୩୭. ପବିତ୍ରଆତ୍ମା

ତାହାଙ୍କ ମୃତ୍ୟୁ ପୂର୍ବରୁ ଆପଣା ଶିଷ୍ୟମାନଙ୍କ ସହିତ ଯୀଶୁଙ୍କ ଅନ୍ତିମ ଗୋପନୀୟ ଏକାକୀ ସମୟ ଅମ୍ଭେମାନେ ଯୋହନ ୧୪-୧୭ ପର୍ବଗୁଡ଼ିକରେ ଦେଖିବାକୁ ପାଉଅଛୁ। ଆମ୍ଭେମାନେ ଏହାକୁ “ଉପର କୋଠରୀ ବାର୍ତ୍ତାଳାପ” ବୋଲି କହୁ। ଆଉ ଯୀଶୁ ଏହି ପର୍ବଗୁଡ଼ିକର ଅବଧି ମଧ୍ୟରେ ଅନେକ ବିଭିନ୍ନ ବିଷୟରେ ବାର୍ତ୍ତାଳାପ କରନ୍ତି। କିନ୍ତୁ ମୁଁ ଯାହା ଉପରେ ଧ୍ୟାନ ଦେବାକୁ ଚାହୁଁଅଛି ତାହା ପବିତ୍ର ଆତ୍ମାଙ୍କ ଉପରେ ଯୀଶୁଙ୍କ ଶିକ୍ଷା ଅଟେ। ସେ ଚାରିଥର ପବିତ୍ର ଆତ୍ମା ବିଷୟରେ ଉଲ୍ଲେଖ କରନ୍ତି  ଆଉ ଆମ୍ଭେମାନେ ଆଜି ସକାଳେ ସେହି ଉଦ୍ଧୃତାଂଶସମୂହ ମଧ୍ୟରୁ ତିନୋଟି ଅଂଶକୁ ଦେଖିବାକୁ ଯାଉଅଛୁ।

କାରଣ ତୁମେ ସ୍ମରଣ କର ଅନେକ ସପ୍ତାହ ପୂର୍ବରୁ ଆମ୍ଭେମାନେ ତ୍ରିତ୍ୱଈଶ୍ୱର ବିଷୟରେ କଥାବାର୍ତ୍ତା କରିଥିଲୁ, ଯେ ଆମ୍ଭେମାନେ ଏକ ଈଶ୍ୱରବାଦୀ। ଆମ୍ଭେମାନେ ବିଶ୍ୱାସ କରୁ ଯେ ଏକ ଓ କେବଳ ଏକ ଈଶ୍ୱର ଅଛନ୍ତି। ତଥାପି ଆମ୍ଭେମାନେ ମଧ୍ୟ ବିଶ୍ୱାସ କରୁ ଯେ ଈଶ୍ୱର ଜଣେ ତ୍ରିଏକ ଈଶ୍ୱର ଅଟନ୍ତି। ତାହା ପିତା ଈଶ୍ୱର, ପୁତ୍ର ଈଶ୍ୱର ଓ ପବିତ୍ରଆତ୍ମା ଈଶ୍ୱର ଅଟନ୍ତି। ଆଉ ଈଶ୍ୱରତ୍ୱର ପ୍ରତ୍ୟେକ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ଈଶ୍ୱର ଅଟନ୍ତି, ଅନ୍ୟ ଦୁଇ ବ୍ୟକ୍ତିଙ୍କ ଠାରୁ ପୃଥକ ପୁଣି ତଥାପି ଏହି ସମସ୍ତେ ତିନି ବ୍ୟକ୍ତି ଏକ ଅଟନ୍ତି: ତ୍ରିତ୍ୱଈଶ୍ୱରଙ୍କ ରହସ୍ୟ। ଆଉ ମୁଁ ଆଜି ସକାଳେ ଯାହା କରିବାକୁ ଚାହୁଁଛି ତାହା ତ୍ରିତ୍ୱଈଶ୍ୱରଙ୍କ ତୃତୀୟ ସଦସ୍ୟ, ପବିତ୍ର ଆତ୍ମା ଉପରେ ଧ୍ୟାନ ଦେବା, ପୁଣି “ଉପର କୋଠରୀ ବାର୍ତ୍ତାଳାପ” ରେ ତାହାଙ୍କ ବିଷୟରେ ଯୀଶୁ ଆମକୁ ଯାହା ଶିକ୍ଷା ଦିଅନ୍ତି ତାହା ଦେଖିବା ଅଟେ।

୧. ପାରାକ୍ଲେଟେ- ଯୋହନ ୧୪:୧୬-୧୭

ଉଦ୍ଧୃତାଂଶସମୂହର ପ୍ରଥମଟି ଯୋହନ ୧୪: ୧୬-୧୭ ରେ ଅଛି। ଯୀଶୁ ଶିଷ୍ୟମାନଙ୍କୁ କହି ଅବସ୍ଥା ସ୍ଥିର କରୁଅଛନ୍ତି ଯେ ଅତି ଶୀଘ୍ର ସେ ସେମାନଙ୍କୁ ଛାଡିଯିବେ। ତେଣୁ ୧୪: ୨ ପଦରେ ଆରମ୍ଭ କରି ଯୀଶୁ କହନ୍ତି, “ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି; ଯଦି ନ ଥାଆନ୍ତା, ତାହାହେଲେ ମୁଁ ତୁମ୍ଭମାନଙ୍କୁ କହିଥାଆନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି; ପୁଣି, ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥିନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନି ଯିବି।” ତାହା ଯେଉଁ ପ୍ରସଙ୍ଗ ସ୍ଥାପିତ କରେ ତହିଁଉତ୍ତାରେ ତାହା ସମୟରେ-ସମୟ ଭୀତରେ ସମୟ ନିମନ୍ତେ ଅଟେ। ଯୀଶୁ ଚାଲିଯିବା ଓ ପୁନର୍ବାର ଫେରିଆସିବା ସମୟ ମଧ୍ୟରେ କ’ଣ ଘଟିବ? ପୁଣି ତାହା ୧୬ ଓ ୧୭  ପଦଗୁଡ଼ିକ ବିଷୟରେ ଅଟେ। ଯୀଶୁ କହନ୍ତି, “ଆଉ ମୁଁ ପିତାଙ୍କୁ ଅନୁରୋଧ କରିବି, ପୁଣି ତୁମ୍ଭମାନଙ୍କ ସାଙ୍ଗରେ ଚିରକାଳ ରହିବା ନିମନ୍ତେ  ସେ ତୁମ୍ଭମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କି ଅର୍ଥାତ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ। ଜଗତ ତାହାଙ୍କୁ ଗ୍ରହଣ କରିପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ; ତୁମ୍ଭେମାନେ ତାହାଙ୍କୁ ଜାଣ, କାରଣ ସେ ତୁମ୍ଭମାନଙ୍କ ସଙ୍ଗରେ ଥାଆନ୍ତି, ପୁଣି ସେ ତୁମ୍ଭମାନଙ୍କ ଅନ୍ତରେ ରହିବେ।” ଏଠାରେ “ସାହାଯ୍ୟକାରୀ” ରୂପେ ଅନୁବାଦ ହୋଇଥିବା ଶବ୍ଦଟି ଅନୁବାଦ କରିବାକୁ କଷ୍ଟକର ଅଟେ। ଯଦି ତୁମ୍ଭେ ଅନ୍ୟ ଅନୁବାଦଗୁଡ଼ିକରେ ସପକ୍ଷବାଦୀ କିମ୍ବା ପରାମର୍ଶଦାତା ପରି ଶବ୍ଦଗୁଡ଼ିକୁ ଦେଖିବାକୁ ପାଇବ ପୁଣି ବେଳେବେଳେ ଯେତେବେଳେ ଆମ୍ଭେମାନେ ଏହି ଉଦ୍ଧୃତାଂଶ ବିଷୟରେ କଥାବାର୍ତ୍ତା କରୁ ଆମ୍ଭେମାନେ ଏହି ସବୁ ଶବ୍ଦଗୁଡ଼ିକୁ ଛାଡିଥାଉ ପୁଣି ଆମ୍ଭେମାନେ ଗ୍ରୀକ୍ ଶବ୍ଦକୁ ସିଧାସଳଖ ଇଂରାଜୀରେ ଅନୁବାଦ କରିଥାଉ, “ଠିକ ଅଛି, ଏହା ପାରାକ୍ଲେଟେ ଅଟେ” ଏହି ଶବ୍ଦ ପାଇଁ ବିଭିନ୍ନ ଅନୁବାଦ ବୋଲି କହିଥାଉ। ସେହି ସମସ୍ତ ଅନୁବାଦ  ପବିତ୍ର ଆତ୍ମାଙ୍କୁ ସୂଚାଏ

ପାରାକ୍ଲେଟେ” ଶବ୍ଦର ଦୁଇଟି ଅର୍ଥ ଅଛି ପୁଣି ତାହା ଗୋଟିଏ କାରଣ ଅଟେ ଏହା ଅନୁବାଦ କରିବାକୁ ବହୁତ କଷ୍ଟକର ଅଟେ। ସେହି ସମାନ ଦୁଇଟି ଅର୍ଥ ନିମନ୍ତେ ଆମର ଇଂରାଜୀରେ ଶବ୍ଦ ନାହିଁ। “ପାରାକ୍ଲେଟେ” ଶବ୍ଦଟି ଜଣେ ବନ୍ଧୁଙ୍କୁ ବୁଝାଏ, କିନ୍ତୁ ଜଣେ ବନ୍ଧୁ ଯିଏ ଏକ ଆଇନ ଅଦାଲତ ପୃଷ୍ଠଭୂମି ମଧ୍ୟରେ ତୁମ ସପକ୍ଷରେ ଯୁକ୍ତିତର୍କ କରୁଅଛନ୍ତି। ତେଣୁ ଆମର ପାରାକ୍ଲେଟେ ଆମର ବନ୍ଧୁ, କିନ୍ତୁ ସେ ଆମର ବନ୍ଧୁ ଯିଏ ଆଇନ ଅଦାଲତ ସମୟରେ, କଥା କହିବାକୁ, ଆମକୁ ସାହାଯ୍ୟ କରିବାକୁ ଆସନ୍ତି, ଆଉ ସେ ଆମର ସପକ୍ଷରେ ଯୁକ୍ତି କରନ୍ତି। ଅନ୍ୟ ଅର୍ଥରେ, ପାରାକ୍ଲେଟେ, ପବିତ୍ର ଆତ୍ମା, ଈଶ୍ଵରଙ୍କ ତୃତୀୟ ସଦସ୍ୟ, ସ୍ୱୟଂ ଈଶ୍ଵର ଆମ ପକ୍ଷରେ ଅଛନ୍ତି। ଆଉ ଜୀବନର କଠିନ ସମୟସବୁରେ ସେ ତୁମ ଓ ମୋ ପାଇଁ ଯୁଦ୍ଧ କରିବେ, ତାହା ପବିତ୍ର ଆତ୍ମା ଅଟନ୍ତି।

ଧ୍ୟାନ ଦିଅନ୍ତୁ ଯେ ଯୀଶୁ କହିଅଛନ୍ତି ଯେ ସେ “ଅନ୍ୟ” ସାନ୍ତ୍ୱନାକାରୀଙ୍କୁ; ଅନ୍ୟ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବେ। ଦେଖନ୍ତୁ, ଯୀଶୁ ଯେତେବେଳେ ପୃଥିବୀରେ ଥିଲେ ସେ ତାହାଙ୍କ ଶିଷ୍ୟମାନଙ୍କ ନିମନ୍ତେ ପାରାକ୍ଳେଟ୍ ଥିଲେ। ସେ ସେମାନଙ୍କର ସାହାଯ୍ୟକାରୀ ଥିଲେ। ସେ ସେମାନଙ୍କର ସପକ୍ଷବାଦୀ ଥିଲେ। ସେ ସେମାନଙ୍କର ବନ୍ଧୁ ଥିଲେ। ତଥାପି ତାହାଙ୍କୁ ଛାଡି ଯିବାର ଅଛି। ପୁଣି ସେ ଯିବା ପରେ, ପବିତ୍ର ଆତ୍ମା ଆସିବେ ଓ ଗତ ୩ ୧/୨ ବର୍ଷ ଧରି ଯୀଶୁ ଯାହା କରିଥିଲେ, ସେ ସେହି କାର୍ଯ୍ୟ କରିବେ। କେବଳ ପ୍ରକୃତ ପାର୍ଥକ୍ୟ ହେଉଛି ପବିତ୍ର ଆତ୍ମା ଆମ୍ଭମାନଙ୍କ ସହିତ ଚିରଦିନ ରହିବେ। ଯୀଶୁଙ୍କୁ ଯେପରି ଆମ୍ଭମାନଙ୍କୁ ଛାଡ଼ି ଯିବାକୁ ପଡିଥିଲା ସେପରି ସେ ଆମ୍ଭମାନଙ୍କୁ କେବେ ବି ଛାଡି ଯିବେ ନାହିଁ।

