୧୪.  ଦାଉଦ ଏବଂ ଗଲୀୟାତ

ଆଜି ସକାଳେ, ଆମ୍ଭେମାନେ ବାଇବଲର ୫୨ଟି ମୁଖ୍ୟ ଘଟଣାମାନଙ୍କ ମଧ୍ୟରୁ ୧୪ତମ ଘଟଣା, ଅର୍ଥାତ୍ ଦାଉଦ ଓ ଗଲୀୟାତଙ୍କ କାହାଣୀକୁ ଦେଖିବାକୁ ଯାଉଅଛୁ। ଏହା ସବୁଠାରୁ ପ୍ରସିଦ୍ଧ କାହାଣୀମାନଙ୍କ ମଧ୍ୟରୁ ଏପରି ଏକ କାହାଣୀ, ଯାହା ସ୍ଥାନୀୟ ଖ୍ରୀଷ୍ଟିୟାନ ଓ ଅଣ-ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଏକ ସମାନ ଲୋକପ୍ରିୟ କାହାଣୀ ଅଟେ। ମୁଁ ଅନେକ ସମୟରେ ଅଣ-ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ “ପ୍ରତିଶୋଧ ନେବା” ବା ଗଲୀୟାତଙ୍କ ବିଷୟରେ ଚର୍ଚା କରୁଥିବା ଶୁଣେ। ମୁଁ ଆଶ୍ଚର୍ଯ୍ୟ ମନେ କରେ, ଯେ କ’ଣ ସେମାନେ ଏହା ଜାଣନ୍ତି ଯେ ସେମାନଙ୍କ ଭାଷା କେଉଁଠାରୁ ଆସୁଅଛି। ଅତଏବ, ଆଜି ସକାଳେ ଆମ୍ଭେମାନେ ପ୍ରଥମ ଶାମୁୟେଲରେ ଦାଉଦ ଓ ଗଲୀୟାତଙ୍କ କାହାଣୀକୁ ଦେଖିବା।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା। ପିତା, ମୁଁ ଆପଣା ଜୀବନରେ ଓ ଅନ୍ୟମାନଙ୍କ ଜୀବନରେ ଏହା ବୁଝିପାରେ ଯେ ସଂଗ୍ରାମ ତୁମ୍ଭର ଅଟେ, ହା କହିବାର ଗୋଟିଏ ବିଷୟ ଅଟେ, ଆମ୍ଭେମାନେ ପ୍ରଭୁଙ୍କ ନାମରେ ଭରସା କରୁ ବୋଲି ଗାଇବାର ଏକ ଅନ୍ୟ ବିଷୟ ଅଟେ, କିନ୍ତୁ ସୋମବାର ଦିନ ଯେତେବେଳେ ଆମ୍ଭେମାନେ ସେହି ପ୍ରତିବାସୀକି ବା ସହକର୍ମୀଙ୍କୁ ସାକ୍ଷାତ କଲୁ ଯାହାଙ୍କୁ ଆମ୍ଭେମାନେ ତୁମ୍ଭ ବିଷୟରେ ଶୁଣାଇବାକୁ ତୁମ୍ଭେ ସ୍ପଷ୍ଟ ଭାବରେ କହିଥିବା ଆମ୍ଭେମାନେ ଜାଣୁ, ବ୍ରହ୍ମାଣ୍ଡର ରାଜାଙ୍କ ଦ୍ଵାରା ଆମ୍ଭେମାନଙ୍କୁ ଏହା କରିବାର ଅଧିକାର ଦିଆଯାଇଥିବା ସତ୍ତ୍ୱେ ସମ୍ପର୍କ ସ୍ଥାପନ କରିବା ମଧ୍ୟ କଷ୍ଟକରପିତା, ଆମ୍ଭେମାନେ ପ୍ରାର୍ଥନା କରୁ ଯେ, ଯେତେବେଳେ ଆମ୍ଭେମାନେ ଦାଉଦ ଓ ଗଲୀୟାତଙ୍କ କାହାଣୀକୁ ଦେଖୁ, ଆମ୍ଭେମାନେ ନିଜକୁ ଦେଖୁଥିବୁ ଓ ମେରୀ ଓ ସୁଇ ଓ ଜନ୍ ଓ ଯାକ୍ ଓ ଯେକେହି ହେଉନା କାହିଁକି, ଏହା ଆମ୍ଭମାନଙ୍କ ଜୀବନରେ ଆମ୍ଭମାନଙ୍କ ପାଇଁ ସେହି ଆହ୍ୱାନର ପ୍ରତିନିଧିତ୍ୱ କରିବ। ଆମ୍ଭେମାନେ ଯେପରି ଦାଉଦଙ୍କ ସମାନ ଆପଣଙ୍କ ମନର ମତ ବ୍ୟକ୍ତି ହୋଇପାରୁ, ଆମ୍ଭେମାନେ ଯେପରି  ବିଶ୍ୱାସଯୁକ୍ତ ଲୋକ ହୋଇପାରୁ ସେଥିପାଇଁ ଆମ୍ଭେମାନେ ପ୍ରାର୍ଥନା କରୁ। ଯୀଶୁଙ୍କ ନାମରେ, ଆମେନ୍।

୧. ପରିଚୟକରଣ

ପ୍ରଥମ ଶାମୁୟେଲ ୧୬ ପର୍ବରେ ରାଜା ଦାଉଦଙ୍କ କାହାଣୀ ଆରମ୍ଭ ହୁଏ।  ଆମ୍ଭେମାନେ ଗତ ସପ୍ତାହରେ ଦେଖିଲୁ ଯେ କିପ୍ରକାର ଶାଉଲ ପରମେଶ୍ୱରଙ୍କୁ ତିରସ୍କାର କରିଥିଲେ, ଓ ତାହା ପରିବର୍ତ୍ତେ ପରମେଶ୍ୱର ଶାଉଲଙ୍କୁ ଇସ୍ରାଏଲ ଉପରେ ରାଜା ହେବାକୁ ତିରସ୍କାର କଲେ।

କ.  ଶାମୁୟେଲ ଦାଉଦଙ୍କୁ ଅଭିଷେକ କରନ୍ତି

ଆମ୍ଭେମାନେ  ୧୬ ପର୍ବର ଆରମ୍ଭରେ ଶାମୁୟେଲ କିପରି ଗୁପ୍ତ ରୂପରେ ଯାଇ ଦାଉଦଙ୍କୁ ରାଜା ରୂପରେ ଅଭିଷେକ କରନ୍ତି, ତାହା ଦେଖୁ। ପରମେଶ୍ୱର କହନ୍ତି, “ବେଥଲିହିମକୁ ଯାଅ, ଯିଶୀଙ୍କୁ ଖୋଜ, ତାଙ୍କର ପୁତ୍ରମାନଙ୍କ ମଧ୍ୟରୁ ଜଣେ ଇସ୍ରାଏଲର ନୂତନ ରାଜା ହେବ। ଅତଏବ ଶାମୁୟେଲ ଯିଶୀଙ୍କ ନିକଟକୁ ଗଲେ ଓ ତାହାଙ୍କ ଛାମୁରେ ଯିଶୀ ଆପଣା ପୁତ୍ରମାନଙ୍କୁ ଗମନ କରାଇଲେ।  ପ୍ରଥମ ଶାମୁୟେଲ ୧୬: ୬ ପଦ ଆରମ୍ଭରୁ ଏହିପରି ଲେଖାଯାଏ, “ପୁଣି ସେମାନେ (ତାଙ୍କ ପୁତ୍ରମାନେ) ଆସିଲା ଉତ୍ତାରେ ଶାମୁୟେଲ ଇଲୀୟାବ୍ ପ୍ରତି ଦୃଷ୍ଟି କରି କହିଲେ, ‘ଅବଶ୍ୟ ସଦାପ୍ରଭୁଙ୍କ ଆଗରେ ତାହାଙ୍କର ଅଭିଷିକ୍ତ ଲୋକ ଉପସ୍ଥିତ।’” ଶାମୁୟେଲ ବାହ୍ୟ ରୂପକୁ ଦେଖୁଥିଲେ ଓ ସେ ଜଣେ ରାଜା ହେବା ପରି ବ୍ୟକ୍ତିଙ୍କୁ ଦେଖନ୍ତି ଓ ମନେ କରନ୍ତି ଯେ ଇସ୍ରାଏଲର ପରବର୍ତ୍ତୀ ରାଜା ଇଲୀୟାବ୍ ଅଟନ୍ତି। ମାତ୍ର ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଏହାର ରୂପ କି ଶରୀରର ଉଚ୍ଚତା ପ୍ରତି ଦୃଷ୍ଟି ନ କର; ଯେହେତୁ ଆମ୍ଭେ ଏହାକୁ ଅଗ୍ରାହ୍ୟ କଲୁ।” ଏବ୍ରୀ ଭାଷାରେ କହିବା ଅନୁସାରେ, “ଆମ୍ଭେ ତାହାକୁ ମନୋନୀତ କରି ନାହୁଁ।”  “ପୁଣି ମନୁଷ୍ୟ ଯେପରି ଦେଖେ, ସଦାପ୍ରଭୁ ସେପରି ଦେଖନ୍ତି ନାହିଁ; କାରଣ ମନୁଷ୍ୟ ବାହ୍ୟରୂପ ଦେଖେ, ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି।”  ଶାମୁୟେଲ ବାହ୍ୟ ରୂପକୁ ଦେଖୁଥିଲେ। ସେ ଜଣେ ରାଜା ପରି ଦେଖାଯାଉଥିବା ବ୍ୟକ୍ତିଙ୍କୁ ଦେଖିଲେ ଓ ସେ ଭୁଲ୍ ଥିଲେ। ପୁଣି ଯିଶୀ ଆପଣା ପୁତ୍ରମାନଙ୍କୁ ତାଙ୍କ ଛାମୁରେ ଗମନ କରାଇବା ଜାରି ରଖିଲେ, ଆଉ ପ୍ରତ୍ୟେକ ଥର ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, "ନା, ତାଙ୍କୁ ନୁହେଁ, ତାଙ୍କୁ ନୁହେଁ, ତାଙ୍କୁ ନୁହେଁ। ୧୧ ପଦରେ ଶାମୁୟେଲ ଯିଶୀଙ୍କୁ କହନ୍ତି, “ତୁମ୍ଭର ସବୁ ସନ୍ତାନ କି ଏଠାରେ ଅଛନ୍ତି?” ପୁଣି ଯିଶୀ କହିଲେ, “କେବଳ କନିଷ୍ଠଟି ବାକୀ ଅଛି, ଆଉ ଦେଖ, ସେ ମେଷପଲ ଚରାଉଛି।” ଏହା ଏପରି ଜଣା ପଡ଼େ ଯେ, “ଓହୋ, ସେ ଆପଣ ଅନ୍ୱେଷଣ କରୁଥିବା ବ୍ୟକ୍ତି ପରି ନୁହେଁ।  ସେ ସମସ୍ତଙ୍କଠାରୁ କନିଷ୍ଠ ଅଟେ, ସେ ସେଠାରେ ବାହାରେ ମେଷପଲ ଚରାଉଛି।” ତହିଁରେ ଶାମୁୟେଲ ଯିଶୀଙ୍କୁ କହିଲେ, “ଲୋକ ପଠାଇ ତାକୁ ଅଣାଅ; ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେମାନେ (ଭୋଜନରେ) ବସିବୁ ନାହିଁ।” ଏପରିକି ଦାଉଦଙ୍କ ପିତା ମଧ୍ୟ ବାହ୍ୟ ରୂପକୁ ଦେଖୁଥିଲେ। ସେ ତାଙ୍କ ସନ୍ତାନମାନଙ୍କ ମଧ୍ୟରୁ କନିଷ୍ଠର ଅନ୍ୱେଷଣ କରୁଥିଲେ। “ନିଶ୍ଚିତ ଭାବରେ ସେ ରାଜା ନୁହନ୍ତି।” କିନ୍ତୁ ଦାଉଦ ଆସନ୍ତି ଓ ପରମେଶ୍ୱର ଶାମୁୟେଲଙ୍କୁ କହନ୍ତି ଯେ, “ଏ ସେହି ରାଜା।” ପୁଣି ସେ ଦାଉଦଙ୍କୁ ଅଭିଷେକ କରନ୍ତି, କିନ୍ତୁ ସେ ତାଙ୍କୁ ଗୁପ୍ତରେ ଅଭିଷେକ କରନ୍ତି। ବାସ୍ତବରେ ଶାମୁୟେଲ ଶାଉଲକୁ ଭୟ କରୁଥିଲେ।

ଖ. ଶାଉଲ ଦାଉଦଙ୍କୁ ଭେଟନ୍ତି

ତା’ପରେ ଦ୍ୱିତୀୟାର୍ଦ୍ଧରେ, ୧୬ ପର୍ବର ୧୪ ପଦରେ, ଅନ୍ୟ ଏକ କାହାଣୀ ଦେଖିବାକୁ ମିଳେ, “ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରୁ ପ୍ରସ୍ଥାନ କଲେ; ପୁଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ-ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା।” ଶାଉଲ ପରମେଶ୍ୱରଙ୍କୁ ତିରସ୍କାର କଲେ, ତେଣୁ ପରମେଶ୍ୱର ମଧ୍ୟ ଶାଉଲଙ୍କୁ ଇସ୍ରାଏଲ ଉପରେ ରାଜା ହେବାକୁ ତିରସ୍କାର କଲେ ଓ ତାଙ୍କୁ ବିରକ୍ତ କରିବା ଲାଗି ସେ ଏକ ମନ୍ଦ-ଆତ୍ମା ପଠାଇଲେ। ସ୍ପଷ୍ଟ ଭାବରେ, ଏହି ବିରକ୍ତର ସମୟରେ ଯଦି କୌଣସି ବିଷୟ ଶାଉଲଙ୍କୁ ଭଲ କରିପାରେ, ତେବେ ତାହା କେବଳ ସଂଗୀତ ଥିଲା, ତେଣୁ ସେ କହିଲେ, “ଯେ ଭଲ ବଜାଇ ପାରେ, ଏପରି ଏକ ଜଣ ମୋʼ ପାଇଁ ଦେଖି ତାହାକୁ ମୋʼନିକଟକୁ ଆଣ।” ୧୪ ପଦରେ, ଶାଉଲଙ୍କ ଯୁବାମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, “ଦେଖନ୍ତୁ, ମୁଁ ବେଥଲିହିମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି, ସେ ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଓ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ୍, ପୁଣି ସଦାପ୍ରଭୁ ତାଙ୍କର ସଙ୍ଗେ ସଙ୍ଗେ ଅଛନ୍ତି।” ମୁଁ ଭାବୁଛି, ସେ ସବୁ ବିଷୟରେ ବିଜ୍ଞ ଜଣାପଡ଼େ। ଅତଏବ, ଶାମୁୟେଲ ଦାଉଦଙ୍କୁ ରାଜା ରୂପରେ ଅଭିଷେକ କରିଥିବା ଜ୍ଞାନ ବିନା, ଶାଉଲ ଦାଉଦଙ୍କୁ ଏହି ବିରକ୍ତର ସମୟରେ ସଂଗୀତ ବଜାଇବା ପାଇଁ ରାଜଭବନରେ ପ୍ରବେଶ କରାଇଲେ। ସ୍ପଷ୍ଟ ଭାବରେ, ଦାଉଦ ଏହିପରି ଯିବା ଆସିବା କରୁଥିଲେ, କାରଣ ସେ କେବେ-କେବେ ଆପଣା ପିତାଙ୍କ ମେଷ ଚରାଉଥିଲେ ତ କେବେ କେବେ ଶାଉଲଙ୍କ ସହିତ ରହୁଥିଲେ। ଏହା, ଦାଉଦ ଓ ଗଲୀୟାତଙ୍କ କାହାଣୀର ପୃଷ୍ଠଭୂମି ଅଟେ, ଯାହା ଆମ୍ଭେମାନେ ପରେ ୧୭ ପଦରେ ଆରମ୍ଭ କରୁ। ମୁଁ ଆଜି ସକାଳେ କାହାଣୀକୁ ପୁନରାବୃତ୍ତି କରିବାରେ ଓ ଆବଶ୍ୟକ ସ୍ଥାନରେ ଯୋଗ କରିବାରେ ଅଧିକାଂଶ ସମୟ ବ୍ୟତିତ କରିବାକୁ ଯାଉଅଛି।

