୧୫.  ଗୀତସଂହିତା ୨୩

ବାଇବଲରେ ୫୨ ଟି ପ୍ରମୁଖ ଘଟଣାସମୂହ ମଧ୍ୟ ଦେଇ ଆମ୍ଭର ଅଭିଯାନରେ, ଆଜି ଆମ୍ଭେମାନେ ୧ ଶାମୁୟେଲର ଦ୍ୱିତୀୟାର୍ଦ୍ଧରେ ଓ ଦାଉଦଙ୍କ ଜୀବନର କେତେକ ଘଟଣାଗୁଡ଼ିକରେ ଦେଖିବାକୁ ଯାଉଅଛୁ ପୁଣି ତତ୍ପରେ ଆମ୍ଭେମାନେ ଗୀତସଂହିତା ୨୩ ଏବଂ ଆପଣାର ପ୍ରତିପାଳକ ଭାବରେ ପରମେଶ୍ୱରଙ୍କଠାରେ ଦାଉଦଙ୍କ ବିଶ୍ୱାସର ଦୃଢ଼ ଘୋଷଣା ଉପରେ ଦୃଷ୍ଟିପାତ କରିବାକୁ ଯାଉଅଛୁ।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତା, ଆମ୍ଭେମାନେ ଆନନ୍ଦ ଓ ଧନ୍ୟବାଦ ଓ  ବିଶ୍ୱସ୍ତ ଭାବରେ ସ୍ୱୀକାର କରୁଅଛୁ ଯେ ଆମ୍ଭର ନିଶ୍ଚିତ ଭରସା ତୁମ୍ଭଠାରେ ଅଛି ଆଉ ନିଶ୍ଚିତ ଭରସା ପ୍ରକୃତରେ ଆଶୀର୍ବାଦଯୁକ୍ତ। ପିତା, ଆମ୍ଭେମାନେ ଦୃଢ଼ତାର ସହିତ କହୁଅଛୁ ଯେ ଆମ୍ଭେମାନେ ଅଶ୍ୱ ଓ ରଥସବୁ ଉପରେ ବିଶ୍ୱାସ କରିବୁ ନାହିଁ, ଯେ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁଙ୍କ ନାମରେ ବିଶ୍ୱାସ କରିବୁ। ପିତା, ହି ଯୁଗର ଅନିଶ୍ଚିତତା ନିମନ୍ତେ ଆମ୍ଭେମାନେ ତୁମ୍ଭକୁ ସେହିପରି ଧନ୍ୟବାଦ ଦେଉଅଛୁ ଯେଉଁ ପ୍ରକାରେ ବିଶ୍ୱାସ ତୁମ୍ଭକୁ ଧନ୍ୟବାଦ ଦେବାକୁ ଆମ୍ଭକୁ ଅନୁମତି ଦିଏ। ଆମ୍ଭେମାନେ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ ଯେ ତୁମ୍ଭେ ଆପଣାକୁ ଦୃଢ଼ ପ୍ରଦର୍ଶନ କରିବ ଏବଂ ଏହି ଘଟଣାଗୁଡ଼ିକ ମାଧ୍ୟମରେ ଯାହା ଆରମ୍ଭ ହେବାକୁ ଯାଉଅଛି, ଦୃଶ୍ୟମାନ ଭାବରେ, ତୁମ୍ଭେ ପୁରୁଷ ଏବଂ ମହିଳା, ବାଳକ ଏବଂ ବାଳିକାମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବ ଏବଂ ତୁମ୍ଭେ ଆମ୍ଭକୁ ବୁଝିବାକୁ ସାହାଯ୍ୟ କରିବ ଯେ ଆମର ନିଶ୍ଚିତ ଭରସା ଅଛି ଏକ ନିଶ୍ଚିତ ଭରସା ଯାହା ତୁମ୍ଭେ ଆମ୍ଭର ପ୍ରତିପାଳକ ହେବା ସକାଶୁ ଆସେ। ପିତା, ଆମ୍ଭେମାନେ ପ୍ରାର୍ଥନା କରୁଅଛୁ ଯେ ଆମ୍ଭର ନିଶ୍ଚିତ ଭରସା, ପ୍ରକୃତରେ ତୁମ୍ଭଠାରେ ଅଛି ଏବଂ କେବଳ ତୁମ୍ଭଠାରେ ଅଛି। ଯୀଶୁଙ୍କ ନାମରେ, ଆମେନ୍।

୧. ଗୀତସଂହିତା ୨୩  ନିମନ୍ତେ ପୃଷ୍ଠଭୂମି

ଗଲୀୟାତଙ୍କ ଉପରେ ଦାଉଦଙ୍କ ବିଜୟ ପରେ, ପ୍ରାରମ୍ଭରେ ତାହାଙ୍କ ନିମନ୍ତେ ସମସ୍ତ ବିଷୟ ଠିକ୍ ଥିଲା। ସେ ଯୋନାଥନ ନାମକ ଶାଉଲଙ୍କ ପୁତ୍ର ସହିତ ଅତି ଘନିଷ୍ଠ ବନ୍ଧୁତା ସ୍ଥାପନ କଲେ ପୁଣି  ପ୍ରକୃତରେ ଶାଉଲ ଦାଉଦଙ୍କୁ ସେନାବାହିନୀର ଦାୟିତ୍ୱରେ ରଖିଲେ ପୁଣି  ପ୍ରଭୁ ଦାଉଦଙ୍କୁ ଆଶୀର୍ବାଦ କଲେ। ଯେବେ ଦାଉଦ ଯୁଦ୍ଧକୁ ଗଲେ, ପରମେଶ୍ଵର ତାହାଙ୍କୁ ବିଜୟୀ ହେବାକୁ ଦେଲେ।  ଯୁଦ୍ଧ ସଦାପ୍ରଭୁଙ୍କର ଅଟେ। ତଥାପି, ଏହା ୧ ଶାମୁୟେଲ ୧୮ ପର୍ବରେ ଆଶ୍ଚର୍ଯ୍ୟଜନକ ଯେ ଦାଉଦଙ୍କ ପାଇଁ ସକଳ ବିଷୟ କିପରି ଶୀଘ୍ର ବିଖଣ୍ଡିତ ହେବାକୁ ଆରମ୍ଭ କଲା। ଦାଉଦଙ୍କ ସଫଳତା ନିମନ୍ତେ ଶାଉଲ ଈର୍ଷାନ୍ୱିତ ହୁଅନ୍ତି, ତାହାଙ୍କୁ ବଧ କରିବାକୁ ବାରମ୍ବାର ଚେଷ୍ଟା କରନ୍ତି, ପୁଣି ପରିଶେଷରେ ଦାଉଦ ପ୍ରାନ୍ତରକୁ ପଳାଇଯାଆନ୍ତି। ସେ ବିଭିନ୍ନ ସ୍ଥାନରେ ପ୍ରାନ୍ତରରୁ ଗୁମ୍ଫାକୁ ପୁଣି ପ୍ରାନ୍ତରକୁ ଯାଆନ୍ତି। ପୁଣି ସେ ସେଠାରେ ଥିବା ସମୟରେ ଲୋକମାନେ ତାହାଙ୍କ ନିକଟକୁ ଆସନ୍ତି, ଯୋଦ୍ଧାମାନେ ତାହାଙ୍କ ନିକଟକୁ ଆସନ୍ତି। ସେମାନଙ୍କୁ ମାନସିକ ଅଶାନ୍ତିରେ ଥିବା ଲୋକ ଭାବରେ ବର୍ଣ୍ଣନା କରାଯାଇଅଛି, ଯେଉଁମାନେ ତିକ୍ତ ଓ ୠଣୀଗ୍ରସ୍ଥ ଥିଲେ। ଦାଉଦଙ୍କ ସହିତ ନିଜ ନିଜକୁ ଏକତ୍ର ହେବାକୁ ବହୁତ ଲୋକ ଆସନ୍ତି। କିନ୍ତୁ ସେମାନେ ଦାଉଦଙ୍କର ମହାବିକ୍ରମଶାଳୀ ଲୋକ ଅଟନ୍ତି। ଦାଉଦଙ୍କ ପାଇଁ ଏହା ଏକ କଷ୍ଟକର ସମୟ ଥିଲା। ଯଦି ଆପଣ ଏହି କାହାଣୀଗୁଡ଼ିକ ସହିତ ପରିଚିତ ନୁହଁନ୍ତି ତେବେ ମୁଁ ଆପଣଙ୍କୁ ୧ ଶାମୁୟେଲର ଦ୍ୱିତୀୟାର୍ଦ୍ଧ ପଢ଼ିବାକୁ ଉତ୍ସାହିତ କରିବି। ଏହା ଶାଉଲଙ୍କଠାରୁ ପଳାୟନ କରିବାର, ଶାଉଲଙ୍କଠାରୁ ଲୁଚିବାର, ଯୁଦ୍ଧ କରିବାର, ଆକ୍ରମଣ କରିବାର ଓ ଏହି ପ୍ରକାରର ସମୟ ଥିଲା। ପୁଣି ଯେବେ ଆପଣ ଭାବନ୍ତି ସମ୍ଭବତଃ ଏହା ଅଧିକ ମନ୍ଦ ହୋଇପାରେ ନାହିଁ, ଆମ୍ଭେମାନେ ୧ ଶାମୁୟେଲର ୩୦ ପର୍ବରେ ପ୍ରବେଶ କରୁ। ଦାଉଦ ଓ ତାହାଙ୍କର ଲୋକମାନେ ଯୁଦ୍ଧ କରିବାକୁ ବାହାରକୁ ଯାଇଅଛନ୍ତି ପୁଣି  ସେମାନେ ଫେରି ଆସି ଦେଖନ୍ତି ଯେ ଅମାଲେକୀୟମାନେ ସେମାନଙ୍କର ନଗରକୁ ଅଗ୍ନିରେ ଦଗ୍ଧ କରି ସେମାନଙ୍କ ସମସ୍ତ ପରିବାରକୁ ବନ୍ଦୀ କରି ନେଇଯାଇଅଛନ୍ତି। ଯେବେ ଆପଣ ଭାବନ୍ତି ଯେ ଏହା ଅଧିକ ମନ୍ଦ ହୋଇ ନ ପାରେ, ମାତ୍ର ଏହା ହୁଏ। ପୁଣି ଦାଉଦଙ୍କ ଲୋକମାନେ ତାହାଙ୍କ ଉପରେ ବିରକ୍ତ କରିବାକୁ ଆରମ୍ଭ କରନ୍ତି କାରଣ ସେମାନେ ବହୁତ ଉଦବିଗ୍ନ ହୁଅନ୍ତି। ସେମାନେ ତାହାଙ୍କୁ ବଧ  କରିବାକୁ ଚିନ୍ତା କରନ୍ତି। ପୁଣି ଯେବେ ଆପଣ ୧ ଶାମୁୟେଲ ୩୦ ପର୍ବରେ ଏହି ଅଂଶକୁ ପଢ଼ନ୍ତି, ଆପଣ ନିଜକୁ ଏହି ପ୍ରଶ୍ନ ପଚାରୁଥିବା ଦେଖିବେ, “ଏହି ସମୟରେ କିପରି ଦାଉଦ ପ୍ରତ୍ୟୁତ୍ତର କରିବାକୁ ଯାଉଅଛନ୍ତି?” ମୁଁ ନିଶ୍ଚିତ ଭାବରେ ଚିନ୍ତା କରେ ଯେ ମୋ’ ଭିତରେ କିଛି ବିଷୟ ଅଛି ଯେ ମୁଁ ଯଦି ଦାଉଦ ହୋଇଥାଆନ୍ତି ତେବେ ମୁଁ ଉତ୍ତର ଦେବାକୁ ପ୍ରଲୋଭିତ ହୋଇଥା’ନ୍ତି, “ପରମେଶ୍ୱର, ତୁମ୍ଭେ ଜାଣ, ମୁଁ ଗଲୀୟାତ ସହିତ ଯୁଦ୍ଧ କରିଥିଲି, ମୁଁ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିଥିଲି, ମୁଁ ଶାଉଲଙ୍କୁ ବଧ କରି ନାହିଁ, ମୁଁ ମୋହର ସର୍ବୋତ୍ତମ କାର୍ଯ୍ୟ କରିଅଛି, ପୁଣି ଏହି ଧନ୍ୟବାଦ ଯାହା ମୁଁ ଏଥିପାଇଁ  ପାଉଛି?  ଆଶ୍ଚର୍ଯ୍ୟ!” ଯଦି ମୁଁ ଦାଉଦ ହୋଇଥାଆନ୍ତି ତେବେ ମୁଁ ଆଶ୍ଚର୍ଯ୍ୟ ହୋଇ ନ ଥାନ୍ତି ଯଦି ତାହା ମୋ’ ମନରେ ଥାଆନ୍ତା। ତଥାପି ମୁଁ ଦାଉଦ ନୁହେଁ।

ଦାଉଦ ଜଣେ ପରମେଶ୍ଵରଙ୍କ ମନର ମତ ବ୍ୟକ୍ତି ଥିଲେ ତେଣୁ, ଦାଉଦ ଅତ୍ୟଧିକ ମନ୍ଦ ପରିସ୍ଥିତିରେ ମଧ୍ୟ, ଭୟରେ ନୁହେଁ, କିନ୍ତୁ ସେ ବିଶ୍ୱାସରେ ପ୍ରତ୍ୟୁତ୍ତର କରନ୍ତି। ପୁଣି ଯେବେ ଆପଣ ୧ ଶାମୁୟେଲର ଦ୍ୱିତୀୟାର୍ଦ୍ଧ ମଧ୍ୟ ଦେଇ ପଢ଼ନ୍ତି, ଆପଣ ଯାହା ପାଇବେ ତାହା ହେଉଛି ଯେ ଦାଉଦଙ୍କ ବିଶ୍ୱାସ ପ୍ରକୃତରେ ସମ୍ପୂର୍ଣ୍ଣ କାହାଣୀରେ କୁହା ଯାଇଅଛି। ସମୟ ପରେ ସମୟ, ଭୟରେ ନୁହେଁ, କିନ୍ତୁ ବିଶ୍ୱାସରେ ପ୍ରତ୍ୟୁତ୍ତର କରିଥିବାର ଆପଣ ଦାଉଦଙ୍କୁ ଦେଖନ୍ତି। କଷ୍ଟକର ସମୟରେ ବିଶ୍ୱାସର ସବୁଠାରୁ ଦୃଢ଼ କଥାସବୁ ମଧ୍ୟରୁ ଗୋଟିଏ ହେଉଛି ୧ ଶାମୁୟେଲ ୩୦ ପର୍ବର ୬ ପଦରେ ତା'ଙ୍କର ପ୍ରତ୍ୟୁତ୍ତର, ଯାହା ମୁଁ କେବେ ହେଁ ଦେଖି ନାହିଁ। ପଦ ୬, “ଏଥିରେ ଦାଉଦ ଲୋକମାନଙ୍କ ନିମନ୍ତେ, ତାହାଙ୍କ ସୈନ୍ୟଦଳ ନିମନ୍ତେ ଅତିଶୟ ଉଦବିଗ୍ନ ହେଲେ, କାରଣ ପ୍ରତ୍ୟେକ ଲୋକର ମନ ଆପଣା ଆପଣା ପୁତ୍ରକନ୍ୟା ସକାଶୁ ବିରକ୍ତ ହେବାରୁ ଲୋକମାନେ ତାହାଙ୍କୁ ପଥରରେ ମାରିବା ପାଇଁ କହିଲେ, କାରଣ ସେମାନଙ୍କ ପୁତ୍ରକନ୍ୟାମାନଙ୍କୁ ବନ୍ଦୀ କରି ନିଆଯାଇଥିଲା, ମାତ୍ର ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କଠାରେ ଆପଣାକୁ ସବଳ କଲେ।” ଦାଉଦ ଜାଣନ୍ତି ଯେ ଆତ୍ମାର ପୁନରୁଦ୍ଧାର ମାନବୀୟ ବିଷୟରେ ନୁହେଁ, କିନ୍ତୁ ପୁନରୁଦ୍ଧାର ଈଶ୍ୱରଙ୍କଠାରେ ଅଛି। ତେଣୁ ଯେବେ ସମୟ କଷ୍ଟକର ହୁଏ, ସଦାପ୍ରଭୁ ତାହାଙ୍କ ପରମେଶ୍ୱରଙ୍କ ନିକଟରେ ପୁନରୁଦ୍ଧାର ହେବାକୁ ସେ ବୁଲି ପଡ଼ନ୍ତି।

