ଯୀଶୁଙ୍କ ସେବାକାର୍ଯ୍ୟ ଆରମ୍ଭରେ ସେ ଏକ ପର୍ବତ ଆରୋହଣ କଲେ ଏବଂ ସେଠାରେ ସେ ଅପଣାର ସୁପରିଚିତ ଉପଦେଶସକଳ ଶିକ୍ଷା ଦେଇ କହିବାକୁ ଲାଗିଲେ, ଯାହାକୁ ଆମ୍ଭେମାନେ ପାର୍ବତ୍ୟ ଉପଦେଶ ବୋଲି କହିଥାଉ। ପାର୍ବତ୍ୟ ଉପଦେଶର ଭାଷା ଇଂରାଜୀ ଭାଷାକୁ ଅନୁପ୍ରବେଶ କରିଅଛି, ଏପରି କି ଯେତେବେଳେ ଆମ୍ଭେମାନେ “ଅନ୍ୟ ଗାଲ ବୁଲାଉ”, କିମ୍ବା “ପ୍ରଭୁଙ୍କ ପ୍ରାର୍ଥନା” ବିଷୟରେ କଥାବାର୍ତ୍ତା କରୁ ସେତେବେଳେ ଲୋକମାନେ ଜାଣନ୍ତି ନାହିଁ ଯେ ଭାଷା କେଉଁଠୁ ଆସୁଅଛି। ଏହି ସବୁ ବିଷୟ ଯାହା ମାଥିଉ, ୫, ୬, ଓ ୭ ପର୍ବର ତିନୋଟି ପର୍ବରୁ ଆସିଅଛି, ମୁଁ ଯେତେ ପୁସ୍ତକ ପଡ଼ିଅଛି ସେହିସବୁ ମଧ୍ୟରୁ ମୁଁ ଭାବେ ପାର୍ବତ୍ୟ ଉପଦେଶ ଉପରେ ଯୋହନ ଷ୍ଟଟଙ୍କ ପୁସ୍ତକ ହେଉଛି ସର୍ବୋତ୍ତମ ପୁସ୍ତକ ଏବଂ ସେ ଏହିପରି ପୁସ୍ତକଟି ଆରମ୍ଭ କରନ୍ତି।
"ଯଦିବା ଯୁକ୍ତିଯୁକ୍ତ ଭାବରେ ଏହା ଅତିଅଳ୍ପ ବୁଝାଯାଏ ଏବଂ ନିଶ୍ଚିତ ଭାବରେ ଏହା ଅତିଅଳ୍ପ ପାଳନ କରାଯାଏ, ତଥାପି ପାର୍ବତ୍ୟ ଉପଦେଶ ସମ୍ଭବତଃ ଯୀଶୁଙ୍କ ଶିକ୍ଷାର ସର୍ବୋତ୍ତମ ସୁପରିଚିତ ଅଂଶ ଅଟେ।"
ଯାହାକୁ ଆମ୍ଭେମାନେ ୮ ଟି ସ୍ୱର୍ଗୀୟ ଆନନ୍ଦ ବୋଲି କହିଥାଉ; ତାହା ସହିତ ପାର୍ବତ୍ୟ ଉପଦେଶ ଆରମ୍ଭ ହୁଏ;
ଆତ୍ମାରେ ଦୀନହୀନ ଲୋକେ ଧନ୍ୟ,
ଶୋକାର୍ତ୍ତ ଲୋକେ ଧନ୍ୟ,
“ସ୍ୱର୍ଗୀୟ ଆନନ୍ଦ” ଶବ୍ଦଟି କେବଳ “ଧନ୍ୟ” ପାଇଁ ଲାଟିନ୍ ଶବ୍ଦରୁ ଆସିଛି ଏବଂ ବାସ୍ତବରେ, ଏହା, ଏହି ପ୍ରତ୍ୟେକ ଆଠଟି ବକ୍ତବ୍ୟସକଳର ପ୍ରଥମ ଶବ୍ଦ ଅଟେ। ଏହି ଶବ୍ଦର ପ୍ରାଥମିକ ଅର୍ଥ, “ଧନ୍ୟ” ଶବ୍ଦ କିମ୍ବା “ସ୍ୱର୍ଗୀୟ ଆନନ୍ଦ ଶବ୍ଦ ବିଷୟରେ ଆଗରୁ ବୁଝିବା ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାର ପ୍ରାଥମିକ ଅର୍ଥ ଆତ୍ମନିଷ୍ଠ ନୁହେଁ; କେତେକ ଆଧୁନିକ ଅନୁବାଦ ସତ୍ତ୍ୱେ ଶବ୍ଦ “ଖୁସି” କୁ ବୁଝାଏ ନାହିଁ। ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ସେମାନେ ଖୁସି ହୋଇପାରନ୍ତି, କିନ୍ତୁ ଦାନ୍ତ ଦେଖାଇ ହସିବା, ମୁରୁକି ହସିବା, ସେହି ପ୍ରକାର ବିଷୟର ବାହ୍ୟ ଦୃଷ୍ଟିରେ ସେମାନେ ଅବଶ୍ୟ ଖୁସି ନୁହଁନ୍ତି। “ଧନ୍ୟ” ଶବ୍ଦର ଆଧାର ସଦୃଶ ଅର୍ଥ ହେଉଛି ବସ୍ତୁନିଷ୍ଠ। ଏହା ବାସ୍ତବ ଓ ଧନ୍ୟ ହେବାର ଅର୍ଥ ହେଉଛି ଅନୁମୋଦନ ଏବଂ ଏହି ପ୍ରସଙ୍ଗରେ, ଈଶ୍ୱରଙ୍କଠାରୁ ଅନୁମୋଦନ ପ୍ରାପ୍ତ ହେବା।
ଅନ୍ୟ ଅର୍ଥରେ, ତୁମେ ଓ ମୁ କିପରି ଈଶ୍ୱରଙ୍କର ଅନୁମୋଦନ ପ୍ରାପ୍ତ ହୋଇ ପାରିବା ତାହା ସ୍ୱର୍ଗୀୟ ଆନନ୍ଦସବୁର ବାର୍ତ୍ତା ଅଟେ ଓ ତତ୍ପରେ କିପରି ସେହି ଆଶୀର୍ବାଦ ଆମ୍ଭମାନଙ୍କ ଜୀବନରେ ସବୁଦିନ ଆପଣାରୁ ବାସ କରେ। ଆମ୍ଭେମାନେ ହୁଏତ ଖୁସି ହୋଇ ପାରୁ, କିନ୍ତୁ ତାହା ବିଷୟବସ୍ତୁ ନୁହେ। ବିଷୟ ହେଉଛି ଆମ୍ଭେମାନେ ଧନ୍ୟପ୍ରାପ୍ତ, ଆମ୍ଭେମାନେ ଈଶ୍ୱରଙ୍କ ଦ୍ୱାରା ଅନୁମୋଦନ ପ୍ରାପ୍ତ ଅଟୁ କି?
