ପରମେଶ୍ୱରଙ୍କ ଦୀର୍ଘସହିଷ୍ଣୁତାର ଏକ ସମାପ୍ତି ଅଛି। ବଂଶ ପରେ ବଂଶ ଓ ଅନେକ ଶତାବ୍ଦୀ ଧରି ଯିହୁଦା, ଦକ୍ଷିଣ ରାଜ୍ୟ, ସେମାନଙ୍କ ପାପରୁ ମନପରିବର୍ତ୍ତନ କରିବାକୁ ନାସ୍ତି କଲା ଯାହାର ଅର୍ଥ ହେଉଛି ଯେ ପରିଣାମତଃ ସେମାନଙ୍କ ପାପକୁ ଦଣ୍ଡ ଦିଆଯିବା ଆବଶ୍ୟକ, ତେଣୁ ଖ୍ରୀ.ପୂ ୫୮୬ ରେ ପରମେଶ୍ୱର ବାବିଲୋନୀୟ ଦେଶକୁ ଉତ୍ଥାପନ କଲେ, ସେମାନେ ଆସି ଯିରୁଶାଲମକୁ ଧ୍ୱଂସ କରି ଦେଶକୁ ଜୟ କଲେ। ପ୍ରାୟତଃ ପ୍ରକୃତ ଅବସ୍ଥା ସେହିପରି ହୁଏ, ଯେପରିଏହା ଅତ୍ୟଧିକ ବିଳମ୍ୱ ପର୍ଯ୍ୟନ୍ତ ପାପ ନିମନ୍ତେ ଦୁଃଖ ଆସେ ନାହିଁ। ଖ୍ରୀ.ପୂ ୫୮୬ ରେ ଯିରୁଶାଲମର ଧ୍ୱଂସ ପରେ ବିଳାପ ପୁସ୍ତକ ଲେଖାଯାଇଥିଲା।
୨. ବିଳାପ କଣ ଅଟେ?
ବିଳାପକୁ ଗୋଷ୍ଠୀୟ ବିଳାପ ବୋଲି କୁହାଯାଏ। ଏହା ଏପରି ଏକ ବିଳାପ ଯାହା କି ପାପ ପାଇଁ ଦୁଃଖ ,ଏକ ଗଭୀର ଦୁଃଖର ଭାବପ୍ରକାଶ ଅଟେ। ଏହା ସ୍ୱୀକାରୋକ୍ତି ଅଟେ। ଏହା ଗୋଷ୍ଠୀୟ ସମ୍ବନ୍ଧୀୟ ଅଟେ ଯେଉଁଥିରେ ଲେଖକ ସମଗ୍ର ଗୋଷ୍ଠୀ ପାଇଁ ପାପ ସ୍ୱୀକାର କରୁଅଛନ୍ତି। ଯାହା ପାପ କରୁଥିବା ଏକ ଦେଶର ସତ୍ୟ, ତାହା ହିଁ ପାପ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସତ୍ୟ ଅଟେ, କିନ୍ତୁ ଯେତେବେଳେ ଆପଣ ପଦଗୁଡ଼ିକ ପଢିବେ ସେତେବେଳେ ଆପଣ ଦେଖିବେ ଯେ ଲେଖକ ଯିରିମିୟ ଗୋଷ୍ଠୀ ପାଇଁ କହୁଛନ୍ତି, ଏବଂ ତେଣୁ ଏହା ସେମାନଙ୍କ ପାପ ପାଇଁ ଏକ ଗୋଷ୍ଠୀୟ ବିଳାପ ଅଟେ।
ଆକର୍ଷଣୀୟର ବିଷୟ ହେଉଛି ଯେ ସେମାନଙ୍କ ଦଣ୍ଡ ଉପରେ ଏହା ଏକ ଅତ୍ୟଧିକ ବିଳାପ ନୁହେଁ। ସେମାନଙ୍କ ଦଣ୍ଡର ମଧ୍ୟଭାଗରେ ସେମାନେ ଅଛନ୍ତି; ବାବିଲୋନୀୟମାନେ ନଗରକୁ ଧ୍ୱଂସ କଲେ, ବହୁପରିମାଣରେ ଲୋକମାନଙ୍କୁ ନେଇ ଅନ୍ୟ ଦେଶଗୁଡିକ ମଧ୍ୟରେ ସେମାନଙ୍କୁ ଛିନ୍ନବିଛିନ୍ନ କଲେ, ଏବଂ ସେହି ଦଣ୍ଡ ଅତ୍ୟନ୍ତ କଠୋର ଥିଲା। କିନ୍ତୁ ତାହା ପ୍ରକୃତରେ ବିଳାପର କେନ୍ଦ୍ରବିନ୍ଦୁ ନୁହେଁ। ବିଳାପର ଦୃଷ୍ଟି ସେମାନଙ୍କ ପାପ ଉପରେ; ସେମାନଙ୍କ ଦଣ୍ଡ ଉପରେ ନୁହେଁ, ମାତ୍ର ସେମାନଙ୍କର ପାପ; ଏବଂ କିପରି ସେମାନଙ୍କର ପାପ ସେମାନଙ୍କୁ ଦଣ୍ଡ ଦେବାକୁ ପରମେଶ୍ୱରଙ୍କୁ ବାଧ୍ୟ କଲା।
ଯଦି ଆପଣ ଜାଣିବାକୁ ଚାହାଁନ୍ତି ପ୍ରକୃତ ପାପ ସ୍ୱୀକାର କ’ଣ… ଯଦି ଆପଣ ଜାଣିବାକୁ ଚାହଁ ଯେ ଏକ ବାଇବଲ ସମ୍ବନ୍ଧୀୟ ବିଳାପ କିପରି ଦେଖାଯାଏ… ତେବେ ବିଳାପର ପାଞ୍ଚ ପର୍ବ ହେଉଛି ବାଇବଲରେ ସର୍ବୋତ୍ତମ ଉଦାହରଣ।
ପୁସ୍ତକଟି ପ୍ରକୃତରେ ନାମବିହୀନ ଅଟେ। ଏହାକୁ ଲେଖିଅଛି ବୋଲି କେହି ଦାବି କରନ୍ତି ନାହିଁ। ଦୀର୍ଘ ଦିନରୁ ପରମ୍ପରା ରହିଆସିଛି ଯେ ଏହା ଯିରିମିୟଙ୍କ ଦ୍ୱାରା ଲିଖିତ। ଯିରିମିୟଙ୍କ ପୁସ୍ତକ ମୁଖ୍ୟତଃ ନିର୍ବାସନକୁ କଢେଇ ନେଇଥିବା ଉପାଦାନ ବିଷୟରେ ବର୍ଣନା ଅଟେ। ନିର୍ବାସନ ଘଟିବା ପରେ ବିଳାପ ତାଙ୍କ ଗୋଷ୍ଠୀ ନିମନ୍ତେ ଦୁଃଖର ଭାବପ୍ରକାଶ ହେଲା।
ଏହା ୫ ଗୋଟି ପଦ୍ୟରେ ଗଠିତ ଓ ପ୍ରତ୍ୟେକ ପଦ୍ୟରେ ୨୨ ଗୋଟି ପଦ ଅଛି,ବାସ୍ତବରେ,ଅଧିକାଂଶ ପଦ୍ୟଗୁଡିକ ଏକ ଅକ୍ଷରବଦ୍ଧ ଅଟେ। ପ୍ରତ୍ୟେକ ପଦରେ ପ୍ରଥମ ଶବ୍ଦର ପ୍ରଥମ ଅକ୍ଷର ହିବ୍ରୁ ବର୍ଣ୍ଣମାଳାର ପରବର୍ତ୍ତୀ ଅକ୍ଷର ସହିତ ଆରମ୍ଭ ହୁଏ। ତେଣୁ ବିଳାପ ୧:୧ ପଦର ପ୍ରଥମ ଶବ୍ଦ ଏକ "ଆଲେଫ୍" (aleph) ସହିତ ଆରମ୍ଭ ହୁଏ , ବିଳାପ ୧:୨, ପଦର ପ୍ରଥମ ଶବ୍ଦ "ବେଥ୍" (beth) ସହିତ ଆରମ୍ଭ ହୁଏ ଏବଂ ଏପରି ଆଗକୁ ଆଗକୁ ଇତ୍ୟାଦି।
ଆକର୍ଷଣୀୟର ବିଷୟ ଏହା ଅଟେ ଯେ , ଯଦିଓ, ଯେତେବେଳେ ଆପଣ ତୃତୀୟ କବିତାର ମଧ୍ୟଭାଗକୁ ପ୍ରବେଶ କରିବ, ସେତେବେଳେ ଦେଖିବାକୁ ପାଇବ ଯେ ଏହା ୨୨ ଟି ପଦ ଧାରଣ କରେ ନାହିଁ, ଏହାର ୩ ଗୁଣ ୨୨ ପଦ ଅଛି; ଏହାର ୬୬ ପଦ ଅଛି ଏବଂ ଯେପରି ହିବ୍ରୁ କବିତାରେ ଅନେକ ସମୟରେ ସତ୍ୟ ଅଟେ, ଲେଖକ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଥିବା ମୂଖ୍ୟ ବିଷୟ ଏହା ଅଟେ ଯେ, ଏହା ଅତ୍ୟଧିକ ଆରମ୍ଭ ଏବଂ ଶେଷ ନୁହେଁ, କିନ୍ତୁ ମୂଖ୍ୟ ବିଷୟଟି ଠିକ ମଝିରେ ଅଛି। ତେଣୁ ଏହି ୬୬ ପଦର ମଝିରେ ଆମ୍ଭେମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କେନ୍ଦ୍ରୀୟ ନିଶ୍ଚିତତା ଦେଖିବାକୁ ପାଉ ଯାହା ଯିରିମିୟ ଏହି ପୁସ୍ତକରେ କରିବାକୁ ଚାହାନ୍ତି।
ଏହା ଏକ ସହଜରେ ଉତ୍ତେଜିତ ହୋଇଥିବା ପୁସ୍ତକ। ଆପଣ ଏହି ପୁସ୍ତକ ପଢି ପାରିବ ନାହିଁ ପୁଣି ଏହାକୁ ଗୋଟିଏ ପଥ କିମ୍ବା ଅନ୍ୟ ପଥ ଆଡକୁ ଘୁଞ୍ଚାଇ ପାରିବେ ନାହିଁ। ପ୍ରଥମରେ ଏହା ଯିରିମିୟଙ୍କ ପରି ଶବ୍ଦ ଧ୍ୱନି କରେ ଯେ ସେ କେବଳ ପରମେଶ୍ୱରଙ୍କ ନିକଟରେ ରୋଦନ ଓ ,ଦନ୍ତ କଡମଡ ପୁଣି ଚିତ୍କାର କରି କ୍ରନ୍ଦନ କରୁଛନ୍ତି, କିନ୍ତୁ ତାପରେ ଯେତେବେଳେ ତୁମେ ଗଠନ ପ୍ରଣାଳୀ, ଅକ୍ଷରବଦ୍ଧ କବିତା, ପଦ ସଂଖ୍ୟା, ସମସ୍ତ ଯତ୍ନପୂର୍ବକ ବିଚାର ଆଡକୁ ଦୃଷ୍ଟିପାତ କରିବେ ଯାହା କି ବିଳାପ ଲେଖିବା ଦିଗରେ ଅଗ୍ରସର ହୋଇଅଛି, ସେତେବେଳେ ତୁମେ ହୃଦୟଙ୍ଗମ କରିବ ଯେ ଯାହା ଘଟିଅଛି ତାହା ହେଉଛି ଯିରିମିୟ ପାପକୁ ଦୃଢ଼ଭାବରେ ଧରିବାକୁ ଆସିଛନ୍ତି ଓ ସେ ବସିଛନ୍ତି ଓ ସେ ଚିନ୍ତା କରିଛନ୍ତି ଏବଂ ସେ ଜାଣିଶୁଣି ଆପଣାର ଦୁଃଖ ଓ ଅନ୍ୟ ବିଷୟସବୁକୁ ଯାହାସବୁ ପୁସ୍ତକ ପ୍ରକାଶ କରେ ତାହାସବୁ ପ୍ରକାଶ କରୁଛନ୍ତି।