ମୁଁ ଏହି କାହାଣୀଗୁଡ଼ିକୁ ବ୍ୟବହାର କରିବାକୁ ପସନ୍ଦ କରେ ଏବଂ ବିଶେଷ ଭାବରେ ଗୀତସଂହିତା ୨୩  ବିଷୟରେ କଥାବାର୍ତ୍ତା କରିବାକୁ ମୁଁ ୧ ଶାମୁୟେଲ ୩୦ ପର୍ବକୁ ପୃଷ୍ଠଭୂମି ଭାବରେ ବ୍ୟବହାର କରିବାକୁ ପସନ୍ଦ କରେ।  ଗୀତସଂହିତା ୨୩ ହେଉଛି ସମସ୍ତ ବାଇବଲର ସର୍ବୋତ୍ତମ ଜଣାଶୁଣା ଓ  ପ୍ରିୟ ଗୀତଗୁଡ଼ିକ ମଧ୍ୟରୁ ଗୋଟିଏ। ଦାଉଦ ଗୀତସଂହିତା ୨୩ କୁ କେବେ ଲେଖିଥିଲେ, ଆମ୍ଭେମାନେ ନିଶ୍ଚିତ ନୋହୁଁ, କିନ୍ତୁ ଏହା ନିଶ୍ଚିତ ଭାବରେ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା ସମୟରେ ଦାଉଦ ଶିକ୍ଷା ପାଇଥିଲେ ଯେ ସଦାପ୍ରଭୁ ତାହାଙ୍କର ପ୍ରତିପାଳକ ଯେପରି ଆମ୍ଭେମାନେ ୧ ଶାମୁୟେଲ ୩୦ ପର୍ବରେ ପାଠ କରୁଅଛୁ।  ପୁଣି ଦାଉଦ କହନ୍ତି, “କାରଣ ସଦାପ୍ରଭୁ ମୋହର ପ୍ରତିପାଳକ," ତେଣୁ "ମୋହର ଅଭାବ ହେବ ନାହିଁ ଓ ମୁଁ ଭୟ କରିବି ନାହିଁ।" ଅନ୍ୟ ଶବ୍ଦରେ, ଗୀତସଂହିତା ୨୩ ର ଈଶ୍ୱରତତ୍ତ୍ୱ ନିମନ୍ତେ ପୃଷ୍ଠଭୂମି ଭାବରେ ବ୍ୟବହାର କରିବା ନିମନ୍ତେ ଦାଉଦଙ୍କ ଜୀବନର ଅନ୍ୟ କୌଣସି ସ୍ଥାନ ପରି ୧ ଶାମୁୟେଲ ୩୦ ଅତ୍ୟୁତ୍ତମ ଅଟେ। ଏବେ ମୋତେ ଠିକ୍ ସାମ୍ନାରେ କହିବାକୁ ଦିଅନ୍ତୁ: କେନ୍ଦ୍ରୀୟ ସିଦ୍ଧାନ୍ତ କ’ଣ, ଗୀତସଂହିତା ୨୩ ର କେନ୍ଦ୍ରୀୟ ଶିକ୍ଷା କ'ଣ? ଠିକ୍ ଅଛି, ଏବ୍ରୀ ଭାଷା କବିତାର ସୁତ୍ରମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଯେ ସେମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଠିକ୍ ମଧ୍ୟ ସ୍ଥାନରେ ରଖିବାକୁ ଯତ୍ନ କରନ୍ତି। ପୁଣି ଯଦି ଆପଣ ଗୀତସଂହିତା ୨୩ କୁ ସଂଗୀତରେ ନିୟମିତ ଭାବରେ ପୁନରାବୃତ୍ତି ଏବ୍ରୀ ଭାଷାରେ ସ୍ଥାନିତ ହୋଇଥିବାର ଦେଖନ୍ତି ପୁଣି ଆପଣ ଉପରୁ ତଳ ଓ ତଳରୁ ଉପର ଗଣନା କରିଅଛନ୍ତି, ତେବେ ଗୀତର କେନ୍ଦ୍ରବିନ୍ଦୁ ୪ ପଦରେ ଅଛି। କେନ୍ଦ୍ରୀୟ ବିଷୟ ଯାହା ଦାଉଦ ଗୀତସଂହିତା ୨୩ ରେ  ଶିକ୍ଷା ଦେବାକୁ ଚେଷ୍ଟା କରୁଅଛନ୍ତି ତାହା ହେଉଛି: ଆପଣ ମୋ’ ସହିତ ଅଛନ୍ତି। ପରମେଶ୍ୱରଙ୍କ ଉପସ୍ଥିତି ବିଷୟରେ ଗୀତସଂହିତା ୨୩ ଅଟେ। ଏହା ବିଶ୍ୱାସର ଜଣେ ମନୁଷ୍ୟ, ପରମେଶ୍ୱରଙ୍କ ମନର ମତ ଜଣେ ବ୍ୟକ୍ତିଙ୍କ ବିଷୟରେ ଅଟେ, ଯେ ଜୀବନର ଅନିଶ୍ଚିତତା ମଧ୍ୟରେ, ଜୀବନର ଯନ୍ତ୍ରଣା ମଧ୍ୟରେ, ଯେବେ ସମସ୍ତ ବିଷୟ ବିଚଳିତ ଓ କମ୍ପିତ ହେଉଥିବା ଜଣାପଡ଼େ, ଗୋଟିଏ ବିଷୟ ଯାହା ଦାଉଦ ଅନ୍ୟ ସମସ୍ତ ବିଷୟରେ ଜାଣନ୍ତି, ଆଉ ତାହା ହେଉଛି ପରମେଶ୍ୱର ତାହାଙ୍କ ସହିତ ଅଛନ୍ତି। ଏକ ବ୍ୟକ୍ତିଗତ ଭାବରେ ପରମେଶ୍ୱର ଦାଉଦଙ୍କ ସହିତ ଉପସ୍ଥିତ ଅଛନ୍ତି। "ସଦାପ୍ରଭୁ ମୋହର ପ୍ରତିପାଳକ।" ପୁଣି ଯେହେତୁ ଦାଉଦ ଏତେ ହୃଦବୋଧ ଯେ ପରମେଶ୍ୱର ତାହାଙ୍କ ଜୀବନରେ ଉପସ୍ଥିତ ଅଛନ୍ତି, ସେହି ବିଶ୍ୱାସରୁ ଦାଉଦଙ୍କ ଜ୍ଞାନ ପ୍ରବାହିତ ହୁଏ ଯେ  ପରମେଶ୍ୱର ତାହାଙ୍କ ନିମନ୍ତେ ପ୍ରଦାନ କରିବେ। ପୁଣି ଏହା ପରମେଶ୍ୱରଙ୍କ ଉପସ୍ଥିତିରେ ତାହାଙ୍କ ବିଶ୍ୱାସରୁ ହିଁ ଦାଉଦ ବୁଝନ୍ତି ଯେ ପରମେଶ୍ୱର ତାହାଙ୍କୁ ସୁରକ୍ଷା କରିବେ। ତାହା ହିଁ ଗୀତସଂହିତା ୨୩ ର ମୁଖ୍ୟ  ବିଷୟ ଅଟେ: ତାହାଙ୍କ ମେଷମାନଙ୍କ ମଧ୍ୟରୁ ଗୋଟିଏ ମେଷଙ୍କ ଜୀବନରେ ପରମେଶ୍ୱରଙ୍କ ଉପସ୍ଥିତି।

. ପ୍ରଥମ ପ୍ରତିଛବି: ପ୍ରତିପାଳକ ଭାବରେ ପରମେଶ୍ୱର

ଆସନ୍ତୁ ଆମ୍ଭେମାନେ ଗୀତସଂହିତା ୨୩ କୁ ଭାଗ ଭାଗ କରି ଦେଖିବା। ଏହି ଦୁଇଟି ପ୍ରତିଛବି ମଧ୍ୟରୁ ପ୍ରଥମଟି ଯାହା ଦାଉଦଙ୍କ ନିମନ୍ତେ ହୁଏତ ସର୍ବଶ୍ରେଷ୍ଠ ଭାବରେ ଜଣାଶୁଣା ଯାହା ସେ ବ୍ୟବହାର କରନ୍ତି, ତାହା ହେଉଛି ପ୍ରତିପାଳକ ଭାବରେ ପରମେଶ୍ୱରଙ୍କ ପ୍ରତିଛବି। ତେଣୁ ଦାଉଦ ୧ ପଦରେ ଆରମ୍ଭ କରନ୍ତି, “ସଦାପ୍ରଭୁ ମୋହର ପ୍ରତିପାଳକ।” ପଦ ୧ ବିଷୟରେ ଚିତ୍ତାକର୍ଷକ ବିଷୟ ହେଉଛି ଅତ୍ୟଧିକ ବ୍ୟକ୍ତିଗତ ଉପାଦାନ ଯାହା ସମ୍ପୂର୍ଣ୍ଣ ଗୀତସଂହିତା ୨୩ ରେ ଜାରି ରହେ। ଯେପରି ଆପଣ ପୂରାତନ ନିୟମରେ ପଢ଼ନ୍ତି, ଯେ ସେଠାରେ ଯିହୁଦୀ ଧର୍ମର ମିଳିତ ପ୍ରକୃତି ବିଷୟର ଏକ ଉତ୍ତମ ସଚେତନତା ଥିଲା। ଏକ ବୁଝାମଣା ଥିଲା ଯେ ପରମେଶ୍ୱର ସମଗ୍ର  ଗୋଷ୍ଠୀ ନିମନ୍ତେ “ଆମ୍ଭମାନଙ୍କର ପ୍ରତିପାଳକ

କିନ୍ତୁ ଗୀତସଂହିତା ୨୩ ବିଷୟରେ ଚିତ୍ତାକର୍ଷକ ବିଷୟ ହେଉଛି ଏହା ତୀବ୍ର ଭାବରେ ବ୍ୟକ୍ତିଗତ, ଆପଣଙ୍କୁ କେବଳ ସର୍ବନାମଗୁଡ଼ିକୁ ହିଁ ସମ୍ପୂର୍ଣ୍ଣ ଗୀତସଂହିତାରେ ଅନୁସନ୍ଧାନ କରିବାକୁ ପଡ଼ିବ। “ସଦାପ୍ରଭୁ ମୋହର ପ୍ରତିପାଳକ। ସେ ମୋତେ ଶୟନ କରାନ୍ତି, ସେ ମୋତେ କଢ଼ାଇ ନିଅନ୍ତି, ସେ ମୋ’ ପ୍ରାଣକୁ ସୁସ୍ଥ କରନ୍ତି, ସେ ଧର୍ମପଥରେ ମୋତେ କଢ଼ାଇ ନିଅନ୍ତି।” ଆଉ ତତ୍ପରେ ଯେବେ ସେ ଗୀତର ମଧ୍ୟ ଭାଗକୁ ଯାଆନ୍ତି ସେତେବେଳେ ସେ ଜୀବନର କଷ୍ଟକର ବିଷୟରେ କଥାବାର୍ତ୍ତା କରନ୍ତି, ସେ ଅଧିକ ବ୍ୟକ୍ତିଗତ ହୋଇ କହନ୍ତି, “ତୁମ୍ଭେ ମୋହର ସହବର୍ତ୍ତୀ, ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି, ମୋତେ ସାନ୍ତ୍ୱନା ଦିଅନ୍ତି।” ତାହା ହିଁ ଗୀତସଂହିତା ୨୩ ର ଚିତ୍ତାକର୍ଷକ ବିଷୟ, ଏହା ହେଉଛି ତୀବ୍ର ଭାବରେ ବ୍ୟକ୍ତିଗତ ସ୍ଵଭାବ। ବର୍ତ୍ତମାନ, ଇସ୍ରାଏଲମାନଙ୍କ ପୁଣି ଖ୍ରୀଷ୍ଟିୟାନମାନଙ୍କ ଅଧିକାଂଶ ଉପାସନା ହେଉଛି ସମ୍ମିଳିତ, ଏହା ନୁହେଁ କି? ସେଠାରେ ଏକ ପ୍ରକୃତ ଅର୍ଥ ଅଛି ଯେଉଁଥିରେ ପରମେଶ୍ୱର “ଆମ୍ଭର ପରମେଶ୍ୱର” ଅଟନ୍ତି, ପୁଣି ବାସ୍ତବରେ, ଯେବେ ଆପଣ ପୂରାତନ ନିୟମ ପଢ଼ନ୍ତି, ଆପଣ ପରମେଶ୍ୱରଙ୍କୁ ବାରମ୍ବାର ଇସ୍ରାଏଲର ମେଷପାଳକ କୁହାଯାଉଥିବା ଦେଖିବେ, ଯେ ସେ ବାସ୍ତବରେ ସମସ୍ତ ଗୋଷ୍ଠୀ ଉପରେ ମେଷପାଳକ ଥିଲେ। ଶେମା ପରି ଏକ ଉଦ୍ଧୃତାଂଶରେ ଯାହା ଦ୍ୱିତୀୟ ବିବରଣ ୬ :୪ ରେ ଦେଖିବେ ଯେ, ପ୍ରାରମ୍ଭରେ ଏହା ବହୁବଚନ ଅଟେ। “ହେ ଇସ୍ରାଏଲ, ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, ଏକମାତ୍ର ସଦାପ୍ରଭୁ ଅଟନ୍ତି।” ସେଠାରେ ଏକ ବାସ୍ତବ ଅର୍ଥ ଅଛି ଯେଉଁଥିରେ ଆମ୍ଭେମାନେ ଏକ ଗୋଷ୍ଠୀର ଅଂଶୀ ଅଟୁ ପୁଣି ପରମେଶ୍ୱର ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି, ପରମେଶ୍ୱର ଆମ୍ଭମାନଙ୍କର ପ୍ରତିପାଳକ ଅଟନ୍ତି। ତଥାପି ଦାଉଦ ବୁଝନ୍ତି ଯେ ଯେବେ ଶେମା ଜାରି ରହେ, ଏହା ଏକବଚନରେ ଜାରି ରହେ। "ହେ ଇସ୍ରାଏଲ, ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ଏକମାତ୍ର ସଦାପ୍ରଭୁ ଅଟନ୍ତି ଏଥିନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କରିବ।" ୧ ଶାମୁୟେଲ  ୩୦ ପର୍ବରେ ମଧ୍ୟ, ୧ ଶାମୁୟେଲର ଲେଖକ ଏହା ଦାଉଦଙ୍କ ମହତ୍ତ୍ଵକୁ ସ୍ପିକାର କରନ୍ତି। ବ୍ୟବହୃତ ହୋଇଥିବା ସର୍ବନାମକୁ ଆପଣ ଦେଖନ୍ତି, ଏହା  କହେ, “ମାତ୍ର ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କଠାରେ ଆପଣାକୁ ସବଳ କଲେ। ଦାଉଦ ବୁଝନ୍ତି ଯେ ମିଳିତ ଦୃଷ୍ଟିକୋଣର ଉପାସନା ଅପେକ୍ଷା ପ୍ରକୃତ ଉପାସନା ଅତ୍ୟଧିକ ମହତ୍ତ୍ଵ ଅଛି। ତାହା ଯେତିକି ସତ୍ୟ, ସେତିକି ଗୁରୁତ୍ୱପୂର୍ଣ୍ଣ, ସମସ୍ତ ପୂରାତନ ନିୟମ ବିଷୟରେ ଦାଉଦଙ୍କୁ ପୃଥକ କରୁଥିବା ବିଷୟ ଏହା ଯେ ଦାଉଦ ପ୍ରକୃତ ଧର୍ମର ବ୍ୟକ୍ତିଗତ ଉପାଦାନକୁ ବୁଝନ୍ତି। ପୂରାତନ ନିୟମର ପ୍ରକାଶିତର ପ୍ରବାହରେ ଏହା ଦାଉଦଙ୍କର ପ୍ରମାଣ ଚିହ୍ନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଦାଉଦ ବୁଝନ୍ତି ଯେ ପରମେଶ୍ୱର କେବଳ ଆମ୍ଭମାନଙ୍କର ମେଷପାଳକ ନୁହଁନ୍ତି, କିନ୍ତୁ ପରମେଶ୍ୱର ମୋହର ପ୍ରତିପାଳକ ଅଟନ୍ତି। ଆମ୍ଭମାନଙ୍କର ପାଶ୍ଚାତ୍ୟ ସଂସ୍କୃତିରେ ଯେଉଁଠାରେ ସବୁକିଛି ବ୍ୟକ୍ତିଗତ ହେବାକୁ ଲାଗେ, ମୁଁ ଭାବେ ନାହିଁ ଯେ ଆମ୍ଭେମାନେ ସେହି  ଧକ୍କାକୁ ଅନୁଭବ କରି ପାରିଥା’ନ୍ତେ ଯଦି ଆପଣମାନେ ୧୦୦୦ ଖ୍ରୀ .ପୂ ରେ ଥାଆନ୍ତେ ପୁଣି, ଗୀତସଂହିତା ୨୩ ଶୁଣିଥା’ନ୍ତେ ଓ ତୀବ୍ର ଭାବରେ ବିଶ୍ୱାସର ଏହି ବ୍ୟକ୍ତିଗତ କ୍ରନ୍ଦନ ଶୁଣିଥା’ନ୍ତେ ଯେ ପରମେଶ୍ୱର ମୋହର ପ୍ରତିପାଳକ।

