୮.  ଦଶ ଆଜ୍ଞା

୧. ପରିଚୟ

ମୁଁ ବିଶ୍ୱାସ କରେ, ଆମ୍ଭେମାନେ ବାଇବଲର ମୁଖ୍ୟ ୫୨ଟି ଘଟଣାମାନଙ୍କ ମଧ୍ୟରୁ ସପ୍ତମ କାହାଣୀରେ ଅଛୁ ଏବଂ ଆଜି ଆମ୍ଭେମାନେ ମୋଶାଙ୍କ ବିଷୟରେ ଅନ୍ୟ ଏକ କାହାଣୀକୁ ଦେଖିବାକୁ ଯାଉଅଛୁ, କିନ୍ତୁ ଏହି ସମୟରେ, ମୋଶାଙ୍କ କାହାଣୀ ଓ ବ୍ୟବସ୍ଥା ଦିଆଯିବା, ଅର୍ଥାତ୍ ଉଭୟ ଦଶଆଜ୍ଞା, ଯାହାକୁ ଖ୍ରୀଷ୍ଟ ଧର୍ମର ଦଶଆଜ୍ଞା ମଧ୍ୟ କୁହାଯାଏ ଓ ତା’ପରବର୍ତ୍ତୀ ନିୟମକୁ ଦେଖିବା। ଏବେ ଆମ୍ଭେମାନେ ଯାତ୍ରା ପୁସ୍ତକ ୨୦ ପର୍ବରେ ଅଛୁ। ପରମେଶ୍ୱର ଅବ୍ରହାମଙ୍କ ସହିତ ଏକ ସମ୍ପର୍କ ସ୍ଥାପନ କଲେ, ସେ କି କରି ନ ଥିଲେ? ସେ ଅବ୍ରହାମଙ୍କ ସହିତ ଏକ ନିୟମରେ ଆବଦ୍ଧ ସମ୍ପର୍କ ସ୍ଥାପନ କରିଥିଲେ, ଓ ସେହି ସମ୍ପର୍କ ଅନ୍ତର୍ଗତରେ, ସେହି ନିୟମରେ ଆବଦ୍ଧ ସମ୍ପର୍କର ଅନ୍ତର୍ଗତରେ, ପରମେଶ୍ୱର ଅବ୍ରହାମଙ୍କୁ କେତୋଟି ପ୍ରତିଜ୍ଞା ମଧ୍ୟ ଦେଲେ। ସେ ପ୍ରତିଜ୍ଞା କଲେ ଯେ ତାହାଙ୍କୁ ନିଜ ବଂଶ ଦେବେ, ସେ ପ୍ରତିଜ୍ଞା କଲେ ଯେ ତାହାଙ୍କୁ ନିଜ ଭୂମି ଦେବେ, ଓ ସେ ପ୍ରତିଜ୍ଞା କଲେ ଯେ ତାହାଙ୍କ ବଂଶ ଦ୍ୱାରା, ପରମେଶ୍ୱର ସମଗ୍ର ଜଗତକୁ ଆଶୀର୍ବାଦ କରିବେ। ଯାତ୍ରା ପୁସ୍ତକ ୬:୭ ପଦରେ, ଆମ୍ଭେମାନେ ସେହି ନିୟମର ସାରାଂଶକୁ ଦେଖିଲୁ, ଯେଉଁଠାରେ ପରମେଶ୍ୱର କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ଵର ହେବା।” ପୂରାତନ ନିୟମରେ ଏହା ମୋହର ଏକ ପ୍ରିୟ ଅନୁଚ୍ଛେଦ ଅଟେ। ମୋ’ ଅନୁସାରେ, ଏହା ବାସ୍ତବରେ ନିୟମର ଏକ ସ୍ପଷ୍ଟ ସାରଂଶ ଅଟେ, ଯେ ପରମେଶ୍ୱର ସେମାନଙ୍କ ପରମେଶ୍ୱର ହେବେ ଓ ସେମାନେ ତାହାଙ୍କ ଲୋକ ହେବେ। ଏହି ନିୟମ ବଚନରେ ଦୁଇଟି ପାର୍ଶ୍ୱ ଅଛି, ଏହା ନୁହେଁ କି? ଗୋଟିଏ ପାର୍ଶ୍ୱରେ, ପରମେଶ୍ୱର କହନ୍ତି, “ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ଵର ହେବା।” ଅନ୍ୟ ବାକ୍ୟରେ, ସେମାନଙ୍କ ପରମେଶ୍ୱର ହେବା ନିମନ୍ତେ, ଯାହା ଆବଶ୍ୟକ ହେବ, ସେହି କାର୍ଯ୍ୟ କରିବାକୁ ପରମେଶ୍ୱର ଆପଣାକୁ ସମର୍ପଣ କରୁଅଛନ୍ତି। ଆଉ, ଗତ ସପ୍ତାହରେ ଆମ୍ଭେମାନେ ଦେଖିଥିଲେ ଯେ, ସେ ଦଶଟି ମାହାମାରୀକୁ ପଠାଇଲେ ଓ ସେ ଇସ୍ରାଏଲର ସନ୍ତାନଗଣଙ୍କୁ ମିସରରୁ ବାହାର କରି ଆଣିଲେ, ଓ ଏବେ ଏକ ନୂତନ ଦେଶକୁ ଆଣୁଅଛନ୍ତି। ସେ ତାହାଙ୍କ ନିୟମର ଅର୍ଦ୍ଧେକ କାର୍ଯ୍ୟ କରୁଅଛନ୍ତି। କିନ୍ତୁ ଏହି ନିୟମର ଅନ୍ୟ ପାର୍ଶ୍ୱ ରହିଅଛି, ଅର୍ଥାତ୍ ସେମାନେ ଆମ୍ଭ ଲୋକ ହେବେ। ଏବଂ ଯେତେବେଳେ ଆପଣ ଯାତ୍ରା ପୁସ୍ତକ ୧୪ ପର୍ବର କାହାଣୀରୁ ଓ ସୁଫ ସାଗରକୁ ପାର କରିବାର କାହାଣୀରୁ ବାହାରନ୍ତି, ତେବେ ଇସ୍ରାଏଲର ସନ୍ତାନଗଣ ମିସରର ପୂର୍ବ ଅଞ୍ଚଳ, ଓ ପ୍ରତିଜ୍ଞାତ ଦେଶର ଦକ୍ଷିଣ ପ୍ରାନ୍ତରରେ ପ୍ରବେଶ କରୁଥିବା ଦେଖିବାକୁ ମିଳେ ଓ ଆମ୍ଭେମାନେ ଏହି ନିୟମର ଏକ ସର୍ତ୍ତମୂଳକ ଭାଗକୁ ଶୀଘ୍ର ଦେଖିବାକୁ ପାଉ। ବର୍ତ୍ତମାନ, ଯାହା ହେଲେ ମଧ୍ୟ ପରମେଶ୍ୱର ଆପଣା ପ୍ରତିଜ୍ଞାଗୁଡ଼ିକୁ ରକ୍ଷା କରିବାକୁ ଯାଉଅଛନ୍ତି। ତାହା ସର୍ତ୍ତମୂଳକ ନୁହେଁ। ଅବ୍ରହାମ ବିଶ୍ୱାସରେ ପ୍ରତ୍ୟୁତ୍ତର ଦେଲେ ଓ ପରମେଶ୍ୱର ସେମାନଙ୍କ ପରମେଶ୍ୱର ହେବା ନିମନ୍ତେ ବିନା ସର୍ତ୍ତରେ ଆପଣାକୁ ଆବଦ୍ଧ କଲେ। ତଥାପି ଯଦି ଆପଣ ଯାତ୍ରା ପୁସ୍ତକ ୨୦ ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରନ୍ତି, ତେବେ ଆପଣ ଦେଖିପାରିବେ ଯେ ସେଠାରେ ଏକ ସର୍ତ୍ତମୂଳକ ଭାଗ ରହିଅଛି, ଯେ ଯଦି ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ନିୟମର ପ୍ରତିଜ୍ଞାକୁ ଲାଭ କରିବାକୁ ଯାଉଅଛନ୍ତି, ଯଦି ଜଣେ ବ୍ୟକ୍ତି ସେହି ନିୟମରେ ଆବଦ୍ଧ ଗୋଷ୍ଠୀର ଏକ ଅଂଶ ହେବାକୁ ଯାଉଅଛନ୍ତି, ଓ ସେହି ନିୟମରେ ଆବଦ୍ଧ ହେଇ ରହିବାର ଆଶୀର୍ବାଦକୁ ପ୍ରାପ୍ତ କରିବାକୁ ଯାଉଅଛନ୍ତି, ତେବେ ସେହି ବ୍ୟକ୍ତିକୁ ଆଜ୍ଞାବହ ହେବା ଆବ୍ୟଶ୍ୟକ। ଦୟାପୂର୍ବକ, ଯାତ୍ରା ପୁସ୍ତକ ୧୯ ପର୍ବକୁ ଦେଖନ୍ତୁ। ଏପରି ଅନେକ ସ୍ଥାନକୁ ଆମ୍ଭେମାନେ ଯାଇପାରିବା, କିନ୍ତୁ ଦୟାପୂର୍ବକ ଯାତ୍ରା ପୁସ୍ତକ ୧୯:୨ ପଦ ଆରମ୍ଭରୁ ଦେଖନ୍ତୁ। ସେଠାରେ ଲେଖାଯାଏ, “ସେମାନେ ରଫୀଦୀମଠାରୁ ଯାତ୍ରା କରି ସୀନୟ ପ୍ରାନ୍ତରରେ ଉପସ୍ଥିତ ହୁଅନ୍ତେ, ସେହି ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ; ଇସ୍ରାଏଲ ସେହି ସ୍ଥାନରେ ପର୍ବତ ସମ୍ମୁଖରେ ଛାଉଣି ସ୍ଥାପନ କଲେ। ଅନନ୍ତର ମୋଶା ପରମେଶ୍ଵରଙ୍କ ନିକଟକୁ ଆରୋହଣ କରନ୍ତେ, ସଦାପ୍ରଭୁ ପର୍ବତରୁ ତାଙ୍କୁ ଡାକି କହିଲେ, ‘ତୁମ୍ଭେ ଯାକୁବ ବଂଶକୁ ଏହି କଥା କୁହ ଓ ଇସ୍ରାଏଲ-ସନ୍ତାନଗଣକୁ ଏହା ଜଣାଅ,’ ‘ଆମ୍ଭେ ମିସ୍ରୀୟମାନଙ୍କ ପ୍ରତି ଯାହା କଲୁ ଓ ତୁମ୍ଭମାନଙ୍କୁ କିରୂପେ ଉତ୍କୋଶ ପକ୍ଷୀର ପକ୍ଷରେ ବହି ଆପଣା ନିକଟକୁ ଆଣିଲୁ, ତାହା ତୁମ୍ଭେମାନେ ଦେଖିଅଛ। ଏବେ ତୁମ୍ଭେମାନେ ଯେବେ ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ; କାରଣ ସମସ୍ତ ପୃଥିବୀ ଆମ୍ଭର। ପୁଣି ତୁମ୍ଭେମାନେ ଆମ୍ଭ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଗୋଷ୍ଠୀ ହେବ। ଏହିସବୁ କଥା ତୁମ୍ଭେ ଇସ୍ରାଏଲ-ସନ୍ତାନମାନଙ୍କୁ କୁହ।” ଏହା ଏକ ଅଦ୍ଭୁତ ଅନୁଚ୍ଛେଦ ଅଟେ, ଏହା ନୁହେଁ କି, ଯେଉଁଠାରେ ପରମେଶ୍ୱର କହନ୍ତି, “ଆମ୍ଭେ ଆପଣ ନିୟମର ଅଂଶକୁ ପୂର୍ଣ୍ଣ କରୁଅଛୁ। ଆମ୍ଭେ ତୁମ୍ଭକୁ ମିସରରୁ ବାହାର କରି ଆଣିଲୁ, ଆମ୍ଭେ ତୁମ୍ଭକୁ ଏକ ଉତ୍କୋଶ ପକ୍ଷୀ ସମାନ ଆପଣା ପକ୍ଷରେ ବହି ଆଣିଲୁ। ଅତଏବ, ଆମ୍ଭେ ଯାହା କରିଅଛୁ, ସେଥିସକାଶୁ, ବର୍ତ୍ତମାନ ତୁମ୍ଭେ ଯଦି ଆମ୍ଭର ରବରେ ମନଯୋଗ କରିବ, ତେବେ ତୁମ୍ଭେ ଆମ୍ଭ ନିଜର ସଞ୍ଚିତ ଧନ ହେବ।” ଏଠାରେ ଏକ ସର୍ତ୍ତମୂଳକ ଭାଗ ରହିଅଛି, ଯଦି ଆପଣ ଆଉ ମୁଁ, ଯଦି ଇସ୍ରାଏଲର ସନ୍ତାନଗଣ, ଯେକୌଣସି ବ୍ୟକ୍ତି, ସେହି ନିୟମର ଆଶୀର୍ବାଦକୁ ପ୍ରାପ୍ତ କରୁ। ଏବଂ ସ୍ପଷ୍ଟରୂପରେ, ଏହା ଅପ୍ରତ୍ୟାଶିତ ପରି ନ ହେବା ଉଚିତ, କାରଣ ଆଦି ପୁସ୍ତକର ଆରମ୍ଭରୁ ଏପରି ସର୍ତ୍ତମୂଳକ ବିଷୟକୁ ଆମ୍ଭେମାନେ ଦେଖି ଆସୁଅଛୁ, ଆପଣ ଧ୍ୟାନ ଦେଇଅଛନ୍ତି କି? ତାହା ଏଦନ ଉଦ୍ୟାନରେ ଆଦମ ଓ ହବାଙ୍କ ସହିତ ଆମ୍ଭେମାନେ ଦେଖୁ, ସେମାନଙ୍କୁ ଉଦ୍ୟାନରେ ରଖାଗଲା, କିନ୍ତୁ ସେମାନଙ୍କୁ ମଧ୍ୟ ପାଳନ କରିବାକୁ ଏକ ଆଜ୍ଞା ଦିଆଗଲା। “ସଦସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ।” ଅନ୍ୟ ବାକ୍ୟରେ, ପରମେଶ୍ୱର ଆଦମ ଓ ହବାଙ୍କୁ ଆପଣା ଆଜ୍ଞା ପାଳନ କରିବାକୁ ସୁଯୋଗ ଦେଇଥିଲେ, ଏବଂ ତେଣୁ ଅନାଜ୍ଞାକାରୀ ହେବା ପାଇଁ ମଧ୍ୟ ଏକ ସୁଯୋଗ ଥିଲା। ସେ ଆଦମ ଓ ହବାଙ୍କୁ ଆଶୀର୍ବାଦ ପାଇବା ପାଇଁ ସୁଯୋଗ ଦେଇଥିଲେ ଓ ସେ ଅଭିଶପ୍ତ ହେବାପାଇଁ ମଧ୍ୟ ସୁଯୋଗ ଦେଇଥିଲେ। ପରମେଶ୍ୱରଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ସର୍ତ୍ତମୂଳକ ବିଷୟ ତାହା ପ୍ରଥମ ଦିବସରୁ ଅବସ୍ଥିତ। ଯଦି ଆପଣ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ସମସ୍ତ କାହାଣୀକୁ ଧ୍ୟାନ ଦିଅନ୍ତି, ତେବେ ସମସ୍ତ କାହାଣୀରେ ଏହି ସର୍ତ୍ତମୂଳକ ବିଷୟକୁ ସର୍ବଦା ଦେଖିପାରିବେ। ଯଦି ସେମାନେ ନିୟମର ଆଶୀର୍ବାଦକୁ ପାଇବାର ଥିଲା, ତେବେ ସେମାନେ ବିଶ୍ୱସ୍ତରେ ଆଜ୍ଞାବହତା ପ୍ରତ୍ୟୁତ୍ତର ଦେବାକୁ ଆହୂତ ହୋଇଥିଲେ। ଯଦି କୌଣସି କାହାଣୀ ଅଛି, ତେବେ ଇସ୍‌ହାକଙ୍କୁ ବଳି ଉତ୍ସର୍ଗ କରିବା ପାଇଁ ଅବ୍ରହାମଙ୍କୁ କୁହା ଯିବା ପରି ଆଉ କୌଣସି ଅଧିକ ଶକ୍ତିଶାଳୀ କାହାଣୀ ନାହିଁ, ଗୋଟିଏ ଅର୍ଥରେ ଏହା ଏକ ଭୟଙ୍କର କାହାଣୀ ଅଟେ, କିନ୍ତୁ ଅନ୍ୟ ପକ୍ଷରେ ଏହା ପୂରାତନ ନିୟମରେ ସମ୍ଭବତଃ କଠିନ କାହାଣୀମାନଙ୍କ ମଧ୍ୟରୁ ଗୋଟିଏ କାହାଣୀ ଅଟେ, ଯେଉଁଠାରେ ପରମେଶ୍ୱର ଆପଣା ଲୋକମାନଙ୍କଠାରୁ ବିଶ୍ୱସ୍ତ ଆଜ୍ଞାବହତା ଚାହାଁନ୍ତି। ତେଣୁ, ଆମ୍ଭମାନଙ୍କ ପାଇଁ ଏହା ଆଶ୍ଚର୍ଯ୍ୟ ହେବା ଆବଶ୍ୟକ ନୁହେଁ, କାରଣ ଏହି ସର୍ତ୍ତମୂଳକ ବିଷୟକୁ ବୁଝିବା ପାଇଁ ଆମ୍ଭେମାନେ ଆଦି ପୁସ୍ତକ ହୋଇ  ବର୍ତ୍ତମାନ ଯାତ୍ରା ପୁସ୍ତକରେ ଅଛୁ। ନିୟମ ପ୍ରତି ପରମେଶ୍ୱରଙ୍କ ପ୍ରତିଶ୍ରୁତିବଦ୍ଧ ସର୍ତ୍ତବିହୀନ ଅଟେ। ସେ ଯାହା କରିବା ପାଇଁ କହିଅଛନ୍ତି, ତାହା ସେ କରିବେ। ଯାତ୍ରା ପୁସ୍ତକ ୧୫ ପର୍ବରେ, ସେ କେବଳ ବଧ ହୋଇଥିବା ପଶୁମାନଙ୍କ ମଧ୍ୟ ଦେଇ ଗମନ କଲେ, ସେହି କାହାଣୀକୁ ସ୍ମରଣ କରନ୍ତି କି? ସେ ଆପଣାକୁ ସମର୍ପଣ କରିଅଛନ୍ତି, କିନ୍ତୁ କେହି ଯଦି ସେହି ନିୟମର ଆଶୀର୍ବାଦକୁ ପାଇବାକୁ ଚାହାଁନ୍ତି, କେହି ଯଦି ସେହି ନିୟମର ଆବଦ୍ଧ ଗୋଷ୍ଠୀର ଏକ ଅଂଶ ହେବାକୁ ଚାହାଁନ୍ତି। ସେହି ଗୋଷ୍ଠୀର ଭାଗ ଇସ୍‌ହାକ, ଯାକୁବ, ଓ ସେହି ଗୋଷ୍ଠୀର ଭାଗ ଇସ୍ରାଏଲର ସନ୍ତାନଗଣ, ପୁଣି ସେହି ଗୋଷ୍ଠୀର ଭାଗ ଆପଣ ଓ ମୁଁ ଅଟୁ। ଯଦି ଆମ୍ଭେମାନେ ନିୟମରେ ଆବଦ୍ଧ ଗୋଷ୍ଠୀର ଏକ ଭାଗ ହେବାକୁ ଚାହୁଁ ଓ ନିୟମର ଆଶୀର୍ବାଦକୁ ପାଇବାକୁ ଚାହୁଁ, ତେବେ ଆମ୍ଭମାନଙ୍କୁ ଆଜ୍ଞାପାଳନ କରି ଆଶୀର୍ବାଦ ପାଇବାକୁ, କିମ୍ବା ପାପ କରି ଅଭିଶପ୍ତ ହେବାକୁ ସୁଯୋଗ ଦିଆଯାଇଅଛି।

