୧୬. ପ୍ରତିରୋଧ ସ୍ୱୀକାର (ଗୀତସଂହିତା ୫୧)

୧. ୨ ଶାମୁୟେଲରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା

୨ ଶାମୁୟେଲ ପୁସ୍ତକ ରାଜା ଶାଉଲଙ୍କ ମୃତ୍ୟୁ ବିଷୟରେ ଶୁଣିବା ଉତ୍ତାରେ ଦାଉଦଙ୍କ କାହାଣୀ ସହିତ ଆରମ୍ଭ ହୋଇଅଛି ପୁଣି ଦାଉଦ ଶୀଘ୍ର ରାଜାଭିଷିକ୍ତ ହେଉଅଛନ୍ତି, ଏଥର ସର୍ବସାଧାରଣ ଭାବରେ, ରାଜା ରୂପରେ, ମାତ୍ର ଯିହୁଦାର ଦକ୍ଷିଣ ଗୋଷ୍ଠୀ ଉପରେ କେବଳ ରାଜା ଏବଂ ପରବର୍ତ୍ତୀ ସାଢେ ସାତ ବର୍ଷ ନିମନ୍ତେ ଦାଉଦଙ୍କ ବଂଶ ଓ ଶାଉଲଙ୍କ ବଂଶ ମଧ୍ୟରେ ଯୁଦ୍ଧ ହେଉଥିଲା, ବିଶେଷ ଭାବରେ ଶାଉଲଙ୍କ ସେନାପତି, ଅବନରଙ୍କ ସହିତ। କିନ୍ତୁ ଶେଷରେ ସମସ୍ତ ଇସ୍ରାଏଲୀୟମାନେ ସ୍ଥିର କରନ୍ତି ଯେ ଦାଉଦ ସେମାନଙ୍କର ରାଜା ହେବା ଉଚିତ, ତେଣୁ ସେମାନେ ସମଗ୍ର ଇସ୍ରାଏଲର ରାଜା ଭାବରେ ତାହାଙ୍କୁ ରାଜାଭିଷିକ୍ତ କରନ୍ତି। ଏହି ସମୟରେ ଦାଉଦଙ୍କୁ ତିରିଶି ବର୍ଷ ହେଉଥିଲା। ପୁଣି ଦାଉଦ ସମଗ୍ର ଇସ୍ରାଏଲ ଉପରେ ସତତିରିଶି ବର୍ଷ ରାଜତ୍ୱ କରନ୍ତି। ସେ ପ୍ରାୟ ସମସ୍ତ ପ୍ରତିଜ୍ଞାତ ଦେଶ ଜୟ କରନ୍ତି। ସେ ତାହାଙ୍କ ଚତୁର୍ଦ୍ଦିଗରେ ଥିବା ଦେଶଗୁଡ଼ିକୁ ଅନୁଗତ୍ୟ ରାଜ୍ୟଗୁଡ଼ିକକୁ ହ୍ରାସ କରନ୍ତି ଯାହାଦ୍ୱାରା ସେମାନଙ୍କୁ ଅର୍ଥଦାନ ପାଇଁ ନୀତିଗତ ସ୍ୱୀକୃତି ଦେବାକୁ ପଡ଼ିବ। ଏହା ଅତି କମରେ ରାଜନୈତିକ ଦୃଷ୍ଟିରୁ ନିଶ୍ଚିତ ଭାବରେ ଇସ୍ରାଏଲର ସୁବର୍ଣ୍ଣ ଯୁଗ ଅଟେ। ଆମ୍ଭେମାନେ ପ୍ରାୟ ଖ୍ରୀ.ପୂର୍ବ ୧୦୦୦ ଘଟଣାକ୍ରମର ନିକଟବର୍ତ୍ତୀରେ ଅଛୁ। ୨ ଶାମୁୟେଲର ପ୍ରଥମାର୍ଦ୍ଧ ହେଉଛି ଯେଉଁଠାରେ ଆମ୍ଭେମାନେ ଏହି ସମୟରେ ଘଟିଥିବା କାହାଣୀସବୁ ବିଷୟରେ ପଢ଼ୁ। ଦାଉଦଙ୍କ ସମ୍ପର୍କିତ ଦୁଇଟି ଘଟଣା ଅଛି ତାହା ଉଲ୍ଲେଖଯୋଗ୍ୟ ଅଟେ ଯାହା ଆମ୍ଭମାନଙ୍କୁ କୁହାଯାଇଅଛି।

କ. ଦାଉଦଙ୍କ ସହିତ ନିୟମ

ଯାହାକୁ ମୁଁ କେବଳ ସଂକ୍ଷେପରେ ଉଲ୍ଲେଖ କରିପାରିବି, କିନ୍ତୁ ଏହା କେବଳ ଏପରି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଘଟଣା ଅଟେ ଯେ ମୁଁ ଏହାକୁ ଛାଡ଼ି ପାରିବି ନାହିଁ। ଏହା ୨ ଶାମୁୟେଲ ୭ ପର୍ବରେ ପରମେଶ୍ଵରଙ୍କ ସହିତ ଦାଉଦଙ୍କ ନିୟମର କାହାଣୀ ଅଟେ। ପରମେଶ୍ଵର ଦାଉଦଙ୍କୁ କହନ୍ତି ଯେ ଦାଉଦଙ୍କ ମରଣ ପରେ ପରମେଶ୍ଵର ତାହାଙ୍କର ଜଣେ ଶାରୀରିକ ବଂଶଧରଙ୍କ ଉତ୍ଥାପନ କରିବେ। ସେ ଚିରଦିନ ତାହାଙ୍କ ସିଂହାସନରେ ରାଜତ୍ୱ କରିବେ ପୁଣି ଏକ ଅନନ୍ତକାଳ ରାଜ୍ୟ ଉପରେ ରାଜତ୍ୱ କରିବେ। ସେହି ଭାବବାଣୀର ସଫଳ, ଅବଶ୍ୟ, ଯୀଶୁ ଅଟନ୍ତି। ଯଦି ଆପଣମାନେ ୨ ଶାମୁୟେଲ ୭ ପର୍ବରେ ସେହି ଭାବବାଣୀ ସହିତ ଅପରିଚିତ ଅଟନ୍ତି, ତେବେ ଦୟାକରି ଆଜି ଅପରାହ୍ନରେ ଏହାକୁ ପଢ଼ନ୍ତୁ।

ଖ. ଦାଉଦ ଓ ବତ୍‍ଶେବା

କିନ୍ତୁ ଏହି ସମୟ ମଧ୍ୟରେ ଦାଉଦଙ୍କ ଜୀବନର ଦ୍ୱିତୀୟ ଘଟଣା ଦାଉଦ ଓ ବତ୍‍ଶେବାଙ୍କ କାହାଣୀ ଅଟେ। ଏହା ୨ ଶାମୁୟେଲ ୧୧ ଏବଂ ୧୨ ପର୍ବରେ କୁହାଯାଇଅଛି, ପୁଣି ପୁନର୍ବାର, ମୁଁ ଜାଣେ ଏହା ଏକ କଷ୍ଟକର କାହାଣୀ ଅଟେ, ଯଦି ଆପଣମାନେ ଏହି କାହାଣୀ ସହିତ ଅପରିଚିତ ଅଟନ୍ତି। ଏହା ସେହି କାହାଣୀଗୁଡ଼ିକ ମଧ୍ୟରୁ ଗୋଟିଏ, ଏକ ଅର୍ଥରେ, ତାହା ପ୍ରଚାର କରିବାକୁ ମୋତେ କୌଣସି ଆନନ୍ଦ ଦିଏ ନାହିଁ। କିନ୍ତୁ ଏହାକୁ ବାଦ୍‌ଦେବା କାହାଣୀର ଏକ ଅତି କେନ୍ଦ୍ରୀୟ ଅଟେ। ତେଣୁ ଯଦି ଆପଣମାନେ କାହାଣୀ ସହିତ ଅପରିଚିତ ଅଟନ୍ତି, ତେବେ ଦୟାକରି ୧୧ ଓ ୧୨ ପର୍ବ ପଢ଼ନ୍ତୁ। ରାଜା ଦାଉଦ ଆପଣା ରାଜପ୍ରାସାଦ ମଧ୍ୟରୁ ବତ୍‍ଶେବାଙ୍କୁ ତାଙ୍କ ଗୃହର ଉପରି ଭାଗରେ ସ୍ନାନକରୁଥିବାର ଦେଖିବା ସହିତ କାହାଣୀ ଆରମ୍ଭ ହୁଏ। ସେ ଜାଣନ୍ତି ଯେ ସେ ଜଣେ ହିତ୍ତୀୟ ଊରିୟଙ୍କୁ ବିବାହ କରିଅଛନ୍ତି ଯେ ତାଙ୍କ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ତଥାପି ସେ ତା’ଙ୍କୁ ଡାକି ରାଜପ୍ରାସାଦକୁ ଆଣି ତାହା ସହିତ ସହବାସ କରନ୍ତି ପୁଣି ସେ (ବତ୍‍ଶେବା) ଗର୍ଭବତୀ ହୋଇଯାନ୍ତି। ପୁଣି ରାଜା ଦାଉଦ ଆପଣାର ପାପକୁ ଆହୁରି ବଢ଼ାଇବାକୁ, ବତ୍‍ଶେବାଙ୍କ ସ୍ୱାମୀ ଊରିୟରଙ୍କୁ ଯୁଦ୍ଧ ସମୟରେ ହତ୍ୟା କରିବାର ବ୍ୟବସ୍ଥା କରନ୍ତି। ଯେପରି ଆପଣମାନେ ୧୧ ପର୍ବର ଶେଷ ଭାଗରେ ଦେଖନ୍ତି, ଆପଣ ଆପଣଙ୍କର ମସ୍ତକକୁ ରାମ୍ପୁଡ଼ି କୁହନ୍ତି, “ପୃଥିବୀରେ ଏହି ବ୍ୟକ୍ତି କିପରି ‘ଈଶ୍ୱରଙ୍କ ମନର ମତ ଜଣେ ବ୍ୟକ୍ତି’ ହୋଇପାରିବ”? ଆମ୍ଭେମାନେ ଗତ ସପ୍ତାହରେ ତାହା ଦେଖିଲୁ। ପୃଥିବୀରେ କିପରି ଏହିପରି ଜଣେ ବ୍ୟକ୍ତି ଯେ ପାପ କରେ, ସମ୍ଭବତଃ ସେ ଈଶ୍ୱରଙ୍କ ମନର ମତ ଜଣେ ବ୍ୟକ୍ତି ଭାବରେ ବର୍ଣ୍ଣିତ ହୋଇପାରେ? ସେହି ପ୍ରଶ୍ନ ପ୍ରତି ଅତି କମରେ ଅଳ୍ପ କିଛି ଉତ୍ତର ଅଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଉତ୍ତମ ଲୋକମାନେ ବିଫଳ ହୁଅନ୍ତି। ଅବ୍ରହାମ, ଇସହାକ, ଯାକୁବ, ମୋଶା, ଗିଦିୟୋନ, ଶାଉଲ ଆଉ ରାଜା ଦାଉଦଙ୍କ ପରି ଉତ୍ତମ ଲୋକମାନେ ବିଫଳ ହୁଅନ୍ତି। ତାହା ଉତ୍ତରର ଏକ ଅଂଶ ଅଟେ। କିନ୍ତୁ ସବୁଠାରୁ ଗଭୀର ସ୍ତରରେ ସେ ବିଷୟରେ ପ୍ରଶ୍ନ ପ୍ରତି ଉତ୍ତର “ଲୋକମାନେ ଯେଉଁମାନେ ଈଶ୍ୱରଙ୍କ ମନର ମତ ସେମାନେ କିପରି ଏପରି ଭୟଙ୍କର କାର୍ଯ୍ୟ କରିପାରନ୍ତି?” ଉତ୍ତରଟି ଦାଉଦ କିପରି ପ୍ରତ୍ୟୁତ୍ତର କରନ୍ତି ସେଥିରେ ଦେଖାଯାଏ। ଆମ୍ଭେମାନେ ଯେପରି ୨ ଶାମୁୟେଲ ୧୨ ପର୍ବକୁ ଧ୍ୟାନ ଦେଉ ପୁଣି ଯେପରି ଦାଉଦ ତାଙ୍କ ପାପ ପ୍ରତି କିପରି ପ୍ରତିକ୍ରିୟା କରନ୍ତି ତାହା ଆମ୍ଭେମାନେ ଦେଖୁ, ଆମ୍ଭେମାନେ ଜଣେ ପୁରୁଷ କିମ୍ବା ଜଣେ ସ୍ତ୍ରୀଙ୍କୁ ଈଶ୍ୱରଙ୍କ ମନର ମତ ହେବାର ଅର୍ଥ କ’ଣ ତାହା ବୁଝୁ। ୨ ଶାମୁୟେଲ ୧୨ ପର୍ବରେ ନାଥନ ଭବିଷ୍ୟଦ୍‌ବକ୍ତା ଦେଖାଦିଅନ୍ତି ଏବଂ ଦାଉଦଙ୍କୁ ଶକ୍ତିଶାଳୀ ଭାବରେ ତାଙ୍କ ପାପ ନିମନ୍ତେ ପ୍ରତିରୋଧ କରନ୍ତି। ପୁଣି ଆମ୍ଭେମାନେ ଜାଣୁ ଯେ ଦାଉଦ ତାଙ୍କ ପାପ ସ୍ୱୀକାର କରନ୍ତି ଏବଂ ଏହା ସେହି କାହାଣୀଗୁଡ଼ିକ ମଧ୍ୟରୁ ଗୋଟିଏ, ଯେତେବେଳେ ଆପଣ ଏହା ମଧ୍ୟ ଦେଇ ପଢ଼ନ୍ତି ଆଉ ବାଇବଲରେ ଏଗୁଡ଼ିକ ମଧ୍ୟରୁ ଅନେକ ଅଛି, ମୁଁ ଭାବୁଛି, ଯେତେବେଳେ ଆମ୍ଭେମାନେ ସେଗୁଡ଼ିକୁ ପଢ଼ୁ ସେତେବେଳେ ଆମ୍ଭେମାନେ କହିଥାଉ, “ମୁଁ ଇଚ୍ଛା କରେ ଯେପରି ମୁଁ କାନ୍ଥ ଉପରେ ଥିବା ଏକ ମାଛି ହୋଇପାରିଥା’ନ୍ତି। ମୁଁ ଇଚ୍ଛା କରେ ମୁଁ ଶୁଣି ପାରିଥା’ନ୍ତି କିପରି ରାଜା ଦାଉଦ, ପରମେଶ୍ୱରଙ୍କ ମନର ମତ ଜଣେ ବ୍ୟକ୍ତି, ଏହି ପ୍ରକାର ପାପ ସ୍ୱୀକାର କରନ୍ତି। କିନ୍ତୁ ସୌଭାଗ୍ୟବଶତଃ ଏହା ସେହି ସମୟ ମଧ୍ୟରୁ ଗୋଟିଏ ଯେଉଁଥିରେ ଆମ୍ଭେମାନେ କାନ୍ଥ ଉପରେ ଥିବା ଏକ ମାଛି ହୋଇପାରିବା, କାରଣ ଦାଉଦ ଯାହା କହିଥିଲେ ତାହା ସେ ଆମ୍ଭମାନଙ୍କୁ କହିଲେ। ଗୀତସଂହିତା ୫୧ ପର୍ବରେ ସେ ଆମ୍ଭମାନଙ୍କୁ କହିଲେ।