ତେଣୁ ଏହା କେବଳ ଏକ ପ୍ରକାର ବିଳାପ ନୁହେଁ, କିନ୍ତୁ [ସେଠାରେ ଏକ ହିବ୍ରୁ ଶବ୍ଦ ଅଛି] ମାତ୍ର ପାପ ଓ ପୁସ୍ତକରେ ଯେଉଁ ଅନ୍ୟାନ୍ୟ ବିଷୟ ନିହିତ ଅଛି ସେହିସବୁ ନିମନ୍ତେ ତାହାଙ୍କ ଦୁଃଖର ଏହା ଉଦେଶ୍ୟମୂଳକ,ସହଜରେ ଉତ୍ତେଜିତ ହେଇଥିବା ଭାବପ୍ରକାଶ ଅଟେ।
କ. ପ୍ରକୃତ ସ୍ୱୀକାରୋକ୍ତି ସଚ୍ଚୋଟତା ସହିତ ଆରମ୍ଭ ହୁଏ।
ବିଳାପ ଆରମ୍ଭ ହେଲେ ପ୍ରକୃତ ସ୍ୱୀକାରୋକ୍ତି ଆରମ୍ଭ ହୁଏ। ଏହା ସଚ୍ଚୋଟତା ସହିତ ଆରମ୍ଭ ହୁଏ।
ତୁମ୍ଭେମାନେ ଯେତେବେଳେ ୧ ପର୍ବରୁ ଆରମ୍ଭ କରି, ବିଳାପ ପୁସ୍ତକ ଆଡ଼କୁ ଦୃଷ୍ଟିପାତ କର, ଦୟାକରି ସେଠାରୁ ବୁଲିପଡ, ଯିରିମିୟ ସ୍ୱୀକାର କରି ଆରମ୍ଭ କଲେ ଯେ ବିଷୟସବୁ ବାସ୍ତବଭାବରେ ମନ୍ଦ! ପ୍ରଥମ ଚାରିଟି ପଦ ପ୍ରତି ଦୃଷ୍ଟିପାତ କରି ଦେଖନ୍ତୁ।
"ଲୋକରେ ପରିପୂର୍ଣ୍ଣ ନଗରୀ (ଯୀରୂଶାଲମ )କିପରି ଏକାକିନୀ ହୋଇ ବସିଅଛି;
ସେ କିପରି ଏକ ବିଧବା ତୁଲ୍ୟ ହୋଇଅଛି, ସେ ଗୋଷ୍ଠିଗଣ ମଧ୍ୟରେ ପ୍ରଧାନା ଥିଲା;
ଯେ ପ୍ରଦେଶସମୂହ ମଧ୍ୟରେ ରାଣୀ ଥିଲା, ସେ କିପରି କାରଦାୟିନୀ ହୋଇଅଛି।
ସେ ରାତ୍ରିରେ ଅତିଶୟ ରୋଦନ କରେ, ତାହାର ଲୋତକ ଗଣ୍ଡଦେଶରେ ପଡ଼ିଅଛି।
ତାହାର ସମସ୍ତ ପ୍ରେମୀକଙ୍କ ମଧ୍ୟରେ ତାହାକୁ ସାନ୍ତ୍ୱନା କରିବାକୁ କେହି ନାହିଁ; ତାହାର ବନ୍ଧୁସମସ୍ତେ
ତାହାକୁ ପ୍ରବଞ୍ଚନା କରିଅଛନ୍ତି, ସେମାନେ ତାହାର ଶତ୍ରୁ ହୋଇଅଛନ୍ତି।
ଦୁଃଖ ସକାଶୁ ଓ ମହାଦାସତ୍ୱ ସକାଶୁ ଯିହୁଦା ବନ୍ଦୀ ହୋଇଯାଇଅଛି।
ସେ ଦେବପୂଜକମାନଙ୍କ ମଧ୍ୟରେ ବାସ କରେ, ସେ କିଛି ବିଶ୍ରାମ ପାଏ ନୀହିଁ।
[ତାହା ହେଉଛି ବନ୍ଦୀତ୍ୱ।]
ତାହାର ତାଡନାକାରୀସମସ୍ତେ ସଂକୀର୍ଣ୍ଣ ପଥରେ ତାହାର ସଙ୍ଗ ଧରିଲେ।
ସିୟୋନର (ଯିରୁଶାଲମ ପାଇଁ ଅନ୍ୟ ନାମ) ପଥସକଳ ଶୋକ କରଇ।
କାରଣ କେହି ମହାସଭାକୁ ଆସେ ନାହିଁ। ତାହାର ଦ୍ଵାରସବୁ ଶୁନ୍ୟ। ତାହାର ଯାଜକମାନେ ଦୀର୍ଘନିଶ୍ୱାସ ଛାଡ଼ୁଅଛନ୍ତି।
ତାହାର କୁମାରୀଗଣ ଦୁଖଃଗ୍ରସ୍ଥ ଓ ସେ, ନିଜେ,ମନଃପୀଡ଼ା ପାଇଅଛି ।
ତୁମ୍ଭେ ଦେଖ, ଯିରିମିୟ ସମ୍ପୂର୍ଣ୍ଣଭାବେ ସଚ୍ଚୋଟ ହୋଇଥିବାର ଜଣାଯାଉଛନ୍ତି, ସେ ନୁହଁ କି?
ପରିସ୍ଥିତି ଚୂନପାଣି ଦ୍ୱାରା ରଙ୍ଗ କରିବାକୁ କୌଣସି ପ୍ରଚେଷ୍ଟା ନାହିଁ।
ବିଷୟସବୁ ଉପରେ ଉତ୍ତମ ମୁଖମଣ୍ଡଳ ରଖିବାର କୌଣସି ପ୍ରୟାସ ନାହିଁ।
ଯନ୍ତ୍ରଣା ଉପେକ୍ଷା କରିବାକୁ ଇଚ୍ଛା ନାହିଁ।
ମଧ୍ୟ ଏହାକୁ ହ୍ରାସ କରିବାକୁ ଏପରି କି କୌଣସି ପ୍ରୟାସ ନାହିଁ।
କିନ୍ତୁ ସେ କେବଳ ନିଷ୍ଠୁର ଭାବରେ ସଚ୍ଚୋଟ ହୋଇଥିବାରୁ ତାହାଙ୍କ ସ୍ୱିକାରୋକ୍ତି ସେ ଆରମ୍ଭ କରି ସଚ୍ଚୋଟ ଭାବରେ ସେ କହୁଛନ୍ତି, “ବିଷୟସବୁ ବାସ୍ତବରେ ମନ୍ଦ ଅଟେ।”
ଏହି ପଂକ୍ତିରେ ମୋର ପ୍ରିୟ ପଦଗୁଡ଼ିକ ହେଉଛି ବିଳାପ ୩:୪୫ ଯେଉଁଠାରେ ଯିରିମିୟ ପରମେଶ୍ୱରଙ୍କୁ କହିଛନ୍ତି: “ତୁମେ ଗୋଷ୍ଠୀଗଣ ମଧ୍ୟରେ ଆମ୍ଭମାନଙ୍କୁ ଝଟା ଅଳିଆ ଓ ଅଗ୍ରାହ୍ୟ ବସ୍ତୁ ତୁଲ୍ୟ କରିଅଛ।” ମୁଁ ଭାବୁଅଛି, ଶାସ୍ତ୍ରରେ ଏହା ହେଉଛି ଅଧିକତର ସଚ୍ଚୋଟ ବକ୍ତବ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ।
ଏହି ଦିନଗୁଡ଼ିକରେ ଏପ୍ରକାର ସ୍ୱୀକାରୋକ୍ତି ପାଇଁ ଯେଉଁ ଶବ୍ଦ ଆମ୍ଭେମାନେ ବ୍ୟବହାର କରୁ ତାହା ହେଉଛି "ଭଗ୍ନାନ୍ତକରଣ"। ଯେବେ ଆମ୍ଭେମାନେ ଭଗ୍ନାନ୍ତକରଣ ବିଷୟରେ କଥାବାର୍ତ୍ତା କରୁ ତେବେ ମିଥ୍ୟା ବାହାନା ନ କରି, ରୁପାକୃତି ଚେହେରା ଉପରେ କୌଣସି ବ୍ୟକ୍ତିକୁ ନ ରଖି, ଆମ୍ଭେମାନେ କେହି ଜଣେ ବ୍ୟକ୍ତିଙ୍କ ବିଷୟରେ କଥାବାର୍ତ୍ତା କରୁଅଛୁ, ମାତ୍ର ଯେ କେହି ସଚ୍ଚୋଟ, ପ୍ରାମାଣିକ ଓ ପରମେଶ୍ୱରଙ୍କ ନିକଟରେ ତାହାଙ୍କ ହୃଦୟ ଢାଳୁଅଛି, ଯେଉଁଠାରେ ହୃଦୟ ପ୍ରବଳ ଭାବରେ ମୋଡି଼ହୁଏ ,ସ୍ବୀକାରୋକ୍ତିର ପ୍ରକାର ପଛରେ କିଛି ହେଲେ ଧାରଣା କରେ ନାହିଁ। ଏପ୍ରକାର ସ୍ୱୀକାରୋକ୍ତି ଆମ୍ଭେମାନେ ବିଳାପର ୨:୧୧ ରେ ଦେଖୁ ଯେଉଁଠାରେ ଯିରିମିୟ କହନ୍ତି:
“ମୋହର ଚକ୍ଷୁ ଲୋତକରେ କ୍ଷୀଣ ହୁଅଇ, ମୋର ଅନ୍ତ୍ର ବ୍ୟତୀତ ହୁଅଇ,ମୋ’ ଲୋକଙ୍କ କନ୍ୟାର ବିନାଶ ହେତୁ ମୋହର କଲିଜା ଭୂମିରେ ଢଳା ଯାଇଅଛି; କାରଣ ନଗରର ପଥସମୂହରେ ବାଳକ ବାଳିକା ଓ ସ୍ତନ୍ୟପାୟୀ ଶିଶୁମାନେ ମୂର୍ଚ୍ଛାପନ୍ନ ହେଉଅଛନ୍ତି।”
ସେମାନେ କ୍ଷୁଧାତୁର ଥିଲେ। ଯିରିମିୟ ଆମକୁ କୁହନ୍ତି, ଏପରିକି ବାସ୍ତବରେ ସେମାନଙ୍କ ମଧ୍ୟରେ ସ୍ଵଜାତିର ମାଂସ ଭକ୍ଷଣ କାର୍ଯ୍ୟ ମଧ୍ୟ ଥିଲା। ଏହା ହେଉଛି ସଚ୍ଚୋଟ ସ୍ୱୀକାରୋକ୍ତି। ଏହା ଯେକୌଣସି ବିଷୟକୁ ମିଶ୍ରିର ପ୍ରଲେପ ଦେବାକୁ ପ୍ରଚେଷ୍ଟା କରୁନାହିଁ, କିନ୍ତୁ ବିଷୟସବୁ ଏହିପରି ବୋଲି କହୁଅଛି। ତେଣୁ, ଯିରିମିୟ ସେହି ପ୍ରକାରର ସଚ୍ଚୋଟତା ସହିତ ଆରମ୍ଭ କରନ୍ତି।
