୧୭.  ଶଲୋମନ- ଜ୍ଞାନୀ ଏବଂ ମୂର୍ଖ (ହିତୋପଦେଶ)

୧. ଶଲୋମନଙ୍କ ଜୀବନର ପୃଷ୍ଠଭୂମି

ଠିକ୍ ଅଛି, ଦ୍ୱିତୀୟ ଶାମୁୟେଲ ପୁସ୍ତକର ଦ୍ୱିତୀୟାର୍ଦ୍ଧରେ, ଆମ୍ଭେମାନେ ଦାଉଦଙ୍କ ଜୀବନର ସମାପ୍ତି ବିଷୟରେ ପଢୁ, ଆମ୍ଭେମାନେ ତାଙ୍କ ପୁତ୍ର ଅବଶାଲୋମ ସହିତ ଥିବା ତାଙ୍କ ସମସ୍ୟାଗୁଡ଼ିକ ବିଷୟରେ ପଢୁ। ତା’ପରେ ଯେତେବେଳେ ଆମ୍ଭେମାନେ ପ୍ରଥମ ରାଜାବଳୀ ପୁସ୍ତକ ପ୍ରତି ଯାଉ, ସେତେବେଳେ ଆମ୍ଭେମାନେ ଦାଉଦଙ୍କ ମୃତ୍ୟୁ ବିଷୟରେ ପଢୁ, ଆଉ ତା’ପରେ ଆମ୍ଭେମାନେ ଶଲୋମନ ଓ ତାଙ୍କ ରାଜତ୍ୱ ଓ ପରିଶେଷରେ ମୃତ୍ୟୁ ଓ ଦାଉଦଙ୍କ ପୁତ୍ର ଭାବରେ ସିଂହାସନରେ ଉପବିଷ୍ଟ ହୋଇଥିବା ବିଷୟରେ ପଢୁ।

କ. ଜ୍ଞାନ ନିମନ୍ତେ ପ୍ରାର୍ଥନା

ଶଲୋମନଙ୍କ କାହାଣୀରେ ଅନେକ କୌତୁହଳଜନକ ଘଟଣାସମୂହ ଘଟିଅଛି, କିନ୍ତୁ ସମ୍ଭବତଃ ତହିଁ ମଧ୍ୟରୁ ଗୋଟିଏ ସର୍ବୋତ୍ତମ ଘଟଣା ପ୍ରଥମ ରାଜାବଳୀପର୍ବରେ ଘଟିଅଛି। ଶଲୋମନ ସଦାପ୍ରଭୁଙ୍କୁ ପ୍ରେମ କଲେ; ସେ ତାହାଙ୍କ ଉଦ୍ଦେଶ୍ୟରେ ନିୟମିତ ଭାବରେ ବଳିଦାନ କଲେ।  ପୁଣି ଥରେ ଯେତେବେଳେ ସେ ବଳି ଉତ୍ସର୍ଗ କରୁଥିଲେ, ସଦାପ୍ରଭୁ ସ୍ଵପ୍ନ ଦ୍ୱାରା ତାଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭକୁ କ’ଣ ଦେବା, ତାହା ମାଗ” ପୁଣି ଆମ୍ଭେମାନେ ପ୍ରଥମ ରାଜାବଳୀ ୩: ୯ ପଦରେ, ତାଙ୍କ ଉତ୍ତର ପଢୁ। “ଏହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ପ୍ରଭେଦ ଜାଣି ପାରୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ।" ଏଥିରେ ପରମେଶ୍ୱର ଶୁଣିଲେ ଓ ଶଲୋମନଙ୍କ ପ୍ରାର୍ଥନାର ଉତ୍ତର ଦେଲେ ଓ ସେ ସମୟରେ ଯେତେ ଜ୍ଞାନୀ ଥିଲେ ସେମାନଙ୍କଠାରୁ ତାହାଙ୍କୁ ସର୍ବଶ୍ରେଷ୍ଠ ଜ୍ଞାନୀ ବ୍ୟକ୍ତି କଲେ। ତହିଁ ଉତ୍ତାରେ କୌତୁହଳଜନକ ଭାବରେ, ପରମେଶ୍ୱର କହନ୍ତି, “ତୁମ୍ଭେ ଏହି ବିଷୟ ମାଗିଅଛ, ପୁଣି ଆପଣା ନିମନ୍ତେ ଦୀର୍ଘାୟୁ ମାଗି ନାହଁ; କିଅବା ଆପଣା ନିମନ୍ତେ ଐଶ୍ୱର୍ଯ୍ୟ ମାଗି ନାହଁ; ମାତ୍ର ବିଚାର କରିବା ନିମନ୍ତେ ଜ୍ଞାନ ମାଗିଅଛ; ଏହେତୁ ଦେଖ ଆମ୍ଭେ ତୁମ୍ଭ ବାକ୍ୟାନୁସାରେ କଲୁ।” ବାସ୍ତବରେ, ଶଲୋମନ ଆଉ ଚାଳିଶ ବର୍ଷ ପାଇଁ ରାଜତ୍ୱ କଲେ। ଆମ୍ଭେମାନେ ପ୍ରାୟ ୯୭୦-୯୩୦ ଖ୍ରୀ.ପୂ ସମୟ ସୀମାରେ ଅଛୁ। କେତେକ ଦୃଷ୍ଟିକୋଣାନୁସାରେ, ଶଲୋମନ ସମସ୍ତ ଇସ୍ରାଏଲୀୟ ରାଜାମାନଙ୍କ ମଧ୍ୟରୁ  ଶ୍ରେଷ୍ଠ ଥିଲେ। ସେ ନିଶ୍ଚିତ ଭାବରେ ତାଙ୍କ ଜ୍ଞାନ ପାଇଁ ପ୍ରସିଦ୍ଧ ଥିଲେ ପୁଣି ଶିବା ଦେଶର ରାଣୀ ଏବଂ ଅନ୍ୟମାନଙ୍କ ସମେତ ତାଙ୍କ କଥା ଶୁଣିବା ଏବଂ ତାଙ୍କ ଜ୍ଞାନ ବିଷୟରେ ଜାଣିବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଆସିଥିଲେ ପ୍ରଥମ ରାଜାବଳୀ ୪: ୨୯ ପଦରେ, ଆମ୍ଭେମାନେ ପଢୁ, “ଆହୁରି ପରମେଶ୍ୱର ଶଲୋମନଙ୍କୁ ଅତିଶୟ ଜ୍ଞାନ ଓ ବୁଦ୍ଧି, ପୁଣି ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ମନର ବିସ୍ତିର୍ଣ୍ଣତା ପ୍ରଦାନ କଲେ।  ପୁର୍ବଦେଶୀୟ ସମସ୍ତ ଲୋକଙ୍କର ଜ୍ଞାନ ଓ ମିସ୍ରୀୟ ସମୁଦାୟ ଜ୍ଞାନ ଅପେକ୍ଷା ଶଲୋମନଙ୍କର ଜ୍ଞାନ ଅଧିକ ହେଲା।”  ୩୨ ପଦ:   ସେ ୩୦୦୦  ନୀତିକଥା କହିଲେ ଓ ତାଙ୍କର ୧୦୦୫ ଗୀତ ଥିଲା। ତାଙ୍କ ଜ୍ଞାନ ନିମନ୍ତେ ଶଲୋମନ ପ୍ରସିଦ୍ଧ ଥିଲେ। ତାଙ୍କ ପିତା ଯାହା ସମ୍ପାଦନ କରିବାକୁ ସକ୍ଷମ ହୋଇଥିଲେ ତାହା ବାହାରେ ସେ ଇସ୍ରାଏଲର ରାଜନୈତିକ ସୀମାସମୂହ ସମ୍ପ୍ରସାରିତ କରିଥିଲେ। ସେ ମନ୍ଦିର ନିର୍ମାଣ କଲେ; ସେ ଉପାସନାକୁ ଯିରୁଶାଲମରେ କେନ୍ଦ୍ରୀଭୂତ କଲେ, ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଉ ସେ ଅପରିମିତ ଐଶ୍ୱର୍ଯ୍ୟ ଏକତ୍ର କଲେ। ତେଣୁ କେତେକ ଦୃଷ୍ଟିକୋଣରେ, ଶଲୋମନ ଇସ୍ରାଏଲୀୟ ରାଜାମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ଥିଲେ।

ଖ. ନିର୍ବୋଧ ଭାବେ ମୃତ୍ୟୁବରଣ କରିବା

କିନ୍ତୁ ଶଲୋମନ, ଅନ୍ୟ ଲୋକମାନଙ୍କ ପରି, ସବଳତାରେ ଆରମ୍ଭ କଲେ କିନ୍ତୁ ଦୁର୍ବଳତାରେ ଶେଷ କଲେ। ଆମ୍ଭେମାନେ ନିରୀକ୍ଷଣ କରୁଥିବା ଏହା ଏକ ପ୍ରକାର ନମୁନା ଅଟେ, ଏହା ନୁହେଁ କି? କିନ୍ତୁ ବାରମ୍ବାର, ଏହି ଲୋକମାନେ ସବଳତାରେ ଆରମ୍ଭ କରନ୍ତି କିନ୍ତୁ ତାପରେ ଦୁର୍ବଳତାରେ ଶେଷ କରନ୍ତି। ପ୍ରଥମ ରାଜାବଳୀ ୩:୩ ପଦରେ, ଏହା ତାଙ୍କ ରାଜତ୍ୱର ପ୍ରାରମ୍ଭରେ, “ପୁଣି ଶଲୋମନ ଆପଣା ପିତା ଦାଉଦଙ୍କର ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କୁ ପ୍ରେମ କଲେ।" ସେ ସବଳତାରେ ଆରମ୍ଭ କରନ୍ତି। କିନ୍ତୁ ତା’ପରେ ଅତି ଚଞ୍ଚଳ, ସେ ଫାରୋଙ୍କ କନ୍ୟାକୁ, ଏକ ରାଜନୈତିକ ବିବାହ କରନ୍ତି, କିନ୍ତୁ ଏପରି କିଛି ଯାହା ତାଙ୍କୁ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ସେ କରି ପାରିବେ ନାହିଁ। ସେ ନିଶ୍ଚୟ ବିଦେଶୀ ରାଜାମାନଙ୍କର କନ୍ୟାମାନଙ୍କୁ ବିବାହ କରିବେ ନାହିଁ। ତତ୍ପରେ ଶଲୋମନ ତାଙ୍କର ବିଜୟ ଓ ନିର୍ମାଣ କାର୍ଯ୍ୟକ୍ରମ ସମ୍ପନ୍ନ କରିବା ନିମନ୍ତେ ବେଠି ଓ ଭାରୀ କର ପ୍ରଦାନ ବ୍ୟବହାର କରନ୍ତି। ଏହି ପ୍ରକାର ଠିକ୍ ସମସ୍ୟାସମୂହ ଯାହା ଶାମୁୟେଲ ଇସ୍ରାଏଲୀୟମାନଙ୍କୁ ସତର୍କ କରାଇଥିଲେ, “ଏହା ହିଁ ଜଣେ ରାଜା କରନ୍ତି। ଯଦି ତୁମେ ବାସ୍ତବରେ ଜଣେ ରାଜାଙ୍କୁ ଚାହଁ, ତେବେ ଏହା ହିଁ  ତାହା ସେମାନେ ତୁମ ପ୍ରତି କରିବାକୁ ଯାଉଅଛନ୍ତି।” ପୁଣି ଯେତେବେଳେ  ଆପଣ ପ୍ରଥମ ରାଜାବଳୀରେ ପ୍ରଥମ ଏକାଦଶ ପର୍ବଗୁଡିକ ପୁଙ୍ଖାନୁପୁଙ୍ଖ ପଢ଼ନ୍ତି, ତେବେ ଆପଣ ଶଲୋମନଙ୍କ ଜୀବନ ଅବନତିକୁ ଯାଉଥିବାର  ନିରୀକ୍ଷଣ କରିବେ। ପୁଣି ପରିଶେଷରେ, ସର୍ବଶ୍ରେଷ୍ଠ ଜ୍ଞାନୀ ବ୍ୟକ୍ତି ଆପଣା ଭାଷାରେ, ଆପଣାର ବିଶେଷ ବ୍ୟବହୃତ ଶବ୍ଦରେ ମୂର୍ଖ ହୁଅନ୍ତି।

ପ୍ରଥମ ରାଜାବଳୀ ୧୧ ପର୍ବର, ୧ ପଦରୁ ଆରମ୍ଭ କରି, ଆମ୍ଭେମାନେ ପଢୁ, “ଶଲୋମନ ରାଜା ଫାରୋର କନ୍ୟା ଛଡା ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସିଦୋନୀୟ ଓ ହିତ୍ତୀୟ ଅନେକ ବିଦେଶୀୟ ସ୍ତ୍ରୀମାନଙ୍କୁ ପ୍ରେମ କଲେ; ଏହି ଗୋଷ୍ଠୀୟମାନଙ୍କ ବିଷୟରେ ସଦାପ୍ରଭୁ ଇସ୍ରାଏଲର ସନ୍ତାନଗଣକୁ କହିଥିଲେ, ତୁମ୍ଭେମାନେ ସେମାନଙ୍କ ମଧ୍ୟକୁ ଯିବ ନାହିଁ, କିଅବା ସେମାନେ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ ନାହିଁ; କାରଣ ସେମାନେ ନିଶ୍ଚୟ ଆପଣା ଆପଣା ଦେବଗଣ ପ୍ରତି ତୁମ୍ଭମାନଙ୍କ ମନକୁ ବିପଥଗାମୀ କରିବେ; ଶଲୋମନ ଏମାନଙ୍କ ପ୍ରତି ପ୍ରେମରେ ଆସକ୍ତ ହେଲେ।” ଏଣୁ ତାଙ୍କର ସାତ ଶ ରାଜପତ୍ନୀ, ଓ ତିନି ଶ ଉପପତ୍ନୀ ହେଲେ; ଆଉ ତାଙ୍କର ପତ୍ନୀମାନେ ତାଙ୍କର ମନକୁ ବିପଥଗାମୀ କଲେ। କାରଣ  ଶଲୋମନ ବୃଦ୍ଧ ହୁଅନ୍ତେ ଏପରି ଘଟିଲା ଯେ, ତାଙ୍କର  ପତ୍ନୀମାନେ ଅନ୍ୟ ଦେବଗଣ ପ୍ରତି  ତାଙ୍କର ମନକୁ ବିପଥଗାମୀ କଲେ; ପୁଣି ତାଙ୍କର ପିତା ଦାଉଦଙ୍କ ଅନ୍ତଃକରଣ ପରି ତାଙ୍କର ଅନ୍ତଃକରଣ ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରତି ସିଦ୍ଧ ନୋହିଲା।” ଶାସ୍ତ୍ର ଅନୁସାରେ ଶଲୋମନ ଏହି ସମସ୍ତ ବିଦେଶୀ ଦେବତାମାନଙ୍କ ପାଇଁ ମନ୍ଦିର ନିର୍ମାଣ କରିବାକୁ ଆଗେଇ ଆସନ୍ତିଏହା ମନୋହର ଅଟେ ଯେ ବାସ୍ତବରେ, କେବଳ ଗୋଟିଏ ବିଷୟ ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ବ୍ୟବସ୍ଥା ପ୍ରତି ବିଶ୍ୱସ୍ତତା। ଶଲୋମନଙ୍କର ଏହି ସମସ୍ତ ବିଷୟ ଏଠାରେ ଉପଲବ୍ଧ ଅଟେ। ତାଙ୍କର ଜ୍ଞାନ ଥିଲା, ତାଙ୍କର ଶକ୍ତି ଥିଲା, ତାଙ୍କର ଐଶ୍ୱର୍ଯ୍ୟ ଥିଲା, କିନ୍ତୁ ଶେଷରେ, ସେଗୁଡ଼ିକ ସେତେ ଗୁରୁତ୍ୱପୂର୍ଣ୍ଣ ନ ଥିଲା। ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଶଲୋମନ ପରମେଶ୍ୱରଙ୍କ ଦାୟିତ୍ୱ ପ୍ରତି ବିଶ୍ୱସ୍ତ ଥିଲେ କି ନାହିଁ, ସେ ବ୍ୟବସ୍ଥା ପ୍ରତି ବିଶ୍ୱସ୍ତ ଥିଲେ କି ନାହିଁ। ପୁଣି ଏହା ସେହି ମାନଦଣ୍ଡ ଉପରେ ଏବଂ କେବଳ ସେହି ମାନଦଣ୍ଡ ଉପରେ ହିଁ ସେ ବିଚାରିତ ହେଲେ। ଏବଂ ୧୧ ପର୍ବର ଶେଷରେ ତାଙ୍କୁ ଜଣେ ମୂର୍ଖ ବୋଲି ବିଚାର କରାଯାଏ। ପରମେଶ୍ୱର ଶଲୋମନଙ୍କୁ କହନ୍ତି ଯେ ସେ କ’ଣ କରିବାକୁ ଯାଉଅଛନ୍ତି ଏବଂ ଶଲୋମନଙ୍କ ପୁତ୍ର ହେତୁ ସେ ତାଙ୍କର ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରିବାକୁ ଯାଉଅଛନ୍ତି, ଉତ୍ତରସ୍ଥ ଦଶଟି ଗୋଷ୍ଠୀସମୂହକୁ ଅନ୍ୟ ରାଜ୍ୟକୁ ଦିଆଯିବ, ତଥାପି ଦାଉଦଙ୍କର ବିଶ୍ୱସ୍ତତା ସକାଶୁ, ପରମେଶ୍ୱର ଦୁଇ ଦକ୍ଷିଣ ଗୋଷ୍ଠୀକୁ ରକ୍ଷିତ କରିବେ ପୁଣି ଶଲୋମନଙ୍କର ସମସ୍ତ ପୁତ୍ର ଏବଂ ଶଲୋମନଙ୍କ ପରିବାର ସେହି ଦୁଇ ଗୋଷ୍ଠୀ ଉପରେ ଶାସନ କରିବେ। ଜଗତର ସବୁଠାରୁ ଜ୍ଞାନୀ ବ୍ୟକ୍ତି, ଯିଏ ଜଣେ ନିର୍ବୋଧ ହୋଇ ମଲେ।

