୩୬. ମୃତ୍ୟୁ ଓ ମରଣୋତ୍ତର ଅବସ୍ଥା ସମ୍ବନ୍ଧୀୟ ତତ୍ତ୍ୱ

୧. ଶିଷ୍ୟଙ୍କ ଦୁଇଟି ପ୍ରଶ୍ନ

ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି ଯେ ସେ, ସେମାନଙ୍କଠାରୁ ଦୁରେଇ ଯିବାକୁ ଯାଉଅଛନ୍ତି। ତା’ପରେ ସେ ପ୍ରତିଜ୍ଞା କରନ୍ତି ଯେ କିଛି କାଳ ଉତ୍ତାରେ, ସେ ଫେରିଆସିବେ, କିନ୍ତୁ ସେ ବିଚାର ଦିନରେ ଫେରିଆସିବେ। ଯୀଶୁ ବର୍ତ୍ତମାନ ତାହାଙ୍କ ଜୀବନର ଶେଷ ସପ୍ତାହର ଶେଷରେ ଅଛନ୍ତି ପୁଣି ମାଥିଉ ୨୪: ୧ ପଦରେ ସେ ଆଉ ଏକ ପ୍ରତିଜ୍ଞା କରନ୍ତି, “ଯୀଶୁ ମନ୍ଦିରରୁ ବାହାରି ଚାଲିଯାଉଥିବା ସମୟରେ ତାହାଙ୍କର ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ପ୍ରାସାଦସମୂହ ଦେଖାଇବା ନିମନ୍ତେ ତାହାଙ୍କ ନିକଟକୁ ଆସିଲେ। (ସେମାନେ ସେଗୁଡ଼ିକର ସୌନ୍ଦର୍ଯ୍ୟ ଦ୍ୱାରା ବିସ୍ମିତ ହୋଇଥିଲେ।) କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ‘ତୁମ୍ଭେମାନେ କଅଣ ଏହି ସମସ୍ତ ଦେଖୁ ନାହଁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସ୍ଥାନରେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ ହେବ।’” ଏହା ଶିଷ୍ୟମାନଙ୍କ ପ୍ରତି ଏକ ଭୟଙ୍କର ଭବିଷ୍ୟବାଣୀ ଥିଲା  କାରଣ ସେମାନଙ୍କର ଈଶ୍ଵରତତ୍ତ୍ୱରେ ଏହା ଈଶ୍ଵରଙ୍କ ଗୃହ ଥିଲା। ଈଶ୍ଵରଙ୍କ ଗୃହକୁ ଆକ୍ରମଣ ଓ ପରାସ୍ତ କରିବା ହିଁ ଈଶ୍ଵରଙ୍କୁ ଆକ୍ରମଣ ଓ ପରାସ୍ତ କରିବା ଥିଲା। ତେଣୁ ପରବର୍ତ୍ତୀ ସମୟରେ, ସେମାନେ ୩ ପଦରେ ଦୁଇଟି ପ୍ରଶ୍ନ ଅନୁସରଣ କରନ୍ତି, “ପରେ ସେ ଜୀତପର୍ବତ ଉପରେ ବସନ୍ତେ, ଶିଷ୍ୟମାନେ ତାହାଙ୍କ ଛାମୁକୁ ଗୋପନରେ ଆସି ପଚାରିଲେ, 'ଏସବୁ କେବେ ଘଟିବ, ପୁଣି ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କ'ଣ ତାହା ଆମ୍ଭମାନଙ୍କୁ କୁହନ୍ତୁ?'” ଏହା ଧ୍ୟାନ ଦେବା ଜରୁରୀ ଯେ ସେମାନେ ଯୀଶୁଙ୍କୁ ଦୁଇଟି ପ୍ରଶ୍ନ ପଚାରିଥିଲେ। ପ୍ରଥମଟି, ମନ୍ଦିର କେବେ ଧ୍ୱଂସ ହେବ ଓ ଦ୍ୱିତୀୟଟି, ଯେବେ ଆପଣ  ଆଗମନ କରିବେ ଓ ଆମ୍ଭେମାନେ ଯୁଗାନ୍ତରେ ରହିଛୁ ବୋଲି ଆମ୍ଭମାନଙ୍କୁ ସତର୍କ କରିବାକୁ କେଉଁ ଲକ୍ଷଣସବୁ ଦେଖାଯିବ? ଯିହୂଦୀ ଲୋକମାନେ ସମୟକୁ ଦୁଇଟି ଯୁଗ, ଦୁଇ କାଳ ଅବଧି ଭାବରେ ଗଣନା କରନ୍ତି। ଆମ୍ଭେମାନେ ଏହି ଯୁଗରେ ବାସ କରୁଅଛୁ ଓ ଯେତେବେଳେ ମସୀହ ଫେରି ଆସିବେ ଏହି ଯୁଗ ଶେଷ ହେବ ତା’ପରେ, ତାହାଙ୍କ ଆଗମନ ସହିତ, ଯୁଗାନ୍ତତତ୍ତ୍ୱ ସମ୍ବନ୍ଧୀୟ ଯୁଗ, ମସୀହ ସମ୍ବନ୍ଧୀୟ ଯୁଗ, ନୂତନ ଯୁଗରେ ଆମ୍ଭମାନଙ୍କୁ ପ୍ରବେଶ କରାଯିବ। ସେହି ସମସ୍ତ ବିଷୟକୁ ସୂଚାଇ ପାଇଁ ଆମ୍ଭେମାନେ ବ୍ୟବହାର କରୁଥିବା ଅନେକ ଶବ୍ଦସମୂହ ଅଛି। ଶିଷ୍ୟମାନେ ଯୀଶୁଙ୍କ ଆଗମନ ଓ ଯୁଗାନ୍ତ ବ୍ୟତୀତ ମନ୍ଦିରର ବିନାଶ ଘଟିବାକୁ ଯାଉଥିବା ଭଳି ଭୟାନକ ବିଷୟକୁ ବିଶ୍ଵାସ କରିପାରନ୍ତି ନାହିଁ। ତେଣୁ ବୋଧହୁଏ ସେମାନଙ୍କ ମନରେ ଯେତେବେଳେ ସେମାନେ ଏହି ଦୁଇଟି ପ୍ରଶ୍ନ ପଚାରୁଥିଲେ, ସେମାନେ ଭାବୁଥିଲେ ଯେ ଏହା ପ୍ରକୃତରେ ଗୋଟିଏ ପ୍ରଶ୍ନ  ବୋଲି। କିନ୍ତୁ ମାଥିଉ ୨୪ ପର୍ବକୁ ବୁଝିବାକୁ ହେଲେ, ଶିଷ୍ୟମାନେ ଯୀଶୁଙ୍କୁ ଦୁଇଟି ପ୍ରଶ୍ନ ପଚାରିଥିଲେ ଓ ପ୍ରକୃତରେ ସେହି ପ୍ରଶ୍ନଗୁଡ଼ିକର ଦୁଇଟି ଭିନ୍ନ ଭିନ୍ନ ଉତ୍ତର ଅଛି, ଦୁଇଟି ପ୍ରଶ୍ନ ପାଇଁ ଦୁଇଟି ଭିନ୍ନ ଭିନ୍ନ ଉତ୍ତର ଅଛି ବୋଲି ଚିହ୍ନିବାଟା ହିଁ ମୂଳମନ୍ତ୍ର ଅଟେ । ତେଣୁ, ଯେପରି ଆମ୍ଭେମାନେ ମାଥିଉ ୨୪ ପର୍ବକୁ ପାଠ କରୁ, ଯୀଶୁ ବର୍ତ୍ତମାନ କେଉଁ ପ୍ରଶ୍ନର ଉତ୍ତର ଦେଉଅଛନ୍ତି ତାହା ମନେ ରଖିବାକୁ ଏହା  ମୂଳମନ୍ତ୍ର ଅଟେ କାରଣ ସେ ସିଧାସଳଖ କୌଣସି ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି

୨. ଯୀଶୁ ଶିଷ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି

କ. ମନ୍ଦିରର ବିନାଶ

ତେଣୁ ଯୀଶୁ ପ୍ରଥମ ପ୍ରଶ୍ନରୁ ଆରମ୍ଭ କରନ୍ତି, ପ୍ରଶ୍ନ ହେଉଛି ମନ୍ଦିର କେବେ ଧ୍ୱଂସ ହେବ? ୪- ୮ ପଦରେ ସେ କହନ୍ତି, ଅନେକଙ୍କୁ ଭ୍ରାନ୍ତ କରିବେ। ଭଣ୍ଡ ଭାବବାଦୀ ଆସିବେ, ଯୁଦ୍ଧ ହେବ, ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। କିନ୍ତୁ ଏହି ଚିହ୍ନଗୁଡ଼ିକ ମଧ୍ୟରୁ ଯେକୌଣସି ଚିହ୍ନ ତୁମ୍ଭକୁ ପ୍ରକାଶ କରେ ନାହିଁ ଯେ ମନ୍ଦିର ଧ୍ୱଂସ ହେବାକୁ ଯାଉଛି । ଖ୍ରୀଷ୍ଟିୟ ମଣ୍ଡଳୀରେ ଲୋକପ୍ରିୟ ଚିନ୍ତାଧାରାରେ, ଆମ୍ଭେମାନେ ଅନେକ ସମୟରେ, ସେହି ଚିନ୍ତାଧାରାକୁ ଠିକ୍ ଭାବରେ ବୁଝିବାକୁ ପଶ୍ଚାଦବର୍ତ୍ତୀ ହୋଇଥାଉ। କିନ୍ତୁ ଯୁଦ୍ଧ, ଦୁର୍ଭିକ୍ଷ ଓ ଭୂମିକମ୍ପ କେବଳ ଆରମ୍ଭ ମାତ୍ର, ଏହି ଘୋଟଣାଗୁଡ଼ିକ କୌଣସି ପ୍ରକାରେ ମନ୍ଦିରର ବିନାଶକୁ ସୂଚାଏ ନାହିଁ

