୩୪. ଶିଷ୍ୟତ୍ଵ

 

୧. ପିତରଙ୍କ ସ୍ୱୀକାରୋକ୍ତି

ସମ୍ଭବତଃ ଜନସେବାକାର୍ଯ୍ୟର ଦୁଇ ବର୍ଷ ପରେ, ଯୀଶୁ ଆପଣା ଶିଷ୍ୟମାନଙ୍କୁ ଗୋଟିଏ ମୌଳିକ ପ୍ରଶ୍ନ ପଚାରିବାକୁ ପ୍ରସ୍ତୁତ ଥିଲେ, ଏବଂ ତାହା ହେଉଛି, "ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ?" ଏବଂ ମାର୍କ ୮: ୨୭ ପଦରେ ଆରମ୍ଭ ହେଉଥିବା ଉତ୍ତର "ପିତରଙ୍କ ସ୍ୱୀକାରୋକ୍ତି" ଭାବରେ ଜଣାଶୁଣା ହୋଇ ଆସିଅଛି କାରଣ ପିତର ସ୍ୱୀକାର କରନ୍ତି, ସେ ପ୍ରଶ୍ନର ଉତ୍ତର ଦିଅନ୍ତି, ସମ୍ଭବତଃ ସମସ୍ତ ଶିଷ୍ୟମାନଙ୍କ ପାଇଁ ଉତ୍ତର ଦେଇଅଛନ୍ତି। ତେଣୁ ମାର୍କ ୮:୨୭ ପଦରେ ଆରମ୍ଭ କରି ଆମ୍ଭେମାନେ ପଢୁ, "ଏଥିଉତ୍ତାରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ କାଇସରୀଆ ଫିଲିପ୍ପୀ ଅଞ୍ଚଳର ଗ୍ରାମମାନଙ୍କୁ ପ୍ରସ୍ଥାନ କଲେ (ଯାହା ସମ୍ଭବତଃ ହର୍ମୋନ୍ ପର୍ବତର ପାଦଦେଶରେ ଉତ୍ତରରେ ଅବସ୍ଥିତ) ଆଉ ପଥ ମଧ୍ୟରେ ସେ ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, 'ମୁଁ କିଏ ବୋଲି ଲୋକେ କଅଣ କହନ୍ତି? ଏଥିରେ ସେମାନେ ତାହାଙ୍କୁ କହିଲେ, 'ବାପ୍ତିଜକ ଯୋହନ; ଆଉ କେହି କେହି ଏଲିୟ; କିନ୍ତୁ କେହି କେହି କହନ୍ତି ଭାବବାଦୀମାନଙ୍କ ମଧ୍ୟରୁ ଜଣେ।' ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ? ପିତର ତାହାଙ୍କୁ ଉତ୍ତର ଦେଲେ, 'ଆପଣ ଖ୍ରୀଷ୍ଟ।' ସେଥିରେ ସେ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକୁ କିଛି ନ କହିବାକୁ ଦୃଢ଼ ରୂପେ ଆଜ୍ଞା ଦେଲେ।

 

ପିତରଙ୍କ ସ୍ୱୀକାରୋକ୍ତି ହେଉଛି ଯେ ଦୁଇ ବର୍ଷ ଯୀଶୁଙ୍କ ଆଶ୍ଚର୍ଯ୍ୟ କର୍ମସବୁ ଦେଖି ଓ ତାହାଙ୍କ ପ୍ରଚାର ଶୁଣିବା ପରେ, ସେ ସ୍ୱୀକାର କରିବାକୁ ଇଚ୍ଛା କରୁଥିଲେ, ସେ ସତ୍ୟ ବୋଲି ସ୍ୱୀକାର କରିବାକୁ ଇଚ୍ଛା କରୁଥିଲେ ଯେ ଯୀଶୁ ଖ୍ରୀଷ୍ଟ ଥିଲେ, ସେ ମସିହ ଥିଲେ। ତଥାପି ଏହା ଅତି ଶୀଘ୍ର ସ୍ପଷ୍ଟ ହୁଏ ଯେ ତାହା ସତ୍ତ୍ୱେ ପିତର ଆପଣାର ସ୍ୱୀକାରୋକ୍ତି ବୁଝିଲେ ନାହିଁ। ପିତର ଜଣେ ଯିହୂଦୀ ଥିଲେ ଆଉ ଯିହୂଦୀ ଭାବରେ ସେ ମସିହଙ୍କୁ ଜଣେ ବିଜୟୀ ସେନାନାୟକ ହେବାର ଆଶା କରିଥିବେ। ପୁଣି ପିତର ଶିଷ୍ୟମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପାର୍ଥିବ ଶାସକମାନଙ୍କ ରୂପେ ରହିବାକୁ ଆଶା କରିଥିବେ। ଏହା ପରିବର୍ତ୍ତେ ଯୀଶୁ ସେମାନଙ୍କୁ କହି ଚାଲୁ ରଖନ୍ତି ଯେ ସେ ମରିବାକୁ ଯାଉଅଛନ୍ତି।

 

୩୧ ପଦରୁ ଆରମ୍ଭ କରି, "ଆଉ [ଯୀଶୁ] ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ [ଯୀଶୁଙ୍କୁ ] ଅବଶ୍ୟ ବହୁତ ଦୁଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି ତିନି ଦିନ ପରେ ପୁନରୁତଥାନ କରିବାକୁ ହେବ। ଏହି କଥା ସେ ସ୍ପଷ୍ଟରୂପେ କହିଲେ। [ଅନ୍ୟ ଅର୍ଥରେ, ଏହା ଦୃଷ୍ଟାନ୍ତସବୁରେ ନ ଥିଲା, ଏହା ରୂପକସବୁରେ ନ ଥିଲା। ଏହି କଥା ସେ ସ୍ପଷ୍ଟରୂପେ କହିଲେ।] ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ। [ଏହା ଏକ ଶକ୍ତିଶାଳୀ ଶବ୍ଦ, ତାହାଙ୍କୁ ଅନୁଯୋଗ କରିବାକୁ] କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି [ଯୀଶୁ] ପିତରଙ୍କୁ ଅନୁଯୋଗ କରି କହିଲେ, ମୋ' ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।" ଯୀଶୁ ଯାହା କହନ୍ତି ତାହା ଖ୍ରୀଷ୍ଟଙ୍କ ବିଷୟରେ ପିତରଙ୍କ ସମସ୍ତ ଆଶାସବୁକୁ କେବଳ ବିରୋଧ କରେ ନାହିଁ, କିନ୍ତୁ ଯୀଶୁଙ୍କ ଜଣେ ଶିଷ୍ୟ ହେବାର ଅର୍ଥ କ’ଣ ସେହି କାର୍ଯ୍ୟରେ ଯୀଶୁ କ'ଣ କହନ୍ତି ତାହା ଗୁରୁତ୍ୱ ପ୍ରତିକ୍ରିୟାସବୁ ସୃଷ୍ଟି କରିଅଛି। ଏବଂ ତାହା ହିଁ ଯୀଶୁ ଯାହା ପରବର୍ତ୍ତୀ ଅନୁଚ୍ଛେଦରେ କହିବା ଚାଲୁ ରଖିବାକୁ ଯାଉଅଛନ୍ତି। ସେ, ଈଶ୍ୱରଙ୍କ ରାଜ୍ୟରେ ଜଣେ ଶିଷ୍ୟରୂପେ ରହିବାକୁ, ଜଣେ ଶିଷ୍ୟ ହେବାକୁ ଯାଉଥିବା ପ୍ରକୃତ ଅର୍ଥ କ’ଣ ତାହା କଥାବାର୍ତ୍ତା କରିବାକୁ ଯାଉଅଛନ୍ତି।

 

 

୨. ଗବେଷଣା ପ୍ରବନ୍ଧ ବକ୍ତ୍ୟବ (୩୪ ପଦ)

 

କ. “ମୋ ପଛରେ ଆସ... ମୋହର ଅନୁଗମନ କର”

 

ସମଗ୍ର ପରବର୍ତ୍ତୀ ଅନୁଚ୍ଛେଦ ପାଇଁ ଗବେଷଣା ପ୍ରବନ୍ଧ ବକ୍ତ୍ୟବ ୩୪ ପଦ ଅଟେ ଓ ଏହା ଆଜି ପ୍ରାତଃକାଳୀନ ବାର୍ତ୍ତା ପାଇଁ ମୁଖ୍ୟ ପଦ ଅଟେ। "ତତ୍ପରେ ସେ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୁହକୁ ନିକଟକୁ ଡାକି କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ ପୁଣି ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।” ଯୀଶୁ ଶିଷ୍ୟତ୍ୱ ବିଷୟରେ ଚିନ୍ତା କରନ୍ତି। ତାହାଙ୍କୁ ଅନୁଗମନ କରୁଥିବା ଲୋକମାନଙ୍କ ବିଷୟରେ ସେ ଚିନ୍ତା କରନ୍ତି। ବେଳେବେଳେ ଜଣେ ଶିଷ୍ୟ ହେବା ଉପରେ ଗୁରୁତ୍ୱ ଦିଆଯାଏ ପୁଣି ଯେତେବେଳେ ଯୀଶୁ ଜଣେ ଶିଷ୍ୟ ହେବା ବିଷୟରେ କହୁଅଛନ୍ତି ସେତେବେଳେ ସେ ଏପରି କହନ୍ତି, “ମୂଲ୍ୟ ଗଣନା କର”, “ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ଵରଙ୍କ ରାଜ୍ୟର ଯୋଗ୍ୟ ନୁହେଁ।" ବେଳେବେଳେ ଯୀଶୁ, ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟ ଭାବରେ ରହିବା କିମ୍ବା ବଞ୍ଚିବା ବିଷୟରେ କଥାବାର୍ତ୍ତା କରନ୍ତି। ତେଣୁ ତୁମେ କହିବ, ଈଶ୍ଵରଙ୍କ ଧାର୍ମିକତା ନିମନ୍ତେ ତୁମେ କ୍ଷୁଧିତ ଓ ତୃଷିତ ହେବା ଆବଶ୍ୟକ। ଅନ୍ୟ ସମୟରେ ସେ ଜଣେ ଶିଷ୍ୟ ଭାବରେ ମରିବା ବିଷୟରେ କହନ୍ତି। ମାଥିଉ ୨୪ ପର୍ବରେ ଯୀଶୁ କହନ୍ତି, "ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ।" କିନ୍ତୁ ଜରୁରୀ ବିଷୟ ଟିପିବା ଦରକାର ଯେ ଯୀଶୁ ଶିଷ୍ୟତ୍ୱ, ଶିଷ୍ୟ ହେବା, ଶିଷ୍ୟ ଭାବରେ ବଞ୍ଚିବା ଏବଂ ଶିଷ୍ୟ ଭାବରେ ମରିବା ବିଷୟରେ ଚିନ୍ତା କରନ୍ତି।