 

 

୨.  ହିତୋପଦେଶର ପରିଚୟ

ମୁଁ ଶଲୋମନଙ୍କ ଜୀବନକୁ ହିତୋପଦେଶ ପୁସ୍ତକ ନିମନ୍ତେ ପୃଷ୍ଠଭୂମି ଭାବରେ ବ୍ୟବହାର କରିବାକୁ ଚାହେଁ। ଶଲୋମନ ୩୦୦୦ ନୀତି କଥା ଲେଖିଲେ, ଏଥିମଧ୍ୟରୁ କେତେକ, ଅନ୍ୟମାନଙ୍କ ଦ୍ୱାରା ଲିଖିତ ନୀତି କଥାସମୂହ ସହିତ ଏକ ପୁସ୍ତକରେ ସଂଗ୍ରହ କରାଗଲା ଯାହାକୁ ଆମ୍ଭେମାନେ ହିତୋପଦେଶ ବୋଲି କହିଥାଉ। ଏହା ଆପଣଙ୍କ ବାଇବଲର ମଧ୍ୟସ୍ଥ ଗୀତସଂହିତାର ଠିକ୍ ପରବର୍ତ୍ତୀ ପୁସ୍ତକ ଅଟେ। ପୁଣି ଏହି ନୀତି କଥାସମୂହ ଅତ୍ୟନ୍ତ ଦୃଷ୍ଟି ଆକର୍ଷଣ କରେ। ମୁଁ ଜାଣେ ନାହିଁ ଆପଣ ସେଗୁଡ଼ିକୁ ପଢିବାରେ ଅଧିକ ସମୟ ଅତିବାହିତ କରିଅଛନ୍ତି କି ନାହିଁ। କିନ୍ତୁ ମନେହୁଏ ଯେ ଏହି ନୀତି କଥାସମୂହର ଯେ କୌଣସି ଏବଂ ସମସ୍ତ ବିଷୟରେ କିଛି କଥା କହେ। ଏହା ଆଶ୍ଚର୍ଯ୍ୟଜନକ ଅଟେ ଯାହା ଆପଣ ଏହି ପୁସ୍ତକରୁ ବାହାର କରି ପାରିବେ ଆଉ ଯଦି ଆପଣ ପ୍ରଚାର କରନ୍ତି, ଆପଣ ଆପଣଙ୍କର ପ୍ରିୟ ନୀତିକଥା ବାଛି ପାରିବେ, ମୁଁ ପ୍ରଚାର କରୁଅଛି, ତେଣୁ ମୋର ପ୍ରିୟ ନୀତିକଥାଗୁଡ଼ିକ ଏଠାରେ ଅଛି। କିନ୍ତୁ, ପୁଣି ସେଥିରେ, କିଛି ସମାନ ଉଦ୍ଦେଶ୍ୟ ଅଛି  କିନ୍ତୁ ବିଷୟବସ୍ତୁ ଗୁଡ଼ିକ ମଧ୍ୟରୁ ହିତୋପଦେଶ ଅଳସୁଆ ବିଷୟରେ କହିବାକୁ ଭଲ ପାଏବାରମ୍ବାର, ହିତୋପଦେଶ ଅଳସୁଆ ବିଷୟରେ କଥା କହେ। ଉଦାହରଣ ସ୍ୱରୂପ, ହିତୋପଦେଶ ୨୦:୪ ପଦ, “ଅଳସୁଆ ଶୀତ ସକାଶୁ  ହଳ ବୁଲାଏ ନାହିଁ; ଏଣୁ ଶସ୍ୟ ସମୟରେ ସେ ଖୋଜିଲେ ହେଁ କିଛି ପାଏ ନାହିଁ।” ମୁଁ ମଧ୍ୟ-ପୂର୍ବ ଦେଶରେ ଶରତ ଋତୁରେ ଜଣେ ଅଳସୁଆ ଲୋକକୁ ରୋପଣ କରିବାକୁ ବାହାରକୁ ଯାଉଥିବାର ସେହି ଦୃଶ୍ୟକୁ ଭଲ ପାଏ, ଯେତେବେଳେ ଏହା ରୋପଣ କରିବାର ସମୟ ଅଟେ, କିନ୍ତୁ ସେ ବାହାରକୁ ଯାଆନ୍ତି ହେଲେ ରୋପଣ କରନ୍ତି ନାହିଁ, ବରଂ ସେ ଶସ୍ୟ ଅମଳ କରିବା ସମୟରେ ବାହାରକୁ ଯାଇ କହନ୍ତି, “ଆରେ, ସମସ୍ତ ଖାଦ୍ୟ କୁଆଡେ ଗଲା?” ଜଣେ ଅସୁଆ ହେବାର ଏହା ଏକ ଅସଙ୍ଗତ ଦୃଶ୍ୟ ଅଟେ; ଅଳସୁଆ ବିଷୟରେ କହିବାକୁ ବହୁତ କିଛି ଅଛି।

ହିତୋପଦେଶ ପୁସ୍ତକ ଶାନ୍ତି ବିଷୟରେ ଅନେକ କଥା କହିଥାଏମୁଁ ଜାଣେ ନାହିଁ ମୁଁ କେତେଥର ବଢିବା ସମୟରେ ହିତୋପଦେଶ ୧୪:୩୦ ଶୁଣିଅଛି, “ବର୍ତ୍ତମାନ ବିଲି,” ମୋ’ ମା ମୋତେ କହିଥା’ନ୍ତେମୁଁ ଯେତେବେଳେ ୱିଲିୟମ୍ କିମ୍ବା ବିଲି ଥିଲି ମୁଁ କଷ୍ଟରେ ଥିବା ପ୍ରତ୍ୟେକ ସମୟକୁ ଜାଣୁଥିଲି। “ବିଲି, ଶାନ୍ତ ଅନ୍ତଃକରଣ ଦେହର ଜୀବନ ସ୍ଵରୂପ।” ଅଥବା ମୁଁ ଏକ ଅତ୍ୟୁକ୍ତି ଶିଶୁ ଥିଲି। “ବିଲ୍, ତୁମେ ଏବେ ଶାନ୍ତ ହୋଇପାରିବ ନାହିଁ କି? ଶାନ୍ତ ଅନ୍ତଃକରଣ ଦେହର ଜୀବନ ସ୍ଵରୂପ; ପୁଣି ଇର୍ଷା ହାଡ଼ର କ୍ଷୟ ସ୍ଵରୂପ।” ମୁଁ ବହୁତ ଥର ଯାହା ଶୁଣିଥିଲି ତାହା ହିତୋପଦେଶ ୧୫:୧ ପଦ ଥିଲା। "ବିଲି, କୋମଳ ଉତ୍ତର, କ୍ରୋଧକୁ ଦମନ କରେ;  ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ।" ଶାନ୍ତ ଅନ୍ତଃକରଣ ବିଷୟରେ ଅନେକ ବିଷୟ କହିବାକୁ ଅଛି।

ତାପରେ ଧନ ବିଷୟରେ ବିଶେଷତଃ ଅସାଧୁ-ଅର୍ଜିତ ଧନ ବିଷୟରେ ମଧ୍ୟ ବହୁତ କିଛି କହିବାକୁ ଅଛି। କିନ୍ତୁ ଉଦାହରଣ ସ୍ୱରୂପ, ହିତୋପଦେଶ ୧୭: ୧ ପଦ, “ବିବାଦଯୁକ୍ତ ଭୋଜରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ କଳେକ ଶୁଷ୍କ ଅନ୍ନ ଭଲ।” ହିତୋପଦେଶ ବିଷୟରେ ଦୃଷ୍ଟି  ବିଷୟ ହେଉଛି ତାହା ଯେ, ସେମାନେ ସେମାନଙ୍କ ଜ୍ଞାନର ପ୍ରୟୋଗରେ ବ୍ୟବହାରିକ, କିନ୍ତୁ ତାହା ଅପେକ୍ଷା ସେମାନେ ଅପେକ୍ଷାକୃତ ବହୁତ ଗଭୀର ଅଟନ୍ତି। ତାହା ବିଷୟଗୁଡ଼ିକ ମଧ୍ୟରୁ ଗୋଟିଏ ବିଷୟ  ଅଟେ ଯାହାକୁ ମୁଁ ବାସ୍ତବରେ ଏହି ସପ୍ତାହରେ ଦେଖିଅଛି ଯେ, କେବଳ ସେମାନେ ନୁହେଁ, “ଆପଣ ଏଠାରେ ଏହା କିପରି କରନ୍ତି ଏବଂ ଆପଣ ତାହା ଏଠାରେ କିପରି କରନ୍ତି।” କିନ୍ତୁ ଏହି ଅନେକ ବିଷୟସବୁ ପଛରେ ଗଭୀର ମୌଳିକ ସ୍ଥାୟୀ ସତ୍ୟସମୂହ ଅଛି। ୧୭: ୧ ପଦ ମୂଲ୍ୟ ସ୍ପଷ୍ଟୀକରଣର ଏକ ପ୍ରସଙ୍ଗ ଅଟେ, ଏହା ନୁହେଁ କି? ଆପଣଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ କ’ଣ ଅଟେ, ବିବାଦ ସହ ପ୍ରଚୁର ଅର୍ଥ ପାଇବା, କିମ୍ବା ଶାନ୍ତି ଓ ଶାନ୍ତ ସହ ଅଳ୍ପ ପାଇବା? ଏହାର ମୂଳ ସତ୍ୟ ହେଉଛି ଯେ, ଶାନ୍ତି ଓ ଶାନ୍ତ ଅଧିକ ମୂଲ୍ୟବାନ ଅଟେ। ଧନ ବିଷୟରେ କହିବାକୁ ଅନେକ କିଛି ଅଛି। ୧୯: ୧୭ ପଦ, “ଯେ ଦରିଦ୍ରକୁ ଦୟା କରେ,ସେ ସଦାପ୍ରଭୁଙ୍କୁ ଋଣ ଦିଏ;  ପୁଣି, ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ।” ତାହା ଏକ ଆଶ୍ଚର୍ଯ୍ୟଜନକ ନୀତିକଥା ଅଟେ କାରଣ ଏହା ଭଣ୍ଡାରଘରିଆର ଅନ୍ତଃକରଣର ଗଭୀରକୁ ଯାଏ, ଏହା ନୁହେଁ କି? ଯେଉଁ ଧାରଣା ଆମ୍ଭମାନଙ୍କର ଅଛି ତାହା ଈଶ୍ୱରଙ୍କ ଓ ଆମ୍ଭେମାନେ ଏହାକୁ କିପରି ବ୍ୟବହାର କରୁ ସେଥିପାଇଁ ଆମ୍ଭେମାନେ ତାହାଙ୍କ ନିକଟରେ ଦାୟୀ ଅଟୁ। ପୁଣି ଯେତେବେଳେ ଆମ୍ଭେମାନେ ପ୍ରଭୁଙ୍କ ଧନ ନେଇ ଦରିଦ୍ରମାନଙ୍କୁ ଦାନ କରୁ, ଆମ୍ଭେମାନେ ବାସ୍ତବରେ ପ୍ରଭୁଙ୍କୁ ଋଣ ଦେଉଅଛୁ ପୁଣି ସେ ଏଥିପାଇଁ ଆମ୍ଭମାନଙ୍କୁ ପରିଶୋଧ କରିବେ। ମୋର ଅର୍ଥ, ଗଭୀର ସତ୍ୟତାର ସହିତ ବ୍ୟବହାରିକ ଜ୍ଞାନ। ଧନ ବିଷୟରେ କହିବାକୁ ବହୁତ କିଛି ଅଛି।"

ଏହାର ମଧ୍ୟ ହିତୋପଦେଶ ବିଷୟରେ କହିବାକୁ ବହୁତ କିଛି ଅଛି। ଏହି ବିଷୟ ସହିତ ମୋର ପ୍ରିୟ ନୀତିକଥା ହିତୋପଦେଶ ୫ ପର୍ବ, ୧୮ ପଦରେ ଆରମ୍ଭ ହୋଇଅଛି, “ଏକ ପ୍ରେମିକା ହରିଣୀ, ଏକ ରୂପବତୀ ହରିଣୀ ପରି  ତୁମ୍ଭେ ଆପଣା ଯୌବନକାଳର ଭାର୍ଯ୍ୟାଠାରେ ଆମୋଦ କର। ତାହାଙ୍କ ପ୍ରେମରେ ସର୍ବଦା ତୁମ୍ଭେ ଆସକ୍ତ ହୁଅ।” ମୁଁ ଏହା ପସନ୍ଦ କରେ। ମୁଁ ଏହି ସପ୍ତାହରେ ରବିନଙ୍କ ପାଇଁ ପଢ଼ିଥିଲି ଓ ସେ କହିଲା, “ମହାନ, ମୁଁ ବର୍ତ୍ତମାନ ଏକ ହରିଣ, ମୁଁ ଏକ ହରିଣୀ।" “, କିନ୍ତୁ ମୋର ପ୍ରିୟା, ଜଣେ ଅତିସୁନ୍ଦର, ଜଣେ ମନୋହର ଅଟନ୍ତି।” ଜଣେ ଉତ୍ତମ ସ୍ତ୍ରୀଙ୍କ ବିଷୟରେ କହିବାକୁ ବହୁତ କିଛି ଅଛି। ପୁଣି ପ୍ରକୃତରେ ଜଣେ ଉତ୍ତମ ସ୍ତ୍ରୀ ନୁହେଁ ବୋଲି କହିବାକୁ ମଧ୍ୟ ଏହାର ଅଳ୍ପ କିଛି ବିଷୟ ଅଛି ପୁଣି ମୋତେ ଜଣାଇଦେବାକୁ ଉଚିତ ଯେ, ହିତୋପଦେଶର ପ୍ରସଙ୍ଗ ହେଉଛି ଜଣେ ପିତା ଆପଣା ପୁତ୍ରକୁ ଶିକ୍ଷା ଦେଉଅଛନ୍ତି, ଗୋଟିଏ କ୍ଷେତ୍ରରେ ଯାହା ଉପଯୁକ୍ତ ତାହା  ଅନ୍ୟ କ୍ଷେତ୍ରରେ ମଧ୍ୟ ଉପଯୁକ୍ତ ଅଟେ ମୁଁ ଆଶା କରେ ସେଠାରେ ଘୃଣାଜନକ ସ୍ୱାମୀମାନଙ୍କ ବିଷୟରେ ଅଧିକ କିଛି ଥା’ନ୍ତା, ସେଠାରେ ସେହି ବିଷୟରେ ବହୁତ କିଛି ନାହିଁ। କିନ୍ତୁ ଉଦାହରଣ ସ୍ୱରୂପ, ହିତୋପଦେଶ ୨୧:୯ ପଦରେ, “କଳିହୁଡି ସ୍ତ୍ରୀ ସଙ୍ଗରେ ପ୍ରଶସ୍ତ ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ।” ଆପଣ ଗୃହକୁ ଯିବା ପରେ ସେହି ବିଷୟରେ ଜୀବନ୍ତ ବାଇବଲର ଅନୁବାଦରେ ଯାଞ୍ଚ କରନ୍ତୁ। ବରଂ ଏହା ସୃଜନଶକ୍ତି ସମ୍ପନ ଓ କୌତୁହଳଜନକ ଅଟେ। ସେ ବିଷୟରେ କହିବାକୁ ବହୁତ କିଛି ଅଛି।