୨. ପାପ କ୍ଷମା ନିମନ୍ତେ କ୍ରନ୍ଦନ - ଗୀତସଂହିତା ୫୧ ପର୍ବ

ଦୟାକରି ଆଜି ସକାଳେ, ଗୀତସଂହିତା ୫୧ ପର୍ବକୁ ପଢ଼ନ୍ତୁ, କାରଣ ଏଥିରେ ହିଁ ଆମ୍ଭେମାନେ ସେ ଆମ୍ଭମାନଙ୍କର ଅଧିକାଂଶ ସମୟ ଅତିବାହିତ କରିବାକୁ ଯାଉଅଛୁ। ଦାଉଦ ବତ୍‍ଶେବା ସହ ଗମନ କଲା ଉତ୍ତାରେ ନାଥନ ଭବିଷ୍ୟଦ୍‌ବକ୍ତା ତାହାଙ୍କ ନିକଟରେ ଉପସ୍ଥିତ ହେଲେ ସେତେବେଳେ ଗୀତସଂହିତା ୫୧ ପର୍ବର ଶୀର୍ଷକ “ଦାଉଦଙ୍କ ଗୀତ, ଗାୟକଦଳ ନିର୍ଦ୍ଦେଶମାନଙ୍କଠାରୁ ଆରମ୍ଭ ହୁଏ।” ଗୀତସଂହିତା ୫୧ ପର୍ବ ହେଉଛି ଦାଉଦଙ୍କ ପାପର ସ୍ୱୀକାର ଓ ସେ ଉଭୟ ବତ୍‍ଶେବା ଏବଂ ତାହାଙ୍କ ସ୍ୱାମୀ ଊରିୟଙ୍କ ପ୍ରତି ଯାହା କରିଅଛନ୍ତି ସେହି କାରଣ ସକାଶୁ ପାପକ୍ଷମା ନିମନ୍ତେ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ। ଏହା ବାଇବଲର ଯେ କୌଣସି ସ୍ଥାନରେ ଦୁଃଖଅଧିକାଂଶ ଶକ୍ତିଶାଳୀ ଅଭିବ୍ୟକ୍ତି ମଧ୍ୟରୁ ଗୋଟିଏ ଅଟେ, ଏହା ନୁହେଁ କି? ମନ ପରିବର୍ତ୍ତନର ଅଧିକାଂଶ ଶକ୍ତିଶାଳୀ ଅଭିବ୍ୟକ୍ତି ମଧ୍ୟରୁ ଗୋଟିଏ ଓ ଈଶ୍ୱରଙ୍କ ଇଚ୍ଛାରେ ଓ ଈଶ୍ୱରଙ୍କ ସାମର୍ଥ୍ୟରେ ପାପଠାରୁ ପାପୀର ପାପ ସମ୍ପୂର୍ଣ୍ଣ ରୂପେ ଶୁଚି କରିବାକୁ ବିଶ୍ୱାସର ଅଧିକାଂଶ ଶକ୍ତିଶାଳୀ ଅଭିବ୍ୟକ୍ତି ମଧ୍ୟରୁ ଗୋଟିଏ। ଏହା ଏକ ଶକ୍ତିଶାଳୀ, ଶକ୍ତିଶାଳୀ ଗୀତ ଅଟେ। ପୁଣି ଏହା ପାପ କ୍ଷମା ନିମନ୍ତେ ଦାଉଦଙ୍କ କ୍ରନ୍ଦନ ସହିତ ପ୍ରଥମ ଦୁଇଟି ପଦରେ ଆରମ୍ଭ ହୁଏ। ଆମ୍ଭେମାନେ ଏହି ପ୍ରଥମ ଦୁଇଟି ପଦକୁ ଦେଖିବା ନିମନ୍ତେ ସକାଳର ଅଧିକାଂଶ ସମୟ ଅତିବାହିତ କରିବାକୁ ଯାଉଅଛୁ। ମୁଁ ଆଜି ସକାଳେ ଏହାକୁ ଆମ୍ଭମାନଙ୍କ ଦ୍ୱାରା ଏକତ୍ର ଜୋରରେ ପଢ଼ି ଆରମ୍ଭ କରିବାକୁ ଚାହୁଁଥିଲି। ଗୀତସଂହିତା ୫୧ ପର୍ବର, ୧ ଓ ୨ ପଦ, ଦୟାକରି ଏହା ମୋ ସହିତ ପଢ଼ନ୍ତୁ। “ହେ ପରମେଶ୍ୱର, ଆପଣା ସ୍ନେହପୁର୍ଣ୍ଣ କରୁଣାନୁସାରେ ମୋ' ପ୍ରତି ଦୟା କର, ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର। ମୋ' ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋ' ପାପରୁ ମୋତେ ଶୁଚି କର।” ପାପ କ୍ଷମା ନିମନ୍ତେ ଏକ କ୍ରନ୍ଦନ; ପୁଣି ସେଥିରେ ବହୁତ କିଛି ସ୍ଵିକାରୋକ୍ତି ବିଷୟ ଅଛି ଯାହା ଆମ୍ଭେମାନେ ଶିଖିବାକୁ ପାଇବା, ଏବଂ ପାପକ୍ଷମା ବିଷୟରେ ଏହି ଦୁଇଟି ପଦରେ ଆମ୍ଭେମାନେ ବହୁତ କିଛି ଶିଖିବାକୁ ପାଇବା, କିନ୍ତୁ ମୋତେ ଅଳ୍ପ କିଛି ଲୋକଲୋଚନକୁ ଆଣିବାକୁ ଦିଅନ୍ତୁ

କ. ପ୍ରକୃତ ସ୍ୱୀକାର ସମ୍ପୂର୍ଣ୍ଣ ଅଟେ

ପ୍ରଥମ: ପ୍ରକୃତ ସ୍ୱୀକାରୋକ୍ତି କିଛି ଅଟକାଇ ରଖେ ନାହିଁ। ଆପଣ ଅନୁଭବ କରୁଥିବା ବିଷୟ ଯାହା ଆପଣ ଶୁଣିବେ ତାହା ଭାରାକ୍ରାନ୍ତ ହେବାକୁ ଯାଉଅଛି ଏବଂ ଯେତେବେଳେ ଆପଣ ଏହି ପ୍ରଥମ ଦୁଇଟି ପଦ ପଢ଼ିବେ, ଆପଣ ଶୁଣିବେ, କିନ୍ତୁ ପ୍ରକୃତ ସ୍ୱୀକାରୋକ୍ତି କିଛି ଅଟକାଇ ରଖେ ନାହିଁ। କିନ୍ତୁ ପ୍ରକୃତ ସ୍ୱୀକାରୋକ୍ତି ଏକ ସମ୍ପୂର୍ଣ୍ଣ, ଓ ପାପର ମୋଟାମୋଟି ସ୍ୱୀକାର ଅଟେ। ଏହା କୌଣସି କ୍ଷମା ପ୍ରାର୍ଥନା କରେ ନାହିଁ। ଏହା ଅନ୍ୟ କାହା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରେ ନାହିଁ। ଏହି ପଦଗୁଡ଼ିକରେ ଆଦୌ କୌଣସି ସୂଚନା ନାହିଁ ଯାହା ଦାଉଦ କହୁଅଛନ୍ତି, “ଠିକ୍ ଅଛି, ଯେଉଁଠାରେ ମୁଁ ତାଙ୍କୁ ଦେଖି ପାରିଥା’ନ୍ତେ ସେପରି ସ୍ଥାନରେ ବତ୍‍ଶେବା ପ୍ରକୃତରେ ସ୍ନାନ କରିବାକୁ ଆସିବାର ଉଚିତ ନ ଥିଲା” ଦାଉଦଙ୍କ କହିବାର କୌଣସି ଅର୍ଥ ନାହିଁ, “ଠିକ୍ ଅଛି, ତା’ଙ୍କ ସ୍ୱାମୀ ଜଣେ ହିତ୍ତୀୟ, ସେ ଜଣେ ବିଦେଶୀ, ଏହା ବାସ୍ତବରେ କିଛି ମହତ୍ତ୍ୱପୂର୍ଣ୍ଣ ନୁହେଁ।” ଈଶ୍ୱରଙ୍କ ବିଷୟରେ କୌଣସି ଧାରଣା ନାହିଁ, ମୁଁ ଜଣେ ସୌହାର୍ଦ୍ଦପୂର୍ଣ୍ଣ ପୁରୁଷ, ଯାହା କରିବାକୁ ହେବ ତାହା କରିବା ଜଣେ ପୁରୁଷଙ୍କ ଉପରେ ନିର୍ଭର କରେ।” “ମୁଁ ଜଣେ କ୍ଷତିଗ୍ରସ୍ତ” ଏହାର କୌଣସି ଅର୍ଥ ନାହିଁ। “ଠିକ୍ ଅଛି ଏହାର କୌଣସି ଅର୍ଥ ନାହିଁ, ଏହା ବାସ୍ତବରେ ମୋ'ର ଦୋଷ ନୁହେଁ। ଜୀବନ ଭଲ ନୁହେଁ। ମୋତେ ଦରିଦ୍ର ହେବାକୁ ଦିଅ।” ନିନ୍ଦାର କୌଣସି ସହଭାଗୀ ନାହିଁ। ଏହା ମଧ୍ୟରୁ କୌଣସିଟି ନୁହେଁ। କିନ୍ତୁ ଏକ ପ୍ରକୃତ ସ୍ୱୀକାର କହେ, “ମୁଁ ସମ୍ପୂର୍ଣ୍ଣ ଓ ମୋଟାମୋଟି ଭାବରେ ଭୁଲ୍ ଥିଲି।” କୌଣସି କ୍ଷମା ପ୍ରାର୍ଥନା ନାହିଁ। ଆଜି ପର୍ଯ୍ୟନ୍ତ, ଏହା ଏପରି ଏକ ସଚ୍ଚୋଟ ସ୍ୱୀକାର, ମୋତେ ଏହା ବିଲି ଗ୍ରାହାମ୍ କୃସେଡରେ ବୋଲାଯାଇଥିବା ଏକ ଗୀତ ବିଷୟରେ ମନେ ପକାଇଦିଏ, “ସେହିଭଳି ମୁଁ, ଦାରିଦ୍ର୍ୟ, ଦୁର୍ଭାଗ୍ୟ (ଏହା ଏକ ଆଶ୍ଚର୍ଯ୍ୟଜନକ ଶବ୍ଦ) ଓ ଅନ୍ଧ।” ଏହା ମୋତେ ରୋମୀୟ ୭ ପର୍ବରେ ପାଉଲଙ୍କ ଆଲୋଚନା ବିଷୟରେ ମନେ ପକାଇଥାଏ ଯେଉଁଠାରେ ସେ କହନ୍ତି, “ମୁଁ ଯାହା ଇଚ୍ଛା କରେ, ତାହା କରେ ନାହିଁ। ବରଂ ଯାହା ମୁଁ ଘୃଣା କରେ ତାହା ହିଁ କରେ।” ପୁଣି ୨୪ ପଦରେ, ଏହା ପାଉଲଙ୍କ ପରି ଆପଣା ମସ୍ତକ ଧରନ୍ତି ଏବଂ ସେ କହନ୍ତି, “ହାୟ ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ?” ଦେଖନ୍ତୁ, ତାହା ପ୍ରକୃତରେ ପାପ ସ୍ୱୀକାର ଅଟେ। ତାହା ଏକ ପ୍ରକାରର ପାପ ସ୍ୱୀକାର ଅଟେ ଯାହା ଈଶ୍ୱରଙ୍କ ହୃଦୟକୁ ବିଚଳିତ କରେ। ତାହା ଏକ ପ୍ରକାରର ପାପ ସ୍ୱୀକାର ଅଟେ ଯାହା କିଛି ଅବରୁଦ୍ଧ କରେ ନାହିଁ ପୁଣି କହେ, ମୁଁ ସମ୍ପୂର୍ଣ୍ଣ ଓ ମୋଟାମୋଟି ଭାବରେ ଭୁଲ୍ ଅଟେ। ପାପ ସ୍ୱୀକାର ଅନ୍ୟ ବ୍ୟକ୍ତିଙ୍କ ନିମନ୍ତେ ନୁହେଁ, ଏହା ଅଟେ କି? ପାପ ସ୍ୱୀକାର ସୂଚାଇ ଦେବାକୁ ଓ କହିବାର ସମୟ ନୁହେଁ, “ଠିକ୍ ଅଛି, ସେମାନେ ମଧ୍ୟ ଭୁଲ୍” ତାହା ବିଷୟ ନୁହେଁ। ଆପଣ ସେମାନଙ୍କ ବିଷୟରେ କିଛି କରିପାରିବେ ନାହିଁ, ତାହା ଈଶ୍ୱରଙ୍କ କାର୍ଯ୍ୟ ଅଟେ। ଆଉ ଯାହା ଆପଣ କିମ୍ବା ମୁଁ କରିପାରିବି ତାହା ଈଶ୍ୱରଙ୍କ ସମ୍ମୁଖକୁ ଆସି ଓ ସେ ଯାହା ଜାଣିଅଛନ୍ତି ତାହା ସତ୍ୟ ବୋଲି ସ୍ୱୀକାର କରିବା, ଯେ ମୁଁ ଭୁଲ୍ ଅଟେ। ଆମ୍ଭେମାନେ ନିଶ୍ଚିତ ଭାବରେ ଗୀତସଂହିତା ୫୧ ପର୍ବରେ ତାହା ଦେଖୁ।

