୧୩.  ପରମେଶ୍ବର ରାଜା ଅଟନ୍ତି (୧ ଶାମୁୟେଲ)

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତା, ମନୁଷ୍ୟ ଶକ୍ତିର ଦୃଶ୍ୟ ଏବଂ ମନୁଷ୍ୟର ଇଚ୍ଛା ପରିବର୍ତ୍ତେ ଆପଣ ପ୍ରକୃତରେ ରାଜା ଅଟନ୍ତି, ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ସ୍ୱୀକାର କରୁଅଛୁ ଯେ ଆପଣ ରାଜା ଅଟନ୍ତି ଏବଂ ଆପଣ ଇତିହାସର ନିୟନ୍ତ୍ରଣରେ ଅଛନ୍ତି ଏବଂ ଇତିହାସ ସୃଷ୍ଟି କରୁଥିବା ପରି ଦେଖାଯାଉଥିବା ଲୋକମାନଙ୍କ ଉପରେ ଆପଣ ନିୟନ୍ତ୍ରଣ କରୁଅଛନ୍ତି। ପିତା, ସେଠାରେ ଅନେକ ବିଷୟ ଅଛି ଯାହାକୁ ଆମ୍ଭେମାନେ ବୁଝି ପାରୁନାହୁଁ, ଏହା କିପରି କାର୍ଯ୍ୟ କରେ ତାହା ଆମ୍ଭେମାନେ ବୁଝି ପାରୁନାହୁଁ, ଏକ ଉତ୍ତମ ଏବଂ ସର୍ବଶକ୍ତିମାନ ପରମେଶ୍ଵରଙ୍କ ଦ୍ୱାରା ପରିଚାଳିତ ବ୍ରହ୍ମାଣ୍ଡରେ ଏପରି ମନ୍ଦତା କିପରି ରହିପାରେ ତାହା ଆମ୍ଭେମାନେ ବୁଝି ପାରୁ ନାହୁଁ ଏବଂ ଏପର୍ଯ୍ୟନ୍ତ ଆମ୍ଭେମାନେ ବିଶ୍ଵାସ ଦ୍ଵାରା ଦୃଢ଼ କରିଥାଉ ଯେ ଆପଣ ସର୍ବଦା ଉତ୍ତମ ଅଟନ୍ତି ଓ ଆପଣ ରାଜା ଅଟନ୍ତି ତାହା ଆମ୍ଭେମାନେ ବିଶ୍ଵାସ କରୁ। ଆମ୍ଭେମାନେ ପ୍ରାର୍ଥନା କରୁ ଯେପରି ଆଜି ସକାଳେ ହାନ୍ନାଙ୍କ ଗୀତକୁ ବିଶେଷ ଭାବରେ ଦେଖୁ ଯେ ଆମ୍ଭେମାନେ ଦୋଷୀ କିମ୍ବା ଉତ୍ସାହିତ ହୋଇପାରୁ, ଯାହା ବି ହେଉ ନା କାହିଁକି, ଏବଂ ଆମ୍ଭେମାନେ ବୁଝୁଅଛୁ ଯେ ଆପଣ ସାର୍ବଭୌମ ଅଟନ୍ତି ଏବଂ ଆପଣ ଇତିହାସ ନିୟନ୍ତ୍ରଣରେ ଅଛନ୍ତି। ଯୀଶୁଙ୍କ ନାମରେ, ଆମେନ୍।

 ୧. ଶାମୁଏଲ - ଶେଷ ବିଚାରକର୍ତ୍ତା

ଇସ୍ରାଏଲର ଇତିହାସରେ ଶାମୁୟେଲ ଶେଷ ବିଚାରକର୍ତ୍ତା ଥିଲେ। ସେ ଜଣେ ଭବିଷ୍ୟ‌ଦ୍‌ବକ୍ତା ଏବଂ ଜଣେ ଯାଜକ ମଧ୍ୟ ଥିଲେ। ଏବଂ ଆପଣମାନଙ୍କ ବାଇବଲରେ ଶାମୁୟେଲଙ୍କ ପ୍ରଥମ ପୁସ୍ତକରେ, ଆମ୍ଭେମାନେ ତାହାଙ୍କ ଜୀବନ ବିଷୟରେ ଏବଂ ଇସ୍ରାଏଲର ପ୍ରଥମ ପ୍ରମୁଖ ରାଜା ଭାବରେ ଶାଉଲଙ୍କ ଜୀବନ ବିଷୟରେ ପଢ଼ିଅଛୁ ଏବଂ ଆମ୍ଭେମାନେ ଦାଉଦଙ୍କ ସହିତ ପରିଚିତ ହୋଇଅଛୁ, ଯିଏ ଇସ୍ରାଏଲର ଇତିହାସରେ ଦ୍ୱିତୀୟ ପ୍ରମୁଖ ରାଜା ହୋଇଥିଲେ। କିନ୍ତୁ ପ୍ରଥମ ଶାମୁୟେଲ ମଧ୍ୟ ଇସ୍ରାଏଲର ଇତିହାସରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସାକ୍ଷୀ ହୁଏ, କାରଣ ପ୍ରଥମ ଶାମୁୟେଲରେ ଆମ୍ଭେମାନେ ଥିଓଡିସି ଅର୍ଥାତ୍ ପରମେଶ୍ଵରଙ୍କ ରାଜତ୍ଵ କିମ୍ବା ଧର୍ମତନ୍ତ୍ରରୁ ରାଜତନ୍ତ୍ରକୁ ପରିବର୍ତ୍ତନ ହେବା ଦେଖୁ। ଇସ୍ରାଏଲ ଏକ ଥିଓଡିସି ଭାବରେ ପରିକଳ୍ପିତ ହୋଇଥିଲା, ଯାହା ପରମେଶ୍ଵରଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ସେ ନିଶ୍ଚିତ ଭାବରେ ବିଚାରକର୍ତ୍ତା, ଲୋକ ଏବଂ ଭବିଷ୍ୟ‌ଦ୍‌ବକ୍ତାଙ୍କ ଦ୍ଵାରା କାର୍ଯ୍ୟ କରିଥା'ନ୍ତେ, କିନ୍ତୁ ଜଣେ ଥିଓଡିସି ଅର୍ଥ ପରମେଶ୍ଵର ହେଉଛନ୍ତି ମୁଖ୍ୟ ବ୍ୟକ୍ତି। ଏବଂ ପ୍ରଥମ ଶାମୁୟେଲରେ ଆମେ ଥିଓଡିସିରୁ ରାଜତନ୍ତ୍ରକୁ ପରିବର୍ତ୍ତନ ହେବା ଦେଖୁ ଯେଉଁଠାରେ ଇସ୍ରାଏଲର ସନ୍ତାନମାନେ ସେମାନଙ୍କ ଉପରେ ଜଣେ ରାଜା ଚାହୁଁଥିଲେ, ସେମାନେ ପରମେଶ୍ଵରଙ୍କ ତତ୍ତ୍ୱ ଅଧୀନରେ ରହିବାକୁ ଚାହୁଁ ନ ଥିଲେ। ତେଣୁ ଏହା ଐତିହାସିକ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ, କିନ୍ତୁ ତତ୍ତ୍ୱଗତ ଭାବରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଏବଂ ଏହା ହେଉଛି ଇତିହାସରେ ପରମେଶ୍ଵରଙ୍କ ହସ୍ତକ୍ଷେପର ନାଟକ।

କ. ଶାମୁୟେଲଙ୍କ ଜନ୍ମ

୧ ଶାମୁୟେଲ ଇଲ୍‍କାନା ନାମକ ଜଣେ ବ୍ୟକ୍ତିଙ୍କ କାହାଣୀରୁ ଆରମ୍ଭ ହୁଏ ଯାହାର ଦୁଇଟି ସ୍ତ୍ରୀ ଥିଲେ, ପନିନ୍ନା ଏବଂ ହାନ୍ନା। ହାନ୍ନା ବନ୍ଧ୍ୟା ଥିଲେ; ହାନ୍ନା ସନ୍ତାନ ପ୍ରସବ କରିବାରେ ଅସମର୍ଥ ହେଲେ। ଏବଂ ଆପଣ ଯେପରି କଳ୍ପନା କରିପାରନ୍ତି, ଜଣକର ଦୁଇଟି ସ୍ତ୍ରୀଥିବେ ଏବଂ ଶୁଖୀ ଘର ସଂସାର କରି ନ ଥିଲା, ସେହି ଜଣକର ଯାହାର କୌଣସି ସନ୍ତାନ ନ ଥିଲା। ପ୍ରଭୁଙ୍କୁ ବଳିଦାନ ଦେବା ନିମନ୍ତେ ଇଲ୍‍କାନା ଏବଂ ତାଙ୍କ ପରିବାର ପ୍ରତିବର୍ଷ ଶୀଲୋକୁ ଯାଇଥିଲେ ଏବଂ ୧ ଶାମୁୟେଲ ୧ ପର୍ବରେ, ଆମ୍ଭେମାନେ ସେମାନଙ୍କୁ ଶୀଲୋକୁ ଯାତ୍ରା କରିବାର ଦେଖୁ ଏବଂ ହାନ୍ନାଙ୍କ ପ୍ରାର୍ଥନା କରିବାର କାହାଣୀ ଦେଖୁ। ଏହା ଏକ ସୁନ୍ଦର ପ୍ରାର୍ଥନା ଅଟେ, ୧ ଶାମୁୟେଲ ୧ ପର୍ବ ୯ ପଦରୁ ଆରମ୍ଭ କରି, “ଏହିରୂପେ ଏକ ସମୟରେ ସେମାନେ ଶୀଲୋରେ ଭୋଜନପାନ ସମାପ୍ତ କଲା ଉତ୍ତାରେ ହାନ୍ନା ଉଠିଲା। ସେସମୟରେ ଏଲି ଯାଜକ ସଦାପ୍ରଭୁଙ୍କ ମନ୍ଦିର-ଦ୍ଵାରବନ୍ଧ ନିକଟସ୍ଥ ଆପଣା ଆସନରେ ବସିଥିଲେ। ପୁଣି ହାନ୍ନା ତିକ୍ତମନା ହୋଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଅତିଶୟ ରୋଦନ କଲେ। ପୁଣି ସେ ଏକ ମାନତ ମନାସି କହିଲା; ହେ ସୈନ୍ୟାଧିପତି ସଦାପ୍ରଭୋ, ଯେବେ ତୁମ୍ଭେ ଆପଣା ଦାସୀର ଦୁଖଃ ପ୍ରତି ନିତାନ୍ତ ଦୃଷ୍ଟିପାତ କରିବ ଓ ମୋତେ ସ୍ମରଣ କରି ଆପଣା ଦାସୀକି ପାସୋରିବ ନାହିଁ, ମାତ୍ର ଆପଣା ଦାସୀକି ଗୋଟିଏ ପୁରୁଷ-ସନ୍ତାନ ଦେବ, ତେବେ ମୁଁ ତାହାର ଯାବଜ୍ଜୀବନ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବି ଓ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ।“ ଅନ୍ୟ ଅର୍ଥରେ, ସେ ଜଣେ ନାଜରିତୀୟ ଶପଥ ଗ୍ରହଣ କରିବେ ଏବଂ ସାରା ଜୀବନ ପରମେଶ୍ଵରଙ୍କ ନିକଟରେ ଉତ୍ସର୍ଗୀକୃତ ହେବେ। ଏବଂ ୧୨ ପଦରେ, ବୋଧହୁଏ ସେ ତାଙ୍କ ପ୍ରାର୍ଥନାରେ ଏତେ ଭାବବିହ୍ବଳ ଥିଲେ ଯେ ଯାଜକ ଭାବିଲେ ଯେ ସେ ମତ୍ତ ହୋଇଅଛନ୍ତି। “ଏହିରୂପେ ସେ ସଦାପ୍ରଭୁଙ୍କ ସାକ୍ଷାତରେ ପ୍ରାର୍ଥନା କରୁଥିବା ସମୟରେ ଏଲି ତାହାର ମୁଖକୁ ଅନାଇଲେ। ସେସମୟରେ ହାନ୍ନା ଆପଣା ମନେ ମନେ କଥା କହୁଥିଲା; କେବଳ ତାହାର ଓଷ୍ଠ ହଲୁଥିଲା, ମାତ୍ର ତାହାର ରବ ଶୁଣାଯାଉ ନ ଥିଲା; ତେଣୁ ସେ ମତ୍ତ ହୋଇଥିବ ବୋଲି ଏଲି ବିଚାର କଲେ। ତହିଁରେ ଏଲି ତାହାଙ୍କୁ କହିଲେ, ‘ତୁମ୍ଭେ କେତେ କାଳ ମତ୍ତ ହୋଇଥିବ? ତୁମ୍ଭ ଦ୍ରାକ୍ଷାରସ ତୁମ୍ଭଠାରୁ ଦୂର କର।’“ ବୋଧହୁଏ ଏଲିଙ୍କୁ ନିଜ ବିଷୟରେ ବହୁତ ଭଲ ଲାଗିଲା। “ଏଥିରେ ହାନ୍ନା ଉତ୍ତର ଦେଇ କହିଲା, ‘ନା, ମୋହର ପ୍ରଭୁ, ମୁଁ ଦୁଖିଃନୀ ସ୍ତ୍ରୀ; ମୁଁ ଦ୍ରାକ୍ଷାରସ କି ମଦ୍ୟପାନ କରି ନାହିଁ, ମାତ୍ର ସଦାପ୍ରଭୁଙ୍କ ସମୁଖରେ ମୁଁ ଆପଣା ପ୍ରାଣ (ବେଦନା) ଢ଼ାଳୁଥିଲି। ଆପଣା ଦାସୀକି ପାପାଧମର କନ୍ୟା ବୋଲି ଜ୍ଞାନ ନ କର; ମୁ ଆପଣା ଚିନ୍ତା ଓ ବିରକ୍ତିର ବାହୁଲ୍ୟ ହେତୁରୁ ଏପର୍ଯ୍ୟନ୍ତ କଥା କହୁଥିଲି।’ ତହିଁରେ ଏଲି ଉତ୍ତର ଦେଇ କହିଲେ, କୁଶଳରେ ଯାଅ; ଯାହା ତୁମ୍ଭେ ମାଗିଲ, ଇସ୍ରାଏଲର ପରମେଶ୍ଵର ତୁମ୍ଭର ସେହି ନିବେଦନ ଅନୁସାରେ ତୁମ୍ଭଙ୍କୁ ଦେଉନ୍ତୁ।“ ହାନ୍ନାଙ୍କର ସନ୍ତାନ ହୋଇପାରି ନ ଥା'ନ୍ତା ଏବଂ ପ୍ରାଚୀନ କାଳରେ ବନ୍ଧ୍ୟା ହେବା ଅପେକ୍ଷା ଅଧିକ ଅଭିଶାପର ବିଷୟ କିଛି ନ ଥିଲା। ଏହା ତୁମ୍ଭ ଉପରେ ପରମେଶ୍ଵର ଅସନ୍ତୁଷ୍ଟ ହେବାର ସଙ୍କେତ ଭାବରେ ବ୍ୟାଖ୍ୟା କରାଯାଇଥିଲା। ତେଣୁ ତାହାଙ୍କର କୌଣସି ସନ୍ତାନ ନ ଥିଲା, ସେ ତାଙ୍କ ସ୍ୱାମୀଙ୍କ ଅନ୍ୟ ସ୍ତ୍ରୀଙ୍କ ସଙ୍ଗେ ସନ୍ତାନ ପାଇ ପାରିଲା ନାହିଁ। ମୋତେ ଲାଗୁଛି ମୋନୋଗାମି ଅର୍ଥାତ୍ ବିବାହ ପ୍ରଥା ନିମନ୍ତେ ଏହା ଭଲ ଯୁକ୍ତି। କିନ୍ତୁ ସେ ଜାଣେ କାହା ପାଖକୁ ଯିବା ଉଚିତ, ସେ ନୁହେଁ କି? ସେ ସଦାପ୍ରଭୁଙ୍କ ଆଡ଼କୁ ମୁହାଁଇଲା ଏବଂ ସେ ନିଜ ପ୍ରାଣ ବେଦନାକୁ ଢ଼ାଳିଲେ ଏବଂ ସେ ଏହାକୁ ଏତେ ଶକ୍ତି ଏବଂ ଏତେ ବଡ଼ ବିରକ୍ତିରେ କଲେ ଯେ ଏଲି ଭାବନ୍ତି ସେ ମଦ୍ୟପାନ କରିଅଛନ୍ତି। ମୁଁ ଆଶ୍ଚର୍ଯ୍ୟ ଯେ ପ୍ରଭୁଙ୍କ ନିକଟରେ ମୋ'ର ପ୍ରାର୍ଥନାରେ ମୁଁ ଏତେ ହତାଶ ହୋଯାଇଥା’ନ୍ତି କି କେହି ଭାବିବେ ଯେ ମୁଁ ମଦ୍ୟପାନ କରିଅଛି କିମ୍ବା ମୁଁ ଜଣେ ପାଗଳ ବୋଲି।

