୩୨. ଅନ୍ବେଷଣକାରୀ ପରମେଶ୍ବ

୧. ଚିନ୍ତିତ ହେବା

ଆପଣ ଲକ୍ଷ୍ୟ କରିଅଛନ୍ତି କି, ଆମ୍ଭେମାନେ କୌଣସି ବସ୍ତୁ କିମ୍ବା ପ୍ରତ୍ୟେକ ବସ୍ତୁ ବିଷୟରେ ଚିନ୍ତା କରିପାରୁ? ମନୁଷ୍ୟ ଭାବରେ ଆମ୍ଭମାନଙ୍କର ସୃଜନଶୀଳତା ସବୁ କ୍ଷେତ୍ରରେ ଦେଖାଯାଏ ଯେଉଁଥିରେ ଆମ୍ଭେମାନେ କେତେକ ବିଷୟରେ ଚିନ୍ତା କରିପାରୁ। ଯଦି ଏହା ନିର୍ମାଣ ହୋଇ ନାହିଁ ତଥାପି ନୂତନ କୋଠାଘରକୁ ଦେୟ ଦେବା ବିଷୟରେ ଆମ୍ଭେମାନେ ଚିନ୍ତା କରିପାରୁ। ଯଦିଓ ଆମ୍ଭେମାନେ କନ୍ୟାଙ୍କ ସହିତ ସମୟ ଅତିବାହିତ କରିବା ଜାଣି ନ ଥାଉ ତଥାପି ବିବାହ ବିଷୟରେ ଆମ୍ଭେମାନେ ଚିନ୍ତା କରିପାରୁ। ଆମ୍ଭେମାନେ ଆୟ ଦେଖି ବ୍ୟୟ ବିଷୟରେ ଚିନ୍ତା କରିପାରୁ, ଏପରିକି ବ୍ୟାଙ୍କରେ ଟଙ୍କା ଥିଲେ ମଧ୍ୟ ଆମ୍ଭେମାନେ ଏବିଷୟରେ ଚିନ୍ତା କରିପାରୁ। ଏଥିରୁ ଜଣାପଡ଼େ ଯେ ଏପରି କୌଣସି ବିଷୟ ନୁହଁ ଯାହା ବିଷୟରେ ଆମ୍ଭେମାନେ ଚିନ୍ତା କରି ନ ପାରୁ। ଏବଂ ମୁଁ ସନ୍ଦେହ କରେ ଯେ ଆମ୍ଭମାନଙ୍କର ଚିନ୍ତାରେ ଆମ୍ଭେମାନେ ଏତେ ସୃଜନଶକ୍ତିସମ୍ପନ୍ନ ହେବାର ଗୋଟିଏ କାରଣ ଯେ ଏହାକୁ ଆମ୍ଭେମାନେ ପସନ୍ଦ କରୁ। ଆମ୍ଭେମାନେ ଏହାକୁ ପସନ୍ଦ କରିବାର କାରଣ ଏହା ବୋଲି ମୁଁ ସନ୍ଦେହ କରେ, ଯେ ଚିନ୍ତା ବାସ୍ତବରେ କେତେକ ବିଷୟ ସମ୍ପାଦନ କରିବାର ଭ୍ରାନ୍ତିକୁ ବହନ କରେ, କିନ୍ତୁ ବାସ୍ତବରେ ତାହା ସମ୍ପାଦନ କରି ନ ଥାଏ। କିଅବା ଅଧିକ ବିପଦପୁର୍ଣ୍ଣ ଭାବରେ, ଆମ୍ଭେମାନେ ନିୟନ୍ତ୍ରଣରେ ଥିବା ଭ୍ରାନ୍ତିକୁ ଚିନ୍ତା ବହନ କରିଥାଏ। ଏବଂ ଆମ୍ଭେମାନେ ଚିନ୍ତା କରିବାକୁ ପସନ୍ଦ କରୁ।

ପାର୍ବତ୍ୟ ଉପଦେଶ ଯାହା ଚିନ୍ତା ବିଷୟରେ ଶିକ୍ଷା ଦିଏ ତାହା ବିରୋଧ-ସାଂସ୍କୃତିକ ଅଟେ

ପାର୍ବତ୍ୟ ଉପଦେଶ ବିରୋଧ-ସାଂସ୍କୃତିକ ଅଟେ ଯେବେ ଚିନ୍ତା ବିଷୟରେ ଏହା ଏହାର ଚରମ ଶିକ୍ଷାଦାନକୁ ଆସେ। ସଂକ୍ଷେପରେ, ଚିନ୍ତା କରିବା  ବିଷୟରେ ଉପଦେଶ କ’ଣ କହେ ସେ ବିଷୟରେ ମୋତେ ସଂକ୍ଷିପ୍ତରେ ବର୍ଣ୍ଣନା କରିବାକୁ ଦିଅନ୍ତୁ। ଯେଉଁ ବ୍ୟକ୍ତି ଆପଣାର ଆଧ୍ୟାତ୍ମିକ ଦାରିଦ୍ର୍ୟବସ୍ଥାକୁ ଚିହ୍ନି ଈଶ୍ୱରଙ୍କ ଧାର୍ମିକତା ଉପରେ ବିଶ୍ୱାସ କରେ, ସେହି ପ୍ରକାରର ବ୍ୟକ୍ତି ଈଶ୍ୱରଙ୍କ ପଛରେ ଦୃଢ଼ ଅନ୍ୱେଷଣ କରିବା ସଙ୍ଗେ ଚିନ୍ତାକୁ ସେ ବିଶ୍ୱାସ ସହିତ ପ୍ରତିସ୍ଥାପନ କରିବା। ସଂକ୍ଷେପରେ, ଚିନ୍ତା ବିଷୟରେ ପାର୍ବତ୍ୟ ଉପଦେଶ ଏହା ହିଁ ଶିକ୍ଷା ଦେଉଅଛି। ବର୍ତ୍ତମାନ ଏହାକୁ ମୋତେ ଖୋଲି ବାହାର କରିବାକୁ ଦିଅନ୍ତୁ

୨. ଶିଷ୍ୟମାନେ ସେମାନଙ୍କର “ଅଟଳ ଆନୁଗତ୍ୟ” ପ୍ରଦାନ କରିଅଛନ୍ତି

ଶିଷ୍ୟମାନେ ଯେପରି ଧନ ସମ୍ପତ୍ତି ଉପରେ କିମ୍ବା ଭୌତିକ ଧନ ଉପରେ ବିଶ୍ୱାସ ନ କରି ତାହାଙ୍କୁ ବିଶ୍ୱାସ କରନ୍ତି ସେଥିନିମନ୍ତେ ଯୀଶୁ ଅନେକ ଅନୁଚ୍ଛେଦରେ ଏହି ବିଷୟରେ ଆଲୋଚନା କରିଆସୁଅଛନ୍ତି। ଶିଷ୍ୟମାନେ ତାହାଙ୍କୁ କିପରି ଆପଣା ରାଜା ଭାବରେ ସେମାନଙ୍କ ଅଟଳ ଆନୁଗତ୍ୟ ପ୍ରଦାନ କରିଅଛନ୍ତି ସେ ବିଷୟରେ ସେ କହି ଆସୁଅଛନ୍ତି। ସେହି ପୃଷ୍ଠଭୂମିରେ, ଆମ୍ଭେମାନେ ମାଥିଉ ୬:୨୫ ପଦଠାରୁ ଆରମ୍ଭ କରିବା

କ. ତର୍କ: (ସୂଚିତ କରେ) ଈଶ୍ୱର ଆମ୍ଭମାନଙ୍କୁ ପୂର୍ବରୁ ଜୀବନ/ଶରୀର ଦେଇସାରିଅଛନ୍ତି

ସେ କହୁଛନ୍ତି ଯେହେତୁ ଆମ୍ଭେମାନେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିଅଛୁ ଏବଂ ନିଜଠାରେ ନୁହେଁ, ତେଣୁ, ସେହି ବିଶ୍ୱାସ ହିଁ ଜୀବନର ପ୍ରତିଦିନର  ଆବଶ୍ୟକତା ବିଷୟରେ ଚିନ୍ତା କରିବାକୁ ଦର୍ଶାଏ। ଦୟାକରି ତର୍କକୁ ଯତ୍ନର ସହ ଦେଖନ୍ତୁ କାରଣ ଏହାର କେତେକାଂଶ ସୂଚିତ ଅଟେ। ସୁଚିତ ଅଂଶ ଏହା ଯେ ଈଶ୍ୱର ଆମ୍ଭମାନଙ୍କୁ ପୂର୍ବରୁ ଜୀବନ ଦେଇସାରିଛନ୍ତି। ଈଶ୍ୱର ଆମ୍ଭମାନଙ୍କୁ ପୂର୍ବରୁ ଆମର ଶରୀର ଦେଇସାରିଛନ୍ତି। ପୁଣି ନିଶ୍ଚିତ ଭାବରେ ସେ ଭୋଜନ ଓ ପାନ କରିବା ଖାଦ୍ୟ ସହିତ ସୃଷ୍ଟି କରିଥିବା ଜୀବନକୁ ସମ୍ଭାଳିବେ। ଏବଂ ନିଶ୍ଚିତ ଭାବରେ ସେ ବସ୍ତ୍ର ସହିତ ସୃଷ୍ଟି କରିଥିବା ଶରୀରକୁ ସମ୍ଭାଳିବେ। ସେ କେବଳ ସୃଷ୍ଟିକର୍ତ୍ତା ନୁହଁନ୍ତି, ମାତ୍ର ସେ ସାହାଯ୍ୟକାରୀ ଅଟନ୍ତି, ସେଥିପାଇଁ ଆପଣଙ୍କର ଓ ମୋର କୌଣସି ଚିନ୍ତା ନାହିଁ।

