୧୨.  ବିଚାରକର୍ତ୍ତା

ଏହି ପ୍ରାତଃକାଳେ ଆମ୍ଭେମାନେ ବିଚାରକର୍ତ୍ତାଙ୍କ ପୁସ୍ତକ ଦେଖିବାକୁ ଯାଉଅଛୁ। ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତା, ଶାସ୍ତ୍ରରେ ଏପରି କିଛି ଅଂଶ ଅଛି ଯାହା ଆନନ୍ଦଦାୟକ ଏବଂ ରୋମାଞ୍ଚକ ଅଟେ ଏବଂ ଅନ୍ୟାନ୍ୟ ଅଶଂ ଅଛି ଯାହା ଅନ୍ଧକାର ଏବଂ ଭୟାନକ ଅଟେ। ଏବଂ ଏହା ନିଶ୍ଚିତ ଭାବରେ ସେହି ଅଂଶଗୁଡ଼ିକ ମଧ୍ୟରୁ ଗୋଟିଏ କାରଣ ବିଚାରକର୍ତ୍ତା ପୁସ୍ତକରେ ଆମ୍ଭେମାନେ ଆପଣାର ପାପର ଘୃଣା ଏବଂ ପରବର୍ତ୍ତୀ ବଂଶ ଆପଣଙ୍କ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ନବୀକରଣ ନ କଲେ କ’ଣ ହୁଏ ଦେଖୁ। ପିତା, ଯେପରି ଆମ୍ଭେମାନେ ଆଜି ସକାଳେ ଏଠାରୁ ପ୍ରସ୍ଥାନ କରୁ ଆମ୍ଭେମାନେ ପ୍ରାର୍ଥନା କରୁ ଯେ ଆମ୍ଭେମାନେ ଦୋଷମୁକ୍ତ ଏବଂ ଭାରୀ ହୃଦୟରେ ଏଠାରୁ ପ୍ରସ୍ଥାନ ନ କରୁ କିନ୍ତୁ ଆମ୍ଭେମାନେ ଉତ୍ସାହ ଏବଂ ଆମ୍ଭମାନଙ୍କ ଆହୂତ ବିଷୟରେ ସମ୍ପୂର୍ଣ୍ଣ ସଚେତନତା ସହ ପୁଣି ଆନନ୍ଦ ହୃଦୟ ସହ ପ୍ରସ୍ଥାନ କରୁ ଯେ ଆମ୍ଭେମାନେ ପରବର୍ତ୍ତୀ ବଂଶର ବିଶ୍ଵାସୀମାନଙ୍କୁ ପ୍ରସ୍ତୁତ କରିବାର ଅଂଶୀ ହେବୁ। ପିତା, ଆମ୍ଭେମାନେ  ପ୍ରାର୍ଥନା କରୁ, ଯେପରି ଆମ୍ଭେମାନେ ବିଚାରକର୍ତ୍ତାମାନଙ୍କ ନକାରାତ୍ମକ ଉଦାହରଣକୁ ଦେଖୁ, ଆମ୍ଭେମାନେ ସକାରାତ୍ମକ ଉଦାହରଣ ମଧ୍ୟ ଦେଖୁ, ଯାହା ଏଠାରେ ହୋଇପାରେ। ଆପଣଙ୍କ ନାମରେ ଆମ୍ଭେମାନେ ପ୍ରାର୍ଥନା କରୁ, ଆମେନ୍।

 ୧. ଚୁକ୍ତି ନୂତନୀକରଣ ବିଧି

ଯିହୋଶୂୟ ପୁସ୍ତକ, ବିଚାରକର୍ତ୍ତା ପୁସ୍ତକ ପୂର୍ବରୁ, ଏକ ଚୁକ୍ତିନାମା ନୂତନୀକରଣ ବିଧି ସହିତ ସମାପ୍ତ ହୁଏ। ଯିହୋଶୂୟ ୨୪ ପର୍ବରେ, ଯିହୋଶୂୟ ଇସ୍ରାଏଲର ସମସ୍ତ ଗୋଷ୍ଠୀକୁ ଶିଖିମ ନାମକ ଏକ ସ୍ଥାନରେ ଏକତ୍ର କଲେ ଏବଂ ୨୪:୧ ରୁ ଆରମ୍ଭ କରି, ଯିହୋଶୂୟ ସମସ୍ତ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ଏବଂ ଚମତ୍କାର ବିଷୟ ଗୁଡ଼ିକର ବର୍ଣ୍ଣନା କରନ୍ତି ଯାହା ପରମେଶ୍ଵର ଅବ୍ରହାମଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ଗୋଷ୍ଠୀ ସୃଷ୍ଟି କରିବା ପର୍ଯ୍ୟନ୍ତ, ପୁଣି ଏହାକୁ ସଂରକ୍ଷଣ କରିବା ନିମନ୍ତେ, ଏହାକୁ ମିସରରୁ ବାହାର କରି ଆଣିବା ନିମନ୍ତେ, ଏହା ପାଇଁ ଯୁଦ୍ଧ କରିବା ନିମନ୍ତେ ଏବଂ ଏହାକୁ ଏହି ଦେଶ ଦେବା ନିମନ୍ତେ କରିଥିଲେ। ଏବଂ ଯିହୋଶୂୟ ୨୪ ପର୍ବର, ୧୨ ପଦରୁ ଆରମ୍ଭ କରି, ଯିହୋଶୂୟ ଯାହା କହି ଆସୁଅଛନ୍ତି ତାହାର ସଂକ୍ଷିପ୍ତ ବିବରଣ ଦେଉଅଛନ୍ତି ଏବଂ ସେ ଲେଖନ୍ତି, “ଆଉ ଏହା ତୁମ୍ଭର ଖଡ୍ଗ କି ଧନୁ ଦ୍ୱାରା ନୁହେଁ, ଆମ୍ଭେ (ଅର୍ଥାତ୍ ପରମେଶ୍ଵର) ତୁମ୍ଭମାନଙ୍କୁ ଏକ ଦେଶ ଦେଲୁ ଯେଉଁଠାରେ ତୁମ୍ଭେମାନେ ପରିଶ୍ରମ କରି ନ ଥିଲ ଏବଂ ନଗରମାନ ଯାହା ତୁମ୍ଭେମାନେ ନିର୍ମାଣ କରି ନ ଥିଲ ଏବଂ ସେଠାରେ ତୁମ୍ଭେମାନେ ବାସ କଲ। ତୁମ୍ଭେମାନେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ସମସ୍ତ ଉଦ୍ୟାନ ଯାହା ତୁମ୍ଭେମାନେ ରୋପଣ କଲ ନାହିଁ, ତାହା ତୁମ୍ଭେମାନେ ଭୋଗ କରୁଅଛ।” ପରମେଶ୍ଵର ପ୍ରକୃତରେ ସେହି ଯୋଦ୍ଧା ଥିଲେ, ଯିଏ ଯୁଦ୍ଧରେ ଯୁଦ୍ଧ କଲେ ଏବଂ ଅବ୍ରହାମଙ୍କ ସନ୍ତାନମାନଙ୍କୁ ସେମାନଙ୍କର ପ୍ରତିଜ୍ଞାତ ଦେଶ ଦେଲେ, ସେ କି ଏହା କଲେ ନାହିଁ? କିନ୍ତୁ ତା’ପରେ ଦେଖନ୍ତୁ ଏହା କିପରି ଜାରି ରହେ, ଏବଂ ଏହା ହେଉଛି ଚୁକ୍ତି ନୂତନୀକରଣ ଅଂଶ, “ଅତଏବ, (ଅନ୍ୟ ଅର୍ଥରେ, ପରମେଶ୍ଵର ଆପଣଙ୍କ ପାଇଁ ଯାହା କରିଛନ୍ତି ତାହା ଦୃଷ୍ଟିରେ ରଖି) ପ୍ରଭୁଙ୍କୁ ଭୟ କର ଏବଂ ତାହାଙ୍କୁ ନିଷ୍କପଟତା ଏବଂ ବିଶ୍ୱସ୍ତତାର ସହିତ ସେବା କର, ଆପଣଙ୍କର ପିତୃପୁରୁଷମାନେ ନଦୀ (ଅର୍ଥାତ ଯର୍ଦ୍ଦନ ନଦୀ) ଆର ପାର୍ଶ୍ୱରେ ଏବଂ ମିସରରେ ସେବା କରିଥିବା ଦେବତାମାନଙ୍କୁ ତ୍ୟାଗ କର ଏବଂ ପ୍ରଭୁଙ୍କର ସେବା କର। ଏବଂ ଯଦି ପ୍ରଭୁଙ୍କ ସେବା କରିବା ଆପଣଙ୍କ ଦୃଷ୍ଟିରେ ମନ୍ଦ ଅଟେ, ତେବେ ଆଜି ଆପଣ କାହାର ସେବା କରିବେ ତାହା ମନୋନୀତ କର, ଆପଣଙ୍କ ପିତୃପୁରୁଷମାନେ ନଦୀ ଆର ପାର୍ଶ୍ୱରେ ସେବା କରିଥିବା ଦେବତାଗଣକୁ କିମ୍ବା ଆପଣ ରହୁଥିବା ଦେଶରେ ଇମୋରୀୟମାନଙ୍କ ଦେବତାଗଣ (ସେବା କରିବ ମନୋନୀତ କର), ମାତ୍ର ମୁଁ ଓ ମୋହର ପରିଜନ, ଆମ୍ଭେମାନେ ସଦାପ୍ରଭୁଙ୍କର ସେବା କରିବୁ।” ଯିହୋଶୂୟ ଆପଣା ବଂଶକୁ ଅନନ୍ତକାଳସ୍ଥାୟୀ ଏକ ନିୟମର ନୂତନୀକରଣ ନିମନ୍ତେ ଆହ୍ଵାନ କରୁଅଛନ୍ତି। ପରମେଶ୍ଵର କିପରି ଭାବେ ଅନନ୍ତକାଳସ୍ଥାୟୀ ଏକ ନିୟମରେ ଆପଣା ଅଂଶକୁ ପାଳନ କରିଅଛନ୍ତି, ଯେଉଁଥିପାଇଁ ସେ ଏହି ବଂଶ ନିମନ୍ତେ ନିଜକୁ ସମର୍ପିତ କରିଛନ୍ତି ଏହା ଯିହୋଶୂୟ ସ୍ମରଣ କରିଅଛନ୍ତି ଏବଂ ଏହା ପରିବର୍ତ୍ତେ ଯିହୋଶୂୟ ଆପଣା ବଂଶକୁ ଅନନ୍ତକାଳସ୍ଥାୟୀ ଏକ ନିୟମରେ ପରମେଶ୍ଵରଙ୍କ ନିକଟରେ ନିଜକୁ ସମର୍ପଣ କରିବାକୁ ଏହି ନିୟମର ଚୁକ୍ତିକୁ ନୂତନୀକରଣ କରିବା ନିମନ୍ତେ ଆହ୍ଵାନ କରୁଅଛନ୍ତି। ବର୍ତ୍ତମାନ ଏହି ଚୁକ୍ତି ନୂତନୀକରଣ ବ୍ୟବସାୟରେ କିଛି ନୂଆ ନାହିଁ। ଏହା ଇସ୍‍ହାକ ଏବଂ ଯାକୁବଙ୍କ ସମୟରୁ ଚାଲିଆସୁଅଛି ଏବଂ ଲାଗୁଛି ଯେ ପ୍ରାୟ ପ୍ରତ୍ୟେକ ବଂଶରେ ପରମେଶ୍ଵର ସେହି ବଂଶ ପ୍ରତି ତାହାଙ୍କର ପ୍ରତିଜ୍ଞା ନୂତନୀକରଣ କରିନ୍ତି। ଯଦି ସେମାନେ ତାହାଙ୍କର ଲୋକ ହେବେ ତେବେ ସେ ସେମାନଙ୍କର ପରମେଶ୍ଵର ହେବେ ବୋଲି ପ୍ରତିଜ୍ଞା କରନ୍ତି। ଏବଂ ତେଣୁ ଲୋକମାନଙ୍କ ପକ୍ଷରୁ, ନୂତନୀକରଣ ବିଧିର ଏକ ଅଂଶ ହେଉଛି ବିଶ୍ୱସ୍ତ ଆଜ୍ଞାକାରୀତାରେ ଆପଣାର ଚୁକ୍ତିଭିତ୍ତିକ ପରମେଶ୍ଵର ଭାବରେ ନିଜକୁ ପରମେଶ୍ଵରଙ୍କ ନିକଟରେ ସମର୍ପଣ କରିବା। ପିତାମାତାମାନେ ନିଜକୁ ପରମେଶ୍ଵରଙ୍କ ନିକଟରେ ସମର୍ପଣ କରିବା ଯଥେଷ୍ଟ ନୁହେଁ ସେହି ପିତାମାତା ଅବ୍ରହାମ, ଇସ୍‍ହାକ ଏବଂ ଯାକୁବ, କିମ୍ବା ବିଲ୍ ଏବଂ ରବିନ୍ ହୋଇପାରନ୍ତି। ପିତାମାତାଙ୍କ ନିମନ୍ତେ ଏହା କେବଳ ଯଥେଷ୍ଟ ନୁହେଁ, ବରଂ ପ୍ରତ୍ୟେକ ବଂଶ, ଅର୍ଥାତ୍ ଆମ୍ଭମାନଙ୍କର ସନ୍ତାନ ଏବଂ ଆମ୍ଭମାନଙ୍କର କନ୍ୟାମାନେ ନିଜେ ନିଜ ନିଜ ନିମନ୍ତେ ସମର୍ପିତ ହେବା ଆବଶ୍ୟକ। ତାହା ହେଉଛି ଚୁକ୍ତି ନୂତନୀକରଣ। ଏଥିସକାଶୁ ଯିହୋଶୂୟ ୨୪ ଜାରି ରହେ, ଯିହୋଶୂୟ ଆପଣା ଆପଣାକୁ ସମର୍ପଣ କରିବା ନିମନ୍ତେ ସେମାନଙ୍କୁ ଆହ୍ଵାନ କରନ୍ତି ଏବଂ ସେମାନେ ପ୍ରତିଜ୍ଞା କରନ୍ତି ଯେ ପରମେଶ୍ଵର ସେମାନଙ୍କର ପରମେଶ୍ଵର ହେବେ, ଅର୍ଥାତ୍ ଚୁକ୍ତି ନୂତନୀକରଣ ହେବ ପୁଣି ଯିହୋବା ସେମାନଙ୍କର ପରମେଶ୍ଵର ହେବେ ଏବଂ ସେମାନେ ତାହାଙ୍କ ପ୍ରଜା ହେବେ