କିନ୍ତୁ ତାହା ହିଁ ଦାଉଦ ବୁଝନ୍ତି; ଏହା ହିଁ ତାହାଙ୍କୁ ପୂରାତନ ନିୟମରେ ପୃଥକ କରେ। ଏହି ତୀବ୍ର ଭାବର ବ୍ୟକ୍ତିଗତ ବିଶ୍ୱାସରୁ ହିଁ ପରମେଶ୍ୱର ମୋହର ପ୍ରତିପାଳକ ବୋଲି ଦାଉଦ ପ୍ରତ୍ୟୁତ୍ତର କରିବାକୁ ସକ୍ଷମ ଅଟନ୍ତି, "ତେଣୁ ମୋହର ଅଭାବ ହେବ ନାହିଁ। ମୋହର ଅଭାବ ହେବ ନାହିଁ।" ଏହା ବିଶ୍ୱାସର କ୍ରନ୍ଦନ ଯେ ଦାଉଦ ବିଶ୍ୱାସ କରନ୍ତି ଉତ୍ତମ ମେଷପାଳକ ତାହାଙ୍କ ନିମନ୍ତେ ଯୋଗାଇବାରେ ଏକ ଉତ୍ତମ କାର୍ଯ୍ୟ କରିବେ। ବାସ୍ତବରେ, ଗୀତସଂହିତା ୨୩ ସମ୍ପୂର୍ଣ୍ଣ ଭାବରେ ପୂର୍ଣ୍ଣ ବିଶ୍ଵାସର କ୍ରନ୍ଦନ, ପୁଣି ତାହାଙ୍କ ପରମେଶ୍ୱରଙ୍କଠାରେ ବ୍ୟକ୍ତିଗତ ବିଶ୍ୱାସ। "ସଦାପ୍ରଭୁ ମୋହର ପ୍ରତିପାଳକ ଆଉ ଯେହେତୁ ସେ ମୋହର ପ୍ରତିପାଳକ, ତେଣୁ ମୋହର ଅଭାବ ହେବ ନାହିଁ,  ମୋହର ଅଭାବ ହେବ ନାହିଁ।" ଅବଶ୍ୟ ପ୍ରଶ୍ନ ଏହା ନୁହେଁ: ଅଭାବ କ'ଣ? ପୁଣି ଏହା ଆକର୍ଷଣୀୟ ଯେ ଦାଉଦ ତତ୍ପରେ ଗୀତସଂହିତା ୮୪ ରେ ଏହି ପ୍ରଶ୍ନର ଉତ୍ତର ଦିଅନ୍ତି ଯେଉଁଠାରେ ଗୀତସଂହିତା  ୮୪:୧୧ ରେ ସେ କହନ୍ତି, "ସେ ସରଳାଚାରୀମାନଙ୍କଠାରୁ କୌଣସି ମଙ୍ଗଳ ବିଷୟ ଅଟକାଇବେ ନାହିଁ।" ଦାଉଦ ବୁଝନ୍ତି ଯେ ଆମ୍ଭମାନଙ୍କର ଯାହା ପ୍ରୟୋଜନ ତାହା ପରମେଶ୍ୱର ନିର୍ଦ୍ଧାରଣ କରନ୍ତି। ଆମ୍ଭମାନଙ୍କ ନିମନ୍ତେ ଯାହା ମଙ୍ଗଳ ତାହା ପରମେଶ୍ୱର ନିର୍ଦ୍ଧାରଣ କରନ୍ତି। ଆଉ ପରମେଶ୍ୱର ଆପଣାକୁ ପ୍ରତ୍ୟେକ ମଙ୍ଗଳ ବିଷୟ ପ୍ରଦାନ କରିବା ନିମନ୍ତେ ପ୍ରତିଶୃତିବଦ୍ଧ କରିଅଛନ୍ତି ଯାହା ଆପଣ ଓ ମୁଁ ପ୍ରୟୋଜନ କରୁ। ପୁଣି ଦାଉଦ ବୁଝନ୍ତି ଯେ ସଦାପ୍ରଭୁ ମୋହର ପ୍ରତିପାଳକ, ଓ ମୋହର ଅଭାବ ହେବ ନାହିଁ, ମୋହର କୌଣସି ମଙ୍ଗଳ ବିଷୟର ଅଭାବ ହେବ ନାହିଁ।"

ତତ୍ପରେ ଦାଉଦ ତାହାଙ୍କ ଗୀତରେ ଗଣନା କରିବାକୁ ଆରମ୍ଭ କରନ୍ତି ଆଉ ସେ ଆମ୍ଭମାନଙ୍କୁ ସର୍ବତ୍ର ସାତୋଟି ଦିଅନ୍ତି, କିନ୍ତୁ ସେ ସମସ୍ତ ଉପାୟରେ ଗଣନା କରିବାକୁ ଆରମ୍ଭ କରନ୍ତି ଯେଉଁଥିରେ ଆମ୍ଭର ଉତ୍ତମ ମେଷପାଳକ ଆପଣା ମେଷ ନିମନ୍ତେ ପ୍ରଦାନ କରନ୍ତି। ଆସନ୍ତୁ ଏହି ଗୀତକୁ ଆମ୍ଭେମାନେ ଅଧ୍ୟୟନ କରି  ସଦାପ୍ରଭୁଙ୍କ ବ୍ୟବସ୍ଥା ଯାହା ଦାଉଦ ଆଲୋଚନା କରୁଅଛନ୍ତି ତାହା ଦେଖିବା। କିନ୍ତୁ ଯେବେ ଆମ୍ଭେମାନେ ଅଧ୍ୟୟନ କରି ଅଗ୍ରସର ହେଉ, ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହି ସମସ୍ତ ବିଷୟରେ ଗୋଟିଏ ବିଷୟ ସମାନ ଅଛି। ଏହି ସକଳ ସାତୋଟି ବ୍ୟବସ୍ଥାରେ ଗୋଟିଏ ବିଷୟ ସମାନ ଅଛି। ପ୍ରଦାନ କରୁଥିବା ପରମେଶ୍ୱରଙ୍କଠାରେ ସେମାନେ ଶୁଚି, ଲଗାମହୀନ, ପୁଣି ବିଶ୍ୱାସର ଅସଂଯତ ବକ୍ତବ୍ୟ ଅଟେ। ଏହିସବୁ ମଧ୍ୟରୁ ପ୍ରତ୍ୟେକ ପରମେଶ୍ୱରଙ୍କ ପ୍ରତି ଦାଉଦଙ୍କ ପ୍ରଶଂସା ଓ ବିଶ୍ୱାସର ଘୋଷଣା ଅଟେ, ହଁ, ତୁମ୍ଭେ ମୋହର ପ୍ରତିପାଳକ ତେଣୁ ମୋହର ଅଭାବ ହେବ ନାହିଁ କାରଣ ମୁଁ ଯେ ତୁମ୍ଭ ପାଖରେ ଅଛି ଏହା ବିଶ୍ୱାସ କରେ, ତୁମ୍ଭେ ଅଛ ଓ ତୁମ୍ଭେ ମୋ’ ନିମନ୍ତେ ନିରନ୍ତର ପ୍ରଦାନ କରୁଅଛ। ସମ୍ପୂର୍ଣ୍ଣ ଗୀତସଂହିତା ୨୩  କେବଳ ବିଶ୍ଵାସର ବିଷୟ ହିଁ ଅଟେ। ତେଣୁ ସେ ଆରମ୍ଭ କରନ୍ତି, “ସେ  କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି।” ଶୀତ ଓ ବସନ୍ତ ଋତୁ ସମୟରେ ମେଷମାନଙ୍କ ନିମନ୍ତେ ଖାଦ୍ୟ ପାଇବା କଠିନ ନ ଥିଲା, କିନ୍ତୁ ଗ୍ରୀଷ୍ମ ଋତୁରେ କଠିନ ଥିଲା। ତେଣୁ ମେଷପାଳକମାନଙ୍କୁ ମେଷମାନଙ୍କର ଯତ୍ନ ନେବା ନିମନ୍ତେ ତୃଣମୟ ସ୍ଥାନ ଅନ୍ୱେଷଣ କରିବାକୁ ପଡ଼ୁଥିଲା। ଦାଉଦଙ୍କ ମେଷପାଳକ ପରମେଶ୍ଵର, ଖାଦ୍ୟ ଅନ୍ୱେଷଣ କରିବାକୁ, ପୁଷ୍ଟିକର ଖାଦ୍ୟ ଅନ୍ୱେଷଣ କରିବାକୁ, କେବଳ ଖାଦ୍ୟ ନିମନ୍ତେ ଅନ୍ୱେଷଣ କରିବାକୁ ନୁହେଁ, ମାତ୍ର ତୃଣମୟ ସ୍ଥାନ ନିମନ୍ତେ, ପୁଷ୍ଟିକର ତୃଣମୟ ସ୍ଥାନ ନିମନ୍ତେ ବାହାରକୁ ଯାଉଥିବାର ପ୍ରତିଛବି ଦାଉଦଙ୍କ ମନରେ ଥିଲା। ସମସ୍ତ ମଧ୍ୟରୁ ଦ୍ୱିତୀୟତଃ, ଏହି ପ୍ରଦାନକାରୀ ପରମେଶ୍ୱର, “ସେ  ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି  ତେଣୁ ମୋହର ଅଭାବ ହେବ ନାହିଁ।” ପୁନର୍ବାର, ମେଷମାନଙ୍କ ପଛରେ ଯାଉଥିବା ଓ ସେମାନଙ୍କୁ ବାଡ଼ିରେ ଆଘାତ କରୁଥିବା ମେଷପାଳକଙ୍କ ଏହି ଚିତ୍ର ନୁହେଁ, କିନ୍ତୁ ଏହା ହେଉଛି ଆଗେ ଆଗେ ଯାଇ ସେମାନଙ୍କୁ କଢ଼ାଇ ନେବାର ମେଷପାଳକଙ୍କ ଚିତ୍ର। ପୁଣି ତାହାଙ୍କର ମେଷମାନେ ତାହାଙ୍କର ସ୍ୱର ଶୁଣନ୍ତି, ମେଷମାନେ ତାହାଙ୍କ ସ୍ୱର ଚିହ୍ନନ୍ତି, ଆଉ ମେଷମାନେ ମେଷପାଳକଙ୍କ ଅନୁଗମନ କରନ୍ତି।