ଏହା ଯାତ୍ରା ପୁସ୍ତକର ୨୦ ପର୍ବ, ଯାହା ବ୍ୟବସ୍ଥା ପ୍ରଦାନ କରାଯିବା, କିଅବା ଦଶ ଆଜ୍ଞା ପ୍ରଦାନ କରାଯିବାର ପୃଷ୍ଠଭୂମି ଅଟେ। “ଡେକାଲଗ୍” ଶବ୍ଦ ଗୋଟିଏ ଆସକ୍ତିର ଶବ୍ଦ ଅଟେ, କିନ୍ତୁ ଏହା ଦଶ ଆଜ୍ଞା, ଖ୍ରୀଷ୍ଟ ଧର୍ମର ଦଶଆଜ୍ଞାର ପ୍ରଦାନ କରିବା ଅଟେ। ତେଣୁ, ଆସନ୍ତୁ ଆମ୍ଭେମାନେ ଯାତ୍ରା ପୁସ୍ତକ ୨୦ ପର୍ବକୁ ଦେଖିବା। ୧ ପଦରେ ଲେଖାଯାଏ, “ଅନନ୍ତର ସଦାପ୍ରଭୁ ଏହିସବୁ କଥା କହିଲେ, ଯଥା- ‘ଯେ ତୁମ୍ଭକୁ ଦାସଗୃହ ସ୍ଵରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ତୁମ୍ଭର ସେହି ସଦାପ୍ରଭୁ ପରମେଶ୍ଵର ଆମ୍ଭେ।’” ଧ୍ୟାନ ଦିଅନ୍ତୁ, ଯେତେବେଳେ ଇଂରାଜୀର ବଡ଼ ଅକ୍ଷରରେ “ଲର୍ଡ଼୍” ବା ସଦାପ୍ରଭୁ ଲେଖାଯାଏ, ତାହା ଅଗ୍ନିମୟ ବୁଦାରେ ପ୍ରକାଶିତ ହୋଇଥିବା ନାମ, ଅର୍ଥାତ୍ ଯିହୋବା ନାମର ଅନୁବାଦ ଅଟେ।  ଆଉ ମୁଁ ସମୟ ସମୟରେ ଯିହୋବା ନାମକୁ ବ୍ୟବହାର କରିବି, କାରଣ ଏହି ନାମ ଅନୁଚ୍ଛେଦର ଅର୍ଥ ସ୍ପଷ୍ଟ ପ୍ରକାଶ କରିଥାଏ। ପରମେଶ୍ୱର ଆରମ୍ଭରୁ କ’ଣ କହୁଅଛନ୍ତି? ସେ କହୁଅଛନ୍ତି, “ଆମ୍ଭେ, ଯିହୋବା, ତୁମ୍ଭର ସଦାପ୍ରଭୁ ପରମେଶ୍ୱର ଅଟୁ। ମିସରର ଦେବତାଗଣ ତୁମ୍ଭର ପରମେଶ୍ୱର ନୁହଁନ୍ତି। କିଣାନର ଓ ପ୍ରତିଜ୍ଞାତ ଦେଶର ଦେବତାଗଣ ତୁମ୍ଭର ପରମେଶ୍ୱର ନୁହଁନ୍ତି। ଆମ୍ଭେ, ଯିହୋବା ତୁମ୍ଭର ସଦାପ୍ରଭୁ ପରମେଶ୍ୱର ଅଟୁ, କେବଳ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ଅଟୁ।” ୨ ପଦରେ ଥିବା ଏହି ଘୋଷଣାର ମହତ୍ୱକୁ ଅଧିକ କଳନା  କରାଯାଇ ପାରିବ ନାହିଁ, ଯଦିଓ ଏହା ସମଗ୍ର ପୂରାତନ ନିୟମର କେନ୍ଦ୍ରୀୟ ଦୃଢ଼ କଥନ ନୁହେଁ, ତଥାପି ସେମାନଙ୍କ ମଧ୍ୟରୁ ଓ ସମ୍ପୂର୍ଣ୍ଣ ନୂତନ ନିୟମର ଗୋଟିଏ ଦୃଢ଼ କଥନ ଅଟେ। ପରମେଶ୍ୱର ଆପଣା ସନ୍ତାନମାନଙ୍କୁ ଏକ ମୌଳିକ ସିଦ୍ଧାନ୍ତ ଦେଉଅଛନ୍ତି ଯେ “ଆମ୍ଭେ, ଯିହୋବା, ତୁମ୍ଭର ସହାପ୍ରଭୁ ପରମେଶ୍ୱର ଅଟୁ।” ସମୟ, ଚର୍ଚ୍ଚାର ସମାପ୍ତି। ଆଉ ବାକି ସବୁ ଏକ ଧାରାବିବରଣୀ ଅଟେ। ସମ୍ପୂର୍ଣ୍ଣ ଦଶ ଆଜ୍ଞା, ମୋଶା ଓ ଇସ୍ରାଏଲର ଲୋକମାନଙ୍କୁ, “ଆମ୍ଭେ, ଯିହୋବା, ତୁମ୍ଭର ସହାପ୍ରଭୁ ପରମେଶ୍ୱର ଅଟୁ,” ଏହି ଦୃଢ କଥନର ନିହିତାର୍ଥକୁ ବୁଝିବା ପାଇଁ ସେମାନଙ୍କୁ ସାହାର୍ଯ୍ୟ କରିବା ନିମନ୍ତେ ପରମେଶ୍ୱରଙ୍କ ଏକ ମାଧ୍ୟମ ଅଟେ। ତେଣୁ, ମୁଁ ଚାହେଁ, ଆପଣ ଏହା ମନେ ରଖନ୍ତୁ ଯେ, ପରମେଶ୍ୱରଙ୍କ ଅଦ୍ୱିତୀୟ ହେବାର, ପରମେଶ୍ୱରଙ୍କ ସାର୍ବଭୌମ ଦେବାର ଦାବି ଯେ “ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ଓ ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ,” ଏହା ଯାତ୍ରା ପୁସ୍ତକ ୨୦ ପର୍ବର ମୁଖ୍ୟ ଧାରଣା ଅଟେ।”

୨. ପ୍ରଥମ ଚାରୋଟି ଆଜ୍ଞା- ପରମେଶ୍ୱରଙ୍କ ଉପରେ କେନ୍ଦ୍ରିତ

ବର୍ତ୍ତମାନ, ଆଜି ସକାଳେ ସମସ୍ତ ଆଜ୍ଞାଗୁଡ଼ିକୁ ସ୍ପଷ୍ଟ ରୂପରେ ବର୍ଣ୍ଣନା କରିବା ପାଇଁ ନିଶ୍ଚିତ ଭାବରେ ମୋ ପାଖେ ସମୟ ନାହିଁ, ମୁଁ ସେଗୁଡ଼ିକୁ ସଂକ୍ଷିପ୍ତରେ ଉଲ୍ଲେଖ କରିବାକୁ ଯାଉଅଛି। କେବେ ଦିନେ ମୁଁ ଧିରେ ଧିରେ ସେଗୁଡ଼ିକୁ ପ୍ରଚାର କରିବାକୁ ଚାହେଁ, କିନ୍ତୁ ତାହା କେତେ ବର୍ଷ ପରେ ହୋଇ ପାରେ। ଯିହୋବା ସେମାନଙ୍କ ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ଏହି କେନ୍ଦ୍ରୀୟ ଦୃଢ଼ କଥନକୁ ଦଶ ଆଜ୍ଞା କିପରି ପ୍ରକାଶ କରିଥାଏ?

କ. ପ୍ରଥମ ଆଜ୍ଞା

ଆପଣ ଓ ମୁଁ ପରମେଶ୍ୱରଙ୍କ ସହିତ କିପରି ସମ୍ବନ୍ଧିତ ଅଟୁ, ତାହା ଦଶ ଆଜ୍ଞାର ପ୍ରଥମ ଚାରୋଟି ଆଜ୍ଞାର କେନ୍ଦ୍ର ଅଟେ। ଯଦି ପରମେଶ୍ୱର ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି ଓ ତାହାଙ୍କ ଛଡ଼ା ଆଉ କେହି ଆମ୍ଭମାନଙ୍କ ପରମେଶ୍ୱର ନୁହଁନ୍ତି, ତେବେ ଆମ୍ଭେମାନେ ତାହାଙ୍କ ସହିତ କିପରି ସମ୍ବନ୍ଧିତ ଅଟୁ, ପୁଣି ତାହା କିପରି ପ୍ରଭାବିତ କରିଥାଏ? ତେଣୁ ଆମ୍ଭେମାନେ ଯାତ୍ରା ପୁସ୍ତକ ୨୦ ପର୍ବରେ, ପ୍ରଥମ ଆଜ୍ଞାରୁ ଆରମ୍ଭ କରିବା। ପ୍ରଥମ ଆଜ୍ଞା: “ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ।” ପରମେଶ୍ୱର ଦାବି କରନ୍ତି, ଯିହୋବା ସଦାପ୍ରଭୁ ସମ୍ପୂର୍ଣ୍ଣ ଶ୍ରେଷ୍ଠତାର ଦାବି କରନ୍ତି। ଯିହୋବା ସଦାପ୍ରଭୁ ପୂର୍ଣ୍ଣ ଆନୁଗତ୍ୟର ଦାବି କରନ୍ତି। ପରମେଶ୍ୱର କୌଣସି ପ୍ରକାରର ପ୍ରତିଦ୍ୱନ୍ଦକୁ ସହ୍ୟ କରିବେ ନାହିଁ, ସେ କାହା ସହିତ ବା କୌଣସି ବସ୍ତୁ ସହିତ ପ୍ରତିଦ୍ୱନ୍ଦ୍ୱୀ କରିବେ ନାହିଁ। ତାହା ଦଶ ଆଜ୍ଞା ମଧ୍ୟରୁ ପ୍ରଥମ ଆଜ୍ଞା ଅଟେ, “ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ।”