ଆପଣ ଜାଣନ୍ତି, ଅନେକ ବିଷୟ ଅଛି ଯାହା ଆମ୍ଭେମାନେ ବଂଶଗତ ଭାବେ ଆମ୍ଭମାନଙ୍କର ସନ୍ତାନମାନଙ୍କୁ କହିଥାଉ, ଆମ୍ଭେମାନେ କି କରି ନ ଥାଉ? ଆମ୍ଭେମାନଙ୍କ ବ୍ୟକ୍ତିଗତ ମନ୍ତବ୍ୟ, ଉଭୟ ଭଲ ଅଂଶ ଏବଂ ଅସ୍ୱାଭାବିକତା ଅଂଶଗୁଡ଼ିକ କହିପାରିବା। ଆମ୍ଭେମାନେ ନିଜର ପାଦର ଗଣ୍ଠି ଏବଂ ନିଦରେ ଚାଲିବା ପ୍ରବୃତ୍ତି କହିପାରିବା ଯେପରି ମୁଁ ମୋ’ର ସନ୍ତାନମାନଙ୍କ ପ୍ରତି କରିଅଛି। ଏପରି କିଛି ବିଷୟ ଅଛି ଯାହାକୁ ଆମ୍ଭେମାନେ ପରବର୍ତ୍ତୀ ବଂଶକୁ ଦେଇପାରିବା, କିନ୍ତୁ ଗୋଟିଏ ବିଷୟ ଅଛି ଯାହା ଆମ୍ଭେମାନେ ପରବର୍ତ୍ତୀ ବଂଶକୁ ଦେଇପାରିବା ନାହିଁ ଏବଂ କରିବା ନାହିଁ ତାହା ଆମ୍ଭମାନଙ୍କର ବିଶ୍ୱାସ। ବିଶ୍ଵାସ ବଂଶଗତ ନୁହେଁ। ମୁଁ ମୋ’ର ବିଶ୍ୱାସ ମୋ’ ସନ୍ତାନମାନଙ୍କୁ କିମ୍ବା ଆପଣଙ୍କ ସନ୍ତାନମାନଙ୍କୁ ଦେଇପାରିବି ନାହିଁ। ମୁଁ ସେମାନଙ୍କୁ ଶିକ୍ଷା ଦେଇପାରେ, ମୁଁ ଲାଳନ ପାଳନ କରିପାରେ, ମୁଁ ଉତ୍ସାହିତ କରିପାରେ, କିନ୍ତୁ ମୁଁ ସ୍ୱୟଂଚାଳିତ ଭାବରେ ନିଜର ବିଶ୍ୱାସକୁ ମୋ’ ସନ୍ତାନମାନଙ୍କୁ ହସ୍ତାନ୍ତର କରିପାରିବି ନାହିଁ। ବିଶ୍ୱାସ ଅନୁବଂଶିକ ନୁହେଁ। ପରିତ୍ରାଣ ନିମନ୍ତେ କୌଣସି ପାରିବାରିକ ଯୋଜନା ନାହିଁ। ଏବଂ ହେଡେନ୍ ସ୍ୱର୍ଗକୁ ଯିବେ ନାହିଁ କାରଣ ତାଙ୍କ ପିତା ସ୍ୱର୍ଗକୁ ଯାଉଅଛନ୍ତି। କିନ୍ତୁ ଆମ୍ଭମାନଙ୍କର ପ୍ରତ୍ୟେକ ସନ୍ତାନଗଣ ଏବଂ ଆମ୍ଭମାନଙ୍କର ପ୍ରତ୍ୟେକ କନ୍ୟାଗଣ, ପ୍ରତ୍ୟେକ ବଂଶ ନିଶ୍ଚିତ ଭାବରେ ନିଜକୁ ସମର୍ପିତ କରିବା ଆବଶ୍ୟକ, ସଦାପ୍ରଭୁ ସେମାନଙ୍କ ପରମେଶ୍ଵରଙ୍କ ସହିତ ଥିବା ଆପଣା ପିତାମାତାଙ୍କ ଚୁକ୍ତିକୁ ସେମାନଙ୍କୁ ନୂତନୀକରଣ କରିବା ଆବଶ୍ୟକ। ବିଶ୍ୱାସ ଅନୁବଂଶିକ ନୁହେଁ।

ଅନ୍ୟାନ୍ୟ ବିଷୟ ମଧ୍ୟରୁ ଏହା ନିଶ୍ଚିତ ଭାବରେ ପିଲାମାନଙ୍କୁ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଏ। ଏହି ଶିକ୍ଷା ଯାତ୍ରା ପୁସ୍ତକ, ଲେବୀୟ ପୁସ୍ତକ, ଗଣନା ପୁସ୍ତକ, ଏବଂ ଦ୍ୱିତୀୟ ବିବରଣ ପୁସ୍ତକ ମଧ୍ୟ ଦେଇ ଦିଆ ଯାଇଅଛି। ଯଦି ଆପଣ ପଦ୍ୟାଂଶଗୁଡ଼ିକ ପଢ଼ି ଆସୁଅଛନ୍ତି, ବିଶେଷତଃ ଯାହାକୁ ଆମ୍ଭେମାନେ ଅଧ୍ୟୟନ କରି ନାହୁଁ, ଆପଣମାନେ ଅନେକ ସମୟରେ ନିଜ ସନ୍ତାନମାନଙ୍କୁ ଶିକ୍ଷା ଦେବା ପାଇଁ ବାରମ୍ବାର ଦିଆଯାଇଥିବା ନିର୍ଦ୍ଦେଶଗୁଡ଼ିକୁ ଦେଖିଥିବେ। ପ୍ରସ୍ତରର ଗୋଟିଏ ରାଶି ସ୍ଥାପନ କର ଏବଂ ଯେବେ ତୁମ୍ଭର ସନ୍ତାନମାନେ ପଚାରନ୍ତି, "ସେହି ପ୍ରସ୍ତରଗୁଡ଼ିକ ସ୍ଥାପନ କରାଯିବାର କାରଣ କ’ଣ?” ତେବେ କୁହ, "ଯେତେବେଳେ ପରମେଶ୍ଵର ଏହା କଲେ। ସେଗୁଡ଼ିକ ସ୍ମରଣର ପ୍ରସ୍ତର।" ଏହି ସମ୍ବାଦ ପୂରାତନ ନିୟମର ପ୍ରାରମ୍ଭ ସମୟରୁ ହୋଇ ଆସିଅଛି, କିନ୍ତୁ ଉଦାହରଣ ସ୍ୱରୂପ, ଗୋଟିଏ ପଦ୍ୟାଂଶ ହେଉଛି ଦ୍ୱିତୀୟ ବିବରଣର ଶେମା ଅଟେ। ଆପଣ ସ୍ମରଣ କରନ୍ତି କି? "ହେ ଇସ୍ରାଏଲର ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ଏକମାତ୍ର ସଦାପ୍ରଭୁ ଅଟନ୍ତି ଏବଂ ତୁମ୍ଭେ ଆପଣା ସମସ୍ତ ହୃଦୟ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭର ପରେମଶ୍ଵରଙ୍କୁ ପ୍ରେମ କରିବ।" ଏବଂ ତା’ପରେ ମୋଶା କିପରି ଜାରି ରଖିଲେ? ଦ୍ୱିତୀୟ ବିବରଣ ୬ ପର୍ବର ୬ ପଦରୁ ଏହା ଆରମ୍ଭ ହୋଇଅଛି, “ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ। ତୁମ୍ଭେମାନେ ସେହିସବୁ ନିଜ ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଘରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କ ସହିତ ସେ ବିଷୟରେ କଥାବାର୍ତ୍ତା କରିବ। ତୁମ୍ଭେ ଚିହ୍ନସ୍ୱରୂପ ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ। ଆହୁରି ତୁମ୍ଭେ ଆପଣା ଗୃହଦ୍ୱାର ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ।” ଯିହୁଦୀ ଗୋଷ୍ଠୀମାନଙ୍କୁ ଶିକ୍ଷା ଦିଆଯାଉଥିଲା ଯେ ସେମାନଙ୍କ ପାଇଁ ବିଶ୍ୱସ୍ତ ଭାବରେ ଆଜ୍ଞା ପାଳନ କରିବା ଯଥେଷ୍ଟ ନ ଥିଲା, କିନ୍ତୁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ସେମାନେ ନିଜ ନିଜ ସନ୍ତାନମାନଙ୍କୁ ଦିନକୁ ଦିନ ପ୍ରଭୁଙ୍କ ପଥ ବିଷୟରେ ଶିକ୍ଷା ଦେବେ। ତେଣୁ ଯେବେ ସନ୍ତାନମାନଙ୍କ ନିମନ୍ତେ ଚୁକ୍ତିର ନୂତନୀକରଣ କରିବା ସମୟ ଆସେ, ସେମାନେ ପ୍ରକୃତରେ ତାହା କରିବେ। ଏହି କାରଣରୁ ମୁଁ ଆପଣଙ୍କୁ ଅଧିକ ଉତ୍ସାହିତ କରେ ଯେ ଯେବେ ଆପଣ ଏକତ୍ର ହୁଅନ୍ତି ଏବଂ ଆପଣଙ୍କର ମାଟି ହାଣ୍ଡି ଥାଏ ଏବଂ ଆପଣ ବିଶ୍ରାମବାର ପରେ ଏକ ନୂତନ ଅତିଥିଙ୍କୁ ନିମନ୍ତ୍ରଣ କରନ୍ତି କିମ୍ବା ଯେତେବେଳେ ଆପଣ ରାତ୍ର ଭୋଜନ କରୁଥିବା ମେଜ ପାଖରେ ବସି ଅଛନ୍ତି, କ୍ରୀଡ଼ା ବିଷୟରେ, ପାଣିପାଗ ବିଷୟରେ କଥାବାର୍ତ୍ତା କରନ୍ତୁ, ଯଦି ଆପଣ ପ୍ରକୃତରେ ଚାହାନ୍ତି, କିନ୍ତୁ ଦୟାକରି, ଯାହା ଗୁରୁତ୍ୱପୂର୍ଣ୍ଣ ଅଟେ, ଅତି ଗୁରୁତ୍ୱପୂର୍ଣ୍ଣ ସେହି ବିଷୟରେ କଥାବାର୍ତ୍ତା କରନ୍ତୁ। ଏବଂ ଆପଣଙ୍କ ସନ୍ତାନମାନଙ୍କ ସହିତ ଚୁକ୍ତି ବିଷୟରେ କଥାବାର୍ତ୍ତା କରନ୍ତୁ ଏବଂ ଆପଣଙ୍କ ସନ୍ତାନମାନଙ୍କ ସହିତ ପରମେଶ୍ଵରଙ୍କ ବିଷୟରେ କଥାବାର୍ତ୍ତା କରନ୍ତୁ ଏବଂ ସେ ଆମ୍ଭମାନଙ୍କ ପାଇଁ କ’ଣ ରଖିଅଛନ୍ତି ଏବଂ ସେ ଆମ୍ଭମାନଙ୍କଠାରୁ କ’ଣ ଆଶା କରନ୍ତି। (ଦ୍ୱିତୀୟ ବିବରଣ ୬) ଆପଣା ସନ୍ତାନମାନଙ୍କୁ ପ୍ରଶିକ୍ଷଣ କରିବାକୁ, ଏଥିପାଇଁ ମୁଁ ତାହା କରିବାକୁ ଅଧିକ ଉତ୍ସାହିତ କରି ଆସୁଅଛି। ବର୍ତ୍ତମାନ ମୁଁ ଜାଣେ ଯେ ଏଠାରେ କେତେକ ସନ୍ତାନ ଅଛନ୍ତି ଯେଉଁମାନେ ଏପ୍ରକାର ପରିବାରରୁ ଆସିଅଛନ୍ତି ଯେଉଁଠାରେ ବୋଧହୁଏ ପିତାମାତାଙ୍କ ମଧ୍ୟରୁ ଜଣେ ଖ୍ରୀଷ୍ଟିୟାନ କିମ୍ବା ବୋଧହୁଏ ସେମାନଙ୍କ ମଧ୍ୟରୁ କେହି ଖ୍ରୀଷ୍ଟିୟାନ ନୁହଁନ୍ତି କିନ୍ତୁ ଆମ୍ଭେମାନେ ପ୍ରାୟ ସମସ୍ତେ ଖ୍ରୀଷ୍ଟିୟାନ ଥିଲୁ। ମୋତେ ମୋ’ର ଶବ୍ଦ ଏଠାରେ ପହଞ୍ଚାଇବାକୁ ଦିଅ। ଯେବେ ପ୍ରଭୁ ଆମ୍ଭମାନଙ୍କୁ ନିଜ ପ୍ରତି ଟାଣିଲେ, ସେ ପ୍ରାୟତଃ ସର୍ବଦା ଅନ୍ୟ ଜଣଙ୍କ ମାଧ୍ୟମରେ ତାହା କରିଥିଲେ, ସେ କଲେ ନାହିଁ କି? ସେଠାରେ ଏକ ସଣ୍ଡେସ୍କୁଲ ଶିକ୍ଷକ ଥଲେ, କିମ୍ବା ଭି.ବି.ଏସ୍ ଶିକ୍ଷକ, କିମ୍ବା ଶିବିରରେ କେହି, କିମ୍ବା ଜଣେ ପଡ଼ୋଶୀ, କିମ୍ବା ପିତାମାତା ଯିଏ ଆପଣଙ୍କ ସହିତ ଏବଂ ମୋ’ ସହିତ ସେମାନଙ୍କର ବିଶ୍ଵାସ ବାଣ୍ଟିଥିଲେ। ଏବଂ ଯେତେବେଳେ ଆପଣ ଏବଂ ମୁଁ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ହେଲୁ, ଯୀଶୁଙ୍କ ଉପରେ ଆମ୍ଭମାନଙ୍କ ବିଶ୍ୱାସ କିଛି ମାତ୍ରାରେ ସେହି ବ୍ୟକ୍ତିଙ୍କ ଚରିତ୍ରରେ ବାନ୍ଧି ହୋଇଗଲା ଯିଏ ଆମ୍ଭମାନଙ୍କୁ ସୁସମାଚାର ଶୁଣାଇଥିଲେ, ଠିକ୍? ମୋର କହିବାର ଅର୍ଥ ଏହା ଯେ, ଛଅ କିମ୍ବା ସାତ ବର୍ଷର ଶିଶୁ କେତେ ବୁଝିପାରେ? ଏବଂ ଯେବେ ମୋ’ର ସନ୍ତାନମାନେ ଖ୍ରୀଷ୍ଟିୟାନ ହେଲେ, ଏହାର ଏକ ବଡ଼ ଅଂଶ ହେଲା ଯେହେତୁ ମାତା ପିତା ଖ୍ରୀଷ୍ଟିୟାନ ଥିଲେ। କିନ୍ତୁ ସମସ୍ତଙ୍କ ଜୀବନରେ ଏକ ସମୟ ଆସିବ, ଏବଂ ମୁଁ ଏହାକୁ ଦେଖିଅଛି ଯେତେବେଳେ ମୁଁ ବିଶ୍ୱ ବିଦ୍ୟାଳୟରେ ଦଶ ବର୍ଷ ପର୍ଯ୍ୟନ୍ତ ଶିକ୍ଷାଦାନ ଦେଉଥିଲି, ଏପରି ଏକ ସମୟ ଆସିବ ଯେଉଁଥିରେ ଲୋକମାନେ କହିବେ, “ଆପଣ ଜାଣନ୍ତି ଏହି ଯୀଶୁଙ୍କ ବିଷୟ ମାତା ପିତାଙ୍କ ପାଇଁ ଉତ୍ତମ ଥିଲା, କିନ୍ତୁ ଏହା ମୋ ପାଇଁ ଉପଯୁକ୍ତ ଥିଲା କି?” ଏବଂ ଆମ୍ଭେମାନେ ସମସ୍ତେ ଆପଣା ଆପଣା ନିମନ୍ତେ ନିଷ୍ପତ୍ତି ନେବା ପ୍ରକ୍ରିୟା ଦେଇ ଗତି କରିବା ଉଚିତ। ମୁଁ ଆବିଷ୍କାର କଲି ଯେ ଏହା ସାଧାରଣତଃ କଲେଜରେ ଘଟେ, ଯେତେବେଳେ ସେମାନେ କହିବେ, “ଏହା କି ମୋ’ର ବିଶ୍ୱାସ?” ଦେଖନ୍ତୁ, ଏହା ଚୁକ୍ତିର ନୂତନୀକରଣ ଅଟେ। ଏହା ହିଁ ଆପଣା ପିତାମାତାଙ୍କ ବିଶ୍ୱାସକୁ ଗ୍ରହଣ କରି ଆପଣାର କରିବା। ପୁଣି ତାହା ହିଁ ଯିହୋଶୂୟ ପୁସ୍ତକର ଶେଷ ଭାଗରେ ଘଟୁଅଛି: ଚୁକ୍ତିର ନୂତନୀକରଣ ନିମନ୍ତେ ଆହ୍ଵାନ।