୯-୧୪ ପଦରେ ଯୀଶୁ ସେମାନଙ୍କୁ ପ୍ରକୃତରେ ପ୍ରଥମ ଲକ୍ଷଣ ପ୍ରକାଶ କରନ୍ତି ଯେ ମନ୍ଦିର ଧ୍ୱଂସ ହେବାକୁ ଯାଉଅଛି ଓ ଏହା କ୍ଳେଶର ଲକ୍ଷଣ ଅଟେ। ତୁମ୍ଭର ବିଶ୍ୱାସ ସକାଶେ ତୁମ୍ଭେ ତାଡନା ଭୋଗ କରିବ। ଏପରିକି ମୃତ୍ୟୁ ପର୍ଯ୍ୟନ୍ତ ଏହା ପ୍ରଚଣ୍ତ ହେବ। ତାହା ପ୍ରଥମ ଲକ୍ଷଣ ଅଟେ ଯାହା ଆମ୍ଭମାନଙ୍କୁ ମନ୍ଦିରର ବିନାଶ ଆକୁ ଇଙ୍ଗିତ କରୁଅଛି। କିନ୍ତୁ ଦୟାକରି, ବିଶେଷ ଭାବରେ ୧୨-୧୪ ପଦଗୁଡ଼ିକରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। “ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ (ଏହି ପରିପ୍ରେକ୍ଷୀରେ ଅର୍ଥାତ ଯେଉଁମାନେ ନିଜକୁ ଖ୍ରୀଷ୍ଟିୟାନ ବୋଲି ଦାବି କରନ୍ତି) ଶୀତଳ ହୋଇଯିବ। ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ। ଆଉ, ସମସ୍ତ ଜାତି ନିକଟରେ ସାକ୍ଷ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ।” ଯୀଶୁ କହୁଅଛନ୍ତି ଯେ ଏହି କ୍ଳେଶର ସମୟରେ, ଅନେକେ ଖ୍ରୀଷ୍ଟ ବିଶ୍ଵାସୀ ଆପଣା ବିଶ୍ୱାସ ପରିତ୍ୟାଗ କରିବେ ଯାହାକୁ ଆମ୍ଭେମାନେ ଧର୍ମଚ୍ୟୁତ ବୋଲି କହୁ। ବିଶ୍ୱାସୀ ରୂପେ ଜଣାପଡୁଥିବା ଲୋକେ, କିନ୍ତୁ ଯେଉଁମାନେ ପଲରେ ଅନୁପସ୍ଥିତ ରହୁଅଛନ୍ତି, ଈଶ୍ଵରଙ୍କ ବିରୁଦ୍ଧରେ ବିରୁଦ୍ଧାଚରଣ କରିବେ। ଅନେକଙ୍କ ପ୍ରେମ ଶୀତଳ ହେବ, କିନ୍ତୁ ପ୍ରକୃତ ଶିଷ୍ୟମାନେ ଧୈର୍ଯ୍ୟ ଧରିବେ। ସେମାନେ ଶେଷ ପର୍ଯ୍ୟନ୍ତ ସେଠାରେ ଲାଗି ରହିବେ। ସମୁଦାୟ ପୃଥିବୀ ଏହା ଶୁଣିବା  ପର୍ଯ୍ୟନ୍ତ ସେମାନେ ସୁସମାଚାର ପ୍ରଚାର କରିବାକୁ ଜାରି ରଖିବେ।

୧୨-୧୪ ପଦଗୁଡ଼ିକ ଏତେ ଗୁରୁତ୍ୱପୂର୍ଣ୍ଣ ହେବାର କାରଣ ଯୁଗାନ୍ତତତ୍ତ୍ୱ ଅଟେ, ଯୁଗାନ୍ତ ବିଷୟର ଅଧ୍ୟୟନ କରିବା, ମୁଖ୍ୟତଃ ନୈତିକ ଅଟେ। ଆଲୋଚନାରେ ଅନେକ ସମୟରେ ତାହା ଛାଡିଦିଆଯାଏ। ଏହି ପ୍ରକାରର ପୃଷ୍ଠଭୂମି ସମୂହ, ଯୁଗାନ୍ତତତ୍ତ୍ୱ ସମ୍ବନ୍ଧୀୟ ଆଲୋଚନା (୨ ଥେସଲନୀକୀୟ ୨, ପ୍ରକାଶିତ ବାକ୍ୟର ସମସ୍ତ) ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଭବିଷ୍ୟତରେ ଆମକୁ ଏତେ ଅଧିକ ଏକ ବିସ୍ତୃତ ସଡକ ମାନଚିତ୍ର ପ୍ରଦାନ କରିବା ନୁହେଁ କିନ୍ତୁ ଏହା ଅତ୍ୟନ୍ତ ଖରାପ ହେବାକୁ ଯାଉଛି ବୋଲି ଆମ୍ଭମାନଙ୍କୁ ଜ୍ଞାତ କରାଏ। ଆମ୍ଭେମାନେ ବିଜୟ ହେଉ, ସେମାନେ ପରାଜୟ ହୁଅନ୍ତି, ତେଣୁ ତୁମ୍ଭେ ଏହାକୁ ଯେପରି ବିଶ୍ୱାସ କରୁଅଛ ସେପରି ଜୀବନଯାପନ କର। ବିଶ୍ୱସ୍ତ ହୁଅ। ମାଥିଉ ୨୪ ଓ ୨୫ ପର୍ବ ପ୍ରକୃତରେ ତାହାସବୁ ଅଟେ। ହଁ, ଅନେକ ସୂଚନା ସମୂହ ଓ ବିଷୟସବୁ ଚାଲୁଅଛି କିନ୍ତୁ ମୁଖ୍ୟ ବିଷୟ ବସ୍ତୁ (ଆଉ ଏହି କାରଣରୁ ମୁଁ ୨୫ ପର୍ବକୁ ଯିବାକୁ ଚାହେଁ) ହେଉଛି, ଏହି କ୍ଳେଶର ସମୟରେ ତୁମ୍ଭେ କିପରି ଜୀବନ ଯାପନ କରିବ କାରଣ ତୁମ୍ଭ ନିମନ୍ତେ ପଛକୁ ଫେରିବାକୁ, ପତିତ ହେବାକୁ ପରୀକ୍ଷା ଅଛି। କିନ୍ତୁ ଯେଉଁମାନେ ପ୍ରକୃତରେ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ଅଟନ୍ତି, ସେମାନେ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିବେ, ଯାହା ହେଉନା କାହିଁକି, ସମୁଦାୟ ପୃଥିବୀରେ ସୁସମାଚାର ପ୍ରଚାର କରିବେ କାରଣ ସେମାନେ ଜାଣନ୍ତି ଯେ ଶେଷରେ ଆମ୍ଭେମାନେ ଜୟ ହାସଲ କରିବା, ସେମାନେ ହାରିଯିବେ। କିନ୍ତୁ ମନ୍ଦିର  ବିନାଶ କରିବାକୁ ଆସୁଥିବା ପ୍ରଥମ ପ୍ରକୃତ ଲକ୍ଷଣ ହେଉଛି କ୍ଳେଶ।

ଖ. ଧ୍ଵଂସକାରୀ ଘୃଣ୍ୟବସ୍ତୁ।

୧୫ ପଦରେ ଯୀଶୁ ସେମାନଙ୍କୁ ଦ୍ୱିତୀୟ ପୁଣି ଅନ୍ତିମ ଲକ୍ଷଣ ପ୍ରକାଶ କରନ୍ତି। ଏହା ଧ୍ଵଂସକାରୀ ଘୃଣ୍ୟବସ୍ତୁ କୁହାଯାଉଥିବା କୌଣସି ବସ୍ତୁକୁ ସୂଚାଏ। ଆମ୍ଭେମାନେ ୧୫ ଓ ୧୬ ପଦଗୁଡ଼ିକରେ ପଢୁ, “ଏଣୁ ତୁମ୍ଭେମାନେ ଯେତେବେଳେ ଦାନିୟେଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଉତ୍ସନ୍ନକାରୀ ଘୃଣ୍ୟବସ୍ତୁକୁ ପବିତ୍ର ସ୍ଥାନରେ (ମନ୍ଦିର) ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ)। ସେତେବେଳେ  ଯେଉଁମାନେ ଯିହୁଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାନ୍ତୁ।” ଦ୍ୱିତୀୟ ଓ ଅନ୍ତିମ ଲକ୍ଷଣ ହେଉଛି ଯେ ଯେଉଁ ମନ୍ଦିର ଧ୍ୱଂସ ହେବାକୁ ପ୍ରାୟ ପ୍ରସ୍ତୁତ ଅଛି, ତାହା ହେଉଛି ଦାନିୟେଲଙ୍କ ଭାବବାଣୀର ପୂର୍ଣ୍ଣତା, ଯାହା ଧ୍ଵଂସକାରୀ ଘୃଣ୍ୟବସ୍ତୁ ହେବାକୁ ଯାଉଅଛି। ଅନ୍ୟତ୍ର ଏହି ଧ୍ଵଂସକାରୀ ଘୃଣ୍ୟବସ୍ତୁକୁ ଖ୍ରୀଷ୍ଟାରି କୁହାଯାଏ। ବୋଧହୁଏ ଖ୍ରୀଷ୍ଟାରିଙ୍କର ସର୍ବୋତ୍ତମ ବ୍ୟାଖ୍ୟା ପାଉଲଙ୍କ ପତ୍ର ଦ୍ୱିତୀୟ ଥେସଲନୀକୀୟରେ ଅଛି। ୨: ୩ ପଦରେ, “କେହି କୌଣସି ପ୍ରକାରେ ତୁମ୍ଭମାନଙ୍କର ଭ୍ରାନ୍ତି ନ ଜନ୍ମାଉ, କାରଣ ପ୍ରଥମେ ଧର୍ମଚ୍ୟୁତି (ଧର୍ମଚ୍ୟୁତି) ଘଟିବ, ଆଉ ବିନାଶର ସନ୍ତାନ (ସେଠାରେ ଖ୍ରୀଷ୍ଟାରି ଅଛନ୍ତି, ସେଠାରେ ତୁମର ଘୃଣ୍ୟ ଧ୍ୱଂସାବଶେଷ) ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ; ନ ହେଲେ ପ୍ରଭୁଙ୍କ ଦିନ ଉପସ୍ଥିତ ହେବ ନାହିଁ। ସେ ଈଶ୍ୱରଙ୍କ ନାମରେ ଖ୍ୟାତ ବା ପୂଜିତ ସମସ୍ତଙ୍କ ବିରୋଧ କରି  ନିଜକୁ ସେମାନଙ୍କଠାରୁ ଉନ୍ନତ କରେ, ଏପରିକି ଈଶ୍ୱରଙ୍କ ମନ୍ଦିରରେ ବସି ସେ ଆପଣାକୁ ଈଶ୍ୱର ବୋଲି ଦେଖାଏ।” ଯେତେବେଳେ ଯିହୁଦୀ ଖ୍ରୀଷ୍ଟିୟାନମାନେ ମନ୍ଦିର ଅପବିତ୍ର ହୋଇଥିବା ଦେଖନ୍ତି ପୁଣି ଜଣେ ମନୁଷ୍ୟ ଯେ ମନ୍ଦିରକୁ ଯାଇ ଈଶ୍ୱର ହେବାକୁ ଦାବି କରେ, ପୂଜା ପାଇବାକୁ  ଦାବି କରେ ପୁଣି ଯିହୁଦୀମାନେ ଯାହା ଉପାସନା କରନ୍ତି ତାହା ନଷ୍ଟ କରେ, ସେତେବେଳେ ସେମାନେ ଲାଞ୍ଜ ବୁଲାଇ ଯଥା ସମ୍ଭବ ଦ୍ରୁତ ଗତିରେ ଦୌଡନ୍ତି ଓ ଯିହୂଦା ପ୍ରଦେଶଠାରୁ ବାହାରି ଯା'ନ୍ତି। ଯୀଶୁ ବର୍ତ୍ତମାନ ଦୁଇଟି ପ୍ରଶ୍ନ ମଧ୍ୟରୁ ପ୍ରଥମ ପ୍ରଶ୍ନର ଉତ୍ତର ଦେଇଅଛନ୍ତି। ଏହା କେବେ ଘଟିବ? କ୍ଳେଶ ବଢିବାକୁ ଯାଉଅଛି, ମନ୍ଦିର ଖ୍ରୀଷ୍ଟାରିଙ୍କ ଦ୍ୱାରା ଅପବିତ୍ର ହେବାକୁ ଯାଉଅଛି, ନଗରରୁ ବାହାରି ଯାଅ। ଆଉ, ଯଦି ତୁମ୍ଭେ ତୁମ୍ଭର ଇତିହାସ ଜାଣିଅଛ, ତୁମ୍ଭେ ଜାଣିବ ଏହା ହିଁ ଘଟିବାକୁ ଯାଉଅଛି। ୫୦ ବର୍ଷ ପରେ, ୭୦ ଖ୍ରୀଷ୍ଟାବ୍ଦରେ, ରୋମୀୟମାନେ ଆସି ମନ୍ଦିରକୁ ଧ୍ୱଂସ କଲେ, ନିରୋ ଭାବିଲେ ଯେ ସେ ଈଶ୍ଵର ଥିଲେ ଆଉ ଏକ କୌତୁହଳଜନକ ଈଶ୍ଵରତତ୍ତ୍ୱିକ ତଥ୍ୟ ହେଉଛି ଯେ ଯେତେବେଳେ ସେମାନେ ମନ୍ଦିରକୁ ଧ୍ୱଂସ କଲେ, ସେମାନେ କେବଳ ମନ୍ଦିର ନୁହେଁ ବରଂ ଆଖପାଖର ସମସ୍ତ ପ୍ରାସାଦସମୂହକୁ  ଧ୍ୱଂସ କଲେ ଏବଂ ସେମାନେ ପ୍ରତ୍ୟେକ ପ୍ରସ୍ତର ମନ୍ଦିର ପର୍ବତରୁ ବିନାଶ କଲେ। ଯଦି ତୁମ୍ଭେ ଆଜି ସେଠାକୁ ଯାଅ, ଯାହା ଛାଡିଦିଆଯାଇଅଛି ତାହା ହେଉଛି  କେବଳ ପର୍ବତର ଶିଖର ଓ ପର୍ବତର ସହାୟକ କାନ୍ଥଗୁଡ଼ିକ। ସବୁବିଷୟ ଭୂମିସାତ ହୋଇଅଛି। ଯୀଶୁଙ୍କ ଭାବବାଣୀ ସଫଳ ହେଲା।