ଖ. କାରଣ ବିଷୟରେ ପ୍ରକୃତ ସ୍ୱୀକାର ମଧ୍ୟ ସଚ୍ଚୋଟତା ଅଟେ।
ପୁଣି କାରଣ ବିଷୟରେ ପ୍ରାମାଣିକ ସ୍ୱୀକାରୋକ୍ତିର ଅଂଶ ମଧ୍ୟ ସଚ୍ଚୋଟତା ଅଟେ। ଏହା କେବଳ କହିବା ନୁହେଁ, “ହଁ, ବିଷୟସବୁ ବାସ୍ତବରେ ମନ୍ଦ ଅଟେ।” କିନ୍ତୁ “ଏହି କାରଣରୁ ବିଷୟସବୁ ଏତେ ମନ୍ଦ ” ବୋଲି କହିବା ସହିତ ସ୍ୱୀକାରୋକ୍ତି ଓ ଭଗ୍ନତା କାର୍ଯ୍ୟକାରୀ ହେବା ଉଚିତ। ମଧ୍ୟ ଯିରିମିୟ, ପୁଣି ଥରେ, ଚାଲୁ ରହୁଥିବା ସମସ୍ତ ଯନ୍ତ୍ରଣାର କାରଣ ବିଷୟରେ ଖୋଲାଖୋଲି ଭାବରେ ସଚ୍ଚୋଟ ଅଟନ୍ତି।
ଯିରିମିୟ କହନ୍ତି, “ଆମ୍ଭେମାନେ ପାପ କରିଅଛୁ।” ଆପଣଙ୍କ ପାଇଁ ଏସ୍ (S)- ଶବ୍ଦ ଅଛି। “ଆମ୍ଭେମାନେ ପାପ କରିଅଛୁ। ଆମ୍ଭେମାନେ ପରମେଶ୍ୱରଙ୍କ ଦଣ୍ଡର ଯୋଗ୍ୟ। ଏହା ଆମର ତ୍ରୁଟି।” ବିଳାପ ପୁସ୍ତକରେ ନିମ୍ନତମ ମାରାତ୍ମକ ମାନସିକତା ଅଛି। ତାଙ୍କ ପ୍ରତି କଣ ଘଟୁଅଛି ତହିଁ ସକାଶେ ସେ ନିଜେ ପଛକୁ ନ ଫେରିବା ଓ ସମ୍ପୂର୍ଣ୍ଣ ନିନ୍ଦା ଗ୍ରହଣ ନ କରିବା ବ୍ୟତୀତ ଆଙ୍ଗୁଠିସବୁର ସୂଚନା ନାହିଁ। ପୁଣି ଯିରିମିୟଙ୍କ ମଧ୍ୟ ଦେଇ ଗୋଷ୍ଠୀ କହୁଅଛି, “ଆମ୍ଭେ ଆଉ ଅନ୍ୟ କାହାକୁ ନିନ୍ଦା କରିବାକୁ ଯାଉ ନାହୁ। ଏହା ଆମର ତ୍ରୁଟି! ତ୍ରୁଟି ଆମ ସହିତ ଅଛି ଓ ଆମ୍ଭେମାନେ ନିନ୍ଦା ଗ୍ରହଣ କରୁ।”
ଏହା ବିଳାପ ମଧ୍ୟଦେଇ ସମସ୍ତ ପଥ ମାତ୍ର କେବଳ ଦୁଇଟି ପଦରେ:
ବିଳାପ ୧: ୫
“ତାହାର ବିପକ୍ଷଗଣ ମସ୍ତକ ସ୍ୱରୂପ ହୋଇଅଛନ୍ତି, [ଅନ୍ୟ ଅର୍ଥରେ, ଯିରୁଶାଲମର ବିପକ୍ଷଗଣ ବର୍ତ୍ତମାନ ଯିରୁଶାଲମ ଉପରେ ଶାସନ କରୁଛନ୍ତି।] ତାହାର ଶତ୍ରୁମାନେ ସୌଭାଗ୍ୟବାନ ହୋଇଅଛନ୍ତି [କାହିଁକି?] କାରଣ ତାହାର ଅସଂଖ୍ୟ ଆଜ୍ଞାଲଙ୍ଘନ ସକାଶୁ ସଦାପ୍ରଭୁ ତାହାକୁ କ୍ଳେଶ ଦେଇଛନ୍ତି।” ସେ ପାପ କରିଅଛି। ଯିରୁଶାଲମ ପାପ କରିଅଛି ଓ ତେଣୁ ତାହାକୁ ଦଣ୍ଡ ଦିଆଯାଉଅଛି। ୨୦ ପଦ: “ମୋର ହୃଦୟ ମୋ ଅନ୍ତରରେ ବିକାରପ୍ରାପ୍ତ ହେଉଅଛି; କାରଣ ମୁଁ ଅତ୍ୟନ୍ତ ବିଦ୍ରୋହାଚରଣ କରିଅଛି।”
ଅଧ୍ୟାୟ ୫:୧୬ ପଦ “ଧିକ୍-ଆମ୍ଭମାନଙ୍କୁ! କାରଣ ଆମ୍ଭେମାନେ ପାପ କରିଅଛୁ।”
କାରଣ ବିଷୟରେ ସଚ୍ଚୋଟତା ହିଁ ପ୍ରକୃତ ସ୍ୱୀକାରୋକ୍ତିର ଅଂଶ ଅଟେ ଓ ବିଳାପ ଖୋଲା ସଚ୍ଚୋଟ ଅଟେ; ସେମାନେ ପାପ କରିଅଛନ୍ତି, ସେମାନେ ଦଣ୍ଡର ଯୋଗ୍ୟ, ତେଣୁ ସେମାନେ ଦଣ୍ଡ ଗ୍ରହଣ କରିବେ।
ବିଳାପରେ ଯାହା ଆକର୍ଷଣୀୟ ତାହା ହେଉଛି ସ୍ଥାନସକଳ ଯେଉଁଠାରେ ଯିରିମିୟ କହନ୍ତି, “ତୁମେ ଜାଣ, କାର୍ଯ୍ୟରେ ଅନ୍ୟ ସୈନ୍ୟଦଳ ଅଛନ୍ତି। ଅନ୍ୟ ବିଷୟସବୁ ଯାହା ଆମକୁ ଏହା ଆଡକୁ ଠେଲି ଦେଇଅଛି”, କିନ୍ତୁ ସେ ଅନ୍ୟ ସୈନ୍ୟଦଳର କୌଣସି ଶକ୍ତିକୁ କଦାପି ନିନ୍ଦା କରନ୍ତି ନାହିଁ। ଏହାକୁ ଆପଣ ପୁର୍ବରୁ ଶୁଣିବା ଆବଶ୍ୟକ। ସେ ସେମାନଙ୍କୁ କଦାପି ନିନ୍ଦା କରନ୍ତି ନାହିଁ, କିନ୍ତୁ ଏହା କୌତୁହଳଜନକ ଯାହା ସେ ଦର୍ଶାଇଛନ୍ତି ଯେ ଅନ୍ୟ ସୈନ୍ୟଦଳ ରହିଅଛି। ଅନ୍ୟ ଶବ୍ଦରେ ଅନ୍ୟ ଗୋଷ୍ଠୀ ଜଡିତ ଅଛି।
ଦୟାକରି ବିଳାପ ୨ ପର୍ବକୁ ଦେଖନ୍ତୁ। ବିଳାପ ୨:୧୪ ପଦରେ; ସମାନ ଚିନ୍ତାଧାରା ଅଧ୍ୟାୟ ୪:୧୩ ଓ ପରବର୍ତ୍ତୀ ପଦଗୁଡିକରେ ପୁନରାବୃତ୍ତି ହୋଇଅଛି, କିନ୍ତୁ ୨:୧୪ ପଦରେ ଯିରିମିୟ ଯାହା କୁହନ୍ତି, ତାହା ଶ୍ରବଣ କରନ୍ତୁ “ତୁମ୍ଭର ଭବିଷ୍ୟଦ୍ବକ୍ତାମାନେ [ଯିହୂଦୀ ଭବିଷ୍ୟଦ୍ବକ୍ତାଗଣ ] ତୁମ୍ଭ ନିମନ୍ତେ ଅସାରତା ଓ ମୁର୍ଖତାର ଦର୍ଶନ ପାଇଅଛନ୍ତି। ସେମାନେ ତୁମ୍ଭର ବନ୍ଦୀତ୍ଵର ମୋଚନ ନିମନ୍ତେ ସେମାନେ ତୁମ୍ଭର ଅଧର୍ମ ପ୍ରକାଶ କରି ନାହାଁନ୍ତି, ମାତ୍ର ଅସାର ଓ ପଥଭ୍ରଷ୍ଟର ଭାରୋକ୍ତି ତୁମ୍ଭ ନିମନ୍ତେ ଦେଖିଛନ୍ତି।” ଇସ୍ରାଏଲରେ ମିଥ୍ୟା ଭବିଷ୍ୟଦ୍ବକ୍ତାଗଣ ଥିଲେ ପୁଣି ପରମେଶ୍ୱରଙ୍କ ସତ୍ୟତା ପ୍ରକାଶ କରିବା ପରିବର୍ତ୍ତେ ସେମାନେ ମିଥ୍ୟା କହିଲେ। ପାଉଲ ଓ ତୀମଥିଙ୍କ କହିବାନୁସାରେ, ସେମାନେ ଲୋକମାନଙ୍କ କର୍ଣ୍ଣ ଫୁସଲାଇଲେ। ସେମାନେ ଲୋକମାନଙ୍କର ପାପକୁ ପ୍ରକାଶ କଲେ ନାହିଁ, ଓ ତା’ପରେ, ପଦର ମଧ୍ୟଭାଗରେ ଆପଣ ତର୍କ ଦେଖିଲେ କି, ଯେହେତୁ ସେମାନେ ଲୋକମାନଙ୍କ ପାପ ପ୍ରକାଶ କଲେ ନାହିଁ, ତେଣୁ ସେମାନଙ୍କ ପୁନଃରୁଦ୍ଧାର ସମ୍ଭବ ନ ଥିଲା। ଆପଣ ତାହା ଦେଖିଲେ କି? ସେମାନେ ଆପଣଙ୍କ ଅଧର୍ମକୁ ପ୍ରକାଶ କରି ନାହାଁନ୍ତି, ପୁନଃସ୍ଥାପନ କରିବାକୁ ସେମାନେ ତୁମ୍ଭ ପାପନିକଟକୁ ଜ୍ୟୋତି ଆଣି ନାହାଁନ୍ତି, କିମ୍ବା ଫଳସ୍ୱରୂପ, ଆପଣଙ୍କ ସୌଭାଗ୍ୟକୁ ପୁନସ୍ଥାପନ କରି ନାହାନ୍ତି। ପୁନଃସ୍ଥାପନର କୌଣସି ଉପାୟ ନାହିଁ। ପାପ ସ୍ୱୀକାର ନ କଲେ ପରମେଶ୍ୱରଙ୍କ ପୁର୍ଣ୍ଣତା ଲାଭ କରିବାର କୌଣସି ପଥ ନାହିଁ। ପାପ ଅନାବୃତ କରିବା ହିଁ ଭବିଷ୍ୟଦ୍ବକ୍ତାଗଣର କାର୍ଯ୍ୟ ଅଟେ ଯଦ୍ୱାରା ଏହା ଲୋକମାନେ ଦେଖିବେ ପୁଣି ପାପ ସ୍ୱୀକାର କରି ସେମାନେ ପୁନଃରୁଦ୍ଧାର ହେବେ।