 ୨. ବିଚାରକର୍ତ୍ତା

ଏବେ ପ୍ରତିଜ୍ଞାତ ଦେଶରେ ବଞ୍ଚିବା ନିମନ୍ତେ ମଞ୍ଚ ସ୍ଥିର ହୋଇଅଛି, ଏବଂ ଯିହୋଶୂୟଙ୍କ ପରେ ବଞ୍ଚିବା ନିମନ୍ତେ ମଞ୍ଚ ସ୍ଥିର ହୋଇଅଛି। ପୁଣି ଆମ୍ଭେମାନେ ବିଚାରକର୍ତ୍ତା ପୁସ୍ତକ ଏବଂ ଚାର୍ଲ୍ସ ଡିକେନ୍ସଙ୍କ ଦି ଟେଲ ଅଫ୍ ଟୁ ସିଟିସ୍ ପୁସ୍ତକର ପ୍ରଥମ ପଂକ୍ତିକୁ ଦେଖୁ ସମ୍ଭବତଃ ଏହା ବିଚାରକର୍ତ୍ତା ପୁସ୍ତକ ନିମନ୍ତେ ସର୍ବୋତ୍ତମ ଶୀର୍ଷକ ଅଟେ। “ଏହା ସମୟର ସର୍ବଶ୍ରେଷ୍ଠ ସମୟ ଥିଲା, ଏହା ଅତ୍ୟନ୍ତ ଖରାପ ସମୟର ସମୟ ଥିଲା।”

. ସମୟର ସର୍ବୋତ୍ତମ ସମୟ

ଏହା ସମୟର ସର୍ବଶ୍ରେଷ୍ଠ ସମୟ ଥିଲା, ବିଚାରକର୍ତ୍ତା ୨ ପର୍ବର ୭ ପଦ, “ଏବଂ ଯିହୋଶୂୟଙ୍କର ଜୀବନଯାଏ ଓ ଯେଉଁ ପ୍ରାଚୀନମାନେ ଇସ୍ରାଏଲ ପକ୍ଷରେ ସଦାପ୍ରଭୂଙ୍କ କୃତ ସମସ୍ତ ମହତ କର୍ମ ଦେଖିଥିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଯିହୋଶୁୟଙ୍କ ଉତ୍ତାରେ ଜୀବିତ ଥିଲେ, ସେମାନଙ୍କ ଜୀବନଯାଏ ଲୋକମାନେ ସଦାପ୍ରଭୂଙ୍କ ସେବା କଲେ।” ଏହା ଏକ ମହାନ ବଂଶ  ଥିଲା ଏବଂ ମୁଁ ଏକ ମିନିଟରେ ଯାହା କହିବାକୁ ଯାଉଅଛି, ଏହାକୁ ଦୃଷ୍ଟିରେ ରଖି ଏହାକୁ ପ୍ରଥମେ ଶୁଣିବା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ଏକ ମହାନ ବଂଶ ଥିଲା। ଯଦି ଆପଣ ପୂର୍ବରୁ ଏବଂ ପରେ ଆସିଥିବା ସମସ୍ତ ବଂଶକୁ ଦେଖନ୍ତି, ମୁଁ ଭାବୁଅଛି ଯେ ଏହି ବଂଶ, ଅନ୍ୟ ବଂଶ ଅପେକ୍ଷା ଚୁକ୍ତିଭିତ୍ତିକ ବିଶ୍ୱସ୍ତ ଆଜ୍ଞାର ଅର୍ଥ କ’ଣ ବୁଝିଥିଲେ। ସେମାନେ ପରମେଶ୍ଵରଙ୍କୁ ପ୍ରେମ କରିବା ଏବଂ ପରସ୍ପରକୁ ଭଲ ପାଇବାର ଅର୍ଥ ବୁଝିଥିଲେ। ଇସ୍ରାଏଲ ଗୋଷ୍ଠୀର ଇତିହାସରେ ଏହା ଏକ ମହାନ ବଂଶ ଥିଲା। ଏବଂ ଏଥିପାଇଁ ଆପଣ ଯେପରି ବିଚାରକର୍ତ୍ତା ପୁସ୍ତକ ପଢ଼ିବା ଆରମ୍ଭ କରନ୍ତି, ଆପଣ ଦେଖିବେ ଯିହୁଦା ଏବଂ ଶିମୋନ ବଂଶ ଏକତ୍ର ହୋଇ ଦେଶ ଦଖଲ କରିବା ନିମନ୍ତେ ଏକତ୍ର କାର୍ଯ୍ୟ କରନ୍ତି। ବିନ୍ୟାମୀନ ଗୋଷ୍ଠୀ ଦ୍ୱାରା ଯିରୂଶାଲମ ବନ୍ଦୀ ହୋଇଥିବା ବିଷୟରେ ଆପଣ ପଢ଼ିଛନ୍ତି। ଯିହୋଶୂୟ ଦେଶ ଜୟ କରିବାର ସମାପ୍ତି ପରେ ଆପଣ ଏହି ମହାନ ଆରମ୍ଭ ଦେଖନ୍ତି। ଏହା ଏକ ମହାନ ସମୟ ଥିଲା।

. ଏହା ଅତ୍ୟନ୍ତ ଖରାପ ସମୟର ସମୟ

କିନ୍ତୁ କେତେ ଶୀଘ୍ର ଏହା ହୁଏ ଆପଣଙ୍କୁ ତାହା ବୁଝିବା ନିମନ୍ତେ ଅତି ଅଧିକ ପଢ଼ିବାକୁ ପଡ଼ିବ ନାହିଁ, ଏବଂ ମୁଁ ଭାବୁଅଛି, ବିଚାରକର୍ତ୍ତା ପୁସ୍ତକରେ ଏହା ଏକ ଆଶ୍ଚର୍ଯ୍ୟଜନକ ବିଷୟ ଅଟେ, ଏହା କେତେ ଶୀଘ୍ର ଅତ୍ଯନ୍ତ ଖରାପ ସମୟ ହୋଇଗଲା। ଦୟାକରି ବିଚାରକର୍ତ୍ତା ୨, ୧୦ପଦକୁ ଦେଖନ୍ତୁ, “ଏବଂ ସେହି ବଂଶର ସମସ୍ତ ଲୋକ (ଯିହୋଶୂୟଙ୍କ ବଂଶ) ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେଲେ (ଅର୍ଥାତ ସେମାନେ ସମସ୍ତେ ମଲେ) ଓ ଯେଉଁ ବଂଶ ସଦାପ୍ରଭୁଙ୍କୁ ଜାଣି ନ ଥିଲେ, କି ଇସ୍ରାଏଲ ପକ୍ଷରେ ତାହାଙ୍କର କୃତକର୍ମ ଦେଖି ନ ଥିଲେ, ଏପରି ଲୋକମାନେ ସେମାନଙ୍କ ଉତ୍ତାରେ ଉଠିଲେ।” ଗୋଟିଏ ବଂଶରେ ପରମେଶ୍ଵରଙ୍କ ବିଷୟକ ଜ୍ଞାନ ନଷ୍ଟ ହୋଇଗଲା। ଏହା କେବଳ ଗୋଟିଏ ବଂଶ ପର୍ଯ୍ୟନ୍ତ ହିଁ ଥିଲା। ବାସ୍ତବରେ ଏହା ସେ ବଂଶ କିଛି ସମୟ ପୂର୍ବରୁ ଆରମ୍ଭ ହୋଇଥିଲା। ଦୟାକରି ବିଚାରକର୍ତ୍ତା ୧ ପର୍ବର ୧୯ପଦକୁ ଯାଇ ଦେଖନ୍ତୁ, “ସଦାପ୍ରଭୁ ଯିହୁଦା ସଙ୍ଗରେ ଥିଲେ; ଏଣୁ ସେ ସେହି ପର୍ବତମୟ ଦେଶ ନିବାସୀମାନଙ୍କୁ ତଡ଼ିଦେଲା; ମାତ୍ର ସେ ତଳଭୂମି ନିବାସୀମାନଙ୍କୁ ତଡିଦେଇ ପାରିଲା ନାହିଁ, କାରଣ ସେମାନଙ୍କର ଲୌହ-ରଥ ଥିଲା। ତାହା ଏକ ଐତିହାସିକ ବକ୍ତବ୍ୟ ନୁହେଁ। ବିଶ୍ୱାସର ଅଭାବ ଉପରେ ଏହା ଏକ ବିଚାର ଅଟେ। ପରମେଶ୍ଵର ଯିଏ ସୁଫ ସାଗରର ଜଳକୁ ବିଭକ୍ତ କଲେ ସେ ଲୌହ-ରଥ ଦ୍ୱାରା ପରାସ୍ତ ହେଲେ? ମୋତେ ସେପରି ଲାଗୁନାହିଁ। ମୋତେ ସେପରି ଲାଗୁନାହିଁ। ପୂର୍ବରୁ କିଛି ଚାଲୁଅଛି। ବିଶ୍ଵାସର ଅଭାବ ପ୍ରକାଶିତ ହେବାକୁ ଲାଗିଲା କାରଣ ପରମେଶ୍ଵର ଯୁଦ୍ଧ କରିବାକୁ ଏବଂ ସେମାନଙ୍କୁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ ଯଦି ସେମାନେ ବିଶ୍ୱସ୍ତ ହୁଅନ୍ତି। କିନ୍ତୁ ପୂର୍ବରୁ ସେମାନେ ନିଜ କାର୍ଯ୍ୟରେ ବିଫଳ ହେବାକୁ ଆରମ୍ଭ କଲେ। ଦୟାକରି ୨୧ ପଦକୁ ଦେଖନ୍ତୁ। ବିନ୍ୟାମୀନର ଲୋକମାନେ ଯିରୂଶାଲମକୁ ପରାସ୍ତ କରିବା ବିଷୟରେ କଥା କହୁଅଛନ୍ତି, “କାରଣ ବିନ୍ୟାମୀନର-ସନ୍ତାନମାନେ ଯିରୁଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଲେ ନାହିଁ; ମାତ୍ର ଯିବୂଷୀୟମାନେ ଆଜିଯାଏ ବିନ୍ୟାମୀନ-ସନ୍ତାନଗଣ ସହିତ ବାସ କରୁଅଛନ୍ତି।” ଏବଂ ତା’ପରେ ୨୭ ପଦରେ ପର୍ବର ଶେଷରେ, ଲେଖକ ଇସ୍ରାଏଲ ଜାତିର ଅନ୍ୟ ସମସ୍ତ ବିଫଳତା ବିଷୟରେ ବର୍ଣ୍ଣନା କରନ୍ତି। ପରମେଶ୍ଵର ସେମାନଙ୍କୁ ଯାହା କରିବା ନିମନ୍ତେ ଆହ୍ଵାନ କରିଥିଲେ ସେଥିରେ ଏହି ମହାନ ବଂଶ କେତେ ଶୀଘ୍ର ବିଫଳ ହେଲା। ସେମାନେ ଇମୋରୀୟମାନଙ୍କ ପରମେଶ୍ଵରଙ୍କ ଦଣ୍ଡ ସମାପ୍ତ କଲେ ନାହିଁ, ସେମାନେ ଲୋକମାନଙ୍କ ସହ ମିଶିଲେ ଏବଂ ଆମ୍ଭେମାନେ ଅତି ଶୀଘ୍ର ଦେଖିବାକୁ ପାଉ ଯେ ସେମାନେ ଇମୋରୀୟମାନଙ୍କ ଦେବତାଙ୍କୁ ପୂଜା କରିବା ଆରମ୍ଭ କରନ୍ତି। ଏବଂ ଆପଣାର ଏହି ନିମ୍ନଭୀମୁଖୀ ଚକ୍ରାକାର ଅଛି ଯାହା ପ୍ରକୃତରେ ୨ ପର୍ବରେ ଗିଅରରେ ପଦାଘାତ କରେ ଏବଂ ପ୍ରାୟ ସମ୍ପୁର୍ଣ୍ଣ ବିଚାରକର୍ତ୍ତା ପୁସ୍ତକ ଜାରି ରହେ ଯେପର୍ଯ୍ୟନ୍ତ ଆପଣମାନେ ଶେଷ ଅଧ୍ୟାୟର ଶେଷ ପଦରେ ନ ପହଞ୍ଚନ୍ତି, ଯେଉଁଠାରେ ଲେଖକ କହନ୍ତି ଯେ “ଯାହା ଦୃଷ୍ଟିରେ ଯାହା ଉତ୍ତମ, ସେ ତାହା କଲା।”