ହାନ୍ନା ଶୀଲୋ ଛାଡ଼ି, ଘରକୁ ଚାଲିଯାଆନ୍ତି, ଏବଂ ଏଲିଙ୍କ କଥା ସତ ଅଟେ। ଶାମୁୟେଲଙ୍କର ଜନ୍ମ ହେଲା ଏବଂ ଯେତେବେଳେ ଶାମୁୟେଲ ବୃଦ୍ଧି ପାଇ ତାଙ୍କ ମା' ବିନା ନିଜେ ବଞ୍ଚିବାକୁ ସକ୍ଷମ ହେଲେ, ସେମାନେ ଶୀଲୋକୁ ଫେରିଯାଆନ୍ତି ଏବଂ ହାନ୍ନା ଏଲିକୁ ଖୋଜିବାକୁ ଲାଗେ, ଏବଂ ସେ ତାହାଙ୍କୁ ଖୋଜି ପାଆନ୍ତି। ୧ ପର୍ବର, ୨୬ ପଦରେ, ଆମ୍ଭେମାନେ ପଢୁ, “ତହିଁରେ ସେ ସ୍ତ୍ରୀ କହିଲା; ହେ ମୋହର ପ୍ରଭୋ, ତୁମ୍ଭ ପ୍ରାଣ ଜୀବିତ ଥିବା ପ୍ରମାଣେ, ହେ ମୋହର ପ୍ରଭୋ, ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଏହି ସ୍ଥାନରେ ତୁମ୍ଭ ସମ୍ମୁଖରେ ଠିଆ ହୋଇଥିଲା, ମୁଁ ସେହି।" ଅନ୍ୟ ଅର୍ଥରେ, ଆପଣ ଯେଉଁ ସ୍ତ୍ରୀଙ୍କୁ ମଦ୍ୟପାନ କରିଥିବା ଭାବିଥିଲ ତାଙ୍କୁ କି ମନେପକାଅ? ସେ ମୁଁ! “ଏହି ବାଳକ ନିମନ୍ତେ ମୁଁ ପ୍ରାର୍ଥନା କରିଥିଲି; ଆଉ ମୁଁ ଯାହା ମାଗିଥିଲି, ସଦାପ୍ରଭୁ ମୋହର ସେହି ନିବେଦନ ଅନୁସାରେ ମୋତେ ଦେଇଅଛନ୍ତି। ଏଣୁ ମୁଁ ମଧ୍ୟ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିବେଦନ କଲି; ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିବେଦିତ ହେଲା।” ଏହା ଏକ ମହାନ କାହାଣୀ, ଜଣେ ମହିଳାଙ୍କ ବିଷୟରେ ଯିଏ ତାଙ୍କ ପରମେଶ୍ଵରଙ୍କ ଆଗରେ ହତାଶ ହେଲେ, ଏବଂ ପରମେଶ୍ଵର ତାଙ୍କ ପ୍ରାର୍ଥନାର ଉତ୍ତର ଦିଅନ୍ତି ଏବଂ ସେ ସ୍ତ୍ରୀ ତାଙ୍କ ଶପଥ ପାଳନ କରନ୍ତି। ବୋଧହୁଏ ଏହା କରିବା ଏକ ସହଜ ବିଷୟ ନୁହେଁ, ଏହା ହୋଇଥା'ନ୍ତା କି? ଆପଣ ଏକ ପୁତ୍ରକୁ ଏତେ ଆଶାଶୁନ୍ୟ ଭାବରେ ଚାହୁଁଥିଲେ ଏବଂ ତା'ପରେ ଯେବେ ଆପଣ ଆପଣଙ୍କ ଶପଥ ପାଳନ କରିବାକୁ ତାଙ୍କୁ ପ୍ରାପ୍ତ କରନ୍ତି ପୁଣି ସଦାପ୍ରଭୁଙ୍କ ସେବାରେ ସମର୍ପଣ କରନ୍ତି। କିନ୍ତୁ ସେ ତାହା କଲେ ଏବଂ ଶାମୁୟେଲ ରହିଲେ ଏବଂ ଏଲିଙ୍କ ସହିତ ମନ୍ଦିରରେ ବଢ଼ିଲେ।

 ଖ. ହାନ୍ନାଙ୍କର ପ୍ରଶଂସା ଗୀତ

ମୁଁ ଭାବୁଛି, ୨ ପର୍ବ ହେଉଛି ପ୍ରଥମ ଶାମୁୟେଲର ସବୁଠାରୁ ଏକ ଗୁରୁତ୍ଵପୁର୍ଣ୍ଣ ପର୍ବ ଏବଂ ବୋଧହୁଏ ସମସ୍ତ ପ୍ରଥମ ଏବଂ ଦ୍ଵିତୀୟ ଶାମୁୟେଲର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ଯେହେତୁ ପ୍ରଥମ ଶାମୁୟେଲ ୨ ପର୍ବରେ ଆମ୍ଭେମାନେ ହାନ୍ନାଙ୍କ ପ୍ରାର୍ଥନା ଦେଖୁଅଛୁ। ଏହା ପ୍ରକୃତରେ ପରମେଶ୍ଵରଙ୍କୁ ପ୍ରଶଂସା କରିବାର ଏକ ଗୀତ ଯାହା ସେ ତାହାଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ପରମେଶ୍ଵର ତାହାଙ୍କ ନିମନ୍ତେ ଯାହା କରିଅଛନ୍ତି ତାହାକୁ ଦୃଷ୍ଟିରେ ରଖି ସେ ପ୍ରଶଂସା କରି ଉଠିଲେ, ଏବଂ ଯେବେ ଆମ୍ଭେମାନେ ଏହି ପଦଗୁଡ଼ିକ ଦେଖୁ, ଆମ୍ଭେମାନେ ହାନ୍ନା ଯାହା ଶିଖିଲେ ତାହା ଦେଖିପାରିବା। ଏବଂ ସେହି ପ୍ରଶ୍ନକୁ ମୁଁ ଆପଣମାନଙ୍କ ଧ୍ୟାନକେନ୍ଦ୍ର କରିବାକୁ ଚାହେଁ: ହାନ୍ନା କ’ଣ ଶିଖିଲେ? ପରମେଶ୍ଵରଙ୍କ ହସ୍ତକ୍ଷେପରେ ଜୀବନର ଅନୁଭୂତି କ’ଣ ଥିଲା ଯାହା ତାହାଙ୍କୁ ନିଜ ବିଷୟରେ ଶିଖିବାର ଏବଂ ପରମେଶ୍ଵରଙ୍କ ବିଷୟରେ ଶିଖିବାର କାରଣ ହେଲା? ଏବଂ ତେଣୁ ୨ ପର୍ବର ୧ ପଦରେ, ସେ ଘୋଷଣା କରିବା ଆରମ୍ଭ କଲେ ଯେ ସେ ଯାହା ଅଛି ତାହା ସହିତ ପରମେଶ୍ଵରଙ୍କୁ ପ୍ରଶଂସା କରିବାକୁ ଯାଉଅଛନ୍ତି। ଏବଂ ହାନ୍ନା ପ୍ରାର୍ଥନା କରି କହିଲା, “ମୋହର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହାଉଲ୍ଲାସ କରୁଅଛି, ସଦାପ୍ରଭୁଙ୍କଠାରେ ମୋହର ଶୃଙ୍ଗ ଉନ୍ନତ ହୋଇଅଛି; ମୋହର ମୁଖ ମୋର ଶତ୍ରୁମାନଙ୍କ ନିକଟରେ ଫିଟିଅଛି; ଯେହେତୁ ମୁଁ ତୁମ୍ଭ ପରିତ୍ରାଣରେ ଆନନ୍ଦ କରେ।” ହାନ୍ନା କହୁଅଛନ୍ତି, “ମୁଁ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ଯାଉଅଛି ଏବଂ ମୋହର ଯାହା ଅଛି, ମୋହର ହୃଦୟ, ଶକ୍ତି ଏବଂ ମୋ ମୁଖରେ ମୁଁ ତାଙ୍କୁ ପ୍ରଶଂସା କରିବାକୁ ଯାଉଅଛି।” ତା’ପରେ ସେ ବାଇବଲ ଦ୍ୱାରା ନିର୍ଦ୍ଧାରିତ ଆଚରଣରେ ପରମେଶ୍ଵରଙ୍କ ପ୍ରଶଂସା କରନ୍ତି “ପରମେଶ୍ଵରଙ୍କ ପ୍ରଶଂସା ହେଉ” କହିବା ପ୍ରଶଂସା ନୁହେଁ, ଠିକ୍? ସେ କିଏ ଏବଂ ତା’ପରେ ସେ ଯାହା କରିଅଛନ୍ତି ତାହା ଘୋଷଣା କରିବା ହେଉଛି ପରମେଶ୍ଵରଙ୍କ ପ୍ରଶଂସା କରିବା। ତାହା ହେଉଛି ପ୍ରଶଂସା। ତେଣୁ ୧ ପଦ ହେଉଛି ପ୍ରଶଂସା କରିବା ନିମନ୍ତେ ଆହ୍ବାନ। ସେ କହନ୍ତି, “ମୋର ଯାହା ଅଛି, ସେଥିରେ ମୁଁ ତାହାଙ୍କୁ ପ୍ରଶଂସା କରିବାକୁ ଯାଉଅଛି।

ବର୍ତ୍ତମାନ ମତେ ପମେଶ୍ଵରଙ୍କୁ ପ୍ରଶଂସା କରିବାକୁ ଦିଅ ଯେହେତୁ ସେ କିଏ ଅଟନ୍ତି,”  ୨ ଏବଂ ୩ ପଦଗୁଡ଼ିକ। “ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ। ଯେହେତୁ ତୁମ୍ଭ ଭିନ୍ନ ଆଉ କେହି ନାହିଁ। କିଅବା ଆମ୍ଭମାନଙ୍କ ପରମେଶ୍ଵରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ। ଏପରି ଅତି ଅହଙ୍କାରରେ ଆଉ କଥା ନ କୁହ; ତୁମ୍ଭମାନଙ୍କ ମୁଖରୁ ଦାମ୍ଭିକତା ନିର୍ଗତ ନ ହେଉ; କାରଣ ସଦାପ୍ରଭୂ ସର୍ବଜ୍ଞ ପରମେଶ୍ଵର ଅଟନ୍ତି, ତାହାଙ୍କ ଦ୍ଵାରା ସକଳ କ୍ରିୟା ତୌଲାଯାଏ।” ପ୍ରଥମ ଆଦେଶର କି ସୁନ୍ଦର ପୁନଃପ୍ରମାଣ। ଏକ ସୁନ୍ଦର ପୁନଃପ୍ରମାଣ ଯେ କେବଳ ଏକମାତ୍ର ପରମେଶ୍ଵର ଅଛନ୍ତି ଏବଂ ହାନ୍ନାଙ୍କ ଜୀବନରେ ସେ ତାଙ୍କୁ ଅନ୍ୟ ତଥା କଥିତ ଦେବତାମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉ ନାହାଁନ୍ତି। ହାନ୍ନାଙ୍କ ଜୀବନରେ କୌଣସି ଦେବତାର ଉତ୍ସର୍ଗୀକୃତ ମନ୍ଦିର ନାହିଁ। ସେଠାରେ ଦେବତାମାନଙ୍କର ଏକ ସଂଗ୍ରହ ନାହିଁ, ହୁଏତ ଯାହା ଉପରେ ଯିହୋବା ଅର୍ଥାତ୍ ସଦାପ୍ରଭୁ ଏବଂ ପରେ ଅନ୍ୟ ସମସ୍ତ ଦେବତା ଯାହାଙ୍କୁ ସେ ମଧ୍ୟ ପୂଜା କରନ୍ତି। କେବଳ ଏକମାତ୍ର ପରମେଶ୍ଵର ଅଛନ୍ତି। “ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ; ଯେହେତୁ ତୁମ୍ଭ ଭିନ୍ନ ଆଉ କେହି ନାହିଁ।” ଏବଂ ତା’ପରେ ହାନ୍ନା ଶୈଳର ସୁନ୍ଦର ଉପମାକୁ ବ୍ୟବହାର କରିବାକୁ ଗଲେ, ଏକ ଉପମା ଯାହା ବାଇବଲରେ ଦେଖାଯାଏ, ବିଶେଷ କରି ପୂରାତନ ନିୟମରେ ଏବଂ ଯେବେ ସେ ଘୋଷଣା କରନ୍ତି ଯେ ଆମ୍ଭମାନଙ୍କ ପରମେଶ୍ଵରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ, ସେ ଘୋଷଣା କରୁଛନ୍ତି ଯେ ପରମେଶ୍ଵରଙ୍କଠାରେ ହିଁ ମୁଁ ମୋର ସୁରକ୍ଷା ପାଇଅଛି। ଏହା ପରମେଶ୍ଵର ଅଟନ୍ତି ଯାହାଙ୍କଠାରେ ମୁଁ ସୁରକ୍ଷା ଏବଂ ଶକ୍ତି ଏବଂ ସ୍ଥିରତା ଏବଂ ଆଶ୍ରୟ ପାଇଅଛି। ପରମେଶ୍ଵର ମୋହର ଶୈଳ, ସେ ମୋହର ପରିତ୍ରାଣ ଏବଂ ସେ ଘୁଞ୍ଚିବେ ନାହିଁ। ପରମେଶ୍ଵର କିଏ ଅଟନ୍ତି ଏହାର ଆଶ୍ଚର୍ଯ୍ୟ ଘୋଷଣା ଯେ ସେଠାରେ କେବଳ ଏକମାତ୍ର ପରମେଶ୍ଵର ଅଛନ୍ତି ଏବଂ ସେ ତାହାଙ୍କ ସନ୍ତାନମାନଙ୍କ ନିମନ୍ତେ ଶୈଳ ଅଟନ୍ତି।

କିନ୍ତୁ ୩ ପଦରେ, ସେ ଆହୁରି ମଧ୍ୟ କହିଅଛନ୍ତି ଯେ ପରମେଶ୍ଵର ନ୍ୟାୟବାନ ପରମେଶ୍ଵର ଏବଂ ସେ  ସର୍ବୋଚ୍ଚ ବିଚାରକର୍ତ୍ତା ଅଟନ୍ତି ଏବଂ ଶେଷରେ ସେ ଯାହା ଜାଣନ୍ତି ତାହା ଦ୍ୱାରା ସେ ବିଚାର କରିବେ। ବିଶେଷକରି ଗୀତର ତତ୍ତ୍ୱ ବିକାଶ ହେତୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରମେଶ୍ଵର ଯେ ବିଚାରକର୍ତ୍ତା ଅହଂକାର ଦ୍ୱାରା ପ୍ରଭାବିତ ହେବେ ନାହିଁ ଏବଂ ଯେବେ ଆମ୍ଭେମାନେ ଶାଉଲଙ୍କ ଜୀବନକୁ ଦେଖୁ ଆମ୍ଭେମନେ ଜାଣୁ ଯେ, ମନୁଷ୍ୟର ସଫଳତା ଦ୍ୱାରା ପରମେଶ୍ଵରଙ୍କ ବିଚାର ପ୍ରଭାବିତ ହେବ ନାହିଁ, କିନ୍ତୁ ପରମେଶ୍ଵର ଜାଣନ୍ତି ସତ୍ୟ କ’ଣ ଏବଂ ସେ ଯାହା ସତ୍ୟ ବୋଲି ଜାଣନ୍ତି ତାହା ଉପରେ ଆଧାର କରି ବିଚାର କରିବେ। ପରମଶ୍ଵର କିଏ ବୋଲି ପ୍ରଶଂସା କରିବାର ଏକ ଅଦ୍ଭୁତ ବକ୍ତବ୍ୟ।