୧ ଯୋହନ ୧:୯ "ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି।" କିନ୍ତୁ ଯଦି ଆମ୍ଭେମାନେ ପାପ ସ୍ୱୀକାର ନ କରୁ, ତେବେ ପାପ କ୍ଷମା ପାଇବା ନାହିଁ ଓ ଯିରିମିୟ ସେହି ବିଷୟ କହିବାକୁ ଚେଷ୍ଟା କରୁଅଛନ୍ତି; ଭାବବାଦୀମାନେ ପାପ ଦେଖେଇବା ଆବଶ୍ୟକ ଯଦ୍ୱାରା ଆପଣ ପାପ ସ୍ୱୀକାର କରି ପାରିବେ।
ପରମେଶ୍ୱରଙ୍କ ସୀମାସବୁର ବିଧି ନାହିଁ। ସେହି ବିଷୟରେ ଭାବନ୍ତୁ।
ପରମେଶ୍ୱରଙ୍କ ସୀମାସବୁର ବିଧି ନାହିଁ।
ଯଦି ଆମ୍ଭେମାନେ ଆମ୍ଭମାନଙ୍କ ପାପ ସ୍ୱୀକାର କରିବାକୁ ପ୍ରତ୍ୟାଖ୍ୟାନ କରୁ, ତେବେ ସେ ଆମ୍ଭମାନଙ୍କ ପାପାକୁ ପାସୋରିବେ ନାହିଁ।
ମାତ୍ର ବାଇବଲ ସମ୍ବନ୍ଧୀୟ ପ୍ରଚାର ସହିତ ପାପର ଅନାବରଣ ଆସିଥାଏ...ଓ ପାପର ଅନାବରଣ ସହିତ, ପରମେଶ୍ୱରଙ୍କ ଆତ୍ମାଙ୍କ ଶକ୍ତି ଦ୍ୱାରା ସ୍ୱୀକାରୋକ୍ତି ନିକଟକୁ ଆମ୍ଭମାନଙ୍କୁ କଢେଇ ନିଆଯାଇଥାଏ...ପୁଣି ତାହାପରେ ପାପ ସ୍ୱୀକାର ଓ ମନପରିବର୍ତ୍ତନ ସହ ଐଶ୍ୱରିକ ଵିସ୍ମରଣଶୀଳତା ଆସେ; ପୂର୍ବରୁ ପଶ୍ଚିମ ଯେତେ ଦୂର, ସେତେ ଦୂର ଯାଏ ସେ ପାସୋରିଅଛନ୍ତି, ଆମ୍ଭମାନଙ୍କ ପାପକୁ ଆମ୍ଭେମାନଙ୍କଠାରୁ ଦୂର କରିଅଛନ୍ତି। ସେ ଆମ୍ଭମାନଙ୍କ ପାପକୁ ପାସୋରିଯାଇଅଛନ୍ତି ଓ ସେସବୁ ସେ ଆଉ ସ୍ମରଣ କରନ୍ତି ନାହିଁ, ଓ ଆମ୍ଭେ ପୁନଃପ୍ରତିଷ୍ଠାକୁ ଗତି କରିଥାଉ।
କିନ୍ତୁ ଏହା ପାପର ସଚେତନତା ସହିତ ଆରମ୍ଭ ହୁଏ; ଏହା ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ ହେଉ କିମ୍ବା ପ୍ରଚାର ମାଧ୍ୟମରେ ହେଉ, ଏହା ସ୍ୱୀକାର କରିବାକୁ ଗତି କରେ ଏବଂ ଯଦି ଆପଣଙ୍କର ତାହା ନାହିଁ ତେବେ ଆପଣ କେବେ ପୁନଃରୁଦ୍ଧାର ପ୍ରାପ୍ତ ହୋଇ ପାରିବେ ନାହିଁ।
ତେଣୁ ସେଠାରେ ମିଥ୍ୟା ଭବିଷ୍ୟଦ୍ବକ୍ତାମାନେ ଥିଲେ। ସେମାନେ ପାପ ପ୍ରଚାର କରିବାକୁ ମନା କରିଥିଲେ, ସେମାନେ ପ୍ରକୃତ ସମସ୍ୟା କ’ଣ ତାହା ଜାଣିବାକୁ ମନା କରିଦେଇଥିଲେ; ସେମାନଙ୍କ ପାଖରେ ଚାବିସବୁ ଥିଲା ଓ ସେମାନେ କବାଟସବୁ ତାଲା ଦେଇଥିଲେ ଓ ତାହା ମଧ୍ୟଦେଇ କାହାକୁ ପ୍ରବେଶ କରିବାକୁ ଦେଇ ନ ଥିଲେ।
କିନ୍ତୁ, ଏହା ଯେପରି ସେପରି ହିଁ ହେଉ, ଯିରିମିୟ କେବେହେଲେ ଆପଣା ବିଷୟରେ ନିନ୍ଦା ଦୂର କରି ନାହାନ୍ତି। ଯେଉଁମାନେ ପ୍ରକୃତରେ ପାପ କରିଛନ୍ତି ସେମାନଙ୍କଠାରୁ ସେ କେବେହେଲେ ଦୋଷକୁ ଘୁଞ୍ଚାଇନାହାନ୍ତି। ପୁଣି ଏହି ପ୍ରସଙ୍ଗରେ, ଧ୍ୟାନ ଦିଅନ୍ତୁ ସେ କେବେନୁହେ, ସର୍ବଦା ନିନ୍ଦାପ୍ରାପ୍ତ ହୁଅନ୍ତି। ସବୁ ବିଳାପରେ, ଦାନ୍ତ କଡ଼ମଡ଼ ଓ ଅଙ୍ଗୁଳି ନିର୍ଦ୍ଦେଶ ସେମାନଙ୍କ ପଛରେ,ଯିଏ କୌଣସି ମନ୍ଦତା ପାଇଁ ବିଳାପରେ କେବେ ନିନ୍ଦିତ ହୋଇନଥିଲା? ପରମେଶ୍ୱର!
ପ୍ରକୃତ ସ୍ୱୀକାର କରିବା ସମୟରେ ପରମେଶ୍ୱର କେବେହେଲେ କୌଣସି ବିଷୟ ନିମନ୍ତେ ଦୋଷୀ ହୁଅନ୍ତି ନାହିଁ।
ପରମେଶ୍ୱରଙ୍କୁ ଦୋଷାରୋପଣ କରିବା ଅତି ସହଜ। ଏହା ଏତେ ସହଜ ଯେ, ଯେତେବେଳେ ବିଷୟସବୁ ଠିକରେ ଚାଲି ନ ଥାଏ ସେତେବେଳେ ଯନ୍ତ୍ରଣା ତୀବ୍ର ହେବାକୁ ଆରମ୍ଭ ହୁଏ ଯେ ଏହା ଯେତେ କଠିନ ହୁଏ ସେତେ ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ, ମଧ୍ୟ ଆମ୍ଭେମାନେ ଏ ପ୍ରକାର ପ୍ରଚଣ୍ଡ ଭାବରେ ଉତ୍ତେଜିତ ହେବାକୁ ଆରମ୍ଭ କରୁ ପୁଣି ଆମ୍ଭେମାନେ କେତେକ ବିଷୟ କିମ୍ବା କେହି ଜଣେ ବ୍ୟକ୍ତିଙ୍କୁ ନିନ୍ଦା କରିବାକୁ ଚାହିଁଥାଉ ଓ ସ୍ୱର୍ଗ ନିଷେଧ କରେ, ଯେ ଏହା ମୁଁ ହେବି, ଏହା ସର୍ବଦା ଆପଣ, ଏବଂ ଆପଣ ହେବା ଉଚିତ୍, ଏବଂ ଶେଷରେ, ଅବଶ୍ୟ, ଏହା ସର୍ବଦା ପରମେଶ୍ୱରଙ୍କ ଦୋଷ। ଏବଂ ତାହା ହେଉଛି ଏକ ପ୍ରକାର ମାନବ ପ୍ରବୃତ୍ତି।
ମାତ୍ର ତାହା ସମ୍ପୂର୍ଣ୍ଣରୂପେ କିଛି ନୁହେଁ। ଗୋଟିଏ ଅର୍ଥରେ ପରମେଶ୍ୱରଙ୍କ ସକାଶେ ମୁଁ ମନ୍ଦ ଅନୁଭବ କରେ, ମୁଁ ଭାବେ, କାରଣ ଅନେକ ଲୋକ ପରମେଶ୍ୱରଙ୍କ ବିଷୟରେ ଭାବନ୍ତି ଯେ ସେ କେବଳ ଏ ପ୍ରକାର ଜଣେ ଐଶ୍ୱରିକ ଆରକ୍ଷକ ପୁଲିସବାଲା ଯାହାକୁ ଆମ୍ଭମାନଙ୍କ ପାଖରେ ଛିଡା ହେବାକୁ ଡକାଯାଇଅଛି ତେଣୁ ଆମ୍ଭେ ଯାହା ଚାଁହୁ ତାହା କରୁ, ମାତ୍ର ଛୋଟ ଛୋଟ କେତକ ମନ୍ଦ ବିଷୟସବୁ ଘଟିବାକୁ ଯାଉଅଛି, କିନ୍ତୁ ସେହିସବୁ ସେ ତାହାଙ୍କ ବନ୍ଧୁକର ପ୍ରଜ୍ଜଳିତ ଅଗ୍ନିଶିଖାରେ ପରିଷ୍କାର କରି ଆଘାତପ୍ରାପ୍ତରୁ ରକ୍ଷା କରାଯାଉଥିବାର ମନେ କରାଯାଏ, ପୁଣି ଯେତେ ଶୀଘ୍ର ତାହା କରାଯାଏ ସେତେ ଶୀଘ୍ର ତାହାଙ୍କ କ୍ଷୁଦ୍ରଦଳ ଯାନବାହନରେ ଆରୋହଣ କରନ୍ତି, ଓ ଆମ୍ଭେମାନେ ଚାହୁଁଥିବା ଯେ କୌଣସି ଉପାୟରେ ଆମ୍ଭେ ବଞ୍ଚିପାରିବା! ପରମେଶ୍ୱରଙ୍କ ବିଷୟରେ ଲୋକମାନେ ସେହିପ୍ରକାରେ ଆପଣାର ମତ ପ୍ରକାଶ କରିବାର ଆପଣ ଶୁଣିଅଛନ୍ତି କି?
କାହିଁକି ପରମେଶ୍ୱରଙ୍କ କେତକ ମନ୍ଦ ବିଷୟ ଘଟିବାକୁ ଦିଅନ୍ତି?