ଖ. ପ୍ରକୃତିରୁ ଦୁଇଟି ଦୃଷ୍ଟାନ୍ତ

ଯୀଶୁ ଏହି ବିଷୟକୁ ହୃଦୟଙ୍ଗମ କରାଇବା ନିମନ୍ତେ, ପ୍ରକୃତିରୁ ଦୁଇଟି ଦୃଷ୍ଟାନ୍ତ ବର୍ଣ୍ଣନା କରନ୍ତି। ପ୍ରଥମଟି ୨୬ ପଦରେ ଅଛି ଯେଉଁଠାରେ ସେ, ଈଶ୍ୱର ପକ୍ଷୀଙ୍କୁ ଆହାର ଦେଉଥିବା ବିଷୟରେ କହନ୍ତି: “ଆକାଶର ପକ୍ଷୀଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଆହାର ଦିଅନ୍ତି। ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?” ବାସ୍ତବରେ ଉତ୍ତର “ହଁ” ଅଟେ। ତା’ପରେ ସେ ବନ୍ଧନୀ ଭାବରେ ୨୭ ପଦକୁ ଯୋଗ କରନ୍ତି, “ପୁଣି ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ଦଣ୍ଡେ ବୃଦ୍ଧି କରି ପାରେ?” ଆପଣ କାହିଁକି ଚିନ୍ତା କରିବାକୁ ଚାହାନ୍ତି? ଆପଣ ସର୍ବଦା ଚାହୁଁଥିବା ଅନ୍ତ୍ର ଘାକୁ ଆଣିବା ବ୍ୟତୀତ, ବୋଧହୁଏ ଏହା କୌଣସି ଉତ୍ତମ କାର୍ଯ୍ୟ ଆପଣଙ୍କ ନିମନ୍ତେ କରେ ନାହିଁ।

ଆଉ ଦ୍ୱିତୀୟ ଦୃଷ୍ଟାନ୍ତ ଈଶ୍ୱରଙ୍କ ବିଭୂଷିତ ପୁଷ୍ପଗୁଡ଼ିକ ଯାହା ୨୮ ପଦରେ ଆରମ୍ଭ ହେଉଅଛି, “ଆଉ, ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ? କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟ ବିବେଚନା କରି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବନ୍ତି; ସେସବୁ ପରିଶ୍ରମ କରନ୍ତି ନାହିଁ କିମ୍ୱା ସୂତା କାଟନ୍ତି ନାହିଁ, ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ। କିନ୍ତୁ କ୍ଷେତ୍ରର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲିରେ ପକାଯାଏ, ତାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ତେବେ ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତ ରୂପେ ବସ୍ତ୍ର ନ ଦେବେ?” ଯଦି ଈଶ୍ୱର ଆପଣା ସୃଷ୍ଟିର ଯତ୍ନ ନିଅନ୍ତି, ତେବେ ସେ ଆପଣଙ୍କର ଓ ମୋର ମଧ୍ୟ ଯତ୍ନ ନେବେ। ବାସ୍ତବରେ, ସେ ଆପଣଙ୍କର ଓ ମୋହର ଅଧିକ ଯତ୍ନ ନେବେ କାରଣ ଆମ୍ଭେମାନେ ଅତି ମୂଲ୍ୟବାନ ଅଟୁ। ଯୋହନ ଷ୍ଟଟ୍ ମାର୍ଟିନ୍ ଲୁଥରଙ୍କୁ ଉଦ୍ଧୃତ କରନ୍ତି। ଲୁଥର୍ ଲେଖିଛନ୍ତି, “ଆପଣ ଦେଖନ୍ତୁ, ଯୀଶୁ ପକ୍ଷୀମାନଙ୍କୁ ଆମ୍ଭମାନଙ୍କ ବିଦ୍ୟାଳୟ ମୁନିବ ଓ ଶିକ୍ଷକ କରୁଅଛନ୍ତି। ଏହା ଆମ୍ଭମାନଙ୍କ ପ୍ରତି ଏକ ମହାନ ଓ ସ୍ଥାୟୀ ଅପମାନ ଯେ ସୁସମାଚାରରେ ଜଣେ ଅସହାୟ ଘରଚଟିଆ ଜଣେ ଧର୍ମଶାସ୍ତ୍ରୀ ଓ ଜଣେ ପ୍ରଚାରକ ମନୁଷ୍ୟମାନଙ୍କର ଜ୍ଞାନୀ ହେବା ଉଚିତ୍।”

ଏହି ଉଭୟ ଦୃଷ୍ଟାନ୍ତଗୁଡ଼ିକ, ଈଶ୍ୱର ପକ୍ଷୀମାନଙ୍କୁ ଆହାର ଦେବା ଓ ଈଶ୍ୱର ବନ୍ୟପୁଷ୍ପଗୁଡ଼ିକୁ ବିଭୂଷିତ କରିବା, ଗୋଟିଏ ମୌଳିକ ସତ୍ୟ ଉପରେ ଆଧାରିତ ଅଟେ ଏବଂ ଯଦି ଆମ୍ଭେମାନେ ସେହି ମୌଳିକ ସତ୍ୟକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରୁ ନାହୁଁ ତେବେ ଅନୁଚ୍ଛେଦର ପ୍ରବାହ ଭାଙ୍ଗିପଡ଼େ ଓ ବହୁତ କମ୍ ଅର୍ଥ କରେ। ଏହି ଅନୁଚ୍ଛେଦର ମୌଳିକ ସତ୍ୟ ହେଉଛି ଯେ ଈଶ୍ୱର, ବାସ୍ତବରେ, ପକ୍ଷୀମାନଙ୍କୁ ଆହାର ଦିଅନ୍ତି। ପୁଣି ଈଶ୍ୱର ବାସ୍ତବରେ ପୁଷ୍ପଗୁଡ଼ିକୁ ବିଭୂଷିତ କରନ୍ତି। ତାହା ଏହି ଅନୁଚ୍ଛେଦର ଅନ୍ତର୍ନିହିତ ସତ୍ୟ ଅଟେ। ଯେତେବେଳେ ଆପଣ ଗୋଟିଏ ପକ୍ଷୀ ପୋକକୁ ଟାଣୁଥିବାର ଦେଖନ୍ତି, କିମ୍ବା ରେଏନର୍ ପର୍ବତର ପାର୍ଶ୍ୱରେ ବନ୍ୟ ପୁଷ୍ପକୁ ଦେଖନ୍ତି ସେତେବେଳେ ଆପଣ କ'ଣ ଦେଖନ୍ତି? ଯେତେବେଳେ ଆପଣ ଦୂରସ୍ଥ ନକ୍ଷତ୍ରପୁଞ୍ଜସବୁର କିମ୍ବା ସମସ୍ତ ସୃଷ୍ଟିର ଅସୀମ ବିବିଧତାର ଛବିଗୁଡ଼ିକ ଦେଖନ୍ତି, ସେତେବେଳେ ଆପଣ କ’ଣ ଦେଖନ୍ତି? ଆପଣ କଣ ଦେଖନ୍ତି? ଆପଣ ପ୍ରକୃତି ଓ ବିବର୍ତ୍ତନର ଅପ୍ରଭାବିତ ଶକ୍ତିସବୁ କ’ଣ କରେ ତାହା ଦେଖନ୍ତି କି? କିମ୍ବା ଆପଣ ସମସ୍ତ ଜୀବନର ସୃଷ୍ଟିକର୍ତ୍ତା ଏବଂ ରକ୍ଷକଙ୍କୁ ଦେଖନ୍ତି କି?

