ପାଉଲ ତାଙ୍କର ତୃତୀୟ ମିଶନାରୀ ଯାତ୍ରାର ଶେଷ ଆଡ଼କୁ ଅଣଯିହୂଦୀମାନଙ୍କ ମଣ୍ଡଳୀସମୂହରୁ ସଂଗୃହୀତ କରିଥିବା ଦାନକୁ ନେଇ ଯିରୁଶାଲମରେ ଥିବା ଯିହୂଦୀ ମଣ୍ଡଳୀକୁ ହସ୍ତାନ୍ତର କରିବାର ଯୋଜନା ତାଙ୍କର ଥିଲା। ପୁଣି ତା’ପରେ ସେ ତାଙ୍କ କର୍ମ ସମ୍ପାଦନ ସ୍ଥଳକୁ ଫେରିବାକୁ ଚାହାନ୍ତି। ସେ ଆନ୍ତିଅଖିଆ, ଆଧୁନିକ ଯୁଗରେ ସିରିଆ ମଧ୍ୟଦେଇ ରୋମକୁ ଯିବା ପାଇଁ ଚାହାନ୍ତି ଯେହେତୁ ପାଉଲ ଚତୁର୍ଥ ମିଶନାରୀ ଯାତ୍ରା ନିମନ୍ତେ ଯୋଜନା କରୁଅଛନ୍ତି କାରଣ ଏପରିକି ସେ ଆହୁରି ପଶ୍ଚିମକୁ, ସମ୍ଭବତଃ ସ୍ପେନକୁ ଯିବାକୁ ଇଚ୍ଛା କରୁଥିଲେ। ପାଉଲ, ଯେଉଁ ସ୍ଥାନ ଗୁଡିକରେ ଅନ୍ୟ କେହି ପ୍ରଚାର କରିନଥିଲେ ସେଠାରେ ପ୍ରଚାର କରିବାକୁ ଚାହୁଁଥିଲେ। ତେଣୁ ସେ ରୋମୀୟ ପୁସ୍ତକ ଲେଖିଥିଲେ ଯେହେତୁ ରୋମୀୟ ମଣ୍ଡଳୀ ତାଙ୍କର ସମସ୍ତ ଈଶ୍ୱରତତ୍ତ୍ୱ ସମ୍ପୂର୍ଣ୍ଣ ଭାବରେ ବୁଝନ୍ତୁ ସେ ଇଚ୍ଛା କରୁଥିଲେ। ସେ ପଶ୍ଚିମାଞ୍ଚଳ ସେବା ସକାଶେ ସେମାନେ ପାଉଲଙ୍କୁ ସାହାଯ୍ୟ କରନ୍ତୁ ତାହା ସେ ଇଚ୍ଛା କରୁଥିଲେ। ତେଣୁ ଆମ୍ଭେମାନେ ରୋମୀୟ ପୁସ୍ତକରେ ଯାହା ପାଉ ତାହା ହେଉଛି ସମଗ୍ର ନୂତନ ନିୟମରେ ସୁସମାଚାରର ପ୍ରଣାଳୀବଦ୍ଧ ଉପସ୍ଥାପନା ଅଟେ।
୧. ଗବେଷଣା ପ୍ରବନ୍ଧ ୧: ୧୬-୧୭
ପାଉଲ ରୋମୀୟ ୧: ୧୬- ୧୭ ରେ ତାଙ୍କ ଗବେଷଣା ପ୍ରବନ୍ଧ ବ୍ୟକ୍ତ କରିଛନ୍ତି ପୁଣି ସେ କହନ୍ତି "କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୂଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍ ପକ୍ଷରେ।" ପାଉଲ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରନ୍ତି ନାହିଁ। ସେ ଯୀଶୁ ଖ୍ରୀଷ୍ଟଙ୍କ କାହାଣୀ ଅବା ସେ (ଯୀଶୁ) କିଏ ଓ ସେ କ'ଣ କରିଅଛନ୍ତି ସେସମ୍ବନ୍ଧରେ ଲଜ୍ଜାବୋଧ କରନ୍ତି ନାହିଁ। ଅନ୍ୟ ଲୋକମାନେ ତାଙ୍କ ସମ୍ବନ୍ଧେ କିମ୍ବା ତାଙ୍କ ବାର୍ତ୍ତା ସମ୍ବନ୍ଧୀୟ ବିଷୟରେ ପାଉଲ ମନଯୋଗ କରନ୍ତି ନାହିଁ କାରଣ ସେ ଜାଣନ୍ତି ଏହା ସତ୍ୟ ଅଟେ। ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ। ଏହା ସତ୍ୟ ଅଟେ।
ଏହା କୌତୁହଳଜନକ ଯେ ୪ ପଦରେ ପାଉଲ ସମାନ ଶବ୍ଦ "ଶକ୍ତି "ବ୍ୟବହାର କରିଛନ୍ତି ଯେଉଁ ଶକ୍ତି ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥାନ କଲା। ଆଉ ଯେତେବେଳେ ପାଉଲ ଓ ତୁମ୍ଭେ ଓ ମୁଁ ନିର୍ଲଜ୍ଜ ଭାବରେ ସୁସମାଚାର ପ୍ରଚାର କରୁ ସେତେବେଳେ ଆମ୍ଭେମାନେ ତାହା ଜାଣିଛୁ ଯେ ଆମ୍ଭେମାନେ ସମାନ ଶକ୍ତିରେ ପ୍ରଚାର କରୁଅଛୁ, ଯେଉଁ ଶକ୍ତି ମୃତ୍ୟୁରୁ ଲୋକମାନଙ୍କୁ ଉଠାଇ ଥାଏ। ପୁଣି ଏହି ପୁନରୁତ୍ଥିତ ଶକ୍ତି ହିଁ ଆମର ପରିତ୍ରାଣକୁ ସମ୍ଭବ କରେ। ଆମ୍ଭେମାନେ ଆମର ପାପ ସକାଶେ ଈଶ୍ୱରଙ୍କ ଠାରୁ ପୃଥକ ହୋଇଅଛୁ। ଏହି ବିଷୟରେ ପାପୀ ଭାବରେ କିଛି କରିବାକୁ ଆମ୍ଭେମାନେ ଅସମର୍ଥ ଅଟୁ। ପୁଣି ଯଦି ରକ୍ଷା ପାଇବା, ତେବେ ଆମ୍ଭେମାନେ ଈଶ୍ୱରଙ୍କ ଶକ୍ତିରେ ରକ୍ଷା ପାଇବା। ଆଉ ଯଦି ଈଶ୍ୱର ଆମ୍ଭମାନଙ୍କୁ ରକ୍ଷା ନ କରନ୍ତି ତେବେ ଆମର ମୃତ୍ୟୁ ସହିତ ଆମ୍ଭେମାନେ ଆପଣାର ପାପ ନିମନ୍ତେ ଦଣ୍ଡ ଭୋଗ କରିବା।
କିନ୍ତୁ ଏହି ପରିତ୍ରାଣ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ, ପ୍ରଥମତଃ ଯିହୂଦୀ ପକ୍ଷରେ ଆଉ ମଧ୍ୟ ଗ୍ରୀକ୍ ପକ୍ଷରେ ଅଟେ। ସୁସମାଚାର ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ ଅଟେ। କୌଣସି ପ୍ରତିବନ୍ଧକ ନାହିଁ। ଜାତିଗତ କୌଣସି ପ୍ରତିବନ୍ଧକ ନାହିଁ। କୌଣସି ସାମାଜିକଅର୍ଥନୈତିକ ପ୍ରତିବନ୍ଧକ ନାହିଁ। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ ଅଟେ। ପ୍ରଥମତଃ ଯିହୂଦୀ ଓ ପରେ ଗ୍ରୀକ୍ ବିଷୟରେ ବକ୍ତବ୍ଯ (ଅନ୍ୟ ଅର୍ଥରେ, ଯିହୂଦୀ ଆଉ ମଧ୍ୟ ଅଣ-ଯିହୂଦୀ) ସରଳ ଭାବରେ ଐତିହାସିକ ବଂଶାବଳିର ଏକ ବକ୍ତବ୍ୟ ଅଟେ। ପାଉଲ ଜଣେ ସାର୍ଵଭୌମିକ ନୁହଁନ୍ତି। ପାଉଲ ବିଶ୍ୱାସ କରନ୍ତି ନାହିଁ ଯେ ପରିତ୍ରାଣ ସମସ୍ତଙ୍କ ନିମନ୍ତେ, କାଳାବଧି ଅଟେ। ତୁମେ ତାହା ଧ୍ୟାନ ଦେଇଛ କି?ବିଶ୍ୱାସ କରୁଥିବା ଲୋକଙ୍କ ପକ୍ଷରେ କେବଳ ସୁସମାଚାରର ବିନିଯୋଗ କରାଯାଏ। ତେଣୁ ପରିତ୍ରାଣର ଅର୍ପଣ, ସୁସମାଚାରର ଅର୍ପଣ ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ ଅଟେ। କିନ୍ତୁ ଏହା ଯେଉଁମାନେ ବିଶ୍ୱାସ କରନ୍ତି କେବଳ ସେମାନଙ୍କ ପକ୍ଷରେ ବିନିଯୋଗ କରାଯାଏ, “କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୂଦୀ ପକ୍ଷରେ [ଆଉ ମଧ୍ୟ ଅଣ-ଯିହୂଦୀ], ଗ୍ରୀକ୍ ପକ୍ଷରେ।”
ଏହିଠାରେ ବନ୍ଦ କରି ପୁଣି ଆମେ ନିଜକୁ ପଚାରିବା ଚିତ୍ତାକର୍ଷକ ଅଟେ, “ କାହିଁକି ପାଉଲ ଅବା ଆମ୍ଭେମାନେ ସୁସମାଚାର ନିମନ୍ତେ ଲଜ୍ଜାବୋଧ କରିବା?” କାହିଁକି ଆମ୍ଭେମାନେ ଅନେକ ଥର ଆମର ଶବ୍ଦସକଳ ମାଧ୍ୟମରେ ଅଭିବ୍ୟକ୍ତ କରୁ ଯେ ଲୋକମାନେ ଜାଣନ୍ତି ନାହିଁ ଯେ ଆମ୍ଭେମାନେ ଖ୍ରୀଷ୍ଟିୟାନ ଅଟୁ? କାହିଁକି, ବାରମ୍ବାର, ଆମ୍ଭେମାନେ ପ୍ରକୃତରେ “ଯୀଶୁ ଖ୍ରୀଷ୍ଟଙ୍କ” ନାମ କହିବା ବନ୍ଦ କରିଦେଉ? ପାଉଲ ଓ ଆମ୍ଭେମାନେ କାହିଁକି ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ ହେବା? ଏହା ଅତି ସରଳ ଅଟେ। ମୁଁ ଭାବୁଛି ସୁସମାଚାର ମାନବୀୟ ଅକ୍ଷମତାର ବାର୍ତ୍ତା ଅଟେ। ସୁସମାଚାର ମାନବୀୟ ଅହଂକାରର ବାର୍ତ୍ତା ଅଟେ। ସୁସମାଚାର ଏକ ବାର୍ତ୍ତା ଯାହାକୁ ଆମ୍ଭେମାନେ ଆମ ଜୀବନରେ ଥିବା ପାପ ବିଷୟରେ ପଦକ୍ଷେପ ନେଇ ପାରିବା ନାହିଁ। ସୁସମାଚାର ଯିହୂଦୀମାନଙ୍କ ଧର୍ମୀୟ ଧର୍ମାନ୍ଧର ବିଫଳ ହୋଇଥିବା ଏକ ସ୍ପଷ୍ଟ ବାର୍ତ୍ତା ଅଟେ ଯାହା ତୁମେ ଓ ମୁଁ ନିଜ ସାମର୍ଥ୍ୟରେ କରିପାରିବା ନାହିଁ ସେସବୁ କରିବାକୁ ସମର୍ଥ ବୋଲି ସେମାନେ ଦାବି କରୁଥିଲେ। ପୁଣି ସୁସମାଚାରର “ମୁଁ ଏହାକୁ ମୋ ପଥରେ କରିଥିଲି” ଗୀତର ମୁଖ୍ୟ ପ୍ରସଙ୍ଗ ନୁହେଁ। ସୁସମାଚାର ଗୀତର ବିଷୟବସ୍ତୁ ହେଉଛି “ଈଶ୍ୱର ତାଙ୍କ ପଥରେ କଲେ”। ଭୂପୃଷ୍ଠରେ ସୁସମାଚାର ଏକ ଲଜ୍ଜାଜନକ, ଦୁର୍ବଳ, ଅଶାନ୍ତ ଦର୍ଶନ ଶାସ୍ତ୍ର, ଦର୍ଶନଶାସ୍ତ୍ର ଯାହା ନମ୍ରତା ଓ ମୄଦୁଶୀଳତାକୁ ଗୁରୁତ୍ୱ ଦେଉଥିବା ଭଳି ଦେଖାଯାଏ। ତାହା ଉପରିସ୍ଥ ଦଶଟି ଚଳଚ୍ଚିତ୍ର ମଧ୍ୟରେ ଆମ୍ଭେମାନେ ପାଇବା ନାହିଁ, ଯେଉଁ ନାୟକମାନେ ଶାନ୍ତ ଓ ଭଦ୍ର, ଯେଉଁ ସୁସମାଚାର ଆମର ଶତ୍ରୁମାନଙ୍କୁ ପ୍ରେମ କରିବାକୁ ଓ ଈଶ୍ୱରଙ୍କ ନିକଟରେ ପ୍ରତିଶୋଧ ଛାଡିବାକୁ ଆହ୍ୱାନ କରେ। ପାଉଲ ଉଚ୍ଚ ବିଦ୍ୟାଳୟରେ କଦାପି ଲୋକପ୍ରିୟ ହୋଇ ନ ଥିଲେ, ହୋଇଥିଲେ କି? ସେ ମହାବିଦ୍ୟାଳୟରେ ଲୋକପ୍ରିୟ ହୋଇ ନ ଥିଲେ। ସେ କାର୍ଯ୍ୟରେ ଲୋକପ୍ରିୟ ହୋଇନ ଥିଲେ। ତଥାପି, ସୁସମାଚାର ବାସ୍ତବ ପୁଣି ପାଉଲ ଓ ତୁମ୍ଭେ ଓ ମୁଁ ଏସମ୍ବନ୍ଧରେ ଲଜ୍ଜାବୋଧ ହେବାକୁ ପଡେ ନାହିଁ।
