୨୭.   ଯୀଶୁଙ୍କ ଜନ୍ମ

. ପୁରାତନ ନିୟମରୁ ପ୍ରତିଜ୍ଞାସକଳ

ବାଇବଲର ପ୍ରଥମ ଭାଗ କେତେକ ବିଷ୍ମୟକର ପ୍ରତିଜ୍ଞା ସବୁ ବର୍ଣନା କରେ। ଆଦ୍ୟରେ, ଯେତେବେଳେ ପରମେଶ୍ୱର ଆଦମ ହବାଙ୍କୁ ସୃଷ୍ଟି  କଲେ, ସେ ସେମାନଙ୍କୁ ସୃଷ୍ଟି  କଲେ, ଯଦ୍ୱାରା ସେମାନେ ତାହାଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ ତାହାଙ୍କ ଆନନ୍ଦ ଉପଭୋଗ କରିପାରିବେ। ପୁଣି ତତ୍ପରେ ଯାହା ସେମାନଙ୍କୁ କରିବାକୁ ମନା କରାଯାଇଥିଲା ତାହା ସେମାନେ କଲେ, ବାଇବଲ ତାହାକୁ ପାପ ବୋଲି କହେ, ଏବଂ ଫଳସ୍ୱରୂପ ସେମାନେ ସେମାନଙ୍କ ସନ୍ତାନଗଣ ପରମେଶ୍ୱରଙ୍କ ସହିତ ସେମାନଙ୍କ ସମ୍ପର୍କ ହରାଇଲେ। ମଧ୍ୟ ବାଇବଲର ପ୍ରଥମ ପୁସ୍ତକର ପର୍ବରେ, ପରମେଶ୍ୱର ଗୋଟିଏ ବିଷ୍ମୟକର ପ୍ରତିଜ୍ଞା କରନ୍ତି କାରଣ ସେମାନଙ୍କ ପାପ ବିଷୟରେ ସେ କିଛି କରିବ। ଆଦିପୁସ୍ତକ :୧୫ ପଦରେ ଆମ୍ଭେମାନେ ସର୍ପ ଯେ ଶୟତାନ ଥିଲେ ତାହାଙ୍କ ଉପରେ ପରମେଶ୍ୱରଙ୍କ ଅଭିଶାପ ବିଷୟରେ ପଢୁ ସେ କହନ୍ତି, "ଆମ୍ଭେ ତୁମ୍ଭର ନାରୀ ମଧ୍ୟରେ, ପୁଣି ତୁମ୍ଭ ବଂଶ ତାଙ୍କ ବଂଶ ମଧ୍ୟରେ ବୈରଭାବ [କିମ୍ବା ଦ୍ୱେଷ] ଜନ୍ମାଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ।" ପ୍ରତିଜ୍ଞା ଏହା ଅଟେ ଯେ ହବାଙ୍କ ସନ୍ତାନଗଣ ମଧ୍ୟରୁ ଜଣେ ପ୍ରାଣ ଘାତୀକୁ, ଚୂର୍ଣ୍ଣ କରି ଉଦ୍ଧାର କରିବ ଶୟତାନକୁ ବିନାଶ କରିବ ଯଦ୍ୟପି ଶୟତାନ ତାହାଙ୍କ ଗୋଇଠିକି ଆଘାତ, ତାହାଙ୍କ ସନ୍ତାନଗଣକୁ ଆଘାତ କରିବାକୁ ସମର୍ଥ ହେବାକୁ ଯାଉଥିଲା।

ଖ୍ରୀ.ପୂ. ୧୮୦୦ ରେ ପରମେଶ୍ୱର ଅବ୍ରହାମକୁ ଅନ୍ୟ ଏକ ବିସ୍ମୟକର ପ୍ରତିଜ୍ଞା କରନ୍ତି। ଆଦିପୁସ୍ତକ ୧୨ ପର୍ବରେ ସେ ପ୍ରତିଜ୍ଞା କରନ୍ତି: "ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। "ସେ ପ୍ରତିଜ୍ଞା କରନ୍ତି ଯେ, ଅବ୍ରହାମଙ୍କ ଦ୍ୱାରା, ପରମେଶ୍ୱର ସମୁଦାୟ ଗୋଷ୍ଠୀ, ସବୁ ବଂଶକୁ ଆଶୀର୍ବାଦ କରିବାକୁ ଯାଉଅଛନ୍ତି।

ଆଠ ଶହ ବର୍ଷ ପରେ, ଖ୍ରୀ.ପୂ .୧୦୦୦ ରେ ଶାମୁୟେଲ ପୁସ୍ତକରେ ସେ ରାଜା ଦାଉଦଙ୍କୁ ପ୍ରତିଜ୍ଞା କରନ୍ତି: "ତୁମ୍ଭର ଦିନ ପୂର୍ଣ୍ଣ ହେଲେ ତୁମ୍ଭେ ଆପଣା ପିତୃଲୋକମାନଙ୍କ ସଙ୍ଗରେ ଶୟନ କଲେ [ଅନ୍ୟ ଅର୍ଥରେ ପରମେଶ୍ୱର ଦାଉଦଙ୍କ ମୃତ୍ୟୁ ବିଷୟରେ କହନ୍ତି] ଆମ୍ଭେ ତୁମ୍ଭ ଔରସଜାତ ବଂଶକୁ ତୁମ୍ଭ ଉତ୍ତାରେ ସ୍ଥାପନ କରିବା ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା। ସେ ଆମ୍ଭ ନାମ ନିମନ୍ତେ ଏକ ଗୃହ ନିର୍ମାଣ କରିବ ଆମ୍ଭେ ତାହାର ରାଜ୍ୟ-ସିଂହାସନ ଅନନ୍ତକାଳସ୍ଥାୟୀ କରିବା" ତିନୋଟି ବିସ୍ମୟକର ପ୍ରତିଜ୍ଞା ଏକାଠି ଗୁଡାହୋଇଅଛି। ଦାଉଦ ଜଣେ ଶାରୀରିକ ଉତ୍ତରାଧିକାରୀ ହେବେ, କେହିଜଣେ ବ୍ୟକ୍ତି ତାହାଙ୍କ ଔରସରେ ଜାତ ହେବେ, ଏହି ଉତ୍ତରାଧିକାରୀ ଅନନ୍ତକାଳୀନ ରାଜ୍ୟ ଉପରେ କତୃତ୍ୱ କରିବେ, ପୁଣି ପରମେଶ୍ୱର ଏହି ଉତ୍ତରାଧିକାରୀ ସହିତ ଜଣେ  ପିତା /ପୁତ୍ରର ସମ୍ପର୍କ ରଖିବି; ଏହି ଉତ୍ତରାଧିକାରୀ ମସୀହ, କିଅବା ଖ୍ରୀଷ୍ଟ ବୋଲି ଜ୍ଞାତ ହେବେ। ସେମାନେ ଉଭୟ ସମାନ ବିଷୟକୁ ବୁଝାନ୍ତି।