ଖ. ଦ୍ୱିତୀୟ ଆଜ୍ଞା

ଦ୍ୱିତୀୟ ଆଜ୍ଞା ୪-୬ ପଦରେ ଅଛି, “ତୁମ୍ଭେ ଆପଣା ନିମନ୍ତେ ନିର୍ମାଣ କରିବ...।” ବାଇବଲ ଅନୁବାଦରେ ଏକ ପ୍ରସିଦ୍ଧ ଭୁଲ ପଦ ଅଛି, ଏହାକୁ ମନ୍ଦ ବାଇବଲ କୁହାଯାଏ। ସେମାନେ ଦଶଆଜ୍ଞାର କେତୋଟି “ସବୁ ନାହିଁ”କୁ ଛାଡ଼ି ଦେଲେ। ଆସନ୍ତୁ, ଆମ୍ଭେମାନେ ସେହି ମନ୍ଦ ବାଇବଲ ସହିତ କୌଣସି ସମ୍ପର୍କ ନ ରଖୁ। ଦ୍ୱିତୀୟ ଆଜ୍ଞା, ୪ ପଦ, “ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ଵର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ।” କାହିଁକି? “ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ଵର ସ୍ଵଗୌରବ-ରକ୍ଷଣରେ ଉଦ୍‌ଯୋଗୀ ପରମେଶ୍ଵର ଅଟୁ, ପୁଣି ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା; ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ।” ଦ୍ୱିତୀୟ ଆଜ୍ଞା ପରମେଶ୍ୱରଙ୍କ ପ୍ରତିମା ନିର୍ମାଣ କରିବା ଏବଂ ସେହି ପ୍ରତିମାସବୁର ଉପାସନା କରିବା ବିରୁଦ୍ଧରେ ଏକ ନିଷେଧାତ୍ମକ ଆଜ୍ଞା ଅଟେ। ଅନ୍ୟ ବାକ୍ୟରେ, ମାଧ୍ୟମିକ ସ୍ତରରେ ଦେବତାଗଣ ନିମନ୍ତେ କୌଣସି ସ୍ଥାନ ନାହିଁ। ବର୍ତ୍ତମାନ, ଯଦି ଆପଣ ଆପଣା ପ୍ରଚୀନ ଧର୍ମତତ୍ତ୍ୱ ବା ଏହି ପ୍ରକାର କୌଣସି କିଛି ଜାଣନ୍ତି, ତେବେ ଏହା ଏକ ବୈପ୍ଳବିକ ଅଟେ।  ସେହି ସମୟରେ ଶହ ଶହ ଦେବତାଗଣ ଥିଲେ, ଓ ଦେବତାମାନଙ୍କ ଏକ କ୍ରମ ଥିଲା। ଉଦାହରଣ ସ୍ୱରୂପ, ମିସରରେ ଏପରି ଦେବତା ଥିଲେ, ଯିଏ ସମସ୍ତଙ୍କଠାରୁ ଉଚ୍ଚତର ଥିଲେ, ଯଥା - ରା, ଓସିସ୍ ଓ ଓସିରିସ୍ ଇତ୍ୟାଦି, ତାହା ବ୍ୟତୀତ ଆହୁରି ଅନେକ ଦେବତାଗଣ ଥିଲେ। ଯେଉଁ ଦେଶକୁ ଇସ୍ରାଏଲର ସନ୍ତାନଗଣ ଯାଉଥିଲେ, ସେଠାରେ ବାଲ୍ ଦେବତା, ଓ ଆଶେରା ଦେବତା ସମସ୍ତଙ୍କଠାରୁ ଉଚ୍ଚ ଦେବତା ଥିଲେ, କିନ୍ତୁ ସେମାନଙ୍କ ବ୍ୟତୀତ ଅନ୍ୟ ଦେବତାଗଣ ମଧ୍ୟ ଥିଲେ। ଏବଂ ତୁମ୍ଭେ କୌଣସି ଦେବତାର ପ୍ରତିମା ନିର୍ମାଣ କରିବ ନାହିଁ, ଓ ସେମାନଙ୍କର ସେବା କରିବ ନାହିଁ, ଏହା ଦ୍ୱିତୀୟ ଆଜ୍ଞା ଥିଲା। ଆଉ ସେହି ଆଜ୍ଞା ଅନୁସାରେ, ତୁମ୍ଭେ ଯେ କେବଳ ଯିହୋବାଙ୍କ ପ୍ରତିମା ନିର୍ମାଣ କରିବ ନାହିଁ, କି ତାହାଙ୍କ ଉପାସନା କରିବ ନାହିଁ, ତାହା ନୁହେଁ, ମାତ୍ର ତୁମ୍ଭେ ମାଧ୍ୟମିକ ସ୍ତରରେ କୌଣସି ଦେବତା ବା କୌଣସି ଦେବତା ହେଉ ନା କାହିଁକି, ତାହାର ଉପାସନା କରି ପାରିବ ନାହିଁ। ଆଉ ୫ ପଦରେ ଏକ ରୁଚିକର ବିଷୟ ଦିଆଯାଇଅଛି, ଏହା ନୁହେଁ କି? ସମ୍ଭବତଃ ଆମ୍ଭମାନଙ୍କ ପୃଷ୍ଠଭୂମିର ନିର୍ଭର କରି ଆପଣ ଓ ମୁଁ କିଛି ଭିନ୍ନ ରୂପରେ ପ୍ରତ୍ୟୁତ୍ତର ଦେବା, କିନ୍ତୁ ପରମେଶ୍ୱର ଏହି ଧାରଣାକୁ ପ୍ରକାଶ କରନ୍ତି ଯେ, “ଆମ୍ଭେ ସ୍ଵଗୌରବ-ରକ୍ଷଣରେ ଉଦ୍‌ଯୋଗୀ ପରମେଶ୍ଵର ଅଟୁ, ଅର୍ଥାତ୍ ଆମ୍ଭେ ଅନ୍ୟ ଦେବତା, ବା କୌଣସି ଖୋଦିତ ପ୍ରତିମା ସହିତ ତୁମ୍ଭକୁ କୌଣସି ପ୍ରକାରେ ବାଣ୍ଟି ପାରିବୁ ନାହିଁ।” ବର୍ତ୍ତମାନ ଈର୍ଷା ଗୋଟିଏ ଉତ୍ତମ ବିଷୟ ହୋଇପାରେ, ଏହା ହୋଇ ପାରେ କି? ମୋ’ କହିବାର ଅର୍ଥ, ଅନେକ ମାଧ୍ୟମରେ ଆପଣଙ୍କ ପାଇଁ ଓ ମୋ’ ପାଇଁ ଈର୍ଷା କରିବା ଗୋଟିଏ ଉତ୍ତମ ବିଷୟ ହୋଇପାରେ। ମୁଁ ଆପଣା ଭାର୍ଯ୍ୟାଙ୍କୁ ଆପଣକୁ ଦେଇ ପାରିବି ନାହିଁ। ମୁଁ ତାହାଙ୍କ ସକାଶୁ ଈର୍ଷାଳୁ ଅଟେ। ସେ ମୋହର ଅଟନ୍ତି, ଯେପରି ମୁଁ ତାଙ୍କ ଅଟେ, ଓ ମୁଁ ତାଙ୍କୁ, କି ବିବାହର ଘନିଷ୍ଠତାକୁ, କିଅବା ଅନୁରାଗକୁ କାହାକୁ ଦେବାର କୌଣସି ଅଭିପ୍ରାୟ ନାହିଁ। ମୁଁ, ଆପଣଙ୍କୁ ରୋବିନଙ୍କୁ ଦେବାକୁ ଯାଉନାହିଁ, ସେ ମୋହର ଅଟନ୍ତି, ଯେପରି ମୁଁ ତାଙ୍କ ଅଟେ। ବର୍ତ୍ତମାନ, ତାଙ୍କ ଅନେକ ବନ୍ଧୁ ଅଛନ୍ତି, ଅନେକେ ସମ୍ପର୍କରେ ଅଛନ୍ତି, ସେ ଯାହା ମଧ୍ୟ ଇଚ୍ଛା କରନ୍ତି, ସେ ତାହା ପ୍ରଚୁର କରିଥାନ୍ତି, ଏବଂ ମୁଁ ସେଥିପାଇଁ କୃତଜ୍ଞ ଅଟେ। କିନ୍ତୁ, ମୁଁ ଆପଣଙ୍କୁ ତାଙ୍କୁ ଦେବାକୁ ଯାଉ ନାହିଁ, କୌଣସି ଗମ୍ଭୀର ଭାବରେ ନୁହେଁ, କି ଘନିଷ୍ଠତାରେ ନୁହେଁ, କିଅବା ଅନୁରାଗ ଓ ପ୍ରେମର କୌଣସି ସ୍ତରରେ ମଧ୍ୟ ଦେଇ ପାଇବି ନାହିଁ। ସେ ମୋତେ ବାଣ୍ଟି ପାରିବେ ନାହିଁ, କି ମୁଁ ତାଙ୍କୁ ବାଣ୍ଟି ପାରିବି ନାହିଁ। ତାହା ଏକ ଉତ୍ତମ ବିଷୟ ଅଟେ, ଏହା ନୁହେଁ କି? କିନ୍ତୁ, ମାନବୀୟ ଈର୍ଷା ସାଧାରଣତଃ ମନ୍ଦ ଅଟେ, ଏହା ନୁହେଁ କି? ଏବଂ ସାଧାରଣତଃ, ଯେତେବେଳେ ସ୍ୱାମୀମାନେ ଈର୍ଷା କରନ୍ତି ବୋଲି ଶ୍ରେଣୀଭୁକ୍ତ ହୁଅନ୍ତି, କାରଣ ସେମାନଙ୍କ ଭାର୍ଯ୍ୟା କୌଣସି ଏକ କୋଣରେ ବନ୍ଦ କରି ରଖି ଥାଆନ୍ତି ଓ ତାହାଙ୍କୁ ବାହାର କରନ୍ତି ନାହିଁ, ଏବଂ ତାହା ସହିତ ଆହୁରି ଅନେକ ମନ୍ଦ ବିଷୟ ମଧ୍ୟ ସଂଯୁକ୍ତ ଥାଏ। ତେଣୁ, ସାଧାରଣତଃ ଏହା ଏକ ମନ୍ଦ ବିଷୟ ଅଟେ, କିନ୍ତୁ, ଯେତେବେଳେ ପରମେଶ୍ୱରଙ୍କ ଈର୍ଷା, ଈଶ୍ୱରୀୟ ଈର୍ଷା ବିଷୟରେ କହୁ, ତେବେ ଏହା ସର୍ବଦା ଏକ ଉତ୍ତମ ବିଷୟ ଅଟେ, କାରଣ ଏହା ଏକ ଈଶ୍ୱରୀୟ ବିଷୟ ଅଟେ। ସ୍ପଷ୍ଟରୂପରେ କହିଲେ, ମୁଁ ଚାହେଁ ନାହିଁ ଯେ ପରମେଶ୍ୱର ମୋତେ ଏହି ଜଗତର ଦେବତାଗଣଙ୍କ ସହିତ ବଣ୍ଟନ କରନ୍ତୁ। ମୁଁ ଚାହେଁ ନାହିଁ ଯେ ପରମେଶ୍ୱର ମୋ’ ହୃଦୟର କେବଳ ଗୋଟିଏ ଅଂଶରେ ସନ୍ତୁଷ୍ଟ ରହନ୍ତୁ। ମୁଁ ଚାହେଁ ନାହିଁ ଯେ ପରମେଶ୍ୱର ମୋ’ ଉପାସନାରେ ସନ୍ତୁଷ୍ଟ ହୁଅନ୍ତୁ, ପୁଣି ମୋ’ଠାରେ ଏପରି ମାଧ୍ୟମିକ ଦେବତାଗଣ ମଧ୍ୟ ଥାଆନ୍ତୁ ଓ  ମୁଁ ସେମାନଙ୍କର ମଧ୍ୟ ଉପାସନା କରୁଥାଏ। ମୁଁ ତାହା ଚାହେଁ ନାହିଁ। ମୁଁ ମୃତ୍ୟୁ ନିମନ୍ତେ କୌତୁକ ଅଟେ, ଯେ ମୋହର ପରମେଶ୍ୱର ଜଣେ ଈର୍ଷା କରିବାର ପରମେଶ୍ୱର ଅଟନ୍ତି, ଓ ସେ ମୋହର ସମସ୍ତ ଭାଗକୁ ଚାହାଁନ୍ତି। ତାହା ଏକ ଉତ୍ତମ ବିଷୟ ଅଟେ। ଆଉ ସେହି କାରଣରୁ ପରମେଶ୍ୱର ଏହି ଜଗତର କୌଣସି ଦେବତାଗଣଙ୍କ ସହିତ ଆମ୍ଭମାନଙ୍କୁ ବଣ୍ଟନ କରିବେ ନାହିଁ।  ଆମ୍ଭେମାନେ କୌଣସି ଦେବତାର ପ୍ରତିମା ନିର୍ମାଣ କରିବା ପାଇଁ ନାହିଁ ଓ ସେମାନଙ୍କ ଉପାସନା କରିବା ପାଇଁ ନାହିଁ। ଏହା ହିଁ ଦ୍ୱିତୀୟ ଆଜ୍ଞା।

ଗ. ତୃତୀୟ ଆଜ୍ଞା

ତୃତୀୟ ଆଜ୍ଞା ୭ ପଦରେ ଅଛି, “ତୁମ୍ଭେ ଆପଣା ସଦାପ୍ରଭୁ ପରମେଶ୍ଵରଙ୍କ ନାମ ମିଥ୍ୟାରେ ନେବ ନାହିଁ; ଯେହେତୁ ଯେ କେହି ତାହାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ।” ଦେଖନ୍ତୁ, ଯଦି ଯିହୋବା ମୋହର କେବଳ ପରମେଶ୍ୱର ଅଟନ୍ତି, ତେବେ ମୁଁ ତାହାଙ୍କୁ ତୁଚ୍ଛ ମଣିବାକୁ ଚାହେଁ ନାହିଁ। ମୁଁ ତାହାଙ୍କୁ ଅସମ୍ମାନ କରିବାକୁ ଚାହେଁ ନାହିଁ। ମୁଁ ତାହାଙ୍କୁ ଗୌରବ ଦେବାକୁ ଚାହେଁ। ମୁଁ ତାହାଙ୍କଠାରୁ ଗୌରବକୁ ଦଖ କରିବାକୁ ଚାହେଁ ନାହିଁ। ଆଉ ତାହା ହିଁ ତୃତୀୟ ଆଜ୍ଞା ଅଟେ। ଏହା ତାହାଙ୍କ ନାମକୁ ମିଥ୍ୟାରେ ନେବା ବିଷୟରେ କହେ, ଓ ତାହା କେବଳ ଶପଥ ନେବା ବିଷୟ ନୁହେଁ, ଯଦିଓ ଆମେ ସାଧାରଣ ଭାବରେ ଏହି ଅନୁଚ୍ଛେଦ ବିଷୟରେ ତାହା ବୁଝିଥାଉ, କିନ୍ତୁ ଏହାର ଅର୍ଥ ତାହାଙ୍କ ନାମକୁ ମିଥ୍ୟାରେ ନେବା, କାରଣ ନାମ ଗୋଟିଏ ବ୍ୟକ୍ତିର ଚରିତ୍ରକୁ ପ୍ରତିବିମ୍ବିତ କରିଥାଏ। ତାହାଙ୍କ ନାମକୁ ମିଥ୍ୟାରେ ନେବାର ଅର୍ଥ ତାହାଙ୍କ ଚରିତ୍ରକୁ ମିଥ୍ୟାରେ ନେବା ଅଟେ। ଏହା ଏପରି ଅଟେ, ଆର୍ଥାତ ଏକ ପବିତ୍ର, ଓ ଶୁଦ୍ଧ, ଓ ପୃଥକ ବସ୍ତୁକୁ ନେଇ, ତାହାକୁ ସାଧାରଣ, ମିଥ୍ୟା ଓ ଅପବିତ୍ର ରୂପରେ ବ୍ୟବହାର କରିବା ଅଟେ। ଆଉ ଏହି ଆଜ୍ଞା, ପରମେଶ୍ୱରଙ୍କୁ ଅସମ୍ମାନ ନ କରିବାର ଆଜ୍ଞା ଅଟେ। ଏହା ପରମେଶ୍ୱରଙ୍କୁ ଅଳ୍ପ ଗୌରବ ଦେବା ନୁହେଁ। ଏହା ପରମେଶ୍ୱରଙ୍କୁ ତୁଚ୍ଛ ମଣିବା ନୁହେଁ। ଯଦି ଯିହୋବା ମୋହର ଏକମାତ୍ର ପରମେଶ୍ୱର ଅଟନ୍ତି, ତେବେ ମୁଁ ଏପରି ବ୍ୟବହାର କରିବାକୁ ଆହୂତ ଯେ ମୋ’ ଦ୍ୱାରା କେବଳ ତାହାଙ୍କ ନାମର ଗୌରବ ହେଉ, କେବଳ ତାହାଙ୍କ ଚରିତ୍ର, ତାହାଙ୍କ ବ୍ୟକ୍ତିତ୍ୱ, ଓ ତାହାଙ୍କ ସୁଖ୍ୟାତିର ଗୌରବ ହେଉ। ଯେତେବେଳେ ଆମ୍ଭେମାନେ କହୁଁ ଯେ, “ଆମ୍ଭେମାନେ ଯାହା କିଛି କରୁ ବା ଯାହା କିଛି କହୁ, ତାହା ଦ୍ୱାରା ଆପଣଙ୍କ ଗୌରବ ହେଉ,” ଏହା ସେହି ତୃତୀୟ ଆଜ୍ଞାର ସକାରାତ୍ମକ ଦୃଢ଼ କଥନ ଅଟେ। ତାହାଙ୍କ ଗୌରବ କରିବା ଅର୍ଥାତ୍ ତାହାଙ୍କଠାରୁ ପୃଥକ ହେବା, ତାହାଙ୍କ ନାମକୁ ମିଥ୍ୟାରେ ନେବା