ପରମେଶ୍ଵରଙ୍କ ବିଷୟକ ଜ୍ଞାନ, ସଦାପ୍ରଭୁଙ୍କ ବିଷୟକ ଜ୍ଞାନ ଲୁପ୍ତ ହୋଇଅଛି। ବିଶ୍ୱସ୍ତ ଭାବରେ ସମର୍ପିତ ହୋଇ ତାହାଙ୍କ ମାର୍ଗର ଆଜ୍ଞା ପାଳନ କରିବାର ଲୁପ୍ତ ହୋଇଅଛି। ଏବଂ ଯିହୋବା, ପରମେଶ୍ୱର, ଠିକ୍ ଏବଂ ଭୁଲର ନିର୍ଣ୍ଣୟ କରିବା ପରିବର୍ତ୍ତେ, ସମସ୍ତେ ଯାହା କରିବାକୁ ଚାହାଁନ୍ତି ତାହା କରୁଅଛନ୍ତି। ତାହା ଏକ ଐତିହାସିକ ବକ୍ତବ୍ୟ ନୁହେଁ। ଏହା ରାଜନୈତିକ ଅରାଜକତାର ଆଲୋଚନା ନୁହେଁ। ଏହା କ୍ଷୁଦ୍ର ବିଶ୍ଵାସ ଏବଂ ବିନାଶ ବିଷୟରେ ଆଲୋଚନା ଅଟେ, ଆପଣା ସନ୍ତାନମାନଙ୍କୁ ପ୍ରଶିକ୍ଷଣ ଦେଇ ନାହାଁନ୍ତି। ସେମାନେ ଶେମାର ଅନୁସରଣ କରୁଥିବା ପଦକୁ ଶୁଣିଲେ ନାହିଁ। ଏବଂ ସେମାନେ ରାତ୍ର ଭୋଜନ ମେଜରେ ଏ ବିଷୟରେ କଥାବାର୍ତ୍ତା କଲେ ନାହିଁ। ସେମାନେ ଏହାକୁ ନିଜ ହସ୍ତରେ ଲେଖି ନାହାଁନ୍ତି, ସେମାନେ ଏହାକୁ ନିଜ ଦ୍ୱାରର ଚଉକାଠରେ ଲେଖି ନାହାଁନ୍ତି। ଚୁକ୍ତିର ନୂତନୀକରଣ ନିମନ୍ତେ ସେମାନେ ଆପଣା ଆପଣା ସନ୍ତାନମାନଙ୍କୁ ପ୍ରଶିକ୍ଷଣ ଦେଇ ନାହାଁନ୍ତି। ଏବଂ ଗୋଟିଏ ବଂଶରେ, ଗୋଟିଏ, ପରମେଶ୍ଵରଙ୍କ ବିଷୟକ ଜ୍ଞାନ ଲୁପ୍ତ ହୋଇଅଛି। ଏବଂ ଏହାର ପତନ ତ୍ୱରାନ୍ୱିତ ଚକ୍ର ଅଟେ।

କିନ୍ତୁ ପରବର୍ତ୍ତୀ ବଂଶ କେବଳ ଶୀଘ୍ର ପତନ ହୋଇ ନାହାନ୍ତି ମାତ୍ର ସେମାନେ ଅତ୍ୟଧିକ ଭାବରେ ପତନ ହୁଅନ୍ତି। ଯଦି ଆପଣ ଇମୋରୀୟ କିମ୍ବା କିଣାନୀୟ କିମ୍ବା ପଲେଷ୍ଟୀୟ ଧର୍ମ ଉପରେ ଅଧିକ ପଢ଼ିଅଛନ୍ତି ତେବେ ଆପଣ ସମ୍ପୂର୍ଣ୍ଣ ଭାବରେ ଦେଖିପାରିବେ ଯେ ସେମାନଙ୍କର ଧର୍ମ କେତେ ଖରାପ ଥିଲା, ଇଂରାଜୀ ଭାଷାରେ କିମ୍ବା ଅନ୍ୟ ଭାଷାରେ କୌଣସି ଶବ୍ଦ ନାହିଁ। ଏହା ମୂଳଅଂଶ ନିମନ୍ତେ ଘୃଣ୍ୟ ଥିଲା। ଏହି ଲୋକମାନେ ବାଲ୍‍ର ପୂଜା କଲେ ଯିଏ ଉତ୍ପାଦନକ୍ଷମ ମୁଖ୍ୟ ଦେବତା ଥିଲେ। ସେ ଜମି ଏବଂ ଲୋକମାନଙ୍କ ପାଇଁ ଉର୍ବରତା ପ୍ରଦାନ କଲେ ବୋଲି ସେମାନେ ଚିନ୍ତା କଲେ। ଏବଂ ତାଙ୍କର ମୁଖ୍ୟ ସହଯୋଗୀ ଆଶେରା ଥିଲେ। ଏବଂ ଏହା ଏକ ଭୟଙ୍କର ଧର୍ମ ଥିଲା। ଆପଣଙ୍କୁ ଦ୍ୱିତୀୟ ବିବରଣ ୧୨: ୩୧ ମନେ ପଡ଼ୁଛି, ସେମାନେ କରିଥିବା ପ୍ରତ୍ୟେକ ଘୃଣ୍ୟ କଥା ମୋଶା ସେମାନଙ୍କୁ କହନ୍ତି ଯାହା ସଦାପ୍ରଭୁ ଘୃଣା କରନ୍ତି। ଏବଂ ତାହା ନିଶ୍ଚିତ ଭାବରେ ସତ୍ୟ ଅଟେ। କିଣାନୀୟମାନେ ପ୍ରତିମା ପୂଜା କଲେ; ସେମାନେ ସନ୍ତାନମାନଙ୍କ ବଳିଦାନ ସହିତ ମିଥ୍ୟା ଦେବତାଗଣଙ୍କୁ ପୂଜା କଲେ। ଯଦି ଆପଣମାନେ ଲେବୀୟ ପୁସ୍ତକ ୧୮ ପଢ଼ନ୍ତି ତେବେ ଏହି ଲୋକମାନେ କରିଥିବା ଯୌନ ସମ୍ପର୍କ ଦୁଷ୍ଟତାର ଗଭୀରତା ଆପଣ ଦେଖିପାରିବେ ଏବଂ ଯୌନ ସମ୍ପର୍କ ଦୁଷ୍ଟତା କେବଳ ଦୈନନ୍ଦିନ ଜୀବନ ନ ଥିଲା, ଏହା ଧର୍ମପରାୟଣତା ଥିଲା। ଧର୍ମ ଏବଂ ସଂସ୍କୃତି ସବୁ ଘୋଡ଼ାଇ ହୋଇଯାଇଥିଲା ଏବଂ ଲେବୀୟ ପୁସ୍ତକ ୧୮ ର ବିକୃତି ଧର୍ମପରାୟଣତା ସମ୍ପର୍କ ଓ ସମଲିଙ୍ଗୀ ସମ୍ପର୍କର ଇମୋରୀୟ ଧର୍ମର ଏବଂ ଯୌନ ସମ୍ପର୍କ ଏବଂ ପଶୁ ମୈଥୁନ ସମ୍ପର୍କର ବିକୃତି ଥିଲା। କିନ୍ତୁ ମୁଁ ଚିନ୍ତା କରେ ଯେ ଏହା ଦୁଇ ବର୍ଷ ପୂର୍ବେ ଅନ୍ୟ ସମୟ ଅପେକ୍ଷା ମୋତେ ଘରକୁ ଅତ୍ୟଧିକ ଭାବରେ ଚାଳିତ କରିଥିଲା ସେତେବେଳେ ମୁଁ କୌଣସି ସଭା ନିମନ୍ତେ ନିଉ ଓର୍ଲିନ୍ସ୍‍ରେ ଥିଲି ତା’ପରେ ମୁଁ ପ୍ରସ୍ଥାନ କଲି, ପୁଣି ମୁଁ ବୋର୍ବନ୍ ଗଳିରେ ନ ଥିଲି, ମୁଁ ସହରର କୌଣସି ଖରାପ ଅଞ୍ଚଳରେ ନ ଥିଲି। ମୁଁ ନଗରର ଏକ ଭଲ ଅଞ୍ଚଳରେ ଥିଲି, ପୁଣି ନିୟମିତ ଦୋକାନକୁ ଯାଇ କ୍ଷୁଦ୍ର ଅଳଙ୍କାର କିମ୍ବା ଅନ୍ୟ କୌଣସି ଜିନିଷ ଖୋଜୁଥିଲି, ଏବଂ ମୁଁ ଭିତରକୁ ଗଲି ଏବଂ ମୁଁ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଥିଲି। ମୁଁ ଖୋଦିତ ପ୍ରତିମାଗୁଡ଼ିକର ଏକ ଗୁଚ୍ଛକୁ ଦେଖୁଥିଲି ଏବଂ ଦୁଇ ବର୍ଷ ପୂର୍ବେ ମୁଁ ନିଉ ଓର୍ଲିନ୍ସ୍‍ରେ ଦେଖିଥିବା ଖୋଦିତ ପ୍ରତିମାଗୁଡ଼ିକ କିଣାନୀୟ ପ୍ରତିମାଗୁଡ଼ିକର ଚିତ୍ର ସହିତ ସମାନ ଥିଲା ଯାହା ମୁଁ ପ୍ରତ୍ନତତ୍ତ୍ୱ ପାଠ୍ୟ ପୁସ୍ତକରେ ଦେଖିଥିଲି। ପ୍ରତିମାଗୁଡ଼ିକୁ ଯୌନାଙ୍ଗ ଚିତ୍ର ସହିତ ଅତିରଞ୍ଜିତ କରିଥିଲେ, କାରଣ ତାହା ହିଁ ସେମାନଙ୍କର ଧର୍ମ ଥିଲା। ବର୍ତ୍ତମାନ ଯେବେ ମୁଁ ଏହି ବସ୍ତୁଗୁଡ଼ିକ ମଧ୍ୟରୁ କିଛି ଦେଖେ ତେବେ ମୁଁ ଚିନ୍ତା କରେ ଯେ ଇମୋରୀୟମାନେ କେତେ ଖରାପ ଅଟନ୍ତି, ଏହା କଳ୍ପନା କରିବା କଷ୍ଟକର ଯେ ଆମ୍ଭେମାନେ ଏଠାରେ ଏକ ରାଷ୍ଟ୍ର ଭାବରେ ସେମାନଙ୍କଠାରୁ ପଛରେ ନାହୁଁ। ସମଲିଙ୍ଗୀ ସମ୍ପର୍କର ବିକୃତି, ଯୌନ ସମ୍ପର୍କ ଏବଂ ପଶୁ ମୈଥୁନ ସମ୍ପର୍କ ଆଉ ପ୍ରତିମା ପୂଜା କରିବା ଏବଂ ଯୌନ ଉପାସନା କରିବାରେ, ବୋଧହୁଏ ଆମ୍ଭେମାନେ ସେତେ ପଛରେ ନାହୁଁ।