୨.  ଦାଉଦ ଓ ଗଲୀୟାତ

କ.  ପ୍ରାରମ୍ଭିକ ବାଦାନୁବାଦ

୧-୧୧ ପଦରେ, ଆମ୍ଭେମାନେ ଗଲୀୟାତ ଓ ଇସ୍ରାଏଲର ସୈନ୍ୟଦଳ ମଧ୍ୟରେ ପ୍ରାରମ୍ଭିକ ବାଦାନୁବାଦ ହେବା ଦେଖୁ।  ପୁଣି ଉଭୟ ସୈନ୍ୟଦଳ ଯୁଦ୍ଧ କରିବାରେ ଏଲା ତଳଭୂମିରେ ଛାଉଣି ସ୍ଥାପନ କଲେ। ଏହା ୧୭ ମାଇଲ୍ ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଯିରୂଶାଲମରେ ଅବସ୍ଥିତ। ଏହି ଉପତ୍ୟକା ଦୁଇରୁ ତିନି ମାଇଲ ଚଉଡ଼ା ଥିବାରୁ ସେମାନେ ଉପତ୍ୟକାର ପ୍ରାୟ ବିପରୀତ ପାର୍ଶ୍ୱରେ ଅଛନ୍ତି।  ଆମ୍ଭେମାନେ ୪ ପଦରେ ପ୍ରଥମେ ଗଲୀୟାତ ଦ୍ୱାରା ଯୁଦ୍ଧ ସାଜିବା ଆହ୍ୱାନ ବିଷୟରେ ପଢ଼ୁ, “ଏଥିରେ ଗାଥ୍ ନିବାସୀ ଗଲୀୟାତ ନାମକ ଏକ ମଲ୍ଲଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ।” ସେ ପ୍ରାୟ ନଅ ଫୁଟ ଉଚ୍ଚ ଥିଲା। “ପୁଣି ତାହାର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା ଓ ସେହି ସାଞ୍ଜୁଆ ପାଞ୍ଚ ସହସ୍ର ଶେକଲ ପରିମିତ ପିତ୍ତଳର ଥିଲା।” ପ୍ରାୟ ୧୨୫ ପାଉଣ୍ଡ୍। “ତାହାର ପାଦ ପିତ୍ତଳ-ପତ୍ରରେ ଆବୃତ ଓ ତାହାର କାନ୍ଧରେ ପିତ୍ତଳର ଶଲ୍ୟ ଥିଲା।  ତାହାର ବର୍ଚ୍ଛାର ଦଣ୍ତ ତନ୍ତୀର ନରାଜ ତୁଲ୍ୟ ଓ ତାହାର ବର୍ଚ୍ଛାର ଫଳକର ପରିମାଣ ଛଅଶ ଶେକଲ ଲୁହା ଥିଲା;  (୧୨୫ ପାଉଣ୍ଡ୍, କେବଳ କେନ୍ଦ୍ରରେ) ପୁଣି ତାହା ଆଗେ ଆଗେ ତାହାର ଢାଲ-ବାହକ ଚାଲିଲା।” ମୁଁ କହିବି, ଲୋକମାନଙ୍କ ନିମନ୍ତେ ସେ ଜଣେ ଅଦ୍ଭୁତ ଯୋଦ୍ଧା।  ଏକ ବିଶାଳ ମନୁଷ୍ୟ, ଏକ ଦାନବ। କିନ୍ତୁ ମୁଁ କେବଳ ଏହା କହିବାକୁ ଚାହେଁ ଯେ ସାଞ୍ଜୁର ବର୍ଣ୍ଣନା ଓ ଗଲୀୟାତର ଆକାରର ବର୍ଣ୍ଣନା ଐତିହାସିକ ଜିଜ୍ଞାସାରୁ ଅଧିକ ଅଟେ। ଲେଖକ ଆମ୍ଭମାନଙ୍କୁ ଏହି କାହାଣୀର ମୁଖ୍ୟ ଧର୍ମତତ୍ତ୍ୱ ବିନ୍ଦୁକୁ ପ୍ରକାଶ କରିବାକୁ ପ୍ରସ୍ତୁତ କରୁଅଛନ୍ତି। ସେ ଗଲୀୟାତ କେତେ ଅଦ୍ଭୁତ ଅଟେ ତାହା ମାନବୀୟ ଦୃଷ୍ଟିକୋଣରୁ ବର୍ଣ୍ଣନା କରିବାକୁ ଚାହାନ୍ତି। ଏବଂ ୮ ପଦରେ ଗଲୀୟାତ ଉଠି ଆସି ଆହ୍ୱାନ କରି କହେ, “ଆଉ ସେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟ-ଶ୍ରେଣୀ ଆଡ଼େ ଡାକି ସେମାନଙ୍କୁ କହିଲା, ‘ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଅଛ?  ମୁଁ କି ସେହି ପଲେଷ୍ଟୀୟ ଲୋକ ନୁହେଁ?  ଓ ତୁମ୍ଭେମାନେ କି ଶାଉଲର ଦାସ ନୁହଁ? ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋହର କତିକି ଓହ୍ଲାଇ ଆସୁ। ସେ ଯେବେ ମୋʼ ସଙ୍ଗେ ଯୁଦ୍ଧ କରି ପାରିବ ଓ ମୋତେ ବଧ କରିବ, ତେବେ ଆମ୍ଭେମାନେ ତୁମ୍ଭମାନଙ୍କର ଦାସ ହେବ; ମାତ୍ର ଯେବେ ମୁଁ ତାହାକୁ ପାରିବି ଓ ବଧ କରିବି, ତେବେ ତୁମ୍ଭେମାନେ ଆମ୍ଭମାନଙ୍କର ଦାସ ହେବ ଓ ଆମ୍ଭମାନଙ୍କର ଦାସ୍ୟକର୍ମ କରିବ।’ ଆହୁରି ସେ ପଲେଷ୍ଟୀୟ କହିଲା, ‘ଆଜି ମୁଁ ଇସ୍ରାଏଲର ସୈନ୍ୟ-ଶ୍ରେଣୀକି ତୁଚ୍ଛ କରୁଅଛି; ମୋତେ ଜଣେ ଲୋକ ଦିଅ, ଆମ୍ଭେମାନେ ପରସ୍ପର ଯୁଦ୍ଧ କରିବୁ।’” ସେ ଚାଲିଶ ଦିନ ପର୍ଯ୍ୟନ୍ତ ପ୍ରତିଦିନ ଦୁଇଥର ଏହିପରି ଆହ୍ୱାନ କଲା। ପ୍ରାଚୀନ କାଳର ଯୁଦ୍ଧମାନଙ୍କରେ ସମସ୍ତ ସୈନ୍ୟମାନେ ଯୁଦ୍ଧ କରିବା ଅପେକ୍ଷା ଉଭୟ ପକ୍ଷରୁ ଗୋଟିଏ ଗୋଟିଏ ବିଜେତାକୁ ଚୟନ କରି ସେମାନଙ୍କ ମଧ୍ୟରେ ଯୁଦ୍ଧ କରିବା ସାଧାରଣ ଥିଲା। ଏହା ଇତିହାସରେ କେବେ ମଧ୍ୟ ସ୍ପଷ୍ଟ ହୋଇ ନାହିଁ ଯେ ପରାଜିତ ହେବା ପକ୍ଷ ପ୍ରକୃତର ଅନ୍ତିମ ଦିନ ପର୍ଯ୍ୟନ୍ତ ସେବା କରୁଥିଲେ, କିନ୍ତୁ ତାହା ଅସାମାନ୍ୟ ନ ଥିଲା। କେବଳ ତାହା ଏକପକ୍ଷ ଥିଲା। ଗଲୀୟାତକୁ ଗମ୍ଭୀର ଭାବରେ ନେବା କଠିନ ହୋଇପାରେ। ଏହା ଯେପରି ମାଇକ୍ ଟାୟସନ୍ ମୋତେ ପ୍ରତିଦ୍ବନ୍ଦୀ କରିବାକୁ ଆହ୍ୱାନ କରିବା ସଦୃଶ ଅଟେ। ଆପଣ ଜାଣନ୍ତି, ମୁଁ ଏହି ଘଟଣାର ଚିତ୍ରକୁ ଦେଖିଲି ଓ ଯଦି ଆପଣ କଳାକୃତ୍ତିକୁ ଦେଖନ୍ତି, ତେବେ ଏହା ଅତ୍ୟଧିକ ରକ୍ତାକ୍ତ ଅଟେ। ତାହା ପ୍ରାୟ ନବଯୁବକ ଦାଉଦ ସେହି ବିଶାଳ, ଶୁନ୍ୟ, ରକ୍ତାକ୍ତ କେଶଯୁକ୍ତ ମସ୍ତକକୁ ଧରିଥିବା ଚିତ୍ରକୁ ଚିତ୍ରିତ କରେ।

ଅତଏବ, ଇସ୍ରାଏଲୀୟମାନେ କିପରି ପ୍ରତିଉତ୍ତର ଦେଲେ?  ୧୧ ପଦକୁ ଦେଖନ୍ତୁ, “ପୁଣି ଶାଉଲ ଓ ସମୁଦାୟ ଇସ୍ରାଏଲ ସେହି ପଲେଷ୍ଟୀୟର ଏହି ସକଳ କଥା ଶୁଣନ୍ତେ, ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ।” ଇସ୍ରାଏଲୀୟମାନେ ଭୟରେ ପ୍ରତିଉତ୍ତର ଦେଲେ। ବର୍ତ୍ତମାନ ଏହା ଶୁଣନ୍ତୁ। ୧୧ ପଦ କୌଣସି ଐତିହାସିକ ଜିଜ୍ଞାସା ନୁହେଁ।  ୧୧ ପଦ ସେମାନଙ୍କ ବିଶ୍ୱାସର ଅଭାବର ଧର୍ମତତ୍ତ୍ୱ ଆଧାରିତ ଦୃଢ଼ ଅସମ୍ମତିମୂଳକ ଅଭିବ୍ୟକ୍ତି ଅଟେ। ପରମେଶ୍ୱର ସମ୍ପୂର୍ଣ୍ଣ ପୂରାତନ ନିୟମରେ ଏହା ବହୁଳ ଭାବରେ ସ୍ପଷ୍ଟ କରୁଅଛନ୍ତି ଯେ, ସେ ଇସ୍ରାଏଲୀୟମାନଙ୍କ ପରମେଶ୍ୱର ଅଟନ୍ତି, ଯେ ସେ ସେମାନଙ୍କ ଯୋଦ୍ଧା ଅଟନ୍ତି, ସେ ସେମାନଙ୍କ ପାଇଁ ଯୁଦ୍ଧ କରିବେ। ଯିରୀହୋ ଏହା ସ୍ପଷ୍ଟ କରେ ଯେ ସେ ସେମାନଙ୍କୁ ପ୍ରତିଜ୍ଞାତ ଭୂମି ପ୍ରଦାନ କରିବେ। ତଥାପି, ଇସ୍ରାଏଲୀୟ ଲୋକମାନେ ପରମେଶ୍ୱରଙ୍କ ପ୍ରତିଜ୍ଞାକୁ ଦୃଢ଼ ରୂପରେ ଧରିବା ଅପେକ୍ଷା, ସେ ଆପଣା ବିଷୟରେ ଯାହା କହନ୍ତି ସେ ତାହା ଅଟନ୍ତି ଓ ସେ ଯାହା କରିବାକୁ କହନ୍ତି, ସେ ତାହା କରିବେ ଏହା ସେମାନେ ବିଶ୍ୱାସ କରିବା ଅପେକ୍ଷା, ସେମାନେ ଏହି ଦାନବକୁ ଦେଖି ବିଶ୍ୱାସରେ ଜବାବ ଦେବା ପରିବର୍ତ୍ତେ ଭୟ କରିଥିଲେ। ଯାତ୍ରା ସମୟରୁ ସେମାନେ କେତେ ଦୂର ଆସିଅଛନ୍ତି?  ସମଗ୍ର ଇସ୍ରାଏଲ ସୁଫ ସାଗରକୁ ଦୁଇଭାଗରେ ବିଭକ୍ତ ଦେଖିବା କେତେ ସମୟ ହୋଇଅଛି? ସେମାନେ ପରମେଶ୍ୱରଙ୍କୁ, ଅର୍ଥାତ୍ ଯିଏ ସେମାନଙ୍କ ଶତ୍ରୁକୁ ବିନଷ୍ଟ କରିବା ଦ୍ୱାରା ପ୍ରତିଜ୍ଞାତ ଦେଶ ଦେଇଥିଲେ, ଜାଣିବା ସମୟରୁ କେତେ ଦୂର ଆସିଅଛନ୍ତି? ୧୧ ପଦ ପ୍ରାଥମିକ ରୂପରେ ଏକ ଧର୍ମତତ୍ତ୍ୱ ସମ୍ବନ୍ଧିୟ ଏବଂ ଦ୍ୱିତୀୟରେ ଐତିହାସିକ ଅଟେ।