ଏବଂ ତଥାପି ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ ପାଇଁ ପବିତ୍ର ଆତ୍ମା ଯେରୂପ ବାସ୍ତବ ଅଟନ୍ତି, ସେରୂପ ସେ ବାସ୍ତବ ଅଟନ୍ତି, ଯେତେବେଳେ ଏହା ଜଗତକୁ ଆସେ, ଯେଉଁମାନେ ତାହାଙ୍କ ଶିଷ୍ୟ ନୁହଁନ୍ତି, ସେମାନେ କେବଳ ଶୁଣିବାରେ ଅସମର୍ଥ ଅଟନ୍ତି। ପୁଣି ସେମାନେ ଏପରି କି ପବିତ୍ର ଆତ୍ମାକୁ ଚିହ୍ନିବାରେ ମଧ୍ୟ ଅସମର୍ଥ ଅଟନ୍ତି। ତୁମେ ତାହା ଦେଖିଲ କି? ଜଗତ ଆତ୍ମା ଗ୍ରହଣ କରିପାରେ ନାହିଁ କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ। ତୁମ ଓ ମୋ ଜୀବନରେ ଈଶ୍ଵରଙ୍କ ଶକ୍ତି ଯେତିକି ବାସ୍ତବ ଅଟନ୍ତି, ଯଦି ତୁମେ ଜଣେ ଶିଷ୍ୟ, ତେବେ ତାହା ସେତିକି ବାସ୍ତବ ଅଟନ୍ତି; ଜଗତ ତାହାଙ୍କୁ ଜାଣିବାରେ ଅସମର୍ଥ ଅଟେ। ଦେଖନ୍ତୁ, ପବିତ୍ର ଆତ୍ମାର ବାସ୍ତବତା ବିଷୟରେ ମୁଁ ଜଣେ ଅଣ-ବିଶ୍ୱାସୀଙ୍କୁ ହୃଦବୋଧ କରାଇପାରିବି ନାହିଁ। ତୁମେ ମଧ୍ୟ କରିପାରିବ ନାହିଁ। ତୁମେ କେତେ ସମୟ ଯୁକ୍ତି କର ସେଥିରେ କିଛି ଫରକ ପଡେ଼ ନାହିଁ। ତୁମେ କ୍ଷମା ପ୍ରାର୍ଥନା ଉପରେ କେତେ ଶ୍ରେଣୀ ନିଅ ସେଥିରେ ଏହା କିଛି ଫରକ ପଡ଼େ ନାହିଁ। ତୁମେ କେତେ ବ୍ୟକ୍ତିଗତ ସାକ୍ଷ୍ୟ ଦିଅ ତାହା ସେଥିରେ କିଛି ଫରକ ପଡେ଼ ନାହିଁ। କୌଣସି ପରିମାଣର ଯୁକ୍ତି ଈଶ୍ଵରଙ୍କ ଆତ୍ମାର ବାସ୍ତବତା ଚିହ୍ନିବାକୁ ଜଣେ ଅଣ-ଖ୍ରୀଷ୍ଟିୟାନଙ୍କ, ଏହି ଜଗତର ନାଗରିକଙ୍କ କାର୍ଯ୍ୟରେ ଆସେ ନାହିଁ। ଏହା ହୋଇପାରିବ ନାହିଁ। ସେମାନେ ବର୍ତ୍ତମାନ ଏହା ବୁଝିବେ ନାହିଁ। ଏହି କାରଣରୁ ଯୋହନ ୩ ପର୍ବରେ ଯେତେବେଳେ ଯୀଶୁ ନୀକଦୀମଙ୍କ ସହିତ କଥାବାର୍ତ୍ତା କରୁଅଛନ୍ତି, ସେତେବେଳେ ସେ କହନ୍ତି, “ଯାହା ମାଂସରୁ ଜାତ, ତାହା ମାଂସ। ପୁଣି, ଆତ୍ମା ରୁ ଯାହା ଜାତ, ତାହା ଆତ୍ମା।” ସେଗୁଡ଼ିକର ଦୁଇଟି ଭିନ୍ନ ବାସ୍ତବତା ଅଛି, ପୁଣି, ଜଗତରୁ, ସାଂସାରିକ ବ୍ୟକ୍ତିଠାରୁ, ତୁମ୍ଭେ ସ୍ୱାଭାବିକ ଭାବରେ ଆତ୍ମାଙ୍କ ରାଜ୍ୟ, ଆତ୍ମାରେ ଶକ୍ତି ଯୁକ୍ତ ବ୍ୟକ୍ତିଙ୍କ ନିକଟକୁ କେହି ଜଣକୁ ଆଗକୁ ଗତି କରାଇ ପାରିବ ନାହିଁ। ତୁମେ ଏହା କରିପାର ନାହିଁ। ସେମାନେ କଦାପି ପାରିବେ ନାହିଁ। ସେଥିପାଇଁ ପାଉଲ କରିନ୍ଥୀୟମାନଙ୍କୁ କହନ୍ତି, “କିନ୍ତୁ, ସାଂସାରିକ ମନୁଷ୍ୟ ଈଶ୍ଵରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ [ଏହା ତୁମର ସହକର୍ମୀ, ଏହା ତୁମର ପ୍ରତିବାସୀ, ଏହା ବୋଧହୁଏ ତୁମର ପରିବାରରେ କେହି ଜଣେ। କିନ୍ତୁ ଯଦି ସେମାନେ କେବଳ ମାଂସରୁ ଜାତ ହୋଇଅଛନ୍ତି, ଯଦି ସେମାନେ ସାଂସାରିକ ବ୍ୟକ୍ତି, ତେବେ ସେମାନେ ଈଶ୍ଵରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରିବେ ନାହିଁ] କାରଣ ସେହିସବୁ ତାହାଙ୍କ ନିକଟରେ ମୂର୍ଖତା, ପୁଣି ସେହିସବୁ ବୁଝି ପାରେ ନାହିଁ।  ଆତ୍ମାଙ୍କ ବିଷୟଗୁଡ଼ିକ ] ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ।” (ପ୍ରଥମ କରିନ୍ଥୀୟ ୨: ୧୪) ଜଗତ, ନିଜେ ନିଜରୁ ପବିତ୍ର ଆତ୍ମାକୁ ଚିହ୍ନିବାରେ ଅସମର୍ଥ ଅଟେ। ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି?

ତଥାପି ପବିତ୍ରଆତ୍ମାଙ୍କୁ ନ ଜାଣି, ଆମ୍ଭମାନଙ୍କର ସହକର୍ମୀମାନେ ପୁଣି ଆମ୍ଭମାନଙ୍କ ପ୍ରତିବାସୀମାନେ ଆଉ ବୋଧହୁଏ ଆମ୍ଭର ପ୍ରିୟମାନେ  କଦାପି କ୍ଷମା ପ୍ରାପ୍ତ ହେବେ ନାହିଁ ପୁଣି ପବିତ୍ରଆତ୍ମା ବିନା କଦାପି ଆନନ୍ଦ ପ୍ରାପ୍ତ ହେବେ ନାହିଁ। ଏହା ପୁନର୍ବାର ଏକ ତର୍କ ଅଟେ ଯାହା ଯୀଶୁ ନୀକଦୀମଙ୍କ ସହିତ କରନ୍ତି। ଏହା କହେ ଯେ ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ତୁମକୁ ପୁନର୍ବାର ଜନ୍ମ ହେବାକୁ ପଡିବ। ପୁଣି ଯେ ପୃଥିବୀରୁ ସେହି ଲୋକଟି ପଚାରିଲେ, “କ’ଣ? ପୁନର୍ବାର ଜନ୍ମ ହେବା, ଏହାର ଅର୍ଥ କ’ଣ?” ଯୀଶୁ ଉତ୍ତର ଦେଲେ ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଏତେ ସହଜ ନୁହେଁ, ଏହା ତୁମ୍ଭେ ଓ ମୁଁ କରିପାରୁଥିବା  ଏପରି କିଛି ବିଷୟ ନୁହେଁ, ଏପରିକି ଆମ୍ଭମାନଙ୍କର ପ୍ରତିଵାସୀମାନେ ନିଜେ କରିପାରିବେ ନାହି।

ଆଶ୍ଚର୍ଯ୍ୟଜନକ ପ୍ରତିଜ୍ଞା

ତା’ପରେ ଯୀଶୁ ଏହି ଅନୁଚ୍ଛେଦକୁ ଏକ ଆଶ୍ଚର୍ଯ୍ୟଜନକ ପ୍ରତିଜ୍ଞା ସହିତ ସମାପ୍ତ କରନ୍ତି। "ତୁମ୍ଭେମାନେ ତାହାଙ୍କୁ ଜାଣ, କାରଣ ସେ ତୁମ୍ଭମାନଙ୍କ ସହିତ ବାସ କରନ୍ତି ପୁଣି ସେ ତୁମ୍ଭମାନଙ୍କଠାରେ ରହନ୍ତି।" ସମସ୍ତ ଶିଷ୍ୟମାନଙ୍କ ପ୍ରତି କି ଆଶ୍ଚର୍ଯ୍ୟଜନକ ପ୍ରତିଜ୍ଞା। ପବିତ୍ରଆତ୍ମା ସକ୍ରିୟ ହୋଇଅଛନ୍ତି। ସେ ସୃଷ୍ଟି ପୁଣି ସୃଷ୍ଟି ପୂର୍ବରୁ ସକ୍ରିୟ ହୋଇଅଛନ୍ତି। ଏହା ସମ୍ଭବତଃ ପବିତ୍ରଆତ୍ମା ଯିଏ ଆଦିପୁସ୍ତକ ୧ ପର୍ବରେ ଗଭୀର ଜଳ ଉପରେ ବ୍ୟାପ୍ତ ଥିଲେ, ପବିତ୍ରଆତ୍ମା ଇସ୍ରାଏଲ ଦେଶ ମଧ୍ୟରେ ରହିଆସିଅଛନ୍ତି। ସେ ଗତ ସାଢ଼େ ତିନି ବର୍ଷ କାଳ ଆପଣା ଶିଷ୍ୟମାନଙ୍କ ମଧ୍ୟରେ ରହି ଆସିଅଛନ୍ତି। କିନ୍ତୁ ଯୀଶୁ କହନ୍ତି ଦିନେ ତାହା ପରିବରିବର୍ତ୍ତନ ହେବାକୁ ଯାଉଅଛି। ପୁଣି ଦିନେ ସେ ତୁମ୍ଭ ଠାରେ,  ତୁମ୍ଭମାନଙ୍କ ସହିତ ନୁହେଁ, କିନ୍ତୁ ସେ ତୁମ୍ଭ ଅନ୍ତରରେ ବାସକରିବେ, ସେହି ଶବ୍ଦ ପବିତ୍ରଆତ୍ମାଙ୍କ ବାସସ୍ଥାନ ଯାହାକୁ ଆମ୍ଭେମାନେ ଈଶ୍ୱରତ୍ୱତ୍ତ୍ୱରେ ବ୍ୟବହାର କରୁ। ପୁଣି ୪୦ ଦିନ ପରେ, ପ୍ରେରିତ ୨ ପର୍ବରେ, ପେଣ୍ଟିକୋଷ୍ଟରେ ଯୀଶୁ ଯେପରି କହନ୍ତି ଏହା ସେହିପରି ହିଁ ଘଟେ ବର୍ତ୍ତମାନ ପବିତ୍ରଆତ୍ମା ଯେଉଁ ଭାବରେ ଆସନ୍ତି ଆସନ୍ତି ସେପରି ସେ କେବେ ହେଁ ଆସି ନ ଥିଲେ; କାରଣ ବର୍ତ୍ତମାନ ସେ ଚିରଦିନ ଯୀଶୁ ଖ୍ରୀଷ୍ଟଙ୍କର ସମସ୍ତ ଶିଷ୍ୟମାନଙ୍କଠାରେ ସ୍ଥାୟୀ ଭାବରେ ବାସକରିବାକୁ ଆସୁଛନ୍ତି। ଏହା ଏକ ପ୍ରତିଜ୍ଞା ଥିଲା ଯାହା  ଶିଷ୍ୟମାନେ ଅପେକ୍ଷା କରିଥିଲେ

ତେଣୁ ଯୋହନ ୧୪ ପର୍ବରେ ପ୍ରଥମ ଉଦ୍ଧ୍ରୁତାଂଶ ହେଉଛି ପ୍ରତିଜ୍ଞା ଯେ ଯୀଶୁ ଯିବା ପରେ ସେ ଅନ୍ୟ ଜଣେ ପାରାକ୍ଲେଟେ, ଅନ୍ୟ ଜଣେ ସାହାଯ୍ୟକାରୀ, ଅନ୍ୟ ଜଣେ ସପକ୍ଷବାଦୀଙ୍କୁ ପ୍ରେରଣ କରିବେ। ତଥାପି ଯେରୂପ ସେହି ସପକ୍ଷବାଦୀ ତୁମ୍ଭ ଓ ମୋ ପ୍ରତି ବାସ୍ତବ ଅଟନ୍ତି ସେରୂପ ଜଗତ ନିଶ୍ଚିତ ଭାବେ ତାହାଙ୍କୁ ଜାଣିବାରେ, ନିଜଠାରେ ଓ ନିଜରୁ, ଅସମର୍ଥ ଅଟେ। ଏବଂ, ତଥାପି ଆମ୍ଭମାନଙ୍କ ପ୍ରତିଜ୍ଞା ଅଛି ଯେ ଦିନେ ସେ ଆମ ଅନ୍ତରରେ ବାସକରିବେ।