ପାଉଲ କାହିଁକି ଏତେ ହୃଦବୋଧ ହୋଇଥିଲେ ଯେ ସୁସମାଚାର ପରିତ୍ରାଣର ବାର୍ତ୍ତା ଅଟେ? ଠିକ୍ ଅଛି ସେ ଆମ୍ଭମାନଙ୍କୁ ପରବର୍ତ୍ତୀ, ୧୭ ପଦରେ କହନ୍ତି। "ସେଥିରେ [ସୁସମାଚାରରେ] ତ ଈଶ୍ୱରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ”। ସୁସମାଚାରର ବାର୍ତ୍ତା ଯୀଶୁଙ୍କ କାହାଣୀ ଅଟେ ଯେଉଁଥିରେ ସେ କିଏ ଓ ସେ କ’ଣ କଲେ ତାହା ପ୍ରାଥମିକ ଭାବରେ ଈଶ୍ୱରଙ୍କ ଧାର୍ମିକତାର ବାର୍ତ୍ତା ବର୍ଣ୍ଣିତ। ଧାର୍ମିକତା ହିଁ ତିନୋଟି ରୂପକସମୂହ ମଧ୍ୟରୁ ପ୍ରଥମ ଯାହା ପାଉଲ ରୋମୀୟ ପୁସ୍ତକ ଉଦ୍ଧୃତାଂଶରେ ବ୍ୟବହାର କରିବାକୁ ଯାଉଅଛନ୍ତି। ଇଂରେଜୀ ଶବ୍ଦଗୁଡିକ ଧାର୍ମିକ ଓ ଧାର୍ମିକଗଣିତ, କଥା ପ୍ରସଙ୍ଗରେ, ସମାନ ଗ୍ରୀକ ଶବ୍ଦର ଅନୁବାଦ କରୁଅଛି। ଧାର୍ମିକ ଗଣନା ଓ ଧାର୍ମିକତା ସମାନ ବିଷୟ ଅଟେ। ଏହା ଏକ ରୂପକ ଯାହା ବିଚାରାଳୟ ମଧ୍ୟରୁ ଆସିଥାଏ; ଯଦି ତୁମକୁ ଗୋଟିଏ ଅପରାଧରେ ଦୋଷୀ ସାବ୍ୟସ୍ତ କରାହୋଇଛି ଓ ତୁମକୁ ବିଚାରାଳୟକୁ ନିଆଗଲା ଆଉ ତୁମେ ବିଚାର ମଧ୍ୟ ଦେଇ ଯିବାକୁ ହୁଏ, ବିଚାରପତ୍ତି କ’ଣ କହନ୍ତି ଯାହା ତୁମେ ଶୁଣିବାକୁ ଚାହଁ ତାହା ହେଉଛି ଯେ ତୁମେ “ଧାର୍ମିକ”, ତୁମେ ଧାର୍ମିକଗଣିତ ହୋଇଅଛ।” କାରଣ ଏହାର ଅର୍ଥ ଯେ ତୁମ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସ୍ତରରେ ତୁମେ ଦୋଷୀ ନୁହଁ । ଠିକ ସେହିପରି ତୁମେ ଓ ମୋ ନିମନ୍ତେ, ବିଚାରପତିଙ୍କ କହିବାନୁଯାୟୀ ଆମ୍ଭେମାନେ ଶୁଣିବାକୁ ଇଚ୍ଛା କରୁ, “ତୁମେ ଧାର୍ମିକ ଅଟ”। ତୁମର ପାପ ବିଷୟରେ ତୁମେ ଆଉ ଦୋଷୀ ନୁହଁ। ପୁଣି ସୁସମାଚାର ବାର୍ତ୍ତା ଈଶ୍ୱରଙ୍କ ଧାର୍ମିକତାର କାହାଣୀ ଅଟେ। ବାସ୍ତବରେ, ସୁସମାଚାର ଈଶ୍ୱରଙ୍କ ଧାର୍ମିକତାର ଦୁଇଟି ବିଷୟ ଆମ୍ଭମାନଙ୍କୁ ପ୍ରକାଶ କରେ।
ସର୍ବପ୍ରଥମେ, ସୁସମାଚାର ଆମକୁ ପ୍ରକାଶ କରେ ଯେ ଈଶ୍ୱର ନିଜେ ଧାର୍ମିକ ଅଟନ୍ତି। ଈଶ୍ୱର ତାଙ୍କର ସମସ୍ତ ପବିତ୍ରତାରେ ସିଦ୍ଧ ଅଟନ୍ତି। ପାପ ବିନା, ଈଶ୍ୱର ପବିତ୍ର ଅଟନ୍ତି। ପୁଣି ସୁସମାଚାର ମଧ୍ୟ ଆମକୁ ପ୍ରକାଶ କରେ ଯେ ଈଶ୍ୱର ଲୋକମାନଙ୍କୁ ଧାର୍ମିକ କରିବା ବ୍ୟବସାୟରେ ଅଛନ୍ତି। ଈଶ୍ୱର ଲୋକମାନଙ୍କୁ ଧାର୍ମିକ, ପାପର ନିର୍ଦ୍ଦୋଷ ବୋଲି ଘୋଷଣା କରିବା ବ୍ୟବସାୟରେ ଅଛନ୍ତି। ଶିଷ୍ୟତ୍ୱ ଭାଷାରେ ଯାହା ମୁଁ ବାରମ୍ବାର ବ୍ୟବହାର କରେ, ପାଉଲ ଏଠାରେ ଯାହା କହୁଅଛନ୍ତି ତାହା ତୁମେ ଓ ମୁଁ କିପରି ଖ୍ରୀଷ୍ଟଙ୍କର ଶିଷ୍ୟ ହୋଇପାରିବା। ଆମ୍ଭେମାନେ କିପରି ଧାର୍ମିକ ହେବା? ପୁଣି ସେ ତାହା କିପରି କରନ୍ତି? ଈଶ୍ୱର କିପରି ତୁମକୁ ଓ ମୋତେ ଧାର୍ମିକ, ଧାର୍ମିକ ଗଣନା, ପାପର ନିର୍ଦ୍ଦୋଷ, ଦୋଷୀହୀନ କରନ୍ତି? ଏହା ସମ୍ପୂର୍ଣ୍ଣ ଭାବରେ ଓ ମୋଟାମୋଟି ଭାବରେ ବିଶ୍ୱାସ ଉପରେ ଆଧାରିତ ବିଷୟ ଅଟେ। ଏହା ବିଶ୍ୱାସରୁ, ବିଶ୍ୱାସ ନିମନ୍ତେ ଜାତ। ଆମ୍ଭମାନଙ୍କ କ୍ରିୟାକର୍ମ ଦ୍ୱାରା ଆମ୍ଭମାନଙ୍କୁ ଧାର୍ମିକ କରାଯାଇ ନାହିଁ। ଈଶ୍ୱରଙ୍କ ଅନୁଗ୍ରହ ଲାଭ କରିବାକୁ ଆମ୍ଭେମାନେ କିଛି କରୁ ନାହୁଁ ବରଂ ଆମର ବିଶ୍ୱାସ ଦ୍ୱାରା, ଯୀଶୁ ଆମ୍ଭମାନଙ୍କ ନିମନ୍ତେ ଯେଉଁ କାର୍ଯ୍ୟ କରିସାରିଅଛନ୍ତି ତାହା ବିଶ୍ୱାସ କରିବା ଦ୍ୱାରା ଆମ୍ଭମାନେ ସମ୍ପୂର୍ଣ୍ଣ ଭାବରେ ଓ ମୋଟାମୋଟି ଭାବରେ ଧାର୍ମିକ ହୋଇଅଛୁ।
ଆଜିର କାର୍ଯ୍ୟସବୁ କିପରି ଦେଖାଯାଉଛି? ଆଜିର ଲୋକମାନେ ଯେତେବେଳେ ପରିତ୍ରାଣ ପାଇବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ସେମାନେ ସେମାନଙ୍କ ଧାର୍ମିକ ଅର୍ଜନ କରିବାକୁ ଚେଷ୍ଟା କରନ୍ତି, ଆଜି ଏହା କିପରି ଦେଖାଯାଉଛି? ଠିକ୍ ମୁଁ ସନ୍ଦେହ କରୁଛି ଯଦି ତୁମେ ତୁମର ପ୍ରବାଦ ବ୍ୟକ୍ତିଙ୍କୁ ରାସ୍ତା କୋଣରେ ପଚାରିଥାନ୍ତ ତେବେ ସେ କହିଥାନ୍ତେ, “ହଁ ମୁଁ କିଛି ଖରାପ କାମ କରେ ନାହିଁ। ମୁଁ ପ୍ରକୃତରେ ଖରାପ କାମ କରେ ନାହିଁ।” ପୁଣି କିଛି ଖରାପ କାର୍ଯ୍ୟ ନକରି ସେମାନେ ଭାବନ୍ତି ଯେ ସେମାନେ ଈଶ୍ଵରଙ୍କ ଅନୁଗ୍ରହ ଲାଭ କରୁଅଛନ୍ତି । କିମ୍ବା ରାସ୍ତା କୋଣରେ ଥିବା ତୁମର ପ୍ରବାଦ ବ୍ୟକ୍ତି କହିଥାନ୍ତେ, “ଆଚ୍ଛା, ମୁଁ ମୋର ପ୍ରତିଵାସୀ ଅପେକ୍ଷା ଅଧିକତର ଭଲ।” ଅବଶ୍ୟ, ଯଦି ତୁମେ ତୁମର ପ୍ରତିଵାସୀଙ୍କୁ ପଚାରିଥାନ୍ତ ସେମାନେ ଭାବିଥାନ୍ତେ ଯେ ସେମାନେ ତୁମ ଅପେକ୍ଷା ଅଧିକତର ଭଲ। କିମ୍ବା ବୋଧହୁଏ ସେମାନେ କହିଥାନ୍ତେ, “ମୁଁ କେତେକ ଉତ୍ତମ କାର୍ଯ୍ୟସବୁ କରେ। ମୁଁ ସାମୟିକ ଭାବରେ ମଣ୍ଡଳୀକୁ ଯାଏ। ମୁଁ ପ୍ରକୃତରେ ନୈବେଦ୍ୟରେ କିଛି ଟଙ୍କା ଦେଇଦିଏ ଯେତେବେଳେ ଏହା ନିକଟକୁ ଯାଏ। ପୁଣି ମୁଁ ଅତି ସଚ୍ଚୋଟ ଅଟେ।” ଏହି ସମସ୍ତ ବିଷୟସବୁ ଯାହା ଲୋକମାନେ କରନ୍ତି ଯାହାକୁ ପାଉଲ କାର୍ଯ୍ୟ ବୋଲି କହନ୍ତି, ଯାହା ସେମାନଙ୍କୁ ଚିନ୍ତା କରାଏ ଯେ କୌଣସି ପ୍ରକାରେ ସେମାନେ ଈଶ୍ୱରଙ୍କ ଅନୁଗ୍ରହ ଲାଭ କରୁଅଛନ୍ତି, ଆଉ ସେମାନେ ସେମାନଙ୍କର ଧାର୍ମିକତା ଅର୍ଜନ କରୁଅଛନ୍ତି।
