା କରିବେ। ଆମ୍ଭେମାନେ ଈଷଦୁଷ୍ଣ ନ ହେଉ। ଆମେନ୍।