ଗ. ଲକ୍ଷଣ ସମୂହର ସମୀକ୍ଷା

ବର୍ତ୍ତମାନ, ପ୍ରତ୍ୟେକ ବିଷୟ ସେ ପର୍ଯ୍ୟନ୍ତ ଖୁବ ସରଳ ଅଛି, କିନ୍ତୁ ୨୧ ପଦରେ ଏହା ଟିକିଏ ଅଠାଳିଆ ପ୍ରତୀତ ହୁଏ। “କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ, ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତି ଘଟିନାହିଁ, ପୁଣି କେବେ ହେଁ ଘଟିବ ନାହିଁ। ଆଉ, ସେହି ସମୟ ଯେବେ (ଏହି ତାଡନାର ସମୟ) ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ (ପ୍ରକୃତ ଶିଷ୍ୟମାନେ) ସକାଶେ ସେହି ସମୟ ଊଣା କରାଯିବ।” ଏଠାରେ କାହିଁକି ଏହା ଟିକିଏ ଅଠାଳିଆ ପ୍ରତୀତ ହୁଏ। ମନ୍ଦିର ଧ୍ୱଂସକରିବାକୁ ନେଉଥିବା କ୍ଳେଶରେ  ନିଶ୍ଚିତ ଭାବରେ ଏକ ଉଲ୍ଲେଖଯୋଗ୍ୟ ବୃଦ୍ଧି ଘଟିଥିଲା। ମଣ୍ଡଳୀକୁ ତାଡ଼ନା ଦିଆଯାଉଅଛି, ଲୋକମାନଙ୍କୁ ହତ୍ୟା କରାଯାଉଅଛି। ମାତ୍ର ଯେତେବେଳେ ରୋମୀୟମାନେ ଯିରୁଶାଲମ  ଆକ୍ରମଣ କଲେ, ଯିହୁଦୀ ଐତିହାସିକ ଯୋଷେଫସ୍ ଆମକୁ କହନ୍ତି (ପୁଣି ସଂଖ୍ୟାରେ ତାଙ୍କର ଟିକେ ଅସୁବିଧା ଅଛି କିନ୍ତୁ ସାଧାରଣ ଭାବରେ ଠିକ୍ ଅଛି) ଏକ ନିୟୁତ ଯିହୁଦୀ ଲୋକମାନଙ୍କୁ ହତ୍ୟା କରାଗଲା। ସେ ସ୍ଵଜାତିର ମାଂସ ଭକ୍ଷଣ କାର୍ଯ୍ୟ, ପିତାମାତାମାନେ ସେମାନଙ୍କ ପିଲାମାନଙ୍କୁ ଖାଉଥିବା ପୁଣି ସେପରି ବିଷୟଗୁଡ଼ିକର ଅସ୍ୱାଭାବିକ କାହାଣୀ କୁହନ୍ତି। ଏହା କ୍ଳେଶର ଭୟାନକ ସମୟ ଥିଲା। ପୁଣି ତଥାପି, ୨୧ ଓ ୨୨ ପଦଗୁଡ଼ିକରେ ଥିବା ଭାଷା  ୭୦ ଖ୍ରୀଷ୍ଟାବ୍ଦ ପୁଣି ମନ୍ଦିରର ବିନାଶ ବାହାରେ ଗତି କରୁଥିବା ମନେହୁଏ। “ମାନବ ଜାତି ନୁହେଁ” ଵାକ୍ୟାଂଶକୁ ଆପଣ ଲକ୍ଷ୍ୟ କରନ୍ତୁ। ଏହା ଉଲ୍ଲେଖିତ ନାହିଁ ଯେ କୌଣସି ଯିହୂଦୀ ନୁହେଁ। ଏହା ପ୍ରକାଶ କରେ ଯେ, ଯଦି ଈଶ୍ୱର ଏହି ଯନ୍ତ୍ରଣା ଓ ତାଡନା ଓ କ୍ଳେଶର ସମୟକୁ ଊଣା କରି ନ ଥା’ନ୍ତେ କୌଣସି ମନୁଷ୍ୟର ଉଦ୍ଧାର ହୋଇପାରି ନ ଥା’ନ୍ତାଆପଣ ବିଚାର କରନ୍ତୁ । ଅଧିକାଂଶ ଲୋକ, ୨୧ ଓ ୨୨ ପଦରେ ଥିବା ଭାଷା ସକାଶେ ବିଶ୍ୱାସ କରନ୍ତି ଯେ ୭୦ ଖ୍ରୀଷ୍ଟାବ୍ଦ କ୍ଳେଶ ଏପରିକି ଏକ ମହାକ୍ଳେଶ ପ୍ରତି ଏକ ପ୍ରାକ- ସୂଚାଉଥିବା ଚିହ୍ନ ଥିଲା (ଏହା ଦ୍ୱିଗୁଣା ପୂର୍ଣ୍ଣତାସମୂହ ସହ ଭାବବାଣୀର ନମୁନାରୂପକ ଅଟେ) ଯାହାକି ଠିକ୍ ଯୀଶୁ ଫେରି ଆସିବା ପୂର୍ବରୁ ଘଟିବାକୁ ଯାଉଅଛି। ଯେତେବେଳେ ଆମ୍ଭେମାନେ ସେହି କ୍ଳେଶକୁ ଅନୁଭବ କରୁ ଯେ ଏହି ବାକ୍ୟସବୁ ପ୍ରକୃତରେ ସେଘଟଣା ଗୁଡ଼ିକର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରେ

୨୩-୨୮ ପଦଗୁଡ଼ିକ ଗୋଟିଏ ଅନ୍ତିମ ବିବରଣୀ ପ୍ରକାଶ କରେ। ଏହି କ୍ଳେଶ ସମୟରେ ଭଣ୍ଡ ଭାବବାଦୀମାନେ ଲୋକମାନଙ୍କୁ ଭ୍ରାନ୍ତ କରିବା ଜାରି ରଖିବେ। ଅନ୍ୟ ଅର୍ଥରେ, ଯୀଶୁ ଚାହାଁନ୍ତି ନାହିଁ ଯେ ତାହାଙ୍କ ଶିଷ୍ୟମାନେ ପ୍ରତାରିତ ହୁଅନ୍ତୁ। ଯେତେବେଳେ ଯୀଶୁ ଫେରି ଆସନ୍ତି, ପ୍ରତ୍ୟେକ ବ୍ୟକ୍ତି ଏହା ଜାଣିବ। ୨୭ ପଦକୁ ଦେଖନ୍ତୁ, “କାରଣ ବିଜୁଳି ଯେପରି ପୂର୍ବ ଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟ-ପୁତ୍ରଙ୍କର ଆଗମନ ହେବ।” କ୍ଳେଶ ସମୟରେ ଖ୍ରୀଷ୍ଟାରୀ, ଭଣ୍ଡ ମସୀହମାନେ ଏହା କହିବା ଅତି ସାଧାରଣ ଅଟେ, ସେମାନେ କହନ୍ତି, “ମୁଁ ତୁମର ତ୍ରାଣକର୍ତ୍ତା, ମୁଁ ତୁମର ପୁନରୁତ୍ଥାନ, ମୋହର ଅନୁଗମନ କର।” ଯୀଶୁ କହନ୍ତି, “ସେମାନଙ୍କୁ ବିଶ୍ୱାସ କର ନାହିଁ କାରଣ ଯେତେବେଳେ ମୁଁ ଫେରି ଆସିବି, ସେତେବେଳେ ଏହି ବିଷୟରେ ଆଦୌ କୌଣସି ସନ୍ଦେହ ହେବ ନାହିଁ। ସମସ୍ତେ ଏହା ଜାଣିବେ।” ଅନ୍ୟ ଅର୍ଥରେ, ଖ୍ରୀଷ୍ଟଙ୍କ ଗୁପ୍ତ ପ୍ରତ୍ୟାବର୍ତ୍ତନ କରିବା ଅସମ୍ଭବ ଅଟେ। କଥା ପ୍ରସଙ୍ଗରେ, ସେଭେଁନ୍ତ ଡେ ଆଡଭେଣ୍ଟିଜିମ୍ ଓ ଯିହୋବାଙ୍କ ଶାକ୍ଷୀ ପଛରେ ଏହା ମୌଳିକ ମତାମତସମୂହ ମଧ୍ୟରୁ ଗୋଟିଏ ଅଟେ।