ମୋର ସମୟ ନ ଥିଲା, ପ୍ରକୃତରେ ମୁଁ ପୁସ୍ତକ ଖୋଜି ପାଇଲି ନାହିଁ, ପୁଣି ମୁଁ ଭାବେ ମୁଁ ଏହାକୁ ଛାଡ଼ି ଦେଇଥିଲି, କିନ୍ତୁ କେଲର୍ ନାମକ ଜଣେ ବ୍ୟକ୍ତି ଦି ଶେଫଡ଼ ଲୁକସ ଏଟ ଶାମ ୨୩ ନାମକ ପୁସ୍ତକ ଲେଖିଥିଲେ। ମେଷ ଉପରେ ଏହା ଏକ ଆକର୍ଷଣକ୍ଷମ ପୁସ୍ତକ ଓ ଏହା ଗୀତକୁ ଜୀବନ୍ତ କରେ। ଆମ୍ଭମାନଙ୍କ ମଧ୍ୟରୁ କେତେକ ହୁଏତ ମେଷ ବିଷୟରେ କିଛି ବିଷୟ ଜାଣିଥିବେ, ମୋତେ ଥରେ ଗୋଟିଏ ମେଷ ଗୋଡ଼ାଇ ଥିଲା, ତାହା ବ୍ୟତୀତ ମୁଁ ଅଧିକ କିଛି ଜାଣେ ନାହିଁ, ତେଣୁ ମୋର ଏହି ସମସ୍ତ ସ୍ମରଣ ମେଷ ସହିତ ରହିଅଛି। ମୁଁ କେବଳ ତାହାଙ୍କ ଛବି ନେବାକୁ ଚେଷ୍ଟା କରୁଥିଲି। କିନ୍ତୁ ମୁଁ ଯାହା ଜାଣେ ଯେ, ମେଷମାନେ ପ୍ରବାହିତ ହେଉଥିବା ଜଳରୁ ପାନ କରିବେ ନାହିଁ। ଏହା ସତ୍ୟ କି? (ଟେପ୍ ଶେଷରେ ଏକ ଖାଲି ସ୍ଥାନ ଅଛି)।. ...ଏବଂ ଯେହେତୁ ସେ ସେମାନଙ୍କୁ କେବଳ ଜଳକୁ ନେଉ ନାହାଁନ୍ତି, ମାତ୍ର ସ୍ଥିର ଜଳକୁ ନେଉଅଛନ୍ତି, ଜଳ ଯାହା ସେମାନେ ସେମାନଙ୍କର ତୃଷାକୁ ସନ୍ତୁଷ୍ଟି କରିବାକୁ ବ୍ୟବହାର କରିପାରିବେ। ଏହା ଆମ୍ଭମାନଙ୍କୁ କଢ଼ାଇ ନେଉଥିବା ଓ ଆମ୍ଭମାନଙ୍କ ନିମନ୍ତେ ପ୍ରଦାନ କରୁଥିବା ପରମେଶ୍ଵରଙ୍କର ଏକ ସୁନ୍ଦର ଚିତ୍ର ଅଟେ। ତୃତୀୟ ବିଷୟ: “ସଦାପ୍ରଭୁ ମୋହର ପ୍ରତିପାଳକ; ମୋହର ଅଭାବ ହେବ ନାହିଁ। ସେ ମୋ' ପ୍ରାଣକୁ ସୁସ୍ଥ କରନ୍ତି।” ବର୍ତ୍ତମାନ, ଏବ୍ରୀ ଭାଷାର କବିତା ଯେପରି ଭାବେ ଗତି କରେ, ଏହି ଶବ୍ଦ ଆମ୍ଭେମାନେ କିଏ ସେହି ବିଷୟର କେବଳ ଆଧ୍ୟାତ୍ମିକ ପରିମେୟ ପରିସର ଅପେକ୍ଷା ଅଧିକ ନିମନ୍ତେ ଏଠାରେ ଛିଡା ହେବା ଉଚିତ। “ମୋତେ” କହିବାର ଏହା ଅନ୍ୟ ଏକ ଉପାୟ। ପୁଣି ଦାଉଦ କହନ୍ତି ଯେହେତୁ ସଦାପ୍ରଭୁ ମୋହର ପ୍ରତିପାଳକ, ସେ ମୋତେ ସୁସ୍ଥ କରନ୍ତି, ସେ ମୋତେ ପୁଣି ସତେଜ କରନ୍ତି, ସେ ମୋତେ ସବଳ କରନ୍ତି। ଯେପରି ୪ ପଦରେ ଦାଉଦ  କହିବାକୁ ଯାଉଅଛନ୍ତି, ସେ ମୋତେ ସାନ୍ତ୍ୱନା ଦିଅନ୍ତି। କେବଳ ମୋହର ସତ୍ତାର ଆଧ୍ୟାତ୍ମିକ ଅଂଶକୁ ନୁହେଁ, ବରଂ ମୋର ସତ୍ତାର ଶାରୀରିକ ଅଂଶକୁ, ଯାହା ସବୁରୁ ମୁଁ ଅଟେ। ପୁଣି ଯେବେ ଆପଣ ଏହା ପଢ଼ନ୍ତି ଆପଣ ଅନୁଭବ କରିବେ ଯେ ଦାଉଦଙ୍କ ପ୍ରତିପାଳକ କହୁଅଛନ୍ତି, “ଧୀର ହୁଅ। ତୁମ୍ଭର ନିଶ୍ୱାସ ଧର। ମୁଁ ତୁମ୍ଭକୁ ତୃଣମୟ ସ୍ଥାନ ଯୋଗାଇବାକୁ ଯାଉଅଛି। ମୁଁ  ତୁମ୍ଭକୁ ସ୍ଥିର ଜଳ ଯୋଗାଇବାକୁ ଯାଉଅଛି। ମୁଁ ତୁମ୍ଭକୁ, ତୁମ୍ଭର ପ୍ରାଣ ଓ ତୁମ୍ଭର ଶରୀରକୁ ସୁସ୍ଥ କରିବାକୁ ଯାଉଅଛି।” ପୁଣି ଏହା ହିଁ ନିଶ୍ଚିତ ଭାବରେ ୧ ଶାମୁୟେଲ ୩୦ ପର୍ବରେ ଯାହା ଘଟୁଅଛି, ଏହା ନୁହେଁ କି? ଯେବେ ଦାଉଦ, ବିରକ୍ତ ମୁହୂର୍ତ୍ତରେ, ଯେତେବେଳେ ତାହାଙ୍କର ଲୋକମାନେ ତାହାଙ୍କୁ ପଥରରେ ମାରିବା ବିଷୟରେ ଚିନ୍ତା କରୁଅଛନ୍ତି, ସେତେବେଳେ ସେ ସ୍ଥାପିତ ହେବାକୁ, ସୁସ୍ଥ ହେବାକୁ, ସବଳ ଓ ସାନ୍ତ୍ୱନା ପ୍ରାପ୍ତ ହେବାକୁ ସଦାପ୍ରଭୁଙ୍କ ନିକଟକୁ ବୁଲି ପଡ଼ନ୍ତି।

ଯୀଶୁଙ୍କଠାରେ ଆମ୍ଭମାନଙ୍କର ସମାନ ନମୁନା ଅଛି, ନୁହେଁ କି? ଆମ୍ଭମାନଙ୍କର ସମାନ ନମୁନା ଅଛି ଯେଉଁଠାରେ ସେ ବାହାରକୁ ଯାଆନ୍ତି ପୁଣି ଏହା ସୁସମାଚାରରେ ବାରମ୍ବାର ଘଟେ। ସେ ବାହାରକୁ ଯାଆନ୍ତି ଏବଂ ବହୁ ଲୋକଙ୍କୁ ସୁସ୍ଥ କରିବାର, ଅନେକ ଭୂତମାନଙ୍କୁ ବାହାର କରିବାର, ଅନେକ ଶିକ୍ଷାଦାନ କରିବାର ବ୍ୟସ୍ତତା ଦିନଗୁଡ଼ିକ ବାସ୍ତବରେ ଅଛି। ଦ୍ଵିଗୁଣ ସେବାକାର୍ଯ୍ୟର ପ୍ରଚାର ଗୁରୁତ୍ୱହୀନ ମନେହୁଏ। ଅବଶ୍ୟ, ମୁଁ ଲୋକମାନଙ୍କୁ ଜଣାଇବାକୁ ପସନ୍ଦ କରେ ଯେ ସେ ୩୩ ବର୍ଷ ବୟସରେ ମୃତ୍ୟୁବରଣ କଲେ। ମୁଁ ନିଶ୍ଚିତ ନୁହେଁ ଯେ ମୁଁ ତାହା ଅନୁଗମନ କରିବାକୁ ଚାହେଁ। କିନ୍ତୁ ସେବାକାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବରେ ବ୍ୟସ୍ତ ରହିବା ଏକ ଦିନ ପରେ ଯୀଶୁ କ’ଣ କଲେ? ସେ ଗୃହକୁ ଆସନ୍ତି, ସେ ତାହାଙ୍କର ପାଦ ସୋଫା ଉପରେ ରଖନ୍ତି, ସେ ଏକ ପ୍ରକାର ରୋଟୀର ଏକ ଥଳି ଖୋଲିବାର ଶବ୍ଦ କରନ୍ତି, ସେ ଦୂରଦର୍ଶନ ଦେଖନ୍ତି ଓ ସେ ଦୁଇ ଘଣ୍ଟା ପାଇଁ ବାହାରକୁ ଯାଆନ୍ତି, ଠିକ୍? ଆପଣଙ୍କୁ ମୋତେ ରୋକିବାର ଥିଲା! ଯୀଶୁ କ'ଣ କରନ୍ତି? ଯୀଶୁ ପ୍ରାନ୍ତରକୁ ବାହାରିନ୍ତି, ସେ ନିଜେ ଚାଲିଯାଆନ୍ତି, ସେ ଲୋକସମୂହରୁ ଦୂରେଇ ଯାଆନ୍ତି ଓ ବ୍ୟସ୍ତତାଠାରୁ ଦୂରେଇ ଯାଆନ୍ତି। ସେ ସେବାକାର୍ଯ୍ୟରୁ ଦୂରେଇ ଯାଆନ୍ତି ପୁଣି ସେ ଚାଲିଯାଇ ଘଣ୍ଟା ଘଣ୍ଟା ସମୟ ତାହାଙ୍କ ପିତାଙ୍କ ନିକଟରେ ପ୍ରାର୍ଥନା କରିବାରେ, ତାହାଙ୍କ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବାରେ ସମୟ ଅତିବାହିତ କରନ୍ତି। ଯୀଶୁ ସେହି ସମାନ ବିଷୟ ବୁଝନ୍ତି ଯାହା ଦାଉଦ ବୁଝନ୍ତି ଯେ ପରମେଶ୍ୱର ହିଁ ମୋ’ ପ୍ରାଣକୁ ସୁସ୍ଥ କରନ୍ତି। ଏହା ମୋ ପାଇଁ ଏକ ପ୍ରକାର ଦୋଷୀ ସପ୍ତାହ ହୋଇଅଛି ପୁଣି ମୁଁ ମୋ’ ଜୀବନକୁ ଦୃଷ୍ଟିପାତ କରିଅଛି ଓ ମୁଁ କହିଅଛି, “ଯେବେ ମୁଁ ମୋ’ର ପ୍ରାଣକୁ ସୁସ୍ଥ କରିବାକୁ ଆବଶ୍ୟକ କରେ, ସେତେବେଳେ ମୁଁ କେଉଁଠାକୁ ଯାଏ?”