୨. ଆତ୍ମା "ସମସ୍ତ ବିଷୟ" ଶିକ୍ଷା ଦେବେ- ଯୋହନ ୧୪:୨୫-୨୬

ତହିଁଉତ୍ତାରେ ଦ୍ୱିତୀୟ ଉଦ୍ଧୃତାଂଶଟି ହେଉଛି ୧୪:୨୫ ପଦର ଆରମ୍ଭରୁ ଯୀଶୁ କହନ୍ତି, “ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଥାଉ ଥାଉ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଲି। କିନ୍ତୁ ସେହି ସାହାଯ୍ୟକାରୀ, ଅର୍ଥାତ ଯେଉଁ ପବିତ୍ରଆତ୍ମାଙ୍କୁ ପିତା ମୋ’ ନାମରେ ପ୍ରେରଣ କରିବେ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟରେ ଶିକ୍ଷା ଦେବେ, ଆଉ ମୁଁ  ତୁମ୍ଭମାନଙ୍କୁ ଯାହା ଯାହା  କହିଅଛି, ସେହି ସବୁ ତୁମ୍ଭମାନଙ୍କୁ ସ୍ମରଣ କରାଇବେ।” ବାସ କରୁଥିବା ଆତ୍ମାଙ୍କ କାର୍ଯ୍ୟ ତୁମ୍ଭକୁ ଓ ମୋତେ, ଯେଉଁମାନେ ଶିଷ୍ୟ, ଆମ୍ଭମାନଙ୍କୁ ସମସ୍ତ ବିଷୟରେ ଶିକ୍ଷା ଦେବା ଅଟେସମସ୍ତ ବିଷୟ, ଈଶ୍ଵରଙ୍କୁ ପ୍ରେମ କରିବା ଓ ତାହାଙ୍କ ଆଜ୍ଞାସବୁ ପାଳନ କରିବା ନିମନ୍ତେ  ସୁସ୍ପଷ୍ଟ ଭାବରେ ଆବଶ୍ୟକ ଅଟେ ତଥାପି ମୁଁ ଏପର୍ଯ୍ୟନ୍ତ ପରମାଣୁ ବିଭାଜନ ବିଷୟରେ ଜାଣି ନାହିଁ । ତେଣୁ ଏଠାରେ ଯୀଶୁ ସେ ବିଷୟରେ କହୁ ନାହାନ୍ତି କିନ୍ତୁ  ତାହାଙ୍କୁ କିପରି ପ୍ରେମ କରିବା ଓ ତାହାଙ୍କ ଆଜ୍ଞା ସବୁ କିପରି  ପାଳନ କରିବା ସେବିଷୟରେ ସମସ୍ତ ଆବଶ୍ୟକ ବିଷୟକୁ ସେ କହୁଛନ୍ତି

 

କ. ବେଳେବେଳେ ଶାନ୍ତ ଭାବରେ କହନ୍ତି

ବେଳେବେଳେ ଯେତେବେଳେ ଆତ୍ମା ଆମ୍ଭମାନଙ୍କୁ ଶିକ୍ଷା ଦିଅନ୍ତି, ସେ କିପରି ଏହା କରନ୍ତି? ମୁଁ ଭାବୁଛି ବେଳେବେଳେ ସେ ଅତି ଶାନ୍ତ ଭାବରେ ଆମ୍ଭମାନଙ୍କୁ ନିମ୍ନ ସ୍ୱରରେ କହି ଏହା କରନ୍ତି। ମୁଁ ଭାବୁଛି ଏହା ଏକ ସ୍ୱାଭାବିକ ଉପାୟ ଯେଉଁଥିରେ ଯେତେବେଳେ ସେ ଆମ୍ଭମାନଙ୍କୁ ପ୍ରତ୍ୟକ୍ଷ ଭାବରେ କହନ୍ତି ସେତେବେଳେ ଆତ୍ମା ଶିକ୍ଷା ଦିଅନ୍ତି। ସେ ଆମକୁ ନିମ୍ନ ସ୍ୱରରେ କୁହନ୍ତି, “ଚଳଚ୍ଚିତ୍ର ରୁ ବିମୁଖ ହୁଅ। ଏହା ସନ୍ତୁଷ୍ଟ  କରୁ ନାହିଁ। ଏହା ନିଷ୍ଠା ଜନ୍ମାଉ ନାହିଁ। ଏହା ମୋତେ ଗୌରବ ଦିଏ ନାହିଁ। ଏହା ତୁମର ପାପକୁ ସନ୍ତୁଷ୍ଟ କରୁଅଛି। ଚଳଚ୍ଚିତ୍ରରୁ ବିମୁଖ ହୁଅ।” କିମ୍ବା ବେଳେବେଳେ, ବୋଧହୁଏ, ସେ ଆମ୍ଭମାନଙ୍କ କର୍ଣ୍ଣରେ ଫୁସ୍ ଫୁସ୍ କରନ୍ତି, “ସେପରି କଥାବାର୍ତ୍ତା କର ନାହିଁ। ସମାଲୋଚନାମୂଳକ କଥା କୁହ ନାହିଁ। ବିଚାର ସମ୍ବନ୍ଧୀୟ କଥା କୁହ ନାହିଁ। ଯଦି ତୁମେ ଠିକ୍ ବୋଲି ଭାବୁଛ ତେବେ ଖାତିର କର ନାହଁ।” ମୋତେ ଏହାକୁ ଉଚ୍ଚ ସ୍ୱରରେ କହିବାକୁ ଦିଅନ୍ତୁ, “ଯଦି ତୁମେ ଠିକ୍ ବୋଲି ଭାବୁଛ, ମୁଁ ଖାତିର କରୁ ନାହିଁ। କହିବାକୁ କେବଳ ମୁଁ ତୁମକୁ କହିଲି ଯାହା ଅନୁଗ୍ରହ ବିସ୍ତାର କରେ, ଯାହା ନିଷ୍ଠା ଜନ୍ମାଇବ ଆଉ ଯାହା ଗଠନ କରିବ। ସେପରି କଥାବାର୍ତ୍ତା କର ନାହିଁ। ଅନ୍ୟକୁ ତଳକୁ ଟାଣନ୍ତୁ ନାହିଁ।” ବେଳେବେଳେ ତାହା ହେଉଛି ଆତ୍ମା ଯେ ଆମକୁ ଶିକ୍ଷା ଦିଅନ୍ତି, ଏହା  ନୁହେଁ କି, ଯେହେତୁ ସେ ଆମ କର୍ଣ୍ଣରେ ଫୁସ୍ ଫୁସ୍ କରି କହନ୍ତି। ପୁଣି ଅବଶ୍ୟ ପ୍ରଶ୍ନ ହେଉଛି, ଯେତେବେଳେ ସେ ଫୁସ୍ ଫୁସ୍ କରନ୍ତି, ଆମ୍ଭେମାନେ ଶୁଣୁଅଛୁ କି? ଅଥଚ ଆମ୍ଭେମାନେ ଦୂରଦର୍ଶନରେ ଶବ୍ଦ ଶକ୍ତି ବଢା଼ଉ କି, କିମ୍ବା କେବଳ ଆମ୍ଭେମାନେ ଉଚ୍ଚ ସ୍ୱରରେ କହି ସେଗୁଗୁଡ଼ିକୁ ଭୟଭୀତ କରୁ? ଆମ୍ଭେମାନେ ଫୁସ୍ ଫୁସ୍ କରିବାକୁ ଶୁଣୁ କି ପୁଣି  ଶୀଘ୍ର ଆମ୍ଭେମାନେ ଫୁସ୍ ଫୁସ୍ କଥାକୁ ମାନିଥାଉ କି? ବେଳେବେଳେ ବାସ କରୁଥିବା ଆତ୍ମା, ଆମକୁ ସମସ୍ତ ବିଷୟ ଆମକୁ ତାହାଙ୍କ ଇଚ୍ଛାରେ ଶିକ୍ଷା ଦେବାକୁ ଫୁସ୍ ଫୁସ୍ କରନ୍ତି ସେ ଫୁସ୍ ଫୁସ୍ କଥା ଶୁଣିବାକୁ ଆମକୁ ପଚାରନ୍ତି।

 

ଖ. ବେଳେବେଳେ ସେ ଉଚ୍ଚସ୍ୱର କରନ୍ତି

କିନ୍ତୁ ଅନ୍ୟ ସମୟସବୁ ଅଛି ଯେ ସେ ଫୁସ୍ ଫୁସ୍ କରି କଥା କହି କ୍ଲାନ୍ତ ହୋଇଯାଆନ୍ତି ପୁଣି ସେ ଉଚ୍ଚ ସ୍ୱର କରନ୍ତି, ଆଉ ସେ ୨x ୪ ସହିତ ଆମ୍ଭମାନଙ୍କ ମସ୍ତକ ଉପରେ ଆଘାତ କରନ୍ତି ପୁଣି ତହିଁଉତ୍ତାରେ ସେ ଆମ୍ଭମାନଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ତା’ପରେ ସେ କହନ୍ତି, “ବର୍ତ୍ତମାନ ତୁମେ ମୋ କଥା ଶୁଣିବ କି?” ପୁଣି ସମ୍ଭବତଃ ଆମ ସମସ୍ତଙ୍କ ମସ୍ତକ ଉପରେ ପବିତ୍ର ଆତ୍ମାଙ୍କ ୨x ୪ ଦ୍ୱାରା ଥରେ କିମ୍ବା ଦୁଇଥର ସହିତ ଆଘାତ କରାଯାଇଅଛି, ଆମ୍ଭମାନଙ୍କୁ ଆଘାତ କରାଯାଇ ନାହିଁ କି? ଯେରୂପ ସେ ଆମ୍ଭମାନଙ୍କ ଧ୍ୟାନ ଆକର୍ଷଣ କରନ୍ତି, ସେରୂପ ସେ ଆମକୁ ଶିକ୍ଷା ଦେବାକୁ  ଚାହାଁନ୍ତି, ସେ ଆମ୍ଭମାନଙ୍କୁ ଶୁଣିବାକୁ ଚାହାଁନ୍ତି ଆଉ ସେ ଆମ୍ଭମାନଙ୍କୁ ଆଜ୍ଞା ପାଳନ କରିବାକୁ ଚାହାଁନ୍ତି।

ଆମ୍ଭେମାନେ ଜଣେ ଯୁବକଙ୍କ ସାକ୍ଷ୍ୟ ଶୁଣିଥିଲୁ, ଯାହାଙ୍କ କର୍ଣ୍ଣରେ ବର୍ଷ ବର୍ଷ ଧରି ଈଶ୍ୱର ଫୁସ୍ ଫୁସ୍ କଥା କହିଥିଲେ। ପୁଣି ସେ ଅତ୍ୟଧିକ ମଦ୍ୟ ପାନ କରି କ୍ଷିପ୍ର ଗତିରେ ଗାଡି ଚଳାଉଥିଲେ। ତେଣୁ ଦିନେ ରାତ୍ରରେ ତାହାଙ୍କ ଅନୁଗ୍ରହରେ, ଈଶ୍ୱର ୨x୪ ସହିତ ତାହାଙ୍କୁ ମସ୍ତକ ଉପରେ ଆଘାତ କଲେ। ପୁଣି ଏହା ଦେଖାଯାଏ, ଆଶ୍ଚର୍ଯ୍ୟ ଭାବରେ, ତା'ଙ୍କ ପାଇଁ ତାହାଙ୍କ ଚଉକି ପଟି ଲଗାଇଦେଲେ ଆଉ ତା’ପରେ ତାହାଙ୍କୁ ଏକ କାରରେ ଯିବାକୁ ଅନୁମତି ଦେଲେ ଯେଉଁଥିରେ ତାହାଙ୍କୁ ହତ୍ୟା କରାଯିବାର ଥିଲା, ତଥାପି ସେ ଅନାହତରେ ଚାଲିଗଲେ। ଈଶ୍ୱର ତା'ଙ୍କର ଧ୍ୟାନ ଆକର୍ଷଣ କଲେ। ପୁଣି ଯୁବକଟି ଶୁଣିବାକୁ ଆରମ୍ଭ କରନ୍ତେ ତା'ଙ୍କ ଜୀବନ ପରିବର୍ତ୍ତିତ ହେବାକୁ ଲାଗିଲା। ବେଳେବେଳେ ଫୁସ୍ ଫୁସ୍ କରି କହିବା କାର୍ଯ୍ୟ କରେ ନାହିଁ କାରଣ ଆମ୍ଭେମାନେ ଶୁଣୁନାହୁଁ, ତେଣୁ ଈଶ୍ୱର ଆମକୁ ୨x ୪ ସହିତ ମସ୍ତକ  ଉପରେ ଆଘାତ  କରି ଶିକ୍ଷା ଦିଅନ୍ତି।

ଗ. ଧର୍ମଶାସ୍ତ୍ର ମଧ୍ୟଦେଇ କହନ୍ତି

ଅନ୍ୟ ଉପାୟ ମଧ୍ୟ ଅଛି ଯେଉଁଥିରେ ଈଶ୍ଵର ଆମକୁ ଶିକ୍ଷା ଦିଅନ୍ତି ପୁଣି ବୋଧହୁଏ ସାଧାରଣତଃ ଅଧିକତମ ଓ ଅଧିକତମ ବ୍ୟବହାରଯୋଗ୍ୟ ହେଉଛି ଯେତେବେଳେ ସେ ଆମ୍ଭମାନଙ୍କୁ ଶିକ୍ଷା ଦିଅନ୍ତି, ଯେତେବେଳେ ସେ ଶାସ୍ତ୍ର ମଧ୍ୟ ଦେଇ ଆମ୍ଭମାନଙ୍କୁ କଥା କୁହନ୍ତି। ପୁଣି ଏହି ସମୟସମୂହ ଯେଉଁଠାରେ ତୁମେ ଓ ମୁଁ ଆମର ବାଇବଲ ସହିତ ବସି ପଡୁ ଓ ଆମ୍ଭେମାନେ ଈଶ୍ଵରଙ୍କ ବାକ୍ୟସକଳ ପଢୁ। ଆଉ ତଥାପି ପଢୁଥିବାବେଳେ କିଛି ଆଶ୍ଚର୍ଯ୍ୟ ଘଟଣା ଘଟେ। ଆମ୍ଭେମାନେ ଲେଖକଙ୍କ କହିବା ଶୁଣିବାକୁ ଆରମ୍ଭ କରିଥାଉ। ପୁଣି ପାଠ୍ୟ ପଢୁଥିବା ଆମ୍ଭମାନଙ୍କ ଏକପାଖିଆ ଏକାକୀ କହୁଥିବା ବକ୍ତବ୍ୟ ପରିବର୍ତ୍ତେ ଆମ୍ଭେମାନେ ଲେଖକଙ୍କ ସହିତ ଏକ ମୁକାବିଲାରେ, ପବିତ୍ର ଆତ୍ମାଙ୍କ ସହିତ ମୁକାବିଲା, ଈଶ୍ୱରଙ୍କ ସହିତ ଏକ ମୁକାବିଲା ଗତି କରୁ।