ଯୀଶୁ ସେହି ପ୍ରଥମ ପ୍ରଶ୍ନର ଉତ୍ତର ଦେବା ସମାପ୍ତ କରିଅଛନ୍ତି। ୨୯ ପଦରୁ ଆରମ୍ଭ କରି ସେ ଦ୍ୱିତୀୟ ପ୍ରଶ୍ନକୁ ଯାଆନ୍ତି। ତାହାଙ୍କ ଆଗମନରେ କେଉଁ ଲକ୍ଷଣସବୁ ଦେଖାଯିବ? ସେ ଯାହା କହନ୍ତି ତାହା ହେଉଛି ଯେ ଏହି କ୍ଳେଶର ଅବଧି ଜାରି ରହିବ କିନ୍ତୁ ଦିନେ ଏହା ଅବିଳମ୍ବେ ଓ ବିନା ସତର୍କ ବାଣୀରେ ସମାପ୍ତ ହେବ। ଦୟାକରି ତାହା ଶୁଣନ୍ତୁ। ଏହା ୨୪ ପର୍ବ ମଧ୍ୟଦେଇ ୨୫ ପର୍ବ ଯାଏ ରହିଥିବା ଏହି ଅଂଶରୁ ବାର୍ତ୍ତା ଅଟେ। ବିନା ସତର୍କ ବାଣୀରେ, କ୍ଳେଶ ଅବିଳମ୍ବେ ସମାପ୍ତ ହେବ। ଏହିପରି ମହାଜାଗତିକ ଲକ୍ଷଣସବୁ ଦେଖାଯିବ। ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ତା'ର ଆଲୋକ ଦେବ ନାହିଁ। ବୋଧହୁଏ ଏଗୁଡ଼ିକ ହେଉଛି ରୂପକ, ଯେପରିକି ଯେତେବେଳେ ଆମ୍ଭେମାନେ କିଛି ଘଟିବା ଅର୍ଥାତ; “ପୃଥିବୀ ଖଣ୍ଡ ଖଣ୍ଡ” ହେବା ବିଷୟରେ କଥାବାର୍ତ୍ତା କରୁ କିମ୍ବା ବୋଧହୁଏ ସେଗୁଡ଼ିକ ଆକ୍ଷରିକ, ମୁଁ ଜାଣେ ନାହିଁ। କିନ୍ତୁ ବିଷୟଟି ହେଉଛି ୩୦ ଓ ୩୧ ପଦଗୁଡ଼ିକରେ, “ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ (ଅନ୍ୟ ଅର୍ଥରେ, ତୁମେ ଗୋଟିଏ ଲକ୍ଷଣ ଚାହଁ? ଏଠାରେ ଲକ୍ଷଣ ଅଛି! ଲକ୍ଷଣଟି ହେଉଛି ମନୁଷ୍ୟପୁତ୍ର। ମୋର ଆସିବା ବ୍ୟତୀତ ଅନ୍ୟ କୌଣସି ଲକ୍ଷଣ ହେବ ନାହିଁ।) ପୁଣି ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ (କାରଣ ଅନୁତାପ କରିବାକୁ ସମୟ ନାହିଁ, ଚେତାବନୀ ନାହିଁ) ମନୁଷ୍ୟପୁତ୍ରଙ୍କୁ ମହା-ପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ। ଆଉ, ସେ ମହା ତୂରୀଧ୍ୱନି ସହିତ ଆପଣା ଦୂତମାନଙ୍କୁ ପ୍ରେରଣ କରିବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।” ତୁମେ କ’ଣ କଳ୍ପନା କରିପାର କି ତାହା କିପରି ହେବ? ତୁମେ କଳ୍ପନା କରିପାର କି ଯଦି ଏହା ଆମ ଜୀବନ କାଳରେ ଘଟେ, ତାଡନା ସମୟରେ ବଞ୍ଚିରହିଥିବା ସମୟରେ? ପିଲାମାନେ ପିତାମାତାରେ, ପିତାମାତାମାନେ ପିଲାମାନଙ୍କରେ ବୁଲିପଡନ୍ତି, ଲୋକମାନେ ଭାବନ୍ତି ଯେ ସେମାନେ ତୁମକୁ ହତ୍ୟା କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରୁଅଛନ୍ତି, ତଥାପି ତୁମେ ସେଠାରେ ଛିଡା ହୁଅ, ତୁମେ ଧୈର୍ଯ୍ୟ ଧର, ତୁମେ ବିଶ୍ୱସ୍ତ ରୁହ, ତୁମେ ସୁସମାଚାରର ସୁସମାଚାର ପ୍ରଚାର କରିବା ଜାରି ରଖ କାରଣ ତୁମେ ଜାଣ ଯୁଗ ଶେଷରେ ତୁମେ ଜୟଲାଭ କରିବ ଓ ସେମାନେ ହାରିଯିବେ। ତା’ପରେ, ଅକସ୍ମାତ, “ବାମ୍!” ତୂରୀ ଧ୍ୱନିରେ, ଅକସ୍ମାତ ସବୁକିଛି ସେଠାରେ  ଓ ଦୂତମାନଙ୍କ ଏକ ସ୍ୱର ଆସି ଆମ ପ୍ରତ୍ୟେକଙ୍କୁ କହିବେ, “ତୁମେ ମନୋନୀତ ଲୋକମାନଙ୍କ ମଧ୍ୟରୁ ଜଣେ, ବିଶ୍ୱସ୍ତ, ଆସ! ଗୃହକୁ ଆଗମନର ସମୟ ଆସିଅଛି।” କଳ୍ପନା କର ଯେ ତାଡନା ମଧ୍ୟରେ ତାହା କ’ଣ ହେବ!

ଯୀଶୁ ପୁନର୍ବାର ଫେରି ଆସିବା ପୂର୍ବରୁ କ’ଣ ହେବ? ଆମ୍ଭେମାନେ ଟିକିଏ ବିବାଦୀୟ ବିଷୟ ଭିତରକୁ ଯିବାକୁ ଯାଉଅଛୁ କିନ୍ତୁ ତାହା ଠିକ୍ ଅଛି। ଯେଉଁ ଗୋଟିକ କଥାରେ ଆମ୍ଭେମାନେ ସମ୍ମତ ହୋଇପାରିବା ତାହା କ୍ଳେଶ ଅଟେ। ଏହି ପୁରା ସମୟ ମଧ୍ୟରେ ତାହା ଅନ୍ତର୍ନିହିତ ବର୍ତ୍ତମାନ ଘଟୁଥିବା ପରି ମନେହୁଏ। ମଣ୍ଡଳୀର ପ୍ରତ୍ୟକଙ୍କ ଜୀବନରେ, ତାଡ଼ନା ଘଟିବ। କ୍ଳେଶ ଘଟିବ ଯାହା ବିଶ୍ୱସମ୍ବନ୍ଧୀୟ ଲକ୍ଷଣସବୁ ଓ  ମନୁଷ୍ୟପୁତ୍ରଙ୍କ ଆଗମନର ଲକ୍ଷଣ ପର୍ଯ୍ୟନ୍ତ ଆଗୁଆ ହେବ। କିନ୍ତୁ ତୁମେ ଜାଣ ତାହା କ’ଣ? ବିଶ୍ୱବ୍ୟାପୀ ମଣ୍ଡଳୀ କ୍ରମାଗତ ଭାବେ କ୍ଳେଶରେ ଜୀବନ ଅତିବାହିତ କରିଅଛି, କ୍ଳେଶ ଯାହା ବାରମ୍ବାର ଅନେକ ସ୍ଥାନରେ ଭୟାନକ ଅଟେ। ଆମେରିକାରେ ଆମେମାନେ ଏପର୍ଯ୍ୟନ୍ତ ଏହାକୁ ଅନୁଭବ କରୁନାହୁଁ । କିନ୍ତୁ ଯଦି ତୁମେ ସୁଦାନ କିମ୍ବା ଇଣ୍ଡୋନେସିଆକୁ ଯାଇ ଏହି ଲୋକମାନଙ୍କୁ ପଚାରିବ, “ତୁମେ କ'ଣ କ୍ଳେଶରେ ଜୀବନ କାଟୁଅଛ କି?” ସେମାନେ କହିବେ, “ଅବଶ୍ୟ ଆମ୍ଭେମାନେ କାଟୁଅଛୁ, ପ୍ରକୃତରେ, ଏହା ଆମକୁ ଖରାପ ଲାଗୁଥିବାର ଏପରିକି ଆମେମାନେ କଳ୍ପନା ମଧ୍ୟ କରିପାରୁ ନାହୁଁ।” ମୁସଲମାନମାନେ ଇଣ୍ଡୋନେସିଆର କେତେକ ଭାଗକୁ ଅଗ୍ରସର କରୁଅଛନ୍ତି ଓ ସମଗ୍ର ଗ୍ରାମବାସିମାନଙ୍କୁ  ହତ୍ୟା କରୁଅଛନ୍ତି। ସେମାନେ ସେମାନଙ୍କୁ ପୋଛି ଦେଉଅଛନ୍ତି। ଯଦି ତୁମେ  ସେହି ଇଣ୍ଡୋନେସିଆର ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରୁ ଜଣଙ୍କ ସହ କଥା ହୁଅ, ସେମାନେ କହିବେ, “ଯଦି ଈଶ୍ୱର ସମୟ ଊଣା ନ କରନ୍ତି, ତେବେ ଏହି ତାଡନା, ଏହି ଯନ୍ତ୍ରଣାରୁ କୌଣସି ମଣିଷ କିପରି ବଞ୍ଚିବ?”

ମୁଁ ଭାବୁଛି ଯେ ଯୀଶୁ ଆସିବା ପୂର୍ବରୁ ଯେଉଁ ପ୍ରତ୍ୟେକ ବିଷୟ ଅବଶ୍ୟ ଘଟିବ ତାହା  ଘଟିଯାଇଅଛି କିମ୍ବା ବର୍ତ୍ତମାନ ଘଟୁଅଛି। ମୁଁ ଜାଣେ ନାହିଁ ଏହି ଉଦ୍ଧୃତାଂଶ ଭିନ୍ନ ଭାବରେ କିପରି ପଢିବାକୁ ପଡିବ। ତୁମେ ଜାଣିବା ଆବଶ୍ୟକ, ଯଦି ତୁମେ ଏହା ସହିତ ସଂଘର୍ଷ କରୁଅଛ, ମୁଁ ମଧ୍ୟ କରିଥିଲି। ମତେ ପ୍ରକୃତରେ ଏହି ସପ୍ତାହରେ ଯୁଗାନ୍ତତତ୍ତ୍ୱ ଉପରେ ମୋର ମତକୁ ଟିକିଏ ପରିବର୍ତ୍ତନ କରିବାକୁ ପଡ଼ିଥିଲା କାରଣ ଯୁଗାନ୍ତତତ୍ତ୍ୱ ବିଷୟରେ ମୋର ଦୃଷ୍ଟିକୋଣ ମାଥିଉ ୨୪ ଓ ୨୫ ପର୍ବର ଦ୍ୱିତୀୟାର୍ଦ୍ଧରେ ପ୍ରଚାର କରିବାକୁ ମୋତେ ଅନୁମତି ଦେଇ ନ ଥିଲା କାରଣ ବିଷୟ ବସ୍ତୁ ହେଉଛି, ଯୀଶୁ ପୁନର୍ବାର ଆସୁଅଛନ୍ତି। ତୁମେ ବସି ଲକ୍ଷଣସବୁ ପାଇଁ ଅପେକ୍ଷା କରି, ପ୍ରସ୍ତୁତ ହୋଇପାରିବ ନାହିଁ, ତୁମକୁ ବର୍ତ୍ତମାନ ପ୍ରସ୍ତୁତ ହେବାକୁ ପଡିବ। ତୁମକୁ ବର୍ତ୍ତମାନ ପ୍ରସ୍ତୁତ ହେବାକୁ ପଡିବ। ଖ୍ରୀ.ଅ ୭୦ ର ମହାକ୍ଳେଶର ପୁନରାବୃତ୍ତି ପୂର୍ବରୁ ହୋଇଥାଇପାରେ। ଇଣ୍ଡୋନେସିଆର ଖ୍ରୀଷ୍ଟିୟାନମାନଙ୍କୁପଚାରି ଦେଖ।ବୋଧହୁଏ ଆମ୍ଭେମାନେ ଅନ୍ତିମ ଧର୍ମଚ୍ୟୁତ ମଧ୍ୟରେ ଅଛୁ। ମୋର କହିବାର ଅଭିପ୍ରାୟ, ଆମେରିକୀୟ ମଣ୍ଡଳୀର ଅବସ୍ଥାକୁ ଦେଖନ୍ତୁ! ବାଜେ କଥାକୁ ଦେଖ, ଯାହା ଅନେକ ମଞ୍ଚସବୁରୁ ପ୍ରଚାର କରାଯାଉଅଛି, ଯୀଶୁ ଖ୍ରୀଷ୍ଟଙ୍କ ସମ୍ପୂର୍ଣ୍ଣ ସୁସମାଚାର ପ୍ରଚାର କରିବାକୁ, ପାପ ବିନା ସୁସମାଚାର, ପ୍ରକୃତ ଅନୁଗ୍ରହ ବିନା ଏକ ସୁସମାଚାର, ଶିଷ୍ୟତ୍ୱ ବିନା ସୁସମାଚାରକୁ ଏକ ପ୍ରତ୍ୟାଖ୍ୟାନ। ସୁସମାଚାର ଶୁଣି ନ ଥିବା ଅନେକ ଲୋକ ଅଛନ୍ତି ଓ  ତେଣୁ ସେମାନେ ନର୍କଗାମୀ ଅଟନ୍ତି। ମୁଁ ବିଶ୍ୱାସ କରେ ଯେ ଆମେରିକୀୟ ମଣ୍ଡଳୀ ଏକ ବିଶାଳ ଧର୍ମଚ୍ୟୁତି ମଧ୍ୟରେ ଅଛି, ଯଦି ଈଶ୍ୱର ପୁନର୍ବାର ନ ଆସନ୍ତି କିମ୍ବା ଉଦ୍ଧିପନା ପଠାନ୍ତି, ତେବେ ଏହା କେବଳ ଅଧିକ ମନ୍ଦ ହେବାକୁ ଯାଉଅଛି। ବୋଧହୁଏ ଖ୍ରୀଷ୍ଟାରି, ଆଜ୍ଞାଲଙ୍ଘନକାରୀ ମନୁଷ୍ୟ, ପ୍ରକାଶ ହୋଇଥାଇପାରନ୍ତି। ଯୋହନଙ୍କ ପ୍ରଥମ ପତ୍ର ଲେଖାଯିବା ସମୟରେ, ସେଠାରେ ଅନେକ ଖ୍ରୀଷ୍ଟାରିମାନେ ଅଛନ୍ତି ଯୋହନ ଉଲ୍ଲେଖ କରନ୍ତି। କିନ୍ତୁ ଯୀଶୁଙ୍କ କଥା, ଏଠାରେ ମାଥିଉ ୨୪ ପର୍ବରେ ଆରମ୍ଭ ହୋଇ, ୨୫ ପର୍ବର ଶେଷ ପର୍ଯ୍ୟନ୍ତ ଚାଲିଅଛି, ଆଉ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନାହିଁ। ସେଠାରେ ଆଉ କୌଣସି ନିର୍ଦ୍ଦିଷ୍ଟ ସତର୍କ ବାଣୀ ନାହିଁ। ଶିଷ୍ୟମାନଙ୍କର ଦ୍ୱିତୀୟ ପ୍ରଶ୍ନଟି ଭୁଲ ପ୍ରଶ୍ନ ଥିଲା। ତୁମେ ଯୀଶୁଙ୍କ ଆଗମନର ଲକ୍ଷଣସବୁ ଖୋଜିବା ଉଚିତ୍ ନୁହେଁ ସେ ଆମକୁ ଅଳ୍ପ କେତୋଟି ପଦରେ କହିବାକୁ ଯାଉଛନ୍ତି ଯେ ସଠିକ୍ ପ୍ରଶ୍ନ କ’ଣ ହେବା ଉଚିତ୍।