କିନ୍ତୁ ତାହା କରିସାରିଲା ପରେ ସେ ପ୍ରଶଂସାର ପରବର୍ତ୍ତୀ ପର୍ଯ୍ୟାୟକୁ ଯାଏ ଏବଂ ତାହା ପରମେଶ୍ଵରଙ୍କୁ ପ୍ରଶଂସା କରିବା ଯାହା ୪ ପଦରେ ପରମେଶ୍ଵର କରିଅଛନ୍ତି ଏବଂ ପରିବର୍ତ୍ତି ପଦଗୁଡ଼ିକରେ କରିଅଛନ୍ତି। ଏବଂ ହାନ୍ନା ଯାହା ଘୋଷଣା କରିବାକୁ ଯାଉଛନ୍ତି ତାହା ହେଉଛି ପରମେଶ୍ଵରଙ୍କ ଅନୁଗ୍ରହରେ, ତାହାଙ୍କ ସାର୍ବଭୌମତ୍ୱରେ, ସେ କେତେକଙ୍କୁ ଆଶୀର୍ବାଦ କରିବାକୁ ଏବଂ ଅନ୍ୟମାନଙ୍କୁ ଅଭିଶାପ ଦେବାକୁ ପସନ୍ଦ କରନ୍ତି। ବର୍ତ୍ତମାନ ଅଭିଶାପ ଏବଂ ଆଶୀର୍ବାଦର ଭାଷା ପ୍ରକୃତରେ ହାନ୍ନାଙ୍କ ଗୀତରେ ଦେଖାଦିଏ ନାହିଁ, ଯଦିଓ ଏହା ବାଇବଲ ମାଧ୍ୟମରେ ହୋଇଆସୁଅଛି। ଏକ ସମୟ ଅଛି ଯେଉଁଥିରେ ଇସ୍ରାଏଲୀୟମାନେ ଦେଶକୁ ଜୟ କଲେ ଏବଂ ସେମାନେ ଦୁଇଟି ପର୍ବତକୁ ଗଲେ ଏବଂ ଅର୍ଦ୍ଧେକ ଗୋଷ୍ଠୀ ଗୋଟିଏ ପର୍ବତରେ ପରମେଶ୍ଵରଙ୍କ ଆଶୀର୍ବାଦ ବିଷୟରେ କହୁଥିଲେ, ଏବଂ ଅନ୍ୟ ଅର୍ଦ୍ଧେକ ଗୋଷ୍ଠୀ ଅନ୍ୟ ପର୍ବତରେ ଥିଲେ ଏବଂ ଯେଉଁମାନେ ଅବାଧ୍ୟ ହେବେ ସେମାନଙ୍କ ଉପରେ ପରମେଶ୍ଵରଙ୍କ ଅଭିଶାପ ଘୋଷଣା କରୁଥିଲେ। ଆଶୀର୍ବାଦ ଏବଂ ଅଭିଶାପର ବିଷୟବସ୍ତୁ ପୂରାତନ ନିୟମ ମାଧ୍ୟମରେ ଏହି ସମୟ ପର୍ଯ୍ୟନ୍ତ ଚାଲିଆସିଅଛି। ସେ ପ୍ରକୃତ ଶବ୍ଦ ବ୍ୟବହାର କରନ୍ତି ନାହିଁ କିନ୍ତୁ ସେ ତାହା ହିଁ କହୁଛଅନ୍ତି। କାରଣ ସେ ଭାଗ୍ୟର ଓଲଟା ବିଷୟରେ କହୁଛନ୍ତି ଏବଂ ପରମେଶ୍ଵର ତାହାଙ୍କ ଅନୁଗ୍ରହରେ ଏବଂ ତାହାଙ୍କ ସାର୍ବଭୌମତ୍ୱରେ ଶକ୍ତିଶାଳୀ ଏବଂ ଲୋକମାନଙ୍କ ଭାଗ୍ୟକୁ ଓଲଟାଇବା ନିମନ୍ତେ ଅଧିକାରୀ ଅଟନ୍ତି। ଏବଂ ହାନ୍ନା ତୁଳନାରେ ପ୍ରଭେଦ ସାତୋଟି ଦଳକୁ ଘୋଷଣା କରିବା ଯାଉଅଛନ୍ତି ପ୍ରଥମଟି ଶକ୍ତିଶାଳୀ ଏବଂ ଦୁର୍ବଳ ଧାରଣା ସହିତ ପରମେଶ୍ଵର ଶକ୍ତିଶାଳୀମାନଙ୍କୁ ନେଇ ସେମାନଙ୍କୁ ଦୁର୍ବଳ କରିଦେଲେ, ଏବଂ ପରମେଶ୍ଵର ଦୁର୍ବଳମାନଙ୍କୁ ନେଇ ଶକ୍ତିଶାଳୀ କରିଅଛନ୍ତି। ସେ ଲୋକଙ୍କ ଭାଗ୍ୟକୁ ଓଲଟପାଲଟ କରିବାରେ ସକ୍ଷମ ଅଟନ୍ତି। ଏବଂ ତେଣୁ ଭିନ୍ନତାଗୁଡ଼ିକ ହେଲା ସବଳ ଏବଂ ଦୁର୍ବଳ, ପରିତୃପ୍ତ ଏବଂ କ୍ଷୁଧିତ, ବନ୍ଧ୍ୟା ଏବଂ ଉତ୍ପାଦନକ୍ଷମ, ମୃତ ଏବଂ ସଜୀବ, ଅସୁସ୍ଥ ଏବଂ ସୁସ୍ଥ, ଗରିବ ଏବଂ ଧନୀ, ନତ ଏବଂ ଉନ୍ନତ। ଆସନ୍ତୁ ଅନ୍ୟ ପଦଗୁଡ଼ିକ ଦେଖିବା। “ବୀରମାନଙ୍କର ଧନୁ ଭଙ୍ଗାଯାଇଅଛି ଓ ଝୁଣ୍ଟି ପଡ଼ିବା ଲୋକମାନଙ୍କର କଟି ବଳରେ ବନ୍ଧାଯାଇଅଛି। ଯେଉଁମାନେ ପରିତୁପ୍ତ ଥିଲେ, ସେମାନେ ଆପେ ଖାଦ୍ୟ ନିମନ୍ତେ ବେତନଜୀବୀ ହୋଇଅଛନ୍ତି ଓ ଯେଉଁମାନେ କ୍ଷୁଧିତ ଥିଲେ, ସେମାନେ ବିଶ୍ରାମ ପାଇଅଛନ୍ତି; ହଁ ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି ଓ ଯାହାର ଅନେକ ସନ୍ତାନସନ୍ତତି ଥିଲେ, ସେ ନିସ୍ତେଜ ହେଉଅଛି। ସଦାପ୍ରଭୁ ମୃତ୍ୟୁ ଘଟାନ୍ତି ଓ ସଜୀବ କରାନ୍ତି; ସେ ପାତାଳକୁ (ନର୍କ) ଓହ୍ଲାଇ ଆଣନ୍ତି ଓ ଉପରକୁ ଉଠାଇ ନିଅନ୍ତି।“ ତାହା ହିଁ ଅସୁସ୍ଥ ଏବଂ ସମ୍ପୂର୍ଣ୍ଣ ବିପରୀତ ଅଟେ। "ସଦାପ୍ରଭୁ ନିର୍ଦ୍ଧନ କରନ୍ତି ଓ ଧନବାନ କରନ୍ତି; ସେ ନତ କରନ୍ତି, ସେ ମଧ୍ୟ ଉନ୍ନତ କରନ୍ତି।" ଏବଂ ତା’ପରେ ସେ ଧନୀତା ଉପରେ ଗୁରୁତ୍ୱାରୋପ କରନ୍ତି। ସେ କୁଳୀନମାନଙ୍କ ସଙ୍ଗେ ବସାଇବା ପାଇଁ ଧୂଳିରୁ ଦୀନହୀନକୁ ଉଠାନ୍ତି ଓ ଦରିଦ୍ରକୁ ଖତରାଶିରୁ ଉନ୍ନତ କରନ୍ତି।“ ମୁଁ ଶୀଘ୍ର ପିତାମାତା ଭାବରେ ଯୋଡ଼ିବା ଆବଶ୍ୟକ ଯେ ଅସୁସ୍ଥ କିମ୍ବା ଭୋକିଲା ସମସ୍ତେ ଦୁଷ୍ଟ ନୁହଁନ୍ତି। ତାହା ଏଠାରେ ଶିକ୍ଷା ଦିଆଯାଉ ନାହିଁ। କିନ୍ତୁ ଯାହା ଶିକ୍ଷା ଦିଆଯାଉଅଛି ତାହା ହେଉଛି ଯେ ପରମେଶ୍ଵର ନିୟନ୍ତ୍ରଣରେ ଅଛନ୍ତି ଏବଂ ସେ ଯାହା କରିବାକୁ ଚାହାଁନ୍ତି ସେ ହୃଷ୍ଟଚିତ୍ତ ଭାବରେ କରିପାରିବେ। ଏବଂ ଯଦି ଏହାର ଅର୍ଥ ହେଉଛି ଲୋକଙ୍କ ଭାଗ୍ୟକୁ ଓଲଟପାଲଟ କରିବା, ଏହା ତାହାଙ୍କ ସାର୍ବଭୌମତ୍ୱ ଏବଂ ଦୟାଳୁତା ମଧ୍ୟରେ ତାହା ହୁଏ।

ବର୍ତ୍ତମାନ ଆପଣ ଭାବୁଥିବେ, “କିପରି? ସେ କିପରି ଭାବନ୍ତି ଯେ ସେ ଏହା କରିପାରିବେ? ପରମେଶ୍ଵର କାହିଁକି ଭାବନ୍ତି ଯେ ସେ ଲୋକମାନଙ୍କ ଭାଗ୍ୟକୁ ଓଲଟପାଲଟ କରି ପାରିବେ?” ଠିକ୍ ଅଛି, ଉତ୍ତର ହେଉଛି ୮ ପଦର ଦ୍ୱିତୀୟାର୍ଦ୍ଧରେ, “କାରଣ ପୃଥିବୀର ସ୍ତମ୍ଭସକଳ ସଦାପ୍ରଭୁଙ୍କର ଓ ସେ ତହିଁ ଉପରେ ଜଗତ ସ୍ଥାପନ କରିଅଛନ୍ତି।” ପରମେଶ୍ଵର ଯେଉଁ ବ୍ୟକ୍ତିଙ୍କ ଭାଗ୍ୟକୁ ପ୍ରଫୁଲ୍ଲଚିତ୍ତରେ ମନୋନୀତ କରିଅଛନ୍ତି ତାହାର ଭାଗ୍ୟକୁ ଓଲଟାଇବାର କାରଣ ହେଉଛି ସବୁକିଛି ତାହାଙ୍କର ଅଟେ। ପୃଥିବୀ ତାହାଙ୍କର ଅଟେ; ପୃଥିବୀ ଯେଉଁ ଭିତ୍ତିମୂଳ ଉପରେ ସ୍ଥାପିତ ହୋଇଅଛି ତାହା ମଧ୍ୟ ତାହାଙ୍କର ଅଟେ। ଏବଂ ପୃଥିବୀରେ ବାସ କରୁଥିବା ସବୁକିଛି ଏବଂ ପ୍ରତ୍ୟେକ ବ୍ୟକ୍ତି ତାହାଙ୍କର। ଏବଂ ସେ ସାର୍ବଭୌମ ଏବଂ ସେ ଯାହା ଇଚ୍ଛା କରନ୍ତି ତାହା କରିବାକୁ ସେ ମୁକ୍ତ ଅଟନ୍ତି। ସେ ରାଜା ଅଟନ୍ତି, ସେ ନିୟନ୍ତ୍ରଣରେ ଅଛନ୍ତି।

ଠିକ୍ ଅଛି, ପରମେଶ୍ଵର ଯାହା ଚାହାଁନ୍ତି ତାହା କରିପାରିବେ ଏବଂ ସେ କେତେକଙ୍କୁ ଆଶୀର୍ବାଦ ଦେବାକୁ ଯାଉଅଛନ୍ତି ଏବଂ ସେ ଅନ୍ୟମାନଙ୍କୁ ଅଭିଶାପ ଦେବାକୁ ଯାଉଅଛନ୍ତି, ସ୍ଵାଭାବିକ ପ୍ରଶ୍ନ ହେଉଛି, “ଆପଣ ତାହାଙ୍କ ଉତ୍ତମ ପାର୍ଶ୍ଵକୁ କିପରି ଆସିବେ?” ଏ କିଏ ଯେ ସେ ଆଶୀର୍ବାଦ କରିବେ? ମୋ’ର କହିବାର ଅର୍ଥ, ପରମେଶ୍ଵର କୌତୁକିଆ ନୁହଁନ୍ତି। ଅନ୍ୟ ବାକ୍ୟରେ ସେ କେବଳ ଦୂରେଇ ଯାଆନ୍ତି ନାହିଁ ଏବଂ ଯାହା ଚାହାଁନ୍ତି ତାହା କରନ୍ତି; କିନ୍ତୁ ସେ କେଉଁମାନଙ୍କୁ ଆଶୀର୍ବାଦ କରିବାକୁ ଯାଉଅଛନ୍ତି ଏବଂ ସେ କେଉଁ ଦୁଷ୍ଟମାନଙ୍କୁ ଦଣ୍ଡ ଦେବାକୁ ଯାଉଅଛନ୍ତି। ସମ୍ଭବତଃ, ଏହାର ଉତ୍ତର ୯ ଏବଂ ୧୦ ପଦରେ ଅଛି। “ସେ ଆପଣା ଧାର୍ମିକ ଲୋକମାନଙ୍କର ଚରଣ ରକ୍ଷା କରିବେ; ମାତ୍ର ଦୁଷ୍ଟମାନେ ଅନ୍ଧକାରରେ ନୀରବ ରଖାଯିବେ; ଯେହେତୁ କୌଣସି ମନୁଷ୍ୟ ବଳରେ ଜୟୀ ହୋଇ ପାରିବ ନାହିଁ। ଯେଉଁମାନେ ସଦାପ୍ରଭୁଙ୍କ ସହିତ ବିବାଦ କରନ୍ତି, ସେମାନେ ଭଗ୍ନ ହେବେ; ସେ ସ୍ଵର୍ଗରେ ଥାଇ ସେମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ।” ଏହା ଏକ ମହତ୍ତ୍ୱପୂର୍ଣ୍ଣ ଉପମା ଅଟେ, ଏହା ନୁହେଁ କି? ପରମେଶ୍ଵର ଦୁଷ୍ଟମାନଙ୍କ ବିରୁଦ୍ଧରେ ବଜ୍ରପାତ କରିବେ ଏବଂ ସେମାନଙ୍କୁ ଦଣ୍ଡ ଦେବା ଏକ କଥ୍ୟ ଯାହା ପୂରାତନ ନିୟମରେ ଚାଲିଥାଏ ସଦାପ୍ରଭୁ ପୃଥିବୀର ପ୍ରାନ୍ତଭାଗ ପର୍ଯ୍ୟନ୍ତ ଶାସନ କରିବେ ଓ ସେ ଆପଣା ରାଜାକୁ ବଳ ଦେବେ, ଆପଣା ଅଭିଷିକ୍ତଙ୍କ ଶୃଙ୍ଗ ଉନ୍ନତ କରିବେ।” ପରମେଶ୍ଵର କାହାର ଭାଗ୍ୟକୁ ଓଲଟପାଲଟ କରନ୍ତି? ପରମେଶ୍ଵର କାହା ବିରୁଦ୍ଧରେ ବଜ୍ରପାତ କରନ୍ତି? ଦୁଷ୍ଟ ଲୋକ। ସେ କାହାକୁ ଶକ୍ତି, ଖାଦ୍ୟ ଏବଂ ଜୀବନ ଏବଂ ସ୍ୱାସ୍ଥ୍ୟ ସହିତ ଆଶୀର୍ବାଦ କରନ୍ତି? ତାହାଙ୍କର ବିଶ୍ୱସ୍ତ ଲୋକମାନଙ୍କୁ। ସେହି ଶବ୍ଦର ଅର୍ଥ ବିଷୟରେ ଚିନ୍ତା କରିବାକୁ ମୁଁ ଏକ ମିନିଟ୍ ନେବାକୁ ଯାଉଛିଏହା ସମଗ୍ର ପୂରାତନ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ଅଟେ। ଆମ୍ଭେମାନେ ପୂର୍ବରୁ ଏକ ଏବ୍ରୀୟ ଶବ୍ଦ ଶିଖିଅଛୁ, ପରମେଶ୍ଵରଙ୍କ ବ୍ୟକ୍ତିଗତ ନାମ ହେଉଛି “ଯିହୋବା।” ଠିକ୍ ଅଛି, ଏଠାରେ ଦ୍ୱିତୀୟ ଏବ୍ରୀ ଶବ୍ଦ ଅଛି, ଆପଣମାନେ ଆପଣଙ୍କ ଛେପକୁ ଗିଳିଦେବାକୁ ପଡ଼ିବ, “ହେସେଦ୍” ହେଉଛି ଏକ ଶବ୍ଦ ଯାହା ପୂରାତନ ନିୟମର ଧର୍ମତତ୍ତ୍ୱ ନିମନ୍ତେ କେନ୍ଦ୍ର ଅଟେ ଏବଂ ମୋ’ ଜାଣିବାରେ ଏହାର ଇଂରାଜୀରେ କିମ୍ବା ଏପର୍ଯ୍ୟନ୍ତ କୌଣସି ଭାଷାରେ କୌଣସି ଅନୁରୂପ ଶବ୍ଦ ନାହିଁ। “ହେସେଦ୍” ମୌଳିକ ଭାବରେ ବିଶ୍ୱସ୍ତତା କିମ୍ବା ଆନୁଗତ୍ୟକୁ ସୂଚିତ କରେ। କିନ୍ତୁ ବାକ୍ୟାଂଶରେ ଅନୁବାଦ କରିବା କଷ୍ଟକର ବିଷୟ ହେଉଛି ଏହା ଏକ ବିଶ୍ୱସ୍ତତା ବା ଏକ ଆନୁଗତ୍ୟକୁ ଦର୍ଶାଏ ଯାହା ଏକ ସମ୍ପର୍କ ମଧ୍ୟରେ ବିଦ୍ୟମାନ ଅଟେ। ଏହା ସାଧାରଣତଃ ବିଶ୍ୱସ୍ତତା କିମ୍ବା ଆନୁଗତ୍ୟ ନୁହେଁ, କିନ୍ତୁ ଏହା ଏକ ଶବ୍ଦ ଯେଉଁଥିରେ କୁହାଯାଇଅଛି ପରମେଶ୍ଵର ଆପଣା ଲୋକମାନଙ୍କ ସହିତ ଏକ ସମ୍ପର୍କ ସ୍ଥାପନ କରିଅଛନ୍ତି। ଆମ୍ଭେମାନେ ଏହାକୁ ଏକ ଚୁକ୍ତି ବୋଲି କହିଥାଉ। ଏବଂ ସେହି ଚୁକ୍ତି ପରିପ୍ରେକ୍ଷୀରେ ପରମେଶ୍ଵର କହିଅଛନ୍ତି, “ସମସ୍ତ ଦାୟିତ୍ବ ସହିତ ମୁଁ ତୁମ୍ଭମାନଙ୍କ ପରମେଶ୍ଵର ହେବି। ଯାହାର ଅର୍ଥ ମୁଁ ତୁମ୍ଭମାନଙ୍କର ଶୈଳ ହେବି, ମୁଁ ତୁମ୍ଭମାନଙ୍କର ଉଦ୍ଧାରକାରୀ ହେବି, ମୁଁ ତୁମ୍ଭମାନଙ୍କର ପବିତ୍ରକାରୀ ହେବି, ମୁଁ ତୁମ୍ଭମାନଙ୍କର ତ୍ରାଣକର୍ତ୍ତା ହେବି, ମୁଁ ତୁମ୍ଭମାନଙ୍କର ରକ୍ଷକ ହେବି। ଚୁକ୍ତିଭିତ୍ତିକ ସମ୍ପର୍କ ପରିପ୍ରେକ୍ଷୀରେ ମୁଁ ଏହିସବୁ କାର୍ଯ୍ୟ କରିବାକୁ ନିଜକୁ ସମର୍ପିତ କରୁଅଛି।” ଆପଣମାନେ ଏବଂ ମୁଁ “ହେସେଦ୍” ହେବା ଅପେକ୍ଷା ପରମେଶ୍ଵର “ହେସେଦ୍” ହେବା ବିଷୟରେ ବାଇବଲ ଅନେକ ଥର କଥାବାର୍ତ୍ତା କରେ। ଏହା ସତ୍ତ୍ୱେ ମୁଁ ଓ ତୁମ୍ଭେମାନେ “ହେସେଦ୍” ହେବାକୁ ଆହୂତ ହୋଇଅଛୁ। କିନ୍ତୁ ଆପଣମାନେ ଏବଂ ମୁଁ ଆମ୍ଭମାନଙ୍କ ଚୁକ୍ତି ପ୍ରସଙ୍ଗରେ, ଆମ୍ଭମାନଙ୍କ ଚୁକ୍ତି ପରିପ୍ରେକ୍ଷୀରେ ପରମେଶ୍ଵରଙ୍କ ପ୍ରତି ବିଶ୍ୱସ୍ତ ଏବଂ ଆନୁଗତ୍ୟ ହେବାକୁ ଆହୂତ ହୋଇଅଛୁ। ତାହା ହେଉଛି ‘ହେସେଦ୍’ ଶବ୍ଦର ଅର୍ଥ ଏବଂ ସେଥିପାଇଁ ଏହାର ଅନୁବାଦ କରିବାକୁ ଇଂରାଜୀରେ କୌଣସି ଶବ୍ଦ ନାହିଁ। ଏହା ସ୍ଥିର ଆନୁଗତ୍ୟ, ବିଶ୍ୱାସନୀୟତା କାରଣ ସେଠାରେ ଏକ ସମ୍ପର୍କ ଅଛି ଯାହା ପରମେଶ୍ଵରଙ୍କ ମଧ୍ୟରେ ସ୍ଥାପିତ ହୋଇଅଛି ଯିଏ ଆମ୍ଭମାନଙ୍କର ପରମେଶ୍ଵର ହେବେ, ଏବଂ ଆମ୍ଭମାନଙ୍କର ଲୋକମାନେ ତାହାଙ୍କର ପ୍ରଜା ହେବେ। ତାହା ହେଉଛି “ହେସେଦ୍” ଶବ୍ଦ। ତେଣୁ ଯେବେ ହାନ୍ନା କହନ୍ତି, “ପରମେଶ୍ଵର ତାହାଙ୍କର ବିଶ୍ୱସ୍ତ ଲୋକମାନଙ୍କର ପାଦ ରକ୍ଷା କରିବେ”, ସେତେବେଳେ ହାନ୍ନା ଦୃଢକ୍ତି ପ୍ରକାଶ କରୁଅଛନ୍ତି ଯେ ଚୁକ୍ତିର ଅଂଶରେ ଯେଉଁମାନେ ବିଶ୍ୱସ୍ତ ଅଟନ୍ତି ସେହି ଲୋକମାନଙ୍କ ପାଇଁ ପରମେଶ୍ଵର ତାହାଙ୍କ ଚୁକ୍ତି ଅଂଶ ପ୍ରତି ବିଶ୍ୱସ୍ତ ରହିବେ। ସାଧାରଣରେ ଏହି ପ୍ରତିଜ୍ଞା ଲୋକମାନଙ୍କ ପାଇଁ ନୁହେଁ। ଏହା ପରମେଶ୍ଵରଙ୍କ ପିତୃତ୍ୱ ଏବଂ ମନୁଷ୍ୟର ଭ୍ରାତୃତ୍ୱ ଏବଂ ସେହି ପ୍ରକାରର ଅସ୍ପଷ୍ଟ କଥା ନୁହେଁ। ଏହା ପରମେଶ୍ଵରଙ୍କ ଲୋକମାନଙ୍କ ପ୍ରତି ତାହାଙ୍କ ଚୁକ୍ତିଭିତ୍ତିକ ପ୍ରତିବଦ୍ଧତା ଏବଂ ହାନ୍ନା ପରମେଶ୍ଵରଙ୍କ ପ୍ରତି ଚୁକ୍ତିଭିତ୍ତିକ ପ୍ରତିବଦ୍ଧତା ଯେ ପରମେଶ୍ଵର ବିଶ୍ୱସ୍ତ ରହିବେ ଏବଂ ହାନ୍ନା ଆପଣା ପରମେଶ୍ଵରଙ୍କ ପ୍ରତି ବିଶ୍ୱସ୍ତ ରହିବେ।