କିନ୍ତୁ ପରମେଶ୍ୱର ପ୍ରଦାନ କରୁଥିବା ଚତୁର୍ଥ ଉପାୟ ସହିତ ଦାଉଦ ଜାରି ରଖନ୍ତି। ଦାଉଦ କହନ୍ତି, "ସଦାପ୍ରଭୁ ମୋହର ପ୍ରତିପାଳକ, ମୋହର ଅଭାବ ହେବ ନାହିଁ କାରଣ ସେ ଧର୍ମପଥରେ ମୋତେ କଢ଼ାଇ ନିଅନ୍ତି।"  ଯେପରି ମେଷପାଳକ ମେଷମାନଙ୍କୁ ସଠିକ୍ ପଥରେ ସଠିକ୍ ଗନ୍ତବ୍ୟ ସ୍ଥାନକୁ କଢ଼ାଇ ନିଅନ୍ତି, ସେହିପରି ପରମେଶ୍ୱର ମଧ୍ୟ ଆମ୍ଭମାନଙ୍କୁ ସଠିକ୍ ପଥରେ ସଠିକ୍ ଗନ୍ତବ୍ୟ ସ୍ଥଳକୁ କଢ଼ାଇ ନିଅନ୍ତି ଯାହା ପ୍ରକୃତରେ ଉତ୍ତମ। ଆପଣଙ୍କୁ ଗୀତସଂହିତାର ପ୍ରବାହରେ ଦେଖିବାକୁ ପଡ଼ିବ ଯେ ଏହିସବୁ କିପରି ଚାଲୁଅଛି, ଖାଦ୍ୟ ପ୍ରଦାନ କରୁଥିବା ପରମେଶ୍ୱରଙ୍କଠାରେ ଦାଉଦଙ୍କ ବିଶ୍ୱାସ ଓ ଯେ ପୁଷ୍ଟିକର ଖାଦ୍ୟ ଓ ସୁସ୍ଥତା ଓ ମାର୍ଗଦର୍ଶନ ତାହାଙ୍କ ନିମନ୍ତେ ପ୍ରଦାନ କରନ୍ତି। ସେ ମୋତେ ସଠିକ୍ ପଥରେ କଢ଼ାଇ ନିଅନ୍ତି, ସେ ମୋତେ ସଠିକ୍ ଦିଗକୁ କଢ଼ାଇ ନିଅନ୍ତି। କିନ୍ତୁ କାହିଁକି? ଏହା ଗୀତସଂହିତା ୨୩ ର ପ୍ରଶ୍ନସମୂହ ମଧ୍ୟରୁ ଏକ କୌତୁହଳଜନକ ପ୍ରଶ୍ନ ଅଟେ। ପରମେଶ୍ୱର ଦାଉଦଙ୍କ ନିମନ୍ତେ ଏହା କାହିଁକି କରନ୍ତି? କାରଣ ଦାଉଦ ଜଣେ ମହାନ ବ୍ୟକ୍ତି? ନା, ସେ ପରିଶେଷରେ ଗୋଟିଏ କାରଣ ନିମନ୍ତେ ଏହା କରନ୍ତି, କେବଳ ଗୋଟିଏ କାରଣ ନିମନ୍ତେ। “ସେ ଆପଣା ନାମ ସକାଶୁ ଧର୍ମପଥରେ କଢ଼ାଇ ନିଅନ୍ତି।”  କାହଁକି ପରମେଶ୍ୱର ଦାଉଦଙ୍କୁ ଧର୍ମପଥରେ କଢ଼ାଇ ନିଅନ୍ତି ତାହାର ଚରମ କାରଣ କେବଳ ଦାଉଦଙ୍କୁ ସାହାଯ୍ୟ କରିବା ନୁହେଁ, ମାତ୍ର ପରିଶେଷରେ, ଗଭୀର ସ୍ତରରେ, ପରମେଶ୍ୱର ଯାହା କରନ୍ତି ତାହା ଆପଣା ସକାଶୁ, ଆପଣା ନାମ ସକାଶୁ କରନ୍ତି। ପରମେଶ୍ୱର ଯାହା କରନ୍ତି ତାହା ଆପଣା ସକାଶୁ କରନ୍ତି ଯେପରି ଦିନର ଶେଷରେ ସେ ଗୌରବ ପାଆନ୍ତି, ସେ ସମ୍ମାନ ପାଆନ୍ତି, ସେ ପ୍ରଶଂସା ପାଆନ୍ତି ଯେ ଏହା ତାହାଙ୍କ ନାମ ହିଁ ଗୌରବାନ୍ୱିତ ହୁଏ। ବାସ୍ତବତାର ଏହା ଏକ ତୀବ୍ର ଭାବରେ ପରମେଶ୍ୱର-କେନ୍ଦ୍ରିତ ଚିତ୍ର, ଏହା ନୁହେଁ କି? ଆପଣ ଜାଣନ୍ତି, ମୁଁ ଭାବୁଅଛି ମାନବୀୟ ପ୍ରବୃତ୍ତି ହେଉଛି ଏହି ଧାରଣା ସହ ଗତି କରିବା ଯେ ସେ ଭାବେ ମୁଁ ବିଶ୍ୱର କେନ୍ଦ୍ର ଅଟେ ପୁଣି ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟେକ ବିଷୟ ମୋ ଚାରିପାଖରେ ଘୂରି ବୁଲେ। ସେଥିପାଇଁ, ଯେବେ ମୁଁ ମୋହର ପ୍ରତିପାଳକ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ପୁଣି ମୁଁ ଏହା ମାଗେ ଓ ମୁଁ ତାହା ମାଗିଥାଏ, ସେ ଏହା ଏଥିପାଇଁ କରୁଅଛନ୍ତି କାରଣ ମୁଁ ପ୍ରତ୍ୟେକ ବିଷୟର କେନ୍ଦ୍ର ଅଟେ। ମୁଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସବୁକିଛି ମୋ’ ବିଷୟରେ, ଠିକ୍? ନା, ଏହା ମୋ ବିଷୟରେ ନୁହେଁ। ଏହାର ଗଭୀରତମ ମୌଳିକ ସ୍ତରରେ, ଏହା ପରମେଶ୍ୱରଙ୍କ ବିଷୟରେ ଆଉ ଏହା ତାହାଙ୍କ ନାମ ବିଷୟରେ ଓ ତାହାଙ୍କ ଖ୍ୟାତି, ତାହାଙ୍କ ଗୌରବ ଓ ତାହାଙ୍କ ସମ୍ମାନ, ଓ ତାହାଙ୍କ ପ୍ରଶଂସା ବିଷୟରେ। ତାହା ହିଁ ଦାଉଦ ହୃଦୟଙ୍ଗମ କରନ୍ତି। ସେ ହୃଦୟଙ୍ଗମ କରନ୍ତି ଯେ ପରମେଶ୍ୱରଙ୍କ ଗୌରବ ସକାଶୁ ସମସ୍ତ କାର୍ଯ୍ୟ କରାଯିବା ଆବଶ୍ୟକ। ତାହାଙ୍କ ଗୌରବ ନିମନ୍ତେ ସମସ୍ତ କାର୍ଯ୍ୟ କରାଯାଇଅଛି। ସେଥିପାଇଁ ଆମ୍ଭମାନଙ୍କର ମିଶନ୍ ବକ୍ତ୍ୟବ ଏହିପରି ଶେଷ ହୁଏ। “ସମସ୍ତ ପରମେଶ୍ୱରଙ୍କ ଗୌରବ ନିମନ୍ତେ।” ପୁଣି ଯେପରି ଆମ୍ଭେମାନେ ଯାହା କହୁ ଓ ଯାହା କରୁ ସେଥିରେ ଆମ୍ଭେମାନେ ପରମେଶ୍ୱରଙ୍କ ଗୌରବ ବିଷୟରେ, ସେହିପରି ପରମେଶ୍ୱର ପ୍ରତ୍ୟେକ ବିଷୟରେ ସେ ଯାହା କହନ୍ତି ଓ କରନ୍ତି, ସେଥିରେ ସେ ତାହାଙ୍କର ଗୌରବ ବିଷୟରେ କହନ୍ତି ପୁଣି କରନ୍ତି। ଏହା ହେଉଛି ଏକ ମହାନ ଏକୀକରଣ, ବୋଧହୁଏ, ଏକୀକରଣ ପ୍ରସଙ୍ଗ ଯାହା ସମଗ୍ର ବାଇବଲ ମଧ୍ୟ ଦେଇ ଚାଲିଥାଏ। ସବୁ ସ୍ଥାନରେ ଉଦ୍ଧୃତାଂଶସବୁ ରହିଅଛି ଯାହାକୁ ଆମ୍ଭେମାନେ ଦେଖିପାରିବା, କିନ୍ତୁ କେବଳ ଏକ ଯୋଡ଼ି ପାଇଁ: ଗୀତସଂହିତା ୨୫ ପଦ ୧୧। ଏହା ଅନ୍ୟ ଏକ ଗୀତ ଯାହା ଦାଉଦ ଲେଖିଅଛନ୍ତି ପୁଣି ସେ ପରମେଶ୍ୱରଙ୍କୁ ତାହାଙ୍କ ପାପ କ୍ଷମା କରିଥିବା ନିମନ୍ତେ ଧନ୍ୟବାଦ ଦେଉଅଛନ୍ତି। ଗୀତସଂହିତା ୨୫:୧୧ ରେ, ଦାଉଦ ଲେଖନ୍ତି, “ହେ ସଦାପ୍ରଭୁ, ଆପଣା ନାମ ସକାଶୁ ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼।” ତାହାଙ୍କ ପାପ କ୍ଷମା କରାଯିବା ନିମନ୍ତେ ଦାଉଦ ଚାହାଁନ୍ତି, ସେହି ବିଷୟରେ କୌଣସି ଭୁଲ କରେ ନାହିଁ। ସେଠାରେ ଏକ ବ୍ୟକ୍ତିଗତ ଉପାଦାନ ଅଛି ଯେଉଁଥିରେ ସେ ଆପଣା ପାପ ନିମନ୍ତେ କ୍ଷମା ଚାହାନ୍ତି, କିନ୍ତୁ ସେ ବୁଝନ୍ତି ଯେ ପରିଶେଷରେ ଏହା ପରମେଶ୍ୱରଙ୍କୁ ପ୍ରେରଣା କରେ ନାହିଁ। ପରିଶେଷରେ ପରମେଶ୍ୱରଙ୍କୁ ଯାହା ପ୍ରେରଣ କରେ ତାହା ହେଉଛି ଯେ ଏହା ତାହାଙ୍କ ନାମ ସକାଶୁ ହୁଏ, ପରମେଶ୍ୱରଙ୍କ ନାମ ସକାଶେ ହୁଏ, ଯଦ୍ୱାରା ଯେବେ ଲୋକମାନେ ପରମେଶ୍ୱରଙ୍କୁ ପାପୀମାନଙ୍କୁ ପାପ କ୍ଷମା କରିବା ଦେଖନ୍ତି, ତେବେ ଆମ୍ଭମାନଙ୍କର ପ୍ରଶଂସା, ଆମ୍ଭମାନଙ୍କର ଗୌରବ, ଆମ୍ଭମାନଙ୍କର ସମ୍ମାନ ଓ ଆମ୍ଭମାନଙ୍କର ଉପାସନା ପାପୀ ନିକଟକୁ ଯାଏ  ନାହିଁ। ଏହା ପାପ ବିଷୟରେ କଥାବାର୍ତ୍ତା କରୁଥିବା  ପ୍ରଚାରକ ନିକଟକୁ ଯାଏ ନାହିଁ। ବରଂ, ପ୍ରଶଂସା, ସମ୍ମାନ ଓ ଗୌରବ ପରମେଶ୍ୱରଙ୍କ ନିକଟକୁ ଯାଏ। ଏହା ତାହାଙ୍କ ନାମ ସକାଶେ, ତାହାଙ୍କ ଖ୍ୟାତି ସକାଶେ। ଗୀତସଂହିତା ୩୧ ର ୩ ପଦରେ, ଦାଉଦ ଲେଖନ୍ତି, "କାରଣ ତୁମ୍ଭେ  ମୋହର ଶୈଳ ଓ ମୋହର ଦୁର୍ଗ ଅଟ ଏଥିପାଇଁ ନିଜ ନାମ ସକାଶୁ ମୋତେ ପଥ ଦେଖାଇ କଢ଼ାଇ ନିଅ।" ଏହି ଅବଧାରଣା ସମ୍ପୂର୍ଣ୍ଣ ବାଇବଲ ମଧ୍ୟ ଦେଇ ଗତି କରେ। ପୁଣି ଦାଉଦ ବୁଝନ୍ତି ଯେ ପରମେଶ୍ୱର ବିଶ୍ୱର କେନ୍ଦ୍ର ଅଟନ୍ତି, ଆଉ ସମସ୍ତ ବିଷୟ ତାହାଙ୍କ ଚାରିପାଖରେ ଘୂରି ବୁଲୁଅଛି ପୁଣି ପରିଶେଷରେ ପ୍ରତ୍ୟେକ ବିଷୟ ଆମ୍ଭେମାନେ ଯାହା କହୁ ଓ କରୁ, ଆମ୍ଭେମାନେ ଯାହା ଭାବୁ ଓ କାର୍ଯ୍ୟ କରୁ,  ଆମ୍ଭେମାନେ ଯାହା ବିଶ୍ୱାସ କରୁ ଓ ଶିକ୍ଷା ଦେଉ ଓ ଆମ୍ଭେମାନେ ପ୍ରଚାର କରୁ ଓ ଆମ୍ଭେମାନେ କହୁ, ଏହି ସମସ୍ତ ବିଷୟ, ସେମାନେ ସମସ୍ତେ, ତାହାଙ୍କୁ ଓ କେବଳ ତାହାଙ୍କ ପ୍ରତି ପ୍ରଶଂସା, ଗୌରବ ଓ  ସମ୍ମାନ ଆଣିବା ଆବଶ୍ୟକ ଅଟେ। ଦାଉଦ ତାହା ବୁଝନ୍ତି। "ସେ ଆପଣା ନାମ ସକାଶୁ ମୋତେ ଧର୍ମପଥରେ କଢ଼ାଇ ନିଅନ୍ତି।” ଦାଉଦ ବିଶ୍ୱର କେନ୍ଦ୍ର ନୁହଁନ୍ତି ପୁଣି ମୁଁ ମଧ୍ୟ ନୁହେଁ, ଓ କୃତଜ୍ଞ ଭାବରେ ଆପଣ ମଧ୍ୟ ନୁହନ୍ତି।

ତା’ପରେ ୪ ପଦରେ, ଦାଉଦ ଟିକିଏ ଭିନ୍ନ ଆଲୋଚ୍ୟ ବିଷୟକୁ ଗତି କରନ୍ତି। ସେ ପରମେଶ୍ୱରଙ୍କ ବ୍ୟବସ୍ଥାରେ ବିଶ୍ୱାସ କରିବାଠାରୁ ପରମେଶ୍ୱରଙ୍କ ସୁରକ୍ଷାରେ ବିଶ୍ୱାସ କରିବାକୁ ଗତି କରନ୍ତି। ପୁଣି ସେ କହନ୍ତି, "ଏଣୁ  ମୁଁ ମୃତ୍ୟୁଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ, କୌଣସି ଆପଦକୁ ଭୟ କରିବି ନାହିଁ।" ଯୁଦ୍ଧର ଠିକ୍ ପୂର୍ବରୁ ଦୃଷ୍ଟିପାତ କରିବାକୁ ଏକ ବିଶେଷ ଉପଯୁକ୍ତ ପଦ। ଏବ୍ରୀ ଏକ ଅତି ସୁନ୍ଦର ଭାଷା ଅଟେ। ଯଦି ଏହା କହିବାକୁ ଚାହେଁ, “ପରମେଶ୍ୱର ପାଗଳ ହୋଇଗଲେ” ଏହା କହେ, “ପରମେଶ୍ୱରଙ୍କ ମୁଖ ଲାଲ ହୋଇଗଲା”। ଯଦି ଆପଣ କହିବାକୁ ଚାହାନ୍ତି ଯେ କେହି ଜଣେ ଧୈର୍ଯ୍ୟବାନ, ଏବ୍ରୀ କହେ, “ତାହାଙ୍କ ନାକ ଲମ୍ବା ଅଟେ।” ଏହା ବହୁତ ସୁନ୍ଦର, କେତେକ ଉପାୟରେ ରହସ୍ୟମୟ ଭାଷା। ମୁଁ ତାହା କହେ ଯଦ୍ଵାରା ଆପଣ ବୁଝି ପାରିବେ ଯେ ମୃତ୍ୟୁ ବିଷୟରେ କଥାବାର୍ତ୍ତା କରିବାବେଳେ ମୁଁ ପ୍ରାଚୀରରୁ ସମ୍ପୂର୍ଣ୍ଣ ରୂପେ ଦୂରରେ ନୁହେଁ। ଏହା ସମ୍ଭବତଃ ଗଭୀର ଅନ୍ଧକାର ସ୍ଥାନକୁ ପ୍ରକାଶ କରିବାର ଏହା ଏକ ଏବ୍ରୀ ଭାଷାର ଉପାୟ। ପୁଣି ନିଶ୍ଚିତ ଭାବରେ ଏହା ମୃତ୍ୟୁକୁ ଅନ୍ତର୍ଭୁକ୍ତ କରେ, କିନ୍ତୁ ଗୀତସଂହିତା ମଧ୍ୟ ଦେଇ ପ୍ରବାହକୁ ଦେଖନ୍ତୁ। "ସଦାପ୍ରଭୁ ମୋହର ପ୍ରତିପାଳକ, ସେ ଏହି ସମସ୍ତ ବିଷୟ କରୁଅଛନ୍ତି, ସେ ଧର୍ମପଥରେ ମୋତେ କଢ଼ାଇ ନେଉଅଛନ୍ତି।" ପୁଣି ଏପରିକି ଯଦି ମେଷପାଳକ ଏକ ଅତ୍ୟଧିକ ଅନ୍ଧକାର ସ୍ଥାନ ମଧ୍ୟ ଦେଇ ତାହାଙ୍କ ମେଷମାନଙ୍କୁ କଢ଼ାଇ ନେବାକୁ ଯାଉଅଛନ୍ତି ଯେଉଁଠାରେ ଲୁଣ୍ଠନକାରୀମାନେ ବାସ କରନ୍ତି, ଯେଉଁଠାରେ ମେଷମାନଙ୍କୁ ଆକ୍ରମଣ ଓ ବଧ କରାଯିବାର ସମ୍ଭାବନା ଥାଏ, ଯଦିଓ ମେଷପାଳକ ସେମାନଙ୍କୁ ଏହି ଅନ୍ଧକାର, ବିପଦପୂର୍ଣ୍ଣ ସ୍ଥାନ ଦେଇ କଢ଼ାଇ ନେଇ ଯାଉଅଛନ୍ତି, ତଥାପି ଦାଉଦ କହନ୍ତି, "ମୁଁ କୌଣସି ଆପଦକୁ ଭୟ କରିବି ନାହିଁ।" ଦୟାକରି ଏହା ଶୁଣନ୍ତୁ। ବିପଦର ଉପସ୍ଥିତି, ଏପରିକି ମୃତ୍ୟୁର ବିପଦ, ଏହାର ଅର୍ଥ ନୁହେଁ ଯେ ଆମ୍ଭେ ଭୁଲ୍ ରାସ୍ତାରେ ଅଛୁ। ଏହି ପ୍ରକାରର ପରିସ୍ଥିତିରେ ଚିନ୍ତା କରିବାକୁ ଏହା ଅତି ସହଜ, ଏହା ଶାରୀରିକ କ୍ଷତି ହେଉ କିମ୍ବା ମାନସିକ କ୍ଷତି, କିମ୍ବା ଜାତୀୟ କିମ୍ବା କେବଳ କଷ୍ଟକର ପରିସ୍ଥିତି ହେଉ, ଏହା ସହଜ, ଏହା ନୁହେଁ କି, ଯେବେ ଆମ୍ଭେମାନେ ନିଜକୁ ମୃତ୍ୟୁ ଛାୟାରୂପ ଉପତ୍ୟକାର ମଧ୍ୟରେ ପାଇଥାଉ, ଜୀବନର ଅନ୍ଧକାର ସ୍ଥାନରେ ଏହା ଭାବିବାକୁ ସହଜ ଯେ ପରମେଶ୍ୱର ଆଉ ଚିନ୍ତା କରନ୍ତି ନାହିଁ। ଏହା ଭାବିବାକୁ ସହଜ ଯେ ପରମେଶ୍ୱର କୌଣସି ପ୍ରକାରେ ନିୟନ୍ତ୍ରଣ ହରାଇଅଛନ୍ତି। ଏହି କଷ୍ଟକର  ପରିସ୍ଥିତିରେ ଚିନ୍ତା କରିବା ସହଜ, “ଆଚ୍ଛା, ମୁଁ ଭାବୁଅଛି ବର୍ତ୍ତମାନ ସବୁକିଛି ମୋ ଉପରେ, ନୁହେଁ କି?” ବାଇବଲ ନୁହେଁ, ଏହା ବେଞ୍ଜାମିନ୍ ଫ୍ରାଙ୍କଲିନ୍ କହିଥିଲେ, "ଯେଉଁମାନେ ନିଜକୁ ସାହାଯ୍ୟ କରନ୍ତି ସେମାନଙ୍କୁ ପରମେଶ୍ୱର ସାହାଯ୍ୟ କରନ୍ତି।" ଏବଂ ଏହା ଭୟର ସ୍ୱର ଏବଂ ଏହା ବିଶ୍ୱାସ ଅଭାବର ସ୍ୱର ଯାହା ମୃତ୍ୟୁ ଛାୟାରୂପ ଉପତ୍ୟକାକୁ ଦେଖେ ଆଉ ଭୟରେ ପ୍ରତ୍ୟୁତ୍ତର କରେ। କିନ୍ତୁ ଏହା ବିଶେଷତଃ ଯନ୍ତ୍ରଣା ମଧ୍ୟରେ, ବିଶେଷତଃ ଏହା ଜୀବନର ବିପଦ ମଧ୍ୟରେ, ବିଶ୍ୱାସ, ଭୟ ନୁହେଁ, ମାତ୍ର ବିଶ୍ୱାସ କହେ ଯେ ପରମେଶ୍ୱର ତଥାପି ମୋହର ପ୍ରତିପାଳକ ଓ ସେ ମୋତେ ଏକ ଉତ୍ତମ ସ୍ଥାନକୁ ନେଇଯାଉଅଛନ୍ତି। ସେ ତଥାପି ଧର୍ମପଥରେ ମୋତେ କଢ଼ାଇ ନେଉଅଛନ୍ତି ଏବଂ ଯଦି ଏହା ମୋତେ ମୃତ୍ୟୁ ଛାୟାରୂପ ଉପତ୍ୟକାକୁ ନେଇଯାଏ, ତେବେ ମୁଁ ମୋର ବିଶ୍ୱାସକୁ, ଝରକା ବାହାରେ ପକାଇ ଏହା କହିବାକୁ ଯାଉ ନାହିଁ ଯେ, “କୌଣସି ପ୍ରକାରେ ପରମେଶ୍ୱର ଆଉ ଚିନ୍ତା କରନ୍ତି ନାହିଁ।” ତାହା ହେଉଛି ଏହି ଗୀତର ଚିନ୍ତାଧାରାର ପ୍ରବାହ।