ଗ. ସୃଷ୍ଟିରେ ଈଶ୍ୱରଙ୍କୁ ଦେଖିବା

ଯେପରି ଆମ୍ଭେମାନେ ସୃଷ୍ଟି ଆଡ଼କୁ ଦୃଷ୍ଟିପାତ କରୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ପ୍ରତି ଦୃଷ୍ଟିପାତ କରିବା ଶିଖିବା ଆବଶ୍ୟକ ଅଟେ। ଯେତେବେଳେ ଆମ୍ଭେମାନେ ସୃଷ୍ଟି ଆଡ଼କୁ ଦୃଷ୍ଟିପାତ କରୁ ସେତେବେଳେ ଆମ୍ଭମାନଙ୍କୁ ଶିଖିବା ଆବଶ୍ୟକ ଯେ ସୃଷ୍ଟିକର୍ତ୍ତା ମଧ୍ୟ ସାହାଯ୍ୟକାରୀ ଓ କାର୍ଯ୍ୟରେ ବ୍ୟସ୍ତ ଅଟନ୍ତି। ଏବଂ ସମୟେ ସମୟେ ଯେତେବେଳେ ଆମ୍ଭେମାନେ ଦୃଷ୍ଟିପାତ କରୁ ଆମ୍ଭେମାନେ ଈଶ୍ଵରଙ୍କୁ ଅଲୌକିକ ଭାବରେ କାର୍ଯ୍ୟ କରିବାର ଦେଖୁ, ନୁହେ କି? ଏକ ନବଜାତ ଶିଶୁକୁ ଯେ ମୃତ୍ୟୁର ଯୋଗ୍ୟ ଥିଲା ତାହାକୁ ଈଶ୍ୱର ଜୀବନ ଦେଉଥିବାର ଆମ୍ଭେମାନେ ଦେଖୁ। ଈଶ୍ୱର ଆପଣା ହସ୍ତ ବିସ୍ତାର କରି ଆପଣଙ୍କ କାରକୁ ଧକ୍କା କରିବାକୁ ଯାଉଥିବା ଟ୍ରକ୍‍କୁ ଅଟକାଉଥିବାର ଆମ୍ଭେମାନେ ଦେଖୁ। ଯେତେବେଳେ ଆମ୍ଭେମାନେ ସୃଷ୍ଟିକୁ ଦେଖୁ, ଆମ୍ଭେମାନେ ଈଶ୍ୱରଙ୍କୁ ଏହିଁ ସବୁରେ କାର୍ଯ୍ୟ କରୁଥିବା ଦେଖୁ, ଯାହାକୁ ଆମ୍ଭେମାନେ ଅଲୌକିକ ବୋଲି କହିଥାଉ, ଯାହାକୁ ହୁଏ ଅସାଧାରଣ ବା ଉଲ୍ଲେଖଯୋଗ୍ୟ ଉପାୟ କୁହାଯାଇପାରେ। କିନ୍ତୁ ଯେତେବେଳେ ଆମ୍ଭେମାନେ ସୃଷ୍ଟିକୁ ଦେଖୁ, “ପ୍ରକୃତିର ନିୟମ” ମଧ୍ୟ ଦେଇ ଈଶ୍ୱର କାର୍ଯ୍ୟ କରିବାର ମଧ୍ୟ ଆମ୍ଭମାନଙ୍କୁ ଶିଖିବା ଆବଶ୍ୟକ। ଯେଉଁ ନିୟମସବୁ ଈଶ୍ୱର ପ୍ରତିଷ୍ଠା କଲେ ସେହିସବୁ ନିୟମ ଈଶ୍ୱର ଏବେ ପର୍ଯ୍ୟନ୍ତ ପରିଚାଳନା କରନ୍ତି। ଯାହାକୁ ଆମ୍ଭେମାନେ ପ୍ରକୃତିର ନିୟମ ବୋଲି କହିଥାଉ (ଏବଂ ଉଚ୍ଚ ବିଦ୍ୟାଳୟରେ ଆପଣ ବିଜ୍ଞାନ ଶିକ୍ଷକଙ୍କୁ ଆପଣଙ୍କୁ ଭିନ୍ନ ଭାବରେ କହିବାକୁ ଦିଅନ୍ତୁ ନାହିଁ) ପ୍ରକୃତିର ନିୟମଗୁଡ଼ିକ ଏପର୍ଯ୍ୟନ୍ତ ଅଲୌକିକ। ମାଧ୍ୟାକର୍ଷଣ ଶକ୍ତି କାର୍ଯ୍ୟ କରେ ନାହିଁ କାରଣ ବସ୍ତୁତ୍ୱ ଆକର୍ଷଣ କରେ। ମାଧ୍ୟାକର୍ଷଣ ଶକ୍ତି କାର୍ଯ୍ୟ କରେ କାରଣ ଈଶ୍ୱର କହିଛନ୍ତି ଯେ ବସ୍ତୁତ୍ୱ ଆକର୍ଷଣ କରିବା ଉଚିତ୍। ଏହା ପରମେଶ୍ୱର; ଏହା “ମାତୃ ପ୍ରକୃତି” ନୁହେଁ ଯିଏ ଜୀବନର ଚକ୍ରକୁ ତଦାରଖ କରେ ଯାହା ରୋବିନ୍ ପକ୍ଷୀ ପାଇଁ ପୋକ ଏବଂ ଉଦ୍ଭିଦ ପାଇଁ ଭାଶ୍ଳେଷଣ ଉତ୍ପାଦନ କରେ। ଈଶ୍ୱର କାର୍ଯ୍ୟରତ ସେ ହିଁ ତାହାଙ୍କ ସୃଷ୍ଟି ସୁରକ୍ଷା କରୁଅଛନ୍ତି। ଆମ୍ଭେମାନେ ଈଶ୍ୱରଙ୍କୁ ଅଲୌକିକ ଭାବରେ ଉଭୟ ନିତିଦିନିଆ ଓ ଅସାଧାରଣ ବିଷୟରେ  କାର୍ଯ୍ୟ କରିବାର ଦେଖିବାକୁ ଶିଖିବା ଆବଶ୍ୟକ ଅଟେ, ସାଧାରଣ ଓ ଅସାଧାରଣ ଭାବରେ, ତାହାସବୁ ଅଲୌକିକ ଅଟେ କାରଣ ଈଶ୍ୱର ପକ୍ଷୀମାନଙ୍କୁ ଆହାର ଦିଅନ୍ତି, ଏହା ଯୀଶୁ କହନ୍ତି। ପୁଣି ଈଶ୍ୱର ପୁଷ୍ପଗୁଡ଼ିକୁ ବିଭୂଷିତ କରନ୍ତି, ଏହା ଯୀଶୁ କହନ୍ତି।

ଏବଂ ଯେତେବେଳେ ଆମ୍ଭେମାନେ ଦେଖୁ ଯେ ଈଶ୍ୱର କେବଳ ବାସ୍ତବରେ ପକ୍ଷୀମାନଙ୍କୁ ଆହାର ଦିଅନ୍ତି ଓ ପୁଷ୍ପଗୁଡ଼ିକୁ ବିଭୂଷିତ କରନ୍ତି, ସେତେବେଳେ ଆମ୍ଭେମାନେ ଦେଖିପାରିବା ଯେ ଈଶ୍ୱର ମୋତେ ମଧ୍ୟ ଆହାର ଦିଅନ୍ତି ଓ ଈଶ୍ୱର ଆପଣଙ୍କୁ ବସ୍ତ୍ର ଦିଅନ୍ତି। ସମୟେ ସମୟେ ତାହାଙ୍କର ସମ୍ଭାଳୁଥିବା କାର୍ଯ୍ୟ ସାଧାରଣ ଉପାୟ ମାଧ୍ୟମରେ ହୋଇଥାଏ ଯେଉଁଥିରେ ସେପରି କିଛି ନ ଥାଏ। ବେଳେବେଳେ ସେ ଆମ୍ଭକୁ ଏକ ନିର୍ଦ୍ଦିଷ୍ଟ ଜନ୍ମ ସମ୍ବନ୍ଧୀ ଗଠନ, ଏକ ନିର୍ଦ୍ଦିଷ୍ଟ ପ୍ରକାରର ବୁଦ୍ଧି, ଜୀବନରେ ଏକ ନିର୍ଦ୍ଦିଷ୍ଟ ଅନୁଭୂତି ଦେଇ ଆମ୍ଭର ଯତ୍ନ ନିଅନ୍ତି ଯାହା ଆମ୍ଭକୁ ଜଣେ ବ୍ୟକ୍ତି ଭାବରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ। ସେ ଆମ୍ଭକୁ ଆମ୍ଭର ଶିକ୍ଷା ଦିଅନ୍ତି ଓ ସେ ଆମ୍ଭକୁ ଆମ୍ଭବୃତ୍ତି ଦିଅନ୍ତି। ଏବଂ ଏହି ସାଧାରଣ କାର୍ଯ୍ୟଗୁଡ଼ିକ ସହିତ, ଯାହା ବିଶ୍ୱାସର ଚକ୍ଷୁରେ ଅଲୌକିକ, ଅର୍ଥାତ୍ ଏହି ସାଧାରଣ ଉପାୟ ସହିତ ଆମ୍ଭେମାନେ କାର୍ଯ୍ୟ କରିବାକୁ ଆହୂତ ହୋଇଅଛୁ, ଠିକ୍ କି? ପକ୍ଷୀମାନେ କାର୍ଯ୍ୟ କରିବା ପରି ଆମ୍ଭକୁ ଯତ୍ନ ସହକାରେ କାର୍ଯ୍ୟ କରିବା ନିମନ୍ତେ ଆହ୍ୱାନ କରାଯାଇଅଛି। ବାସ୍ତବରେ, ପାଉଲ ୨ ଥେସଲନୀକୀୟ ୩: ୧୦ ପଦରେ ଥେସଲନୀକୀୟ ମଣ୍ଡଳୀକୁ କହିଛନ୍ତି, “ଯେକେହି  କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ।” ଏହା ଅଳସୁଆ ହେବାର କ୍ଷମା ପ୍ରାର୍ଥନା ନୁହେଁ।