୨. ଆତ୍ମାରେ ଦୀନହୀନ ଲୋକେ ଧନ୍ୟ
ଏବଂ ତେଣୁ, ପ୍ରଥମଟି ଆରମ୍ଭ ହୁଏ “ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର।” ଆତ୍ମାରେ ଦୀନହୀନ ହେବାର ଅର୍ଥ କ’ଣ? ଏହାର ଅର୍ଥ ହେଉଛି; ଆମ୍ଭେମାନେ ନିଜେ ଈଶ୍ଵରଙ୍କ ଦ୍ୱାରା ଅନୁମୋଦିତ ପ୍ରାପ୍ତ ହେବାକୁ ଆମ୍ଭମାନଙ୍କ ଅକ୍ଷମତାକୁ ଚିହ୍ନିବା। ଆମ୍ଭ ନିଜ ଉପରେ ଈଶ୍ୱରଙ୍କ ଦ୍ୱାରା ଅନୁମୋଦିତ ପ୍ରାପ୍ତ ହେବାକୁ ଆମ୍ଭର ଅକ୍ଷମତାର ଏହା ମାନ୍ୟତା ଅଟେ। ଆତ୍ମାରେ ଦୀନହୀନ ହେବା ବୋଲି କହିବା ହେଉଛି ଯେ ମୋର ପାପ ବିଷୟରେ ମୁଁ କିଛି କରିପାରିବି ନାହିଁ। ଈଶ୍ଵରଙ୍କଠାରୁ ମୋହର ପୃଥକତା ବିଷୟରେ ମୁଁ କିଛି କରିପାରିବି ନାହିଁ। ଆତ୍ମାରେ ଦୀନହୀନ ହେବା ହେଉଛି ଆପଣାକୁ ଚିହ୍ନିବା ଯେ ତୁମ୍ଭେ ଏବଂ ମୁଁ ଆତ୍ମିକ ଭାବରେ ଦେବାଳିଆ ଅଟୁ; ଆମ୍ଭମାନଙ୍କ ହସ୍ତରେ କିଛି ହିଁ ନାହିଁ, ପାପକ୍ଷମା ପାଇବାର ଯୋଗ୍ୟ ହେବାକୁ କିଛି ନାହିଁ, ପରିତ୍ରାଣର ଯୋଗ୍ୟ ବିବେଚିତ ହେବାକୁ ଆମ୍ଭମାନଙ୍କଠାରେ କିଛି ନାହିଁ। ପୁନର୍ବାର, ଷ୍ଟଟ୍ ତାହାଙ୍କ ପୁସ୍ତକରେ ଏହା କହିଛନ୍ତି ଯେତେବେଳେ ସେ ପୁରାତନ ଗୀତକୁ ଉଦ୍ଧୃତ କରନ୍ତି “ମୁଁ ଆଣିବାକୁ, ମୋ ହସ୍ତରେ କିଛି ନାହିଁ, ନିଶ୍ଚିନ୍ତ ଭାବରେ ମୁଁ ତୁମ୍ଭର କ୍ରୁଶକୁ ମୁଁ ଦୃଢ଼ ଭାବରେ ଧରି ରୁହେ, ବସ୍ତ୍ର ପାଇଁ ଉଲଗ୍ନହୋଇ ତୁମ ପାଖକୁ ଆସେ, ଅସହାୟଭାବେ ଅନୁଗ୍ରହ ପାଇଁ ତୁମକୁ ଦେଖେ, ନିର୍ଝର ପ୍ରତି ଅପବିତ୍ର ମୁଁ [ଯିଏ ଯୀଶୁ], ମୋତେ ଧୋଇ ଦିଅ ହେ ତ୍ରାଣକର୍ତ୍ତା କିମ୍ବା ମୁଁ ମରିବି।”
ତାହା ସବୁ ବିଷୟ ହିଁ ଆଧ୍ୟାତ୍ମିକ ଦରିଦ୍ର ଅବସ୍ଥା ଅଟେ। ଏହା ଆତ୍ମ-ପ୍ରଚୁରତାର ବିପରୀତ ଅଟେ। ଏହା, ପ୍ରକୃତରେ, ଖ୍ରୀଷ୍ଟ-ପ୍ରଚୁରତା ଅଟେ।
ତେଣୁ ଯୀଶୁ “ଆତ୍ମାରେ ଦୀନହୀନ ଲୋକେ ଧନ୍ୟ” ବୋଲି କହି ଆରମ୍ଭ କରନ୍ତି, ସେମାନେ ଧନ୍ୟ, ଯେଉଁମାନେ ବୁଝନ୍ତି ଯେ ସେମାନଙ୍କ ହସ୍ତରେ କିଛି ନାହିଁ କିନ୍ତୁ ଆଧ୍ୟାତ୍ମିକ ଭାବରେ ସେମାନେ ଈଶ୍ୱରଙ୍କ ନିକଟକୁ ଦେବାଳିଆ ହୋଇ ଆସନ୍ତି, କୌଣସି ବିଷୟରେ ଯୋଗ୍ୟ ନୁହଁନ୍ତି। ଆତ୍ମାର ଏହି ଦୀନବସ୍ଥା ପ୍ରତ୍ୟେକ ଶିଷ୍ୟର ମୌଳିକ ଲକ୍ଷଣ ଅଟେ। ତୁମ୍ଭେ ଧ୍ୟାନ ଦିଅ ଯେ ଏହା ପ୍ରଥମେ ତାଲିକାଭୁକ୍ତ ହୋଇଛି; ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ କାରଣ ଏହା ମଧ୍ୟରୁ ଏକ ସ୍ଵର୍ଗୀୟ ଆନନ୍ଦ ଯେ ଅନ୍ୟ ସ୍ଵର୍ଗୀୟ ଆନନ୍ଦସବୁ ପ୍ରବାହିତ ହୁଅନ୍ତି ପୁଣି ତା'ପରେ ସମସ୍ତ ପାର୍ବତ୍ୟ ଉପଦେଶ ସ୍ଵର୍ଗୀୟ ଆନନ୍ଦସବୁରୁ ପ୍ରବାହିତ ହୁଏ। କିନ୍ତୁ ଏହା ହେଉଛି ଉପଦେଶର ଲଙ୍ଗର; ଏହା ହିଁ ସମଗ୍ର ଉପଦେଶ ଅଟେ। ଆତ୍ମାରେ ଦୀନହୀନ ହେବାର ଅର୍ଥ କ’ଣ? ଏହା ଯୀଶୁ ଖ୍ରୀଷ୍ଟଙ୍କର ପ୍ରତ୍ୟେକ ଶିଷ୍ୟଙ୍କର ମୋଳିକ ଲକ୍ଷଣ ଅଟେ।
ପ୍ରତ୍ୟେକ ବ୍ୟକ୍ତି ଯିଏ ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟ ହୁଏ, ସର୍ବପ୍ରଥମେ, ସେମାନେ ତାହାଙ୍କ ନିକଟରେ ଅର୍ପଣ କରିବାକୁ ସେମାନଙ୍କର କିଛି ନାହିଁ ବୋଲି ବୁଝିକି ଏବଂ ଯଦି ସେମାନେ ସେହି ଉଦ୍ଦେଶ୍ୟକୁ ଆସନ୍ତି ନାହିଁ... ଯଦି ସେମାନେ ଭାବନ୍ତି ଯେ ସେମାନେ ସେମାନଙ୍କ ପରିତ୍ରାଣ ପାଇଁ ମୂଲ କରିପାରିବେ... ଯଦି ସେମାନେ ଭାବନ୍ତି ଯେ ସେମାନଙ୍କୁ ରକ୍ଷା କରିବାକୁ ସେମାନେ ଈଶ୍ୱରଙ୍କୁ ସାହାଯ୍ୟ କରିପାରିବେ... ଯଦି ସେମାନେ ଭାବନ୍ତି ଯେ ସେମାନେ କୌଣସି ପ୍ରକାରେଏହାର ଯୋଗ୍ୟ ଅଟନ୍ତି…
ତାହାହେଲେ ସେମାନେ କଦାପି ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ହୋଇ ନାହାଁନ୍ତି। କାରଣ ଏହା ସବୁ ଆତ୍ମାର ଦୀନତା ସହିତ ଆରମ୍ଭ ହୁଏ; କହିବାକୁଗଲେ “ମୁଁ ଆଧ୍ୟାତ୍ମିକ ଭାବରେ ଦେବାଳିଆ ଅଟେ। ଅର୍ପଣ କରିବାକୁ ମୋ ପାଖରେ ଆଉ କିଛି ନାହିଁ।”
ଆତ୍ମାରେ ଦୀନହୀନ ଲୋକେ ଧନ୍ୟ ଏବଂ ତା’ପରେ ପ୍ରତିଜ୍ଞା ହେଉଛି ଯେ ସ୍ୱର୍ଗରାଜ୍ୟ ସେମାନଙ୍କର, ଈଶ୍ୱରଙ୍କ ରାଜ୍ୟ ସେମାନଙ୍କର। ଈଶ୍ୱରରଙ୍କ ରାଜ୍ୟ ସୃଷ୍ଟିରେ ଓ ସୃଷ୍ଟି ଉପରେ ଈଶ୍ୱରଙ୍କ ଶାସନ ଅଟେ। ଈଶ୍ୱରଙ୍କ ରାଜ୍ୟ ମୋ ଜୀବନରେ ଓ ମୋ ଜୀବନ ଉପରେ ଈଶ୍ୱରଙ୍କ ଶାସନ ଅଟେ ଏବଂ ଯେତେବେଳେ ସେ ମୋ ଜୀବନରେ ଶାସନ କରନ୍ତି, ସେତେବେଳେ ମୁଁ ପ୍ରକୃତରେ ଧନ୍ୟ ଅଟେ। “ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର।”
୨. “ଆତ୍ମାରେ ଦୀନହୀନ” ହେବାର ପରିଣାମ
ଏହି କେନ୍ଦ୍ରୀୟ ନିଶ୍ଚିତତା ପ୍ରଦାନ କରି, ଏହା ପରେ ଯୀଶୁ ଯାହା କରନ୍ତି, ତାହା ହେଉଛି ଯେ ସେ ଅଲୌକିକକୁ ଆକର୍ଷଣ କରି ଆରମ୍ଭ କରନ୍ତି, ଯଦି ତୁମ୍ଭେ ଚାହଁ, ଆତ୍ମାରେ ଦୀନହୀନ ହେବାର ଅର୍ଥର ପରିଣାମ। ଜଣେ ଲେଖକ ସ୍ୱର୍ଗୀୟ ଆନନ୍ଦକୁ ଏକ “ସୁବର୍ଣ୍ଣ ଶିକୁଳି” ବୋଲି କହନ୍ତି ଯେଉଁଠାରେ ପ୍ରତ୍ୟେକ ସଂଯୋଗ ହେଉଛି ଅନ୍ୟଏକ ସ୍ୱର୍ଗୀୟ ଆନନ୍ଦ ପୂର୍ବରେ ଲାଗିଥିବା ଆଙ୍କୁଡ଼ି ଏବଂ ଏଥିରୁ ଟାଣି ବାହାର କରି ସେମାନେ ଏକତ୍ର ସୁବର୍ଣ୍ଣ ଶିକୁଳି ସୃଷ୍ଟି କରନ୍ତି।