ଘ. ଚତୁର୍ଥ ଆଜ୍ଞା

ଚତୁର୍ଥ ଆଜ୍ଞା : ମୁଁ ଆପଣଙ୍କୁ କହିଥିଲି ଯେ ଆମ୍ଭେମାନେ ଏହି ଆଜ୍ଞାଗୁଡ଼ିକ ଦେଇ ଶୀଘ୍ର ଯାଉଅଛୁ। ୮-୧୧ ପଦରେ ଲେଖାଯାଏ, “ବିଶ୍ରାମ ଦିନକୁ ସ୍ମରଣ କର” (ସପ୍ତାହର ଅନ୍ତିମ ଦିବସ), ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ; ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ଵରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ଦାସୀ, ତୁମ୍ଭର ପଶୁ, କି ତୁମ୍ଭର ନଗରଦ୍ଵାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ।” ଆପଣ ଜାଣିବାକୁ ଚାହାଁନ୍ତି କି କାହିଁକି? କାହିଁକି ତାହା କରିବାକୁ ଅଛି, ତାହା ଏଠାରେ ଦିଆ ଯାଇଅଛି। “ଯେହେତୁ ସଦାପ୍ରଭୁ ଆକାଶମଣ୍ତଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି।” ଆମ୍ଭେମାନେ ଉପାସନାରେ ପରମେଶ୍ୱରଙ୍କ ସହିତ କିପରି ସମ୍ବନ୍ଧିତ ଅଟୁ, ସେହି ସମ୍ବନ୍ଧରେ ଚତୁର୍ଥ ଆଜ୍ଞା ଦିଆଯାଇଅଛି। ଚତୁର୍ଥ ଆଜ୍ଞା ଏହା ପ୍ରକାଶ କରେ ଯେ ପରମେଶ୍ୱର ସୃଷ୍ଟିରେ ଏକ ବିଧି ସ୍ଥାପନ କଲେ, ପ୍ରଥମେ କାର୍ଯ୍ୟ ତା’ପରେ ବିଶ୍ରାମର ଏକ ବିଧି, ଆମ୍ଭମାନଙ୍କ ଶରୀର ପାଇଁ ବିଶ୍ରାମର ଏକ ସମୟ, ଅର୍ଥାତ୍ ତାହାଙ୍କ ଉପାସନା କରିବାରେ କେନ୍ଦ୍ରିତ ହେବା ପାଇଁ ଏକ ସମୟ। ସେହି ବିଧିକୁ ସୃଷ୍ଟି ମଧ୍ୟରେ ସ୍ଥାପନ କରିଥିଲେ ଓ ଚତୁର୍ଥ ଆଜ୍ଞା କହେ ଯେ ଆମ୍ଭେମାନେ ସେହି ବିଧିକୁ ପାଳନ କରିବା ଆବଶ୍ୟକ।

ଏହିପରି, ତାହା ପ୍ରଥମ ଚାରୋଟି ଆଜ୍ଞା ଅଟେ। ସେହି ପ୍ରଥମ ଚାରୋଟି ମାଧ୍ୟମରେ ଯିହୋବା ମୋହର ପରମେଶ୍ୱର ହେବା ଦୃଢ଼ କଥନକୁ, ଓ ମୁଁ କିପରି ତାହାଙ୍କ ସହିତ ସମ୍ବନ୍ଧିତ ଅଟେ, ତାହା ପ୍ରତିଫଳିତ କରିଥାଏ।

୩. ପଞ୍ଚମ ଆଜ୍ଞାରୁ ଦଶମ ଆଜ୍ଞା- ଅନ୍ୟମାନଙ୍କ ଉପରେ କେନ୍ଦ୍ରିତ

ପଞ୍ଚମ ଆଜ୍ଞାରୁ ଦଶମ ଆଜ୍ଞାରେ ଏହାର କେନ୍ଦ୍ର ପରିବର୍ତ୍ତନ ହୁଏ, ଓ ତାହା ଏହି ପ୍ରଶ୍ନ କରେ, “ଯଦି ଯିହୋବା ମୋହର ପରମେଶ୍ୱର, ଯଦି ସେ ମୋହର ଏକମାତ୍ର ପରମେଶ୍ୱର ଅଟନ୍ତି, ତେବେ ତାହା ଅନ୍ୟମାନଙ୍କ ସହିତ ମୋ’ର ସମ୍ବନ୍ଧକୁ କିପରି ପ୍ରଭାବିତ କରେ?” ଆଉ ତାହା ପଞ୍ଚମରୁ ନବମ ଆଜ୍ଞାର ମୂଳବିନ୍ଦୁ ଅଟେ ଏବଂ ବାସ୍ତବରେ ପଞ୍ଚମରୁ ଦଶମ। ଅନ୍ୟମାନଙ୍କ ଉପରେ କେନ୍ଦ୍ରିତ ପ୍ରଥମ ଆଜ୍ଞା ଆମ୍ଭ, ବା ଆମ୍ଭ ପରିବାର ସହିତ ସମ୍ବନ୍ଧିତ ଅଟେ।

କ. ପଞ୍ଚମ ଆଜ୍ଞା

ପଞ୍ଚମ ଆଜ୍ଞା ୧୨ ପଦରେ ଅଛି। “ତୁମ୍ଭେ ଆପଣା ପିତା ଓ ଆପଣା ମାତାଙ୍କୁ ସମାଦର କର; ତହିଁରେ ତୁମ୍ଭର ସଦାପ୍ରଭୁ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।” ପଞ୍ଚମ ଆଜ୍ଞା ଏହା କହେ ନାହିଁ ଯେ ସେମାନେ ଆପଣଙ୍କୁ ଜନ୍ମ ଦେଇଅଛନ୍ତି, ତେଣୁ ସେମାନେ ଯାହା କହନ୍ତି, ତାହା କର। ପଞ୍ଚମ ଆଜ୍ଞା ଏହା କହେ ଯେ ଯିହୋବା ତୁମ୍ଭର ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତେଣୁ, ଆପଣା ମାତା-ପିତାଙ୍କୁ ସମାଦର କର, ଏହା ତାହାଙ୍କ ଆଜ୍ଞା ଅଟେ।

ଖ. ଷଷ୍ଠରୁ ନବମ ଆଜ୍ଞା

ଷଷ୍ଠରୁ ନବମ ଆଜ୍ଞା ପର୍ଯ୍ୟନ୍ତ ପ୍ରତିବାସୀଠାରୁ କୌଣସି ବସ୍ତୁ ନେବା ବିଷୟରେ ଅଟେ। ମୁଁ ଏହି ନିୟମକୁ ପ୍ରସ୍ତୁତ କରି ନାହିଁ, ମାତ୍ର ତାହା ପୁସ୍ତକରେ ଥିବା ମୁଁ ପଢ଼ିଅଛି। ଯଦି ପରମେଶ୍ୱର, ଯଦି ଯିହୋବା, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତେବେ ଆମ୍ଭେମାନେ ଅନ୍ୟକୁ ହତ୍ୟା କରିବା ନାହିଁ। “ତୁମ୍ଭେ ନରହତ୍ୟା କରିବ ନାହିଁ।” ଯଦି ଯିହୋବା, ତୁମ୍ଭର ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତେବେ ତୁମ୍ଭେ ଅନ୍ୟ ପୁରୁଷର ଭାର୍ଯ୍ୟାଙ୍କୁ ବା ଅନ୍ୟ ସ୍ତ୍ରୀର ସ୍ୱାମୀକୁ ଆପଣାର ହେବାପାଇଁ ନେବ ନାହିଁ। “ତୁମ୍ଭେ ବ୍ୟଭିଚାର କରିବ ନାହିଁ।” ଯଦି ଯିହୋବା, ତୁମ୍ଭର ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତେବେ ତୁମ୍ଭେ ଅନ୍ୟର ସମ୍ପତ୍ତିକୁ ହରଣ କରିବ ନାହିଁ। “ତୁମ୍ଭେ ଚୋରି କରିବ ନାହିଁ।” ଆଉ, ଯଦି ଯିହୋବା, ତୁମ୍ଭର ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତେବେ ତୁମ୍ଭେ ଅନ୍ୟର ସୁଖ୍ୟାତିକୁ ଅସମ୍ମାନ କରିବ ନାହିଁ, ବା ସମ୍ଭବତଃ ତାହାଙ୍କ ସ୍ୱାଧିନତାକୁ ହରଣ କରିବ ନାହିଁ। “ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।” ତୁମ୍ଭେ ନ୍ୟାୟାଳୟରେ ସେମାନଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।

ଗ.  ଦଶମ ଆଜ୍ଞା

ଏବଂ ତା’ପରେ ଦଶମ ଆଜ୍ଞା, “ତୁମ୍ଭେ ଲୋଭ କରିବ ନାହିଁ।” ଅନ୍ୟ ବାକ୍ୟରେ, ଅନ୍ୟର ବସ୍ତୁକୁ ଲୋଭ ନ କରିବା, ତାହା ଦ୍ୱିତୀୟ ଆଜ୍ଞାରୁ ନବମ ଆଜ୍ଞା ପର୍ଯ୍ୟନ୍ତ କିଛି ଭିନ୍ନ ଅଟେ। ଏହା ପ୍ରଥମ ଆଜ୍ଞା ସଦୃଶ୍ୟ ଅଟେ ଯାହା ଏକ ହୃଦୟ ସହିତ ସମ୍ବନ୍ଧିତ ଅଟେ, ଏହା ନୁହେଁ କି? ବିଶେଷ ଭାବରେ, ଦଶମ ଆଜ୍ଞା ହୃଦୟର ସ୍ୱଭାବ ସହିତ ସମ୍ବନ୍ଧିତ ଅଟେ, ଯାହା ଉପରୋକ୍ତ ଆଜ୍ଞାଗୁଡ଼ିକୁ ଉଲଙ୍ଘନ ନ କରିବାକୁ ନେତୃତ୍ୱ କରେ। ଅନ୍ୟ ବାକ୍ୟରେ, ୧୭ ପଦରେ, “ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା, କି ଦାସ, କି ଦାସୀ, କି ତାହାର ଗୋରୁ, କି ଗଧ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।” ଅନ୍ୟ ବାକ୍ୟରେ, ଯେଉଁ ହୃଦୟ ଲୋଭ କରେ ନାହିଁ, ସେ ହତ୍ୟା କରେ ନାହିଁ। ଯେଉଁ ହୃଦୟ ଲୋଭ କରେ ନାହିଁ, ସେ ବ୍ୟଭିଚାର କରେ ନାହିଁ। ଯେଉଁ ହୃଦୟ ଲୋଭ କରେ ନାହିଁ, ସେ ଚୋରି କରେ ନାହିଁ। ଆଉ ଯେଉଁ ହୃଦୟ ଲୋଭ କରେ ନାହିଁ, ସେ ମିଥ୍ୟା ସାକ୍ଷ୍ୟ ଦିଏ ନାହିଁ। ତେଣୁ, ତାହା ସେହିସବୁ ଦଶ ଆଜ୍ଞା, ପୂରାତନ ନିୟମର ବ୍ୟବସ୍ଥାର କେନ୍ଦ୍ର ଅଟେ। ସମ୍ଭବତଃ ଏହା ମୋ’ ଜୀବନରେ ପ୍ରଥମ ଥର ଅତି ଶୀଘ୍ର ଏହି ଆଜ୍ଞାମାନଙ୍କ ଦେଇ ଯାଇଅଛି।

୪. ଆଜି ଏହାର କିଛି ମହତ୍ୱ ଅଛି କି?