ଖ. ପାପ ବିଷୟରେ ପ୍ରକୃତ ସ୍ୱୀକାର ଈଶ୍ୱରଙ୍କ ସହିତ ସମ୍ମତ ହୁଏ

ଦ୍ୱିତୀୟତଃ, ଆମ୍ଭେମାନେ ମଧ୍ୟ ଦେଖୁ ଯେ ପ୍ରକୃତ ସ୍ୱୀକାର ଈଶ୍ୱରଙ୍କ ସହିତ ସମ୍ମତ ହୁଏ ଯେ ପାପ ଭୟଙ୍କର ଅଟେ। ପୁଣି ମୁଁ ଏହି ସପ୍ତାହରେ ସଠିକ୍ ଶବ୍ଦ ପାଇବା ସହିତ ସଂଘର୍ଷ କରୁଅଛି ପୁଣି “ଭୟଙ୍କର” ହିଁ ସର୍ବୋତ୍ତମ ଅଟେ ଯେ, ମୁଁ ବିଚାର ପାଇଁ ଉପସ୍ଥାପନ କରିପାରେ। ମୁଁ ଯେତେ ଜାଣିଛି, ଇଂରାଜୀ ଭାଷାରେ ସେପରି କୌଣସି ଶବ୍ଦ ନାହିଁ ହୁଏତ “ଦୁର୍ଭାଗ୍ୟ” ଅପେକ୍ଷାକୃତ ଭଲ ଅଟେ। କିନ୍ତୁ ପ୍ରକୃତ ସ୍ୱୀକାର ଈଶ୍ୱରଙ୍କ ସହ ସମ୍ମତ ହୁଏ ଯେ ପାପ ସଂପୂର୍ଣ୍ଣ ଭାବରେ ଦୁର୍ଭାଗ୍ୟ ଓ ଭୟଙ୍କର ଅଟେ। ଯେତେବେଳେ ନାଥନ ଭବିଷ୍ୟଦ୍‌ବକ୍ତା ଆସନ୍ତି ଦାଉଦ ତାଙ୍କ ସହ ଯୁକ୍ତି କରନ୍ତି ନାହିଁ। ନାଥନ ଭବିଷ୍ୟଦ୍‌ବକ୍ତା ଆସନ୍ତି ଓ ଦାଉଦ କରିଥିବା ପାପ ସହିତ ଦାଉଦଙ୍କୁ ସମ୍ମୁଖିନ କରାନ୍ତି, ପୁଣି ରାଜା ଦାଉଦ କିଛି କହନ୍ତି ନାହିଁ, “ଆଚ୍ଛା, ଠିକ୍ ଅଛି। ଏହା ଏକ ବଡ ବିଷୟ ନୁହେଁ।” ଦାଉଦଙ୍କଠାରେ କୌଣସି ତାତ୍ପର୍ଯ୍ୟ ନାହିଁ ଯେ ସେ ଧୂସର ରଙ୍ଗରେ ପାପ ରଙ୍ଗ କରିବାକୁ ଯିବେଦାଉଦ ପାପକୁ ପାପ ପରି ଦେଖନ୍ତି, ସେ ଏହାକୁ କଳା ଏବଂ ଧଳା ଭାବରେ ଦେଖନ୍ତି, ପୁଣି ସେହି ପାପ ଭୟଙ୍କର ଅଟେ। ବାସ୍ତବରେ, ଏହି ପ୍ରଥମ ଦୁଇଟି ପଦରେ କେତେକ କୌତୁହଳଜନକ ସାହିତ୍ୟକ ଉପକରଣ ଚାଲୁଅଛି କାରଣ ଦାଉଦ ପାପ ନିମନ୍ତେ ତିନୋଟି ଭିନ୍ନ ଭିନ୍ନ ଶବ୍ଦ ବ୍ୟବହାର କରୁଅଛନ୍ତି: ଅଧର୍ମ, ଅପରାଧ ଓ ପାପ। ପୁଣି ଏହି ଶବ୍ଦଗୁଡ଼ିକର ସଂଗ୍ରହ ଦାଉଦଙ୍କ ଭୟଙ୍କର ପାପର ସମୁଦାୟ ଉପରେ ଗୁରୁତ୍ୱ ଦେବାକୁ ବୁଝାଯାଏ। ତହିଁ ଉତ୍ତାରେ ପାପ ପାଇଁ ସେହି ତିନୋଟି ଶବ୍ଦର ସମାନ୍ତର ହେଉଛି କିପରି ପରମେଶ୍ୱର ତାଙ୍କ ପାପକୁ କ୍ଷମା କରିବେ ସେଥି ନିମନ୍ତେ ତିନୋଟି ଶବ୍ଦର ଚିତ୍ର। ତିନୋଟି ଶବ୍ଦର ଚିତ୍ରଗୁଡ଼ିକର ସଂଗ୍ରହ ପରମେଶ୍ୱରଙ୍କ କୃପା ପାପ କ୍ଷମାର ସମୁଦାୟରେ ଗୁରୁତ୍ୱ ଦେଇଥାଏ। ପୁଣି ଦାଉଦ କହନ୍ତି, “ମୋ’ର ଅଧର୍ମ ମାର୍ଜନା କର। ସେଗୁଡ଼ିକୁ ତୁମ୍ଭର ଅଭିଲିଖିତ ପୁସ୍ତକରୁ ଦୂର କର। ସେଗୁଡ଼ିକୁ ଲିଭାଇ ଦିଅ। ସେଗୁଡ଼ିକୁ ପୋଛି ଦିଅ। ମୋ’ର ଅପରାଧରୁ ମୋତେ ସମ୍ପୂର୍ଣ ଭାବରେ ପ୍ରକ୍ଷାଳନ କର। ପାପ ଏକ କଳଙ୍କ ଅଟେ ଯାହା ମୋ’ ଜୀବନରୁ ପରମେଶ୍ୱରଙ୍କ ଦ୍ୱାରା ଧୌତ ହେବା ଆବଶ୍ୟକ। ମୋ’ର ପାପରୁ ମୋତେ ଶୁଚି କର।” ଏହା ଯାଜକୀୟ ଭାଷା ଅଟେ। ଯଦି ଆପଣ ଅଶୁଚି ଥା’ନ୍ତ, ବୋଧହୁଏ ଜଣେ କୁଷ୍ଠୀ ହୋଇଥା’ନ୍ତ, ଆପଣ ସହଭାଗୀତାଠାରୁ ବହିଷ୍କୃତ ହୋଇଥା’ନ୍ତ; ଆପଣ ଇସ୍ରାଏଲର ଗୋଷ୍ଠୀରୁ ବହିଷ୍କୃତ ହୋଇଥା'ନ୍ତ। ପୁଣି ଦାଉଦ ଯାହା କହୁଅଛନ୍ତି ତାହା ହେଉଛି, “ମୋ’ର ପାପରୁ ମୋତେ ଶୁଚି କର, ମୁଁ ସହଭାଗିତାକୁ ଫେରିବାକୁ ଚାହୁଁଅଛି। ମୁଁ ଗୋଷ୍ଠୀକୁ ଫେରିବାକୁ ଚାହୁଁଅଛି, କେବଳ ମୋ'ର ସହ- ଇସ୍ରାଏଲୀୟମାନଙ୍କ ସହିତ ନୁହେଁ, ମାତ୍ର ମୁଖ୍ୟତଃ, ମୁଁ ମୋହର ପରମେଶ୍ୱରଙ୍କ ସହଭାଗୀତାକୁ ଫେରିବାକୁ ଚାହୁଁଅଛି। ମୋ'ର ଅଧର୍ମ ମାର୍ଜନା କର, ମୋ'ର ଅପରାଧରୁ ମୋତେ ପ୍ରକ୍ଷାଳନ କର, ମୋ'ର ପାପରୁ ମୋତେ ଶୁଚି କର।” ସମସ୍ତ ଉପାୟସବୁ ଯାହା ଦାଉଦଙ୍କୁ ସୂଚିତ କରିବାକୁ ପଡୁଅଛି ତାହା କେବଳ ନୁହେଁ ଯେ ତାଙ୍କର ପାପ ସଂପୂର୍ଣ୍ଣ ଭାବରେ ଭୟଙ୍କର, କିନ୍ତୁ ତଥାପି ପରମେଶ୍ୱର ସକ୍ଷମ ଓ ପାପର ସର୍ବାଧିକ ମନ୍ଦତାକୁ ମଧ୍ୟ କ୍ଷମା କରିବାକୁ ଇଛୁକ ଅଟନ୍ତି।