କିନ୍ତୁ ଅନେକ ସମୟରେ ସେ ସାଧାରଣ ଉପାୟ ମାଧ୍ୟମରେ ଆମ୍ଭ ପାଇଁ ଯୋଗାନ୍ତି ଏବଂ ଆମ୍ଭମାନଙ୍କୁ ଭଲ ଅର୍ଥରେ ସେଗୁଡ଼ିକର ସୁବିଧା ନେବା ସହିତ ସେମାନଙ୍କ ଉପରେ କାର୍ଯ୍ୟ କରିବା ଉଚିତ୍; ତଥାପି ଅନ୍ୟ ସମୟରେ ସେ ଉଲ୍ଲେଖଯୋଗ୍ୟ, ଅସାଧାରଣ, ଆଶ୍ଚର୍ଯ୍ୟଜନକ ବିସ୍ମୟ ମାଧ୍ୟମରେ ଆମ୍ଭର ଯତ୍ନ ନେବେ।

ମୁଁ ସ୍ନାତକୋତ୍ତର ବିଦ୍ୟାଳୟରେ ମୋର ଜଣେ ବନ୍ଧୁଙ୍କୁ ସ୍ମରଣ କରେ। ତା'ଙ୍କ ନାମ ଜିନ୍ ଅଟେ ଏବଂ ଦିନେ ମୁଁ ଜିନ୍ ଓ ମହାକାୟ ଓଲକୋବି ବିଷୟରେ ଏକ ଛୋଟ କାହାଣୀ ପସନ୍ଦ କଲି। ତାଙ୍କ ପାଖରେ ଟଙ୍କା ନ ଥିଲା। ମୁଁ ବିଶ୍ୱାସ କରେ, ତା'ଙ୍କର ଲୋକମାନେ ବିଶ୍ୱାସୀ ନ ଥିଲେ। ସେମାନେ ତାହାଙ୍କ ଶିକ୍ଷା ପ୍ରାପ୍ତ ହେବା ଅନୁମୋଦନରେ ନ ଥିଲେ। ଦିନେ ସେ ଘରକୁ ଯାଉଥିବା ସମୟରେ ରାସ୍ତା କଡ଼ରେ ଗୋଟିଏ ମହାକାୟ ଓଲକୋବି ପାଇଲେ। ସେ ଏହାକୁ ତିନି ଦିନ ପର୍ଯ୍ୟନ୍ତ ଖାଇଲେ। ତିନି ଦିନ ଶେଷରେ, ଅପ୍ରତ୍ୟାଶିତ ଭାବରେ ତାଙ୍କ ସ୍ଥାନୀୟ ମଣ୍ଡଳୀରୁ ଏକ ଉପହାର ଆସିଲା, ଯେଉଁଥିରେ ପରବର୍ତ୍ତୀ ମାସରେ ତା'ଙ୍କୁ ପ୍ରାପ୍ତ କରିବା ପାଇଁ ଯଥେଷ୍ଟ ଅର୍ଥ ଥିଲା। ଏବଂ ଆମ୍ଭେମାନେ ସେହି ପ୍ରକାରର କାହାଣୀ ନେଇପାରିବା ଏବଂ ସେଗୁଡ଼ିକୁ ହଜାର ହଜାର ଓ ଲକ୍ଷେ ଲକ୍ଷେ ଗୁଣରେ ବଢ଼ାଇ ପାରିବା ଯେପରି ଈଶ୍ୱର ତାହାଙ୍କ ସୃଷ୍ଟିର ଯତ୍ନ ନିଅନ୍ତି, ଯେହେତୁ ଈଶ୍ୱର ତାହାଙ୍କ ସୃଷ୍ଟିକୁ ବଞ୍ଚାନ୍ତି, କେବଳ ସାଧାରଣ ଉପାୟ ମଧ୍ୟ ଦେଇ ନୁହେଁ ମାତ୍ର ଅସାଧାରଣ ଉପାୟ ମଧ୍ୟ ଦେଇ ଯତ୍ନ ନିଅନ୍ତି।

ଏହି ଅନୁଚ୍ଛେଦର ଅର୍ଥ ଏହା ଯେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଆମ୍ଭମାନଙ୍କୁ ସୃଷ୍ଟି କଲେ ଏବଂ ସେ ଆମ୍ଭମାନଙ୍କ ନିମନ୍ତେ ପ୍ରଦାନ କରିବାକୁ ସମର୍ପିତ ହୋଇଅଛନ୍ତି ତେଣୁ, ଆମ୍ଭମାନଙ୍କୁ ଚିନ୍ତା କରିବା ଆବଶ୍ୟକ ନାହିଁ।

୩. ବିଷୟ ପୁନରୁକ୍ତି (୩୧ ପଦ) - ଦୁଇଟି କାରଣ (୩୨ ପଦ)

ତା’ପରେ ଯୀଶୁ ନିଜ ବିଷୟକୁ ୩୧ ପଦରେ ପୁନରାବୃତ୍ତି କଲେ, “ଏଣୁ କଅଣ ଖାଇବା? ଅବା କଅଣ ପିଇବା? କିଅବା କଅଣ ପିନ୍ଧିବା? ଏହା କହି ଚିନ୍ତିତ ହୁଅ ନାହିଁ।” ତା’ପରେ ସେ ଆଉ ଦୁଇଟି କାରଣ ସହିତ ଜାରି ରଖନ୍ତି।

କ. "କାରଣ ବିଜାତିମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି"

ପ୍ରଥମଟି ହେଉଛି, “ବିଜାତିମାନଙ୍କ ପାଇଁ, [ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟ ନୁହନ୍ତି]। କାରଣ ବିଜାତିମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି।” ଆପଣ ଜାଣନ୍ତି ଯେଉଁମାନେ ଈଶ୍ଵରଙ୍କୁ ଜାଣନ୍ତି ନାହିଁ, ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ତାହାଙ୍କୁ ଜାଣନ୍ତି ନାହିଁ, ସେମାନେ ବଞ୍ଚିବା ପାଇଁ ଯଥାର୍ଥ ଭାବରେ ଚିନ୍ତିତ ହୁଅନ୍ତି, କାରଣ ଈଶ୍ଵର କୌଣସି ପ୍ରତିଜ୍ଞା କରି ନାହାଁନ୍ତି, ସେମାନଙ୍କ ପ୍ରତି କୌଣସି ପ୍ରତିଶ୍ରୁତି ଦେଇ ନାହାଁନ୍ତି, ଆହାର ପାଇଁ ପ୍ରତିଶ୍ରୁତି ଦେଇ ନାହାଁନ୍ତି। ବସ୍ତ୍ର ପାଇଁ ପ୍ରତିଶ୍ରୁତି ଦେଇ ନାହାଁନ୍ତି। ସେ ଧାର୍ମିକ ଓ ଅଧାର୍ମୀକମାନଙ୍କ ଉପରେ ବର୍ଷା ପଠାଇବେ, କିନ୍ତୁ ସେମାନଙ୍କ ପ୍ରତି ତାହାଙ୍କର ଏହିପରି ପ୍ରତିଶ୍ରୁତିବଦ୍ଧତା ନାହିଁ। ଏବଂ ସେମାନେ ଯଥାର୍ଥ ଭାବରେ ଚିନ୍ତିତ ଏବଂ ଭାବନ୍ତି ଯେ ଖାଦ୍ୟ ଏବଂ ବସ୍ତ୍ର ବ୍ୟତୀତ ଜୀବନରେ ଆଉ କିଛି ନାହିଁ। କିନ୍ତୁ ଯେତେବେଳେ ଆପଣ ଏବଂ ମୁଁ ଖାଦ୍ୟ ବିଷୟରେ ଚିନ୍ତା କରୁ, ଯେତେବେଳେ ଆପଣ ଏବଂ ମୁଁ ବସ୍ତ୍ର ବିଷୟରେ ଚିନ୍ତା କରୁ, ଆମ୍ଭେମାନେ ଦେଖୁ ପୁଣି ସେମାନଙ୍କ ପରି ଶବ୍ଦ କରୁ। ଏବଂ ତାହା ହୋଇପାରିବ ନାହିଁ, କାରଣ ଆମ୍ଭେମାନେ ପରସ୍ପର ବିରୋଧୀ-ସାଂସ୍କୃତିକ ଅଟୁ। ତାହା ପାର୍ବତ୍ୟ ଉପଦେଶ ଅଟେ, ଠିକ୍ କି? ଆମ୍ଭେମାନେ ଅଲଗା ହେବାକୁ ତଥାକଥିତ। ଆମ୍ଭେମାନେ ପୃଥିବୀର ଲବଣ। ଆମ୍ଭେମାନେ ଜଗତର ଜ୍ୟୋତିଃ। ଆମ୍ଭେମାନେ ପୃଥକ ହୋଇଅଛୁ। ଆମ୍ଭେମାନେ ଏହି ଜଗତରେ ଅଛୁ କିନ୍ତୁ ଜଗତର ନୋହୁଁ। ଆମ୍ଭେମାନେ ଜଗତ ସଦୃଶ ଦେଖାଯିବା ନିମନ୍ତେ ସମର୍ଥନ କରିପାରିବା ନାହିଁ। ଯେଉଁ ମୁହୂର୍ତ୍ତରେ ଆମ୍ଭେମାନେ ଜଗତ ପରି ଦେଖିବାକୁ  ଏବଂ ଧ୍ୱନି କରିବାକୁ ଏବଂ ବାସ କରିବାକୁ ଆରମ୍ଭ କରୁ, ସେହି ମୁହୂର୍ତ୍ତରେ ଆମ୍ଭେମାନେ ଆଉ ଲବଣ ଓ ଜ୍ୟୋତିଃ ନୋହୁଁ; ଆଉ ଆମ୍ଭେମାନେ ଏହି ଜଗତରେ ଆମ୍ଭମାନଙ୍କ କାର୍ଯ୍ୟ ସମ୍ପାଦନ କରିପାରିବା ନାହିଁ। ବିଜାତୀୟମାନଙ୍କ ପରି ଦେଖାଯିବାକୁ ଆମ୍ଭେମାନେ ସମର୍ଥନ କରିପାରିବା ନାହିଁ।