ଉତ୍ତମ, କାହିଁକି ନୁହେଁ? କାହିଁକି ନୁହେଁ? ତାହା ପରମେଶ୍ୱରଙ୍କ ନୁହଁନ୍ତି। ତାହା ଏଥିରେ ବିଦ୍ୟମାନ ନୁହେଁ, ଏହା କି, ସେହି ପରମେଶ୍ୱରଙ୍କ ବିଷୟରେ ମତ।
କିଛି ନାହିଁ ଯାହା ଘଟୁଅଛି ତାହା ଆଦୌ ନୁହେଁ। ଏବଂ ବିଳାପ ତାହା ବୁଝେ। ବିଳାପ ବୁଝେ ଯେ ଏହା ପରମେଶ୍ୱରଙ୍କ ଦୋଷ ନୁହେଁ...ଏହା ମୋର ଦୋଷ।
ବିଳାପ ୧:୧୮, “ସଦାପ୍ରଭୁ ଧାର୍ମିକ ଅଟନ୍ତି,
କାରଣ ମୁଁ ତାହାଙ୍କ ଆଜ୍ଞାର ପ୍ରତିକୂଳାଚରଣ କରିଅଛି।”
ସଦାପ୍ରଭୁ ଧାର୍ମିକ ଅଟନ୍ତି, ଏହା ମୋହର ଦୋଷ। ପୁଣି, ବାସ୍ତବରେ, ଯିରିମିୟ ଅଗ୍ରସର ହେବାବେଳେ, ସେ କହନ୍ତି “ତୁମ୍ଭେ ଜାଣ, ପରମେଶ୍ୱର ଯାହା କରିବାକୁ କହିଥିଲେ ତାହା ସେ ବର୍ତ୍ତମାନ କରୁଛନ୍ତି। ମୋର କହିବାର ଅର୍ଥ ଏହା କାହାକୁ ଚକିତ କରିବା ପରି ଆସି ନାହିଁ।”
ଦ୍ଵିତୀୟ ବିବରଣ ୨୭ ଏବଂ ୨୮ ପର୍ବରେ, ଯେତେବେଳେ ଆମ୍ଭେ ଦ୍ଵିତୀୟ ବିବରଣ ମଧ୍ୟଦେଇ ଗମନ କଲୁ, ଆମ୍ଭେ ଏହା ଦେଖିଲୁ ନାହିଁ। ମାତ୍ର ଦୁଇଟି ଅତି ଗୁରୁତ୍ୱପୂପୁର୍ଣ ପର୍ବରେ ଆମ୍ଭେ ଏହା ଦେଖିଲୁ କାରଣ ଏହି ପର୍ବଗୁଡ଼ିକରେ ମୋଶାଙ୍କ ଦ୍ୱାରା ଇସ୍ରାଏଲର ସନ୍ତାନଗଣ ପ୍ରତିଜ୍ଞାତ ଦେଶକୁ ଆସିଲେ ଏବଂ ପରମେଶ୍ୱର କହିଲେ, "ଦୁଇଟି ମାର୍ଗ ଅଛି ଯେଉଁ ମାର୍ଗରେ ତୁମ୍ଭେ ବଞ୍ଚିବ। ଯେବେ ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ସହିତ ମୋତେ ପ୍ରେମ କରିବ, ତେବେ ତୁମ୍ଭେ ନିୟମ ମଧ୍ୟରେ ବାସ କରିବ, ଯେବେ ତୁମ୍ଭେ ମୋହର ରବରେ କର୍ଣ୍ଣପାତ କରିବ,ତେବେ ଏହିସବୁ ଆଶୀର୍ବାଦ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭର ସାଙ୍ଗ ଧରିବ। ମାତ୍ର ଯେବେ ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ ସହିତ ମୋତେ ପ୍ରେମ ନ କରିବ ଓ ନିୟମର ଉଲଙ୍ଘନ କରିବ ଓ ନିୟମ ବାହାରେ ବଂଚିବ ଓ ମହୋର ରବରେ କର୍ଣ୍ଣପାତ ନ କରିବ ତେବେ ଏହିସବୁ ଅଭିଶାପ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭର ସାଙ୍ଗ ଧରିବ। ତୁମ୍ଭ ଉପରେ ଦଣ୍ଡ ବର୍ତ୍ତିବ। ହେ ଗୋଷ୍ଠିଗଣ, ଏହା ଘଟିବାକୁ ଯାଉଅଛି!" ସଦାପ୍ରଭୁ ଏହା ମୋଶାଙ୍କ ଦ୍ୱାରା କହନ୍ତି।
ପୁଣି ଯେବେ ଆପଣ ବିଳାପ, ୨:୧୭ ପଦକୁ ଦୃଷ୍ଟିପାତ କରନ୍ତି, ତେବେ ଆପଣ ଦେଖି ପାରିବେ ଯେ ଯିରିମିୟ ତାହା ବୁଝନ୍ତି।
“ସଦାପ୍ରଭୁ ଯାହା ସଂକଳ୍ପ କଲେ ତାହା ସେ ସିଦ୍ଧ କଲେ;
ସେ ପୁରାତନ କାଳରେ ଯାହା ଆଜ୍ଞା କରିଥିଲେ, ଆପଣାର ସେହି ବାକ୍ୟ ସଫଳ କରିଅଛନ୍ତି।
[ତାହା ହେଉଛି ଦ୍ୱିତୀୟ ବିବରଣ।]
ସେ ନିପାତ କରିଅଛନ୍ତି ଓ ଦୟା କରି ନାହାନ୍ତି।”
ତେଣୁ ଦଣ୍ଡ ପ୍ରାପ୍ତ ହେବା ମୋର ଦୋଷ ଅଟେ। ପରମେଶ୍ୱର ଯାହା କହିଛନ୍ତି କେବଳ ତାହା ସେ କରିଅଛନ୍ତି। ପରମେଶ୍ୱରଙ୍କୁ ଦୋଷ ଦେବା ଠିକ ନୁହେଁ, ମାତ୍ର ଏହା ଅପେକ୍ଷା ଅଧିକ ଏପରି ଗୋଟିଏ ପାଦ ଆଗକୁ ଯାଇଥାଏ।
ବିଳାପ ପୁସ୍ତକରେ ଏକ ଆକର୍ଷଣୀୟ ବିଷୟସକଳ ମଧ୍ୟରୁ ଗୋଟିଏ ବିଷୟ ହେଉଛି ପରମେଶ୍ୱର ସମ୍ପୂର୍ଣ୍ଣଭାବେ ସାର୍ବଭୌମ ଅଟନ୍ତି; ପରମେଶ୍ୱର ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣରେ ଅଛନ୍ତି ଓ ପରମେଶ୍ୱର ଦଣ୍ଡ ଦେଉଛନ୍ତି ବୋଲି ଗୁରୁତ୍ୱ ରୋପଣ କରିବାକୁ ଯିରିମିୟ ତାହାଙ୍କ ପଥ ମଧ୍ୟରୁ ବାହାରି ଅଛନ୍ତି। ଏହି ବିଷୟରେ ଆଦୌ ପ୍ରଶ୍ନ କରିବାକୁ ପଡେ ନାହିଁ। ଏହା କେତେକ ବଡ, ଦେଶ, ଭଡାଟିଆ ଗୁଣ୍ଡା ପରି ନୁହେଁ, ଯିଏ ଆସି ଆମ୍ଭକୁ ଜୟ କରିଅଛନ୍ତି ଓ ପରମେଶ୍ୱର ଏହା କରିବାକୁ ଶକ୍ତିହୀନ। ଆମ୍ଭେମାନେ ଯେଉଁ ଦଣ୍ଡ ଭୋଗ କରିଅଛୁ, ତାହାର କାରଣ ହେଉଛି ଯେ ମୋର ପାପ ସକାଶେ ପରମେଶ୍ୱର ମୋତେ ଦଣ୍ଡ ଦେଉଅଛନ୍ତି। ସେ ଦୋଷୀ ନୁହଁନ୍ତି। କିନ୍ତୁ ତଥାପି, ସେ ହିଁ ଯେ ଏହା କରୁ ଅଛନ୍ତି।
ଅନେକ ପଦଗୁଡ଼ିକ ଅଛି, କିନ୍ତୁ ଦୟାକରି ୩:୪-୬ ପଦକୁ ଦେଖନ୍ତୁ।
“ସେ [ଅର୍ଥାତ୍ ପରମେଶ୍ୱର ] ମୋହର ମାଂସ ଓ ମୋର ଚର୍ମ ଜୀର୍ଣ୍ଣ କରିଅଛନ୍ତି। ସେ ମୋର ଅସ୍ଥିସବୁ ଭାଙ୍ଗି ପକାଇଅଛନ୍ତି। ସେ ମୋତେ ଅବରୁଦ୍ଧ କରିଅଛନ୍ତି, ସେ ମୋତେ ବିଷବୃକ୍ଷ ଓ ଶ୍ରାନ୍ତିରେ ବେଷ୍ଟିତ କରିଅଛନ୍ତି। ସେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରାଇଅଛନ୍ତି।” ଯିରିମିୟଙ୍କ ମନରେ ନିମ୍ନତମ ପ୍ରଶ୍ନ ଅଛି; ପରମେଶ୍ୱର ନିୟନ୍ତ୍ରଣରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପାପ ପାଇଁ ଲୋକମାନଙ୍କୁ ଦଣ୍ଡ ଦେଉଛନ୍ତି, ଯେପରି ସେ ପ୍ରତିଜ୍ଞା କରିଥିଲେ, ଓ ତଥାପି ଏହା ମୋର ୧୦୦% ଦୋଷ।
ବର୍ତ୍ତମାନ, ମୁଁ ଜାଣେ ନାହିଁ ଆପଣଙ୍କ କେଉଁ ପ୍ରକାରର ସ୍ୱୀକାରୋକ୍ତି ଓ ଭଗ୍ନତା ଅଛି, କିନ୍ତୁ ଏହା ବାଇବଲ ସମ୍ବନ୍ଧୀୟ ସ୍ୱୀକାରୋକ୍ତି ଅଟେ। ପରମେଶ୍ୱରଙ୍କ ସମ୍ମୁଖରେ ସଚ୍ଚୋଟ ହେବାରଏହା ହେଉଛି ପ୍ରକୃତ ଭଗ୍ନତା; ହଁ, ଏହା ପ୍ରକୃତରେ ମନ୍ଦ ଅଟେ, ହଁ, ମୁଁ ପାପ କରିଅଛି। ହଁ, ଏହା ମୋର ଦୋଷ। ହଁ ମୋତେ ଦଣ୍ଡିତ କରିବା ତୁମ୍ଭ ପାଇଁ ଠିକ୍; ଯେପରି ତୁମ୍ଭେ କହିଅଛ ସେପରି ତୁମ୍ଭେ କରିବ।
ଗ. ବିଳାପର କେନ୍ଦ୍ର ହେଉଛି ବିଶ୍ୱାସ।
କିନ୍ତୁ, ସୌଭାଗ୍ୟକ୍ରମେ, ସେଠାରେ ଯାହା ଅଛି ତାହା ସବୁ ନୁହେଁ। କାରଣ ଆମ୍ଭେମାନେ ୧ ଓ ୨ ଏବଂ ୪ ଏବଂ ୫ ପର୍ବର ବିଷୟବସ୍ତୁକୁ ଦେଖିଅଛୁ, କିନ୍ତୁ ଯଥାର୍ଥ ଚାପୁଡ଼ା ମଝିରେ ଚାପିତ କରେ, ବିଳାପର ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ, କେନ୍ଦ୍ରରେ, ବିଳାପ ବିଷୟରେ ଏପାଖରୁ ସେପାଖ ପର୍ଯ୍ୟନ୍ତ ଯିବାକୁ ଯାହା ଯିରିମିୟ ଚାହାନ୍ତି ତାହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ପୁଣି ଆପଣ ଜାଣନ୍ତି କି ବିଳାପର ମଝିରେ ତୁମେ କ’ଣ ପାଇବ? ଆପଣ ବିଶ୍ୱାସ ପାଆନ୍ତି।