ତଥାପି, ଅତ୍ୟଧିକ ବ୍ୟଭିଚାର ବିଷୟରେ ଅନେକ କଥା ଅଛିଯୌନ ବିଶ୍ୱସ୍ତତା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥାଏ ବୋଧହୁଏ ସବୁଠାରୁ ଶକ୍ତିଶାଳୀ ଉଦ୍ଧୃତାଂଶ ହିତୋପଦେଶ ୫ ପର୍ବରେ ଅଛି ଏବଂ ମୋର ଏକ ଅଂଶ ଏହି ବିଷୟଗୁଡ଼ିକୁ ଏଡ଼ାଇବାକୁ ଚାହେଁ, କିନ୍ତୁ ଯଦି ମୁଁ ହିତୋପଦେଶ ପ୍ରତି ବିଶ୍ୱସ୍ତ ହେବାକୁ ଯାଉଅଛି, ମୁଁ ଏଡ଼ାଇପାରିବି ନାହିଁ, କାରଣ ଏହା ହିତୋପଦେଶ ପୁସ୍ତକର ଏକ ପ୍ରମୁଖ ବିଷୟବସ୍ତୁ ଅଟେ ଏହା ହିତୋପଦେଶ ୫ ପର୍ବର  ୩ ପଦରୁ ଆରମ୍ଭ ହୋଇଅଛି, “ଯେହେତୁ ପରସ୍ତ୍ରୀର ଓ଼ଷ୍ଠରୁ ଟୋପା ଟୋପା ମଧୁ କ୍ଷରଇ।” ପରସ୍ତ୍ରୀ କେବଳ ଜଣେ ବେଶ୍ୟା ନୁହେଁ। ପରସ୍ତ୍ରୀ କାମ ପ୍ରକ୍ରିୟାର ପ୍ରତ୍ୟକ୍ଷ ଚିତ୍ରଣ ସମ୍ବନ୍ଧୀୟ ୱେବସାଇଟ୍ କିମ୍ବା କାମ ପ୍ରକ୍ରିୟାର ପ୍ରତ୍ୟକ୍ଷ ଚିତ୍ରଣ ସମ୍ବନ୍ଧୀୟ ପତ୍ରିକାରେ ଥିବା ସ୍ତ୍ରୀ ଅଟେ। ପରସ୍ତ୍ରୀ ଯୌନ ପ୍ରବୃତ୍ତିରେ ସକ୍ରିୟ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ର କିମ୍ବା ଛାତ୍ରୀ ଅଟେ ଆଉ ଯୌନ ପ୍ରବୃତ୍ତିରେ ସକ୍ରିୟ ମହାବିଦ୍ୟାଳୟର ଜଣେ ଛାତ୍ର କିମ୍ବା ଛାତ୍ରୀ ଅଟେ। ମୁଁ ଭାବୁଛି ବ୍ୟଭିଚାରିଣୀ ସ୍ତ୍ରୀ, ପରସ୍ତ୍ରୀ ହେଉଛି ଏପରିକି ପ୍ରେମର ଛଳନା କରୁଥିବା କନିଷ୍ଠ ଉଚ୍ଚ ବିଦ୍ୟାଳୟରେ ଯାହା ଚାଲୁ ରହେ ଏବଂ ଶାରୀରିକ ଓ ଆବେଗପ୍ରବଣ ପ୍ରତିବନ୍ଧକସମୂହର ଅବିରତ ଆଗଭର ଯାହା ଆମ୍ଭମାନଙ୍କର ଅଛି। ହିତୋପଦେଶ କହେ, "ଜଣେ ପରସ୍ତ୍ରୀର ଓ଼ଷ୍ଠ," ଓ  ଆସନ୍ତୁ ଆମ୍ଭେମାନେ ନ୍ୟାୟସଂଗତ ହେଉ, ପରପୁରୁଷ, “ମଧୁ କ୍ଷରଇ। ତାହାର ମୁଖ ତୈଳ ଅପେକ୍ଷା  ଅଧିକ ଚିକ୍କଣ ଅଟଇ। କିନ୍ତୁ ତାହାର ଶେଷଦଶା ନାଗଦଅଣା ନ୍ୟାୟ ପିତା, ଦ୍ବିଧାର ଖଡ୍ଗ ତୁଲ୍ୟ ତୀକ୍ଷଣ। ତା’ର ପାଦ ମୃତ୍ୟୁ ଆକୁ ଓହ୍ଲାଇ ଯାଏ, ତା’ର ପାଦ ବିକ୍ଷେପ ପାତାଳରେ (ନର୍କ) ପଡ଼ଇ।” ଅନ୍ତର୍ନିହିତ ବିଷୟବସ୍ତୁ ମଧ୍ୟରୁ ଅନ୍ୟତମ ମୌଳିକ ବିଷୟ ଯାହା ହିତୋପଦେଶ ମାଧ୍ୟମରେ ଏହାର ପଥ ତିଆର କରେ ତାହା ହେଉଛି ସେମାନଙ୍କ ଭାଷାରେ, ନିର୍ବୋଧ କେବଳ ସ୍ୱଳ୍ପ କାଳୀନକୁ ଦୃଷ୍ଟିପାତ କରେ। ପୁଣି ମୋତେ ଏହା ସେମାନଙ୍କ ଭାଷାରେ କହିବାକୁ ପଡିବ କାରଣ  କାହାକୁ କେବେହେଲେ ନିର୍ବୋଧ ବୋଲି ନ କହିବାକୁ ମୋ ମାତା ମୋତେ ଶିଖାଇଲେ। କିନ୍ତୁ ଶଲୋମନ ସେମାନଙ୍କୁ ନିର୍ବୋଧ ଲୋକେ ବୋଲି କହନ୍ତି, ତେଣୁ ଏହି ପ୍ରସଙ୍ଗରେ ମୋତେ କରିବାକୁ ପଡ଼ିବ। ନିର୍ବୋଧ  ଲୋକ କେବଳ ସ୍ୱଳ୍ପ କାଳ ଦେଖାଯାଏ। ଏବଂ ଜ୍ଞାନୀ ବ୍ୟକ୍ତି ଦୀର୍ଘ କାଳ ଦେଖାଯାଏ। ହିତୋପଦେଶ ପୁସ୍ତକରେ ଏହା ଏକ ସ୍ଥିର ବିଷୟ  ଏବଂ ନିର୍ବୋଧ ଲୋକ ଏହି ପରସ୍ତ୍ରୀକୁ ଦେଖେ ପୁଣି ତାହାର ଷ୍ଠରୁ ଟୋପା ଟୋପା ମଧୁ କ୍ଷରୁଥିବା ଓ ତାହାର ମୁଖକୁ ତୈଳ ଅପେକ୍ଷା ଅଧିକ ଚିକ୍କଣ ଦେଖି କହେ, “ଏହାର କୌଣସି ଫଳାଫଳ ନାହିଁ। ଏହା ଦୀର୍ଘ କାଳୀନ ନାହିଁ, କେବଳ ସ୍ୱଳ୍ପ କାଳୀନ ଅଟେ।” ହିତୋପଦେଶ ପୁସ୍ତକରେ ଏହା ଏହିପରି ଏକ ପ୍ରମୁଖ ବିଷୟବସ୍ତୁ। କିନ୍ତୁ ସମସ୍ତ ନୀତିକଥା ଓ ସମସ୍ତ ବିଷୟବସ୍ତୁ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ଭବତଃ ହିତୋପଦେଶ ୧:୭ ପଦ ଅଟେ। ଦୟାକରି ଏହା ବାହାର କରନ୍ତୁ।

ଶଲୋମନ ଏହି ନୀତିକଥା ସହିତ ପୁସ୍ତକ ଆରମ୍ଭ କରନ୍ତି ପୁଣି ଏହି ନୀତିକଥା ମଧ୍ୟରେ ହିଁ ଅବଶେଷ ସମସ୍ତ ପୁସ୍ତକ ଅନୁସରଣ କରନ୍ତି। ଯଦି ଆପଣ ଜ୍ଞାନୀ ହେବାକୁ ଚାହାନ୍ତି, ଯଦି ଆପଣ ପ୍ରକୃତରେ ଚତୁର ହେବାକୁ ଚାହାନ୍ତି, ତେବେ ଆପଣଙ୍କ ଜ୍ଞାନର ଅନ୍ୱେଷଣ ପ୍ରଭୁ ବିଷୟକ ଭୟରୁ ଆରମ୍ଭ ହୁଏ ତାହା ହିଁ ଉତ୍ସ ଅଟେ ଯେଉଁଥିରୁ ଅନ୍ୟ ସମସ୍ତ ଜ୍ଞାନ ପ୍ରବାହିତ ହେବ। ବର୍ତ୍ତମାନ, ଯେତେବେଳେ ଆମ୍ଭେମାନେ ପ୍ରଭୁ ବିଷୟ ଭୟ କଥାବାର୍ତ୍ତା କରୁ, ତେବେ ଏହି ବାକ୍ୟାଂଶର ଅର୍ଥ କଣ ତାହାକୁ ଭୁଲ ବୁଝିବା ସହଜ ଅଟେ। ଗୋଟିଏ ପକ୍ଷରେ, ଅବଶ୍ୟ ଯେପର୍ଯ୍ୟନ୍ତ ଆପଣ ପାପରେ ଜୀବନ ଯାପନ କରୁ ନାହାନ୍ତି ଏହା  ଭୟଭୀତ ହେବାକୁ ବୁଝାଏ ନାହିଁ, ଆଉ ମୁଁ ମଧ୍ୟ ବିଚାର ବିଷୟରେ ଭୟଭୀତ ହୋଇଥା’ନ୍ତି। କିନ୍ତୁ ପ୍ରକୃତରେ ତାହା ପ୍ରଭୁ ବିଷୟକ ଭୟ ନୁହେଁ। ଅନ୍ୟ ପକ୍ଷରେ, ପ୍ରଭୁ ବିଷୟକ ଭୟ ଭଦ୍ରତା ଭଳି ସରଳ କୌଣସି ବିଷୟକୁ ହ୍ରାସ କରାଯାଇପାରିବ ନାହିଁ। କିନ୍ତୁ ପ୍ରଭୁ ବିଷୟକ ଭୟ ମଝିରେ କିଛି ବିଷୟ ଅଟେ ଏବଂ ଆମ୍ଭେମାନେ “ଭକ୍ତିପୂର୍ଣ୍ଣ ଭୟ” କିମ୍ବା “ସମ୍ମାନଜନକ ସମ୍ମାନ” ପରି ବାକ୍ୟାଂଶ ବ୍ୟବହାର କରୁ। କିନ୍ତୁ ଭକ୍ତିପୂର୍ଣ୍ଣ ଭୟ କିମ୍ବା ସମ୍ମାନଜନକ ସମ୍ମାନରେ ଏବଂ ଆମ୍ଭେମାନେ କିପରି ଈଶ୍ୱରଙ୍କ ସହ ଜଡ଼ିତ, ତାହା ଜ୍ଞାନର ଆରମ୍ଭ ଅଟେ। ସେହିଠାରୁ ହିଁ ଏସବୁ ଉତ୍ପନ୍ନ ହୁଏ।