ଖ.  ଦାଉଦଙ୍କ ପାରସ୍ପରିକ କ୍ରିୟା

ଅତଏବ, ଗଲୀୟାତ ଓ ଇସ୍ରାଏଲର ସୈନ୍ୟଦଳ ମଧ୍ୟରେ ପ୍ରାରମ୍ଭିକ ବାଦାନୁବାଦ ହେବା ଦେଖୁ। ପରବର୍ତ୍ତୀ ପର୍ଯ୍ୟାୟରେ ଆମ୍ଭେମାନେ ଦାଉଦଙ୍କ ବିଷୟରେ ପଢ଼ୁ। ଆମ୍ଭେମାନେ ଦାଉଦଙ୍କୁ ସୈନ୍ୟଦଳ ସହିତ, ତାଙ୍କ ବଡ଼ ଭାଇମାନଙ୍କ ସହିତ, ପୁଣି ଶେଷରେ ଶାଉଲଙ୍କ ସହିତ ବାର୍ତ୍ତାଳାପ କରିବା ପଢ଼ୁ। ଯେତେବେଳେ ଯିଶୀ ଦାଉଦଙ୍କ ବଡ଼ ଭାଇମାନଙ୍କ କୁଶଳବାର୍ତ୍ତା ଜାଣିବାକୁ ଚାହିଁଲେ, ସେତେବେଳେ ଆମ୍ଭେମାନେ ପୁଣି ଥରେ ଦାଉଦଙ୍କୁ ଦୃଶ୍ୟରେ ଦେଖିଥାଉ। ଯିଶୀ କହନ୍ତି, “ତୁମ୍ଭ ଭାଇମାନଙ୍କ ନିକଟକୁ କିଛି ଭୋଜନପାନ ଘେନି ଯାଅ, ଓ ସେମାନଙ୍କ କୁଶଳବାର୍ତ୍ତା ପଚାର।" ତେଣୁ ଦାଉଦ ଆପଣା ଭାଇମାନଙ୍କ ନିକଟକୁ ଯାଆନ୍ତି, ସେ ସୈନ୍ୟଦଳ ମଧ୍ୟରେ ସାମଗ୍ରୀରକ୍ଷକ ହସ୍ତରେ ଆପଣା ସାମଗ୍ରୀ ରଖନ୍ତି। ଏବଂ ସେହି ସମୟରେ ସେ ଗଲୀୟାତଙ୍କ ଆହ୍ୱାନକୁ ଶୁଣନ୍ତି। ଆମ୍ଭେମାନେ ୨୪ ପଦକୁ ଦେଖିବା, “ମାତ୍ର ଇସ୍ରାଏଲ ଲୋକ ସମସ୍ତେ ସେହି ପୁରୁଷକୁ ଦେଖି ତାହା ସମ୍ମୁଖରୁ ପଳାଇଲେ ଓ ଅତିଶୟ ଭୀତ ହେଲେ।” ସେମାନେ ଭୟରେ ଜବାବ ଦିଅନ୍ତି।  କିନ୍ତୁ ଦାଉଦ ବିଶ୍ୱାସରେ ଜବାବ ଦିଅନ୍ତି। ତାହା ହେଉଛି ଏହି କାହାଣୀର ମୂଳ ତୁଳନା୨୬ ପଦର ମଧ୍ୟ ଭାଗରୁ ଦେଖନ୍ତୁ। ଦାଉଦ କହନ୍ତି, “ଏହି ଅସୁନ୍ନତ ପଲେଷ୍ଟୀୟ କିଏ ଯେ, ସେ ଜୀବିତ ପରମେଶ୍ଵରଙ୍କ ସୈନ୍ୟଶ୍ରେଣୀକି ତୁଚ୍ଛ କରିବ?” ଦାଉଦ ବିଶ୍ୱାସର ଦୃଷ୍ଟିରେ ଦେଖନ୍ତି। ପରମେଶ୍ୱର ଯେପରି ଦେଖନ୍ତି, ଦାଉଦ ମଧ୍ୟ ସେହିପରି ଦେଖନ୍ତି। ଦାଉଦ ଦେଖନ୍ତି ଯେ ଗଲୀୟାତ ଇସ୍ରାଏଲୀୟ ସୈନ୍ୟଦଳକୁ ତୁଚ୍ଛ କରୁ ନ ଥିଲା ମାତ୍ର ଇସ୍ରାଏଲ ସୈନ୍ୟଦଳର ସଦାପ୍ରଭୁଙ୍କୁ ତୁଚ୍ଛ କରୁଥିଲା। ଦାଉଦ ଜାଣିଥିଲେ ଯେ ପରମେଶ୍ୱର ଆପଣା ଲୋକମାନଙ୍କ ଶତ୍ରୁକୁ ବିନଷ୍ଟ କରିବା ପାଇଁ ପ୍ରତିଜ୍ଞା କରିଅଛନ୍ତି। ତେଣୁ ଶତ୍ରୁ ଯେତିକି ବିଶାଳ ହେଉ ନା କାହିଁକି ଦାଉଦଙ୍କଠାରେ କୌଣସି ଭୟ ନାହିଁ, ମାତ୍ର ବିଶ୍ୱାସ ଅଛି।  ପରମେଶ୍ୱର ଯେପରି ଚାହାନ୍ତି, ସେ ସେହିପରି ଯବାବ ଦିଅନ୍ତି। ଦାଉଦ ପରମେଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି। ଆକ୍ଷରିକ ଦୃଷ୍ଟିକୋଣରେ ୧୭ ପର୍ବ ଏକ ଅଦ୍ଭୁତ ଅଧ୍ୟାୟ ଅଟେ। ଏହି ଅଧ୍ୟାୟରେ ଶବ୍ଦ ଓ ଭିନ୍ନାର୍ଥବୋଧକ ଶବ୍ଦଗୁଡ଼ିକର ଉପଯୋଗ କରାଯାଇଅଛି, କିନ୍ତୁ ବିଶେଷ ଭାବରେ ବିପରୀତାର୍ଥକୁ ପ୍ରକାଶ କରୁଅଛି। ଜଣେ ଲେଖକ ଏହି ଅନୁଚ୍ଛେଦ ବିଷୟରେ ଲେଖନ୍ତି।  ସେ ୨୫ ପଦରେ ସୈନ୍ୟମାନଙ୍କ ତ୍ୟାଗର ବାକ୍ୟ ଓ ୨୬ ପଦରେ ଦାଉଦଙ୍କ କୋପର ବାକ୍ୟ ମଧ୍ୟରେ ତୁଳନାକୁ ପ୍ରକାଶ କରନ୍ତି।  ଇସ୍ରାଏଲର ଲୋକମାନେ ଗଲୀୟାତକୁ “ଏହି ଲୋକ” କହନ୍ତି, କିନ୍ତୁ ଦାଉଦ ତାଙ୍କୁ “ଏହି ଅସୁନ୍ନତ ପଲେଷ୍ଟୀୟ” ରୂପରେ ସମ୍ବୋଧନ କରନ୍ତି। ସେମାନେ କହନ୍ତି, ଇସ୍ରାଏଲକୁ ତୁଚ୍ଛ କରିବା ପାଇଁ ଗଲୀୟାତ ଉଠିଆସିଅଛି। ଦାଉଦ କହନ୍ତି, ସେ ଜୀବିତ ପରମେଶ୍ଵରଙ୍କ ସୈନ୍ୟଶ୍ରେଣୀକି ତୁଚ୍ଛ କରୁଅଛି। ସେମାନେ ଗଲୀୟାତ ଉପରେ ସମ୍ଭାବ୍ୟ ବିଜେତା, ଅର୍ଥାତ୍ ଯିଏ ତାହାକୁ ବଧ କରିପାରେ,  “ସେହି ବ୍ୟକ୍ତି ଯିଏ ତାକୁ ବଧ କରେବୋଲି କହନ୍ତି। ଦାଉଦ ଗଲୀୟାତକୁ “ଯେଉଁ ଜନ ଏହି ପଲେଷ୍ଟୀୟକୁ ବଧ କରି ଇସ୍ରାଏଲର ଅପମାନ ଦୂର କରିବ” ବୋଲି ସମ୍ବୋଧିତ କରନ୍ତି। ବର୍ତ୍ତମାନ ଆପଣ ଯେଉଁ ଓଡ଼ିଆ ଶବ୍ଦକୁ ଧ୍ୟାନ ଦେଉ ନାହାନ୍ତି, ତାହା ଏହା ଯେ  “ତୁଚ୍ଛ” ଓ “ଅପମାନ” ଶବ୍ଦ ଗୋଟିଏ ମୂଳ ଏବ୍ରୀ ଶବ୍ଦରୁ ଆସିଥାଏ। ଅର୍ଥାତ୍ ଗଲୀୟାତ ଇସ୍ରାଏଲକୁ ତୁଚ୍ଛ କରୁଅଛି ଏବଂ ଦାଉଦ ଏହି ଅପମାନକୁ ଇସ୍ରାଏଲରୁ ଦୂର କରିବାକୁ ଯାଉଅଛନ୍ତି। ସଂକ୍ଷିପ୍ତରେ, ଇସ୍ରାଏଲୀୟ ଲୋକମାନେ ଗୋଟିଏ ଅପ୍ରତିରୋଧକ, ଭୟାବହ ଦାନବକୁ ଦେଖନ୍ତି ଯିଏ ଇସ୍ରାଏଲକୁ ତୁଚ୍ଛ କରୁଅଛି। ଦାଉଦ ଏକ ସଧାରଣ ଅସୁନ୍ନତ ପଲେଷ୍ଟୀୟକୁ ଦେଖନ୍ତି, ଯିଏ ନିର୍ଲଜ୍ଜତା ସହିତ ଜୀବିତ ପରମେଶ୍ଵରଙ୍କ ସୈନ୍ୟଶ୍ରେଣୀକି ତୁଚ୍ଛ କରୁଅଛି। ଏହା କେବଳ ଆପଣ ବିଷୟ ବସ୍ତୁକୁ କିପରି ଦେଖନ୍ତି, ତାହା ଅଟେ। ଆମ୍ଭେମାନେ ଭୟରେ ଏକ ବିଶାଳ ଦାନବ ଦେଖିପାରୁ ବା ବିଶ୍ୱାସର ଦୃଷ୍ଟିରେ ପରମେଶ୍ୱର ଦୂର କରିବାକୁ ଥିବା ଅପମାନକୁ ଦେଖି ପାରୁ। ତାହା ହିଁ ଦାଉଦ ଓ ଗଲୀୟାତଙ୍କ କାହାଣୀର ମୁଖ୍ୟ ତୁଳନାରେ ପ୍ରଭେଦ ଅଟେ: ଅର୍ଥାତ୍ ବିଶ୍ୱାସ ଓ ଭୟର ପ୍ରଭେଦ।

(ଟେପ୍ ଶେଷରେ ଖାଲି ସ୍ଥାନ ଅଛି)। ଯଦି ଆପଣଙ୍କ ବଡ଼ ଭାଇ ଅଛନ୍ତି, ତେବେ ଆପଣ ଏହି ଅନୁଚ୍ଛେଦକୁ ଚିହ୍ନିତ କରିବାକୁ ଯାଉଅଛନ୍ତି।  ଯଦି ଆପଣଙ୍କ କୌଣସି ପ୍ରବାଦପୂର୍ଣ୍ଣ ବଡ଼ ଭାଇ ଅଛନ୍ତି, ମୁଁ କହିବା ଉଚିତ। ଏଠାରେ ଦେଖନ୍ତୁ। “ସେ ଲୋକମାନଙ୍କୁ କହିବା ବେଳେ ତାଙ୍କର ଜ୍ୟେଷ୍ଠ ଭ୍ରାତା ଇଲୀୟାବ ଶୁଣିଲା; ତହିଁରେ ଇଲୀୟାବର କ୍ରୋଧ ଦାଉଦଙ୍କ ଉପରେ ପ୍ରଜ୍ଵଳିତ ହେଲା, ଆଉ ସେ କହିଲା, ‘ତୁ କାହିଁକି ଏଠିକି ଆସିଲୁ?” ଅନ୍ୟ ବାକ୍ୟରେ, “ତୁ କାହିଁକି ବେଥଲେହିମରୁ ଏଠିକି ଆସିଲୁ?”  “ପ୍ରାନ୍ତରରେ ତୁ ସେ ମେଣ୍ଢା କେତୋଟି କାହା ପାଖରେ ଛାଡ଼ିଲୁ?” ଏହା କୌଣସି ଉତ୍ସାହଜନକ ବାକ୍ୟ ନୁହେଁ।  “ତୁ ବଡ଼ ଭୀରୁ” ସେ ତାହା କହୁଅଛି। “ମୁଁ ତୋʼ ଗର୍ବ ଓ ତୋʼ ମନର ଦୁଷ୍ଟତା ଜାଣେ; କାରଣ ତୁ ଯୁଦ୍ଧ ଦେଖିବା ପାଇଁ ଆସିଅଛୁ।” ଦାଉଦ କହନ୍ତି, “ମୁଁ ଏବେ କଅଣ କଲି? ଏଥିରେ କି କୌଣସି କାରଣ ନାହିଁ?” ଦେଖନ୍ତୁ, ଇଲୀୟାବ ଭାବନ୍ତି ଯେ ସେ ଦାଉଦଙ୍କ ହୃଦୟକୁ ଜାଣନ୍ତି। ସେ ଭାବନ୍ତି ଯେ ଦାଉଦ ନିର୍ବୋଧ ପରି ସେମାନଙ୍କୁ ଦେଖିବାକୁ ଆସିଅଛି। ପୂର୍ବରୁ ଆମ୍ଭେମାନଙ୍କୁ କୁହାଯାଇଅଛି ଯେ ଯିଶୀଙ୍କ ଜ୍ୟେଷ୍ଠ ତିନୋଟି ପୁତ୍ର ଯୋଦ୍ଧା ହୋଇଥିଲେ। ଦାଉଦ ମେଷପାଳକ ହୋଇଥିଲେ। ଇଲୀୟାବ ଭାବନ୍ତି ଯେ ସେ ତାଙ୍କ ଛୋଟ ଭାଇକୁ ଜାଣନ୍ତି ଓ ଭାବନ୍ତି ଯେ ସେ ନିର୍ବୋଧ ପରି ସେମାନଙ୍କୁ ଦେଖିବାକୁ ଆସିଅଛି।  ଉତ୍ତମ, ବିଷୟବସ୍ତୁ ଏହା ଯେ ଶାମୁୟେଲଙ୍କ ପରି ଇଲୀୟାବ ବାହ୍ୟ ବିଷୟକୁ ଦେଖୁଅଛନ୍ତି। ସେ ଯାହା ଦେଖୁଅଛନ୍ତି ତାହା ଏହା ଯେ, ତାଙ୍କ ଛୋଟ ଭାଇ ମେଷ ଚରାଇବା ଛଡ଼ା ଆଉ କୌଣସି କାର୍ଯ୍ୟ ପାଇଁ ଉପଯୁକ୍ତ ନୁହେଁ। ଦାଉଦ କହନ୍ତି, “ମୁଁ ଏବେ କଅଣ କଲି?”

ଠିକ୍ ଅଛି, କେବଳ ଇଲୀୟାବ ନୁହେଁ, ମାତ୍ର ଶାଉଲ ମଧ୍ୟ ଦାଉଦଙ୍କ ଗର୍ବ, ଦାଉଦଙ୍କ ବିଶ୍ୱାସପୂର୍ଣ୍ଣ ବାକ୍ୟ ଶୁଣିଲେ ଯେ,  ଦାଉଦ ଗଲୀୟାତ ସହିତ ଯୁଦ୍ଧ କରିବାକୁ ଚାହୁଁଥିଲା। ତେଣୁ ଶାଉଲ ଦାଉଦଙ୍କୁ ଭିତରକୁ ଆସିବାକୁ କହିଲେ ଓ ଆମ୍ଭେମାନେ ପ୍ରଥମ ବିଷୟ ଯାହା ଦେଖୁ ତାହା ଏହା ଯେ, ଶାଉଲ ବାହ୍ୟ ବିଷୟକୁ ଦେଖୁଅଛନ୍ତି ଓ ସେ ଜଣେ ଯୁବା ବ୍ୟକ୍ତିଙ୍କୁ ଦେଖୁଅଛନ୍ତି। ପୁଣି ସେ କହନ୍ତି, “ଠିକ୍ ଅଛି, ତୁମେ ଯେ ତାହା ସହିତ ଯୁଦ୍ଧ କରିବାକୁ ଇଚ୍ଛୁକ, ସେଥିପାଇଁ ମୁଁ ତୁମର ପ୍ରଶଂସା କରେ, କିନ୍ତୁ ତୁମେ ତ ଏକ ଯୁବାମାତ୍ର ଅଟ।” ଶାମୁୟେଲ, ଯିଶୀ, ଇଲୀୟାବ ଏବଂ ବର୍ତ୍ତମାନ ଶାଉଲ, ସମସ୍ତଙ୍କ ଚିନ୍ତାଧାର ସମାନ ଅଟେ, ସେମାନେ ବାହ୍ୟ ବିଷୟକୁ ଦେଖିଲେ, ସେମାନେ ଗୋଟିଏ ଦାନବକୁ ଦେଖିଲେ ଓ ସେମାନେ ଦାଉଦ ନାମକ ମେଷ ଚରାଉଥିବା ଜଣେ ଛୋଟ ବାଳକକୁ ଦେଖିଲେ।