 

ପାଉଲ ଠିକ୍ ସେହି ପ୍ରକାର ଭାବରେ ଚିନ୍ତା କରନ୍ତି। ସେ ବିଭିନ୍ନ ଶବ୍ଦସବୁ ବ୍ୟବହାର କରନ୍ତି କିନ୍ତୁ ସେ ସମାନ ବିଷୟସବୁ ଚିନ୍ତା କରୁଅଛନ୍ତି। ତେଣୁ ଯେତେବେଳେ ପାଉଲ “ବିଶ୍ୱାସ ଦ୍ୱାରା ଧାର୍ମିକତା” ବିଷୟରେ କହିବା ଆରମ୍ଭ କରନ୍ତି ସେତେବେଳେ ସେ କହିବା ଆରମ୍ଭ କରନ୍ତି ଯେ ଆମ୍ଭେମାନେ ଧାର୍ମିକ ଗଣିତ ହୋଇଅଛୁ, ଆମ୍ଭେମାନେ ଈଶ୍ଵରଙ୍କ ସହିତ ଧାର୍ମିକ ଅଟୁ, ଆମ୍ଭେମାନେ ଯାହା କରୁ ତାହା ଦ୍ୱାରା ନୁହେଁ, ବରଂ ଈଶ୍ଵର ଆମ ପାଇଁ ଯାହା କରିଅଛନ୍ତି, ଏବଂ କ୍ରୁସ ଉପରେ ଖ୍ରୀଷ୍ଟ ଯାହା କଲେ ଆମର ବିଶ୍ୱାସ ହେତୁ ଆମ୍ଭେମାନେ ଈଶ୍ଵରଙ୍କ ଦ୍ୱାରା ଧାର୍ମିକ ଗଣିତ ହୋଇଅଛୁ। ସେ ଜଣେ ଶିଷ୍ୟ ହେବା ବିଷୟରେ କ’ଣ କହୁଛନ୍ତି। ଏବଂ ତଥାପି ରୋମୀୟ ୧୨:୧ ପଦ ପରି ଅନ୍ୟାନ୍ୟ ଅଂଶ ଅଛି, "ଅତଏବ ହେ ଭାଇମାନେ, ମୁଁ ତୁମକୁ ଈଶ୍ଵରଙ୍କ ଦୟା ହେତୁ ବିନତି କରୁଅଛି [ଈଶ୍ଵର ଦୟା ହେତୁ ତୁମ ପାଇଁ ସେ ଯାହା କରିଅଛନ୍ତି] ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀ, ପବିତ୍ର ଓ ଈଶ୍ଵରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା। ତୁମ୍ଭେମାନେ ଏହି ବର୍ତ୍ତମାନ ଜଗତର ଅନୁରୂପୀ ହୁଅ ନାହିଁ, ବରଂ ତୁମ ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ।" ସେ ଜଣେ ଶିଷ୍ୟ ହେବା ବିଷୟରେ କହୁଅଛନ୍ତି। ଜଣେ ଶିଷ୍ୟ ରୂପେ ବଞ୍ଚିବାକୁ ଏହା କ’ଣ ଅଟେ?

 

ଆଉ ପାଉଲ ମଧ୍ୟ ବିଭିନ୍ନ ଶବ୍ଦରେ ଜଣେ ଶିଷ୍ୟ ରୂପେ ମରିବା, ଧୈର୍ଯ୍ୟର ଆବଶ୍ୟକତା, ଶିଷ୍ୟ ଭାବରେ ତୁମ ଜୀବନ ବଞ୍ଚିବାର ଆବଶ୍ୟକତା ବିଷୟରେ କଥାବାର୍ତ୍ତା କରନ୍ତି। କଲସୀୟ ୧: ୨୧ ପଦର ଏକ ଶକ୍ତିଶାଳୀ ଉଦ୍ଧୃତାଂଶରୁ ଆରମ୍ଭ କରି କହନ୍ତି, "ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ଵରଙ୍କଠାରୁ ପୃଥକ ଓ ମନରେ ତାହାଙ୍କର ଶତ୍ରୁ ଥିଲ, କିନ୍ତୁ ଏବେ ସେ [ଈଶ୍ଵର] ତୁମ୍ଭମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି।" ଯେତେବେଳେ ସେ ପୁନର୍ବାର ଆସିବେ ସେତେବେଳେ ଈଶ୍ଵରଙ୍କ ସମ୍ମୁଖରେ ଆମ୍ଭେମାନେ ପବିତ୍ର ଏବଂ ନିର୍ଦ୍ଦୋଷ ଦେଖାଯିବା ଆବଶ୍ୟକ।

ଆମ୍ଭେମାନେ ଜାଣିବାକୁ ପସନ୍ଦ କରୁ ଯେ ଆମ୍ଭେମାନେ ପୁନର୍ମିଳିତ ହୋଇଅଛୁ କିନ୍ତୁ ଆମ୍ଭେମାନେ ୨୨ ପଦରେ ଅଟକି ଯିବାକୁ ଯତ୍ନ କରୁ। କିନ୍ତୁ ୨୩ ପଦରେ ଅଟକିବାର ନାହିଁ। ବାକ୍ୟ ଚାଲୁ ରହେ ଯେ ଏହି ସବୁ ବିଷୟ ସତ୍ୟ " ତୁମ୍ଭେମାନେ ଯେବେ ବିଶ୍ୱାସରେ ବଦ୍ଧମୂଳ ଓ ଅଟଳ ରହି ସୁସମାଚାରରେ ନିହିତ ଭରସାରୁ ବିଚଳିତ ନ ହୁଅ।" ଯୀଶୁ ଯାହା କହୁଅଛନ୍ତି ସେହି ସମାନ ବିଷୟସବୁ କହୁଥିବାର ଏହା ପାଉଲଙ୍କ ଏହି ସମସ୍ତ ଉପାୟ ଅଟେ; ଯୀଶୁ ଯେଉଁ ବିଷୟରେ ଆଗ୍ରହୀ ଅଟନ୍ତି, ପାଉଲ ମଧ୍ୟ ସେହି ବିଷୟରେ ଆଗ୍ରହୀ ଅଟେ, ତାହା ହେଉଛି ତୁମେ ଓ ମୁଁ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ହେଉ; ଈଶ୍ଵରଙ୍କ ଦୟା ଓ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ଆମେମ୍ଭେମାନେ ଶିଷ୍ୟ ହେବା, ଯେବେ ଆମ୍ଭେମାନେ ଶିଷ୍ୟ ଭାବରେ ବାସ କରୁ ତେବେ ଆମ୍ଭେମାନେ ଆତ୍ମାରେ ଦୀନହୀନ ହେଉ ପୁଣି ଆମ୍ଭେମାନେ ସ୍ଥିର ରହୁ ଓ ଶିଷ୍ୟରୂପେ ମୃତ୍ୟୁବରଣ କରୁ ସେରୂପେ ଆମ ବିଷୟରେ ଯୀଶୁ ଚିନ୍ତା କରନ୍ତି।

 