ତିନି ଶହ ବର୍ଷ ପରେ, ପ୍ରାୟ ଖ୍ରୀ.ପୂ. ୭୦ ବର୍ଷରେ ପରମେଶ୍ୱର ମୀଖା ନାମକ ଜଣେ ଭାବବାଦୀଙ୍କ ଦ୍ୱାରା ଗୋଟିଏ ସମ୍ପର୍କିତ ପ୍ରତିଜ୍ଞା କରନ୍ତି ତାହାଙ୍କ ପୁସ୍ତକର ୫ମ ପର୍ବରେ ସେ ଲେଖନ୍ତି: "ମାତ୍ର ହେ ବୈତ୍ ଲେହମ- ଉଫ୍ରାଥା, [ବୈତଲେହମ ପାଇଁ ଉଫ୍ରାଥା କେବଳ ପୁରାତନ ନାମ ଅଟେଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇଶ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ ହେବେ; ପୁରାତନ କାଳରୁ, ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି।" ଏହା ଗୋଟିଏ ଭବିଷ୍ୟତବାଣୀ, ଯେ ମସୀହ ବୈତ୍ ଲେହମରେ ଜନ୍ମ ହେବେ ପୁଣି ତଥାପି "ପୁରାତନ କାଳରୁ, ଅନାଦି କାଳରୁ ଉତ୍ପତ୍ତି" ବାକ୍ୟାଂଶଟି ପ୍ରତିଜ୍ଞା ଅଟେ ଯେ ଏହି ମସୀହ ଯେ ବୈତ୍ ଲେହମରେ ଜନ୍ମ ହେବେ, ସେ ଅଲୌକିକ ହେବେ। ସେ ଜନ୍ମ ହେବା ପୂର୍ବରୁ ସେ ବିଦ୍ୟମାନ ଥିଲେ।

ଏବଂ ଠିକ୍ ସେହି ସମୟରେ ମୀଖା ଭବିଷ୍ୟତ ବାକ୍ୟ ପ୍ରଚାର କରୁଥିଲେ, ଯେଉଁ ସମୟରେ ଯିଶାଇୟ ନାମକ ଅନ୍ୟ ଭବିଷ୍ୟତ ବକ୍ତା ଭବିଷ୍ୟତ ବାକ୍ୟ ପ୍ରଚାର କରୁଥିଲେ ପରମେଶ୍ୱର ତାହାଙ୍କ ଦ୍ୱାରା ଅତି ବିସ୍ମୟକର ପ୍ରତିଜ୍ଞା କରିଥିଲେ। ପର୍ବ ଯେଉଁଠାରେ ପରମେଶ୍ୱର କହନ୍ତି, "ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ତାହାର ନାମ ଇମ୍ମାନୁୟେଲ ରଖିବ।"

ଏକ କନ୍ୟାଙ୍କଠାରୁ ଜନ୍ମ ଏକ ଆଶ୍ଚର୍ଯ୍ୟଜନକ ପ୍ରତିଜ୍ଞା। ଇମ୍ମାନୁୟେଲ ନାମର ଅର୍ଥ "ଆମ୍ଭମାନଙ୍କ ସହିତ ପରେମେଶ୍ଵର", ତେଣୁ ପରମେଶ୍ୱର କେବଳ ଆଶ୍ଚର୍ଯ୍ୟଜନକ ଜନ୍ମ ବିଷୟରେ ପ୍ରତିଜ୍ଞା କରୁନାହାନ୍ତି, କିନ୍ତୁ ସେ ପ୍ରତିଜ୍ଞା କରୁଅଛନ୍ତି ଯେ ଶିଶୁ ଯେ ଜନ୍ମ ହେବେ ତାହାଙ୍କ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ ବିଷୟ ହେବ।

ବାଇବଲର ପ୍ରଥମ ଭାଗରେ କେତେକ ଆଶ୍ଚର୍ଯ୍ୟଜନକ ପ୍ରତିଜ୍ଞାସବୁ ଛିନ୍ନଭିନ୍ନ ହୋଇଅଛି।

. ସ୍ୱର୍ଗ ଦୂତ ମରିୟମକୁ ପରିଦର୍ଶନ କରନ୍ତି 

୭୦୦ ବର୍ଷ ପରେ, ପରମେଶ୍ୱର, ତାହାଙ୍କ ସମୟରେ ତାହାଙ୍କ ମାର୍ଗରେ, ତାହାଙ୍କ ପ୍ରତିଜ୍ଞାସକଳ ରକ୍ଷା କରିବାକୁ ଆରମ୍ଭ କରନ୍ତି ଏବଂ ଗାବ୍ରିଏଲ ନାମ ଜଣେ ଦୂତ ମରିୟମ ନାମ୍ନୀ ଜଣେ କୁମାରୀ, କନ୍ୟାକୁ ପରିଦର୍ଶନ କଲେ। ଆମ୍ଭେମାନେ ଏହି ବିଷୟରେ ଲୂ ପୁସ୍ତକରେ :୨୬ ପଦର ଆରମ୍ଭରୁ ଅଧ୍ୟୟନ କରୁ। 

ପରେ ଷଷ୍ଠ ମାସରେ ଗାବ୍ରିଏଲ ଦୂତ ଈଶ୍ୱରଙ୍କ ନିକଟରୁ ଗାଲିଲୀର ନାଜାରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପ୍ରେରିତ ହେଲେ; ଦାଉଦଙ୍କ ବଂଶର ଯୋଶେଫ ନାମକ ଜଣେ ପୁରୁଷଙ୍କ ସହିତ ତାଙ୍କର ବିବାହନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରିୟମ। ସେ ଗୃହରେ ପ୍ରବେଶ କରି ତାଙ୍କ ନିକଟକୁ ଆସି କହିଲେ, “ଆଗୋ ଅନୁଗ୍ରହପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ।" କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ଉଦବିଗ୍ନ  ହୋଇ ଏହା କିପ୍ରକାର ସମ୍ଭାଷଣ ବୋଲି ମନରେ ଆନ୍ଦୋଳନ କରିବାକୁ ଲାଗିଲେ। ସେଥିରେ ଦୂତ ତାଙ୍କୁ କହିଲେ, ଆଗୋ ମରିୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ୱରଙ୍କ ଛାମୁରେ ଅନୁଗ୍ରହ ପ୍ରାପ୍ତ ହୋଇଅଛ। ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ତାହାଙ୍କ ନାମ ଯୀଶୁ ଦେବ। ସେ ମହାନ ହେବେ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ, ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ରାଜତ୍ୱ କରିବେ, ପୁଣି ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ।" କିନ୍ତୁ ମରିୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ପୁରୁଷକୁ ଜାଣେ ନାହିଁ।" ଦୂତ ତାଙ୍କୁ ଉତ୍ତର ଦେଲେ, "ପବିତ୍ରଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ପରାତ୍ପରଙ୍କ ଶକ୍ତି ତୁମ୍ଭଙ୍କୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ପୁଣି ଦେଖ, ତୁମ୍ଭର ଆତ୍ମୀୟା ଏଲିଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି। ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଷଷ୍ଠ ମାସ ହେଲାଣି। କାରଣ ଈଶ୍ୱରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ। ଏଥିରେ ମରିୟମ କହିଲେ, "ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋ'ପ୍ରତି ଘଟୁ।" ତାହାପରେ ଦୂତ ତାଙ୍କ ନିକଟରୁ ପ୍ରସ୍ଥାନ କଲେ।"