ଖ. “ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ପ୍ରୟୋଜନ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି"

କିନ୍ତୁ ତା’ପରେ ଦ୍ୱିତୀୟ କାରଣ ଅଛି, ସେ କହନ୍ତି, “ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ପ୍ରୟୋଜନ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି", ଏବଂ ସେ ଯେପରି ଯୁକ୍ତିତର୍କ କରିଆସୁଅଛନ୍ତି, ସେପରି ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେହିସବୁ ପ୍ରଦାନ କରିବାକୁ ସମର୍ପିତ ହୋଇଅଛନ୍ତି। ଚିନ୍ତା କରିବା ହିଁ ଈଶ୍ଵରଙ୍କ ପ୍ରେମ ଏବଂ ପ୍ରତିଜ୍ଞା ଏବଂ ଯୋଗାଣ ଉପରେ ପ୍ରଶ୍ନ କରିବା ଅଟେ। ଚିନ୍ତା କରିବା ହିଁ ଈଶ୍ଵରଙ୍କ ପ୍ରେମ ଏବଂ ପ୍ରତିଜ୍ଞା ଏବଂ ଯୋଗାଣ ଉପରେ ପ୍ରଶ୍ନ କରିବା ଅଟେ। କିମ୍ବା ଏହାକୁ ଅନ୍ୟ ଏକ ଉପାୟରେ କହିବାକୁ ଗଲେ, ଚିନ୍ତା କରିବା ହିଁ ବ୍ୟବହାରିକ ନାସ୍ତିକତା ଏବଂ ଈଶ୍ଵରଙ୍କୁ ଅପମାନ କରିବା ଅଟେ। ଏହି କାରଣରୁ ୩୦ ପଦରେ ଯୀଶୁ କହନ୍ତି, “ହେ ଅଳ୍ପ ବିଶ୍ୱାସୀମାନେ!” ଏହା ଗୋଟିଏ କାରଣ ଯେ ମୋ’ ପାଖରେ ଥିବା ଗୋଟିଏ ଦିନ ସ୍ଥାନର ଜ୍ୟୋତିର୍ବିଜ୍ଞାନ ଚିତ୍ରକୁ ମୁଁ ଦେଖିବା ପାଇଁ ଭଲ ପାଏ। ମୁଁ ଯେପରି ଏହି ବିଶ୍ୱରେ ଈଶ୍ୱରଙ୍କ ନକ୍ଷତ୍ରପୁଞ୍ଜର ଚିତ୍ର ପ୍ରତି ଦୃଷ୍ଟିପାତ କରିବାକୁ ଆରମ୍ଭ କରେ, ସେପରି ମୋତେ ସେହି ଈଶ୍ୱରଙ୍କୁ ସ୍ମରଣ କରାଇ ଦିଆଯାଏ ଯେ ସେ ନିହାରିକାକୁ ସୃଷ୍ଟି କଲେ ଓ ସେ ତାହା ବଜାୟ ରଖନ୍ତି ଯାହା ମୁଁ କେବେ ମଧ୍ୟ ଦେଖିବି ନାହିଁ, ପ୍ରକୃତରେ, ଯେଉଁ ଈଶ୍ଵର ମୋତେ ସୃଷ୍ଟି କଲେ, ବାସ୍ତବରେ, ସେ ହିଁ ମୋତେ ସମ୍ଭାଳନ୍ତି। ଯିଏ ମୋ ପାଇଁ ନିଜକୁ ସମର୍ପିତ କରିଅଛନ୍ତି ଏବଂ ମୁଁ ଏକ ନାସ୍ତିକ ରୂପେ କାର୍ଯ୍ୟ କରିପାରିବି ନାହିଁ। ମୁଁ କାର୍ଯ୍ୟ କରିପାରିବି ନାହିଁ,ବିଶ୍ଵ ଈଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା ବ୍ୟକ୍ତି ଜଣକ ପରି ମୋତେ ଅଭିନୟ କରି ଚିନ୍ତା କରିବା ଆବଶ୍ୟକ ନୁହେ

ଗ. ଭଲ ଓ ମନ୍ଦ ଚିନ୍ତା

ବର୍ତ୍ତମାନ ଏକ ଚିନ୍ତିତ ଅବସ୍ଥା ଅଛି ଯାହା ଉତ୍ତମ ଅଟେ, ନୁହଁ କି? ଏହା ପାଇଁ ଆମର ଅନ୍ୟ ଶବ୍ଦ ଅଛି। ଆମ୍ଭେମାନେ ଏହାକୁ ଚିନ୍ତା ବା କିଛି ବୋଲି କହିଥାଉ। ଏବଂ ଆମର ନିଶ୍ଚିତ ଭାବରେ ଚିନ୍ତାଧାରା ଅଛି ଯାହା ବୈଧ ଅଟେ। ଆମର ଏକ ଚିନ୍ତା ଅଛି ଯାହା ଆମକୁ ପ୍ରତିଦିନ ପ୍ରଭୁଙ୍କ ପରି କଠିନ ପରିଶ୍ରମ କରିବାକୁ ଏବଂ ଅଳସୁଆ ନ ହେବାକୁ ଆହ୍ୱାନ କରେ। ଆମର ନିଜ ପାପ ଏବଂ ଅନ୍ୟମାନଙ୍କ ଆବଶ୍ୟକତା ପାଇଁ ଆମର ଚିନ୍ତା ଅଛି। ଏପରି ଚିନ୍ତାଧାରା ଅଛି ଯାହା ବୈଧ, ଶାସ୍ତ୍ର ସମ୍ବନ୍ଧୀୟ ଓ ଏହା ଆମ ଜୀବନର ଏକ ଅଂଶ ବୋଲି ସେହିସବୁ ଅନୁମାନ କରାଯାଏ। ଆମ୍ଭେମାନେ ସବୁବେଳେ ଦାନ୍ତ ଦେଖାଇ ଚକ୍ଷୁ ବନ୍ଦ କରି ଜୀବନ ଦେଇ ଯିବା ଅନୁଚିତ। ତାହା ଜୀବନର ବାଇବଲ ସମ୍ବନ୍ଧୀୟ ଚିତ୍ର ନୁହେଁ।

କିନ୍ତୁ ଏକ ଉଦବିଗ୍ନତା ଅଛି ଯାହା ବିଶ୍ୱାସର ଅଭାବରୁ ଆସିଥାଏ। ଏକ ଉଦବିଗ୍ନତା ଆସେ ଯେତେବେଳେ ଆପଣ ଓ ମୁଁ ହୃଦବୋଧ କରୁ ଯେ ଯେଉଁ ଈଶ୍ୱର ଆମକୁ ଜୀବନ ଦେଲେ ସେ କ'ଣ ସେହି ଜୀବନକୁ ବଞ୍ଚାଇବେ ନାହିଁ। ଏହା ବିଶ୍ୱାସର ଅଭାବ ଯାହା ଈଶ୍ୱରଙ୍କୁ ସିଂହାସନଚ୍ୟୁତ କରେ। ଏବଂ ମୁଁ ମୋ ଜୀବନର ସିଂହାସନ ଉପରେ ଆଚ୍ଛାଦିତ ହୋଇ ବସେ ଓ ମୁଁ ଦାୟିତ୍ୱ ନେବାକୁ ଚେଷ୍ଟା କରେ ଏବଂ ମୋର ରାଜ୍ୟର ଗୋଟିଏ ଗୁଣ ଏହା ଯେ ମୁଁ ଚିନ୍ତା କରିବାକୁ ପସନ୍ଦ କରେ। ଯେତେବେଳେ ଆପଣ ଏବଂ ମୁଁ ଏହି ପ୍ରକାରର ଆତ୍ମ କେନ୍ଦ୍ରିକ, ବିଶ୍ୱାସହୀନ, ଉଦବିଗ୍ନ ଜୀବନ ଯାପନ କରୁ ସେତେବେଳେ ଆମ୍ଭେମାନେ ଆତ୍ମ ପ୍ରେମ ସମ୍ବନ୍ଧୀୟ ନାସ୍ତିକ ହେଉ।