ଯେଉଁଠାକୁ ଯିରିମିୟ ଏସବୁ ସହିତ ଯାଉଅଛନ୍ତି ତାହାହେଲା ବାଇବଲ ସମ୍ବନ୍ଧୀୟ ବିଳାପ, ପାପ ସକାଶେ ବାଇବଲ ସମ୍ବନ୍ଧୀୟ ଭାବପ୍ରକାଶଗୁଡିକ, ଏବଂ ସେ କହନ୍ତି "ଏହା ଆଘାତ କରେ"; ବିଶ୍ୱାସ ଉପରେ ସମୁଦାୟ କେନ୍ଦ୍ରବିନ୍ଦୁକୁ।
ସମୁଦାୟ ପଥରେ ବିଳାପ ରହିଅଛି, ଉଦାହରଣ ସ୍ୱରୂପ, ଗୀତସଂହିତା ମଧ୍ୟଦେଇ ଗୀତରଚକ କେବଳ ରୋଦନ କରନ୍ତି ଓ ଦନ୍ତ କଡମଡ କରନ୍ତି ଯେ ବିଷୟସବୁ କେତେ ମନ୍ଦ ଓ କେତେ ଅଧିକ ଏହା ଆଘାତ ଦିଏ ଓ ମୋର ଶତ୍ରୁମାନେ ମୋତେ ବଧ କରିବାକୁ ଚେଷ୍ଟା କରୁଛନ୍ତି ଓ ଇତ୍ୟାଦି ଇତ୍ୟାଦି କହି ସେ କ୍ରନ୍ଦନ କରୁଛନ୍ତି କିନ୍ତୁ ତୁମ୍ଭେ ମୋହର ଶୈଳ, ତୁମ୍ଭେ ମୋର ପରିତ୍ରାଣ। ଯେ ଏହା ଯନ୍ତ୍ରଣା ମଧ୍ୟରେ ଗୀତରଚକ ସର୍ବଦା ବିଶ୍ୱାସରେ ଚିତ୍କାର କରନ୍ତି ଏବଂ ବିଳାପ ପୁସ୍ତକରେ ଠିକ ତାହା ହିଁ ହେଉଅଛି।
ଯିରିମିୟ କେବଳ କାନ୍ଦିବାକୁ ଚାରିଆଡ଼େ ବସୁ ନାହାନ୍ତି “ହାୟ! ହାୟ! ଧିକ୍!” “ହାୟ! ହାୟ! ଧିକ୍!” କିନ୍ତୁ ଆଘାତର ଠିକ ମଝିରେ ଏବଂ ଯନ୍ତ୍ରଣାର ମଝିରେ, ସ୍ୱର ଯାହା ଉଚ୍ଚ ସ୍ୱରରେ କ୍ରନ୍ଦନ କରେ ତାହା ହେଉଛି ତାହାଙ୍କ ବିଶ୍ୱାସର ସ୍ୱର। ପୁଣି ଯିରିମିୟ ଅତି ସଚ୍ଚୋଟ ଅଟନ୍ତି। ସେ କହନ୍ତି “ହେ ସଦାପ୍ରଭୁ, ଏହା ଏହିପରି ଅନୁଭବ କରେ। ମୋହର କଲିଜା ଭୂମିରେ ଢଳାଯାଉଅଛି।” ସେ ଆପଣା ସ୍ୱୀକାରୋକ୍ତିରେ ଅତ୍ୟନ୍ତ ସଚ୍ଚୋଟ, କିନ୍ତୁ ତା’ପରେ ଥରେ ସେ କିପରି ଅନୁଭବ କରୁଛନ୍ତି ତାହା କହିଥଲେ, ତା’ପରେ ସେ ସ୍ୱୀକାର କରନ୍ତି, ତା’ପରେ ସେ ଯାହା ଜାଣନ୍ତି ତାହା ସତ୍ୟ ବୋଲି ଘୋଷଣା କରନ୍ତି। ସେ ବିଶ୍ୱାସ ଦ୍ୱାରା ଯାହା ସତ୍ୟ ବୋଲି ଜାଣନ୍ତି।
୩:୨୧ ପଦ ଆରମ୍ଭରୁ ଦେଖନ୍ତୁ। ଏହା ହେଉଛି ଏକ ଅଂଶ ଯାହାକି ଆପଣଙ୍କ ବାଇବଲର ବିଳାପରେ ପ୍ରାଧାନ୍ୟ ଦିଆଯିବା ଉଚିତ। ସେ ସକଳ କ୍ଳେଶ, ସକଳ ଦୁଃଖ, ନାଗଦଅଣା, ବିଷ ସ୍ୱରୂପ ଓ ସେହି ସକଳ ସାମଗ୍ରୀ ମଧ୍ୟଦେଇ ଗତି କରିଛନ୍ତି ଓ ତା’ପରେ ୨୧ ପଦରେ ସେ କହିଛନ୍ତି…
"ମୁଁ ଏହା ମନରେ ସ୍ମରଣ କରୁଥାଏ।”
ଯିରିମିୟ କହୁଅଛନ୍ତି “ସମସ୍ତ ଯନ୍ତ୍ରଣା ସତ୍ତ୍ୱେ, ସମସ୍ତ ଆବେଗ ସତ୍ତ୍ୱେ, ସମସ୍ତ ଆଘାତ ସତ୍ତ୍ୱେ, ମୁଁ ସଚେତନ ଗଠନ କରିବାକୁ ଯାଉଅଛି, ଉଦ୍ଦେଶ୍ୟମୂଳକ ମନର ନିଷ୍ପତ୍ତି ନେବାକୁ ଯାଉଅଛି। ମୁଁ ମୋର ମନ ବ୍ୟବହାର କରିବାକୁ ଯାଉଅଛି; ମୁଁ ମୋର ହୃଦୟ ବ୍ୟବହାର କରିବାକୁ ଯାଉଅଛି। ଠିକ ଅଛି। ତାହା ହିଁ କହୁଅଛି।
ମୁଁ ଏହା ମନରେ ସ୍ମରଣ କରୁଥାଏ, ଓ ଏଥିପାଇଁ ମୋହର ଭରସା ଅଛି।” ଯିରିମିୟ ମନରେ କ’ଣ ସ୍ମରଣ କରିବାକୁ ଯାଉଛନ୍ତି? “ସଦାପ୍ରଭୁଙ୍କର ବିବିଧ ଦୟା କେବେ ବନ୍ଦ ହୁଏ ନାହିଁ, ତାହାଙ୍କର କରୁଣା କେବେ ଶେଷ ହୁଏ ନାହିଁ। ସେହିସବୁ ପ୍ରତି ପ୍ରଭାତରେ ନୂତନ ହୋଇଥାଏ। ତୁମ୍ଭର ବିଶ୍ୱସ୍ତତା ମହତ୍। ମୋର ପ୍ରାଣ କୁହେ, ସଦାପ୍ରଭୁ ମୋହର ବାଣ୍ଟସ୍ୱରୂପ, ଏଥିପାଇଁ ମୁଁ ତାହାଙ୍କଠାରେ ଭରସା ରଖିବି। ଯେଉଁମାନେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରନ୍ତି, ଯେଉଁ ପ୍ରାଣ ତାହାଙ୍କର ଅନ୍ୱେଷଣ କରେ, ତାହା ପ୍ରତି ସେ ମଙ୍ଗଳମୟ ଅଟନ୍ତି। ସଦାପ୍ରଭୁଙ୍କର ପରିତ୍ରାଣର ପ୍ରତ୍ୟାଶା କରି ସୁସ୍ଥିର ଭାବରେ ଅପେକ୍ଷା କରିବାର ମନୁଷ୍ୟର ମଙ୍ଗଳ।
ଯିରିମିୟଙ୍କ ଭରସା, ଓ ଆପଣଙ୍କ ଭରସା, ଓ ମୋହର ଭରସା, ଯାହା ଆମ୍ଭେ ଅନୁଭବ କରୁ ତାହା ଉପରେ ଆଧାରିତ ନୁହେଁ। ଆମ୍ଭମାନଙ୍କ ଭରସା ଆବେଗ ଉପରେ ଆଧାରିତ ନୁହେଁ, ସେଗୁଡିକ ଯେତେ ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ।
ଆମ୍ଭମାନଙ୍କର ଭରସା ପରିସ୍ଥିତି ଦ୍ୱାରା ଅସ୍ଥିର ହୁଏ ନାହିଁ, ମାତ୍ର ବରଂ…ବିଶ୍ୱାସ ଦ୍ୱାରା, ବାସ୍ତବିକ ହେବାକୁ ଯାହା ଆମ୍ଭେ ବିଶ୍ୱାସ କରୁ ତାହା ଉପରେ ଆମ୍ଭମାନଙ୍କ ଭରସା ଆଧାରିତ ଅଟେ। ପୁଣି ଏହା ହିଁ, ସର୍ବୋତଭାବେ ଯାହା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ। ବିଶ୍ୱାସ ବିନା ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଅସମ୍ଭବ। ଏହା ହିଁ ସେ ଆପଣଙ୍କଠାରୁ ଓ ମୋ’ଠାରୁ ଚାହାଁନ୍ତି, ବିଶେଷତଃ ଆଘାତ ଏବଂ ଯନ୍ତ୍ରଣା ମଧ୍ୟରେ, ଏପରିକି ଯେତେବେଳେ ଏହା ଆତ୍ମ-ପ୍ରବର୍ତ୍ତନା ଓ ଈଶ୍ୱର-ନିଯୁକ୍ତିପ୍ରାପ୍ତ ହୋଇଅଛି। ଏପରିକି ଅତି ଖରାପ ପରିସ୍ଥିତିରେ ମଧ୍ୟ, ବିଶ୍ୱାସରେ ପ୍ରତ୍ୟୁତ୍ତର କରିବାକୁ ଏବଂ ତଥାପି, “ମୁଁ ବିଶ୍ୱାସ କରେ” ବୋଲି କହିବାକୁ ସେ ଆମ୍ଭଠୁ ଚାହାଁନ୍ତି।
ଇଚ୍ଛାର ଏକ ଉଦ୍ଦେଶ୍ୟମୂଳକ କାର୍ଯ୍ୟ କରିବାକୁ ଓ ଏହା “ତଥାପି, ମୁଁ ମୋହର ତ୍ରାଣକର୍ତ୍ତା ଈଶ୍ୱରଙ୍କଠାରେ ଆନନ୍ଦ କରିବି” ବୋଲି କହିବା ଯନ୍ତ୍ରଣା ମଧ୍ୟରେ ସହଜ ନୁହେଁ। କିନ୍ତୁ ପୁନର୍ବାର, ତାହା ଏବ୍ରୀ ୧୧ ରେ ସବୁ ବିଷୟ ଦେଖୁ। ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ। ତାହା ହିଁ ବିଶ୍ୱାସ ଅଟେ।
ତେଣୁ ଯିରିମିୟ କହନ୍ତି, “ମୁଁ ଏହାକୁ ମନରେ ସ୍ମରଣ କରିବି। ଏହା ମୁଁ ଧରି ରଖିବାକୁ ଯାଉଅଛି। ଏକ କଷ୍ଟକର ଜଗତରେ ମୋତେ ଏହା ଭରସା ଦିଏ।” ଏହା କ’ଣ ଯାହା ସେ ଧାରଣ କରନ୍ତି? ଏହା କ’ଣ ଅଟେ ଯେ ଯିରିମିୟ ଯାହାସବୁ ମୂଲ୍ୟ ସେହିସବୁ ପାଇଁ ଦୃଢ଼ଭାବରେ ଧରୁଅଛନ୍ତି? ସେ ପରମେଶ୍ୱରଙ୍କୁ ଦୃଢ଼ଭାବରେ ଧରୁଅଛନ୍ତି। ସେ ପରମେଶ୍ୱରଙ୍କ ଚରିତ୍ରକୁ ଦୃଢ଼ଭାବରେ ଧରୁଅଛନ୍ତି। ବାସ୍ତବ ହେବାକୁ ଯାହା ସେ ବିଶ୍ୱାସ କରନ୍ତି, ପରିସ୍ଥିତିକୁ ଯତ୍ନ ନ କରି ଯାହା ସେ ସତ୍ୟ ବୋଲି ଜାଣନ୍ତି, ତାହା ସେ ଦୃଢ ଭାବରେ ଧରୁଅଛନ୍ତି।