ଯାହା ଈଶ୍ୱର ରକ୍ଷିତ କରିବାକୁ ପ୍ରାରମ୍ଭ କରୁଅଛନ୍ତି ସେହି ସକଳ ପ୍ରତିଜ୍ଞାସବୁ ଧ୍ୟାନ କରନ୍ତୁ:

ମରିୟମ ଜଣେ କୁମାରୀ ଥିଲେ। ତାହାଙ୍କ ପୁତ୍ର, ଯୀଶୁ, ଈଶ୍ୱରଙ୍କ ପ୍ରତିଜ୍ଞା ସଫଳ କରିବେ ଯାହା ଯିଶାଇୟଙ୍କ ଦ୍ୱାରା କୁହାଯାଇଥିଲା ଯେ ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ। ବାସ୍ତବରେ, ଯୀଶୁଙ୍କ ଜନ୍ମ ଯିଶାଇୟଙ୍କ କହିଥିବା ଭବିଷ୍ୟଦବାଣୀ ମଧ୍ୟରେ ସଂଯୋଗ ମାଥିଉ ବୋଲି କୁହାଯାଉଥିବା ବାଇବଲର ଅନ୍ୟ ପୁସ୍ତକରେ ସ୍ପଷ୍ଟ କରାଯାଇଅଛି ମାଥିଉ, ପର୍ବରେ, ସେହି କାହାଣୀ କୁହାଯାଇଥିବାର ଆମ୍ଭେମାନେ ପଢୁ: "ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏସମସ୍ତ ଘଟିଲା। ଦେଖ ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁୟେଲ ଦେବେ, ଏହି ନାମର ଅର୍ଥ "ଆମ୍ଭମାନଙ୍କ ସହିତ ଈଶ୍ୱର"

ମାତ୍ର ଅନ୍ୟ ପ୍ରତିଜ୍ଞାସବୁ ମଧ୍ୟ ପାଳନ କରାଯାଉଅଛି। ଯୋଷେଫ, ଯେପରି ସ୍ପଷ୍ଟ ଭାବରେ ସୂଚିତ କରାଯାଇଅଛି, ସେ ରାଜା ଦାଉଦଙ୍କର  ଜଣେ ଶାରୀରିକ ବଂଶଧର ଅଟନ୍ତି ଏବଂ ତେଣୁ ଯୀଶୁ ଦାଉଦଙ୍କ ପ୍ରତି ଈଶ୍ୱରଙ୍କ ପ୍ରତିଜ୍ଞା ସଫଳ କରନ୍ତି ଯେ ତାହାଙ୍କ ଔରସଜାତ ଜଣେ  ସିଂହାସନ ଉପରେ ବସିବ ଯୀଶୁ ଅନନ୍ତକାଳୀନ ରାଜ୍ୟ ଉପରେ ଚିରଦିନ କର୍ତ୍ତୃତ୍ୱ କରିବେ।

ପ୍ରତିଜ୍ଞାସବୁ ବାସ୍ତବରେ ରକ୍ଷା କରାଯାଉଛି ଯେ ତାହାଙ୍କ ନାମଯୀଶୁଅଟେ କାରଣଯୀଶୁନାମର ଅର୍ଥ ହେଉଛିଈଶ୍ୱର ହିଁ ପରିତ୍ରାଣ ପୁନର୍ବାର, ମାଥିଉ : ୨୧ ପଦରେ ଏହା ସ୍ପଷ୍ଟ କରାଯାଇଅଛି: “ସେ ଏକ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମଯୀଶୁଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।ଏଣୁ ସେମାନଙ୍କର ପାପସବୁର ଯତ୍ନ ନେବାକୁ କିଛି କରାଯିବାକୁ ଆଦମ ହବାଙ୍କ ପ୍ରତି ଥିବା ପ୍ରତିଜ୍ଞା ରକ୍ଷା କରାଯାଉଛି।

କିନ୍ତୁ ଯୀଶୁ ମଧ୍ୟ ସମସ୍ତଙ୍କ ପାଇଁ  ଆଶୀର୍ବାଦର ଆକର ହେବେ ତଦ୍ୱାରା ଅବ୍ରହାମଙ୍କ ପ୍ରତି ଈଶ୍ୱରଙ୍କ ପ୍ରତିଜ୍ଞା ସଫଳ କରିବେ। ଆଶୀର୍ବାଦ କ୍ଷମାର ଆଶୀର୍ବାଦ ହେବ କିନ୍ତୁ ଏହା କେବଳ ତାହାଠାରୁ ଅତ୍ୟଧିକ ଅଟେ। ଇମ୍ମାନୁୟେଲ ନାମର ଅର୍ଥ ହେଉଛିଆମ୍ଭମାନଙ୍କ ସହିତ ଈଶ୍ୱର ସର୍ବଶ୍ରେଷ୍ଠ ଆଶୀର୍ବାଦ ଯାହା ସର୍ବଦା ଆମ୍ଭେ  ପ୍ରାପ୍ତ କରିପାରିବା, ଅବ୍ରହାମଙ୍କ ଦ୍ୱାରା ହେଉ କିଅବା ଅନ୍ୟ କାହା ଦ୍ୱାରା ହେଉ, ତାହା ଆମ୍ଭ ସୃଷ୍ଟିକର୍ତ୍ତାଙ୍କ ସହିତ ଏକ ବ୍ୟକ୍ତିଗତ ସମ୍ପର୍କ ଉପଭୋଗ କରିବା, ଈଶ୍ୱରଙ୍କ ଉପସ୍ଥିତିରେ ସର୍ବଦା ବାସ କରିବା, ଯେପରି ଈଶ୍ୱର ସର୍ବଦା ଆମ୍ଭ ସହିତ ରହିବେ। ସର୍ବଶ୍ରେଷ୍ଠ ଆଶୀର୍ବାଦ ଯାହା ସର୍ବଦା ଆସିପାରିବ।