ଆଉ ଏହା ସେହି ମୁହୂର୍ତ୍ତରେ ସେ ଆମ୍ଭମାନଙ୍କୁ ମଧ୍ୟ ଶିକ୍ଷା ଦେଉଅଛନ୍ତି ଓ ଆମ୍ଭ ସହିତ କଥାବାର୍ତ୍ତା କରୁଅଛନ୍ତି। ଆମ୍ଭେମାନେ ଏହାକୁ ଧର୍ମ ଶାସ୍ତ୍ରର “ପ୍ରଦୀପନ” ବୋଲି କହିଥାଉ। "ମୁଁ ଯାହା କହୁଅଛି, ତାହା ବିବେଚନା କର; ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ।" (୨ ତୀମଥି ୨:୭) ସ୍ଥାୟୀ ଭାବରେ ଉପସ୍ଥିତ ରହୁଥିବା ପବିତ୍ରଆତ୍ମାଙ୍କର କାର୍ଯ୍ୟର ଅଂଶ ଆମ୍ଭମାନଙ୍କୁ ଶିକ୍ଷା ଦେବା ଅଟେ। ବେଳେବେଳେ ସେ ଶାନ୍ତ ଭାବରେ ଫୁସ୍ ଫୁସ୍ କରି କଥା କହନ୍ତି। ବେଳେବେଳେ ସେ ଆମ୍ଭ ମସ୍ତକ ଉପରେ ଆଘାତ କରନ୍ତି। ପୁଣି ବେଳେବେଳେ ସେ ଈଶ୍ଵରଙ୍କ ବାକ୍ୟସବୁରେ ଆମକୁ ସାକ୍ଷାତ କରନ୍ତି। କିନ୍ତୁ ଏହି ସମସ୍ତ ଅଲୌକିକ ଘଟଣାସବୁ ଅଟେ ଯେଉଁଥିରେ ଈଶ୍ଵରଙ୍କ ଆତ୍ମା ଆମ୍ଭମାନଙ୍କୁ କହୁଅଛନ୍ତି।

. ବିଶେଷ ଭାବରେ ଏକାଦଶ ଶିଷ୍ୟମାନଙ୍କ ନିମନ୍ତେ

ମାତ୍ର ଯୀଶୁ ଏହି ଆଲୋଚନାର ଶେଷରେ ଆଉ ଏକ ଟିପ୍ପଣୀ ଯୋଗ କରନ୍ତି। ପୁଣି ଏହା ବିଷୟରେ ମୋର ବ୍ୟକ୍ତିଗତ ବ୍ୟାଖ୍ୟା ହେଉଛି ଏହା ପ୍ରକୃତରେ ତୁମ ଓ ମୋ ପ୍ରତି ପ୍ରଯୁଜ୍ୟ ନୁହେଁ। କିନ୍ତୁ ଏହା ଶିଷ୍ୟମାନଙ୍କ ପ୍ରତି ପ୍ରଯୁଜ୍ୟ। ତୁମେ ଏହାକୁ ଶେଷରେ ଦେଖିବ। “… .. ସେ ତୁମକୁ ସମସ୍ତ ବିଷୟ ଶିକ୍ଷା ଦେବେ [ଏହା ସମସ୍ତ ଶିଷ୍ୟମାନଙ୍କ ପାଇଁ] ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି, ସେହିସବୁ  ତୁମ୍ଭମାନଙ୍କୁ ସ୍ମରଣ କରାଇବେ।” ମୁଁ ଭାବୁଛି ଯୀଶୁ ଯାହା କହୁଅଛନ୍ତି ତାହା ହେଉଛି ଯେ ଯେତେବେଳେ ପବିତ୍ରଆତ୍ମା ଆସନ୍ତି ସେତେବେଳେ ସେ ଏକାଦଶ ଶିଷ୍ୟମାନଙ୍କୁ ସାହାଯ୍ୟ କରିବେ, [ଯିହୁଦା ଏଥର ଚାଲିଯାଇଛି] ସେ ଏକାଦଶ ଶିଷ୍ୟମାନଙ୍କୁ ସଠିକ୍ ଭାବରେ ସ୍ମରଣ କରିବାରେ ସାହାଯ୍ୟ କରିବେ ଯାହା ଯାହା ସେ ଶିକ୍ଷା ଦେଇଥିଲେ ଓ ଅତୀତରେ ୩ ୧/୨ ବର୍ଷ ମଧ୍ୟରେ ସେ କ’ଣ କରିଥିଲେ। ଆଉ  ସେଥିପାଇଁ ଏହା ଏକ ପ୍ରତିଜ୍ଞା ନୁହେଁ ଯାହା ମୋ ପାଇଁ ପ୍ରଯୁଜ୍ୟ କାରଣ ମୁଁ ଯେତେବେଳେ ସମ୍ପୂର୍ଣ୍ଣ ବୃଦ୍ଧ, ସେତେବେଳେ ମୁଁ ୨୦୦୦ ବର୍ଷ ନୁହେଁ। ଏହି ଉପାୟରେ ତୁମ୍ଭକୁ ପ୍ରଶ୍ନ ପଚାରିବାକୁ ମୋତେ ଦିଅନ୍ତୁ, ‘ତୁମେ କାହିଁକି ବିଶ୍ୱାସ କର ଯେ ସୁସମାଚାର ଲେଖକମାନେ ଏହାକୁ ଠିକ୍ ପ୍ରାପ୍ତ କଲେ?’ କହିବାକୁ ଗଲେ ମୋର ୩ ୧/୨ ବର୍ଷ ବିତିଯାଇଅଛି, ଅନେକ ବିଷୟସବୁ ଘଟିଲା। ତା’ପରେ ସୁସମାଚାର ଲେଖାଯିବା ପୂର୍ବରୁ ଆହୁରି ଅଧିକ ବର୍ଷ ବିତିଯାଏ, ଆମ୍ଭେମାନେ ନିଶ୍ଚିତ ଭାବରେ ଜାଣିନାହୁଁ, ୧୦, ୧୫ କିମ୍ବା ୨୦ ସେପରି କିଛି। ତୁମେ କିପରି ଜାଣିବ ଯେ ଯେତେବେଳେ ତୁମେ ମାର୍କ ଉଠାଇ ପଢିବ “ତୁମ୍ଭେ ଆପଣାକୁ ଅସ୍ୱୀକାର କରି ଆପଣା କ୍ରୁଶ ଘେନି ମୋହର ଅନୁଗମନ କର” ଯାହା ପ୍ରକୃତରେ ଯୀଶୁ କହିଥିଲେ? ଠିକ୍ ଅଛି, ସେଠାରେ ବହୁତ କ୍ଷମା ପ୍ରାର୍ଥନା ସମ୍ବନ୍ଧୀୟ ଯୁକ୍ତି ଅଛି। ସେଠାରେ ବହୁତ ଉତ୍ତମ ବୌଦ୍ଧିକ ଯୁକ୍ତିସବୁ ଅଛି ପୁଣି ମୁଁ ସେମାନଙ୍କ ପାଇଁ ଖୁସି ଅଟେ। ଏବଂ ସେମାନେ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି। ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀମାନଙ୍କ ଉପସ୍ଥିତି ପରି ଯୁକ୍ତିସବୁ। ଏହିସବୁ ଯୀଶୁ ଏକ ଜନଗହଳିରେ କଲେ। ପୁଣି ଅନେକ ଉତ୍ତମ ଲୋକ ଥିଲେ ଯେଉଁମାନେ ତା'ଙ୍କ ବିଷୟରେ ଶୁଣିଥିଲେ ଏବଂ ସୁସମାଚାର ଲେଖିବାବେଳେ ସେମାନେ ଜୀବିତ ଥିଲେ।

୩. ଜଗତକୁ ପ୍ରମାଣ ଦେବେ - ଯହୋନ ୧୬: ୪ଖ- ୧୧ (-୧୫)

ପରବର୍ତ୍ତୀ ଉଦ୍ଧୃତାଂଶ ଯାହା ମୁଁ ଦେଖିବାକୁ ଚାହୁଁଥିଲି ତାହା ହେଉଛି ଯୋହନ ୧୬: ୪ ପଦରେ ଆରମ୍ଭ ହୋଇଅଛି ପୁଣି ଉଦ୍ଧୃତାଂଶ ପୁରା ୧୫ ପଦ ମଧ୍ୟଦେଇ ଜାରି ରହେ। କିନ୍ତୁ କେବଳ ମୋତେ ୧୧ ପଦ ମଧ୍ୟରେ ପଢିବାକୁ ଦିଅନ୍ତୁ, “ମୁଁ ତୁମ୍ଭମାନଙ୍କ ସହିତ ଥିବାରୁ ଆରମ୍ଭରୁ ଏହି ସବୁ କଥା ତୁମ୍ଭମାନଙ୍କୁ କହିଲି ନାହିଁ। କିନ୍ତୁ ବର୍ତ୍ତମାନ ମୁଁ  ମୋହର ପ୍ରେରଣକାର୍ତ୍ତାଙ୍କ ନିକଟକୁ ପ୍ରୟାଣ କରୁଅଛି, ଆଉ ତୁମ୍ଭେ କେଉଁ ସ୍ଥାନକୁ ଯାଉଅଛ ବୋଲି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋତେ ପଚାରୁ ନାହଁ। ମାତ୍ର ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା  କହିଥିବାରୁ ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ ହୋଇଅଛି। [ଯୀଶୁ କହନ୍ତି ମୁଁ ଯାଉଅଛି ବୋଲି କହି ଥିବାରୁ ତୁମ୍ଭେ ଦୁଃଖିତ ଆଉ ମୁଁ ତାହା ବୁଝେ] କିନ୍ତୁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋହର ପ୍ରସ୍ଥାନ କରିବାରେ ତୁମ୍ଭର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ  ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଦେବି। ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ କରିବେ; ପାପ ବିଷୟରେ- କାରଣ ସେମାନେ ମୋଠାରେ ବିଶ୍ୱାସ କରନ୍ତି ନାହିଁ; ଧାର୍ମିକତା ବିଷୟରେ- କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଓ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ; ବିଚାର ବିଷୟରେ- କାରଣ ଏହି ଜଗତର ଅଧିପତି ବିଚାରିତ ହୋଇଅଛି।” ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଶିଷ୍ୟ ହୋଇଥିବାରୁ ତୁମ୍ଭେମାନେ କ’ଣ କଳ୍ପନା କରିପାର କି, ଉପର କୋଠରୀରେ ସମସ୍ତ ବିବାଦ ଭିତରେ ଓ ସମସ୍ତ ଉତ୍ତେଜନା ଯାହା ଗତ ସପ୍ତାହରେ ଚାଲି ଯାଇଅଛି ପୁଣି ତା'ପରେ ଯୀଶୁ ତୁମ୍ଭମାନଙ୍କୁ କହିବେ, "ଆଚ୍ଛା, ମୁଁ ତୁମ୍ଭମାନଙ୍କୁ ଛାଡି ପ୍ରସ୍ଥାନ କରିବା ସମୟ ଆସୁଛି ଏବଂ ମୋହର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କର ମଙ୍ଗଳ।” ମୁଁ କଳ୍ପନା କରିପାରୁଛି ଯେ ସେମାନେ କଣ ଭାବିଥିବେ, “ତୁମେ କ’ଣ ଭାବୁଛ? ଏଠାରେ ମୁଁ ମୋର ଚାକିରି ତ୍ୟାଗ କରିବି। ମୁଁ ମୋର କାର୍ଯ୍ୟ ନିର୍ଵାହର ପନ୍ଥା ଛାଡିବି। ଏହି ସ୍ଥାନ ଚାରିଆଡେ ବୁଲି ବୁଲି ତୁମ କଥା ଶୁଣି  ମୁଁ ୩ ୧/୨ ବର୍ଷ ବିତାଏ, ଏହି ଦୃଷ୍ଟାନ୍ତସମୂହ ଓ ଏହି ସମସ୍ତ ଅନ୍ୟ ବିଷୟସବୁ ବୁଝିବାକୁ ଚେଷ୍ଟା କରୁଅଛି ପୁଣି ତୁମେ ମରିବାକୁ ଯାଉଥିବା ପରି ତାହା କୌଣସି ଅର୍ଥ ବୁଝାଏ ନାହିଁ ଯାହା ମୁଁ ଆପଣାକୁ ଅସ୍ୱୀକାର କରୁଅଛି ଯାହା ତୁମେ କହି ଚାଲୁଅଛ। ମୋର କହିବାର ଅର୍ଥ ମୁଁ ଜାଣେ ଏହା ପ୍ରକୃତରେ ଉତ୍ତପ୍ତ  ହୁଏ ଏବଂ ଧାର୍ମିକ ନେତାମାନେ ପ୍ରକୃତରେ ତୁମ୍ଭ ପରେ ଅଛନ୍ତି। ସେମାନେ ରକ୍ତ ପାଇଁ ବାହାରିଛନ୍ତି ଏବଂ ତୁମେ କହୁଛ ଏହା ମୋହର ମଙ୍ଗଳ ଅଟେ ଯେ ତୁମେ ପ୍ରସ୍ଥାନ କରୁଅଛ।” ମୁଁ କଳ୍ପନା କରିପାରେ ଯେ ଯେତେବେଳେ ସେ ତାହା କହିଲେ ସେତେବେଳେ ଯୀଶୁ  କିଛି ବିବ୍ରତହୋଇଥିବା ମୁଖମଣ୍ଡଳ ଆଡକୁ ଦେଖୁଥିଲେ। ଯୀଶୁ ଠିକ୍ ଥିଲେ ଯେତେବେଳେ ସେ କହିଥିଲେ ଯେ ଏହା ସେମାନଙ୍କ ମଙ୍ଗଳ, ଏବଂ ଏହା ଆମର ମଙ୍ଗଳ, ଯେତେବେଳେ ସେ ପ୍ରସ୍ଥାନ କରନ୍ତି; କ୍ରୁଶକୁ ଯାଆନ୍ତି; ସେ ଯେଉଁ କାମ କରିବାକୁ ଆସିଥିଲେ ସେହି କାର୍ଯ୍ୟ ସମାପ୍ତ କରନ୍ତି ଓ ତା’ପରେ ସେ ପ୍ରସ୍ଥାନ କରନ୍ତି। କାରଣ ସେ ଚାଲିଯିବା ପରେ ହିଁ ଈଶ୍ୱରଙ୍କ ପବିତ୍ରଆତ୍ମା ଆସି ତୁମ୍ଭକୁ ଏବଂ ମୋ ପରିତ୍ରାଣରେ ତାହାଙ୍କ ଭୂମିକା ଗ୍ରହଣ କରିବାକୁ ସକ୍ଷମ ଅଟନ୍ତି।