ଯୀଶୁ ତା’ପରେ ଏହି ଦୁଇଟି ଘଟଣାର ପୂର୍ବରୁ ହେବାକୁ ଥିବା ଲକ୍ଷଣ ବିଷୟରେ ବିଶେଷ ଭାବରେ କହିବାକୁ ଆରମ୍ଭ କରନ୍ତି। ୩୨ ପଦରେ ସେ କେବେ ମନ୍ଦିର ଧ୍ୱଂସ ହେବ ସେ ବିଷୟରେ ପ୍ରଥମ ପ୍ରଶ୍ନକୁ କ୍ଷିପ୍ର ପରିଭ୍ରମଣ କରନ୍ତି। ମନ୍ଦିର ଧ୍ୱଂସ ବିଷୟରେ ସେ କହନ୍ତି, ଲକ୍ଷଣସମୂହ ନିମନ୍ତେ ଜାଗ୍ରତ ରୁହ। “ଡିମ୍ବିରିବୃକ୍ଷର ଦୃଷ୍ଟାନ୍ତରୁ ଏହା  ଶିକ୍ଷା କର; ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ।" ଅନ୍ୟ ଅର୍ଥରେ, ତୁମେ ପ୍ରକୃତିର ଲକ୍ଷଣକୁ ଦେଖି ବିଷୟସବୁ ବୁଝିପାରିବ। ଅତଏବ, ଯେତେବେଳେ ତୁମେ ଏହି ସବୁ ବିଷୟ ଦେଖିବ, ତୁମେ ଜାଣିବ ଯେ ଯୀଶୁ ପ୍ରବେଶ ଦ୍ୱାର ନିକଟରେ ଅଛନ୍ତି। "ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ। ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।” ଏହି ଉଦ୍ଧୃତାଂଶରେ ଅବଶ୍ୟ ପ୍ରଶ୍ନ ହେଉଛି, “ଏହି ବିଷୟସମୂହ” କ’ଣ ଦର୍ଶାଏ?  ୨୯-୩୧ ପଦକୁ ଅନୁସରଣ କରି "ଏହି ବିଷୟ" ଖ୍ରୀଷ୍ଟଙ୍କ ଗମନକୁ ଦର୍ଶାଏ ନାହିଁ। ତର୍କକୁ ବୁଝ। ୩ ପଦରେ, ଶିଷ୍ୟମାନେ କହନ୍ତି, “ଏସବୁ କେବେ ଘଟିବ ତାହା ଆମ୍ଭମାନଙ୍କୁ କୁହନ୍ତୁ।” ପ୍ରଶ୍ନ ମନ୍ଦିରର ବିନାଶ ବିଷୟରେ ଅଟେ। ୩୩ ପଦରେ, “ସେହିପରି ତୁମ୍ଭେମାନେ ମଧ୍ୟ ଏ ସମସ୍ତ ଦେଖିଲେ, ସେ ଦ୍ଵାରର ସନ୍ନିକଟ, ଏହା ଜାଣ।” କିନ୍ତୁ ସେ ଏଠାରେ ନାହାଁନ୍ତି, ସେ କେବଳ ନିକଟବର୍ତ୍ତୀ। "ଏହିସବୁ ବିଷୟ" ଖ୍ରୀଷ୍ଟଙ୍କର ଆଗମନ ଦର୍ଶାଇ ପାରେ ନାହିଁ  କାରଣ "ଏସବୁ ବିଷୟ" ତାହାଙ୍କ ନିକଟବର୍ତ୍ତୀ, ଉପସ୍ଥିତି ହେବା ବିଷୟରେ ଆଲୋଚନା କରୁଅଛି। ସେଇଥିପାଇଁ ଯୀଶୁ ୩୪ ପଦରେ ଜାରି ରଖିଅଛନ୍ତି, ଏହି ବିଷୟସମୂହ (ମନ୍ଦିରର ବିନାଶ, କ୍ଳେଶ ଓ ଘୃଣ୍ୟ ବସ୍ତୁ ଓ ମନ୍ଦିରର ବିନାଶ ପର୍ଯ୍ୟନ୍ତ ବିଷୟସବୁ କଢ଼େଇ ନେଉଅଛି) ଯାହାକି ସେ କହୁଅଛନ୍ତି ସେହି ସମୟର ଏକ ପୁରୁଷ ମଧ୍ୟରେ ଘଟିବ। ତେଣୁ ସେ ପୁନର୍ବାର ଜୋର ଦେଇଛନ୍ତି ଯେ ମନ୍ଦିରର ଧ୍ୱଂସକୁ ନେଇ କିଛି ଲକ୍ଷଣ ଅଛି। ତହିଁ ଉତ୍ତାରେ ସେ ଦ୍ୱିତୀୟ ପ୍ରଶ୍ନକୁ ଅଗ୍ରସର ହୁହନ୍ତି। ପୁଣି  ବିଷୟ ହେଉଛି, ତାହାଙ୍କ ଆଗମନର ପୂର୍ବବର୍ତ୍ତୀ ଆଉ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନାହିଁ। ତାହା ମୌଳିକ ବିଷୟ ଏଠାରୁ ୨୫  ପର୍ବର ଶେଷ ପର୍ଯ୍ୟନ୍ତ ଅଟେ। ଶିଷ୍ୟମାନେ ପଚାରିଥିବା ଯଥାର୍ଥ ପ୍ରଶ୍ନ ହେଉଛି, ଆମ୍ଭେମାନେ କିପରି ପ୍ରସ୍ତୁତ ହୋଇପାରିବା? ଆପଣଙ୍କର ଆଗମନର ଲକ୍ଷଣସବୁ କ'ଣ ଅଟେ? ନୁହେଁ, ୩୬ ପଦ, “କିନ୍ତୁ ସେହି ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, ମାତ୍ର କେବଳ ପିତା ଜାଣନ୍ତି।” ସେ ମନ୍ଦିରର ବିନାଶ ବିଷୟରେ କହିପାରିବେ ନାହିଁ କାରଣ ସେଠାରେ ଲକ୍ଷଣସମୂହ ଅଛି। ଈଶ୍ୱର ଓ ଯୀଶୁ ଜାଣନ୍ତି। ମନ୍ଦିର କେବେ ଧ୍ୱଂସ ହେବାକୁ ଯାଉଛି ତାହାର ଲକ୍ଷଣସମୂହ ଅଛି। କିନ୍ତୁ ୩୬ ପଦରେ, ସେ ଯୀଶୁଙ୍କ ଆଗମନକୁ  ଫେରିଅଛନ୍ତି। ସେ ସେହି ଦିନ ବିଷଯରେ କହନ୍ତି, ସେହି ଦିନ ଯୀଶୁ ପ୍ରକୃତରେ ନିକଟବର୍ତ୍ତୀ ସେ ଦ୍ୱାର ଦେଇ ଚାଲନ୍ତି, କେହି ନୁହେଁ କିନ୍ତୁ ପିତା ଜାଣନ୍ତି। ଏହା କୌତୁହଳଜନକ ନୁହେଁ କି? ପିତା ଈଶ୍ୱର ଆପଣା ନିମନ୍ତେ ଜ୍ଞାନ ଓ ସମୟ ସମାପ୍ତ କରିବାର ଅଧିକାର ରଖିଅଛନ୍ତି। ପୁତ୍ର ଈଶ୍ୱର ଏହା ଜାଣନ୍ତି ନାହିଁ। ପବିତ୍ର ଆତ୍ମା ଈଶ୍ୱର ଏହା ଜାଣନ୍ତି ନାହିଁ। ପିତା ଈଶ୍ୱର ଏହି ନିଷ୍ପତ୍ତି ନେବେ। ବେଳେବେଳେ ମୁଁ ଯୀଶୁଙ୍କୁ ଏହିପରି କହିବା କଳ୍ପନା କରେ, "ମୁଁ କେବେ ଫେରିବି କି?" ମୁଁ ଯେତେବେଳେ ନିଷ୍ପତ୍ତି ନେବି।”