୪. “କରନ୍ତୁ ନାହିଁ” “କରନ୍ତୁ” ଦ୍ୱାରା ପୁନଃସ୍ଥାପିତ ହୋଇଅଛି  

କିନ୍ତୁ ସୌଭାଗ୍ୟବଶତଃ, ନକାରାତ୍ମକ, “କର ନାହିଁ”, ଯାହା ଏହି ବିଷୟର ଏହି ଅନୁଚ୍ଛେଦ ମଧ୍ୟ ଦେଇ ଚାଲୁ ରହେ ତାହା ୩୩ ପଦରେ “କର" ଏକ ସକାରାତ୍ମକ, ସହିତ ପୁନଃସ୍ଥାପିତ ଅଟେ, [ଚିନ୍ତା କରୁଥିବା ଜୀବନ ଏବଂ ଅଳ୍ପ ବିଶ୍ୱାସର ଜୀବନ ତୁଳନାରେ] ”କିନ୍ତୁ ତୁମ୍ଭେମାନେ ପ୍ରଥମେ ଈଶ୍ୱରଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।” ଦୟାକରି ୩୩ ପଦର ପ୍ରସଙ୍ଗ ମନେରଖନ୍ତୁଆପଣ ଏବଂ ମୁଁ  ଆମ୍ଭମାନଙ୍କର ଆଧ୍ୟାତ୍ମିକ ଦରିଦ୍ର ଅବସ୍ଥାକୁ ଚିହ୍ନୁ। ଆମ୍ଭେମାନେ ଆତ୍ମାରେ ଦୀନହୀନ ଅଟୁ। ଆମ୍ଭେମାନେ ବୁଝୁ ଯେ ଆମ ପାପର ମୁକାବିଲା କରିବା ପାଇଁ ଆମ ନିଜ ପାଖରେ କିଛି ନାହିଁ ଯାହାକୁ ଆମ୍ଭେମାନେ ଈଶ୍ୱରଙ୍କୁ ଅର୍ପଣ କରିପାରିବା ଏବଂ ଆମ୍ଭମାନଙ୍କୁ ପରିତ୍ରାଣ ଅର୍ଜନ କରିପାରିବା ନିମନ୍ତେ କିମ୍ବା ତାଙ୍କ ଅନୁଗ୍ରହ ପାଇବା ନିମନ୍ତେ ମଧ୍ୟ ଆମ ନିଜ ପାଖରେ କିଛି ନାହିଁ। ଆମ୍ଭେମାନେ ଆଧ୍ୟାତ୍ମିକ ଭାବରେ ଦରିଦ୍ର, ଯେଉଁ ପର୍ଯ୍ୟନ୍ତ ଆମ୍ଭେମାନେ ନିଜର ପାପ ଏବଂ ଏହି ଜଗତର ପାପ ପାଇଁ ଶୋକ କରୁ। ଏବଂ ଯେହେତୁ ଏପରି କିଛି ନାହିଁ ଯାହା ଆମକୁ ସ୍ୱାଭାବିକ ଭାବରେ ପୂର୍ଣ୍ଣ କରିବ, ଆମ୍ଭେମାନେ ଈଶ୍ୱରଙ୍କ ଧାର୍ମିକତା ପାଇଁ କ୍ଷୁଧିତ ଓ ତୃଷିତ ହେବା। ଆମ୍ଭେମାନେ ପ୍ରାର୍ଥନା କରୁ, “ତୁମ୍ଭର ରାଜ୍ୟ ଆସୁ, ତୁମ୍ଭ ଇଚ୍ଛା ସଫଳ ହେଉ।” ଆମ୍ଭେମାନେ ଏପରି ଲୋକ, ଯେଉଁମାନେ ନିଜ ଉପରେ ବିଶ୍ୱାସ କରିବା ପରିବର୍ତ୍ତେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବାକୁ ମନୋନୀତ କରିଅଛୁ; ଏବଂ ସେଥିପାଇଁ, ଜୀବନର ଆବଶ୍ୟକତା ବିଷୟରେ ଚିନ୍ତା କରିବା ଅପେକ୍ଷା, ଈଶ୍ୱର ନିଜକୁ ଯତ୍ନ ନେବା ପାଇଁ ନିଜକୁ ସମର୍ପିତ କରିଛନ୍ତି, ଚିନ୍ତା କରିବା ପରିବର୍ତ୍ତେ, ଆମ୍ଭେମାନେ ଈଶ୍ୱରଙ୍କ ରାଜ୍ୟ ଅନ୍ୱେଷଣ କରି ନିଜକୁ ପୂର୍ଣ୍ଣ କରୁ।

କିନ୍ତୁ ଏହା ସର୍ବପ୍ରଥମେ ଆମ୍ଭମାନଙ୍କ ହୃଦୟସବୁରେ ଓ ଆମ୍ଭମାନଙ୍କ ମନସବୁରେ ଓ ଆମ୍ଭମାନଙ୍କ ଜିହ୍ୱାସବୁରେ ଓ ଆମ୍ଭମାନଙ୍କ କାର୍ଯ୍ୟସବୁରେ, ଆମ୍ଭେମାନେ ତାହାଙ୍କ ଶାସନ, ମୋ ଜୀବନରେ ତାହାଙ୍କର ଆଧିପତ୍ୟ ଅନ୍ୱେଷଣ କରୁ। ମଣ୍ଡଳୀର ଭାଇ ଓ ଭଉଣୀ ଭାବରେ ଆମ୍ଭେମାନେ ଏହାକୁ ଆମ୍ଭମାନଙ୍କ ମଧ୍ୟରେ ଅନ୍ୱେଷଣ କରୁ। ଆମ୍ଭେମାନେ ଈଶ୍ୱରଙ୍କ ଶାସନ ଅନ୍ୱେଷଣ କରୁ ଏବଂ ଶୀଲୋ ପାହା ପାଖାପାଖି ଅଞ୍ଚଳ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ରାଜତ୍ୱ କରୁ। ଆମ୍ଭେମାନେ ସର୍ବପ୍ରଥମେ, ଅନ୍ୟ ସମସ୍ତ ବିଷୟ ଅପେକ୍ଷା, ଆପଣା ଆପଣାକୁ ଈଶ୍ୱରଙ୍କ ସହିତ ପୂର୍ଣ୍ଣ କରିବା ଏବଂ ତାହାଙ୍କୁ  ଅଧିକ ଉପଲବ୍ଧ କରିବା। ଆମ୍ଭେମାନେ ତାହାଙ୍କର ଧାର୍ମିକତା ଅନ୍ୱେଷଣ କରିବା। ଆମ୍ଭେମାନେ ଅନ୍ୱେଷଣ କରୁ ଯେ ଈଶ୍ୱରଙ୍କ ନ୍ୟାୟସଙ୍ଗତ ମାନସବୁ ପ୍ରତିଷ୍ଠିତ ଏବଂ ଅନୁସରଣ କରାଯାଉ। ସେ ପବିତ୍ର ବୋଲି ଦେଖାଯାଏ ଏବଂ ଏହା ହିଁ ତାହାଙ୍କର ଧାର୍ମିକତା ଯାହା ଲୋକମାନେ ମୋ ଜୀବନରେ ଦେଖନ୍ତି। ଏହା ହିଁ ତାହାଙ୍କର ଧାର୍ମିକତା ଯାହାକୁ ଆମ୍ଭେମାନେ ପରସ୍ପରର ଜୀବନରେ ଦେଖୁ। ଏବଂ ପରିଶେଷରେ ଦିନେ ଏହା ତାହାଙ୍କର ଧାର୍ମିକତା ଯାହାକୁ ଆମ୍ଭେମାନେ ପୃଥିବୀର ପ୍ରତ୍ୟେକ କୋଣରେ ଦେଖୁ। ଯେତେବେଳେ ସେ ପୁନର୍ବାର ଫେରି ଆସିବେ ସେତେବେଳେ ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜାନୁ ନତ ହେବ ଏବଂ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ। ଏହି ସମସ୍ତ କଲା ପରେ, ଚିନ୍ତା କରିବା କେତେ ଉତ୍ତମ ଅଟେ?