ପବିତ୍ର ଆତ୍ମାଙ୍କ କାର୍ଯ୍ୟ ସ୍ପଷ୍ଟ ଭାବରେ ଯୀଶୁଙ୍କ କାର୍ଯ୍ୟ ଉପରେ ଭାବବାଣୀ ଅଟେ; ଯୀଶୁ ଏକ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଅଂଶ ଅଟନ୍ତି, ମାନବଜାତିକୁ ଉଦ୍ଧାର କରିବେ ବୋଲି ପିତା ଈଶ୍ଵର ପ୍ରଥମେ କହୁଥିବାବେଳେ ଏହା ସମ୍ଭବ କରିବାକୁ, କ୍ରୁଶରେ ମରିବାକୁ ପୁତ୍ର ଈଶ୍ଵରଙ୍କ କାର୍ଯ୍ୟ ପୁଣି  ତା’ପରେ ସେ ଏହା କରିସାରିବା ପରେ, ଏହା ପବିତ୍ରଆତ୍ମା ଈଶ୍ଵରଙ୍କ ଆଗମନ ପାଇଁ ଓ ଆମ୍ଭମାନଙ୍କୁ ଶକ୍ତି ସହିତ ପୂର୍ଣ୍ଣ କରିବାକୁ, ଆମ୍ଭମାନଙ୍କୁ ନୂତନ ଜନ୍ମ ଦେବାକୁ ଓ ଆମ୍ଭମାନଙ୍କ ସହିତ ଚିରଦିନ ବାସ କରିବାକୁ ପବିତ୍ରଆତ୍ମାଙ୍କର ସମୟ ଥିଲା। ପୁଣି ଏହା ପ୍ରକୃତରେ ଶିଷ୍ୟମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କଲା। ଯେତେବେଳେ ପବିତ୍ରଆତ୍ମା ଆସିଲେ, ସେ ଏକ ଦଳ ନେଇଗଲେ, ଯେଉଁମାନେ ଭୟରେ ସ୍ତମ୍ଭିଭୂତ ହୋଇଥିଲେ, ଯେଉଁମାନେ ଯୀଶୁଙ୍କୁ ଅସ୍ୱୀକାର କରିଥିଲେ, ଯିଏ ତାଙ୍କୁ ଏକ ଶକ୍ତିଶାଳୀ ଦଳରେ ଧରାଯିବା ସମୟରେ ଦୌଡ଼ି ପଳାଇ ଯାଇଥିଲେ, ଯଦି ସେହି ଲୋକମାନଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଦଳରେ ନ ଥିଲେ ଯାହା ପୃଥିବୀ ପୃଷ୍ଠରେ ଯେତେ ବିଦ୍ୟମାନ ଥିଲା। ଯେତେବେଳେ ତୁମ୍ଭେମାନେ ସୁସମାଚାରରୁ ପ୍ରେରିତ ପୁସ୍ତକକୁ ଯାଅ, ତୁମ୍ଭେମାନେ ନିଜେ ନିଜକୁ ପଚାରିବାର ଦେଖିବ, “କ’ଣ ଘଟିଲା? ଏଠାରେ ପିତର ସୁସମାଚାରରେ ଓ ପିତର ପ୍ରେରିତରେ, କ’ଣ ହେଲା? ”ଯାହା ଘଟିଥିଲା ତାହା ହେଉଛି ଯେ ପବିତ୍ରଆତ୍ମା ଆସି ତା'ଙ୍କୁ ଶକ୍ତିରେ ପୂର୍ଣ୍ଣ କଲେ। ଆଉ ପବିତ୍ରଆତ୍ମା ଆସି ଏକ ଗୋଷ୍ଠୀର ଲୋକଙ୍କୁ ନେଇଗଲେ ଯେଉଁମାନେ ଭୟରେ ସ୍ତମ୍ଭିଭୂତ ହୋଇ ଦୌଡ଼ିଯାଇଥିଲେ ସେମାନଙ୍କୁ ସେହି ପ୍ରକାରର ଲୋକରେ ପରିଣତ କଲେ ଯାହାକୁ ଆମ୍ଭେମାନେ ପ୍ରେରିତ ୪ ପର୍ବରେ ପଢୁ। ସେମାନଙ୍କୁ ଧର୍ମୀୟ ତଥା ନାଗରିକ କର୍ତ୍ତୃପକ୍ଷ, ସାନହେଡ୍ରୀନଙ୍କ ସମ୍ମୁଖକୁ ଅଣାଯାଇଥିଲା, ଯୀଶୁଙ୍କ ବିଷୟରେ ପ୍ରଚାର କରିବା ଛାଡ଼ିବାକୁ ସେମାନଙ୍କୁ ଧମକ ଦିଆଯାଇଥିଲା। ପ୍ରେରିତ ୪: ୧୯ ପଦରେ, “କିନ୍ତୁ ପିତର ଓ ଯୋହନ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ଵରଙ୍କ କଥା ଶୁଣିବା ଅପେକ୍ଷା ଆପଣାମାନଙ୍କ କଥା ଶୁଣିବା ଈଶ୍ଵରଙ୍କ ଦୃଷ୍ଟିରେ ଯଥାର୍ଥ କି ନା, ତାହା ଆପଣମାନେ ବିଚାର କରନ୍ତୁ [ଅନ୍ୟ ଅର୍ଥରେ, ମୁଁ ପ୍ରକୃତରେ ଏକ ଆଘାତ ଦେଉ ନାହିଁ ଯାହା ତୁମ୍ଭେମାନେ ଭାବୁଅଛ] କାରଣ ଆମ୍ଭେମାନେ ଯାହା ଯାହା ଦେଖିଅଛୁ ଓ ଶୁଣିଅଛୁ, ସେହିସବୁ ନ କହି ରହି ନ ପାରୁ।”” ଆଉ ସେମାନେ ବାହାରକୁ ଯାଇ ସାହସିକତା ନିମନ୍ତେ ପ୍ରାର୍ଥନା କରନ୍ତି ପୁଣି ୨୯ ପଦରେ କହନ୍ତି, “ଆଉ ଏବେ, ହେ ପ୍ରଭୁ, ସେମାନଙ୍କ ତର୍ଜନଗର୍ଜନ ପ୍ରତି ଦୃଷ୍ଟିପାତ କର, ପୁଣି ତୁମ୍ଭର ଦାସମାନଙ୍କୁ ପୂର୍ଣ୍ଣ ସାହସ ସହ ତୁମ୍ଭର ବାକ୍ୟ କହିବାକୁ ଶକ୍ତି ଦିଅ।" ଯୀଶୁଙ୍କ ପ୍ରସ୍ଥାନ କରିବା ଏହା ହେଉଛି ଶିଷ୍ୟମାନଙ୍କ ମଙ୍ଗଳ, ତେଣୁ ପବିତ୍ରଆତ୍ମା ଆସିଲେ ଆଉ ସେମାନଙ୍କୁ ସେହି ପ୍ରକାରର ଲୋକରେ ପରିଣତ କରିପାରିଥିଲା।

କିନ୍ତୁ ଯୀଶୁ ନିର୍ଦ୍ଦିଷ୍ଟ ଭାବରେ କହନ୍ତି ଯେ ଏହା ତୁମ୍ଭମାନଙ୍କ ପ୍ରତି ମଙ୍ଗଳ କାରଣ ପବିତ୍ର ଆତ୍ମା ଆସିବାକୁ ଆବଶ୍ୟକ କରନ୍ତି ଯଦ୍ୱାରା ସେ “ଜଗତକୁ ପ୍ରମାଣ ଦେବେ।” ଅନ୍ୟ ଅର୍ଥରେ, ପାରାକ୍ଲେଟେ କେବଳ ଆମ୍ଭମାନଙ୍କ ପ୍ରତିରକ୍ଷା ସପକ୍ଷବାଦୀ ନୁହଁନ୍ତି ମାତ୍ର ସେ ଈଶ୍ଵରଙ୍କ ଆଇନଗତ ଅଭିଯାଗ କରୁଥିବା ସପକ୍ଷବାଦୀ ମଧ୍ୟ ଅଟନ୍ତି। ପୁଣି ସେ ତିନୋଟି ବିଷୟରେ ଜଗତକୁ ପ୍ରମାଣ ଦେବାକୁ ଯାଉଅଛନ୍ତି।

କ. ଜଗତର ପାପ ବିଷୟରେ ପ୍ରମାଣ

ସର୍ବପ୍ରଥମେ, ସେ ଜଗତକୁ ଏହାର ପାପର ପ୍ରମାଣ ଦେବେ। କାରଣ ପାପ ବିଷୟରେ ସେମାନେ ବିଶ୍ୱାସ କରନ୍ତି ନାହିଁ। ଦୟାକରି ବୁଝନ୍ତୁ ଯେ ପବିତ୍ରଆତ୍ମାଙ୍କର ଏହି କାର୍ଯ୍ୟ ଏକ ଅନୁଗ୍ରହର କାର୍ଯ୍ୟ ଅଟେ। ଏହା ଅବର୍ଣ୍ଣିତ ଅନୁଗ୍ରହର ଏକ କାର୍ଯ୍ୟ ଯାହା ପବିତ୍ରଆତ୍ମା ଆସି ଲୋକଙ୍କୁ ଦେଖାଇବେ ଯେ ଯେପରି ବିଷୟସବୁ ଛିଡା ହୁଏ ସେପରି ସେମାନେ ଈଶ୍ଵରଙ୍କ ନିକଟରେ ଗ୍ରହଣଯୋଗ୍ୟ ନୁହଁନ୍ତି। ଯେତେବେଳେ ତୁମ୍ଭେମାନେ ଓ  ମୁଁ ଲୋକମାନଙ୍କୁ କହିବା ନାହିଁ ଯେ ଖ୍ରୀଷ୍ଟଙ୍କ ବ୍ୟତୀତ ସେମାନେ ସେମାନଙ୍କର ପାପରେ ମରିବେ ଓ ନର୍କଗାମୀ ହେବେ, ସେତେବେଳେ ଆମ୍ଭେମାନେ ସେମାନଙ୍କୁ ଆଦୌ ଅନୁଗ୍ରହର କାର୍ଯ୍ୟ ଦେଖାଉ ନାହୁଁ। ତାହା ପ୍ରେମ ନୁହେଁ, ତାହା ଅନାଗ୍ରହ ଅଟେ। ଯେତେବେଳେ ଆମ୍ଭେମାନେ ସେମାନଙ୍କୁ ଭାବିବାକୁ ଦେଉ ନାହୁଁ ଯେ ସେମାନେ ସିଧାସଳଖ ଈଶ୍ୱରଙ୍କ ରାଜ୍ୟକୁ ଯାଇପାରିବେ, ଯେ ପୁନର୍ଜନ୍ମ ଆବଶ୍ୟକ ନାହିଁ ଆମ୍ଭେମାନେ ସେମାନଙ୍କୁ କୌଣସି ଅନୁଗ୍ରହ କରୁନାହୁଁ। ତଥାପି ଏହା ଉଭୟ ପବିତ୍ରଆତ୍ମାଙ୍କ ପକ୍ଷରୁ ଓ ଆମ ପକ୍ଷରୁ ଠିକ ଭାବରେ କ’ଣ ଘଟୁଅଛି ତାହା ଲୋକମାନଙ୍କୁ ଜଣାଇଦେବା ଅନୁଗ୍ରହର କାର୍ଯ୍ୟ ଅଟେ। ପୁଣି ପବିତ୍ରଆତ୍ମାଙ୍କର କାର୍ଯ୍ୟ ଏକ ଅନୁଗ୍ରହର କାର୍ଯ୍ୟ ଅଟେ।