ମାତ୍ର ଅଧିକାଂଶ ଆମେରିକୀୟ ମଣ୍ଡଳୀ ବିଶେଷ ଶବ୍ଦ ଓ ଏକ ଚିନ୍ତାଧାରା ଗ୍ରହଣ କରିଅଛି ଯାହା ବାଇବଲ ପାଇଁ ଅପରିଚିତ ଅଟେ, ଏହା ଯୀଶୁଙ୍କ ପାଇଁ ଅପରିଚିତ ଅଟେ, ପାଉଲଙ୍କ ପାଇଁ ଅପରିଚିତ ଅଟେ। ପୁଣି ମୁଁ ଆମେରିକୀୟ ମଣ୍ଡଳୀକୁ କହେ କାରଣ ଇଥିଓପିଆରେ କେହି ଜଣେ ଏହା ଭାବୁଥିବାର ମୁଁ କଳ୍ପନା କରିପାରେ ନାହିଁ। କୌଣସି ତୃତୀୟ ଜଗତ ଦେଶରେ ଭାବୁଥିବାର ମୁଁ କାହା ବିଷୟରେ ଚିନ୍ତା କରିପାରେ ନାହିଁ ଯାହା ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ଚିନ୍ତା କରିବାକୁ ଶିଖାଯାଇଅଛି। କିନ୍ତୁ ଆମ୍ଭେମାନେ ଏକ ବିଶେଷ ଶବ୍ଦ ବେଳେବେଳେ ନଭାବି ନଚିନ୍ତି, ଏକ ଚିନ୍ତାଧାରା ଗ୍ରହଣ କରିଅଛୁ, ଏବଂ ଫଳସ୍ୱରୂପ ଜଣେ ଖ୍ରୀଷ୍ଟିୟାନ ହେବା କ’ଣ ତାହା ଆମର ବୁଝାମଣାକୁ ତେଢା କରାଯାଇଛି। ଉଦାହରଣ ସ୍ୱରୂପ, ଆମ୍ଭେମାନେ ପୁନଃ ପୁନଃ ବିଶ୍ୱାସର ଏକ ପେସା ବିଷୟରେ କଥାବାର୍ତ୍ତା କରୁ। ଆମ୍ଭେମାନେ ପୁନଃ ପୁନଃ ହସ୍ତସବୁ ଉତ୍ତୋଳନ କରିବା ବିଷୟରେ କଥାବାର୍ତ୍ତା କରିଥାଉ। ମୁଁ ଦକ୍ଷିଣ କାଲିଫର୍ନିଆର ଏକ ମଣ୍ଡଳୀ ବିଷୟରେ ଜାଣେ ଯେଉଁଠାରେ ସେମାନଙ୍କର ନିମନ୍ତ୍ରଣ ହେଉଛି, "ତୁମେ ବିଶ୍ୱାସ କର କି?" ଆମ୍ଭେମାନେ ବିଶ୍ୱାସର ପେସା- ହସ୍ତସବୁ ଉତ୍ତୋଳନ କରିବା, ପାପୀଙ୍କର ପ୍ରାର୍ଥନା, ମଣ୍ଡଳୀରେ ଯୋଗଦେବା ବିଷୟରେ କଥାବାର୍ତ୍ତା କରୁ; ଏବଂ ସମସ୍ୟା ହେଉଛି ଯେ ଆମ୍ଭେମାନେ ଭାବୁ ଯାହା ସେଠାରେ ଅଛି; ତାହା ଈଶ୍ଵର ଅନ୍ୟ କୌଣସି ବିଷୟ ଆବଶ୍ୟକ କରନ୍ତି ନାହିଁ। ହଁ, ଏହି ସବୁ ଉପାୟ ଯେଉଁଥିରେ ଆମ୍ଭେମାନେ ଜଣେ ଶିଷ୍ୟ ହେବା ବିଷୟରେ କଥାବାର୍ତ୍ତା କରିପାରିବା, କିନ୍ତୁ ଜଣେ ଶିଷ୍ୟ ହେବା ଯେତେ ଗୁରୁତ୍ୱ ତା’ଠାରୁ ଅଧିକ ମାତ୍ରାରେ ଶିଷ୍ୟତ୍ୱର ଗୁରୁତ୍ୱ ଅଛି। ଜଣକୁ ଶିଷ୍ୟ କରାଯାଉଅଛି, ଜଣେ ଶିଷ୍ୟରୂପେ ଜୀବନଯାପନ କରୁଅଛନ୍ତି, ଜଣେ ଶିଷ୍ୟରୂପେ ମୃତ୍ୟୁବରଣ କରୁଅଛନ୍ତି। ଆଉ ଆମ୍ଭେମାନେ ଶିଖିବା ଆବଶ୍ୟକ, ବାଇବଲ ସମ୍ୱନ୍ଧୀୟ ଶ୍ରେଣୀବିଭାଗରେ କଥା କହିବାକୁ ଏବଂ ଭାବିବାକୁ ଶିଖିବା ଆବଶ୍ୟକ, ଈଶ୍ଵରତାତ୍ତ୍ୱିକ ଭ୍ରାନ୍ତ ଶ୍ରେଣୀବିଭାଗରେ ନୁହେଁ। ଯୀଶୁ ଶିଷ୍ୟତ୍ୱ ବିଷୟରେ ଚିନ୍ତା କରନ୍ତି। ଯଦି ତୁମ୍ଭେ ମୋ ପଛେ ପଛେ ଆସିବାକୁ ଚାହୁଁଅଛ, ଯଦି ତୁମ୍ଭେ ମୋହର ଅନୁଗମନ କରିବାକୁ ଚାହୁଁଅଛ: ତେବେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଶିଷ୍ୟ ହୋଇ ମୃତ୍ୟୁବରଣ କର।

 

ଖ. “ଅସ୍ୱୀକାର"

 

"କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ।” ବର୍ତ୍ତମାନ, ଏହାର ଅର୍ଥ କ’ଣ? ଠିକ୍ ଏହାର ଅର୍ଥ ନୁହେଁ ଯେ ଆମ୍ଭେମାନେ ସାଧାରଣ ବିଷୟସବୁରେ ଆପଣା ନିଜକୁ ଅସ୍ୱୀକାର କରିବା। ଏହା ସନ୍ନ୍ୟାସବ୍ରତ ପାଇଁ ଆହ୍ୱାନ ନୁହେଁ। ଏହା ଉପବାସର ଜଗାଡ଼ ନୁହେଁ ଯେଉଁଠାରେ କେତେକ ଲୋକ ଈଶ୍ୱରଙ୍କ ପାଇଁ କିଛି ତ୍ୟାଗ କରନ୍ତି। ଏହା ତାହା ନୁହେଁ ଯେଉଁ ବିଷୟରେ ଏହି ପଦ କହୁଅଛି। କିନ୍ତୁ ଆପଣାକୁ ଅସ୍ୱୀକାର କରିବା ଅର୍ଥ ହେଉଛି ଯାହା ମୋ ନିଜକୁ କହେ, ମୁଁ କିଛି ନାହିଁ। ମୋ ନିଜକୁ ଅସ୍ୱୀକାର କରିବାର ଅର୍ଥ ହେଉଛି ଯେ ମୁଁ କହୁଛି, "ମୁଁ ନିଜ ପାଇଁ ବଞ୍ଚିବି ନାହିଁ। ମୁଁ ମୋର ଲକ୍ଷ୍ୟ, ମୋର ଅଭିଳାଷ, ମୋର ଇଚ୍ଛା ଅନୁସରଣ କରିବି ନାହିଁ।" ମୋ ନିଜକୁ ଅସ୍ୱୀକାର କରିବା ହେଉଛି, "ମୁଁ ମୋ ଜୀବନର ସିଂହାସନରେ ନାହିଁ। ଏହାସବୁ ମୋ ବିଷୟରେ ନୁହେଁ।" କିମ୍ବା ଅପରପକ୍ଷରେ, ନିଜକୁ ଅସ୍ୱୀକାର କରିବା ଅର୍ଥ ହେଉଛି, ଈଶ୍ୱରଙ୍କୁ "ହଁ" କହିବା; ମୁଁ କହୁଛି ମୁଁ ନିଜ ପାଇଁ ବଞ୍ଚିବି ନାହିଁ ମାତ୍ର ମୁଁ ଈଶ୍ୱରଙ୍କ ପାଇଁ ବଞ୍ଚିବି ଏବଂ ମୁଁ ତାହାଙ୍କର ଲକ୍ଷ୍ୟ, ଅଭିଳାଷ, ଇଚ୍ଛା ଅନୁସରଣ କରିବି। ସେଥିପାଇଁ ଆମ୍ଭେମାନେ ପ୍ରଭୁଙ୍କ ପ୍ରାର୍ଥନାରେ ପ୍ରାର୍ଥନା କରୁ, ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ।" ସେଥିପାଇଁ ଆମ୍ଭେମାନେ ନିଜକୁ ଗେଥଶିମନୀରେ ଯୀଶୁଙ୍କ ସହ ସମ୍ମତ ହୋଇଥିବାର ଦେଖୁ, "ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା।" ନିଜକୁ ଅସ୍ୱୀକାର କରିବା ହେଉଛି ତୁମର ସତ୍ତାର ଅତ୍ୟଧିକ ଅନ୍ତଃସ୍ଥଳକୁ "ନା" କହିବା ଓ ଏହାକୁ ଈଶ୍ୱରଙ୍କୁ "ହଁ" କହିବା ସହିତ ପୁନଃ ସ୍ଥାପନ କରିବା।

 