ମୁଁ ଟିପ୍ପଣୀଗୁଡ଼ିକ ମଧ୍ୟରୁ ଗୋଟିଏ ଟୀକା ପଢୁଥିଲି ଯେଉଁଥିରେ ସେ ପ୍ରଶ୍ନ ପଚାରିଥିଲେ, “କାହିଁକି ବେଳେବେଳେ ପରମେଶ୍ୱର ମୃତ୍ୟୁଛାୟାରୂପ ଉପତ୍ୟକା ମଧ୍ୟ ଦେଇ ଆମ୍ଭମାନଙ୍କୁ କଢ଼ାଇ ନିଅନ୍ତି?” ଏହାର ଉତ୍ତର ହେଉଛି:  ଆମ୍ଭମାନଙ୍କୁ ଏକ ଉତ୍ତମ ସ୍ଥାନକୁ କଢ଼ାଇ ନେବା ନିମନ୍ତେ। ପୁଣି ଆମ୍ଭେମାନେ ଯାତ୍ରାରେ ଥିବା ବେଳେ ଆମ୍ଭର ବିଶ୍ୱାସର ପ୍ରତ୍ୟୁତ୍ତର ନିଶ୍ଚିତ ହେବା ଉଚିତ, ତଥାପି ଆମ୍ଭେମାନେ ବିଶ୍ୱାସ କରୁ ଯେ ପରମେଶ୍ୱର ପରମେଶ୍ୱର ହିଁ ଅଟନ୍ତି ଆଉ ସେ କ'ଣ କରୁଅଛନ୍ତି ତାହା ସେ ଜାଣନ୍ତି।

ତହିଁ ଉତ୍ତାରେ ଆମ୍ଭେମାନେ ୪ ପଦର ଦ୍ୱିତୀୟାର୍ଦ୍ଧରେ ଗୀତର କେନ୍ଦ୍ର ଭାଗକୁ ଅଗ୍ରସର ହେଉ। ଦାଉଦ ଏହିସବୁ ବିଷୟରେ କ’ଣ କହିବାକୁ ଯାଉଅଛନ୍ତି ଏବଂ ଦାଉଦ ଆମ୍ଭମାନଙ୍କୁ କହିବାକୁ ଯାଉଅଛନ୍ତି ଯେ ସେ କାହିଁକି ଏତେ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ତାହାଙ୍କୁ ରକ୍ଷା କରିବେ। ପୁନର୍ବାର, “ସେ” ରୁ “ତୁମ୍ଭେ” କୁ ସ୍ଥାନାନ୍ତର ହୋଇଥିବା ସର୍ବନାମଗୁଡ଼ିକୁ ଲକ୍ଷ୍ୟ କରନ୍ତୁ। ବ୍ୟକ୍ତିଗତଠାରୁ ବାସ୍ତବ ବ୍ୟକ୍ତିଗତ ପର୍ଯ୍ୟନ୍ତ। "ଏଣୁ ମୁଁ ମୃତ୍ୟୁଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ, କୌଣସି ଆପଦକୁ ଭୟ କରିବି ନାହିଁ।" କାହିଁକି? "କାରଣ ତୁମ୍ଭେ ମୋହର ସହବର୍ତ୍ତୀ।” ଏହା ହେଉଛି କେନ୍ଦ୍ରୀୟ ଦୃଢ଼ ଘୋଷଣା ଯାହା ଦାଉଦ ଗୀତସଂହିତା ୨୩ ରେ କରିବାକୁ ଚାହାଁନ୍ତି, ଯେ ଦାଉଦ ତାହାଙ୍କ ଜୀବନରେ ପରମେଶ୍ୱରଙ୍କ ଉପସ୍ଥିତି ଉପଭୋଗ କରନ୍ତି। ପୁଣି ତାହାଙ୍କର ବିଶ୍ୱସ୍ତ ବିଶ୍ୱାସରୁ ଏହା ହେଉଛି ଯେ ପରମେଶ୍ୱର ସର୍ବଦା ତାହାଙ୍କର ସହବର୍ତ୍ତୀ, ଏପରିକି ଉପତ୍ୟକାରେ ମଧ୍ୟ, ଦାଉଦ ବିଶ୍ୱାସରେ ଉତ୍ତର ଦେବାକୁ ସକ୍ଷମ ଅଟନ୍ତି ଯେ ଏହି ପରମେଶ୍ୱର ମଧ୍ୟ ପ୍ରଦାନ କରିବେ ସେହି ପରମେଶ୍ୱର ହିଁ ରକ୍ଷା ମଧ୍ୟ କରିବେ।

ବର୍ତ୍ତମାନ ଦାଉଦ ଆଗକୁ ବଢ଼ନ୍ତି, ସେ କହନ୍ତି, “ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି।” ପାଞ୍ଚଣ ଅପେକ୍ଷାକୃତ କ୍ଷୁଦ୍ର, ଭାରୀ ଯନ୍ତ୍ର ଯାହା ପଶୁମାନଙ୍କ ସହିତ ଲଢ଼େଇ କରିବା ନିମନ୍ତେ ବ୍ୟବହାର କରାଯାଏ। ବାଡ଼ି ଅପେକ୍ଷାକୃତ ଲମ୍ବା, ଅଧିକ ପତଳା ମେଷପାଳକଙ୍କ ବାଡ଼ି ଯାହା ମାର୍ଗଦର୍ଶନ ନିମନ୍ତେ କିମ୍ବା ଟିକିଏ କେଞ୍ଚିବା ନିମନ୍ତେ ବ୍ୟବହୃତ ହେଉଥିଲା। ସେହିସବୁ ନିମନ୍ତେ ଦାଉଦଙ୍କର କୃତଜ୍ଞ। ଦାଉଦଙ୍କର କୃତଜ୍ଞତା ଯେ ତାହାଙ୍କର ଶତ୍ରୁମାନଙ୍କ ମସ୍ତକ ଉପରେ ଆଘାତ କରିବାକୁ ପରମେଶ୍ୱରଙ୍କର ଏକ ଗଦା ଅଛି। ଦାଉଦ କୃତଜ୍ଞ ଅଟନ୍ତି ଯେ ମେଷମାନଙ୍କୁ ନିର୍ଦ୍ଦେଶ ଦେବାକୁ ଓ ପଥ ପ୍ରଦର୍ଶନ କରିବାକୁ ପରମେଶ୍ୱରଙ୍କ ଏକ ବାଡ଼ି ଅଛି। କିନ୍ତୁ ତାହା ଗୀତର କେନ୍ଦ୍ର ନୁହେଁ। ଗୀତର କେନ୍ଦ୍ର ଯାହା ଦାଉଦଙ୍କୁ ସର୍ବଶ୍ରେଷ୍ଠ ନିଶ୍ଚିତ ଭରସା ଦିଏ ତାହା ହେଉଛି ଯେ ଏକ ମୃତ୍ୟୁଛାୟାରୂପ ବାହାରେ ବିଶ୍ୱାସ ଦ୍ୱାରା ସେ ଜାଣନ୍ତି ଯେ ପରମେଶ୍ୱର ତାହାଙ୍କ ସହବର୍ତ୍ତୀ। ଏହା ଗୀତସଂହିତା ୨୩ ର ଅତ୍ୟନ୍ତ ବ୍ୟକ୍ତିଗତ ପ୍ରକୃତି। ସେ ଗୀତସଂହିତା ୧୬ ରେ ଏକ ପୂର୍ବ ଗୀତରେ ସମାନ କଥା ବିଷୟରେ କହିଅଛନ୍ତି। ପୁଣି ଗୀତସଂହିତା ୧୬, ପଦ ୧୧ ରେ, ଦାଉଦ ପରମେଶ୍ୱରଙ୍କୁ ଏହା କହନ୍ତି, “ତୁମ୍ଭେ  ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ, ତୁମ୍ଭର ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।” ସେ ହିଁ ଜଣେ ବିଶ୍ୱାସର ବ୍ୟକ୍ତି, ପରମେଶ୍ୱରଙ୍କ ମନର ମତ ଜଣେ ବ୍ୟକ୍ତି, ଯେ ହୃଦୟଙ୍ଗମ କରନ୍ତି ଯେ ଅନ୍ୟ କୌଣସି ବିଷୟ ଅପେକ୍ଷା ଅଧିକ, ତାହାଙ୍କ ବିଶ୍ୱାସର କେନ୍ଦ୍ରରେ, ତାହାଙ୍କ ଧର୍ମର କେନ୍ଦ୍ରରେ, ପରମେଶ୍ୱରଙ୍କ ସହ ତାହାଙ୍କ ସମ୍ପର୍କର କେନ୍ଦ୍ରରେ ହିଁ ଏକ ପରମେଶ୍ୱର ଯେ ତାହାଙ୍କ ସହିତ ଉପସ୍ଥିତ, ପୁଣି ତାହାଙ୍କ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ। ତାହା ହିଁ ଗୀତସଂହିତା ୨୩ ର କେନ୍ଦ୍ର ଅଟେ ପୁଣି ତାହା ହିଁ ରାଜା ଦାଉଦଙ୍କ ହୃଦୟ, ପରମେଶ୍ୱରଙ୍କ ଉପସ୍ଥିତି। ଆଉ ସେହି ବିଶ୍ୱାସ ହେତୁ ଅନ୍ୟ ସମସ୍ତ ବିଷୟ ପ୍ରବାହିତ ହୁଏ।