ଯାତ୍ରା ୧୪ ପର୍ବରେ, ସଦାପ୍ରଭୁ ବିଷୟକ ଭୟ କ’ଣ ତାହା ବୁଝିବାରେ ଆମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଏକ ଶକ୍ତିଶାଳୀ ଦୃଶ୍ୟ ଚିତ୍ରିତ କରାଯାଇଛିଆପଣ କେବେ ବାଇବଲରେ ଲିଖିତ ଲୋକମାନଙ୍କ ସ୍ଥାନରେ ନିଜକୁ ରଖି ଏହା କ’ଣ ବୋଲି ଆପଣ କେବେ ଆଶ୍ଚର୍ଯ୍ୟ ହୋଇଅଛନ୍ତି କି? ମୁଁ ଆଶା କରେ ଯେ ଆମ୍ଭେମାନେ ସମ୍ପୁର୍ଣ୍ଣ ବାଇବଲ ସ୍ୱର୍ଗରେ ପୂର୍ବ ଅନୁଭୂତି ମନେ ପକେଇବାକୁ ଯିବା, କାରଣ ମୁଁ ସୂଫ ସାଗର ମଧ୍ୟ ଦେଇ ଯିବାକୁ ଚାହୁଁଛି ଏବଂ ମୁଁ ଜଳର ଅଂଶ ଦେଖି ସେଠାରେ ମାଛ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ଚାହୁଁଛି। ଏହା ଗୋଟିଏ ବିଷୟ ଯାହା ମୁଁ ପ୍ରକୃତରେ କରିବାକୁ ଚାହେଁ। କିନ୍ତୁ ନିଜକୁ ସେମାନଙ୍କ ସ୍ଥାନରେ ରଖେ। ସେମାନେ ମିସ୍ରୀୟମାନଙ୍କ ପାଇଁ ବନ୍ଦୀ ହୋଇଅଛନ୍ତି। ଈଶ୍ୱର ତାହାଙ୍କ ଶକ୍ତିରେ ଦଶଟି ଭୟଙ୍କର ମହାମାରୀ ପଠାନ୍ତି ପୁଣି ଆପଣଙ୍କୁ ମୁକ୍ତ କରନ୍ତି, ଆପଣଙ୍କ ମଧ୍ୟରୁ ଆପଣ ସାଢ଼େ ଦଶ ଲକ୍ଷ ଲୋକଙ୍କୁ ନେଇ ଆପଣ ସୂଫ ସାଗରକୁ ଆସନ୍ତି, ଆପଣଙ୍କର ନେତା ଆପଣାର ଯଷ୍ଟି ଧରିଅଛନ୍ତି, ଜଳ ଭାଗ ହୋଇଯାଏ, ଆପଣ ପାର ହୋଇଯାନ୍ତିସେଠାରେ ଶତ୍ରୁ ଆସେ। ଜଳ ସେମାନଙ୍କୁ ହଠାତ ପତ୍ତନ କରି ସେମାନଙ୍କୁ ବଧ କରିବା ଆପଣ ଦେଖନ୍ତି। ପୁଣି ସେହି ମୁହୂର୍ତ୍ତରେ, ଆପଣ ଈଶ୍ୱରଙ୍କ ବିଷୟରେ କଅଣ ଚିନ୍ତା କରନ୍ତି? ତାହା ସଦାପ୍ରଭୁଙ୍କୁ ଭୟ କରିବା ଅଟେ। ଯାତ୍ରା. ୧୪: ୩୧ ପଦ। ସଦାପ୍ରଭୁ ମିସ୍ରୀୟମାନଙ୍କ ବିରୁଦ୍ଧରେ ଏହି ଯେଉଁ ମହତ କର୍ମ କଲେ, ତାହା ଇସ୍ରାଏଲ ଦେଖିଲେ। ତହିଁରେ ଲୋକମାନେ ସଦାପ୍ରଭୁଙ୍କୁ ଭୟ କରି ସେମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କଲେ। ସଦାପ୍ରଭୁଙ୍କ ବିଷୟକ ଭୟ ହେଉଛି, ଭକ୍ତିପୂର୍ଣ୍ଣ ଭୟ, ସମ୍ମାନଜନକ ସମ୍ମାନ, ପରମେଶ୍ୱର ସୂଫ ସାଗରକୁ ପୃଥକ ଏବଂ ପୁନର୍ବାର ପରମେଶ୍ୱର ସୂଫ ସାଗରକୁ ଶତ୍ରୁମାନଙ୍କ ଉପରେ ହଠାତ ପତ୍ତନ କରିବା ଦେଖିନ୍ତି ଆପଣ କଅଣ ଚିନ୍ତା କରିଥା’ନ୍ତେସେପ୍ରତି ଆପଣ କିପରି ପ୍ରତ୍ୟୁତ୍ତର କରନ୍ତି, ତାହା ହେଉଛି ସଦାପ୍ରଭୁଙ୍କୁ ଭୟ କରିବା। ପୁଣି ସଦାପ୍ରଭୁଙ୍କୁ ଭୟ କରିବା ଯେଉଁଠାରେ ସେଠାରୁ ଜ୍ଞାନ ଆରମ୍ଭ ହୁଏ। ଏହା ପ୍ରତ୍ୟେକ ବିଷୟର କେନ୍ଦ୍ରରେ ଅଛି।  ଯଦି ମୁଁ ଏହାକୁ ଅନ୍ୟ ଉପାୟରେ କହିପାରି ଥା’ନ୍ତି, ତେବେ ମୁଁ ଏହାକୁ ଏହିପରି ଉପାୟରେ କହିପାରି ଥା’ନ୍ତି। ଯଦି ଆପଣ ଜ୍ଞାନ ଅନ୍ୱେଷଣ କରନ୍ତି, ତେବେ ଆପଣ ପରମେଶ୍ୱରଙ୍କୁ ପାଇବେ। ତାହାହିଁ ହିତୋପଦେଶ ୧: ୭ ପଦ କହୁଅଛି। ଯଦି ଆପଣ ଜ୍ଞାନ ଅନ୍ୱେଷଣ କରନ୍ତି, ତେବେ ଆପଣ ପରମେଶ୍ୱରଙ୍କୁ ପାଇବେ କାରଣ ପ୍ରକୃତ ଜ୍ଞାନ ପରମେଶ୍ୱରଙ୍କୁ ଜାଣିବା ଦ୍ୱାରା ଆରମ୍ଭ ହୁଏ। ଦୟାକରି ହିତୋପଦେଶ ୨ ପର୍ବର ୧ ପଦର ଆରମ୍ଭରୁ ଦେଖନ୍ତୁ, "ହେ ମୋହର ପୁତ୍ର, ତୁମ୍ଭେ ଯେବେ ମୋ’ କଥା ଗ୍ରହଣ କରିବ ଓ  ମୋ’ ଆଜ୍ଞାସବୁ ମନରେ ରଖିବ; ଯେବେ ଜ୍ଞାନ ଆକୁ ତୁମ୍ଭର କର୍ଣ୍ଣ ଡେର ଓ ବୁଦ୍ଧିରେ ମନୋନିବେଶ କର; ହଁ ଯେବେ ତୁମ୍ଭେ ସୁବିବେଚନା ପ୍ରତି ଡାକ ପକାଅ ଓ ବୁଦ୍ଧି ନିମନ୍ତେ ଉଚ୍ଚ ସ୍ୱର କର; ଯେବେ ରୁପା ନ୍ୟାୟ ତାକୁ ଖୋଜ ଓ ପୋତାଧନ ପରି ତାହାର ଅନ୍ୱେଷଣ କର।" ଯଦି ଆମ୍ଭେମାନେ ତାହା କରିଥା’ନ୍ତେ ତେବେ ଏହା କି ଅବିଶ୍ୱାସନୀୟ ହୋଇ ନ ଥା’ନ୍ତା? ଏହା ଅବିଶ୍ୱାସନୀୟ ନୁହେଁ କି ଯଦି ଏହି ମଣ୍ଡଳୀ ଈଶ୍ୱରଙ୍କ ଜ୍ଞାନର ଅନୁଧାବନ ବିଷୟରେ ଭାବପ୍ରବଣ ବ୍ୟକ୍ତି ଭାବରେ ପରିଚିତ ହେବ, “ଯେବେ ରୂପା ନ୍ୟାୟ ତାକୁ ଖୋଜ ଓ ପୋତା ଧନ ପରି ତାହାର ଅନ୍ୱେଷଣ କର, ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ଵରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ?” ଜ୍ଞାନ ନିମନ୍ତେ ଆରମ୍ଭ ପ୍ରସଙ୍ଗ ହେଉଛି ସଦାପ୍ରଭୁଙ୍କୁ ଭୟ କରିବା।  ସଦାପ୍ରଭୁଙ୍କ ବିଷୟକ ଭୟ ଈଶ୍ୱରଙ୍କୁ ଜାଣିବା, ଈଶ୍ୱରଙ୍କୁ ବୁଝିବାରେ ଜ୍ଞାନର ଆରମ୍ଭ ହୁଏ। ତହିଁରେ ଈଶ୍ୱର କିଏ ଆପଣ ତାହାଙ୍କୁ ଥରେ ଜାଣିବା ପରେ ଆପଣ ସ୍ୱୟଂଚାଳିତ ଭାବରେ ବୁଝିପାରିବେ ଯେ କେବଳ ଈଶ୍ୱର ପ୍ରକୃତ ଜ୍ଞାନର ଏକମାତ୍ର ଉତ୍ସ ଅଟନ୍ତି। ପରବର୍ତ୍ତୀ ପଦ, ୬ କୁ ଦେଖନ୍ତୁ, “ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି, ତାହାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଅଇ।” ଏହାହିଁ ଯାକୁବ ୧ ପର୍ବରେ ଲେଖୁଅଛନ୍ତି,  ଯଦି ତୁମ୍ଭମାନଙ୍କ ମଧ୍ୟରୁ କାହାରି ଜ୍ଞାନର ଅଭାବ ଥାଏ, ତେବେ ପ୍ରାର୍ଥନା କର ଓ ପ୍ରଭୁ ତୁମକୁ ଜ୍ଞାନ ଦେବେ। ଜ୍ଞାନର ପ୍ରାରମ୍ଭ ଆଲୋଚ୍ୟ ବିଷୟ ପ୍ରଭୁ ବିଷୟକ ଭୟକୁ ବୁଝାଏ, ସେ କିଏ ତାହା ବୁଝିବା ଓ କ’ଣ ସତ୍ୟ, ଓ କ’ଯଥାର୍ଥକ’ଣ ବୁଦ୍ଧିମାନ ତାହା ତାହାଙ୍କଠାରୁ ନିର୍ଗତ ହୁଏ। ହଁ, ମୁଁ ଜାଣେ ଯେ ବେଳେବେଳେ ଏକ ଅନ୍ଧ ଗୁଣ୍ଡୁଚିମୁଷା କିଛି ମୁହୂର୍ତ୍ତକେ ଥରେ ବାଦାମ ପାଇପାରେ, ଠିକ୍? ପ୍ରତ୍ୟେକ ଥର ଲୋକମାନେ ଏପରି କିଛି ଆଣିପାରନ୍ତି ଯାହା ସତ୍ୟ ଅଟେ କିନ୍ତୁ ପ୍ରକୃତ ଜ୍ଞାନର ଉତ୍ସ ଏବଂ ଯେ ସର୍ବଦା ଜ୍ଞାନୀ, ତାହାର ଉତ୍ସ ଈଶ୍ୱର ଅଟନ୍ତି। ତାହା  ହିତୋପଦେଶ ୧: ୭ ପଦ ବର୍ଣ୍ଣନା କରେ। ଆଜି ସକାଳେ ଯଦି ଆପଣମାନେ କିଛି ଶୁଣନ୍ତି, ତେବେ ଦୟାକରି ଏହା ଶୁଣନ୍ତୁ; ଈଶ୍ୱର ଉତ୍ତମ ଭାବରେ ଜାଣନ୍ତି। ତାହା ହେଉଛି ହିତୋପଦେଶର ବିଷୟ ବସ୍ତୁଈଶ୍ୱରଙ୍କ ପଥସବୁ ସତ୍ୟ, ଈଶ୍ୱରଙ୍କ ପଥସବୁ ଉପଯୁକ୍ତ ଆମ୍ଭମାନଙ୍କର ପିତା ଈଶ୍ୱର ଅତି ଉତ୍ତମ ଭାବରେ ଜାଣନ୍ତି। ତାହା ସମସ୍ତ ହିତୋପଦେଶର ମୂଳଦୁଆ, କାରଣ ଏହା ତାହାଙ୍କର ଜ୍ଞାନ। ଏହେତୁ, ପ୍ରଥମ ପଦକ୍ଷେପ ହେଉଛି ଯେ ସେ ଯଥାର୍ଥ, ଏବଂ ତେଣୁ ତାହାଙ୍କର ଜ୍ଞାନ ଯଥାର୍ଥ ଅଟେ

୩. ଏହି ଜଗତରେ ଦୁଇ ପ୍ରକାରର ଲୋକ 

ଏହି ଜଗତରେ ଦୁଇ ପ୍ରକାରର ଲୋକ ଅଛନ୍ତି। ମୁଁ ବେଳେବେଳେ ବିଷୟ ସବୁକୁ ସେମାନଙ୍କ ସବୁଠାରୁ ଅତି ସହଜ ଉପାଦାନକୁ ଭାଙ୍ଗିବାକୁ ଚେଷ୍ଟା କରିବାକୁ ପସନ୍ଦ କରେ; ମୁଁ ଏହା ସାହାଯ୍ୟକାରୀ ମନେ କରେ। ଏହି ଜଗତରେ ଦୁଇ ପ୍ରକାରର ଲୋକ ଅଛନ୍ତିସେମାନେ ହେଉଛନ୍ତି ଯେଉଁମାନେ ବିଶ୍ୱାସ କରନ୍ତି ଯେ ଈଶ୍ୱର ଠିକ୍ ଅଟନ୍ତି ଏବଂ ଯେଉଁମାନେ ବିଶ୍ୱାସ କରନ୍ତି ଯେ ଈଶ୍ୱର ଭୁଲ୍ ଅଟନ୍ତି। ଏହାକୁ ଦେଖିବାର ଗୋଟିଏ ଉପାୟ। ଆପଣ ବିଶ୍ୱାସ କରନ୍ତି ଯେ ଈଶ୍ୱର କେଉଁ ବିଷୟରେ କହୁଅଛନ୍ତି ସେ ଜାଣନ୍ତି ଆଉ ସେ ଜ୍ଞାନୀ ଅଟନ୍ତି, କିମ୍ବା ଆପଣ ଭାବନ୍ତି ନାହିଁ ଯେ ଈଶ୍ୱର ଜାଣନ୍ତି ସେ କେଉଁ ବିଷୟରେ କହୁଅଛନ୍ତି ପୁଣି ପ୍ରକୃତରେ, ସେ ଜଣେ ନିର୍ବୋଧ ଅଟନ୍ତି। ଏହି ଜଗତରେ ଦୁଇ ପ୍ରକାରର ଲୋକ ଅଛନ୍ତି ଓ ହିତୋପଦେଶରେ ଏହି ଦୁଇ ପ୍ରକାର ଲୋକଙ୍କ ପାଇଁ ଦୃଢ଼ ଭାଷା ଅଛି।