ମୁଁ ଭାବୁଛି ଗୀତସଂହିତା ୫୧ ପର୍ବ ପରି କିଛି ବିଷୟରେ ଦେଖିବାକୁ ଓ ଏହାର ପ୍ରଭାବରେ କିଛି ବିଷୟ କହିବା ସମ୍ଭବତଃ ଏକ ମାନବୀୟ ପ୍ରବୃତ୍ତି ଅଟେ, “ଠିକ୍ ଅଛି, ହଁ, ଯଦି ମୁଁ କାହାକୁ ବଳାତ୍କାର କିମ୍ବା ହତ୍ୟା କରିଥାନ୍ତି, ତେବେ ମୁଁ ଏହିପରି ସ୍ୱୀକାର କରିଥାନ୍ତି।” କିନ୍ତୁ ତା’ପରେ ଭାବିବାକୁ ପଡ଼ିବ, “ଆଚ୍ଛା, ମୁଁ ଯାହା କରିଅଛି ତାହା ପ୍ରକୃତରେ ଖରାପ ନୁହେଁ, ତେଣୁ, ବାସ୍ତବରେ ସେହି ପ୍ରକାରେ ସ୍ୱୀକାର କରିବାକୁ ମୁଁ ଆବଶ୍ୟକ କରେ ନାହିଁ।” ଅନ୍ୟ ଅର୍ଥରେ, ମୁଁ ଭାବୁଛି, ଏହା ମାନବୀୟ ଅବସ୍ଥିତିର ଏକ ଅଂଶ, ମାନବୀୟ ଦ୍ଵିଧା, ପାପ ଅଟେ, ଏହାକୁ ଲେଖା ଓ ଛପାରେ ଦେବା ପରିବର୍ତ୍ତେ ପାପକୁ ଧୂସର ରଙ୍ଗର ଛାୟାରେ ଚିତ୍ରାଙ୍କନ କରିବା। “ଆଚ୍ଛା, ଧ୍ୟାନ ଦିଅନ୍ତୁ, ମୁଁ ନିକଟ ଅତୀତରେ କାହା ବଳାତ୍କାର କରି ନାହିଁ କିମ୍ବା ହତ୍ୟା କରି ନାହିଁ। ଗୀତସଂହିତା ୫୧ ପର୍ବ ମୋ’ ପାଇଁ ପ୍ରଯୁଜ୍ୟ ନୁହେଁ।” ବାସ୍ତବରେ? ଏହି କୋଠରୀରେ ଏପରି କୌଣସି ବ୍ୟକ୍ତି ଅଛି କି ଯେ କେବେ କାମଭାବ କରି ନାହିଁ? ଯୀଶୁ କହନ୍ତି, ଯଦି ତୁମେ କୌଣସି ସ୍ତ୍ରୀଙ୍କ ପ୍ରତି କାମଭାବରେ ଦୃଷ୍ଟିପାତ କରିଅଛ, ତେବେ ତୁମେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କରିଅଛ। ଏହି କୋଠରୀରେ କେହି କେବେ କାହାକୁ ହତ୍ୟା କରି ନାହିଁ କି? ବାସ୍ତବରେ? ଯେ କେହି ଆପଣା ଭାଇକୁ ଘୃଣା କରେ ସେ ସମାନ ବିଚାର ପାଇଁ ଦାୟୀ। ତାହାହିଁ ଯୀଶୁ ମାଥିଉ ୫ ପର୍ବରେ କହିଅଛନ୍ତି ତାହା ମୁଁ ସନ୍ଦେହ କରେ ଯେ, ପରମେଶ୍ୱର ଯେପରି ଦେଖନ୍ତି ଯଦି ଆମ୍ଭେମାନେ ପାପକୁ ସେପରି ଦେଖିଥାନ୍ତୁ, ତେବେ ବୋଧହୁଏ ଆମ୍ଭେମାନେ ମନେକରୁ କରିବା ଅପେକ୍ଷା ଆମ୍ଭେମାନେ ଦାଉଦଙ୍କ ସଦୃଶ ଆହୁରି ଅଧିକ ଦେଖିଥା’ନ୍ତୁ। ପୁଣି ଆମ୍ଭେମାନେ ଏକାଧିକ ଥର ଆମ୍ଭମାନଙ୍କର ବାଇବଲ ଖୋଲିବା ଆଉ ଗୀତସଂହିତା ୫୧ ପର୍ବକୁ ଯାଇ କହିବା, “ମୁଁ ସେହି ବ୍ୟକ୍ତି,” ଦାଉଦ ନାଥନଙ୍କୁ ଦେଇଥିବା ସମାନ ପ୍ରତ୍ୟୁତ୍ତର,“ମୁଁ ସେହି ମହିଳା ଆଉ ଗୀତସଂହିତା ୫୧ ପର୍ବ ମୋ’ ପାଇଁ ପ୍ରଯୁଜ୍ୟ।” ପ୍ରକୃତ ସ୍ୱୀକାର ଈଶ୍ୱରଙ୍କ ସହିତ ସମ୍ମତ ପ୍ରକାଶ କରେ ଯେ, ପାପ ଭୟଙ୍କର ଅଟେ। ଏହା କ୍ରୀଡାକୁ ତୁଳନା କରି ଖେଳେ ନାହିଁ, ଏହା ଧୂସର ରଙ୍ଗରେ ଚିତ୍ରାଙ୍କନ କରେ ନାହିଁ; ଏହା ଏହାକୁ କଳା ଏବଂ ଧଳାରେ ଚିତ୍ରାଙ୍କନ କରେ।

ଗ. ପ୍ରକୃତ ସ୍ୱୀକାର କରେ ଯେ ଆମ୍ଭେମାନେ ପାପ କ୍ଷମା ଯୋଗ୍ୟ ନହୁଁ

ଅନ୍ୟ ଏକ ବିଷୟ ସଂଖ୍ୟା ତିନି, ଯାହା ଆପଣ ସ୍ୱୀକାର ବିଷୟରେ ପ୍ରଥମ ଏବଂ ଦ୍ଵିତୀୟ ପଦରେ ଦେଖିବାକୁ ପାଇବେ ତାହା ହେଉଛି ପ୍ରକୃତ ସ୍ୱୀକାର ଯାହା ସମ୍ମତ କରେ ଯେ ଆପଣ ମୁଁ କ୍ଷମା ପାଇବାକୁ ଯୋଗ୍ୟ ନାହୁଁ। ଯେତେବେଳେ ଆପଣ ଏହି ପ୍ରଥମ ଦୁଇଟି ପଦଗୁଡ଼ିକ ଏବଂ ବାକି ଗୀତଗୁଡ଼ିକ ପଢିବେ, ପରମେଶ୍ୱରଙ୍କ ସହିତ ଦାଉଦଙ୍କ ମୂଲ କରିବାର କୌଣସି ଅର୍ଥ ନାହିଁ। ତାଙ୍କର କହିବାର କୌଣସି ଅର୍ଥ ନାହିଁ, “ଅବଶ୍ୟ, କିନ୍ତୁ ମୁଁ ଆପଣଙ୍କ ପାଇଁ କ’ଣ କରିଅଛି ସେହିସବୁ ଦେଖନ୍ତୁ। ମୋଟ ଉପରେ ମୁଁ ତୁମର ରାଜା ଅଟେ, ଠିକ୍? ତୁମେ ମୋତେ ତୁମର ପୁତ୍ର ବୋଲି ଘୋଷଣା କଲ (ଗୀତସଂହିତା ୨)। ମୋ'ର କହିବାର ଅର୍ଥ, ମୁଁ ଗଲିୟାତକୁ ବଧ କଲି, ମୁଁ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲି, ଯେତେବେଳେ ମୁଁ ପାରିଥାନ୍ତି, ମୁଁ ଶାଉଲଙ୍କୁ ବଧ କଲି ନାହିଁ। ମୁଁ ସେହିପରି ଜଣେ ଖରାପ ଲୋକ ନୁହେଁ। ମୋ'ର କହିବାର ଅର୍ଥ, ଅଗ୍ରସର କର, ତୁମେ କଣ ସନ୍ଦେହର ସୁବିଧା ମୋତେ ଦେଇପାରିବ ନାହିଁ ଏବଂ ଏହାକୁ ଏକ ଯଥାସମ୍ଭବ ନିଶବ୍ଦରେ ଚାଲିବାକୁ ଦେବ ନାହିଁ କି?” ଗୀତସଂହିତା ୫୧ ପର୍ବରେ ସେପରି କିଛି ନାହିଁ। “ମୁଁ କ୍ଷମା ପାଇବାକୁ ଯୋଗ୍ୟ” ର କୌଣସି ଅର୍ଥ ନାହିଁ କିନ୍ତୁ ବରଂ ଦାଉଦ ପରମେଶ୍ୱରଙ୍କ ସହିତ ତାଙ୍କ ବିଷୟରେ ଯୁକ୍ତିତର୍କ କରିବା ପରିବର୍ତ୍ତେ ଯାହା ସେ କରନ୍ତି, ତାହା ହେଉଛି ସେ ପରମେଶ୍ୱରଙ୍କ ମୌଳିକ ଚରିତ୍ରକୁ ନିବେଦନ କରନ୍ତି ଯେ ସେ ଦୟାରେ ପରିପୂର୍ଣ୍ଣ ଏକ ଈଶ୍ୱର ଅଟନ୍ତି, କିମ୍ବା “ଦୟା କରନ୍ତି” ଏବଂ ସେ ସତ୍ୟତାରେ ପରିପୂର୍ଣ୍ଣ ପରମେଶ୍ୱର ଅଟନ୍ତି। ଆପଣ ଯାତ୍ରା. ୩୪ ପର୍ବରେ ଥିବା ଅତୀତ କଥାକୁ ସ୍ମରଣ କରନ୍ତୁ ଯେତେବେଳେ ପରମେଶ୍ୱର ମୋଶାଙ୍କୁ ଶୈଳର ଛିଦ୍ରରେ ରଖିଲେ ଓ ତାହାଙ୍କର ମହିମା ଗମନ କଲା ଓ ପରମେଶ୍ୱର (ଯାତ୍ରା ୩୪: ୬ ପଦରୁ ଆରମ୍ଭ) ଆପଣାର ପରିଚ଼ୟ ଘୋଷଣା କଲେ। “ସଦାପ୍ରଭୁ, ସଦାପ୍ରଭୁ, (ତାହାଙ୍କର ବ୍ୟକ୍ତିଗତ ନାମ), ପରମେଶ୍ୱର, ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଏବଂ ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ।” ଏପରି ପରମେଶ୍ୱର ଅଟନ୍ତି। ହଜାର ହଜାରଙ୍କ, ଅପରାଧ, ଅଧର୍ମ ଓ ପାପ କ୍ଷମା କରିବା ନିମନ୍ତେ ସ୍ନେହପୂର୍ଣ୍ଣ କରୁଣା ରଖିଛନ୍ତି।” ସେହି ସମାନ ତିନୋଟି ଶବ୍ଦ ଯାହା ଦାଉଦ ଗୀତସଂହିତା ୫୧ ପର୍ବରେ ବ୍ୟବହାର କରନ୍ତି। ତେଣୁ ଦାଉଦ ଜାଣନ୍ତି ଯେ, ସେ କ୍ଷମା ପାଇବାକୁ ଯୋଗ୍ୟ ନୁହଁନ୍ତି। ସେ ଏହାକୁ ପାଇବା ପାଇଁ କିଛି କରି ନାହାଁନ୍ତି, ବରଂ ସେ ପରମେଶ୍ୱରଙ୍କ ନିୟମ ସମ୍ବନ୍ଧୀୟ ପ୍ରେମକୁ ନିବେଦନ କରନ୍ତି। ସେ ପରମେଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣା, ଅଭାବଗ୍ରସ୍ଥ ଓ ଅଯୋଗ୍ୟମାନଙ୍କ ପ୍ରତି ତାହାଙ୍କ ଦୟା ପାଇଁ ନିବେଦନ କରନ୍ତି। ପୁଣି ତାହାଙ୍କୁ କ୍ଷମା କରିବାକୁ ସେ ପରମେଶ୍ୱରଙ୍କୁ ଆହ୍ୱାନ କରନ୍ତି। ପ୍ରକୃତ ସ୍ୱୀକା କିଛି ଅଟକାଇ ରଖେ ନାହିଁ। ଏହା ସ୍ୱୀକାର କରେ ଯେ ମୋ'ର ପାପ ଭୟଙ୍କର ଅଟେ ପୁଣି ଏହା ସ୍ୱୀକାର କରେ ଯେ ମୁଁ ପାପ କ୍ଷମା ପାଇବାକୁ ଯୋଗ୍ୟ ନୁହେଁ। ଏହି ଦୁଇଟି ପଦଗୁଡ଼ିକ ଶକ୍ତିଶାଳୀ, ନୁହେଁ କି?