ଆମ୍ଭେମାନେ ପୂର୍ବରୁ କହିଥିଲୁ ପରମେଶ୍ଵର ସତ୍ୟ ଉପରେ ଆଧାର କରି ବିଚାର କରିବେ। ବର୍ତ୍ତମାନ ଆମ୍ଭେମାନେ ସତ୍ୟ କ’ଣ ତାହା ଜାଣୁ। ପରମେଶ୍ଵର  ଯାହା ଦ୍ଵାରା ବିଚାର କରନ୍ତି ତାହା ହେଉଛି ଚୁକ୍ତି। ଯେଉଁ ମାନଦଣ୍ଡ ଦ୍ୱାରା ପରମେଶ୍ଵର ଲୋକମାନଙ୍କ ବିଚାର କରନ୍ତି ତାହା ହେଉଛି, ତାହାଙ୍କର ଚୁକ୍ତିଭିତ୍ତିକ ଲୋକମାନଙ୍କ ପ୍ରତି ତାହାଙ୍କର ବିଶ୍ୱସ୍ତତା ଏବଂ ସେହି ଲୋକମାନଙ୍କ ସହିତ ଯେଉଁମାନେ ତାହାଙ୍କ ସହିତ ଅଛନ୍ତି, ସେମାନେ କିପରି ସେମାନଙ୍କ ଚୁକ୍ତିଭିତ୍ତିକ ପରମେଶ୍ଵରଙ୍କ ପ୍ରତି ବିଶ୍ୱସ୍ତ ରହିଅଛନ୍ତି। ଏବଂ ଯଦି ଆପଣମାନେ ଏବଂ ମୁଁ ସେହି ଚୁକ୍ତିଭିତ୍ତିକ ସମ୍ପର୍କ ବାହାରେ ବାସ କରୁ, ଯଦି ଆମ୍ଭେମାନେ ଚୁକ୍ତିଭିତ୍ତିକ ସମ୍ପର୍କ ଭାଙ୍ଗିବା, ତେବେ ହାନ୍ନା କହନ୍ତି ପରମେଶ୍ଵର ତୁମ୍ଭମାନଙ୍କ ବିରୁଦ୍ଧରେ ବଜ୍ରପାତ କରିବେ। ପରମେଶ୍ଵର ତୁମ୍ଭମାନଙ୍କୁ ଅଭିଶାପ ଦେବେ। କିନ୍ତୁ ଯଦି ତୁମ୍ଭେମାନେ ଚୁକ୍ତି ପରିପ୍ରେକ୍ଷୀରେ ବାସ କର, ଯଦି ତୁମ୍ଭେମାନେ ତୁମ୍ଭର ସମସ୍ତ ହୃଦୟ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ସହିତ ପରମେଶ୍ଵରଙ୍କୁ ପ୍ରେମ କରି ପ୍ରତିକ୍ରିୟା କର, ଯଦି ତୁମ୍ଭେମାନେ ବିଶ୍ଵାସରେ ପ୍ରତିକ୍ରିୟା କର ଯେ ପରମେଶ୍ଵର ସେ କହନ୍ତି ଯେ ସେ କିଏ ଏବଂ ସେ ଯାହା କରିବାକୁ କହନ୍ତି ତାହା ସେ କରିବେ ଏବଂ ତାହା ଆନନ୍ଦଦାୟକ ଆଜ୍ଞାରେ ପ୍ରବାହିତ ହେବ, ତେବେ ସେହି ଲୋକମାନଙ୍କୁ ସେ ଆଶୀର୍ବାଦ କରିବେ। ସେହି ଲୋକମାନଙ୍କ ପାଦ ସେ ରକ୍ଷା କରିବେ। ତାହା ହେଉଛି “ହେସେଦ୍”ର ଅର୍ଥ ଅଟେ।

ହାନ୍ନାଙ୍କ ଗୀତ ଏକ ବିଶ୍ୱାସର କ୍ରନ୍ଦନ ଅଟେ। ଏହା ସମଗ୍ର ବାଇବଲରେ ସବୁଠାରୁ ବଡ଼ ବିଶ୍ଵାସର କ୍ରନ୍ଦନ ଅଟେ। ମୁଁ ପ୍ରାୟତଃ କହିଅଛି ଯେ ଏକ ମୌଳିକ ପ୍ରଶ୍ନ, ଯଦି ମୌଳିକ ପ୍ରଶ୍ନ ନୁହେଁ, ଆପଣମାନେ ଏବଂ ମୁଁ ପରମେଶ୍ଵରଙ୍କୁ ପ୍ରକୃତରେ ସର୍ବଦା ଉତ୍ତମ ଅଟନ୍ତି ବୋଲି ବିଶ୍ଵାସ କରୁ କି? ମୋର କହିବାର ଅର୍ଥ ହେଉଛି ତାହା ହିଁ ଜୀବନର ମୌଳିକ ପ୍ରଶ୍ନ ଯେପର୍ଯ୍ୟନ୍ତ ମୁଁ କହିପାରେ। ଏବଂ ହାନ୍ନାଙ୍କ ବିଶ୍ୱାସର କ୍ରନ୍ଦନ ହେଉଛି, “ହଁ ତାହା ମୁଁ ଯଥାର୍ଥ ଭାବରେ ବିଶ୍ୱାସ କରେ।" ମୋତେ ପୁଣି ହାନ୍ନାଙ୍କ ଗୀତ ପଢ଼ିବାକୁ ଦିଅ। ଯଦି ଆପଣ ଏହା ପୂର୍ବରୁ ଶୁଣି ନାହାନ୍ତି ତେବେ ଆପଣମାନେ ଏଥର ଏହା ଶୁଣିବେ। "ମୋହର ଅନ୍ତକରଣ ସଦାପ୍ରଭୁଙ୍କଠାରେ ମହାଉଲ୍ଲାସ କରୁଅଛି, ସଦାପ୍ରଭୁଙ୍କଠାରେ ମୋହର ଶୃଙ୍ଗ ଉନ୍ନତ ହୋଇଅଛି; ମୋହର ମୁଖ ମୋର ଶତ୍ରୁମାନଙ୍କ ନିକଟରେ ଫିଟିଅଛି; ଯେହେତୁ ମୁଁ ତୁମ୍ଭ ପରିତ୍ରାଣରେ ଆନନ୍ଦ କରେ।" ଜୀବନର ଅନ୍ୟ ସମସ୍ତ ବିଷୟ ବ୍ୟତୀତ ଏହା ହେଉଛି ହାନ୍ନାଙ୍କ ବିଶ୍ୱାସର କ୍ରନ୍ଦନ। “ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ; ଯେହେତୁ ତୁମ୍ଭ ଭିନ୍ନ ଆଉ କେହି ନାହିଁ; କିଅବା ଆମ୍ଭମାନଙ୍କ ପରମେଶ୍ଵରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ। ଏପରି ଅତି ଅହଙ୍କାରରେ ଆଉ କଥା ନ କୁହ; ତୁମ୍ଭମାନଙ୍କ ମୁଖରୁ ଦାମ୍ଭିକତା ନିର୍ଗତ ନ ହେଉ; କାରଣ ସଦାପ୍ରଭୁ ସର୍ବଜ୍ଞ ପରମେଶ୍ୱର ଅଟନ୍ତି, ତାହାଙ୍କ ଦ୍ୱାରା ସକଳ କ୍ରିୟା ତୌଲାଯାଏ। ସେ ଯାହା କରିଅଛନ୍ତି ସେଥିପାଇଁ, ମୋତେ ପରମେଶ୍ଵରଙ୍କୁ ପ୍ରଶଂସା କରିବାକୁ ଦିଅ। "ବୀରମାନଙ୍କର ଧନୁ ଭଙ୍ଗାଯାଇଅଛି ଓ ଝୁଣ୍ଟି ପଡ଼ିବା ଲୋକମାନଙ୍କର କଟି ବଳରେ ବନ୍ଧାଯାଇଅଛି। ଯେଉଁମାନେ ପରିତୃପ୍ତ ଥିଲେ, ସେମାନେ ଆପେ ଖାଦ୍ୟ ନିମନ୍ତେ ବେତନଜୀବୀ ହୋଇଅଛନ୍ତି ଓ ଯେଉଁମାନେ କ୍ଷୁଧିତ ଥିଲେ, ସେମାନେ ବିଶ୍ରାମ ପାଇଅଛନ୍ତି; ହଁ ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି ଓ ଯାହାର ଅନେକ ସନ୍ତାନସନ୍ତତି ଥିଲେ, ସେ ନିସ୍ତେଜ ହେଉଅଛି। ସଦାପ୍ରଭୁ ମୃତ୍ୟୁ ଘଟାନ୍ତି ଓ ସଜୀବ କରାନ୍ତି; ସେ ପାତାଳକୁ ଓହ୍ଲାଇ ଆଣନ୍ତି ଓ ଉପରକୁ ଉଠାଇ ନିଅନ୍ତି। ସଦାପ୍ରଭୁ ନିର୍ଦ୍ଧନ କରନ୍ତି ଓ ଧନବାନ କରନ୍ତି; ସେ ନତ କରନ୍ତି, ସେ ମଧ୍ୟ ଉନ୍ନତ କରନ୍ତି। ସେ କୁଳୀନମାନଙ୍କ ସଙ୍ଗେ ବସାଇବା ପାଇଁ ଧୂଳିରୁ ଦୀନହୀନକୁ ଉଠାନ୍ତି ଓ ଦରିଦ୍ରକୁ ଖତରାଶିରୁ ଉନ୍ନତ କରନ୍ତି।" ସେ ଏହା କିପରି କରିପାରିବେ? "କାରଣ ପୃଥିବୀର ସ୍ତମ୍ଭସକଳ ସଦାପ୍ରଭୁଙ୍କର ଓ ସେ ତହିଁ ଉପରେ ଜଗତ ସ୍ଥାପନ କରିଛନ୍ତି।" “ସେ ଆପଣ ଧାର୍ମିକ ଲୋକମାନଙ୍କର ଚରଣ ରକ୍ଷା କରିବେ; ମାତ୍ର ଦୁଷ୍ଟମାନେ ଅନ୍ଧକାରରେ ନୀରବ ରଖାଯିବେ; ଯେହେତୁ କୌଣସି ମନୁଷ୍ୟ ବଳରେ ଜୟୀ ହୋଇ ପାରିବ ନାହିଁ। ଯେଉଁମାନେ ସଦାପ୍ରଭୁଙ୍କ ସହିତ ବିବାଦ କରନ୍ତି, ସେମାନେ ଭଗ୍ନ ହେବେ; ସେ ସ୍ଵର୍ଗରେ ଥାଇ ସେମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ। ସଦାପ୍ରଭୁ ପୃଥିବୀର ପ୍ରାନ୍ତଭାଗ ପର୍ଯ୍ୟନ୍ତ ଶାସନ କରିବେ ଓ ସେ ଆପଣା ରାଜାକୁ ବଳ ଦେବେ, ଆପଣା ଅଭିଷିକ୍ତଙ୍କ ଶୃଙ୍ଗ ଉନ୍ନତ କରିବେ।” ବର୍ତ୍ତମାନ ମୁଁ ଜାଣେ ନାହିଁ ବିଶ୍ଵାସ କ’ଣ ଅଟେ, ଯଦି ତାହା ବିଶ୍ଵାସ ନୁହେଁ। ସେ ଯାହା ଦେଖନ୍ତି ଏବଂ ସେ ଯାହା ଶିଖିଅଛନ୍ତି, ତାହା ଉପରେ ଏହା ହାନ୍ନାଙ୍କର କ୍ରନ୍ଦନ ଅଟେ।