କେତେକ ଲୋକେ ଭାବନ୍ତି ଯେ ଦିନ ଓ ଦଣ୍ଡର ଅର୍ଥ ଏକ ନିର୍ଦ୍ଦିଷ୍ଟ ସମୟ ଅଟେ। ଆମ୍ଭେମାନେ ସାଧାରଣ ଋତୁ ଜାଣି ପାରୁ ମାତ୍ର ଆମ୍ଭେମାନେ ନିର୍ଦ୍ଧିଷ୍ଟ ଭାବରେ ଜାଣୁ ନାହୁଁ କେବେ ଏହା ଘଟିବ। ଏହା ଏକ ସମ୍ଭାବ୍ୟ ବ୍ୟାଖା ମାତ୍ର ଏହା ଆବଶ୍ୟକ ନୁହେଁ। ଦିନ ଓ ଦଣ୍ଡର  ଵାକ୍ୟାଂଶ ବହୁ ପରିମାଣର ସମୟ ନିମନ୍ତେ ବ୍ୟବହାର କରାଯାଇ ପାରେ, ମାତ୍ର ଏହା ବାସ୍ତବରେ ଅପ୍ରାସଙ୍ଗିକ ଅଟେ କାରଣ ସେସବୁ ସମାନ ସ୍ଥିତିରେ ପହଞ୍ଚନ୍ତି। ଯଦି ତୁମେ ଓ ମୁଁ ପ୍ରସ୍ତୁତ ନାହୁଁ ଓ ଦେଖୁ ନାହୁଁ, ତେବେ ଆମକୁ ଅଜାଣତରେ ଧରାଯିବ ଓ ଏହା ଆମକୁ ଆଶ୍ଚର୍ଯ୍ୟ କରେ।

ଯୀଶୁ ତାପରେ ତିନୋଟି ପୃଷ୍ଠଭୁମିର କ୍ରମ ସହିତ ଅନୁସରଣ କରନ୍ତି ଓ ବିଷୟଟି ହେଉଛି, ଲକ୍ଷଣ ଅନ୍ୱେଷଣ କରିବାକୁ ବ୍ୟାକୁଳ ହୁଅ ନାହିଁ। ଲକ୍ଷଣସମୂହକୁ  ଦେଖି ପ୍ରସ୍ତୁତ ହୁଅ ନାହିଁ, ବରଂ ପ୍ରସ୍ତୁତ ରହିଥାଅ। ତେଣୁ ଯୀଶୁ ଆରମ୍ଭ କରନ୍ତି ଆଉ କହନ୍ତି, ତୁମେ ଜାଣ, ଯେତେବେଳେ ମୁଁ ପୁନର୍ବାର ଫେରି ଆସିବି, ମୁଁ କେତେକ ଅସତର୍କ ଲୋକଙ୍କୁ ଧରିବାକୁ ଯାଉଅଛି, ଯେପରି ଜଳପ୍ଲାବନ  କେତେକ ଲୋକଙ୍କୁ ଧରିଲା ଯେଉଁମାନେ ଦୈନନ୍ଦିନ ଅସତର୍କ ଜୀବନରେ ଜଡିତ ଥିଲେ, ସେପରି ମୋର ଆଗମନ ମଧ୍ୟ ହେବ। କୃଷି ଓ ପଶୁପାଳନ କାର୍ଯ୍ୟ ଚାଲୁଥିବ। ସେମାନେ ଚକି ପେଷୁଥିବେ, ରାସ୍ତାରେ ଚାଲୁଥିବେ, ଜୀବନଯାପନ ସ୍ୱାଭାବିକରୂପେ ଜାରି ରହୁଥିବ, କିନ୍ତୁ ଏହା ଆସିବାକୁ ଯାଉଅଛି ଓ ଏହା ଲୋକମାନଙ୍କୁ ଅଜାଣତରେ ଧରିବାକୁ ଯାଉଅଛି। ବିଶେଷ ଭାବରେ ୪୨ ପଦରେ ଦେଖନ୍ତୁ, ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ। ୪୪ ପଦ, “ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ଦଣ୍ଡରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ଦଣ୍ଡରେ ମନୁଷ୍ୟ ପୁତ୍ର ଆସିବେ।” ଦେଖନ୍ତୁ, ସେଠାରେ ବିଶେଷ ଲକ୍ଷଣସବୁ ଦେଖାଯିବ ନାହିଁ, କାରଣ ସେତେବେଳେ ଆମ୍ଭେମାନେ ଏହା ଆଶା କରିବୁ। ପ୍ରକୃତରେ, ଯେପରି ଯୀଶୁ ଜାରି ରଖନ୍ତି, ତୁମମାନଙ୍କ ଭାବିବା ଅପେକ୍ଷା ମୁଁ ଶୀଘ୍ର ଆସିପାରେ। ପରବର୍ତ୍ତୀ ଦୃଷ୍ଟାନ୍ତ ହେଉଛି ସେହି ପ୍ରଭୁ ଯିଏ ଆପଣା ଦାସମାନଙ୍କୁ ଆପଣା ଗୃହର ଦାୟିତ୍ୱ ଦେଇ ଚାଲିଗଲେ ପୁଣି  ଜ୍ଞାନୀ ଦାସ ବିଶ୍ୱସ୍ତ ଥିଲେ। ପ୍ରଭୁ ଯେତେବେଳେ ଫେରି ଆସିଲେ, ସେ ତାହାଙ୍କୁ ଏଥିପାଇଁ ପୁରସ୍କୃତ କଲେ। ସେ ତା'ଙ୍କୁ ଅନେକ ସର୍ବସ୍ୱ ଉପରେ ନିଯୁକ୍ତ କରିବେ, ୪୭ ପଦ। କିନ୍ତୁ ଅଜ୍ଞାନୀ ଦାସ ସେହି ଦାସ ଅଟେ ଯିଏ ଭାବନ୍ତି ଯେ ତା'ଙ୍କ ପ୍ରଭୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଫେରି ଆସିବେ ନାହିଁ। ପ୍ରଭୁ ତାହାଙ୍କ ଆଶା କରିବା ଅପେକ୍ଷା ଶୀଘ୍ର ଫେରି ଆସନ୍ତି, ଦାସ ମଦ୍ୟପାନ କରି ଅନ୍ୟ ଦାସମାନଙ୍କୁ ପିଟି ଅଛି, ଆଉ ଏଥିପାଇଁ ତା’ଙ୍କୁ ଦଣ୍ଡିତ କରାଯାଏ। ଅନ୍ୟ ଅର୍ଥରେ, ତୁମେ ଭାବିବା ଅପେକ୍ଷା ଯୀଶୁ ଶୀଘ୍ର ଫେରି ଆସିପାରନ୍ତି। କିମ୍ବା, ମାଥିଉ ୨୫ ପର୍ବ, ଯୀଶୁ ତୁମେ ଆଶା ନ କରିଥିବା ସମୟରେ ଫେରି ଆସିପାରନ୍ତି। ଆମର ଏଠାରେ ୧୦ କନ୍ୟାଙ୍କ ଦୃଷ୍ଟାନ୍ତ ଅଛି, ଏକ ଭୟଙ୍କର ଅନୁବାଦ, କାରଣ ପ୍ରସଙ୍ଗଟି ସେମାନଙ୍କ ବ୍ୟଭିଚାର ଧନ୍ଦାର ଅଭାବ ନୁହେଁ- ଏହି ଯୁବତୀମାନେ ଏକ ବିବାହରେ କନ୍ୟାର ଅବିବାହିତା ସହଚରୀ ଅଟନ୍ତି। ଯିହୁଦୀ ପ୍ରଥା ଅନୁଯାୟୀ ସେମାନେ କନ୍ୟାର ଗୃହରେ ବିବାହ କରୁଥିଲେ। ତାହା ଥିଲା ଆଇନଗତ ଆଡମ୍ବର। ଯେତେବେଳେ ଏହା ସମ୍ପାଦନ କରାଯାଉଥିଲା, ଏଥିମଧ୍ୟରୁ ଶୋଭାଯାତ୍ରା ହେଉଥିଲା ଆଉ ସେହି ସମୟରେ ପ୍ରତ୍ୟେକ ଏହି ଶୋଭାଯାତ୍ରାରେ ଯୋଗ ଦେଉଥିଲେ ଆଉ ସେମାନେ ବରର ଗୃହକୁ ଯାଉଥିଲେ। ସେହିଠାରେ ସେମାନେ ବିବାହ ଭୋଜି କରନ୍ତି। ତେଣୁ ଯୀଶୁ କହନ୍ତି, ସେଠାରେ ଦଶ ଜଣ କନ୍ୟାର ଅବିବାହିତ ସହଚରୀ ଥିଲେ, ସେମାନଙ୍କ ମଧ୍ୟରୁ ପାଞ୍ଚଜଣ ନିର୍ବୁଦ୍ଧି ଥିଲେ, ସେମାନଙ୍କ ମଧ୍ୟରୁ ପାଞ୍ଚଜଣ ସୁବୁଦ୍ଧି ଥିଲେ। ନିର୍ବୁଦ୍ଧିମାନଙ୍କ ପାଖରେ ଅତିରିକ୍ତ ତୈଳ ନ ଥିଲା। ସେମାନେ ବରଙ୍କ ଆସିବାକୁ ଅନେକ ସମୟ ଧରି ଅପେକ୍ଷା କରି ବସିଥିଲେ। ସେମାନେ ଆଶା କରୁଥିବା ସୟରେ ବର ଆସିଲେ । ଶେଷରେ ଯେତେବେଳେ ବର ଆସିଲେ, ସେମାନଙ୍କ ତୈଳ ସରିଯାଇଥିଲା, ତେଣୁ ସେମାନେ ଅଧିକ ତୈଳ ପାଇବା ପାଇଁ ବଜାରକୁ ଦୌଡ଼ିଗଲେ ଓ ସେମାନେ ଫେରିବା ବେଳକୁ ବିବାହ ଦଳ ବରର ଗୃହକୁ ଯାଇଥିଲେ ଓ ତତ୍ପରେ ଦ୍ୱାର ବନ୍ଦ ହେଲା। ତେଣୁ ସୁବୁଦ୍ଧି ବରଯାତ୍ରୀମାନଙ୍କୁ ଭୋଜିର ଏକ ଅଂଶ ହୋଇଥିବାରୁ ପୁରସ୍କୃତ କରାଯାଇଥିଲା। ନିର୍ବୁଦ୍ଧି ବରଯାତ୍ରୀମାନଙ୍କୁ ଦଣ୍ଡ ଦିଆଗଲା କାରଣ ଯେତେବେଳେ ସେମାନେ ଦ୍ୱାରା ଆଘାତ କଲେ ସେତେବେଳେ ସେ ୧୨ ପଦରେ କହିଲେ, “ମୁଁ ତୁମ୍ଭକୁ ଜାଣେ ନାହିଁ।” ଯୀଶୁ ଆସିବାକୁ ଯାଉଅଛନ୍ତି। ସେ ଅଜାଣତରେ ଲୋକଙ୍କୁ ଧରିବାକୁ ଯାଉଅଛନ୍ତି। ତୁମେ ଭାବୁଥିବା ସମୟ ଠାରୁ ଏହା ଶୀଘ୍ର ହୋଇପାରେ। ଏହା ତୁମ ଭାବିବା ସମୟରେ  ହୋଇପାରେ। ଆମକୁ କେଉଁ ଲକ୍ଷଣ ଦେଖିବାକୁ ପଡିବ ଏହା ପ୍ରଶ୍ନ ନୁହେଁ? ମୁଁ କିପରି ପ୍ରସ୍ତୁତ ରହିବି? ଏହା ପ୍ରଶ୍ନ ଅଟେ