ଦାଉଦ କିପରି ଆତ୍ମରକ୍ଷା କରୁଅଛନ୍ତି ତାହା ଦେଖିବା ରୁଚିକର ଅଟେ। ଦାଉଦ ଆମ୍ଭମାନଙ୍କ ନିଜ ଭାଷାରେ କହିବା ଦ୍ୱାରା ଆରମ୍ଭ କରନ୍ତି, ଅର୍ଥାତ୍ “ତୁମେ ଜାଣ, ମୁଁ କୌଣସି ଭୀରୁ ବ୍ୟକ୍ତି ନୁହେଁ। ମେଷପାଳକ ହେବାର ଅର୍ଥ ତାହା ହେବା ଆବଶ୍ୟକ ନୁହେଁ, ଏବଂ ମୋହର ମେଷର ରକ୍ଷାର୍ଥେ ପରମେଶ୍ୱରଙ୍କ ଶକ୍ତି ଦ୍ୱାରା ମୁଁ ଉଭୟ ଭାଲୁ ଓ ସିଂହକୁ ବଧ କରିଅଛି।” ୩୬ ପଦକୁ ଦେଖନ୍ତୁ, “ଆପଣଙ୍କ ଦାସ ସିଂହ ଓ ଭାଲୁ ଉଭୟ ବଧ କରିଅଛି; ପୁଣି ଏହି ଅସୁନ୍ନତ ପଲେଷ୍ଟୀୟ ସେମାନଙ୍କର ଗୋଟିକ ପରି ହେବ।”  “ମୁଁ ଭୟ କରୁ ନାହିଁ ଓ ଗଲୀୟାତ ସିଂହ ଓ ଭାଲୁଠାରୁ ଭିନ୍ନ ନୁହେଁ।” ବାସ୍ତବରେ ସେ ଅଳ୍ପ କିଛି ଭିନ୍ନ ଅଟେ, କାରଣ ସେ କହନ୍ତି, “କାରଣ ସେ ଜୀବିତ ପରମେଶ୍ଵରଙ୍କ ସୈନ୍ୟଶ୍ରେଣୀକି ତୁଚ୍ଛ କରିଅଛି।” ଆହୁରି ଦାଉଦ କହିଲେ, “ଯେଉଁ ସଦାପ୍ରଭୁ ସିଂହ ହାତରୁ ଓ ଭାଲୁ ହାତରୁ ମୋତେ ରକ୍ଷା କରିଅଛନ୍ତି; ସେ ଏହି ପଲେଷ୍ଟୀୟ ହାତରୁ ମୋତେ ରକ୍ଷା କରିବେ।” ଏଥିରେ ଶାଉଲ ଦାଉଦଙ୍କୁ କହିଲେ, “ଯାଅ, ସଦାପ୍ରଭୁ ତୁମ୍ଭର ସଙ୍ଗୀ ହେବେ।” ଏବ୍ରୀ ଶବ୍ଦ ପଞ୍ଜା ଓ ହାତ ପାଇଁ ବ୍ୟବହୃତ ଗୋଟିଏ ଶବ୍ଦ ଅଟେ, ଅତଏବ, ଆପଣ ଦ୍ୱୈର୍ଥବୋଧକ ଶବ୍ଦ ଶୁଣିପାରିବେ। “ସଦାପ୍ରଭୁ ସିଂହ ହାତରୁ ଓ ଭାଲୁ ହାତରୁ ମୋତେ ରକ୍ଷା କରିଅଛନ୍ତି; ସେ ଏହି ପଲେଷ୍ଟୀୟ ହାତରୁ ମୋତେ ରକ୍ଷା କରିବେ।”

ଦାଉଦ, ଯେତେବେଳେ  ସେ ଜଣେ ବୀରତ୍ୱ ବ୍ୟକ୍ତି ଥିଲେ, ଯେତେବେଳେ ସେ ଜଣେ ଶକ୍ତିଶାଳୀ ଯୋଦ୍ଧା ଥିଲେ, ସେ ଜାଣିଥିଲେ ଯେ ତାଙ୍କ ମହାନ ଶକ୍ତି ସଦାପ୍ରଭୁଙ୍କଠାରେ ଥାଏ। ତାହା ଦାଉଦଙ୍କ ସାମର୍ଥ୍ୟର ସ୍ରୋତ ଥିଲା, କାରଣ ସେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି ଓ ସେ ଏହା ଜାଣନ୍ତି ଯେ ସେ ଯେଉଁ ଯୁଦ୍ଧ କରିବାକୁ ଯାଉଅଛନ୍ତି, ତାହା ସଦାପ୍ରଭୁଙ୍କ ଯୁଦ୍ଧ ଅଟେ। ଶାଉଲ କହନ୍ତି, “ଠିକ୍ ଅଛି, ଏ ନିଅ ମୋହର ସାଞ୍ଜୁଆ।” ଆଉ ଦାଉଦ ଚତୁର ଭାବରେ କହନ୍ତି, “ନାହିଁ, ମୁଁ ଏହି ସବୁ ବସ୍ତୁରେ ଅଭ୍ୟସ୍ତ ନାହିଁ। ଠିକ୍ ଅଛି।” କିନ୍ତୁ ବାସ୍ତବରେ ଦାଉଦ କାହିଁକି ସାଞ୍ଜୁଆ ନେବାକୁ ଇଚ୍ଛୁକ ନ ଥିଲେ ଏହା ଏକ ଅତ୍ୟଧିକ ମହତ୍ୱପୂର୍ଣ୍ଣ ବିଷୟ ଅଟେ, ଏଥିର ଏକ ଧର୍ମତତ୍ତ୍ୱ ସମ୍ବନ୍ଧିୟ କାରଣ ରହିଅଛି, ଆଉ ତାହା ଆମ୍ଭେମାନେ କେତୋଟି ପଦରେ ଦେଖିବାକୁ ଯାଉଅଛୁ।

ଗ.  ଦାଉଦ ଗଲୀୟାତର ବାଦାନୁବାଦ

ଏଣୁ, ଦାଉଦ ଗଲୀୟାତ ସହିତ ଯୁଦ୍ଧ କରିବାକୁ ପ୍ରସ୍ଥାନ କରନ୍ତି। ଦାଉଦ ଯୁଦ୍ଧ ପାଇଁ ପ୍ରସ୍ତୁତି ୪୦ ପଦରୁ ଆରମ୍ଭ ହୁଏ। “ପୁଣି ସେ ଆପଣା ଯଷ୍ଟି (ଏହା କୌଣସି ଯୋଦ୍ଧାର ଯଷ୍ଟି ନୁହେଁ, ବା ଏହା କୌଣସି ବର୍ଚ୍ଛା ବା ଖଡ଼୍‌ଗ ନୁହେଁ, ମାତ୍ର ଗୋଟିଏ ମେଷପାଳକର ଯଷ୍ଟି ଅଟେ) ପୁଣି ସେ ଆପଣା ଯଷ୍ଟି ହାତରେ ଘେନି ନଦୀରୁ ପାଞ୍ଚୋଟି ଚିକ୍କଣ ପଥର ବାଛିଲେ ଓ ଆପଣା ପାଖରେ ମେଷପାଳକର ଯେଉଁ ଝୁଲି ଥିଲା, ସେହି ଝୁଲିରେ ତାହା ରଖିଲେ; ଆଉ ସେ ହାତରେ ଆପଣା ଛାଟିଣୀ ଧରି ସେହି ପଲେଷ୍ଟୀୟ ନିକଟକୁ ଗଲେ।” ଯୁଦ୍ଧରେ ଛାଟିଣୀ ବ୍ୟବହାର କରିବା ସାଧାରଣ ବିଷୟ ଥିଲା। ଏହା ଦୁଇ ପାର୍ଶ୍ୱରୁ ତିନି ଫୁଟ ଲମ୍ବର ଦଉଡ଼ି ଲାଗିଥିବା ଚର୍ମର ଏକ ପଟି ଅଟେ। ବାସ୍ତବରେ ଯେତେବେଳେ ତାହା ନିର୍ମାଣ କରାଯାଇଥିଲା ସେଥିପାଇଁ ବ୍ୟବହୃତ ପଥର ପ୍ରାୟ ଦୁଇରୁ ତିନି ଇଞ୍ଚ ଥିଲା। ଦାଉଦ ଛୋଟ ବାଲିଗରଡ଼ା ଉଠାଉ ନାହାନ୍ତି, ତାହା ଠିକ୍ ଆକାରର ଚିକ୍କଣ ପଥର ଅଟେ। ସେ ସେଗୁଡ଼ିକୁ ନିଅନ୍ତି, ବାସ୍ତବରେ ଆପଣମାନେ ଯଦି ଭ୍ରମଣକାରୀମାନଙ୍କ ପରି ଆଜି ମଧ୍ୟ ଏଲା ତଳଭୂମିକୁ ଯାଆନ୍ତି, ତେବେ ଆପଣ ସେହି ସ୍ଥାନରେ ଚିକ୍କଣ ପଥର ପାଇ ଅତ୍ୟଧିକ ଆନନ୍ଦିତ ହେବେ। ଆଉ ଆପଣ ସେହି ସ୍ମାରକକୁ ଆପଣା ଗୃହକୁ ନେଇ ଆନନ୍ଦ କରିବେ, “ଯେପରି ଦାଉଦ କରିଥିଲେ !” ବାସ୍ତବରେ ସପ୍ତାହରେ ଥରେ ଇସ୍ରାଏଲରେ ପର୍ଯ୍ୟଟନ ବିଭାଗ ଗୋଟିଏ ଅଳିଆ ଟ୍ରକ ରଖନ୍ତି ଓ ସେଥିରେ ଚିକ୍କଣ ପଥର ଫିଙ୍ଗିଥାନ୍ତି। ତଥାପି ପାଞ୍ଚୋଟି ଚିକ୍କଣ ପଥର ମିଳିବା ଏକ ପ୍ରକାର ଉତ୍ତମ ବିଷୟ ଅଟେ।

ଅତଏବ, ଦାଉଦ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଟନ୍ତି। ତାଙ୍କ ପାଖେ ଯୁଦ୍ଧ ପାଇଁ ଏକ ଅସ୍ତ୍ର ଅଛି, ଏକ ପ୍ରଭାବଶାଳୀ ଅସ୍ତ୍ର, ଯେଉଁଥିରେ ଆପଣ ଥରେ ନିପୁଣ ହୁଅନ୍ତି। ୪୧ ପଦରେ, ଆମ୍ଭେମାନେ ଗଲୀୟାତର ଆହ୍ୱାନ ବିଷୟରେ ଏହି ପ୍ରକାର ପଢ଼ୁ, “ଏଥିରେ ପଲେଷ୍ଟୀୟ ଅଗ୍ରସର ହୋଇ ଦାଉଦଙ୍କର ନିକଟବର୍ତ୍ତୀ ହେଲେ ଓ ତାହାର ଢାଲବାହକ ତାହାର ଆଗେ ଆଗେ ଚାଲିଲା। ତହୁଁ ପଲେଷ୍ଟୀୟ ଚାରିଆଡ଼କୁ ଅନାଇ ଦାଉଦଙ୍କୁ ଦେଖି ତୁଚ୍ଛଜ୍ଞାନ କଲା। “କାରଣ ସେ ଯୁବା ଓ ଈଷତ୍ ରକ୍ତବର୍ଣ୍ଣ ଓ ସୁନ୍ଦର-ବଦନ ଥିଲେ। ପୁଣି ସେହି ପଲେଷ୍ଟୀୟ ଦାଉଦଙ୍କୁ କହିଲା, ‘ମୁଁ କି କୁକ୍କୁର, ଯେ ତୁ ଯଷ୍ଟି (ମେଷପାଳକର ଯଷ୍ଟି ବିଷୟରେ) ନେଇ ମୋʼପାଖକୁ ଆସିଛୁ?’ ତହିଁରେ ପଲେଷ୍ଟୀୟ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା।” ପଲେଷ୍ଟୀୟମାନଙ୍କ ମୁଖ୍ୟ ଦେବତା ଦାଗୋନ୍ ଥିଲା। ତାହା କ୍ଷଣରେ ଆସିଯିବ। “ଆଉ ସେହି ପଲେଷ୍ଟୀୟ ଦାଉଦଙ୍କୁ କହିଲା, ‘ମୋʼ କତିକି ଆ, ମୁଁ ତୋର ମାଂସ ଆକାଶ-ପକ୍ଷୀ ଓ ବିଲ-ପଶୁମାନଙ୍କୁ ଦେବି।” ବାସ୍ତବରେ ଏହା ଏକ ସାମାନ୍ୟ ଶାପ ଅଟେ। ଆମ୍ଭେମାନେ ଏହି ଶାପ ବିଷୟରେ ଅଣ-ବାଇବଲ ସାହିତ୍ୟରେ ମଧ୍ୟ ପଢ଼ିଥାଉ। ବର୍ତ୍ତମାନ, ଗୋଟିଏ ବାର୍ତ୍ତା ବିଷୟରେ ମୁଁ ଧ୍ୟାନ ଦେଇ ନାହିଁ, ପୁଣି ଗଲୀୟାତ ମଧ୍ୟ ଭୁଲି ଯାଇଅଛି। ୧ ଶାମୁୟେଲ ୫ ଅଧ୍ୟାୟରେ ଇସ୍ରାଏଲୀୟ ଲୋକମାନେ ମୂର୍ଖତାପୂର୍ଣ୍ଣ କାର୍ଯ୍ୟ କଲେ ଓ ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ନେଇ ଦାଗୋନ୍ ଦେବତାର ମନ୍ଦିରକୁ ଆଣି ରଖିଲେ। ଏକ ସାମାନ୍ୟ ପ୍ରଥା। ଆପଣ ଶତ୍ରୁ ଉପରେ ଜୟ କରିବେ, ତେବେ ଆପଣ ଶତ୍ରୁର ଦେବତାକୁ ସଙ୍ଗେ ଘେନି ଯିବେ, ଆପଣ ତାହାକୁ ଆପଣା ଦେବତାଙ୍କ ମନ୍ଦିରରେ ରଖିବେ, ପୁଣି ତାହା ଏହା ଘୋଷଣା କରିବାର ଏକ ମାଧ୍ୟମ ଥିଲା ଯେ ମୋ’ ଦେବତା ତୁମ୍ଭ ଦେବତାଠାରୁ ଅଧିକ ଶକ୍ତିଶାଳୀ ଅଟେ। ତେଣୁ, ସେମାନେ ଅଧିକାର କରିଥିବା ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ନେଇ ଦାଗୋନ୍ ଦେବତାର ମନ୍ଦିରକୁ ଆଣି ରଖିଲେ। ତହିଁ ପରଦିନ ଲୋକମାନେ ଶୀଘ୍ର ଉଠିଲେ; ଆଉ ଦେଖ, ଦାଗୋନ୍ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଥିଲା। ତେଣୁ ସେମାନେ ଦାଗୋନ୍‌କୁ ପୁନର୍ବାର ଉଠାଇ ତାହା ସ୍ଥାନରେ ରଖିଲେ। ପୁଣି ସେମାନେ ତହିଁ ଆରଦିନ ପ୍ରଭାତରେ ଶୀଘ୍ର ଉଠିଲେ, ଦେଖ, ଦାଗୋନ୍ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ କେବଳ ମୁହଁ ମାଡ଼ି ଭୂମିରେ ପଡ଼ିଅଛି ତାହା ନୁହେଁ, ମାତ୍ର ଦାଗୋନର ମୁଣ୍ତ କଟା ହୋଇ ପଡ଼ିଅଛି। ଏହି କାହାଣୀରେ ଏକ ବିଡମ୍ବନା ଦେଖିବାକୁ ମିଳେ, ଯାହା ବାସ୍ତବରେ କିଛି ସମୟ ପରେ ସତ୍ୟ ହେବାକୁ ଯାଉଅଛି।