ଏହି ଧାଡ଼ିସବୁରେ ସମ୍ଭବତଃ ଆମ ସମସ୍ତଙ୍କର କାହାଣୀ ଅଛି। ମୋ ନିଜ ଜୀବନରେ ଚାରି କିମ୍ବା ପାଞ୍ଚ ବର୍ଷ ପୂର୍ବେ ମୋତେ ଏହି ପସନ୍ଦ କରିବାକୁ ପଡିଲା। ମୁଁ ପୂର୍ବ ଉପକୂଳରେ ଥିବା ଏକ ଶିକ୍ଷାନିକେତନରେ ଶିକ୍ଷାଦାନ କରୁଥିଲି ଏବଂ ମୁଁ ଅତି ସ୍ପଷ୍ଟ ଭାବରେ ଈଶ୍ୱରଙ୍କ କହିବା ଶୁଣିଲି, "ବିଲ୍, ତୁମେ ତୁମର ସମସ୍ତ ଲକ୍ଷ୍ୟ, ତୁମର ସମସ୍ତ ଅଭିଳାଷ ଏବଂ ମୋ ପାଇଁ ତୁମର ସମସ୍ତ ଇଚ୍ଛା ତ୍ୟାଗ କରିବାକୁ ଇଚ୍ଛା କରୁଅଛ କି?" ପୁଣି ମୁଁ ଭାବିଲି ଯେ ଜଣେ ଶିକ୍ଷାନିକେତନର ପ୍ରଫେସରଙ୍କୁ ପଚାରିବାକୁ ଏହା ଏକ ଅଦ୍ଭୁତ ପ୍ରଶ୍ନ ଅଟେ କାରଣ ମୋତେ ଯେଉଁ ବିଷୟ ଛାଡିବାକୁ କୁହାଯାଉଥିଲା ତାହା ସବୁ ଭଲ ବିଷୟ ଥିଲା। କିନ୍ତୁ ମୁଁ ଯେପରି ଏକ ଘଣ୍ଟି ପଚାରିଲି ସେପରି ସ୍ପଷ୍ଟ ଥିଲି, “ତୁମେ କ'ଣ କାର୍ଯ୍ୟକ୍ରମ ସମ୍ପାଦନ କରୁଥିବା କମ୍ପ୍ୟୁଟରସବୁ ଛାଡ଼ିବ କି?" ମୁଁ କହିଲି, "ମାତ୍ର ହେ ଈଶ୍ୱର, ମୁଁ କମ୍ପ୍ୟୁଟସବୁରେ କାର୍ଯ୍ୟକ୍ରମ ସମ୍ପାଦନ କରୁଅଛି ଯାହା ଦ୍ୱାରା ଲୋକମାନେ ଗ୍ରୀକ୍, ତୁମ୍ଭ ଶବ୍ଦର ଭାଷା ଶିଖି ପାରିବେ। ତୁମେ ମୋତେ କାହିଁକି ତାହା ଛାଡିବାକୁ ଚାହୁଁଛ?" ଆଉ ଉତ୍ତର ଥିଲା, "ଏହା ତୁମର କୌଣସି ବ୍ୟବସାୟ ନୁହେଁ। ତୁମେ ଏହାକୁ ଛାଡିବ କି?" ସେ କହିଲେ, ତୁମେ ପୁସ୍ତକ ଲେଖିବା ଛାଡି ଦେବ କି? ମୁଁ କହିଲି, "ତୁମେ ମୋତେ କାହିଁକି ତାହା କରିବାକୁ ଚାହୁଁଛ? ମୁଁ ତୁମ ବିଷୟରେ ପୁସ୍ତକ ଲେଖୁଅଛି ଯାହା ଦ୍ୱାରା ଲୋକମାନେ ତୁମକୁ ବୁଝି ପାରିବେ।" "ଏହା ତୁମର କୌଣସି ବ୍ୟବସାୟ ନୁହେଁ, ବିଲ୍। ତୁମେ ଏହାକୁ ଛାଡିବ କି? ବିଲ୍, ତୁମେ ତୁମର ୱେବସାଇଟ୍ ପରିକଳ୍ପନା ତ୍ୟାଗ କରିବ କି?" "କିନ୍ତୁ ହେ ଈଶ୍ୱର, ମୁଁ ଏକ ସମ୍ପୂର୍ଣ୍ଣ ଅନଲାଇନ୍ ଶିକ୍ଷାନିକେତନ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଯାହାକୁ ଆମ୍ଭେମାନେ ମାଗଣାରେ ବିଶ୍ଵକୁ ଦେଇପାରିବା। ଆପଣ କାହିଁକି ମୋତେ ଛାଡିବାକୁ ଚାହୁଁଅଛନ୍ତି?" ପୁଣି ଈଶ୍ୱର କହିଲେ, "ଏହା ତୁମର କୌଣସି ବ୍ୟବସାୟ ନୁହେଁ। ତୁମେ ଏହାକୁ ଛାଡ଼ି ଦେବ କି?" ଏହା ଏକ କଠିନ ସଂଘର୍ଷ ଥିଲା କାରଣ ଏଗୁଡ଼ିକ ସେହି ବିଷୟ ଅଟେ ଯାହା ମୁଁ କରିବାକୁ ଭଲ ପାଏ, ବ୍ୟକ୍ତିଗତ ଭାବରେ ଏହି ବିଷୟସବୁ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ଆଉ ମୁଁ ଭାବିଲି, ଈଶ୍ୱରଙ୍କ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏବଂ ତାହାଙ୍କ ସହିତ ଏକ ବିସ୍ତୃତ ସଂଘର୍ଷ ପରେ, ମୁଁ କହିଲି, "ଠିକ ଅଛି। ଭଲ। ଯାହା ବି ହେଉ। ଯାହା ବି ହେଉ।" ଏବଂ ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ କାରଣ ଏହା ନୁହେଁ ଯେ ମୁଁ ଏହିସବୁ କରିବା ଉଚିତ୍ ନୁହେଁ, ସେ ଜାଣିବାକୁ ଚାହିଁଥିଲେ କି ମୁଁ ସେମାନଙ୍କୁ ଛାଡି ଦେବି। ଏବଂ ଯଦି ମୁଁ କହିବି, ମୋର ଇଚ୍ଛା ଏବଂ ଲକ୍ଷ୍ୟ ଏବଂ ଅଭିଳାଷ ଯାହା ବି ହେଉ, ଏହା ତୁମ୍ଭର ଲକ୍ଷ୍ୟ, ଏବଂ ତୁମ୍ଭର ଅଭିଳାଷ ଏବଂ ତୁମ୍ଭର ଇଚ୍ଛା ଯାହା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ମୁଁ କହିଲି, ଠିକ ଅଛି। ଯାହା ବି ହେଉ।

 

ପୁଣି ଈଶ୍ଵର ମୋତେ କେତେକ ବିଷୟ ଫେରାଇ ଦେଇଅଛନ୍ତି। ଏହା ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ସମଗ୍ର ବିଶ୍ୱ ପାଇଁ ଅନଲାଇନ ଏକ ସମ୍ପୂର୍ଣ୍ଣ ମାଗଣା, ପ୍ରଥମ ଶ୍ରେଣୀ ଶିକ୍ଷାନିକେତନ ରହିବା ଠାରୁ ଆମ୍ଭେମାନେ ପ୍ରାୟ ୧୪ ମାସ ଦୂରରେ; ଯାହା ଦ୍ୱାରା ତୁମେ ମାଗଣାରେ ଜଗତର ଯେ କୌଣସିଠାରେ ଏକ ଶିକ୍ଷାନିକେତନ ସ୍ତରୀୟ ଶିକ୍ଷା ପାଇପାରିବ।

 

କେତେକ ବିଷୟ ମୋତେ ଫେରାଇ ଦିଆଗଲା ନାହିଁ। ମୋତେ କେତେକ ବିଷୟ ଦିଆଗଲା ଯାହା ମୁଁ ଆଶା କରୁ ନ ଥିଲି, ଯେପରି ବାର୍ତ୍ତା ଯେ ମୁଁ ଶିକ୍ଷାନିକେତନ ଛାଡି ଅନ୍ୟତ୍ର ପ୍ରଚାରକ ହେବାର ଥିଲା। କିନ୍ତୁ ଏହା ଏକ କଷ୍ଟକର ସଂଘର୍ଷ ଥିଲା। ଏବଂ ଏହା ଏକ ସଂଘର୍ଷ ଯାହା ମୋର ତଥାପି ଅଛି; ସାପ୍ତାହିକ, ବେଳେବେଳେ ପ୍ରତିଦିନ ମୋତେ ପୁନର୍ବାର ଦୃଢତାର ସହିତ କରିବାକୁ ପଡିବ ଯେ ମୁଁ ମୋର ଲକ୍ଷ୍ୟ, ମୋର ଇଚ୍ଛା, ମୋର ଅଭିଳାଷ ତ୍ୟାଗ କରିବି, ମୁଁ ସେଗୁଡ଼ିକୁ ବୁଝେ କି ନାହିଁ ଯଦି ଈଶ୍ୱର ମୋତେ ତାହା କରିବାକୁ କୁହନ୍ତି। ଏବଂ ପ୍ରଶ୍ନ ହେଉଛି ତୁମେ ନିଜକୁ ଅସ୍ୱୀକାର କରିବ କି? ଏହା ତୁମ ଜୀବନରେ କ’ଣ ଦେଖାଯିବ? ମୁଁ ନିଜ ବିଷୟରେ ଉଦାହରଣ ବ୍ୟବହାର କରିବାକୁ ଦ୍ୱିଧା କରେ, କିନ୍ତୁ ଏହା ତୁମ ଜୀବନରେ କ’ଣ ଦେଖାଯିବ? ଯୀଶୁଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଜୀବନଯାପନ କରିବାକୁ ଏହା କ’ଣ ଦେଖାଯିବ; ଯେଉଁଥିରେ ତୁମେ ତାହାଙ୍କର ଲକ୍ଷ୍ୟ, ଅଭିଳାଷ, ଏବଂ ଇଚ୍ଛା ଅନୁସରଣ କରୁଅଛ?

 

ଗ. "ଆପଣା କ୍ରୁଶ ଘେନ"

 