୩. ଗୀତସଂହିତା ୫୧: ୩-୧୭

କ. ଦାଉଦ ପାପ କ୍ଷମା ପ୍ରାପ୍ତ ହେବାକୁ ଚାହାଁନ୍ତି

ଗୀତସଂହିତା ୫୧ ପର୍ବର ଅବଶିଷ୍ଟ ଅଂଶରେ ଯାହା ଘଟେ ତାହା ହେଉଛି ଦାଉଦ ଏହି ପ୍ରଥମ ଦୁଇଟି ପଦଗୁଡ଼ିକରେ ପୂର୍ବରୁ ସମାବୃତ ହୋଇଥିବା ନିର୍ଦ୍ଦିଷ୍ଟ ବିଷୟସବୁକୁ ବିଶଦ ଭାବରେ ବୁଝାଇବାକୁ ଆରମ୍ଭ କରନ୍ତି। “କାରଣ ମୁଁ ଜାଣେ ମୋ'ର ଅଧର୍ମ ଓ ମୋ'ର ପାପ ସର୍ବଦା ମୋ ସମ୍ମୁଖରେ ଅଛି। ମୁଁ ତୁମ୍ଭ ବିରୁଦ୍ଧରେ କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି, ଆଉ ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହାହିଁ କରିଅଛି।” ସେ ବତ୍‍ଶେବା ଓ ଊରିୟଙ୍କୁ ବହୁତ ଖରାପ ଭାବରେ ବିଶୃଙ୍ଖଳ କଲେ, କିନ୍ତୁ ସେ ଜାଣନ୍ତି ଯେ ଶେଷରେ ସମସ୍ତ ପାପ ପରମେଶ୍ୱରଙ୍କ ହୃଦୟକୁ ଯାଏ।" ଯାହା ଫଳରେ ତୁମେ ତୁମର ବାକ୍ୟରେ ଧାର୍ମିକ ଗଣିତ ହୁଏତ ହୋଇ ପାର ପୁଣି ତୁମର ବିଚାରରେ ନିର୍ଦ୍ଦୋଷ ହେବ।" ଅନ୍ୟ ଶବ୍ଦରେ, “ଯେତେବେଳେ ତୁମେ ମୋତେ ମୋ'ର ପାପ ବିଷୟରେ ଦୋଷୀ ବୋଲି ଉଚ୍ଚାରଣ କର, ତୁମେ ଠିକ୍। ତୁମେ ଏହା କରିବାରେ ଠିକ୍।” “ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋ’ ମାତା ମୋତେ ଗର୍ଭରେ ଧାରଣ କଲା। ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଚାହୁଁଅଛ, ପୁଣି ତୁମ୍ଭେ ଗୁଢସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ।” ପରମେଶ୍ୱର କ’ଣ ଇଚ୍ଛା କରନ୍ତି ଓ ଦାଉଦ ପ୍ରକୃତରେ କିଏ ଅଟନ୍ତି ତାହା ମଧ୍ୟରେ ଥିବା ଏକ କୌତୁହଳଜନକ ପ୍ରଭେଦକୁ ୫ ଓ ୬ ପଦ ଯୋଗାଏ। ୬ ପଦରେ, ପରମେଶ୍ୱର ଆମ୍ଭମାନଙ୍କ ଅନ୍ତର ସହିତ ଅଧିକ ଆଗ୍ରହାନ୍ଵିତ ଅଟନ୍ତି। ସେ ଆମ୍ଭମାନଙ୍କ ଅନ୍ତରରେ ସତ୍ୟତା ଚାହାଁନ୍ତି। ସେ ଆମ୍ଭମାନଙ୍କ ଗୁପ୍ତ ହୃଦୟରେ ଆମ୍ଭମାନଙ୍କର ଜ୍ଞାନ ଚାହାଁନ୍ତି। ଅନ୍ୟ ଅର୍ଥରେ, ଅନ୍ତରରେ କ’ଣ ଅଛି, ଆମ୍ଭେମାନେ କାହା ସହିତ ଅଛୁ ସେ ବିଷୟରେ ପରମେଶ୍ୱର ପ୍ରଥମ ଓ ସର୍ବ ପ୍ରଧାନ ଚିନ୍ତିତ ଅଟନ୍ତି। ପୁଣି ତା’ପରେ ଦ୍ୱିତୀୟତଃ, ଆମ୍ଭେମାନେ କାହା ସହିତ କ’ଣ କରୁ। କିନ୍ତୁ ଅଭ୍ୟନ୍ତରୀଣରେ କ’ଣ ଅଛି ପରମେଶ୍ୱର ସେହି ବିଷୟରେ ଚିନ୍ତିତ ପୁଣି ଦାଉଦଙ୍କ ଭିତରେ ଥିବା ସତ୍ୟ ପରିବର୍ତ୍ତେ, ଦାଉଦ ତାହାଙ୍କ ନିଜ ପାପ ସହିତ ଗ୍ରାସିତ ହୋଇଅଛନ୍ତି, ତେଣୁ ପରମେଶ୍ୱର ଦାଉଦଙ୍କୁ କ’ଣ ହେବାକୁ ଚାହାଁନ୍ତି ପୁଣି ସେ କିଏ ଏଥି ମଧ୍ୟରେ ଥିବା ପ୍ରଭେଦକୁ ୮ ପଦ ବୁଝାଏ। ଏହା ଏକ କବିତା ସମ୍ବନ୍ଧୀୟ ବକ୍ତବ୍ୟ ଯାହା ଦାଉଦଙ୍କ ପାପର ସମ୍ପୂର୍ଣ୍ଣତାକୁ ଗୁରୁତ୍ୱ ଦେଇଥାଏ। “ହେ ପରମେଶ୍ୱର, ତୁମ୍ଭେ ମୋ, ଅନ୍ତରରେ ସତ୍ୟତା ଚାହୁଁଅଛ, କିନ୍ତୁ ମୁଁ ଅନୁଭବ କରୁଅଛି ପୁଣି ମୁଁ ତୁମ୍ଭ ସମ୍ମୁଖରେ ମୁଁ, ମୋ' ପାପରେ ଅଶୁଚି ଅଟେ।" ଯେପରି ସେ ସମ୍ପୂର୍ଣ୍ଣ ଭାବରେ ସ୍ୱୀକାର କରିବାକୁ ଚେଷ୍ଟା କରନ୍ତି ଯେ, ସେ ତାହାଙ୍କ ପାପ ବିଷୟରେ ଦୋଷୀ ଅଟନ୍ତି ସେପରି ତାହାହିଁ ପ୍ରଭେଦ ଯାହା ଦାଉଦ ସ୍ଥାପିତ କରୁଅଛନ୍ତି। ମୁଁ ବିଶ୍ୱାସ କରେ ନାହିଁ ଯେ, ପୁନର୍ଜନ୍ମ ପାଇଥିବା ଓ ନୂତନ ଭାବରେ ଗର୍ଭଧାରଣ କରିଥିବା ଭୃଣ ସମସ୍ତଙ୍କ ପ୍ରତି ୫ ପଦ ଏକ ପରମେଶ୍ୱର ତତ୍ତ୍ଵିକ ସତ୍ୟ ବିଷୟରେ ପ୍ରଯୁଜ୍ୟ ଅଟେ। ମୁଁ ଏହି ପଦରେ ଯାହା କହିବାକୁ ଯାଉଅଛି ସେହି ବିଷୟରେ ଚିନ୍ତା କରେ ନାହିଁ। କ’ଣ ଚାଲୁଅଛି ତାହା ହେଉଛି ପରମେଶ୍ୱର ଯାହା ଆମ୍ଭାମାନଙ୍କର ହୃଦୟରେ ରହିବାକୁ ଏତେ ଗଭୀର ଭାବରେ ଇଚ୍ଛା କରନ୍ତି, ଓ ଦାଉଦଙ୍କ ହୃଦୟଙ୍ଗମ ଯେ, ସେ ପରମେଶ୍ୱରଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ଭାବରେ ପାପୀ ଅଟନ୍ତି। ତେଣୁ ସେ ଆପଣା ଦୋଷ ସ୍ୱୀକାର କରିବା ପରେ, ୭ ରୁ ୧୨ ପଦରେ ପାପ କ୍ଷମା ନିମନ୍ତେ ପ୍ରାର୍ଥନା କରୁଅଛନ୍ତି। “ଏସୋବ ଦେଇ ମୋତେ ନିର୍ମଳ କର, ତହିଁରେ ମୁଁ ଶୁଚି ହେବି। ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି। ମୋତେ ଆଲ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ। ତହିଁରେ ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ପ୍ରଫୁଲ୍ଲ ହେବ। ମୋ' ପାପସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର ଓ ମୋ' ଅପରାଧସବୁ ମାର୍ଜନା କର। ହେ ପରମେଶ୍ୱର, ମୋ' ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ଓ ମୋ' ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର। ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ ଓ ତୁମ୍ଭ ପବିତ୍ରଆତ୍ମା ମୋଠାରୁ ନିଅ ନାହିଁ। ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ ଓ ସ୍ଵଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ।” ଦାଉଦ ଜାଣନ୍ତି ଯେ ପରମେଶ୍ୱର ତାଙ୍କୁ କ୍ଷମା କରିବେ। ଦାଉଦ ଜାଣନ୍ତି ଯେ ପରମେଶ୍ୱରଙ୍କ କ୍ଷମା ସମ୍ପୂର୍ଣ୍ଣ ଓ ସମୁଦାୟ ହେବ। ତଥାପି ଦାଉଦ ବୁଝନ୍ତି ଯେ, ପାପ ଆମ୍ଭମାନଙ୍କୁ ଏହି ଗଭୀର ଶୂନ୍ୟତା ଏବଂ ଏକାକୀର ଭାବନାକୁ ଛାଡ଼ିଦିଏ। କିନ୍ତୁ ପାପ କ୍ଷମା ସହିତ ପରମେଶ୍ୱରଙ୍କ ସହ ସହଭାଗୀତାର ପୁନଃରୁଦ୍ଧାର ଆସେ। ସେ ଜାଣନ୍ତି ଯେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କୁ ଛାଡ଼ିଦେଲେ ଓ ସେ ଚାହୁଁ ନାହାଁନ୍ତି ଯେ ତାଙ୍କ ସହିତ ତାହା ହେଉ। ସେ ଜାଣନ୍ତି ଯେ ପାପ କ୍ଷମାରେ ସମ୍ପର୍କର ପୁନଃରୁଦ୍ଧାର ଆସେ ପୁଣି ଆନନ୍ଦ ଓ ଉଲ୍ଲାସ ଫେରି ଆସେ। ଏବଂ ତାହା ପାପ କ୍ଷମା ନିମନ୍ତେ ତାଙ୍କ ପ୍ରାର୍ଥନାର ସମସ୍ତ ଅଂଶ ଅଟେ।

ଖ. ଦାଉଦ ଭିନ୍ନ ହେବାକୁ ଚାହାଁନ୍ତି

କିନ୍ତୁ ଧ୍ୟାନ ଦିଅନ୍ତୁ, ଏହା ଦେଖିବାକୁ ଗୁରୁତ୍ୱପୂର୍ଣ୍ଣ ଅଟେ ଯେ, ଦାଉଦ କେବଳ କ୍ଷମାପ୍ରାପ୍ତ ହେବାକୁ ଚାହାଁନ୍ତି ନାହିଁ ସେ କେବଳ କ୍ଷମାପ୍ରାପ୍ତ ହେବାକୁ ଚାହାଁନ୍ତି ନାହିଁ, ସେ ଭିନ୍ନ ହେବାକୁ ଚାହାଁନ୍ତି। ପରମେଶ୍ୱର ତାଙ୍କୁ ପରିବର୍ତ୍ତନ କରନ୍ତୁ ବୋଲି ସେ ଚାହାଁନ୍ତି। ପରମେଶ୍ୱର, ଦାଉଦଙ୍କ ଅନ୍ତଃକରଣକୁ ଶୁଚି ଓ ତାଙ୍କ ଆତ୍ମାକୁ ଆଜ୍ଞା ପାଳନ କରିବା ନିମନ୍ତେ ଇଛୁକ କରି ପରିବର୍ତ୍ତନ କରିବାକୁ ସେ ଚାହାଁନ୍ତି। ଗୀତସଂହିତା ୫୧ ପର୍ବରେ ଆଦୌ ନିୟମ ପ୍ରତି ଅତ୍ୟଧିକ ଅନୁରୋକ୍ତି ନାହିଁ। "ହଁ, ମୁଁ କେତେକ ବିଷୟ ମଧ୍ୟ ଦେଇ ଗତି କରିବାକୁ ଯାଉଛି, ଏବଂ ମୋ’ ଆଖପାଖର ଲୋକମାନଙ୍କ ଉପରେ ମନ ପରିବର୍ତ୍ତନ ଏକ ପ୍ରକାର ନିଦର୍ଶନ କିମ୍ବା କିଛି କରି ଏକ ସକରାତ୍ମକ ପ୍ରଭାବ ପକାଇବାକୁ ଆଶା କରୁଛି। ଏପରି କିଛି ନୁହେଁ। ଗୀତସଂହିତା ୫୧ ପର୍ବରେ ବାହ୍ୟ ବିଷୟ କିଛି ନାହିଁ। ଦାଉଦ ପରମେଶ୍ୱରଙ୍କ ନିକଟରେ କ୍ରନ୍ଦନ କରୁଅଛନ୍ତି ତାହା ହେଉଛି, “ମୋ' ଗତିଦାୟକ ଯନ୍ତ୍ର ପରିବର୍ତ୍ତନ କର। ଯାହା ମୋତେ ଚଲାଇଥାଏ ତାହା ପରିବର୍ତ୍ତନ କର। ମୋ'ର ଅନ୍ତଃକରଣକୁ ଶୁଚି କର। ମୋ'ର ମାନବୀୟ ଆତ୍ମାକୁ ଇଛୁକ କର। ମୁଁ ତୁମ୍ଭ ଆଜ୍ଞା ପାଳନ କରିବାକୁ ଚାହେଁ; ମୁଁ ଯାହା ଯଥାର୍ଥ ତାହା କରିବାକୁ ଚାହୁଁଛି। ମୁଁ ମୋ' ବିଶ୍ୱାସକୁ ଆନନ୍ଦଜନକ ବାଧ୍ୟତାରେ ପ୍ରବାହିତ କରିବାକୁ ଚାହେଁ।” "ମୁଁ ଦୁଃଖିତ" ବୋଲି କହିବା ଦ୍ୱାରା ଦାଉଦ କେବଳ ସନ୍ତୁଷ୍ଟ ନୁହଁନ୍ତି। ଦାଉଦ ବୁଝନ୍ତି ଯେ, ପ୍ରକୃତ ପାପ କ୍ଷମା ଅର୍ଥ ହେଉଛି, ଆମ୍ଭେମାନେ ପରିବର୍ତ୍ତିତ ହୋଇଅଛୁ ପୁଣି ପରିବର୍ତ୍ତନ ଅନ୍ତରରୁ ଆରମ୍ଭ ହୁଏ ଓ ତା’ପରେ ଆମ୍ଭମାନଙ୍କ ହୃଦୟରୁ ପ୍ରବାହିତ ହୁଏ ପୁଣି ଆମ୍ଭେମାନେ ଯାହା କରୁ ତାହା ଆମ୍ଭମାନଙ୍କ ଆତ୍ମାରୁ ପ୍ରବାହିତ ହୁଏ।