ଏକ ମଣ୍ଡଳୀ ଭାବରେ ଆମ୍ଭମାନଙ୍କ ସାର ବକ୍ତ୍ୟବ କ’ଣ? ଏହା କେଉଁଠାରୁ ଆସିଲା ବୋଲି ଆପଣ ଭାବନ୍ତି? ଆମ୍ଭେମାନେ ସତ୍ୟ ଓ ଆତ୍ମାରେ ଈଶ୍ଵରଙ୍କୁ ଅନୁସରଣ କରୁଥିବା ଲୋକ ଅଟୁ। ଏହା ଠିକ୍ ମାଥିଉ ୬:୩୩ ପଦ ମଧ୍ୟରୁ ଆସେ। ଆମ୍ଭେମାନେ ଈଶ୍ଵରଙ୍କୁ ଅନୁସରଣ କରୁଥିବା ଲୋକ ଅଟୁ, ଯେଉଁମାନେ ତାହାଙ୍କ ରାଜ୍ୟ, ତାହାଙ୍କ ରାଜତ୍ୱ, ତାହାଙ୍କ ଶାସନ, ଓ ଅନ୍ୟ ସମସ୍ତ ଅପେକ୍ଷା ତାହାଙ୍କ ଧାର୍ମିକତା ଅନ୍ୱେଷଣ କରନ୍ତି। ଆମ୍ଭେମାନେ ଆପଣାକୁ ଈଶ୍ୱରଙ୍କ ପ୍ରେମ, ବିଶ୍ୱାସ ଓ ଅନୁସରଣରେ ପରିପୂର୍ଣ୍ଣ କରୁ କାରଣ ସେ ଆମକୁ ତାହା କରିବାକୁ ସକ୍ଷମ କରିଅଛନ୍ତି; ଯେଉଁ ଈଶ୍ଵର ଆମ୍ଭମାନଙ୍କୁ ଜୀବନ ଦେଇଛନ୍ତି ସେ ଯେପରି ଉପଯୁକ୍ତ ଦେଖନ୍ତି ସେହି ଜୀବନକୁ ସମ୍ଭାଳିବା ନିମନ୍ତେ ମଧ୍ୟ ପ୍ରତିଜ୍ଞା  କରିଛନ୍ତି। ଏବଂ ସେହି ପ୍ରକାର ଜୀବନରେ ଅବିଶ୍ୱାସ ଚିନ୍ତା ସ୍ଥାନ ନାହିଁ, ସେଠାରେ ଅଛି କି?

ଏବଂ ପ୍ରତିଜ୍ଞା ଯେ ଯେବେ ଆମ୍ଭେମାନେ ତାହାଙ୍କୁ ଅନ୍ୱେଷଣ କରୁ, ଯେବେ ଆମ୍ଭେମାନେ ନିଜକୁ ଈଶ୍ଵରଙ୍କ ସହିତ ପୂର୍ଣ୍ଣ କରୁ, ଯେବେ ଆମ୍ଭେମାନେ ତାହାଙ୍କର ଅଧିକ ଉପଲବ୍ଧ ହେଉ ଓ ତାହାଙ୍କ ଧାର୍ମିକତା ଅନ୍ୱେଷଣ କରୁ, ତେବେ ଏହି ସମସ୍ତ ବିଷୟ ମଧ୍ୟ ନିଶ୍ଚିତ ଭାବରେ ଆମ୍ଭମାନଙ୍କୁ ଦିଆଯିବ। ଯେପରି ଆମ୍ଭେମାନେ ଖୋଜୁ, ସେପରି ସେ ଆମ୍ଭମାନଙ୍କ ପ୍ରୟୋଜନ ବିଷୟ ଦିଅନ୍ତି, ଆମ୍ଭମାନଙ୍କ ଅଭିଳାଷସବୁ ନୁହେଁ, କିନ୍ତୁ ସେ ଆମ୍ଭମାନଙ୍କୁ ଆପଣା ଆପଣାର ପ୍ରୟୋଜନ ବିଷୟ ଦିଅନ୍ତି। ବେଳେବେଳେ ଯାହା ମଧ୍ୟ ଦେଇ ନିତିଦିନିଆ ଦେଖାଯାଏ ଓ ତଥାପି ଏହା ଆଶ୍ଚର୍ଯ୍ୟଜନକ ଓ ଅବର୍ଣ୍ଣନୀୟ, ତଥାପି ବେଳେବେଳେ ସେ ଅପ୍ରତ୍ୟାଶିତ ମଧ୍ୟଦେଇ ଦେଇଥା’ନ୍ତି। କିନ୍ତୁ ସେ ଜୀବନ ଏବଂ ଶରୀର ପାଇଁ ଆମ୍ଭେମାନେ ଆବଶ୍ୟକ କରୁଥିବା ଏସମସ୍ତ ବିଷୟ ଦେବେ। ତାହା ଈଶ୍ୱରଙ୍କ ପ୍ରତିଜ୍ଞା, ସେ ସବୁ ସୃଷ୍ଟି କରନ୍ତି ଏବଂ ସବୁ ଧରି ରଖନ୍ତି। ଆପଣ ଏହା ବିଶ୍ୱାସ କରନ୍ତି କି? ଆପଣ ଏହା ବିଶ୍ୱାସ କରନ୍ତି କି? ବେଳେବେଳେ ଯେବେ ମୁଁ ମୋ ଜୀବନକୁ ଦେଖେ, ଓ ଚିନ୍ତା କରିବାକୁ ପସନ୍ଦ କରେ, ମୋତେ ଆଶ୍ଚର୍ଯ୍ୟ ଲାଗେ ସତେ ଯେପରି ବାସ୍ତବରେ ମୁଁ ଏହା ବିଶ୍ୱାସ କରେ କି ନାହିଁ ମୋର ମା’ଙ୍କ ମା’ ସର୍ବଦା ଏକ କଥା ଥିଲା, ବୋଧହୁଏ ମୁଁ ଏହା ଆପଣଙ୍କୁ ପୂର୍ବରୁ କହିଥିଲି, ଯଦି ଆମ୍ଭେମାନେ କିଛି ବିଷୟରେ ବହୁତ ସମୟ ଚିନ୍ତା କରୁ ତେବେ ଏହା ସର୍ବଦା କାର୍ଯ୍ୟ କରେ। ଆପଣ ଏହାକୁ ସର୍ବଦା ହସର ସହିତ କହିବା ଉଚିତ୍। ମୁଁ ଆଶ୍ଚର୍ଯ୍ୟ ହୁଏ ଯେପରି ମୁଁ ମୋ ଜୀବନକୁ ଦେଖେ ଓ ମୁଁ କିପରି ମୋର ସମୟ ବିତାଏ, ମୁଁ ବାସ୍ତବରେ ବିଶ୍ୱାସ କରେ ଯେ ଈଶ୍ୱର ମୋର ଆବଶ୍ୟକତା ଯୋଗାଇବେ।

ମାତ୍ର ମୁଁ ମଧ୍ୟ ନିଜକୁ ପ୍ରଶ୍ନ ପଚାରୁଥିବାର ଦେଖିଲି, ବାସ୍ତବରେ ମୁଁ ଏହା ବିଶ୍ୱାସ କରେ କି, କାରଣ ମୁଁ ନିଜକୁ ଏହି ପ୍ରଶ୍ନ ନିମନ୍ତେ ଆଶ୍ଚର୍ଯ୍ୟ ହେଉଥିବାର ଦେଖେ ଯେ, “ଅନାହାରରେ ସାଧୁମାନେ ମରନ୍ତି ନାହିଁ କି?” "ଅନାବରଣରୁ ସାଧୁମାନେ ମରନ୍ତି ନାହିଁ କି?" ଯଦି ଆପଣ ମଣ୍ଡଳୀ ଇତିହାସ ଜାଣନ୍ତି, ତେବେ ଉତ୍ତର ହେଉଛି “ସମ୍ପୂର୍ଣ୍ଣଭାବରେ”। ଏହା ଏକ କଷ୍ଟକର ପ୍ରଶ୍ନ ଅଟେ। ଏବଂ ମୁଁ ନିଶ୍ଚିତ ନୁହେଁ ଯେ ମୁଁ ଉତ୍ତର ପାଇଅଛି ଯାହା ସହିତ ମୁଁ ସମ୍ପୂର୍ଣ୍ଣଭାବେ ଆରାମଦାୟକ ଅଟେ। କିନ୍ତୁ ମୁଁ ଜାଣେ ଯେ ଉତ୍ତରର ଏକ ଅଂଶ ୨୫ ପଦରେ ଅଛି କାରଣ ୨୫ ପଦର ଇଙ୍ଗିତ ଖାଦ୍ୟ ଅପେକ୍ଷା ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଏବଂ ପ୍ରକୃତ ଜୀବନ ପାଇଁ ଆମ୍ଭେମାନେ ଆବଶ୍ୟକ କରୁଥିବା ସମସ୍ତ ବିଷୟ ଆମ ପାଖରେ ଅଛି। ଏବଂ ସେହି ଜୀବନ ବସ୍ତ୍ରଠାରୁ ଅଧିକ ଅଟେ। ଆମ୍ଭେମାନେ ତାହାଙ୍କ ଧାର୍ମିକତାର ବସ୍ତ୍ର ପରିଧାନ କରିଅଛୁ। ତାହା ହିଁ ନିଶ୍ଚିତ ଭାବରେ ଉତ୍ତରର ଏକ ଅଂଶ ଅଟେ।