ମଧ୍ୟ ସେ ପରମେଶ୍ୱରଙ୍କ ବିଷୟରେ କ’ଣ ଜାଣନ୍ତି? ସେ ଜାଣନ୍ତି ଯେ ସଦାପ୍ରଭୁଙ୍କର ବିବିଧ ଦୟା କେବେ ଶେଷ ହୁଏ ନାହିଁ। ସଦାପ୍ରଭୁଙ୍କର ବିବିଧ ଦୟା “ହେସେଦ୍”; ହିବ୍ରୁ ଶବ୍ଦ ସ୍ମରଣ କର କି? ତାହାଙ୍କ ସନ୍ତାନମାନଙ୍କ ପାଇଁ ପରମେଶ୍ୱରଙ୍କ ଯେଉଁ ଦୟା ରହିଅଛି ସେହି ଦୟାକୁ “ହେସେଦ୍” ବର୍ଣ୍ଣନା କରେ; ସେ ଆପଣାର ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିଅଛନ୍ତି। ସେ ଆମ୍ଭ ସହିତ ଏକ ନିୟମ ସ୍ଥାପନ କରିଅଛନ୍ତି, ଯାହା ନିୟନ୍ତ୍ରଣ କରେ, ପ୍ରେରଣା ଦିଏ, ଯାହା ଆମ୍ଭକୁ ଏକତ୍ର ବାନ୍ଧି ରଖେ ତାହା ହେଉଛି ପରମେଶ୍ୱରଙ୍କ “ହେସେଦ୍”; ତାହାଙ୍କ ବିବିଧ ଦୟା। ପୁଣି ଯିରିମିୟ ବୁଝନ୍ତି ଯେ ସେ ଆପଣା ସନ୍ତାନମାନଙ୍କୁ ଦଣ୍ଡ ଦେବାକୁ ଚାଁହିଁଥିବା ବେଳେ ମଧ୍ୟ ତାହାଙ୍କର ଦୟା କେବେହେଲେ ଇତସ୍ତତଃ ହୁଏ ନାହିଁ। ଏହା କଦାପି ଶେଷ ହୁଏ ନାହିଁ।
ସେ ଜାଣନ୍ତି ଯେ ପରମେଶ୍ୱର ଜଣେ ଦୟାର ପରମେଶ୍ୱର ଅଟନ୍ତି ପୁଣି ଏପରିକି ଦଣ୍ଡ ମଧ୍ୟରେ ମଧ୍ୟ ଦୟା କେବେ ଶେଷ ହୁଏ ନାହିଁ। ଆପଣଙ୍କ ଓ ମୋ’ଠାରେ ଥିବା ପାପ ଅପେକ୍ଷା ସର୍ବଦା ପରମେଶ୍ୱଙ୍କଠାରେ ଅତ୍ୟଧିକ ଦୟା ରହିଅଛି ଓ ଆମ୍ଭେ ପରମେଶ୍ୱରଙ୍କ ଦୟାର ଯୋଗାଣକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିପାରିବା ନାହିଁ।
କାହିଁକି? କାରଣ ସେଗୁଡିକ ପ୍ରତି ପ୍ରଭାତରେ ନୂତନ ଅଟେ! ଆମ୍ଭେମାନେ ପ୍ରତି ପ୍ରଭାତରେ ଉଠୁ ଓ ପରିସ୍ଥିତି ଯେତେ କଷ୍ଟକର ହେଉନା କାହିଁକି, ଏହା ସତେ ଯେପରି ପରମେଶ୍ୱରଙ୍କ ଜଳଭଣ୍ଡାରସବୁ ପ୍ରେମରେ ଓ ଦୟାରେ ପରିପୂର୍ଣ୍ଣ ହୋଇଅଛି।
ପରମେଶ୍ୱର ଜଣେ ବିଶ୍ୱସ୍ତ ପରମେଶ୍ୱର ଅଟନ୍ତି। ଏହି ସତ୍ୟତା ଉପରେ ଯିରିମିୟ ଲାଗି ରହନ୍ତି। ଯଦି ମହାନ! ତାହା ହେଉଛି ତାହାଙ୍କ ବିଶ୍ୱସ୍ତତା ଏପରିକି ଯେତେବେଳେ ଏହା କଷ୍ଟକର ଓ ଜୀବନ ଆଘାତ ଦିଏ, ପରମେଶ୍ୱର ଭିନ୍ନ ଭିନ୍ନ କରିବାକୁ ଓ ଚାରିଆଡେ ଗତି କରିବାକୁ ଓ ପରିବର୍ତ୍ତନ କରିବାକୁ ଯାଉ ନାହାନ୍ତି। ସେ ସର୍ବଦା ସେଠାରେ ରହିବାକୁ ଯାଉଅଛନ୍ତି। ସେ ସର୍ବଦା ତାହାଙ୍କ ବାକ୍ୟ ପ୍ରତି ବିଶ୍ୱସ୍ତ ହେବାକୁ ଯାଉଅଛନ୍ତି। ଗୋଟିଏ ବିଷୟ ଯାହା ପରମେଶ୍ୱର କରିପାରିବେ ନାହିଁ ତାହାହେଲା ଆପଣା ପ୍ରତି ଅବିଶ୍ୱସ୍ତ ହେବା ଓ ସେ ସର୍ବଦା ବିଶ୍ୱସ୍ତ ରହିବେ।
ଯିରିମିୟ ବୁଝନ୍ତି ଯେ ଆଘାତ ଓ ଯନ୍ତ୍ରଣା ମଧ୍ୟରେ, ଏପରିକି ଯେତେବେଳେ ଏହା ଆତ୍ମ-ପ୍ରରୋଚନା ଓ ପରମେଶ୍ୱର-ନିଯୁକ୍ତ, ସେତେବେଳେ ମଧ୍ୟ ପରିତ୍ରାଣ ଆମ୍ଭମାନଙ୍କ ପ୍ରଭୁଙ୍କର ଅଟେ ଓ ଅନ୍ୟ କାହାର ନୁହେଁ।
ତେଣୁ ସେ କହନ୍ତି, "ମୁଁ ଅପେକ୍ଷା କରିବି।" ମୁଁ ସୁସ୍ଥିର ଭାବରେ ଅପେକ୍ଷା କରିବି କାରଣ ମୁଁ ଜାଣେ ଯେ ପରିତ୍ରାଣ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ କୌଣସି ନାମରେ ନାହିଁ; ତାହା ଯୀଶୁ ଖ୍ରୀଷ୍ଟଙ୍କର।
ସ୍ୱଭାବରେ ଆମ୍ଭେମାନେ ଉଦବେଗ ଓ ଚିନ୍ତାରେ ରହୁଥିବା ବ୍ୟକ୍ତି ଅଟୁ। ମୋର ମାତୃକ ଜେଜେମା କହୁଥିଲେ ଯେତେବେଳେ ସେ ଏକ କଷ୍ଟକର ପରିସ୍ଥିତି ଦେଇ ଗତି କରିଥିଲେ ଓ ଜେଜେମା ମ୍ୟାକ୍ ବାରମ୍ବାର ଚିନ୍ତା କରୁଥିଲେ ଓ ଯେତେବେଳେ ଏହା ସମାପ୍ତ ହେଲା ସେ ମୋ ମା'ଙ୍କୁ କହିବାକୁ ଲାଗିଲା, “ଦେଖ, ଏହା କେବଳ ପ୍ରଦର୍ଶନ କରିବାକୁ ଯାଏ ଯେ ଯଦି ତୁମେ ଯଥେଷ୍ଟ ଚିନ୍ତା କର ତେବେ ସବୁବିଷୟ କାର୍ଯ୍ୟ କରେ।” ମୁଁ ଭାବୁନାହିଁ ଯେ ସେ ଏହାକୁ ବିଶ୍ୱାସ କରିଥିଲେ କିନ୍ତୁ ସେ ଏହା ବହୁତ ବିଶ୍ୱାସ କହିଥିଲେ।
ସ୍ୱଭାବରେ ଆମ୍ଭେ ଉଦବେଗ ଓ ଚିନ୍ତାରେ ରହୁଥିବା ବ୍ୟକ୍ତି ଅଟୁ। ତାହା କେବଳ ଏକ ଅଂଶ; ଯାହା ମନୁଷ୍ୟ ସମ୍ବନ୍ଧୀୟ, ମନ୍ଦ ଅଂଶର ଏକ ଅଂଶ, କାରଣ ଆମ୍ଭେମାନେ ଚାହୁଁ, କ’ଣ ଆମ୍ଭେ ଚାହୁଁ? କେବେ ଆମ୍ଭେ ଚାହୁଁ?
ମାତ୍ର ଯିରିମିୟ କହୁଛନ୍ତି ଯେ ବିଶେଷଭାବରେ ଯନ୍ତ୍ରଣା ମଧ୍ୟରେ, ବିଶ୍ୱାସର ଲୋକମାନେ, ଏପରି ଲୋକ ଯେଉଁମାନେ ବସି ସୁସ୍ଥିରଭାବରେ କ୍ରିୟା ସାଧନ କରିବାକୁ ପରମେଶ୍ୱରଙ୍କ ଅପେକ୍ଷା କରିବେ। ଯନ୍ତ୍ରଣା ମଧ୍ୟରେ ତାହା କହିବାକୁ ବର୍ତ୍ତମାନ ତାହା କଠିନ।" ପରମେଶ୍ୱରଙ୍କୁ କୁହ, ମୁ ବିଶ୍ୱାସ କରିବି ଯେ ତୁମ୍ଭେ ଆପଣା ବିଷୟରେ ଯାହା କହୁଅଛ ତୁମ୍ଭେ ସେହି ଅଟ, ତୁମ୍ଭେ ଯାହା କରିବାକୁ କହିଅଛ ତାହା ତୁମ୍ଭେ କରିବାକୁ ଯାଉଅଛ। ମୁଁ ବିଶ୍ୱାସ କରେ ଯେ ତୁମ୍ଭର ବିବିଧ ଦୟା ଅଛି। ମୁଁ ବିଶ୍ୱାସ କରେ ଯେ ତୁମ୍ଭେ କରୁଣାରେ ପରିପୂର୍ଣ, ତୁମ୍ଭ କରୁଣା କେବେ ଶେଷ ହୁଏ ନାହିଁ। ତୁମ୍ଭେ ବିଶ୍ୱସ୍ତ। ତୁମ୍ଭେ ପରିତ୍ରାଣର ଏକମାତ୍ର ଉତ୍ସ ଅଟ। ବର୍ତ୍ତମାନଠାରୁ ବାସ୍ତବରେ ଆଘାତ ଦିଏ, ମାତ୍ର ମୁଁ ବିଶ୍ୱାସ କରିବି। ଏପରି ମୁ ଅନୁଭବ କରୁନାହିଁ, ମାତ୍ର ମୁଁ ବିଶ୍ୱାସ କରେ ଓ ମୁଁ ବସିବାକୁ ଯାଉଅଛି ଓ କ୍ରିୟା ସାଧନ କରିବାକୁ ସୁସ୍ତିରଭାବରେ ତୁମ୍ଭର ଅପେକ୍ଷା କରିବାକୁ ମୁଁ ଯାଉଅଛି। ମୁଁ ମୋହର ପାପ ସ୍ୱୀକାର କରିବି। ନିଶ୍ଚିତ ଭାବେ ମୁଁ ମନପରିବର୍ତ୍ତନ କରିବି, ତତ୍ପରେ ମୁଁ ଅପେକ୍ଷା କରିବି।
ଆପଣ ଦେଖନ୍ତୁ, ତାହା ହେଉଛି ବିଶ୍ୱାସ ଓ ଏହା ବାଇବଲରେ ମୁଁ ଜାଣିଥିବା ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ଚିତ୍ର ଅଟେ।
ଦୟାକରି ଏହା ଶୁଣନ୍ତୁ। ୧ ପର୍ବରୁ ୩ ପର୍ବ ପର୍ଯ୍ୟନ୍ତ କିଛି ପରିବର୍ତ୍ତନ ହୋଇନାହିଁ। ଯିରିମିୟ କିଛି ପ୍ରତ୍ୟାଦେଶ ପାଇନାହାନ୍ତି, ତାହାଙ୍କର ମନ ପରିବର୍ତ୍ତନ ହୋଇନାହିଁ, ବିଷୟସବୁ ହଠାତ୍ ଭଲ ହୋଇନାହିଁ। କିଛି ପରିବର୍ତ୍ତନ ହୋଇନାହିଁ। ବାସ୍ତବରେ, କେବଳ ବିପରୀତ। ୧ ପର୍ବ ଏବଂ ୨ ପର୍ବରେ ଥିବା ସବୁ ବିଷୟ ୩ ପର୍ବକୁ ଅଗ୍ରସର ହୋଇଅଛି। ସବୁ ବିଷୟ ୪ ଓ ୫ ପର୍ବରେ କେବଳ ସେ ଯାହା ଆଗରୁ କହିଛନ୍ତି ତାହା ପୁନରାବୃତ୍ତି ହୋଇଅଛି, କିନ୍ତୁ ୩ ପର୍ବ ବିଳାପର ହୃଦୟ ଅଟେ। ଯିରୁଶାଲମ ବର୍ତ୍ତମାନ ପର୍ଯ୍ୟନ୍ତ ଯନ୍ତ୍ରଣା ଏବଂ ମାନସିକ ଯନ୍ତ୍ରଣା ମଧ୍ୟରେ ବାସ କରୁଅଛି ଓ ଏହା ଆମ୍ଭର ଯନ୍ତ୍ରଣା ମଧ୍ୟରେ ଅଛି ଓ ଏହା ଆମ୍ଭ ମାନସିକ ଯନ୍ତ୍ରଣା ମଧ୍ୟରେ ଅଛି ଯେ ଯେଉଁ ସ୍ୱର ଉଚ୍ଚସ୍ୱରରେ ଚିତ୍କାର କରିବ, ତାହା ହେଉଛି ବିଶ୍ୱାସର ସ୍ୱର।