ଏହା ଏକ ସାଧାରଣ ଶୋଚନୀୟ ଅବସ୍ଥା ଯାହା ବିଶ୍ୱ ଧର୍ମ ମାଧ୍ୟମ ଦେଇ ଚାଲିଥାଏ। ଖ୍ରୀଷ୍ଟ ଧର୍ମ ବ୍ୟତୀତ ସମସ୍ତ ଧର୍ମସବୁ ଅଂଶ ବିତରଣ କରୁଥିବା ଏହା ଗୋଟିଏ କଥା; କେତେକ ବିଷୟଗୁଡିକ ଅଛି ସେମାନେ ଈଶ୍ୱରଙ୍କ ଅନୁଗ୍ରହ ପାଇବା ପାଇଁ କରିପାରିବେ। ଏହା ସାଧାରଣ ଖ୍ରୀଷ୍ଟଧର୍ମ ମତ୍ତାବଲମ୍ବୀ ମାନଙ୍କର ସମାନତା ଅଛି, ଏହା ମର୍ମୋନବାଦ ହେଉ କିମ୍ବା ଯିହୋବା ଉଈଟନେସେସ୍ କିମ୍ବା ଅନ୍ୟାନ୍ୟ ହେଉ। ଈଶ୍ୱରଙ୍କ ଅନୁଗ୍ରହ ପାଇବାକୁ ସେମାନେ ସବୁ ବିଷୟ କରନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ଏହା କ୍ୟାଥ୍ଲିକବାଦ ଈଶ୍ୱରତାତ୍ତ୍ୱିକ ଗଢ଼ଣରେ ସନ୍ନିବେଶିତ ହୋଇଅଛି, ଯେଉଁଠାରେ ସେମାନେ ଶିକ୍ଷା ଦିଅନ୍ତି ଯେ ଧାର୍ମିକ ଅର୍ଜନ ବିଶ୍ୱାସ ଓ କ୍ରିୟାକର୍ମ ଦ୍ୱାରା ହୋଇଥାଏ। ଏହା ସେମାନଙ୍କର ଦଲିଲରେ ଲେଖା ହୋଇଅଛି ଆଉ ତୁମେ ଏହା ପଢି ପାରିବ। କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁ ଯେପରି ଖରାପ, ଏହା ସେପରି ଅଟେ, ଏହା ଆମ ପାପର ଦଣ୍ଡଭୋଗ କରିବାକୁ ପୁଣି ଆମକୁ ଧାର୍ମିକ କରିବାକୁ ଯଥେଷ୍ଟ ନୁହେଁ। ଏଣୁ ଆମ୍ଭେମାନେ ଆମର ଯଥାର୍ଥତା ଗ୍ରହଣ କରୁ ପୁଣି ଆମ୍ଭେମାନେ ବିଶ୍ୱାସ କରୁ କିନ୍ତୁ ତା’ପରେ ଆମକୁ କିଛି ବିଷୟ କରିବାକୁ ପଡିବ ପୁଣି ତୁମର ଉପାସନା ବିଧି ଅଛି, ଆଉ ତୁମର ମୃତ୍ୟୁ ପରେ ସ୍ୱର୍ଗ ପ୍ରବେଶ ପୂର୍ବରୁ ପରିଷ୍କୃତ ସ୍ଥାନ ଅଛି, ଏବଂ ତୁମର ସାଧୁମାନଙ୍କର ଗୁଣ (ଅନୁମାନ କରାଯାଏ) ଏବଂ ଯୀଶୁଙ୍କ ଗୁଣ ଅଛି ପୁଣି ତା’ପରେ ଏହି ସବୁ ବିଷୟ ଏକତ୍ର ଯାଏ । ଯାହାଫଳରେ ଆମ୍ଭେମାନେ ଈଶ୍ୱରଙ୍କୁ ଆମକୁ ଉଦ୍ଧାର କରିବାରେ ସାହାଯ୍ୟ କରିପାରିବା। ଏହା ଏକ ଧାରଣା ଯେ ମୁଁ ଶୁନ୍ୟ ହସ୍ତରେ ଈଶ୍ୱରଙ୍କ ନିକଟକୁ ଆସିବି ନାହିଁ, କିନ୍ତୁ ମୁଁ ମୋ ହସ୍ତରେ କିଛି ନେଇ ଈଶ୍ୱରଙ୍କ ନିକଟକୁ ଆସେ । ମୁଁ କିଛି ନେଇ ତାଙ୍କ ନିକଟରେ ଉତ୍ସର୍ଗ କରିବାକୁ ଈଶ୍ୱରଙ୍କ ନିକଟକୁ ଆସେ। ଭ୍ରାନ୍ତ। କୃଶର ଯଥେଷ୍ଟତା ବିଷୟରେ କେବଳ ନୁହେଁ, ମାତ୍ର ଆମ୍ଭେମାନେ କିପରି ଧାର୍ମିକ, ଈଶ୍ୱରଙ୍କ ସହିତ ଠିକ୍ ହେବା। କାରଣ ସେ ଆମ୍ଭମାନଙ୍କୁ ଧାର୍ମିକ କରନ୍ତି, କ୍ରିୟାକର୍ମ ଦ୍ୱାରା ନୁହେଁ, ଆମ୍ଭେମାନେ କରିଥିବା କ୍ରିୟାକର୍ମ ଦ୍ୱାରା ନୁହେଁ, କିନ୍ତୁ ଆମ୍ଭେମାନେ ବିଶ୍ୱାସ ଦ୍ୱାରା ଧାର୍ମିକ ହୋଇଅଛୁ।
ବିଶ୍ୱାସ ଆଜି କିପରି ଦେଖାଯାଏ? ଉତ୍ତମ, ଆଜି ବିଶ୍ୱାସ ଠିକ୍ ସେହିପରି ଦେଖାଯାଏ, ଯେପରି ପୁରାତନ ନିୟମର ଭାବବାଦୀ, ହବକ୍କୂକଙ୍କ ସମୟରେ ଥିଲା, ଯେଉଁଠାରେ ହବକ୍କୂକ ଜଗତ ଆଡକୁ ଦେଖିଲେ ପୁଣି ସେ କହିଲେ, “ଈଶ୍ୱର, ଏହା ସେପରି ଦେଖାଯାଏ ଯେପରି ଧାର୍ମିକମାନେ ଯନ୍ତ୍ରଣା ପାଉଅଛନ୍ତି ଓ ଦୁଷ୍ଟମାନଙ୍କୁ ପୁରସ୍କାର ଦିଆଯାଉଅଛି। ମୁଁ ବୁଝେ ନାହିଁ।” ପୁଣି ହବକ୍କୂକ ୨: ୪ ପଦରେ ପରମେଶ୍ୱର କହନ୍ତି, “ହବକ୍କୂକ, ମାତ୍ର ଧାର୍ମିକ ଲୋକ ଆପଣା ବିଶ୍ୱାସ ଦ୍ୱାରା ବଞ୍ଚିବ।” ପୁଣି ସେହି ପଦ ହିଁ ପାଉଲ ରୋମୀୟ ୧: ୧୭ ପଦରେ ଉଦ୍ଧୃତ କରନ୍ତି, ଧାର୍ମିକ ଲୋକ ଆପଣା ବିଶ୍ୱାସ ଦ୍ୱାରା ବଞ୍ଚିବ, ଯେ ତୁମେ ବିଶ୍ୱାସ କର ଯେ ଧାର୍ମିକ ଲୋକକୁ ଦିନେ ପୁରସ୍କାର ଦିଆଯିବ। ତୁମେ ବିଶ୍ୱାସ କର ଯେ ଦିନେ ଦୁଷ୍ଟକୁ ଦଣ୍ଡ ଦିଆଯିବ। କିନ୍ତୁ ଧାର୍ମିକ ବ୍ୟକ୍ତି ବିଶ୍ୱାସ କରେ ଯେ, ଏପରି କି ଯଦି ସେମାନେ ତାହା ଦେଖନ୍ତି ନାହିଁ। ଏବଂ ତେଣୁ ହବକ୍କୂକର ଶେଷ ପର୍ବରେ ସେ ବିଶ୍ୱାସରେ ପ୍ରତ୍ୟୁତ୍ତର କରନ୍ତି। ହବକ୍କୂକ ୩:୧୭ ପଦରେ, “କାରଣ ଯଦ୍ୟପି ଡିମ୍ବିରି ବୃକ୍ଷ ପୁଷ୍ପିତ ନୋହିବ, କିଅବା ଦ୍ରାକ୍ଷାଲତାରେ ଫଳ ନ ଧରିବ; ଜିତ ବୃକ୍ଷ ଫଳ ନ ଫଳିବ ଓ କ୍ଷେତ୍ର ଖାଦ୍ୟଦ୍ରବ୍ୟ ଉତ୍ପନ ନ କରିବ ; ଖୁଆଡ଼ରୁ ମେଷପଲ ଉଛିନ୍ନ ହେବ, ଆଉ ଗୋଠରେ ଗୋରୁପଲ ନ ଥିବ; [ଅନ୍ୟ ଅର୍ଥରେ, ଯଦିବା ପ୍ରତ୍ୟେକ ବିଷୟ ଜନଶୂନ୍ୟ ପରି ଦେଖାଯାଏ, ଏହା ସମ୍ଭବତଃ ଦେଖିପାରେ] ତଥାପି ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି;ମୁଁ ଆପଣା ତ୍ରାଣର ପରମେଶ୍ୱରଙ୍କଠାରେ ଉଲ୍ଲାସ କରିବି।”
ବିଶ୍ୱାସ ସେହି ପରି ଦେଖାଯାଏ। ଯାହା ବି ହେଉ, ତଥାପି ଆମ୍ଭେମାନେ ବିଶ୍ୱାସ କରୁ ଯେ ଈଶ୍ୱର କହନ୍ତି, ପୁଣି ସେ ଯାହା କହନ୍ତି ତାହା ସେ କରିବେ; ସେ ଧାର୍ମିକର ପୁରସ୍କାର ଦାତା ପୁଣି ସେ ଦୁଷ୍ଟମାନଙ୍କର ଦଣ୍ଡ ଦାତା ଅଟନ୍ତି । ବିଶ୍ୱାସର ଅର୍ଥ ହେଉଛି ଆମ୍ଭେମାନେ ଆପଣାକୁ ଧାର୍ମିକ କରିବାକୁ ଆମର ଅକ୍ଷମତାକୁ ସ୍ୱୀକାର କରିବା ପୁଣି ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆମର ହସ୍ତସବୁକୁ ପରିପୂର୍ଣ୍ଣ କରାଯିବାକୁ ଅନ୍ୱେଷଣ କରି ଆମ୍ଭେମାନେ ଆମର ଶୁନ୍ୟ ହସ୍ତରେ ଈଶ୍ୱରଙ୍କ ନିକଟକୁ ଆସୁ। ପୁଣି ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଧାର୍ମିକ ହୋଇଅଛୁ।
"କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ , ପ୍ରଥମତଃ ଯିହୂଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍ ପକ୍ଷରେ। ସେଥିରେ ତ ଈଶ୍ୱରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି , ତାହା ବିଶ୍ଵାସମୂଳକ ଓ ବିଶ୍ଵାସଜନକ, ଯେପରି ଲେଖାଅଛି, "ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।"ତାହା ରୋମୀୟ ପୁସ୍ତକର ଗବେଷଣା ପ୍ରବନ୍ଧ ଅଟେ, ଯେଉଁ ପଦସବୁ ସ୍ମରଣ କରାଯିବା ଉଚିତ। ପୁଣି ପ୍ରତ୍ୟେକ ବିଷୟ ଯାହାକି ୧:୧୮ ପଦରୁ ୮ ପର୍ବର ଶେଷ ପର୍ଯ୍ୟନ୍ତ ଯାଏ, ପାଉଲଙ୍କର ସମସ୍ତ ବ୍ୟାଖ୍ୟା ଯାହା ୧୬ ଓ ୧୭ ପଦଗୁଡ଼ିକରେ ସବୁ ବିଷୟର ବର୍ଣ୍ଣନା ହୋଇଅଛି।
୨. ଖ୍ରୀଷ୍ଟଙ୍କ ବ୍ୟତୀତ ଆଉ କେହି ଧାର୍ମିକ ନୁହଁନ୍ତି (୩:୧୮-୩:୨୦)
ଏହି ଗବେଷଣା ପ୍ରବନ୍ଧ ବ୍ୟକ୍ତ କରି ପାଉଲ ତାହାଙ୍କ ପ୍ରକୃତ ଅବସ୍ଥା ଗଠନ କରିବାକୁ ଆରମ୍ଭ କରିଛନ୍ତି। ପର୍ବ ୧:୧୮ ପଦରୁ ପର୍ବ ୩:୨୦ ପଦ ମଧ୍ୟ ଦେଇ ପାଉଲ ପ୍ରମାଣ କରୁଅଛନ୍ତି ଯେ ଖ୍ରୀଷ୍ଟଙ୍କ ବ୍ୟତୀତ ଧାର୍ମିକ କେହି ନାହିଁ। ଯଦି ଧାର୍ମିକତା କେବଳ ଯୀଶୁଙ୍କଠାରୁ ବିଶ୍ୱାସ ଦ୍ୱାରା ହୁଏ, ତେବେ ଅନ୍ୟ କୌଣସି ସ୍ଥାନରେ ଧାର୍ମିକତା ହୋଇପାରେ ନାହିଁ। ବିପରୀତ ଉକ୍ତିରେ: ଯଦି ଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ ଲୋକମାନେ ଧାର୍ମିକ ଅଟନ୍ତି ତେବେ ଧାର୍ମିକତା କେବଳ ଈଶ୍ୱରଙ୍କଠାରୁ ନୁହେଁ। ତେଣୁ ୧:୧୮ ପଦରୁ ୩:୨୦ ପଦ ପର୍ଯ୍ୟନ୍ତ, ପାଉଲ ପ୍ରମାଣ କରିବାକୁ ଚାହାଁନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କ କାର୍ଯ୍ୟ ବ୍ୟତୀତ ଅନ୍ୟ କେହି ଧାର୍ମିକ ନୁହନ୍ତି ।
