୨୩.  ହୋଶେୟ

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତା, ବାଇବଲର କେତୋଟି ଭାଷା ଆମ୍ଭମାନଙ୍କ କର୍ଣ୍ଣ ଓ ପ୍ରାଣ ପାଇଁ ସୁଖଦାୟକ ଓ ଶାନ୍ତିକର ଅଟେ ଓ ଆମ୍ଭେମାନେ ଏଥିରେ ସୁଖପ୍ରାପ୍ତ କରୁ ଓ ଆମ୍ଭେମାନେ ଆରାମରେ ରହିପାରୁ। “ହରିଣୀ ଯେରୂପ ଜଳସ୍ରୋତ ପାଇଁ ଧକାଏ, ସେରୂପ ହେ ପରମେଶ୍ଵର, ମୋʼ ପ୍ରାଣ ତୁମ୍ଭ ପାଇଁ ଧକାଏ।” ଆମ୍ଭମାନଙ୍କୁ ସେହି ପ୍ରକାର ବାକ୍ୟ, ଧାରଣା, ଓ ଅନୁଚ୍ଛେଦ ଭଲ ଲାଗେ। ଏବଂ ତଥାପି,, ପିତା, ପବିତ୍ରଶାସ୍ତ୍ରରେ ଆପଣ ପାପ ବିଷୟରେ କଠିନ ଭାଷାରେ ଲେଖିଅଛନ୍ତି। ପିତା, ଆଜି ସକାଳ ଅଧିକ-ପ୍ରତିକ୍ରିୟାଯୁକ୍ତ ସକାଳ ନ ହେଉ; ଆମ୍ଭେମାନେ ଯେପରି ଭାଷାକୁ ନ ଦେଖୁ ଓ ଆପଣ ଆମ୍ଭମାନଙ୍କ ଜୀବନରେ କରିଥିବା କାର୍ଯ୍ୟ ଓ ଆପଣଙ୍କ ଆତ୍ମାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଜୟ ପ୍ରତି ଅକୃତଜ୍ଞ ହୋଇ ଚିତ୍କାର କରି ଏଠାରୁ ଦୌଡ଼ି ପଳାୟନ ନ କରୁ, ସେଥିପାଇଁ ସାହାଯ୍ୟ କରନ୍ତୁ। ଏବଂ ତଥାପି,, ପିତା, ଯେଉଁମାନଙ୍କୁ ହୋଶେୟଙ୍କ ପୁସ୍ତକର ସନ୍ଦେଶ ଶୁଣିବାର ଆବଶ୍ୟକ, ସେମାନଙ୍କ ନିମନ୍ତେ ତାହା ଯେପରି ସ୍ପଷ୍ଟ ହୋଇପାରେ, ସେଥିପାଇଁ ମଧ୍ୟ ମୁଁ ପ୍ରାର୍ଥନା କରେ। ଯୀଶୁଙ୍କ ନାମରେ, ଆମେନ୍।

୧. ପରିଚୟକରଣ

ମୁଁ ପ୍ରକାଶ କରିବା ଉଚିତ୍ ଯେ ଏହା ମୁଁ ପୁଣିଥରେ ସଂଘର୍ଷ କରିଥିବା ପ୍ରଚାରମାନଙ୍କ ମଧ୍ୟରୁ ଆଉ ଏକ ଅଟେ। ମୁଁ ଭାବିଲି ଗୁରୁବାର ଦିନ ତାହା ହୋଇଗଲା ଓ ମୁଁ ଗତରାତ୍ରିରେ ପୁଣିଥରେ ତାହା ଠିକ୍ କରୁଥିଲିI ତେଣୁ କୌଣସି ଉର୍ଦ୍ଧ୍ୱସ୍ଥ ନାହିଁ। ମୁଁ ଜାଣି ନାହିଁ ଆଜି ସକାଳେ କ’ଣ ହେବାକୁ ଯାଉଥିଲା। ଏହା ସେହି ଅନୁଚ୍ଛେଦମାନଙ୍କ ମଧ୍ୟରୁ ଗୋଟିଏ ଅଟେ, ଯେଉଁଠାରେ ମୁଁ ଯାହା ଅନୁଭବ କରୁଥିଲି ଯେ ମୁଁ ଗୀତ ଗାଇବା ଦଳକୁ ପ୍ରଚାର କରୁଥିଲି। କେବଳ ଆପଣ ହିଁ ଏହା ବୁଝି ପାରିବେ। ଯେଉଁମାନେ ଏଠାରେ ନାହାନ୍ତି, ସେମାନଙ୍କୁ ଏହି ସନ୍ଦେଶ ଶୁଣିବାର ଆବଶ୍ୟକ। କିନ୍ତୁ ଏହା ହୋଶେୟ ଅଟେ। ଏହା ପୁରାତନ ନିୟମର ପ୍ରକାଶନର ପ୍ରକ୍ରିୟାରେ ଏକ ମହତ୍ୱପୂର୍ଣ୍ଣ ଅନୁଚ୍ଛେଦ ଅଟେ।

ଯିଶାଇୟ ଓ ମୀଖା ଦକ୍ଷିଣୀ ରାଜ୍ୟରେ ଭବିଷ୍ୟତ୍‌ବାଣୀ କରୁଥିବା ସମୟରେ ହୋଶେୟ ଉତ୍ତରୀୟ ରାଜ୍ୟରେ ଭବିଷ୍ୟତ୍‌ବାଣୀ କରୁଥିଲେ, ଅର୍ଥାତ୍ ଇସ୍ରାଏଲ, ଯାହାକୁ ଇଫ୍ରୟିମ ମଧ୍ୟ କୁହାଯାଏ। ଆମ୍ଭେମାନେ ପ୍ରାୟ ୭୬୦ ରୁ ୭୨୦ ଖ୍ରୀଷ୍ଟ ପୂର୍ବରେ ଅଛୁ, ଓ ଯିଶାଇୟ ଓ ମୀଖାଙ୍କ ତୁଲ୍ୟ ହୋଶେୟଙ୍କ ସମୟ ମଧ୍ୟ ସ୍ପୋକେନ୍ ଓ ଆମେରିକା ସମାନ ଭୌତିକ ସମୃଦ୍ଧି ଓ ଆତ୍ମିକ ପତନର ସମୟ ଥିଲା। ତାଙ୍କ ପୁସ୍ତକ ନିରନ୍ତର ହେଉଥିବା ପାପର ବର୍ଣ୍ଣନାତ୍ମକ ଚିତ୍ରକଳାରେ ପୂର୍ଣ୍ଣ ଅଟେ। ସେ ଆପଣା ଉଦ୍ଦେଶ୍ୟକୁ ସ୍ଥାପିତ କରିବାକୁ ବେଶ୍ୟାଚାର, ବ୍ୟଭିଚାର, ବେଶ୍ୟାବୃତ୍ତି ଭାଷାର ପ୍ରୟୋଗ କରନ୍ତି। କିନ୍ତୁ ହୋଶେୟ ଅଭିନୟ ଦ୍ୱାରା ଆପଣା ଅବିଶ୍ୱସ୍ତ ଭାର୍ଯ୍ୟା, ଇସ୍ରାଏଲ ପ୍ରତି ପରମେଶ୍ୱର ଚିରସ୍ଥାୟୀ ପ୍ରେମକୁ ମଧ୍ୟ ପ୍ରକାଶ କରନ୍ତି। ଯେପ୍ରକାର ଏକ ସ୍ୱାମୀ ଆପଣା ଅବିଶ୍ୱସ୍ତ ଭାର୍ଯ୍ୟାକୁ ଗୃହକୁ ଫେରିବାକୁ ଚାହାନ୍ତି, ସେହି ପ୍ରକାର ପରମେଶ୍ୱର ମଧ୍ୟ ଆପଣା ଲୋକମାନଙ୍କୁ ପୁଣିଥରେ ଗ୍ରହଣ କରିବାକୁ ଚାହାନ୍ତି, କେବଳ ଯଦି ସେମାନେ ବିଶ୍ୱସ୍ତ ହୋଇ ରହିବେ। ଏହା ହୋଶେୟଙ୍କ ପୁସ୍ତକର ସନ୍ଦେଶ ଅଟେ।

୨. ଗୋମର

ପରମେଶ୍ୱର ହୋଶେୟଙ୍କୁ ଜଣେ ବେଶ୍ୟାକୁ ବିବାହ କରିବାକୁ କହିବା ଦ୍ୱାରା ପୁସ୍ତକର ପ୍ରଥମ ତିନୋଟି ପର୍ବ ଆରମ୍ଭ ହୁଏ ଓ କେତେକ ଧାରାବିବରଣୀ ପାଇଁ ଏହା ଭାବିବା କଠିନ ଅଟେ ଯେ ପରମେଶ୍ୱର କେବେ ତାହା କରିବେ, କିନ୍ତୁ ଏହା ସିଧା ଅଟେ, ବା ଏହି ଅନୁଚ୍ଛେଦର ସିଧା ଅର୍ଥ ଏହା ଅଟେ ଓ ପରମେଶ୍ୱର ଯାହା ଇଚ୍ଛା କରନ୍ତି ଓ ତାହାଙ୍କୁ ଯାହା ଉତ୍ତମ ଲାଗେ, ସେ ତାହା କରନ୍ତି। ଏବଂ ପରମେଶ୍ୱର ହୋଶେୟଙ୍କୁ ଯାଇ ଗୋଟିଏ ବେଶ୍ୟାକୁ ବିବାହ କରିବାକୁ କହିଲେ। ତେଣୁ ସେ ଗୋମର ନାମକ ଏକ ସ୍ତ୍ରୀକୁ ବିବାହ କଲେ ଓ ଏହାର ଉଦ୍ଦେଶ୍ୟ, ଅର୍ଥାତ୍ ହୋଶେୟଙ୍କ ବିବାହ ଯିହୂଦୀମାନଙ୍କ ନିମନ୍ତେ ଏକ ଶିକ୍ଷା ମୂଳକ ହେବାର ଥିଲା। ଯେପ୍ରକାରେ ହୋଶେୟ ଗୋମରଙ୍କୁ ପ୍ରେମ କରିଥିଲେ, ଯେପ୍ରକାରେ ଗୋମେର ବିଶ୍ୱସ୍ତ ରହିବାକୁ ହୋଶେୟ ଇଚ୍ଛା କରିଥିଲା, ଯେପ୍ରକାରେ ହୋଶେୟ ଗୋମରଙ୍କୁ, ଯଦି ସେ ବିଶ୍ୱସ୍ତ ରହିବାକୁ ପ୍ରତିଜ୍ଞା କରନ୍ତି, କ୍ଷମା କରି ଫେରାଇ ନେବାକୁ ଚାହୁଥିଲେ, ସେହି ପ୍ରକାରରେ ପରମେଶ୍ୱର ମଧ୍ୟ ଆପଣା ସନ୍ତାନଗଣଙ୍କୁ ପ୍ରେମ କରନ୍ତି। ସେହି ପ୍ରକାରେ ପରମେଶ୍ୱର ମଧ୍ୟ ଚାହାନ୍ତି ଯେ ତାହାଙ୍କ ସନ୍ତାନଗଣ ବିଶ୍ୱସ୍ତ ରହନ୍ତୁ, ଯଦି ସେମାନେ ବିଶ୍ୱସ୍ତ ରହିବାକୁ ପ୍ରତିଜ୍ଞାବଦ୍ଧ ହୁଅନ୍ତି, ତେବେ ସେ ସେମାନଙ୍କୁ କ୍ଷମା କରିବାକୁ ଓ ପୁନର୍ବାର ଗ୍ରହଣ କରିବାକୁ ମଧ୍ୟ ଚାହୁଅଛନ୍ତି। ହୋଶେୟ ପୁସ୍ତକର କୌଣସି ସ୍ଥାନରେ ଏହି ଧାରଣା ଉଲ୍ଲେଖ କରାଯାଇ ନାହିଁ ଯେ ଯଦି ସେମାନେ ବିଶ୍ୱସ୍ତ ନ ରହନ୍ତି, ତେବେ ମଧ୍ୟ ପରମେଶ୍ୱର ସେମାନଙ୍କୁ ପୁନର୍ବାର ଗ୍ରହଣ କରିବାକୁ ଚାହାନ୍ତି। ଏହା ବାଇବଲ ଆଧାରିତ ଧାରଣା ନୁହେଁ। କେବଳ ଯଦି ସେମାନେ ବିଶ୍ୱସ୍ତ ରହିବାକୁ ପ୍ରତିଜ୍ଞାବଦ୍ଧ ହୁଅନ୍ତି, ତେବେ ପାପକ୍ଷମାର ପ୍ରାର୍ଥନା ଓ ମୁକ୍ତବାହୁ ସମ୍ଭବ ଅଟେ।