ଏବଂ ହାନ୍ନା ଅନେକ ବିଷୟ ଶିଖିଅଛନ୍ତି, ସେ ନୁହେଁ କି? ହାନ୍ନା ଶିଖିଛନ୍ତି ଯେ ଜୀବନର ଯୁଦ୍ଧ ମନୁଷ୍ୟର ଶକ୍ତି ଦ୍ୱାରା ଜିତାଯାଏ ନାହିଁ। ୯ ପଦରେ ଏକ ସୁନ୍ଦର ବାକ୍ୟାଂଶ ଅଛି, “ଯେହେତୁ କୌଣସି ମନୁଷ୍ୟ ବଳରେ ଜୟୀ ହୋଇ ପାରିବ ନାହିଁ।” ଏହା ଆମ୍ଭମାନଙ୍କର ଶକ୍ତି ଦ୍ୱାରା ନୁହେଁ ଯେ ଆମ୍ଭେମାନେ ଯୁଦ୍ଧରେ ବିଜୟୀ ହେବା କିନ୍ତୁ ଯୁଦ୍ଧ ଆମ୍ଭମାନଙ୍କ ସଦାପ୍ରଭୁଙ୍କର ଅଟେ। ସେ ବିଚାରକର୍ତ୍ତାରେ ଯୋଦ୍ଧା ଥିଲେ, ସେ ନଥିଲେ କି? ଏବଂ ଏପର୍ଯ୍ୟନ୍ତ ସେ ଯୋଦ୍ଧା ଅଟନ୍ତି। ଏହି ପ୍ରସଙ୍ଗ ଅନେକ ଉଦ୍ଧୃତାଂଶରେ ନିଆଯାଇଅଛି। ମୋ’ର ଏକ ଆଦରଣୀୟ ଉଦ୍ଧୃତାଂଶ ହେଉଛି ଯିରିମିୟ ୯ ପର୍ବର ୨୩ ପଦରୁ ଆରମ୍ଭ ହୋଇଅଛି, “ସଦାପ୍ରଭୁ ଏହି କଥା କହନ୍ତି, ଜ୍ଞାନବାନ ଆପଣା ଜ୍ଞାନରେ ଦର୍ପ ନ କରୁ, କିଅବା ବଳବାନ ଆପଣା ବଳରେ ଦର୍ପ ନ କରୁ, ଧନବାନ ଆପଣା ଧନରେ ଦର୍ପ ନ କରୁ; ମାତ୍ର ଯେବେ କେହି ଦର୍ପ କରଇ, ତେବେ ସେ ଆମ୍ଭକୁ (ଅର୍ଥାତ୍ ପରମେଶ୍ଵରଙ୍କୁ) ଚିହ୍ନେ ଓ ଜାଣେ ବୋଲି ଦର୍ପ କରୁ; ଆମ୍ଭେ ସଦାପ୍ରଭୁ, ସ୍ନେହପୂର୍ଣ୍ଣ କରୁଣା," (ସେଠାରେ ଆପଣଙ୍କ "ହେସେଦ୍" ଅଛି) "ବିଚାର ଓ ଧର୍ମ ପୃଥିବୀରେ ସାଧନ କରୁ। କାରଣ ଏସବୁରେ ଆମ୍ଭର ସନ୍ତୋଷ ଥାଏ," ସଦାପ୍ରଭୁ କହନ୍ତି। ଏହା ପରମେଶ୍ଵର ଅଟନ୍ତି ଯିଏ ଶକ୍ତିଶାଳୀମାନଙ୍କୁ ଦୁର୍ବଳ ଏବଂ ଦୁର୍ବଳମାନଙ୍କୁ ଶକ୍ତିଶାଳୀ କରନ୍ତି। ଏହା ପରମେଶ୍ଵର ଅଟନ୍ତି ଯିଏ ବିଜେତାମାନଙ୍କୁ ପରାଜୀତ ଏବଂ ପରାଜୀତମାନଙ୍କୁ ବିଜେତାରେ ପରିଣତ କରନ୍ତି। ଯିଏ ଏହା କରିଛନ୍ତି ସେ ଯୋଦ୍ଧା ଅଟନ୍ତି। ହାନ୍ନା ଶିଖିଅଛନ୍ତି ଯେ ପରେମେଶ୍ଵର ତାହାଙ୍କର ବିଶ୍ୱସ୍ତ ଲୋକମାନଙ୍କୁ ଆଶୀର୍ବାଦ କରନ୍ତି। (ଟେପ୍ ଶେଷରେ ଖାଲି ସ୍ଥାନ ଅଛି)। ସେହି ବିଶ୍ୱାସରୁ ବିଶ୍ୱସ୍ତତା ଆଜ୍ଞା ପ୍ରବାହିତ ହୁଏ। ବିଶ୍ଵାସ କରିବା ଯେ ପରମେଶ୍ଵର ଆମ୍ଭର ଶୈଳ ଅଟନ୍ତି, ସେହି ପରମେଶ୍ଵର ଆମ୍ଭର ଆଶ୍ରୟ ଅଟନ୍ତି, ସମ୍ପୂର୍ଣ୍ଣ ଭାବେ ଏକ ପରମେଶ୍ଵର-କେନ୍ଦ୍ରିତ, ଏକଧର୍ମବାଦୀ ଜୀବନଯାପନ କରିବା। ଆମ୍ଭେମାନେ ଆମ୍ଭର ସ୍ନେହ ନିମନ୍ତେ ପରମେଶ୍ଵରଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାଧ୍ୟ କରୁ ନାହୁଁ। ଆମ୍ଭେମାନେ ପ୍ରେମ କରୁଥିବା ଏବଂ ଆମ୍ଭେମାନେ ଉପାସନା କରୁଥିବା ସମସ୍ତ ବିଷୟରେ ଦେବତାମାନଙ୍କ ଉତ୍ସର୍ଗୀକୃତ ମନ୍ଦିର ନ ଥାଉ, ଏବଂ ବୋଧହୁଏ ଆମ୍ଭେମାନେ ଭାବୁଛୁ ପରମେଶ୍ଵର ଶୀର୍ଷରେ ଅଛନ୍ତି, କିନ୍ତୁ ଯଦି ଆମ୍ଭମାନଙ୍କ ପରମେଶ୍ୱରଙ୍କର ଉତ୍ସର୍ଗୀକୃତ ମନ୍ଦିର ଅଛି ତେବେ ସେ ବୋଧହୁଏ ନାହାଁନ୍ତି। କିନ୍ତୁ ହାନ୍ନା ଶିଖିଅଛନ୍ତି ଯେ ପରମେଶ୍ଵର ସମସ୍ତଙ୍କର ସଦାପ୍ରଭୁ  ଅଟନ୍ତି, କିଅବା ସେ କଦାପି ସଦାପ୍ରଭୁ ନୁହଁନ୍ତି। ଏବଂ ହାନ୍ନା ଜଣେ ତୀବ୍ର ଏକଧର୍ମବାଦୀ। ସେ ପରମେଶ୍ଵରଙ୍କୁ ବିଭିନ୍ନ ଅଂଶରେ ବିଭକ୍ତ କରିବାକୁ ମନା କରୁଅଛନ୍ତି। ଅଧିକରୁ ଅଧିକ ମୁଁ ସେହି ସର୍ତ୍ତାବଳୀରେ ଚିନ୍ତା କରିବାକୁ ପସନ୍ଦ କରେ। ଆମ୍ଭମାନଙ୍କ ମଧ୍ୟରୁ ଅନେକଙ୍କଠାରେ ପରମେଶ୍ଵରଙ୍କୁ ବିଭିନ୍ନ ଅଂଶରେ ବିଭକ୍ତ କରିବାକୁ ଗୋଟିଏ ଉଦ୍ଦେଶ୍ୟ ଅଛି, ତାହା ଭାବିବାକୁ, ଠିକ୍ ଅଛି, ମୁଁ ତାହାଙ୍କୁ ବିଶ୍ରାମବାର ସକାଳେ ଦେବି, କିନ୍ତୁ ମୁଁ ଅନ୍ୟ ସବୁ ବିଷୟ ନିଜ ନିମନ୍ତେ ରଖିବାକୁ ଯାଉଅଛି। ଏବଂ ହାନ୍ନା ସେ ବିଷୟରେ କିଛି ଜାଣନ୍ତି ନାହିଁ। ଯୀଶୁ ମଧ୍ୟ ଜାଣନ୍ତି ନାହିଁ। କୌଣସି ବିଭାଗୀୟକରଣ ନାହିଁ; ଗୋଟିଏ ପରମେଶ୍ଵର ଅଛନ୍ତି କିମ୍ବା ଆମ୍ଭେମାନେ ଅନେକ ଦେବତାଗଣଙ୍କୁ ପୂଜା କରୁ। ସେଥି ମଧ୍ୟରେ ଧୂସର ଅଞ୍ଚଳ ନାହିଁ। ତାହା ହେଉଛି ହାନ୍ନାଙ୍କ ବିଶ୍ୱାସର କ୍ରନ୍ଦନ ଏବଂ ତାହା ହିଁ ସେ ଶିଖିଅଛନ୍ତି।

ବର୍ତ୍ତମାନ ମୁଁ କାହିଁକି ୧ ଶାମୁୟେଲ ୨ ପର୍ବରେ ଏତେ ସମୟ ଅତିବାହିତ କରୁଅଛି? ଠିକ୍ ଅଛି, ମୁଁ ଏହାକୁ ପସନ୍ଦ କରେ। କିନ୍ତୁ ତାହାଠାରୁ ଅଧିକ କିଛି ଅଛି। ହାନ୍ନା ତାଙ୍କ ଗୀତରେ ଯେଉଁ ଧର୍ମତତ୍ତ୍ଵ ପ୍ରକାଶ କରୁଛନ୍ତି ତାହା ସମସ୍ତ ଶାମୁୟେଲ ଏବଂ ପ୍ରକୃତରେ ଦ୍ୱିତୀୟ ଶାମୁୟେଲ ନିମନ୍ତେ ଧର୍ମତତ୍ତ୍ୱ ସମ୍ଭନ୍ଧୀୟ ଗଠନ ଏବଂ ଧର୍ମତତ୍ତ୍ୱ ସମ୍ଭନ୍ଧୀୟ ଗୁରୁତ୍ୱ ପ୍ରଦାନ କରେ। ଏବଂ, ବାସ୍ତବରେ, ଯଦି ଆପଣ ଦ୍ୱିତୀୟ ଶାମୁୟେଲର ଶେଷକୁ ଯାଆନ୍ତି, ତେବେ ଆପଣ ଦାଉଦ ତାଙ୍କର ପ୍ରଶଂସା ଗୀତ ଗାଇଥିବାର ଶୁଣିବେ ଯାହା ଷ୍ଟିଭ୍ ଆଜି ସକାଳେ ପଢ଼ିଲେ। ଏବଂ ଏହା ଅସାଧାରଣ ଭାବରେ ହାନ୍ନାଙ୍କ ପରି, ଏହା ନୁହେଁ କି? ଫଳସ୍ୱରୂପ, ସେମାନେ ହାନ୍ନାଙ୍କ ପ୍ରଶଂସା ଗୀତକୁ ଆରମ୍ଭରେ ରଖିଛନ୍ତି ସେମାନେ ଦାଉଦଙ୍କ ପ୍ରଶଂସା ଗୀତକୁ ଶେଷରେ ରଖିଛନ୍ତି ଏବଂ ସେହି ସମସ୍ତ ପ୍ରଥମ ଏବଂ ଦ୍ଵିତୀୟ ଶାମୁୟେଲଙ୍କ ନିମନ୍ତେ ଧର୍ମତତ୍ତ୍ୱ ସମ୍ଭନ୍ଧୀୟ ସହାୟକ ଅଛି ଏବଂ ଯେପରି ଆମ୍ଭେମାନେ ରାଜାମାନଙ୍କ ବିଷୟରେ ପଢୁ ଏବଂ ଥିଓଡିସିରୁ ରାଜତନ୍ତ୍ରକୁ ପରିବର୍ତ୍ତନ ହେବା ଦେଖୁ ଏହା ଧର୍ମତତ୍ତ୍ୱିକ ଭାବରେ ଆମ୍ଭମାନଙ୍କୁ ବୁଝିବାରେ ସାହାଯ୍ୟ କରନ୍ତି। ଆମ୍ଭେମାନେ ଯେତେବେଳେ ସେହି ଅଧ୍ୟାୟଗୁଡ଼ିକ ପଢୁ, ଆମ୍ଭେମାନେ ସେହି ସମାନ ବିଷୟ ଦେଖିବା। ପରମେଶ୍ଵର ରାଜା ଅଟନ୍ତି ଏବଂ ଆମ୍ଭମାନଙ୍କ ଅଂଶ “ହେସେଦ୍” ନିମନ୍ତେ ଆମ୍ଭମାନଙ୍କୁ ଆହ୍ବାନ କରାଯାଇଅଛି, ବାସ୍ତବରେ ଆମ୍ଭମାନେ “ହେସିଦିମ୍” ହେବାକୁ ଆହୂତ ହୋଇଅଛୁ। ଯେପରି ଆଧୁନିକ ଏବ୍ରୀ ଭାଷାର ଶବ୍ଦ ଏବଂ ସେପରି ପ୍ରାଚୀନ ଏବ୍ରୀ ଭାଷାର ଶବ୍ଦ ମଧ୍ୟ ସମାନ ଅଟେ।

 ୨. ଶାଉଲ

ତେଣୁ ସେହିସବୁ ସହିତ ଧର୍ମତତ୍ତ୍ୱିକ ସହାୟକ ଏବଂ ପ୍ରଥମ ଏବଂ ଦ୍ଵିତୀୟ ଶାମୁୟେଲର ବିଷୟବସ୍ତୁ ସହିତ, ଆମ୍ଭେମାନେ ହାନ୍ନାଙ୍କ ଗୀତରୁ ଦୂରେଇ ଯାଉ ଏବଂ ଆମ୍ଭେମାନେ ଶାମୁୟେଲଙ୍କ ବିଷୟରେ ପଢ଼ିବା ଆରମ୍ଭ କରିଥାଉ ଏବଂ ପରିଶେଷରେ ଆମ୍ଭେମାନେ ଶାଉଲଙ୍କ କାହାଣୀରେ ପହଞ୍ଚୁ। ବର୍ତ୍ତମାନ ମୁଁ ପ୍ରଥମ ଶାମୁୟେଲ ୮ ପର୍ବକୁ ଦେଖିବାକୁ ଚାହେଁ କାରଣ ଏହା ଏକ ପ୍ରମୁଖ ସମୟ ଅଟେ। ଯେହେତୁ ଏହି ସମୟରେ ଇସ୍ରାଏଲର ସନ୍ତାନଗଣ ପରିବର୍ତ୍ତନ ଚାହାଁନ୍ତି। ମୂଳତଃ ସେମାନେ ଯାହା ଚାହୁଁଛନ୍ତି ତାହା ହେଉଛି ଚୁକ୍ତିରୁ ବାହାରିବା ନିମନ୍ତେ ଚାହାଁନ୍ତି। ସେମାନେ ଶାମୁୟେଲଙ୍କ ସନ୍ତାନମାନଙ୍କୁ ଦେଖନ୍ତି, ସେମାନେ ଦୁଷ୍ଟ ଅଟନ୍ତି, ଦୁଷ୍ଟ ସନ୍ତାନମାନେ, ଏବଂ ସେମାନେ ଅନୁଭବ କରନ୍ତି ଯେ ରାଜାଙ୍କ ସହିତ ଏବଂ ସେମାନଙ୍କ ମନରେ କୌଣସି ଉତ୍ତରାଧିକାରୀ ହେବ ନାହିଁ, ସେମାନେ ବିରକ୍ତି ହୋଇଅଛନ୍ତି ଏବଂ ସେମାନେ ଅନ୍ୟମାନଙ୍କ ପରି ହେବାକୁ ଚାହାଁନ୍ତି। ସେମାନେ ଜଣେ ରାଜା ଚାହାଁନ୍ତି ଯିଏ ବାହାରକୁ ଯାଇ ସେମାନଙ୍କ ନିମନ୍ତେ ଯୁଦ୍ଧ କରିବେ। ତେଣୁ ୧ ଶାମୁୟେଲ ୮ ପର୍ବରେ, ୪ ପଦରୁ ଆରମ୍ଭ କରି, “ତହିଁରେ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଏକତ୍ର ହୋଇ ରାମାରେ ଶାମୁୟେଲଙ୍କ ନିକଟକୁ ଆସିଲେ; ପୁଣି ସେମାନେ ତାଙ୍କୁ କହିଲେ, ‘ଦେଖ, ତୁମ୍ଭେ ବୃଦ୍ଧ ହେଲ, ପୁଣି ତୁମ୍ଭର ପୁତ୍ରମାନେ ତୁମ୍ଭ ପଥରେ ଚାଲୁ ନାହାନ୍ତି। ଏହେତୁ ଅନ୍ୟ ସକଳ ଦେଶୀୟମାନଙ୍କ ପରି ଆମ୍ଭମାନଙ୍କର ବିଚାର କରିବାକୁ ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ରାଜା ନିଯୁକ୍ତ କର।‘ ମାତ୍ର ଆମ୍ଭମାନଙ୍କର ବିଚାର କରିବା ପାଇଁ ଆମ୍ଭମାନଙ୍କୁ ଏକ ରାଜା ଦିଅ, ସେମାନେ ଏହି କଥା କହିବା ବେଳେ ଶାମୁୟେଲଙ୍କ ଦୃଷ୍ଟିରେ ତାହା ମନ୍ଦ ବୋଧ ହେଲା। ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହିସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି।" କ'ଣ ଚାଲିଅଛି ତାହା ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପରମେଶ୍ୱର ଇସ୍ରାଏଲ ଜାତିକୁ  ସୃଷ୍ଟି କଲେ। ସେ ସେମାନଙ୍କୁ ମିସରରୁ ବାହାର କରି ଆଣିଲେ। ସେ ସେମାନଙ୍କ ପାଇଁ ଯୁଦ୍ଧ କଲେ। ସେ ସେମାନଙ୍କୁ ଏକ ପ୍ରତିଜ୍ଞାତ ଦେଶ ଦେଲେ ଯାହା ଦ୍ଵାରା ସେମାନେ ଥିଓଡିସି ହୋଇଯିବେ। ଯାହାଫଳରେ ସେମାନେ ଏକ ରାଷ୍ଟ୍ର ହୋଇଯିବେ ଯାହାର ପରମେଶ୍ଵର ସେମାନଙ୍କ ଉପରେ ଶାସନ କରନ୍ତି। ଏବଂ ଆମ୍ଭେମାନେ ଦଶ ଆଜ୍ଞା ପାଇବା ପୂର୍ବର ଅଧ୍ୟାୟ ଯାହା ଯାତ୍ରା ପୁସ୍ତକ ୧୯ ପର୍ଯ୍ୟନ୍ତ, ପରମେଶ୍ଵର ଇସ୍ରାଏଲ ସନ୍ତାନମାନଙ୍କୁ କହନ୍ତି, “ତୁମ୍ଭେ ଅନ୍ୟମାନଙ୍କଠାରୁ ଭିନ୍ନ ହେବା ଉଚିତ। ତୁମ୍ଭେ ଯାଜକମାନଙ୍କର ଏକ ରାଜ୍ୟ ହେବା ଉଚିତ ଏବଂ ଏହା ତୁମ୍ଭମାନଙ୍କ ଦ୍ଵାରା ଆଶୀର୍ବାଦ ଆସିବ ଯାହା ମୁଁ ଅବ୍ରହାମଙ୍କୁ ପ୍ରତିଜ୍ଞା କରିଥିଲି, ଏହି ଆଶୀର୍ବାଦ ସମଗ୍ର ବିଶ୍ୱକୁ ଯିବ। ତୁମ୍ଭେମାନେ ଅଲଗା ହେବା କଥା। ପରମେଶ୍ୱର ତୁମ୍ଭର ରାଜା ଏବଂ ତୁମ୍ଭେମାନେ ଯାଜକମାନଙ୍କର ଏକ ରାଜ୍ୟ ହୋଇ ଚତୁର୍ଦ୍ଦିଗରେ ଥିବା ରାଷ୍ଟ୍ରମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଶୀର୍ବାଦର ମଧ୍ୟସ୍ଥତା ହେବା ଉଚିତ।” ଏବଂ ଇସ୍ରାଏଲର ସନ୍ତାନଗଣ କହିଲେ, “ନାଃ, ଏହା ଚାହୁଁ ନାହୁଁ।” ସେଥିପାଇଁ ଯାହା ସେମାନେ କରୁଥିଲେ ତାହା ଏତେ ଭୁଲ ଥିଲା। ଏହା ଅତ୍ୟନ୍ତ ପାପପୂର୍ଣ୍ଣ ଅଟେ। ସେମାନେ ପରମେଶ୍ଵରଙ୍କୁ ଅଗ୍ରାହ୍ୟ କରୁଅଛନ୍ତି; ସେମାନେ ଚୁକ୍ତିର ବାହାରେ ଇଚ୍ଛା କରୁଅଛନ୍ତି। ପରମେଶ୍ଵର କହନ୍ତି, “ଠିକ୍ ଅଛି, ଶାମୁୟେଲ, ସେମାନଙ୍କୁ ଚେତାବନୀ ଦିଅ। ରାଜା ହେବା କିପରି ଅନୁଭବ ହୁଏ ସେମାନଙ୍କୁ କୁହ; ଏହା ଏକ ସୁଖଦ ଅନୁଭୂତି ନୁହେଁ ତା’ପରେ ସେମାନେ ଯାହା ଚାହାଁନ୍ତି ସେମାନଙ୍କୁ ଦିଅ। ସେମାନଙ୍କୁ ଶାଉଲ ଦିଅ।” ଏବଂ ଏହିପରି ଭାବେ କାହାଣୀଟି ପ୍ରଘଟ ହୁଏ। ଠିକ୍ ଅଛି, ଦୟାକରି  ଅତି ସ୍ପଷ୍ଟ ଭାବରେ ଏହାକୁ ଶୁଣନ୍ତୁ। ଏପରିକି ଯେତେବେଳେ ଇସ୍ରାଏଲ ଥିଓଡିସିରୁ ଏକ ରାଜତନ୍ତ୍ରକୁ ସ୍ଥାନାନ୍ତରିତ ହୁଏ, ପରମେଶ୍ଵର ତାହାଙ୍କ ସିଂହାସନ ଛାଡି ନାହାଁନ୍ତି। ଯଦି ଆପଣ ପ୍ରଥମ ଏବଂ ଦ୍ଵିତୀୟ ଶାମୁୟେଲ ପଢ଼ିବାକୁ ଯାଉଅଛନ୍ତି, ତେବେ ଆପଣଙ୍କୁ ଦୁଇଟି ପୁସ୍ତକ ମାଧ୍ୟମରେ ଯିବା ମଧ୍ୟରେ ଏହି କଥା ଶୁଣିବାକୁ ହେବ। କାରଣ ସେଠାରେ ଜଣେ ରାଜା ଅଛନ୍ତି ଏହାର ଅର୍ଥ ନୁହେଁ ଯେ ପରମେଶ୍ଵର ରାଜା ହେବା ବନ୍ଦ କରି ଦେଇଅଛନ୍ତି। ସେ ଏପର୍ଯ୍ୟନ୍ତ ରାଜା ଅଟନ୍ତି। ସେ  ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛନ୍ତି, ଏବଂ ଇସ୍ରାଏଲର ରାଜା (ଛୋଟ ରାଜା) ପରମେଶ୍ଵରଙ୍କ ରାଜପ୍ରତିନିଧି ଅଟେ। ସେ ରାଜାଙ୍କ ନିକଟରେ ଉତ୍ତରଦାୟୀ ଏବଂ ତାହାଙ୍କ ସ୍ଥାନରେ ଶାସନ କରୁଅଛନ୍ତି। ଶାଉଲ କିମ୍ବା ଦାଉଦ କିମ୍ବା ଶଲୋମନଙ୍କ ପ୍ରତି ପରମେଶ୍ୱର ତାହାଙ୍କର ଶାସନ, ଅଧିକାର ଏବଂ ନିୟନ୍ତ୍ରଣକୁ ତ୍ୟାଗ କରି ନାହାଁନ୍ତି। ସେ ଏପର୍ଯ୍ୟନ୍ତ ରାଜା ଅଟନ୍ତି।