କ. ଶୋକାର୍ତ୍ତ ଲକେ ଧନ୍ୟ…
ସେହି ସୁବର୍ଣ୍ଣ ଶିକୁଳିର ଦ୍ୱିତୀୟ ସଂଯୋଗ ହେଉଛି ଦ୍ୱିତୀୟ ସ୍ୱର୍ଗୀୟ ଆନନ୍ଦ; “ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ।” ଏହା ଦୁଃଖ ଦ୍ୱାରା ପରିତ୍ରାଣ ନୁହେଁ; ସେପରି କିଛି ବିଷୟ ନାହିଁ। ତୁମେ ଯେପରି ଚାହୁଁଛ ସେପରି ତୁମର ପାପ ପାଇଁ ତୁମେ ଦୁଖିତ ହୋଇପାରିବ ଏବଂ ତୁମେ ଈଶ୍ୱରରଙ୍କ ରାଜ୍ୟରେ ନାହିଁ। “ଦୁଃଖ ଦ୍ୱାରା ପରିତ୍ରାଣ” ଭଳି କୌଣସି ବିଷୟ ନାହିଁ, ଏବଂ ଏହା ଏପରି କି ପରିତ୍ରାଣ କିମ୍ବା ପାପ ସ୍ୱୀକାର କରି ନିଶ୍ଚିନ୍ତ ଭାବରେ ରାଜ୍ୟରେ ପ୍ରବେଶ କରିବା ନୁହେଁ; କିନ୍ତୁ ଏହା ପରିବର୍ତ୍ତେ, ଯେତେବେଳେ ଆମ୍ଭେମାନେ ଆମର ଆତ୍ମିକ ଦୀନବସ୍ଥା, ଆମର ଆତ୍ମିକ ଦିବାଳିଆପଣ ବୁଝିଥାଉ, ସେତେବେଳେ ଏହା ଆମକୁ ଚଳାଇବା ଉଚିତ- ଏହା ଆମକୁ ନିଶ୍ଚିନ୍ତ ଚଳାଇବା ଆବଶ୍ୟକ- ଯେପରି, ଲୋତକକୁ, ଶୋକକୁ ଏବଂ ଆମର ଶୂନ୍ୟତାର ଆମର ସ୍ୱୀକାରୋକ୍ତି ନିଶ୍ଚିତ ଭାବରେ ଅନୁତାପକୁ, ଗଭୀର ଦୁଃଖକୁ, ମନପରିବର୍ତ୍ତନ କରିବାକୁ ନେଇ ଯିବା ଆବଶ୍ୟକ। ତାହା ହେଉଛି “ଶୋକାର୍ତ୍ତ।” ଏହା କେବଳ “ହଁ ” କହିବା ନୁହେଁ। ଏହା କେବଳ ସତ୍ୟକୁ ସ୍ୱୀକାର କରିବା ନୁହେଁ, ବରଂ ମୋର ଆତ୍ମିକ ଦିବାଳିଆପଣରେ ଏକ ବୁଝାମଣା ଯେ କେବଳ ଏକ ବିଷୟ ଯାହା ଘଟିପାରେ ତାହା ଏହା ଯେ ମୋର ଆତ୍ମିକ ସମ୍ପଦର ନିଜଠାରେ ନିଜର ଅଭାବ ଉପରେ ଶୋକାର୍ତ୍ତ କରିବାକୁ ମୋତେ ଗତି କରିବାକୁ ପଡ଼ିବ।
ଯେତେବେଳେ ମୁଁ ଶୋକାର୍ତ୍ତ ବିଷୟରେ ଭାବେ ସେତେବେଳେ ଯାକୁବ ୪: ୮-୯ ବିଷୟରେ ମୁଁ ଚିନ୍ତା କରେ, ଯେଉଁଠାରେ ଯାକୁବ କହନ୍ତି “ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର ଏବଂ ହେ ଦ୍ଵିମନାମାନେ ତୁମ୍ଭମାନଙ୍କ ହୃଦୟକୁ ଶୁଦ୍ଧ କର। ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ।" ତାହା ହେଉଛି ବାଇବଲ ସମ୍ବନ୍ଧୀୟ ଶୋକ ପରି ଦେଖାଯାଏ। ଯେତେବେଳେ ତୁମେ ସ୍ୱିକାରୋକ୍ତିରୁ ଅନୁତାପକୁ ଯାଅ, ତାହା ସେହି ପରି ଦେଖାଯାଏ, ପୁଣି ପ୍ରତିଜ୍ଞା ହେଉଛି: ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନା ପ୍ରାପ୍ତହେବେ। ସୁବର୍ଣ୍ଣ ଶିକୁଳିରେ ଏହି ଦ୍ୱିତୀୟ ସଂଯୋଗର ଶୁଭବାର୍ତ୍ତା ହେଉଛି ଆଧ୍ୟାତ୍ମିକ ଶୂନ୍ୟତାର ଏକ ସମାପ୍ତି ଅଛି ଏବଂ ସେହି ଭଗ୍ନତା ହିଁ ସମ୍ପୂର୍ଣ୍ଣତାକୁ ଯାଇପାରିବ। ତୁମକୁ ଭଗ୍ନତାରେ ବଞ୍ଚିବାକୁ ପଡିବ ନାହିଁ; ତୁମକୁ ଶୋକରେ ରହିବାକୁ ପଡିବ ନାହିଁ।
ବର୍ତ୍ତମାନ, ତୁମେ ଆରୋଗ୍ୟକର ପ୍ରଚାର ଦ୍ୱାରା ସେଠାକୁ ଯାଅ ନାହଁ ଯାହା ତୁମକୁ ନିଜ ବିଷୟରେ ଉତ୍ତମ ଅନୁଭବ କରିବାକୁ ଚାହେଁ ଏପରିକି ଯେବେ ତୁମେ ଜଣେ ଗୋଳିଆମିଶା, ବରଂ, ଈଶ୍ୱର ହିଁ ଆମର ଭଗ୍ନତା, ଆମର ଶୋକ ମଧ୍ୟଦେଇ ଆମକୁ କଢେଇ ନିଅନ୍ତି ଏବଂ ସେ ଆମକୁ ସମ୍ପୂର୍ଣ୍ଣତାକୁ, ସାନ୍ତ୍ୱନାକୁ କଢେଇ ନିଅନ୍ତି। "ଶୋକାର୍ତ୍ତ ଲୋକେ ଧନ୍ୟ, ସେମାନଙ୍କ ଆତ୍ମିକ ଦୀନତା ସକାଶେ, ଈଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।" ଏବଂ ଯଦି ତୁମେ ଏବଂ ମୁଁ ସମ୍ପୂର୍ଣ୍ଣ ଭାବେ ସାନ୍ତ୍ୱନା ପ୍ରାପ୍ତ ହୋଇ ନାହୁଁ, ବୋଧହୁଏ ଏହାର କାରଣ ହେଉଛି ତୁମେ ଏବଂ ମୁଁ ସମ୍ପୂର୍ଣ୍ଣଭାବେ ଶୋକ କରିନାହୁଁ।
ରୋମୀୟ ୭: ୨୪ ପଦରେ ଥିବା ସେହି ଅନୁଚ୍ଛେଦ ବିଷୟରେ ମୁଁ ମନେ ପକାଇଛି, ଯେଉଁଠାରେ ପାଉଲ ତାଙ୍କ ଜୀବନରେ ଚାଲିଥିବା କେତେକ ପାପ ବିଷୟରେ କହୁଛନ୍ତି ଏବଂ ଏହା କେତେ ନିରାଶଜନକ ଏବଂ ସେ କହନ୍ତି, “ଅତଏବ, ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ, ମୋ ନିକଟରେ ଯେ ମନ୍ଦ ଉପସ୍ଥିତ, ଏହି ବ୍ୟବସ୍ଥା ମୁଁ ଦେଖୁଅଛି।” ଏବଂ ଶେଷରେ ଏହା ଯେପରି ସେ ତାଙ୍କ ମୁଣ୍ଡକୁ ଧରନ୍ତି ଓ ହଲେଇ ସେ କହନ୍ତି “ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ?” ତୁମେ ଦେଖ, ତାହା ହେଉଛି ବାଇବଲ ସମ୍ବନ୍ଧୀୟ ଶୋକ ଅଟେ। ଏବଂ ତା’ପରେ ସେ ନିଜକୁ ଉତ୍ତର ଦେଇ ସେ କହନ୍ତି, “ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଇଶ୍ଵରଙ୍କର ଧନ୍ୟବାଦ ହେଉ।”
ଏହା ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଯେପର୍ଯ୍ୟନ୍ତ ଆମ୍ଭେମାନେ ସ୍ୱର୍ଗରେ ରହି ନାହୁଁ ସେପର୍ଯ୍ୟନ୍ତ ସମୁଦାୟ ସାନ୍ତ୍ୱନା ଆମର ହେବ ନାହିଁ, ତଥାପି ଏହି ସ୍ୱର୍ଗୀୟ ଆନନ୍ଦ ପ୍ରତିଜ୍ଞା କରେ ଯେ ଏପରିକି ବର୍ତ୍ତମାନ ଏଠାରେ ଯେଉଁମାନେ ଶୋକ କରନ୍ତି ସେମାନଙ୍କ ନିମନ୍ତେ ସାନ୍ତ୍ୱନା ଅଛି। ଯେଉଁମାନେ ସେମାନଙ୍କର ଭଗ୍ନତା ଦେଇ ଗତି କରୁଛନ୍ତି ସେମାନଙ୍କ ପାଇଁ ସୁସ୍ଥତା ଅଛି। ”ଶୋକାର୍ତ୍ତ ଲୋକ ଧନ୍ୟ, କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ।"
ଖ. ନମ୍ର ଲୋକେ ଧନ୍ୟ...