 

ହୋଶେୟ ୧:୨ ପଦରେ ଏହା ଲେଖାଯାଏ। “ଯେଉଁ ସମୟରେ ସଦାପ୍ରଭୁ ପ୍ରଥମରେ ହୋଶେୟଙ୍କ ଦ୍ଵାରା କଥା କହିଲେ, ସେହି ସମୟରେ ସଦାପ୍ରଭୁ ହୋଶେୟଙ୍କୁ କହିଲେ, ‘ତୁମ୍ଭେ ଯାଇ ବ୍ୟଭିଚାରିଣୀ ଏକ ଭାର୍ଯ୍ୟାକୁ ଓ ବ୍ୟଭିଚାରରୁ ଜାତ ସନ୍ତାନଗଣକୁ ଗ୍ରହଣ କର; (ଅନ୍ୟ ବାକ୍ୟରେ ଇସ୍ରାଏଲର ସନ୍ତାନଗଣ) କାରଣ ଏହି ଦେଶ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ମହା ବ୍ୟଭିଚାର କରୁଅଛି।’ (ତାହା ହୋଶେୟଙ୍କ ପୁସ୍ତକ ଅଟେ।) ତହିଁରେ ସେ ଯାଇ ଦିବ୍ଲାଇମର କନ୍ୟା ଗୋମରକୁ ଗ୍ରହଣ କଲା ଓ ସେ ଗର୍ଭବତୀ ହୋଇ ତାହାର ଏକ ପୁତ୍ର ପ୍ରସବ କଲା। ତହୁଁ ସଦାପ୍ରଭୁ ତାହାକୁ (ହୋଶେୟଙ୍କୁ) କହିଲେ, ତୁମ୍ଭେ ତାହାର ନାମ ଯିଷ୍ରିୟେଲ ରଖ; କାରଣ ଅଳ୍ପ କାଳ ଉତ୍ତାରେ ଆମ୍ଭେ ଯେହୂର ବଂଶକୁ ଯିଷ୍ରିୟେଲର ରକ୍ତପାତର ଫଳ ଭୋଗ କରାଇବା ଓ ଇସ୍ରାଏଲ ବଂଶର ରାଜ୍ୟ ଶେଷ କରାଇବା। ଅର୍ଥାତ୍ ଉତ୍ତରୀୟ ରାଜ୍ୟ। ପୁଣି, ସେସମୟରେ ଆମ୍ଭେ ଯିଷ୍ରିୟେଲର ଉପତ୍ୟକାରେ ଇସ୍ରାଏଲର ଧନୁ ଭଗ୍ନ କରିବା।”

 

ପରମେଶ୍ୱର ଯେହୂଙ୍କୁ ଆହାବଙ୍କ ପରିବାରକୁ ହତ୍ୟା କରିବାକୁ ଓ ଆହାବଙ୍କ ପାପକୁ ସମାପ୍ତ କରିବାକୁ କହିଥିଲେ, କିନ୍ତୁ ସ୍ପଷ୍ଟରୂପରେ ଯେହୂ ସଦାପ୍ରଭୁଙ୍କ ଅନୁସାରେ କାର୍ଯ୍ୟ କରି ନ ଥିଲେ । ଏବଂ ଯିଷ୍ରିୟେଲର ଉପତ୍ୟକାରେ ଯେହୂ ଯାହା କଲେ, ସେଥିଯୋଗୁ ବର୍ତ୍ତମାନ ପରମେଶ୍ୱର ଉତ୍ତରୀୟ ରାଜ୍ୟକୁ ଦଣ୍ଡିତ କରିବାକୁ ଯାଉଅଛନ୍ତି । ତେଣୁ ହୋଶେୟ ଆପଣା ପ୍ରଥମ ସନ୍ତାନର ନାମ ଯିଷ୍ରିୟେଲ ରଖନ୍ତି ।

 

“ଆଉ, ସେ ସ୍ତ୍ରୀ ପୁନର୍ବାର ଗର୍ଭଧାରଣ କରି ଏକ କନ୍ୟା ପ୍ରସବ କଲା। ଆଉ, ସଦାପ୍ରଭୁ ତାହାକୁ କହିଲେ, ତୁମ୍ଭେ ତାହାର ନାମ ଲୋ- ରୁହାମା (ଅଦୟା ପାତ୍ରୀ) ରଖ; କାରଣ ଆମ୍ଭେ କୌଣସିମତେ ଇସ୍ରାଏଲ ବଂଶକୁ କ୍ଷମା କରିବା ପାଇଁ ସେମାନଙ୍କ ପ୍ରତି ଆଉ ଦୟା ପ୍ରକାଶ କରିବା ନାହିଁ।”

 

ପଦ ୮: ସେ ସ୍ତ୍ରୀ ଲୋ- ରୁହାମାକୁ ସ୍ତନ୍ୟପାନ ତ୍ୟାଗ କରାଇଲା ଉତ୍ତାରେ ଗର୍ଭଧାରଣ କରି ଏକ ପୁତ୍ର ପ୍ରସବ କଲା। ତହିଁରେ ସଦାପ୍ରଭୁ କହିଲେ, ‘ତୁମ୍ଭେ ତାହାର ନାମ ଲୋ-ଆମୀ (ଆମ୍ଭର ଲୋକ ନୁହେଁ) ରଖ; କାରଣ ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ଵର ନୋହିବା।”

 

ମୁଁ ଅନେକ ସମୟ ଭବିଷ୍ୟତ୍‌ବକ୍ତାଙ୍କ ସ୍ତ୍ରୀ ବିଷୟରେ ଚିନ୍ତା କରେ, କାରଣ ସମସ୍ତ ଭବିଷ୍ୟତ୍‌ବକ୍ତା ସମାନ କାର୍ଯ୍ୟ କରିଥିଲେ, ଭବିଷ୍ୟତ୍‌ବକ୍ତାଙ୍କ ସ୍ତ୍ରୀ ପଛ ପାଖ ଦ୍ୱାରରେ ଛିଡ଼ା ହୋଇ (ଯଦି ସେମାନଙ୍କ ପଛ ଦ୍ୱାର ଥିଲା। ମୁଁ ଭାବୁ ନାହିଁ ଯେ ସେମାନେ କଲେ; ସମ୍ଭବତଃ ସମ୍ମୁଖର ଦ୍ୱାରସବୁ) ଏବଂ ଡ଼ାକୁ ଥିଲା “ଲୋ- ରୁହାମା (ଅଦୟା ପାତ୍ରୀ)! ଆମ୍ଭର ଲୋକ ନୁହେଁ! ଖାଇବାର ସମୟ ହେଲା! ”କିନ୍ତୁ ସେହି ଡ଼ାକରାରେ ସେମାନଙ୍କ ପିତାଙ୍କ, ଅର୍ଥାତ୍ ଭବିଷ୍ୟତ୍‌ବକ୍ତାଙ୍କ ସନ୍ଦେଶ ସ୍ପଷ୍ଟ ହେଉଥିଲା। ଏହା ହୋଶେୟଙ୍କ ସନ୍ଦେଶ ଅଟେ ; ଯେ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ନିରନ୍ତର ପାପ କରିବା ପରେ ପରମେଶ୍ୱର ଆପଣା ଲୋକମାନଙ୍କ ଉପରେ ଆଉ ଦୟା କରିବେ ନାହିଁ। ସେମାନେ ତାହାଙ୍କ ଲୋକ ନୁହଁନ୍ତି ଓ ସେ ସେମାନଙ୍କର ପରମେଶ୍ଵର ନୁହଁନ୍ତି।

ସମ୍ଭବତଃ ଏହି କାହାଣୀକୁ ଯାହା ଶକ୍ତିଯୁକ୍ତ କରିଥାଏ ଯେ, ଅଧିକାଂଶ ଧାରାବିବରଣୀଗୁଡ଼ିକ ବିଶ୍ୱାସ କରନ୍ତି, ହୋଶେୟ ଅନ୍ତିମ ସମ୍ଭବତଃ ଅନ୍ତିମ ଦୁଇଟି ସନ୍ତାନର ପିତା ନ ଥିଲେ। କିନ୍ତୁ, ଏବଂ ତଥାପି, ସେ ସେମାନଙ୍କ ନାମକରଣ କରୁଅଛନ୍ତି ଓ ପରମେଶ୍ୱରଙ୍କ ବାର୍ତ୍ତାକୁ ଘୋଷଣା କରିବାରେ ସେମାନଙ୍କୁ ବ୍ୟବହାର କରୁଅଛନ୍ତି।

କିନ୍ତୁ ହୋଶେୟଙ୍କ ପୁସ୍ତକ ବିଷୟରେ ଅଦ୍ଭୁତ ବିଷୟ ଏହା ଯେ ପ୍ରାଥମିକ ରୂପରେ ନିରନ୍ତର କରୁଥିବା ପାପ ପ୍ରତି ଏହା ଏକ ଦଣ୍ଡ ଅଟେ, ଏବଂ ତଥାପି,, ହୋଶେୟ ଆପଣା ସ୍ତ୍ରୀଙ୍କୁ ସବୁ ସ୍ତରରେ ଆହ୍ୱାନ କରୁଅଛନ୍ତି, ସେ ଯେକୌଣସି ପାପରେ ଥାଉ ନା କାହିଁକି, ତାହା ଏହି ଅନ୍ତିମ ଦୁଇଟି ସନ୍ତାନ ବିଷୟରେ ହେଉ ବା, ଯେପରି ୩ ପର୍ବ ପ୍ରକାଶ କରେ,  ସେ ଦାସ ରୂପରେ ବିକ୍ରୟ କରାଯିବା ପରେ ସେ ଯାଇ ପୁଣିଥରେ ଫେରାଇ ଆଣି ଆଉ ଏକ ସୁଯୋଗ ଦେବା ବିଷୟରେ ହେଉ, ହୋଶେୟ ପ୍ରତ୍ୟେକ କ୍ଷଣରେ ଆପଣା ସ୍ତ୍ରୀଙ୍କୁ ଆହ୍ୱାନ କରୁଅଛନ୍ତି...“ଯଦି ତୁମେ ବିଶ୍ୱାସଯୋଗ୍ୟ ରହିବ, ତେବେ ଆମ୍ଭେ ତୁମ୍ଭକୁ କ୍ଷମା କରିବା ଓ ପୁଣିଥରେ ଗ୍ରହଣ କରିବାକୁ ଇଚ୍ଛୁକ ଅଟୁ।” ସେହି ପ୍ରକାରେ ଆମ୍ଭମାନଙ୍କ ପାପର ଯେକୌଣସି ସ୍ତରରେ, ପରମେଶ୍ୱର ଆପଣ ଓ ମୋ ନିକଟରେ ଛିଡ଼ା ହୋଇ କହୁଅଛନ୍ତି, “ଯଦି ତୁମ୍ଭେ ବିଶ୍ୱାସଯୋଗ୍ୟ ରହିବାକୁ ଇଛା କରୁଅଛ, ତେବେ ଆମ୍ଭେ ତୁମ୍ଭକୁ କ୍ଷମା କରିବାକୁ ଓ ଆମ୍ଭେ ତୁମ୍ଭକୁ ପୁଣିଥରେ ଗ୍ରହଣ କରିବାକୁ ଇଚ୍ଛୁକ ଅଟୁ।” ଆମ୍ଭମାନଙ୍କ ଅବିଶ୍ୱାସଯୋଗ୍ୟତା ମଧ୍ୟରେ ମଧ୍ୟ ପରମେଶ୍ୱର କ୍ଷମାଶୀଳ ଅଟନ୍ତି। ଆଉ ଯେପରି ପାଉଲ କହନ୍ତି, “ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ।”