କିନ୍ତୁ ମୁଁ ଭାବୁଛି ଉତ୍ତରର ଅନ୍ୟ ଏକ ଅଂଶ ହେଉଛି ଯଥେଷ୍ଟ ଆହାର ଅଛି, ଏବଂ ଏହି ଜଗତରେ ସାଧୁମାନଙ୍କ ପାଇଁ ଯଥେଷ୍ଟ ବସ୍ତ୍ର ଅଛି। ସମସ୍ୟା ଈଶ୍ୱରଙ୍କ ବ୍ୟବସ୍ଥା ନୁହେଁ କିନ୍ତୁ ସମସ୍ୟା ବିତରଣ ଅଟେ। ବର୍ତ୍ତମାନ ଯେଉଁମାନଙ୍କ ପାଖରେ ଏହା ଅଛି ସେମାନେ ଯେଉଁମାନଙ୍କ ପାଖରେ ନାହିଁ ସେମାନଙ୍କ ସହିତ ବିତରଣ କରନ୍ତି ନାହିଁ। ବୋଧହୁଏ ଈଶ୍ୱରଙ୍କ ବ୍ୟବସ୍ଥାର ଅଭାବ ଅପେକ୍ଷା, ଆମ୍ଭମାନଙ୍କର ଲକ୍ଷ୍ୟର ଅଧିକ ଅଭାବ ହିଁ, ଏହି ଅନୁଚ୍ଛେଦର ସମସ୍ୟା ଅଟେ ଯେଉଁ ବିଷୟରେ ଆମ୍ଭମାନଙ୍କୁ ଚିନ୍ତା କରିବା ଉଚିତ୍

ପ୍ରଥମେ ଈଶ୍ଵରଙ୍କ ରାଜ୍ୟ ଓ ତାହାଙ୍କର ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ। ମୁଁ ଆପଣଙ୍କ ବିଷୟରେ ଜାଣେ ନାହିଁ କିନ୍ତୁ ତାହା ଆପଣଙ୍କୁ ମୁକ୍ତ କରିବା ଉଚିତ୍। ଆପଣଙ୍କୁ ଅନୁଭବ କରିବା ଉଚିତ୍ ଯେ ଆପଣ ଏହି ସମସ୍ୟା ଦେଇ ଗତି କରୁଅଛନ୍ତିଆପଣ ଏକ ପିଆଜର ସ୍ତର ପରି ଅନୁଭବ କରିବା ଉଚିତ୍, ଯେପରି ଖଣ୍ଡଗୁଡ଼ିକ ଆପଣଙ୍କ ପିଠିରୁ ଖସି ପଡୁଅଛି। ତଥାପି ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ଆହ୍ୱାନ କରାଯାଏ, ଯଦି ଆପଣ କଠିନ ପରିଶ୍ରମ କରନ୍ତି ନାହିଁ ତେବେ ଭୋଜନ କରିବା ନିମନ୍ତେ ଆପଣ ଯୋଗ୍ୟ ନୁହନ୍ତି, ଏକ ଅର୍ଥରେ ଏହା ଆପଣଙ୍କ ସମସ୍ୟା, ଯାହା ପାଉଲ ଥେସଲନୀକୀୟ ମଣ୍ଡଳୀଙ୍କୁ କହନ୍ତି। କିନ୍ତୁ ଆମ୍ଭେମାନେ ତାହାକୁ ଯିବାକୁ ଦେଇ ପାରିବା। ଏବଂ ସତ୍ୟ ଯେ ଆମ୍ଭେମାନେ ଈଶ୍ଵରଙ୍କ ଉପରେ ଭରସା କରିଅଛୁ; ଆମ୍ଭେମାନେ ତାହାଙ୍କ ସୃଷ୍ଟିକୁ ବଜାୟ ରଖିବାରେ ତାହାଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦେଇପାରିବା।

ଆସନ୍ତୁ ଆମ୍ଭମାନେ ନାସ୍ତିକମାନଙ୍କ ପରି ଅଭ୍ୟାସ ନ କରୁ। ଆସନ୍ତୁ ଆମ୍ଭେମାନେ ତାହା ନ କରୁ। ଆସନ୍ତୁ ଆମ୍ଭେମାନେ ଈଶ୍ୱର ନ ଥିବା ପରି କିମ୍ବା ସେ ଯତ୍ନ ନିଅନ୍ତି ନାହିଁ; କିମ୍ବା ସେ ତାହାଙ୍କ ସୃଷ୍ଟିକୁ ସମ୍ଭାଳିବାକୁ ଯଥେଷ୍ଟ ଶକ୍ତିଶାଳୀ ନୁହଁନ୍ତି ଏପରି କାର୍ଯ୍ୟ ନ କରୁ। ଆସନ୍ତୁ ଆମ୍ଭେମାନେ ସେହିପରି କାର୍ଯ୍ୟ ନ କରୁ

ବରଂ ଆମର ନିଜର ଦରିଦ୍ରତା ଦୃଢୋକ୍ତି ବିଷୟରେ ଓ ଈଶ୍ୱରଙ୍କ ପ୍ରାଚୁର୍ଯ୍ୟତାରେ ଆନନ୍ଦିତ ହେଉ। ଭ୍ରାନ୍ତିସବୁରୁ ଆମ୍ଭେମାନେ ନିଜକୁ ମୁକ୍ତ କରୁ ଯାହା ଚିନ୍ତା ସକାଶୁ ହୋଇଥାଏ, ନିୟନ୍ତ୍ରଣର ଭ୍ରାନ୍ତିସବୁ, ଭ୍ରାନ୍ତିସବୁ ଯାହା ଅନେକ ବିଷୟ କରେ। ଆସନ୍ତୁ ଆମ୍ଭେମାନେ ପ୍ରତ୍ୟେକ ସ୍ଥାନରେ, ପ୍ରତ୍ୟେକ କ୍ଷେତ୍ରରେ ଈଶ୍ୱର ଯେ କାର୍ଯ୍ୟରତ ତାହା ଦେଖିବାର ଶିଖୁ। ଆସନ୍ତୁ ଆମ୍ଭେମାନେ ପକ୍ଷୀମାନଙ୍କୁ ଏବଂ ବନ୍ୟ ପୁଷ୍ପ ଗୁଡ଼ିକୁ ମ୍ଭର ଶିକ୍ଷକ ହେବାକୁ ଦେଉ, ପୁଣି ଆସନ୍ତୁ ଆମ୍ଭେମାନେ ଈଶ୍ୱରଙ୍କ ବ୍ୟବସ୍ଥା ଏବଂ ତାହାଙ୍କ ଯତ୍ନ ଉପରେ ବିଶ୍ୱାସ କରିବା ଦ୍ଵାରା, ଆପଣାର ଚିନ୍ତାକୁ ପୁନସ୍ଥାପନ କରୁ।

କିନ୍ତୁ ଏହା ରାତାରାତି ହୁଏ ନାହିଁ। ଏହା ଏକ ପ୍ରକ୍ରିୟା, ଏହା ନୁହେଁ କି? ଏହା ଏକ ପ୍ରକ୍ରିୟା ଯାହା ମୋ ନିଜର ଏକ ସଠିକ୍ ବୁଝାମଣା ସହିତ ଆରମ୍ଭ ହୁଏ, ଯେ ମୁଁ ଦରିଦ୍ର ଅଟେ, ମୋର ଦରିଦ୍ରତା ପାଇଁ ଶୋକ କରିବାକୁ ମୋତେ ଆହ୍ୱାନ କରାଯାଇଛି। ଏବଂ ଯଦି ଆପଣ ମୁଁ କ୍ଷୁଧିତ ଓ ତୃଷିତ, ତା’ହେଲେ ଆମ୍ଭେମାନେ ଆମ୍ଭମାନଙ୍କର ହୃଦୟ ପୂର୍ଣ୍ଣ କରିବା ଏବଂ ଆମ୍ଭେମାନେ ଆମ୍ଭର ମନ ଯୀଶୁଙ୍କ ସହିତ ପୂର୍ଣ୍ଣ କରିବା ଯେପରି ସେ ଆମ୍ଭମାନଙ୍କର କ୍ଷୁଧା ପରିତୃପ୍ତ କରିବା ଆମ୍ଭେ ଦେଖୁ। ସେ ଆମ୍ଭମାନଙ୍କର ତୃଷାକୁ ସନ୍ତୁଷ୍ଟ କରନ୍ତି ଏବଂ ସେ ଆମ୍ଭମାନଙ୍କ ଶରୀରକୁ ବସ୍ତ୍ରରେ ପରିଧାନ କରନ୍ତି। ଏବଂ ସେହି ସମସ୍ତ ସହ ଆମ୍ଭେମାନେ ସନ୍ତୁଷ୍ଟ ହେଉ