ମୁଁ ଜଣେ ୧୬ ବର୍ଷ ବୟସ୍କଙ୍କ ବିଷୟରେ ଶୁଣିଥିଲି ଯିଏ ନିକଟରେ ଆତ୍ମହତ୍ୟା କରିଥିଲା। ଏଥିରେ ସମ୍ପୃକ୍ତଥିବା ଲୋକମାନେ ସୁସମାଚାର ପ୍ରଚାର କରୁଥିଲେ ପୁଣି ସୁସମାଚାରରେ ବଞ୍ଚୁଥିଲେ। ଭାବନ୍ତୁ ଯଦି ସେମାନେ ତାହା କରୁ ନ ଥିଲେ। ଏହାର ପାପ ବିଷୟରେ ଜଗତକୁ ପ୍ରମାଣ ଦେବା ହେଉଛି ଈଶ୍ୱରଙ୍କ ଅନୁଗ୍ରହର ପକ୍ଷରୁ ଏକ ସର୍ବଶ୍ରେଷ୍ଠ କାର୍ଯ୍ୟ ଅଟେ। ପୁଣି ତଥାପି ଏହା ଏକ ଆବଶ୍ୟକୀୟ କାର୍ଯ୍ୟ ମଧ୍ୟରୁ ଗୋଟିଏ। ଆମ୍ଭେମାନେ ଏହା ପୂର୍ବରୁ ଧ୍ୟାନ ଦେଇଥିଲୁ ଯେ, ଜଗତ ଏହା ନିଜେ ନିଜରୁ ସୁସମାଚାରକୁ ପ୍ରତ୍ୟୁତ୍ତର କରିପାରେ ନାହିଁ। ସେମାନଙ୍କ ଅବିଶ୍ୱାସର ପାପ ଦ୍ୱାରା ସେମାନେ ଅନ୍ଧ ହୋଇଯାଆନ୍ତି। ସେଥିପାଇଁ ପାପ ବିଷୟରେ ଜଗତକୁ ପ୍ରମାଣ ଦେଉଥିବା ପବିତ୍ରଆତ୍ମାଙ୍କର କାର୍ଯ୍ୟ ଏକ ଆବଶ୍ୟକୀୟ କାର୍ଯ୍ୟ ଅଟେ। ଯାହା ହେଉନା କାହିଁକି ତୁମ୍ଭେମାନେ ଓ ମୁଁ ଯେତେ ଚେଷ୍ଟା କଲେ ମଧ୍ୟ ଆମ୍ଭେମାନେ ଜଗତକୁ ପ୍ରମାଣ ଦେଇ ପାରିବା ନାହିଁ, ଆମ୍ଭେମାନେ ଆମର ସହକର୍ମୀ, ପ୍ରତିଵାସୀ ଓ ଏପରି  ଆମ ପରିବାରର ସଦସ୍ୟମାନଙ୍କୁ ମଧ୍ୟ ପ୍ରମାଣ ଦେଇ ପାରିବା ନାହିଁ। ଆମ୍ଭେମାନେ ସେମାନଙ୍କର ପାପ ବିଷୟରେ ପ୍ରମାଣ ଦେଇ ପାରିବା ନାହିଁ। ଆମ୍ଭେମାନେ ସେମାନଙ୍କୁ ପବିତ୍ରଆତ୍ମାଙ୍କ ବାସ୍ତବତା ବିଷୟରେ ପ୍ରମାଣ ଦେଇ ପାରିବା ନାହିଁ। ଏହା ସମ୍ଭବ ନୁହେଁ କାରଣ ଯାହା ମାଂସରୁ ଜାତ, ତାହା ମାଂସ, ପୁଣି ଯାହା ଆତ୍ମାରୁ ଜାତ,ତାହା ଆତ୍ମା।  ସେଥିପାଇଁ ଯୋହନ ୬: ୪୪ ପଦରେ ଯୀଶୁ କହନ୍ତି, “ମୋହର ପ୍ରେରଣାକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି, କେବଳ ସେ ମୋ' ନିକଟକୁ ଆସି ପାରେ।” ତାହା ହେଉଛି ଆତ୍ମାଙ୍କର କାର୍ଯ୍ୟର ଏକ ଅଂଶ ଯେ ସେ ଲୋକମାନଙ୍କ ନିକଟକୁ ତାହାଙ୍କ ହସ୍ତ ବଢ଼ାନ୍ତି ପୁଣି ସେ ସେମାନଙ୍କୁ ଆପଣା ଆଡକୁ ଆକର୍ଷଣ କରନ୍ତି। ତାହା ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଅଟେ। ଏହା ତୁମର କାର୍ଯ୍ୟ ନୁହେଁ; ଏହା ମୋହର କାର୍ଯ୍ୟ ନୁହେଁ।

ମୁଁ ଜାଣେ ବେଳେବେଳେ ସୁସମାଚାରରେ ଆମ୍ଭେମାନେ ଈଶ୍ଵର ବୋଲି ଭାବିବାକୁ ଆରମ୍ଭ କରିଥାଉ। ଆମ୍ଭେମାନେ କହିବାକୁ ଆରମ୍ଭ କରୁ, “ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରକୁ କାହିଁକି ଗ୍ରହଣ କରୁ ନାହଁ? ମୁଁ ଯଥେଷ୍ଟ ଯୁକ୍ତି କରିବା ଆବଶ୍ୟକ ନାହିଁ। ତୁମ୍ଭେ ଯଥେଷ୍ଟ ବୋଲି କହିବା ମୋର ଆବଶ୍ୟକ ନାହିଁ। ମୁଁ ତୁମ୍ଭକୁ କ୍ରୋଧାନ୍ୱିତ କରିବା ଆବଶ୍ୟକ ନାହିଁ।” ପୁଣି ଆମ୍ଭେମାନେ ଦାୟିତ୍ୱ ଗ୍ରହଣ କରୁ ଯେ ମୋ ଭଣଜାଙ୍କ ଜୀବନ ପରିବର୍ତ୍ତନ କରିବା ମୋର କାର୍ଯ୍ୟ, କିନ୍ତୁ ଏହା ନୁହେଁ। ତାହା ଏହାର ପାପ ବିଷୟରେ ଜଗତକୁ ପ୍ରମାଣ ଦେବା ପବିତ୍ରଆତ୍ମାଙ୍କ  କାର୍ଯ୍ୟ ଅଟେ। ଏହା ଏକ ଅଲୌକିକ କାର୍ଯ୍ୟ ଅଟେ। ମୁଁ ଭାବୁଛି ଏହା ହେଉଛି ବିଷୟସବୁ ମଧ୍ୟରୁ ଗୋଟିଏ ଯାହା ସୁସମାଚାରରେ ଏତେ ପରାଜିତ ହୁଏ ଯେ ଆମ୍ଭେମାନେ ଭାବୁ ଯେ କୌଣସି ପ୍ରକାରେ ସେଗୁଡ଼ିକୁ ପରିବର୍ତ୍ତନ କରିବା ଆମର କାର୍ଯ୍ୟ ଏବଂ ଏହା ନୁହେଁ। ତାହା ପବିତ୍ରଆତ୍ମାଙ୍କ କାର୍ଯ୍ୟ  ଅଟେ ଓ ଆମ୍ଭେମାନେ ଏହାକୁ ତାହାଙ୍କ ନିକଟରେ ଛାଡିଦେଉ।

ଏବଂ ତଥାପି, ମୁଦ୍ରାର ଅନ୍ୟ ପାର୍ଶ୍ୱ ହେଉଛି ପବିତ୍ରଆତ୍ମା ଏହା କିପରି କରନ୍ତି? ପବିତ୍ର ଆତ୍ମା କିପରି ପାପ ବିଷୟରେ ଜଗତକୁ ପ୍ରମାଣ ଦେବେ? ଠିକ୍ ଅଛି ବେଳେବେଳେ ସେ ଅଣ- ବିଶ୍ୱାସୀ ସହିତ ସିଧାସଳଖ କାର୍ଯ୍ୟ କରନ୍ତି। ହୋଇପାରେ ଏହା ତୁମର ଅନୁଭୂତି ଥିଲା। ହଠାତ୍ ତୁମେ ଅନୁଭବ କରୁଅଛ ଯେ ତୁମର ବିବେକକୁ ପୂର୍ବ ଅପେକ୍ଷା ଅଧିକ ଫୋପାଡ଼ି ଦିଆ ଯାଉଅଛି। ପୁଣି ତୁମେ ଯାହା ବିଶ୍ୱାସ କର ତାହା ସତ କି ନାହିଁ ଆଉ ତୁମେ କିପରି ଜୀବନଯାପନ କର ତାହା ସଠିକ୍ ଉପାୟ କି ନାହିଁ ତାହା ତୁମ୍ଭେ ପୂର୍ବଠାରୁ ଅଧିକ ପ୍ରଶ୍ନ କରିବା ଆରମ୍ଭ କରିଅଛ। ତାହା ହେଉଛି ପବିତ୍ରଆତ୍ମା। ତୁମ ଜୀବନରେ କାର୍ଯ୍ୟ କରୁଥିବା ଈଶ୍ୱରତ୍ୱର ତୃତୀୟ ସଦସ୍ୟ, ତୁମ୍ଭକୁ ନିଜ ଆଡକୁ ଆକର୍ଷଣ କରୁଅଛନ୍ତି।

ତଥାପି ମୁଁ ଭାବେ ଯେ ପବିତ୍ରଆତ୍ମା ଯୀଶୁଙ୍କ ଶିଷ୍ୟମାନଙ୍କ ମାଧ୍ୟମରେ ଏହି ପ୍ରମାଣ କରୁଥିବା କାର୍ଯ୍ୟ କରିବା ପ୍ରାଥମିକ ଉପାୟ ଅଟେ। ସେମାନଙ୍କୁ ପରିବର୍ତ୍ତନ କରିବା ଆମର କାର୍ଯ୍ୟ ନୁହେଁ, ଯେପରି ତୁମ୍ଭେ ଓ ମୁଁ ସୁସମାଚାର ପ୍ରଚାର କରୁ ପୁଣି ଯେପରି ତୁମ୍ଭେ ଓ ମୁଁ  ସୁସମାଚାରରେ ବଞ୍ଚୁ, ଯେପରି ଲୋକମାନେ ଆମ ମୁଖରୁ ଏହା ଶୁଣନ୍ତି ଓ ଆମ ଆଚରଣରେ ଏହା ଦେଖନ୍ତି, ସେପରି ପବିତ୍ରଆତ୍ମା ସୁସମାଚାରର ସେହି ପ୍ରଚାର ମଧ୍ୟଦେଇ କାର୍ଯ୍ୟ କରିଥାଏ। ପାପର ସୁସମାଚାର ଓ ପାପକ୍ଷମା ଓ ଆନନ୍ଦର ସୁସମାଚାର ମଧ୍ୟ ଦେଇ, ସେ ସେମାନଙ୍କର ବିବେକକୁ ଆଘାତ କରନ୍ତି। ସେ ସେମାନଙ୍କୁ ପ୍ରଶ୍ନ କରନ୍ତି ପୁଣି ସେ ଲୋକମାନଙ୍କୁ ଆପଣା ଆଡକୁ ଆକର୍ଷଣ କରନ୍ତି। ଏହା ହେଉଛି (ABC) ଏ ବି ସି ର (A) ଏ ଯାହା ମୁଁ ବହୁତ ବ୍ୟବହାର କରେ। ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟ ହେବାକୁ କ’ଣ ଆବଶ୍ୟକ ହୁଏ? ଏହା (ABC)ଏ ବି ସି ପରି ସରଳ ଅଟେ। (A) ଏ ହେଉଛି ତୁମେ ଜଣେ ପାପୀ ବୋଲି ସ୍ୱୀକାର କରିବା, ତୁମେ ଈଶ୍ୱରଙ୍କଠାରୁ ପୃଥକୀକୃତ ବୋଲି ସ୍ୱୀକାର କରିବା, ସ୍ୱୀକାର କରିବା ଯେ ଯାହା ହେବାକୁ ଈଶ୍ଵର ସେମାନଙ୍କୁ ଯେଉଁ ବିଷୟସବୁ ପାଇଁ ସୃଷ୍ଟି କଲେ ସେମାନେ ସେପରି ନୁହଁ ନ୍ତି। ଆଉ ଯେବେ ତୁମେ ଓ ମୁଁ (ABC) ଏ ବି ସି ର ଅଂଶୀଦାର କରୁ, ଯେବେ ତୁମେ ଓ ମୁଁ ବାକ୍ୟ କହିବା ପୁଣି ସୁସମାଚାରର ଜୀବନ ବଞ୍ଚିବା ତଥାପି ଏହା ସୁସମାଚାରକୁ ହୃଦୟଙ୍ଗମ କରେଇବା ପବିତ୍ରଆତ୍ମାଙ୍କର କାର୍ଯ୍ୟ ଅଟେ। ମୁଁ ଆଶା କରେ ଯାହା ତୁମ୍ଭମାନଙ୍କୁ  ସୁସମାଚାର ନିମନ୍ତେ ମୁକ୍ତ କରେ। ପବିତ୍ରଆତ୍ମାଙ୍କର କାର୍ଯ୍ୟ ହେଉଛି ପାପ ବିଷୟରେ ଜଗତକୁ ପ୍ରମାଣ ଦେବା। ବେଳେବେଳେ ସିଧାସଳଖ ଭାବରେ ବ୍ୟକ୍ତିଙ୍କ ସହିତ, ସାଧାରଣତଃ ମୁଁ ଭାବେ, ଆମ ଜୀବନ ଓ ଆମର ବାକ୍ୟସକଳ ମଧ୍ୟଦେଇ ଯେତେବେଳେ ଆମ୍ଭେମାନେ ସୁସମାଚାର ପ୍ରଚାର କରୁ।