ମୁଁ ଭାବୁଛି, ହୋଶେୟ ୨:୧୬ ପଦ ସବୁଠାରୁ ଅଧିକ ଅପ୍ରିୟ ବାକ୍ୟ ଅଟେ। ୧୪ ପଦରେ ସେ ଭବିଷ୍ୟତ୍‌ରେ ଇସ୍ରାଏଲ ବିଶ୍ୱାସଯୋଗ୍ୟ ରହିବାକୁ ପ୍ରତିଜ୍ଞାବଦ୍ଧ ହେବା, ପରମେଶ୍ୱରଙ୍କ ନିକଟକୁ ଫେରିବା ବିଷୟରେ କହୁଅଛନ୍ତି ଓ ୧୬ ପଦରେ ହୋଶେୟଙ୍କ ଦ୍ୱାରା ପରମେଶ୍ୱର କହନ୍ତି:

“ଆଉ, ସଦାପ୍ରଭୁ କହନ୍ତି, ସେହି ଦିନ ତୁମ୍ଭେ ଆମ୍ଭକୁ ଈଶୀ (ଆମ୍ଭର ସ୍ଵାମୀ) ବୋଲି ଡାକିବ ଓ ବାଲୀ (କର୍ତ୍ତା) ବୋଲି ଆଉ ଡାକିବ ନାହିଁ।”

ପରମେଶ୍ୱର ଆପଣା ଲୋକମାନେ ତାହାଙ୍କୁ ଦେଖି “ତୁମ୍ଭେ ଆମ୍ଭର ସ୍ୱାମୀ” ବୋଲି କହିବା ଶୁଣିବାକୁ ବ୍ୟାକୁଳ ଅଟନ୍ତି। ଏକ ସିଦ୍ଧ ସ୍ୱାମୀ ବିଷୟରେ କଳ୍ପନା କରିବାକୁ ଚେଷ୍ଟା  କରନ୍ତୁ...(ହସିବା ହ୍ରାସ ହେବା ପାଇଁ ମୁଁ ଟିକିଏ ସମୟ ଦେବି)...ଗୋଟିଏ ସିଦ୍ଧ ସ୍ୱାମୀ ବିଷୟରେ କଳ୍ପନା କରିବାକୁ ଚେଷ୍ଟା କରନ୍ତୁ, ଯିଏ ଆପଣା ସମସ୍ତ ଗତିରେ ବିଶ୍ୱାସଯୋଗ୍ୟ ଓ ପ୍ରେମମୟ, ଆଶାହୀନ ନ ହୋଇ, ଯଦ୍ୟପି ତାହାଙ୍କ ସ୍ତ୍ରୀ ୨ୟ ପଥରେ ଥାଆନ୍ତି ଓ ଯିଏ ଅର୍ଥ ପ୍ରଦାନ କରିବ ତା ସହିତ ଯାଉଥିବା ସତ୍ତ୍ୱେ ସବୁବେଳେ କ୍ଷମା କରିବାକୁ ଇଚ୍ଛୁକ ଅଟନ୍ତି। ଆଉ ଏହି ସିଦ୍ଧ ସ୍ୱାମୀ ଆପଣା ଗଭୀର ହୃଦୟରେ ତାଙ୍କ ସ୍ତ୍ରୀ ଏହା କହିବା ଶୁଣିବାକୁ ଚାହାନ୍ତି ଯେ “ତୁମ୍ଭେ ଆମ୍ଭର ସ୍ୱାମୀ ଅଟ। ଆମ୍ଭେ ତୁମକୁ ପ୍ରେମ କରୁ!”

ଏହା ଏକ ଅଦ୍ଭୁତ ପରମେଶ୍ୱରଙ୍କ ଏକ ଅଦ୍ଭୁତ ଛବି ଅଟେ। ଦୟାର ପରମେଶ୍ୱର ଯାହା ପାଇଁ ଆମ୍ଭେମାନେ ଯୋଗ୍ୟ ନୁହେଁ, ସେହି ପରି ଆମ୍ଭମାନଙ୍କ ସହିତ ବ୍ୟବହାର କରନ୍ତି। ପାପକ୍ଷମାକାରୀ ପରମେଶ୍ୱରଙ୍କ ଏକ ଅଦ୍ଭୁତ ଛବି, ଯିଏ ଆମ୍ଭମାନଙ୍କୁ କ୍ଷମା କରିବାକୁ ଚାହାଁନ୍ତି ଓ ଯଦି ଆମ୍ଭେମାନେ ବିଶ୍ୱସଯୋଗ୍ୟ ରହିବାକୁ ପ୍ରତିଜ୍ଞା କରୁ ତେବେ ପୁନର୍ବାର ଗ୍ରହଣ କରିବାକୁ ଚାହାଁନ୍ତି।

୩. ନିମ୍ନାଭିମୂଖୀ ପାପ ଚକ୍ରରେ ପତିତ ହେବାର ଚିତ୍ର

ହୋଶେୟ  ୪ ପର୍ବ ରୁ ୧୩ ପର୍ଯ୍ୟନ୍ତ ନିମ୍ନାଭିମୂଖୀ ପାପ ଚକ୍ରରେ ପତିତ ହେବାର ଏକ ଶକ୍ତିଶାଳୀ ଚିତ୍ର ଚିତ୍ରିତ କରେ। ସେ ପର୍ବଗୁଡ଼ିକ ଅନ୍ଧକାରମୟ ଅଟେ। ତାହା ବିଚାରର ପର୍ବଗୁଡିକ ଅଟେ। ସେଗୁଡିକ “ଭଲ ଅନୁଭବ” ର ପର୍ବ ନୁହେଁ। ଏବଂ ଏହି ପାପ ଚକ୍ର ପ୍ରତିମା ପୂଜାରୁ ଆରମ୍ଭ ହୁଏ। ସେ ଏହା ସ୍ପଷ୍ଟ କରନ୍ତି ଯେ ପାପର ଆରମ୍ଭ ପ୍ରତିମା ପୂଜା ଅଟେ । ହୋଶେୟ ୪:୧୨ ପ୍ରଥମ ଭାଗ ... ଆପଣ ଆପଣା ବାଇବଲକୁ ଖୋଲି ରଖନ୍ତୁ କାରଣ ଆମ୍ଭେମାନେ ଅନେକ ଥର ଟିକିଏ ଆଗକୁ ଓ ପଛକୁ ଦେଖିବା... ହୋଶେୟ ୪:୧୨ ପଦରେ ପରମେଶ୍ୱର କହନ୍ତି:

ଆମ୍ଭର ଲୋକମାନେ ଆପଣା କାଷ୍ଠଖଣ୍ତର ନିକଟରେ ମନ୍ତ୍ରଣା ଚାହାନ୍ତି ଓ ସେମାନଙ୍କର ଯଷ୍ଟି ସେମାନଙ୍କ ପ୍ରତି (କଥା) ପ୍ରକାଶ କରେ।

ଏହା ଅତ୍ୟନ୍ତ ଭବିଷ୍ୟତ୍‌ବାଣୀଯୁକ୍ତ ତାତ୍ସଲ୍ୟ ଅଟେ ଯେ ଲୋକମାନେ ପରମେଶ୍ୱରଙ୍କ ଇଚ୍ଛାକୁ ଜାଣିବାକୁ ଚାହାନ୍ତି, ତେଣୁ ସେମାନେ ଏକ କାଷ୍ଠଖଣ୍ଡ ସହିତ ବାର୍ତ୍ତାଳାପ କରନ୍ତି, ବା ସେମାନଙ୍କର ଯଷ୍ଟି ସେମାନଙ୍କ ପ୍ରତି (କଥା) ପ୍ରକାଶ କରେ। ନିମ୍ନାଭିମୂଖୀ ପାପ ଚକ୍ରରେ ପତିତ ହେବା ପ୍ରତିମା ପୂଜାରୁ ଆରମ୍ଭ ହୁଏ। ପ୍ରତିମା ପୂଜା କାଷ୍ଠର ପ୍ରତିମା ପୂଜାଠାରୁ ଅଧିକ ଅଟେ।

କୌଣସି ବସ୍ତୁ ପରମେଶ୍ୱରଙ୍କ ସ୍ଥାନକୁ ନେବା ପ୍ରତିମା ପୂଜା ଅଟେ। ଏବଂ ଆମ୍ଭେମାନେ କୌଣସି ବସ୍ତୁକୁ ଯଦି ପରମେଶ୍ୱରଙ୍କଠାରୁ ଅଧିକ ଲାଲସା କରିଥାଉ, ତେବେ ସେହି ବସ୍ତୁ ପ୍ରତିମା ଅଟେ।

ଏବଂ ଯଦି ଆମ୍ଭେମାନେ କୌଣସି ବସ୍ତୁକୁ ପରମେଶ୍ୱରଙ୍କଠାରୁ ଅଧିକ ପ୍ରେମ କରିଥାଉ, ତେବେ ଆମ୍ଭେମାନେ ଜଣେ ପ୍ରତିମା ପୂଜକ ହୋଇଥାଉ। ଯଦି ଆମ୍ଭେମାନେ କୌଣସି ବସ୍ତୁକୁ ପରମେଶ୍ୱରଙ୍କଠାରୁ ଅଧିକ ଲାଲସା କରୁ, ତେବେ ଆମ୍ଭେମାନେ ଜଣେ ପ୍ରତିମା ପୂଜକ ଅଟୁ। ଯଦି ଆମ୍ଭେମାନେ କୌଣସି ବସ୍ତୁକୁ ପରମେଶ୍ୱରଙ୍କଠାରୁ ଅଧିକ ଅନ୍ୱେଷଣ କରୁ, ତେବେ ଆମ୍ଭେମାନେ ଜଣେ ପ୍ରତିମା ପୂଜକ ଅଟୁ।