ଅନେକ ପ୍ରତିଜ୍ଞାସକଳ ଅନେକ ପ୍ରତିଜ୍ଞାସକଳ ରକ୍ଷିତ କରାଯାଉଅଛି।

ଯେପରି କାହାଣୀ ଚାଲୁ ରହେ ଈଶ୍ୱରଙ୍କ ପ୍ରତିଜ୍ଞା ଅନୁଯାୟୀ ମରିୟମ ବାସ୍ତବରେ ଗର୍ଭବତୀ ହୁଅନ୍ତି। ସେ ତାଙ୍କ ଆତ୍ମୀୟା, ଏଲିଶାବେଥଙ୍କୁ, ଦେଖିବାକୁ ଯାଆନ୍ତି   ସେଠାରେ ପହଞ୍ଚିବା ପରେ ସେ ଏକ ଗୀତ ଆବୃତ୍ତି  କରନ୍ତି। ଏକ ପନ୍ଥା ସ୍ୱରୂପ, ଯିହୁଦୀମାନଙ୍କ ପ୍ରସଙ୍ଗକ୍ରମେ ଏକ ନମୁନାରୂପକ, ଆପଣାର ଆନନ୍ଦ କୃତଜ୍ଞତାର ଭାବ ପ୍ରକାଶ କରି, ସୁସ୍ପଷ୍ଟ ଭାବରେ ସେ ଆପଣା ମନରେ ଗୋଟିଏ ଗୀତ ରଚନା କରି ସେ ଏହି ଗୀତ ଏଲିଶାବେଥଙ୍କ ନିକଟରେ ଗାନ କରନ୍ତି। ୫୦ ପଦରେ ସେ ଏକ ଚମକପ୍ରଦ କଥା କୁହନ୍ତି [ଲୂକ :୫୦] ଈଶ୍ୱରଙ୍କ ବିଷୟରେ ମରିୟମ କହନ୍ତି:

"ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ।"

ମରିୟମ ଏକ ପାର୍ଥକ୍ୟ ଆରମ୍ଭ କରିବାକୁ ଯାଉଅଛନ୍ତି ଯାହା ଖ୍ରୀଷ୍ଟମାସ କାହାଣୀର ବଳକା ଅଂଶରେ ଚାଲୁ ରହିବାକୁ ଯାଉଅଛି। ଅବ୍ରହାମଙ୍କ ଆଶୀର୍ବାଦ ସମସ୍ତଙ୍କ ପାଇଁ ଉପଲବ୍ଧ। ଏହା ସମସ୍ତ ଲୋକଙ୍କ ପାଇଁ ଏକ ଶୁଭ ବାର୍ତ୍ତା ପୁଣି ତଥାପି, ଈଶ୍ୱର କେବଳ କେତେକଙ୍କ ପ୍ରତି ଦୟାରେ ଆଚରଣ କରିବେ। କେବଳ ଯେଉଁମାନେ ତାହାଙ୍କୁ ଭୟ କରନ୍ତି, ଯେଉଁମାନେ ଭୟ ଭକ୍ତିର ସହିତ ତାହାଙ୍କ ନିକଟକୁ ଯାଆନ୍ତି, ଯେଉଁମାନେ ଉପାସନାରେ ତାହାଙ୍କ ନିକଟକୁ ଯାଆନ୍ତି, ସେମାନେ ତାହାଙ୍କ ଦୟା ଗ୍ରହଣକରିବାକୁ ଯାଉଛନ୍ତି। ଆଶୀର୍ବାଦ ସମସ୍ତଙ୍କ ପାଇଁ, କିନ୍ତୁ ଯେଉଁମାନେ ଈଶ୍ୱରଙ୍କୁ ଭୟ କରନ୍ତି ସେମାନଙ୍କ ପାଇଁ ଦୟା।

. ଯୀଶୁଙ୍କ ଜନ୍ମ

ଯେପରି ଲୁକ ପର୍ବ, ପଦରେ କାହାଣୀ ଚାଲୁ ରହେ, ତତ୍ପରେ ଆମ୍ଭେ ପ୍ରକୃତରେ ଯୀଶୁଙ୍କ ଜନ୍ମର କାହାଣୀ ପଢୁ।

ସେହି ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ  କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା। ସୁରିଆର ଶାସନକର୍ତ୍ତା କ୍ୱିରୀଣିୟଙ୍କ ସମୟରେ ପ୍ରଥମ ଥର ଏହି ନାମଲେଖା ହୋଇଥିଲା। ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା  ଆପଣା ନଗରକୁ ଯାଉଥିଲେ। ପୁଣି, ଯୋଷେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରିୟମଙ୍କ ସହିତ ଗାଲିଲୀର ନାଜରିତ ନଗରରୁ ଯିହୁଦା ପ୍ରଦେଶର ବେଥଲେହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଗୋଷ୍ଠୀର ଲୋକ ଥିଲେ; ତାଙ୍କ ସହିତ ମରିୟମଙ୍କ ବିବାହନିର୍ବନ୍ଧ ହୋଇଥିଲା ସେ ଗର୍ଭବତୀ ଥିଲେ। ସେମାନେ ସେଠାରେ ଥିବା ସମୟରେ ତାଙ୍କର ପ୍ରସବକାଳ ଉପସ୍ଥିତ ହେଲା, ପୁଣି ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ଡରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ଥିଲା।

ପୁଣି ଏହା ଘୋଷଣା କରା ଯାଇ କିପରି ଏତେ ଆଶ୍ଚର୍ଯ୍ୟଜନକ କେତେକ ବିଷୟ ଘଟି ପାରେ ଏବଂ ତେଣୁ ଦୂତମାନେ ଆସି ମେଷପାଳକମାନଙ୍କ ନିକଟରେ ଯୀଶୁଙ୍କ ଜନ୍ମ ଘୋଷଣା କଲେ।

ସେହି ଅଞ୍ଚଳରେ କେତେକ ମେଷପାଳକ ପଦ।ରେ ରହି ରାତ୍ରିରେ ସେମାନଙ୍କ ପଲ ଜଗୁଥିଲେ, ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି ପ୍ରଭୁଙ୍କର ଗୌରବର ଜ୍ୟୋତିଃ ସେମାନଙ୍କ ଚତୁର୍ଦିଗରେ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି। କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ଆଉ, ତୁମ୍ଭମାନଙ୍କ ନିମନ୍ତେ ଏହା ଏକ ଚିହ୍ନସ୍ୱରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡା ହୋଇ ଗୁହାଳ କୁଣ୍ଡରେ ଶୋଇଥିବାର ଦେଖିବ।" ପୁଣି ଅକସ୍ମାତ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ୱରଙ୍କ ସ୍ତବଗାନ କରୁ କରୁ କହିଲେ "ଉର୍ଦ୍ଧଲୋକରେ ଈଶ୍ୱରଙ୍କ ମହିମା, ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି।"