ଅତଏବ, ଗଲୀୟାତ ଆପଣା ଆହ୍ୱାନର ବାକ୍ୟ, ପୁଣି ଦାଉଦ ଆପଣା ଆହ୍ୱାନର ବାକ୍ୟ ଘୋଷଣା କରିଅଛନ୍ତି, ଓ ଏହା ବିଶ୍ୱାସର ଆହ୍ୱାନ ଅଟେ। ଯେଉଁ ପ୍ରକାରେ ହାନ୍ନାଙ୍କ ଗୀତ ବିଶ୍ୱାସର ଏକ ପ୍ରାର୍ଥନା ଥିଲା, ସେହି ପ୍ରକାରେ ଏସବୁ ବିଶ୍ୱାସର ବାକ୍ୟ ଅଟେ।  ସେହି ପ୍ରକାରେ ଦାଉଦଙ୍କ ଆହ୍ୱାନ ବିଶ୍ୱାସର ଆହ୍ୱାନ ଅଟେ। “ତେବେ ଦାଉଦ ପଲେଷ୍ଟୀୟକୁ କହିଲେ, ‘ତୁମ୍ଭେ ଖଡ଼୍ଗ ଘେନି, ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋʼ କତିକି ଆସିଅଛ; ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ, ସେହି ଇସ୍ରାଏଲ ସୈନ୍ୟଶ୍ରେଣୀର ପରମେଶ୍ଵର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। ଆଜି ଦିନ ସଦାପ୍ରଭୁ ତୁମ୍ଭକୁ ମୋʼହସ୍ତରେ ସମର୍ପି ଦେବେ; ଏଣୁ ମୁଁ ତୁମ୍ଭକୁ ଆଘାତ କରି ତୁମ୍ଭଠାରୁ ତୁମ୍ଭ ମସ୍ତକ ଅଲଗା କରିବି।” ଏବେ ଗଲୀୟାତ ଏପ୍ରକାର କହୁଥିବା ମୁଁ କଳ୍ପନା କରି ପାରେ, “କାହା ସହିତ?! ଗୋଟିଏ ଯଷ୍ଟି? ତୁମର ବଡ଼ ଭୟାବହ ଛାଟିଣୀ?” ପୁଣି ଦାଉଦ କହନ୍ତି, “ମୁଁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ୟଗଣର ଶବ ଆକାଶ-ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ-ପଶୁମାନଙ୍କୁ ଦେବି; ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ଵର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ। ଆଉ ଏହି ସମସ୍ତ ସମାଜ ଜାଣିବେ ଯେ, ସଦାପ୍ରଭୁ ଖଡ଼୍ଗବ ଓ ବର୍ଚ୍ଛା ଦ୍ଵାରା ଉଦ୍ଧାର କରନ୍ତି ନାହିଁ; କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।” ଦେଖନ୍ତୁ, ଦାଉଦ ଏଠାରେ କେବଳ ବସିଛନ୍ତି ଏବଂ ଗଲୀୟାତକୁ ସହିତ ବାଦାନୁବାଦ କରୁଛନ୍ତି। ତାହାର ବାକ୍ୟ ଫେରାଉ ଅଛନ୍ତି।  କ’ଣ ଆପଣ ତାହା ଶୁଣିଲେ? ଗଲୀୟାତ ପ୍ରାୟ ସମସ୍ତ ବିଷୟରେ ଯାହା କିଛି ମଧ୍ୟ ଉଚ୍ଚାରଣ କରିଥିଲା, ଦାଉଦ ପରିବର୍ତ୍ତନ କରି ପ୍ରତିଉତ୍ତର ଦେଇ ଅଛନ୍ତି। ପୁଣି, ଏବ୍ରୀ ଭାଷାରେ କେତେକ ବ୍ୟକ୍ତିଗତ ସର୍ବନାମ ଅଛି ଯାହା ଜୋର ଦେଇଥାଏ ଓ ଯଦି ଆପଣ ତାହା ଏବ୍ରୀ ଭାଷାରେ ଶୁଣନ୍ତି, ତେବେ ଦାଉଦ ଗଲୀୟାତକୁ ତାହାର ବାକ୍ୟ ଦ୍ୱାରା ବିଦ୍ରୁପାତ୍ମକ ପ୍ରତିଉତ୍ତର ଦେଉଥିବା ଆପଣ ଶୁଣିପାରିବେ। ଉପରେ ୩୩ ପଦରେ ସେ କହେ, “ମୁଁ କି କୁକ୍କୁର, ଯେ ତୁ ଯଷ୍ଟି ନେଇ ମୋʼ ପାଖକୁ ଆସିଛୁ?” ଏସବୁ ତୁମ୍ଭର ସର୍ବନାମ। ଦାଉଦ କହନ୍ତି, “ତୁମ୍ଭେ ଖଡ଼୍ଗ ଘେନି, ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋʼ କତିକି ଆସିଅଛ; ମାତ୍ର ପରମେଶ୍ଵର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି।”  ସେ ଗଲୀୟାତ କୁ ଯାହା ଫେରାଇ ପାରିଥାନ୍ତେ, ସେହି ସମସ୍ତ ବିଷୟ ତାହା ଉପରେ ଫୋପାଡୁ ଅଛନ୍ତି ଏବଂ ଗଲୀୟାତ  ବାସ୍ତବରେ ବିଦ୍ରୁପ ହେଉଅଛି। ମୁଁ ଏହା ଅନୁମାନ କରି ପାରେ, ସେ ପ୍ରକୃତରେ ବିଦ୍ରୁପ ହେଉଅଛି। କିନ୍ତୁ, ଏହି ଅନୁଚ୍ଛେଦରେ ଆକ୍ଷରିକ ପ୍ରଭେଦକୁ ଧ୍ୟାନ ଦିଅନ୍ତୁ। ଏଠାରେ ସମସ୍ତ ସାଞ୍ଜୁଆରେ ସୁସଜ୍ଜିତ ଗୋଟିଏ ବିଶାଳ ଦାନବ ସହ ହସ୍ତରେ ଗୋଟିଏ ଛାଟିଣୀ ଓ ଯଷ୍ଟି ଘେନି ଆସୁଥିବା କିଶୋର ମେଷପାଳକ ସମ୍ମୁଖିନ କରୁଅଛି। ଏଥିପାଇଁ ଲେଖକ ୧୭ ଅଧ୍ୟାୟର ପ୍ରଥମ ଭାଗରେ ଗଲୀୟାତର ସାଞ୍ଜୁଆ ଓ ଆକାରର ପୂର୍ଣ୍ଣ ବିବରଣ ପ୍ରଦାନ କରନ୍ତି। ସେ ଏହି ପ୍ରଭେଦକୁ ସ୍ଥାପିତ କରିବାକୁ ଚାହାନ୍ତି। ଏଥିପାଇଁ ଦାଉଦ ମଧ୍ୟ ଶାଉଲଙ୍କ ସାଞ୍ଜୁଆ ଧାରଣ କରିବେ ନାହିଁ, କାରଣ ସେ ଚାହୁଁ ନ ଥିଲେ ଯେ ଏହି ବାସ୍ତବିକତା ଉପରେ କେହି ପ୍ରଶ୍ନ କରୁ ଯେ ବିଜୟ ଦାଉଦଙ୍କ ବା କୌଣସି ପ୍ରକାର ଭାଗ୍ୟ ଯୋଗୁ ନୁହେଁ, ମାତ୍ର ବିଜୟ ପରମେଶ୍ୱରଙ୍କ ଅଟେ। ଏହି ସମସ୍ତ ପ୍ରଭେଦ ମଧ୍ୟରେ ୪୮ ପଦରେ ସେମାନେ ଯୁଦ୍ଧ ଆରମ୍ଭ କରନ୍ତି। “ଏଉତ୍ତାରେ ସେହି ପଲେଷ୍ଟୀୟ ଉଠି ଦାଉଦଙ୍କ ସଙ୍ଗେ ଭେଟିବାକୁ ଆସି ନିକଟବର୍ତ୍ତୀ ହୁଅନ୍ତେ, ଦାଉଦ ଶୀଘ୍ର ସେହି ପଲେଷ୍ଟୀୟ ସହିତ ଭେଟିବାକୁ ସୈନ୍ୟଶ୍ରେଣୀ ଆଡ଼େ ଦୌଡ଼ିଲେ।” ତାହା ମୋତେ ବହୁତ ଭଲ ଲାଗେ, ମୋ’ର ବାଇବଲରେ ତାହା ରେଖାଙ୍କିତ ହୋଇଅଛି।  ଦାଉଦ ଦ୍ରୁତ ବେଗରେ ଦୌଡ଼ୁଅଛନ୍ତି। ପରମେଶ୍ୱର ତାଙ୍କ ହାତରେ ଗଲୀୟାତକୁ ସମର୍ପଣ କରିବା ଦେଖିବାକୁ ଅପେକ୍ଷା କରି ପାରିବେ ନାହିଁ। ସେ ଦ୍ରୁତ ବେଗରେ ଦୌଡ଼ୁଅଛନ୍ତି। “ଦାଉଦ ଶୀଘ୍ର ସେହି ପଲେଷ୍ଟୀୟ ସହିତ ଭେଟିବାକୁ ସୈନ୍ୟଶ୍ରେଣୀ ଆଡ଼େ ଦୌଡ଼ିଲେ। ପୁଣି ଦାଉଦ ଆପଣା ଝୁଲିରେ ହାତ ପୂରାଇଲେ।” ମୁଁ ଜାଣି ନାହିଁ ଯେ କ’ଣ ସେ ସମ୍ପୁର୍ଣ୍ଣ ସମୟ ଦୌଡ଼ୁଥିଲେ, ସେ ଦୌଡ଼ୁଥିବା ମୁଁ କଳ୍ପନା କରିବାକୁ ଚାହେଁ। “ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣୀରେ ମାରି ସେହି ପଲେଷ୍ଟୀୟର କପାଳକୁ ଆଘାତ କଲେ; ତହିଁରେ ସେ ପଥର ତାହା କପାଳରେ ପଶିଯା’ନ୍ତେ, ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା। ଏହି ପ୍ରକାରେ ଦାଉଦ ଛାଟିଣୀ ଓ ପଥର ଦ୍ଵାରା ସେହି ପଲେଷ୍ଟୀୟ ଉପରେ ଜୟଲାଭ କଲେ ଓ ପଲେଷ୍ଟୀୟକୁ ଆଘାତ କରି ବଧ କଲେ, ମାତ୍ର ଦାଉଦଙ୍କ ହସ୍ତରେ ଖଡ଼୍ଗ ନ ଥିଲା।” ଏହା ମୁଖ୍ୟ ବିଷୟ ଅଟେ। ସଂଗ୍ରାମ ପରମେଶ୍ୱରଙ୍କ ଥିଲା। ଦାଉଦଙ୍କୁ ସାଞ୍ଜୁଆର ଆବଶ୍ୟକ ନ ଥିଲା। ତାହାଙ୍କୁ ଯାହା ଆବଶ୍ୟକ ଥିଲା ଏବଂ ଯାହା ତାହାଙ୍କ ପାଖେ ଥିଲା, ତାହା କେବଳ ସଦାପ୍ରଭୁ ଅଟନ୍ତି।  ଦାଉଦଙ୍କ ହସ୍ତରେ କୌଣସି ଖଡ଼୍‌ଗ ନ ଥିଲା। “ତହୁଁ ଦାଉଦ ଦୌଡ଼ିଲେ” (ସେ ଏବେ ମଧ୍ୟ ଦ୍ରୁତ ବେଗରେ ଦୌଡ଼ୁଅଛନ୍ତି), “ଓ ସେ ସେହି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ତାହାର ଖଡ଼୍ଗବ ତାହା ଖାପରୁ କାଢ଼ି ତାହାକୁ ବଧ କଲେ ଓ ତଦ୍ଵରା ତାହାର ମସ୍ତକ ଛେଦନ କଲେ। ଆଉ ପଲେଷ୍ଟୀୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ।” ବର୍ତ୍ତମାନ, ଏହି ପଦଗୁଡ଼ିକୁ ବିଭିନ୍ନ ମାଧ୍ୟମରେ ବ୍ୟାଖ୍ୟା କରାଯାଇପାରେ ଓ ଏହା ସମ୍ଭବ ହୋଇପାରେ ଯେ ପଥର ତାହାକୁ ବଧ କରିଥିଲା ଓ ଦାଉଦ ତାହାର ମସ୍ତକ ଅଲଗା କରିବା ଦ୍ୱାରା ସ୍ପଷ୍ଟ କରିଥିଲେ, ପୁଣି ଏହା ସମ୍ଭବ ଯେ ପଥର ତାହାକୁ ଅଚେତ ଅବସ୍ଥାରେ ତଳେ ପକାଇ ଦେଲା, ଓ ତହିଁରେ ଦାଉଦ ମୃତ୍ୟୁ ହେବା ସୁନିଶ୍ଚିତ କରିବାକୁ ତାହାର ମସ୍ତକକୁ ଛେଦନ କଲେ। କିନ୍ତୁ, ଯେକଣସି ପରିସ୍ଥିତିରେ, ବାସ୍ତବରେ କ’ଣ ଚାଲିଛି? କିନ୍ତୁ ତାହା କରିବ। କେତେକ ଉତ୍କୃଷ୍ଟ ସାହିତ୍ୟିକ କଳାରେ ଏହା ଅତ୍ୟଧିକ ବର୍ଣ୍ଣନାତ୍ମକ ପରିଲକ୍ଷିତ ହୁଏ, କାରଣ ତାହା ଗୋଟିଏ ଯୁବା ବାଳକ ମସ୍ତକ ଧରି ଏପଟେ ସେପଟେ ଯିବା ଆସିବାର ଏକ ଭୟଙ୍କର ଚିତ୍ର ପ୍ରସ୍ତୁତ କରେ। ଏହା ପ୍ରଭେଦର ଏକ ଅଦ୍ଭୁତ ଚିତ୍ର ଅଟେ, କିନ୍ତୁ ମୁଁ ତାହା ପ୍ରକାଶ କରିବାକୁ ଯାଉ ନାହିଁ।