ଶିକୁଳିରେ ପରବର୍ତ୍ତୀ ସଂଯୋଗ ହେଉଛି, “ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ।” ତୁମେ ଦେଖିବ, ଯେଉଁ ବ୍ୟକ୍ତି ଚିହ୍ନେ ଯେ ଶୋକାର୍ତ୍ତ, ରୋଦନ ଓ ଏହା ଉପରେ ଭାଙ୍ଗି ପଡିଥିବା ପର୍ଯ୍ୟନ୍ତ ଯେଉଁମାନେ ଆତ୍ମିକ ଭାବରେ ଦେବାଳିଆ, ସେହି ପ୍ରକାରର ବ୍ୟକ୍ତି ଜଣେ ଗର୍ବୀ, ଅହଂକାରୀ, ଆତ୍ମ-ନିର୍ଭରଶୀଳ ବ୍ୟକ୍ତି ହେବାକୁ ଯାଉ ନାହିଁ, ସେମାନେ କି? ନା ସେମାନେ କେବେହେଲେ ଏକ ପାପୋଛ ହେବେ ନାହିଁ। ବରଂ, ସେମାନେ ଜଣେ ନମ୍ର ବ୍ୟକ୍ତି ହେବେ ଏବଂ ପୁନର୍ବାର, “ନମ୍ର” ଶବ୍ଦର ମୋଳିକ ଅର୍ଥ ହେଉଛି ଯେ ସେ କିଏ ସେ ବିଷୟରେ ଜଣେ ନମ୍ର ବ୍ୟକ୍ତିଙ୍କର ଏକ ନିର୍ଭୁଲ ନିର୍ଦ୍ଧାରଣ ଅଛି। ସେ ହେଉଛି ଜଣେ ନମ୍ର ବ୍ୟକ୍ତି ଯାହାର ଏକ ନିର୍ଭୁଲ ନିର୍ଦ୍ଧାରଣ ଅଛି, ସେମାନେ କିଏ ତାହା ସେମାନେ ଜାଣନ୍ତି। ପୁନଶ୍ଚ, ଯୋହନ ଷ୍ଟଟ୍ କହନ୍ତି ଅତ୍ୟାଵଶ୍ୟକତାଭାବରେ “ନମ୍ରତା ହେଉଛି ନିଜର ଏକ ପ୍ରକୃତ ମତ, ଅନ୍ୟମାନଙ୍କ ପ୍ରତି ମନୋଭାବ ଏବଂ ଆଚରଣରେ ନିଜକୁ ପ୍ରକାଶ କରିବା। ଯିଏ ପ୍ରକୃତରେ ନମ୍ର, ସେ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଯାଏ ଯେ ଈଶ୍ୱର ଓ ମଣିଷ ତାଙ୍କ ବିଷୟରେ ଭାବି ପାରିବେ ଏବଂ ସେମାନେ ମଧ୍ୟ ତାଙ୍କ ପ୍ରତି ବ୍ୟବହାର କରିପାରିବେ।”
ତୁମେ ଦେଖ, ଜଣେ ନମ୍ର ବ୍ୟକ୍ତି ଜଣେ ପାପୀକୁ ଦେଖେ ଏବଂ ସେ କହେ “ଈଶ୍ୱରଙ୍କ ଅନୁଗ୍ରହ ପାଇଁ, ସେଠାକୁ, ଯାଏ ମୁଁ।” ଏହା ନମ୍ରତାର ବିପରୀତ ଅଟେ ଯାହା କହେ “ ହେ ଈଶ୍ୱର ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି, ମୁଁ ସେହି ପାପୀ ପରି ନୁହେଁ।” କିନ୍ତୁ ନମ୍ର ବ୍ୟକ୍ତି ପାପୀକୁ ଦେଖେ ଏବଂ କହେ, “ଈଶ୍ୱରଙ୍କ ଅନୁଗ୍ରହ ବ୍ୟତୀତ ତାହା ହିଁ ମୋ ପ୍ରତି ହେବ।”
ତେଣୁ, ସେମାନଙ୍କ ଆତ୍ମିକ ଦେବାଳିଆପଣର କାରଣରୁ ଏବଂ ସେମାନଙ୍କ ଶୋକର କାରଣରୁ ଯେଉଁମାନେ ନମ୍ର, ଯେଉଁମାନେ ବୁଝନ୍ତି ଯେ ସେମାନେ କିଏ ସେମାନଙ୍କ ପାଇଁ, ପ୍ରତିଜ୍ଞା ହେଉଛି ଯେ ସେମାନେ “ପୃଥିବୀର ଅଧିକାରୀ ହେବେ” ଜଣେ ନମ୍ର ବ୍ୟକ୍ତିଙ୍କ ସହିତ ଯାହା ଘଟିବାକୁ ତୁମେ ଆଶା କରିବ ତାହାର ଠିକ ବିପରୀତ, ଠିକ୍? ସ୍ୱାଭାବିକ ଭାବରେ ଗୋଟିଏ ପାପୋଛା ରୂପେ ନମ୍ରତା ବିଷୟରେ ଆମ୍ଭେମାନେ ଭାବୁ। ତେଣୁ ନମ୍ର ବ୍ୟକ୍ତି ହେଉଛନ୍ତି ସେହି ବ୍ୟକ୍ତି ଯିଏ କୌଣସି ସ୍ଥାନକୁ ଯାଆନ୍ତି ନାହିଁ, ମାତ୍ର ଯୀଶୁ କହନ୍ତି ଯେ ନମ୍ର ବ୍ୟକ୍ତି ହିଁ ପୃଥିବୀର ଅଧିକାରୀ ହେବେ।
ସ୍ୱର୍ଗୀୟ ଆନନ୍ଦ, ପାର୍ବତ୍ୟ ଉପଦେଶ, ପ୍ରକୃତରେ ସମସ୍ତ ନୂତନ ନିୟମ ବିରୋଧ-ସାଂସ୍କୃତିକ ଅଟେ। ଜଗତ ଯାହା କହେ ତାହାର ଏହା ଠିକ ବିପରୀତ। ତେଣୁ ଯୀଶୁ କହନ୍ତି ଯେ ପ୍ରଥମରେ ଥିବା ଅନେକ ଲୋକ ଶେଷରେ ପଡିବେ ଏବଂ ଯେଉଁମାନେ ମହାନ ସେମାନେ ନ୍ୟୁନ ହେବେ। ସେବା ପାଇବାକୁ ଆସ ନାହିଁ କିନ୍ତୁ ସେବା କରିବାକୁ ଆସ। ଏହି କାରଣରୁ ଯୋହନ ଷ୍ଟଟଙ୍କ ପୁସ୍ତକ “ଖ୍ରୀଷ୍ଟିୟାନ ବିରୋଧ- ସଂସ୍କୃତି” ଆଖ୍ୟା ଦିଆଯାଇଅଛି। ଏହି କାରଣରୁ ହ୍ୟୁଜଙ୍କ ସର୍ବଶେଷ ପୁସ୍ତକକୁ “ପୃଥକ କର” ବୋଲି କୁହାଯାଏ କାରଣ ଆମ୍ଭମାନଙ୍କୁ ବିଭିନ୍ନ ହେବାର ଅଛି।
ନମ୍ର ଲୋକେ ଧନ୍ୟ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭେ କିଏ ଯେଉଁମାନେ ତାହା ବୁଝନ୍ତି ସେମାନେ ଧନ୍ୟ, କାରଣ ସେମାନେ ହିଁ ପୃଥିବୀର ଅଧିକାରୀ ହେବେ।
ଗ. ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ...
ଯୀଶୁ ତା’ପରେ ଚତୁର୍ଥ ଶିକୁଳିକୁ ଯାଆନ୍ତି ଏବଂ ସେ କହନ୍ତି, “ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ।" ବୁଝିବା ଯେ ନମ୍ର ଲୋକେ ଯେପରି ସେମାନେ ନିଜକୁ ଦେଖନ୍ତି, ସେମାନେ କିଏ ତାହା ଯେପରି ବୁଝନ୍ତି, ସେମାନେ ବୁଝନ୍ତି ଯେ ସେମାନଙ୍କଠାରେ ଏବଂ ନିଜ ଭିତରେ କୌଣସି ଧାର୍ମିକତା ନାହିଁ; ଯଦି ସେମାନେ ଧାର୍ମିକ ହେବାକୁ ଯାଉଛନ୍ତି, ଯଦି ସେମାନେ ଈଶ୍ୱରଙ୍କ ନିକଟରେ ଧାର୍ମିକ ହେବାକୁ ଯାଉଛନ୍ତି, କେବଳ ଗୋଟିଏ ବିଷୟ ଯାହା ଘଟିବାକୁ ଯାଉଅଛି ତାହା ହେଉଛି, ଈଶ୍ୱରଙ୍କ ପାଇଁ ସେମାନଙ୍କୁ ଧାର୍ମିକ କରିବା। ଈଶ୍ୱର ସେମାନଙ୍କୁ ତାହାଙ୍କର ଧାର୍ମିକତା ପ୍ରଦାନ କରିବାକୁ ଯାଉଅଛନ୍ତି। ତେଣୁ ମୋ ନିଜକୁ ଦୃଢୋକ୍ତି କରିବା ଏବଂ “ଉତ୍ତମ କହିବା, ମୁଁ ଏହା କରିବି ଏବଂ ଏହା କରିବି ଏବଂ ମୁଁ ମୋ ପରିତ୍ରାଣ ପାଇବାକୁ ଯାଉଛି, ମୁଁ ଈଶ୍ୱରଙ୍କ ଅନୁଗ୍ରହ ପାଇବାକୁ ଯାଉଛି”, ପରିବର୍ତ୍ତେ ଯେଉଁମାନେ ପ୍ରକୃତରେ ଆତ୍ମାରେ ଦୀନହୀନ, ସେମାନେ ସେମାନଙ୍କ ଧାର୍ମିକତା ପାଇଁ କ୍ଷୁଧିତ ଓ ତୃଷିତ ହେବେ ନାହିଁ, କାରଣ ସେମାନଙ୍କର କିଛି ନାହିଁ, କିନ୍ତୁ ସେମାନେ ଈଶ୍ୱରଙ୍କ ଧାର୍ମିକତା ପାଇଁ କ୍ଷୁଧିତ ଓ ତୃଷିତ ହେବେ।