କ.  ଜ୍ଞାନୀ ବ୍ୟକ୍ତି

ଗୋଟିଏ ପଟେ ଆପଣଙ୍କର ଜ୍ଞାନୀ ବ୍ୟକ୍ତିମାନେ ଅଛନ୍ତି। ତାହାହିଁ ଶଲୋମନ ଆମ୍ଭମାନଙ୍କୁ କୁହନ୍ତି।  ପୁଣି ଜ୍ଞାନୀ ବ୍ୟକ୍ତି ବିଶ୍ୱାସ କରେ ଯେ ଈଶ୍ୱରଙ୍କ ପଥସବୁ ସର୍ବଦା ସତ୍ୟ ଅଟେ। ଜ୍ଞାନୀ ବ୍ୟକ୍ତି ବିଶ୍ୱାସ କରେ ଯେ ଈଶ୍ୱରଙ୍କ ପଥସବୁ ସର୍ବଦା ସତ୍ୟ ଅଟେ, ବନ୍ଧୁମାନେ କହିବା ସତ୍ତ୍ୱେ, ଜନଗହଳିରେ କହିବା ସତ୍ତ୍ୱେ, ଶେଷତମ ମାନସିକ ଅଳ୍ପ ସମୟ ପାଇଁ ଚଳୁଥିବା ଫେସନ ସତ୍ତ୍ୱେ, ଆପଣମାନଙ୍କର (ହରମୋନ୍) ଉଦ୍ଦୀପକ ଜୀବରସ ଆପଣଙ୍କୁ କ’ଣ କହୁଅଛି ତାହା ସତ୍ତ୍ୱେ, ଜଣେ ଯୁବକଙ୍କର ଇଚ୍ଛା ସ୍ୱାଧୀନତା ନିମନ୍ତେ ତାହାକୁ କ’ଣ କହୁଅଛି ତାହା ସତ୍ତ୍ୱେ, ପାପର ପ୍ରତାରଣାତ୍ମକ ସତ୍ତ୍ୱେ, ପାପର ସ୍ୱଳ୍ପ-କାଳୀନ ସମ୍ଭାବ୍ୟ ଉପକାରସମୂହ ସତ୍ତ୍ୱେ, ସେହିସବୁ ବିଷୟ ସତ୍ତ୍ୱେ ତାହାଙ୍କ ପଥସବୁ ସର୍ବଦା ସର୍ବୋତ୍ତମ ଅଟେ। ପୁଣି ସେହି ସମସ୍ତ ବିଷୟ ଈଶ୍ୱରଙ୍କ ସହିତ ଯୁଦ୍ଧ କରୁଅଛି, ସେସବୁ କରୁ ନାହିଁ କି? ସେହିସବୁ ସତ୍ତ୍ୱେ ଜ୍ଞାନୀ ବ୍ୟକ୍ତି କହେ, “ତୁମେ ଜାଣ କି? ମୁଁ ବିଶ୍ୱାସ କରେ ଯେ ଈଶ୍ୱର ଠିକ୍ ଅଟନ୍ତି। ମୁଁ ବିଶ୍ୱାସ କରେ ଯେ ସେ ଜ୍ଞାନୀ ଅଟନ୍ତି।” ପୁଣି ଜ୍ଞାନୀ ବ୍ୟକ୍ତି ଯିଏ ବିଶ୍ୱାସ କରେ ଯେ, ଈଶ୍ୱର  ସର୍ବଦା ଠିକ୍ ଅଟନ୍ତି ତେବେ ସେ ଅତ୍ୟନ୍ତ ପଠନୀୟ ଅଟେ, ସେ  ନୁହେଁ କି? ଆପଣ ସେହି ଉଦ୍ଧୃତାଂଶରେ ଦେଖନ୍ତୁ ଯାହାକୁ ଆମ୍ଭେମାନେ ୨ ପର୍ବର ମଧ୍ୟସ୍ଥରେ ପଢୁ। “ଯେବେ ରୂପା ନ୍ୟାୟ ତାକୁ ଖୋଜ ଓ ପୋତା ଧନ ପରି ତାହାର ଅନ୍ୱେଷଣ କର,” ଯଦି ଆପଣ ଶିକ୍ଷା ଦେବାରେ ସକ୍ଷମ ଅଟନ୍ତି, ଯଦି ଆପଣ ପ୍ରକୃତରେ ଶିଖିବାକୁ ଚାହାନ୍ତି, ଯଦି ଆପଣ ଜ୍ଞାନୀ ହେବାକୁ ଚାହାନ୍ତି, ତେବେ ଆପଣ ପ୍ରଭୁ ବିଷୟକ ଭୟ ବୁଝିବେ ଆଉ ଆପଣ ଈଶ୍ୱରଙ୍କ ଜ୍ଞାନ ପାଇବେ। ଯେଉଁ ବ୍ୟକ୍ତି ଜ୍ଞାନୀ ସେ ପଠନୀୟ ଅଟେ, ଏପରିକି ଯଦି ଏହାର ଅର୍ଥ କଷ୍ଟକର ପରିସ୍ଥିତିରେ କଷ୍ଟକର ଶିକ୍ଷାର ବିଷୟ ଶିକ୍ଷା କରିବା, କାରଣ ପଠନୀୟ ବ୍ୟକ୍ତି ଖୋଲା ଅଟେ ଏପରିକି ଯେତେବେଳେ ତାହାକୁ ଅନୁଯୋଗ କରାଯାଉଅଛି।  ଅପେକ୍ଷାକୃତ ଉତ୍ତମ-ଜଣାଶୁଣା ନୀତିକଥା ସମୂହ ମଧ୍ୟରୁ ଗୋଟିଏ ହିତୋପଦେଶ ୩ ପର୍ବ, ୧୧  ଓ ୧୨ ପଦରେ ଅଛି:  “ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଯୋଗ ତୁଚ୍ଛ କର ନାହିଁ ଓ ତାହାଙ୍କ ଶାସନରେ କ୍ଳାନ୍ତ ହୁଅ ନାହିଁ। କାରଣ ଯେପରି ପିତା ଆପଣା ସନ୍ତୋଷପାତ୍ର ପୁତ୍ରକୁ, ସେପରି  ସଦାପ୍ରଭୁ ଆପଣା ପ୍ରେମପାତ୍ରକୁ ଶାସନ କରନ୍ତି।” ପିତାମାତା, ଆମ୍ଭେମାନେ କେତେଥର ଆମ ପିଲାମାନଙ୍କୁ କହିଅଛୁ, “ଏହା ତୁମ ଅପେକ୍ଷା  ଅଧିକ ମୋତେ ଆଘାତ କରେ।”? ପୁଣି ସେମାନେ ଯାଆନ୍ତି, “ହଁ, ଠିକ୍!”  “ଅହଃ , ନା, ମୁଁ ଏହା କରୁଅଛି କାରଣ ମୁଁ ତୁମକୁ ପ୍ରେମ କରେ।" “ହଁ ଠିକ୍!"  ତାହାହିଁ ଠିକ୍ ଭାବରେ ଆମର ସ୍ୱର୍ଗୀୟ ପିତା, ପିତାମାତା, ଆମ୍ଭମାନଙ୍କ ପାଇଁ  କରନ୍ତି।  ଯେତେବେଳେ ଆମ୍ଭେମାନେ ପାପ କରୁ, ଯେତେବେଳେ ଆମ୍ଭେମାନେ  ଭୁଲ ରାସ୍ତା  ବାଛିଥାଉ, ସେତେବେଳେ ଆମ୍ଭେମାନଙ୍କୁ ଅନୁଯୋଗ କରାଯାଏ, ପୁଣି ଜ୍ଞାନୀ ବ୍ୟକ୍ତି ମଧ୍ୟ ଅନୁଶାସନ ମଧ୍ୟରେ ବୁଝନ୍ତି ଯେ ସେମାନେ ଶିଖୁଅଛନ୍ତି, ଏବଂ ସେମାନେ ଶିଖିବାକୁ ଚାହାଁନ୍ତି କାରଣ ସେମାନେ ଜ୍ଞାନୀ ହେବାକୁ ଚାହାଁନ୍ତି, କାରଣ ସେମାନେ ସେମାନଙ୍କ ଅନ୍ତଃକରଣରେ ବିଶ୍ୱାସ କରନ୍ତି ଯେ ଜ୍ଞାନ ଈଶ୍ୱରଙ୍କ ବିଷୟକ ଭୟରୁ ଆରମ୍ଭ ହୁଏ ଆଉ  ସେ ସତ୍ୟର ଉତ୍ସ ଅଟନ୍ତି।  ଜଣେ ଜ୍ଞାନୀ ବ୍ୟକ୍ତି ବିଶ୍ୱାସ କରେ ଯେ ଈଶ୍ୱର ଠିକ୍ ଅଟନ୍ତି।  ଜଣେ ଜ୍ଞାନୀ ବ୍ୟକ୍ତି ସବୁ ପରିସ୍ଥିତିରେ ପଠନୀୟ  ଏବଂ ଜଣେ ଜ୍ଞାନୀ ବ୍ୟକ୍ତି ବିଶ୍ୱାସ କରେ  ଯେ ଧାର୍ମିକତା, ଯାହା ଈଶ୍ୱରଙ୍କ ମାର୍ଗରେ କାର୍ଯ୍ୟ କରେ,ସର୍ବଦା ଦୀର୍ଘ କାଳୀନ ପୁରସ୍କୃତ ହୁଏ। ମୁଁ ଏହା ପୂର୍ବରୁ କହିଥିଲି ଯେ ହିତୋପଦେଶରେ ସ୍ୱଳ୍ପ- କାଳୀନ ଓ ଦୀର୍ଘ-କାଳୀନ ଚିନ୍ତାଧାରା ମଧ୍ୟରେ ଏକ ପ୍ରଭେଦ ଅଛି। ସେଗୁଡ଼ିକ ମୋର ବାକ୍ୟସମୂହ ଅଟେ। ଶଲୋମନ ସେଗୁଡିକୁ ବ୍ୟବହାର କରନ୍ତି ନାହିଁ।  କିନ୍ତୁ ଏହା ଏକ ଧାରଣା ଯେ ଜଣେ ଜ୍ଞାନୀ ବ୍ୟକ୍ତି ତୁରନ୍ତ ଦେଖେ ନାହିଁ, କିନ୍ତୁ ଜ୍ଞାନୀ ବ୍ୟକ୍ତି ବୁଝିପାରେ ଯେ ଏହାର ପରିଣାମ ଅଛି ଏବଂ ଏହି ନିଷ୍ପତ୍ତି ପରେ ଜୀବନ ଅଛି। ମଧ୍ୟ ଜ୍ଞାନୀ ବ୍ୟକ୍ତି ରାସ୍ତାକୁ ଚାହିଁ କହିପାରେ, “ତୁମେ ଜାଣ କି? ପରମେଶ୍ୱର ଧାର୍ମିକତାକୁ ପୁରସ୍କାର ଦେବେ। ଯେଉଁମାନେ ଯଥାର୍ଥ କାର୍ଯ୍ୟ କରନ୍ତି, ପରମେଶ୍ୱର ସେମାନଙ୍କୁ ପୁରସ୍କାର ଦେବେ।” ଏବଂ ପ୍ରକୃତରେ ଏକ ସ୍ପଷ୍ଟ ବିଷୟ ଯାହା ଘଟେ, ପୁଣି ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଦୀର୍ଘ ସମୟ ଧରି ଖ୍ରୀଷ୍ଟିଆନ ହୋଇଥିବେ, ଏହା ଜାଣନ୍ତି ଯେ, ଯେତେବେଳେ ଖ୍ରୀଷ୍ଟିୟାନ ଭାବରେ ଆପଣ ଜଣେ ଯୁବକ ରୂପେ ଯେପରି ଆରମ୍ଭ କରନ୍ତିଆପଣ କୌଣସି ପୁରସ୍କାର ସମ୍ମୁଖରେ ଦେଖନ୍ତି ନାହିଁ। ଆପଣ ଦେଖନ୍ତି କି? ସବୁକିଛି ଦୀର୍ଘ-କାଳୀନ ଅଟେ। “ମୁଁ କାହିଁକି ଏହା କହି ପାରିବି ନାହିଁ?” "ଠିକ୍ ଅଛି, ଏହା କରିବାକୁ ଠିକ୍ ବିଷୟ ଅଟେ।" ପୁଣି ରାସ୍ତାଠାରୁ ଦୂରରେ, ଆପଣ ଅନୁଭବ କରନ୍ତି, “ଆପଣ ଜାଣିଛନ୍ତି କି? ଯଦି ମୁଁ ମୋ’ ମୁଖ ଦେଖେ ଏହା ଅପେକ୍ଷାକୃତ ଭଲ ଅଟେ। ଯଦି ମୁଁ ମୋ ମୁଖରୁ କୌଣସି ଅସ୍ୱାସ୍ଥ୍ୟକର କଥାବାର୍ତ୍ତା ନିର୍ଗତ ହେବାକୁ ଦିଏ ନାହିଁ ତେବେ ଏହା ଅପେକ୍ଷାକୃତ ଭଲ ଅଟେ।” କିନ୍ତୁ କ’ଣ ଘଟେ ତାହା ହେଉଛି ଯାହା ଦୀର୍ଘ-କାଳୀନ ଥିଲା ତାହା ସ୍ୱଳ୍ପ - କାଳୀନ ହୋଇଯାଏ, ଏହା ହୁଏ ନାହିଁ କି? ଆଉ ଆପଣ ଅଧିକରୁ ଅଧିକ ଶୀଘ୍ର ଦେଖିବା ଆରମ୍ଭ କରନ୍ତୁ ଯେ ଈଶ୍ୱରଙ୍କ ପଥସବୁ ହିଁ ସର୍ବୋତ୍ତମ ପଥସବୁ ଯଦ୍ୱାରା, ଏପରିକି ଅନୁଶାସନ ମଧ୍ୟରେ ମଧ୍ୟ, ଯେତେବେଳେ ଈଶ୍ୱର ଆମ୍ଭମାନଙ୍କୁ ଅନୁଶାସନ କରୁଅଛନ୍ତି, ଯେତେବେଳେ ଆମ୍ଭେମାନେ ଆମ୍ଭମାନଙ୍କର କାର୍ଯ୍ୟସବୁର ପରିଣାମ ହେତୁ ଦୁଃଖଭୋଗ କରୁଅଛୁ, ସେତେବେଳେ ଆମ୍ଭେମାନେ ସେଗୁଡ଼ିକରେ ମଧ୍ୟ ଦେଖିପାରିବା, ହଁ, ଈଶ୍ୱରଙ୍କ ପଥସକଳ ସର୍ବୋତ୍ତମ ଅଟେ। ହିତୋପଦେଶ ଅନୁଯାୟୀ, ତାହାସବୁ ଜଣେ ଜ୍ଞାନୀ ବ୍ୟକ୍ତିରେ ପରିଣତ କରିଥାଏ। ଈଶ୍ୱରଙ୍କ ମାର୍ଗସକଳ ସର୍ବୋତ୍ତମ ଅଟେ। ସେଥିପାଇଁ, ସେମାନେ ପଠନୀୟ ଓ ସେମାନେ ବୁଝନ୍ତି ଯେ, ଦୀର୍ଘ-କାଳୀନରେ ଓ ପ୍ରାୟତଃ ସ୍ୱଳ୍ପ-କାଳୀନରେ, ଈଶ୍ୱର ଧାର୍ମିକତାକୁ ପୁରସ୍କାର ଦିଅନ୍ତି।

ବର୍ତ୍ତମାନ ମୁଁ ଭାବୁ ନାହିଁ ଯେ, ଶୀଘ୍ର, ଯେକୌଣସି ସମୟରେ, ଶୀଘ୍ର ଯେକୌଣସି ସମୟରେ ସେମାନେ ଆମ୍ଭମାନଙ୍କ ମଧ୍ୟରେ ପ୍ରକୃତ ଜ୍ଞାନୀ ଲୋକମାନଙ୍କ ପାଇଁ ପାରମ୍ପରିକ ନିମନ୍ତ୍ରଣ ପତ୍ର ତିଆରି କରିବାକୁ ଯାଉଅଛନ୍ତି। ମୁଁ ସନ୍ଦେହ କରେ  ଯେ, ସେମାନେ ବାସ୍ତବରେ ଜ୍ଞାନୀ ବ୍ୟକ୍ତିଙ୍କ ପରେ କୌଣସି  ପାଦୁକାର ନାମ ରଖିବେ। ପ୍ରଥମ ଘଣ୍ଟା ପରେ ମୋର କିଛି ଉତ୍ତମ ପରାମର୍ଶ ଥିଲା: “ଏୟାର ଟେରେସା” ଓ “ଶଲୋମନ ସୋଲସ୍”। ମୁଁ ଭାବୁନାହିଁ ଯେ, ସେଗୁଡ଼ିକ କେବେ ଅନୁସରଣ ପୂର୍ବକ ଧରା ଯିବାକୁ ଯାଉଅଛି କାରଣ ଜଗତ ଈଶ୍ୱରଙ୍କ ଜ୍ଞାନ ବିଷୟରେ ସମାଦର କରେ ନାହିଁ ପୁଣି ତାହା ଈଶ୍ୱରଙ୍କ ଜ୍ଞାନକୁ ପୁରସ୍କୃତ କରିବ ନାହିଁ। ତଥାପି, ଈଶ୍ୱରଙ୍କ ଜ୍ଞାନ ସତ୍ୟ ଅଟେ ଓ ଏହା ସର୍ବଦା ଯଥାର୍ଥ ଅଟେ। ଏହା ହିଁ ହିତୋପଦେଶରେ ଜ୍ଞାନୀ ବ୍ୟକ୍ତି ଅଟେ। ଏହା ହେଉଛି ଏକମାତ୍ର ସମୟ ଯାହାକୁ ମୁଁ ଏକ ଶବ୍ଦ ବ୍ୟବହାର କରିବାକୁ ପାଇଲି ଯାହା ମୋ’ ମା ମୋତେ ବ୍ୟବହାର କରିବାକୁ ବାରଣ କରିଛନ୍ତି