ଈଶ୍ୱରଙ୍କ ପୁତ୍ରର ଜନ୍ମ ପ୍ରଥମେ ମେଷପାଳକମାନଙ୍କ ନିକଟରେ ଘୋଷଣା କରାଯିବା ବିଷୟ କିପରି ଉପଯୁକ୍ତ, ଯେଉଁମାନେ ପ୍ରାଚୀନ ସାମାଜିକ ସିଡ଼ିର ଅତ୍ୟଧିକ ତଳ ଭାଗରେ ଅଛନ୍ତି। ଅବ୍ରହାମଙ୍କ ଆଶୀର୍ବାଦ ସମସ୍ତଙ୍କ ପାଇଁ, ଏପରିକି ମେଷପାଳକମାନଙ୍କ ପାଇଁ ମଧ୍ୟ ଉପଲବ୍ଧ। ଦୂତମାନେ କହନ୍ତି, ସମସ୍ତ ଲୋକଙ୍କ ପାଇଁ ମହାନନ୍ଦ ହେବ। ଏବଂ ତଥାପି, ପାର୍ଥକ୍ୟ ଧ୍ୟାନ କରନ୍ତୁ ଯାହା ୧୦ ପଦ ଏବଂ ୧୪ ପଦ ମଧ୍ୟରେ ରହିଅଛି; ଈଶ୍ୱରଙ୍କ ଶାନ୍ତି କେବଳ ସେହିମାନଙ୍କ ଉପରେ, ଯେଉଁମାନଙ୍କଠାରେ ସେ ସନ୍ତୁଷ୍ଟ ହୁଅନ୍ତି। ଯେଉଁମାନେ ତାହାଙ୍କୁ ଭୟ କରନ୍ତି ସେମାନଙ୍କ ଉପରେ ଈଶ୍ୱରଙ୍କ ଶାନ୍ତି ଅଛି।

ଶାନ୍ତିର ଅର୍ଥ ହେଉଛି ସଂଘର୍ଷ ବନ୍ଦ ହୋଇଯାଇଅଛି। ଶାନ୍ତିର ଅର୍ଥ ହେଉଛି ସମ୍ପର୍କ ପୁନଃ ସ୍ଥାପିତ ହୋଇଅଛି।

ଆମ୍ଭେ ସମସ୍ତେ ସେହି ଶାନ୍ତି ସମ୍ପୂର୍ଣ୍ଣ ଭାବେ ଆବଶ୍ୟକ କରୁ। ଏବଂ ତଥାପି, କେତେକ ଲୋକ ସେମାନଙ୍କର ସମ୍ପୂର୍ଣ୍ଣ ଜୀବନ ଶାନ୍ତି ବିନା, ଈଶ୍ୱରଙ୍କ ସହିତ ଯୁଦ୍ଧ କରି ବଞ୍ଚନ୍ତି ପୁଣି ସେମାନଙ୍କ ଜୀବନରେ ସେହି ଶୂନ୍ୟସ୍ଥାନକୁ ଏକମାତ୍ର ଉତ୍ସ ଦ୍ୱାରା ପୂର୍ଣ୍ଣ ହେବାକୁ ଅନୁମତି ଦିଅନ୍ତି ନାହିଁ  ଯାହା ତାହା ପୂରଣ କରିପାରିବ ଏବଂ ତାହା ହେଉଛି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ସମ୍ପର୍କ।

ପ୍ରକୃତ କଥା ହେଉଛି, ଈଶ୍ୱର ସମସ୍ତ ଲୋକଙ୍କୁ ସମାନ ବ୍ୟବହାର କରନ୍ତି ନାହିଁ। ସେ ସର୍ବଦା ନ୍ୟାୟସଙ୍ଗତ, କିନ୍ତୁ ଯାହା ନ୍ୟାୟସଙ୍ଗତ ତାହା ସେ ନିର୍ଣ୍ଣୟ କରନ୍ତି। ସେ ସମସ୍ତଙ୍କ ପ୍ରତି ନ୍ୟାୟସଙ୍ଗତ, ତଥାପି କେବଳ କେତେକ ଲୋକ ତାହାଙ୍କ ଦୟା ପ୍ରାପ୍ତ ହେବେ କେବଳ କେତେକ ଲୋକ ତାହାଙ୍କ ଶାନ୍ତି ପ୍ରାପ୍ତ ହେବେ।

. ଏହି ଶିଶୁ ଯୀଶୁ କିଏ?

ତେବେ ଏହି ଶିଶୁ କିଏ? ତେବେ, ଏହି ଶିଶୁ, ଯୀଶୁ କିଏ?

. ସମ୍ପୂର୍ଣ୍ଣଭାବେ ଈଶ୍ୱର।

ଗୋଟିଏ ପାର୍ଶ୍ୱରେ ସେ ସମ୍ପୂର୍ଣ୍ଣ ଭାବେ ଈଶ୍ୱର ଅଟନ୍ତି, ଯେପରି ଈଶ୍ୱର ପ୍ରତିଜ୍ଞା କରିଥିଲେ ମସୀହ ଅଲୌକିକ ଅଟନ୍ତି। ସେ ଜନ୍ମ ହେବା ପୂର୍ବରୁ ବିଦ୍ୟମାନ ଥିଲେ। ତାହା ଏକ ବହୁତ ଭଲ କୌଶଳ ଅଟେ। କିନ୍ତୁ ସେ ଜନ୍ମ ହେବା ପୂର୍ବରୁ ବିଦ୍ୟମାନ ଥିଲେ କାରଣ ସେ ସର୍ବୋପରିସ୍ଥଙ୍କ ପୁତ୍ର ଅଟନ୍ତି। ସେ ଈଶ୍ୱରଙ୍କ ପୁତ୍ର ଈଶ୍ୱର ତାହାଙ୍କ ପ୍ରତିଜ୍ଞା ଦାଉଦଙ୍କଠାରେ ସଫଳ କରିଅଛନ୍ତି ଯେ ସେ ମସୀହଙ୍କ ସହିତ ଜଣେ ପିତା/ପୁତ୍ରର ସମ୍ପର୍କ ସ୍ଥାପନ କରିବେ। ଏହି ମସୀହ, ଈଶ୍ୱରଙ୍କ ପୁତ୍ର, ଏକ ଅଲୌକିକ ପ୍ରାଣୀ, କିନ୍ତୁ ସେ ତାହାଠାରୁ ଆଉ ଅଧିକ ଅଟନ୍ତି।

ଈଶ୍ୱରଙ୍କ ପୁତ୍ର ଆପଣା ଈଶ୍ୱରଙ୍କ ପାଇଁ ବାଇବଲ ସମ୍ବନ୍ଦୀୟ ଭାଷା ଅଟେ। ଏହି ଶିଶୁ ଈଶ୍ୱର ଅଟନ୍ତି।

ଯୋହନଙ୍କ ସୁସମାଚାରରେ ପ୍ରଥମ ପଦ: “ଆଦ୍ୟରେ ବାକ୍ୟ ଥିଲେ,  [ଯୀଶୁଙ୍କ ପାଇଁ ଯୋହନଙ୍କ ଶବ୍ଦବାକ୍ୟ ଈଶ୍ୱରଙ୍କ ସଙ୍ଗରେ  ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ।