୩. ଦ୍ଵିତୀୟ ପ୍ରତିଛବି: ଆୟୋଜକ ଭାବେ ପରମେଶ୍ୱର

ଠିକ୍ ଅଛି, ଯଦି ସେହିସବୁ ଯଥେଷ୍ଟ ନୁହେଁ, ତେବେ ଦାଉଦ ୫ ପଦରେ ଜାରି ରଖନ୍ତି, ପୁଣି ସେ ପରମେଶ୍ୱରଙ୍କ ବିଭିନ୍ନ ପ୍ରତିଛବିକୁ ସ୍ଥାନାନ୍ତର କରୁଅଛନ୍ତି। ଏହି ସମୟରେ ସେ ଉଦାରମନା ଭୋଜ ଆୟୋଜକ ଭାବରେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରୁଅଛନ୍ତି। ଯେହେତୁ ଆମ୍ଭେମାନେ ପରମେଶ୍ୱରଙ୍କ ଏହି ଅନ୍ତିମ ତିନୋଟି ଆୟୋଜନକୁ ଦେଖୁ, ସେଗୁଡ଼ିକ ସବୁ ସମାନ ମୌଳିକ କଥା କହୁଅଛନ୍ତି। ସେଗୁଡ଼ିକ ସବୁ କହୁଅଛନ୍ତି ଯେ ତାହାଙ୍କ ଆୟୋଜନରେ ପରମେଶ୍ୱର ପ୍ରଚୁର ଅଟନ୍ତି। ପରମେଶ୍ୱର ତାହାଙ୍କ ଆୟୋଜନରେ ଅତ୍ୟଧିକ ଅଟନ୍ତି। ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ଆୟୋଜନରେ ଅପରିମିତ ଅଟନ୍ତି। ଦାଉଦ କହନ୍ତି, “ତୁମ୍ଭେ ମୋ' ଶତ୍ରୁଗଣଙ୍କ ସାକ୍ଷାତରେ ମୋ' ସମ୍ମୁଖରେ ମେଜ ସଜାଉଅଛ।” ପରମେଶ୍ୱର ଦାଉଦଙ୍କୁ ସ୍ଥାନୀୟ ଭଣ୍ଡାରରୁ ବର୍ଗର ଯୋଗାନ୍ତି ନାହିଁ, ତାହା ଯେତେ ଉତ୍ତମ ହେଉ ନା କାହିଁକି। ସେ ଆମ୍ଭକୁ ଭୋଜ, ଅପରିମିତ ଓ ଉଲ୍ଲସିତ ସମୟ ଯୋଗାନ୍ତି। ସେ ତୈଳରେ ଆମ୍ଭ ମସ୍ତକ ସିକ୍ତ କରନ୍ତି, ଯାହା ଆତିଥ୍ୟର ଚିହ୍ନ, ଆନନ୍ଦ କରୁଥିବାର ଚିହ୍ନ। ଦାଉଦଙ୍କ ପାନପାତ୍ର ଉଚ୍ଛୁଳି ପଡ଼େ। ପରମେଶ୍ୱର ତାହାଙ୍କ ପାନପାତ୍ର ପୂର୍ଣ୍ଣ କରୁଅଛନ୍ତି, ଏହା ଧାର ଉପରେ ପ୍ରବାହିତ ହେଉଅଛି ଆଉ ପରମେଶ୍ୱର ତଥାପି ଆପଣାକୁ ଦାଉଦଙ୍କ ପାନପାତ୍ରରେ ପ୍ରବାହିତ କରୁଅଛନ୍ତି। ଏହା ଅତ୍ୟଧିକ ଓ  ପ୍ରଚୁରତା ଓ ଅପରିମିତତାର ଚିତ୍ର। ପୁଣି ଦାଉଦ ଏକ ସନ୍ଦେହର ଛାୟାରୂପ ବାହାରେ ଜାଣନ୍ତି ଯାହା ଏକ ହଜାର ବର୍ଷ ପରେ ଯୀଶୁ କହିବେ, “ଯେପରି ତୁମେ ଜୀବନ ପାଇ ପାରିବ ଓ ସୀମିତ ଜୀବନ ମଧ୍ୟ ଦେଇ କ୍ୱଚିତ ତୁମେ ପାଇ ପାରିବ, ଏଥିନିମନ୍ତେ ମୁଁ ଆସିଅଛି।” ନା, ଯୀଶୁ କହିଲେ, “ଯେପରି ତୁମେ ଜୀବନ ପାଇବ ଓ ପ୍ରଚୁରଭାବରେ ଜୀବନ ପାଇବ ଏଥିନିମନ୍ତେ ମୁଁ ଆସିଅଛି।” ଏହା ପରମେଶ୍ୱରଙ୍କ ଏକ ପ୍ରକାର ଉତ୍ତମ। ପରମେଶ୍ୱର ଉତ୍ତମ ନିର୍ଦ୍ଧାରଣ କରନ୍ତି ଯେ ସେ ଆମ୍ଭମାନଙ୍କ ନିମନ୍ତେ ଅଟକାଇବେ ନାହିଁ। ଆମ୍ଭେମାନେ ପାଇବାକୁ ଯାଉଥିବା ପ୍ରଚୁରତା ପ୍ରକାରର ଜୀବନ ପରମେଶ୍ୱର ନିର୍ଦ୍ଧାରଣ କରନ୍ତି। କିନ୍ତୁ ତାଙ୍କର ପ୍ରଚୁରତା ଅତ୍ୟଧିକ, ଏହା ଅପରିମିତ, ଏହା କୌଣସି ବିଷୟର ବାହାରେ ଯାହା ଏପରିକି ଭାବିପାରୁ କିମ୍ବା  ଭରସା କରିପାରୁ କିମ୍ବା ମାଗି ପାରୁ (ଏଫିସୀୟ ୩)। ଆପଣଙ୍କ ନିମନ୍ତେ ଓ ମୋ’ ନିମନ୍ତେ ତାହାଙ୍କ ପ୍ରଚୁର ଆୟୋଜନରେ ପରମେଶ୍ୱର ପ୍ରଚୁର, ଅତ୍ୟଧିକ, ଅପଚୟ ଅଟନ୍ତି। କାହିଁକି? କାରଣ ସେ ମୋହର ପ୍ରତିପାଳକ, କାରଣ ସେ ମୋହର ସହବର୍ତ୍ତୀ। ପୁଣି ସେହି ସମ୍ପର୍କ ମଧ୍ୟରୁ ହିଁ ତାହାଙ୍କର ଆୟୋଜନ ଓ  ତାହାଙ୍କର ସୁରକ୍ଷା ପ୍ରବାହିତ। ପୁଣି ଦାଉଦ ୬ ପଦକୁ ଯାଆନ୍ତି, ଉପସଂହାର, ବିଶ୍ୱାସର ଶେଷ ଦୃଢ଼ ଘୋଷଣା ୬ ପଦରେ ସେ କହନ୍ତି, “ ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନଯାଏ ମୋହର ପଶ୍ଚାଦଗାମୀ ହେବ ପୁଣି ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି।” ଦାଉଦ ଜାଣନ୍ତି ଯେ ଲୁଣ୍ଠନକାରୀମାନଙ୍କ ଦ୍ୱାରା ଅନ୍ଧକାରରେ ଗୋଡ଼ାଇବା ପରିବର୍ତ୍ତେ, ପରମେଶ୍ୱରଙ୍କ ମଙ୍ଗଳ ଓ ପରମେଶ୍ୱରଙ୍କ ଦୟା ଦ୍ୱାରା ସମସ୍ତ ପରିସ୍ଥିତିରେ ତାହାଙ୍କୁ ଗୋଡ଼ାଇ ଦିଆଯିବ। ଦୟା ଶବ୍ଦ ପଛରେ ଥିବା ଏବ୍ରୀ ପୃଷ୍ଠଭୂମି ଆପଣ ଜାଣନ୍ତି। ଏହା “ଦ୍ୱିଧାବୋଧ”। ଯେବେ ଦାଉଦ ମଙ୍ଗଳ ଓ ଦୟା କହନ୍ତି, ଏହା ପରମେଶ୍ୱରଙ୍କ ମଙ୍ଗଳ ଅଟେ; ଏହା ପରମେଶ୍ୱରଙ୍କ ଦୟା ଅଟେ। କିନ୍ତୁ ଏହା ତାହାଙ୍କର ମଙ୍ଗଳ ଓ ଦୟା ନୁହେଁ ଯେ ସେ ସମସ୍ତ ଲୋକଙ୍କୁ ବିଦେଶରେ ଢ଼ାଳନ୍ତି। ଏଗୁଡ଼ିକ ନିୟମ ସମ୍ବନ୍ଧୀୟ ସର୍ତ୍ତାବଳୀ ପୁଣି ପରମେଶ୍ୱର ତାହାଙ୍କ ନିୟମ ସମ୍ବନ୍ଧୀୟ ପରମେଶ୍ୱର ଭାବରେ ଦାଉଦଙ୍କ ପ୍ରତି ଆପଣାକୁ ବାନ୍ଧି ରଖିଅଛନ୍ତି ଓ ଦାଉଦ ପରମେଶ୍ୱରଙ୍କ ନିୟମ ସମ୍ବନ୍ଧୀୟ ଲୋକର ଅଂଶ ହେବାକୁ ସମ୍ମତ ହୋଇଅଛନ୍ତି, ତେଣୁ ସେହି ସମ୍ପର୍କର ପରିପ୍ରେକ୍ଷୀରେ ଦାଉଦ ଜାଣନ୍ତି ଯେ ଏହା ପରମେଶ୍ୱରଙ୍କ ମଙ୍ଗଳ, ଏହା ପରମେଶ୍ୱରଙ୍କ ନିୟମ ସମ୍ବନ୍ଧୀୟ ବିଶ୍ୱସ୍ତତା, ତାହାଙ୍କ ଦୟା ଓ ପ୍ରେମ ତାହାଙ୍କ ନିଜ ପ୍ରତି ଯାହା ତାହାଙ୍କ ଜୀବନଯାଏ ପଶ୍ଚାଦଗାମୀ ହେବ। ପଦ ୬, ବାସ୍ତବରେ, ସମସ୍ତ ଗୀତସଂହିତା ୨୩ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଏହା କେବଳ ଯୀଶୁଙ୍କ ମେଷମାନଙ୍କ ପାଇଁ ପ୍ରଯୁଜ୍ୟ।

 

 

୪. ଉପସଂହାର

ତେବେ ସେଠାରେ ଆପଣଙ୍କ ନିମନ୍ତେ ଗୀତସଂହିତା ୨୩ ର ତିନୋଟି ମୁଖ୍ୟ ଦୃଢ଼ ଘେଷଣା ଅଛି: ପ୍ରଥମ କଥା ସେ କହନ୍ତି, ମଧ୍ୟମ କଥା ସେ କହନ୍ତି ଏବଂ ଶେଷ କଥା ସେ କହନ୍ତି। "ସଦାପ୍ରଭୁ ମୋହର ପ୍ରତିପାଳକ, ତୁମ୍ଭେ ମୋହର ସହବର୍ତ୍ତୀ, ମୁଁ  ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି।" ପରମେଶ୍ୱରଙ୍କ ସହ ଦାଉଦଙ୍କ ସମ୍ପର୍କରେ ଯାହା କେନ୍ଦ୍ରୀୟ ଥିଲା ତାହା ମିଳିତ ଧର୍ମ ନ ଥିଲା। ଏହା ଜଣାଥିଲା ଯେ ପ୍ରଜ୍ୱଲିତ ବୁଦାର ପରମେଶ୍ୱର, ଓ ଯାତ୍ରାର ପରମେଶ୍ୱର, ଯେ ସେମାନଙ୍କୁ ସେମାନଙ୍କ ପ୍ରତିଜ୍ଞାତ ଦେଶ ଦେଲେ ସେହି ପରମେଶ୍ୱରଙ୍କ ସହିତ ତାହାଙ୍କ ଏକ ଘୋର ବ୍ୟକ୍ତିଗତ ସମ୍ପର୍କ ଥିଲା। ପୁଣି ଉପସ୍ଥିତିର ବିଶ୍ୱାସର ସେହି ଦୃଢ଼ ଘୋଷଣା ମଧ୍ୟରୁ, ପରମେଶ୍ୱରଙ୍କ ବ୍ୟକ୍ତିଗତ ଉପସ୍ଥିତିରୁ ଦାଉଦ କହିବାକୁ ସକ୍ଷମ ଅଟନ୍ତି, “ମୋହର ଅଭାବ ହେବ ନାହିଁ। ମୁଁ କୌଣସି ଆପଦକୁ ଭୟ କରିବି ନାହିଁ। ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି।” ବାଇବଲରେ ଥିବା ସମସ୍ତ ବିଶ୍ୱାସର କ୍ରନ୍ଦନ ଅତି ସୁନ୍ଦର ଅଟେ।

ରାଜା ଦାଉଦ ବଞ୍ଚିବା ଓ ମରିବାର ଏକ ହଜାର ବର୍ଷ ପରେ, ତାହାଙ୍କର ମେଷପାଳକ ଜନ୍ମ ହେଲେ। ମେଷପାଳକଙ୍କ ନାମ ଯୀଶୁ ଥିଲା ପୁଣି ଯେବେ ଯୀଶୁ ବଡ଼ ହେଲେ ସେ ତାହାଙ୍କର ସେବାକାର୍ଯ୍ୟ ଆରମ୍ଭ କଲେ, ସେ କିଏ ଥିଲେ ତାହା ବୁଝିବାରେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିବା ବେଳେ ସେ ସେହି ସମାନ ରୂପକଳ୍ପକୁ ସଂଗ୍ରହ କଲେ। ଯୋହନ ୧୦ ପର୍ବରେ, ଯୀଶୁ ଆପଣାକୁ ଉତ୍ତମ ମେଷପାଳକ ଭାବରେ ପରିଚିତ କରାନ୍ତି ଆଉ ସେ କହନ୍ତି, (ମୁଁ ଏହାକୁ ବ୍ୟକ୍ତିଗତ କରିବା ପାଇଁ କେତେକ ସର୍ବନାମ ପରିବର୍ତ୍ତନ କରିବାକୁ ଯାଉଅଛି), ଯୋହନ ୧୦ ପର୍ବର ୩ ପଦରୁ ଆରମ୍ଭ କରି, “ମୋହର ମେଷମାନେ ମୋହର ସ୍ୱର ଶୁଣନ୍ତି ଓ ମୁଁ ନାମ ଧରି ଆପଣା ମେଷମାନଙ୍କୁ ଡାକି ବାହାର କରି ଘେନିଯାଏ। ଆଉ ମୁଁ ନିଜର ମେଷସବୁକୁ ବାହାର କଲା ଉତ୍ତାରେ, ମୁଁ ସେମାନଙ୍କ ଆଗେ ଆଗେ ଚାଲେ। ଆଉ ମୋହର ମେଷମାନେ ମୋ' ପଛେ ପଛେ ଆସନ୍ତି, କାରଣ ସେମାନେ ମୋ'ର ସ୍ୱର ଚିହ୍ନନ୍ତି। ”ତତ୍ପରେ, ୧୦ ପଦରେ, ଉତ୍ତମ ମେଷପାଳକ କହନ୍ତି, “ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁରଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି। ମୁଁ ଉତ୍ତମ ମେଷପାଳକ, ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ। ”ଯୀଶୁ ଏହି କଥା କହିବାର କିଛି ବର୍ଷ ପରେ, ସେ ଆପଣା ମେଷ ନିମନ୍ତେ ଆପଣା ପ୍ରାଣ ଦେଲେ, ସେ  ଦେଲେ ନାହିଁ କି?  ସେ କ୍ରୁଶର ପାଦଦେଶରେ ଆପଣା ପ୍ରାଣ ଦେଲେ ଯେଉଁଠାରେ ସେ ପାପ ନିମନ୍ତେ ମୂଲ୍ୟ ଦେଲେ ଯାହା ନିଜର ମେଷମାନେ କରିଥିଲେ। ସୁସମାଚାରର ବାର୍ତ୍ତା ହେଉଛି ଯେ ଦିନେ ଆମ୍ଭମାନଙ୍କର ଉତ୍ତମ ମେଷପାଳକ ଆମ୍ଭମାନଙ୍କ ନିମନ୍ତେ ଫେରି ଆସୁଅଛନ୍ତି, ସେ ନୁହନ୍ତି କି? ଦିନେ ଆମ୍ଭମାନଙ୍କର ମୃତ୍ୟୁ ସମୟରେ, କିମ୍ବା ଯେତେବେଳେ ପିତା ପରମେଶ୍ୱର କହନ୍ତି, "ଯଥେଷ୍ଟ ହିଁ ଯଥେଷ୍ଟ” ପୁଣି ସେ ସମୟ ସମାପ୍ତ କରନ୍ତି ଆଉ ମେଷପାଳକ ଆମ୍ଭମାନଙ୍କ ନିମନ୍ତେ ଫେରି ଆସନ୍ତି, ସେତେବେଳେ ଆମ୍ଭେମାନେ ଗୀତସଂହିତା ୨୩ ରେ ଦାଉଦଙ୍କ ସହିତ କହିବାକୁ ସକ୍ଷମ ହେବା, “ପୁଣି ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି।”

ବାଇବଲର ଶେଷ ପୁସ୍ତକ, ପ୍ରକାଶିତ ବାକ୍ୟ ୭ ପର୍ବରେ ସମୟର ସମାପ୍ତି ବିଷୟରେ କଥାବାର୍ତ୍ତା କରାଯାଇଅଛି। ପ୍ରେରିତ ଯୋହନ ଯିଏ ଏହାକୁ ଲେଖୁଅଛନ୍ତି, ସେ ସମାନ ରୁପକଳ୍ପ ସଂଗ୍ରହ କରନ୍ତି। ସେ ଯୀଶୁଙ୍କ ମେଷ ବିଷୟରେ କହୁଅଛନ୍ତି ଯେଉଁମାନଙ୍କୁ ବଧ କରାଯାଇଥିଲା କାରଣ ସେମାନଙ୍କୁ ତାଡ଼ନା କରାଯାଇଥିଲା। ପୁଣି ସେ ପ୍ରକାଶିତ ବାକ୍ୟ ୭ ପର୍ବର ୧୫ ପଦରେ ଆରମ୍ଭ କରି କହନ୍ତି, “ସେଥିପାଇଁ ସେମାନେ (ମେଷମାନେ) ପରମେଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କର ଉପାସନା କରନ୍ତି, ପୁଣି ସିଂହାସନୋପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟସ୍ୱରୂପ ହେବେ। ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି ସୂର୍ଯ୍ୟ କିଅବା କୋଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ, କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ (ଯୀଶୁ) ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇ ନେବେ, ପୁଣି ପରମେଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛି ଦେବେ।" ଯେ ସିଂହାସନୋପବିଷ୍ଟ ବ୍ୟକ୍ତି ସେ ତାହାଙ୍କ ଉପସ୍ଥିତିରେ ସେମାନଙ୍କର ଆଶ୍ରୟସ୍ୱରୂପ ହେବେ। କି ସ୍ପଷ୍ଟ  ଚିତ୍ର, ଏହା ନୁହେଁ କି?