କିନ୍ତୁ ଇସ୍ରାଏଲୀୟମାନେ କେବଳ ଶୀଘ୍ର ପତନ ହେଲେ ନାହିଁ, କିନ୍ତୁ ସେମାନେ ପାପଠାରୁ ପୃଥକ ଥିବା ଏକ ପବିତ୍ର ପରମେଶ୍ଵରଙ୍କ ଅଦ୍ଭୁତ (ମୋନୋଥିଇସ୍ଟିକ୍) ସେବାଠାରୁ, ଇମୋରୀୟ ପୂଜାପାଠର ଯୌନ ଦୁଷ୍ଟତାରେ ଭୟଙ୍କର ଭାବରେ ନିକ୍ଷିପ୍ତ ହେଲେ। ଏବଂ ତା'ପରେ ବିଚାରକର୍ତ୍ତାରେ ଯାହା ଅଛି, ତାହା ହେଉଛି ଏକ ଚକ୍ର। ଏବଂ ପ୍ରାୟ ସମସ୍ତ ଚକ୍ର ସମାନ ଅଟେ। ଏବଂ ଏହାର ଚାରୋଟି ଅଂଶ ଅଛି। ଏହି ପଦ୍ୟାଂଶ ଲେଖକଙ୍କ ଏହି ବାକ୍ୟରୁ ଆରମ୍ଭ ହୁଏ, “ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ଥିଲା ଲୋକମାନେ ତାହା କଲେ।“ ଏବଂ ଯଦିଓ ପ୍ରତ୍ୟେକ କ୍ଷେତ୍ରରେ ନୁହେଁ କିନ୍ତୁ ଅଧିକାଂଶ କ୍ଷେତ୍ରରେ, ଦୁଷ୍ଟମାନେ ବାଲ୍‍ର ପୂଜା କରୁଥିଲେ। ତା’ପରେ ଦ୍ୱିତୀୟରେ, ପରମେଶ୍ଵର ସେମାନଙ୍କୁ ଦଣ୍ଡ ଦେବା ନିମନ୍ତେ ସେ ଏକ ଶତ୍ରୁ ଦେଶକୁ ପଠାନ୍ତି। ବେଳେବେଳେ ସେ ମିଦିୟନୀୟମାନଙ୍କୁ, ବେଳେବେଳେ ପଲେଷ୍ଟୀୟମାନଙ୍କୁ, ଏବଂ ବେଳେବେଳେ ସେ ଅନ୍ୟ ଲୋକମାନଙ୍କୁ ପଠାନ୍ତି। ଏବଂ ଶତ୍ରୁ ଲୋକମାନେ ଇସ୍ରାଏଲର ସନ୍ତାନମାନଙ୍କ ପ୍ରତି ଅତ୍ୟାଚାର କରନ୍ତି। ଏବଂ ପରିଶେଷରେ ତୃତୀୟରେ, ଇସ୍ରାଏଲୀୟମାନେ ଅନୁତାପ କରି ଡାକନ୍ତି, ସେମାନେ ସାହାଯ୍ୟ କରିବା ନିମନ୍ତେ ପରମେଶ୍ଵରଙ୍କୁ ଡାକନ୍ତି। ଏବଂ ଚତୁର୍ଥରେ, ପରମେଶ୍ଵର ଜଣେ ବିଚାରକର୍ତ୍ତାଙ୍କୁ ପଠାନ୍ତି। ସେ ଜଣେ ବ୍ୟକ୍ତିଙ୍କୁ ପଠାନ୍ତି ଯିଏ ସେମାନଙ୍କୁ ଯୁଦ୍ଧକୁ ନେଇଯିବେ, ଯିଏ ଶତ୍ରୁକୁ ପରାସ୍ତ କରିବେ ଏବଂ ତା’ପରେ ସେହି ବ୍ୟକ୍ତି, ସେହି ବିଚାରକର୍ତ୍ତା ଅର୍ଥାତ୍ ସ୍ତ୍ରୀ ଅବା ପୁରୁଷ ତାଙ୍କ ସାରା ଜୀବନ ଇସ୍ରାଏଲ ଦେଶର ନେତୃତ୍ୱ ନେବେ। ଏଥିନିମନ୍ତେ ଅତ୍ନୀୟେଲ ଏବଂ ଏହୁଦ, ଦବୋରା, ଯିପ୍ତହ, ଶାମଶୋନ୍, ଗିଦିୟୋନ୍ ବିଚାରକର୍ତ୍ତାଗଣ ଅଛନ୍ତି ଏବଂ ସେମାନଙ୍କର କୌଣସି ବିସ୍ତୃତ କାହାଣୀକୁ ଯିବାକୁ ଆମ୍ଭମାନଙ୍କର ସମୟ ନାହିଁ, କିନ୍ତୁ ଯଦି ଆପଣ ଗୋଟିଏ କାହାଣୀ ପଢ଼ିବାକୁ ଚାହାଁନ୍ତି ତେବେ ମୁଁ ଆପଣଙ୍କୁ ୬, ୭, ଏବଂ ୮ ପର୍ବରେ ଗିଦିୟୋନର କାହାଣୀ ପଢ଼ିବାକୁ ଉତ୍ସାହିତ କରିବି। ମିଦିୟନୀୟମାନେ ଇସ୍ରାଏଲ ଉପରେ ଅତ୍ୟାଚାର କରୁଥିଲେ; ସେମାନେ ପ୍ରତିବର୍ଷ ଆସନ୍ତି ଏବଂ ଅମଳ ଉପରେ ଆକ୍ରମଣ କରନ୍ତି। ସାତ ବର୍ଷ ପରେ ସେମାନେ ଚିତ୍କାର କରି କ୍ରନ୍ଦନ କଲେ, ତହୁଁ ପରମେଶ୍ଵର ଗିଦିୟୋନଙ୍କୁ ଉଠାଇଲେ ଏବଂ ମିଦିୟନୀୟମାନଙ୍କୁ ପରାସ୍ତ କଲେ ଏବଂ ଦେଶକୁ ବିଶ୍ରାମ ଦେଲେ। ଦେଖନ୍ତୁ, ଏହା ଏକ ଚକ୍ର, ଏବଂ ଗିଦିୟୋନଙ୍କ ମୃତ୍ୟୁ ହେବା ପରେ ପରେ ସେମାନେ ପୁନର୍ବାର ପାପ କରିବା ଆରମ୍ଭ କଲେ। ସେମାନେ ପରମେଶ୍ଵରଙ୍କ ଦୃଷ୍ଟିରେ ଯାହା ମନ୍ଦ ଅଟେ ତାହା କରନ୍ତି ଏବଂ ସେମାନେ ବାଲ୍‍ର ପୂଜା କରନ୍ତି।

କିନ୍ତୁ ତାହା ଏକ ଚକ୍ର ଯାହା ସମଗ୍ର ବିଚାରକର୍ତ୍ତା ପୁସ୍ତକରେ ଚାଲିଥାଏ। ଅନ୍ୟ ଦେବତାମାନଙ୍କୁ ପୂଜା କରିବାର, ପରମେଶ୍ଵର ଦଣ୍ଡ ପଠାଇବାର, ଅନୁତାପ କରୁଥିବା ଲୋକମାନଙ୍କର ଏବଂ ତା’ପରେ ସେମାନଙ୍କୁ ବିଦେଶୀ ଅତ୍ୟାଚାରରୁ ବାହାର କରି ଆଣିବା ପାଇଁ ପରମେଶ୍ଵର ଜଣେ ବିଚାରକର୍ତ୍ତା ନିଯୁକ୍ତ କରିବାର। ବିଚାରକର୍ତ୍ତା ପୁସ୍ତକ ଅନ୍ଧକାର ଅଟେ, ସାହିତ୍ୟିକ ଏବଂ ଧର୍ମତତ୍ତ୍ୱିକ ଭାବରେ କହୁଅଛି ଏହା ଏକ ଅନ୍ଧକାର ପୁସ୍ତକ। ଏହା ଏକ ଅନ୍ଧକାର ପୁସ୍ତକ ହେବା କଥା କାରଣ ଆପଣମାନେ ଯେବେ ପରମେଶ୍ଵରଙ୍କୁ ପରିତ୍ୟାଗ କରନ୍ତି ତେବେ କ'ଣ ହୁଏ ଏହା ଦର୍ଶାଏ, ଗୋଟିଏ ବଂଶ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, ଯଦି ପରବର୍ତ୍ତୀ ବଂଶ ପାପରେ ପତିତ ହୋଇ ପରମେଶ୍ଵରଙ୍କୁ ପରିତ୍ୟାଗ କରନ୍ତି, ଯାହା ବିଚାରକର୍ତ୍ତାରେ ଘଟିଲା ତାହା ଆମ୍ଭମାନଙ୍କ ସହିତ ମଧ୍ୟ ଘଟିବ। ବର୍ତ୍ତମାନ ବିଚାରକର୍ତ୍ତାରେ କିଛି ଉଜ୍ଜ୍ୱଳ ଦାଗଗୁଡ଼ିକ ଅଛି, ଅନେକ ନୁହେଁ, କିନ୍ତୁ ଅଳ୍ପ କିଛି। ବୋଧହୁଏ କ୍ଷମାକାରୀ ପରମେଶ୍ଵରଙ୍କ ଏକ ବଳିଷ୍ଠ ଚିତ୍ର ବିଚାରକର୍ତ୍ତାଙ୍କଠାରେ ମିଳିପାରେ କାରଣ ଇସ୍ରାଏଲୀୟମାନେ ଯେତେଥର ପୁନଃ ପୁନଃ ପାପ କରନ୍ତି, ଏବଂ ସେମାନଙ୍କର ପାପ ଯେତେ ଘୃଣ୍ୟ ହେଉ ନା କାହିଁକି, ଯଦି ଅନୁତାପ ସତ୍ୟ ଅଟେ ତେବେ ପରମେଶ୍ଵର ଆପଣା ଦୟାରେ ଏବଂ ଆପଣା ଅନୁଗ୍ରହରେ ସର୍ବଦା କ୍ଷମା କରନ୍ତି। ତେଣୁ ବିଚାରକର୍ତ୍ତା ପୁସ୍ତକରେ କିଛି ଉଜ୍ଜ୍ୱଳ ଆଲୋକ ଅଛି, କିନ୍ତୁ ଏହା ଏକ ଅନ୍ଧକାର ପୁସ୍ତକ ଏବଂ ଉଦ୍ଦେଶ୍ୟମୂଳକ ଭାବରେ ଏକ ଅନ୍ଧକାର ପୁସ୍ତକ।

୩. ଚୁକ୍ତି ନୂତନୀକରଣର ଆବଶ୍ୟକତା

ଯଦିଓ, ବିଚାରକର୍ତ୍ତା ପୁସ୍ତକ ଆମ୍ଭମାନଙ୍କୁ ଅନେକ ଶିକ୍ଷା ଦିଏ, କିନ୍ତୁ ଅନେକ ଶିକ୍ଷା ମଧ୍ୟରୁ, ସେଥିର ଗୋଟିଏ ଶିକ୍ଷା ବିଷୟରେ ମୁଁ ଆଜି ସକାଳେ ଗୁରୁତ୍ୱ ଦେବାକୁ ଚାହୁଁଥିଲି। ଏବଂ ତାହା ଚୁକ୍ତି ନୂତନୀକରଣର ଆବଶ୍ୟକତା। ଯିହୋଶୂୟ ପରବର୍ତ୍ତୀ ବଂଶକୁ ଚୁକ୍ତି କରୁଥିବା ପରମେଶ୍ଵରଙ୍କ ପ୍ରତି ସେମାନଙ୍କର ବିଶ୍ଵସ୍ତତାକୁ ନୂତନୀକରଣ କରିବାକୁ ଆହ୍ବାନ କରନ୍ତି, କିନ୍ତୁ ସେମାନେ ପରବର୍ତ୍ତୀ ବଂଶକୁ ଶିକ୍ଷା ଦେବାରେ ବିଫଳ ହେଲେ ଏବଂ ପ୍ରଥମ ବଂଶ ଯେତେ ଭଲ ହେଲେ ମଧ୍ୟ ପରବର୍ତ୍ତୀ ବଂଶ କେତେ ଶୀଘ୍ର ବିଫଳ ହୋଇପାରେ ତାହା ବିଚାରକର୍ତ୍ତା ବର୍ଣ୍ଣନା କରେ। ତାହା ହିଁ ବିଚାରକର୍ତ୍ତା ପୁସ୍ତକ ଅଟେ। ବିଶ୍ୱାସ ଆନୁବଂଶିକ ନୁହେଁ, ଏହା ଅଟେ କି? ଏହା ଆନୁବଂଶିକ ନୁହେଁ। ପ୍ରତ୍ୟେକ ବଂଶ ନିଜର ମନ ପ୍ରସ୍ତୁତ କରିବା ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପୁତ୍ର, ପ୍ରତ୍ୟେକ କନ୍ୟା, ସେମାନେ ନିଜ ପିତାମାତାଙ୍କ ଚୁକ୍ତି ନୂତନୀକରଣ କରିବେ କି ନାହିଁ ସେ ବିଷୟରେ ନିଜର ନିଷ୍ପତ୍ତି ନେବା ଆବଶ୍ୟକ।