ଏବଂ ପ୍ରତିଜ୍ଞା ହେଉଛି ଯେ ସେମାନେ “ପରିତୃପ୍ତ ହେବେ।” ମୁଁ ଗୀତସଂହିତା ୧୦୭: ୨ ପରି ପଦଗୁଡ଼ିକ ବିଷୟରେ ଭାବେ। ଈଶ୍ୱରଙ୍କ ବିଷୟରେ ଏହା କହେ ଯେ “କାରଣ ସେ ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି ଓ କ୍ଷୁଧିତ ପ୍ରାଣକୁ ସେ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ କରନ୍ତି।”
କିମ୍ବା ଯୋହନ ୬: ୩୫ ପଦରେ ଯୀଶୁ କହନ୍ତି, “ମୁଁ ସେହି ଜୀବନଦାୟକ ଆହାର। ଯେ କେହି ମୋ ନିକଟକୁ ଆସେ, ସେ କ୍ଷୁଧିତ ହେବ ନାହିଁ ଏବଂ ଯେ ମୋ'ଠାରେ ବିଶ୍ୱାସ କରେ ସେ କଦାପି ତୃଷିତ ହେବ ନାହିଁ।”
ଏହା ହେଉଛି ପରିତୃପ୍ତ ଯାହା ଆମ ରାଜା ଆମ ପାଖରେ ରଖନ୍ତି ଏବଂ ସେ ରାଜା ଅଟନ୍ତି ଏବଂ ଆମ୍ଭେମାନେ ତାହାଙ୍କ ରାଜ୍ୟରେ ତାହାଙ୍କ ଶିଷ୍ୟ ଅଟୁ, ଏବଂ ପ୍ରତିଜ୍ଞା ହେଉଛି ଯଦି ତୁମେ ଏବଂ ମୁଁ ତାହାଙ୍କ ଧାର୍ମିକତା ପାଇଁ କ୍ଷୁଧିତ ଓ ତୃଷିତ, ତେବେ ତୁମେ ଏବଂ ମୁଁ ପରିତୃପ୍ତ ହେବା। ଏବଂ ଯଦି ତୁମେ କ୍ଷୁଧିତ, ଏବଂ ତୁମର କ୍ଷୁଧା ପରିତୃପ୍ତ ହୁଏ ନାହିଁ, ଏବଂ ଯଦି ତୁମେ ତୃଷିତ ଏବଂ ତୁମର ତୃଷା ପରିତୃପ୍ତ ହେଉ ନାହଁ, ଏବଂ ମୁଁ ତାହାଙ୍କ ପରି କଥାବାର୍ତ୍ତା କରିବାକୁ ଆରମ୍ଭ କରିବା ବିନା ଯୋହନ ପିପର ପାଖରେ ଅଧିକ ସମୟ ରହିପାରିବି ନାହିଁ, ଯଦି ସେ ତୁମର ସବୁଠାରୁ ମହାନନ୍ଦ ନୁହେଁ ଏବଂ ଯଦି ଯୀଶୁ ତୁମର ଗଭୀରତମ ଆନନ୍ଦ ନୁହଁନ୍ତି, ତା’ହେଲେ ବୋଧହୁଏ ଏହା, କାରଣ ଆମ୍ଭେମାନେ କେବଳ ତାହାଙ୍କ ଧାର୍ମିକତା ପାଇଁ କ୍ଷୁଧିତ ଓ ତୃଷିତ ହେବା ପରିବର୍ତ୍ତେ ତାହାଙ୍କ ଧାର୍ମିକତା ଉପରେ ଅଳ୍ପ ଅଳ୍ପ କରି ଖାଇ ଓ ପାନ କରିଅଛୁ।
ଗୀତସଂହିତା ୪୨:୧ ରେ ଥିବା ପ୍ରତିଛବି ଅତି ଶକ୍ତିଶାଳୀ ଅଟେ। "ହରିଣୀ ଯେରୂପ ଜଳସ୍ରୋତ ପାଇଁ ଧକାଏ, ସେରୂପ ହେ ପରମେଶ୍ୱର, ମୋ' ପ୍ରାଣ ତୁମ୍ଭ ପାଇଁ ଧକାଏ।" ନିର୍ଦ୍ଦୟ ଭାବରେ ଜଣେ ଶିକାରୀ ଦ୍ୱାରା ଜଙ୍ଗଲ ମଧ୍ୟରେ ଘଉଡାଯାଇଥିବା ହରିଣୀର ଏହା ଗୋଟିଏ ଛବି, ଯିଏ ଅବିରତ ଦୌଡ଼ି ଦୌଡ଼ି ମୃତ୍ୟୁର ଶେଷ ସୀମା ପର୍ଯ୍ୟନ୍ତ ପହଞ୍ଚି, ପ୍ରାଣବିକଳେ ପାନ କରିବାକୁ କିଛି ଖୋଜୁଅଛି। ପୁଣି ଶିକାରୀ ଦ୍ଵାରା ଶିକାର ହେବାର ଭୟ ସତ୍ତ୍ବେ ତାହାକୁ ରହିବାକୁ ଅଛି ପୁଣି ପାନ କରିବାକୁ ଅଛି। ତାହାକୁ ଜଳ ପାନ କରିବାର ଅଛି। ହରିଣୀ ଯେରୂପ ଜଳସ୍ରୋତ ପାଇଁ ଧକାଏ, ସେରୂପ ମୋ' ପ୍ରାଣ ତୁମ୍ଭ ଧାର୍ମିକତା ପାଇଁ କ୍ଷୁଧିତ ଓ ତୃଷିତ। ଏବଂ ମୁଁ ଚିନ୍ତା କରେ ଯେ ଆମ୍ଭମାନଙ୍କ ମଧ୍ୟରୁ କେତେଜଣ ଈଶ୍ୱରଙ୍କ ଧାର୍ମିକତା ପାଇଁ କ୍ଷୁଧିତ ଓ ତୃଷିତ ଅଟୁ? ଏବଂ ଅନ୍ୟ ପକ୍ଷେ ଆମ୍ଭମାନଙ୍କ ମଧ୍ୟରୁ କେତେଜଣ ଅଳ୍ପ ଖାଇ ଓ ପାନ କରି ସନ୍ତୁଷ୍ଟ ହେଉ।
ଆମ୍ଭେମାନେ ଗୀତ ଗାଉ “ଯୀଶୁ ତୁମକୁ ଜାଣିବାଠାରୁ, ଆଉ କୌଣସି ବଡ଼ ବିଷୟ ନାହିଁ।” ଏବଂ ମୁଁ ଆଶ୍ଚର୍ଯ୍ୟ ହୁଏ ଯେ ପ୍ରକୃତରେ ତାହା ଆମ୍ଭେମାନେ କେତେ ଅଧିକ ବିଶ୍ୱାସ କରୁ।
ବିଶେଷତଃ ଏହା ପ୍ରଥମ ଓ ଚତୁର୍ଥ ସ୍ୱର୍ଗୀୟ ଆନନ୍ଦର ସଂଯୋଗରେ ନିହିତ ଅଛି ଯେ ସୁନ୍ଦରଭାବରେ ତୁମର ଗୋଟିଏ କେବଳ ସୁସମାଚାରର ମର୍ମର ସ୍ପଷ୍ଟ ଅଭିବ୍ୟକ୍ତି ଅଛି। ଏହା ଆତ୍ମାରେ ଦୀନହୀନ ହେବା ଦ୍ୱାରା ଆରମ୍ଭ ହୁଏ, ତାହା ମୋ ହସ୍ତରେ ଏପରି କିଛି ନାହିଁ ଯାହା ମୁଁ ଈଶ୍ୱରଙ୍କ ନିକଟକୁ ଆଣି ପାରିବି ଯାହା ମୋତେ ଉଦ୍ଧାର ହେବାର ଯୋଗ୍ୟ ହେବ। ଏବଂ ତୁମେ ତାହାଙ୍କ ଆଡକୁ ଦେଖ ଏବଂ ଯିଏ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଶିଷ୍ୟ ନୁହଁନ୍ତି, ତାହାଙ୍କ ଆଣ୍ଠୁଗୁଡିକକୁ ଚଳାଇ ଦିଆଯାଇଛି, କାରଣ ସେହି ବ୍ୟକ୍ତି “ଠିକଅଛି, ମୁଁ ଏହା କରିପାରିବି ଏବଂ ଈଶ୍ୱର ମୋତେ ସ୍ୱର୍ଗକୁ ଯିବାକୁ ଦେବେ।” କିମ୍ବା “ମୁଁ ଅନ୍ୟ ବ୍ୟକ୍ତିଙ୍କ ପରି ଖରାପ ନୁହେଁ, ତେଣୁ କୌଣସି ପ୍ରକାରେ ତାହା ମୋତେ ସ୍ୱର୍ଗକୁ ନେଇଯିବ” କହିବା ବନ୍ଦ କରିବାର ଅଛି। କିନ୍ତୁ ଯେତେବେଳେ, ବିଶେଷତଃ, ଅବିଶ୍ୱାସୀ, ଅଣ-ଶିଷ୍ୟ ପ୍ରଥମ ସ୍ୱର୍ଗୀୟ ଆନନ୍ଦକୁ ଦେଖେ, ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, ଏହା ତା'ଙ୍କ ହାତରେ କିଛି ନାହିଁ ବୋଲି ମାନ୍ୟତା ଦେଇ ସେହି ବ୍ୟକ୍ତିଙ୍କୁ ଆଣ୍ଠୁକୁ ଚଳାଇବା ଉଚିତ୍।
ମୁଁ ଅନେକ ଥର (ABC)ଏ ବି ସି ର ବିଷୟରେ କଥାବାର୍ତ୍ତା କରେ। (A)ଏ - ତୁମେ ଜଣେ ପାପୀ ଅଟ ବୋଲି ସ୍ୱୀକାର କର; ସ୍ୱୀକାର କର ଯେ ତୁମେ ଈଶ୍ଵରଙ୍କଠାରୁ ପୃଥକ ଅଛ; ଯେ ତୁମର ପାପ ତୁମକୁ ଈଶ୍ଵରଙ୍କଠାରୁ ଅଲଗା କରିଦେଇଛି ଏବଂ ତୁମ ହସ୍ତରେ କିଛି ନାହିଁ ଯାହାକୁ ତୁମେ ଆଣି ପାରିବ। ଏବଂ ତା 'ପରେ…