ଯୀଶୁ କହନ୍ତି, ଯଦି ତୁମେ ମୋହର ଅନୁଗାମୀ ହେବାକୁ ଇଚ୍ଛା କର, ଯଦି ତୁମେ ମୋହର ଜଣେ ଶିଷ୍ୟ ହେବାକୁ ଚାହଁ, ତେବେ ତୁମେ ଆପଣାକୁ ଅସ୍ୱୀକାର କର, ପୁଣି ତା'ପରେ ତୁମେ ଆପଣା କ୍ରୁଶ ଘେନିବା ଆବଶ୍ୟକ। ଲୂକ ୯:୨୩ ପଦରେ ସମାନ୍ତର ଉଦ୍ଧୃତାଂଶ ଆମକୁ ଯୋଗ କରିବାକୁ ସାହାଯ୍ୟ କରେ, "ଆମ୍ଭେମାନେ ପ୍ରତିଦିନ ଆପଣାର କ୍ରୁଶ ଘେନିବା ଆବଶ୍ୟକ।" କ୍ରୁଶ ଏକ ମୃତ୍ୟୁଦଣ୍ଡ ଏବଂ ମୃତ୍ୟୁର ଏକ ଜଣାଶୁଣା ହତିଆର ଥିଲା। ଯୀଶୁ କେବଳ କହିଥିଲେ ଯେ ସେ ମରିବାକୁ ଯାଉଅଛନ୍ତି ଓ ତାହାଙ୍କର ଶିଷ୍ୟମାନେ ମଧ୍ୟ ସୁସ୍ପଷ୍ଟ ଭାବରେ ତାହାଙ୍କ ପରି ନିଶ୍ଚୟ ମରିବେ। କ୍ରୁଶ ଘେନିବାର ଅର୍ଥ କ’ଣ? ଏହାର ଅର୍ଥ ହେଉଛି ତୁମେ ଏବଂ ମୁଁ ପ୍ରତିଦିନ ସତ୍ୟକୁ ବଞ୍ଚାଇବାକୁ ପଡିବ ଯେ ତୁମେ ଏବଂ ମୁଁ ନିଜ ପାଇଁ ଆଉ ବଞ୍ଚୁ ନାହୁଁ। କ୍ରୁଶ ଘେନିବା ଅର୍ଥ ହେଉଛି ତୁମେ ଏବଂ ମୁଁ ପ୍ରତିଦିନ ବଞ୍ଚିବା ଯେ ମୁଁ ମୋ ଜୀବନରେ ଆଉ ପ୍ରଧାନ ନୁହେଁ। ଏହାର ଅର୍ଥ ହେଉଛି ତୁମେ ଏବଂ ମୁଁ ପ୍ରକୃତରେ ନିଜ ପାଇଁ ମରିଅଛୁ ଏବଂ ଆମ୍ଭେମାନେ ଈଶ୍ୱରଙ୍କ ନିକଟରେ ବଞ୍ଚୁଅଛୁ। ତାହା ହିଁ ଗାଲାତୀୟ ୨:୨୦ ପଦର ବିଷୟ ବସ୍ତୁ: "ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି; ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋଠାରେ ଜୀବିତ ଅଛନ୍ତି।" ଏବଂ ଏହିପରି ଭାବରେ ଆମ୍ଭେମାନେ ଯୀଶୁଙ୍କୁ ଅନୁଗମନ କରୁ। ତୁମେ ନିଶ୍ଚୟ ନିଜକୁ ଅସ୍ୱୀକାର କରିବା ଆବଶ୍ୟକ, ଆପଣା କ୍ରୁଶ ଘେନ ଏବଂ ଏହି ଉପାୟରେ ମୋହର ଅନୁଗମନ କର।

ଆମ୍ଭେମାନେ ଏକ ନିଷ୍ପତ୍ତି କରୁ ଓ ଏକ ନିଷ୍ପତ୍ତି ନେଇ ତାହାଙ୍କୁ ଅନୁଗମନ କରୁ ଯାହା ସର୍ବଦା କାର୍ଯ୍ୟ ଦ୍ୱାରା ଅନୁସରଣ କରାଯାଏ। ଏହି କଥା କେବଳ କଥାବାର୍ତ୍ତା କରିବା ଯଥେଷ୍ଟ ନୁହେଁ। ଏହା କେବଳ କହିବା ଯଥେଷ୍ଟ ନୁହେଁ, "ଠିକ ଅଛି, ମୁଁ ନିଜକୁ ଅସ୍ୱୀକାର କରିଅଛି।" ଏହା କହିବା ଯଥେଷ୍ଟ ନୁହେଁ, "ଠିକ ଅଛି, ମୁଁ ଜଣେ ଖ୍ରୀଷ୍ଟିୟାନ ଅଟେ।" ଶିଷ୍ୟମାନେ ଯାହା କହନ୍ତି ସବୁବେଳେ ତାହା କରିବା ଦରକାର। ସେହିସବୁ ବିଷୟ ହେଉଛି କ୍ରୁଶକୁ ଘେନି ଚାଲିବା। ଏହି କାରଣରୁ ଆମ୍ଭେମାନେ ଏଠାରେ ଶିଶୁ ସେବାକାର୍ଯ୍ୟସବୁରେ ଏତେ ଆକ୍ରମଣାତ୍ମକ ଅଟୁ, କାରଣ ଏହି ପିଲାମାନଙ୍କ ଜୀବନରେ ଈଶ୍ୱର କିପରି କାର୍ଯ୍ୟ କରୁଅଛନ୍ତି ସେ ବିଷୟରେ ଆମ୍ଭେମାନେ ପ୍ରାୟ ପ୍ରତି ସପ୍ତାହରେ ଆଶ୍ଚର୍ଯ୍ୟଜନକ କାହାଣୀ ଶୁଣୁଅଛୁ ଏବଂ ବର୍ତ୍ତମାନ ସେଠାରେ ଯେଉଁ ପିଲାମାନେ ଅଛନ୍ତି, ସେମାନଙ୍କୁ ତୁମ ପିଲାମାନେ ଆଣୁଏଛନ୍ତି, ପାଖାପାଖି ଅଂଚଳର ଅଣ-ମଣ୍ଡଳୀଭୁକ୍ତ ପିଲାମାନଙ୍କୁ ଆଉ ସେମାନେ ସେମାନଙ୍କ ଜୀବନ ଯୀଶୁଙ୍କୁ ଦେଉଅଛନ୍ତି। କିନ୍ତୁ ଏହି କଥା କେବଳ କଥାବାର୍ତ୍ତା କରିବା ଯଥେଷ୍ଟ ନୁହେଁ, ଆମ୍ଭେମାନେ ଚାଲିବା ଆବଶ୍ୟକ, ତେଣୁ ଆମ୍ଭେମାନେ କହିଅଛୁ ଯେ ଆମକୁ ସୁବିଧା ଦରକାର ଯେଉଁଥିରେ ଛୋଟ ପିଲାମାନଙ୍କୁ ତାଲିମ ଦେବା ଆରମ୍ଭ ହେବ ଯାହା ଦ୍ୱାରା ସେମାନେ ପ୍ରତ୍ୟେକ ଦିନ କ୍ରୁଶ ଉଠାଇବାର ଅର୍ଥ ବୁଝି ପାରିବେ।

 

ମହାନ ଆଦେଶର ଦୁଇଟି ଅଂଶ ଅଛି। ଏହା ଶିଷ୍ୟ କରିବା, ସେମାନଙ୍କୁ ବାପ୍ତିସ୍ମ ଦେବା (ତାହା ହେଉଛି ସୁସମାଚାର) କିନ୍ତୁ ଏହା ମଧ୍ୟ ସେହିସବୁ ସମ୍ପୂର୍ଣ୍ଣରୂପେ ପାଳନ କରିବାକୁ ଶିକ୍ଷା ଦେଇ (ତାହା ହେଉଛି ଶିଷ୍ୟତ୍ୱ) ସେମାନଙ୍କୁ ଶିଷ୍ୟ କରିବା ଅଟେ। ଯଦି ଆମ୍ଭେମାନେ ଏକ ମହାନ ଆଦେଶ ଦ୍ୱାରା ପରିଚାଳିତ ମଣ୍ଡଳୀ ହେବାକୁ ଯାଉଅଛୁ ତେବେ ଆମକୁ ସୁସମାଚାର ପ୍ରଚାର କରିବାକୁ ହେବ ଏବଂ ଆମକୁ ଶିଷ୍ୟ କରିବାକୁ ହେବ; କେବଳ କଥାବାର୍ତ୍ତା ନୁହେଁ ମାତ୍ର ଯାହା କହୁ ତାହା କରିବା।

 

୪. ଶିଷ୍ୟର ମୂଲ୍ୟ

ଯୀଶୁ ମାର୍କ ୮: ୩୫ ପଦରେ ୩୪ ପଦ ପଛରେ ଥିବା ଯୁକ୍ତିଯୁକ୍ତ ଆଧାର ବିଶଦ ଭାବରେ ବୁଝାଇବା ଚାଲୁ ରଖନ୍ତି। ସେ କହନ୍ତି, "କାରଣ ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।" ଅନ୍ୟ ଅର୍ଥରେ, ସେ ସମାନ କଥା କହୁଛନ୍ତି କିନ୍ତୁ ଭିନ୍ନ ଶବ୍ଦ ସହିତ। ଯଦି ତୁମେ ତୁମର ଜୀବନ ବଞ୍ଚାଇବାକୁ ଚେଷ୍ଟା କର, ଯଦି ତୁମେ ନିଜକୁ ଅସ୍ୱୀକାର କରିବାକୁ ମନା କର, ତେବେ ଯାହା ଘଟିବାକୁ ଯାଉଛି ତାହା ହେଉଛି ତୁମେ ତୁମର ଜୀବନ ହରାଇବ; ତୁମେ ନର୍କରେ ସମାପ୍ତି ହେବ। କିନ୍ତୁ ଯଦି ତୁମେ ସୁସମାଚାର ନିମନ୍ତେ ତୁମର ଜୀବନ ହରାଇବ, ଅନ୍ୟ ଅର୍ଥରେ, ଯଦି ତୁମେ ଆପଣାକୁ ଅସ୍ୱୀକାର କର, ତେବେ ତୁମେ, ବାସ୍ତବରେ, ନିଜ ଜୀବନକୁ ରକ୍ଷା କରିବ (ଈଶ୍ୱର ତୁମର ଜୀବନ ରକ୍ଷା କରିବେ) ଓ ତୁମେ ସ୍ୱର୍ଗରେ ସମାପ୍ତି ହେବ।

 

ତା’ପରେ ୩୬ ଓ ୩୭ ପଦରେ ଯୀଶୁ ଗୁରୁତ୍ୱ ଦେଇ କହନ୍ତି ଯେ ତୁମର ଜୀବନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ କିଛି ନାହିଁ। "ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ? ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇପାରେ?" ପୁଣି ଉତ୍ତର ସ୍ପଷ୍ଟ ଅଟେ, କିଛି ନୁହେଁ।

 