ପାପ ପ୍ରତିମା ପୂଜାରୁ ଆରମ୍ଭ ହୁଏ, ଅର୍ଥାତ୍ ପରମେଶ୍ୱରଙ୍କୁ ସେହି ସିଂହାସନରୁ ଦୂର କରିବା ଯେଉଁଠାରେ ସେ ବାସ କରନ୍ତି ଓ ସୃଷ୍ଟିର ବସ୍ତୁ ସେହି ସ୍ଥାନକୁ ଦଖଲ କରିବାକୁ ଅନୁମତି ଦେବା। ଏପରିକି ଆମ୍ଭମାନଙ୍କ ପ୍ରତିମା ପୂଜା ମଧ୍ୟରେ...ଏହା ହୋଶେୟଙ୍କ ପୁସ୍ତକରେ ଏକ ପ୍ରକାଶିତ ବିନ୍ଦୁ ଅଟେ...ଆମ୍ଭମାନଙ୍କ ପ୍ରତିମା ପୂଜା ମଧ୍ୟରେ ମଧ୍ୟ ଆମ୍ଭମାନଙ୍କ ସ୍ୱାମୀ ଆମ୍ଭମାନଙ୍କୁ ଫେରିବା ପାଇଁ ଆହ୍ୱାନ କରନ୍ତି। ହୋଶେୟ ୨: ୧୪ ପଦରେ ଲେଖାଯାଏ:

“ଏନିମନ୍ତେ ଦେଖ, ଆମ୍ଭେ ତାହାର ମନକୁ ଆକର୍ଷଣ କରି (ତାହାକୁ ଡ଼ାକିବା) ତାହାକୁ ପ୍ରାନ୍ତରକୁ ଆଣିବା (ତାହା ଏକ ଉତ୍ତମ ବିଷୟ ଅଟେ) ଓ ତାହାକୁ ଚିତ୍ତପ୍ରବୋଧକ କଥା କହିବା। ପୁଣି, ସେସ୍ଥାନରୁ ଆମ୍ଭେ ତାହାକୁ ତାହାର ଦ୍ରାକ୍ଷାକ୍ଷେତ୍ର ଓ ଭରସାରୂପ ଦ୍ଵାର ନିମନ୍ତେ ଆଖୋର ଉପତ୍ୟକା ଦେବା; ପୁଣି, ସେ ଯେପରି ଆପଣା ଯୌବନକାଳରେ ଓ ମିସର ଦେଶରୁ ଆସିବା ଦିନରେ ଉତ୍ତର କରିଥିଲା, ସେପରି ସେହି ସ୍ଥାନରେ ଉତ୍ତର କରିବ।”

ସେହି ଆରମ୍ଭିକ ଦିନଗୁଡ଼ିକୁ ସ୍ମରଣ କର, ଯେତେବେଳେ ସବୁକିଛି ନୂତନ ଥିଲା ଓ ଉଦ୍ଦୀପକ ଥିଲା ଏବଂ ତୁମ୍ଭେ ଉତ୍ତେଜିତ ହୋଇ ଆପଣା ବାଗ୍ଦତ୍ତା ସହିତ ପ୍ରେମ କରୁଥିଲ ଓ ତୁମ୍ଭେ ଉତ୍ତେଜିତ ହୋଇ ଆପଣା ସ୍ୱାମୀଙ୍କୁ ପ୍ରେମ କରୁଥିଲ। ଈଶ୍ୱର କହନ୍ତି, “ଗୋଟିଏ ଦିନ ଆମ୍ଭ ଲୋକମାନଙ୍କ ସହିତ ତାହା ପୁଣି ଥରେ ଘଟିବ।”

କିନ୍ତୁ, ପ୍ରତିମା ପୂଜା ସହିତ ଆରମ୍ଭ, ଏହି ନିମ୍ନାଭିମୂଖୀ ପାପ ଚକ୍ରର ଗତି, ଫେରିବା ପାଇଁ ପରମେଶ୍ୱର ମୁକ୍ତ ଆମନ୍ତ୍ରଣ ପରେ ମଧ୍ୟ, ଏହି ନିମ୍ନାଭିମୂଖୀ ପାପ ଚକ୍ରର ଗତି ବୃଦ୍ଧି ପାଇବାକୁ ଲାଗିଥାଏ ଓ ଏହା ବୃଦ୍ଧି ପାଉଥିବାର ଏକ ମାଧ୍ୟମ ବିଳାସିନତା ଅଟେ। ଏହା ହୋଶେୟଙ୍କ ପୁସ୍ତକରେ ଏକ ଶକ୍ତିଯୁକ୍ତ ଉପ-ଦୃଶ୍ୟ ଅଟେ। ଉଦାହରଣସ୍ୱରୂପ ହୋଶେୟ ୧୦:୧ ପଦ

ଇସ୍ରାଏଲ ବର୍ଦ୍ଧିଷ୍ଣୁ ଦ୍ରାକ୍ଷାଲତା, ସେ ଆପଣା ଫଳ ଉତ୍ପନ୍ନ କରେ; ସେ ଆପଣା ଫଳର ବାହୁଲ୍ୟାନୁସାରେ ଆପଣା ଯଜ୍ଞବେଦିର ସଂଖ୍ୟା ବୃଦ୍ଧି କରିଅଛି (ଏହା ବିଜାତୀୟ ଯଜ୍ଞବେଦିଗୁଡ଼ିକ ଅଟେ); ତାହାର ଦେଶର ଉନ୍ନତି ଅନୁସାରେ ଲୋକମାନେ ମନୋହର ସ୍ତମ୍ଭ ନିର୍ମାଣ କରିଅଛନ୍ତି।

୧୩:୬ ପଦରେ (ପୁଣିଥରେ ଈଶ୍ୱରଙ୍କ ଅବିଶ୍ୱସ୍ତ ସନ୍ତାନଗଣଙ୍କ ବିଷୟରେ)

ସେମାନେ ଆମ୍ଭମାନଙ୍କ ଚରାଣି-ସ୍ଥାନ ଅନୁସାରେ ପରିତୃପ୍ତ ହେଲେ; ସେମାନେ ପରିତୃପ୍ତ ହୋଇ ଅନ୍ତଃକରଣରେ ଗର୍ବିତ ହେଲେ; ଏଥିପାଇଁ ସେମାନେ ଆମ୍ଭକୁ ପାସୋରିଅଛନ୍ତି।

ଆପଣ ଓ ମୁଁ ଏକ ଉତ୍ତମ କାର୍ଯ୍ୟ କରୁ, ଆମ୍ଭେମାନେ ନୋହୁଁ କି; ଯେତେବେଳେ ଆମ୍ଭମାନଙ୍କୁ ଆଘାତ ହୁଏ, ଯେତେବେଳେ ସମସ୍ୟା ଆସେ, ଯେତେବେଳେ ସବୁକିଛି ଠିକ୍ ରୂପରେ ଚାଲି ନ ଥାଏ, ଆମ୍ଭେମାନେ ସବୁବେଳେ ପରମେଶ୍ୱରଙ୍କଠାରେ ଆର୍ତ୍ତନାଦ କରିଥାଉ। ଆମ୍ଭେମାନେ ବାସ୍ତବରେ ଆଘାତ ଓ ଯନ୍ତ୍ରଣାରେ ପରମେଶ୍ୱରଙ୍କଠାରେ ଆର୍ତ୍ତନାଦ କରିବା ପରି ଏକ ଉତ୍ତମ କାର୍ଯ୍ୟ  କରିଥାଉ। କିନ୍ତୁ ହୋଶେୟ ଓ ଅନ୍ୟ କେତେକ ଭବିଷ୍ୟତ୍‌ବକ୍ତାଙ୍କ ବାର୍ତ୍ତା ଏହା ଯେ ଯେତେବେଳେ ଧନ ପ୍ରଚୁର ହୋଇଥାଏ, ଓ ଜୀବନ ଯନ୍ତ୍ରଣାମୁକ୍ତ ହୁଏ, ଆମ୍ଭେମାନେ ପରମେଶ୍ୱରଙ୍କୁ ଭୁଲିଯାଉ ଓ ଆମ୍ଭେମାନେ ଅଧିକରୁ ଅଧିକ ଧନରୂପୀ ଦେବତାଗଣର ସେବା କରୁ ଓ ଆରାମଦାୟକ ଦେବତାଗଣର ସେବା କରୁ। ଏହି ନିମ୍ନାଭିମୂଖୀ ପାପ ଚକ୍ର, ହୋଶେୟ କହନ୍ତି, ଏହି ନିମ୍ନାଭିମୂଖୀ ପାପ ଚକ୍ର କେବଳ ଧନ ଓ ବିଳାସିନତା ଦ୍ୱାରା ବୃଦ୍ଧି ପାଇଥାଏ, ଓ ଏହି ନିମ୍ନାଭିମୂଖୀ ପାପ ଚକ୍ରରେ କିଏ ପତିତ ହୁଏ? ଆମ୍ଭମାନଙ୍କ ସନ୍ତାନଗଣ। ପୁଣି, ଯିଶାଇୟରେ ଏହା ଏକ ମୁଖ୍ୟ ବିଷୟ ଅଟେ, ଯେ ଯେତେବେଳେ ଆମ୍ଭେମାନେ ଏହି ନିମ୍ନାଭିମୂଖୀ ପାପ ଚକ୍ରର ନିମ୍ନକୁ ଯାଉ, ଆମ୍ଭମାନଙ୍କ ସନ୍ତାନଗଣ ଏଥିରେ ପତିତ ହୁଅନ୍ତି। ପୁଣି, ଏହି ସ୍ଥାନର ଭାଷା ବହୁତ କଠିନ ଅଟେ। ୧:୨ ପଦରେ ବ୍ୟଭିଚାରିଣୀର ସନ୍ତାନ ହେବା ବିଷୟରେ କହେ; ଅର୍ଥାତ୍ ସେହି ସନ୍ତାନଗଣ ଗୋମରଙ୍କ ତୁଲ୍ୟ ହେବାକୁ ଯାଉଅଛନ୍ତି।

୪:୬ ପଦରେ:

“ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି; କାରଣ ତୁମ୍ଭେ ଜ୍ଞାନ ଅଗ୍ରାହ୍ୟ କରିଅଛ, ଆମ୍ଭେ ମଧ୍ୟ ତୁମ୍ଭକୁ ଅଗ୍ରାହ୍ୟ କରିବା, ତହିଁରେ ତୁମ୍ଭେ ଆମ୍ଭର ଯାଜକ ହେବ ନାହିଁ; ତୁମ୍ଭେ ଆପଣା ପରମେଶ୍ଵରଙ୍କ ବ୍ୟବସ୍ଥା ପାସୋରିବାରୁ ଆମ୍ଭେ ମଧ୍ୟ ତୁମ୍ଭ ସନ୍ତାନଗଣକୁ ପାସୋରି ପକାଇବା।”

ମାତା ପିତାଙ୍କ ପାପ ହେତୁ, ଓ ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ପାସୋରିବାରୁ ଏହା ସ୍ପଷ୍ଟ ଯେ ସେମାନେ ଆପଣା ସନ୍ତାନଗଣଙ୍କୁ ବ୍ୟବସ୍ଥା ଶିଖାଇ ପାରିବେ ନାହିଁ, ତେଣୁ ପରମେଶ୍ୱର ମଧ୍ୟ ସେମାନଙ୍କ ସନ୍ତାନଗଣଙ୍କୁ ପାସୋରିବେ। ୧୩ ପଦକୁ ଦେଖନ୍ତୁ; ଏହି ସବୁ ମୁଁ କହୁ ନାହିଁ।