(B)ବି- ବିଶ୍ୱାସ କର ଯେ କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ତୁମର ପାପ ପାଇଁ ଦଣ୍ଡ ଭୋଗିଅଛନ୍ତି। ଏହା ହେଉଛି ୪ର୍ଥ ସ୍ୱର୍ଗୀୟ ଆନନ୍ଦ ଅଟେ। ଯେଉଁମାନେ ଈଶ୍ୱରଙ୍କ ଧାର୍ମିକତା ଅନ୍ୱେଷଣ କରନ୍ତି, ସେମାନେ ଧନ୍ୟ, ଧାର୍ମିକତା ଯାହା କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ଦ୍ୱାରା ଉପଲବ୍ଧ ହେଲା ତାହା ଯେଉଁମାନେ ଆତ୍ମାରେ ଦୀନହୀନ ସେସମସ୍ତଙ୍କୁ ମୁକ୍ତ ଭାବରେ ପ୍ରଦାନ କରାଯାଇପାରିବ। ଏହା କେବଳ ସୁସମାଚାର ପ୍ରକାଶ କରିବାର ଅନ୍ୟ ଏକ ପଥ। ଆତ୍ମାରେ ଦୀନହୀନ ଓ ଅତଏବ କ୍ଷୁଧିତ ହେବା ଓ ତୃଷିତ ହେବା, ଆମର ଧାର୍ମିକତା ପାଇଁ ନୁହେଁ, ବରଂ କ୍ରୁଶରୁ ଆସିଥିବା ଧାର୍ମିକତା ପାଇଁ ଏବଂ ଯୀଶୁ ଖ୍ରୀଷ୍ଟ ତୁମ ପାଇଁ ଏବଂ ମୋ ପାଇଁ ଯାହା କରିଛନ୍ତି।
୩. ଅନ୍ୟମାନଙ୍କ ସହିତ ସମ୍ପର୍କ ସ୍ଥାପନ କର।
ଠିକ୍ ଅଛି, ଯୀଶୁ ସ୍ଵର୍ଗୀୟ ଆନନ୍ଦସକଳର ପ୍ରଥମାର୍ଦ୍ଧ ଶେଷ କରନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଷ୍ୟ ଉପରେ ଧ୍ୟାନ ଦିଆଯାଇଅଛି ଓ ସେ କିପରି ଈଶ୍ୱରଙ୍କ ସହ ସମ୍ପର୍କ ରଖେ ସ୍ଵର୍ଗୀୟ ଆନନ୍ଦସକଳର ଦ୍ୱିତୀୟାର୍ଦ୍ଧ ପରିବର୍ତ୍ତନ ହୁଏ ଯାହା ତୁମେ ଏବଂ ମୁଁ ଅନ୍ୟ ଲୋକଙ୍କ ସହିତ କିପରି ସମ୍ପର୍କ ରଖୁ ତାହା ଉପରେ ଧ୍ୟାନ ଦେଇଥାଏ। ଅନ୍ୟ ଅର୍ଥରେ, ଯଦି ତୁମେ ତୁମର ଆତ୍ମାର ଦରିଦ୍ର ଅବସ୍ଥା ବୁଝ, ଏହା ତୁମକୁ ଶୋକ ଓ ବିଳାପ କରିବାକୁ ଚାଳନା କରିଅଛି, ତୁମେ କିଏ ସେ ବିଷୟରେ ତୁମେ ଏକ ନିର୍ଭୁଲ ନିର୍ଦ୍ଧାରଣକୁ ଆସିଅଛ; ତୁମେ ନମ୍ର ଓ ଅତଏବ ତୁମ ନିଜର ଧାର୍ମିକତା ପଛରେ କ୍ଷୁଧିତ ନୁହଁ, ଯେଉଁଥିରେ କେହି ନାହାଁନ୍ତି, କିନ୍ତୁ ସେହି ଯୀଶୁ ଖ୍ରୀଷ୍ଟଙ୍କର। ତେବେ ତୁମେ କିପରି ଅନ୍ୟ ଲୋକମାନଙ୍କ ସହିତ ସମ୍ପର୍କ ରଖିବାକୁ ଯାଉଅଛ?
କ. ଦୟାଳୁ ଲୋକେ ଧନ୍ୟ...
ଏହିପରି ସୁବର୍ଣ୍ଣ ଶିକୁଳିରେ ୫ମ ସଂଯୋଗ କହେ “ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ।” ଦୟା ନିଶ୍ଚିନ୍ତ ଭାବରେ ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଦୟା ଅଟେ ଏବଂ ଯଦି ତୁମେ ଓ ମୁଁ ଆମ୍ଭମାନଙ୍କ ନିଜର ଆତ୍ମିକ ଦେବାଳିଆପଣକୁ ବୁଝି ପାରୁ। ତା’ହେଲେ ଆମ୍ଭେମାନେ କିପରି ଅନ୍ୟ ଲୋକଙ୍କୁ ଦୟା ସମ୍ପ୍ରସାରିତ ନ କରି ରହି ପାରିବା ଏବଂ ଅନ୍ୟ ଲୋକଙ୍କୁ ଦୟା ସମ୍ପ୍ରସାରିତ କରିବାରେ, ଆମ୍ଭେମାନେ ଦେଖିବାକୁ ପାଉ ଯେ ଉଭୟ ଈଶ୍ଵରଙ୍କଠାରୁ ଏବଂ ଅନ୍ୟ ଲୋକଙ୍କଠାରୁ ଏହା ଆମକୁ ଫେରାଇ ଦିଆଯିବ। କିନ୍ତୁ ଯଦି ତୁମେ ଓ ମୁଁ ଅହଂକାର ଓ କ୍ରୋଧରେ ଲୋକମାନଙ୍କ ପ୍ରତି ପ୍ରତ୍ୟୁତ୍ତର କରୁ ଏବଂ ଦୟା ସହିତ ନୁହେଁ, ତେବେ ଆମ୍ଭେମାନେ ସମ୍ଭବତଃ ଆମର ଦୀନତା ସହ ଏବଂ ଈଶ୍ୱରରଙ୍କ ଧାର୍ମିକତାକୁ ଦୃଢ଼ ଭାବରେ ଧରିବାକୁ ଏପର୍ଯ୍ୟନ୍ତ ଆସିନାହୁଁ। "ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ। ”
ଖ. ଶୁଦ୍ଧଚିତ୍ତ ଲୋକେ ଧନ୍ୟ...
ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ। ଏହାର ଅତ୍ୟନ୍ତ ମୌଳିକ ସ୍ତରରେ “ଶୁଦ୍ଧ” ଶବ୍ଦର ଅର୍ଥ ହେଉଛି “ଅବିଭାଜିତ” କିମ୍ବା “ଅମିଶ୍ରିତ”। ଏହା କପଟତାର ବିପରୀତ, ଦୁଇ-ମୁଖୀ ହେବାର ବିପରୀତ ଅଟେ। ପୁଣି ଯୀଶୁ କହୁଛନ୍ତି, ଯେଉଁମାନଙ୍କ ଆନୁଗତ୍ୟ ସେମାନଙ୍କର ରାଜାଙ୍କ ପ୍ରତି ଅବିଭାଜିତ, ଯେଉଁମାନେ ରାଜାଙ୍କ ପ୍ରତି ସମ୍ପୂର୍ଣ୍ଣରୂପେ ସମର୍ପିତ; ସମ୍ପୂର୍ଣ୍ଣରୂପେ ଉତ୍ସର୍ଗୀକୃତ ଶିଷ୍ୟ ସେମାନେ ଧନ୍ୟ। ଅନ୍ୟ ଶବ୍ଦରେ ସେମାନେ “ଶୁଦ୍ଧ” ଅଟନ୍ତି। ସେମାନେ ସେମାନଙ୍କ କେତେକ ସମୟ ଜଗତକୁ ଓ କେତେକ ସମୟ ଈଶ୍ଵରଙ୍କୁ ଦେଉ ନାହାଁନ୍ତି, କିନ୍ତୁ ସେମାନେ ରାଜାଙ୍କ ପ୍ରତି ସେମାନଙ୍କ ଆନୁଗତ୍ୟରେ ଶୁଦ୍ଧ ଓ ଅବିଭାଜିତ ଅଟନ୍ତି।
ବର୍ତ୍ତମାନ ପରବର୍ତ୍ତୀ ପର୍ବରେ, ମାଥିଉ ୬: ୨୪ ପଦରେ, ଯୀଶୁ କହିବାକୁ ଯାଉଛନ୍ତି “କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣକୁ ଅବଜ୍ଞା କରିବ। ତୁମ୍ଭେମାନେ ଈଶ୍ୱର ଓ ଧନ, ଉଭୟର ଦାସ ହୋଇ ପାର ନାହିଁ।” ଈଶ୍ୱର ଓ ଭୌତିକ ଜଗତକୁ। ଯଦିବା ଆମ୍ଭେମାନେ ଚେଷ୍ଟା କରୁ। କିନ୍ତୁ ଏହା ସେହି ପ୍ରକାରେ ହୋଇପାରିବ ନାହିଁ। ମୁଁ ୭୫% ରଖି ଓ ଈଶ୍ୱରଙ୍କୁ ୨୫% ଦେଇପାରିବି ନାହିଁ। ଆମ୍ଭମାନଙ୍କ ଆଭ୍ୟନ୍ତରରେ ଏପରି କିଛି ଅଛି ଯାହା ଆମର ବିଶ୍ୱସ୍ତତା ଚାହେଁ, ଆମର ହୃଦୟ ବିଭାଜିତ ହେବାକୁ ଚାହେଁ। ଏଥି ମଧ୍ୟରୁ କିଛି ଈଶ୍ୱରଙ୍କୁ ଏବଂ କିଛି ମୋର ନିଜ ପାଇଁ ରଖିବି। କିନ୍ତୁ ଯଦି ତୁମେ ଜଣେ ଆଂଶିକ-ସମୟ ଶିଷ୍ୟ ତେବେ ଈଶ୍ୱରଙ୍କ ଦର୍ଶନ ପାଇବାର କୌଣସି ପ୍ରତିଜ୍ଞା ନାହିଁ। ଯଦି ତୁମେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ବେଳେବେଳେ-ସମର୍ପିତ ଶିଷ୍ୟ ତେବେ ଈଶ୍ୱରଙ୍କୁ ଦର୍ଶନ କରିବାର କୌଣସି ପ୍ରତିଜ୍ଞା ନାହିଁ। “ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ଵରଙ୍କ ଦର୍ଶନ ପାଇବେ।”
ଗ. ଶାନ୍ତିକାରକ ଲୋକେ ଧନ୍ୟ...