ପୁଣି ପର୍ବର ଶେଷ ପର୍ଯ୍ୟନ୍ତ ୧:୧୮ ପଦରେ, ପାଉଲ ଯାହା ଆମ୍ଭେମାନେ “ସାଧାରଣ ପ୍ରକାଶନ” ବୋଲି କହୁ ତାହା ଅନ୍ୱେଷଣ କରନ୍ତି। ଏହା ଈଶ୍ୱରଙ୍କ ବିଷୟରେ ସୂଚନା ଯେ ସବୁ ସମୟର ଲୋକମାନେ ଜାଣନ୍ତି। ଏହା ସୂଚନା ଅଟେ ଯାହା ସମସ୍ତ ଲୋକ ଈଶ୍ୱରଙ୍କ ବିଷୟରେ ଜାଣନ୍ତି କାରଣ ଈଶ୍ୱର ତାହାଙ୍କ ଆଙ୍ଗୁଠି ଛାପକୁ ଭୌତିକ ବିଶ୍ୱରେ, ତାରାସବୁରେ ଓ ଆକାଶରେ ଓ ପ୍ରକୃତି ନିଜେ ପୃଥିବୀରେ ସନ୍ନିବେଶିତ କରିଅଛନ୍ତି, ସେ ନିଜକୁ ସନ୍ନିବେଶିତ କରିଅଛନ୍ତି ଏପରିକି ପ୍ରତ୍ୟେକ ବ୍ୟକ୍ତି କିଛି ବିଷୟସବୁ ଦେଖିପାରିବେ ପୁଣି ଈଶ୍ୱରଙ୍କ ସମ୍ବନ୍ଧରେ କିଛି ବିଷୟସବୁ ଜାଣିପାରିବେ। ରୋମୀୟ ୧:୧୯ ପଦରେ ଆରମ୍ଭ କରି ଦେଖନ୍ତୁ, “ଯେଣୁ ଈଶ୍ୱରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି;ଈଶ୍ଵର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି। ଜଗତର ସୃଷ୍ଟି କାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର [ଅର୍ଥାତ୍ ତୁମେ ଓ ମୁଁ ] ଉତ୍ତର ଦେବାର ବାଟ ନ ଥାଏ।”
ପ୍ରତ୍ୟେକ ବ୍ୟକ୍ତି ଯିଏ କୌଣସିମତେ ବଞ୍ଚିଅଛି, ପୃଥିବୀ ଗ୍ରହରେ ସେମାନେ କେଉଁଠାରେ ରହନ୍ତୁ ନା କାହିଁକି, ତିନୋଟି ବିଷୟ ନିଶ୍ଚିତ ଜାଣନ୍ତି;ଯେପରି ସେମାନେ ସୃଷ୍ଟିହୋଇଥିବା କ୍ରମକୁ ଦେଖନ୍ତି ସେପରି ସେମାନେ ଜାଣନ୍ତି ଯେ ଈଶ୍ୱର, ଯେ ସୃଷ୍ଟିକଲେ ସେ ଶକ୍ତିଶାଳୀ ଅଟନ୍ତି। ସେମାନେ ଜାଣନ୍ତି ଯେଉଁ ଈଶ୍ୱର ସୃଷ୍ଟି କଲେ ସେ ଈଶ୍ଵରୀୟ, ଅର୍ଥାତ୍ ସେ ସୃଷ୍ଟିଠାରୁ ଭିନ୍ନ ଅଟନ୍ତି। ପୁଣି ଏହି ସବୁରେ ସୂଚିତ ହେଉଥିବା ତୃତୀୟ ବିଷୟ ; ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି ଯେ ଈଶ୍ୱର ବିଦ୍ୟମାନ ଅଛନ୍ତି। ଅନ୍ୟ ଅର୍ଥରେ, ପ୍ରକୃତ ନାସ୍ତିକମାନେ ନାହାଁନ୍ତି। କୌଣସି ପ୍ରକୃତ ସର୍ବେଶ୍ୱରବାଦୀମାନେ ନାହାଁନ୍ତି। ପ୍ରକୃତ ଜୀବବାଦୀମାନେ ନାହାଁନ୍ତି। ପ୍ରତ୍ୟେକ ଜାଣନ୍ତି ଯେ ଈଶ୍ୱର ବିଦ୍ୟମାନ, ସେ ଶକ୍ତିଶାଳୀ ପୁଣି ସେ ସୃଷ୍ଟିଠାରୁ ଭିନ୍ନ ଅଟନ୍ତି। ପୁଣି ପାଉଲ ଯୁକ୍ତି କରନ୍ତି, ଯଦିବା ପ୍ରତ୍ୟେକ ବ୍ୟକ୍ତି ଏହା ଜାଣିଥିଲେ ତଥାପି କେହି ଏହାକୁ ପ୍ରତ୍ୟୁତ୍ତର କଲେ ନାହିଁ। ସେମାନେ ଈଶ୍ୱର ଓ ତାହାଙ୍କ ସୃଷ୍ଟି ବିଷୟରେ ବୋଧଗମ୍ୟ ହୋଇଥିବାରୁ ସେମାନଙ୍କ ଉତ୍ତର ଦେବାର ବାଟ ନ ଥିଲା। ଆଉ ସେମାନେ କଲେ ନାହିଁ।
ତେଣୁ, ଆମର ପାପ ପ୍ରତି ଈଶ୍ୱରଙ୍କ ପ୍ରତ୍ୟୁତ୍ତର ଦୁଇଗୁଣ ଅଟେ। ପ୍ରଥମଟି ହେଉଛି ସେ କ୍ରୋଧରେ ପ୍ରତ୍ୟୁତ୍ତର କରନ୍ତି। ରୋମୀୟ ୧: ୧୮ପଦ, “କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପଵିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହେଉଅଛି।” ଦେଖନ୍ତୁ, ଆମର ସମସ୍ୟା ବୌଦ୍ଧିକ କିମ୍ବା ସାମାଜିକ କିମ୍ବା ସାଂସ୍କୃତିକ ସମ୍ବନ୍ଧରେ ନୁହେଁ। ଆମର ସମସ୍ୟା ନୈତିକ ଅଟେ। ଆମର ସମସ୍ୟା ପାପ ଅଟେ ପୁଣି ଈଶ୍ୱରଙ୍କ ବିଷୟରେ ଯାହା ସତ୍ୟ ବୋଲି ଜାଣୁ ତାହା ଆମ୍ଭେମାନେ ଆମର ଅଧାର୍ମିକତା ଦ୍ୱାରା ଦମନ କରିଥାଉ। ତେଣୁ ଆମର ପାପ ପ୍ରତି ଈଶ୍ୱର କ୍ରୋଧରେ ପ୍ରତ୍ୟୁତ୍ତର କରନ୍ତି ଆଉ ତା’ପରେ ଈଶ୍ୱର ଆମ ପାପକୁ ଅଶୁଚିତାରେ ସମର୍ପଣ କରି ପ୍ରତ୍ୟୁତ୍ତର କରନ୍ତି। ଏହା ଘୋଷା ଅଟେ ଯାହାକି ଅବଶିଷ୍ଟ ରୋମୀୟ ମଧ୍ୟ ଦେଇ ଗତି କରେ, ଏହା ତିନିଥର ପୁନରାବୃତ୍ତି ହୋଇଛି । ଉଦାହରଣ ସ୍ୱରୂପ ୧:୨୮ ପଦରେ ଦେଖନ୍ତୁ, “ଆଉ, ଯେପରି ସେମାନେ ଈଶ୍ୱର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, [ସୃଷ୍ଟି ପ୍ରତି ଦୃଷ୍ଟିପାତ କରି ସେମାନେ ତାଙ୍କ ବିଷୟରେ ଜ୍ଞାତ ହୋଇଥିଲେ ], ସେହିପରି ଈଶ୍ୱର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ। ସେମାନେ ସର୍ବ ପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ, ହିଂସା, ଇର୍ଷା, ବଧ, ବିବାଦ, ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ; ସେମାନେ କର୍ଣ୍ଣେଜପ, ନିନ୍ଦକ, ଈଶ୍ୱରଙ୍କ ଘୃଣ୍ୟ।” ପୁଣି ତାଲିକା ଇତ୍ୟାଦି ଇତ୍ୟାଦିରେ ଚାଲୁରହେ। ଈଶ୍ୱରଙ୍କ ବିଷୟରେ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ବିଷୟ ଜାଣନ୍ତି। ଏହାକୁ କେହି ଜଣେ ପ୍ରତ୍ୟୁତ୍ତର କରିନାହିଁ। ତେଣୁ ଈଶ୍ୱରଙ୍କ କ୍ରୋଧ ପ୍ରମାଣିତ ହୋଇଅଛି ପୁଣି ସେ ଆମକୁ ଆମର ପାପର ଅଶୁଚିତାରେ ସମର୍ପଣ କରିଅଛନ୍ତି ପୁଣି ଆମ୍ଭେମାନେ ଏହି ଚକ୍ରାକାର ନିମ୍ନାଭିମୁଖୀରେ ଧରାଯାଇଅଛୁ। ବୁଝନ୍ତୁ, ୧: ୧୮ ପଦରେ ଆରମ୍ଭ ହୋଇଥିବା ଈଶ୍ୱରତତ୍ତ୍ୱ ପ୍ରବାହରେ, ଯୀଶୁ ୩:୨୧ ପର୍ଯ୍ୟନ୍ତ ଆକସ୍ମିକ ତୀବ୍ର ଶବ୍ଦ କରନ୍ତି ନାହିଁ। ତେଣୁ ଯୀଶୁ ଖ୍ରୀଷ୍ଟଙ୍କ ବ୍ୟତୀତ ଏହା ହିଁ ଜଗତ ଅଟେ।
ତହିଁଉତ୍ତାରେ ୨ ପର୍ବରେ ପାଉଲ ଯିହୂଦୀମାନଙ୍କୁ ସମ୍ବୋଧନ କରି କହନ୍ତି । କାରଣ ପ୍ରଥମ ପର୍ବରେ ଯିହୂଦୀମାନେ ସମର୍ଥନ ଘୋଷଣା କରି କହନ୍ତି , “ହଁ, ଯାଅ ସେମାନଙ୍କୁ ପାଉଲଙ୍କ ନିକଟକୁ ଆଣ। ତୁମେ ଠିକ୍ କରିଛ। ସେହି ବିଧର୍ମୀ ଗୋଷ୍ଠୀଗଣକୁ। ତୁମେ ସେମାନଙ୍କୁ ଏହା ଗ୍ରହଣ କରିବାକୁ ଦିଅ।” ତା’ପରେ ପୁଣି ୨:୧ ପଦରେ ପାଉଲ ସେମାନଙ୍କୁ ସମ୍ବୋଧନ କରି କହନ୍ତି, “କିନ୍ତୁ ମିନିଟିଏ ଅପେକ୍ଷା କର, ତୁମେ ସମାନ ବିଷୟସବୁ କରୁଅଛ।” ଯିହୂଦୀମାନେ ଭାବୁଥିଲେ ଯେ ଯେହେତୁ ସେମାନେ ଈଶ୍ଵରଙ୍କ ସ୍ୱତନ୍ତ୍ର ଲୋକ କୌଣସି ପ୍ରକାରେ ସେମାନଙ୍କର ପାପ କ୍ଷମା ହୋଇଯିବ । ଏବଂ ସମଗ୍ର ୨ ପର୍ବରେ ପାଉଲ କହନ୍ତି, “ ତୁମ୍ଭେମାନେ ଏହା ପ୍ରାପ୍ତ କର ନାହିଁ, ପ୍ରାପ୍ତ କର କି? ଯଦି ପାପ କରିବା ଅଣଯିହୂଦୀମାନଙ୍କ ନିମନ୍ତେ ଭୁଲ୍ ଅଟେ, ତେବେ ପାପ କରିବା ତୁମ୍ଭମାନଙ୍କ ନିମନ୍ତେ ମଧ୍ୟ ଭୁଲ୍ ଅଟେ। କାରଣ ଈଶ୍ୱରଙ୍କ ନିକଟରେ ମୁଖାପେକ୍ଷା ନାହିଁ । ପୁଣି ଈଶ୍ୱରଙ୍କ ବିଷୟରେ ତୁମ୍ଭେମାନେ ଯାହା ଜାଣ ତୁମ୍ଭେମାନେ ମଧ୍ୟ ତାହାର ପ୍ରତ୍ୟୁତ୍ତର କରିନାହଁ। ତୁମ୍ଭେମାନେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଅଧାର୍ମିକ ଅଟ।”