ସମ୍ଭବତଃ, ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଦଶ ଆଜ୍ଞା ଜାଣନ୍ତି। କିନ୍ତୁ ପ୍ରକୃତ ପ୍ରଶ୍ନ ଏହା ଅଟେ ଯେ ଏହାର କିଛି ମହତ୍ୱ ଅଛି କି? ମୋ’ କହିବାର ଅର୍ଥ, ଦଶ ଆଜ୍ଞା ବାସ୍ତବରେ ମହତ୍ୱପୂର୍ଣ୍ଣ ଅଟେ କି? କହିବାକୁ ଗଲେ, ଶେଷରେ, ଏହା ପୂରାତନ ନିୟମ ଅଟେ, ଠିକ୍ ଅଛି? ଏହା ପୁରୁଣା ଅଟେ, ଏହା ପଢ଼ିବା ଓ ବୁଝିବା ପାଇଁ କଷ୍ଟକର, ଏହା ଦୀର୍ଘ ସମୟର ଅଟେ। ବାସ୍ତବରେ ଏହା ପ୍ରାସଙ୍ଗିକ ନୁହେଁ। ମୋ’ କହିବାର ଅର୍ଥ, ଯଦି କିଛି ମହତ୍ୱପୂର୍ଣ୍ଣ ଅଛି, ତେବେ ତାହା ନୂତନ ନିୟମ ଅଟେ, କ’ଣ ଠିକ୍ କହୁଛି? ଦୟାକରି, କେହି ଜଣେ ମୋତେ ଅଟକାନ୍ତୁ। ମୋତେ ଏହା କରିବାକୁ ଦିଅ ନାହିଁ! ଆଉ ତଥାପି ମୁଁ ବିସ୍ମିତ ହୁଏ ଯେ ଆମ୍ଭମାନଙ୍କ ମଧ୍ୟରୁ କେତେକ ଲୋକ ସେହି ପରି କରିଥାଉ? ଦଶ ଆଜ୍ଞା, ପୂରାତନ ନିୟମ ବାସ୍ତବରେ ମହତ୍ୱପୂର୍ଣ୍ଣ ଅଟେ କି? ଏହି ବିଷୟରେ ଯୀଶୁଙ୍କୁ କିଛି କହିବାର ଥିଲା। ମାଥିଉ ୫ ପର୍ବରେ ପାର୍ବତ୍ୟ ଉପଦେଶର ପ୍ରାୟ ଆରମ୍ଭରେ, ୫:୧୭-୧୮ ପଦରେ ଯୀଶୁ କହନ୍ତି, “ମୁଁ ଯେ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବ ନାହିଁ।” ଯିହୂଦୀମାନେ ପୂରାତନ ନିୟମକୁ ଏହି ପରି ଉଲ୍ଲେଖ କରିଥାଆନ୍ତି। “ମୁଁ ତାହା ଲୋପ କରିବାକୁ ଆସି ନାହିଁ ବରଂ ସଫଳ କରିବାକୁ ଆସିଅଛି। କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ତଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ।” ହଁ, ଏହା ମହତ୍ୱପୂର୍ଣ୍ଣ ଅଟେ, ଏହା ନୁହେଁ କି? ଏହି ପୁସ୍ତକର ପ୍ରଥମ ଚତୁର୍ଥ-ପଞ୍ଚମ ଅଂଶ ମହତ୍ୱପୂର୍ଣ୍ଣ ଅଟେ। ଏବଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ସମସ୍ତ ବିଷୟ ସଫଳ ନ ହେବା ପର୍ଯ୍ୟନ୍ତ ଏବ୍ରୀ ଭାଷାରେ ବ୍ୟବହୃତ କଲମର ଏକ କ୍ଷୁଦ୍ର ବିନ୍ଦୁ ମଧ୍ୟ ଲୋପ ପାଇବ ନାହିଁ। ହଁ, ଏହା ମହତ୍ୱପୂର୍ଣ୍ଣ ଅଟେ। ମାର୍କ ୧୨ ପର୍ବରେ ଯୀଶୁ ଯିହୂଦୀ ନେତାମାନଙ୍କ ସହିତ ବାଦବିବାଦ କରୁଅଛନ୍ତି ଓ ସେ ସେମାନଙ୍କୁ ହତବୁଦ୍ଧି କରୁଅଛନ୍ତି। ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ସେମାନଙ୍କର ବାଦାନୁବାଦ ଶୁଣି ଓ ସେ ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଅଛନ୍ତି, ତେଣୁ ସେ ମଧ୍ୟ ଗୋଟିଏ କଠିନ ପ୍ରଶ୍ନ ନେଇ ପରୀକ୍ଷା କରିବାକୁ ଯାଉଅଛନ୍ତି। ମାର୍କ ୧୨:୨୮ ପଦ ଓ ନିମ୍ନ ପଦରେ ଆମ୍ଭେମାନେ ପଢ଼ୁ, “ସେତେବେଳେ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ପାଖକୁ ଆସି ସେମାନଙ୍କର ବାଦାନୁବାଦ ଶୁଣି ଓ ସେ ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଅଛନ୍ତି, ଏହା ଜାଣି ତାହାଙ୍କୁ ପଚାରିଲେ, ସମସ୍ତ ଆଜ୍ଞା ମଧ୍ୟରେ କେଉଁ ଆଜ୍ଞା ପ୍ରଧାନ?” ବର୍ତ୍ତମାନ ଆପଣଙ୍କୁ ବୁଝିବାକୁ ହେବ ଯେ, ତାହା ସେହି ସମୟର ଧର୍ମତତ୍ତ୍ୱ ବିଷୟରେ ପ୍ରଶ୍ନ ପଚାରିବାର ଏକ ପ୍ରକାର “ରୀତି/ ଭାଷା ପଦ୍ଧତି” ଥିଲା। “ଦଶ ଆଜ୍ଞା ତ ଅଛି, କିନ୍ତୁ ସେମାନଙ୍କ ମଧ୍ୟରୁ କେଉଁ ଆଜ୍ଞା ମହତ୍ୱପୂର୍ଣ୍ଣ ଅଟେ?” ଯୀଶୁ ଉତ୍ତର ଦେଲେ, “ସମସ୍ତଙ୍କଠାରୁ ମହତ୍ୱପୂର୍ଣ୍ଣ ଏହା ଯେ, ‘ହେ ଇସ୍ରାଏଲ, ଶୁଣ; ସଦାପ୍ରଭୁ ଆମ୍ଭମାନଙ୍କ ଶ୍ଵର ଏକମାତ୍ର ସଦାପ୍ରଭୁ ଅଟନ୍ତି। ଆଉ, ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ଵରଙ୍କୁ ପ୍ରେମ କର।” ଏବଂ ଯଦ୍ୟପି ସେମାନେ ଗୋଟିଏ ଆଜ୍ଞା ବିଷୟରେ ପଚାରିଥିଲେ, ସେ କହିଲେ, ‘ତୁମେ ଦ୍ୱିତୀୟକୁ ଛାଡ଼ି ପ୍ରଥମକୁ କହି ପାରିବ ନାହିଁ। ଦ୍ୱିତୀୟ ଆଜ୍ଞା ଏହା: ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର। ଏହି ଆଜ୍ଞାଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠତର ଆଜ୍ଞା ନାହିଁ।” ନୂତନ ନିୟମରେ, ପୂରାତନ ନିୟମକୁ, ବିଶେଷ ଭାବରେ ପୂରାତନ ନିୟମର ଡ଼େକାଲଗ୍, ବା ଦଶଆଜ୍ଞାର ମହତ୍ୱକୁ ବୁଝିବା ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ଅନୁଚ୍ଛେଦ ଅଟେ, କାରଣ ଯୀଶୁ ପୂରାତନ ନିୟମର ଦୁଇଟି ଅନୁଚ୍ଛେଦକୁ ଉଦ୍ଧରଣ କରୁଅଛନ୍ତି, ପୁଣି ଯେଉଁ ଦୁଇଟି ଅନୁଚ୍ଛେଦକୁ ସେ ଉଦ୍ଧରଣ କରୁଅଛନ୍ତି, ତାହା, ତାହାଙ୍କ ଅନୁସାରେ ସମସ୍ତ ଦଶ ଆଜ୍ଞାର ଏକ ସାରାଂଶ ଅଟେ।  ଏହି ପରି , ସେ ଦଶ ଆଜ୍ଞାର ମହତ୍ୱକୁ ଦୃଢ଼ୀକରଣ କରୁଅଛନ୍ତି, କିନ୍ତୁ, ତଥାପି ସେ ଏହାକୁ ଦୁଇଟି ଆଜ୍ଞାରେ ବିଭକ୍ତ କରୁଅଛନ୍ତି। ଏବଂ ଯଦି ଆମ୍ଭେମାନେ ଏହି ଦୁଇଟି ଆଜ୍ଞାକୁ ବୁଝି ପାରୁ ଓ ତାହା ପାଳନ କରୁ, ତେବେ ବାସ୍ତବରେ ତାହା ଦଶଆଜ୍ଞାକୁ ପାଳନ କରିବାର ସାର ଅଟେ। ତେଣୁ, ମୁଁ ଏଠାରେ ଯୀଶୁ ଯାହା କହୁଅଛନ୍ତି, ସେହି ବିଷୟରେ କିଛି ସମୟ ବ୍ୟତିତ କରିବାକୁ ଚାହେଁ।

କ.  ପରମେଶ୍ୱରଙ୍କୁ ପ୍ରେମ କରନ୍ତୁ

ସେ ଦଶ ଆଜ୍ଞାର ସାରାଂଶ ପାଇଁ ପୂରାତନ ନିୟମର ଦୁଇଟି ଅନୁଚ୍ଛେଦକୁ ଉଦ୍ଧରଣ କରନ୍ତି। ପ୍ରଥମଟି ଦ୍ୱିତୀୟ ବିବରଣ ୬:୪ ପଦ। ଏହାକୁ ଶେମା କୁହାଯାଏ, ଆଧୁନିକ ଯିହୂଦୀ ମଧ୍ୟ ଏହାକୁ ପ୍ରତିଦିନ କହିଥାଆନ୍ତି। “ହେ ଇସ୍ରାଏଲ, ଶୁଣ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଏକମାତ୍ର ସଦାପ୍ରଭୁ ଅଟନ୍ତି। ଏନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କୁ ପ୍ରେମ କରିବ।” ଦ୍ୱିତୀୟ ବିବରଣ ୬:୪ ପଦକୁ ପ୍ରଥମ ଚାରୋଟି ଆଜ୍ଞାର ସାରାଂଶ ରୂପରେ ଯୀଶୁ ନିଶ୍ଚିତ କଲେ। ମୋତେ ପୁଣି ଥରେ ତାହା କହିବାକୁ ଦିଅନ୍ତୁ। ଦ୍ୱିତୀୟ ବିବରଣ ୬:୪ ପଦ ଯୀଶୁଙ୍କ ଦ୍ୱାରା ଦିଆଯାଇଥିବା ଦଶ ଆଜ୍ଞାର ସାରାଂଶ ଅଟେ। (ଟେପ୍ ଶେଷରେ ଏକ ଖାଲି ସ୍ଥାନ ଅଛି)।  ଯଦି ଆପଣ ଈଶ୍ୱରଙ୍କୁ ପ୍ରେମ କରନ୍ତି, ତେବେ ଆପଣ ତାହାଙ୍କୁ ଏହି ଜଗତର ମହତ୍ୱହୀନ ଦେବତାଗଣଙ୍କ ସହିତ ପ୍ରତିଦ୍ୱନ୍ଦ୍ୱୀ କରାଇବେ ନାହିଁ, କାରଣ ଆପଣ ଈଶ୍ୱର ଓ ଧନକୁ ଗୋଟିଏ ସମୟରେ ପ୍ରେମ କରି ପାରିବେ ନାହିଁ, ଆପଣ କରି ପାରିବେ କି? ଆପଣ ଈଶ୍ୱରଙ୍କୁ, ପୁଣି ସୁଖ୍ୟାତିକୁ ପ୍ରେମ କରି ପାରିବେ ନାହିଁ। ଆପଣ ଈଶ୍ୱରଙ୍କୁ, ପୁଣି ଭୋଗବିଳାସକୁ ପ୍ରେମ କରି ପାରିବେ ନାହିଁ। ଯୀଶୁ ସ୍ପଷ୍ଟ ରୂପରେ କହନ୍ତି ଯେ, ଆପଣଙ୍କୁ ବାଛିବାକୁ ପଡ଼ିବ।  ଆପଣ ଈଶ୍ୱରଙ୍କୁ, ପୁଣି ମନୁଷ୍ୟକୁ ପ୍ରେମ କରି ପାରିବେ ନାହିଁ, କି ଉଭୟଙ୍କ ସେବା କରିପାରିବେ ନାହିଁ। ଆପଣଙ୍କୁ ବାଛିବାକୁ ହେବ। ଆଉ ଯିହୋବା ସଦାପ୍ରଭୁ ଯଦି ମୋହର ପରମେଶ୍ୱର ଅଟନ୍ତି, ଯିହୋବା ସଦାପ୍ରଭୁ, ଯଦି ଆପଣଙ୍କ ପରମେଶ୍ୱର ଅଟନ୍ତି, ତେବେ ସେ କୌଣସି ପ୍ରତିଦ୍ୱନ୍ଦୀ କରନ୍ତି ନାହିଁ। ସେ ଏହି ଜଗତର ମହତ୍ୱହୀନ ଦେବତାଗଣଙ୍କ ସହିତ, ଅର୍ଥାତ ଜଗତ ଯାହାର ଉତ୍ସବ କରିଥାଏ, ତାହା ସହିତ ପ୍ରତିଦ୍ୱନ୍ଦ୍ୱୀ କରିବେ ନାହିଁ, ତାହା ଧନ, ବା ସୁଖ୍ୟାତି, ବା ସୌଭାଗ୍ୟ, ବା ଯନ୍ତ୍ରଣାର ଅଭାବ, ବା ଏହିପରି କୌଣସି ବସ୍ତୁ ହେଉ ନା କାହିଁକି। ଯଦି ଆପଣ ଈଶ୍ୱରଙ୍କୁ ପ୍ରେମ କରନ୍ତି, ତେବେ ଆପଣ ତାହାଙ୍କୁ ଜଗତର ଏହି ଦେବତାଗଣଙ୍କ ସହିତ ପ୍ରତିଦ୍ୱନ୍ଦ୍ୱୀ କରାଇବେ ନାହିଁ। ଯଦି ଆମ୍ଭେମାନେ ଈଶ୍ୱରଙ୍କୁ ପ୍ରେମ କରୁ, ତେବେ ଆପଣ ଓ ମୁଁ ତାହାଙ୍କ ଗୌରବକୁ କମ୍ କରିବା ପରି କିଛି କାର୍ଯ୍ୟ କରିବା ନାହିଁ। ଯଦି ଆମ୍ଭେମାନେ ଈଶ୍ୱରଙ୍କୁ ପ୍ରେମ କରୁ, ତେବେ ଆମ୍ଭେମାନେ ତାହାଙ୍କ ସହିତ ଅନ୍ୟ ସାମାନ୍ୟ ବସ୍ତୁ ପରି ବ୍ୟବହାର କରି ପାରିବା ନାହିଁ, ଏପରି କିଛି ଯାହା ପ୍ରତିଦିନ କରିଥାଉ, ଏପରି କିଛି ଯାହା ଅପବିତ୍ର ଅଟେ। ଅପବିତ୍ରର ଅର୍ଥ, ସାମାନ୍ୟ, ସାଧାରଣ, ଦୈନିକ ବିଷୟ ଯାହା ପବିତ୍ରତାର ବିପରୀତ ଅଟେ। ଯଦି ଆମ୍ଭେମାନେ ଈଶ୍ୱରଙ୍କୁ ପ୍ରେମ କରୁ, ତେବେ ଆପଣ ଓ ମୁଁ ଯାହାକିଛି କହିଥାଉ ବା ଯାହାକିଛି କରିଥାଉ, ତାହା ତାହାଙ୍କ ସନ୍ତୋଷଯୋଗ୍ୟ ଓ ତାହାଙ୍କ ଗୌରବ ପାଇଁ ଆତ୍ମାରେ ଶକ୍ତିଯୁକ୍ତ କାମନା ହେବ। ଆଉ, ତାହା ତାହାଙ୍କ ନାମ ମିଥ୍ୟାରେ ନେବାର ବିପରୀତ ଅଟେ, ଏହା ନୁହେଁ କି? ଅତଏବ, ଯଦି ଆମ୍ଭେମାନେ ଈଶ୍ୱରଙ୍କୁ ପ୍ରେମ କରୁ, ତାହାଙ୍କ ଗୌରବ କମ କରିବା ପରି କୌଣସି କାର୍ଯ୍ୟ କରିବା ନାହିଁ, ଆମ୍ଭେ ତାହାଙ୍କ ନାମ ମିଥ୍ୟାରେ ନେବା ନାହିଁ। ଯଦି ଆପଣ ଈଶ୍ୱରଙ୍କୁ ପ୍ରେମ କରନ୍ତି, ତେବେ ଆପଣ ଓ ମୁଁ ବିଶ୍ରାମବାରକୁ ସପ୍ତାହର ଅନ୍ୟ ଦିନମାନଙ୍କଠାରୁ ଅଲଗା କରିବା ଦ୍ୱାରା ତାହା ପ୍ରକାଶ କରିପାରିବା। ବର୍ତ୍ତମାନ, ତାହା ମୁଁ ବନ୍ଧନୀରେ ରଖିବା ପରି କହିବାକୁ ଚାହେଁ, ଓ ଆଉ ବ୍ୟାଖ୍ୟା କରି ପାରିବି ନାହିଁ, ଖ୍ରୀଷ୍ଟିୟାନମାନଙ୍କ ବିଶ୍ରାମବାର ରବିବାର ଅଟେ। କ୍ୟାଲେଣ୍ଡର ଆରମ୍ଭରେ କେଉଁ ଦିନକୁ ପ୍ରଥମ ଦିନ ରୂପେ ପାଳନ କରନ୍ତି, ମୁଁ ସେଥିରେ ଚିନ୍ତିତ ନୁହେଁ। ସପ୍ତାହର ଅନ୍ତିମ ଦିନ ବିଶ୍ରାମବାର ଥିଲା। ପୁନରୁତ୍ଥାନ ରବିବାର ଦିନ ହୋଇଥିବାରୁ ଖ୍ରୀଷ୍ଟିୟାନମାନେ ତାହା ପରିବର୍ତ୍ତନ କରିଅଛନ୍ତି, ଓ ରବିବାରକୁ ସପ୍ତାହର ଅନ୍ତିମ ଦିନରେ ପରିବର୍ତ୍ତନ କରିଅଛନ୍ତି ଏବଂ ମୁଁ ରବିବାରକୁ ବିଶ୍ରାମ ଦିନ କହିବାରେ ଧର୍ମତତ୍ତ୍ୱରେ କୌଣସି ଅସଙ୍ଗତିକୁ ଦେଖେ ନାହିଁ। ଏହା କେବଳ ଏକ ଶିକ୍ଷାଗତ ଅଂଶ ଅଟେ, କିନ୍ତୁ ତାହା ଉଲ୍ଲେଖ କରିବା ଆବଶ୍ୟକ ଥିଲା। ଯଦି ଆପଣ ଓ ମୁଁ ଈଶ୍ୱରଙ୍କୁ ପ୍ରେମ କରୁ, ତେବେ ଆମ୍ଭେମାନେ ସପ୍ତାହର ଅନ୍ତିମ ଦିନକୁ ବିଶ୍ରାମବାର ରୂପରେ ଅଲଗା କରିବା ଦ୍ୱାରା ତାହା ପ୍ରକାଶ କରିବା।