ସେମାନେ (ଅର୍ଥାତ୍ ମାତା-ପିତା, ଅବିଶ୍ୱାସୀ ଇସ୍ରାଏଲୀୟ ଲୋକମାନେ) ପର୍ବତମାନର ଶୃଙ୍ଗରେ ବଳିଦାନ କରନ୍ତି ଓ ଉପପର୍ବତଗଣର ଉପରେ ଅଲୋନ, ଲିବ୍ନି ଓ ଏଲା ବୃକ୍ଷ ତଳେ ଧୂପ ଜଳାନ୍ତି (ଏହି ସବୁ ବାଲ୍‌ ଦେବତାକୁ ଉତ୍ସର୍ଗ କରନ୍ତି) କାରଣ ତହିଁର ଛାୟା ଉତ୍ତମ; ଏଥିପାଇଁ ତୁମ୍ଭର କନ୍ୟାଗଣ ବେଶ୍ୟାଚାର କରନ୍ତି ଓ ତୁମ୍ଭର ବଧୂଗଣ ବ୍ୟଭିଚାର କରନ୍ତି।

ବଂଶାନୁଗତ ପାପ ଏକ କୁତ୍ସିତ ବିଷୟ ଅଟେ, ଏହା ନୁହେଁ କି? ଏହା ଏକ କୁତ୍ସିତ ବିଷୟ ଅଟେ ଯେତେବେଳେ ଆମ୍ଭେମାନେ ଏହି ନିମ୍ନାଭିମୂଖୀ ଚକ୍ରରେ ପତିତ ହୋଇଥାଉ ଓ ଆମ୍ଭମାନଙ୍କ ସନ୍ତାନଗଣଙ୍କୁ ଏହି ପତନରୁ ବାହାରିବା ପାଇଁ ଯାହାକିଛି କରିବା ଉଚିତ୍ ତାହା କରିବା ଅପେକ୍ଷା, ଆମ୍ଭେ ସେମାନଙ୍କୁ ଦୃଢ଼ରୂପରେ ଧରି ଆମ ନିକଟକୁ ଟାଣିଥାଉ। ଏହା ଯେପରି ହେବା ଉଚିତ୍ ସେଥିର କିପରି ଏକ ବିରୋଧାତ୍ମକ ଅଟେ।

ଦ୍ୱିତୀୟ ବିବରଣ ୬ ପର୍ବ  (ଆମେ ଅନେକ ଥର ଏହି ଶେମା ଉଦ୍ଧରଣ କରୁ), “ହେ ଇସ୍ରାଏଲ, ଶୁଣ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଏକମାତ୍ର ସଦାପ୍ରଭୁ ଅଟନ୍ତି। ଏନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କୁ ପ୍ରେମ କରିବ। ପୁଣି ୭ ପଦରେ, “ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା (ବ୍ୟବସ୍ଥା) ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କ ସଙ୍ଗେ ସେବିଷୟରେ କଥାବାର୍ତ୍ତା କରିବ।”

ପରମେଶ୍ୱର ଦ୍ୱିତୀୟ ବିବରଣରେ ଦେଖୁଥିବା ପରିବାରଠାରୁ ହୋଶେୟ ଦେଖୁଥିବା ପରିବାର କିପରି ଏକ ବିପରୀତ ପରିବାର ଅଟେ। ମୋ ଜୀବନକୁ ନଷ୍ଟ କରିବା ଭିନ୍ନ ବିଷୟ ଅଟେ। ମୁଁ ଅବିଶ୍ୱାସୀ ଇସ୍ରାଏଲୀୟ ସନ୍ତାନମାନଙ୍କ ପରି ଅବିଶ୍ୱାସୀ ହେବା ଏକ ଭିନ୍ନ ବିଷୟ ଅଟେ,  ମୁଁ ଜଣେ ପ୍ରତିମା ପୂଜକ ହେବା ଏକ ଭିନ୍ନ ବିଷୟ ଅଟେ, କିନ୍ତୁ ଏହି ପ୍ରକ୍ରିୟାରେ କ’ଣ ମୁଁ, ଓ ଆପଣ, ଓ ଆମ୍ଭେମାନେ ଆପଣା ସନ୍ତାନଗଣଙ୍କ ଜୀବନକୁ ନଷ୍ଟ କରିବାକୁ ଚାହୁଁଅଛୁ। କାରଣ ହୋଶେୟଙ୍କ ପୁସ୍ତକର ବାର୍ତ୍ତା ଏହା ଯେ ତାହା ଠିକ୍ ଏହିପରି ହେବାକୁ ଯାଉଅଛି। ତାହା ଠିକ୍ ଏହିପରି ହେବାକୁ ଯାଉଅଛି।

ଆପଣମାନଙ୍କ ମଧ୍ୟରୁ ଅନେକେ ଭାବିପାରନ୍ତି, “ଓହୋ ବିଲ୍, ଏତେ ନାଟକୀୟ ହୁଅ ନାହିଁ!” ମୁଁ ନୁହେଁ! ହୋଶେୟ ମଧ୍ୟ ନୁହନ୍ତି, ଏବଂ ମୋଶା ମଧ୍ୟ ନୁହନ୍ତି। ଦଶ ଆଜ୍ଞା ଦେବା ସମୟରେ; ଯାତ୍ରା ୨୦:୪ ପଦରେ, ଦ୍ୱିତୀୟ ଆଜ୍ଞା ଏହା ଅଟେ: “ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ଵର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ଵର ସ୍ଵଗୌରବ-ରକ୍ଷଣରେ ଉଦ୍‌ଯୋଗୀ ପରମେଶ୍ଵର ଅଟୁ, ପୁଣି ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା।”

ଆପଣ ଦେଖନ୍ତୁ, ଯଦି ଆମ୍ଭେମାନେ ଆମ୍ଭମାନଙ୍କ ସନ୍ତାନଗଣଙ୍କୁ ପରମେଶ୍ୱରଙ୍କ ବିଧି ନ ଶିଖାଉ; ଯଦି ଆମ୍ଭେମାନେ ବସିବା ଓ ଉଠିବା ସମୟରେ ତାଙ୍କୁ ନ କହୁଁ; ଯଦି ଆମ୍ଭେମାନେ ସେଗୁଡ଼ିକୁ ଆମ ଦ୍ୱାରରେ ନ ଲେଖୁ, ତେବେ ସେମାନେ କିପରି ତାହା ଜାଣିବେ? ଏବଂ ସେମାନେ କିପରି ସଦାପ୍ରଭୁଙ୍କୁ ପ୍ରେମ କରିବା ଶିଖିବେ?

ଏବଂ ତଥାପି, ଯେପରି ସନ୍ତାନଗଣ ଏହି ପତିତ ହେବା ଅବସ୍ଥାରେ ଘେରି ରହନ୍ତି, ଏହି ଅବସ୍ଥାରେ ମଧ୍ୟ, ଆମ୍ଭମାନଙ୍କ ସ୍ୱାମୀ ଆମ୍ଭମାନଙ୍କୁ ଫେରିବା ପାଇଁ ଆହ୍ୱାନ ଦିଅନ୍ତି। ତାହା ଉଜ୍ଜ୍ୱଳମୟ ଆଲୋକ ଅଟେ। ତାହା ହୋଶେୟ ପୁସ୍ତକରେ ଉଜ୍ଜ୍ୱଳମୟ କାହାଣୀ ଅଟେ; ଯେ ପାପ ଯେତେ ମନ୍ଦ ହେଉ ନା କାହିଁକି; ଜଣେ ବ୍ୟକ୍ତି ଯେତେ ଅଧିକ ପତିତ ହେଉ ନା କାହିଁକି, ଏବଂ ତଥାପି, ପରମେଶ୍ୱର ଅଛନ୍ତି। ତାହାଙ୍କ ବାହୁ ଏବେ ମଧ୍ୟ ମୁକ୍ତ କରି କହୁଅଛନ୍ତି, “ଆମ୍ଭେ ତୁମ୍ଭକୁ କ୍ଷମା କରିବାକୁ ଚାହୁଁ! ଆମ୍ଭେ ତୁମ୍ଭକୁ ପୁଣିଥରେ ଗ୍ରହଣ କରିବାକୁ ଚାହୁଁ, କିନ୍ତୁ ଯଦି ତୁମ୍ଭେ ମନ ଫେରାଇବ ଓ ଆମ୍ଭପ୍ରତି ବିଶ୍ୱାସଯୋଗ୍ୟ ହେବାକୁ ସମର୍ପିତ ହେବ।”

୧୦:୧୨ ପଦରେ ଲେଖାଯାଏ, (ହୋଶେୟ ଭବିଷ୍ୟତ୍‌ର ପୁନର୍ସ୍ଥାପନକୁ ଦେଖୁଅଛନ୍ତି)

“ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଧାର୍ମିକତାରେ ବିହନ ବୁଣ, ଦୟାନୁଯାୟୀ ଶସ୍ୟ କାଟ; ଆପଣାମାନଙ୍କର ପଡ଼ିଆ-ଭୂମି ଭାଙ୍ଗ; କାରଣ ଯେପର୍ଯ୍ୟନ୍ତ ସଦାପ୍ରଭୁ ଆସି ତୁମ୍ଭମାନଙ୍କ ଉପରେ ଧାର୍ମିକତା ନ ବର୍ଷାନ୍ତି, ସେପର୍ଯ୍ୟନ୍ତ ତାହାଙ୍କର ଅନ୍ଵେଷଣ କରିବାର ସମୟ ଅଛି।”

ତାହା ହିଁ ପରମେଶ୍ୱର କରିବାକୁ ଚାହାନ୍ତି। ସେ ଚାହାନ୍ତି ଯେ ଆମ୍ଭେମାନେ ତାହାଙ୍କ ପ୍ରତି ବିଶ୍ୱାସଯୋଗ୍ୟ ରହୁ...ଓ ଧନ୍ୟବାଦପୂର୍ବକ ବର୍ତ୍ତମାନ ପବିତ୍ରଆତ୍ମା ଆମ୍ଭମାନଙ୍କ ସହିତ ଅଛନ୍ତି। ବିଶେଷରୂପରେ ଆମ୍ଭମାନଙ୍କର ସେହି କାର୍ଯ୍ୟ କରିବାକୁ ପବିତ୍ରଆତ୍ମାଙ୍କ ଶକ୍ତି ଅଛି, କାରଣ ଆମ୍ଭମାନଙ୍କ ସ୍ୱାମୀ ଆମ୍ଭମାନଙ୍କୁ ଚାହାନ୍ତି। ସେ ଆପଣ ଓ ମୋ ଉପରେ ଧାର୍ମିକତାର ବର୍ଷା ବର୍ଷାଇବାକୁ ଚାହାନ୍ତି। ଆମ୍ଭେମାନେ ଏହି ପାପରେ ପତିତ ଅବସ୍ଥାର ଯେକୌଣସି ସ୍ଥାନରେ ଥାଉ ନା କାହିଁକି, ଆମ୍ଭମାନଙ୍କ କୃପାମୟ, କ୍ଷମାଶୀଳ, ବିଶ୍ୱାସଯୋଗ୍ୟ ସ୍ୱାମୀ ଚାହାନ୍ତି ଯେ ଆମ୍ଭେମାନେ ଗୁହକୁ ଫେରୁ।

କିନ୍ତୁ ପରିଶେଷରେ, ଯେତେବେଳେ ଲୋକମାନେ ଏହି ପତିତ ଅବସ୍ଥାରେ ବୃଦ୍ଧି ପାଆନ୍ତି, ସେମାନେ ଏପରି ଏକ ବିନ୍ଦୁରେ ପହଞ୍ଚିଥାଆନ୍ତି ଯାହାଙ୍କୁ ହୋଶେୟ ସ୍ପଷ୍ଟରୂପରେ ପ୍ରକାଶ କରନ୍ତି ଯେ ସେମାନେ ପୂର୍ଣ୍ଣରୂପରେ ପାପମୟ ଅଟନ୍ତି ଯେ ସେମାନେ ଅପ୍ରୀତିକର ପାତ୍ର ଅଟନ୍ତି ଓ ଅନେକ ଅନ୍ୟ ବାକ୍ୟ ପରି ଅଟନ୍ତି। ଦୟାକରି ହୋଶେୟ ୮:୮ ପଦକୁ ଦେଖନ୍ତୁ।