ମୋର ମନେ ଅଛି ଯେ ମୁଁ ଛୋଟ ଥିବା ସମୟରେ “ଫର୍ ପିଟେ’ସ୍ ସେକ୍” କୁହାଯାଉଥିବା ଚଳଚ୍ଚିତ୍ରଟି ଅତ୍ୟଧିକ ଜଣାଶୁଣା ଥିଲା। ଏହା ମୁଁ ସ୍ମରଣରେ ରଖିଅଛି କାରଣ ମୁଁ ଏପର୍ଯ୍ୟନ୍ତ ସେହି ବ୍ୟକ୍ତିଙ୍କୁ ସ୍ମରଣ କରିପାରିବି ଯେ କହିଥିଲା, ‘ଆଚ୍ଛା, ମୁଁ ପରିବାର ଯୋଜନାରେ ସ୍ୱର୍ଗକୁ ଯିବି।' ସେଠାରେ କୌଣସି ପରିବାର ଯୋଜନା ନାହିଁ। ମୁଁ ମୋର ବିଶ୍ୱାସ ଆପଣଙ୍କୁ, ମୋ' ପୁତ୍ରମାନଙ୍କୁ କିମ୍ବା ମୋ' କନ୍ୟାମାନଙ୍କୁ ସ୍ଥାନାନ୍ତର କରିପାରିବି ନାହିଁ। ପ୍ରତ୍ୟେକ ବଂଶ ନିଜ ନିମନ୍ତେ ଚୁକ୍ତିର ନୂତନୀକରଣ କରିବା ଆବଶ୍ୟକ, ପରମେଶ୍ଵରଙ୍କ ନିକଟରେ ନିଜ ନିଜକୁ ସମର୍ପିତ କରିବା ଆବଶ୍ୟକ। ଯେବେ ଚୁକ୍ତିର ନୂତନୀକରଣ ହୁଏ ତେବେ କ'ଣ ହୁଏ ଏହା ହିଁ ବିଚାରକର୍ତ୍ତାର ଚିତ୍ର ଅଟେ। ବିଚାରକର୍ତ୍ତା ଆମ୍ଭମାନଙ୍କୁ ତାହା ଦେଖାଇବାକୁ ଏଠାରେ ଅଛି ଯେ, ଯଦି ଆମ୍ଭମାନଙ୍କ ସନ୍ତାନମାନଙ୍କ ଦ୍ୱାରା ଚୁକ୍ତି ନୂତନୀକରଣ ହୁଏ ନାହିଁ, ଆଉ ଯଦି ଆମ୍ଭମାନଙ୍କ ସନ୍ତାନମାନେ ନିଜ ଦୃଷ୍ଟିରେ ଯାହା ଠିକ୍ ତାହା କରନ୍ତି, ତେବେ ଶୀଘ୍ର ଆମ୍ଭମାନଙ୍କ ସନ୍ତାନମାନେ ଏହି ଜଗତର ବାଲ୍ ସହିତ ଉପାସନାକୁ ମିଶ୍ରିତ କରିବେ ଏବଂ ପରିଶେଷରେ ସେମାନେ ଆପଣା ଆପଣାକୁ ସମ୍ପୂର୍ଣ୍ଣ ଭାବରେ ବାଲ୍ ପ୍ରତି ସମର୍ପିତ କରିବେ। ୨୦୦୩ରେ ସ୍ପୋକାନରେ ଯାହାବି କିଛି ବାଲ୍ ପରି ଦେଖାଯାଏ। ଆମ୍ଭମାନଙ୍କୁ ବିଚାରକର୍ତ୍ତା ପୁସ୍ତକ ତାହା ହିଁ କହୁଅଛି। ମୋ'ର କହିବାର ଅର୍ଥ, ଆମ୍ଭେମାନେ ସମସ୍ତେ ମଣ୍ଡଳୀ ବିଷୟରେ ଜାଣିଅଛୁ, ଅନ୍ୟ ମଣ୍ଡଳୀକୁ ପସନ୍ଦ କରିବା ପାଇଁ ନୁହେଁ, କିନ୍ତୁ ଆମ୍ଭେମାନେ ସମସ୍ତେ ମଣ୍ଡଳୀ ବିଷୟରେ ଜାଣିଅଛୁ, ଆମ୍ଭେମାନେ କି ଜାଣି ନାହୁଁ, ଯାହା ଦୃଢ଼ ଭାବରେ ଆରମ୍ଭ ହୋଇ ଦୁର୍ବଳ ଭାବରେ ସମାପ୍ତ ହେଲା। ଆମ୍ଭେମାନେ ସମସ୍ତେ ମଣ୍ଡଳୀ ବିଷୟରେ ଜାଣିଅଛୁ ଯେଉଁଠାରେ ପ୍ରଥମ ବଂଶର ଲୋକମାନେ ଧାର୍ମିକ ଥିଲେ, ସେମାନେ ପ୍ରଭୁଙ୍କ ପ୍ରତି ଅତ୍ୟଧିକ ସମର୍ପିତ ଥିଲେ, କିନ୍ତୁ ସେମାନଙ୍କର ପରବର୍ତ୍ତୀ ବଂଶ ବିଶ୍ଵାସୀମାନଙ୍କୁ ପ୍ରଶିକ୍ଷଣ ଦେବାରେ ବିଫଳ ହେଲେ। ଏବଂ ଯେତେବେଳେ ସେହି ଦଳେ ନେତାମାନେ ଅଗ୍ରାହ୍ୟ କରନ୍ତି, ଯେପରି ବିଚାରକର୍ତ୍ତା ୨ରେ କରନ୍ତି, ଯେବେ ପରବର୍ତ୍ତୀ ବଂଶ ନେତୃତ୍ୱକୁ ଆସନ୍ତି, ଆଉ ଆଶ୍ଚର୍ଯ୍ୟ, ଆଶ୍ଚର୍ଯ୍ୟ, ଆଶ୍ଚର୍ଯ୍ୟ ହୁଅନ୍ତି। ସେମାନେ ଚୁକ୍ତି ନୂତନୀକରଣ କରନ୍ତି ନାହିଁ ଯାହା ସେମାନଙ୍କୁ କରିବା ଆବଶ୍ୟକ। ମୁଁ ଏହି ବଂଶକୁ ଭଲ ପାଏ। ଆମ୍ଭେମାନେ ଯାହା କରିବାକୁ ସକ୍ଷମ ତାହା କରୁଅଛୁ, କିନ୍ତୁ ଜୀବନ ହେଉଛି ଏକ ଚକ୍ର, ଏବଂ ବିଚାରକର୍ତ୍ତା ପୁସ୍ତକ ଆପଣଙ୍କଠାରୁ ଜୀବନ୍ତ ଦିବାଲୋକକୁ ଭୟଭୀତ କରିବା ଉଚିତ ଯେ ସନ୍ତାନମାନେ କେତେ ଶୀଘ୍ର ସେମାନଙ୍କ ପିତାମାତାଙ୍କ ବିଶ୍ୱାସ ତ୍ୟାଗ କରି ପାରନ୍ତି। ଏହା ଆମ୍ଭମାନଙ୍କ ଉପରେ ନିର୍ଭର କରେ, ଆମ୍ଭେମାନେ ପରବର୍ତ୍ତୀ ବଂଶର ବିଶ୍ଵାସୀମାନଙ୍କୁ ବଞ୍ଚାଇବା ପାଇଁ ସମର୍ପିତ ହେବା ଆବଶ୍ୟକ।

. ପୂର୍ବ ବଂଶର ଦାୟିତ୍ବ

ଏବଂ ଆମ୍ଭମାନଙ୍କ ପକ୍ଷରେ, ତାହା ଦେଖିବାକୁ କିପରି? ଆଛା, ସେଥିରେ ଏକ ଲମ୍ବା ତାଲିକା ଅଛି କିନ୍ତୁ ନିଶ୍ଚିତ ଭାବରେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ସନ୍ତାନମାନଙ୍କୁ ଶିକ୍ଷା ଦେଇ ଆରମ୍ଭ କରିବାକୁ ପଡ଼ିବ। ଆଉ ଶିକ୍ଷା ସର୍ବଦା ଘରେ ଆରମ୍ଭ ହୁଏ, ଏହା ନୁହେଁ କି? ଯଦି ଆପଣଙ୍କ ସନ୍ତାନମାନେ ସପ୍ତାହରେ ଦୁଇ ଘଣ୍ଟା ନିମନ୍ତେ ଆମ୍ଭମାନଙ୍କଠାରେ ରହନ୍ତି, ତେବେ ଆମ୍ଭେମାନେ ଏହି ଜଗତକୁ ପ୍ରତିରୋଧ କରିପାରିବା ନାହିଁ। ଆମ୍ଭେମାନେ ଆପଣଙ୍କ ପାଖକୁ ଆସି ଆପଣଙ୍କର ରାତ୍ର ଭୋଜନରେ ମେଜର ଚାରିପାଖରେ ଆପଣ ଆପଣଙ୍କ ଘରେ ଯାହା କରୁଅଛନ୍ତି ସେସବୁରେ ସାହାଯ୍ୟ କରିବା। ଏବଂ ଆମ୍ଭେମାନେ ଆପଣା ଆପଣା ସନ୍ତାନମାନଙ୍କୁ ଘରେ ଶିକ୍ଷା ଦେବାକୁ ସମର୍ପିତ ହେବା ଆବଶ୍ୟକ। ଆମ୍ଭେମାନେ (ପଲିଥେଇଜମ୍) ବହୁଇଶ୍ଵରବାଦ ଏବଂ ଏହା କ’ଣ ଅନ୍ତର୍ଭୂକ୍ତ କରେ, ସେ ବିଷୟରେ ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ସମର୍ପିତ ହେବା ଆବଶ୍ୟକ। ଆମ୍ଭେମାନେ (ମୋନୋଥିଇମ୍) ଏକଇଶ୍ଵରବାଦ ଏବଂ ଏହା କ’ଣ ଅନ୍ତର୍ଭୂକ୍ତ କରେ ଏବଂ ଆମେରିକୀୟ ବାଲ୍‍ର ସେବା ନ କରିବା କିପରି ଦେଖାଯାଏ ସେ ବିଷୟରେ ଆମ୍ଭେମାନେ ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ସେମାନଙ୍କଠାରେ ସମର୍ପିତ ହେବା ଆବଶ୍ୟକ। ଆମ୍ଭମାନଙ୍କୁ ଆଲୋଚନା ଆରମ୍ଭ କରିବା ଏବଂ କହିବା ଆବଶ୍ୟକ ଯେ, “ତୁମ୍ଭେମାନେ ପ୍ରକୃତରେ ଏକ ପରମେଶ୍ଵରଙ୍କ ଉପରେ ବିଶ୍ୱାସ କରୁଅଛ କି? ଇଣ୍ଟରନେଟରେ, ଦୂରଦର୍ଶନରେ, ଚଳଚ୍ଚିତ୍ର ଗୁଡ଼ିକରେ, ଆପଣଙ୍କ ପଡ଼ୋଶୀ ଏବଂ ଆପଣଙ୍କ ବିଦ୍ୟାଳୟରେ କେଉଁ କେଉଁ ପ୍ରତିଦ୍ୱନ୍ଦ୍ୱୀ ଦେବତାମାନେ ଅଛନ୍ତି? ଆଜି ବାଲ୍ ଦେବତା ଦେଖିବାକୁ  କିପରି? “ତାହା ଏକ ସହଜ ବିଷୟ - ସେ ଉତ୍ପାଦନକ୍ଷମ ଦେବତା ଅଟେ। ଆଜି ବାଲ୍ ଦେବତା ଦେଖିବାକୁ  କିପରି ତାହା ଜାଣିବା ନିମନ୍ତେ ଅଧିକ କଳ୍ପନା କରିବା ଆବଶ୍ୟକ ନାହିଁ। ଆମ୍ଭେମାନେ ଆମେରିକୀୟ ଆଶେରା ପୋଲଗୁଡ଼ିକର ସେବା କରିବା ନିମନ୍ତେ ନୁହେଁ, ମାତ୍ର ଏକ ପରମେଶ୍ଵର ଏବଂ କେବଳ ତାହାଙ୍କୁ ସେବା କରିବା। ସେହିପରି ଏହା ଆରମ୍ଭ କରିବାକୁ ହେବ, ଏହା ନୁହେଁ କି? ଯଦି ଆମ୍ଭେମାନେ ପ୍ରକୃତରେ ପରବର୍ତ୍ତୀ ବଂଶର ବିଶ୍ଵାସଙ୍କୁ ବୃଦ୍ଧି କରିବା ଅଛି ତେବେ ଆମ୍ଭମାନଙ୍କର ପ୍ରତିଶୃତି ତାହା ହେବା ଆବଶ୍ୟକ। ଆମ୍ଭମାନଙ୍କୁ ଆମ୍ଭମାନଙ୍କ ସନ୍ତାନମାନଙ୍କୁ ଘରେ ଅର୍ଥାତ୍ ରାତ୍ର ଭୋଜନ ମେଜ ଚାରିପାଖରେ ନିରନ୍ତର ଶିକ୍ଷାଦାନ କରିବାର ଦାୟିତ୍ବ  ଗ୍ରହଣ କରିବାକୁ ପଡ଼ିବ, ଏହାକୁ ଆମ୍ଭମାନଙ୍କ ଓଠରେ ରଖି, ଆମ୍ଭମାନଙ୍କ ମୁଖରୁ ବାହାର କରିବାର ଅଛି, ଆମ୍ଭମାନଙ୍କ ଆଖିର ଆମ୍ନାସାମ୍ନାରେ ମଧ୍ୟ ଲେଖା ହୋଇଅଛି (ଏବଂ ଏପରି କି ଫ୍ରଣ୍ଟଲେଟ୍ କ’ଣ ଅଟେ ମୁଁ ଜାଣେ ନାହିଁ), ଆମ୍ଭମାନଙ୍କ ଦ୍ୱାରର ଚଉକାଠରେ ଲେଖା ହୋଇଅଛି (ଦ୍ୱିତୀୟ ବିବରଣ ୬)।