ସ୍ୱର ଯାହା କହେ “ମୁଁ ପରମେଶ୍ୱରଙ୍କୁ ଧରି ରଖିବାକୁ ଯାଉଅଛି! ଓ ମୁଁ ଯାହା ସତ୍ୟ ବୋଲି ବିଶ୍ୱାସ କରେ, ତାହା ମୁଁ ଧରି ରଖିବାକୁ ଯାଉଅଛି! ମୁଁ କିପରି ଓ କ’ଣ ଅନୁଭବ କରେ ତାହା ମୁଁ ଯତ୍ନ କରେ ନାହିଁ। ଯାହା ଘଟୁଅଛି ତାହା ମୁଁ ଯତ୍ନ କରେ ନାହିଁ। ପରିସ୍ଥିତି ଯାହା ବି ହେଉ, ତାହା ମୁଁ ଯତ୍ନ କରେ ନାହିଁ। ମୁଁ ଜାଣେ ଯେ ପରମେଶ୍ୱର ବିବିଧ ଦୟାର ପରମେଶ୍ୱର ଅଟନ୍ତି। ମୁଁ ଜାଣେ ସେ କରୁଣାମୟ ପରମେଶ୍ୱର ଅଟନ୍ତି। ମୁଁ ଜାଣେ ସେ ବିଶ୍ୱସ୍ତ ଅଟନ୍ତି। ମୁଁ ଜାଣେ ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ତାହାଙ୍କ ଛଡା ଆଉ କୌଣସି ନାମ ଦିଆଯାଇ ନାହିଁ, ଯାହା ଦ୍ୱାରା ମନୁଷ୍ୟମାନଙ୍କୁ ପରିତ୍ରାଣ ପାଇବାକୁ ହେବ ଓ ସେହି ନାମ ହେଉଛି ଯୀଶୁ ଖ୍ରୀଷ୍ଟ, ଓ ତାହା ହିଁ ମୋର ଆବଶ୍ୟକ। ମୁଁ ଏହାକୁ ଧରି ରଖିବାକୁ ଯାଉଅଛି।
ତାହା ବାଇବଲ ସମ୍ବନ୍ଧୀୟ ସ୍ୱୀକାରୋକ୍ତି ଅଟେ। ତାହା ବାଇବଲ ସମ୍ବନ୍ଧୀୟ ଭଗ୍ନତା ଅଟେ।
ଯେତେବେଳେ ସବୁକିଛି ଉତ୍ତମ ଭାବରେ ଚାଲୁଥାଏ ସେତେବେଳେ ପରମେଶ୍ୱରଙ୍କ ପ୍ରେମ, ଦୟା, ବିଶ୍ୱସ୍ତତା ଓ ପରିତ୍ରାଣ ବିଷୟରେ କଥାବାର୍ତ୍ତା କରିବା ଠିକ ଓ ଉତ୍ତମ ଅଟେ। ଆପଣ ଜାଣନ୍ତି, ବିବାହ କାର୍ଯ୍ୟ କରୁଅଛି, ପିଲାମାନେ ଭଲ କରୁଛନ୍ତି, କାର୍ଯ୍ୟରେ ପଦୋନ୍ନତି ହେଉଅଛି, ପଡ଼ୋଶୀ ତୁମ୍ଭ ଅଗଣା ମଧ୍ୟରୁ ଆବର୍ଜନା କାଢୁଛନ୍ତି।
କିନ୍ତୁ ଯନ୍ତ୍ରଣା ମଧ୍ୟରେ ଆପଣ ଖୋଜି ପାଇବେ ଯେ ଆପଣ ବାସ୍ତବରେ କ'ଣ ବିଶ୍ୱାସ କରନ୍ତି ଓ ମୁଁ ବାସ୍ତବରେ କ'ଣ ବିଶ୍ୱାସ କରେ ଓ ବିଳାପର ବାର୍ତ୍ତା ହେଉଛି, “ଚିତ୍କାର କର!” ଏହା ଠିକ୍ ଅଟେ! ଏହା ଆଘାତ କରେ! ତୁମେ କାହାକୁ ବୋକା ବନାଉ ନାହାନ୍ତି। ତୁମ୍ଭେ ନିଶ୍ଚିତ ଭାବରେ ପରମେଶ୍ୱରଙ୍କୁ କେତେକ ବିଷୟ କହୁ ନାହାଁନ୍ତି ଯାହା ସେ ଜାଣନ୍ତି ନାହିଁ! ସେ ଜାଣନ୍ତି ଯେ ଏହା ଆଘାତ କରେ। ତାହାଙ୍କ ସହିତ ସମ୍ମତ ହୁଅ। ଏହା ମନ୍ଦ ଅଟେ! ଏହା ଆଘାତ କରେ! ମୁଁ ଏହା କଲି! ମୁଁ ଏହାର ଯୋଗ୍ୟ! ଆପଣା ବାକ୍ୟ ପ୍ରତି ତୁମ୍ଭେ ବାସ୍ତବ ଅଟ। ତୁମେ ମୋତେ ଦଣ୍ଡ ଦେଉଅଛ। ମୋ ପ୍ରତି ତୁମ୍ଭର ବିଶ୍ୱସ୍ତତା ମହାନ, ହେ ମୋହର ସଦାପ୍ରଭୁ ଓ ମୋହର ପରମେଶ୍ୱର।
ତାହା ବାଇବଲ ସମ୍ବନ୍ଧୀୟ ସ୍ୱୀକାରୋକ୍ତି ଅଟେ। ତାହା ବିଶ୍ୱାସ ଅଟେ। ତାହା ହବକକୂକଙ୍କ ବିଶ୍ୱାସ ଅଟେ। ହବକକୂକ ୩:୧୭ ପଦକୁ ଓ ନିମ୍ନଲିଖିତ ପଦଗୁଡ଼ିକୁ ସ୍ମରଣ କର?
“ଯଦ୍ୟପି ଡିମ୍ବୁରି ବୃକ୍ଷ ପୁଷ୍ପିତ ନୋହିବ, କିଅବା ଦ୍ରାକ୍ଷାଲତାରେ ଫଳ ନ ଧରିବ,(ସ୍ମରଣ କର, ବିଧ୍ୱଂସ କରିବାକୁ ହବକକୂକ ଆଗ ବିଷୟକୁ ଦେଖୁଅଛନ୍ତି ଯେଉଁଠାରେ ଯିରିମିୟ ବର୍ତ୍ତମାନ ବାସ କରୁଅଛନ୍ତି, ତାହା ବାବିଲୋନୀୟମାନଙ୍କ ଦ୍ୱାରା ବିଧ୍ୱଂସ।) ଜୀତବୃକ୍ଷ ଫଳ ନ ଫଳିବ ଓ କ୍ଷେତ୍ର ଖାଦ୍ୟ ଦ୍ରବ୍ୟ ଉତ୍ପନ ନ କରିବ, ଖୁଆଡ଼ରୁ ମେଷପଲ ଉଚ୍ଛିନ୍ନ ହେବ, ଆଉ ଗୋଠରେ ଗୋରୁପଲ ନ ଥିବ।"
ଯଦ୍ୟପି ମୁଁ ବିଦ୍ୟାଳୟରେ ଗ୍ରହଣୀୟ ନୁହେଁ, ଯଦ୍ୟପି ମୋତେ କେହି ପସନ୍ଦ କରନ୍ତି ନାହିଁ, ଯଦ୍ୟପି ମୋତେ ପ୍ରଥମ ଶ୍ରେଣୀ ଲୋକ ଦଳରୁ ଉଚ୍ଛିନ୍ନ କରାଯାଏ, ଯଦ୍ୟପି ମୁଁ ବିଦ୍ୟାଳୟରେ ଉତ୍ତମ ଉନ୍ନତି ପାଇପାରୁ ନାହିଁ, ଯଦ୍ୟପି ମୁଁ ପଦୋନ୍ନତି ପାଇପାରୁ ନାହିଁ, ଯଦି ମୋ ଜୀବନସାଥୀ ମୋ ଦୁର୍ଗନ୍ଧକୁ ସହି ପାରିବେ ନାହିଁ। ଯାହା ହେଉନା କାହିଁକି, ଯାହା ହେଉ ନା କାହିଁକି…
“ମୁଁ ଆନନ୍ଦ କରିବି, ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ମୁଁ ଆପଣା ତ୍ରାଣର ପରମେଶ୍ୱରଙ୍କଠାରେ ଉଲ୍ଲାସ କରିବି।”
ଏହା ଅପରିଷ୍କାର ଅଟେ। ବାଇବଲ ସମ୍ବନ୍ଧୀୟ ସ୍ୱୀକାରୋକ୍ତି ଓ ବାଇବଲ ସମ୍ଵଦୀୟ ଭଗ୍ନତା ଅପରିଷ୍କାର ଅଟେ। ଏହା ସଫା ଓ ପରିଷ୍କାର ନୁହେଁ। ଏହା ସାଧାରଣତଃ ବହୁତ ପରିମାଣର ତରଳ ପଦାର୍ଥ ଜଡିତ କରେ,ଏହା ଆପଣଙ୍କ ଶରୀରର ଗର୍ତ୍ତରେ ତରଳ ପରି ଢଲାଯାଉଥିବା ଆପଣଙ୍କ କଲିଜା କିଅବା ଏହା ଅଶ୍ରୁ କିମ୍ବା ଆପଣଙ୍କ ସିଙ୍ଘାଣି ହେଉ, ସ୍ୱୀକାରୋକ୍ତି ମନୋହର ନୁହେଁ। ଏହା ଅପରିଷ୍କାର ଅଟେ! ଏହା ହୃଦୟର ବିଷୟ ଓ ସେହି ପ୍ରକାର ହେବାକୁ ଏହା ମନେ କରାଯାଏ।
କିନ୍ତୁ ସେହି ସମାନ ମୁହୂର୍ତ୍ତରେ ଏହା ଅପରିଷ୍କାର ଅଟେ, ଏହା ମଧ୍ୟ କ'ଣ ସପୂର୍ଣ୍ଣ ରୂପେ ମୁକ୍ତ ନୁହେ କି? ତୁମ୍ଭେ ଓ ମୁଁ କଣ ସ୍ୱାଧୀନ ନୋହୁଁ କି ଯେତେବେଳେ ପରିଶେଷରେ ଆମ୍ଭେମାନେ ଆମ୍ଭମାନଙ୍କ ପାପ ଆଲୋକକୁ ଆଣୁ ଓ ଆମ୍ଭେମାନେ କହୁ, "ହେ ସଦାପ୍ରଭୁ ତୁମ୍ଭେ ଏକାକୀ ଏସବୁ ଜାଣିଅଛ, ମାତ୍ର ମୁଁ ଏହା କହୁଅଛି ଯେପରି ଏହା ସ୍ପଷ୍ଟ ହୁଏ। ମୁଁ ପାପ କରିଅଛି। ଯାହା ମନ୍ଦ ତାହା ହିଁ ମୁଁ କରିଅଛି। ମୋ ପ୍ରତି ଯାହା ଘଟୁଅଛି ତାହା ହିଁ ପାଇବା ପାଇଁ ମୁଁ ଯୋଗ୍ୟ।" ହେ ସଦାପ୍ରଭୁ, ମୋହର ପରିତ୍ରାଣର ଏକମାତ୍ର ଉତ୍ସ ତୁମ୍ଭେ ଅଟ। ମୋହର ପ୍ରାଣକୁ ପୁନଃରୁଦ୍ଧାର କରିବାକୁ ତୁମ୍ଭେ ଓ ତୁମ୍ଭେ କେବଳ କଞ୍ଚି ରଖିଅଛ।
ସେହି ପ୍ରକାର ପାପ ସ୍ୱୀକାର ମୁକ୍ତ ଅଟେ; ଏହା ବିଷୟବସ୍ତୁକୁ ପ୍ରକାଶକୁ ଆଣେ, ଏହା ଶକ୍ତିକୁ ଭାଙ୍ଗି ପକାଏ। ହଁ! ଏହା ଅପରିଷ୍କାର ଅଟେ, ମାତ୍ର ଏହା ସ୍ୱାଧୀନତାର ପଥ ଅଟେ। ଏହା ସ୍ୱାଧୀନତାର ଏକମାତ୍ର ପଥ ଅଟେ। ପାପ ସ୍ୱୀକାର ଓ ମନପରିବର୍ତ୍ତନ ଓ ତାହାଙ୍କଠାରେ ବିଶ୍ୱାସ କରିବା ବ୍ୟତୀତ ସ୍ୱାଧୀନତା ନାହିଁ। ସେଠାରେ ଅଛି କି? ଯାହା ବି ହେଉ ତାହା କିଛି ନୁହେ।