ତା’ପରେ ଆମ୍ଭେମାନେ ୩୮ ପଦକୁ ଯିବା ପୁଣି ଯୀଶୁ ଏକ ଆତ୍ମ-କେନ୍ଦ୍ରିତ, ଅଣ-ଅସ୍ୱୀକାର ଜୀବନ ବିଷୟରେ ବଞ୍ଚିବାର ଫଳାଫଳ ବର୍ଣ୍ଣନା କରି ବନ୍ଦ କରିବାକୁ ଯାଉଅଛନ୍ତି। ଏବଂ ଯୀଶୁ କହନ୍ତି, "ଯେଣୁ ଯେକେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜା ବୋଧ କରେ..." ପାପୀମାନଙ୍କ ଗଣ୍ଠିଲି ପୃଷ୍ଠଭୂମିରେ, ଯୀଶୁଙ୍କ ବିଷୟରେ କିପରି କୌଣସି ବ୍ୟକ୍ତି ଲଜ୍ଜିତ ହେବେ? କିନ୍ତୁ ଯଦି ଆମ୍ଭେମାନେ “… ତାହାଙ୍କ ବିଷୟରେ ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜା ବୋଧ କରିବେ।” ମନୁଷ୍ୟପୁତ୍ର ହେଉଛି ଆପଣା ନିମନ୍ତେ ଯୀଶୁଙ୍କ ପ୍ରିୟ ନାମ। ଦାନିୟେଲରେ ଏକ ଭବିଷ୍ୟବାଣୀରୁ ଏହା ଆସିଅଛି। ମନୁଷ୍ୟପୁତ୍ର ହେଉଛନ୍ତି ସେ ଯେ ବିଚାର କରିବାକୁ ଆସିବେ। ତେଣୁ ୩୮ ପଦର ପ୍ରସଙ୍ଗ ହେଉଛି ଆମର ଅନ୍ତିମ ବିଚାର।

 

କେହି ଜଣେ ବ୍ୟକ୍ତି ବିଷୟରେ ଲଜ୍ଜା ବୋଧ ହେବାର ଅର୍ଥ କ’ଣ? ଏହାର ଅର୍ଥ ଆମ୍ଭେମାନେ ସେମାନଙ୍କ ସହିତ ସଂଯୁକ୍ତ ହେବାକୁ ଚାହୁଁନାହୁଁ। ଆମ୍ଭେମାନେ ସେମାନଙ୍କଠାରୁ ଆପଣାକୁ ଦୂରେଇ ରଖିବାକୁ ଚାହୁଁ। ଆମ୍ଭେମାନେ ସେମାନଙ୍କ ସହିତ ନିଜକୁ ପୃଥକ କରିବାକୁ ଚାହୁଁ। ଏବଂ ମାର୍କ ୮ ପର୍ବର ଏହି ପ୍ରସଙ୍ଗରେ, ଯୀଶୁଙ୍କ ପାଇଁ ଲଜ୍ଜା ବୋଧ ହେବାର ଅର୍ଥ କ’ଣ? ଏହାର ଅର୍ଥ ହେଉଛି ତୁମେ ଏବଂ ମୁଁ ଏପରି ଜୀବନଯାପନ କରିବା ଯେ ଆମ୍ଭେମାନେ ତାହାଙ୍କଠାରୁ ନିଜକୁ ଦୂରେଇ ରଖୁ। ଏବଂ ଆମ୍ଭେମାନେ ତାହା କିପରି କରୁ? ଆମ୍ଭେମାନେ ତାହାଙ୍କଠାରୁ କିପରି ନିଜକୁ ଦୂରେଇ ରଖିଥାଉ? ଆମ୍ଭେମାନେ କିପରି ଜୀବନ ଅତିବାହିତ କରୁ ଯାହା ଯୀଶୁଙ୍କ ପାଇଁ ଲଜ୍ଜା ବୋଧ ଅଟେ? ଆମ୍ଭେମାନେ ଏହା ନିଜ ପାଇଁ ବଞ୍ଚୁ। ଆମ୍ଭେମାନେ ନିଜକୁ ଅସ୍ୱୀକାର କରିବାକୁ ମନା କରୁ। ଆମ୍ଭେମାନେ ନିଜକୁ ନିଜ ଜୀବନର ସିଂହାସନରେ ରଖୁ। ଏବଂ ଯଦି ଆମ୍ଭେମାନେ ତାହା କରିବା, ଆମ୍ଭେମାନେ ଯୀଶୁଙ୍କ ପାଇଁ ଲଜ୍ଜା ବୋଧ ଜୀବନ କାଟୁଅଛୁ।

 

ତେବେ ମନୁଷ୍ୟପୁତ୍ର ତୁମ ଏବଂ ମୋ ପାଇଁ ଲଜ୍ଜିତ ହେବାର ଅର୍ଥ କ’ଣ? ଏହାର ଅର୍ଥ ସେ ଆମର ଅନ୍ତିମ ବିଚାରରେ ଆମଠାରୁ ନିଜକୁ ଦୂରେଇ ରଖିବେ। ଏବଂ ଯେତେବେଳେ ଆମର ଅନ୍ତିମ ବିଚାରରେ ବିଚାରପତି ତୁମଠାରୁ ଏବଂ ମୋଠାରୁ ଦୂରେଇ ଯିବେ, ସେତେବେଳେ କ’ଣ ହେବ? ଆମ୍ଭେମାନେ ନର୍କରେ ପରିଶେଷ ହେବା। ଏହା ସଂପୂର୍ଣ୍ଣ ରୂପେ ସମାଲୋଚନାମୂଳକ ଯେ ବିଶ୍ୱର ବିଚାରକର୍ତ୍ତା ଆମ ପାଇଁ ଲଜ୍ଜିତ ହେବାର ଅର୍ଥ କ’ଣ ତାହା ହେଉଛି ଆମ୍ଭେମାନେ ଜଳ ସେଚନ କରୁ ନାହୁଁ। ଯେତେବେଳେ ଆମ୍ଭେମାନେ ବିଚାର ସିଂହାସନ ସମ୍ମୁଖରେ ଛିଡା ହେବା, ଯୀଶୁ ଆମକୁ ପଚାରିବେ ନାହିଁ ଯେ ଆମ୍ଭେମାନେ ହସ୍ତ ଉତ୍ତୋଳନ କରିଥିଲୁ କି ନାହିଁ? ଏହା ବାଇବଲରେ କୌଣସି ସ୍ଥାନରେ ନାହିଁ। ଆମ୍ଭେମାନେ ବିଶ୍ୱାସର କାର୍ଯ୍ୟ କରିଅଛୁ କି ନାହିଁ ସେ ଆମକୁ ତାହା ପଚାରିବେ ନାହିଁ। ସେ ପଚାରିବେ ମୋ ପାଇଁ ତୁମେ ଗର୍ବିତ ଥିଲ କି? ତୁମେ ମୋ ପାଇଁ ଜୀବନ ବିତାଇଲ କି କିମ୍ବା ମୋ ପାଇଁ ତୁମେ ଲଜ୍ଜିତ ଥିଲ କି?"

 

ଯେତେବେଳେ ବାଇବଲ ବିଚାର ବିଷୟରେ କଥାବାର୍ତ୍ତା କରେ, ତୁମେ ଜାଣ କି ବିଚାର କାହା ଉପରେ ଆଧାରିତ? ଏହା ସର୍ବଦା ସେହି ଈଶ୍ୱରତ୍ୱତ୍ତିକ ମତବାଦସମୂହ ମଧ୍ୟରୁ ଗୋଟିଏ ଯାହା ଲୋକଙ୍କୁ ଧରିପାରେ। ତୁମର ବିଚାର ଏବଂ ମୋହର ବିଚାର କାହା ଉପରେ ଆଧାରିତ? ପୁଣି ଏହା ସମସ୍ତ ବାଇବଲ, ନୂତନ ଏବଂ ପୁରାତନ ନିୟମ ଉପରେ ଆଧାରିତ ଅଟେ। ଏହା ଆମର କାର୍ଯ୍ୟ ଉପରେ ଆଧାରିତ ଅଟେ। ସେ ବିଷୟରେ ତୁମେ ସଚେତନ କି? ଏହି ଅର୍ଥରେ ନୁହେଁ ଯେ ଆମ୍ଭେମାନେ ପରିତ୍ରାଣ ଅର୍ଜନ କରୁ, ଅବଶ୍ୟ ଏହା ମୂର୍ଖତା, ଏହା ମଧ୍ୟ ବିରୁଦ୍ଧାଚରଣ ମତ ଅଟେ। ତୁମେ ତୁମର ପରିତ୍ରାଣ ଅର୍ଜନ କରିପାରିବ ନାହିଁ; ମୁଁ ମୋର ପରିତ୍ରାଣ ଅର୍ଜନ କରି ପାରିବି ନାହିଁ। ଏହା ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଈଶ୍ୱରଙ୍କ ଦୟା ଓ ଅନୁଗ୍ରହ ଦ୍ୱାରା ମୋତେ ପ୍ରଦାନ କରାଯାଇଥିବା ଏକ ଉପହାର ଯାହା ମୋ ଜୀବନରେ ବାସ୍ତବ ହୋଇଯାଏ ଯେତେବେଳେ ମୁଁ ମୋର ପାପ ସ୍ୱୀକାର କରେ ଓ ମୁଁ ବିଶ୍ୱାସ କରେ ଯେ ଯୀଶୁ ମୋର ପାପର ଦଣ୍ଡ ସ୍ୱରୁପେ କ୍ରୁଶରେ ମଲେ। ତାହା ହିଁ ମୋତେ ଉଦ୍ଧାର କରେ। ମୁଁ କ୍ରିୟାକର୍ମ ଦ୍ୱାରା ପରିତ୍ରାଣ ପାଇନାହିଁ। ତାହା ଭାବି ଏହି କୋଠା ଛାଡନ୍ତୁ ନାହିଁ। ମାତ୍ର ପରିବର୍ତ୍ତନରେ, ଯେତେବେଳେ ମୁଁ ଈଶ୍ଵରଙ୍କ ଶକ୍ତି ଦ୍ୱାରା ତାହା କରେ, ସେ ମଧ୍ୟ ମୋତେ ପରିବର୍ତ୍ତନ କରନ୍ତି। ସେ ମୋତେ ଏକ ନୂତନ ସୃଷ୍ଟିରେ ପରିଣତ କରନ୍ତି। ସେ ମୋତେ ନୂତନ ଜନ୍ମ ଦିଅନ୍ତି ଆଉ ମୋତେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଶିଷ୍ୟରୂରେ ବଞ୍ଚି ରହିବାକୁ ଆହ୍ୱାନ କରାଯାଇଛି ଯେ ପରିବର୍ତ୍ତିତ ଜୀବନ ଏତେ ପରିମାଣରେ ପରିଲକ୍ଷିତ ହୁଏ ଯାହା ଆମର ବିଚାରର ଆଧାର ସ୍ୱରୂପେ ଈଶ୍ୱର ସେହି ପରିବର୍ତ୍ତିତ ଜୀବନକୁ ଦେଖନ୍ତି।