ଯେପରି ଦାଗୋନ୍ ତଳେ ପତିତ ହେଲା ଓ ମସ୍ତକ ଛେଦନ କରାଗଲା, ସେହି ପ୍ରକାରେ, ଯେ ତାହା ନାମରେ ଶାପ ଦେଲା ସେ ପତିତ ହେଲା ଓ ତାହାର ମସ୍ତକ ଛେଦନ କରାଗଲା। ଆପଣ ସେହି ତୁଳନାକୁ ଦେଖିବାର ଅଛି, କାରଣ ଉଭୟ ସ୍ଥାନରେ ଯୁଦ୍ଧକୁ ସଦାପ୍ରଭୁ ଜୟ କରିଅଛନ୍ତି। ପଲେଷ୍ଟୀୟମାନେ ପଳାୟନ କଲେ, ଇସ୍ରାଏଲୀୟ ଲୋକମାନେ ସେମାନଙ୍କୁ ଦଶ ମାଇଲ ପର୍ଯ୍ୟନ୍ତ ପଛେ ଗୋଡ଼ାଇଲେ, ପୁଣି ଫେରି ଆସି ସେମାନଙ୍କ ଛାଉଣିକୁ ଲୁଣ୍ଠନ କଲେ ଓ ତା’ପରେ ଆକର୍ଷଣୀୟ ଉପସଂହାର ଭାବରେ, ଦାଉଦ କ’ଣ ନିଅନ୍ତି, ତାହାଙ୍କ ବିଜୟ-ଉପହାର କ’ଣ ଥିଲା, ସେହି ବିଷୟରେ ଆମ୍ଭେମାନେ ପଢ଼ୁ। ୫୪ ପଦକୁ ଦେଖନ୍ତୁ,  “ପୁଣି ଦାଉଦ ସେହି ପଲେଷ୍ଟୀୟର ମସ୍ତକ ନେଇ ପ୍ରାୟ ୧୭ ମାଇଲ ଦୁରରେ ଅବସ୍ଥିତ ଯିରୂଶାଲମକୁ ଆଣିଲେ; ମାତ୍ର ତାହାର (ଗଲୀୟାତ) ସଜ୍ଜା ଆପଣା (ଗଲୀୟାତ) ତମ୍ବୁରେ ରଖିଲେ।” ଇଲୀୟାବ ଓ ଅନ୍ୟ ଭାଇମାନେ ସୈନିକ ଥିଲେ, ସେମାନଙ୍କର ଛାଉଣି ଥିଲା। ଦାଉଦ ଯୁଦ୍ଧ କ୍ଷେତ୍ରରେ କ’ଣ ହେଉଅଛି କେବଳ ତାହା ଦେଖିବାକୁ ଆସିଥିଲେ, ତେଣୁ ସମ୍ଭବତଃ ତାହାଙ୍କ ନିଜ ଛାଉଣି ନ ଥିଲା। ତେଣୁ ଦାଉଦଙ୍କ ବିଜୟ-ଉପହାର ଗଲୀୟାତର ଛାଉଣି ଅଟେ, ଅର୍ଥାତ୍ ତାହାର ଖଡ୍ଗ ଓ ସାଞ୍ଜୁ ଓ ଆପଣା ସହିତ ସେହି ମୃତ ବ୍ୟକ୍ତିର ମସ୍ତକ ଘେନି ଯାଉଅଛନ୍ତି। ଆଉ ଶାଉଲ ଏପର୍ଯ୍ୟନ୍ତ ଆପଣା ମସ୍ତକ କୁଣ୍ଡାଇ ଜାଣିବାକୁ ଚେଷ୍ଟା କରୁଅଛନ୍ତି ଯେ ବାସ୍ତବରେ ସେହି ବ୍ୟକ୍ତି କିଏ ଅଟେ। କ’ଣ ଆପଣ ଏହି ପ୍ରକାରର ଚିନ୍ତା ବିଷୟରେ କଳ୍ପନା କରିପାରିବେ, “କ’ଣ ଏ ସେହି ବ୍ୟକ୍ତି ଅଟେ, ଯେ ମୋ’ ପାଇଁ ସଂଗୀତ ପ୍ରସ୍ତୁତ କରେ, ଯେତେବେଳେ ମୁଁ ଉତ୍ତମ ଅନୁଭବ କରେ ନାହିଁ। ସେ ଗଲୀୟାତକୁ ବଧ କରିଅଛି। ଏ ଯୁବା କାହାର ପୁଅ?” ସେମାନେ ଜାଣି ନ ଥିଲେ, ତେଣୁ ଅବ୍‌ନର ଦାଉଦଙ୍କୁ ନେଇ ଶାଉଲଙ୍କ ସମ୍ମୁଖକୁ ଆଣିଲା।  ୫୭ ପଦକୁ ଦେଖନ୍ତୁ, “ଆଉ ଦାଉଦ ପଲେଷ୍ଟୀୟକୁ ବଧ କରି ପଲେଷ୍ଟୀୟର ମସ୍ତକ ହସ୍ତରେ ଧରି ଫେରି ଆସିବା ବେଳେ ଅବ୍‌ନର ତାଙ୍କୁ ନେଇ ଶାଉଲଙ୍କ ସମ୍ମୁଖକୁ ଆଣିଲା।”  ଦାଉଦ ସେହି ମସ୍ତକକୁ ତ୍ୟାଗ କରୁ ନାହାନ୍ତି ଓ ସେ ଯେଉଁ ଆଡ଼କୁ ଯାଉ ଅଛନ୍ତି, ସେ ତାହା ଟାଣି ନେଉଅଛନ୍ତି। ମୁଁ ଏହି କାହାଣୀ ଲେଖି ନାହିଁ, ମାତ୍ର କାହାଣୀ ତାହା ପ୍ରକାଶ କରେ। ପ୍ରଥମ ଶାମୁୟେଲ ୧୭ ପର୍ବ ମୁଖ୍ୟତଃ ଏକ ଯୁବା ବ୍ୟକ୍ତିର ବିଜୟର କାହାଣୀ ନୁହେଁ। ଦାଉଦ ଓ ଗଲୀୟାତ ଏହି କାହାଣୀର ମୁଖ୍ୟ ଅଭିନେତା ନୁହନ୍ତି। ବାସ୍ତବରେ ପରମେଶ୍ୱର ମୁଖ୍ୟ ଅଭିନେତା ଅଟନ୍ତି, ଯେ ଯୁଦ୍ଧ ଲଢ଼ନ୍ତି ଓ ଜୟ ପ୍ରଦାନ କରନ୍ତି। ପ୍ରଥମ ଶାମୁୟେଲ ୧୭ ପର୍ବ, ଦାଉଦ ଓ ଗଲୀୟାତଙ୍କ କାହାଣୀ ବାସ୍ତବରେ ପରମେଶ୍ୱରଙ୍କ କାହାଣୀ ଅଟେ, ଯିଏ ଗୋଟିଏ ଯୁବା ଦ୍ୱାରା ଆପଣା ଶତ୍ରୁକୁ ପରାସ୍ତ କରନ୍ତି। ପରମେଶ୍ଵରଙ୍କ ବିଷୟରେ ଏହା ଏକ କାହାଣୀ, ଜଣେ ବ୍ୟକ୍ତି ଦ୍ୱାରା କାର୍ଯ୍ୟ କରୁଅଛନ୍ତି, ଯିଏ ପୂର୍ଣ୍ଣରୂପରେ ଓ ସମ୍ପୂର୍ଣ୍ଣ ଭାବରେ ତାହାଙ୍କଠାରେ ବିଶ୍ଵାସ କରେ ଓ ଯେ ନିଃସନ୍ଦେହରେ ଇସ୍ରାଏଲର ସଦାପ୍ରଭୁଙ୍କଠାରେ ଭରସା କରେ। ବାସ୍ତବରେ ପ୍ରଥମ ଶାମୁୟେଲ ୧୭ ପର୍ବର କାହାଣୀ ଏହି ସମସ୍ତ ବିଷୟରେ ଅଟେ।

୩.  ଗଲୀୟାତଠାରୁ ଶିକ୍ଷା:  ବିଶ୍ୱାସରେ ପଦକ୍ଷେପ ନେବା

ଦାଉଦଙ୍କ ଦ୍ୱାରା ପରମେଶ୍ୱରଙ୍କ ବିଜୟର ଏହି କାହାଣୀରୁ ଅନେକ ଶିକ୍ଷା ଶିଖିପାରିବା, କିନ୍ତୁ ନିଶ୍ଚିତ ରୂପରେ ଆପଣ ଓ ମୋ’ ପାଇଁ ସବୁଠାରୁ ବଡ଼ ଶିକ୍ଷା ଏକ ସାମାନ୍ୟ ଆହ୍ୱାନ ଅଟେ। ଏହା ଏକ ଆହ୍ୱାନ ଅଟେ ଯେ, ଯେପରି ଦାଉଦ ବିଶ୍ୱାସରେ ପଦକ୍ଷେପ ନେଇଥିଲେ, ସେହି ପ୍ରକାରେ ଆପଣ ଓ ମୁଁ ବିଶ୍ୱାସରେ ପଦକ୍ଷେପ ନେବାକୁ ଆହ୍ୱାନ ହେଇଅଛୁ। ବିଷୟ ବୁଝନ୍ତୁ, ଦାଉଦ ପଛଘୁଞ୍ଚା ହେଇ ପାରିଥାନ୍ତେ। ସେ ସାମଗ୍ରୀରକ୍ଷକଙ୍କ ସହିତ ରହିପାରିଥା’ନ୍ତେ, ସେପରି ତାଙ୍କ ବଡ଼ ଭାଇ ମଧ୍ୟ ସେ ସେଠାରେ ରହିବା ଉଚିତ ମନେ କରୁଥିଲେ, ଠିକ୍ କହୁଛି? ସେ ଯୁଦ୍ଧର ବାହାରେ ରହି ପାରିଥାନ୍ତେ; ସେ ସୈନ୍ୟଶ୍ରେଣୀ ମଧ୍ୟରୁ ଜଣେ ନ ଥିଲେ। ସେ ସୁରକ୍ଷିତ ରହିବାକୁ କିଛି କରି ପାରିଥା’ନ୍ତେ। ସେ ଆପଣା ଆରାମ ସ୍ଥାନରେ ରହି ପାରିଥା’ନ୍ତେ। ବାସ୍ତବରେ ସେ ଧାର୍ମିକ ଦୃଷ୍ଟିରୁ ନିଜକୁ ପ୍ରକାଶ କରିପାରିଥା’ନ୍ତେ। ସେ ଗଲୀୟାତକୁ ଦେଖି କହି ପାରିଥାନ୍ତେ, “ଓହୋ, ମୁଁ ଆପଣା ପରମେଶ୍ୱରଙ୍କୁ ପରୀକ୍ଷା କରିବା ଉଚିତ ନୁହେଁ। ପରିଶେଷରେ, ମୋତେ ଆପଣା ପିତା ଓ ମାତାଙ୍କୁ ସମାଦର କରିବା ଉଚିତ।  ଆଉ ଆପଣ ମେଷମାନଙ୍କ ବିଷୟରେ ଜାଣନ୍ତି - ସେମାନେ ଗୋଟିଏ ସମସ୍ୟା ଅଟନ୍ତି। ସେମାନେ ସମ୍ଭବତଃ ପରସ୍ପର କାମୁଡ଼ାକାମୁଡ଼ି ହେଉଥିବେ, ମୋତେ ଫେରିଯିବା ଆବଶ୍ୟକ।” ସେ ସେପରି କରିପାରିଥା’ନ୍ତେ। ସେ ଏହି ପ୍ରକ୍ରିୟାରେ ଅଧିକ ଧାର୍ମିକ ଓ ସୁରକ୍ଷିତ ପରିଲକ୍ଷିତ ହୋଇ ପାରିଥାନ୍ତେ। କିନ୍ତୁ ଦାଉଦ ଜଣେ ସୁରକ୍ଷିତ ବ୍ୟକ୍ତି ନ ଥିଲେ। ସେ ଜଣେ ବିଶ୍ୱାସଯୁକ୍ତ ବ୍ୟକ୍ତି ଥିଲେ। ସେ, ବାସ୍ତବରେ, ଶ୍ୱରଙ୍କ ଜଣେ ମନର ମତ ବ୍ୟକ୍ତି ଥିଲେ (ପ୍ରେରିତ  ୧୩:୨୨)। ସେହି ପଦର ଅର୍ଥ ଏହା ଯେ ଦାଉଦ ଜୀବନକୁ ବିଶ୍ୱାସର ଚକ୍ଷୁରେ ଦେଖନ୍ତି।  ଯଦ୍ୟପି, ଏବ୍ରୀ  ୧୧:୬ ପଦ ସେପର୍ଯ୍ୟନ୍ତ ଲେଖାଯାଇ ନ ଥିଲା, ଅର୍ଥାତ୍ ବିଶ୍ୱାସ ବିନା ଈଶ୍ୱରଙ୍କୁ ପ୍ରସନ୍ନ କରିବା ଅସମ୍ଭବ ଅଟେ, ଦାଉଦ ସେଥିର ଏକ ଜୀବନ୍ତ ଉଦାହରଣ ଅଟନ୍ତି। ଦାଉଦ ତାହା ବୁଝିପାରିଥିଲେ। ଦାଉଦ ବୁଝିପାରିଥିଲେ ଯେ ପରମେଶ୍ୱର ଆପଣା ଲୋକମାନଙ୍କ ପ୍ରତି ପ୍ରତିବଦ୍ଧ ଥିଲେ। ଆଉ ଦାଉଦ ବିଶ୍ୱାସ କଲେ; ସେ ଜାଣିଥିଲେ ଯେ ପରମେଶ୍ୱର ଆପଣା ବାକ୍ୟ ପ୍ରତି ବିଶ୍ୱସ୍ତ ରହିବେ ଓ ବିଜୟୀ ହେବେ। ଦାଉଦ ପଛରେ ବସି ରହିବାକୁ ଚାହିଁ ନ ଥିଲେ। ସେ ପଛ ଧାଡ଼ିରେ ରହିବାକୁ ଚାହିଁ ନ ଥିଲେ, ସେ ବିଜୟର ଏକ ଅଂଶ ହେବାକୁ ଚାହିଥିଲେ। ସେ ସୀମାରେଖାରେ ବସିବାକୁ ଚାହିଁ ନ ଥିଲେ, କିନ୍ତୁ ସେ ଯୁଦ୍ଧ ମଧ୍ୟରେ ରହିବାକୁ ଚାହିଁଥିଲେ। କାହିଁକି? କାରଣ କ’ଣ ସେ ପାଗଳ ଥିଲେ? ନାହିଁ। ଯେହେତୁ ସେ ବିଶ୍ଵାସରେ ଜାଣିଥିଲେ ଯେ ପରମେଶ୍ୱର ଆପଣା ବାକ୍ୟକୁ ସଫଳ କରିବେ। ସେହି ଯୁଦ୍ଧ କେବଳ ପରମେଶ୍ଵରଙ୍କର ବୋଲି ଜାଣିଥିଲେ, ଆଉ ସେ ତାହା ଅନୁଭବ କରିବାକୁ ପୁଣି ଯୁଦ୍ଧର ଏକ ଅଂଶୀ ହେବାକୁ ଚାହିଁଥିଲେଦାଉଦ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ, ତେଣୁ ସେ ପରମେଶ୍ୱରଙ୍କ ମନର ମତ ବ୍ୟକ୍ତି ଥିଲେ।