ଖ.  ନିର୍ବୋଧଗଣ

ଏହି ଜଗତରେ ମଧ୍ୟ ନିର୍ବୋଧ ବ୍ୟକ୍ତିମାନେ ଅଛନ୍ତି। ତାହା ହିଁ ଯାହା ଶଲୋମନ ଲୋକମାନଙ୍କୁ କହନ୍ତି। ନିର୍ବୋଧ ବ୍ୟକ୍ତିମାନେ ହେଉଛନ୍ତି ସେମାନେ ଯେଉଁମାନେ ଈଶ୍ୱରଙ୍କ କଥା ଶୁଣନ୍ତି ନାହିଁ। ନିର୍ବୋଧ ବ୍ୟକ୍ତିମାନେ ହେଉଛନ୍ତି ସେମାନେ ଯେଉଁମାନେ ଭାବନ୍ତି ଯେ, ସେମାନଙ୍କର ବନ୍ଧୁମାନେ ଅପେକ୍ଷାକୃତ ଭଲ ଜାଣନ୍ତି। ଯଦି ଆମ୍ଭେମାନେ ଏବେ ପଛକୁ ଯାଇ ଏହାକୁ ଦେଖୁ  ତେବେ ଆମ୍ଭେମାନେ କହିବା, “ଏହା କେବଳ ହାସ୍ୟାସ୍ପଦ।" ଏହା ତ୍ରୁଟିପୂର୍ଣ୍ଣ ନୁହେଁ ଏବଂ ଏହା ଅସମ୍ମାନ ହେବା ପାଇଁ ଉଦ୍ଦିଷ୍ଟ ନୁହେଁ, କିନ୍ତୁ ଏହି ସପ୍ତାହରେ ମୁଁ ଯାହା ଭାବିବାକୁ ସକ୍ଷମ ହୋଇଛି ତାହା ହେଉଛି ଏହି ମହାନ ସ୍ୱର୍ଗୀୟ ବଳ କଷାକଷି ଏବଂ ଆମ୍ଭେମାନେ କ୍ରୀଡ଼ାଭୂମିକୁ ଯାଉଛୁ ଏବଂ ଘୋଷଣାକାରୀ ଯାଇଛନ୍ତି, “ଏହି କୋଣରେ, ଈଶ୍ଵର! ଈଶ୍ଵର ଚିରଦିନ ପାଇଁ ଜୀବିତଅଛନ୍ତି। ଈଶ୍ଵର ସବୁ ବିଷୟ ସୃଷ୍ଟି କରିଅଛନ୍ତି। ସେ ସବୁ ବିଷୟ ଜାଣନ୍ତି। ପୁଣି ସେ ଯାହା ଚାହାଁନ୍ତି ତାହା ସେ କରିପାରନ୍ତି। ତା’ପରେ ଏହି କୋଣରେ ଆପଣଙ୍କର ଉଚ୍ଚ ବିଦ୍ୟାଳୟର ବନ୍ଧୁ ଅଛନ୍ତି। ସେ ଏପର୍ଯ୍ୟନ୍ତ କିଶୋର ଅବସ୍ଥାରେ  ନାହାଁନ୍ତି। ସେ କେବଳ ଗୋଟିଏ ବିଷୟ ବିଶୃଙ୍ଖଳ କରନ୍ତି ପୁଣି  ମୁଁ ନିଶ୍ଚିତ ନୁହେଁ ଯେ ସେ କିଛି ଜାଣନ୍ତି; ସେ ନିଶ୍ଚିତ ଯେ ସେ ଇତିହାସ ଶ୍ରେଣୀରେ ଉତ୍ତୀର୍ଣ୍ଣ କରିପାରିବେ ନାହିଁ। ସେ ସର୍ବାଧିକ ଯାହା କରିପାରିବେ ତାହା ସଂଯୁକ୍ତ ହୋଇ କରିପାରିବେ।  ମୋର କହିବାର ଅର୍ଥ, ଯେତେବେଳେ ଆପଣ ଏ ବିଷୟରେ ଚିନ୍ତା କରନ୍ତି, ଉଚ୍ଚ ବିଦ୍ୟାଳୟର ଛାତ୍ର, ତୁମେ ଠିକ୍ ଭାବରେ ଜାଣ ମୁଁ  ଯେଉଁ ବିଷୟରେ କଥାବାର୍ତ୍ତା କରୁଅଛି। “ଏହି କୋଣରେ ଈଶ୍ୱର ଅଛନ୍ତି ଓ ଏହି କୋଣରେ ଏହି ଜଗତରେ ତୁମ୍ଭମାନଙ୍କର ବନ୍ଧୁମାନେ ଅଛନ୍ତି ପୁଣି ପ୍ରଶ୍ନ ହେଉଛି:  କିଏ ଠିକ୍ ଅଟନ୍ତି? ନିର୍ବୋଧ କହେ, “ମୁଁ କୋଣରେ ଥିବା ପତଳା ସାଥି ସହିତ ଯାଉଅଛି।” ପୁଣି ମୁଁ ଏହାକୁ ଗୁରୁତ୍ୱହୀନ ମନେ କରିବାକୁ ଚାହୁଁ ନାହିଁ, କିନ୍ତୁ ଯେତେବେଳେ ଆପଣ ପଛକୁ ଫେରି ଏହା ଦେଖନ୍ତି, ଏହି ସମଗ୍ର ବିଷୟଟି କେତେ ଜ୍ଞାନହୀନ ଅଟେ। ଯେତେବେଳେ ଆପଣ ଓ ମୁଁ ନିର୍ବୋଧ ନିଷ୍ପତ୍ତି ନେଇଥାଉ ସେତେବେଳେ କଅଣ ହୋଇଥାଏ ପୁଣି ଯେତେବେଳେ ଆପଣ ଓ ମୁଁ ମନ୍ଦ ପଥ ଓ ନିର୍ବୋଧ ବ୍ୟକ୍ତିମାନଙ୍କ ପଥକୁ ଯାଇଥାଉ, ସେତେବେଳେ କ’ଣ ଘଟିଥାଏ? ଆମ୍ଭେମାନେ ଫାନ୍ଦରେ ପଡ଼ିଯାଉ, ଆମ୍ଭେମାନେ ନୁହେଁ କି? ନୀତିକଥାସବୁ ମଧ୍ୟରୁ ଗୋଟିଏ ସବୁଠାରୁ ଶକ୍ତିଶାଳୀ ନୀତିକଥା ହେଉଛି ହିତୋପଦେଶ ୫:୨୨ ପଦ, “ଦୁଷ୍ଟଲୋକର ନିଜ ଅପରାଧ ତାହାକୁ ଧରିବ, ସେ ନିଜ ପାପରୂପ ଦୌଡ଼ିରେ ବନ୍ଧା ହେବ।” ଏହା ସତ୍ୟ ନୁହେଁ କି? ଏହା ସତ୍ୟ ନୁହେଁ କି ଯେ, ଏହା ମିଥ୍ୟା ଅଟେ କିମ୍ବା ଅନ୍ୟ କିଛି ବିଷୟ ଅଟେ ପୁଣି ଆପଣ ନିର୍ବୋଧର ପାରଦୀଶକୁ ଯାଉଅଛ (କାରଣ ଏହା ଏକ ପାରଦୀଶ ନୁହେଁ ଏହି କାରଣ ସକାଶୁ ସେମାନେ ଏହାକୁ ନିର୍ବୋଧର ପାରଦୀଶ ବୋଲି କହନ୍ତି) ପୁଣି ଆମ୍ଭେମାନେ ନିଷ୍ପତ୍ତି ନେଇ ନିର୍ବୋଧଙ୍କ ପାରଦୀଶ ଆକୁ ଯାଉ ପୁଣି ପାପ ଆମ୍ଭମାନଙ୍କ ଚାରିଆଡ଼େ ଏହାର ଶୁଣ୍ଢସବୁରେ ଆବୃତ୍ତ କରେ ପୁଣି ଏହାର ଇଚ୍ଛା ହେଉଛି ଜୀବନର ପ୍ରତ୍ୟେକ ଓଜନର ଏକକରେ ଚାପ ପ୍ରୟୋଗ କରିବା ଓ ଆମ୍ଭାମାନଙ୍କ ଶରୀରର ନିଶ୍ୱାସ ଛାଡିବା ଓ ନିର୍ବୋଧମାନେ ଫାନ୍ଦରେ ବାନ୍ଧି ହେବା।  ସେମାନେ ପଠନୀୟ ନୁହଁନ୍ତି, କିନ୍ତୁ ସେମାନେ ପାପରୂପ ଦୌଡିରେ ବନ୍ଧା ହୁଅନ୍ତି। ଜ୍ଞାନୀ ବ୍ୟକ୍ତି ଦୀର୍ଘ-କାଳୀନରେ ଦେଖିବାବେଳେ, ନିର୍ବୋଧ କେବଳ ସ୍ୱଳ୍ପ- କାଳୀନ ଦେଖେ। ନିର୍ବୋଧ କହେ କୌଣସି ଫଳାଫଳ ନାହିଁ। ନିର୍ବୋଧ କହେ, “ମୁଁ ସହଜ ରାସ୍ତାରେ ଯିବା ପସନ୍ଦ କରେ। ନିର୍ବୋଧ କହେ, “ମୁଁ କେବଳ ଯେଉଁ ଗୋଟିଏ ବିଷୟରେ ଯତ୍ନଶୀଳ ହୁଏ ତାହା ହେଉଛି ତତ୍‌କ୍ଷଣାତ୍ ସନ୍ତୋଷ। ପରିଣାମ ଅଛି ବୋଲି ଏପରିକି ମୁଁ ଭାବେ ନାହିଁ। ମୁଁ ଆଗ୍ରହାନ୍ଵିତ ନୁହେଁ।” ସମସ୍ତ ହିତୋପଦେଶରେ ସବୁଠାରୁ ମୌଳିକ ଅନ୍ତର୍ନିହିତ ବିଷୟବସ୍ତୁସମୂହ ମଧ୍ୟରୁ ଗୋଟିଏ ହେଉଛି, “ଜ୍ଞାନୀ ଦୀର୍ଘ-କାଳୀନ ଦେଖାଯାଏ ଓ ନିର୍ବୋଧ ସ୍ୱଳ୍ପ-କାଳୀନ ଦେଖାଯାଏ ଯେପରିକି କୌଣସି ଆସନ୍ତା କାଲି ନାହିଁ।”

କେତେକ ଉଦାହରଣ, ବରଂ ମୁଁ ସ୍ପଷ୍ଟ ହେବାକୁ ଯାଉଅଛି କାରଣ ବାଇବଲ ସ୍ପଷ୍ଟ ଅଟେ ଏବଂ ମୋ’ ପାଇଁ ସ୍ପଷ୍ଟ ନ ହେବା ପାଠ୍ୟ ପ୍ରତି ସତ୍ୟ ନୁହେଁ।  ଈଶ୍ୱର ଏଠାରେ ଆପଣା କୋଣରେ ଅଛନ୍ତି ସେ କହୁଛନ୍ତି, “ବିଲ୍, ଯାହା ଯାହା  ସତ୍ୟ ଅଟେ, ଯାହା ଯାହା ଆଦରଣୀୟ ଅଟେ, ଯାହା ଯାହା ସମ୍ମାନଯୋଗ୍ୟ ଅଟେ (ଫିଲିପ୍ପୀୟ ୪) ଏହିସବୁରେ ରୁହ। ଏହି ସମସ୍ତ ବିଷୟ ଚିନ୍ତା କର।  ଏହିସବୁ ବିଷୟ ଯାହା ଆପଣଙ୍କ ମନକୁ ଗ୍ରାସ କରିବା ଉଚିତ। ତାହା ବୁଦ୍ଧିମାନ ଅଟେ।  ମୁଁ ତୁମକୁ ସୃଷ୍ଟି କଲି। ମୁଁ ତୁମକୁ ଏକାଠି ରଖିଲି ମୁଁ ଜାଣେ ଯେତେବେଳେ ତୁମେ ବିଶୃଙ୍ଖଳ କର ସେତେବେଳେ କଣ ହୁଏ। ସେହି ଅନ୍ୟ ବିଷୟ କରନ୍ତୁ ନାହିଁ।  ଯାହା ଯାହା ବିଶୁଦ୍ଧ ଓ ଆଦରଣୀୟ ଓ ସମ୍ମାନୀ ଅଟେ, ସେହି ସମସ୍ତ ବିଷୟ ଚିନ୍ତା କର।” ପୁଣି  ଅନ୍ୟ କୋଣରେ ଥିବା ପତଳା ଛୋଟ ପିଲାଟି କୁହେ, “ଆସନ୍ତୁ ଆମ୍ଭେମାନେ ଏକ ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବାକୁ ଯିବା। ସେଠାରେ ଏକ ନୂତନ R- ମୂଲ୍ୟାୟନ ଚଳଚ୍ଚିତ୍ର ଅଛି। ଏହା କେବଳ ଅଳ୍ପ ପରିମାଣର ଅପମାନ।” ଅହଃ, ଣୁ ମୁଁ କେବଳ କିଛି ସମୟ ଏହି ଜଗତର ଆବର୍ଜନା ସ୍ତୂପ  ମାଧ୍ୟମରେ ମୋର ଈଶ୍ୱରଙ୍କ ନାମ ଶୁଣିବାକୁ ଯାଉଅଛି। ତାହା ଏହାକୁ ଠିକ୍ କରେ। ଈଶ୍ୱର କହନ୍ତି, “ବିଲ୍, ଯଦି ଏହା ବିଶୁଦ୍ଧ ଓ  ଆଦରଣୀୟ ଓ ସମାନନୀୟ ଅଟେ ଓ ତୁମ ପାଇଁ ସୁଖ୍ୟାତିଯୁକ୍ତ ନୁହେଁ, ତେବେ ଏହା ତୁମକୁ କ୍ଷତି କରିବାକୁ ଯାଉଅଛି। ଏହାର ପରିଣାମ ଘଟିବାକୁ ଯାଉଅଛି।” ପତଳା ଛୋଟ ପିଲା କହେ, “ହେ  ଆସ।” ତୁମେ କଣ କରିବାକୁ ଯାଉଅଛ? ତୁମେ କାହାକୁ ବିଶ୍ୱାସ କରିବାକୁ ଯାଉଅଛ?