ତେଣୁ କାହାଣୀଟି ଚାଲିଥାଏ ଏବଂ ପ୍ରାୟତଃ ଏହିପରି ହୋଇଥାଏ, ଶାଉଲଙ୍କ ଆରମ୍ଭ ଶକ୍ତିଶାଳୀ ଏବଂ ଅନ୍ତିମରେ ଦୁର୍ବଳ ହୋଇଯାଏ। ଆମ୍ଭେମାନେ ବିଚାରକର୍ତ୍ତାମାନଙ୍କ ସଂପର୍କରେ ଏହି ବାକ୍ୟକୁ ବ୍ୟବହାର କରିଥିଲୁ। ଏହା ସମୟର ସର୍ବଶ୍ରେଷ୍ଠ ସମୟ ଥିଲା, ଏହା ସମୟର ସବୁଠାରୁ ଖରାପ ସମୟ ଥିଲା।” ଏପର୍ଯ୍ୟନ୍ତ ତାହା ପ୍ରକୃତ ଅବସ୍ଥା ଅଟେ। ତେଣୁ ଆରମ୍ଭ ବିଷୟସବୁ ଉତ୍ତମ, ପ୍ରକୃତରେ ଉତ୍ତମ ଅଟେ। ୧ ଶାମୁୟେଲ ୧୧ ପଦରେ ସେମାନେ ବାହାରକୁ ଯାଆନ୍ତି ଏବଂ ସେମାନେ ଅମ୍ମୋନୀୟମାନଙ୍କୁ ପରାସ୍ତ କରନ୍ତି। ୧ ଶାମୁୟେଲ ୧୧: ୧୩ ପଦରେ, ଶାଉଲ କହନ୍ତି “ଆଜି ସଦାପ୍ରଭୁ ଇସ୍ରାଏଲ ମଧ୍ୟରେ ଉଦ୍ଧାର ସାଧନା କରିଅଛନ୍ତି।” ଦେଖ, ସେ ଏପର୍ଯ୍ୟନ୍ତ ପରମେଶ୍ଵରଙ୍କୁ ଗୌରବ ଦେଉଅଛନ୍ତି। ସେ ରାଜା, ଛୋଟ ରାଜା; ସେ ବୁଝନ୍ତି ଯେ ପରମେଶ୍ଵର ଏପର୍ଯ୍ୟନ୍ତ ରାଜା ଅଟନ୍ତି, ବଡ଼ ରାଜା, ପରମେଶ୍ଵର ଏପର୍ଯ୍ୟନ୍ତ ଯୋଦ୍ଧା ଅଟନ୍ତି ଏବଂ ସେ ହିଁ ବିଜୟୀ ଦିଅନ୍ତି। ସେ ଏପର୍ଯ୍ୟନ୍ତ ତାହା ବୁଛନ୍ତି। ତାହା ଉତ୍ତମ ଅଟେ। ସମୟ ଏପର୍ଯ୍ୟନ୍ତ ଭଲ ଅଟେ। ୧ ଶାମୁୟେଲ ୧୪ ପର୍ବରେ, ଶାଉଲଙ୍କ ପୁତ୍ର ଯୋନାଥନ ବାହାରକୁ ଯାଇ ପଲେଷ୍ଟୀୟମାନଙ୍କୁ ପରାସ୍ତ କରନ୍ତି ଏବଂ ଯୋନାଥନ କହନ୍ତି, “ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ।” ଉଭୟ ପିତା ଏବଂ ତାଙ୍କ ପୁତ୍ର ପରମେଶ୍ଵର ଯୋଦ୍ଧା ଅଟନ୍ତି ବୋଲି ବୁଝନ୍ତି ଏବଂ ସେ ପରମେଶ୍ଵର ଯିଏ ଏପର୍ଯ୍ୟନ୍ତ ବିଜୟ ପ୍ରଦାନ କରନ୍ତି। ତା’ପରେ ସମୟ ସମୟରେ ବାରମ୍ବାର ଘଟେ, ବିଷୟସବୁ ନିମ୍ନଗାମୀ ହେବାକୁ ଆରମ୍ଭ କରେ ଏବଂ ଶୀଘ୍ର ନିମ୍ନଗାମୀ ହୋଇଯାଏ। ଶାଉଲ ଜଣେ ଯାଜକ ନୁହନ୍ତି; ତାଙ୍କର ବଳିଦାନ କରିବାର ଅଧିକାର ନାହିଁ। ସେ ଶାମୁୟେଲଙ୍କୁ ଅପେକ୍ଷା କରିଅଛନ୍ତି। ଶାମୁୟେଲ ସେଠାକୁ ଆସିଲେ ନାହିଁ ତେଣୁ ଶାଉଲ ହୋମବଳି ଉତ୍ସର୍ଗ କଲେ ବଡ଼ ନା-ନା। ଯେପର୍ଯ୍ୟନ୍ତ ତୁମ୍ଭେ ଏକ ଯାଜକ ନ ଅଟ, ତୁମ୍ଭେ ବଳିଦାନ କରିବ ନାହିଁ। ସେ ଏଥିପାଇଁ ଅସୁବିଧାରେ ପଡ଼ନ୍ତି। ପରମେଶ୍ଵର ଶାଉଲଙ୍କୁ ଆହ୍ବାନ କରି କହନ୍ତି ସମସ୍ତ ଅମାଲେକୀୟମାନଙ୍କୁ ହତ୍ୟା କର ତାହା କରିବାକୁ ଶାଉଲ ମନା କରନ୍ତି। ଏବଂ ପରିଶେଷରେ ୧୫ ପର୍ବରେ, ପରମେଶ୍ଵର ଶାମୁୟେଲଙ୍କୁ କୁହନ୍ତି ଯାଶାଉଲକୁ କୁହ ପରମେଶ୍ଵର ତାଙ୍କୁ ଅଗ୍ରାହ୍ୟ କଲେ କିନ୍ତୁ ଦୟାକରି ଧ୍ୟାନ ଦିଅନ୍ତୁ କାହିଁକି ପରମେଶ୍ଵର ଶାଉଲଙ୍କୁ ରାଜା ଭାବରେ ଅଗ୍ରାହ୍ୟ କଲେ। ୧ ଶାମୁୟେଲ ୧୫: ୨୬ ପଦ, ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, "କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟକୁ ତୁଚ୍ଛ କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲ ଉପରେ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି।" ସଫଳତାର ମାନ ଏବଂ ବିଫଳତାର ମାନ କିଛି ନୁହେଁ ଯାହା ବାହ୍ୟିକ ଅଟେ। ଆପଣ କେତେ ଯୁଦ୍ଧ ଜିତନ୍ତି ତାହା ନୁହେଁ। ଆପଣଙ୍କ ମଣ୍ଡଳୀ କେତେ ବଡ଼ ତାହା ନୁହେଁ। ସଫଳତାର ମାନ ହେଉଛି: ଆପଣମାନେ ଏବଂ ମୁଁ ଏବଂ ଶାଉଲ ଆମ୍ଭମାନଙ୍କର ଚୁକ୍ତିଭିତ୍ତିକ ପରମେଶ୍ଵରଙ୍କ ପ୍ରତି ବିଶ୍ୱସ୍ତ କି? ତାହା ହେଉଛି ମାନଦଣ୍ଡ ଯାହା ଦ୍ୱାରା ପରମେଶ୍ଵରଙ୍କ ସଫଳତା ମାପ କରାଯାଏ। ଶାଉଲ ସଦାପ୍ରଭୁଙ୍କ ବାକ୍ୟକୁ ଅଗ୍ରାହ୍ୟ କଲେ। ସେ ସଦାପ୍ରଭୁଙ୍କ ବାକ୍ୟ ପ୍ରତି ବିଶ୍ୱସ୍ତ ନ ଥିଲେ ତେଣୁ, ପରମେଶ୍ଵର ଶାଉଲଙ୍କୁ ଏକ ବିଫଳତା ବୋଲି ବିବେଚନା କରନ୍ତି ଏବଂ ତାଙ୍କୁ କହନ୍ତି ଯେ ସେ ଆଉ ଇସ୍ରାଏଲର ରାଜା ହୋଇ ରହିବେ ନାହିଁ। ତାହା ପରମେଶ୍ଵରଙ୍କ ବିଚାରର ମାନଦଣ୍ଡ, ଦେଖନ୍ତୁ ହାନ୍ନା ଏହା ଜାଣିଅଛନ୍ତି, ସେ ଆମ୍ଭମାନଙ୍କର ଚୁକ୍ତିଭିତ୍ତିକ ପରମେଶ୍ଵରଙ୍କ ପ୍ରତି ବିଶ୍ୱସ୍ତତା ଅଟନ୍ତି। ଏହା ଜୀବନର ସମସ୍ତ ବାହ୍ୟିକ ଫାନ୍ଦ ନୁହେଁ, ଏହା ହେଉଛି 'ମୁଁ ବିଶ୍ୱସ୍ତ କି?' ମୁଁ ମୋ'ର ସମସ୍ତ ମନ, ଏବଂ ସମସ୍ତ ପ୍ରାଣ, ଏବଂ ସମସ୍ତ ଶକ୍ତି ସହିତ ସଦାପ୍ରଭୁଙ୍କୁ ପ୍ରେମ କରେ କି, ଏବଂ ପରମେଶ୍ଵରଙ୍କ ପ୍ରତି ସେହି ପ୍ରେମ ଅଛି କି ଏବଂ ଚୁକ୍ତି ଦ୍ଵାରା ପରିଭାଷିତ ହୋଇଥିବା ଆନନ୍ଦପୂର୍ଣ୍ଣ ଆଜ୍ଞାକାରିତା ଦ୍ଵାରା ତାହାଙ୍କ ପ୍ରତି ଆପଣଙ୍କ ପ୍ରେମ ଉଛୁଳି ପଡୁଅଛି କି? ତାହା ହେଉଛି ପରମେଶ୍ଵରଙ୍କ ମାନଦଣ୍ଡ ଯାହା ଦ୍ଵାରା ସେ ବିଚାର କରନ୍ତି। ତାହା ହେଉଛି ମାନଦଣ୍ଡ ଯାହା ସତ୍ୟ ଅଟେ, ଏବଂ ତାହା ଯାହା ହାନ୍ନା ବୁଝିପାରିଥିଲେ ଏବଂ ଶାଉଲ ବୁଝି ନଥିଲେ। ଏବଂ ତେଣୁ ଶାଉଲଙ୍କୁ କୁହାଗଲା ଯେ ସେ ଆଉ ରାଜା ହୋଇ ରହିବେ ନାହିଁ ଏବଂ ଆପଣ ଯେପରି କାହାଣୀରେ ପଢ଼ନ୍ତି, ଶାଉଲଙ୍କ ଜୀବନ ସିଧା ପତନ ହୁଏ। ସେ ବାରମ୍ବାର ଦାଉଦଙ୍କୁ ହତ୍ୟା କରିବାକୁ ଚେଷ୍ଟା କରନ୍ତି ଏବଂ ଏହା ଦେଖାଯାଏ ଯେ ସେ ପ୍ରାୟ ପାଗଳ ହୋଇଛନ୍ତି। ଶାମୁୟେଲଙ୍କ ମୃତ୍ୟୁ ପରେ, ଶାଉଲ ସୂଚନା ଆବଶ୍ୟକ କରନ୍ତି ତେଣୁ ସେ ଐନ୍‍-ଦୋର ସ୍ଥାନର ଭୂତୁଡ଼ିଆ ପାଖକୁ ଯାଆନ୍ତି ଏବଂ ସେହି ସ୍ତ୍ରୀଙ୍କୁ ପାଇ ଯାଦୁବିଦ୍ୟା ଦ୍ୱାରା ଶାମୁୟେଲଙ୍କୁ ଉଠାଇ ଆଣିବା ନିମନ୍ତେ କହନ୍ତି। ବାସ୍ତବରେ ନା-ନା। ଏବଂ ପରିଶେଷରେ ତାହାଙ୍କ ମୃତ୍ୟୁ ପଲେଷ୍ଟୀୟମାନଙ୍କ ଦ୍ଵାରା ହୁଏ, ତାଙ୍କ ମୁଣ୍ଡ କାଟି ଦିଆଯାଏ ଏବଂ ତାଙ୍କ ଶରୀର ନଗରର କାନ୍ଥରେ ଅଟକି ରହେ। ଇସ୍ରାଏଲର ରାଜାଙ୍କ ପାଇଁ ଏହା ଅତ୍ୟଧିକ ଅଟେ।