ତା’ପରେ ଆମ୍ଭେମାନେ ପର୍ବ ୩: ୯ ପଦରେ ପାଉଲ ତାଙ୍କ ଏହି ପ୍ରଥମ ପର୍ବର ପ୍ରକୃତ ସ୍ଥିତିର ଶେଷ କରନ୍ତି। ନୂତନ ନିୟମରେ ଏହା ଅପେକ୍ଷାକୃତ ଅନ୍ଧକାରର ଉଦ୍ଧୃତାଂଶ ମଧ୍ୟରୁ ଅନ୍ୟତମ ଅଟେ। ଏହା ପୁରାତନ ନିୟମ ଗୁଣଲ୍ଳେଖର ଏକ ଡୋର ଅଟେ କାରଣ ପାଉଲ ଏହି କଥାକୁ ପ୍ରତ୍ୟେକ ବଳିଷ୍ଠ ପ୍ରଚଳିତ ଢଙ୍ଗରେ ଗଠନ କରିବାକୁ ଚେଷ୍ଟା କରୁଛନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କ ବ୍ୟତୀତ କେହି ମଧ୍ୟ ;ଗ୍ରୀକ୍ କିମ୍ବା ଯିହୂଦୀ ଧାର୍ମିକ ନୁହନ୍ତି। ସେ କହିଚାଲିଛନ୍ତି ଯେ, “ଯିହୂଦୀ ଓ ଗ୍ରୀକ୍ ସମସ୍ତେ ଯେ ପାପର ଅଧୀନ, ଯେପରି ଲେଖା ଅଛି: ‘ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ; ଯେ ବୁଝେ, ଏପରି କେହି ନାହିଁ;ଯେ ଈଶ୍ୱରଙ୍କୁ ଅନ୍ୱେଷଣ କରେ, ଏପରି ଜଣେ ନାହିଁ। ସେମାନେ ସମସ୍ତେ ବିପଥଗାମୀ ହୋଇଅଛନ୍ତି;ଏକ ସାଙ୍ଗରେ ଅକର୍ମଣ୍ୟ ହୋଇଅଛନ୍ତି;ଯେ ସତକର୍ମ କରେ, ଏପରି କେହି ନାହିଁ, ନା, ଏପରି ଜଣେ ସୁଦ୍ଧା ନାହିଁ। ସେମାନଙ୍କ କଣ୍ଠ ଉନ୍ମୁକ୍ତ ସମାଧି;ସେମାନେ ଆପଣା ଆପଣା ଜିହ୍ୱାରେ ଛଳନା କରିଅଛନ୍ତି, ସେମାନଙ୍କ ଓଷ୍ଠ ତଳେ କାଳସର୍ପର ବିଷ ଅଛି; ସେମାନଙ୍କ ମୂଖ ଅଭିଶାପ ଓ କଟୁତାରେ ପୂର୍ଣ୍ଣ; ସେମାନଙ୍କ ପାଦ ରକ୍ତପାତ କରିବାକୁ ଦ୍ରୁତଗାମୀ;ସେମାନଙ୍କ ପଥରେ ବିନାଶ ଓ କ୍ଳେଶ, ପୁଣି ଶାନ୍ତିର ପଥ ସେମାନେ ଜାଣନ୍ତି ନାହିଁ। ଈଶ୍ୱରଙ୍କ ଭୟ ସେମାନଙ୍କ ଆଖି ଆଗରେ ନ ଥାଏ।” ଏହା ସେହି ଜୀବନ ଅଟେ ଯାହା ଯୀଶୁ ଖ୍ରୀଷ୍ଟଙ୍କ ବ୍ୟତୀତ ଦେଖାଯାଏ କାରଣ କେହି ନୁହେଁ, ପୁଣି ସେମାନେ ନିଜର, ସତକର୍ମ କରିପାରିବେ ଯାହା ଧାର୍ମିକ ହେବା ନିମନ୍ତେ ଆବଶ୍ୟକ ଏପରି କେହି ନାହିଁ। କେହି ନାହିଁ।
ଯଦି ଆମ୍ଭେମାନେ କେବଳ ଆମର ପ୍ରତିବାସୀମାନଙ୍କୁ ଈଶ୍ୱର ଯେପରି ଦେଖନ୍ତି ସେହିପରି ଦେଖିବାକୁ ଶିଖିବା। ଯଦି ଆମ୍ଭେମାନେ କେବଳ ଚଳଚ୍ଚିତ୍ର ଦର୍ଶନଶାଳା ଛାଡୁଥିବା ଲୋକମାନଙ୍କୁ ଈଶ୍ୱର ଦେଖିବା ପରି ଶିଖି ପାରିବା । ମୁଁ ଜାଣେ ଯେ ମୋର ପ୍ରବୃତ୍ତି ମୋର ପ୍ରତିବାସୀମାନଙ୍କୁ ଦେଖି ଚାଲିଯିବା, “ ସେ ଜଣେ ସୁନ୍ଦର ସାଥି; ସେ ନିଜ ସ୍ତ୍ରୀଙ୍କୁ ପ୍ରେମ କରନ୍ତି, ପିଲାମାନଙ୍କ ସହିତ ସମୟ ବିତାନ୍ତି।” ଯାହାସବୁ ବାସ୍ତବ ହୋଇପାରେ, କିନ୍ତୁ ଓଃ ଈଶ୍ୱରଙ୍କ ଚକ୍ଷୁରେ ସେମାନଙ୍କ ହୃଦୟ ଦେଖିବା;କାରଣ ତା’ପରେ ଯଦି ଆମ୍ଭେମାନେ ଚାହିଁଥାଉ, ଯଦି ଆମ୍ଭେମାନେ କରିପାରିବା, ଆମ୍ଭେମାନେ କିଛି ଦେଖିବା ତାହା ବିପଦକୁ ବେଖାତିର କରି ମାଡିବାକୁ ଚାଲିବାକୁ ଦୃଢ ପ୍ରତିଜ୍ଞା ଅଟେ। ସି.ଏସ୍ ଲୁଇସଙ୍କର ପୁସ୍ତକ ଗୁଡିକରୁ ଏକ ଉଦ୍ଧୃତାଂଶ ଯେଉଁଠାରେ ସେ ରାସ୍ତାର ପାର୍ଶ୍ୱପଥରେ ଚାଲୁ ଥିବା ସମୟରେ ସମ୍ବନ୍ଧରେ କହନ୍ତି ଓ ଯେ ସେ ଲୋକମାନଙ୍କୁ ଯେପରି ଈଶ୍ୱର ଦେଖନ୍ତି ସେ ସେମାନଙ୍କୁ ସେହିପରି ଦେଖିବା ପାଇଁ କାମନା କରନ୍ତି। ସେଗୁଡିକ କେତେ ଅସୁନ୍ଦର ଓ ଅନ୍ଧକାର ଅଟେ। କାରଣ ଭୂପୃଷ୍ଠରେ ସେମାନେ ଭୟଙ୍କର ଓ ଧ୍ୱଂସ ଓ ଲୁଣ୍ଠନ କରୁଥିବା ସକାଶେ ନୁହେଁ ମାତ୍ର ସେମାନଙ୍କ ହୃଦୟ ଅନ୍ଧକାର ଓ ଅଶୁଭର କାରଣ ସକାଶେ ସେମାନେ ଧାର୍ମିକ ନୁହନ୍ତି।
ବର୍ଷସମୂହ ମଧ୍ୟରୁ ଏକ ବର୍ଷ ମୋର ମନେ ପଡେ ଯେ ମହାବିଦ୍ୟାଳୟରେ ମୁଁ ରୋମୀୟପୁସ୍ତକ ଶିକ୍ଷା ଦେଉଥିଲି, ଆମର ଅନେକ ଆନ୍ତର୍ଜାତୀୟ ଛାତ୍ରଛାତ୍ରୀ ଥିଲେ ପୁଣି ସେମାନଙ୍କ ମଧ୍ୟରୁ ଜଣେ ଯୁବା ହିନ୍ଦୁ ଛାତ୍ର ମୋ ପାଖକୁ ଆସି କହିଲେ, “ଆପଣ ମୋ ବିଷୟରେ ଯାହା ଭାବୁଅଛନ୍ତି ତାହା କ’ଣ ବାସ୍ତବ ଅଟେ କି ?” ସେହି ମୂହୁର୍ତ୍ତ ଗୁଡିକ ମଧ୍ୟରୁ ଏକ ମୂହୁର୍ତ୍ତ ଯେଉଁଠାରେ ତୁମେ ଏକ ଦୀର୍ଘ ନିଶ୍ୱାସ ନେଇ କୁହ, “ପ୍ରକୃତରେ ମୁଁ ବିଶ୍ୱାସ କରେ କି ଯେ ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ମୁଖ ନିସୃତ, ଏହାର ସମସ୍ତ ବିଷୟ ତାହାଙ୍କଠାରୁ, ଆଉ ଏହାର ସମସ୍ତ ବିଷୟ ବାସ୍ତବ ଅଟେ କି?” ଯଦିଚ ପ୍ରତ୍ୟେକ ବିଷୟ ମୋ ଅନ୍ତର କହିବାକୁ ଚାହୁଁଥିଲା, “ନା, ମୁଁ ତାହା ଆଦୌ ବିଶ୍ୱାସ କରେ ନାହିଁ। ମୁଁ ଭାବୁଛି ତୁମେ ଜଣେ ସୁନ୍ଦର ବ୍ୟକ୍ତି।” ଆଉ ସେ ଥିଲେ। ପୁଣି ମୁଁ କହିଲି, “ଯେତେବେଳେ ଯୀଶୁ ତୁମର ହୃଦୟକୁ ଦେଖନ୍ତି, ଯଦି ତୁମେ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ଧାର୍ମିକ ହୋଇ ନାହଁ, ତେବେ ତୁମେ ପ୍ରକୃତରେ ସେହି ଅଟ।” ଜଣେ ୧୮ ବର୍ଷ ବୟସ୍କ ଆନ୍ତର୍ଜାତୀୟ ଛାତ୍ରଙ୍କୁ କହିବା ସହଜ କଥା ନୁହେଁ। ମାତ୍ର ପ୍ରତିବାସୀ ସମ୍ବନ୍ଧରେ ବାଇବଲ ପ୍ରକାଶ କରେ, ତୁମର ବନ୍ଧୁଗଣ ଯେଉଁମାନେ ସେମାନେ ବିନଷ୍ଟ ହେବା ପଥରେ ଯାଉଛନ୍ତି। ଈଶ୍ୱର ଯେପରି ସେମାନଙ୍କୁ ଦେଖନ୍ତି ଯଦି ଆମ୍ଭେମାନେ ସେମାନଙ୍କୁ ସେପରି ଦେଖିପାରନ୍ତେ। କେହି ଜଣେ ଧାର୍ମିକ ନାହିଁ, ନା, ଜଣେ ସୁଦ୍ଧା ନାହିଁ।
୩. ସୁସମାଚାର ମୁଖ୍ୟ ବିଷୟ (୩:୨୧-୨୬)
ପାଉଲ, ତାଙ୍କର ସନ୍ତୋଷଜନକ କାର୍ଯ୍ୟରେ, ତାଙ୍କର ଗବେଷଣାତ୍ମକ ପ୍ରବନ୍ଧର ପ୍ରଥମ ଭାଗରେ ପ୍ରମାଣ କରିଅଛନ୍ତି ଯେ ଖ୍ରୀଷ୍ଟଙ୍କ ବ୍ୟତୀତ ଆଉ କୌଣସିଠାରେ ଧାର୍ମିକତା ନାହିଁ ପୁଣି ପର୍ବ ୩:୨୧-୨୬ ମଧ୍ୟରେ, ପାଉଲ ଦର୍ଶାଇବାକୁ ଚାହାନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଧାର୍ମିକତା ଉପଲବ୍ଧ ଅଛି। ଏହା ରୋମୀୟ ପୁସ୍ତକର ମୁଖ୍ୟ ପ୍ରସଙ୍ଗ ଅଟେ। ତୁମ ବାଇବଲରେ ଗୁରୁତ୍ୱ ଦିଆଯିବା ନିମନ୍ତେ ପ୍ରତ୍ୟେକ ପଦ ତଳେ ଗାର ଦେବା ଓ ଦୃଷ୍ଟି ଗୋଚର ହେବା ଉଚିତ୍।
କ. ଧାର୍ମିକତା
ପାଉଲ ଦୃଢ଼ତା ସହ କହନ୍ତି ଯେ ସୁସମାଚାର ଈଶ୍ୱରଙ୍କ ସମସ୍ତ ଧାର୍ମିକତା ବିଷୟରେ ଅଟେ। ୨୧ ପଦ, “ କିନ୍ତୁ ଏବେ ମୋଶାଙ୍କ ବ୍ୟବସ୍ଥା ବ୍ୟତୀତ ଈଶ୍ୱରଙ୍କ ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ, ତାହା ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି [ପୁରାତନ ନିୟମ ଅନ୍ତତଃ ପକ୍ଷେ ଆମକୁ ଈଶ୍ୱରଙ୍କ ଧାର୍ମିକତା ଆଡକୁ ସୂଚିତ କରେ ] ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଯେଉଁ ସମସ୍ତେ ବିଶ୍ୱାସ କରନ୍ତି ସେମାନଙ୍କ ନିମନ୍ତେ ଇଶ୍ଵରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି।” ସୁସମାଚାର ଦର୍ଶାଏ ଯେ ଆମ୍ଭେମାନେ ଧାର୍ମିକ ହୋଇଅଛୁ। ତିନୋଟି ବିଷୟ।
ପ୍ରଥମତଃ, ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଧାର୍ମିକ ହୋଇଅଛୁ, ଆମ୍ଭମାନଙ୍କର କ୍ରିୟାକର୍ମ ଦ୍ୱାରା ନୁହେଁ ମାତ୍ର ଯେଉଁଥିରେ ଆମ୍ଭେମାନେ ବିଶ୍ୱାସ କରୁ। ଆମ୍ଭେମାନେ ଧାର୍ମିକଗଣିତ ହୋଇଅଛୁ ଯେ ଈଶ୍ୱର ହେଉଛନ୍ତି ସେ ଯିଏ ସେ କହନ୍ତି ପୁଣି ସେ ହେଉଛନ୍ତି ସେ ଯାହା କହନ୍ତି ସେ ତାହା କରିବେ। ଆମ୍ଭମାନେ ବିଶ୍ୱାସ ଦ୍ୱାରା ଧାର୍ମିକଗଣିତ ହୋଇଅଛୁ ଯେତେବେଳେ ଆମେ ବିଶ୍ୱାସ କରୁ ଯେ ଯୀଶୁ ହେଉଛନ୍ତି ସେ ଯିଏ କୁହନ୍ତି ଏବଂ ସେ କିଏ ଓ ସେ କଣ କରିଅଛନ୍ତି, ସେ ଯାହା କହିଲେ ତାହା ସେ କରିଥିଲେ। ଯେତେବେଳେ ସେ କହିଲେ, “ସମାପ୍ତ ହେଲା,” ତୁମେ ଓ ମୁଁ ତାହା ବିଶ୍ୱାସ କରୁ କି?