୩. ତାହାଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ରହିବା

ତୁମକୁ ଓ ମୋତେ ପ୍ରସ୍ତୁତ ହେବାକୁ କିପରି ଚେତାବନୀ ଦିଆଯାଇଅଛି ଯେ ତାହାର ସତ୍ୟତା ଏକ ବିଶେଷ ସତର୍କତା ହେବାକୁ ଯାଉ ନାହିଁ?  ଏହା ହିଁ ଯେଉଁଠାରେ ମୋତେ ପରିବର୍ତ୍ତନ କରିବାକୁ ପଡିଥିଲା କାରଣ ମୁଁ ଭାବୁଥିଲି, ଯୀଶୁ ଫେରି ଆସିବେ ନାହିଁ, ଯେତେବେଳେ ମୁଁ ଲକ୍ଷଣସବୁ ଦେଖିବି, ମୁଁ ପ୍ରସ୍ତୁତ ହେବା ଆରମ୍ଭ କରିବି। କିନ୍ତୁ ତୁମେ ୨୪ ଓ ୨୫ ପର୍ବର ଦ୍ୱିତୀୟାର୍ଦ୍ଧ ପଢି, ସେହି ମନୋଭାବ ରଖି ପାରିବ ନାହିଁ, କାରଣ ସେ ଏପରି ସମୟରେ ଆସିବେ ଯେତେବେଳେ ଆମ୍ଭେମାନେ ଏହା ଆଶା କରୁ ନ ଥିବା କିମ୍ବା ଦେଖି ପାରୁ ନ ଥିବା ଓ ଏଥିପାଇଁ ପ୍ରସ୍ତୁତ ନ ଥିବା। ତେବେ ତୁମେ ଓ ମୁଁ କିପରି ପ୍ରସ୍ତୁତ ହେବ? ଗୋଟିଏ ମାର୍ଗରେ ତୁମେ ଓ ମୁଁ କିପରି ବଞ୍ଚିବା ଯାହା ପ୍ରସ୍ତୁତ ହୋଇଅଛି? ଏହି ସମୟରେ ଆମ୍ଭେମାନେ ଯୁଗାନ୍ତତ୍ୱତ୍ତ୍ୱ ମଧ୍ୟରେ ଅଛୁ। ଏହା ହେଉଛି ଯାହା ଯୀଶୁ ଏପାଖରୁ ସେ ପାଖକୁ ନେବାକୁ ଚାହାନ୍ତି। ତେଣୁ ସେ ଆମକୁ ଦୁଇଟି କାହାଣୀ କୁହନ୍ତି। ପ୍ରଥମଟି ୨୫:୧୪-୩୦ ପଦରେ ଅଛି, ତୋଡ଼ାର ଦୃଷ୍ଟାନ୍ତରେ। ପୁନର୍ବାର, ଦୟାକରି ଏହି ଦୃଷ୍ଟାନ୍ତକୁ ଅଲଗା ପଢ଼ନ୍ତୁ ନାହିଁ। ଏହି ଦୃଷ୍ଟାନ୍ତ ସେଠାରେ ଅଛି ଯାହା ଆମକୁ ପ୍ରସ୍ତୁତ ହେବା, ଯୀଶୁଙ୍କ ଫେରିବା ପାଇଁ ପ୍ରସ୍ତୁତ ହେବା ଅର୍ଥ ଜାଣିବାରେ ସାହାଯ୍ୟ କରେ। ଏକ ତୋଡ଼ା ହେଉଛି ୬୦ ଅଣା ମୁଲ ଚୁକ୍ତି। ଅନ୍ୟ ଅର୍ଥରେ, ଏହା ପ୍ରାୟ ଦୁଇ ମାସର ମୁଲ। ତେଣୁ, ଯେପରି ଯୀଶୁ ଏହି ଦୃଷ୍ଟାନ୍ତ କହନ୍ତି, ପ୍ରଭୁଙ୍କର ତିନୋଟି ଦାସ  ଅଛନ୍ତି। ଜଣକୁ ସେ ପାଞ୍ଚ ତୋଡ଼ା ଦିଅନ୍ତି, ଦଶ ମାସର ମୁଲ ଦିଅନ୍ତି। ଅନ୍ୟକୁ ସେ ଦୁଇଟି ତୋଡ଼ା ଦିଅନ୍ତି ଓ ଅନ୍ୟକୁ ସେ ଗୋଟିଏ ତୋଡ଼ା ଦିଅନ୍ତି। ପ୍ରଥମ ଦୁଇଜଣ ବାହାରକୁ ଯାଆନ୍ତି ଆଉ ସେମାନେ ସେମାନଙ୍କର ଟଙ୍କା ବିନିଯୋଗ କରନ୍ତି ପୁଣି ଦାସ ଜଣକ ପାଞ୍ଚ ତୋଡ଼ା ସହିତ ପାଞ୍ଚ ତୋଡ଼ା ଲାଭ କରନ୍ତି। ସେହିପରି ଦୁଇ ତୋଡ଼ା ପାଇଥିବା ଦାସ ଆଉ ଦୁଇ ତୋଡ଼ା ଲାଭ କରେ ଆଉ ଏକ ତୋଡ଼ା ପାଇଥିବା ଦାସ ନିଜ ପ୍ରଭୁଙ୍କୁ ଭୟ କରେ ଓ ସେ ଏହାକୁ ମାଟି ତଳେ ପୋତି ଲୁଚାଇ ରଖେ। ବହୁ କାଳ ପରେ ମାଲିକ ଫେରି ଆସନ୍ତି ଏବଂ ଉଭୟ ପାଞ୍ଚ ତୋଡ଼ା ପାଇଥିବା ଦାସ ଓ ଦୁଇ ତୋଡ଼ା ପାଇଥିବା ଦାସ ସମାନ ପୁରସ୍କାର ଗ୍ରହଣ କରନ୍ତି, କଥା ପାଇଁ କଥା, ସମାନ। ୨୧ ପଦ, “ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ।” କିଛି ମିଷ୍ଟତା ଅଛି କି କିମ୍ବା ସେହି କଥା ଅପେକ୍ଷା ଅଧିକ ଶୁଣିବାକୁ ତୁମ୍ଭେ ଚାହୁଁଛ କି? ବେଶ୍, ଉତ୍ତମ, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ। ଏହି ଜଗତକୁ ତୁଳନା କରିବାକୁ କିଛି ଅଛି କି? ଉତ୍ତର ହେଉଛି ନାହିଁ। ଏବଂ ତଥାପି, ଯେତେବେଳେ ପ୍ରଭୁ ତୃତୀୟ ଦାସଙ୍କୁ ସାମ୍ନା କରନ୍ତି, ସେତେବେଳେ ସେ ତାହାଙ୍କ ଉପରେ ପାଗଳ ହୁଅନ୍ତି। ସେ କହନ୍ତି, ତୁମେ ଅତି କମରେ ତୋଡ଼ା ବିନିଯୋଗ କରିବାର ଥିଲା। ସେ ତାହାକୁ ଉତ୍ତର ଦେଲେ, “ରେ ଦୁଷ୍ଟ ଓ ଅଳସ ଦାସ। ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।” ପ୍ରଭୁଙ୍କ ଆଗମନ ନିମନ୍ତେ ଆମ୍ଭେମାନେ କିପରି ପ୍ରସ୍ତୁତ ହେଉ? ସେ ଆମକୁ ଯାହା ଦେଇଅଛନ୍ତି ତାହାର ଉତ୍ତମ ଭଣ୍ଡାରଘରିଆ ହୋଇ ଆମ୍ଭେମାନେ ଯୀଶୁଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ହେଉ। ତାହା ତୋଡାର ଦୃଷ୍ଟାନ୍ତର ବାର୍ତ୍ତା ଅଟେ। ଏହିପରି ତୁମେ ଓ ମୁଁ ଯୀଶୁଙ୍କ ଆଗମନ ନିମନ୍ତେ ଆଶାନ୍ଵିତ ଭାବରେ ଅପେକ୍ଷା କରିବାକୁ ପ୍ରସ୍ତୁତ ହେବାକୁ ଓ  ବୁଝିବାକୁ ଯାଉଅଛୁ ଯେ ଆମ୍ଭେମାନେ ଭଣ୍ଡାରଘରିଆ ଅଟୁ। ଏହି ବିଷୟବସ୍ତୁ ଯାହା ଆମର ଅଛି ତାହା ଆମର ନୁହେଁ। ମୋର ସମସ୍ତ ଅର୍ଥ ଏବଂ ମୋ ନାମରେ ଥିବା ସମସ୍ତ ଭୌତିକ ସମ୍ପତ୍ତିସବୁ, ମୋର ସାମର୍ଥ୍ୟ ଓ ମୋ ସୁଯୋଗସବୁ ଅନ୍ତର୍ଭୁକ୍ତ କରି ଯାହା ସବୁ ମୋର ଅଛି, ଏଗୁଡ଼ିକ ମଧ୍ୟରୁ କୌଣସି ବିଷୟ ମୋର ନୁହେଁ। ସେଗୁଡ଼ିକ ମଧ୍ୟରୁ କୌଣସି ବିଷୟ ତୁମର ନୁହେଁ। ଆମ ମଧ୍ୟରୁ କେହି ସ୍ୱାଧୀନ ଭାବରେ ଧନୀ ନୁହେଁ। ଆମ ସମସ୍ତଙ୍କୁ ଗୋଟିଏ କିମ୍ବା ଦୁଇ କିମ୍ବା ପାଞ୍ଚ ତୋଡ଼ା ସହିତ ଦାୟିତ୍ୱ ଦିଆଯାଇଅଛି। ଉତ୍ତମ ଭଣ୍ଡାରଘରିଆ ହୋଇ ଓ ଈଶ୍ୱରଙ୍କ ଉଦ୍ଦେଶ୍ୟକୁ ଆଗକୁ ନେବାକୁ ଈଶ୍ୱରଙ୍କ ସମ୍ପଦ ଓ ଈଶ୍ୱରଙ୍କ ସମ୍ବଳ ବ୍ୟବହାର କରି ତାହାଙ୍କ ଆଗମନ ନିମନ୍ତେ ଆମ୍ଭେମାନେ ପ୍ରସ୍ତୁତ ହେଉ। ନୀତି ଏବଂ ଆଗ୍ରହ ତାହାଙ୍କର ଅଟେ।