 

ଏହି କାରଣରୁ ଆମର ବିଶ୍ୱାସର ବକ୍ତବ୍ୟ କହେ, "ପବିତ୍ରତା ହିଁ ପରିତ୍ରାଣର ଆବଶ୍ୟକୀୟ ଓ ନିଶ୍ଚିତ ଫଳ, ତଥାପି ଗୁଣସମ୍ପନ ନୁହେଁ; କେବଳ ଈଶ୍ୱର ହିଁ ରକ୍ଷା କରନ୍ତି। ଆତ୍ମାଙ୍କ କାର୍ଯ୍ୟ ଦ୍ୱାରା ସାଧୁମାନଙ୍କୁ (ତାହା ତୁମେ ଏବଂ ମୁଁ ଶିଷ୍ୟ ଅଟୁ) ଆହ୍ୱାନ କରାଯାଏ ଓ ପବିତ୍ର ଜୀବନଯାପନ କରିବାକୁ ସାମର୍ଥ ପ୍ରଦାନ କରାଯାଏ; ଜଗତ ‘ରେ' କିନ୍ତୁ ଜଗତ ‘ର' ନୁହଁନ୍ତି, ଯୀଶୁ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗୀକୃତ ଶିଷ୍ୟମାନେ, ଶେଷ ପର୍ଯ୍ୟନ୍ତ ସ୍ଥିର ରହନ୍ତି।

 

ମୋତେ କେବଳ ଅଳ୍ପ କେତୋଟି ଉଦ୍ଧୃତାଂଶ ଦେବାକୁ ଦିଅ। ସେଠାରେ ଅନେକ ବିଷୟ ଅଛି ଯାହାକୁ ଆମ୍ଭେମାନେ ଦେଖିପାରିବା ପୁଣି ତୁମେ ହୁଏତ ସେଗୁଡିକୁ ଘରକୁ ନେଇଯାଇ ସେଗୁଡିକ ଉପରେ ଚିନ୍ତା କରିବାକୁ ଚାହିଁ ପାରନ୍ତି।

 

ସେମାନଙ୍କ ମଧ୍ୟରୁ ଗୋଟିଏ ପ୍ରକାଶିତ ବାକ୍ୟ ୨୦ ପର୍ବ ଅଟେ। ଏହା ସିଂହାସନ କୋଠରୀ ଦୃଶ୍ୟ ଅଟେ, ଅନ୍ତିମ ବିଚାର, ପୁଣି ଆମ୍ଭେମାନେ ପ୍ରକାଶିତ ବାକ୍ୟ ୨୦: ୧୨ ପଦର ଆରମ୍ଭରେ ପଢୁ, (ଆଉ ଏହା ଯୋହନ କହୁଅଛନ୍ତି), "ପୁଣି ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ।”

 

ରୋମୀୟ ୨: ୬ ପଦର ଆରମ୍ଭରୁ: "[ଈଶ୍ଵର] ସେ ପ୍ରତ୍ୟେକ ଲୋକକୁ ନିଜ ନିଜ 'ବିଶ୍ୱାସର କର୍ମାନୁସାରେ' [ଏହା କ'ଣ କହେ ଏହା ନୁହେଁ] ଫଳ ଦେବେ [ବିଚାର କରିବେ]।ସେ ପ୍ରତ୍ୟେକ ଲୋକକୁ ନିଜ ନିଜ କର୍ମାନୁସାରେ ଫଳ ଦେବେ: ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ, କିନ୍ତୁ ଯେଉଁମାନେ ସ୍ୱାର୍ଥପର, ପୁଣି ସତ୍ୟର ଅନାଜ୍ଞାବହ, ମାତ୍ର ଅଧାର୍ମୀକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ। କ୍ଳେଶ ଓ ଯନ୍ତ୍ରଣା ଘଟିବ…"

 

ଯଦି ତୁମେ ଏକ ପ୍ରକୃତିସ୍ଥ ଉଦ୍ଧୃତାଂଶ ଚାହଁ ତେବେ ମାଥିଉ ୨୫ ପର୍ବକୁ ଫେରିଆସ, ଏହା ଅନ୍ତିମ ବିଚାରର ଦୃଶ୍ୟ ଅଟେ, ୩୧ ପଦରୁ ଆରମ୍ଭ ହୋଇଅଛି, “ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆଗମନ କରିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ଉପବେସନ କରିବେ। ପୁଣି ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଯେପରି ଛାଗଠାରୁ ମେଷ ପୃଥକ କରେ, ସେହିପରିସେ ସମାନଙ୍କୁ ପରସ୍ପରଠାରୁ ପୃଥକ୍ କରି ମେଷମାନଙ୍କୁ ଆପଣା ଦକ୍ଷିଣ ପାଶ୍ୱର୍ରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ। [ତାହା ଅନ୍ତିମ ବିଚାର ଅଟେ] ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି ସେଥିରେ ଅଧିକାରୀ ହୁଅ; କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ପୀଡ଼ିତ ଥିଲି, ମୋତେ ସଂଖୋଳିଲ, କାରାଗାରରେ ଥିଲି ମୋ’ ନିକଟକୁ ଆସିଲ।’"ଏହା ଇଥିଓପିଆ ଭଳି ଲାଗୁଛି, ଏହା ନୁହେଁ କି? ଯଦି ତୁମେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଶିଷ୍ୟ ହେବାକୁ ଚାଁହ, ତେବେ ତୁମେ ଆପଣାକୁ ଅସ୍ୱୀକାର କରି ପ୍ରତିଦିନ ଆପଣା କ୍ରୁଶ ଘେନି ଯିବା ଦରକାର ଓ ସତ୍ୟ ଏହା ଯେ ତୁମେ ନିଜ ପ୍ରତି ମୃତ ହୋଇଯାଇଅଛ ପୁଣି ତୁମେ ଈଶ୍ଵରଙ୍କ ପାଇଁ ବଞ୍ଚୁଅଛ। କାରଣ ଯେତେବେଳେ ସେ ଆମକୁ ପରିବର୍ତ୍ତନ କଲେ, ସେହି ସମାନ ଶକ୍ତି ଯାହା ମୋତେ ବିଲ୍ ମାଉନ୍ସଙ୍କଠାରେ ମୃତ କରିଥିଲା, ସେ ବର୍ତ୍ତମାନ ଖ୍ରୀଷ୍ଟଙ୍କଠାରେ ଜୀବିତ ଅଟେ, ସେହି ସମାନ ଶକ୍ତି ମୋ ଠାରେ ଅଛି ଏବଂ ସେ ମୋତେ ପରିବର୍ତ୍ତନ କରିଅଛନ୍ତି ଏବଂ ସେହି ପରିବର୍ତ୍ତନ ମୋ ଜୀବନରେ ପ୍ରଭାବ ପକାଉଥିବ।

 

ଥରେ ବିମାନ ବନ୍ଦରରୁ ଯୋହନ ପାଇପରକୁ ଉଠାଇବା ପାଇଁ ମୋତେ ଗୋଟିଏ ବଡ଼ ସୁଯୋଗ ମିଳିଥିଲା। ସେ ଶିକ୍ଷା ଦେବାକୁ ଶିକ୍ଷାନିକେତନକୁ ଆସିଥିଲେ, କେବଳ ଗୋଟିଏ ଥର ଆମ୍ଭେମାନେ ଶାନ୍ତ କଥାବାର୍ତ୍ତା କରିପାରିଥିଲୁ ପୁଣି ମୁଁ ଯୋହନ ଆଡକୁ ଚାହିଁଲି ଏବଂ ମୁଁ କହିଲି, "ଯୋହନ, ମୁଁ ଯେତେ ଲୋକଙ୍କୁ ଜାଣିଅଛି ତୁମେ ହେଉଛ ମୋ ଜୀବନରେ ସବୁଠାରୁ ଅଧିକ ଚାଳିତ ବ୍ୟକ୍ତି। ମୁଁ ଭାବିଲି ମୋତେ ଚାଳିତ କରାଗଲା କିନ୍ତୁ ମୁଁ ତୁମ ତୁଳନାରେ ଅଳସୁଆ ଅଟେ। ତୁମକୁ କ’ଣ ଚଳାଏ? ଏତେ କଠିନକୂ ତୁମକୁ କ'ଣ ଠେଲି ଦିଏ?" ପୁଣି ସମ୍ପୂର୍ଣରୂପେ ଚଞ୍ଚଳ ହୋଇ ସେ କହିବାକୁ ଲାଗିଲେ, ମୁଁ ହୃଦବୋଧ କରୁଅଛି ଯେ ଆମର ମଣ୍ଡଳୀସମୂହ ନର୍କଗାମୀ ହେଉଥିବା ଲୋକମାନଙ୍କ ସହିତ ପରିପୂର୍ଣ୍ଣ।" ମୁଁ ଭାବିଲି, "ଏହା ସ୍ୱଳ୍ପ କଟୁ ଅଟେ।" ମାତ୍ର ଯେତେବେଳେ ଆମ୍ଭେମାନେ କଥାବାର୍ତ୍ତା କରୁଥିଲୁ, ସେତେବେଳେ ମୁଁ ବୁଝିଲି, ସେ କ’ଣ କହୁଥିଲେ, ମୁଁ ଭାବେ ସେ ସଂପୂର୍ଣ୍ଣଭାବରେ ଠିକ୍ ଅଟନ୍ତି।