ଗ. ଦାଉଦ ଏକ ଅନୁତପ୍ତ ଶପଥ ଗ୍ରହଣ କରନ୍ତି

ତା’ପରେ,ଦାଉଦ ଯାଇ ସେ ଏକ ଅନୁତପ୍ତର ଶପଥ ଗ୍ରହଣ କରନ୍ତି। ଦାଉଦ କହନ୍ତି, “ହେ ପରମେଶ୍ୱର, ଯଦି ତୁମ୍ଭେ ମୋତେ ସୁଯୋଗ ଦେବ, ଅନ୍ୟ ଅର୍ଥରେ, ଯଦି ତୁମ୍ଭେ ମୋତେ କ୍ଷମା କରିବ, ତେବେ ମୁଁ  ଲୋକମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି।” ଦୟାକରି ୧୩-୧୭ ପଦରେ ଦେଖନ୍ତୁ। “ତା’ପରେ ଯେତେବେଳେ ତୁମ୍ଭେ ମୋତେ କ୍ଷମା କରିଅଛ, ତହିଁରେ ମୁଁ ଅପରାଧୀମାନଙ୍କୁ ତୁମ୍ଭର ପଥ ଶିଖାଇବି ଓ ପାପୀମାନେ ତୁମ୍ଭ ପ୍ରତି ଫେରିବେ। ହେ ପରମେଶ୍ୱର, ମୋ’ ତ୍ରାଣର ପରମେଶ୍ୱର, ତୁମ୍ଭେ ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର; ତହିଁରେ ମୋହର ଜିହ୍ୱା ତୁମ୍ଭ ଧର୍ମ ବିଷୟ ଉଚ୍ଚ ସ୍ୱରରେ ଗାନ କରିବ। ହେ ପ୍ରଭୋ, ମୋ' ଓଷ୍ଠାଧର ଫିଟାଅ, ତହିଁରେ ମୋ' ମୁଖ ତୁମ୍ଭର ପ୍ରଶଂସା ପ୍ରକାଶ କରିବ। ବାସ୍ତବରେ, ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ମୋତେ କ୍ଷମା କର ସେତେବେଳେ ମୁଁ କ’ଣ କହିବାକୁ ଯାଉଅଛି, ତାହା ବର୍ତ୍ତମାନ ତୁମ୍ଭକୁ ମୋତେ କହିବାକୁ ଦିଅ। କାରଣ ତୁମ୍ଭେ ସନ୍ତୁଷ୍ଟ ହେବ ନାହିଁ, ଯେହେତୁ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ; ହେଲେ ମୁଁ ତାହା ଦିଅନ୍ତି, ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ।” ପରମେଶ୍ୱରଙ୍କ ବଳିଦାନ, ଯେଉଁ ବଳିଦାନ ପ୍ରଥମ ଓ ସର୍ବପ୍ରଧାନ ତାହା ପରମେଶ୍ୱର ଚାହାଁନ୍ତି, ତାହା ହେଉଛି ଏକ ଭଗ୍ନ ଆତ୍ମା। "ହେ ପରମେଶ୍ୱର, ତୁମ୍ଭେ ଭଗ୍ନ ଓ ଚୁର୍ଣ୍ଣ ଅନ୍ତଃକରଣ ତୁଚ୍ଛ କରିବ ନାହିଁ।" ଦାଉଦ କହନ୍ତି, “ଯେତେବେଳେ ତୁମ୍ଭେ ମୋତେ କ୍ଷମା କରିବ, ସେତେବେଳେ ଏହା ହିଁ ଯାହା ମୁଁ ଲୋକମାନଙ୍କୁ କହିବାକୁ ଯାଉଅଛି। ଏକ ଅବାଧ୍ୟ ଆତ୍ମା ସହିତ ପାପ ପ୍ରତି ପ୍ରତ୍ୟୁତ୍ତର କର ନାହିଁ, ବରଂ ଏକ ଭଗ୍ନ ଅନ୍ତଃକରଣ ସହିତ ପରମେଶ୍ୱରଙ୍କୁ ପ୍ରତ୍ୟୁତ୍ତର କର। ଯେତେବେଳେ ଆପଣ ଆପଣଙ୍କର ପାପ ସହିତ ସମ୍ମୁଖୀନ ହୁଅନ୍ତି, ଯୁକ୍ତି କର ନାହିଁ ଯେ ଆପଣଙ୍କର ପାପ ସେତେ ମନ୍ଦ ନୁହେଁ। ଏହା ପରିବର୍ତ୍ତେ, ଆପଣଙ୍କର ପାପ ସମ୍ମୁଖୀନ କରିବାର ପ୍ରତ୍ୟୁତ୍ତରରେ ଆପଣଙ୍କର ଆତ୍ମା ଭଗ୍ନ ଏବଂ ଚୁର୍ଣ୍ଣ ହେବା ଆବଶ୍ୟକ ତାହା ହିଁ ପରମେଶ୍ୱର ଚାହାଁନ୍ତି ଯେତେବେଳେ ସେ ଆମ୍ଭମାନଙ୍କ ଜୀବନରେ ନାଥନଙ୍କୁ ଆମ୍ଭମାନଙ୍କର ପାପର ସମ୍ମୁଖୀନ ହେବାକୁ ପଠାନ୍ତି” ଏହା ଏକ ଶକ୍ତିଶାଳୀ ପ୍ରତିକୃତି, ଏହା ନୁହେଁ କି? ଏହା ସ୍ୱୀକାର ଓ ମନ ପରିବର୍ତ୍ତନର ଏକ ଶକ୍ତିଶାଳୀ ପ୍ରତିକୃତି ଯେଉଁଠାରେ ଦୋଷର ଏକ ପୂର୍ଣ୍ଣ ସ୍ୱୀକାର ଅଛି, କିଛି ଅଟକାଇ ନ ରଖିବାକୁ, କୌଣସି କ୍ଷମା ପ୍ରାର୍ଥନା ନ କରିବାକୁ। “ହେ, ପରମେଶ୍ୱର, ତୁମ୍ଭେ ଧାର୍ମିକ। ମୁଁ ଦୋଷୀ ଅଟେ।” ଏହା ପରମେଶ୍ୱରଙ୍କ ସହ ସମ୍ପୂର୍ଣ୍ଣ ଭାବରେ ସମ୍ମତ ହେବାର ଏକ ପ୍ରତିକୃତି ଅଟେ, ଯେ ମୋ'ର ପାପ ଭୟଙ୍କର, ଓ ଅନ୍ଧକାର, ବିରକ୍ତିକର, ତହିଁରେ ମୁଁ ଦୁର୍ଭାଗ୍ୟ ଅଟେ। ଆମ୍ଭେମାନେ ସେହି ଶବ୍ଦକୁ ଆଉ ଅଧିକ ବ୍ୟବହାର କରୁ ନାହୁଁ। ମୁଁ ଯେତେବେଳେ ପାପରେ ଅଛି ମୋ’ ଜୀବନ ଦୀନହୀନ ଅଟେ। ଧୂସର ରଙ୍ଗରେ ପାପ ରଙ୍ଗ କରିବାକୁ ଯାଉ ନାହିଁ; ଏହା କଳା କିମ୍ବା ଧଳା ଅଟେ। ଏବଂ ଏହା ଏକ ଶକ୍ତିଶାଳୀ ପ୍ରତିଛବି ଏବଂ ପାପ ପ୍ରକୃତିକର ସମସ୍ତ ସ୍ୱୀକା ନିମନ୍ତେ ଦୟାକରି ଏହାକୁ ହରାଅ ନାହିଁ। ଏହା ଏକ ଶକ୍ତିଶାଳୀ ପ୍ରତିଛବି ଯାହା ପରମେଶ୍ୱର କ୍ଷମା କରନ୍ତି। ସେ ସଂପୂର୍ଣ୍ଣ ଭାବରେ କ୍ଷମା କରନ୍ତି ଏବଂ ସେ ସମ୍ପୂର୍ଣ୍ଣ କ୍ଷମା କରନ୍ତି। ବର୍ତ୍ତମାନ ସମୟ ସମୟରେ ଏହାର ପରିଣାମ ଘଟିବାକୁ ଯାଉଅଛି। ଯେପରି ଆପଣ ୨ ଶାମୁୟେଲ ୧୨ ପର୍ବରେ ପଢ଼ିଲେ, ସେଠାରେ ପରିଣାମସବୁ ଥିଲା ଯାହାକୁ ଦାଉଦକୁ ପରିଶୋଧ କରିବାକୁ ପଡ଼ିଥିଲା। ଅନ୍ୟ ବିଷୟଗୁଡ଼ିକ ମଧ୍ୟରେ, ତାହାଙ୍କ ଶିଶୁ ମଲେ। ସମୟ ସମୟରେ ସେଠାରେ ଆମ୍ଭମାନଙ୍କର ପାପ ପରିଣାମ ମଧ୍ୟ ରହିଅଛି, କିନ୍ତୁ ପାପକୁ ସମ୍ପୂର୍ଣ୍ଣ ଭାବରେ ଓ ସମ୍ପୁର୍ଣ୍ଣତା କ୍ଷମା କରାଯାଏ ପୁଣି ଏହାର କାରଣ ହେଉଛି ଯେ ଆମ୍ଭେମାନେ ଏହାର ଯୋଗ୍ୟ ନହୁଁ। ଯଦି ଆମ୍ଭେମାନେ ପାପ କ୍ଷମା ଅର୍ଜନ କରିଥାନ୍ତୁ, ତେବେ ଆମ୍ଭମାନଙ୍କର ପାପ କ୍ଷମାର ମାତ୍ରା ଆମ୍ଭେମାନେ ଏହାକୁ କେତେ ଉତ୍ତମ ଅର୍ଜନ କରିଥିଲୁ ତାହା ଉପରେ ନିର୍ଭରଶୀଳ କରିଥା’ନ୍ତା? କିନ୍ତୁ ଆମ୍ଭେମାନେ ପାପ କ୍ଷମା ଅର୍ଜନ କରିପାରିବା ନାହିଁ କାରଣ ଆମ୍ଭେମାନେ ବଦଳରେ ପରମେଶ୍ୱରଙ୍କ ନିକଟକୁ କିଛି ଆଣୁ ନାହୁଁ। ଆମ୍ଭେମାନେ ଯାହାସବୁ କରିପାରିବା ତାହା ହେଉଛି ଆପଣା ଆପଣାକୁ ତାହାଙ୍କ ବାହୁରେ ସମର୍ପଣ କରି ସ୍ୱୀକାର କରୁ, “ହେ ପରମେଶ୍ୱର, ତୁମ୍ଭେ ପ୍ରେମର ପରମେଶ୍ୱର ଓ ତୁମ୍ଭେ କୃପାର ନୁହେଁ, ବରଂ ପ୍ରଚୁର କୃପାର ପରମେଶ୍ୱର। ପୁଣି ମୁଁ ନିଜକୁ ତୁମ୍ଭର ବାହୁରେ ସମର୍ପିତ କରୁଅଛି ଆଉ ପାପ କ୍ଷମା ନିମନ୍ତେ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି।” ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି (୧ ଯୋହନ ୧: ୯)।