ବର୍ତ୍ତମାନ, ଆସନ୍ତୁ ଆମ୍ଭେମାନେ ଏଠାରେ ନିଷ୍ଠାବାନ ହେଉ। ଆମ୍ଭେମାନେ ଅଧିକାଂଶ ଲୋକଙ୍କୁ ମୁର୍ଖ ବନାଉ ନାହୁଁ। ଅଧିକାଂଶ ସୁସମାଚାର ପ୍ରଚାରକମାନେ ନଅଟି ଆଜ୍ଞାରେ ବିଶ୍ୱାସ କରନ୍ତି, ସେମାନେ କରନ୍ତି ନାହିଁ କି? ଅଧିକାଂଶ ସୁସମାଚାର ପ୍ରଚାରକ ଲୋକେ ନଅଟି ଆଜ୍ଞା ଉପରେ ବିଶ୍ୱାସ କରନ୍ତି ଓ ଯେଉଁକ୍ଷଣି ଆପଣ ଚତୁର୍ଥ ଆଜ୍ଞା ବିଷୟରେ ଆଲୋଚନା କରିବା ଆରମ୍ଭ କରିବେ, ଯେଉଁକ୍ଷଣି ଆପଣ ବିଶ୍ରାମବାର ବିଷୟରେ ଆଲୋଚନା କରିବା ଆରମ୍ଭ କରିବେ, ତେବେ ସେମାନେ ଗୋଟିଏ ପକ୍ଷରେ ଛିଡ଼ା ହୁଅନ୍ତି, ଅର୍ଥାତ୍ “ବୁଦ୍ଧିଜୀବୀ” ଓ ସେମାନେ ଆପଣଙ୍କ ବକ୍ଷରେ ମୁଦ୍ରାଙ୍କ କରିବେ ଓ ଚିତ୍କାର କରି ଆପଣଙ୍କଠାରୁ ଚାଲିଯିବେ। ଆଉ ହଁ, ବୁଦ୍ଧିଜୀବୀ ଏପରି ଏକ ଦୃଷ୍ଟିକୋଣ ଅଟେ, ଯାହା କହେ ଯେ ସବୁ କିଛି ବାହ୍ୟିକ ଅଟେ ଓ ପରମେଶ୍ୱର କେବଳ ଏକ ବାହ୍ୟ ଆଜ୍ଞାକାରିତାକୁ ଚାହାଁନ୍ତି, ହୃଦୟ ବିଷୟରେ ଭୁଲିଯାଅ। ହଁ, ବୁଦ୍ଧିଜୀବୀ ବିଶ୍ରାମବାର ଅପବ୍ୟବହାର କରିଅଛି, ଏହା ନୁହଁ କି? ପ୍ରଚୁର ଭାବରେ! ପ୍ରାଚୀନ ସମୟରେ ମଧ୍ୟ ଫାରୂଶୀମାନେ ଥିଲେ, ଓ ବର୍ତ୍ତମାନ ମଧ୍ୟ ଫାରୂଶୀମାନେ ଅଛନ୍ତି, ସେମାନେ ନାହାଁନ୍ତି କି? ବର୍ତ୍ତମାନ ସେଠାରେ ସମସ୍ତ ଧର୍ମବିଶ୍ୱାସ ଅଛି, ମୁଁ ସାହସର ସହିତ କହେ ଯେ ଏହି ସମସ୍ତ ପୃଷ୍ଠଭୂମି ଓ ମୁଁ ଜାଣେ, ଏମାନଙ୍କ ମଧ୍ୟରୁ କେତେକେ ବିଷୟ ଆପଣ ଆପଣା ମନରେ ଭାବୁଥିବେ? ନିଶ୍ଚିତ ରୂପରେ ମୁଁ ମଧ୍ୟ ଏହା ମୋ’ ମନରେ ଭାବୁଥିଲି। କିନ୍ତୁ ମୋହର ମାତା ମୋତେ ଠିକ୍ ଭାବରେ ଗଣିବାକୁ  ଶିଖାଇଲେ। ତାହା ଦଶଟି ଆଜ୍ଞା ଅଟେ। ତାହା ନଅଟି ଆଜ୍ଞା ନୁହେଁ, ମାତ୍ର ଦଶଟି ଆଜ୍ଞା ଦିଆଯାଇଅଛି। ଆଉ ବିଶ୍ରାମବାରର ଆଜ୍ଞା କୌଣସି ପ୍ରାଚୀନ ପୁସ୍ତକର ଅପ୍ରାସଙ୍ଗିକ ବିଷୟ ନୁହେଁ ଯେ ତାହା ଆଜି ମୋ’ ପାଇଁ ଅପ୍ରାସଙ୍ଗିକ ହୋଇପାରେ। ବିଶ୍ରାମର ଆଜ୍ଞା ସୃଷ୍ଟିର ଏକ ମୁଖ୍ୟ ଅଂଶ ଅଟେ। ଏହା ପୂରାତନ ନିୟମର ବ୍ୟବସ୍ଥା ନୁହେଁ ଯେ ଆମ୍ଭେମାନେ ତାହାକୁ ଅଗ୍ରାହ୍ୟ କରି ପାରିବା। ବିଶ୍ରାମବାର ଯାତ୍ରା ପୁସ୍ତକ ୨୦ ପର୍ବରେ ଆରମ୍ଭ ହୁଏ ନାହିଁ। ବିଶ୍ରାମବାର ଆଦି ପୁସ୍ତକ ୨ ପର୍ବରେ ଆରମ୍ଭ ହୁଏ। ଯଦି ମୋ’ ପାଖରେ ସମୟ ଥିଲେ, ଯେତେବେଳେ ମୁଁ ଆଦି ପୁସ୍ତକ ୧ ଓ ୨ ପର୍ବରୁ ପ୍ରଚାର କରୁଥିଲି ବ୍ୟାଖ୍ୟା କରିଥାଆନ୍ତି, ଯେଉଁ ବିଷୟ ମୁଁ କହିବାକୁ ଚାହୁଥିଲି ଯେ ସୃଷ୍ଟି ଆଦମଙ୍କ ସୃଷ୍ଟି ପରେ ସମାପ୍ତ ହୋଇନାହିଁ। ସୃଷ୍ଟିର ଚରମ ବିନ୍ଦୁ ତାହା ନୁହେଁ। ସୃଷ୍ଟିର ଚରମ ବିନ୍ଦୁ ଆଦି ପୁସ୍ତକ ୨ ପର୍ବ ଅଟେ ଓ ଏହା ଯେ ପରମେଶ୍ୱର ଆପଣା ସମସ୍ତ କର୍ମରୁ ବିଶ୍ରାମ କଲେ, ସେ ସାତ-ଦିନର ବିଧିକୁ ସ୍ଥାପନ କଲେ, ଆଉ ଯେଉଁରୂପେ ସେ ବିଶ୍ରାମ କଲେ, ଯେଉଁ ରୂପେ ତାହାଙ୍କୁ କାର୍ଯ୍ୟ ଦ୍ୱାରା ପରିଭାଷିତ କରାଯାଏ ନାହିଁ, ସେହିପରି ସମସ୍ତ ସୃଷ୍ଟିକୁ ବିଶ୍ୱାମ କରିବାକୁ ଏବଂ ସେମାନେ ମଧ୍ୟ କାର୍ଯ୍ୟ ଦ୍ୱାରା ପରିଭାଷିତ ନ ହେବାକୁ ସେ ଦାବି କରନ୍ତି।  ସୃଷ୍ଟିର ଅଟ୍ଟାଳିକାରେ ଏହି ନିୟମ ଲେଖା ଯାଇଅଛି ଯେ ଏହିପରି ଏକ ବୃତ୍ତାକାର ବିଶ୍ରାମ ରହିବ। ମୁଁ ବୁଦ୍ଧିଜୀବୀ ନୁହେଁ, ତାହା ଆପଣ ଜାଣନ୍ତି।

ମୋତେ ଅନ୍ୟ ପ୍ରକାରେ ଏହା କହିବାକୁ ଦିଅନ୍ତୁ। ଦ୍ୱିତୀୟ ବିବରଣ ୬:୪ର ବାକ୍ୟ ଅନୁସାରେ, ଯଦି ମୁଁ ପରମେଶ୍ୱରଙ୍କୁ ପ୍ରେମ କରେ, ତେବେ ମୁଁ ତାହାଙ୍କ ଉପାସନା କରିବାକୁ ଚାହିଁବି, ଠିକ୍ କହୁଛି? ଯିହୋବା ସଦାପ୍ରଭୁ ଯଦି ମୋହର ପରମେଶ୍ୱର ଅଟନ୍ତି, ମୁଁ ତାହାଙ୍କ ଉପାସନା କରିବାକୁ ଚାହିଁବି, ମୋତେ ତାହଙ୍କ ଉପାସନା କରିବାକୁ ହେବ, ଓ ମୁଁ ତାହାଙ୍କ ଉପାସନା କରିବାକୁ ପ୍ରେରିତ ହେବି। ଏହା ହିଁ ୨ ପଦର ଦୃଢ଼ କଥନ ଅଟେ। ସେ ମୋହର ପରମେଶ୍ୱର ଅଟନ୍ତି, ସେ ମୋହର ସାଥୀ ନୁହନ୍ତି।  ସେ ମୋହର ପରମେଶ୍ୱର ଅଟନ୍ତି, ଓ ସେ ମୋ’ର ଉପାସନାର ଯୋଗ୍ୟବନ୍ତ ଅଟନ୍ତି। ସେ ମୋ’ର ଉପାସନାର ଦାବି କରନ୍ତି, ଓ ସପ୍ତାହର ଅନ୍ତିମ ଦିନରେ ସବୁ କିଛି ସମାପ୍ତ କରି, ପରିଶ୍ରମରୁ ବିଶ୍ରାମ ନେବା ଓ ତାହାଙ୍କ ଉପାସନା କରିବା, ଆପଣ ଓ ମୋ’ ନିମନ୍ତେ ତାହା ତାହାଙ୍କ ଉପାସନା କରିବା ପାଇଁ ଆହ୍ୱାନର ମାଧ୍ୟମ ଅଟେ। ମୁଁ ଜାଣେ, ଅନେକ ଲୋକ ଅଛନ୍ତି ଯେଉଁମାନେ ଏହିପରି ପ୍ରତ୍ୟୁତ୍ତର ଦେବେ, “ଠିକ୍ ଅଛି, ମୋତେ ତାହା କରିବାର ଆବଶ୍ୟକ ନାହିଁ। ତାହାଙ୍କ ଉପାସନା କରିବାପାଇଁ ମୋ’ଠାରେ ଅନ୍ୟ ମାଧ୍ୟମ ଅଛି।” ଓହୋ, ମୁଁ ଦୁଃଖିତ ଅଟେ। ମୁଁ ସ୍ମରଣ କରି ପାରେ ନାହିଁ ଯେ ପରମେଶ୍ୱର ଆପଣଙ୍କୁ ମଧ୍ୟ କହି ଅଛନ୍ତି। ପରମେଶ୍ୱର କହିଲେ, “ଆମ୍ଭେ ସୃଷ୍ଟିରେ ଏକ ସମୟ ନିରୁପିତ କରିଅଛୁ, ବିଶ୍ରାମର ଏକ ନିରୁପିତ ସମୟ, ତୁମ୍ଭର ଶରୀରକୁ ବିଶ୍ରାମ ଦେବାକୁ ପୁଣି ଧ୍ୟାନ କେନ୍ଦ୍ରିତ କରିବା ଓ ଆମ୍ଭର ଉପାସନା କରିବା ପାଇଁ ଏକ ନିରୁପିତ ସମୟର ସ୍ଥାପନ କରିଅଛୁ।” ସେଠାରେ ଦଶଟି ଆଜ୍ଞା ଅଛି, ସେଠାରେ ନୁହେଁ କି? ସେଠାରେ ନଅଟି ଆଜ୍ଞା ନୁହେଁ।

ଖ. ପ୍ରତିବାସୀକୁ ପ୍ରେମ କର

ତେଣୁ ତାହା ଦ୍ୱିତୀୟ ବିବରଣ ୬: ଅଟେ, “ତୁମ୍ଭେ ଆପଣା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ” ଓ କିପରି ତାହା ପ୍ରଥମ ଚାରୋଟି ଆଜ୍ଞାର ସାରାଂଶ ଅଟେ। ମାର୍କ ୧୨ ପର୍ବରେ ଯୀଶୁ ଯେଉଁ ଦ୍ୱିତୀୟ ବାକ୍ୟକୁ ଉଦ୍ଧରଣ କରନ୍ତି, ତାହା ସମସ୍ତ ସ୍ଥାନର ଲେବୀୟ ପୁସ୍ତକ ଅଟେ, ଲେବୀୟ ୧୯:୧୮ ପଦରେ ଲେଖାଯାଏ, “ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କରିବ।” ଆଉ ଏହା ସିଧାସଳଖ ଅଟେ, କାରଣ ଆପଣ ଦେଖିବେ ଯେ ଲେବୀୟ ୧୯:୧୮ କିପ୍ରକାରେ ପଞ୍ଚମରୁ ଦଶମ ଆଜ୍ଞାର ସାରାଂଶ ଅଟେ। କାରଣ ଯଦି ଆପଣ ଆପଣା ପ୍ରତିବାସୀକୁ ପ୍ରେମ କରନ୍ତି, ତେବେ ଆପଣ ତାହା ଆପଣା ଗୃହରୁ ଆରମ୍ଭ କରିବେ ଓ ଆପଣା ମାତା-ପିତାଙ୍କୁ ସମାଦର କରିବେ। ଯଦି ଆପଣ ଆପଣା ପ୍ରତିବାସୀକୁ ପ୍ରେମ କରନ୍ତି, ଆପଣ ସେମାନଙ୍କୁ ହତ୍ୟା କରିବେ ନାହିଁ। ଯଦି ଆପଣ ଆପଣା ପ୍ରତିବାସୀକୁ ପ୍ରେମ କରନ୍ତି, ତେବେ ଆପଣା ପ୍ରତିବାସୀ ଭାର୍ଯ୍ୟାକୁ ଆପଣାର ହେବା ପାଇଁ ନେବେ ନାହିଁ। ଯଦି ଆପଣ ଆପଣା ପ୍ରତିବାସୀକୁ ପ୍ରେମ କରନ୍ତି, ତେବେ ଆପଣ ସେମାନଙ୍କ ସମ୍ପତ୍ତିକୁ ଚୋରି କରିବେ ନାହିଁ। ଯଦି ଆପଣ ଆପଣା ପ୍ରତିବାସୀକୁ ପ୍ରେମ କରନ୍ତି, ତେବେ ଆପଣ ସେମାନଙ୍କ ସୁଖ୍ୟାତିକୁ ବା ସ୍ୱାଧିନତାକୁ ହରଣ କରିବେ ନାହିଁ। ଯଦି ଆପଣ ଆପଣା ପ୍ରତିବାସୀକୁ ପ୍ରେମ କରନ୍ତି, ଆପଣ ଲୋଭ କରିବେ ନାହିଁ, ଯାହା ତାହାଙ୍କ ଅଟେ, ତାହାକୁ ଆପଣ ଲୋଭ କରିବେ ନାହିଁ, କାରଣ, ଲୋଭ କରିବା ପ୍ରେମର ବିପରୀତ ଅଟେ। ପାଉଲ ରୋମୀୟ ମଣ୍ଡଳୀକୁ ରୋମୀୟ ୧୩:୯ ପଦରେ କହନ୍ତି, “ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ଲୋଭ କର ନାହିଁ,” ଆଉ ପାଉଲ ଯୋଗ କରି କହନ୍ତି, “ପୁଣି ଯଦି ଆଉ କୌଣସି ଆଜ୍ଞା ଥାଏ, ତାହା ସାରଭାବେ ଏହି ବାକ୍ୟର ଅନ୍ତର୍ଗତ ଅଟେ, ଯଥା, ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର।” ହଁ, ଦଶ ଆଜ୍ଞା ଆଜି ମଧ୍ୟ ସତ୍ୟ ଅଟେ, ଯେପରି ତାହା ସହସ୍ର ବର୍ଷ ପୂର୍ବେ ସତ୍ୟ ଥିଲା। ମାର୍କ ୧୨ ପର୍ବରେ ଯୀଶୁ ତାହାର ସାରାଂଶ ଦେଇଅଛନ୍ତି, ତାହା ଦ୍ୱିତୀୟ ବିବରଣ ୬:୪ ପଦର ଆଜ୍ଞାକୁ ପରମେଶ୍ୱରଙ୍କୁ ପ୍ରେମ କରିବାରେ ତାହାର ସାରାଂଶ ଦିଆଯାଇଅଛି, ଓ ଲେବୀୟ ୧୯ ପର୍ବର ଆଜ୍ଞାକୁ ପ୍ରତିବାସୀକୁ ପ୍ରେମ କରିବାରେ ସାରାଂଶ ଦିଆଯାଇଅଛି। ଯଦି ଆମ୍ଭେମାନେ ପରମେଶ୍ୱରଙ୍କୁ ପ୍ରେମ କରୁ, ଯଦି ଆମ୍ଭେମାନେ ପ୍ରତିବାସୀକୁ ପ୍ରେମ କରୁ, ତେବେ ଯିହୋବା ଆମ୍ଭର ସଦାପ୍ରଭୁ ପରମେଶ୍ୱର ଅଟନ୍ତି। ତାହା ହିଁ ମୋହର ପରମେଶ୍ୱର ମୋ’ଠାରୁ ଆଶା କରନ୍ତି। ଆଉ, ତାହା ହିଁ ମୋହର ପରମେଶ୍ୱର ଆପଣଙ୍କଠାରୁ ଆଶା କରନ୍ତି।