ଗୀତସଂହିତା ୨୩ ର ପ୍ରଶ୍ନ ପ୍ରକୃତରେ ସମ୍ପୂର୍ଣ୍ଣ ରୂପେ ସରଳ ଅଟେ। ଗୀତସଂହିତା ୨୩ ର ପ୍ରଶ୍ନ ହେଉଛି: ଆପଣ କ'ଣ ତାହାଙ୍କ ମେଷମାନଙ୍କ ମଧ୍ୟରୁ ଜଣେ ଅଟନ୍ତି କି? ଆପଣଙ୍କ ପ୍ରତିବାସୀ କ'ଣ ତାହାଙ୍କ ମେଷମାନଙ୍କ ମଧ୍ୟରୁ ଜଣେ ଅଟନ୍ତି କି? ଆପଣଙ୍କ ସହକର୍ମୀମାନେ, ଆପଣଙ୍କ ସହ ଛାତ୍ରଛାତ୍ରୀମାନେ କ'ଣ ତାହାଙ୍କର ଜଣେ ମେଷ ଅଟନ୍ତି କି? କାରଣ ଗୀତସଂହିତା ୨୩ ର ପ୍ରତିଜ୍ଞାସକଳ ସମସ୍ତଙ୍କ ନିମନ୍ତେ ଉଦ୍ଧିଷ୍ଟ ନୁହେଁ। ଉପସ୍ଥିତି ଓ ଆୟୋଜନ ଓ ସୁରକ୍ଷାର ପ୍ରତିଜ୍ଞାସକଳ କେବଳ ତାହାଙ୍କ ମେଷମାନଙ୍କ ନିମନ୍ତେ ପ୍ରଯୁଜ୍ୟ, ସେଗୁଡ଼ିକ ନୁହେଁ କି? ପୁଣି ତାହାଙ୍କର ମେଷ, ଯୀଶୁଙ୍କ ମେଷ, ସେମାନେ ଜାଣନ୍ତି ଯେ ସେମାନଙ୍କୁ ଜଣେ ମେଷପାଳକଙ୍କ ଆବଶ୍ୟକ। କିମ୍ବା ମୁଁ ଏହା ଅନେକ ଥର କହେ, ସେମାନେ ଜାଣନ୍ତି ଯେ ସେମାନେ ପାପୀ, ସେମାନେ ପରମେଶ୍ୱରଙ୍କଠାରୁ ପୃଥକ ହୋଇଅଛନ୍ତି ଏବଂ ସେମାନେ ଜାଣନ୍ତି ଯେ ସେମାନେ ସେମାନଙ୍କର ପାପ ବିଷୟରେ କିଛି କରିପାରିବେ ନାହିଁ। ଯୀଶୁଙ୍କ ମେଷମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ମେଷପାଳକ ସେମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିଅଛନ୍ତି। ଆମ୍ଭେମାନେ ବିଶ୍ୱାସ କରୁ ଯେ କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ଦ୍ଵାରା ଆମ୍ଭମାନଙ୍କ ପାପର ଦଣ୍ଡ ପରିଶୋଧ ହୋଇଅଛି। ପୁଣି ଯୀଶୁଙ୍କ ମେଷମାନେ ତାହାଙ୍କ ସ୍ୱର ଶୁଣନ୍ତି। ଯୀଶୁଙ୍କର ମେଷମାନେ ତାହାଙ୍କ ପଛେ ପଛେ ଚାଲନ୍ତି। ସେମାନେ ସେମାନଙ୍କ ଜୀବନକୁ ତାହାଙ୍କଠାରେ ସମର୍ପଣ କରନ୍ତି। ଯଦି ଆପଣ ତାହାଙ୍କର ମେଷମାନଙ୍କ ମଧ୍ୟରୁ ଜଣେ ନୁହଁନ୍ତି, ତେବେ ମୁଁ ଆଜି ସକାଳେ ଆପଣଙ୍କୁ ABC ର ପ୍ରାର୍ଥନା କରିବାକୁ ନିମନ୍ତ୍ରଣ କରୁଅଛି। ସ୍ୱୀକାର କରନ୍ତୁ ଯେ ଆପଣ ଜଣେ ପାପୀ, ବିଶ୍ୱାସ କରନ୍ତୁ ଯେ  କ୍ରୁଶରେ ତାହାଙ୍କର ମୃତ୍ୟୁ ଦ୍ଵାରା ପରମେଶ୍ଵର ଆପଣଙ୍କ ପାପ ନିମନ୍ତେ ରଖିଥିବା ଦଣ୍ଡ ପରିଶୋଧ ହୋଇଅଛି, ପୁଣି ତାହାଙ୍କଠାରେ ଆପଣଙ୍କ ଜୀବନ ସମର୍ପଣ କରନ୍ତୁ, ତାହାଙ୍କ ମେଷମାନଙ୍କ ମଧ୍ୟରୁ ଜଣେ ହେବା ନିମନ୍ତେ ପୁଣି ଆନନ୍ଦ ଓ ଉଲ୍ଲାସରେ ଆମ୍ଭର ମେଷପାଳକଙ୍କ ଅନୁଗାମୀ ହେବାକୁ ସମର୍ପଣ କରନ୍ତୁ। ଯଦି ଆପଣ ତା'ଙ୍କର ମେଷମାନଙ୍କ ମଧ୍ୟରୁ ଜଣେ, ତେବେ ଗୀତସଂହିତା ୨୩ ରେ ଆପଣଙ୍କ ନିମନ୍ତେ ଏକ ଆହ୍ୱାନ ଅଛି, ନୁହେଁ କି? ଆପଣଙ୍କ ବିଶ୍ୱାସରେ ବଞ୍ଚିବାକୁ ଆପଣଙ୍କ ନିମନ୍ତେ ଏହା ଏକ ଆହ୍ୱାନ, ଆମ୍ଭେମାନେ କିଏ, ଏହାର ମୂଳ ବିଷୟ ବୁଝିବାକୁ ଆପଣଙ୍କ ପାଇଁ ଏହା ହେଉଛି ଏକ ଆହ୍ୱାନ, ଆମ୍ଭେମାନେ ସେହି ଲୋକ ଯେଉଁମାନଙ୍କ ସହିତ ପରମେଶ୍ୱରଙ୍କ ଉପସ୍ଥିତି ବାସ କରେ। ପୁଣି ବିଶ୍ୱର ପରମେଶ୍ୱରଙ୍କ ସହିତ ସେହି ଅନ୍ତରଙ୍ଗ ତଥା ବ୍ୟକ୍ତିଗତ ସମ୍ପର୍କରୁ ହିଁ ତା'ଙ୍କ ଆୟୋଜନରେ ଆମ୍ଭର ବିଶ୍ୱାସ ଏବଂ ତାହାଙ୍କ ସୁରକ୍ଷାରେ ଆମ୍ଭର ବିଶ୍ୱାସ ପ୍ରବାହିତ ହେବା ଉଚିତ୍। ତାହା ହେଉଛି ତାହାଙ୍କର ମେଷ ହେବା ଆଉ ତା’ପରେ ତାହାଙ୍କର ମେଷ ଭାବରେ ବଞ୍ଚିରହିବାର ଆହ୍ଵାନ।

ପରିଶେଷରେ ମୁଁ କିଛି ବିଷୟ କରିବାକୁ ଚାହେଁ ଯାହା ଟିକିଏ ଅସାଧାରଣ ଅଟେ। ମୁଁ ଚାହେଁ ଆମ୍ଭେମାନେ ସମସ୍ତେ ଗୀତ ମଧ୍ୟ ଦେଇ ଯାଉ ଓ ଗୀତସଂହିତା ୨୩ କହୁ। ପୁଣି ତା’ପରେ ମୁଁ ଏହାକୁ ତିନୋଟି ଭାଗରେ ବିଭକ୍ତ କରିବାକୁ ଚାହେଁ ପୁଣି ମୁଁ ପରମେଶ୍ୱରଙ୍କ ଆୟୋଜନ ବିଷୟରେ କହିବାକୁ ଚାହେଁ ଆଉ ଆପଣଙ୍କ ଜୀବନରେ ତାହାଙ୍କ ଆୟୋଜନ ନିମନ୍ତେ ପରମେଶ୍ୱରଙ୍କୁ ଉଚ୍ଚ ସ୍ୱରରେ ଧନ୍ୟବାଦ ଦେବା ନିମନ୍ତେ ମୁଁ ଆପଣଙ୍କୁ ସମୟ ଦେବାକୁ ଚାହେଁ। ତା’ପରେ ଆମ୍ଭେମାନେ ତାହାଙ୍କ ସୁରକ୍ଷା ନିମନ୍ତେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବାର ଏକ ସମୟକୁ ଯିବା, ପୁଣି ତା’ପରେ ଶେଷରେ ଆମ୍ଭେମାନେ ତାହାଙ୍କ ଉପସ୍ଥିତି ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବାର ସମୟକୁ ଯିବା। କାରଣ ପରମେଶ୍ୱର ଆମ୍ଭମାନଙ୍କୁ ଧର୍ମ ଓ ଧର୍ମିୟ ରୀତିନୀତି ନିମନ୍ତେ ଆହ୍ଵାନ କରି ନାହାଁନ୍ତି, କିନ୍ତୁ ଶାଖାରେ ଏକ ଦ୍ରାକ୍ଷାଲତା ଭାବରେ ଘନିଷ୍ଠ ଓ ବ୍ୟକ୍ତିଗତ ଓ ସ୍ଥାୟୀ ସମ୍ପର୍କ ନିମନ୍ତେ ଆହ୍ୱାନ କରିଅଛନ୍ତି। ପରମେଶ୍ୱର ଆମ୍ଭମାନଙ୍କ ଜୀବନରେ ଉପସ୍ଥିତ ଅଛନ୍ତି।

ଆସନ୍ତୁ ଆମ୍ଭେମାନେ ସମସ୍ତେ ଉଭା ହେଉ। ପୁଣି ଯଦି ଆପଣ ଗୀତସଂହିତା ୨୩ ର ଏହି ନିର୍ଦ୍ଦିଷ୍ଟ ଅନୁବାଦ ସହିତ ବାସ୍ତବରେ ପରିଚିତ ନୁହନ୍ତି, ତେବେ ମୁଁ ଏହାକୁ ଗୀର୍ଜାର ବେଞ୍ଚରେ ଥିବା ବାଇବଲରୁ ପଢୁଅଛି। ଆସନ୍ତୁ ଆମ୍ଭେମାନେ ଏହାକୁ ଏକତ୍ର ପଠନ କରୁ। “ସଦାପ୍ରଭୁ ମୋହର ପ୍ରତିପାଳକ, ମୋହର ଅଭାବ ହେବ ନାହିଁ। ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି; ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି। ସେ ମୋ' ପ୍ରାଣକୁ ସୁସ୍ଥ କରନ୍ତି। ସେ ଆପଣା ନାମ ସକାଶୁ ଧର୍ମପଥରେ ମୋତେ କଢ଼ାଇ ନିଅନ୍ତି। ଏଣୁ ମୁଁ ମୃତ୍ୟୁଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ, କୌଣସି ଆପଦକୁ ଭୟ କରିବି ନାହିଁ, କାରଣ ତୁମ୍ଭେ ମୋହର ସହବର୍ତ୍ତୀ। ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି। ତୁମ୍ଭେ ମୋ'  ଶତ୍ରୁଗଣଙ୍କ ସାକ୍ଷାତରେ ମୋ' ସମ୍ମୁଖରେ ମେଜ ସଜାଉଅଛ। ତୁମ୍ଭେ ତୈଳରେ ମୋ' ମସ୍ତକ ସିକ୍ତ କରିଅଛ। ମୋ' ପାନପାତ୍ର ଉଚ୍ଛୁଳି ପଡ଼ୁଅଛି। ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନଯାଏ ମୋହର ପଶ୍ଚାଦଗାମୀ ହେବ ପୁଣି ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି।"

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତା, ତୁମ୍ଭର ଆୟୋଜନ, ତୁମ୍ଭର ଶାରୀରିକ ଆୟୋଜନ, ତୁମ୍ଭର ବ୍ୟକ୍ତିଗତ ଆୟୋଜନ, ତୁମ୍ଭେ ଆମ୍ଭମାନଙ୍କୁ ଦେଇଥିବା ସମସ୍ତ ବିଷୟ ନିମନ୍ତେ ଆମ୍ଭେ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ। ତୁମ୍ଭର ଆୟୋଜନ ନିମନ୍ତେ ତୁମ୍ଭକୁ ଧନ୍ୟବାଦ ଦେଉଥିବା ତୁମ୍ଭ ମେଷମାନଙ୍କର କ୍ରନ୍ଦନ ଓ କାକୂକ୍ତି ବର୍ତ୍ତମାନ ଶ୍ରବଣ କର।

ପିତା, ସୁରକ୍ଷା, ଆତ୍ମିକ ଓ ଶାରୀରିକ ନିମନ୍ତେ ତୁମ୍ଭର ମେଷମାନଙ୍କଠାରୁ ଧନ୍ୟବାଦର କ୍ରନ୍ଦନ ଶୁଣ,  ଯେପରି କି ତୁମ୍ଭେ ଆମ୍ଭ ପ୍ରତ୍ୟେକଙ୍କୁ ମୃତ୍ୟୁଛାୟାରୂପ ଉପତ୍ୟକାରେ ଗମନ କରିବାରେ ସାହାଯ୍ୟ କର।

ପିତା ଆମ୍ଭମାନଙ୍କର ହୃଦୟରେ ଓ ଆମ୍ଭମାନଙ୍କର ଜୀବନରେ ତୁମ୍ଭର ଉପସ୍ଥିତି ନିମନ୍ତେ ଯେପରି ଆମ୍ଭେମାନେ ତୁମ୍ଭକୁ ଧନ୍ୟବାଦ ଦେଉ ସେହିପରି ତୁମ୍ଭର ମେଷମାନଙ୍କର କ୍ରନ୍ଦନସବୁ ଶ୍ରବଣ କର। 

ହେ ପିତା, ତୁମ୍ଭେ ଆମ୍ଭର ପ୍ରତିପାଳକ ଆଉ ସ୍ୱର୍ଗରେ କିମ୍ବା ପୃଥିବୀରେ ଏପରି କିଛି ନାହିଁ ଯାହାକୁ ଆମ୍ଭେମାନେ ତୁମ୍ଭଠାରୁ ଅଧିକ କାମନା କରୁ। ଆମେନ୍।