ହାନ୍ନା କ’ଣ ଜାଣିଥିଲେ ଯାହା ଶାଉଲ ଜାଣି ନ ଥିଲେ? ହାନ୍ନା ପରମେଶ୍ଵର ରାଜା ଅଟନ୍ତି ବୋଲି ବୁଝିଲେ। ହାନ୍ନା ପରମେଶ୍ଵର ନିୟନ୍ତ୍ରଣରେ ଅଛନ୍ତି ବୋଲି ବୁଝିଲେ। ହାନ୍ନା ବୁଝିଲେ ଯେ ପରମେଶ୍ଵର ଶୈଳ ଅଟନ୍ତି ଏବଂ କେବଳ ତାହାଙ୍କଠାରେ ପରିତ୍ରାଣ ଅଛି, କେବଳ ତାଙ୍କଠାରେ ସୁରକ୍ଷା ଏବଂ ଆଶ୍ରୟ ଏବଂ ସମସ୍ତ ବିଷୟ ଯାହାକୁ ଆମ୍ଭେମାନେ ଜ୍ଞାନଶୂନ୍ୟ ହୋଇ ଇଚ୍ଛା କରୁ। ଏବଂ ହାନ୍ନା ବୁଝିଲେ ଯେ ଆମ୍ଭମାନଙ୍କ ନିମନ୍ତେ ଯାହା ଗୁରୁତ୍ୱପୂର୍ଣ୍ଣ ତାହା ବାହ୍ୟିକ ନୁହେଁ, ସାଂସାରିକ ଦ୍ଵାରା ପରିଭାଷିତ ହୋଇଥିବା ସଫଳତା ନୁହେଁ। କିନ୍ତୁ ଆମ୍ଭମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମ୍ଭେମାନେ ବିଶ୍ୱସ୍ତ ହେବା। ଆମ୍ଭେମାନେ ଏକ ଜୀବନ ବଞ୍ଚୁ ଯେ ଯାହା ଗଭୀର ଭାବରେ ପରମେଶ୍ଵର-କେନ୍ଦ୍ରିତ ଯେ ଆମ୍ଭେମାନେ ପରମେଶ୍ଵରଙ୍କୁ ଏହି ଯୁଗର ଦେବତାମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାଧ୍ୟ କରୁ ନାହୁଁ, ଏବଂ ସେମାନେ ଅନେକ, ସେମାନେ ନୁହନ୍ତି କି? ଆମ୍ଭେମାନେ ମୌଳିକ ଏକେଶ୍ୱରବାଦ ଅଟୁ ଏବଂ ସେଠାରେ କେବଳ ଜଣେ ପରମେଶ୍ଵର ଅଛନ୍ତି ଏବଂ ଏହା ଯିହୋବା ଅର୍ଥାତ୍ ସଦାପ୍ରଭୁ ଅଟନ୍ତି। ଏବଂ ଏହା ପରମେଶ୍ଵର ଅଟନ୍ତି ଏବଂ ସେ ଏକାକୀ ଯାହାଙ୍କୁ ଆମ୍ଭ ଶରୀରରେ ଥିବା ଉତ୍ସାହର ପ୍ରତ୍ୟେକ ପରିମାଣ ସହିତ ଆମ୍ଭେମାନେ ସେବା କରୁ। ତାହା ହାନ୍ନା ଜାଣିଥିଲେ ଏବଂ ଶାଉଲ ଜାଣି ନ ଥିଲେ।

ଆପଣ ଜାଣନ୍ତି, ପୂରାତନ ନିୟମର ଅଧିକାଂଶ ଭାଗ ସତ୍ୟଏକ ସାକ୍ଷୀ ଅଟେ ଯେ ଅଧିକାଂଶ ସମୟ ପାଇଁ ଲୋକମାନେ ଏହାକୁ ପାଇ ପାରନ୍ତି ନାହାଁ। ଆପଣ ଏହା ଲକ୍ଷ୍ୟ କରିଅଛନ୍ତି କି? ଏହା ଆପଣ ଧ୍ୟାନ ଦେଲେ କି? ପ୍ରଥମ ସେବା ପରେ କେହି ଜଣେ ମୋ’ ପାଖକୁ ଆସି ମୋତେ କହିଲେ, “ମୁଁ ବହୁତ ଖୁସି ଯେ ତୁମ୍ଭେ ଏହା କହିଲ କାରଣ ମୁଁ ପୂରାତନ ନିୟମକୁ ବାରମ୍ବାର ପଢ଼ିଅଛି ଏବଂ ମୁଁ ନିଜକୁ ପଚାରୁଅଛି, ଏହି ଲୋକମାନେ କେବେ ଏହାକୁ ପାଇବେ କି?” ଏବଂ ଉତ୍ତର ହେଉଛି ନାହିଁ। ସେମାନେ ଏହାକୁ କେବେ ପାଆନ୍ତି ନାହିଁ। ମୁଁ ଜାଣେ ନାହିଁ ମୁଁ ଆପଣଙ୍କ ସହିତ ଏହା ଅଂଶୀଦାର ହୋଇଅଛି କି ନାହିଁ, କିନ୍ତୁ ମୁଁ ଜଣେ ନୁହେଁ ଯେ ଏହି ପୂରାତନ ନିୟମ କାହାଣୀଗୁଡ଼ିକ ପସନ୍ଦ କରେ। ମୁଁ ଜଣକୁ ଏହା ବାଛିବାକୁ ଚାହୁଁଥିଲି ଯିଏ ପୂରାତନ ନିୟମକୁ ମୋ'ଠାରୁ ଅଧିକ ଭଲ ଜାଣେ। ତାଙ୍କ ନାମ ଗ୍ୟାରି ପ୍ରାଟିକୋ ଅଟେ। ସେ ଗର୍ଡନ କନୱେଲ ଥିଓଲୋଜିକାଲ ସେମିନାରୀରେ ପୂରାତନ ନିୟମ ଶିକ୍ଷା ଦିଅନ୍ତି ଏହାକୁ ତାଙ୍କ ସାରା ଜୀବନ  ଶିଖାଇଲେ; ଯେଉଁଠାରେ ମୁଁ ପୂରାତନ ନିୟମ ପିଏଚଡି ଶିକ୍ଷା ଦେଉଥିଲି। ଏବଂ ଏହାକୁ ୨୫ କିମ୍ବା ୩୦ କାହାଣୀକୁ ହ୍ରାସ କରିବାର କାର୍ଯ୍ୟ ଗ୍ୟାରିକୁ ଯନ୍ତ୍ରଣା ଦେଉଅଛି। "ଆପଣ ସେହି କାହାଣୀ ଛାଡ଼ି ପାରିବେ ନାହିଁ!" "ଆପଣ ଜାଣନ୍ତି, ଗ୍ୟାରି, ତୁମେ ବର୍ତ୍ତମାନ ୩୦ ବର୍ଷ, ବନ୍ଧୁ, ଏବଂ ତାହା ହେଉଛି ଶେଷ।" ତେଣୁ ସେ ଏହି କାହାଣୀଗୁଡ଼ିକୁ ବାଛିଅଛନ୍ତି। ମୁଁ ଗୁରୁବାର କିମ୍ବା ଶୁକ୍ରବାର ଦିନ ତାଙ୍କୁ ଫୋନ୍ କରିଥିଲି କାରଣ ମୁଁ ଧର୍ମୋପଦେଶରେ ନିରାଶ ହୋଇଥିଲି ଏବଂ ମୁଁ କହିଲି, “ଗ୍ୟାରି, ତୁମ୍ଭେ ମୋତେ କହୁଥିବା କାହାଣୀଗୁଡ଼ିକର ସମସ୍ୟା ହେଉଛି ଯେ ସେଗୁଡ଼ିକ ସବୁ ସମାନ କଥା, ଯଦିଓ ଚରିତ୍ରମାନଙ୍କ ନାମ ଭିନ୍ନ ଯିହୋବା ଅର୍ଥାତ୍ ସଦାପ୍ରଭୁ ପରମେଶ୍ୱର ଅଟନ୍ତି। ସେ ନିୟନ୍ତ୍ରଣରେ ଅଛନ୍ତି। ସେ ଦାୟିତ୍ୱରେ ଅଛନ୍ତି। ଆମ୍ଭେମାନେ ତାହାଙ୍କୁ ପ୍ରେମ କରିବାକୁ ଏବଂ ତାହାଙ୍କ ପ୍ରତି ବିଶ୍ୱସ୍ତ ହେବା ନିମନ୍ତେ ଆହୂତ ହୋଇଅଛୁ ଏବଂ ସେହି ବିଶ୍ଵାସ ଆନନ୍ଦପୂର୍ଣ୍ଣ ଆଜ୍ଞାକାରିତାରେ ପରିପୂର୍ଣ୍ଣ ହେବା ନିମନ୍ତେ। ଗ୍ୟାରି, ଏହା ବାରମ୍ବାର ସମାନ ବିଷୟ ଅଟେ ଏବଂ ମୁଁ ସମାନ ବିଷୟକୁ ବାରମ୍ବାର ପ୍ରଚାର କରିପାରିବି ନାହିଁ। ତୁମ୍ଭେ ଏସବୁ ମୋତେ କାହିଁକି ଦେଉଅଛ?” ଏବଂ ଗ୍ୟାରି ଉଚ୍ଚ ସ୍ୱରରେ କହିଲେ, ହାର୍ଭାର୍ଡ ପିଏଚଡି ଶୈଳୀରେ ଓଃ!! ବିଲ୍, ତାହା ହେଉଛି ସମ୍ପୂର୍ଣ୍ଣ କଥା ପୂରାତନ ନିୟମର ଏହା ସମ୍ପୂର୍ଣ୍ଣ ବିଷୟ ଅଟେ ଯାହା ଲୋକମାନେ ଜାଣନ୍ତି ନାହିଁ। ଆପଣ ସେମାନଙ୍କୁ ଥରକୁଥର ଏବଂ ବାରମ୍ବାର କହନ୍ତି। ଆପଣ ସେମାନଙ୍କ ନିକଟକୁ ବିଚାରକର୍ତ୍ତାଗଣଙ୍କୁ ପଠାନ୍ତି; ସେମାନେ ଏହା ଜାଣନ୍ତି ନାହିଁ। ଆପଣ ସେମାନଙ୍କ ନିକଟକୁ ରାଜାଗଣଙ୍କୁ ପଠାନ୍ତି; ସେମାନେ ଏହା ଜାଣନ୍ତି ନାହିଁ। ଆପଣ ସେମାନଙ୍କ ନିକଟକୁ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ପଠାନ୍ତି; ସେମାନେ ଏହା ଜାଣନ୍ତି ନାହିଁ। ସେମାନେ ତାହା ଜାଣନ୍ତି ନାହିଁ। ଏବଂ ବିଲ୍ ବାସ୍ତବ କଥା ହେଉଛି ଯେ, ଏହାକୁ ସେମାନେ କଦାପି ଜାଣିବେ ନାହିଁ।” ଦାଉଦ ଏବଂ ହାନ୍ନା, ଯିହୋଶୂୟଙ୍କ ପରି କିଛି ଅସାଧାରଣ ଲୋକ ଥାଇପାରନ୍ତି, ଯେଉଁମାନେ ଅତି ଅସାଧାରଣ ଲୋକ, ଯେଉଁମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଜାଣନ୍ତି। କିନ୍ତୁ ଅଧିକାଂଶ ସମୟ ନିମନ୍ତେ, ପୂରାତନ ନିୟମର ଲୋକମାନେ ତାହା ଜାଣନ୍ତି ନାହିଁ। ବାସ୍ତବରେ, ସେମାନେ ଏହାକୁ ଜାଣିପାରିବେ ନାହିଁ, ଏବଂ ତାହା ପୂରାତନ ନିୟମର ଏକ ପ୍ରମୁଖ ବିଷୟ ଅଟେ।

 ୩. ୧୦୦୦ ବର୍ଷ ପରେ – ମରିୟମ

ହାନ୍ନା, ଶାମୁୟେଲ ଏବଂ ଶାଉଲଙ୍କ ଏକ ହଜାର ବର୍ଷ ପରେ ଆଉ ଜଣେ ମହିଳା ଥିଲେ, ଯିଏ କଦାପି ସନ୍ତାନ ପାଇ ନ ଥିଲେ। ଏବଂ ପରମେଶ୍ଵର ତାଙ୍କ ଗର୍ଭରେ ଜୀବନ ଦେଲେ। ଏବଂ ମରିୟମ ଈଶ୍ଵରଙ୍କ ଜୀବନ ଉପହାର ଉପରେ ଏପରି ଭାବରେ ପ୍ରତିକ୍ରିୟା କଲେ ଯାହା ହାନ୍ନାଙ୍କ ଭଳି ଚମତ୍କାର ଏବଂ ମୁଁ ପରେ ଅତିରଞ୍ଜନ ଅର୍ଥାତ୍ ମରିୟମଙ୍କ ଗୀତ ପଢ଼ିବାକୁ ଯାଉଅଛି। ଏହା ଲୂକ ୧ ପର୍ବରେ ଅଛି। କିନ୍ତୁ ଯଦି ଆପଣ ଘରକୁ ଯାଇ ହାନ୍ନାଙ୍କ ଗୀତକୁ, ଦାଉଦଙ୍କ ଗୀତକୁ, ଏବଂ ତା’ପରେ ମରିୟମଙ୍କ ଆନନ୍ଦର ଗୀତକୁ ଦେଖିବେ ତାହା ଆକର୍ଷଣୀୟ ଅଟେ। ଏବଂ ଆପଣ ଦେଖିବେ ଯେ ସେମାନେ ସମସ୍ତେ ମୌଳିକ ବିଷୟ କଥା କହିବେ ଏବଂ ମରିୟମଙ୍କ ଗର୍ଭରେ ପୁତ୍ର ଜନ୍ମ ହେଲେ, ସେ ବଞ୍ଚିଥିଲେ ଏବଂ ମୃତ୍ୟୁ ବରଣ କଲେ, ଏବଂ ଯୀଶୁ ଏହି ପ୍ରକ୍ରିୟାରେ ଯାହା କଲେ ତାହା ଅନ୍ୟ କେହି କରି ପାରିଲେ ନାହିଁ। ସେ ସମସ୍ତ ମନ, ସମସ୍ତ ଆତ୍ମା ଏବଂ ସମସ୍ତ ଶକ୍ତି ସହିତ ଈଶ୍ଵରଙ୍କୁ ସମ୍ପୂର୍ଣ୍ଣ ରୂପେ ପ୍ରେମ କଲେ। ଏବଂ ଯେତେବେଳେ ଯୀଶୁ କ୍ରୁଶରେ ମୃତ୍ୟୁ ବରଣ କଲେ, ସେତେବେଳେ ସେ କେବଳ ପାପର ଦଣ୍ଡ ପରିଶୋଧ କରି ନ ଥିଲେ। ଯେଉଁମାନେ ଅଳ୍ପ ସମୟ ନିମନ୍ତେ ଈଶ୍ଵରଙ୍କୁ ପ୍ରେମ କରନ୍ତି ସେମାନେ ପାପ କରନ୍ତି। କିନ୍ତୁ ତାହାଙ୍କ ମୃତ୍ୟୁକୁ ନୂତନ ଚୁକ୍ତି ମଧ୍ୟ କୁହାଯାଉଥିଲା। ଏବଂ ନୂତନ ଚୁକ୍ତି ପୂରାତନ ପରି ଅଟେ ଯେଉଁଠାରେ ଈଶ୍ଵର ଏପର୍ଯ୍ୟନ୍ତ ରାଜା ଅଟନ୍ତି ଏବଂ ଆମ୍ଭେମାନେ ଏପର୍ଯ୍ୟନ୍ତ ବିଶ୍ୱାସ କରିବାକୁ ଆହୂତ ହୋଇଅଛୁ। କିନ୍ତୁ ପ୍ରକୃତରେ ନୂତନ ଚୁକ୍ତିରେ କ’ଣ ନୂତନ ଅଟେ ଏବଂ ଯିରିମିୟଙ୍କ ଭବିଷ୍ୟଦବାଣୀ ଗୁଡ଼ିକର ଉତ୍ତରରେ କୁହାଯାଉଅଛି ଯେ ନୂତନ ଚୁକ୍ତି ସହିତ ପରମେଶ୍ଵରଙ୍କୁ ପ୍ରେମ କରିବାର ଶକ୍ତି ଆସେ ଯାହା ପବିତ୍ର ଆତ୍ମା ବିନା ନିଶ୍ଚିତ ଭାବରେ ଆମ୍ଭେମାନେ ଅସମର୍ଥ ଅଟୁ। ଏବଂ କ୍ରୁଶରେ ମୃତ୍ୟୁ ବରଣ କଲାବେଳେ ଉପର କୋଠରୀରେ ସେ ଆପଣା ଶିଷ୍ୟମାନଙ୍କୁ ଯାହା କହିଥିଲେ ତାହା ସ୍ମରଣ କର: "ମୋହର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କର ମଙ୍ଗଳ, ଯେତେବେଳେ ମୁଁ ପ୍ରସ୍ଥାନ କରିବି ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ।" ଏବଂ କ୍ରୁଶରେ ତାହାଙ୍କ ମୃତ୍ୟୁ ଦ୍ଵାରା, ଖ୍ରୀଷ୍ଟ ନୂତନ ଚୁକ୍ତି ଘୋଷଣା କଲେ, ଏକ ଚୁକ୍ତି ଯାହା ଚୁକ୍ତିର ଅଂଶବିଶେଷ ଲୋକଙ୍କୁ ଏହି ଚୁକ୍ତି ପାଳନ କରିବାକୁ ଶକ୍ତି ପ୍ରଦାନ କରେ। ପରମେଶ୍ଵରଙ୍କୁ ସମସ୍ତ ମନ, ସମସ୍ତ ପ୍ରାଣ ଏବଂ ସମସ୍ତ ଶକ୍ତି ସହିତ ପ୍ରେମ କରିବା। ଏବଂ ଏହି ଶକ୍ତି ଯାହା ପବିତ୍ର ଆତ୍ମାଙ୍କ ଦ୍ୱାରା ଆସେ ଯାହା ଆମ୍ଭେମାନେ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବା ଯେ ବିଶ୍ଵାସ ବିନା ପରମେଶ୍ଵରଙ୍କୁ ସନ୍ତୁଷ୍ଟ କରିବା ଅସମ୍ଭବ ଏବଂ ସେହି ପ୍ରକୃତ ବିଶ୍ୱାସ ସର୍ବଦା ବିଶ୍ୱସ୍ତ ଏବଂ ଆନନ୍ଦଦାୟକ ଆଜ୍ଞାରେ ପରିପୂର୍ଣ୍ଣ ହୁଏ। ଏହା ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା ହିଁ ଆମ୍ଭେମାନେ ଅଧିକ ଗଭୀର ଭାବରେ ବୁଝିପାରିବା ବୋଧେହୁଏ ଯାହାଙ୍କ ବିନା ଆମ୍ଭେମାନେ ଏହି ଜଗତର ଦେବତାମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରମେଶ୍ଵରଙ୍କୁ କହିପାରିବା ନାହିଁ। ପବିତ୍ର ଆତ୍ମା ଯେବେ ସେ ଆମ୍ଭମାନଙ୍କୁ ପାପ ବିଷୟରେ ପ୍ରମାଣ ଦିଅନ୍ତି, ଆମ୍ଭମାନଙ୍କୁ ବିଶ୍ୱାସ କରାନ୍ତି ଯେ ସେଠାରେ କେବଳ ଜଣେ ପରମେଶ୍ଵର ଅଛନ୍ତି, ଏବଂ ମନୁଷ୍ୟର ପାପପୂର୍ଣ୍ଣ ପ୍ରବୃତ୍ତି ଅନ୍ୟ ଦେବତାମାନଙ୍କୁ ପୂଜା କରିବା ଅଟେ। ଏବଂ ଏପର୍ଯ୍ୟନ୍ତ ପବିତ୍ର ଆତ୍ମା କହନ୍ତି ଯେ କେବଳ ଜଣେ ଅଛନ୍ତି ଯିଏ ପରମେଶ୍ଵର ଅଟନ୍ତି ଏବଂ ଆପଣ ତାହାଙ୍କୁ ପ୍ରେମ କରିବେ ଏବଂ ଜଗତକୁ ଘୃଣା କରିବେ, କିମ୍ବା ଆପଣ ଜଗତକୁ ପ୍ରେମ କରିବେ ଏବଂ ତାହାଙ୍କୁ ଘୃଣା କରିବେ। ସେଠାରେ କୌଣସି ଧୂସର ନାହିଁ, ପୁଣି ଅନ୍ତର୍ବର୍ତ୍ତୀ କିଛି ନାହିଁ। ୧ ଯୋହନ ୨:୧୫ “ସଂସାର କିଅବା ସେଥିରେ ଥିବା ବିଷୟସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ। କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ ହୋଇଥାଏ। ପୁଣି ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଇଶ୍ଵରଙ୍କ ଇଚ୍ଛା ପାଳନ କରେ, ଯିଏ “ହେସିଦିମ୍”, ଯିଏ ବିଶ୍ୱସ୍ତ ଅଟେ, ସେ ନିତ୍ୟସ୍ଥାୟୀ।