ବର୍ତ୍ତମାନ, ଲୋକମାନେ ଏହି ବିଷୟରେ ଦୁଇଟି ଚରମ ସୀମାକୁ ଯାଆନ୍ତି ଏବଂ ମୁଁ ତାହା ସମାପ୍ତି ସମୟରେ ଉଲ୍ଲେଖ କରିବା ଆବଶ୍ୟକ। ଗୋଟିଏ ପକ୍ଷର ଚରମ ସୀମାରେ ଲୋକମାନେ ମନେ କରନ୍ତି ଯେ ପରମେଶ୍ୱର କେବଳ ଏକ ବାହ୍ୟ ଆଜ୍ଞାବହତା ଚାହାନ୍ତି - ବୁଦ୍ଧିଜୀବୀ। ହୃଦୟକୁ ଭୁଲି ଯାଅ, ଉଦ୍ଦେଶ୍ୟକୁ ଭୁଲି ଯାଅ, କେବଳ ବାହ୍ୟ ବିଷୟ ମହତ୍ୱପୂର୍ଣ୍ଣ ଅଟେ ଓ ପରମେଶ୍ୱର ମଧ୍ୟ କେବଳ ବାହ୍ୟ ବିଷୟକୁ ଚାହାଁନ୍ତି। ମୋ’ କହିବାର ଅର୍ଥ, ଏହା ଭୁଲି ଯାଅ ଯେ ବିଶ୍ୱାସ ବିନା ଈଶ୍ୱରଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ। ସେଠାରେ ସହସ୍ର ପଦ ଅଛି ଯାହା ମୁଁ ତାହା ଉପରେ ଉଦ୍ଧରଣ କରିପାରିବି। କିନ୍ତୁ ଧାରଣା ଏହା ଯେ କେବଳ ବାହ୍ୟ ଆଜ୍ଞାବହତା, କେବଳ ବ୍ୟବସ୍ଥା ହିଁ ସବୁକିଛି ଅଟେ। ମୋତେ ସେହି ଧନୀ ଯୁବକର କାହାଣୀ ସ୍ମରଣ ହୁଏ। ଯୀଶୁ କହନ୍ତି, “ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ,” ସେ କହିଲା, “ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି।” ଯୀଶୁ ତାହା ସହିତ ଅସମ୍ମତି ହୋଇ ନ ଥିଲେ, ସେ କହିଲେ, “ତୁମ୍ଭେ ଆପଣାର ସର୍ବସ୍ଵ ବିକ୍ରୟ କରି ଦରିଦ୍ରମାନଙ୍କୁ ବିତରଣ କର, ଆଉ ତୁମ୍ଭେ ସ୍ଵର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର।” ଦେଖନ୍ତୁ, ଯୀଶୁ କେଉଁ ବିଷୟକୁ ଇଙ୍ଗିତ କରୁଥିଲେ, ସେ ଜାଣିଥିଲେ ଯେ ଯିହୋବା ସଦାପ୍ରଭୁ ସେହି ଯୁବକର ପରମେଶ୍ୱର ନ ଥିଲେ। ଧନ ସେହି ଯୁବକର ଦେବତା ଥିଲା। କିନ୍ତୁ ଏହା ଏକ ବାହ୍ୟ ବିଷୟ ନୁହେଁ, ମାତ୍ର ଏକ ଆନ୍ତରିକ ବିଷୟ ଅଟେ- ଏହା ତାହାର ହୃଦୟ ଥିଲା।  ସେ ଆପଣା ଧନକୁ ପ୍ରେମ କରୁଥିଲା ଏବଂ ଭାବୁଥିଲା ଯେ ସେ ବାହ୍ୟିକ ରୂପରେ ବ୍ୟବସ୍ଥାକୁ ପାଳନ କରିବାକୁ ସକ୍ଷମ ଥିଲା। କିନ୍ତୁ ତାହା ଯୀଶୁଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ନ ଥିଲା। ବାସ୍ତବରେ ଏହା ସେହି ଯୁବକର ହୃଦୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ଏବଂ ସେ ଆପଣା ଧନର ଦାସ ଥିଲା। ଏବଂ ଏହିପରି, ସେହି ଲୋକମାନଙ୍କ ନିମନ୍ତେ ଯେଉଁମାନେ ଏହା ଚିନ୍ତା କରନ୍ତି ଯେ, “ମୋତେ ଯାହା କରିବାକୁ ଅଛି, ତାହା ଏହା ଯେ ଗତି ସହିତ ଯିବାକୁ ଅଛି।” ଅର୍ଥାତ୍, ସମୟ ସମୟରେ ମଣ୍ଡଳୀକୁ ଯିବାର ଅଛି, ହୁଏତ କେବେ କିଛି ଦାନ ଦେବାକୁ ଅଛି, କୁକୁରକୁ ଥରେ ମଧ୍ୟ ଲାତ ମାରିବା ନାହିଁ।” ଜୀବନକୁ ଏକ ବୁଦ୍ଧିଜୀବୀ ଦୃଷ୍ଟିକୋଣରେ ଦେଖିବା। ଆଉ ସେମାନେ କହନ୍ତି କେବଳ ତାହା ହିଁ ଆବଶ୍ୟକ ବିଷୟ ଅଟେ ଓ ଯୀଶୁ କହନ୍ତି, “ନାହିଁ, ନାହିଁ। ତୁମ୍ଭେ ଆପଣାର ସର୍ବସ୍ଵ ବିକ୍ରୟ କର। ମୋ’ ପାଇଁ ଓ ମୋହର ରାଜ୍ୟ ପାଇଁ ସମ୍ପୂର୍ଣ୍ଣ ଭାବରେ ବିକ୍ରି ହୋଇଥିବା ଏକ ହୃଦୟକୁ ରଖ।” ବାସ୍ତବରେ ଯଦି ବାହ୍ୟ ଆଜ୍ଞାବହତା ଦଶ ଆଜ୍ଞା ବିଷୟରେ ମାତ୍ର ଥିଲା, ତେବେ ଆପଣ ତାହାକୁ କେବେ ମଧ୍ୟ ପ୍ରେମରେ ସଂକ୍ଷିପ୍ତ କରି ପାରିବେ ନାହିଁ, ଆପଣ କରି ପାରିବେ କି? ଯଦି ଆଜ୍ଞାଗୁଡ଼ିକ କେବଳ ବାହ୍ୟିକ ବିଷୟ ହୋଇଥାଆନ୍ତା, ତେବେ ପ୍ରେମ ବ୍ୟବସ୍ଥାର ଉପଯୁକ୍ତ ଓ ଯଥେଷ୍ଟ ସାରାଂଶ ହୋଇ ନ ଥାଆନ୍ତା। କିନ୍ତୁ, ଈଶ୍ୱରଙ୍କୁ ପ୍ରେମ କରିବା ଓ ଆପଣା ପ୍ରତିବାସୀଙ୍କୁ ପ୍ରେମ କରିବା ବ୍ୟବସ୍ଥାର ସାରାଂଶ ହେବାରୁ, ବାସ୍ତବରେ ଆଜ୍ଞାଗୁଡ଼ିକ ଅନ୍ତକରଣ ସହିତ ସମ୍ବନ୍ଧିତ ଅଟେ। ସେଗୁଡ଼ିକୁ ଆମ୍ଭ ହୃଦୟ ସହିତ ପାଳନ କରିବାକୁ ହେବ। ମନେ କରନ୍ତୁ, ମୁଁ ବିଗତ ଗ୍ରୀଷ୍ମକାଳରେ ରୋମୀୟ ୧୨ ପର୍ବରୁ ପ୍ରଚାର କରିଥିଲି। “ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, ଆପଣା ଆପଣା ମନର ନୂତନୀକରଣ ଦ୍ଵାରା ପରିବର୍ତ୍ତିତ ହୁଅ।” ତାହା ଆମ୍ଭ ହୃଦୟରେ ଆରମ୍ଭ ହୋଇଥାଏ, ଏହା ଆପଣଙ୍କ ମସ୍ତିଷ୍କରେ ଆରମ୍ଭ ହୋଇ ଅନ୍ତରରୁ ପ୍ରବାହିତ ହୋଇଥାଏ। ବୁଦ୍ଧିଜୀବୀ ଭୁଲ ଅଟେ, କାରଣ ଏହା ଭୁଲ ସ୍ଥାନରୁ ଆରମ୍ଭ ହୁଏ। ଦଶ ଆଜ୍ଞା ହୃଦୟରୁ ଆରମ୍ଭ ହୁଏ। ଏବଂ ସର୍ବ ଶେଷରେ, ଆପଣ ସମସ୍ତେ ମାଥିଉ ୫ ପର୍ବର କାହାଣୀକୁ ଜାଣନ୍ତି, ଯେଉଁଠାରେ ଯୀଶୁ କହନ୍ତି, ଯେ ଯଦି ଆପଣ ଆପଣା ଭାଇକୁ ଘୃଣା କରନ୍ତି, ତେବେ ଷଷ୍ଠ ଆଜ୍ଞାକୁ ଉଲଙ୍ଘନ କରନ୍ତି। ଯଦି ଆପଣ କୌଣସି ସ୍ତ୍ରୀ ପ୍ରତି କାମଭାବରେ ଦୃଷ୍ଟିପାତ କରନ୍ତି, ତେବେ ସପ୍ତମ ଆଜ୍ଞାକୁ ଉଲଙ୍ଘନ କରନ୍ତି। ବ୍ୟବସ୍ଥା ହୃଦୟରେ ଆରମ୍ଭ ହୁଏ, ଏହା ଆମ୍ଭମାନଙ୍କ ମନର ଓ ହୃଦୟର ନୂତନୀକରଣ ଦ୍ୱାରା, ଓ ଲୋଭ ନ କରିବାର ପ୍ରତିଶ୍ରୁତି ବଦ୍ଧତା ଦ୍ୱାରା, ଘୃଣା ନ କରିବାର ପ୍ରତିଶ୍ରୁତି ବଦ୍ଧତା ଦ୍ୱାରା, କାମଭାବରେ ଦୃଷ୍ଟିପାତ ନ କରିବାର ପ୍ରତିଶ୍ରୁତି ବଦ୍ଧତା ଦ୍ୱାରା, ଯୀଶୁଙ୍କୁ ଆପଣା ଜୀବନର ସିଂହାସନରେ ସ୍ଥାପିତ କରିବା ଦ୍ୱାରା ଆରମ୍ଭ ହୁଏ ଓ ତାହା ବାହ୍ୟ ଆଜ୍ଞାକାରିତାରେ ପ୍ରବାହିତ ହୋଇଥାଏ। ଅତଏବ, ବୁଦ୍ଧିଜୀବୀ ଭୁଲ ଅଟେ। ତାହା ଯଦି କିଛି କରିଥାଏ, ତେବେ ଏହା ଆପଣଙ୍କ ଉପରେ ଏକ ଭାର ଦେଇଥାଏ, ଯାହା ସମ୍ଭବତଃ ଆପଣ ଉଠାଇ ପାରିବେ ନାହିଁ। ଏହା ଚରମ ସୀମାମାନଙ୍କଠାରୁ ଗୋଟିଏ ଅଟେ।