ଯୀଶୁ ଶିକୁଳିରେ ୭ମ ସଂଯୋଗକୁ ଗତି କରନ୍ତି। "ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ଵରଙ୍କ ସନ୍ତାନ ବୋଲି ଖ୍ୟାତ ହେବେ।" ତୁମେ ଦେଖ, ଯଦି ଜଣେ ବ୍ୟକ୍ତି ଦୟାଳୁ; ଯଦି ଜଣେ ବ୍ୟକ୍ତି ଶୁଦ୍ଧଚିତ୍ତ, ଯଦି ସେ ଯୀଶୁଙ୍କର ସମ୍ପୂର୍ଣ୍ଣ ସମର୍ପିତ ଶିଷ୍ୟ, ତେବେ ସେ ହିଂସା ଅନୁଧାବନ କରିବାକୁ ଯିବ ନାହିଁ, ବରଂ, ସେ ସେମାନଙ୍କ ରାଜାଙ୍କ ଚରିତ୍ରରେ ଅଂଶୀଦାର ହେବ ଏବଂ ତେଣୁ ସେମାନେ ତାହାଙ୍କ ସନ୍ତାନ କିଅବା ତାହାଙ୍କ ସନ୍ତତି ହେବେ ପୁଣି ଈଶ୍ୱର ଜଣେ ଶାନ୍ତିର ପରମେଶ୍ୱର ହେବେ ଏବଂ ତା'ଙ୍କର ସନ୍ତାନମାନେ ଶାନ୍ତିକାରକ ହେବେ। ବର୍ତ୍ତମାନ ଏହା, ସ୍ପଷ୍ଟ ଭାବରେ, କୌଣସି ପ୍ରକାର ଶାନ୍ତି ନୁହେଁ। କିନ୍ତୁ କିଛି ବିଷୟ ଅଛି ଯାହା ଆମକୁ କରିବାକୁ ପଡିବ ଯାହା ଶାନ୍ତିକୁ ବିଚଳିତ କରେ; ତାହା ହେଉଛି ପାପ, ଈଶ୍ଵରତତ୍ତ୍ୱ, ବିଭିନ୍ନ ମାନସକଳ ଯେଉଁଠିକୁ ଆମକୁ ଆହ୍ୱାନ କରାଯାଏ। କିନ୍ତୁ ମୁଁ ଭାବୁଛି ଯେ ଯୀଶୁ ଯାହା କହୁଛନ୍ତି ତାହା ସମାନ କଥା ଯାହା ପାଉଲ ରୋମୀୟ ୧୨ ପର୍ବରେ କହୁଛନ୍ତି। ୧୮ ପଦରେ ଯେଉଁଠାରେ ପାଉଲ ରୋମୀୟ ମଣ୍ଡଳୀ କୁ କହିଛନ୍ତି, “ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ”। ଏମିତି ସମୟ ଆସିବ ଯେଉଁଠାରେ ଶାନ୍ତି ରହିବ ନାହିଁ, କିନ୍ତୁ ଯେତେ ଦୂର ଏହା ଆମ ଉପରେ ନିର୍ଭର କରେ, ବାସ୍ତବରେ ଆମକୁ କୁହାଯାଏ ଯେ ଆମ୍ଭେମାନେ ଦୟାଳୁ ଏବଂ ବାସ୍ତବରେ ଆମ୍ଭେମାନେ ଶୁଦ୍ଧଚିତ୍ତ, ଆମକୁ “ଶାନ୍ତିକାରକ ” ଭାବରେ ବର୍ଣ୍ଣିତ କରାଯିବ।
କିନ୍ତୁ ପରିଶେଷରେ, ତୁମକୁ ଓ ମୋତେ ଶାନ୍ତିକାରକ ହେବାକୁ ଚେଷ୍ଟା କରିବାକୁ ଯେତେ କଠିନ ହେଲେ ମଧ୍ୟ କିଛି ଫରକ ପଡେ ନାହିଁ, ସମୟ ଆସିବ ଯେଉଁଠାରେ ଶାନ୍ତି ଘଟିବ ନାହିଁ ଏବଂ ଏହା ହେଉଛି ୮ମ ଏବଂ ଅନ୍ତିମ ସ୍ଵର୍ଗୀୟ ଆନନ୍ଦ।
ଘ. ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ
୧୦ ପଦରେ, “ଧାର୍ମିକତା ନିମନ୍ତେ ତାଡନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର।” ଏବଂ ସମ୍ଭବତଃ ତାହା ଗିଳିବାକୁ ଅତ୍ୟନ୍ତ କଷ୍ଟକର ବଟିକା ତାହା ଜାଣି, ଯୀଶୁ ଏକ ଭାଷ୍ୟ ଯୋଗ କରି କହିଅଛନ୍ତି, “ଲୋକେ ଯେବେ ତୁମ୍ଭମାନଙ୍କୁ ମୋ' ସକାଶେ ନିନ୍ଦା ଓ ତାଡ଼ନା କରନ୍ତି,”[ଏହା ତାଡନା ନୁହେଁ କାରଣ ତୁମେ ଏକ ନିର୍ବୋଧ ଅଟ। ଏହା ହେଉଛି ତାଡନା କାରଣ ତୁମେ ଯୀଶୁ ଖ୍ରୀଷ୍ଟଙ୍କର ଶୁଦ୍ଧଚିତ୍ତ ଶିଷ୍ୟ ଅଟ।] ପୁଣି ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ [ତୁମେ ଈଶ୍ଵରଙ୍କ ଦ୍ୱାରା ଅନୁମୋଦିତ ଅଟ]। ଏହା ହେଉଛି ଯାହା ଆମ୍ଭେମାନେ କରିବା ଉଚିତ୍। "ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରଷ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବବର୍ତ୍ତୀ ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ।" ତୁମେ ଶାନ୍ତିରେ ବାସ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ କେତେକ ଲୋକ ରହିବେ ଯେଉଁମାନେ ତୁମ ସହିତ ଶାନ୍ତିରେ ବାସ କରିବେ ନାହିଁ! ଏବଂ ଯେହେତୁ ଯେପରି ତୁମେ ତୁମର ଜୀବନରେ ଯୀଶୁ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣରୂପେ ସମର୍ପିତ ଜଣେ ଶିଷ୍ୟ ରୂପେ ବାସ କର, ରାଜାଙ୍କର ଜଣେ ସନ୍ତାନ ଓ ସନ୍ତତି ରୂପେ ବାସ କର, ଏହା ଅବଶ୍ୟ ତାଡନା ଏବଂ ସଂଘର୍ଷରେ ପରିଣତ ହେବ।
ଏହା ଯୋହନ ପର୍ବ ୧୫: ୧୮ ପଦ ଆରମ୍ଭର ଅପେକ୍ଷା ଅନ୍ୟ କେଉଁଠାରେ ବି ଅଧିକ ସ୍ପଷ୍ଟ ଭାବରେ ଉକ୍ତ ନାହିଁ, ଯେତେବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହନ୍ତି “ଯଦି ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି, ଏହା ଜାଣ। ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ ହୋଇଥାଆନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ସ୍ନେହ କରନ୍ତା; କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ ହୋଇ ନାହଁ [ବିରୋଧ -ସଂସ୍କୃତି], ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥିନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ।" ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ବାକ୍ୟ କହିଅଛି, ତାହା ସ୍ମରଣ କର ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ। "ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି ତାହାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ।”
ତା’ପରେ ସେ ପ୍ରତିଜ୍ଞା ଯୋଗ କରନ୍ତି, "କିନ୍ତୁ ଯଦି ସେମାନେ ମୋହର ବାକ୍ୟ ପାଳନ କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କର ବାକ୍ୟ ମଧ୍ୟ ପାଳନ କରିବେ।"