ଇସ୍ରାଏଲ ଗ୍ରାସିତ ହୋଇଅଛି; ଏବେ ସେମାନେ ଅପ୍ରୀତିକର ପାତ୍ର ତୁଲ୍ୟ ନାନା ଗୋଷ୍ଠୀ ମଧ୍ୟରେ ଅଛନ୍ତି।

(କିପ୍ରକାର ଏକ ନିନ୍ଦା ଅଟେ।) ସେମାନେ ବିଜାତୀୟମାନଙ୍କ ପାଇଁ...ଜଗତ ପାଇଁ... ଜ୍ୟୋତିଃ ହେବା ଉଚିତ୍, ଆମ୍ଭେମାନେ ପୃଥୁବୀର ଲବଣ ହେବା ଉଚିତ୍, ଠିକ୍ କହୁଛି? ଏବଂ ତଥାପି, ସେମାନେ ଏପରି ପାପୀ ହୋଇଅଛନ୍ତି ଯେ ସେମାନେ ପରମେଶ୍ୱରଙ୍କ ରାଜକୀୟ ଯାଜକବର୍ଗ ହେବା ଅପେକ୍ଷା, ଯାତ୍ରା. ୨୦ ପର୍ବ ଅନୁସାରେ, ଆପଣା ପ୍ରତିବାସୀ, ସହକର୍ମୀ ଓ ପରିବାର ଓ ବନ୍ଧୁମାନଙ୍କ ପାଇଁ ପରମେଶ୍ୱରଙ୍କଠାରେ ମଧ୍ୟସ୍ଥ କରିବା ଅପେକ୍ଷା, କ’ଣ ହୋଇଅଛି ଯେ ସେମାନେ ଅପ୍ରୀତିକର ପାତ୍ର ହୋଇଅଛନ୍ତି, କାରଣ ସେମାନେ ପରମେଶ୍ୱରଙ୍କ ଇଚ୍ଛାକୃତ କାର୍ଯ୍ୟ କରି ପାରିବେ ନାହିଁ।

ହୋଶେୟ ଜାରୀ ରଖନ୍ତି; ସେ କହନ୍ତି ଯେ ସେମାନେ ବୁଝିବାରେ ଅସମର୍ଥ ହୋଇଅଛନ୍ତି, ୮:୧୨ ପଦରେ ପରମେଶ୍ୱର କହନ୍ତି, “ଆମ୍ଭେ ଦଶସହସ୍ର ବିଧିରେ ଆମ୍ଭର ବ୍ୟବସ୍ଥା ତାହା (ଇସ୍ରାଏଲ) ପାଇଁ ଲେଖିଲେ ହେଁ ସେସବୁ ବିଦେଶୀୟ କଥା ତୁଲ୍ୟ ଗଣିତ ହୁଏ।”

ଇସ୍ରାଏଲୀୟ ଲୋକମାନେ ବୁଝିବାରେ ଅସମର୍ଥ ହୋଇଅଛନ୍ତି। ସେମାନେ ନୀର୍ଦ୍ଦୋଷତା ପାଇବାରେ ମଧ୍ୟ ଅସମର୍ଥ ହୋଇଅଛନ୍ତି। ୫ ପଦକୁ ଦେଖନ୍ତୁ; ହେ ଶମରୀୟା, ସେ ତୁମ୍ଭର ଗୋବତ୍ସ ପ୍ରତିମା ପକାଇ ଦେଇଅଛନ୍ତି। ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ଵଳିତ ହୋଇଅଛି। ସେମାନେ କେତେ କାଳ ଉତ୍ତାରେ ନିର୍ଦ୍ଦୋଷତା ପ୍ରାପ୍ତ ହେବେ?

ହୋଶେୟ ୯:୫ ଯାହାକୁ ସେମାନେ ପ୍ରେମ କଲେ, ତାହାରି ତୁଲ୍ୟ ଘୃଣାଯୋଗ୍ୟ ହେଲେ।

ଆମ୍ଭେମାନେ ଯାହାକୁ ପ୍ରେମ କରୁ, ତାହାରି ତୁଲ୍ୟ ହୋଇଥାଉ, ଆମ୍ଭେମାନେ ନୁହଁ କି? ଏବଂ ଇସ୍ରାଏଲୀୟ ଲୋକମାନେ ବେଶ୍ୟାବୃତ୍ତିକୁ ପ୍ରେମ କଲେ ଓ ସେମାନେ ବେଶ୍ୟା ତୁଲ୍ୟ ଘୃଣିତ ହୋଇଅଛନ୍ତି।

ହୋଶେୟ ୫:୧୧: “ସେମାନେ ଅଶ୍ଳୀଳତାର ଅନୁଗମନ କରନ୍ତି।”

୧୧:୭...“ଆମ୍ଭର ଲୋକମାନଙ୍କ ଆମ୍ଭଠାରୁ ବିମୁଖ ହେବାର ପ୍ରବୃତ୍ତି ଅଛି।”

୪:୧୦...“ସେମାନେ ବେଶ୍ୟାବୃତ୍ତିର ଆନନ୍ଦ ନିଅନ୍ତି।”

୪:୧୨...“ବ୍ୟଭିଚାରର ଆତ୍ମା ସେମାନଙ୍କୁ ଭ୍ରାନ୍ତ କରିଅଛି।”

ଚକ୍ର ନିମ୍ନାମୂଖୀ ହୋଇଥାଏ। ଯେତେବେଳେ ଆପଣ ଭାବନ୍ତି ଯେ ଏହା ଆଗକୁ ଯାଇପାରିବ ନାହିଁ, ଯେପର୍ଯ୍ୟନ୍ତ ଲୋକମାନେ ଅପ୍ରୀତିକର ପାତ୍ର, ବୁଝିବାରେ ଅସମର୍ଥ; ନିର୍ଦ୍ଦୋଷତା ପାଇବାକୁ ଅସମର୍ଥ ହୋଇ ନାହାନ୍ତି; ଏହା ନିରନ୍ତର ନିମ୍ନକୁ ଯାଇଥାଏ। ଅପ୍ରୀତିକର।

ଜଣେ ବ୍ୟକ୍ତି, ମୁଁ ତାଙ୍କ ନାମ ସିଧା କହିବାକୁ ଯାଉନାହିଁ, କିନ୍ତୁ ଏହା ପିଲ୍‌ଗ୍ରୀମ୍ ପ୍ରୋଗ୍ରେସରେ ଥିବା ପାତ୍ରମାନଙ୍କ ମଧ୍ୟରୁ ଗୋଟିଏ ଅଟେ, ଗୋଟିଏ ପାତ୍ର ବିଷୟରେ କହିଲେ ଯେ ଖ୍ରୀଷ୍ଟିୟାନ ଗୋଟିଏ ପିଞ୍ଜରାରେ ରହନ୍ତି ଓ ପାପ ସେହି ପିଞ୍ଜରା କାଠଗଡ଼ା ଅଟେ ଓ ସେ ସେହି ପିଞ୍ଜରାରୁ ବାହାରି ଆସି ପାରିବ ନାହିଁ ଓ ସେ ପିଞ୍ଜରାରେ ବାସ କରୁଅଛି। ସେ ପିଞ୍ଜରାରେ ବନ୍ଦୀ ହୋଇଅଛି କିନ୍ତୁ ପିଞ୍ଜରାର ତାଲା ବନ୍ଦ ହୋଇ ନାହିଁ! ଏବଂ ଯେତେବେଳେ ସେ ଚାହିଁବ ସେ ଦ୍ୱାର ଖୋଲି ବାହାରି ପାରିବ। କିନ୍ତୁ ସେ ପାପର ଏତେ ନିମ୍ନରେ ଅଛି ଯେ ସେ ଜାଣି ନାହିଁ ଯେ ସେ ବାହାରକୁ ବାହାରି ପାରିବ, କାରଣ ସେ ଲୌହ ରୂପ ପାପରେ ବନ୍ଧା ହୋଇଅଛି। ସେହି ବିଷୟରେ ହିଁ ହୋଶେୟ କହୁଅଛନ୍ତି।

ଯଦିଓ, ଏହି ଚକ୍ରାକାରର ଏକ ତଳ ଅବସ୍ଥିତ ଅଟେ। ମୁଁ ଜାଣି ନାହିଁ ଯେ ତାହା ଏହି ସୁସମାଚାର ଅଟେ, କିନ୍ତୁ ନିଶ୍ଚିତ ରୂପରେ ଏହି ଚକ୍ରାକାରର ତଳ ଭାଗ ଅଛି। ପାପର ସେହି ଚକ୍ରାକାରର ତଳ ପାପକ୍ଷମାର ଅସମ୍ଭବ ଅଟେ। ଏହି ପରି ଏକ ବିନ୍ଦୁ ଆସିଥାଏ, ଯେତେବେଳେ ପାପକ୍ଷମା ଅସମ୍ଭବ ହୋଇଥାଏ। ସେଠାରେ ନୁହେଁ କି? ପୁଣି ଏହା ଏଥିପାଇଁ ନୁହେଁ ଯେ ପରମେଶ୍ୱର ଆପଣା ବଧୁକୁ କ୍ଷମା କରିବେ ନାହିଁ। ସମସ୍ୟା କେବେ ମଧ୍ୟ ପରମେଶ୍ୱରଙ୍କ ସହିତ ନୁହେଁ। ସମସ୍ୟା ଏହା ଯେ ବଧୁ କେବେ ମଧ୍ୟ କ୍ଷମା ମାଗିବ ନାହିଁ। ଆମ୍ଭେମାନେ କ୍ଷମା ମାଗିବୁ ନାହିଁ।

ହୋଶେୟ ୫:୪ ପଦରେ: ସେମାନଙ୍କର କ୍ରିୟାସକଳ ସେମାନଙ୍କୁ ଆପଣାମାନଙ୍କ ପରମେଶ୍ଵରଙ୍କ ପ୍ରତି ଫେରିବାକୁ ଦେବ ନାହିଁ; କାରଣ ସେମାନଙ୍କ ଅନ୍ତରରେ ବ୍ୟଭିଚାରର ଆତ୍ମା ଅଛି ଓ ସେମାନେ ସଦାପ୍ରଭୁଙ୍କୁ ଜାଣନ୍ତି ନାହିଁ।

ତେଣୁ କ’ଣ ହୋଇଥାଏ ନା ପରମେଶ୍ୱର ଚାଲି ଯାଆନ୍ତି। ୫:୬ ପଦ:

ସେମାନେ ଆପଣାମାନଙ୍କର ମେଷପଲ ଓ ଗୋପଲ ଘେନି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଯିବେ; ମାତ୍ର ତାହାଙ୍କର ଉଦ୍ଦେଶ୍ୟ ପାଇବେ ନାହିଁ; ସେ ସେମାନଙ୍କ ନିକଟରୁ ଚାଲି ଯାଇଅଛନ୍ତି।

ଏବଂ ବାସ୍ତବରେ ସେ କ’ଣ କରନ୍ତି ନା ଆପଣା ବଧୁର ବିଚାର କରନ୍ତି। ଅଧ୍ୟାୟ ୯: ୧୫ ପଦ...୧୫ ପଦର ଦ୍ୱିତୀୟ ଭାଗ:

ଆମ୍ଭେ ସେମାନଙ୍କ କ୍ରିୟାର ଦୁଷ୍ଟତା ସକାଶୁ ସେମାନଙ୍କୁ ଆମ୍ଭ ଗୃହରୁ ତଡ଼ିଦେବା; ଆମ୍ଭେ ସେମାନଙ୍କୁ ଆଉ ସ୍ନେହ କରିବା ନାହିଁ।

ଏହା କଠିନ ହୃଦୟର ଶିକ୍ଷା ଅଟେ, ଯାହା ପ୍ରଥମେ ଆମ୍ଭେମାନେ ଫାରୋଙ୍କଠାରେ ଦେଖୁ। ଏହା ରୋମୀୟ ୯ ପର୍ବରେ ପୂର୍ଣ୍ଣ ରୂପରେ ଆଲୋଚନା କରାଯାଇଅଛି। ଲୋକମାନେ ପାପ ଦ୍ୱାରା ଏହିପରି ପ୍ରଭାବିତ ଅଟନ୍ତି ଯେ ସେମାନେ ପାପରେ ଆଉ ଅଧିକ ପତନ ହେବା ବିଷୟରେ କିଛି ମଧ୍ୟ କରିବାକୁ ପ୍ରତ୍ୟାଖ୍ୟାନ କରନ୍ତି, ସେମାନେ ଏହି ବିନ୍ଦୁରେ ପହଞ୍ଚିଥାଆନ୍ତି ଯେ ସେମାନଙ୍କ ହୃଦୟ କଠିନ ହେବାରୁ କ୍ଷମା ମଧ୍ୟ ମାଗିବେ ନାହିଁ। ଯୀଶୁ ଏହାକୁ ହିଁ କ୍ଷମା ନ କରାଯିବା ପାପ କହନ୍ତି। ମୁଁ ଜାଣେ, କେତେକ ଲୋକ କ୍ଷମା ନ କରାଯିବା ପାପ କରିଥିବା ବିଷୟରେ ଚିନ୍ତିତ ଅଟନ୍ତି। ଯଦି ଆପଣ ଏହି ବିଷୟରେ ଚିନ୍ତିତ ଅଟନ୍ତି, ତେବେ ଆପଣ ତାହା କରି ନାହାନ୍ତି, କାରଣ ଯଦି ଆପଣ କରିଅଛନ୍ତି ତେବେ ଆପଣ ଜାଣି ନାହାନ୍ତି, ଆପଣ ବିବେଚନା କରନ୍ତି ନାହିଁ, ଏବଂ ଆପଣ ମନ ପରିବର୍ତ୍ତନ କରିବାକୁ ଚାହାନ୍ତି ନାହିଁ। କିନ୍ତୁ ଏପରି ଏକ ବିନ୍ଦୁ ଅଛି, ଯେତେବେଳେ ଆମ୍ଭେମାନେ ଆହୁରି ଅଧିକ ପାପରେ ପତିତ ଅବସ୍ଥାକୁ ଯାଉ, ଆମ୍ଭେମାନେ ସେହି ତଳ ଭାଗକୁ ପହଞ୍ଚିଥାଉ; ଅର୍ଥାତ୍ ହୃଦୟ କଠିନର ସ୍ଥାନ। କ୍ଷମା ନ କରାଯିବା ପାପର ସ୍ଥାନ, ଆଉ ହୋଶେୟ ଏହି ସ୍ଥାନକୁ “ବେଶ୍ୟାବୃତ୍ତି” କହନ୍ତି।

ବେଶ୍ୟାବୃତ୍ତି ସମୟ ସମୟରେ କରିଥିବା ପାପକୁ ଦର୍ଶାଏ ନାହିଁ। ଏହା ଅବିଶ୍ୱାସୀର ଏକ କ୍ରିୟାକୁ ଦର୍ଶାଏ ନାହିଁ। ବେଶ୍ୟାବୃତ୍ତିର ଅର୍ଥ ଆମ୍ଭେମାନେ ଅବିଶ୍ୱାସୀ ଲୋକ ହୋଇଅଛୁ, ପୁଣି ଯେତେବେଳେ ଆମ୍ଭେମାନେ ପରମେଶ୍ୱରଠାରେ ଅବିଶ୍ୱାସୀ ହୋଇଅଛୁ, ଯେତେବେଳେ ଆମ୍ଭେମାନେ ତାହାଙ୍କୁ ଯେପରି ପ୍ରେମ କରିବା ଉଚିତ୍ ସେପରି ପ୍ରେମ କରିବାରେ ବିଫଳ ହୋଇଅଛୁ, ଯେତେବେଳେ ଆମ୍ଭେମାନେ ଏହି ଜଗତର ବସ୍ତୁକୁ ତାହାଙ୍କଠାରୁ ଅଧିକ ପ୍ରେମ କରିଅଛୁ, ସେହି ସମୟରେ ଆମ୍ଭେମାନେ ପ୍ରତିମା ପୂଜକ ହୋଇଅଛୁ ଓ ପରିଶେଷରେ, ଆମ୍ଭେମାନେ ବେଶ୍ୟା ହେଉ।

ଏବଂ ତଥାପି, ହୋଶେୟଙ୍କ ପୁସ୍ତକରେ ଆଲୁଅର ସେହି ଅଗ୍ନିଶିଖା, ଅର୍ଥାତ୍ ପାପରେ ପତିତ ଅବସ୍ଥାର ତଳ ଭାଗରେ ମଧ୍ୟ, ଆମକୁ ବିଚାର ଦେଇ ଗମନ କରିବାକୁ ହୁଏ...ଓ ଇସ୍ରାଏଲ ଏପରି ଏକ ବିନ୍ଦୁକୁ ପହଞ୍ଚିଅଛି ଯେଉଁଠାରେ ପରମେଶ୍ୱର କହନ୍ତି, “ଆଉ କୌଣସି ବିକଳ୍ପ ନାହିଁ। ତୁମ୍ଭେ ବିଚାର ଦେଇ ଗମନ କରିବ। ତୁମ୍ଭକୁ ବିଚାର ଦେଇ ଗମନ କରିବାକୁ ହେବ। କେବଳ ଏହା  ଏକମାତ୍ର ଅବଶିଷ୍ଟ ରହିଅଛି।’ ତଥାପି, ବିଚାରର ଅନ୍ୟ ଭାଗରେ ଆମ୍ଭମାନଙ୍କ ପ୍ରେମମୟ ସ୍ୱାମୀ ଛିଡ଼ା ହୋଇଅଛନ୍ତି। ତଥାପି, ଯଦି ଆମ୍ଭେମାନେ ବିଶ୍ୱସ୍ତ ରହିବା! ତେବେ ଏବେ ମଧ୍ୟ ସେ ଆମ୍ଭମାନଙ୍କୁ କ୍ଷମାକରିବାକୁ ଇଚ୍ଛୁକ ଅଟନ୍ତି, ଏବେ ମଧ୍ୟ ସେ ଆମ୍ଭମାନଙ୍କୁ ଗ୍ରହଣ କରିବାକୁ ଇଚ୍ଛୁକ ଅଟନ୍ତି। ଏଠାରେ ଛିଡ଼ା ହୋଇ, ୬:୧ ପଦରୁ ଆରମ୍ଭ ହୋଇ ହୋଶେୟଙ୍କ ବାକ୍ୟାନୁସାରେ, ଆମ୍ଭମାନଙ୍କ ସ୍ୱାମୀ ଆମ୍ଭମାନଙ୍କଠାରୁ ଏହା ଶୁଣିବାକୁ ବ୍ୟାକୁଳ ଅଟନ୍ତି ଯେ, ବିଚାରର ଅନ୍ୟପାର୍ଶ୍ୱରେ ମଧ୍ୟ, ଅତ୍ୟଧିକ ପାପରେ ପତିତ ଅବସ୍ଥାରେ ମଧ୍ୟ, ସେ ଆମ୍ଭମାନଙ୍କଠାରୁ ଏହା ଶୁଣିବାକୁ ବ୍ୟାକୁଳ ଅଟନ୍ତି:

“ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ଯାଉ; କାରଣ ସେ ବିଦୀର୍ଣ୍ଣ କରିଅଛନ୍ତି ଓ ସେ ଆମ୍ଭମାନଙ୍କୁ ସୁସ୍ଥ କରିବେ; ସେ ପ୍ରହାର କରିଅଛନ୍ତି ଓ ସେ ଆମ୍ଭମାନଙ୍କ କ୍ଷତ ବାନ୍ଧିବେ। ଦୁଇ ଦିନ ଉତ୍ତାରେ ସେ ଆମ୍ଭମାନଙ୍କୁ ସଂଜୀବିତ କରିବେ; ତୃତୀୟ ଦିନରେ ଆମ୍ଭମାନଙ୍କୁ ଉଠାଇବେ ଓ ଆମ୍ଭେମାନେ ତାହାଙ୍କ ଛାମୁରେ ବଞ୍ଚିବା। ପୁଣି, ଆମ୍ଭେମାନେ ଜ୍ଞାତ ହେଉ, ସଦାପ୍ରଭୁଙ୍କୁ ଜ୍ଞାତ ହେବା ପାଇଁ ତାହାଙ୍କ ପଶ୍ଚାତ୍‌ଗମନ କରୁ; ତାହାଙ୍କର ଉଦୟ ଅରୁଣୋଦୟର ତୁଲ୍ୟ ନିଶ୍ଚିତ; ଆଉ ସେ ଆମ୍ଭମାନଙ୍କ ନିକଟକୁ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଶେଷ ବୃଷ୍ଟି ତୁଲ୍ୟ ଆସିବେ।”

ବିଚାର ମଧ୍ୟରେ ମଧ୍ୟ, ଆମ୍ଭେମାନେ ମନ ଫେରାଇବାକୁ ଓ ଗୃହକୁ ତାହାଙ୍କ ନିକଟକୁ ଫେରିବାକୁ ଆମ୍ଭମାନଙ୍କ ସ୍ୱାମୀ ବ୍ୟାକୁଳ ଅଟନ୍ତି, କିନ୍ତୁ କେବଳ ଯଦି ଆମ୍ଭେମାନେ ବିଶ୍ୱସ୍ତ ରହୁ।

୪. ନୂତନ ନିୟମରେ ହୋଶେୟଙ୍କ ରୂପକ

ଯେତେବେଳେ ଏହି ରୂପକ ନୂତନ ନିୟମକୁ ଆସେ, ତେବେ ଏହି ରୂପକ ଖ୍ରୀଷ୍ଟଙ୍କ ଭାର୍ଯ୍ୟା ରୂପରେ, ସାମୂହିକ ଭାବରେ, ଆପଣ ଓ ମୋ ପାଇଁ ବ୍ୟବହାର କରାଯାଏ। ଏହା ଏକ କଠିନ ଧାରଣା ଅଟେ, କିନ୍ତୁ ଏହା ଏକ ଅତ୍ୟଧିକ ମହତ୍ୱପୂର୍ଣ୍ଣ ଧାରଣା ଅଟେ, ଯେ ଆମ୍ଭେମାନେ ସମସ୍ତେ, ପୁରୁଷ ଓ ସ୍ତ୍ରୀ, ମଣ୍ଡଳୀ ରୂପରେ ଖ୍ରୀଷ୍ଟଙ୍କ ଭାର୍ଯ୍ୟା ଅଟୁ। ପାଉଲ କରିନ୍ଥୀୟ ମଣ୍ଡଳୀକୁ ୨ କରିନ୍ଥୀୟ ୧୧:୨ ପଦରେ କହନ୍ତି,