ଏହା ଏକ ବହୁମୁଖୀ ଜଗତର ପ୍ରତିଦ୍ୱନ୍ଦ୍ୱିତା ଲାଗି ଆହ୍ୱାନ। ଏ ଜଗତ କହେ ଯେ ସେଠାରେ ଅନେକ ଦେବତାଗଣ ଅଛନ୍ତି ଏବଂ ଆପଣ ଯାହାର ସେବା କରିବାକୁ ଚାହାଁନ୍ତି ତାହାଙ୍କୁ ମନୋନୀତ କରି ପାରିବେ। ଆଉ ହାନ୍ନା ଓ ଦାଉଦ, ଏବଂ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ଦ୍ୱାରା ମୁଁ ପ୍ରାର୍ଥନା କରେ, ଆଉ ଆପଣ ଏବଂ ମୁଁ ବୁଝୁ ଯେ ତାହା ଗ୍ରହଣୀୟ ନୁହେଁ। ଆମ୍ଭେମାନେ ଯେ ଆହୂତ ହୋଇଅଛୁ ଏବଂ ୨ ପର୍ବରେ ପୁନର୍ବାର ହାନ୍ନାଙ୍କ ପରି ଉଚ୍ଚ ଶବ୍ଦରେ ଉଚ୍ଚ କହିବା, “ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ; ଯେହେତୁ ତୁମ୍ଭ ଭିନ୍ନ ଆଉ କେହି ନାହିଁ; କିଅବା ଆମ୍ଭମାନଙ୍କ ପରମେଶ୍ଵରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।” ଏବଂ ଆମ୍ଭେମାନେ ଶେଷ ଦିନରେ ଏହି ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା ହିଁ ବୁଝୁ ଯେ ଏହି ଜଗତର ସୁଖ ନୁହେଁ ଯାହା ଗୁରୁତ୍ୱପୂର୍ଣ୍ଣ ଅଟେ। ଶାଉଲଙ୍କ ପରି ଏହା ପରମେଶ୍ଵରଙ୍କ ପ୍ରତି ଅର୍ଦ୍ଧ ହୃଦୟ ପ୍ରତିଶୃତି ନୁହେଁ। ଶେଷ ଦିନରେ ପବିତ୍ର ଆତ୍ମା ଆମ୍ଭମାନଙ୍କୁ କହନ୍ତି ଯେ ଏହା ମାନବୀୟ ସଫଳତାର ପ୍ରସଙ୍ଗ ନୁହେଁ; ତାହା ବିଚାରର ଆଧାର ନୁହେଁ। କିନ୍ତୁ ବିଚାରର ଆଧାର ହେଉଛି ଚୁକ୍ତି ଏବଂ ପରମେଶ୍ଵର ବାକ୍ୟ, “ଏହା ହିଁ ମୋ' ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅଟେ। ମୋ' ନିମନ୍ତେ ଏକ କୋମଳ ଏବଂ ମୃଦୁ ହୃଦୟ ଗୁରୁତ୍ୱପୂର୍ଣ୍ଣ ଅଟେ।” ଏକ ହୃଦୟ ଯାହା ପରମେଶ୍ଵରଙ୍କ ହସ୍ତରେ ଗଢ଼ା ଯାଇଥାଏ, ତାହାଙ୍କ ଆତ୍ମା ଦ୍ୱାରା ସଶକ୍ତ ହୋଇ, ତାହାଙ୍କ ଆଦେଶ କରିବାକୁ ପ୍ରସ୍ତୁତ, ସମ୍ପୁର୍ଣ୍ଣ ଭାବରେ ପରମେଶ୍ଵରଙ୍କ ନିମନ୍ତେ ବିକ୍ରୀତ, ପ୍ରାଥମିକ ଏକଧର୍ମବାଦୀ, ଏକ ପରମେଶ୍ଵର-କେନ୍ଦ୍ରିତ ଜୀବନ ନିମନ୍ତେ ପ୍ରାଥମିକ ଭାବେ ସମର୍ପିତ ଅଟେ। ଏହି ସବୁ ସମ୍ଭବ କାରଣ ନୂତନ ଚୁକ୍ତିରେ ପରମେଶ୍ଵର ତାହାଙ୍କ ଆତ୍ମାକୁ ଆମ୍ଭମାନଙ୍କୁ ଚୁକ୍ତିର ଅଂଶ ପୂରଣ କରିବା ନିମନ୍ତେ ଶକ୍ତି ଦେବା ପାଇଁ ପ୍ରେରଣ କଲେ।

ଆମ୍ଭ ରାଜାଙ୍କ ବିଜୟ ଉତ୍ସବ ପାଳନ କର (୧ କରିନ୍ଥୀୟ ୧୧:୨୩ ff)

ମୁଁ ଆଜି ସକାଳେ ଆପଣମାନଙ୍କୁ ଆମ୍ଭ ରାଜାଙ୍କ ବିଜୟ ଉତ୍ସବ ପାଳନ କରିବାକୁ ଆମନ୍ତ୍ରଣ କରିବାକୁ ଚାହେଁ, ଏବଂ ତାହା ହେଉଛି ବଡ଼ ରାଜା ଅଟେ। ଯେବେ ଯୀଶୁ ନୂତନ ଚୁକ୍ତିରେ ଘୋଷଣା କଲେ, ସେ ତାହାଙ୍କ ମୃତ୍ୟୁ ଦ୍ୱାରା ତାହା କଲେ। ଏବଂ ତାଙ୍କ ମୃତ୍ୟୁରେ, ସେ ଶତ୍ରୁମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ଉପରେ ବିଜୟ ଲାଭ କଲେ ଅର୍ଥାତ ମୃତ୍ୟୁ ଉପରେ। ଶୟତାନ ପରାଜିତ ହେଲେ। ଏବଂ ନିସ୍ତାରପର୍ବ ନାମକ ଯିହୁଦୀ ପର୍ବ ଯୀଶୁଙ୍କ ପୁନଃ ବ୍ୟାଖ୍ୟା ମାଧ୍ୟମରେ ହିଁ ଆମ୍ଭମାନଙ୍କୁ ଘୋଷଣା କରିବାକୁ ଆହ୍ବାନ ଦିଆଯାଇଅଛି ଯେ ଯୀଶୁଙ୍କ ମୃତ୍ୟୁ ହିଁ ପାପର ଦଣ୍ଡକୁ ପରିଶୋଧ କରିଅଛି। ଏହା ଯୀଶୁଙ୍କ ମୃତ୍ୟୁ ଯାହା ଏହି ଚୁକ୍ତିରେ ଘୋଷିତ ହୋଇଥିଲା ଯେଉଁଥିରେ ଆମ୍ଭେମାନେ ବର୍ତ୍ତମାନ ତାହାଙ୍କ ଆତ୍ମା ଦ୍ୱାରା ସଶକ୍ତ ହୋଇ ଆମ୍ଭମାନଙ୍କ ସମସ୍ତ ଆତ୍ମା ଏବଂ ସମସ୍ତ ଶକ୍ତି ସହିତ ପରମେଶ୍ଵରଙ୍କୁ ପ୍ରେମ କରୁ। ୧ କରିନ୍ଥୀୟ ୧୧ ପର୍ବରେ ପାଉଲ ଆମ୍ଭମାନଙ୍କୁ କହନ୍ତି ଯେ, ଯୀଶୁ ଏହି ଯିହୂଦୀ ପର୍ବକୁ କିପରି ପୁନର୍ବାର ବ୍ୟାଖ୍ୟା କଲେ ଏବଂ ସେ କହନ୍ତି, “କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟୀ ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ; ତୁମ୍ଭେମାନେ ଯେତେଥର ଏଥିରୁ ପାନ କର ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର। କାରଣ ଯେତେ ଥର ତୁମ୍ଭେମାନେ ଏହି ରୋଟୀ ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ।”

ମୁଁ ଆପଣଙ୍କୁ ଆମ୍ଭମାନଙ୍କର ରାଜା ସମୁଦାୟରେ ବିଜୟୀ ହୋଇଥିବା ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରୁଅଛି ଏବଂ ଏହା ନୂତନ ଚୁକ୍ତି ମାଧ୍ୟମରେ ସେ ତାହାଙ୍କ ମୃତ୍ୟୁ ଦ୍ୱାରା ଆଣିଥିଲେ, ଆମ୍ଭେମାନେ ବର୍ତ୍ତମାନ “ହେସିଦିମ୍” ଅର୍ଥାତ୍ ବିଶ୍ୱସ୍ତ ହୋଇପାରିବା। ଆମ୍ଭେମାନେ ତାହାଙ୍କ ପ୍ରତି ବିଶ୍ୱସ୍ତ ହୋଇପାରିବା, ଯେପରି ସେ ଆମ୍ଭମାନଙ୍କ ପ୍ରତି ସର୍ବଦା ବିଶ୍ୱସ୍ତ ଥିଲେ। ଆମ୍ଭେମାନେ ରୋଟୀ ବାଣ୍ଟିବାକୁ ଯାଉଅଛୁ। ମୁଁ କହୁଅଛି ଯେ ଆପଣମାନେ ଏହାକୁ ଧରି ରଖନ୍ତୁ ଏବଂ ଆମ୍ଭେମାନେ ଏହାକୁ ଏକାଠି ନେଇପାରିବା।

ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ। ତୁମ୍ଭ ଭିନ୍ନ ଆଉ କେହି ନାହିଁ। ଆମ୍ଭମାନଙ୍କର ପରମେଶ୍ଵରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ। ଏବଂ ଏହା ହେଉଛି ପରମେଶ୍ଵର ଯିଏ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି ଏବଂ ଆପଣମାନଙ୍କ ରାଜା ହେବା ନିମନ୍ତେ ଆପଣଙ୍କ ସମ୍ପର୍କ ଚାହାଁନ୍ତି ଏବଂ ଆପଣମାନଙ୍କ ନିମନ୍ତେ ତାହାଙ୍କ ପ୍ରଜା ହେବା ପାଇଁ ଏହା ସମ୍ଭବ ହୋଇଅଛି, କାରଣ ତାହାଙ୍କ ପୁତ୍ର ଆମ୍ଭମାନଙ୍କ ପାପ ନିମନ୍ତେ ଏବଂ ମୋ'ର ପାପ ନିମନ୍ତେ ମୃତ୍ୟୁ ବରଣ କଲେ। ଆମ୍ଭେମାନେ ବର୍ତ୍ତମାନ ସେହି ମୃତ୍ୟୁକୁ ଏକତ୍ର ଘୋଷଣା କରିପାରିବା।

ମୁଁ ବୁଝିପାରୁଛି ଯେ ଏହିସବୁ ମହାନ ସମୟ ଅଟେ, କିନ୍ତୁ ସେହିସବୁ ଆନନ୍ଦଦାୟକ ସମୟ ମଧ୍ୟ ଅଟେ। ଅତିରଞ୍ଜନ ମରିୟମଙ୍କ ଗୀତ ଉପରେ ମରିୟମଙ୍କ ବିଶ୍ୱାସର କ୍ରନ୍ଦନ ଶୁଣନ୍ତୁ। ଏଥିରେ ମରିୟମ କହିଲେ, “ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି, ପୁଣି ମୋହର ଆତ୍ମା ମୋ’ ତ୍ରାଣକର୍ତ୍ତା ଇଶ୍ଵରଙ୍କଠାରେ ଉଲ୍ଲସିତ ହୋଇଅଛି; କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି; ତାହାଙ୍କର ନାମ ପବିତ୍ର, ଆଉ ତାହାର ଭୟକାରୀମାନଙ୍କ ପ୍ରତି “ହେସିଦିମ୍” ଅର୍ଥାତ୍ ବିଶ୍ୱସ୍ତ ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ। ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଙ୍କାରୀମାନଙ୍କୁ ସେମାନଙ୍କର ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି; ସେ ବିକ୍ରମୀମାନଙ୍କୁ ସିଂହାସନଚ୍ୟୁତ କରିଅଛନ୍ତି, ଦୀନହୀନମାନଙ୍କୁ ଉନ୍ନତ କରିଅଛନ୍ତି, ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି। ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ ସେ ଅବ୍ରହାମ ଓ ତାଙ୍କ ସନ୍ତାନମାନଙ୍କ ପ୍ରତି, ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣା ଦାସ ଇସ୍ରାଏଲର ଉପକାର କରିଅଛନ୍ତି।”

ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି, ପୁଣି ମୋହର ଆତ୍ମା ମୋ' ତ୍ରାଣକର୍ତ୍ତା ଇଶ୍ଵରଙ୍କଠାରେ ଉଲ୍ଲସିତ ହୋଇଅଛି। ଆସନ୍ତୁ ଆମ୍ଭେମାନେ ଅତ୍ୟଧିକ ହସଖୁସି ସହ, ପରମେଶ୍ୱରଙ୍କ ଦାନରେ ଏକତ୍ର ଆନନ୍ଦ କରିବା। ଆପଣ ସେହି ଲୋକମାନଙ୍କ ପରି ଯାଆନ୍ତୁ ଯେଉଁମାନଙ୍କର ଜଣେ ବିଜୟୀ ପରମେଶ୍ଵର ଅଛନ୍ତି ଯିଏ ରାଜା ଅଟନ୍ତି। ଏବଂ ଯେବେ ଆମ୍ଭେମାନେ ଏହା ଦେଖିପାରୁ ନାହୁଁ, ତାହା ଆମ୍ଭମାନଙ୍କୁ କେବଳ ବିଶ୍ଵାସ ଦ୍ୱାରା ନିଶ୍ଚିତ କରିବାକୁ ଏକ ସୁଯୋଗ ଦେଇଥାଏ ଯାହା ଦ୍ଵାରା ପରମେଶ୍ଵର ୧ ଏବଂ ୨ ଶାମୁୟେଲରେ ଇତିହାସକୁ ନିୟନ୍ତ୍ରଣ କରିଥିଲେ। ଅନୁମାନ କରନ୍ତୁ? ସେ ଆଜି ମଧ୍ୟ ନିୟନ୍ତ୍ରଣରେ ଅଛନ୍ତି। ଆପଣମାନେ ଶାନ୍ତିରେ ଯାଇପାରନ୍ତି।