ଆପଣ ଜାଣନ୍ତି ଅନ୍ୟକୁ ଆଜ୍ଞା ପାଳନ କରିବା ନିମନ୍ତେ ଶିକ୍ଷା ଦେବା ହିଁ ମହାନ ଆଦେଶ ଅଟେ। ଆପଣମାନେ କିପରି ଅନ୍ୟକୁ ଆଜ୍ଞା ପାଳନ କରିବା ନିମନ୍ତେ ଶିକ୍ଷା ଦିଅନ୍ତି? “ବର୍ତ୍ତମାନ ଆପଣମାନେ ଏହା କରନ୍ତୁ ଏବଂ ଆପଣମାନେ ତାହା କରନ୍ତୁ...” ତାହା ମୋ’ ସହିତ କାମ କରିବ ନାହିଁ; ମୁଁ ଭାବୁ ନାହିଁ ଯେ ଏହା ଆପଣଙ୍କ ସହିତ ମଧ୍ୟ କାମ କରିଅଛି। ଆଜ୍ଞା ପାଳନ କରିବାର ଏକମାତ୍ର ଉପାୟ ହେଉଛି ଏହାକୁ ଆଦର୍ଶ କରିବା, ଠିକ୍? ଏହାକୁ ଆଦର୍ଶ କରିବାର ଏକମାତ୍ର ଉପାୟ ହେଉଛି ସମୟ ବିତାଇବା। ଏହା ଆମ୍ଭମାନଙ୍କର ସମୟ ନିଏ। ବେଳେ ବେଳେ ମୁଁ ଚିନ୍ତା କରେ ସବୁଠାରୁ ବଡ଼ ପାପ ହେଉଛି ଆମ୍ଭମାନଙ୍କର ବ୍ୟସ୍ତତା କାରଣ ଯଦି ଆପଣମାନେ ଏତେ ବ୍ୟସ୍ତ ଆପଣମାନଙ୍କର କୌଣସି ପ୍ରାନ୍ତ ନାହିଁ, ଆପଣମାନେ କିଛି କରିପାରିବେ ନାହିଁ। ଆପଣ ଆଦର୍ଶ ହୋଇ ପାରିବେ ନାହିଁ, ଆପଣ ସେବା କରିପାରିବେ ନାହିଁ, ଆପଣ ଶିକ୍ଷା ଦେଇ ପାରିବେ ନାହିଁ, ଆପଣ ଉତ୍ସାହିତ କରିପାରିବେ ନାହିଁ କାରଣ ଆମ୍ଭେମାନେ ଦୁର୍ଗନ୍ଧମୟ ଜୀବନ ସହିତ ବ୍ୟସ୍ତ ଅଟୁ। ସେଠାରେ ତିନି ଜଣ ପୁରୁଷ ଥିଲେ ଯେଉଁମାନେ ଜଣେ ବ୍ୟକ୍ତି ଭାବରେ ମୋର ଅଭିବୃଦ୍ଧି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥିଲେ ଶ୍ରୀ କର୍ନଫୋର୍ଥ୍ ମୋର ତୃତୀୟ ଶ୍ରେଣୀ ଶିକ୍ଷକ ଥିଲେ। ସେ ନ୍ୟୁୟର୍କର ପୂର୍ବତନ ଅଧିବାସୀ ଭାବରେ ରୋଜର ମାରିସଙ୍କ ସର୍ବୋତ୍ତମ ବନ୍ଧୁ ଥିଲେ। ଶ୍ରୀ କର୍ନଫୋର୍ଥ୍ କାହିଁକି ଖେଳ ପଡ଼ିଆରୁ ସଫ୍ଟବଲ୍ ମାରିବା କ୍ଷମତା ମୋତେ ସବୁବେଳେ ବିବ୍ରତ କରିଆସୁଛି ଶ୍ରୀ ମୁନସନ୍ ମୋର ପଞ୍ଚମ ଶ୍ରେଣୀ ସଣ୍ଡେସ୍କୁଲର ଶିକ୍ଷକ ଥିଲେ। ଶ୍ରୀ ବର୍ଲି ମୋ’ର ବିଦ୍ୟାଳୟର ଶିକ୍ଷକ ଥିଲେ ଯେତେବେଳେ ମୁଁ ସପ୍ତମ ଶ୍ରେଣୀରେ ପଢୁଥିଲି। ମୁଁ ସପ୍ତମ ଶ୍ରେଣୀରେ ଏକ ଖ୍ରୀଷ୍ଟିୟାନ ବିଦ୍ୟାଳୟକୁ ଗଲି। ଏବଂ ଶ୍ରୀ କର୍ନଫୋର୍ଥ୍ ଏବଂ ଶ୍ରୀ ଏବର୍ଲି, ଯେତେବେଳେ ସେମାନେ ମୋର ଶିକ୍ଷକ ଭାବରେ ମୋ ପ୍ରତି ସମର୍ପିତ ଥିଲେ, ମୁଁ ନିଶ୍ଚିତ ଯେ, ସେମାନଙ୍କୁ କ’ଣ ଦିଆଯାଉଅଛି ତାହା ଅତିକ୍ରମ କରିଅଛି। ଏବଂ ସେମାନେ ମୋ’ ପ୍ରତି ଆଗ୍ରହ ପ୍ରକାଶ କଲେ ଏବଂ ସେମାନେ ମୋତେ ବ୍ୟକ୍ତି ଭାବରେ ଲାଳନ ପାଳନ କରିବାକୁ ଚାହିଁଲେ। ଏବଂ ବିଶେଷକରି ଶ୍ରୀ ଏବର୍ଲି ମୋତେ ମୋ’ର ବିଶ୍ୱାସରେ ଲାଳନ ପାଳନ କଲେ। ଶ୍ରୀ ମୁନସନ୍ ସେଠାରେ ପ୍ରତ୍ୟେକ ରବିବାର ସଣ୍ଡେସ୍କୁଲ ନିମନ୍ତେ ପ୍ରସ୍ତୁତ ଥିଲେ। ଆମ୍ଭେମାନେ ତାଙ୍କ ଘରେ ସମୟ ବିତାଇଲୁ। କାହିଁକି? କାରଣ ସେ ପରବର୍ତ୍ତୀ ବଂଶ ନିମନ୍ତେ ଧାର୍ମିକତାର ଆଦର୍ଶ କରୁଥିଲେ। ଏବଂ ଶ୍ରୀ ମୁନସନ୍ ବୁଝିପାରିଲେ ଯେ ଏହା ହେଉଛି ଏକମାତ୍ର ଉପାୟ ଯାହାକି ଆପଣ ପ୍ରକୃତରେ ପରବର୍ତ୍ତୀ ବଂଶର ସନ୍ତାନମାନଙ୍କୁ ସେମାନଙ୍କ ପରମେଶ୍ଵରଙ୍କ ନିକଟରେ ହୋଇଥିବା ଚୁକ୍ତି ପ୍ରତିଶୃତି ନୂତନୀକରଣ କରିବାକୁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିପାରିବେ। ଏଥିପାଇ ସମୟ ଲାଗେ। ସେମାନଙ୍କ ନିମନ୍ତେ ପ୍ରାର୍ଥନାରେ ଆମ୍ଭମାନଙ୍କୁ ହତାଶ ହେବାକୁ ପଡ଼ିବ। ଏହା ଏକ ଘୃଣ୍ୟ ଜଗତ, ଏଠାରେ ସେମାନେ ବଢ଼ୁଅଛନ୍ତି ତାହା ନୁହେଁ କି? ମୋ’ର କହିବାର ଅର୍ଥ, ଆପଣମାନେ ସମସ୍ତେ କଲେଜରେ ଏପରି ଜିନିଷର ସାମ୍ନା କରୁଅଛ ଯାହା ମୁଁ କଲେଜରେ କେବେ ବି ସ୍ୱପ୍ନରେ ଦେଖି ନ ଥିଲି, ଖ୍ରୀଷ୍ଟିୟାନ କ୍ୟାମ୍ପସରେ ମଧ୍ୟ ନୁହଁ। ମୋ’ର ପିଲାମାନେ ଇଣ୍ଟରନେଟ୍ ହେଉ କିମ୍ବା କୋଣ ଅନୁକୋଣରେ ଥିବା ପୁରୁଷର ସମ୍ମୁଖୀନ ହେଉଛନ୍ତି। ମୁଁ ମୋ’ ପଡ଼ୋଶୀ ଲୁକ୍କାୟିତ ଥିବା ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୂଚୀତ କରୁନାହିଁ, ବରଂ ଲୁକ୍କାୟିତ ଥିବା ପ୍ରବାଦ ବ୍ୟକ୍ତିଙ୍କୁ ସୂଚାଉଛି ସେମାନେ ମୋ’ର ସନ୍ତାନମାନଙ୍କୁ ନଷ୍ଟ କରିବାକୁ ଚାହାଁନ୍ତି ଏବଂ ସେହିପରି କରିବାକୁ ସେମାନଙ୍କ ପାଖରେ ନିଶା ଦ୍ରବ୍ୟ ଏବଂ ଅଶ୍ଳୀଳତା ଅଛି ଏହା ଏକ ଘୃଣ୍ୟ ଜଗତ ଏବଂ ଯଦି ଆମ୍ଭେମାନେ ସେମାନଙ୍କ ନିମନ୍ତେ ପ୍ରାର୍ଥନା ସହିତ ଉତ୍ସର୍ଗିତ ନ ହେବା, ତେବେ ଏହା କାମ କରିବ ନାହିଁ। ଆମ୍ଭମାନଙ୍କୁ ଏହା ବୁଝିବାକୁ ହେବ ଯେ ତାହା କଷ୍ଟକର। ଏହି ତାଲିକା ଆଗକୁ ବଢ଼ିପାରେ, ଏବଂ ମୁଁ ଆପଣଙ୍କୁ ନିରାଶ କରିବାକୁ ଚାହେଁ ନାହିଁ; ଏହା ପରିବର୍ତ୍ତେ, ମୁଁ ଆପଣଙ୍କୁ ପ୍ରେରଣା ଦେବାକୁ ଚାହୁଁଛି। କିନ୍ତୁ ଏହା କରିବା କଷ୍ଟକର। ଏହା କହିବା ପ୍ରକୃତରେ ସହଜ, “ବିଲ୍ ଏହିସବୁ ବିଷୟରେ ପ୍ରଚାର କରନ୍ତି, ଆସି ଶୁଣ ଏବଂ ଘରକୁ ଯାଏ।” କିନ୍ତୁ ତାହା ସେହି ପ୍ରକାରର ମଣ୍ଡଳୀ ନୁହେଁ ଯାହା ନିମନ୍ତେ ଆମ୍ଭେମାନେ ସମର୍ପିତ ଅଟୁ। ଆମ୍ଭେମାନେ ଏକ ପାରିବାରିକ ମଣ୍ଡଳୀ ହେବାକୁ ସମର୍ପିତ ହୋଇଅଛୁ, ଏବଂ ତାହା କଷ୍ଟସାଧ୍ୟ ଅଟେ। ଏହା କଷ୍ଟସାଧ୍ୟ କାରଣ ଏହା ଦାମିକା ଅଟେ। ଆମ୍ଭେମାନେ କାର୍ଯ୍ୟ କରୁଥିବା  ପ୍ରସାରଣ କାର୍ଯ୍ୟକ୍ରମରେ କାମ କରିବାର କାରଣ ହେଉଛି ଏହି ମଣ୍ଡଳୀର ପିଲାମାନଙ୍କ ପାଇଁ ଆମ୍ଭେମାନେ ଯାହା କରିବା ଉଚିତ୍ ତାହା କରିବା ପାଇଁ ଆମ୍ଭମାନଙ୍କର ଆବଶ୍ୟକୀୟ ସୁବିଧା ନାହିଁ। ତେଣୁ ଏହା ଦାମିକା ଅଟେ। ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଅନୁକୂଳତା ବଜାୟ ରଖିବାକୁ ପଡ଼ିବ। ସତ୍ୟ ହେଉଛି ସତ୍ୟ, ଏହା ପରିବର୍ତ୍ତନ ହୁଏ ନାହିଁ ଏବଂ ମର୍ମରେ ଆମ୍ଭମାନଙ୍କର ପ୍ରଶଂସା ସର୍ବଦା ସମାନ ରହିବ। ଆମ୍ଭେମାନେ ପରମେଶ୍ଵର କିଏ ଏବଂ ସେ କ’ଣ କରିଅଛନ୍ତି ତାହା ସର୍ବଦା ଘୋଷଣା କରିବା, କିନ୍ତୁ ସେହି ପ୍ରଶଂସାର ରୂପ ପରିବର୍ତ୍ତନ ହେବାକୁ ଯାଉଅଛି। ଦୁଃଖିତ! ଏହା କେବଳ ଅପରିହାର୍ଯ୍ୟ। ଆମ୍ଭେମାନେ ଯିହୁଦୀମାନଙ୍କ ନିମନ୍ତେ ଜଣେ ଯିହୁଦୀ ଏବଂ ଗ୍ରୀକମାନଙ୍କ ନିମନ୍ତେ ଜଣେ ଗ୍ରୀକ୍ ହେବୁ ଏବଂ ତାହାର ଅର୍ଥ ହେଉଛି ଯେ ପରମେଶ୍ଵରଙ୍କ ଅନନ୍ତ ସତ୍ୟ ଶିକ୍ଷା ଦେବାକୁ ଚେଷ୍ଟା କରିବା ବେଳେ ଆମ୍ଭମାନଙ୍କର ବାହ୍ୟ ରୂପ ଏବଂ ପ୍ରକାଶନଗୁଡ଼ିକ ପରିବର୍ତ୍ତନ ହେବାକୁ ପଡ଼ିବ। ଆମ୍ଭେମାନେ ଆମ୍ଭମାନଙ୍କର ଆରାମ ଅଞ୍ଚଳର ବାହାରେ ବିସ୍ତାରିତ ହେବୁ।

ମୁଁ କାଲିଫର୍ନିଆର ଏକ ବଡ଼ ମଣ୍ଡଳୀକୁ ମୋ’ର ଛୁଟି ସମୟରେ ଯାଇଥିଲି। ଏହାକୁ “ରୋକ୍ ହାରବୋର୍” କୁହାଯାଏ ଏବଂ କହିବାକୁ ଗଲେ, ଏହା ଅଦ୍ଭୁତ ଥିଲା! ଏହା ଚାଲୁଥିଲା ଏବଂ ଥରି ଉଠୁଥିଲା, ସେମାନେ ସବୁ ଚାରି ହଜାର ଥିଲେ, ପ୍ରାୟ ସେମାନଙ୍କ ହାରାହାରି ବୟସ ୨୫ ବର୍ଷ ଥିଲା। ମୁଁ ସମଗ୍ର ମଣ୍ଡଳୀରେ ଜଣେ ପର୍ଯ୍ୟବେକ୍ଷକଙ୍କୁ ଦେଖି ନାହିଁ। ସମସ୍ତେ ଉପାସନାରେ ଭାଗ ନେଉଥିଲେ। ସେମାନେ କୋଷ୍ଟା ମେସା ଅର୍ଥାତ୍ ଏକ ଜାଗା ସହିତ ପରମେଶ୍ଵରଙ୍କ ଅନନ୍ତ ସତ୍ୟକୁ ଯୋଗାଯୋଗ କରିବାକୁ ଶିଖିଅଛନ୍ତି। କିନ୍ତୁ ବାହ୍ୟ ରୂପଗୁଡ଼ିକ ପରିବର୍ତ୍ତନ ହେବାକୁ ଯାଉଅଛି; ପରବର୍ତ୍ତୀ ବଂଶ ବିଶ୍ଵାସୀମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ଯଦି ଆମ୍ଭେମାନେ ଆମ୍ଭମାନଙ୍କର ପ୍ରତିଶୃତିକୁ ପାଳନ କରିବାକୁ ଯାଉଅଛୁ ତେବେ ସେମାନଙ୍କୁ ପରିବର୍ତ୍ତନ ହେବାକୁ ପଡ଼ିବ। ଆମ୍ଭମାନଙ୍କ ସନ୍ତାନମାନଙ୍କ ଭାଗ ନିମନ୍ତେ, ଏହା ସେମାନଙ୍କ ପାଖରେ ବହୁତ ସହଜ ଅଟେ। ସେମାନଙ୍କର ସମୟ ଆସିବ। କିନ୍ତୁ ସେମାନଙ୍କୁ ଆଗକୁ ବଢ଼ିଯିବା ପାଇଁ ଉଦ୍ୟମ କରିବା ଆବଶ୍ୟକ, ଏବଂ ସେମାନେ ହୃଦୟଙ୍ଗମ କରିବେ ଯେ ସେମାନେ ନିଜ ପାଇଁ ପିତାମାତାଙ୍କ ଚୁକ୍ତି ନବୀକରଣ କରିବେସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ନିଜ ନିଜ ଜୀବନର କୌଣସି ସମୟରେ ନିଜ ନିମନ୍ତେ ପୁରୁଷ କିମ୍ବା ସ୍ତ୍ରୀ ନିଷ୍ପତ୍ତି ନେବାକୁ ଆହ୍ଵାନ କରାଯିବେ। ଏବଂ ଆମ୍ଭମାନଙ୍କର ବ୍ୟକ୍ତିଗତ ପ୍ରାର୍ଥନା ଯେ ପିତାମାତା ଏବଂ ପରମେଶ୍ଵରଙ୍କ ପରିବାରର ସଦସ୍ୟ ଭାବରେ, ଆମ୍ଭେମାନେ ପରବର୍ତ୍ତୀ ବଂଶର ବିଶ୍ଵାସୀମାନଙ୍କୁ ଉତ୍ସାହିତ କରିବା ଏବଂ ଉପଦେଶ ଦେବା ଏବଂ ପରବର୍ତ୍ତୀ ବଂଶର ବିଶ୍ଵାସୀମାନଙ୍କୁ ଆହ୍ୱାନ କରିବା।