ମୁଁ ତୁମ୍ଭମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ଵାମୀଠାରେ, ଅର୍ଥାତ୍, ଖ୍ରୀଷ୍ଟଙ୍କଠାରେ, ସମର୍ପଣ କରିବା ନିମନ୍ତେ ବାଗ୍‌ଦାନ କରିଅଛି।

ଆପଣ ଦେଖନ୍ତି, ତାହା ପାଉଲଙ୍କ ଉଦ୍ଦେଶ୍ୟ ଥିଲା। ପାଉଲଙ୍କ ଉଦ୍ଦେଶ୍ୟ ଏହା ନ ଥିଲା ଯେ ଆମ୍ଭେମାନେ କେବଳ କିଛି ଆବେଗପୂର୍ଣ୍ଣ, ଈଶ୍ୱରୀୟ ଅନୁଭବ ପାଇ, ଏବଂ ଆମ୍ଭେମାନେ ଯେପରି ଚାହୁଁ ସେପରି ଜୀବନ ବ୍ୟତିତ କରି ପରିବା...ଦୁର୍ଭାଗ୍ୟବଶତଃ ଅନେକେ ସେପରି କହୁଥିବା ପରି ଭୁଲ ବୁଝନ୍ତି; ସେ ତାହା କେବେ ମଧ୍ୟ କରନ୍ତି ନାହିଁ। ଆମ୍ଭମାନେ ଯେପରି ବିଶ୍ୱାସ କରୁ ଓ ଶିଷ୍ୟ ରୂପରେ ଜୀବନବ୍ୟତିତ କରୁ, ଓ ପରିପକ୍ୱତାରେ ବୃଦ୍ଧିପାଇବାକୁ ସାହାର୍ଯ୍ୟ କରିବା ତାହାଙ୍କ ଉଦ୍ଦେଶ୍ୟ ଥିଲା, ଅର୍ଥାତ୍ ଖ୍ରୀଷ୍ଟଙ୍କ ସମ୍ମୁଖରେ ଛିଡ଼ା ହେବା ବେଳେ ଯେପରି ଆମ୍ଭେମାନେ ପବିତ୍ର ଓ ସତୀ ସଦୃଶ୍ୟ ହେଉ...ଓ ବେଶ୍ୟା ସଦୃଶ୍ୟ ନ ହେଉ। ଯେପରି ପାଉଲ ଏଫିସୀୟ ମଣ୍ଡଳୀକୁ କହନ୍ତି, ଆମ୍ଭେମାନେ ତାହାଙ୍କ ନିକଟରେ ପବିତ୍ର ଓ ନିର୍ଦ୍ଧୋଷ ରୂପରେ ସମର୍ପିତ ହୋଇଅଛୁ।

ପ୍ରକାଶିତ ବାକ୍ୟ ୧୯ ପର୍ବରେ, ଅନ୍ତିମ ସମୟରେ ଯାହା ହେବାକୁ ଯାଉଅଛି ସେହି ବିଷୟରେ ଯୋହନଙ୍କ ଦର୍ଶନରେ ସେ ଏହି ରୂପକକୁ ବ୍ୟବହାର କରନ୍ତି। ପ୍ରକାଶିତ ବାକ୍ୟ ୧୯:୬ ପଦରେ:

ଆଉ ମୁଁ ମହାଜନତାର ଶଦ୍ଦ ପରି ଏବଂ ବହୁ ଜଳକଲ୍ଲୋଳ ଓ ଘୋର ମେଘଗର୍ଜ୍ଜନର ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ଵର ରାଜତ୍ଵ ଗ୍ରହଣ କରିଅଛନ୍ତି। ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି। ତାହାକୁ (ଆପଣଙ୍କୁ, ମୋତେ ଓ ସମସ୍ତଙ୍କୁ)...ବିଲ୍‌କୁ,  ଆପଣଙ୍କୁ...ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା; ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧର୍ମକର୍ମ।

ଯେପରି ଆମ୍ଭେମାନେ ବିବାହ ଓ ବିବାହ ଭୋଜ ନିମନ୍ତେ ପ୍ରସ୍ତୁତ ହେଉ, ଯାହା ଆମ୍ଭମାନଙ୍କ, ଅର୍ଥାତ୍ ଯେଉଁମାନେ ଖ୍ରୀଷ୍ଟଙ୍କ ଶିଷ୍ୟ ଅଟନ୍ତି, ସେମାନଙ୍କ ନିମନ୍ତେ ପ୍ରସ୍ତୁତ ହୋଇଅଛି, ସେହି ପ୍ରକାରେ ଆପଣ ଓ ମୁଁ ଆମ୍ଭମାନଙ୍କ ସ୍ୱାମୀଙ୍କ ନିକଟରେ ପବିତ୍ର କନ୍ୟା ରୂପରେ ସୁସଜ୍ଜିତ ହେବା। ବିଶ୍ୱାସଯୋଗ୍ୟକୁ ପରିଧାନ କରିବା।

ହୋଶେୟଙ୍କ ପ୍ରଶ୍ନ ଯେତିକି ନିର୍ବୋଧ ଅଟେ, ସେତିକି ସ୍ପଷ୍ଟ ମଧ୍ୟ ଅଟେ। ମୁଁ ଆହୁରି ଅଧିକ ପାପର ଚକ୍ରରେ ପତିତ ହୋଇଅଛି କି? ମୋ ସହିତ କୌତୁହଳ କରାଯାଇଅଛି ବା ମୁଁ ଜଣେ ପ୍ରତିମା ପୂଜକ ହୋଇଅଛି କି?

ମୁଁ ପରମେଶ୍ୱରଙ୍କଠାରୁ ଅଧିକ କୌଣସି ବସ୍ତୁକୁ ପ୍ରେମ କରିବା; ମୁଁ ପରମେଶ୍ୱରଙ୍କଠାରୁ ଅଧିକ କୌଣସି ବସ୍ତୁର ଇଚ୍ଛା କରିବା; ମୁଁ ପରମେଶ୍ୱରଙ୍କଠାରୁ ଅଧିକ କୌଣସି ବସ୍ତୁକୁ ଦେଖିବା। ମୋର ପ୍ରତିମା ପୂଜା କରିବା ମୋର ବିଳାସିନତାରୁ ବୃଦ୍ଧି ହୋଇଅଛି କି? ପୁଣି,  ଭବିଷ୍ୟତବାଣୀ ସମ୍ବନ୍ଧୀୟ ରୂପକ ଅନୁସାରେ, ମୁଁ ଉତ୍କୃଷ୍ଟ ହୋଇଅଛି ଓ ଈଶ୍ୱରଙ୍କୁ ପାସୋରିଅଛି କି? ମୋ ପାପର ମୂଲ୍ୟ ମୋ’ ସନ୍ତାନଗଣ ପ୍ରଦାନ କରିବେ କି? ମୁଁ ଅପ୍ରୀତିକର ପାତ୍ର, ନିର୍ଦ୍ଦୋଶତାକୁ ପାଇବାରେ ଅସମର୍ଥ ହୋଇଅଛି କି? ମୁଁ ପାପର ଚକ୍ରର ନିମ୍ନ ଅଂଶରେ ଅଛି କି? ମୁଁ ଜଣେ ବେଶ୍ୟା ଅଟେ କି?

ଯଦି ଆମ୍ଭେମାନେ ବିଶ୍ୱାସଯୋଗ୍ୟ ରହୁ, ଆତ୍ମାଙ୍କ ଦ୍ୱାରା ଶକ୍ତିଯୁକ୍ତ ହେଉ, ସାଧୁମାନଙ୍କର ଧର୍ମକର୍ମ ରୂପ ବସ୍ତ୍ର ପରିଧାନ କରୁ, ତେବେ ଆପଣଙ୍କ ବିଶ୍ୱାସଯୋଗ୍ୟ ପରମେଶ୍ୱର, ଆମ୍ଭମାନଙ୍କ ସ୍ୱାମୀ, ଆପଣଙ୍କୁ ଓ ମୋତେ କ୍ଷମା କରିବାକୁ ପ୍ରସ୍ତୁତ ଓ ପୁନର୍ବାର ଗ୍ରହଣ କରିବାର ଏକ ହୃଦୟ ନେଇ, ଆମ୍ଭମାନଙ୍କ ସମ୍ମୁଖରେ ବାହୁ ବିସ୍ତାରି ଛିଡ଼ା ହୁଅନ୍ତି।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା। ପିତା, ଆମ୍ଭମାନଙ୍କ ଅନ୍ତରରେ ଏପରି କିଛି ଅଛି ଯାହା ଉତ୍ତମ, ଆରାମଦାୟକ, ଓ ଯାହାବି ହେଉ ପୂର୍ଣ୍ନ ରୂପରେ ଗ୍ରହଣ କରାଯିବା ଭଲି ଅନୁଭବ କରିବାକୁ ଚାହେଁ, ଆଉ ତାହାକୁ ପାପ କୁହାଯାଏ। ପିତା, ଯଦି ଆମ୍ଭେମାନେ ପାପୀ ଅଟୁ ତେବେ ଆମ୍ଭେମାନେ ଆରାମ ଅନୁଭବ କରିବାକୁ ଚାହୁଁ ନାହୁଁ। ଆମ୍ଭେମାନେ ନିଜ ପାଇଁ ଭଲ ଅନୁଭବ କରିବାକୁ ଚାହୁଁ ନାହୁଁ। ଆମ୍ଭେମାନେ ଭୟାବହ, ଓ ଦୀନହୀନ ଅନୁଭବ କରିବାକୁ ଚାହୁଁ କାରଣ ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ବିନା ଭୟାବହ, ଓ ଦୀନହୀନ ଅଟୁ। ପିତା, ଆମ୍ଭେମାନେ ମୁକ୍ତ ହେବାକୁ ବ୍ୟାକୁଳ ଅଟୁ। ଆମ୍ଭେମାନେ ଭଙ୍ଗା ଜୀବନରୁ ଏକ ସମ୍ପୂର୍ଣ୍ଣ ଜୀବନକୁ ଯିବାକୁ ବ୍ୟାକୁଳ ଅଟୁ। ଆମ୍ଭେମାନେ ଆପଣଙ୍କ ବିଶ୍ୱାସଯୋଗ୍ୟ କନ୍ୟା ହେବାକୁ ବ୍ୟାକୁଳ ଅଟୁ। ପିତା, ଆମ୍ଭେମାନେ ପାପର ଚକ୍ରରେ ଯେକୌଣସି ଅବସ୍ଥାରେ ଥାଉ ନା କାହିଁକି, ଆପଣଙ୍କ ଆତ୍ମାଙ୍କ ଦ୍ୱାରା ହୋଶେୟ ପୁସ୍ତକରୁ ଆମ୍ଭମାନଙ୍କ ସହିତ ଦୃଢ଼ତାର ସହିତ, ପ୍ରେମରେ ବାର୍ତ୍ତାଳାପ କରନ୍ତୁ ଓ ଆପଣା ବାହୁ ବିସ୍ତାରି ଛିଡ଼ା ହୋଇ, ଯଦି ଆମ୍ଭେମାନେ ବିଶ୍ୱାସଯୋଗ୍ୟ କନ୍ୟା ହୋଇ ପାରୁ, ତେବେ ଆପଣଙ୍କ କ୍ଷମା ଦାନ ଓ ଆପଣଙ୍କ ନିକଟକୁ ଫେରିବାର ଆହ୍ୱାନକୁ ଦେଖିବାକୁ ସାହାଯ୍ୟ କରନ୍ତୁ। ଯୀଶୁଙ୍କ ନାମରେ, ଆମେନ୍।