କିନ୍ତୁ ତା’ପରେ ଯୀଶୁ ବାର୍ତ୍ତାଳାପ କରି ଚାଲନ୍ତି। ଏହା ଏକ ଦୃଷ୍ଟାନ୍ତ ନୁହେଁ ବରଂ ଅନ୍ତିମ ବିଚାର ଉପରେ ଏକ ବାର୍ତ୍ତାଳାପ ଅଟେ। ସେ ଆମକୁ ଦ୍ୱିତୀୟ ଉପାୟ କହନ୍ତି ଯେଉଁଥିରେ ଆମ୍ଭେମାନେ ପ୍ରସ୍ତୁତ ହେବା, ୩୧-୪୬ ପଦଗୁଡ଼ିକ। ସେ ସିଂହାସନ କକ୍ଷର ଦୃଶ୍ୟ ବର୍ଣ୍ଣନା କରନ୍ତି। ଯୀଶୁ ବିଚାରାସନରେ ଉପବେଶନ କରିଅଛନ୍ତି। ମେଷମାନଙ୍କୁ ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ। ୩୪ ପଦରେ ଆରମ୍ଭ କରି ଯୀଶୁ ମେଷମାନଙ୍କୁ କହନ୍ତି, “ସେତେବେଳେ ରାଜା ତାହାଙ୍କ ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି ସେଥିର ଅଧିକାରୀ ହୁଅ; କାରଣ (ଏହି କାରଣରୁ ମୁଁ ତୁମକୁ ଏହା କହୁଛି) ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ, ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ, ପ୍ରବାସ ଥିଲି, ମୋତେ ଆଶ୍ରୟ ଦେଲ, ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇ; ପୀଡିତ ଥିଲି, ମୋତେ ସଂଖୋଳିଲ; କାରାଗାରରେ ଥିଲି, ମୋ' ନିକଟକୁ ଆସିଲ। ଓଃ, ବିଚାରାସନରେ, ସେ ପଚାରିବେ ନାହିଁ ଯଦି ମୁଁ ବିଶ୍ୱାସର ପେସା କରିଅଛି? ନା। ସେ ମୋ ଜୀବନକୁ ଦେଖିବା ପାଇଁ ଯାଉଅଛନ୍ତି ଓ ସେ କହିବାକୁ ଯାଉଅଛନ୍ତି, ଯେତେବେଳେ ମୁଁ ମୋହର ଅନୁଗ୍ରହ ଓ ଦୟା ଦ୍ୱାରା ତୁମକୁ ଏକ ନୂତନ ସୃଷ୍ଟି କଲି ତୁମର ବିଶ୍ୱାସ ଦ୍ୱାରା ତୁମକୁ ଏକ ନୂତନ ସୃଷ୍ଟି କଲି ଓ ତୁମକୁ ଏକ ଦ୍ୱିତୀୟ ଜନ୍ମ ଦେଲି, ତୁମେ କ'ଣ ଜଣେ ଭଣ୍ଡାରଘରିଆ ସ୍ୱରୂପେ ତୁମର ନୂତନ ଜୀବନ ବଂଚାଇଲ କି? ତୁମେ ମୋର ଧନ ଏବଂ ମୋ ସମୟକୁ ମୋ ଉଦ୍ଦେଶ୍ୟରେ ବ୍ୟବହାର କଲ  କି? ତୁମେ ଆପଣାକୁ ଅସ୍ୱୀକାର କରି ଆପଣା କ୍ରୁଶ ଘେନି ମୋହର ଅନୁଗମନ କଲ କି? କିମ୍ବା, ଯେପରି ସେ ବାମ ପାର୍ଶ୍ୱସ୍ଥ ଛାଗ ଆଡକୁ ବୁଲି ପଡନ୍ତି, ସେ ଏହାର ବିପରୀତ କଥା କହନ୍ତି। "ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ପ୍ରସ୍ଥାନ କର।" କାହିଁକି? “କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ; ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ପୀଡିତ ଓ କାରାଗାରସ୍ଥ ଥିଲି, ମୋତେ ସଂଖୋଳିଲ ନାହିଁ। ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଙ୍ଗ, ପୀଡିତ କି କାରାଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ? ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରତମମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋ’ ପ୍ରତି ହିଁ ତାହା କରି ନାହଁ। ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ।” 

ଯୀଶୁଙ୍କ ଫେରି ଆସିବା ନିମନ୍ତେ ତୁମେ କ'ଣ ପ୍ରସ୍ତୁତ କି? ସେ ଦ୍ୱାର ନିକଟରେ ଅଛନ୍ତି। ସେ ଫେରିବା ପୂର୍ବରୁ ପ୍ରତ୍ୟେକ ବିଷୟ ଯାହା ଘଟିବାର ଅଛି ତାହା ଘଟିଅଛି କିମ୍ବା ଘଟୁଅଛି। ମୁଁ ଅନୁମାନ କରେ ଅନ୍ୟ ଭାବରେ ତୁମେ ପ୍ରଶ୍ନ ପଚାରିପାର, ଯେତେବେଳେ ତୁମେ ସିଂହାସନ ସମ୍ମୁଖରେ ଠିଆ ହୁଅ ସେତେବେଳେ ତୁମେ କ’ଣ ଶୁଣିବାକୁ ଚାହଁ? ତୁମେ ଶୁଣିବାକୁ ଚାହଁ କି, “ରେ ଦୁଷ୍ଟ ଓ ଅଳସ ଦାସ, ଏହି ଅକର୍ମଣ୍ୟ ଓ ଅଳସ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କୀଡୀମିଡି ହେବ"? ଏହା ତୁମେ ଶୁଣିବାକୁ ଚାହଁ କି? ଭଲ! ତାହାହେଲେ ବର୍ତ୍ତମାନ ପାଇଁ ବଞ୍ଚ। ତୁମର ପ୍ରଭୁଙ୍କ ଆଗମନ ନିମନ୍ତେ ତୁମେ ଅନ୍ୱେଷଣ କର ନାହିଁ। ଈଶ୍ୱରଙ୍କ ସମ୍ପତ୍ତି ଈଶ୍ୱରଙ୍କ ଉଦ୍ଦେଶ୍ୟସବୁରେ ବ୍ୟବହାର କରିବାକୁ ମନା କର। ଆଗକୁ ଯାଅ ଓ ପୃଥିବୀରେ ଧନ ସଂଚୟ କର। ଈଶ୍ୱରଙ୍କ ସମୟର ଜଣେ ଭଣ୍ଡାରଘରିଆ ହେବାକୁ ମନା କର। ତୁମର ଅସାମାଜିକ ଭାଇ ଓ ଭଉଣୀମାନଙ୍କୁ ସଂଖୋଳିବାକୁ ମନା କର। ଅବା ତୁମେ ୨୧ ପଦ ଶୁଣିବାକୁ ଚାହଁ କି, “ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ। ତୁମେ ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଅଛ, ମୁଁ ତୁମକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି। ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ।” ତୁମେ କ'ଣ ୩୪ ପଦ ଶୁଣିବାକୁ ଚାହଁ କି, “ଆସ, ମୋହର ପିତାଙ୍କ  ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିର ଅଧିକାରୀ ହୁଅ"? ତେବେ ଆସନ୍ତୁ ପ୍ରସ୍ତୁତ ହେବା! ଆସନ୍ତୁ ବୁଝିବା ଯେ ବିଶ୍ଵାସ ଦ୍ୱାରା ଓ କେବଳ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ହେବା ପୂର୍ବରୁ, ଆମ୍ଭେମାନେ ଆମର ଅପରାଧ ଓ ପାପରେ ମୃତ ହୋଇଥିଲୁ। ଆମର ପରିତ୍ରାଣର ଯୋଗ୍ୟତା ପାଇଁ ଆମ୍ଭେମାନେ କିଛି କରିପାରିଲୁ ନାହିଁ। ତଥାପି, ଆମର ପରିବର୍ତ୍ତନରେ, ଈଶ୍ଵର ମୋତେ ପରିବର୍ତ୍ତନ କଲେ ଓ ମୋତେ ଏକ ନୂତନ ସୃଷ୍ଟି କଲେ। ଈଶ୍ଵରଙ୍କ ଆତ୍ମାଙ୍କ ଦ୍ୱାରା ଶକ୍ତି ପ୍ରାପ୍ତ ହୋଇଥିବା ମୋ ଜୀବନର ପରିବର୍ତ୍ତନ ପାଇଁ ସେ ମୋତେ ଉତ୍ତରଦାୟୀ କରିବାକୁ ଯାଉଅଛନ୍ତି।

ସେଠାରେ, ମୁଁ ସମସ୍ତଙ୍କ ବୋତାମ ଆବୃତ କଲି କି? ଯୀଶୁଙ୍କ ଆଗମନ ପାଇଁ ପ୍ରସ୍ତୁତ ରୁହ। ସେ ତୁମେ ଅପେକ୍ଷା ନ କରିଥିବା ସମୟରେ ଆସିପାରନ୍ତି, ସେ ତୁମେ ଅପେକ୍ଷା କରିଥିବା ସମୟ ବାହାରେ ଆସିପାରନ୍ତି, କିନ୍ତୁ ସେ ଆଗମନ କରିବାକୁ ଯାଉଅଛନ୍ତି। ଯେତେବେଳେ ସେ ଆସନ୍ତି, ସେ କହିବେ, ମୁଁ ତୁମକୁ ଦେଇଥିବା ସମସ୍ତ ବିଷୟକୁ ତୁମେ ମୋ ଉଦ୍ଦେଶ୍ୟରେ ବ୍ୟବହାର କରିଅଛ କି? ନୀତି ଓ ଆଗ୍ରହ ମୋହର ଅଟେ।  ତୁମେ ତୁମର ଭାଇ ଓ ଭଉଣୀମାନଙ୍କୁ, ବିଶେଷ ଭାବରେ ଆବଶ୍ୟକ ଓ ଅଭାବରେ ଥିବା ଲୋକମାନଙ୍କୁ ପ୍ରେମ କରିଥିଲ କି? ତୁମେ କ୍ଷୁଧିତ ଲୋକଙ୍କୁ ଭୋଜନ କରାଇଲ କି, ପ୍ରବାସୀଙ୍କୁ ଆଶ୍ରୟ ଦେଲ କି, ଉଲଙ୍ଗକୁ ବସ୍ତ୍ର ପରିଧାନ କରାଇଲ କି, ସମାଜରୁ ବଞ୍ଚିତ ଥିବା ଦୁଃଖୀ ଓ ପୀଡ଼ିତ ଲୋକଙ୍କୁ ସଂଖୋଳିଲ କି? କାରଣ ତୁମେ ଯେପରି ତାହା ସେମାନଙ୍କ ପ୍ରତି କର, ତାହା ହିଁ ମୋ ପ୍ରତି କର। ଯଦି ଆଜି ସକାଳେ ତୁମେ ଆଉ କିଛି ଶୁଣି ନାହିଁ, ତେବେ ଏହା ଶୁଣ, ଯୀଶୁ ପୁନର୍ବାର ଆସୁଅଛନ୍ତି। ତୁମ ଭାବୁଥିବା ସମୟଠାରୁ ଏହା ଶୀଘ୍ର ହୋଇପାରେ। ଏହା ତୁମେ ଭାବୁଥିବା ସମୟ ପରେ ହୋଇପାରେ। କିନ୍ତୁ ସେ ଆସୁଅଛନ୍ତି ପୁଣି ଯେତେବେଳେ ସେ ଆସିବେ, ଆମ୍ଭେମାନେ ଜୟ କରିବା। ଯେତେବେଳେ ସେ ଆସିବେ, ସେମାନେ ହାରିଯିବେ। ଆଉ ଏକମାତ୍ର ବିଷୟ ଯାହା ଈଶ୍ଵରଙ୍କ ନିକଟରେ ଗ୍ରହଣ ଯୋଗ୍ୟ ତାହା ହେଉଛି, ଯଦି ତୁମେ ଓ ମୁଁ ଯେପରି ଆମେମାନେ ଏହାକୁ ବିଶ୍ଵାସ କରୁ ସେପରି ବଞ୍ଚିବା। ଆଉ ଏହାର ଅର୍ଥ ହେଉଛି ଯେ ଆମ୍ଭେମାନେ ପ୍ରସ୍ତୁତ ହେବାକୁ ଯାଉଅଛୁ, ଆମେମାନେ ତାହାଙ୍କ ଧନ ଏବଂ ସମୟର ଉତ୍ତମ ପରିଚାରକ ହେବାକୁ ଯାଉଅଛୁ।