 

ଯେତେବେଳେ ସୁସମାଚାର ପରିପୂର୍ଣ୍ଣତାରେ ଶିକ୍ଷା ଦିଆଯାଏ ନାହିଁ; ଯେତେବେଳେ ଆମକୁ ଜଣେ ଶିଷ୍ୟରୂପେ ହେବା, ହୋଇ ଓ ମରିବା ବିଷୟରେ ଶିକ୍ଷା ଦିଆଯାଏ ନାହିଁ; ଯେତେବେଳେ ଯୀଶୁ “ଆସ ଏବଂ ମୋହର ଅନୁଗମନ କର,” ବୋଲି ଆଉ କୁହନ୍ତି ନାହିଁ, ତେବେ ଲୋକମାନେ ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ଈଶ୍ଵର ସେମାନଙ୍କଠାରୁ କ’ଣ ଆବଶ୍ୟକ କରନ୍ତି। ପୁଣି ସେମାନେ ସେମାନଙ୍କ ହସ୍ତ ଉତ୍ତୋଳନ କରିଅଛନ୍ତି, ସେମାନେ ଏକ ମଣ୍ଡଳୀରେ ଯୋଗ ଦେଇଅଛନ୍ତି ଏବଂ ସେମାନେ ବାହାରକୁ ଯାଇ ନିଜ ଇଚ୍ଛା ଅନୁସାରେ ଜୀବନଯାପନ କରିଅଛନ୍ତି ଓ ସେମାନେ ଭାବନ୍ତି ଯେ ସେମାନେ ସେମାନଙ୍କ ପଥ ଅନୁସାରେ ସ୍ୱର୍ଗକୁ ଯାଉଅଛନ୍ତି। ଯୀଶୁ ଯାହା କୁହନ୍ତି ଏହା ତାହା ନୁହେଁ।

 

ମୁଁ ଭାବେ ପ୍ରତ୍ୟେକ ପ୍ରଚାରକ ବିଚାରାସନ ସମୀପରେ ଛିଡ଼ା ହେବା ଉଚିତ୍ ଏବଂ ତା'ଙ୍କ ମଣ୍ଡଳୀରେ ଲୋକମାନେ ବିଚାରକର୍ତ୍ତା ନିକଟକୁ ଅତୀତ ଜୀବନ ସହିତ ଯିବାର ପର୍ଯ୍ୟବେକ୍ଷଣ କରିବା ଉଚିତ। ପୁଣି ତା’ପରେ ମୁଁ ଭାବେ ଯେ ସେ ତାହାଙ୍କ ମନରେ ସେହି ପ୍ରତିମା ସହିତ ପ୍ରଚାର କରିବାକୁ ତାହାଙ୍କ ସମ୍ପୂର୍ଣ ଜୀବନ ଅତିବାହିତ କରିବା ଉଚିତ୍, କାରଣ ବିଚାରରେ ମୋତେ ଅତିକ୍ରମ କରି ଛିଡା ହେବା ଓ ତୁମ ଚାଲିବାର ପର୍ଯ୍ୟବେକ୍ଷଣ କରିବା ଅପେକ୍ଷା ମୁଁ ଆଉକିଛି ଅଧିକ ଯନ୍ତ୍ରଣାଦାୟକ କଳ୍ପନା କରିପାରିବି ନାହିଁ ଏବଂ ତୁମ ମଧ୍ୟରୁ ଜଣକୁ ଛାଗ ପରି ନିନ୍ଦିତ କରାଯାଇ ନର୍କରେ ଚିର ଦିନ ରହିବାକୁ ଓ ତୁମେ ବୁଲିପଡ ଓ ତୁମେ ମୋ ଆଡକୁ ଅନାଇ କୁହ, କିନ୍ତୁ ତୁମେ ଯାହା ମାଗିଲ ମୁଁ ପ୍ରତ୍ୟେକ ବିଷୟ କଲି।" ମୁଁ ସର୍ବଦା ପୂର୍ଣ୍ଣ ସୁସମାଚାର ପ୍ରଚାର କରିବି ଏବଂ ତୁମର ରକ୍ତର ଦୋଷ ମୋ ହସ୍ତରେ ନାହିଁ। ଏହା ଶକ୍ତିଶାଳୀ ଲାଗୁଛି କି? ମୁଁ ଭାବୁଛି ପାଇପର୍ ଠିକ୍ ଅଟେ। ମୁଁ ଭାବେ ମଣ୍ଡଳୀଗୁଡିକ ନର୍କଗାମୀ ଲୋକମାନଙ୍କ ସହିତ ପରିପୂର୍ଣ୍ଣ କାରଣ ସେମାନଙ୍କୁ ସୁସମାଚାର ଶିକ୍ଷା ଦିଆଯାଇ ନାହିଁ।

 

ତୁମେ ଯୀଶୁଙ୍କ ଶିଷ୍ୟ ହେବାକୁ ଚାହଁ କି ? ମନେରଖ, କେବଳ ଶିଷ୍ୟମାନେ ସ୍ୱର୍ଗରେ ଅଛନ୍ତି।

ତା’ପରେ ତୁମେ ଜଣେ ଶିଷ୍ୟ ହେବା ଆବଶ୍ୟକ। ତୁମେ ତୁମର ପାପ, ଈଶ୍ଵରଙ୍କଠାରୁ ପୃଥକତା ସ୍ୱୀକାର କରିବା ଆବଶ୍ୟକ। ତୁମେ ବିଶ୍ୱାସର ସେହି ଆଶ୍ଚର୍ଯ୍ୟଜନକ ପେସା କରିବା ଆବଶ୍ୟକ ଯେ କ୍ରୁଶରେ ଖ୍ରୀଷ୍ଟ ତୁମର ପାପ ପାଇଁ ମଲେ ତେଣୁ ତାହାଙ୍କ ପ୍ରତି ପ୍ରତିଶ୍ରୁତି କର ଆଉ ଈଶ୍ଵରଙ୍କ ଶକ୍ତି ଆସିବ ଓ ତୁମକୁ ପରିବର୍ତ୍ତନ କରିବ, ଓ ତା'ପରେ ତୁମେ ଜଣେ ଶିଷ୍ୟ ରୂପେ ବଞ୍ଚିବା ଆଶ୍ୟକ; ପ୍ରତିଦିନ ଆପଣାକୁ ଅସ୍ୱୀକାର କର ଏବଂ ପ୍ରତିଦିନ ତୁମର କ୍ରୁଶ ଘେନ ଏବଂ ଯେ ନିଜକୁ କ୍ରୁଶରେ ଚଢାଇ ଦିଆଯାଇଥିବା ବ୍ୟକ୍ତି ରୂପେ ବଞ୍ଚି ଏବଂ ଈଶ୍ଵରଙ୍କ ସେହି ଶକ୍ତି ଯାହା ମୃତକୁ ଜୀବନ ଦାନ କରି ଜୀବିତ କଲା ସେ କାର୍ଯ୍ୟରତ ଅଟନ୍ତି, ତେଣୁ ମନର ନୂତନୀକରଣ ଦ୍ୱାରା ତୁମ ଜୀବନକୁ ପରିବର୍ତ୍ତିତ କର। ଯେପରି ତୁମେ, ତୁମର ଜୀବନ, ଶରୀର, ତୁମେ ଯାହାକିଛି ଅଟ ତାହା ତାହାଙ୍କ ପାଇଁ ଗ୍ରହଣଯୋଗ୍ୟ ଉତ୍ସର୍ଗ ଅଟେ।

 

ମୁଁ ତୁମକୁ ଅନୁରୋଧ କରୁଅଛି; ନିଜକୁ ତାହାଙ୍କୁ ସମ୍ପୂର୍ଣ୍ଣରୂପେ ଦିଅ। ତୁମର ହସ୍ତ ବିସ୍ତାର କରିବାକୁ ଓ କୁହ, "ଯାହା ବି ହେଉ। ମୁଁ ନିଜକୁ ତୁମଠାରେ ସମର୍ପିତ କରେ," କାରଣ ଏହା ହେଉଛି ଏକମାତ୍ର ବାସ୍ତବ ସ୍ୱାଧୀନତା; ତାହା ହେଉଛି ଏକମାତ୍ର ବାସ୍ତବ ଆନନ୍ଦ ଯାହାକୁ ତୁମେ ଏହି ଜୀବନରେ ସର୍ବଦା ଜ୍ଞାତ ହେବ।

 

ଗୀତସଂହିତା ୧୬: ୧୧ "ତୁମ୍ଭେ [ଈଶ୍ଵର] ମୋତେ ଜୀବନ ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।"

ଆମେ ଆମର ପ୍ରାଣରେ ଗଭୀର କାମନା କରୁଥିବା ସୁଖଭୋଗ ଓ ଆନନ୍ଦ ପାଇବାର ଏକମାତ୍ର ସ୍ଥାନ ହେଉଛି ଆମର ପ୍ରଭୁ ଓ ଆମର ତ୍ରାଣକର୍ତ୍ତାରୂପେ ଈଶ୍ୱରଙ୍କଠାରେ ବନ୍ୟ ପରିତ୍ୟକ୍ତ ଅବସ୍ଥାରେ ଅଛି ।