ମୋ’ର ଏକ ଉଦ୍ଦେଶ୍ୟମୂଳକ ଶିକ୍ଷା ଅଛି ଯାହା ମୁଁ ଆଜି ସକାଳେ ବନ୍ଦ କରିବାକୁ ଚାହେଁ। ମୁଁ ବିଶ୍ୱାସ କରେ ଯେ ଆପଣ ଏହା ନାଟ୍ୟମୟ ଭାବିବେ ନାହିଁ; ଏହା ଇଚ୍ଛାକୃତ ହେବା ନିମନ୍ତେ ନୁହେଁ। କିନ୍ତୁ ଆମ୍ଭେମାନେ ଯାହା ବିଷୟରେ କହୁଅଛୁ ତାହାକୁ ମୁଁ ସମ୍ପୂର୍ଣ୍ଣ ଭାବରେ ସଜାଡ଼ିବାକୁ ଚାହୁଁଥିଲି। ରିକ୍, ସେମାନେ ତଳେ ଅଛନ୍ତି କି? ଭିତରକୁ ଆସ। ମୁଁ ଚାହେଁ ଆପଣମାନେ ଆପଣମାନଙ୍କର ପ୍ରତିଶୃତିର ଉଦ୍ଦେଶ୍ୟକୁ ଦେଖନ୍ତୁ। ମୁଁ ଚାହେଁ ଆପଣମାନେ ଏହିସବୁକୁ ସଂଖ୍ୟା ଭାବରେ ଦେଖନ୍ତୁ ନାହିଁ, କିନ୍ତୁ ମୂଲ୍ୟବାନ ଜୀବନ ଭାବରେ ଯିଏ ସ୍ୱର୍ଗ କିମ୍ବା ନର୍କରେ ଅନନ୍ତକାଳ ବାସ କରିବେ। ଏବଂ ପରମେଶ୍ଵର ସମଗ୍ର ପ୍ରକ୍ରିୟାରେ ହସ୍ତ ରଖିବା ନିମନ୍ତେ ଆମ୍ଭମାନଙ୍କୁ ସେହି ସ୍ଥିତିରେ ରଖିଅଛନ୍ତି। ଏକ ପ୍ରକାରେ ସେମାନେ ଜାଣନ୍ତି କାହିଁକି ସେମାନେ ଏଠାରେ ଅଛନ୍ତି। କିନ୍ତୁ ସେମାନେ ସମ୍ପୂର୍ଣ୍ଣ ନିଶ୍ଚିତ ନୁହଁନ୍ତି। ଶିଶୁପାଠଶାଳାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଥମ ଘଣ୍ଟାରେ ଆମ୍ଭମାନଙ୍କର ୧୦୦ ଲୋକ ଥିଲେ ଏବଂ ଏହି ଜନଗହଳିରେ ଯୋଗଦେବା ପାଇଁ, ଯଦି ଆପଣମାନେ କଲେଜ ମାଧ୍ୟମରେ ପ୍ରଥମ ଶ୍ରେଣୀରେ ପଢୁଛନ୍ତି, ଏବଂ ଯଦି ଆପଣ ଶୀଲୋ ହିଲସ୍ ଫେଲୋସିପ୍‍କୁ ଆପଣମାନଙ୍କର ଘୋରୋଇ ମଣ୍ଡଳୀ ବୋଲି ଭାବୁଅଛନ୍ତି, ମୁଁ ଚାହେଁ ଯେ ଦୟାକରି ଆପଣମାନେ ଛିଡ଼ା ହେଅନ୍ତୁ। ଏହିସବୁ ଆମ୍ଭମାନଙ୍କ ଜୀବନରେ ବିଚାରକର୍ତ୍ତା ପୁସ୍ତକର ଉଦ୍ଦେଶ୍ୟ ଅଟେ ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଛିଡ଼ା ହୋଇଅଛନ୍ତି, ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଆପଣଙ୍କ ଜୀବନରେ ଏକ ସମୟ ଆସିବ, ବୋଧହୁଏ ଏହା ପୂର୍ବରୁ ଆସିଅଛି। ଆପଣଙ୍କ ଜୀବନରେ ଏହିପରି ଏକ ସମୟ ଆସିବ ଯେଉଁଥିରେ ଆପଣ ନିଜ ନିମନ୍ତେ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଯୀଶୁ ଆପଣଙ୍କର ଯୀଶୁ ହେବେ କି ନାହିଁ। ଆପଣଙ୍କ ଜୀବନରେ ଏହିପରି ଏକ ସମୟ ଆସିବ ଯେଉଁଠାରେ ଆପଣ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଯିହୋବା ଅର୍ଥାତ୍ ସଦାପ୍ରଭୁ ଆପଣଙ୍କର ପରମେଶ୍ଵର ଏବଂ ଆପଣ ତାହାଙ୍କୁ ଅନୁସରଣ କରିବେ କି ନାହିଁ। ଏହିପରି ଏକ ସମୟ ଆସିବ ଯେଉଁଥିରେ କେବଳ ମା’ ଏବଂ ବାପା ଖ୍ରୀଷ୍ଟିୟାନ ହୋଇଥିବାର ଅର୍ଥ ନୁହେଁ ଯେ ଏହା ଆପଣଙ୍କ ନିମନ୍ତେ ଯଥାର୍ଥ ଅଟେ। ଏବଂ ଆପଣଙ୍କୁ ସେହି ନିଷ୍ପତ୍ତି ନେବାକୁ ପଡ଼ିବ। ଏବଂ ଆପଣମାନଙ୍କ ମଧ୍ୟରେ ଠିଆ ହୋଇଥିବା ପ୍ରତ୍ୟେକଙ୍କ ନିମନ୍ତେ ଆମ୍ଭମାନଙ୍କର ପ୍ରାର୍ଥନା ହେଉଛି ଯେ ଶେମା ଆପଣଙ୍କର ବିଶ୍ୱାସର ବକ୍ତବ୍ୟ ହେବ। ମୁଁ ମଣ୍ଡଳୀମାନଙ୍କରେ ସେବା କରିଆସୁଅଛି ଯେଉଁଠାରେ ପିଲାମାନଙ୍କୁ ସ୍ୱାଗତ କରନ୍ତି ନାହିଁ ତେଣୁ ସେମାନେ ଯାହା ଚାହାଁନ୍ତି ତାହା କହିପାରିବେ ଏବଂ ମୁଁ ଏହାକୁ ଭଲ ପାଏ। ଆପଣ ପ୍ରତ୍ୟେକଙ୍କ ନିମନ୍ତେ ଆମ୍ଭମାନଙ୍କର ପ୍ରାର୍ଥନା ଯେ ଦିନେ ଆପଣମାନେ କହିବେ, "ହେ ଇସ୍ରାଏଲ, ଶୁଣ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, ଏକମାତ୍ର ସଦାପ୍ରଭୁ ଅଟନ୍ତି, ଏଥିନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କୁ ପ୍ରେମ କରିବ।" ତାହା ହିଁ ଠିଆ ହୋଇଥିବା ପ୍ରତ୍ୟେକଙ୍କ ନିମନ୍ତେ ଆମ୍ଭମାନଙ୍କର ପ୍ରାର୍ଥନା। ଆମ୍ଭେମାନେ ଆପଣଙ୍କୁ ବହୁତ ଧନ୍ୟବାଦ ଦେଉଅଛୁ ଯେ ପରମେଶ୍ଵର ଆମ୍ଭମାନଙ୍କ ପରିବାରର ଏକ ଅଂଶ ହେବା ନିମନ୍ତେ ଆପଣମାନଙ୍କୁ ଆମ ପାଖକୁ ପଠାଇଛନ୍ତି। ଦୟାକରି ଅନ୍ୟ ସମସ୍ତେ ଠିଆ ହେବେ କି? ଯେଉଁମାନେ ଠିଆ ହୋଇଛନ୍ତି ସେମାନେ ଅଧିକାଂଶ ଲୋକମାନେ ବର୍ତ୍ତମାନ ଯୁଗର ଅଟନ୍ତି। ଏହା ଯିହୋଶୂୟଙ୍କ ବଂଶ ଏବଂ ଯିହୋଶୂୟଙ୍କ ପୁସ୍ତକ ଆପଣମାନଙ୍କୁ ପଚାରିବା ନିମନ୍ତେ ମୋତେ ଆହ୍ଵାନ କରେ: ଆପଣମାନେ ପ୍ରତିଶୃତି ଆବଶ୍ୟକୀୟ କରିବେ କି, ଯାହା ଦ୍ଵାରା ଯେପର୍ଯ୍ୟନ୍ତ ଏହା ଆପଣଙ୍କ ଉପରେ ନିର୍ଭର କରେ, ବିଚାରକର୍ତ୍ତାଙ୍କ ପୁସ୍ତକ ଏହି ପରବର୍ତ୍ତୀ ବଂଶକୁ ବର୍ଣ୍ଣନା କରିବ ନାହିଁ। ଶେମା ଅନୁସରଣ କରୁଥିବା ପଦଗୁଡ଼ିକ ସହିତ ଆପଣ ସହମତ ହେବେ କି ଯେ, ଏହା ହେଉଛି ପରବର୍ତ୍ତୀ ବଂଶ ନିମନ୍ତେ ଆପଣଙ୍କର ପ୍ରତିଶୃତି? ଯଦି ଏହା ଆପଣଙ୍କର ପ୍ରତିଶୃତି, ତେବେ ମୁଁ ଆଜି ସକାଳେ ବନ୍ଦ କରିବାକୁ ଚାହେଁ ଏବଂ ପରବର୍ତ୍ତୀ ବଂଶ ନିମନ୍ତେ ଏକ ପ୍ରତିଶୃତି ଭାବରେ ଆମ୍ଭେମାନେ ସମସ୍ତେ ଏକାଠି ଦ୍ୱିତୀୟ ବିବରଣ ୬:୬-୯ ପଢ଼ିବାକୁ ଚାହେଁ। ଆପଣ ଦୟାକରି ମୋ’ ସହିତ ପଢ଼ିବେ କି? "ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ଆପଣଙ୍କୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ। ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନ ପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କ ସଙ୍ଗେ ସେହି ବିଷୟରେ କଥାବାର୍ତ୍ତା କରିବ। ଆଉ ତୁମ୍ଭେ ଚିହ୍ନ ସ୍ଵରୂପ ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ଚକ୍ଷୁ ଦ୍ଵୟ ମଧ୍ୟରେ ଭୂଷଣ ସ୍ଵରୂପ ହେବ। ଆହୁରି ତୁମ୍ଭେ ଆପଣା ଗୃହଦ୍ଵାର ଚଉକାଠରେ ଓ ବାହର ଦ୍ଵାରରେ ତାହା ଲେଖିବ।" ମୋ’ର ପ୍ରାର୍ଥନା ଏହା ଯେ, ତାହା ପରବର୍ତ୍ତୀ ବଂଶ ନିମନ୍ତେ ଆମ୍ଭମାନଙ୍କର ପ୍ରତିଶୃତି ଅଟେ।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତା, ଆମ୍ଭେମାନେ ତାହା ବୁଝୁଅଛୁ ଯେ ତୁମ୍ଭର ଦୟା ଏବଂ ତୁମ୍ଭର ଅନୁଗ୍ରହରେ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ କ୍ଷମା ଏବଂ ପରିତ୍ରାଣ ରଖିଅଛ ଯାହା ଦ୍ଵରା ତୁମ୍ଭେ ଆମ୍ଭମାନଙ୍କୁ ଜଣ ପରେ ଜଣକୁ ଡାକି କୁହ, “ମୁଁ ତୁମ୍ଭମାନଙ୍କ ପରମେଶ୍ଵର ହେବି, ତୁମ୍ଭେମାନେ ମୋହର ଲୋକମାନଙ୍କ ଅଂ ହେବ କି?” ଆମ୍ଭେମାନେ ବୁଝୁଅଛୁ, ଯେ ଯେବେ ଆମ୍ଭେମାନେ ପରମେଶ୍ଵରଙ୍କ ପରିବାରରେ ଘୃହିତ ହୋଇଥାଉ, ଆମ୍ଭେମାନେ ଜଣେ ବ୍ୟକ୍ତି ଗୋଟିଏ ଥରରେ ଦ୍ୱାର ମଧ୍ୟଦେଇ ଯାଉ। ଏବଂ ମୋ’ ମାଁ ମୋ ସହ ଯାଇ ପାରିବେ ନାହିଁ, ମୋ’ ବାପା ମୋ’ ସହ ଯାଇ ପାରିବେ ନାହିଁ, ଶ୍ରୀ ଏବର୍ଲି ମୋ’ ସହିତ ଦ୍ଵାର ମଧ୍ୟଦେଇ ଯାଇପାରିବେ ନାହିଁ। ତାହା ମୋ’ର ନିଷ୍ପତ୍ତି ଅଟେ; ଏହା ଟାଇଲର୍, କିର୍ଷ୍ଟେନ୍, ହେଡେନ, ରିଆନ୍ ଏବଂ ବ୍ରେଣ୍ଟଙ୍କର ନିଷ୍ପତି ଅଟେ। ଏହା ହେଉଛି ଏହି ଯୁବା ବୟସ୍କ ଏବଂ ପିଲାମାନଙ୍କର ପ୍ରତ୍ୟେକଙ୍କ ନିଷ୍ପତ୍ତି। ପିତା, ଆମ୍ଭେମାନେ ପ୍ରାର୍ଥନା କରୁ ଯେ ତୁମ୍ଭେ ଆମ୍ଭମାନଙ୍କୁ ଏକ ପ୍ରକାର ମଣ୍ଡଳୀ ହେବାକୁ ଉତ୍ସାହିତ କର ଯେଉଁଠାରେ ପାପର ଏହି ବର୍ଣ୍ଣନାରେ ବିଚାରକର୍ତ୍ତାମାନଙ୍କର କୌଣସି ସ୍ଥାନ ନାହିଁ। ଆମ୍ଭେମାନେ କରୁଥିବା ସମସ୍ତ କାର୍ଯ୍ୟ ଏହି ବଂଶରେ ଏବଂ ପରବର୍ତ୍ତୀ ବଂଶମାନଙ୍କରେ ଆପଣଙ୍କୁ ସନ୍ତୁଷ୍ଟ ହେଉ। ଆମେନ୍।