ଯଦି ଆଜି ପ୍ରଭାତରେ ଏଠାରେ ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ଅଛନ୍ତି ଯିଏ ଈଶ୍ୱରଙ୍କୁ ଅନ୍ୱେଷଣ କରୁଅଛନ୍ତି, ଯାହାର ବିବେକସବୁ ଆଘାତ କରାଯାଉଅଛି, ଯିଏ ଆଶ୍ଚର୍ଯ୍ୟ ହେବାକୁ ଆରମ୍ଭ କରୁଅଛି, ତେବେ “ମୁଁ ଯାହା ଦେଖିପାରେ ତା’ଠାରୁ ଅଧିକ ଜୀବନ ଅଛି କି?” ତାପରେ ତୁମ୍ଭେ ବୁଝିବା ଆବଶ୍ୟକ ଯେ ତୁମେ ଯାହା ଅନୁଭବ କରୁଅଛ ତାହା ହେଉଛି ଈଶ୍ଵରଙ୍କ ତୃତୀୟ ସଦସ୍ୟ, ତ୍ରିତ୍ୱ ଈଶ୍ୱରଙ୍କ ଶକ୍ତିଶାଳୀ ହସ୍ତ। ସେ ତୁମ୍ଭକୁ ନିଜ ଆଡକୁ ଆକର୍ଷଣ କରୁଅଛନ୍ତି। ଏବଂ ପ୍ରଶ୍ନ ହେଉଛି ତୁମେ କ'ଣ ପ୍ରତ୍ୟୁତ୍ତର କରିବ କି? ତୁମେ କ'ଣ ପ୍ରତ୍ୟୁତ୍ତର କରିବ କି? ପାପ ବିଷୟରେ ଜଗତକୁ ପ୍ରମାଣ ଦେବା ହେଉଛି ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଅଟେ।

ଖ. ଧାର୍ମିକତା ବିଷୟରେ ଜଗତକୁ ପ୍ରମାଣ ଦେବା

ଦ୍ୱିତୀୟତଃ, ଧାର୍ମିକତା ବିଷୟରେ ଜଗତକୁ ପ୍ରମାଣ ଦେବା ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଅଟେ। ପୁଣି ଯୀଶୁ ଯେପରି ଜାରି ରଖନ୍ତି, “କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି, ପୁଣି ତୁମ୍ଭେମାନେ ଆଉ ମୋତେ ଦେଖିବ ନାହିଁ।” ଏକ ନକାରାତ୍ମକ ଅର୍ଥରେ, ଯୀଶୁ ଯାହା କହୁଅଛନ୍ତି ତାହା ହେଉଛି ପବିତ୍ର ଆତ୍ମାଙ୍କର ଗୋଟିଏ କାର୍ଯ୍ୟ ଜଗତକୁ ଦେଖାଇବା ଯେ ଏହା ଧାର୍ମିକତା ବୋଲି କୁହାଯିବାର କିଛି ନାହିଁ ମାତ୍ର ତାହା ଅଶୁଚି ବସ୍ତ୍ର ତୁଲ୍ୟ; ଖ୍ରୀଷ୍ଟଙ୍କ ବ୍ୟତୀତ ଆଉ ଧାର୍ମିକତା ନାହିଁ। ଯୀଶୁ ଗତ ୩ ୧/୨ ବର୍ଷ ଧରି ସେମାନଙ୍କୁ ଏହା କହିଆସୁଥିଲେ ଆଉ ବର୍ତ୍ତମାନ ସେ ଛାଡିଯାଉଅଛନ୍ତି, ଏହା ପବିତ୍ରଆତ୍ମାଙ୍କ କାର୍ଯ୍ୟ ତାହା ସଂଗ୍ରହ କରି ରଖିବାକୁ ଓ ଜଗତକୁ ଜଣାଇଦେବା ଯେ ଏହାର ନିଜର ଧାର୍ମିକତା ନାହିଁ।

ସକରାତ୍ମକ ଭାବରେ କୁହାଯାଇଥିବା, ପବିତ୍ରଆତ୍ମାଙ୍କର କାର୍ଯ୍ୟ ହେଉଛି ଜଗତକୁ, ଆମ୍ଭର ସହକର୍ମୀମାନଙ୍କୁ, ଆମ୍ଭର ବନ୍ଧୁମାନଙ୍କୁ ଓ ଆମ୍ଭର ପ୍ରିୟଜନଙ୍କୁ ଦେଖାଇବା ଯେ ଧାର୍ମିକତା ଉପଲବ୍ଧ ଅଛି। ଈଶ୍ୱରଙ୍କ ସହିତ ଧାର୍ମିକ ହେବା ସମ୍ଭବ, କିନ୍ତୁ କ୍ରୁଶରେ ଖ୍ରୀଷ୍ଟଙ୍କ କାର୍ଯ୍ୟ ଦ୍ୱାରା କେବଳ ଏହା ସମ୍ଭବ, ଆଉ ଯୀଶୁ ବର୍ତ୍ତମାନ ଯାଉଅଛନ୍ତି। ସେ ତାହାଙ୍କ ପିତାଙ୍କ ସହିତ ରହିବାକୁ ବାସସ୍ଥାନକୁ ଯାଉଅଛନ୍ତି। ଯେଉଁ କାର୍ଯ୍ୟ ପାଇଁ ତାହାଙ୍କୁ ପ୍ରେରଣ କରାଯାଇଥିଲା, ସେ କାର୍ଯ୍ୟ ସମ୍ପାଦନ କରିବାକୁ ଯାଉଅଛନ୍ତି। ସେ କ୍ରୁଶରେ ମରିବେ। ସେ ଆମର ପାପକ୍ଷମା ନିମନ୍ତେ ବଳି ଯୋଗାଇବେ ଓ କ୍ରୁଶରେ ତାହାଙ୍କ ମୃତ୍ୟୁ ଦ୍ୱାରା ଈଶ୍ଵରଙ୍କ ନିକଟକୁ ପ୍ରବେଶ ଉନ୍ମୁକ୍ତ ରଖିବେ। ଆଉ ବର୍ତ୍ତମାନ ଶିକ୍ଷା ଦେବା, ଆଲୋକିତ କରିବା ଧାର୍ମିକତା ଉପଲବ୍ଧ ଅଛି ବୋଲି ଲୋକମାନଙ୍କୁ ବୁଝିବାରେ ସାହାଯ୍ୟ କରିବା ପବିତ୍ରଆତ୍ମାଙ୍କର ଭୂମିକା ଅଟେ। କିନ୍ତୁ ତୁମ୍ଭେ ଏବଂ ମୁଁ ଆମର ନିଜ ମାନବ ଉଦ୍ୟମରେ ଯାହା କରିପାରୁ, ତାହା ନୁହେଁ, କାରଣ ମାଂସରୁ ଯାହା ଜାତ, ତାହା ମାଂସ ଓ ଆତ୍ମାରୁ ଯାହା ଜାତ, ତାହା ଆତ୍ମା; ପୁଣି ଧାର୍ମିକତା କେବଳ ଆତ୍ମାଙ୍କ ରାଜ୍ୟରେ ବିଦ୍ୟମାନ। ଆଉ ତାହା ବର୍ତ୍ତମାନ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଅଟେ।

ପବିତ୍ର ଆତ୍ମା ଏହା କିପରି କରନ୍ତି? ପବିତ୍ର ଆତ୍ମା କିପରି ଧାର୍ମିକତା ବିଷୟରେ, ଏହାର ଧାର୍ମିକତାର ଅଭାବ ଓ କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ଦ୍ୱାରା ଧାର୍ମିକତାର ସହଜଲଭ୍ୟତା ଜଗତକୁ ପ୍ରମାଣ କରିବାକୁ ଅଗ୍ରସର କରିବ? ସେ ମୁଖ୍ୟତଃ ତୁମ ଓ ମୋ ମଧ୍ୟଦେଇ ଏହା କରନ୍ତି।  ଯେପରି ତୁମେ ଓ ମୁଁ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଉ। ମୁଁ ପବିତ୍ରଆତ୍ମାଙ୍କ ବିଷୟରେ ଦେଇଥିବା ଉଦ୍ଧୃତାଂଶ ଯୋହନ ୧୫: ୨୬-୨୭ ଏହି ବିଷୟକୁ ଗଠନ କରୁଅଛି। ଯୀଶୁ ଛାଡିଯିବା ପରେ ପବିତ୍ରଆତ୍ମାଙ୍କର କାର୍ଯ୍ୟ ହିଁ ସାକ୍ଷୀ ହେବା ଓ ତୁମେ ଓ ମୁଁ ଯାହା କହୁ ତାହା ମଧ୍ୟ ଦେଇ ସେ ସାକ୍ଷୀ ହୁଅନ୍ତି। ତୁମେ ଓ ମୁଁ ଯାହା କରୁ ଓ କରୁ ନାହୁଁ ତାହା ମଧ୍ୟ ଦେଇ ସେ ସାକ୍ଷୀ ହୁଅନ୍ତି। ଏହା ହେଉଛି (ABC) ଏ ବି ସି ର (B) ବି, ବିଶ୍ୱାସ କରିବା ଯେ କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ପାପ ନିମନ୍ତେ ଦଣ୍ଡ ଭୋଗ ଅଟେ। ଆମର ସମସ୍ତ ଅନ୍ତଃକରଣ ସହିତ ବିଶ୍ଵାସ କରିବା ଯେ ଯିଏ କୌଣସି ପାପ ଜାଣି ନ ଥିଲେ ତାହାଙ୍କୁ ପାପୀ କରାଗଲା [ଯୀଶୁ କ୍ରୁଶଉପରେ] ଯଦ୍ୱାରା ତୁମେ ଓ ମୁଁ ଈଶ୍ଵରଙ୍କ ଧାର୍ମିକ ହୋଇପାରିବା (୨ କରିନ୍ଥୀୟ :୨୧)। ଏହିପରି ଭାବରେ ଯୀଶୁ ଅଧାର୍ମିକତା ବିଷୟରେ ଜଗତକୁ ପ୍ରମାଣ ଦିଅନ୍ତି; ଯେପରି ତୁମେ ଓ ମୁଁ ସୁସମାଚାର ବିତରଣ କରୁ ଓ ସୁସମାଚାରରେ ବଞ୍ଚୁ, ଆମ୍ଭେମାନେ ଜଗତର ଧାର୍ମିକତାର ଅଭାବ ବିଷୟରେ ଘୋଷଣା କରୁଅଛୁ। ପୁଣି ଆମ୍ଭେମାନେ ଘୋଷଣା କରୁଅଛୁ ଯେ କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ଦ୍ୱାରା ଧାର୍ମିକତା ଉପଲବ୍ଧ ଅଛି, ଯାହା ବିଶ୍ୱାସ ଦ୍ୱାରା ପ୍ରାପ୍ତ କରାଯାଏ। ପାପ ବିଷୟରେ ଜଗତକୁ ପ୍ରମାଣ ଦେବା ପାଇଁ ପବିତ୍ରଆତ୍ମା ତାହାଙ୍କର ସମସ୍ତ ଅନୁଗ୍ରହରେ ଆସନ୍ତି; ତାହାଙ୍କର ସମସ୍ତ ଅନୁଗ୍ରହରେ ସେମାନଙ୍କ ଧାର୍ମିକତାର  ଅଭାବ, ଓ ଖ୍ରୀଷ୍ଟଙ୍କ ଧାର୍ମିକତାର ସହଜଲଭ୍ୟତା ବିଷୟରେ ସେ ଜଗତକୁ ପ୍ରମାଣ ଦିଅନ୍ତି।

ଗ. ବିଚାର ବିଷୟରେ ଜଗତକୁ ପ୍ରମାଣ

ପୁଣି ତୃତୀୟତଃ, ପବିତ୍ରଆତ୍ମା ବିଚାର ବିଷୟରେ ଜଗତକୁ ପ୍ରମାଣ କରିବାକୁ ଆସନ୍ତି। ଯଥା- ଜଗତକୁ ଜାଣିବାକୁ ଦିଅ ଯେ ଶୟତାନ ଓ ଯେଉଁମାନେ ତା'ଙ୍କଠାରେ ଜଡିତ, ସେମାନେ ସମସ୍ତେ ଦଣ୍ଡିତ ହେବେ। କ୍ରୁଶରେ, ଶୟତାନର ବିଚାର ପୁଣି ଶୟତାନର ନିୟତି ପରିସମାପ୍ତି ହୋଇଥିଲା, ବାସ୍ତବରେ ଲେଖାଯାଇଥିଲା। ପୁଣି ଶୟତାନର ବିଚାର ସହିତ ତାଙ୍କର ସମସ୍ତ ସନ୍ତାନ ଅନ୍ତର୍ଭୁକ୍ତ, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ନାହିଁ। ଏକ ଅତି କଠିନ ଆଘାତ କରୁଥିବା ଉଦ୍ଧୃତାଂଶ ଯୋହନ ୮: ୪୩-୪୪ ରେ ଯୀଶୁ ସ୍ପଷ୍ଟ କରନ୍ତି ଯେ ଯଦି ତୁମେ  ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ ତେବେ ତୁମର ପିତା ଶୟତାନ ଅଟନ୍ତି। ଆଉ ଯେଉଁ ଯନ୍ତ୍ରଣା ଶୟତାନ ଭୋଗିବ ସେହି ସମାନ ଯନ୍ତ୍ରଣା ତୁମେ ଭୋଗିବ ତାହା ଅଗ୍ନିମୟ ହ୍ରଦକୁ ନିକ୍ଷେପ କରାଯିବା। ପବିତ୍ରଆତ୍ମା କିପରି ବିଚାର ବିଷୟରେ ଜଗତକୁ ପ୍ରମାଣ ଦିଅନ୍ତି? ପ୍ରାଥମିକ ଭାବରେ ଯୀଶୁଙ୍କ ଶିଷ୍ୟମାନଙ୍କ ଦ୍ୱାରା, ଯେପରି ତୁମେ ଓ ମୁଁ ସୁସମାଚାର ପ୍ରଚାର କରୁ, ପୁଣି ତୁମେ ଓ ମୁଁ ସୁସମାଚାରରେ ବଞ୍ଚୁ। ଯେରୂପ ତୁମେ ଓ ମୁଁ ସୁସମାଚାର, ପାପ ବିଷୟରେ ସୁସମାଚାର, ଧାର୍ମିକତା ବିଷୟରେ ସୁସମାଚାର ଏବଂ ଆନନ୍ଦ ବିଷୟରେ ସୁସମାଚାର ପ୍ରଚାର କରୁ, ସେରୂପେ ପବିତ୍ରଆତ୍ମା ଆମ ବାକ୍ୟରେ କାର୍ଯ୍ୟ କରନ୍ତି ପୁଣି ଆମ ଜୀବନରେ କାର୍ଯ୍ୟ କରନ୍ତି। ଆଉ ସେ ଏହାର ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବାକୁ କଠିନ ପରିଶ୍ରମ କରୁଅଛନ୍ତି।