କିନ୍ତୁ ଦାଉଦ ଏହା ମଧ୍ୟ ଜାଣିଥିଲେ ଯେ ସତ୍ୟ ବିଶ୍ୱାସ ସର୍ବଦା ଜଣେ ବ୍ୟକ୍ତିକୁ କାର୍ଯ୍ୟ କରିବାକୁ ନେତୃତ୍ୱ କରିଥାଏ। ଦେଖନ୍ତୁ, ବିଶ୍ୱାସ ଯଦି ନିଷ୍କ୍ରିୟ ଅଟେ, ବିଶ୍ୱାସ ଯଦି ଆପଣାକୁ ବୃଦ୍ଧି କରି ନ ଥାଏ, ତେବେ ତାହା ବିଶ୍ୱାସ ନୁହେଁ, କ’ଣ ତାହା ବିଶ୍ୱାସ ଅଟେ? ଯାକୁବ ୨:୨୬ ପଦରେ ଆମ୍ଭେମାନେ ପଢ଼ୁ ଯେ କର୍ମ ବିନା ବିଶ୍ୱାସ ମୃତ ଅଟେ। ଯେଉଁ ବିଶ୍ୱାସ ନିର୍ଜୀବ ଅଟେ, ତାହା କେବେ ମଧ୍ୟ ବିଶ୍ୱାସ ହୋଇ ନ ପାରେ। ବିଶ୍ୱାସର ପରିଭାଷାରୁ ହିଁ ବିଶ୍ୱାସ ଆମ୍ଭମାନଙ୍କୁ ସୀମାରେଖାରୁ ଯୁଦ୍ଧ ମଧ୍ୟକୁ ଅଗ୍ରଗାମୀ କରିଥାଏ। ପୁଣି ଅନେକ ସମୟରେ ଯେତେବେଳେ ଆମ୍ଭେମାନେ ବିଶ୍ୱାସର ସହିତ ପଦକ୍ଷେପ ନେବାକୁ ଆହ୍ୱାନ ପାଇଥାଉ, ସେତେବେଳେ ମଧ୍ୟ ଆମ୍ଭେମାନେ ଆପଣା ଆରାମ ଅବସ୍ଥାରେ ରହିଥାଉ। ଅନେକ ସମୟରେ, ଯେତେବେଳେ ପରମେଶ୍ୱର କଥା କହନ୍ତି, ଯେତେବେଳେ ପବିତ୍ରଆତ୍ମା କଥା କହନ୍ତି, ସେ ବେଳେ ବେଳେ ଉଚ୍ଚ ସ୍ୱରରେ କହନ୍ତି, ସେ ସାମାନ୍ୟତଃ ଫୁସ ଫୁସ ହୋଇ କହନ୍ତି, କିନ୍ତୁ ଯଦି ଆପଣ ତାହା ଶୁଣୁଅଛନ୍ତି, ତେବେ ତାହା ବହୁତ ସ୍ପଷ୍ଟ ଅଟେ, କ’ଣ ସତ୍ୟ ଅଟେ? ଏବଂ ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ କଅଣ କରୁ ବୋଲି ସଦାପ୍ରଭୁ ଚାହାଁନ୍ତି ଆଉ ଅନେକ ସମୟରେ ତାହା ଆମ୍ଭମାନଙ୍କ ଆରାମ ଅବସ୍ଥା ଭିତରେ ଥାଏ।   ହୁଏତ ଆମ୍ଭେମାନେ କିଛି ଅସୁବିଧା କିମ୍ବା ବିଚଳିତ ଅନୁଭବ କରିପାରିବା “ବିଲ୍, ଉଡ଼ାଜାହାଜର ଅନ୍ୟ ପାର୍ଶ୍ୱରେ ସେହି ବ୍ୟକ୍ତି ସହିତ ବାର୍ତ୍ତାଳାପ କର।”  “ଆପଣଙ୍କ ଅନୁସାରେ କ’ଣ ମୁଁ ନିଜେ ଆଗକୁ ଯିବାକୁ ଅଛି?” “ବିଲ୍, ତୁମେ ଆଉ କେବେ ସେହି ବ୍ୟକ୍ତିକୁ ଭେଟିବ ନାହିଁ, ସେ ତୁମ ବିଷୟରେ କ’ଣ ଚିନ୍ତା କରନ୍ତି, ସେଥିରେ କିଛି ଫରକ ପଡ଼େ ନାହିଁ।” ଅନେକ ସମୟରେ ବିଚଳିତ ଅନୁଭବ ହୋଇଥାଏ, ତଥାପି ଆମ୍ଭେମାନେ ଆମ୍ଭମାନଙ୍କ ଆରାମ ଅବସ୍ଥାରେ ରହିଥାଉ। ଦାଉଦଙ୍କ ବିଷୟରେ ହୋଇପାରେ ତାହା କେବଳ ଏକ ସିଂହ ବା ଭାଲୁ ଅଟେ। ତାହା ଠିକ୍ ଅଛି। ପରମେଶ୍ୱର ତାହା ମୋ’ ଦ୍ୱାରା କରି ପାରିବେ। କିନ୍ତୁ ତଥାପି ଆମ୍ଭେମାନେ ଆମ ଆରାମ ଅବସ୍ଥାରେ ରହିଅଛୁ। କିନ୍ତୁ ଏପରି ଅନେକ ସମୟ ଅଛି ଯେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ କେବଳ ଯେ ବିଶ୍ୱାସର ସହିତ ପଦକ୍ଷେପ ନେବାକୁ ଆହ୍ୱାନ କରନ୍ତି, କିନ୍ତୁ ସେ ଆମ୍ଭମାନଙ୍କୁ ବାହାରକୁ ଯିବା ପାଇଁ, ଅନ୍ତିମ ବିଷୟ ପର୍ଯ୍ୟନ୍ତ ଯିବା ପାଇଁ ଆହ୍ୱାନ କରନ୍ତି, ସେ କ’ଣ କରନ୍ତି ନାହିଁ? ଆଉ ଆମ୍ଭମାନଙ୍କ ମାନବୀୟ ସ୍ୱଭାବ, ପାପମୟ ସ୍ୱଭାବ ଇସ୍ରାଏଲର ସୈନ୍ୟଶ୍ରେଣୀ ସମାନ ପ୍ରତିଉତ୍ତର ଦେବ। ଆମ୍ଭେମାନେ ଭୟର ସହିତ ପ୍ରତିଉତ୍ତର ଦେବା, କିନ୍ତୁ ବିଶ୍ୱାସ ସବୁବେଳେ ଜୀବନକୁ ପରମେଶ୍ୱରଙ୍କ ଚକ୍ଷୁରେ ଦେଖିଥାଏ। ଆମ୍ଭେମାନେ ସର୍ବଦା କାର୍ଯ୍ୟ କରିବା, କାରଣ ଆମ୍ଭେମାନେ ଜାଣୁ ଯେ ଯୁଦ୍ଧ ପରମେଶ୍ୱରଙ୍କ ଅଟେ। ଆପଣ କିମ୍ବା ମୁଁ ଆପଣା ଆରାମ ଅବସ୍ଥାର ବାହାରେ କିମ୍ବା ଭିତରେ ଥାଉ, ବିଶ୍ୱାସ, ବିଶ୍ୱାସ ସହିତ ପଦକ୍ଷେପ ନେବାକୁ, ଓ କାର୍ଯ୍ୟ କରିବାକୁ କହେ। ଯଦି ଆବଶ୍ୟକ ଆପଣା ପାଦକୁ ବଢାଅନ୍ତୁ, କାରଣ ସଂଗ୍ରାମ ସଦାପ୍ରଭୁଙ୍କ ଅଟେ। ଆଉ ଯେତେବେଳେ ମୁଁ ଦୁର୍ବଳ ହୁଏ, ସେତେବେଳେ ସେ ସବଳ ହୁଅନ୍ତି।

ଥରେ ମୁଁ ଉଡ଼ାଜାହାଜରେ ଯାତ୍ରା କରୁଥିଲି ଓ ବାହାରିବା ଧାଡ଼ିରେ ବସିବା ପାଇଁ ମୋ ପାଖରେ ତିନୋଟି ସ୍ଥାନ ଥିଲା। ମୁଁ କିଛି କାର୍ଯ୍ୟ କରିବାର ଥିଲା। ମୁଁ ଝରକା ପାଖରେ ବସିଥିଲି। ମୁଁ କେବଳ ଜୀବନକୁ ଭଲ କରୁଥିଲି। ଜାହାଜର ଅନ୍ୟ ପାର୍ଶ୍ୱର ଜଣେ ବ୍ୟକ୍ତି ଥିଲେ, ଯିଏ ମୋ' ସହିତ ବାର୍ତ୍ତାଳାପ କରିବାକୁ ବାରମ୍ବାର ଇଚ୍ଛା ପ୍ରକାଶ କରୁଥିଲେ। ମୁଁ ଭାବୁଥିଲି, “ଦୟାକରି, କ’ଣ ଆପଣ ଟିକେ ନିରବ ରହିବେ?” ମୁଁ ତାଙ୍କୁ କହି ନ ଥିଲି, ମାତ୍ର ତିନି ଘଣ୍ଟାର ଶାନ୍ତି ଓ ନିରବତାକୁ ଅନୁଭବ କରିବାକୁ ଚାହୁଁଥିଲି। ଏହି ବ୍ୟକ୍ତି ମୋ' ସହିତ କଥାବାର୍ତ୍ତା ହେବା ବନ୍ଦ କରୁ ନ ଥିଲା। ମୋ' ମନରେ ଏହିପରି ଭାବନା ଆସିଲା, “ବିଲ୍, ସମ୍ଭବତଃ ମୁଁ ଚାହେଁ ଯେ ତୁମେ ତାଙ୍କ ସହିତ ବାର୍ତ୍ତାଳାପ କର।” “ଓଃ, ଈଶ୍ଵର ଠିକ୍ ଅଛି ମୁଁ କରିବି। ଆଉ ମୁଁ ଆପଣା କାର୍ଯ୍ୟ ସମାପ୍ତ କଲି, କମ୍ପ୍ୟୁଟର ମଧ୍ୟ ବନ୍ଦ କଲି।” ଠିକ୍ ଅଛି, ସେହି ବ୍ୟକ୍ତିର ନାମ ମାଇକ୍ କୋନ୍‌ଷ୍ଟାନ୍ସ୍ ଥିଲା। ମୁଁ ତାହାଙ୍କ ପଦବୀ ଠିକ୍ ଜାଣି ନାହିଁ, କିନ୍ତୁ ସେ କ୍ୟାମ୍ପସ୍ କୃସେଡ୍ ଫର୍ ଖ୍ରାଷ୍ଟ ନିମନ୍ତେ ଉପ-ଅଧ୍ୟକ୍ଷ ସ୍ତରର ବ୍ୟକ୍ତି ଥିଲେ। ଆଉ ଆମ୍ଭାମାନଙ୍କ ମଧ୍ୟରେ ବାର୍ତ୍ତାଳାପର ଏକ ଅଦ୍ଭୁତ ସମୟ ଥିଲା, ଯେହେତୁ, ବିଶେଷତଃ, ମୁଁ ବାଇବଲ ପ୍ରଶିକ୍ଷଣ ଉପରେ ଆପଣା ୱେବ୍‌ସାଇଟ୍ ଯୋଜନା ଆରମ୍ଭ କରୁଥିଲି ଓ ଲୋକମାନଙ୍କ ନିମନ୍ତେ ସେମିନାରୀ ସ୍ତରର ଶିକ୍ଷା ପ୍ରଦାନ କରିବା ପାଇଁ ଅନ୍ୱେଷଣ କରୁଥିଲି। ଲୋକମାନଙ୍କ ନିମନ୍ତେ ସେମିନାରୀ ସ୍ତରର ଶିକ୍ଷା ପ୍ରଦାନ କରିବାକୁ କୃସେଡ୍ ଏକ ଉତ୍ତମ ମାଧ୍ୟମ ହୋଇପାରେ। ବାର୍ତ୍ତାଳାପ ମଧ୍ୟରେ ମୁଁ କହିଲି, “ମୋତେ ବିଲ୍‌ ବ୍ରାଇଟ୍‌ଙ୍କ ବିଷୟରେ ସବୁଠାରୁ ବେଶି ଗୋଟିଏ ଅଦ୍ଭୁତ ବିଷୟ କୁହ କ’ଣ ଅଟେ, କ’ଣ କହିପାରିବେ?” ଆଉ ସେହିକ୍ଷଣି ମାଇକ୍ କହିଲେ, “ବିଲ୍‌ ବ୍ରାଇଟ୍‌ଙ୍କ ବିଷୟରେ ସବୁଠାରୁ ଅଦ୍ଭୁତ ବିଷୟ ହେଲା ଯେ, ସେ ଯେକୌଣସି ବିଷୟ ହେଲେ ମଧ୍ୟ ବିଶ୍ୱାସ କରି ପାରନ୍ତି ଯେକୌଣସି ବିଷୟ, ସେ ବିଶ୍ୱାସ କରି ପାରନ୍ତି। ଆଉ ଅନେକ ବର୍ଷ ପୂର୍ବେ, ପବିତ୍ରଆତ୍ମା ଫୁସ୍ ଫୁସ୍ କରି ବିଲ୍‌ ବ୍ରାଇଟ୍‌ଙ୍କୁ କହିଲେ, ‘ତୁମ ପାଖେ ଗୋଟିଏ ଗଲୀୟାତ ଅଛି।” ମୁଁ ଭାବେ ତାହା  ୟୁ.ସି.ଏଲ୍.ଏ ଥିଲା, ଅନ୍ୟଥା ୟୁ.ଏସ୍.ସି ଥିଲା କି? ମୁଁ ଆପଣା କାହାଣୀ ମିଶ୍ରଣ କରି ଦେଲି। ମୁଁ ଭାବୁଛି, ଏହା ୟୁ.ସି.ଏଲ୍.ଏ ଥିଲା। ଆଉ ସେ କହିଲେ, “ମୁଁ ଚାହେ ତୁମେ, ବିଲ୍‌ ବ୍ରାଇଟ୍‌, ୟୁ.ସି.ଏଲ୍.ଏ ର ପ୍ରତ୍ୟେକ ଛାତ୍ର ନିକଟକୁ ସୁସମାଚାର ପହଞ୍ଚାଅ।” ଡ଼ା. ବ୍ରାଇଟ୍‌ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଆଜି କ୍ୟାମ୍ପସ୍ କୃସେଡ୍ ଫର୍ ଖ୍ରାଷ୍ଟ ଜଗତରେ ଥିବା ଶତ୍ରୁମାନଙ୍କୁ ଆକ୍ରମଣ କରିବା ପାଇଁ ଈଶ୍ୱରଙ୍କ ଏକ ଅସ୍ତ୍ର ଅଟେ।  କିନ୍ତୁ, ଏହା ଗୋଟିଏ ବ୍ୟକ୍ତି ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆରମ୍ଭ କରାଯାଇଥିଲା। ସେ ଏହା ବିଶ୍ୱାସ କରି ନ ଥିଲେ ଯେ ଗଲୀୟାତ ବହୁତ ବଡ଼ ଅଟେ, ଆଉ ସେ ବିଶ୍ୱାସରେ ପଦକ୍ଷେପ ନେଲେ ଓ ପରମେଶ୍ୱର ଏହି ଯୁଦ୍ଧକୁ ଜୟ କଲେ।

ହୁଡ଼୍‌ସନ୍‌ ଟେଲର୍ ଏଥିର ଅନ୍ୟ ଏକ ମହାନ ଉଦାହରଣ ଅଟନ୍ତି। ହୁଡ଼୍‌ସନ୍‌ ଟେଲର୍ ଇନ୍‌ଲ୍ୟାଣ୍ଡ ଚାଇନା ମିଶନ ସ୍ଥାପନ କଲେ।  ସେହି ସମୟର ପାରମ୍ପାରିକ ଜ୍ଞାନ ଏହା ଥିଲା ଯେ, ଆପଣ ଚିନର ପରିଧିରେ ଥିବା ବଡ଼ ସହରଗୁଡ଼ିକୁ ଯାଅନ୍ତୁ, କିନ୍ତୁ ଆପଣ ଚିନକୁ ଯାଅନ୍ତୁ ନାହିଁ। ଶ୍ୱର ହୁଡ଼୍‌ସନ୍‌ ଟେଲର୍‌ଙ୍କୁ କହିଲେ, “ଦୂରବର୍ତ୍ତୀ ସ୍ଥାନକୁ ଯାଅ। ମିଶନ କାର୍ଯ୍ୟ ଆରମ୍ଭ କର।” ମୁଁ ଆପଣଙ୍କ ନିକଟରେ ହୁଡ଼୍‌ସନ୍‌ ଟେଲର ଆପଣା ମାତା ଓ ଲିବରପୁଲକୁ ତ୍ୟାଗ କରିବାର ଦୃଶ୍ୟ ବିଷୟରେ ଦୁଇଟି ଅନୁଚ୍ଛେଦ ପଢ଼ିବାକୁ ଚାହେଁ, ଯେତେବେଳେ ସେ ଇନ୍‌ଲ୍ୟାଣ୍ଡ ଚାଇନା ମିଶନ ପାଇଁ ଯାତ୍ରା କଲେ। “ମୋ'ର ପ୍ରିୟ, ବର୍ତ୍ତମାନ ସନ୍ଥ, ମାତା ମୋ' ସହିତ ସାକ୍ଷାତ କରିବାକୁ ଲିବରପୁଲକୁ ଆସିଥିଲେ। ମୁଁ ସେହି ଦିନକୁ କେବେ ଭୁଲିବି ନାହିଁ। ସେ ମୋ’ ନିକଟରେ ବସିଲେ ଓ ଲମ୍ବା ସମୟ ପର୍ଯ୍ୟନ୍ତ ଦୂରେଇବା ପୂର୍ବରୁ ଅନ୍ତିମ ସଂଗୀତ ଏକତ୍ର ଗାଇବାରେ ଯୋଗ ଦେଲେ। ଆମ୍ଭେମାନେ ଆଣ୍ଠୋଇଲୁ ଓ ସେ ପ୍ରାର୍ଥନା କଲେ, ଆଉ ଚିନ ଯିବା ପୂର୍ବରୁ ମୁଁ ଆପଣା ମାତାଙ୍କ ଅନ୍ତିମ ପ୍ରାର୍ଥନା ଶୁଣିବାକୁ ପାଇଲି।” ଆମ୍ଭମାନଙ୍କୁ ସୂଚିତ କରାଗଲା ଯେ ଆମ୍ଭମାନଙ୍କୁ ଅଲଗା ହେବା ଉଚିତ ଏବଂ ଜଗତରେ ପୁନର୍ବାର କେବେ ସାକ୍ଷାତ କରିବାକୁ ଅପେକ୍ଷା ନ କରି ପରସ୍ପରକୁ ବିଦାୟ କହିବାକୁ ଥିଲା। ମୋ’ ସକାଶୁ ମାତା ଆପଣା ଭାବନାକୁ ଯଥା ସମ୍ଭବ ଲୁଚାଇବାକୁ ଚେଷ୍ଟା କଲେ। ଆମ୍ଭେମାନେ ପରସ୍ପରଠାରୁ ପୃଥକ ହେଲୁ ଓ ସେ ଆଶୀର୍ବାଦ ଦେଇ ସମୁଦ୍ର କୂଳକୁ ଚାଲିଗଲେ। ମୁଁ ଉପରେ ଏକାକୀ ଛିଡ଼ା ହୋଇଥିଲି ଓ ଯେତେବେଳେ ଜାହାଜ ଦ୍ୱାର ଆଡ଼କୁ ଗତି କଲା ସେ ଜାହାଜର ପଛେ ପଛେ ଆସିଲେ। ଯେତେବେଳେ ଜାହାଜ ଦ୍ୱାର ଦେଇ ଗମନ କଲା ଓ ବାସ୍ତବରେ ପୃଥକ ହେବା ଆରମ୍ଭ ହେଲା, ମୁଁ ଆପଣା ମାତାଙ୍କ ହୃଦୟସ୍ପର୍ଶି କ୍ରନ୍ଦନକୁ କେବେ ଭୁଲି ପାରିବି ନାହିଁ। ଏହା ହୃଦୟରେ ଏକ ଛୁରୀ ବାଜିବା ପରି ଥିଲା। ସେପର୍ଯ୍ୟନ୍ତ ମୁଁ କେବେ ଜାଣି ନ ଥିଲି ଯେ ବାସ୍ତବରେ “ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ” ର ଅର୍ଥ କ’ଣ। ଆଉ ମୁଁ ନିଶ୍ଚିତ ରୂପରେ ଜାଣେ ଯେ ମୋ’ ମାତା ବିନଷ୍ଟ ହେଉଥିବା ଲୋକମାନଙ୍କ ପ୍ରତି ଈଶ୍ୱରଙ୍କ ପ୍ରେମ ବିଷୟରେ ତାଙ୍କ ଜୀବନ କାଳରୁ ଅଧିକ ସେହି ସମୟରେ ଶିଖିଥିବ। ପ୍ରଭୁଙ୍କ ଗୌରବ ହେଉ, କାରଣ ଯେଉଁମାନେ ସେହି ପ୍ରଚୁର ଆନନ୍ଦ ଓ ତାହାଙ୍କ ଅନୁସରଣକାରୀଙ୍କ ପ୍ରତି ପ୍ରତିଜ୍ଞାତ ଦୟାର ଅଦ୍ଭୁତ ପ୍ରକାଶନ ପ୍ରାପ୍ତ ହେଉଅଛନ୍ତି ଓ ଆପଣାକୁ ଶୁନ୍ୟ କରି ମହାନ ଆଦେଶ ପାଳନ କରିବାକୁ ସବୁକିଛି ତ୍ୟାଗ କରୁଅଛନ୍ତି, ସେମାନଙ୍କ ସଂଖ୍ୟା ବୃଦ୍ଧି ପାଉଅଛି।” ଏହା ଅନୁମାନ କରାଯାଏ ଯେ ଚିନ୍ ମଣ୍ଡଳୀ ୭୦ ନିୟୁତ ଶକ୍ତିଶାଳୀ ଅଟେ। କେବଳ ହୁଡ଼୍‌ସନ୍‌ ଟେଲର୍‌ ଜଣେ ମାତ୍ର ମିଶନାରୀ ଥିଲେ, ଯିଏ ଈଶ୍ୱରଙ୍କ ରବ ଶୁଣିଲେ ଓ ଦୂରବର୍ତ୍ତୀ ସ୍ଥାନଙ୍କୁ ଯାତ୍ରା କଲେ। ଏହା ସେ ଥିଲେ, ଯିଏ ତାହା ଆରମ୍ଭ କରିଥିଲେ ଓ ଦୂରବର୍ତ୍ତୀ ଚିନକୁ ଯାତ୍ରା କଲେ। ପରେ ଅଳ୍ପ କେତେକ ଲୋକ ତାଙ୍କୁ ଅନୁସରଣ କରିଥିଲେ।