ଦ୍ୱିତୀୟତଃ, ସୁସମାଚାର ଦର୍ଶାଏ ଯେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଆମ୍ଭେମାନେ ଧାର୍ମିକ ହୋଇଅଛୁ। ବିଶେଷ ଭାବରେ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଯାହା କଲେ ସେଥିପାଇଁ ଆମ୍ଭେମାନେ ଧାର୍ମିକ ହୋଇଅଛୁ। ଉପଯୁକ୍ତ ବିଶ୍ୱାସ ବିନା କେବଳ ଆମେ ନର୍କ ପର୍ଯ୍ୟନ୍ତ ପହଞ୍ଚି ପାରିବା, ଠିକ୍? ସଚ୍ଚୋଟତା ତୁମକୁ ସ୍ୱର୍ଗକୁ ନେଇଯିବ ନାହିଁ। ଲୋକମାନେ ଆନ୍ତରିକତାର ସହିତ ଭୁଲ୍ ହୋଇପାରନ୍ତି। ଆମ୍ଭେମାନେ ବହୁମତ୍ତବାଦୀ ନୋହୁଁ। ଈଶ୍ୱରଙ୍କ ନିକଟକୁ ଅନେକ ପଥ ନାହିଁ ଯେହେତୁ କୃଶ ତ କେବଳ ଗୋଟିଏ ଯାହା ମନ୍ଦିରରେ ବିଛେଦ ବସ୍ତ୍ରକୁ ଦୁଇଭାଗରେ ଚିରିଦେଲା ଆଉ ପିତା ଈଶ୍ୱରଙ୍କ ନିକଟକୁ ଆମକୁ ସିଧାସଳଖ ପ୍ରବେଶ କରାଇଲା। ଆମର ବିଶ୍ୱାସ ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିବା ଆବଶ୍ୟକ କାରଣ ଆଉ କୌଣସି ନାମରେ ମୁକ୍ତି ନାହିଁ, ପୁନର୍ମିଳନ ନାହିଁ, ଧାର୍ମିକ ଗଣନା ନାହିଁ। କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ । ପ୍ରେରିତ ୪:୧୨ ପଦ। ତେଣୁ ଏହା ବିଶ୍ୱାସ ଅଟେ। ଏହା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଅଟେ।
ତୃତୀୟତଃ, ଏହା ସମସ୍ତଙ୍କର ବିଶ୍ୱାସଭାଜନ ଅଟେ। ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କ ନିମନ୍ତେ ଧାର୍ମିକତା ଉପଲବ୍ଧ ଅଟେ। କୌଣସି ସକଳ ଜାତିଗତ ପ୍ରତିବନ୍ଧକ ନାହିଁ। ଅନ୍ୟ କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ। ଆମ୍ଭେମାନେ ସମସ୍ତେ ସମାନ ନୌକାରେ ଅଛୁ। ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଧାର୍ମିକତା ଉପଲବ୍ଧ ହୁଏ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଉପଯୁକ୍ତ ବିଷୟ ଉପରେ ବିଶ୍ୱାସ ଓ ଏହା ସମସ୍ତଙ୍କ ପାଇଁ, ଯିହୂଦୀ ଏବଂ ଅଣ-ଯିହୂଦୀ ଉଭୟଙ୍କ ପାଇଁ ଉପଲବ୍ଧ।
ପାଉଲ ତତ୍ପରେ କ'ଣ କରନ୍ତି, ସେ ନିଜକୁ ପୁନରାବୃତ୍ତି କରନ୍ତି କିନ୍ତୁ ସେ ଏହାକୁ ବିପରୀତ କ୍ରମରେ କରିଛନ୍ତି। ତେଣୁ ସେ କହନ୍ତି, “କାରଣ କୌଣସି ପ୍ରଭେଦ ନାହିଁ, କାରଣ ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି, ପୁଣି ସେମାନେ ବିନା ମୂଲ୍ୟରେ, ତାହାଙ୍କ ଅନୁଗ୍ରହରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି। ଯାହାଙ୍କୁ ଈଶ୍ୱର ତାଙ୍କ ରକ୍ତରେ ବିଶ୍ୱାସ ଦ୍ୱାରା ପ୍ରାୟଶ୍ଚିତ୍ତ ବଳି ରୂପେ ପ୍ରଦର୍ଶନ କରିଅଛନ୍ତି।” ଯେପରି ବାଇବଲରେ ଈଶ୍ୱରତତ୍ତ୍ୱ ନିଗୂଢ ସେରୂପ ତାହା ଗଭୀର ଅଟେ। ସେ ଯେରୂପେ ଏହା କହି ପାରିବେ ସେରୂପେ ଏହା ଦୃଢ଼ବଦ୍ଧ ହୋଇପାରିବେ। ପାଉଲ ଯାହା କହୁଛନ୍ତି ଆସନ୍ତୁ ତାହା ଖୋଲି ବାହାର କରିବା।
ପାପ ଆମ ସମସ୍ତଙ୍କୁ, ଯିହୂଦୀ ଓ ଅଣ-ଯିହୂଦୀ, ଆମେରିକୀୟ ଓ ଅଣ-ଆମେରିକୀୟ, ଗୋରା ଓ କଳା, ଧନୀ ଓ ଗରିବକୁ ଗୌରବ ରହିତ କରିଅଛି :ପାପ ବାପ୍ଟିଷ୍ଟ ଓ ଅଣ-ବାପ୍ଟିଷ୍ଟଙ୍କୁ ଗୌରବ ରହିତ କରିଅଛି;ପାପ ଆମ ସମସ୍ତଙ୍କୁ ଗୌରବ ରହିତ କରିଅଛି ଯାହା ଈଶ୍ୱର ଆମମଧ୍ୟରେ ରଖିବାକୁ ଇଚ୍ଛା କରିଥିଲେ। ଏଣୁ, ଯଦି ଆମ୍ଭେମାନେ ଧାର୍ମିକ ଗଣିତ ହେବାକୁ ଯାଉ, ତେବେ ଆମକୁ ଧାର୍ମିକ ହେବାର ଅଛି, ତାହା ଈଶ୍ୱରଙ୍କୁ କରିବାକୁ ପଡ଼ିବ କାରଣ ଆମ୍ଭେମାନେ ଅଗୌରବ ପ୍ରାପ୍ତ ପାପୀମାନେ ଏହା କରିପାରିବା ନାହିଁ। ସେଥିପାଇଁ ତାହାଙ୍କ ଅନୁଗ୍ରହ ଦ୍ୱାରା ଧାର୍ମିକ ଗଣିତ ଅଟୁ, ଅନୁପଯୁକ୍ତ ଅନୁଗ୍ରହ, ଏକ ଦାନ ସ୍ୱରୂପ। ମୁଁ ନିଜକୁ ରକ୍ଷା କରିପାରିବି ନାହିଁ। ତୁମେ ନିଜକୁ ରକ୍ଷା କରି ପାରିବ ନାହିଁ। ଯଦି ଆମ୍ଭକୁ ଧାର୍ମିକ ଗଣିତ ହେବାର ଅଛି; ତେବେ ଆମ୍ଭକୁ ନିର୍ଦୋଷୀ ବୋଲି ଘୋଷଣା କରାଯିବାର ଅଛି, ଆମ୍ଭମାନଙ୍କ ନିମନ୍ତେ ତାହା କରିବାକୁ ଈଶ୍ୱରଙ୍କର ଆବଶ୍ୟକତା ଅଛି।
ଲୋକମାନେ ତାହା ପସନ୍ଦ କରନ୍ତି ନାହିଁ, ସେମାନେ ପସନ୍ଦ କରନ୍ତି କି? ଜଗତ ବାର୍ତ୍ତାକୁ ପସନ୍ଦ କରେ ନାହିଁ, ଯେହେତୁ ସେମାନେ ସେମାନଙ୍କର ପାପର ଯତ୍ନ ନେଇ ପାରନ୍ତି ନାହିଁ, ସେମାନେ ଯାହାକିଛି ଭାବିବାକୁ ଚାହାନ୍ତି ତାହା ହେଉଛି, ଆମ୍ଭ ନିମନ୍ତେ ଈଶ୍ୱର ତାହା କରିବାର ଅଛି। ତେଣୁକରି ସୁସମାଚାରର ବାର୍ତ୍ତା ସମ୍ବନ୍ଧରେ ଲଜ୍ଜାବୋଧ ହେବାର ଏପରି ପ୍ରବୃତ୍ତି ଅଛି, କାରଣ ଏହା ଜଗତ ଯାହା ଶିକ୍ଷା ଦିଏ ତା’ର ଠିକ୍ ବିପରୀତ ଅଟେ। ତଥାପି ଯଦି ଆମ୍ଭମାନେ ଧାର୍ମିକ ଗଣିତ ହେବାର ଥିଲା, ତେବେ ଏହା ଆମ୍ଭକୁ ଦେବାକୁ ପଡିଥାନ୍ତା, ଆମ୍ଭେମାନେ ଏହାର ଯୋଗ୍ୟ ନୋହୁଁ ବରଂ ଈଶ୍ୱର ଅନୁଗ୍ରହ ଓ ଦୟାଳୁ ହୋଇଥିବା ହେତୁ । ଆଉ ସେହି ଦାନ କ’ଣ ଯାହା ଈଶ୍ୱର ଧାରଣ କରନ୍ତି ? ଏହା ମୁକ୍ତିର ଦାନ ଯାହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ସମ୍ଭବ ହୋଇଅଛି; କ୍ରୁଶରେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ସମ୍ଭବ ହେଲା।
ଖ. ମୁକ୍ତି