ଏସବୁ କରିବା ଅତି କଠିନ ଲାଗେ କି? ଯେତେବେଳେ ତୁମେ ଏହି ପ୍ରକାରର କଥା ଶୁଣ ସେତେବେଳେ ତୁମେ ଅଭିଭୂତ ଅନୁଭବ କର କି? ତୁମେ ଭାବୁଅଛ କି, “ମୁଁ ଏହା କିପରି କରି ପାରିବି? ମୁଁ କିପରି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେଇ ପାରିବି? ଏହା ଅତ୍ୟଧିକ ଅଟେ।” ତୁମେ ସେପରି ଅନୁଭବ କର କି? ଉତ୍ତର ହେଉଛି “ତୁମେ ଠିକ୍ କହୁଅଛ।” ଏହା ତୁମ ପାଇଁ କିମ୍ବା ମୋ ପାଇଁ ବହୁତ ଅଧିକ। ଆମ୍ଭେମାନେ ନିଜେ ଏହା କରିବାକୁ ସମର୍ଥ ହେବା ନାହିଁ। ଆଉ ସେଥିପାଇଁ ଯେତେବେଳେ ଈଶ୍ଵରଙ୍କ ଆତ୍ମା ଆମକୁ ପୁନର୍ଜନ୍ମ କରାଏ, ସେତେବେଳେ ସେ ଆମକୁ ଛାଡ଼ନ୍ତି ନାହିଁ କିମ୍ବା ପରିତ୍ୟାଗ କରନ୍ତି ନାହିଁ। କିନ୍ତୁ ଈଶ୍ୱରଙ୍କ ଆତ୍ମା ପ୍ରତ୍ୟେକ ବିଶ୍ୱାସୀଙ୍କ ଅନ୍ତରରେ ବାସକରିବାକୁ ଜାରି ରହନ୍ତି। ପୁଣି ଯେପରି ଈଶ୍ଵରଙ୍କ ଆତ୍ମା, ତ୍ରିତ୍ୱଈଶ୍ୱରଙ୍କ ତୃତୀୟ ସଦସ୍ୟ ତୁମ ଆଭ୍ୟନ୍ତରରେ ଓ ମୋ ଆଭ୍ୟନ୍ତରରେ ବାସ କରନ୍ତି ଓ କାର୍ଯ୍ୟ କରନ୍ତି, ସେ ଆମ୍ଭମାନଙ୍କୁ ଶକ୍ତି ପ୍ରଦାନ କରୁଅଛନ୍ତି ଯଦ୍ୱାରା ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ଚାଲିପାରିବା, ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ବଞ୍ଚିପାରିବା, ଯେ ସେ ଆମକୁ ମାର୍ଗଦର୍ଶନ ଦିଅନ୍ତି। ସେ ଆମ ସହିତ କଥାବାର୍ତ୍ତା ଜାରି ରଖନ୍ତି, ସେ ଆମକୁ ନିର୍ଦ୍ଦେଶ ଦିଅନ୍ତି ପୁଣି ତାପରେ ସେ ଆମକୁ ଯାହା କରିବାକୁ ଆହ୍ୱାନ କରିଅଛନ୍ତି ତାହା କରିବାକୁ କ୍ଷମତା ଓ ଶକ୍ତି ପ୍ରଦାନ କରନ୍ତି। ପାଉଲ ଫିଲି‌ପ୍‌ପୀୟମାନଙ୍କୁ କୁହନ୍ତି, “ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର କାରଣ ଈଶ୍ୱର ଯେ ଉଭୟ ଏହା କରିବାକୁ ତୁମ ଅନ୍ତରରେ ଇଚ୍ଛା ଦେଇ ଓ ତାପରେ ଏହା ସମ୍ପାଦନ କରିବାକୁ ସାମର୍ଥ୍ୟ ଦେଇ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରନ୍ତି।" ଏଥିରୁ କୌଣସିଟି ଆମ୍ଭମାନଙ୍କ ନିଜରୁ କରିବା ବହୁତ କଷ୍ଟକର ଅଟେ ଆଉ ସେଥିପାଇଁ ଈଶ୍ୱର ଆପଣା ଆତ୍ମାକୁ ଆମ୍ଭମାନଙ୍କଠାରେ ଛାଡିଦେଲେ ଯଦ୍ୱାରା ଆତ୍ମା ଦ୍ୱାରା ଶକ୍ତିଯୁକ୍ତ ହୋଇ ଆମ୍ଭେମାନେ ଆତ୍ମାରେ ଚାଲିବା।

ଗାଲାତୀୟ ୫:୧୬ ପଦର ଆରମ୍ଭରୁ, “ମୋହର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହାହେଲେ ତୁମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ।” ଆତ୍ମାଙ୍କ ଦ୍ୱାରା ଆଚରଣ କରିବା, ତାହାଙ୍କ ଶକ୍ତି ଦ୍ୱାରା ବଞ୍ଚିବା, ତାହାଙ୍କ ଇଚ୍ଛାର ଅନୁରୂପତା ଜୀବନଯାପନ କରିବା। ପୁଣି ଆତ୍ମା, ଯେରୂପେ ସେ ଆମ୍ଭକୁ ଶକ୍ତି ଦିଅନ୍ତି, ସେରୂପେ ସେ ଆମ୍ଭକୁ ପରିବର୍ତ୍ତନ କରନ୍ତି ଆଉ ଆମ୍ଭେମାନେ ଆତ୍ମାଙ୍କ ଫଳ ଫଳିବାକୁ ଆରମ୍ଭ କରୁ, ୨୨ ପଦ ଅନୁସରଣ କରି ଆମ୍ଭେମାନେ ପ୍ରେମ, ଆନନ୍ଦ, ଶାନ୍ତି, ଦିର୍ଘସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମ ସଂଯମ ର ଲୋକ ହେବା। ତାହା ଆମ ଜୀବନରେ ଆତ୍ମାଙ୍କର ବାସ କରୁଥିବା କାର୍ଯ୍ୟ ଅଟେ। ଏହା କିଛି ନୁହେଁ ଯେଉଁଥିପାଇଁ  ଆମ୍ଭେମାନେ ଅଧିକ ପରିଶ୍ରମ କରିପାରିବା। କିନ୍ତୁ ଏହା ଏପରି କିଛି ଯାହା ପବିତ୍ରଆତ୍ମା ଆମଠାରେ କିଛି କରିବାକୁ ଚାହାଁନ୍ତି ପୁଣି ଏହା କରିବାକୁ ତାହାଙ୍କୁ ଅନୁମତି ଦେବାକୁ ଆମକୁ ଆହ୍ୱାନକରନ୍ତି। ତା'ପରେ ସ୍ଥାୟୀ ନିବାସୀ, ଖ୍ରୀଷ୍ଟ-କେନ୍ଦ୍ରିତ, ଆତ୍ମା-ଶକ୍ତିପ୍ରାପ୍ତ ଶିଷ୍ୟଭାବେ, ଆମ୍ଭେମାନେ ଚିହ୍ନି ପାରିବା ଯେ ପବିତ୍ରଆତ୍ମା ଆମ୍ଭମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି। ସେ ଆମ୍ଭମାନଙ୍କ ସାହାଯ୍ୟକାରୀ, ସେ ଆମ୍ଭମାନଙ୍କ ସପକ୍ଷବାଦୀ, ସେ ଆମ୍ଭମାନଙ୍କ ବନ୍ଧୁ, ସେ ଆମକୁ ଫୁସ୍ ଫୁସ୍ କରୁଅଛନ୍ତି, ସେ ଆମ ମସ୍ତକ ଉପରେ ଆଘାତ କରୁଅଛନ୍ତି ଓ ସେ ଏହି ପୁସ୍ତକକୁ ଜୀବନ୍ତ କରୁଅଛନ୍ତି। ତା’ପରେ ଯେରୂପେ ଏହା ଆମ୍ଭେମାନେ ବୁଝୁ ଓ ଆମ୍ଭେମାନେ ତା'ଙ୍କୁ ଜାଣୁ, ଯେରୂପେ ଆମ୍ଭେମାନେ ସୁସମାଚାରରେ ବଞ୍ଚିବା ଆରମ୍ଭ କରୁ ଆଉ ଯେରୂପେ ଆମ୍ଭେମାନେ ସୁସମାଚାର ପ୍ରଚାର ଆରମ୍ଭ କରୁ, ସେରୂପ ଆମ୍ଭର ପ୍ରତିବାସୀ, ଆମର ସହକର୍ମୀ ଓ ଆମର ପ୍ରିୟ ପରିବାରର ସଦସ୍ୟମାନଙ୍କୁ ପ୍ରମାଣ ଦେବା ପବିତ୍ରଆତ୍ମାଙ୍କର କାର୍ଯ୍ୟ ଅଟେ। ଯାହା ମାଂସରୁ ଜାତ, ତାହା ମାଂସ ପୁଣି ମାଂସ ପରି ମରିବ। କିନ୍ତୁ ଈଶ୍ଵରଙ୍କ ଶକ୍ତିର ଏକ ଅଲୌକିକ କାର୍ଯ୍ୟ ମଧ୍ୟ ଦେଇ, ସେମାନେ ମଧ୍ୟ ପୁନର୍ଜନ୍ମ ପାଇ ପାରିବେ, ନୂତନ ସୃଷ୍ଟି ହେବେ ପୁଣି ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବେ ଆଉ ଯେଉଁପ୍ରକାର ଆନନ୍ଦ ଓ ଶାନ୍ତି ଯାହା ଜଗତ ସମ୍ଭବତଃ ବୁଝି ପାରେ ନାହିଁ ତାହା ସେମାନେ ବୁଝିବେ କାରଣ ଆମ୍ଭେମାନେ ଧାର୍ମିକତା ଲାଭ କରିବାକୁ ଚେଷ୍ଟା କରୁ ନାହୁଁ, କାରଣ ଆମକୁ ଖ୍ରୀଷ୍ଟଙ୍କ ଧାର୍ମିକତା ପ୍ରଦାନ କରାଯାଇଅଛି। ଆମ୍ଭେମାନେ ଈଶ୍ଵରଙ୍କ ସହିତ ଧାର୍ମିକ ଅଟୁ ଓ ଆମ୍ଭେମାନେ ସ୍ୱର୍ଗରେ ପ୍ରବେଶ କରିବା, ଯେଉଁଠାରେ ପିତା ଈଶ୍ଵର ଅଛନ୍ତି। 

ତାହା ହେଉଛି (ABC) ଏ ବି ସି: ଆମର ପାପ ସ୍ୱୀକାର କରିବା, ଖ୍ରୀଷ୍ଟଙ୍କ ଧାର୍ମିକତାରେ ବିଶ୍ୱାସ କରିବା, ଆମ ନିଜଠାରେ ନୁହେଁ ପୁଣି ଈଶ୍ଵରଙ୍କ ସନ୍ତାନ ହେବା ଓ ଆମ ଜୀବନକୁ ତାହାଙ୍କ ନିକଟକୁ ଫେରାଉ। ତୁମେ ଏଠାରେ ଉତ୍ସାହିତ ହୋଇ ବାହାରକୁ ଯା। ପସନ୍ଦ ନୁହେଁ, “ଆହା, ସେଠାରେ ଆହୁରି ଅନେକ ବିଷୟ ଅଛି ଯାହା ମୋତେ କରିବାର ଅଛି!” କିନ୍ତୁ ତୁମେ ଏଠାରୁ ହୃଦୟଙ୍ଗମ କରି ବାହାରକୁ ଯା ଯେ ଏହା ହେଉଛି ଈଶ୍ୱରତ୍ୱର ତୃତୀୟ ସଦସ୍ୟ ଯିଏ ତୁମ ମଧ୍ୟ ଦେଇ ତାହାଙ୍କ କାର୍ଯ୍ୟ କରିବାକୁ ଯାଉଅଛନ୍ତି। ସେ ତୁମକୁ ଇଚ୍ଛା ଦେବେ ଆଉ ତାପରେ ସେ ତୁମକୁ ଏହା କରିବାକୁ କ୍ଷମତା ଦେବେ ଏବଂ ତୁମକୁ ଯାହା କରିବାର ଅଛି ତାହା ହେଉଛି ବିଶ୍ୱସ୍ତ ହୁଅ।