ପୁନଶ୍ଚ, ଯୋହନ ଷ୍ଟଟ୍ କହନ୍ତି “ଆନନ୍ଦ କର ଓ ଉଲ୍ଲସିତ ହୁଅ! ଆମ୍ଭେମାନେ ଜଣେ ଅବିଶ୍ୱାସୀ ପରି ପ୍ରତିଶୋଧ ନେବା ନାହିଁ, କିମ୍ବା ପିଲା ପରି ଦୁଃଖ ପ୍ରକାଶ କରିବା ନାହିଁ (ଅର୍ଥାତ ଯେବେ ଆମ୍ଭେମାନେ ତାଡନା ପ୍ରାପ୍ତ ହେଉ) କିମ୍ବା କୁକୁର ପରି ଆତ୍ମ-ଦୟାରେ ଆମର କ୍ଷତକୁ ଚାଟିବା ନାହିଁ, କେବଳ ଦାନ୍ତ ଦେଖାଇବାକୁ ଓ ଜଣେ ସଂଯତେନ୍ଦ୍ରିୟ ପରି ବହନ କରିବା ନାହିଁ, ତଥାପି ବାହାନା କରିବାକୁ ଛାଡି ଦିଆଯାଇଥିବା ଜଣେ ନିଜ ଯନ୍ତ୍ରଣାରୁ ସନ୍ତୋଷ ଲାଭ କରୁଥିବା ବ୍ୟକ୍ତି ପରି ଆମ୍ଭେମାନେ ଏହା ଉପଭୋଗ କରୁ। [ମୁଁ ଏହାକୁ ଠିକରେ ଲେଖି ପାରିବି ନାହିଁ। ମୋତେ ଏହାକୁ ପଢିବାକୁ ହେବ।] ତା’ପରେ କ’ଣ? ଜଣେ ଖ୍ରୀଷ୍ଟିୟାନ ଯେପରି ଆନନ୍ଦିତ କରିବା ଉଚିତ୍ ସେରୂପ ଆମ୍ଭମାନଙ୍କୁ ଆନନ୍ଦ କରିବାକୁ ହେବ, ଏପରିକି “ଆନନ୍ଦ ପାଇଁ କୁଦିବାକୁ” ହେବ। କାହିଁକି? ଠିକ ଅଛି, ଆଂଶିକ ଭାବରେ ଯୀଶୁ ଯୋଗ କଲେ “କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର”। ଆମ୍ଭେମାନେ ପୃଥିବୀରେ ସବୁବିଷୟ ହରାଇ ପାରୁ କିନ୍ତୁ ଆମ୍ଭେମାନେ ସ୍ୱର୍ଗରେ ସବୁବିଷୟର ଅଧିକାରୀ ହେବା। କାରଣ ଆଂଶିକଭାବରେ ତାଡନା ଯଥାର୍ଥତାର ଏକ ନିଦର୍ଶନ, ଖ୍ରୀଷ୍ଟିୟାନ ପ୍ରାମାଣିକତାର ଏକ ପ୍ରମାଣପତ୍ର ଅଟେ, କିନ୍ତୁ ମୁଖ୍ୟ କାରଣ କାହିଁକି ଆମ୍ଭେମାନେ ଆନନ୍ଦ କରିବା ଉଚିତ ତାହା ହେଉଛି ଯେ ଆମ୍ଭେମାନେ ଦୁଃଖ ଭୋଗ କରୁଅଛୁ, ସେ କହିଲେ, “ମୋ' ସକାଶେ”; ତାହାଙ୍କ ପ୍ରତି ଆମର ଆନୁଗତ୍ୟ ସକାଶେ ଓ ସତ୍ୟ ଏବଂ ଧାର୍ମିକତାର ମାନଦଣ୍ଡ ସକାଶେ। ସାନହେଣ୍ଡ୍ରିନ ଦ୍ୱାରା ସେମାନେ ଆଘାତ ଓ ଧମକ ପ୍ରାପ୍ତହୋଇଥିବାରୁ, ନିଶ୍ଚିତ ଭାବରେ ପ୍ରେରିତମାନେ ଏହି ଶିକ୍ଷାକୁ ଭଲ ଭାବରେ ଶିକ୍ଷା କରିଥିଲେ, "ସେମାନେ ଆନନ୍ଦିତ ହୋଇ ପରିଷଦର ଉପସ୍ଥିତି ଛାଡିଥିଲେ, ତାହାଙ୍କ ନାମ ସକାଶେ ଅପମାନ ସହିବାକୁ ସେମାନେ ଯୋଗ୍ୟ ବିବେଚିତ ହୋଇଥିଲେ"। ସେମାନେ ଜାଣିଥିଲେ, ସେରୂପେ ଆମ୍ଭେମାନେ କରିବା ଉଚିତ୍, ସେହି “କ୍ଷତ ଏବଂ ଆଘାତ ସମ୍ମାନର ପଦକ ଅଟେ”।
ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର।
ଓହଃ! ଆମ୍ଭେମାନେ ଏକ ତାଡନାପ୍ରାପ୍ତ ମଣ୍ଡଳୀ ରୂପେ ଜଣାଯାଉ। ସେହି ମଣ୍ଡଳୀ ନୁହେଁ, ଯେଉଁଠାରେ ମୁଁ ଉପାସନା କରିବାକୁ ପସନ୍ଦ କରେ। ଏକ ମଣ୍ଡଳୀ ନୁହେଁ ଯେଉଁଠାରେ “ଓହଃ,, ବାଇବଲ ପ୍ରଚାର କରାଯାଏ”, କିନ୍ତୁ ଏକ ମଣ୍ଡଳୀ ଯାହା ଲୋକମାନଙ୍କୁ ନେଇ ଗଠିତ, ଯେଉଁମାନେ ଚିହ୍ନନ୍ତି ଯେ ଆମ୍ଭେମାନେ ଆତ୍ମିକ ଭାବରେ ଦେବାଳିଆ ଅଟୁ ଏବଂ ଆମ୍ଭମାନଙ୍କ ନିଜଠାରୁ ଈଶ୍ୱରଙ୍କୁ ଅର୍ପଣ କରିବାର କିଛି ନାହିଁ। ଲୋକମାନଙ୍କର ଦେବାଳିଆପଣ ସେମାନଙ୍କୁ ଶୋକ କରିବାକୁ ଓ ସେମାନଙ୍କର ପାପ ଉପରେ ବିଳାପ କରିବାକୁ ଓ ଏହି ଜଗତରେ ପାପ କରିବାକୁ ଠେଲି ଦେଇଛି। ଏକ ମଣ୍ଡଳୀ ସେ ଯିଏ ନମ୍ର, ଖ୍ରୀଷ୍ଟ ଯୀଶୁଙ୍କଠାରେ ସେମାନେ କିଏ ତାହା ସେ ବୁଝେ; ସେ ତାହାଙ୍କ ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଏବଂ ତା’ପରେ ଏହି ବିଶ୍ୱାସରୁ ଏକ ମଣ୍ଡଳୀ ହେବାକୁ ଯାହା ଏକ ବିରୋଧ- ସାଂସ୍କୃତିକ ଉପାୟରେ ଜୀବନଯାପନ କରିବାକୁ ଆମ୍ଭେମାନେ ଯାଉଅଛୁ ଯୀଶୁ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣଭାବେ ସମର୍ପିତ ଶିଷ୍ୟ ଭାବରେ ତାହା କେବଳ ଗୋଟିଏ ବିଷୟରେ ଶେଷ ହୋଇପାରେ ତାହା ହେଉଛି ତାଡନା। ଓହଃ! ଯଦି ଆମ୍ଭେମାନେ ଏକ ବାଇବଲ ସମ୍ବନ୍ଧୀୟ ମଣ୍ଡଳୀ ହୋଇ ଆମର ବିଶ୍ୱାସ ପାଇଁ ତାଡନା ପ୍ରାପ୍ତ ହେଉ ତେବେ ପ୍ରତ୍ୟେକ ଯେଉଁମାନେ ଆମକୁ ଦେଖିନ୍ତି ସେମାନେ ଜାଣିବେ “ଏହି ଜଗତ ମୋର ବାସ ଗୃହ ନୁହେଁ ଏବଂ ଆମ୍ଭେମାନେ ବର୍ତ୍ତମାନ ଅତିକ୍ରମ କରୁଅଛୁ।”
ଏହା ନିଜରୁ କରିବାକୁ ଅତି କଷ୍ଟ ଜଣାପଡେ କି? ଉତ୍ତର ହଁ ଅଟେ। ବାସ୍ତବରେ ଏହା, ତୁମ ନିଜରୁ କରିବା ଅସମ୍ଭବ ଅଟେ। ଯେ କୌଣସି ଲୋକ ନିଜକୁ ରକ୍ଷା କରିବା ଅପେକ୍ଷା ବରଂ ସୂଚୀର ଛିଦ୍ର ଦେଇ ଓଟର ଯିବା ସହଜ ହେବ। ସେଥିପାଇଁ ଯୀଶୁ ନୀକଦୀମଙ୍କୁ କହି ସାରିଛନ୍ତି ଯେ “ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ।” ତୁମେ ଏବଂ ମୁଁ ଆମର ଆଧ୍ୟାତ୍ମିକ ଦରିଦ୍ରଵସ୍ଥା ସମ୍ପୂର୍ଣ୍ଣ ରୂପେ ଚିହ୍ନିପାରିବାର ଏକମାତ୍ର ଉପାୟ ହେଉଛି ଈଶ୍ୱର ଆମ ହୃଦୟରେ ଏକ କାର୍ଯ୍ୟ କରିବା ଏବଂ ଆମକୁ ସେ ବିଷୟରେ ଅବଗତ କରାଇବା। ଏକ ଉପାୟ ଯେଉଁଥିରେ ଆମ୍ଭେମାନେ ଆମର ପାପସବୁ ସ୍ୱୀକାର କରି, ଈଶ୍ଵରଙ୍କଠାରୁ ଆମର ପୃଥକତାକୁ ସ୍ୱୀକାର କରି ପରିଷେଶ ହେଉ ଏବଂ ତା’ପରେ ଆମ ଜୀବନରେ ଈଶ୍ୱରଙ୍କ ଆତ୍ମାଙ୍କ କାର୍ଯ୍ୟ ଦ୍ୱାରା ସେ ଆମକୁ ନିଜ ଆଡକୁ ଆମକୁ ସାହାଯ୍ୟ କରିବାକୁ ଆକର୍ଷଣ କରନ୍ତି ଯେ କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ଆମର ପାପ ପାଇଁ ଦଣ୍ଡ ଦେଇଥାଏ। ଯେହେତୁ ସେ ଆମକୁ ତାଙ୍କର ଧାର୍ମିକତା ଖୋଜିବା ପାଇଁ ଶକ୍ତି ଦିଅନ୍ତି ଏବଂ ତା’ପରେ ସେହି ଆତ୍ମା ଆମକୁ ଏକ ବିରୋଧ- ସାଂସ୍କୃତିକ ମାର୍ଗରେ ଜୀବନଯାପନ କରିବାକୁ ଆହ୍ୱାନ କରନ୍ତି ଯେପରି ଆମ୍ଭେମାନେ ରାଜ୍ୟର ରାଜାଙ୍କର ସନ୍ତାନ ଓ ସନ୍ତତି ରୂପେ ବାସ କରିବା। ଓହଃ ଆମ୍ଭେମାନେ ସେହି ପ୍ରକାରର ମଣ୍ଡଳୀ ହେଉ।