ମୁଁ କୌଣସି ସମୟରେ ଯାଇଥିବା ପ୍ରଥମ (ଆର) R- ମୂଲ୍ୟାୟନ ଚଳଚ୍ଚିତ୍ର ମନେ ପକାଏ। ମୁଁ ଯାଇଥିବା ଅଳ୍ପ କିଛି (ଆର)  R- ମୂଲ୍ୟାୟନ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ମୁଁ ଯୁବକ ଥିଲି। ଏକ ବାହାନା ନୁହେଁ କିନ୍ତୁ ମୋର ସର୍ବୋତ୍ତମ ବନ୍ଧୁ ଏକ ଚଳଚ୍ଚିତ୍ର ଦେଖିବା ନିମନ୍ତେ ଯିବାକୁ ଚାହିଁଥିଲେ ପୁଣି ପ୍ରଥମେ ଏହା କ’ଣ ତାହା ଯାଞ୍ଚ କରିବାକୁ ମୁଁ ବ୍ୟସ୍ତ ନ ଥିଲି। ଭୁଲ୍। ଏବଂ ଏପରି କିଛି ଚିତ୍ର ଅଛି ଯାହା ମୋ’ ସ୍ମୃତିରେ ପ୍ରଜ୍ଜଳିତ ହୋଇଅଛି ତାହା କେବେ ହେଁ ଛାଡିବ ନାହିଁ। ମୁଁ ପ୍ରଭୁଙ୍କୁ ଅନୁରୋଧ କରିଅଛି, “ଈଶ୍ୱର, ମୁଁ ଦୁଃଖିତ ଅଟେ। ମୁଁ ମନପରିବର୍ତ୍ତନ କଲି; ମୁଁ କ’ଣ କରୁଥିଲି ଜାଣି ନ ଥିଲି। ମୁଁ ସତର୍କ ନ ଥିଲି। ମୁଁ ଏକ ନିର୍ବୋଧ, ଜ୍ଞାନହୀନ ନିଷ୍ପତ୍ତି ନେଲି। ତୁମେ ଦୟାକରି ଏହି ଚିତ୍ରଗୁଡ଼ିକୁ ମୋ’ ମନରୁ ବାହାର କରି କି ପାରିବ ନାହିଁ?” ପୁଣି ମୋ ପାଇଁ, ଈଶ୍ୱରଙ୍କ ଉତ୍ତର ହେଉଛି, “ମୋର ଅନୁଗ୍ରହ ତୁମ ପାଇଁ ଯଥେଷ୍ଟ। ଶରୀରରେ କ୍ଷୁଦ୍ର କଣ୍ଟକ ତୁମ ପାଇଁ  ଉତ୍ତମ କାର୍ଯ୍ୟ କରିବ, ବିଲ୍।” ତେଣୁ ମୋର ଏହି ଯୁଦ୍ଧ ଅଛି, ଏହି ସ୍ମୃତି ଯାହା ମୁଁ କାମନା କରେ ତାହା ବାହାରି ଚାଲି ଯିବ ଆଉ ମୁଁ ମୋ’ ବିଷୟରେ ବିଶ୍ୱାସ କରେ ନାହିଁ ଯେ, ମୁଁ ସ୍ୱର୍ଗକୁ ନ ଯିବା ପର୍ଯ୍ୟନ୍ତ ଏହା ବାହାର ହୋଇ ଚାଲିଯିବ। ଦେଖ, ମୁଁ ଏକ ନିର୍ବୋଧ ନିଷ୍ପତ୍ତି ନେଲି; ମୁଁ ଏକ ଜ୍ଞାନହୀନ ନିଷ୍ପତ୍ତି କଲି। ମୁଁ କହିଲି, “କୌଣସି ଦୀର୍ଘ-କାଳୀନ ପରିଣାମ ଘଟିବାକୁ ଯାଉନାହିଁ, ଏହା ମୋର ସର୍ବୋତ୍ତମ ବନ୍ଧୁ ଅଟେ। ନିଶ୍ଚିତ ଭାବରେ ସେ ମୋତେ ଏକ ଖରାପ ଚଳଚ୍ଚିତ୍ର ଦେଖିବାକୁ ନେଇଯିବେ ନାହିଁ। କିନ୍ତୁ ସେ ମୋତେ ଏକ ଅଶ୍ଳୀଳ, ପଚାସଡା, ଯୌନ ସମ୍ବନ୍ଧୀୟ ସୁସ୍ପଷ୍ଟ ଚଳଚ୍ଚିତ୍ରକୁ ନେଇଗଲେ। ମୁଁ ଏହାର ପରିଣାମ ଭୋଗ କରୁଅଛି। ଦେଖ, ଏହା କହିବା ନିର୍ବୋଧ ଯେ  ତାହାର କୌଣସି ପରିଣାମ ନାହିଁ। ଏହା ଜ୍ଞାନୀ ବ୍ୟକ୍ତି ଯେ ଦୀର୍ଘ-କାଳୀନ ଦେଖଇ। ଈଶ୍ୱର ଏଠାରେ ଅଛନ୍ତି ସେ କହନ୍ତି, “ବିଲ୍, ମୁଁ ତୁମକୁ ଗୋଟିଏ ସ୍ତ୍ରୀ ନିମନ୍ତେ ସୃଷ୍ଟି କରିଅଛି। ଦୁଇ କିମ୍ବା ତିନି ଜଣ ସ୍ତ୍ରୀଙ୍କ ପାଇ ନୁହେଁ, କି ପୁରୁଷମାନଙ୍କ ପାଇ ନୁହେଁ। ମୁଁ ଆଦମ ଓ ହବାଙ୍କୁ ସୃଷ୍ଟି କଲି, ମୁଁ ତୁମକୁ କେବଳ ଗୋଟିଏ ସ୍ତ୍ରୀ ନିମନ୍ତେ ସୃଷ୍ଟି କଲି ପୁଣି ତୁମର ହୃଦୟକୁ ସୁରକ୍ଷା କରିବାକୁ ମୁଁ ତୁମକୁ ସୃଷ୍ଟି କଲି, ଏବଂ ମୁଁ ତୁମ ଶରୀରକୁ ତୁମର ସ୍ତ୍ରୀ ନିମନ୍ତେ ସୁରକ୍ଷିତ ରଖିବାକୁ ସୃଷ୍ଟି କଲି। ଏହା ହିଁ ସର୍ବଶ୍ରେଷ୍ଠ  ଦାନ ତୁମେ ତାହାଙ୍କୁ ଦେଇ ପାରିବ।” କୋଣସ୍ଥିତ ପତଳା ଛୋଟ ପିଲା କହେ, “ହେ ଆସ। ଆସ ଆମ୍ଭେମାନେ ଚାରିଆଡ଼େ ବୋକା ବନାଇବା। ଏହା କୌଣସି ବ କଥା ନୁହେଁ, ତୁମେ କ’ଣ, ନିର୍ବୋଧ?” ଈଶ୍ୱର କହନ୍ତି, “ବିଲ୍, ମୁଁ ତୁମକୁ ରବିନ୍ ପାଇଁ ସୃଷ୍ଟି କରିଅଛି। ଏହାକୁ ଦେଖ! ସତର୍କ ହୁଅ, ଏହାର ପରିଣାମସମୂହ ଅଛି!”  “ଅହଃ, ଏହାର କୌଣସି ପରିଣାମ ନାହିଁ। ଠିକ୍ ଅଛି, ପ୍ରମେହରୋଗ, ଯୌନବ୍ୟାଧି, ସ୍ ରୋଗ, ଗର୍ଭପାତରେ ତୁମର ପ୍ରଥମଜାତ ସନ୍ତାନର ହତ୍ୟା। କିନ୍ତୁ ଏହା ବ୍ୟତୀତ କୌଣସି ଫଳାଫଳ ନାହିଁ।” ପୁଣି ତୁମେ ଏଠାରେ ବସି କହୁଅଛ, “ମୁଁ କାହାକୁ ବିଶ୍ୱାସ କରେ?  ଯାହାର ଓ଼ଷ୍ଠରୁ ମଧୁ ଟୋପା ଟୋପା କ୍ଷରଇ, ଯାହାର ମୁଖ ତୈଳ ଅପେକ୍ଷା ଅଧିକ ଚିକ୍କଣ ସେହି ବ୍ୟକ୍ତିଙ୍କୁ ମୁଁ ବିଶ୍ୱାସ  କରେ କି? କିଅବା ମୁଁ ମୋହର ପ୍ରଭୁ ଓ ଈଶ୍ୱରଙ୍କୁ ବିଶ୍ୱାସ କରେ କି? ତାହା ହିତୋପଦେଶର ପ୍ରଶ୍ନ ଅଟେ, ଏହା ନୁହେଁ କି? ପୁଣି  ଦୁର୍ଭାଗ୍ୟବଶତଃ ଅନେକ ଲୋକ ନିର୍ବୋଧ ହୁଅନ୍ତି ପୁଣି ଏହା ଯୁବକାବସ୍ଥାରେ ଆରମ୍ଭ କରେ। ଆଶ୍ଚର୍ଯ୍ୟ ହୁଅ ନାହିଁ। ମୁଁ ଶୁଣୁଥିବା କାହାଣୀଗୁଡ଼ିକ କେବଳ ଚମକପ୍ରଦ ଅଟେ ଯେ କିପରି ଏହି ପ୍ରକାରର ବିଷୟ ଯୁବକାବସ୍ଥାରେ ଆରମ୍ଭ କରିଥାଏ। କିନ୍ତୁ ଏହା ସେଠାରେ ଅଛି ଓ ଯେଉଁ ବ୍ୟକ୍ତି କହେ ଯେ ବ୍ୟଭିଚାର ପାଇ କୌଣସି ପରିଣାମ ନାହିଁ, ଏପରିକି ଆପଣ ପାପ କ୍ଷମା ଓ ପାପ କ୍ଷମା ନିମନ୍ତେ ପ୍ରଭୁଙ୍କୁ ପ୍ରଶଂସା କରୁଥିଲେ ସୁଦ୍ଧା ସେ ବୁଝେ ନାହିଁ, ଏହାର ପରିଣାମ ମଧ୍ୟ ଅଛି। ମୁଁ ଜାଣେ ନାହିଁ ଆପଣ ଏହା ଲକ୍ଷ୍ୟ କରିଅଛନ୍ତି କି ନାହିଁ, କିନ୍ତୁ ପୂରାତନ ନିୟମର ଅନେକ ସ୍ଥାନରେ ପାପ କ୍ଷମା କରାଯାଇଅଛି, ତଥାପି ଏହାର ପରିଣାମସବୁ ଅଛି। ଆପଣ ତାହା ଲକ୍ଷ୍ୟ କରିଅଛନ୍ତି କି? ବେଳେବେଳେ ଈଶ୍ୱର ଏହାର ପରିଣାମ ଦୂର କରନ୍ତି, ବେଳେବେଳେ ସେ କରନ୍ତି ନାହିଁ। ଦାଉଦ ଓ ବତ୍ ଶେବାର ପାପ, ଯଦ୍ୟପି  ସେମାନଙ୍କର ପାପ କ୍ଷମା କରାଗଲା ତଥାପି ଶିଶୁଟି ମରିଗଲା।  ପାପର ପରିଣାମ ନିଶ୍ଚିତ ଅଛି। ତେଣୁ ଆପଣ ପରିସ୍ଥିତିକୁ ଦେଖନ୍ତୁ ପୁଣି ଆପଣ କହିଥାଆନ୍ତ, “ନିର୍ବୋଧ ହୁଅ ନାହିଁ, ବିଲ୍।”  ପୁଣି ସେମାନେ କହିବେ, “ନିର୍ବୋଧ ହୁଅ,ବିଲ୍! ଏହାର କୌଣସି ଫଳାଫଳ ନାହିଁ।” ହଁ, ଏହାର ଏକ ଫଳାଫଳ ଅଛି କାରଣ ସେତେବେଳେ, ଯେତେବେଳେ ତୁମେ ଶେଷରେ ତୁମର ରବିନ୍ ସହିତ ମିଳିତ ହେବ, ସେତେବେଳେ ତାହାକୁ ଦେବା ପାଇଁ ତୁମର କେବଳ ହୃଦୟର କିଛି ଅଂଶ ଅଛି ଏବଂ ତୁମର ଯାହା ଅଛି ତାହା ବ୍ୟବହୃତ ହେଇଥିବା ଶରୀରର କିଛି ଅଂଶମାତ୍ର। ପୁଣି ସେମାନେ ମିଥ୍ୟା କହିଲେ ଏବଂ ସେମାନେ ଭୁଲ୍ ଥିଲେ। ତାହା ହିତୋପଦେଶର ବାର୍ତ୍ତା ଅଟେ। ନିର୍ବୋଧ ହୁଅ ନାହିଁ ଓ ସ୍ୱଳ୍ପ-କାଳୀନ ଚିନ୍ତା କର ନାହିଁ। ସବୁବେଳେ ପାପର ପରିଣାମ, ବିଶେଷକରି ବ୍ୟଭିଚାରର ପାପର ପରିଣାମ ଅଛି। ବିଶେଷକରି ସେଥିର ଅଛି।

କ୍ଷମା ନିମନ୍ତେ ପ୍ରଭୁଙ୍କର ପ୍ରଶଂସା କର। ଆମ୍ଭେମାନେ କ୍ଷମାପ୍ରାପ୍ତ ପାପୀ ଅଟୁ, ଆମେନ୍? କିନ୍ତୁ ଏପରି ପରିଣାମସମୂହ ଅଛି ଯାହା ସାଧାରଣ ଭାବରେ ଭୋଗ କରିବାକୁ ପଡିବ। ମୁଁ ମୋର ଜଣେ ବନ୍ଧୁଙ୍କ ସହ କଥାବାର୍ତ୍ତା କରୁଥିଲି, ମୁଁ ତା’ଙ୍କୁ ଚିହ୍ନି ପାରି ନ ଥିଲି, ପୁଣି ମୁଁ ତାଙ୍କୁ ଲଜ୍ଜିତ କରିବାକୁ ଚାହୁଁ ନ ଥିଲି। ଜଣେ କନିଷ୍ଠ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମୋତେ ଗତ ବର୍ଷ ବିଦ୍ୟାଳୟରେ ଥିବା କିଛି ଅନୁଶାସନ ସମସ୍ୟା ବିଷୟରେ କହୁଥିଲେ। ଏହା ସମ୍ପୂର୍ଣ୍ଣ ଭାବରେ ମୋର ଅଭିଜ୍ଞତାର ପରିସର ବାହାରେ ଥିଲା।  ମୋର କୌଣସି ଧାରଣା ନ ଥିଲା ଯେ ଏହି ପ୍ରକାର ଘଟଣା ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ଘଟିଥାଏ। ସେ ପିଲାମାନଙ୍କ ଆତ୍ମ-ବିନାଶକାରୀ କାର୍ଯ୍ୟ କରୁଥିବା ବିଷୟରେ କହୁଥିଲେ ତହିଁରେ ମୁଁ କହୁଥିଲି, “ଯଦି ଆପଣ ନିର୍ବୋଧ କାର୍ଯ୍ୟ କରିବାକୁ ଜାରି ରଖନ୍ତି, ଏହି ପିଲାମାନେ କି ତାହା ବୁଝନ୍ତି ନାହିଁ, ଯଦି ଆପଣ ନିର୍ବୋଧ କାର୍ଯ୍ୟ କରିବାକୁ ଜାରି ରଖନ୍ତି, ତେବେ ଏହାର ପରିଣାମ ଅଛି? ସେମାନେ କି ବୁଝନ୍ତି ନାହିଁ, ଏଠାରେ ଏକ ବଂଶ ସମ୍ବନ୍ଧୀୟ ବିଷୟ ଅଛି ଏବଂ ଆପଣଙ୍କୁ ଏହାକୁ ଭାଙ୍ଗିବାକୁ ପଡ଼ିବ ଏବଂ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ, ଆପଣଙ୍କୁ ଉଚ୍ଚ ବିଦ୍ୟାଳୟ ମଧ୍ୟ ଦେଇ ଯିବାକୁ ପଡିବ, ଆପଣଙ୍କୁ ଏକ ପ୍ରକାର କାର୍ଯ୍ୟ କରିବାକୁ ପଡିବ, ସମ୍ଭବତଃ ଆପଣଙ୍କୁ ଆଗକୁ କିଛି ଅତିରିକ୍ତ ଶିକ୍ଷା ପାଇବାକୁ ଅଗ୍ରସର ହେବାକୁ ପଡିବ, ଯଦି ସେମାନେ ଭବିଷ୍ୟତ ଉପରେ ଧ୍ୟାନ ନ ଦିଅନ୍ତି, ସେମାନେ କେବେହେଲେ.....” ଏବଂ ମୋର ବନ୍ଧୁ ମୋତେ ଉପହାସ କରିବାକୁ ଲାଗିଲେ। ସେ ମୋ ଆକୁ ଦେଖୁ ନାହାଁନ୍ତି। ସେ କହନ୍ତି, “ବିଲ୍, ଏହି ଲୋକମାନେ ରାତ୍ରୀ ଭୋଜନକୁ ମଧ୍ୟ ଅପେକ୍ଷା କରନ୍ତି ନାହିଁ। ରାତ୍ରୀ ଭୋଜନରେ କ’ଣ ଘଟୁଛି ସେମାନେ ଜାଣନ୍ତି ନାହିଁ। ନା, ସେମାନେ ଯାହା ସବୁ ଜାଣନ୍ତି ତାହା ହେଉଛି ସେମାନଙ୍କର ପରବର୍ତ୍ତୀ ପାଦ କେଉଁଠାରେ ପଡିପାରେ।” ସେମାନେ ନିର୍ବୋଧ ଅଟନ୍ତି, ସେମାନେ ନିର୍ବୋଧ ଯେହେତୁ ସେମାନେ ଆସନ୍ତାକାଲି ନାହିଁ ବୋଲି ମନେ କରନ୍ତି, ଏହାର କୌଣସି ଫଳାଫଳ ନାହିଁ ଏବଂ ସେମାନେ ଦୁର୍ବଳ ଅବସ୍ଥା ଦେଖିବା ପାଇଁ ମନା କରନ୍ତି ଏବଂ ତାହା ସେମାନଙ୍କୁ କେଉଁଠିକୁ ନେଉଯାଉଅଛି ତାହା ଦେଖିବାକୁ ମନା କରନ୍ତି।