ଯେତେବେଳେ ଆମ୍ଭେମାନେ ବିଶ୍ୱାସରେ ପଦକ୍ଷେପ ନେଉ, ଅନେକ ସମୟରେ ଆମ୍ଭେମାନେ ଆପଣା ଆରାମ ଅବସ୍ଥାରେ ଥିବା; ଅନେକ ସମୟରେ ଆମ୍ଭେମାନେ ଆପଣା ଆରାମ ଅବସ୍ଥାରେ ନ ଥିବା। କିନ୍ତୁ ଯେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ ଆପଣା ଆରାମ ଅବସ୍ଥାରୁ ବାହାରିବାକୁ ଆହ୍ୱାନ କରନ୍ତି, ଯେତେବେଳେ ସେ ଆମ୍ଭମାନଙ୍କୁ ତାଙ୍କଠାରେ ଆମ୍ଭମାନଙ୍କ ବିଶ୍ୱାସକୁ ବାସ୍ତବ ରୂପରେ ଅଭ୍ୟାସ କରିବାକୁ ଆହ୍ୱାନ କରନ୍ତି, ଆପଣ କି ଜାଣନ୍ତି କ’ଣ ହେବାକୁ ଯାଉଅଛି? ଆମ୍ଭେମାନେ ଗଲୀୟାତର ପତନ ଦେଖିବା ଆରମ୍ଭ କରିବା। ଯାହା ବିପଦପୂର୍ଣ୍ଣ ପ୍ରତିବନ୍ଧ ରୂପେ ପତିତ ହୁଏ, ତାହା ପତିତ ହେବା ଆମ୍ଭେମାନେ ଦେଖିବାକୁ ଯାଉଅଛୁ।  ଆମ୍ଭମାନଙ୍କ ବିଶ୍ୱାସ ବୃଦ୍ଧି ପାଇବାକୁ ଯାଉଅଛି ଓ ଆମ୍ଭେମାନେ ବ୍ୟକ୍ତିଗତ ଭାବରେ ଓ ମଣ୍ଡଳୀ ଭାବରେ ଶ୍ରେଷ୍ଠ ବିଷୟଗୁଡ଼ିକୁ ବିଶ୍ୱାସ କରିବାକୁ ଯାଉଅଛୁ। ଯେତେବେଳେ ମୁଁ ଦାଉଦଙ୍କୁ ସାକ୍ଷାତ କରିବି, ତେବେ ତାଙ୍କୁ ପଚାରିବାକୁ ଚାହେଁ, “କ’ଣ ତୁମେ ସିଂହ ଓ ଭାଲୁ ସମ୍ମୁଖରେ ଭୟଭୀତ ହୋଇଥିଲ, କାରଣ ମୁଁ ବିଶ୍ୱାସ କରେ ଯେ ତୁମେ ଗଲୀୟାତର ସମ୍ମୁଖରେ ଭୟଭୀତ ହୋଇ ନ ଥିଲ।”  ଆଉ ମୁଁ କେବେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେବି ନାହିଁ, ଯଦି ଦାଉଦ କହନ୍ତି, “ହଁ, ପ୍ରଥମ ଥର ପାଇଁ ମୁଁ ଭୟଭୀତ ଥିଲି।  ଗୋଟିଏ ସିଂହ ଓ ଗୋଟିଏ ଭାଲୁକୁ ଦେଖି ମୁଁ ଅଳ୍ପ ଭୟଭୀତ ହୋଇଥିଲି ଓ ଏହା ଜାଣି ଭୟଭୀତ ଥିଲି ଯେ ମୋତେ ତାହାକୁ ବଧ କରିବାକୁ ଥିଲା।” କିନ୍ତୁ ମୁଁ ବିଶ୍ୱାସରେ ଆପଣାକୁ ଦୃଢ଼ କଲି। ମୁଁ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲି ଓ ଗଲୀୟାତର ସମ୍ମୁଖିନ କରିବା ବେଳେ ସେ କିଛି ନ ଥିଲା, ମାତ୍ର ଅସୁନ୍ନତ ପଲେଷ୍ଟୀୟ ଓ ତାହାକୁ ମୁଁ ଜୟ କରି ତାହାର କଟା ମସ୍ତକକୁ ଘେନି ଯିବାକୁ ଅପେକ୍ଷା କରି ପାରିଲି ନାହିଁ।” ମୁଁ ସନ୍ଦେହ କରେ ଯେ ମୁଁ ତାହାହିଁ ଶୁଣିବି।

ଆପଣଙ୍କ ଜୀବନର ଗଲୀୟାତ  କ’ଣ ଅଟେ? ଆପଣ କେଉଁ ବିପଦପୂର୍ଣ୍ଣ ସମସ୍ୟାର ସମ୍ମୁଖିନ ହେଉଅଛନ୍ତି? ସମ୍ଭବତଃ, ତାହା ଆପଣଙ୍କ ପ୍ରତିବାସୀ ହୋଇପାରନ୍ତି। “କ’ଣ ମୁଁ ଆପଣା ପ୍ରତିବାସୀଙ୍କ ସହିତ ଈଶ୍ୱରଙ୍କ ବିଷୟରେ ବାର୍ତ୍ତାଳାପ କରିବା ଉଚିତ?”  “ହଁ!” ଯେପରି ଦାଉଦ ଜାଣିଥିଲେ ଯେ ପରମେଶ୍ୱର ଇସ୍ରାଏଲର ଶତ୍ରୁକୁ ବିନଷ୍ଟ କରିବେ, ସେହିପରି ଆପଣ ମଧ୍ୟ ଜାଣି ପାରିବେ ଯେ ଆପଣ ପ୍ରତିବାସୀକୁ ଆପଣା ବିଶ୍ୱାସକୁ ବାଣ୍ଟିବା ଉଚିତ, କାରଣ ଆପଣ ଓ ମୋତେ ତାହା କରିବାକୁ କୁହାଯାଇଅଛି। ସମସ୍ତ ଅଧିକାର ଆମ୍ଭମାନଙ୍କ ପ୍ରଭୁଙ୍କୁ ପ୍ରଦତ୍ତ ହୋଇଅଛି ପୁଣି ସେ ଆମ୍ଭମାନଙ୍କୁ କହିଅଛନ୍ତି। ଆମ୍ଭମାନଙ୍କୁ ପ୍ରତିବାସୀର ଆମ୍ଭମାନଙ୍କ ଅନୁମତି ଆବଶ୍ୟକ ନାହିଁ। ଆମ୍ଭମାନଙ୍କୁ ଶିଷ୍ୟ ବନାଇବାକୁ, ସୁସମାଚାର ପ୍ରଚାର କରିବାକୁ, ସେମାନଙ୍କୁ ଶିଷ୍ୟ କରିବାକୁ, ସେମାନଙ୍କୁ ଶିଖାଇବାକୁ କୁହାଯାଇଅଛି, ଯେପରି ସେମାନେ ମଧ୍ୟ ସେହିସବୁ କରନ୍ତି, ଯାହା ଯୀଶୁ ଆଜ୍ଞା ଦେଇଅଛନ୍ତି।  ଆମ୍ଭମାନଙ୍କୁ କ’ଣ କରିବାକୁ କୁହାଯାଇଅଛି ସେହି ବିଷୟରେ କୌଣସି ପ୍ରଶ୍ନ ନାହିଁ। ଏକମାତ୍ର ପ୍ରଶ୍ନ ଏହା: କ’ଣ ଆମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁ ଓ କ’ଣ ସେହି ବିଶ୍ୱାସ ଆମ୍ଭମାନଙ୍କୁ ପଦକ୍ଷେପ ନେବାକୁ ନେତୃତ୍ୱ କରେ? କ’ଣ ସେହି ବିଶ୍ୱାସ ଆମ୍ଭମାନଙ୍କୁ ପଦକ୍ଷେପ ନେବାକୁ ଓ ଈଶ୍ୱରଙ୍କୁ କାର୍ଯ୍ୟ କରିବାକୁ ପ୍ରେରିତ କରୁଥିବା ଦେଖିବାରେ ସାହାର୍ଯ୍ୟ କରେ। ତାହା ହିଁ ପ୍ରଥମ ଶାମୁୟେଲ ୧୭ ଅଧ୍ୟାୟର ଆହ୍ୱାନ ଅଟେ। ଆପଣଙ୍କ ଜୀବନରେ ଅନ୍ୟ ସମସ୍ୟା ଥାଇପାରେ; ମୁଁ ତାହା ଜାଣେ ନାହିଁ। କିନ୍ତୁ ମୁଁ ଆପଣଙ୍କୁ ଉତ୍ସାହିତ କରିବାକୁ ଚାହେଁ ଯେ ଆପଣ ପଦକ୍ଷେପ ନିଅନ୍ତୁ ପୁଣି ବିଶ୍ୱାସରେ ପଦକ୍ଷେପ ନିଅନ୍ତୁ। ଆଉ ଆପଣ ଯେତିକି ଅଧିକ ଆରାମ ଅବସ୍ଥାରୁ ବାହାରିବେ, ଆପଣ ସେତିକି ଶ୍ୱରଙ୍କୁ ଯୁଦ୍ଧ ଜୟ କରିବା ଦେଖି ପାରିବେ।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା:  ପିତା, ଆପଣ ହୁଡ଼୍‌ସନ୍ ଟେଲର୍ ବା ବିଲ୍‌ ବ୍ରାଇଟ୍‌ଙ୍କୁ ଯେପରି ବିଶ୍ୱାସ କରିବାକୁ ଆହ୍ୱାନ କଲେ, ସେହି ପ୍ରକାରେ ଆମ୍ଭମାନଙ୍କ ମଧ୍ୟରୁ କାହାରିକୁ ତାହା ଅଭ୍ୟାସ କରିବାକୁ ଆହ୍ୱାନ କରିବେ କି ନାହିଁ ମୁଁ ଜାଣି ନାହିଁ। ମୁଁ ଜାଣି ନାହିଁ ଆପଣ ମୋ’ପାଇଁ, ବା ରବିନ୍ ପାଇଁ, ବା ଏହି ମଣ୍ଡଳୀ ଥିବା ମୋ’ ପରିବାରର ଲୋକମାନଙ୍କ ପାଇଁ, ମୋ’ ପ୍ରତିବାସୀ ପାଇଁ ଆପଣ କେଉଁ କଳ୍ପନା କରିଅଛନ୍ତି ବା ମୁଁ କେଉଁ ଆଡ଼େ ଗତି କରେ, ମୁଁ ଜାଣେ ନାହିଁ କିନ୍ତୁ, ପରମେଶ୍ୱର, ମୁଁ ଗୋଟିଏ ବିଷୟ ଜାଣେ ଯେ ଆପଣ ମୋତେ ବିଶ୍ୱାସଯୋଗ୍ୟ ହେବାକୁ ଆହ୍ୱାନ କରି ଅଛନ୍ତି। ଏହା ବିଶ୍ୱାସ କରିବାକୁ ଆପଣ ମୋତେ ଆହ୍ୱାନ କରିଅଛନ୍ତି ଯେ ଆପଣ ଆପଣା ବିଷୟରେ ଯାହା କହନ୍ତି, ଆପଣ ସେହି ବ୍ୟକ୍ତି ଅଟନ୍ତି ଓ ଆପଣ ଯାହା କରିବାକୁ କହନ୍ତି, ଆପଣ ତାହା କରିବେ। କିନ୍ତୁ, ତଥାପି ଆପଣ ପ୍ରତିଜ୍ଞା କରିଅଛନ୍ତି ଯେ ଯୁଦ୍ଧ ଆପଣଙ୍କ ଅଟେ। ମୁଁ ଆପଣା ଖଡ଼୍ଗରେ ଗଲୀୟାତକୁ ବଧ କରିବାର ଆବଶ୍ୟକ ନାହିଁ, ମୋତେ କେବଳ ପଥର ମାରିବାକୁ ଅଛି, ଆଉ ତାହା ଆପଣ ସମ୍ଭାଳିବେ। ପିତା, ଆମ୍ଭମାନଙ୍କ ଅଞ୍ଚଳରେ ଆମ୍ଭେମାନେ ଯେ, ଏପରି ଲୋକ ପରି ବିଖ୍ୟାତ ହୋଇପାରୁ, ଯେଉଁମାନେ କେବଳ ଈଶ୍ୱରଙ୍କୁ ପ୍ରେମ କରନ୍ତି ତାହା ନୁହେଁ, ମାତ୍ର ସେମାନେ ଆପଣା ସମସ୍ତ ହୃଦୟରେ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତିରେ ତାହାଙ୍କଠାରେ ଭରସା କରନ୍ତି, ସେଥିପାଇଁ ସାହାର୍ଯ୍ୟ କରନ୍ତୁ।  ଯୀଶୁଙ୍କ ନାମରେ, ଆମେନ୍।