କିନ୍ତୁ, ଅନ୍ୟ ଏକ ଚରମ ସୀମା ମଧ୍ୟ ରହିଅଛି, ସେଠାରେ ନୁହେଁ କି? ଅନ୍ୟ ଏକ ଚରମ ସୀମାରେ ଥିବା ଲୋକେ ଭାବନ୍ତି ଯେ ଆଜ୍ଞାକାରିତାର ଆବଶ୍ୟକ ନାହିଁ। ଆପଣ ଏହିପରି ଲୋକମାନଙ୍କୁ କେବେ ସାକ୍ଷାତ କରିଅଛନ୍ତି କି? ବାହ୍ୟ ବିଷୟରେ ସମସ୍ତ ଧ୍ୟାନ ଦେବା ପରିବର୍ତ୍ତେ, ସେମାନେ କହନ୍ତି ଯେ ଆଜ୍ଞାପାଳନ କରିବା ଗୁରୁତ୍ୱପୂର୍ଣ୍ନ ନୁହେଁ। ମୁଁ ଯେପରି ଚାହିଁବି ସେପରି ଜୀବନ ବ୍ୟତିତ କରି ପାରିବି ଓ କିଛି ହେବ ନାହିଁ। ସେଠାରେ ଏକ ରୋଗର ପ୍ରଚାର କରାଯାଏ, ଓ ମୁଁ ଏଥିର ଆଉ ଉତ୍ତମ ବ୍ୟାଖ୍ୟା ଜାଣି ନାହିଁ ଯେ ଏକ ସାଧାରଣ ବାକ୍ୟରୁ ବାରମ୍ବାର ପ୍ରଚାର କରାଯାଏ ଯେ ଜଣେ ଖ୍ରୀଷ୍ଟିୟାନ ହେବା ପାଇଁ  ଆପଣଙ୍କ ପାଖେ କେବଳ ଏକ ସକାରାତ୍ମକ ଇଚ୍ଛା ଶକ୍ତି ହେବା ଆବଶ୍ୟକ। ଆପଣ କି ତାହା ଶୁଣିଅଛନ୍ତି? କେବଳ ତାହା ଆବଶ୍ୟକ। କେବଳ ଆପଣଙ୍କୁ ଏତିକି କରିବାର ଆବଶ୍ୟକ ଯେ କିଛି କ୍ଷଣ ପାଇଁ ଯୀଶୁଙ୍କ ବିଷୟରେ ଏକ ସକାରାତ୍ମକ ବିଚାର ରଖନ୍ତୁ ଓ ଆପଣ “ନରକରୁ ମୁକ୍ତ ହୁଅନ୍ତୁ” ର ଏକ ନିମନ୍ତ୍ରଣ ପତ୍ର ପ୍ରାପ୍ତ କରିବେ, ଓ ପରେ ଆପଣଙ୍କ ଇଚ୍ଛା ଅନୁସାରେ ଜୀବନ ବ୍ୟତିତ କରନ୍ତୁ। ସେଥିରେ କିଛି ହେବ ନାହିଁ, କାରଣ ଆପଣଙ୍କ ପାଖେ ଏକ ସକାରାତ୍ମକ ବିଚାର ଅଛି। ଯୀଶୁଙ୍କ ବିଷୟରେ ଆପଣଙ୍କଠାରେ ଏକ ତରୁଣ ଭାବନା ଥିଲା ଏବଂ ବର୍ତ୍ତମାନ ଆପଣ ଚିରକାଳ ପାଇଁ ସୁରକ୍ଷିତ ଅଟନ୍ତି। ମୁଁ ଅନେକ ଥର ଗୋଟିଏ କାହାଣୀକୁ କହିଥାଏ, ମୁଁ ମନେ କରେ ନାହିଁ ଯେ ଆପଣଙ୍କୁ ଏପର୍ଯ୍ୟନ୍ତ କହି ଅଛି କି ନାହିଁ, କିନ୍ତୁ ଏବେ ବିଳମ୍ବ ହୋଇଅଛି। ଯେଉଁ ସହରରେ ମୁଁ ବାସ କରୁଥିଲି, ସେହି ସ୍ଥାନର ଗୋଟିଏ ବୃହତ ମଣ୍ଡଳୀରେ ଜଣେ ପ୍ରଚାରକ ଛିଡ଼ା ହୋଇ କହିଲେ, “ଯଦି ଆପଣ ଛିଡ଼ା ହୋଇ ଏହି ବିଶିଷ୍ଟ ମଣ୍ଡଳୀର ଉପସ୍ଥିତି ଖାତାରେ ଆପଣ ଦସ୍ତଖତ କରନ୍ତି, ତେବେ ଆପଣ ପରିତ୍ରାଣ ପାଇବେ।” ଏହା ଏକ କୌତୁହଳଜନକ ଧାରଣା ଥିଲା। କିନ୍ତୁ ଏହା ସେତେବେଳେ ଅତ୍ୟଧିକ ମନ୍ଦ ହୋଇଥିଲା। ସେ ଯେତେବେଳେ କହିବା ଜାରୀ କଲେ ଓ କହିଲେ, ସୁସମାଚାରର ସୁସମ୍ବାଦ ଏହା ଯେ ଆପଣ ଦୁଇ ପ୍ରକାରର ଜୀବନକୁ ବ୍ୟତିତ କରି ପାରିବେ। ଆପଣ ଏହି ସ୍ଥାନରୁ ପ୍ରସ୍ଥାନ କରି ଏକ ଉତ୍ତମ ଖ୍ରୀଷ୍ଟିୟାନ ହୋଇପାରନ୍ତି ଓ ଆପଣ ଉତ୍ତମ କାର୍ଯ୍ୟ କରିପାରନ୍ତି ଓ ଈଶ୍ୱର ସେଥିରେ ଖୁସି ହେବେ। କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ସୁସମ୍ବାଦ ଓ ସୁସମାଚାର ଏହା ଯେ ଆପଣ ପଥଚ୍ୟୁତ ହେବା ସତ୍ତ୍ୱେ ଯଦି ଆପଣ ଉପସ୍ଥିତି ଖାତାରେ ଦସ୍ତଖତ କରନ୍ତି, ତେବେ ଆପଣ ଯେ ପ୍ରକାରର ଜୀବନଯାପନ କରିବାକୁ ଚାହାଁନ୍ତି, ଆପଣ କରି ପାରିବେ ଓ ତଥାପି ଆପଣ ସ୍ୱର୍ଗକୁ ଯାଇପାରିବେ। ଆପଣଙ୍କଠାରେ ସେହି ସକାରାତ୍ମକ ଇଛାଶକ୍ତିର କ୍ଷଣ ଅଛି।” ନିୟମ ଆବଦ୍ଧ ବ୍ୟକ୍ତି ହେବା ଆବଶ୍ୟକ ନୁହେଁ। ନିୟମବଦ୍ଧ ଗୋଷ୍ଠୀର ସଦସ୍ୟ ହେବା ଆବଶ୍ୟକ ନୁହେଁ। ଏହା ଅନ୍ୟ ଏକ ଚରମ ସୀମା ଅଟେ। ପବିତ୍ରତା ସବୁବେଳେ  ସର୍ବଦା ମହତ୍ୱପୂର୍ଣ୍ଣ ଅଟେ। ଯେଉଁମାନେ ସେହି ପ୍ରକାର ପ୍ରଚାର କରନ୍ତି, ସେମାନେ ବିଚାର ଦିନରେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଛିଡ଼ା ହେବେ। ଆଉ, ସେମାନେ ଆପଣା ଲୋକମାନଙ୍କୁ ଯିବାର ଦେଖିବେ (ମୁଁ କଳ୍ପନା କରୁଅଛି)। ସେମାନେ ଆପଣା ଲୋକମାନଙ୍କୁ ଯିବାର ଦେଖିବେ। ସେମାନେ ଆପଣା ଲୋକମାନଙ୍କୁ ନରକକୁ ପଠାଯିବାର ଦେଖିବେ, କାରଣ ସେମାନେ ଏକ ଅସମ୍ପୂର୍ଣ୍ଣ ସୁସମାଚାର ପ୍ରଚାର କଲେ। ଆପଣ କଳ୍ପନା କରି ପାରିବେ କି ଯେ ତାହା କିପରି ଅନୁଭବ ହେବାକୁ ଯାଉଅଛି? ମୁଁ ନୁହେଁ! ଠିକ୍ କହିବାକୁ ଗଲେ, ମୁଁ ଆପଣା ମୃତ୍ୟୁ ପୂର୍ବରୁ ଆପଣା ହସ୍ତ ପ୍ରକ୍ଷାଳନ କରିବାକୁ ଚାହେଁ, କାରଣ ମୁଁ ସୁସମାଚାର ପ୍ରଚାର କରିବାକୁ ଯାଉଅଛି। ପବିତ୍ରତା ସର୍ବଦା ମହତ୍ୱପୂର୍ଣ୍ଣ ଅଟେ। ଯାତ୍ରା ପୁସ୍ତକ ୧୯:୫ ପଦରେ ଲେଖାଯାଏ, “ଏବେ ତୁମ୍ଭେମାନେ ଯେବେ ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ଆମ୍ଭ ନିଜର ସଞ୍ଚିତ ଧନ ହେବ।”

ଆମ୍ଭ ନିୟମର ଦୁଇଟି ପାର୍ଶ୍ୱ ଅଛି, ଅବ୍ରହାମ, ଇସହାକ ଓ ଯାକୁବଙ୍କ ସହିତ ସ୍ଥାପିତ ନିୟମର ଦୁଇଟି ପାର୍ଶ୍ୱ ଥିଲା। ମୋଶାଙ୍କ ସହିତ ସ୍ଥାପିତ ନିୟମର ଦୁଇଟି ପାର୍ଶ୍ୱ ଥିଲା। ପରମେଶ୍ୱରଙ୍କ ସହିତ ସ୍ଥାପିତ ଆପଣଙ୍କ ଓ ମୋ’ ନିୟମର ଦୁଇଟି ପାର୍ଶ୍ୱ ଅଛି। ସେ ଆମ୍ଭମାନଙ୍କ ପରମେଶ୍ୱର ହେବା ପାଇଁ ଓ ଆମ୍ଭମାନଙ୍କ ପରମେଶ୍ୱର ହେବାକୁ, ଆମ୍ଭମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ, ଆମ୍ଭମାନଙ୍କୁ ଯୋଗାଇବାକୁ, ଆମ୍ଭର ଯତ୍ନ ନେବାକୁ ଯାହା କିଛି କରିବାକୁ ଆବଶ୍ୟକ ଅଟେ, ତାହା କରିବା ପାଇଁ ସମର୍ପିତ ଅଟନ୍ତି। କିନ୍ତୁ ନିୟମର ଅନ୍ୟ ଏକ ପାର୍ଶ୍ୱ ମଧ୍ୟ ଅଛି, କଥନର ଅନ୍ୟ ଏକ ପାର୍ଶ୍ୱ ରହିଅଛି, “ଆମ୍ଭେ ତୁମ୍ଭର ପରମେଶ୍ୱର ହେବା।” ଆଉ, ପୂରାତନ ନିୟମର ବାର୍ତ୍ତା ଓ ନୂତନ ନିୟମର ବାର୍ତ୍ତା ମଧ୍ୟରେ ସର୍ବ ସମ୍ମତ ଅଟେ, ଯେଉଁଠାରେ ପରମେଶ୍ୱର ଆମ୍ଭମାନଙ୍କୁ ଆଜ୍ଞାବହ ହେବା ପାଇଁ ସୁଯୋଗ ପ୍ରଦାନ କରନ୍ତି। ସେ ଆମ୍ଭମାନଙ୍କୁ ପ୍ରକାଶ କରନ୍ତି ଯେ ତାହାଙ୍କ ଇଚ୍ଛା କ’ଣ ଅଟେ, ତାହାଙ୍କ ଇଚ୍ଛା ପ୍ରତି ଆଜ୍ଞାବହ ହେବା ପାଇଁ ସେ ଆମ୍ଭମାନଙ୍କୁ ଶକ୍ତିଯୁକ୍ତ କରନ୍ତି ଓ ଆପଣ ଓ ମୋ’ ପାଖେ ଈଶ୍ୱର ଓ ପରିତ୍ରାଣକର୍ତ୍ତାଙ୍କୁ ପ୍ରସନ୍ନ କରିବାର, ତାହାଙ୍କ ଆଜ୍ଞାବହ ହେବାର, ଓ ତାହାଙ୍କୁ ଗୌରବ ଦେବାରେ ଆନନ୍ଦମୟ କାର୍ଯ୍ୟ ଅଛି। ଯେପରି ଯୀଶୁ କହନ୍ତି, “ଯଦି ତୁମ୍ଭେ ତାହାଙ୍କ ଇଚ୍ଛାକୁ ସାଧନ କରିବ, ତେବେ ମୋହର ପିତା ମହିମାନ୍ଵିତ ହେବେ।”

ନିୟମର ଦୁଇଟି ପାର୍ଶ୍ୱ ଅଛି। ଏହି ପ୍ରଚାର ପାଇଁ ମୋହର ପ୍ରାର୍ଥନା ଏହା ଯେ ଯଦି ଆପଣଙ୍କଠାରେ ବୁଦ୍ଧିଜୀବୀ ଧର୍ମବିଶ୍ୱାସ ଅଛି, ତେବେ ଆପଣ ଚିତ୍କାର କରି ଏହି ସ୍ଥାନରୁ ଯିବେ ନାହିଁ। ମୁଁ ସେହି ତଥ୍ୟ ପ୍ରତି ସମ୍ବେଦନଶୀଳ ହେବାକୁ ଚେଷ୍ଟା କରିଅଛି। କିନ୍ତୁ ଯେତେବେଳେ ଆପଣ ଯାତ୍ରା ୨୦ ପର୍ବକୁ ଓ ବାଇବଲର କେନ୍ଦ୍ରିୟ ଦୃଢ଼ କଥନକୁ ଦେଖନ୍ତି, ଯିହୋବା ସଦାପ୍ରଭୁ ରିକ୍ ଓ ଶୈଲିଙ୍କ ପରମେଶ୍ୱର ଅଟନ୍ତି। ଏହାର ଅର୍ଥ କଅଣ ଅଟେ? ରିକ୍ ଓ ଶୈଲି ପରମେଶ୍ୱରଙ୍କୁ ପ୍ରେମ କରିବା ପାଇଁ ଆହୁତ ହେବାର ଅର୍ଥ କ’ଣ ଅଟେ ଓ ହୃଦୟରୁ ପରମେଶ୍ୱରଙ୍କ ଉପାସନା କରିବେ। ସେମାନେ କେବଳ ତାହାଙ୍କ ଉପାସନା କରିବେ, ସେମାନେ ତାହାଙ୍କ ନାମ ମିଥ୍ୟାରେ ନେବେ ନାହିଁ, ସେମାନେ ତାହାଙ୍କ ଉପାସନାରେ ଓ ବିଶ୍ରାମବାରକୁ ପାଳନ କରିବା ଦ୍ୱାରା ପରମେଶ୍ୱରଙ୍କୁ ଗୌରବ ଦେବେ। ଆଉ ଯଦି ଯିହୋବା ସଦାପ୍ରଭୁ ରିକ୍ ଓ ଶୈଲିଙ୍କ ପରମେଶ୍ୱର ସ୍ୱରୁପ ଅଟନ୍ତି, ଓ ସେ ତାହାଙ୍କ ପରମେଶ୍ୱର ଅଟନ୍ତି, ତାହାର ଅର୍ଥ ସେମାନେ ଆପଣା ପ୍ରତିବାସୀଙ୍କୁ ପ୍ରେମ କରିବେ। ସେମାନେ ତାହାଙ୍କଠାରୁ ଚୋରି କରିବେ ନାହିଁ, ସେମାନେ ତାହାଙ୍କୁ ହତ୍ୟା କରିବେ ନାହିଁ, ସେମାନେ ତାହଙ୍କ ବସ୍ତୁକୁ ନେବେ ନାହିଁ, ସେମାନେ ତାହାଙ୍କୁ ସମାଦର କରିବେ। “ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ଵରଙ୍କୁ ପ୍ରେମ କର ଓ ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର।” ଏହା ସେହି ମହାନ ନିୟମର ଆମ୍ଭମାନଙ୍କ ପାର୍ଶ୍ୱ ଅଟେ ଯେ ପରମେଶ୍ୱର ଆପଣା ଅନୁଗ୍ରହ ଓ କୃପାରେ ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ପ୍ରଦାନ କରି ଅଛନ୍ତି।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତା, ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ଯାହା ଚାହୁଁ, ଆମ୍ଭେମାନେ ଯେବେ ଚାହୁଁ ତାହା କରିବାକୁ ସ୍ୱାଧିନ ନୋହୁଁ, ତଥାପି ଆମ୍ଭେମାନେ ଚାହିଁଥାଉ। ପାଉଲଙ୍କ ବାକ୍ୟରେ, ଆମ୍ଭେମାନେ ପାପର ଦାସ ବା ଈଶ୍ୱରଙ୍କ ଦାସ ଅଟୁ। ପିତା, ଆମ୍ଭେମାନେ ଆନନ୍ଦିତ ଅଟୁ, ଆମ୍ଭେମାନେ ଯେ ଆପଣଙ୍କ ଶିଷ୍ୟ ଅଟୁ, ଆମ୍ଭେମାନେ ଆନନ୍ଦିତ ଅଟୁ, କାରଣ ଆମ୍ଭେମାନେ ଆପଣଙ୍କ ଦାସ ଅଟୁ। କାରଣ ଏହି ଜଗତରେ ଆପଣଙ୍କ ସନ୍ତାନ ହେବା, ଆପଣଙ୍କ ଦାସ ହେବା, ଆପଣଙ୍କ ନିୟମରେ ଆବଦ୍ଧ ଗୋଷ୍ଠୀର ଲୋକ ହେବା, ତାହା ହିଁ ବାସ୍ତବ ସ୍ୱତନ୍ତ୍ର ଅଟେ। ପରମେଶ୍ୱର, ଯେତେବେଳେ ଆମ୍ଭେମାନେ ସ୍ଥିର ହୋଇ ଧ୍ୟାନ କରୁ, ଏହା ବାସ୍ତବରେ ଅଦ୍ଭୁତ ଅଟେ, ଯେ ତୁମ୍ଭେ ଆମ୍ଭର ପରମେଶ୍ୱର ହେବା ପାଇଁ ଆପଣାକୁ ଆବଦ୍ଧ କରିଅଛ। ପିତା, ଆମ୍ଭମାନଙ୍କୁ ତୁମ୍ଭ ଲୋକ ହେବାକୁ, ତୁମ୍ଭ ପ୍ରସନ୍ନ ଯୋଗ୍ୟ କାର୍ଯ୍ୟ କରିବାକୁ, ଓ ତୁମ୍ଭ ନିୟମରେ ଆବଦ୍ଧ ଗୋଷ୍ଠୀର ସଦସ୍ୟ ହେବାର ଅବର୍ଣ୍ଣନୀୟ ଆନନ୍ଦକୁ ପ୍ରାପ୍ତ କରିବାକୁ, ତୁମ୍ଭ ଆତ୍ମାଙ୍କ ଶକ୍ତିଦ୍ୱାରା ଶକ୍ତିଯୁକ୍ତ କରନ୍ତୁ। ଆମ୍ଭମାନଙ୍କ ଜୀବନ ସେହି ପରି ହେଉ, ଯେପରି ଆମ୍ଭେମାନେ ପ୍ରେମ କରିପାରୁ। ଆମେନ୍।