ମୁକ୍ତି ଦ୍ୱିତୀୟ ରୂପକ ଅଟେ ଯାହା ପାଉଲ ଧାର୍ମିକ ଗଣିତ ହେବା ପରେ ବ୍ୟବହାର କରିଅଛନ୍ତି। ଏହା ଏକ ରୂପକ ଅଟେ ଯେ ଯେତେବେଳେ ଲୋକମାନେ “ମୁକ୍ତି” ଶବ୍ଦ ଶୁଣୁଥିଲେ, ସେତେବେଳେ ସେମାନେ ଏକ ଦାସ ବଜାର ବିଷୟରେ ଭାବୁଥିଲେ। କାରଣ ଯଦି ଯୀଶୁ କହିଲେ ଯେ, ସେ କାହାକୁ ମୁକ୍ତ କରିବାକୁ ଯାଉଅଛନ୍ତି, ସେମାନେ ଭାବୁଥିଲେ ଯେ ସେମାନେ ନଗରର କେନ୍ଦ୍ରକୁ କିମ୍ବା ନଗର ଦ୍ୱାରକୁ ଯାଉଅଛନ୍ତି, ପୁଣି ଆପଣ ଜଣେ ଦାସକୁ ମୁକ୍ତ କରିବାକୁ ଯାଉଅଛନ୍ତି। ଯାହା ତୁମେ ଜଣେ ଦାସକୁ ମୁକ୍ତ କରିବାକୁ ଯାଉଅଛ। ପୁଣି ଏହି ମୁକ୍ତିର ଧାରଣା ସହିତ ଦୁଇଟି ଭାବଧାରା ସଂଯୁକ୍ତ ରହିଛି। ପ୍ରଥମଟି ହେଉଛି ଏକ ମୂଲ୍ୟ ପ୍ରଦାନ କରାଯାଏ ଆଉ ଦ୍ୱିତୀୟଟି ହେଉଛି ସ୍ୱାଧୀନତା ପ୍ରାପ୍ତ ହୁଏ। ମୁକ୍ତିର ରୂପକ ଦାସ ବଜାର ବିଷୟରେ; ମୂଲ୍ୟ ପ୍ରଦାନ, ସ୍ୱାଧୀନତା ହାସଲ ବିଷୟରେ ଅଟେ। ପୁଣି ଯେଉଁ ମୂଲ୍ୟ ଦିଆଯାଇଥିଲା ତାହା ମେଷଶାବକଙ୍କ ରକ୍ତ ଅଟେ। ଆଉ ସ୍ୱାଧୀନତା ପ୍ରାପ୍ତ ଲାଭ ଯାହା ତୁମେ ଓ ମୁଁ ପାପର ଶକ୍ତିରୁ ପାଇଅଛୁ।
ଯୋହନ ବନିୟାନ୍, ଜଣେ ପୁରୁଷ ଯେ “ତୀର୍ଥଯାତ୍ରୀଙ୍କ ପ୍ରଗତି” ଲେଖିଥିଲେ, ତାଙ୍କ ଜୀବନରେ ପାପ ସହିତ ସଂଘର୍ଷ କରୁଥିଲେ; ସେ ତାଙ୍କ ଅତୀତର ପାପ ଦ୍ୱାରା ଅଭିଭୂତ ହୋଇଥିଲେ। ଈଶ୍ୱର ତାଙ୍କୁ କିପରି ଧାର୍ମିକ କରି ପାରିବେ ତାହା ସେ ସରଳ ଭାବରେ ବୁଝି ପାରିଲେ ନାହିଁ। ଆଉ ଯେତେବେଳେ ସେ ରୋମୀୟ ୩:୨୪ ପଦକୁ ଆସିଲେ ସେତେବେଳେ ସେ କହିଲେ ଯେ ଏହା ସେହି ପଦ ଯାହା ତାଙ୍କ ନିମନ୍ତେ ସବୁକିଛି ଉନ୍ମୁକ୍ତ କରିଅଛି। ମୋତେ ବନିୟାନଙ୍କ ଏକ ଉଦ୍ଧୃତ ନେବାକୁ ଦିଅନ୍ତୁ, “ଯେତେବେଳେ ଜଣେ ବ୍ୟକ୍ତି ଭାବରେ ଦୁଃଖଦାୟକ ଅବସ୍ଥାରେ ମୁଁ ଗୃହରେ ଉପର - ତଳ ହୋଇ ଚାଲୁଥିଲି, ସେତେବେଳେ ଈଶ୍ୱରଙ୍କ ବାକ୍ୟ ମୋ ହୃଦୟକୁ ଧରିଥିଲା: “ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିବା ମୁକ୍ତି ଦ୍ୱାରା ତୁମେ ତାହାଙ୍କ ଅନୁଗ୍ରହ ଦ୍ୱାରା ମୁକ୍ତ ଭାବରେ ଧାର୍ମିକ ଗଣିତ ହୋଇଅଛ।” କିନ୍ତୁ ଓଃ ଏହା କି ଏକ ନୂତନ ଦିଗ ମୋ ଉପରେ ଆଣି ଦେଇଛି। ବର୍ତ୍ତମାନ ମୁଁ ଯେପରି କିଛି ଅଶାନ୍ତିଜନକ ନିଦ୍ରା ଓ ସ୍ୱପ୍ନ ମଧ୍ୟରୁ ଜାଗ୍ରତ ଥିଲି ସେପରି ଏହି ସ୍ୱର୍ଗୀୟ ବାକ୍ୟ ଶୁଣିବା ପରି ସତେ ଯେପରି ଏହା ମୁଁ ଶୁଣିଥିଲି ଓ ମୋତେ ଏହିପରି ବ୍ୟାଖ୍ୟା କରିଥିଲା [ଅନ୍ୟ ଅର୍ଥରେ, ଏହା ହିଁ ସେ ରୋମୀୟ ୩: ୨୪ ଶୁଣିଥିଲେ ], 'ପାପୀ, ତୁମେ ଭାବୁଛ ଯେ ତୁମର ଦୁର୍ବଳତା ହେତୁ ମୁଁ ତୁମର ପ୍ରାଣକୁ ରକ୍ଷା କରି ପାରିବି ନାହିଁ? କିନ୍ତୁ ଦେଖ, ମୋହର ପୁତ୍ର ମୋ ପାଖରେ ଅଛି ପୁଣି ମୁଁ ତାଙ୍କ ଉପରେ ଦୃଷ୍ଟିପାତ କରେ, ତୁମ ଉପରେ ନୁହେଁ। ମୁଁ ଯେପରି ତାଙ୍କ ଉପରେ ସନ୍ତୋଷ, ସେହି ଅନୁସାରେ ମୁଁ ତୁମ ସହିତ କାର୍ଯ୍ୟ କରିବି।’” ସମସ୍ତେ ତ ପାପ କରିଅଛନ୍ତି ପୁଣି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି ଆଉ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ମୁକ୍ତି ମାଧ୍ୟମରେ ତାଙ୍କର ଅନୁଗ୍ରହ ଦ୍ୱାରା ଏକ ଦାନ ସ୍ବରୁପେ ଧାର୍ମିକ ଗଣିତ ହୋଇଅଛନ୍ତି।
ଗ. ପ୍ରାୟଶ୍ଚିତ୍ତ
ତେବେ ଯୀଶୁ କିପରି ଆମକୁ ମୁକ୍ତ କରିବାକୁ ଗଲେ?ସେ ବିଶେଷ ଭାବରେ କ୍ରୁଶରେ ତାହାଙ୍କ ରକ୍ତ, ତାହାଙ୍କ ରକ୍ତଦ୍ୱାରା, ପ୍ରାୟଶ୍ଚିତ୍ତବଳିସ୍ୱରୂପ ହୋଇ ସେ ଆମକୁ ମୁକ୍ତ କଲେ। ପ୍ରାୟଶ୍ଚିତ୍ତସ୍ୱରୂପ ତୃତୀୟ ରୂପକ ଅଟେ ଯାହା ପାଉଲ ଏହି ଉଦ୍ଧୃତାଂଶରେ ବ୍ୟବହାର କରୁଅଛନ୍ତି। ଏହା ଏକ ରୂପକ ଅଟେ ଯାହା ବଳିପାଇଁ ଉଦ୍ଧିଷ୍ଟ ପଦ୍ଧତିରୁ ଆସିଅଛି। ଯେତେବେଳେ ତୁମେ ପଶୁର ଗଳା କାଟ ସେତେବେଳେ ଏହା ହିଁ ଯାହା ଘଟେ । ଯେତେବେଳେ ଯୀଶୁ କ୍ରୁଶରେ ମୃତ୍ୟୁ ବରଣ କଲେ, ତାହା ହିଁ ଘଟିଥିଲା। ଯେତେବେଳେ ମୁଁ ଲେବୀୟ ପୁସ୍ତକ ବିଷୟରେ କଥାବାର୍ତ୍ତା କରୁଥିଲି, ସେତେବେଳେ ଏହି କ୍ରମରେ ମୁଁ ଅନେକ ମାସ ପୂର୍ବେ ଏହା ଉପରେ ପ୍ରଚାର କରିଥିଲି।
ଆଉ ମୋତେ ଏକ ଗ୍ରୀକ୍ ‘ମୁଁ ଦୁଃଖିତ ଅଟେ ’ ଶବ୍ଦ ବ୍ୟବହାର କରିବାକୁ ପଡିବ । ଗ୍ରୀକ୍ ଶବ୍ଦ ହେଉଛି “ହିଲାଷ୍ଟେରିଅନ୍”। ପୁଣି ସମସ୍ୟା ହେଉଛି ଯେ ଆମର ଇଂରାଜୀରେ କୌଣସି ଶବ୍ଦ ନାହିଁ ଯାହା ହିଲାଷ୍ଟେରିଅନର ଅର୍ଥକୁ ଯଥେଷ୍ଟ ଭାବରେ ଅନୁବାଦ କରେ। ହିଲାଷ୍ଟେରିଅନ ପ୍ରାୟଶ୍ଚିତ୍ତର ଧାରଣା ଅନ୍ତର୍ଭୁକ୍ତ କରେ। ପୁଣି ଏହାର ଅର୍ଥ ହେଉଛି ଯେ ଯେତେବେଳେ ଯୀଶୁ କ୍ରୁଶରେ ମୃତ୍ୟୁ ଭୋଗ କଲେ, ସେତେବେଳେ ତାଙ୍କ ମୃତ୍ୟୁର ପ୍ରାଥମିକ ବିଷୟ ଈଶ୍ୱରଙ୍କଠାରୁ ନିର୍ଦ୍ଧେଶିତ ଥିଲା। ପୁଣି ଏହା ଧାରଣା ଅଟେ ଯେ ଖ୍ରୀଷ୍ଟଙ୍କ ମୃତ୍ୟୁ ଈଶ୍ୱରଙ୍କ କ୍ରୋଧକୁ ଶାନ୍ତ କଲା। ଯେହେତୁ ଈଶ୍ୱର ପ୍ରକୃତରେ ପାପରେ ପାଗଳ ଥିଲେ ଆଉ ତେଣୁ ହିଲାଷ୍ଟେରିଅନ୍, ଖ୍ରୀଷ୍ଟଙ୍କ ବଳିଦାନ ଓ ମୃତ୍ୟୁ ଏକ ପ୍ରାୟଶ୍ଚିତ୍ତସ୍ୱରୂପ ହେଲା କାରଣ ଏହା ସ୍ଥିର ହୋଇଥିଲା, ଏହା ପ୍ରତ୍ୟୁତ୍ତର କଲା, ଏହା ଈଶ୍ଵରଙ୍କ କ୍ରୋଧର ଯତ୍ନ ନେଲା।
ଆହୁରି ମଧ୍ୟ ହିଲାଷ୍ଟେରିଅନର ଧାରଣାରେ ଥିବା କ୍ଷତ ହିଁ ପ୍ରାୟଶ୍ଚିତ୍ତର ଧାରଣା ଅଟେ। ପୁଣି ଇଂରାଜୀ “ପ୍ରାୟଶ୍ଚିତ୍ତ” ଶବ୍ଦ କହେ ଯେ ଖ୍ରୀଷ୍ଟ କ୍ରୁଶରେ ଯାହା କରିଥିଲେ ତାହା ମଧ୍ୟ ତୁମ ଓ ମୋ ପ୍ରତି ନିର୍ଦ୍ଦେଶିତ ଥିଲା। ପୁଣି ଖ୍ରୀଷ୍ଟ କ୍ରୁଶରେ ଯାହା କରିଥିଲେ ତହିଁ ସକାଶେ ଆମର ଦୋଷ ସବୁ ଦୂର ହୋଇଯାଇ ଅଛି। ପାପ ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ ଶାନ୍ତ ହେଲା, ପ୍ରାୟଶ୍ଚିତ୍ତସ୍ୱରୂପ ହେଲା, ଆଉ ଫଳସ୍ୱରୂପ ଆମର ଦୋଷ ଓ ଆମର ଦୋଷ ଭାବନା ପ୍ରକୃତରେ ଅପସାରିତ ହେଲା, ପ୍ରାୟଶ୍ଚିତ୍ତ ହେଲା।