ଏହି ଜଗତରେ ଦୁଇ ପ୍ରକାରର ଲୋକ ଅଛନ୍ତି। ଜ୍ଞାନୀ ଲୋକ ଅଛନ୍ତି ଓ  ନିର୍ବୋଧ ଲୋକ ଅଛନ୍ତି। ପୁଣି ହିତୋପଦେଶର ପ୍ରଶ୍ନ ଅତି ସରଳ ଅଟେ। ଆପଣ କି ବିଶ୍ୱାସ କରନ୍ତି ଯେ ଈଶ୍ୱର ଉତ୍ତମ ଭାବରେ ଜାଣନ୍ତି? ଆପଣ ଜ୍ଞାନୀ କିଅବା ନିର୍ବୋଧ? “ହୋଇପାରେ ଗୋଟିଏ ପକ୍ଷରେ, ହେ ଅଳସୁଆ, ତୁମ୍ଭେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁ”,  ବୋଧହୁଏ ସମସ୍ତଙ୍କ ମଧ୍ୟରେ ସର୍ବୋତ୍ତମ ଜଣାଶୁଣା ନୀତିକଥା ହିତୋପଦେଶ ୩ ଅଧ୍ୟାୟ, ୫ ଏବଂ ୬ ପଦରେ ଅଛି, “ତୁମ୍ଭେ ସର୍ବାନ୍ତଃକରଣ  ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ।” ସଦାପ୍ରଭୁଙ୍କଠାରେ ବିଶ୍ୱାସ କର। ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। କୋଣସ୍ଥିତ ସେହି ପତଳା ଛୋଟ ବାଳକ ଉପରେ ଆଉଜି ପଡ଼ ନାହିଁ, କିନ୍ତୁ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର। ପ୍ରଭୁଙ୍କଠାରେ  ଆଉଜି ପଡ଼ ପୁଣି ତାହାଙ୍କୁ ସ୍ୱୀକାର କର ଯେ ଦିନକୁ ଦିନ ଯେତେବେଳେ ଆପଣ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ସେତେବେଳେ କୁହ, “ହଁ, ଈଶ୍ୱର, ମୁଁ ତୁମ୍ଭକୁ ସ୍ୱୀକାର କରିବି। ତୁମ୍ଭେ ଯଥାର୍ଥ। ମୁଁ ବିଶ୍ୱାସ କରେ ଯେ ତୁମ୍ଭେ ଯଥାର୍ଥ ଅଟ।” ଆଉ ଯେତେବେଳେ ଆପଣ ଓ ମୁଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରୁ ପୁଣି ଯେତେବେଳେ ଆମ୍ଭେମାନେ ତାହାଙ୍କ ବାକ୍ୟ ଅନୁସରଣ କରୁ, ସେତେବେଳେ ସେ ଆମ୍ଭାମାନଙ୍କର ପଥସବୁ ସରଳ କରିବେ। ଏସବୁ ବିଶ୍ୱାସରେ ଅନ୍ତର୍ଗତ। ଅନେକ ଥର, ଏହା ପୂରାତନ ନିୟମ ବାକ୍ୟାଂଶସବୁରେ, ଶେଷକଥା ବିଶ୍ୱାସ ଅଟେ। ଆପଣ ବିଶ୍ୱାସ କରନ୍ତି କି ଯେ, ପ୍ରଭୁ ସର୍ବୋତ୍ତମ ଜାଣନ୍ତି? ଆପଣ ଈଶ୍ୱରଙ୍କଠାରେ ବିଶ୍ୱାସ କରିବେ କି? ମୁଁ ଭାବୁନାହିଁ ଯେ ଜଣେ ବ୍ୟକ୍ତିଙ୍କ ଅପେକ୍ଷା ସେଥିରେ ବହୁତ କିଛି ଅଛି ଯାହା ଈଶ୍ୱରଙ୍କୁ ସନ୍ତୁଷ୍ଟ କରେ, ବୋଧହୁଏ ଏପରି ଜଣେ ଯୁବକ କିମ୍ବା ଯୁବତୀ ଯେ ଆପଣାର ପିଠି ଜଗତକୁ ଦେଖାଇ କହେ, “ବିଶ୍ୱାସ ଦ୍ୱାରା, ହେ ଈଶ୍ୱର, ମୁଁ ବିଶ୍ୱାସ କରେ ଯେ ତୁମ୍ଭର ପଥସବୁ ସର୍ବୋତ୍ତମ ଅଟେ।” ପୁଣି ତାହା କଠିନ, ଏହା ନୁହେଁ କି? ପୁଣି ଏହା ପ୍ରତ୍ୟେକ ପିଢ଼ି ସହିତ ଅପେକ୍ଷାକୃତ କଠିନ ହୁଏ, ଆଉ ମୁଁ କେବଳ ଏକ ଦମ୍ପତିଙ୍କୁ ଦେଖିବାକୁ ସକ୍ଷମ ହୋଇଅଛି। କିନ୍ତୁ ଏହା ପ୍ରତ୍ୟେକ ପିଢ଼ି ସହିତ ଅପେକ୍ଷାକୃତ କଠିନ ହୁଏ କାରଣ ଯେତେବେଳେ ଆପଣ ଜଗତରେ ଆପଣାର ପିଠି ଦେଖାଅ ଆଉ  କୁହ, “ମୁଁ  ନିର୍ବୋଧ କାର୍ଯ୍ୟ କରିବି ନାହିଁ। ମୁଁ ଈଶ୍ୱରଙ୍କ କାର୍ଯ୍ୟ କରିବି,” ଯେତେବେଳେ ଆପଣ ସେହି ନିଷ୍ପତ୍ତି ନିଅନ୍ତି, ସେତେବେଳେ ଜଗତ ଆପନଙ୍କ ସହିତ ଯୁଦ୍ଧ କରିବ। କିନ୍ତୁ ଆପଣ ଜାଣନ୍ତି କି? ଆପଣଙ୍କର ପକ୍ଷରେ ପବିତ୍ର ଆତ୍ମା ଅଛିନ୍ତି, ସେ ଆପଣଙ୍କ ପାଇଁ ଯୁଦ୍ଧ କରିବେ। ଯେତେବେଳେ ଆପଣ ଆପଣଙ୍କର ମୁହଁ ଜଗତରୁ ଫେରାଇବେ, ଜଗତ ଆପଣଙ୍କୁ ପରିହାସ କରିବ। କିନ୍ତୁ ଅନୁମାନ କରନ୍ତି କି? ଈଶ୍ୱର ଆପଣଙ୍କଠାରେ ଆନନ୍ଦିତ ହୁଅନ୍ତି। ଆଉ ଯେତେବେଳେ ଆପଣ କହିବେ, “ମୁଁ ଈଶ୍ୱରଙ୍କ ଜ୍ଞାନ ଅନୁସରଣ କରିବାକୁ ଯାଉଅଛି” ଜଗତ ଆପଣଙ୍କୁ ଗ୍ରହଣ କରିବ ନାହିଁ। ପୁଣି ମୁଁ ଉଚ୍ଚ ବିଦ୍ୟାଳୟରେ ଆପଣଙ୍କୁ ବିଶେଷ ଭାବରେ ଜାଣେ, ତାହା ସବୁଠାରୁ ଭୟଙ୍କର ବିଷୟ ମଧ୍ୟରୁ ଅନ୍ୟତମ ବିଷୟ ଅଟେ; ଏହା ନୁହେଁ କି, ଏହା ଗ୍ରହଣୀୟ ନୁହେଁ ଓ ଏହା ଆମ୍ଭାମାନଙ୍କ ବିକାଶରେ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ, ମୁଁ ତାହା ବୁଝେ। କିନ୍ତୁ ଯେତେବେଳେ ଆପଣ ଏହାଠାରୁ ଆପଣଙ୍କର ମୁହଁ ଫେରାନ୍ତି, ଜଗତ ଆପଣଙ୍କୁ ଗ୍ରହଣ କରିବ ନାହିଁ। କିନ୍ତୁ ଅନୁମାନ କର କ’ଣ? ଈଶ୍ୱର ଆପଣଙ୍କୁ ଗ୍ରହଣ କରିବେ ପୁଣି ଯେତେବେଳେ ଆମ୍ଭେମାନେ ତାହାଙ୍କ ସିଂହାସନ ସମ୍ମୁଖରେ ଦଣ୍ଡାୟମାନ ହେବା, ସେ ମୋତେ କି ଜ୍ୟାକକୁ ଦେଖିବେ ଆଉ କହିବେ, “ଜ୍ୟାକ, ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ। ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ।”  ବର୍ତ୍ତମାନ ମୁଁ ଆପଣଙ୍କ ବିଷୟରେ ଜାଣି ନାହିଁ, କିନ୍ତୁ ସେହି ଗୋଷ୍ଠୀ ଦ୍ୱାରା  ମୁଁ ଗ୍ରହଣୀୟ ହେବାକୁ ଚାହୁଁଛି। ଆଉ ମୁଁ ଜାଣେ ଏହା କଠିନ ଅଟେ।  ବହୁ କାଳ ପୂର୍ବେ ମୁଁ କିଶୋର ଥିଲି। ପୁଣି ଏହା କଠିନ ଥିଲା, କିନ୍ତୁ ମୁଁ ବରଂ ଅଧିକ ମୋ’ ନିମନ୍ତେ ପବିତ୍ରଆତ୍ମା ଯୁଦ୍ଧ କରିବାକୁ ଚାହନ୍ତି, ମୁଁ ବରଂ ଅଧିକ ଈଶ୍ୱର ମୋଠାରେ ଆନନ୍ଦିତ ହେବାକୁ ଚାହନ୍ତି, ପୁଣି ମୁଁ ଅଧିକ ଜାଣିବାକୁ ଚାହେଁ ଯେ ସେ ମୋତେ ଗ୍ରହଣ କରିବେ ଓ ମୋତେ ତାହାଙ୍କ ବାହୁରେ ଧରି ରଖିବେ ଓ ସେ କହିବେ, “ବେଶ୍, ତୁମେ ଠିକ୍ କାର୍ଯ୍ୟ କଲ, ବିଲ୍।”

ଜ୍ଞାନ ଯେପରି ଜ୍ଞାନ କରେ, ଠିକ୍? ଜଗତରେ ସବୁଠାରୁ ଜ୍ଞାନୀ ବ୍ୟକ୍ତି ଶଲୋମନ ଜଣେ ଅଜ୍ଞାନୀ ହୋଇ ମୃତ୍ୟୁ ବରଣ କଲେ। କାହିଁକି? କାରଣ ସେ ନୀତିକଥାସବୁ ଜାଣିଥିଲେ, କିନ୍ତୁ ସେ ସେସବୁ ପାଳନ କରିନଥିଲେ। ତେଣୁ ଏହା ପୃଷ୍ଠଭୂମି ସ୍ୱରୂପେ ଆଜି ସକାଳେ ମୁଁ ଆପଣଙ୍କ ପାଇଁ ଛାଡିଦେବି। ଦୟାକରି, କେବଳ ନିଷ୍ପତ୍ତି ନିଅନ୍ତୁ ନାହିଁ ଯେ ଈଶ୍ୱର ଜାଣନ୍ତି ଯେଉଁ ବିଷୟରେ ସେ କହୁଅଛନ୍ତି। କେବଳ ବୌଦ୍ଧିକ ଭାବରେ ଭାବ ନାହିଁ, “ହଁ ତାହା ଠିକ୍ ଅଟେ। ଈଶ୍ୱରଙ୍କ ପଥସବୁ ଯଥାର୍ଥ ଅଟେ।” କିନ୍ତୁ ଜ୍ଞାନ ଯେପରି ଜ୍ଞାନ କରେ ଆଉ ଜ୍ଞାନର ଅର୍ଥ ହେଉଛି ମୁଁ ମାନିବି, ଯେ ମୁଁ ମୋର ଚୁକ୍ତି ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ହେବି, ପୁଣି ତାହାଙ୍କ ସହ ମୋର ସମ୍ପର୍କ ମଧ୍ୟରୁ ଆଉ ତାହାଙ୍କ ପାଇଁ ମୋର ପ୍ରେମ ଆନନ୍ଦପୂର୍ଣ୍ଣ ଆଜ୍ଞାବହତାରେ ପ୍ରବାହିତ କରିବ ଯେପରି ମୁଁ  ଜଗତରେ ମୋର ନାସିକାକୁ ବୃଦ୍ଧାଆଙ୍ଗୁଳି କରେ ପୁଣି ମୁଁ ଈଶ୍ୱରଙ୍କ ପ୍ରତି ଦୃଷ୍ଟିପାତ କରି କହେ “ତୁମ୍ଭେ ମୋତେ ସୃଷ୍ଟି କରିଅଛ, ତୁମ୍ଭେ ମୋତେ ଜାଣ। ତୁମ୍ଭେ ଜାଣ ଯେ, ମୋତେ କ’ଣ ଠିକ୍ ଚିହ୍ନଟ କରେ। ଯଦି ମୁଁ କିଛି ଭୁଲ୍ କରେ ତେବେ କଣ ଘଟିବ ତାହା ତୁମ୍ଭେ ଜାଣ। ମୁଁ ତୁମ୍ଭର ପଥ ଚାହେଁ। ଏହା କେବଳ ଅର୍ଥ ପ୍ରକାଶ କରେ।” ଜ୍ଞାନ ଯେପରି ଜ୍ଞାନ କରେ। ଆସନ୍ତୁ ଆମ୍ଭେମାନେ ସେହି ଜ୍ଞାନୀ ଲୋକ ପରି ନ ହେଉ ଯିଏ ଅଜ୍ଞାନୀ ହୋଇ ମୃତ୍ୟୁ ବରଣ କରନ୍ତି।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା:  ପିତା, ଏହା ଅତି ସହଜ କାରଣ ଆମ୍ଭେମାନେ ଦୁର୍ବଳ ଅଟୁ, କାରଣ ପାପ ସବୁବେଳେ ଦ୍ୱାରରେ ଛକି ବସୁଅଛି, ଏହା କହିବାକୁ ଅତି ସହଜ, “ହେ ଈଶ୍ୱର, ମୁଁ ଭାବୁ ନାହିଁ ଯେଉଁ ବିଷୟରେ ତୁମ୍ଭେ କହୁଅଛ ତାହା ତୁମେ ଜାଣ। ଫ୍ରେଡି ଯାହା କରିବାକୁ ଚାହେଁ ତାହା ମୁଁ କରିବାକୁ ଚାହେଁ। ସୁସି ଯାହା କରିବାକୁ ଚାହେଁ ତାହା ମୁଁ କରିବାକୁ ଚାହେଁ।”  ପିତା, ଏଗୁଡ଼ିକ ଯୁଦ୍ଧ ଅଟେ ଯାହା ତୁମ୍ଭେ ଜାଣ ଯେ ମୁଁ ସଂଘର୍ଷ କରେ। ମୁଁ ସନ୍ଦେହ କରେ ଯେ, ଏହି କୋଠରୀରେ ସମସ୍ତେ ଗୋଟିଏ ପଥରେ କିମ୍ବା ଅନ୍ୟ ପଥରେ ଯୁଦ୍ଧ କରନ୍ତି। କିନ୍ତୁ, ପିତା, ଆମ୍ଭେମାନେ ତୁମ୍ଭର ଆତ୍ମାଙ୍କ ଶକ୍ତି ଦ୍ୱାରା, ଏକ ଜ୍ଞାନୀ ଲୋକ ହେବାକୁ ଚାହୁଁ, ଯେଉଁମାନେ ସ୍ୱୀକାର କରନ୍ତି ଯେ ଜ୍ଞାନ ତୁମ୍ଭଠାରୁ ଆରମ୍ଭ ହୁଏ ଏବଂ ତୁମ୍ଭଠାରୁ ଯାହା ସତ୍ୟ ତାହା ଆସେ। ପୁଣି, ପିତା, ଯେତେବେଳେ ଆମ୍ଭେମାନେ ପ୍ରତିଦିନ ସେହି ନିଷ୍ପତ୍ତିଗୁଡ଼ିକ ସହିତ ସମ୍ମୁଖୀନ ହେଉଅଛୁ, ସେଗୁଡ଼ିକ ବ୍ୟଭିଚାର, ଅଳସୁଆ କିମ୍ବା ଅନ୍ୟ କୌଣସି ବିଷୟ ହେଉ, ଆମ୍ଭେମାନେ ପ୍ରାର୍ଥନା କରୁ, ପିତା, ତୁମ୍ଭେ  ଆମ୍ଭେମାନଙ୍କର ଅନ୍ତଃକରଣ ଓ ମନକୁ ପ୍ରମାଣ କରିବ ଏବଂ ଆତ୍ମାରେ ଆମ୍ଭାମାନଙ୍କୁ ସଶକ୍ତ କରିବ ଯାହା ଦ୍ୱାରା ଆମ୍ଭେମାନେ ଅଜ୍ଞାନୀ ପରି କାର୍ଯ୍ୟ ନ କରୁ, କିନ୍ତୁ ଆମ୍ଭେମାନେ ଯେ ତୁମ୍ଭେ କେବଳ ତୁମ୍ଭେ ସମସ୍ତ ଜ୍ଞାନର ଉତ୍ସ ବୋଲି ସ୍ୱୀକାର କରି ଜ୍ଞାନୀ ପୁରୁଷ ଓ ସ୍ତ୍ରୀ, ବାଳକ ଓ ବାଳିକା ଭାବରେ କାର୍ଯ୍ୟ କରୁ। ପୁଣି ଆମ୍ଭେମାନେ ତୁମ୍ଭ ଅନୁସରଣ କରିବାକୁ ଚାହୁଁ। ଯୀଶୁଙ୍କ ନାମରେ, ଆମେନ୍।