ତାଙ୍କ ପରବର୍ତ୍ତୀ ଜୀବନରେ, ଯୋହନ ୧୦ ପର୍ବରେ, ଯୀଶୁ କହିଛନ୍ତି  “ମୁଁ ପିତା ଏକ।ଯୀଶୁ ସମ୍ପୂର୍ଣ୍ଣ ଭାବେ ଈଶ୍ୱର ଅଟନ୍ତି। ଈଶ୍ୱର ତାହାଙ୍କ ମସୀହଙ୍କୁ ଅନ୍ୟ ମାର୍ଗରେ ପଠାଇପାରିଥାନ୍ତେ। ଭବିଷ୍ୟତ ଘଟଣା ବ୍ୟତୀତ ସେ ତାହାଙ୍କ ପୁତ୍ର ଜଣେ କନ୍ୟାଙ୍କଠାରୁ ଜନ୍ମ ପ୍ରାପ୍ତ ହେବାକୁ ସେ କହି ଥିଲେ, କିନ୍ତୁ ସେ ତୁମ୍ଭକୁ ମୋତେ ଏହା ସ୍ପଷ୍ଟ କରିବାକୁ ଯୀଶୁଙ୍କୁ ସେହି ପ୍ରକାରେ ପଠାଇଲେ ଯେ ଯୀଶୁ ହିଁ ଈଶ୍ୱର ତାହାଙ୍କ ପିତା ଈଶ୍ୱର ଅଟନ୍ତି। ଏବଂ ତଥାପି, ଏହା ସମ୍ପୂର୍ଣ୍ଣ ଭାବରେ ଆବଶ୍ୟକ ଥିଲା ଯେ ଯୀଶୁ ସମ୍ପୂର୍ଣ୍ଣ ଭାବରେ ଈଶ୍ୱର, କାରଣ ୩୩ ବର୍ଷରେ ଏହି ଶିଶୁ କ୍ରୁଶରେ ମରିବାକୁ ଯାଇଥିଲେ ସେହି କ୍ରୁଶରେ ଏହି ଶିଶୁ ସମସ୍ତ ଲୋକଙ୍କ ପାପ ବହନ କରିବାକୁ ଯାଇଥିଲେ। କୌଣସି ମାନବ ଜାତି ସମ୍ଭବତଃ ସେହି ଅତ୍ୟଧିକ ପାପର ଯନ୍ତ୍ରଣା ସହି ପାରି ଥାନ୍ତା। ଆଉ କୌଣସି ମାନବ ଜାତି ଅନ୍ୟ ଜଣଙ୍କ ପାପ ନିମନ୍ତେ ଦଣ୍ଡ ଭୋଗ କରି ପାରି ଥାନ୍ତା। ଏହା କେବଳ ସମ୍ଭବ ନୁହେଁ। କେବଳ ଈଶ୍ୱର କ୍ରୁଶଉପରେ ଯନ୍ତ୍ରଣା ସହ୍ୟ କରିପାରିଲେ କେବଳ ଈଶ୍ୱର ତାହାଙ୍କ ମୃତ୍ୟୁକୁ ଅନ୍ୟମାନଙ୍କ ପାପରେ ପ୍ରୟୋଗ କରିପାରିଲେ ତେଣୁ, ଯୀଶୁ ମସୀହ, ଈଶ୍ୱର ହେବାକୁ ଥିଲା।

. ସମ୍ପୂର୍ଣ୍ଣଭାବେ ମାନବ

ଏବଂ ତଥାପି, ସମ୍ପୂର୍ଣ୍ଣଭାବେ ଈଶ୍ୱର ହେବା ସହିତ ଏହି ମସୀହ ମଧ୍ୟ ସମ୍ପୂର୍ଣ୍ଣଭାବେ ମାନବ ଅଟନ୍ତି। ସେ ଜଣେ ମାନବ ମାତାଙ୍କଠାରୁ ଜନ୍ମ ହେଲେ। ଯୋହନ : ୧୪ ପଦରେ, ସେ କହିଛନ୍ତି, ସେହିବାକ୍ୟ, କିମ୍ବା ଯୀଶୁ, ଦେହବନ୍ତ ହେଲେ- ତୁମ୍ଭ ଅସ୍ଥିସବୁରେ ମାଂସ ଝୁଲେ।" ସେହି ବାକ୍ୟ ଦେହବନ୍ତ ହେଲେ   ସେ ଆମ ମଧ୍ୟରେ ବାସ କଲେ।" ସେ ସମ୍ପୂର୍ଣ୍ଣଭାବେ ମନୁଷ୍ୟ ଥିଲେ। ଏହି ରହସ୍ୟକୁ ଆମ୍ଭେ ଶରୀର ଧାରଣ ବୋଲି କହିଥାଉ। ସମସ୍ତ ବାଇବଲରେ ଏହା ହେଉଛି ମହାନ ଆଶ୍ଚର୍ଯ୍ୟ। ଶରୀର ଧାରଣର ରହସ୍ୟ ପ୍ରତି ପୁନରୁତ୍ଥାନ ଅତି କଷ୍ଟରେ ଗୋଟିଏ ମହମବତୀ ଧାରଣ କରିପାରେ କାରଣ ଶରୀର ଧାରଣ ହେଉଛି ସତ୍ୟ ଯେ ଈଶ୍ୱର ଶରୀର ଧାରଣ କଲେ - ଯାହାର ଅର୍ଥ ଈଶ୍ୱର ଦେହବନ୍ତ ହେଲେ। ମହାନ ଆଶ୍ଚର୍ଯ୍ୟ ବିଷୟ ଯାହା ଘଟିଯାଇଅଛି। ଏବଂ ହଁ, ଈଶ୍ୱର ସମ୍ଭବତଃ ମସୀହ,ଆପଣା ପୁତ୍ରଙ୍କୁ ଅନ୍ୟ ମାର୍ଗରେ ପ୍ରେରଣ କରି ପାରି ଥାନ୍ତେ, ମାତ୍ର ଏହା ସ୍ପଷ୍ଟ କରିବାକୁ ସେ ଯୀଶୁଙ୍କୁ ଏହି ମାର୍ଗରେ ପ୍ରେରଣ କଲେ ଯେ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବେ ମନୁଷ୍ୟ ଥିଲେ ଯୀଶୁ, ମସୀହ ସମ୍ପୂର୍ଣ୍ଣ ଭାବେ ମନୁଷ୍ୟ ହେବାର ଥିଲା କାରଣ ମାନବଜାତିର ପାପ ନିମନ୍ତେ କେବଳ ଜଣେ ମନୁଷ୍ୟ ଦଣ୍ଡର ମୂଲ୍ୟ ପରିଶୋଧ କରିପାରେ। ଡିମ୍ବିରି ବୃକ୍ଷସବୁ ପାଇଁ କମଳାଗୁଡିକ ଦଣ୍ଡର ମୂଲ୍ୟ ପରିଶୋଧ କରିପାରେ ନାହିଁ ଏବଂ ଜଣେ ମନୁଷ୍ୟର ପାପ ପାଇଁ କେବଳ ମନୁଷ୍ୟ ଜାତି ଦଣ୍ଡ ପାଇପାରେ। ଯାହା ଏବ୍ରୀ ପୁସ୍ତକ ପର୍ବରେ ଏହା ବିଷୟରେ କହୁଅଛି ଯେଉଁଠାରେ ଲେଖକ କହନ୍ତି:

ଅତଏବ, ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ସଦୃଶ ହେବା ତାହାଙ୍କର ଉଚିତ ଥିଲା, [ସେ ସମ୍ପୂର୍ଣ୍ଣ ଭାବେ ମନୁଷ୍ୟ ହେବାର ଉଚିତ ଥିଲା] ଯେପରି ସେ, [ଯୀଶୁ] ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ [ଉତ୍ସର୍ଗ କରିବା ପାଇଁ] କରିବା ନିମନ୍ତେ ଈଶ୍ୱରଙ୍କ ସେବା ସମ୍ଵନ୍ଧରେ ଜଣେ ଦୟାଳୁ ବିଶ୍ୱସ୍ତ ମହାଯାଜକ ହୁଅନ୍ତି [ସେ ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛନ୍ତି। ସେ ଆମ୍ଭମାନଙ୍କ ସିଂହାସନ ମଧ୍ୟରେ ଛିଡା ହୁଅନ୍ତି]ଲୋକମାନଙ୍କ ପାପ ପାଇଁ ଉତ୍ସର୍ଗ କରିବାକୁ ତାହାଙ୍କୁ ଆମ୍ଭମାନଙ୍କ ସଦୃଶ ହେବାକୁ ପଡିଥିଲା।

ଯୀଶୁ ସମ୍ପୂର୍ଣ୍ଣଭାବେ ଈଶ୍ୱର ଥିଲେ; ତାହାଙ୍କୁ ହେବାକୁ ଉଚିତ ଥିଲା! ଏବଂ ତଥାପି ସେ ସମ୍ପୂର୍ଣ୍ଣଭାବେ ମନୁଷ୍ୟ ଥିଲେ; ତାହାଙ୍କୁ ହେବାକୁ ଉଚିତ ଥିଲା। କାରଣ ଯୀଶୁ ତତ୍ପରେ ରୀ ଧାରଣ କରିଥିବା ଈଶ୍ୱର ସ୍ୱରୂପେ, ସେ ପିତାଙ୍କ ସଦୃଶ ସେ ଯେ ଅଦ୍ଵିତୀୟ ଈଶ୍ୱର ତାହା ସେ ପ୍ରକାଶ କରନ୍ତି। ଯୋହନ : ୧୮: “କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ। କେବଳ ଈଶ୍ୱର [ ଯୀଶୁ ହିଁ ] ଯିଏ ପିତାଙ୍କ କୋଳସ୍ଥିତ ଅଦ୍ଵିତୀୟ ପୁତ୍ର, ସେ ତାହାଙ୍କୁ ପ୍ରକାଶ କଲେ।ଦେହଧାରୀ ଈଶ୍ୱର ରୂପେ ସେ ଅଦ୍ଵିତୀୟ ମଧ୍ୟସ୍ଥ, ପ୍ରାର୍ଥନାକାରି, ଆମ୍ଭମାନଙ୍କ ଏକମାତ୍ର ମହାଯାଜକ ଅଟନ୍ତି।

ପାଉଲ ତୀମଥି : ପଦରେ ତୀମଥିଙ୍କୁ କହନ୍ତି, “କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ।

ଯୀଶୁ ଶରୀର ଧାରଣ କରିଥିବା ଈଶ୍ୱର ରୂପେ ସମସ୍ତ ମାନବ ଜାତିର ଅଦ୍ଵିତୀୟ ଉଦ୍ଧାରକର୍ତ୍ତା ଅଟନ୍ତି। ପୁନଶ୍ଚ, ଏବ୍ରୀ ପୁସ୍ତକ, ପର୍ବ ଉଲ୍ଲେଖ କରେ:

ଅତଏବ, ତାହାଙ୍କ ଦ୍ଵାରା [ଅନ୍ୟ ଶବ୍ବରେ, ସମ୍ପୂର୍ଣ୍ଣଭାବେ   ମୋଟାମୋଟି ଭାବରେ] ଯେଉଁମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ।

ଅନ୍ୟ କେହି ନୁହେ, ବିଶେଷକରି ଅନ୍ୟ କୋଣସି ମନୁଷ୍ୟ ଜାତି, ସମ୍ଭବତଃ ଈଶ୍ୱରଙ୍କୁ ପ୍ରକାଶ କରିପାରେ ନାହିଁ କାରଣ କେବଳ ଯୀଶୁ ଈଶ୍ୱରଙ୍କୁ ଜାଣନ୍ତି। କେବଳ ଯୀଶୁ ଆମ୍ଭମାନଙ୍କ ଈଶ୍ୱରଙ୍କ ମଧ୍ୟରେ ଆମ୍ଭମାନଙ୍କ ପାଇଁ ମଧ୍ୟସ୍ଥ ପ୍ରାର୍ଥନା କରିବାକୁ ବିଚାର ସିଂହାସନରେ ଠିଆ ହୋଇପାରିବେ। କେବଳ ଈଶ୍ୱର-ମନୁଷ୍ୟ ଯୀଶୁ ଆମ୍ଭମାନଙ୍କ ପାପରୁ ଆମ୍ଭକୁ ରକ୍ଷା କରିପାରିବେ କାରଣ କେବଳ ଈଶ୍ୱର -ମନୁଷ୍ୟ ଯୀଶୁ ପାପ ବିଷୟରେ କିଛି କରିଅଛନ୍ତି।

ଏହା ହେଉଛି ରହସ୍ୟ ଏବଂ ଏହା ହେଉଛି ଈଶ୍ୱରଙ୍କ ଶରୀର ଧାରଣର ସୌନ୍ଦର୍ଯ୍ୟ। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ! ଏହା ମେଷପାଳକମାନଙ୍କ ନିକଟରେ ପ୍ରଚାର କରାଯାଇଥିବାର ସୁସମାଚାର ଥିଲା।

କିନ୍ତୁ କେବଳ ଏହିସବୁ ତଥ୍ୟ ନିଶ୍ଚିତ ଭାବରେ ଜାଣିବା ଯଥେଷ୍ଟ ନୁହେଁ, ଏହା ଯଥେଷ୍ଟ କି? ଏକ ଅର୍ଥରେ, ଏହା ଏପରିକି ସେମାନଙ୍କୁ ବିଶ୍ୱାସ କରିବା ମଧ୍ୟ ଯଥେଷ୍ଟ ନୁହେଁ କାରଣ ଏପରି ଭୂତମାନେ ମଧ୍ୟ ବିଶ୍ୱାସ କରନ୍ତି କମ୍ପନ୍ତି। ଯୀଶୁ କିଏ ତାହା ଭୂତମାନେ ନିର୍ଭୁଲଭାବେ ଜାଣିଥିଲେ। ସେଥିପାଇଁ ଯେତେବେଳେ ସେମାନେ ତାହାଙ୍କୁ ଦେଖିଲେ ସେମାନେଈଶ୍ୱରଙ୍କ ପବିତ୍ରକିମ୍ବା ଅନ୍ୟ କେତେକ ଅନୁରୂପ ନାମରେ ଚିତ୍କାର କଲେ। ନିଶ୍ଚିତ ଭାବରେ କେବଳ ତଥ୍ୟ ଜାଣିବା ଯଥେଷ୍ଟ ନୁହେଁ। ଈଶ୍ୱରଙ୍କ ସହ ଶାନ୍ତିରେ ରହିବା ତାହାଙ୍କ ଦୟା ପାଇବାକୁ ବୌଦ୍ଧିକ ଶକ୍ତି ସମ୍ପନ୍ନ ସମ୍ମତି ଅପେକ୍ଷା ଅଧିକ ଏହା ଗ୍ରହଣ କରେ, କିନ୍ତୁ ଏହା  (A), (B)ବି, (C)ସି ପରି ସରଳ ଅଟେ।