୪. ସ୍ୱୀକା ସମୟସକଳ ବ୍ୟାଖ୍ୟାକାରୀ ମୂହୁର୍ତ୍ତ ସମୂହ ଅଟେ

ସ୍ୱୀକାର, ପାପ ସହିତ ଦ୍ୱନ୍ଦ, ଏବଂ ପରବର୍ତ୍ତୀ ସ୍ୱୀକାର, ମୁଁ ବିଶ୍ୱାସ କରେ, ବ୍ୟକ୍ତିଗତ ଭାବରେ ଆପଣ ଓ ମୁଁ କିଏ ପୁଣି ଏକ ଖ୍ରୀଷ୍ଟଙ୍କ ଶରୀର ଭାବରେ ଆପଣ ଓ ମୁଁ କିଏ ସେମାନଙ୍କ ନିମନ୍ତେ କେତେକ କେନ୍ଦ୍ରୀୟ ବ୍ୟାଖ୍ୟାକାରୀ ମୂହୁର୍ତ୍ତସମୂହ ଅଟେ। ପୁଣି ଆପଣ ଓ ମୁଁ କିପରି ପାପ ପ୍ରତି ପ୍ରତ୍ୟୁତ୍ତର କରୁ, ଆପଣ ଓ ମୁଁ ନାଥନଙ୍କ ବାର୍ତ୍ତାକୁ କିପରି ପ୍ରତ୍ୟୁତ୍ତର କରୁ ଯେତେବେଳେ ସେ ଆପଣଙ୍କୁ ହାତ ଦେଖାଇ କହନ୍ତି, “ଆପଣ ସେହି ବ୍ୟକ୍ତି। ଆପଣ ସେହି ସ୍ତ୍ରୀ।” ଆପଣ ଓ ମୁଁ ବ୍ୟକ୍ତିଗତ ଭାବରେ ଏବଂ ସାମୂହିକ ଭାବରେ କିପରି ପ୍ରତ୍ୟୁତ୍ତର କରୁ ତାହା ବ୍ୟାଖ୍ୟାକାରୀ ମୂହୁର୍ତ୍ତ ସମୂହ ହୁଏ। ପୁଣି ଆମ୍ଭେମାନେ ଗ୍ରହଣ କରିପାରିବାର ମୂଳତଃ ଦୁଇଟି ସ୍ଥିତି ଅଛି। ଯେତେବେଳେ ନାଥନ ଆସି ଆମ୍ଭମାନଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି, ଆମ୍ଭେମାନେ ମାନିବାକୁ ରାଜି ନ ହେବା, ଆମ୍ଭେମାନେ ସ୍ୱୀକାର କରିବାକୁ ମନା କରିପାରିବା କିମ୍ବା ଆମ୍ଭେମାନେ ଅଳ୍ପ ସ୍ୱୀକାର କରିପାରିବା, କିନ୍ତୁ ପ୍ରକୃତରେ ଶୁଚି ହେବାକୁ ମନା କରିପାରିବା। ଆମ୍ଭେମାନେ ଅନ୍ୟମାନଙ୍କୁ ନିନ୍ଦା କରିପାରିବା। ଆମ୍ଭେମାନେ ଆପଣା ଆପଣା ଅନ୍ତଃକରଣସବୁ କଠିନ କରିବା ସାମର୍ଥ୍ୟ ଅଛି। ଆମ୍ଭେମାନେ କହିପାରିବା, “ଓଃ, ଏହା ପ୍ରକୃତରେ ଖରାପ ନୁହେଁ, ହେ ପରମେଶ୍ୱର, ଆସ।” ଆମ୍ଭେମାନେ ପାପକୁ ପୂରାତନର ଅଜ୍ଞାତଭାବରେ ଦର୍ଶାଇ ପାରିବା। ମୁଁ ଅନେକ ସମୟରେ ଭାବୁଥିଲି କିପରି ଜଣେ ଆଧୁନିକ ବ୍ୟକ୍ତି ଗୀତସଂହିତା ୫୧ ପର୍ବର ପ୍ରଥମ ଦୁଇଟି ପଦ ଲେଖିଥାନ୍ତା। ମୁଁ ଭାବୁଛି ଏହା ଏହିପରି କିଛି ହୋଇଥାନ୍ତା, “ହେ ଈଶ୍ୱର, ସାଙ୍ଗ, ପୂରୁଣା ସାଙ୍ଗ, ପୂରୁଣା ବନ୍ଧୁ, ତୁମ୍ଭର ପ୍ରବଳ ସ୍ରୋତ ଅନୁଯାୟୀ, ଦୁର୍ବଳ ପ୍ରେମ ଓ ମୋ'ର ମଙ୍ଗଳମୟ, ମୋ’ ପ୍ରତି ଉତ୍ତମ ହୁଅ। ମୋ'ର ଛୋଟ ଛୋଟ ବିଚାରହୀନ କାର୍ଯ୍ୟକୁ ପରିଦର୍ଶନ କରନ୍ତୁ। ସର୍ବଶେଷରେ, ଏହା ଏକ ଘଟଣା ଥିଲା, ଆମ୍ଭେମାନେ ଏହାକୁ ବ୍ୟଭିଚାର ବୋଲି କହୁ ନାହୁଁ। ମୋ'ର ଦୋଷ ହେଉ କିମ୍ବା ନ ହେଉ, ମୋତେ ଅଳ୍ପ ଜଳରେ ସିଞ୍ଚନ କର।” ମୁଁ ସନ୍ଦେହ କରେ ଯଦି ସେମାନେ ସୁଯୋଗ ପାଇଥା’ନ୍ତେ ତେବେ ତାହାହିଁ କିପରି ଏହି ଜଗତ ଗୀତସଂହିତା ୫୧ ଲେଖିଥାନ୍ତା। କିନ୍ତୁ ଆପଣ ଜାଣନ୍ତି, ଏହି ପ୍ରକାରର ବ୍ୟକ୍ତି ସ୍ୱୀକାର ବିଷୟରେ ଅତି ଅଳ୍ପ ଜାଣେ, ତେଣୁ, ସେ ପାପ କ୍ଷମା ବିଷୟରେ ମଧ୍ୟ ଅତି ଅଳ୍ପ ଜାଣେ। ପୁଣି ଆପଣ ଜାଣନ୍ତି ଏହି ସମସ୍ତ ବିଷୟରେ କ’ଣ ଦୁଃଖଦାୟକ ବିଷୟ ଅଛି? ଯେତେବେଳେ ଆମ୍ଭେମାନେ ସ୍ୱୀକାର କରିବାକୁ ମନା କରୁ ସେତେବେଳେ ଆମ୍ଭେମାନେ ଈଶ୍ୱରଙ୍କ ଅନୁଗମନ କରୁ ନାହୁଁ। ଆପଣ କେବେ ସେ ବିଷୟରେ ଭାବି ଅଛନ୍ତି କି? ନାଥନ ଆସନ୍ତି, ସେ ଆମ୍ଭମାନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି, ଏବଂ ଗଭୀରତାରେ ଆମ୍ଭେମାନେ ଜାଣୁ ଯେ ସେ ଠିକ୍, କିନ୍ତୁ ଆମ୍ଭେମାନେ ଆମ୍ଭମାନଙ୍କ ପାଟି ହାଡକୁ ବନ୍ଦ କରିଦେଉ, ଆମ୍ଭେମାନେ ଆମ୍ଭମାନଙ୍କ ଓଷ୍ଠକୁ ବନ୍ଦ କରିଦେଉ। “ମୁଁ ସ୍ୱୀକାର କରିବି ନାହିଁ, ନା, ତାହା କରିବି ନାହିଁ।" ଏବଂ ଏହା ପ୍ରାୟତଃ ଯେପରି ଆମ୍ଭେମାନେ ଭାବୁ ସ୍ୱୀକାର କରିବା ଈଶ୍ୱରଙ୍କ ଉଦ୍ଦେଶ୍ୟରେ। ଯେକୌଣସି ପ୍ରକାରେ ଯଦି ମୁଁ ସ୍ୱୀକାର କରେ ନାହିଁ ଯାହା ମୁଁ ଜାଣେ ତେବେ ମୁଁ ଭୁଲ୍ କରୁଅଛି, ତତ୍ପରେ କୌଣସି ପ୍ରକାରେ ଈଶ୍ୱର ପ୍ରକୃତରେ ସଂପୂର୍ଣ୍ଣ ନିଶ୍ଚିତ ହେବେ ନାହିଁ। “ଆପଣ ଜାଣନ୍ତି, ସେମାନେ ସେମାନଙ୍କର ପାପ ସ୍ୱୀକାର କଲେ ନାହିଁ, ବୋଧହୁଏ ସେମାନେ ଏଥିରେ ଦୋଷୀ ନୁହଁନ୍ତି।" ଏହା ଅସଙ୍ଗତ, କିନ୍ତୁ ମୁଁ ବିଶ୍ଵାସ କରେ ଯେ ମୋ’ ମନ ଅତି ଅଳ୍ପ ସମୟ କାର୍ଯ୍ୟ କରେ ଯଦି ମୁଁ ଏହାକୁ ସ୍ୱୀକାର ନ କରେ ତେବେ ଏହା ବାସ୍ତବ ନୁହେଁ କିନ୍ତୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସ୍ୱୀକାର କରିବା ନୁହେଁ କି? ସ୍ୱୀକାର ଆମ୍ଭମାନଙ୍କ ସ୍ୱାର୍ଥ ପାଇଁ, ଏବଂ ଯେତେବେଳେ ଆମ୍ଭେମାନେ ଆମ୍ଭମାନଙ୍କର ପାପ ସ୍ୱୀକାର କରିବାରେ ବିଫଳ ହେଉ, ସେତେବେଳେ ଆମ୍ଭେମାନେ କେବଳ ନିଜକୁ ଆଘାତ କରୁ, କାରଣ ଈଶ୍ୱର ଆମ୍ଭମାନଙ୍କୁ ସୁଖଦ ଏବଂ ଆନନ୍ଦିତ ହେବାକୁ ଚାହାଁନ୍ତି ତାହା ଖ୍ରୀଷ୍ଟିୟାନମାନଙ୍କ ଜୀବନ ଅଟେ, ପାପ କ୍ଷମା ପ୍ରାପ୍ତ ବ୍ୟକ୍ତିଙ୍କ ଜୀବନ ବିଷୟରେ ଅଟେ। ସେଠାରେ ଆନନ୍ଦ ଓ ଉଲ୍ଲାସ ଅଛି। ତହିଁରେ ଆମ୍ଭେମାନେ ମାନିବାକୁ ରାଜି ନ ହେବା ଓ ଈଶ୍ୱରଙ୍କ ସହିତ ଶୁଚି ହେବାକୁ ମନା କରୁ। ତେଣୁ ଆମ୍ଭେମାନେ ଯାହା କହୁଛୁ, ମୁଁ ତୁମ୍ଭର ଆନନ୍ଦ ଏବଂ ଖୁସିରେ ଆଗ୍ରହୀ ନୁହେଁ ମୋତେ ତିକ୍ତ ଏବଂ କ୍ରୋଧିତ ହେବାକୁ ଦେଇଥିବାରୁ ତୁମ୍ଭର ଅଶେଷ ଧନ୍ୟବାଦ।” କାରଣ ତାହା ହିଁ ଈଶ୍ୱରଙ୍କ ଆନନ୍ଦ ଓ ଉଲ୍ଲାସକୁ ବଦଳାଇଥାଏ।

ତାହା ନାଥନକୁ ପ୍ରତ୍ୟୁତ୍ତର କରିବାର ଗୋଟିଏ ଉପାୟ ଅଟେ ଯେତେବେଳେ ସେ ଆସି ଆମ୍ଭମାନଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି।

ଅବଶ୍ୟ, ଅନ୍ୟ ଉପାୟ ହେଉଛି, ପ୍ରତ୍ୟୁତ୍ତର କରିବା, ଈଶ୍ୱରଙ୍କ ଜଣେ ପୁରୁଷ କିମ୍ବା ସ୍ତ୍ରୀ ଭାବରେ ପ୍ରତ୍ୟୁତ୍ତର କରିବା ଉଚିତ। ପୁଣି ଈଶ୍ୱରଙ୍କ ଜଣେ ବ୍ୟକ୍ତି ଈଶ୍ୱରଙ୍କୁ ତାଙ୍କ ପାପ ତାଙ୍କୁ ସ୍ପଷ୍ଟ କରିବାକୁ କହନ୍ତି। ଈଶ୍ୱରଙ୍କ ଜଣେ ଲୋକ କହନ୍ତି, “ମୋ ନିକଟକୁ ନାଥନକୁ ପଠାନ୍ତୁ। ମୋ'ର ଗୁପ୍ତ ଦୋଷ ମୋତେ ଦେଖାନ୍ତୁ, ମୋ'ର ସ୍ପଷ୍ଟ ଦୋଷ ବିଷୟରେ ମୋତେ ଦୋଷୀ କରନ୍ତୁ।” ପୁଣି ଦୁର୍ଭାଗ୍ୟବଶତଃ ଜୀବନରେ ଅନେକେ, ଆମ୍ଭେମାନେ ଯାହା କହୁ ଓ କରୁ, ପ୍ରତ୍ୟେକ ବିଷୟ ଯଥାର୍ଥତା ପ୍ରତିପାଦନ କରିବା ଜୀବନ ଦେଇ ଯିବାକୁ ପସନ୍ଦ କରନ୍ତୁ। ପୁଣି ଆମ୍ଭେମାନେ ଆମ୍ଭମାନଙ୍କର କପାଳରେ ଖୋଦିତ  ବିରକ୍ତିପୂର୍ଣ୍ଣ ଚାହାଣି ଓ ବନ୍ଦ କରିଥିବା ବାହୁସବୁ, ଅସୁଖୀ, ବିଷର୍ଣ୍ଣ, ତିକ୍ତତାପୂର୍ଣ୍ଣ ଓ କ୍ରୋଧିତ ଜୀବନ ଯାପନ କରୁ କାରଣ ଆମ୍ଭେମାନେ କିଛି ଭୁଲ୍ କରିଅଛୁ ବୋଲି ସ୍ୱୀକାର କରିବାକୁ ପ୍ରତ୍ୟାଖ୍ୟାନ କରୁ। କିନ୍ତୁ ଈଶ୍ୱରଙ୍କୁ ଭୟକାରୀ ମହିଳା ନାଥନଙ୍କୁ ନିକଟକୁ ଆସିବାକୁ କହିଲା। ଏବଂ ଈଶ୍ୱରଙ୍କ ମନର ମତ ଜଣେ ପୁରୁଷ ଓ ସ୍ତ୍ରୀ ଦୋଷର ଏକ ସମ୍ପୂର୍ଣ୍ଣ ସ୍ୱୀକାର ସହିତ ପ୍ରତ୍ୟୁତ୍ତର କରିବେ ଓ କିଛି ଅଟକାଇ ନ ରଖି, ସେମାନେ ସମ୍ମତ ହୋଇ ପ୍ରତ୍ୟୁତ୍ତର କରିବେ ଯେ ପାପ ଭୟଙ୍କର ଅଟେ, ଏହା ଆମ୍ଭମାନଙ୍କୁ କ୍ରୋଧରେ ପରିପୂର୍ଣ୍ଣ କରିଅଛି ପୁଣି ଈଶ୍ୱରଙ୍କଠାରୁ ପୃଥକ କରିଅଛି ପୁଣି ଆମ୍ଭେମାନେ ଈଶ୍ୱରଙ୍କ କରୁଣା ଓ ପ୍ରେମକୁ ଆହ୍ୱାନ କରି କହିବା, “ମୁଁ ଏହାର ଯୋଗ୍ୟ ନୁହେଁ, କିନ୍ତୁ ହେ ଈଶ୍ଵର ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ, ତୁମ୍ଭର ପ୍ରେମ ଓ କରୁଣାରେ ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କ୍ଷମା କରିବାକୁ ମୋନାନୀତ କରିଅଛ।” ଗୀତସଂହିତା ୫୧ ପର୍ବକୁ ପରିଚାଳନା କରିବାକୁ ତାହା ଅନ୍ୟ ଉପାୟ ଅଟେ।