ଆହୁରି ମଧ୍ୟ ହିଲାଷ୍ଟେରିଅନ୍ ଅନ୍ୟ ସୂକ୍ଷ୍ମ ଅର୍ଥ ବହନ କରେ। ପାପାଚ୍ଛାଦନ ହିଲଷ୍ଟେରିଅନ୍ ଅଟେ। ନିୟମ ସିନ୍ଦୁକର ଉପରିଭାଗ ଯାହା ମହାପବିତ୍ରସ୍ଥାନରେ ଅଛି ଯେଉଁଠାରେ ମହାଯାଜକ ବର୍ଷକୁ ଥରେ ଯାଇ ରକ୍ତ ଛିଞ୍ଚାନ୍ତି, ପ୍ରାୟଶ୍ଚିତ୍ତ ହେବା ପାଇଁ, ପାପକ୍ଷମା ପ୍ରାପ୍ତ ପାଇଁ , ଇସ୍ରାଏଲ ଦେଶ ପାଇଁ। କିନ୍ତୁ ସେହି ପାପାଚ୍ଛାଦନ ଆଉ ନିଜସ୍ୱ ନୁହେଁ। ସେହି ପାପାଚ୍ଛାଦନ ବର୍ତ୍ତମାନ ସର୍ବସାଧାରଣଙ୍କ ଦୃଷ୍ଟିରେ ଅଛି କାରଣ ପାପାଚ୍ଛାଦନ କୃଶ ଅଟେ। ଏବଂ କ୍ରୁଶରେ ହିଁ ଖ୍ରୀଷ୍ଟ ହିଲଷ୍ଟେରିଅନ୍ ବଳି ଉତ୍ସର୍ଗ କଲେ, ଈଶ୍ୱରଙ୍କ କ୍ରୋଧକୁ ଶାନ୍ତ କରିବାକୁ ପ୍ରାୟଶ୍ଚିତ୍ତସ୍ୱରୂପ ହେଲେ ପୁଣି ଆମର ଦୋଷ ଭାବନାକୁ ଦୁରେଇ ଦେବାକୁ ପ୍ରାୟଶ୍ଚିତ୍ତ କଲେ।
ଘ. ବିଶ୍ୱାସ ଦ୍ୱାରା ପ୍ରାପ୍ତ ହୋଇଅଛୁ
ସେ ନିଜର ରକ୍ତ ଦ୍ୱାରା ପ୍ରାୟଶ୍ଚିତ୍ତସ୍ୱରୂପ ହୋଇ ଆମକୁ ମୁକ୍ତ କଲେ, କିନ୍ତୁ ବିଶ୍ୱାସ ଦ୍ୱାରା ଗ୍ରହଣ କରିବାକୁ ପାଉଲଙ୍କୁ ଯୋଗ କରିବାକୁ ପଡିବ। ପାପକ୍ଷମା କ୍ରୁଶରେ ଝୁଲୁଅଛି କିନ୍ତୁ ତୁମେ ଏହାକୁ ଗ୍ରହଣ କରିବା ଦରକାର, ତୁମେ ଏହାକୁ ନିଶ୍ଚୟ ଗ୍ରହଣ କରିବା ଦରକାର, ଯଦି ତୁମ ଜୀବନରେ କୌଣସି ସାମର୍ଥ୍ୟ, କୌଣସି ଶକ୍ତି, କୌଣସି କାର୍ଯ୍ୟ କରିବାକୁ ପଡିବ । ଯଦି ତୁମେ ଧାର୍ମିକ ହେବାକୁ ଯାଉଛ, ଏହାକୁ ଏକ ଅର୍ଥରେ କ୍ରୁଶରୁ ଓହରିଯିବା ଏବଂ ମୋ ଉପରେ ବିଶ୍ଵାସ ଦ୍ଵାରା ଗ୍ରହଣ କରାଯିବା ଉଚିତ । ଏହି କାରଣରୁ ଆମର ସୁସମାଚାରର ABC ଅଛି। ଧାର୍ମିକ ହେବା ପାଇଁ ଆମକୁ ନିଶ୍ଚୟ, A: ସ୍ୱୀକାର କରିବାକୁ ହେବ ଯେ ଆମ୍ଭେମାନେ ପାପୀ ଅଟୁ। ଈଶ୍ୱରଙ୍କ ବିଚାରକୁ ଗ୍ରହଣ କର ଯେ ଆମ୍ଭେମାନେ ତାହାଙ୍କଠାରୁ ଅଲଗା ଅଟୁ। B:ବିଶ୍ୱାସ କର ଯେ କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁ ଆମର ପାପ ପାଇଁ ଦଣ୍ଡ ଦେଇଛି ଏବଂ ସେ ତାହା କରିବାକୁ ସକ୍ଷମ ହୋଇଥିଲେ କାରଣ ସେ ଈଶ୍ୱର -ମନୁଷ୍ୟ ଅଟନ୍ତି। ଆଉ ତା’ପରେ C: ଆମ ଜୀବନକୁ ତାଙ୍କ ନିକଟରେ ସମର୍ପଣ କରିବା। ବିଶ୍ୱାସ ଓ ଆଜ୍ଞାବହତା ଓ ତାହାଙ୍କ ପ୍ରତି ସେବାରେ ଜୀବନ ଅତିବାହିତ କରିବାକୁ ନିଜକୁ ସମର୍ପିତ କରିବା। ବିଶ୍ୱାସ ଦ୍ୱାରା ପ୍ରାୟଶ୍ଚିତ୍ତକୁ ଗ୍ରହଣ କରିବା ଓ ଯଦି ତୁମେ ତାହା କର ନାହିଁ, ଯଦି ତୁମେ ଏହାକୁ ନିଜର ବିଶ୍ୱାସ ଦ୍ୱାରା ଗ୍ରହଣ କର ନାହିଁ ତେବେ ଏହା କ୍ରୁଶରେ ରହିଯାଏ ପୁଣି ତୁମେ ନର୍କକୁ ଯାଇଥାଅ।
କେହି ଜଣେ ଅନ୍ୟ ଦିନ ପଚାରିଥିଲେ, ଆମ୍ଭେମାନେ ଅନ୍ୱେଷଣକାରୀ-ସମ୍ବେଦନଶୀଳ ହୋଇଥିଲୁ କି ? ଆଉ ମୁଁ କହିଲି, “ହଁ, ମୁଁ ଲୋକମାନଙ୍କୁ କହିବାକୁ ବହୁତ ଇଚ୍ଛା କରୁଅଛି କାରଣ ସେମାନେ ନିଜ ନିଜର ପାପ ସକାଶେ ମରିବାକୁ ଯାଉଅଛନ୍ତି ପୁଣି ସେମାନେ ନର୍କକୁ ଯିବେ।” ଆମ୍ଭେମାନେ ନିଶ୍ଚିତ ଭାବରେ ଅନ୍ୱେଷଣକାରୀ-ସମ୍ବେଦନଶୀଳ ହେବା ଜରୁରୀ। ଆମକୁ ବୁଝିବାକୁ ହେବ ଯେ ବର୍ତ୍ତମାନ ଏହି କୋଠରୀରେ ଲୋକ ଥାଇପାରନ୍ତି। ଆମ ପାଖରେ ପ୍ରତିଵାସୀ ଥାଇପାରନ୍ତି ଯେଉଁମାନେ ମିଥ୍ୟା ସୁସମାଚାର ଦ୍ୱାରା ଶିକ୍ଷା ପାଇଅଛନ୍ତି ଯେ ଯଦି ସେମାନେ କେବଳ ସଚ୍ଚୋଟ, ଯଦି ସେମାନେ ଏକ ପ୍ରକାର କିଛି ବିଷୟରେ ବିଶ୍ୱାସ କରନ୍ତି ତେବେ ସେମାନେ ରକ୍ଷାପ୍ରାପ୍ତ ଅଟନ୍ତି। ଠିକ୍ ଅଛି, ଓଃ ଭୂତମାନେ ମଧ୍ୟ ବିଶ୍ୱାସ କରନ୍ତି, ସେମାନେ କମ୍ପନ୍ତି। କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ଏହା କେବଳ ଆବଶ୍ୟକ ପୁଣି ସେମାନେ ସ୍ୱର୍ଗକୁ ଯିବାକୁ ଯାଉଅଛନ୍ତି । କିନ୍ତୁ ଈଶ୍ୱରଙ୍କ କ୍ରୋଧର ସନ୍ତୁଷ୍ଟିକରଣ ନିମନ୍ତେ କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ଧାର୍ମିକତା ଉପଯୁକ୍ତ ତାହା ତୁମ ଓ ମୋ ବିଶ୍ୱାସ ଦ୍ୱାରା ହୋଇଅଛି, ଆମ କାର୍ଯ୍ୟ ଦ୍ୱାରା ନୁହେଁ। ପୁଣି ତାହା ବିନା ସେମାନେ ନର୍କକୁ ଯିବେ; ପୁଣି ତୁମେ ମଧ୍ୟ। ଆମ୍ଭେମାନେ ଏଠାରେ ବହୁତ ଅନ୍ୱେଷଣକାରୀ-ସମ୍ବେଦନଶୀଳ ଅଛୁ।
ଦୟାକରି ମୋ ସହିତ ରୋମୀୟ ୧:୧୬,୧୭ ପଢନ୍ତୁ, “କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୂଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍ ପକ୍ଷରେ। ସେଥିରେ ତ ଈଶ୍ୱରଦତ୍ତ ଧାର୍ମିକତା ପ୍ରକାଶିତ ହୋଇଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ”।
ସୁସମାଚାର ଏକ ବାର୍ତ୍ତା ଅଟେ ଯାହା ଆମ ସମସ୍ତଙ୍କ ପରିତ୍ରାଣ ନିମନ୍ତେ ଉପଲବ୍ଧ ଥିବା ଈଶ୍ଵରଙ୍କ ଶକ୍ତି ଅଟେ। ଆମ୍ଭେମାନେ ସମସ୍ତେ ପାପ କରିଅଛୁ। ଆମ୍ଭେମାନେ ସମସ୍ତେ ନିଜେ ଈଶ୍ୱରଙ୍କଠାରୁ ପୃଥକ ହୋଇଅଛୁ। ପୁଣି ମୁକ୍ତି ଓ କ୍ଷମା କରିବାର ଆମର ଏକମାତ୍ର ଉତ୍ସ ସ୍ୱରୂପେ ଖ୍ରୀଷ୍ଟ ଆମର ପ୍ରାୟଶ୍ଚିତ୍ତ ନିମନ୍ତେ କ୍ରୁଶରେ ମୃତ୍ୟୁ ବରଣ କରିଅଛନ୍ତି। ଈଶ୍ୱରଙ୍କ ଅନୁଗ୍ରହରେ ଏକ ଦାନ ରୂପେ ମୁକ୍ତ ଭାବରେ, ସମସ୍ତଙ୍କୁ ମୁକ୍ତି ପ୍ରଦାନ କରାଯାଏ। ତୁମେ ଏହାକୁ ଅର୍ଜନ କରିପାରିବ ନାହିଁ;ତୁମେ କେବଳ ବିଶ୍ୱାସ ଦ୍ୱାରା ଏହାକୁ ଗ୍ରହଣ କରିପାରିବ ଯେ ଯୀଶୁ ସେହି ଯେ ସେ କହନ୍ତି ସେ କିଏ, ପୁଣି ସେ ତାହା କରିଅଛନ୍ତି ଯାହା ସେ କହିଲେ ସେ କରିଅଛନ୍ତି। ପୁଣି ତା’ପରେ ସୁସମାଚାର ଆମକୁ ଈଶ୍ୱରଙ୍କ ପ୍ରତିଜ୍ଞାସମୂହ ଉପରେ ବିଶ୍ୱାସ କରୁଥିବା, ବିଶ୍ୱାସର ଜୀବନଯାପନ କରିବାକୁ ଆହ୍ୱାନ ଦିଏ।
ଲଜ୍ଜାବୋଧ ହେବାକୁ ସଂପୂର୍ଣ୍ଣ ଭାବରେ ଏଠାରେ କିଛି ହିଁ ନାହିଁ। ପରିତ୍ରାଣ ନିମନ୍ତେ ଏହା ଈଶ୍ଵରଙ୍କ ଶକ୍ତି ଅଟେ। ଆମ୍ଭେମାନେ ଲଜ୍ଜାରେ, ଭୟରେ ହୁଏତ ପ୍ରତ୍ୟୁତ୍ତର କରି ନ ପାରୁ ;କିନ୍ତୁ ଆମ୍ଭେମାନେ ନିରାପତ୍ତାରେ ଓ ନିଶ୍ଚିତତା ପୁଣି ସମ୍ପୂର୍ଣ୍ଣ ଆନନ୍ଦରେ ପ୍ରତ୍ୟୁତ୍ତର କରି ପାରୁ।