ଯଦି ଆମ୍ଭେମାନେ ଈଶ୍ଵରଙ୍କ ସହିତ ଶାନ୍ତିରେ ରହିବାକୁ ଚାହୁଁ, ଯଦି ଆମ୍ଭେମାନେ ତାହାଙ୍କ ଦୟା ପାଇବାକୁ ଚାହୁଁ, ତେବେ ଆମ୍ଭେମାନେ ନିଶ୍ଚୟ ପାଇବା ଆବଶ୍ୟକ:

ଆମ୍ଭେମାନେ ପାପୀ ଟୁ ବୋଲି ଆଦମ ହବାଙ୍କ ପରି ସ୍ୱୀକାର କର। ଯେ ଆମ୍ଭେମାନେ ସୁସମ୍ପର୍କରୁ ପୃଥକ ହୋଇଅଛୁ ତେଣୁ ଆମ୍ଭେମାନେ ନିରାଶଜନକ ଭାବେ ଆବଶ୍ୟକ କରୁ ଚାହୁଁ; ଏକମାତ୍ର ସୁସମ୍ପର୍କ ଯେଉଁଥିରେ ଆମ୍ଭେମାନେ ପାପକ୍ଷମା ପ୍ରାପ୍ତ ହୋଇ ପାରିବା। ଏକମାତ୍ର ସମ୍ପର୍କ ଯେଉଁଥିରେ ଆମ୍ଭେମାନେ ଦୟା ପାଇପାରିବା। ଏକମାତ୍ର ସମ୍ପର୍କ ଯେଉଁଥିରେ ଆମ୍ଭେମାନେ ଈଶ୍ୱରଙ୍କ ସହିତ ଶାନ୍ତିରେ ରହିପାରିବା। ଆମ୍ଭକୁ ସ୍ୱୀକାର କରିବାକୁ ହେବ ଯେ ଆମ୍ଭେମାନେ ତହିଁରୁ ପୃଥକ ଅଟୁ।

ବିଶ୍ୱାସ କରନ୍ତୁ ଯେ ଯୀଶୁ, ଈଶ୍ୱର-ମନୁଷ୍ୟ, ମୋର ପାପ ପାଇଁ ମୃତ୍ୟୁଭୋଗ କଲେ, ମୋର ପାପ ବହନ କଲେ ମୋର ପାପ ପାଇଁ ଏବଂ ଆପଣଙ୍କ ପାପ ପାଇଁ ମୃତ୍ୟୁ ଦଣ୍ଡ ପାଇଲେ ତାପରେତାହାଙ୍କ ନିକଟରେ ଆପଣାକୁ ସମର୍ପଣ କରୁ। ଥରେ ଆମ୍ଭେମାନେ ପୁନର୍ଜନ୍ମ ହେଲେ, ଈଶ୍ୱରଙ୍କ ସନ୍ତାନରୂପେ ଆମ୍ଭେମାନେ ଜୀବନ ଯାପନ କରିବା।

ଏହା ସବୁ ଯୀଶୁଙ୍କ ବିଷୟରେ, ମୁଁ ଯେତେ ଅଧିକ ସମୟ ଏହା କରେ, ସେତେ ଅଧିକ ମୁଁ ଏହା ଦେଖେ। ଏହା ସବୁ ଯୀଶୁଙ୍କ ବିଷୟରେ   ତାହାଙ୍କଠାରୁ ଆମ୍ଭମାନଙ୍କ ପୃଥକତା ଆମ୍ଭମାନଙ୍କ ପକ୍ଷରେ ତାହାଙ୍କ ଦୟା ଏବଂ ଶାନ୍ତିର କାର୍ଯ୍ୟ ତାପରେ ପ୍ରତ୍ୟୁତ୍ତର କରିବାକୁ ତାହାଙ୍କ ସନ୍ତାନ ହେବାକୁ ଆମ୍ଭମାନଙ୍କ ବିଷୟରେ ଏହା ଯୀଶୁଙ୍କର ସମର୍ଥ ଅଟେ। ଏହା କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ ଯେ ଈଶ୍ୱର ଅନେକ ବିସ୍ମୟକର ପ୍ରତିଜ୍ଞା କରି ଆମ୍ଭକୁ ତାହାଙ୍କ ଜନ୍ମ ପାଇଁ ପ୍ରସ୍ତୁତ କଲେ।

ପାପରୁ ପରିତ୍ରାଣର ପ୍ରସ୍ତାବ, ଈଶ୍ୱରଙ୍କ ସହ ଏକ ସମ୍ପର୍କର ପ୍ରସ୍ତାବ ଯାହା ଆମ୍ଭେମାନେ ଅତ୍ୟଧିକ ଆବଶ୍ୟକ କରୁ, ଆମ୍ଭ ପ୍ରତ୍ୟେକଙ୍କୁ ମୁକ୍ତ ଭାବରେ ପ୍ରଦାନ କରାଯାଇଅଛି। ଏହା ପ୍ରକୃତରେ ସମସ୍ତ ଲୋକଙ୍କ ପାଇଁ ସୁସମାଚାର ଅଟେ।

ଆଜି ଆମ୍ଭେମାନେ ତୁମ୍ଭକୁ, ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ (A), (B)ବି, (C)ସି ଙ୍କ ମାଧ୍ୟମରେ, ତାହାଙ୍କ ଦୟା ଦ୍ୱାରା ଉଦ୍ଧାର ହେବାକୁ ତତ୍ପରେ ଯୀଶୁଙ୍କ ସହିତ ଆଶ୍ଚର୍ଯ୍ୟଜନକ ଗମନାଗମନ ଉପଭୋଗ କରିବାକୁ, ହାତକୁ ହାତ ଧରି, ଦିନକୁ ଦିନ, ଶେଷ ପର୍ଯ୍ୟନ୍ତ, ଶେଷରେ ନିଜେ ନିଜ ସହିତ ଶାନ୍ତିରେ ରହିବାକୁ ଆପଣଙ୍କ ସୃଷ୍ଟିକର୍ତ୍ତାଙ୍କ ସହିତ ଶାନ୍ତିରେ ରହିବାକୁ ନିମନ୍ତ୍ରଣ କରୁଅଛୁ।