ଆପଣ କ’ଣ କେବେ ଆପଣଙ୍କର ପାପ ବିଷୟରେ ଏତେ ଗଭୀର ଭାବରେ ଅବଗତ ଯେ, ଆପଣ ଯାହା ସବୁ କରିପାରିବେ ସେ ବିଷୟରେ ଆଣ୍ଠୁମାଡ଼ି ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରନ୍ତି ପୁଣି ଶବ୍ଦସବୁ ବିଫଳ ହୁଏ? ଆପଣ କେବଳ ଗୋଟିଏ ବିଷୟ ଯାହା ଆପଣ କରି ପାରିବେ ତାହା ହେଉଛି ବାଇବଲକୁ ଅନ୍ୱେଷଣ କରି ଏହାକୁ ବାହାର କରି ଓ ତୀବ୍ର ମାନସିକ ଯନ୍ତ୍ରଣାର ଅଶ୍ରୁ ଓ କ୍ରନ୍ଦନ ମଧ୍ୟରେ ଗୀତସଂହିତା ୫୧ ପର୍ବ ପଢନ୍ତୁ। ଆପଣ ସେହି ପ୍ରସଙ୍ଗଟି କେବେ ଧ୍ୟାନ କରିଅଛନ୍ତି କି? ଯଦି ଆପଣ କରିଅଛନ୍ତିଆପଣ ସମ୍ପୂର୍ଣ୍ଣ ଭାବେ ସ୍ୱୀକାର କରିଅଛନ୍ତି ଓ ସମ୍ପୂର୍ଣ୍ଣ ରୂପେ ମନପରିବର୍ତ୍ତନ କରିଅଛନ୍ତି, ତେବେ ପାପ କ୍ଷମା କ’ଣ ତାହା ଆପଣ ସମ୍ପୂର୍ଣ୍ଣ ରୂପେ ଜାଣିଅଛନ୍ତି। ତହିଁରେ ଆପଣ ଜାଣିବ ଯେ ଆପଣଙ୍କର ଅନ୍ତଃକରଣ ଶୁଚି ହେଲା ଓ ଆପଣଙ୍କର ନୂତନ ଆତ୍ମା ସୃଷ୍ଟି ହୋଇଅଛି ଏବଂ ଆପଣ ଗଭୀର ଆନନ୍ଦ, ଗଭୀର ଉଲ୍ଲାସ ଅନୁଭବ କରୁଅଛନ୍ତି କାରଣ ଆପଣଙ୍କର ଜୀବନର ମନ୍ଦତା ଦୂର ହୋଇଯାଇଛି। ଏବଂ ଏହା ଆନନ୍ଦ ଓ ଉଲ୍ଲାସ ସହିତ ବଦଳାଗଲା ଯାହା କେବଳ ଈଶ୍ୱରଙ୍କଠାରୁ ତାହାଙ୍କ ପିଲାମାନଙ୍କ ନିକଟକୁ ଆସେ ଯେତେବେଳେ ସେମାନେ ସେମାନଙ୍କର ପାପ ସ୍ୱୀକାର କରନ୍ତି। ପୁଣି ଏହା ତାହାଙ୍କର ବିଶ୍ୱସ୍ତତା ଓ ନ୍ୟାୟ ହେତୁ ଯେ ସେ ଆମ୍ଭମାନଙ୍କ ପାପ କ୍ଷମା କରିବେ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ଶୁଚି କରିବେ।

ଗତକାଲି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣଙ୍କର ଏକ ଦୟନୀୟ ଦିନ ଥିଲା କି? ହସ୍ତ ଉତ୍ତଳୋନ କରନ୍ତୁ ନାହିଁ। ମୁଁ ଗତକାଲି ସକାଳେ ଏଠାରେ ବସିଥିଲି ପୁଣି ପ୍ରତି ସପ୍ତାହରେ ଆପଣଙ୍କ ନିମନ୍ତେ ମୋ'ର ପ୍ରାର୍ଥନା ପ୍ରାୟତଃ ଅଧିକ ସମାନ ଯେ ମୁଁ କହୁଥିବା ଓ ମୁଁ ପଢ଼ୁଥିବା ଶବ୍ଦଗୁଡ଼ିକରେ, ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଉତ୍ସାହିତ ହେବାକୁ ଆବଶ୍ୟକ କରନ୍ତି ସେମାନଙ୍କୁ ଉତ୍ସାହିତ କରାଯାଏ ଓ ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବାକୁ ଆବଶ୍ୟକ କରନ୍ତି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ। ଗତକାଲି ସକାଳେ ମୋ'ର ପ୍ରାର୍ଥନା ଅପେକ୍ଷାକୃତ ଟିକିଏ ତୀବ୍ର ଥିଲା। ମୋ'ର ପ୍ରାର୍ଥନା ଏହା ଥିଲା ଯେ, ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଅସ୍ଵିକୃତ ପାପ ସହିତ ଜୀବନଯାପନ କରୁଅଛନ୍ତି, ଯେଉଁମାନେ ଭାବନ୍ତି ଯେ ଆପଣ ଭୁଲ୍ ଥିଲେ ବୋଲି ସ୍ୱୀକାର ନ କରି ଆପଣ ଈଶ୍ୱରଙ୍କ ଅନୁଗମନ କରୁଅଛନ୍ତି ପୁଣି ଆପଣଙ୍କୁ କ୍ଷମା କରିବାକୁ ତାହାଙ୍କ ପ୍ରେମ ଓ ତାହାଙ୍କ କୃପା ସକାଶେ ତାହାଙ୍କ ସହିତ ନିବେଦନ କରୁଅଛନ୍ତି। ମୁଁ ପ୍ରାର୍ଥନା କଲି ଯେ, ଆପଣ ଗତକାଲି ସଂପୂର୍ଣ୍ଣ ଭାବରେ ଦୟନୀୟ ଥିଲେ, ଯାହାଫଳରେ ଆପଣ ମଣ୍ଡଳୀକୁ ଆସି ଈଶ୍ୱରଙ୍କ ଆନନ୍ଦଦାୟକ ଓ ସଜୀ କରୁଥିବା ବାକ୍ୟ ଶୁଣିଲ ଯେ ଆପଣଙ୍କର ପାପ ଯାହା ବି ହେଉନା କାହିଁକି, ଆପଣ ଯେତେଥର ଏହା କରିଅଛନ୍ତି ସେଥିରେ କିଛି ଯାଏ ଆସେ ନାହିଁ, ଯେତେ ଗଭୀର, ଅପ୍ରୀତିକର, ଅଶୁଚି ଓ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ସେଥିରେ କିଛି ଫରକ ପଡେ ନାହିଁ, ପରମେଶ୍ୱର ଆପଣଙ୍କୁ ପ୍ରକ୍ଷାଳନ କରି ପାରିବେ। ସେ ଆପଣଙ୍କୁ ଶୁଚି, ପୂର୍ଣ୍ଣ ଏବଂ ସମ୍ପୂର୍ଣ୍ଣ ଭାବରେ ଅନୁମୋଦିତ କରିବା ନିମନ୍ତେ, ଆପଣଙ୍କର ପାପକୁ ପୋଛି ଦେବେ। ମୁଁ ପ୍ରାର୍ଥନା କରୁଛି ଯେ, ଆଜି ସକାଳେ ଏହି ସ୍ଥାନରୁ କେହି ଅସ୍ଵିକୃତ ପାପର ଦାସ ହୋଇ ପ୍ରସ୍ଥାନ କରିବ ନାହିଁ। ଯାହା ବି ହେଉନା କାହିଁକି, ସେହି ଭାରକୁ ଆପଣଙ୍କର ସ୍କନ୍ଦରେ ବହନ କରିବାକୁ, କୌଣସି ଉଦ୍ଦେଶ୍ୟ ନାହିଁ, ଆଦୌ ନାହିଁ।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତା, ମୁଁ ନିଜ ନିମନ୍ତେ, ମୋ'ର ପ୍ରିୟ ଭାଇ ଓ ଭଉଣୀମାନଙ୍କ ନିମନ୍ତେ ପ୍ରାର୍ଥନା କରେ ଯେ, ସର୍ବପ୍ରଥମେ, ଯଦି ଆମ ଜୀବନରେ ପାପ ଅଛି, ଯଦି ବିଦ୍ୟମାନ ବିଷୟସବୁ ଅଛି, ପୁଣି ବିଶେଷ ଭାବରେ ଯଦି ଆମ୍ଭେମାନେ ସେଗୁଡ଼ିକ ବିଷୟରେ ଅବଗତ ନହୁଁ, ଯଦି ଆମ୍ଭେମାନେ ଏତେ ଦିନ ସେଗୁଡ଼ିକୁ ଅସ୍ୱୀକାର କରିଅଛୁ କିମ୍ବା ଆମ୍ଭେମାନେ ସେଗୁଡ଼ିକୁ କେବେବି ଦେଖିନାହୁଁ, ପିତା, ଆମ୍ଭେମାନେ ପ୍ରାର୍ଥନା କରୁଅଛୁ ଯେ, ନାଥନ ଆସିବ। ଆମ୍ଭେମାନେ ପ୍ରାର୍ଥନା କରୁ ଯେ ପବିତ୍ରଆତ୍ମା ଆସି ଜଗତକୁ ପ୍ରମାଣ କରିବ, ଆଉ ଆମ୍ଭମାନଙ୍କର ପାପ ବିଷୟରେ, ଏହା ମୋତେ ଅନ୍ତର୍ଭୁକ୍ତ କରେ। ଯେ ତୁମ୍ଭେ ଆମ୍ଭମାନଙ୍କର ଜୀବନକୁ କହିବାକୁ ଲୋକଙ୍କ ଆତ୍ମାକୁ ପ୍ରେରଣ କରିବ, “ବିଲ୍, ସେହିପରି କ୍ରୋଧରେ ପ୍ରତ୍ୟୁତ୍ତର କରିବାକୁ ଏହା ତୁମ୍ଭ ପକ୍ଷରେ ଠିକ୍ ନୁହେଁ। ଷ୍ଟିଭ୍ ସେହି ପ୍ରକାର ପ୍ରତ୍ୟୁତ୍ତର କରିବାକୁ ଏହା ତୁମ୍ଭ ପକ୍ଷରେ ଠିକ୍ ନୁହେଁ। ବିଷୟସବୁ ଲୁଚାଇ ରଖିବା ତୁମ୍ଭ ପାଇଁ ଠିକ୍ ନୁହେଁ।” ପୁଣି, ପିତା, ମୁଁ ପ୍ରାର୍ଥନା କରେ ଯେ ବୋଧହୁଏ ଏଠାରେ ଅନେକ ଲୋକଙ୍କ ନିମନ୍ତେ ପ୍ରଥମ ଥର ପାଇଁ, ତୁମ୍ଭର ଆତ୍ମାଙ୍କ ଶକ୍ତି ଦ୍ୱାରା, ତୁମ୍ଭେ ଯାହା ଆଗରୁ ଜାଣିଅଛ ତାହା ସ୍ୱୀକାର କରିବାକୁ ସେମାନଙ୍କୁ ସକ୍ଷମ କରିବ, ସେହି ସ୍ୱୀକାରରେ ଅଟକାଇବ ନାହିଁ ଓ କହିବ, “ହଁ, ଈଶ୍ୱର, ପରିସ୍ଥିତି ଯାହା ବି ହୋଇପାରେ, ମୁଁ ଭୁଲ୍ ଅଟେ ଓ ତୁମ୍ଭେ ଠିକ୍ ଅଟ। ମୋ'ର ଅନ୍ତଃକରଣ ଶୁଚି କରିବାକୁ ମୁଁ ତୁମ୍ଭର ପ୍ରେମ ଓ ତୁମ୍ଭର ପ୍ରଚୁର ଦୟା ନିମନ୍ତେ ନିବେଦନ କରେ। ହେ ପରମେଶ୍ୱର, ମୋତେ ଏକ ଶୁଚି ଅନ୍ତଃକରଣ ଦିଅ ପୁଣି ଉଲ୍ଲାସ ଓ ଆନନ୍ଦରେ ତୁମ୍ଭର ଆଜ୍ଞା ପାଳନ କରିବାକୁ ମୋ’ ଆତ୍ମାକୁ ସ୍ୱଛନ୍ଦ କର।” ଯୀଶୁଙ୍କ ନାମରେ, ଆମେନ୍।