ଅନୁଗ୍ରହ: ଈଶ୍ୱରଙ୍କ ଉତ୍ତମତା- ଯେଉଁମାନେ ଏହାର ଯୋଗ୍ୟ ନୁହନ୍ତି ସେମାନଙ୍କ ନିମନ୍ତେ
ଆଜି ସକାଳେ ମୁଁ “ଅନୁଗ୍ରହ” ବିଷୟରେ କଥାବାର୍ତ୍ତା କରିବାକୁ ଚାହେଁ। ଅନୁଗ୍ରହକୁ ନିଶ୍ଚିତ ଭାବରେ “ଈଶ୍ୱରଙ୍କ ଉତ୍ତମତା” ରୂପେ ବ୍ୟାଖ୍ୟା କରାଯାଇଛି, କିନ୍ତୁ ବିଶେଷ ଭାବରେ ଈଶ୍ୱରଙ୍କ ଉତ୍ତମତା ଯେଉଁମାନେ ଉତ୍ତମତା ସହିତ ବ୍ୟବହାର କରିବାକୁ ଯୋଗ୍ୟ ନୁହଁନ୍ତି ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ। ଆମ୍ଭେମାନେ ଅନୁଗ୍ରହର ବାଇବଲ ସମ୍ବନ୍ଧୀୟ ମତ ଶିକ୍ଷାକୁ ବର୍ଣ୍ଣନା କରିବାକୁ “ଅଯୋଗ୍ୟ ଆଶୀର୍ବାଦ” କିମ୍ବା “ଅନୁପଯୁକ୍ତ ଅନୁଗ୍ରହ” ପରି ବାକ୍ୟାଂଶସମୂହକୁ ବ୍ୟବହାର କରୁ।
ଈଶ୍ୱରଙ୍କ ଅନୁଗ୍ରହ ଯାହା ପରିତ୍ରାଣ କରେ - ପରିଚିତ।
ଗୋଟିଏ ପଟେ ଆମ୍ଭେମାନେ ଈଶ୍ୱରଙ୍କ ଅନୁଗ୍ରହ ସହିତ ଅତି ପରିଚିତ ଯାହା ପରିତ୍ରାଣ ଦିଏ, ଆମ୍ଭେମାନେ ନୋହୁଁ କି? ଆମ୍ଭେମାନେ କିଛି ପରିମାଣରେ ତାହା ପ୍ରଚାର ହେଉଥିବା ଶୁଣିଥାଉ। ଆମ୍ଭେମାନେ ବୁଝିପାରୁ ଯେ ଆମ୍ଭେମାନେ କିଛି ପାଇବାକୁ ଯୋଗ୍ୟ ନୋହୁଁ, ବିଚାର ଏବଂ ନର୍କ ବ୍ୟତୀତ ଆଉ କିଛିର ଯୋଗ୍ୟ ନହୁଁ। ତଥାପି ଆମ୍ଭେମାନେ ବୁଝିପାରୁ ଯେ ଈଶ୍ୱର, ତାହାଙ୍କ କୃପାରେ, ତାହାଙ୍କ ଅନୁଗ୍ରହରେ ଆମ୍ଭମାନଙ୍କ ସହିତ ବ୍ୟବହାର କରନ୍ତି ପୁଣି ଆମକୁ ପରିତ୍ରାଣ ଦେଇଅଛନ୍ତି। ଆମ୍ଭେମାନେ ଏଫିସୀୟ ୨:୮- ୯ ପରି ପଦଗୁଡ଼ିକ ଉପରେ ଲାଗି ରହୁ, “କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ଵରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ।”
ଈଶ୍ୱରଙ୍କ ଅନୁଗ୍ରହ ଯାହା ବଜାୟ ରଖେ - କମ୍ ପରିଚିତ।
ଆମ୍ଭେମାନେ ପରିତ୍ରାଣ ଦେଉଥିବା ଈଶ୍ୱରଙ୍କ ଅନୁଗ୍ରହର ବାଇବଲ ସମ୍ବନ୍ଧୀୟ ମତ ସହିତ ଅତି ପରିଚିତ ଅଟୁ, କିନ୍ତୁ ଆମ୍ଭେମାନେ ଜୀବିତ ରଖୁଥିବା ଈଶ୍ୱରଙ୍କ ଅନୁଗ୍ରହର ବାଇବଲ ସମ୍ବନ୍ଧୀୟ ମତ ଶିକ୍ଷା ସହିତ ସମ୍ପୂର୍ଣ ଭାବରେ ପରିଚିତ ନହୁଁ। “ମୁଁ ପ୍ରତି ଘଣ୍ଟା ତୁମକୁ ଆବଶ୍ୟକ କରେ” ଏକ ପ୍ରକାର ଅନୁଗ୍ରହ ଅଟେ। ତୁମେ ଜାଣ, ପରିବର୍ତ୍ତନ ପରେ ତୁମେ ଓ ମୁଁ ଅବିରତ ଈଶ୍ୱରଙ୍କ ଅନୁଗ୍ରହ ଆବଶ୍ୟକ କରୁ। ଈଶ୍ୱର ଆମକୁ ପରିତ୍ରାଣ କରିବା ପରେ ଆମ୍ଭେମାନେ କୌଣସି ପ୍ରକାରେ ଯୋଗ୍ୟ ହେବା ନାହିଁ। ଆମ୍ଭେମାନେ କୌଣସି ପ୍ରକାରେ ଜୀବନ ପରିଚାଳନା କରିବାକୁ ଆମ୍ଭେମାନେ ନିଜ ତରଫରୁ ସକ୍ଷମ ହୋଇପାରିବା ନାହିଁ। କିନ୍ତୁ ଆମ୍ଭେମାନେ ପ୍ରତ୍ୟେକ ଦିନ ପ୍ରତି ଘଣ୍ଟା ପ୍ରତି ମିନିଟ ପ୍ରତି ସେକଣ୍ଡରେ ଈଶ୍ୱରଙ୍କ ଅନୁଗ୍ରହ ଜାରି ରଖିବାକୁ ଆବଶ୍ୟକ କରୁ। ତେଣୁ ଈଶ୍ୱର ତାହାଙ୍କ ଉତ୍ତମତାରେ ଆମକୁ ଅନୁଗ୍ରହ ଜୀବିତ ରଖିବା ସହିତ ଆମ୍ଭକୁ ବ୍ୟବହାର କରିବାକୁ ଜାରି ରଖନ୍ତି। ସେ ଅନୁଗ୍ରହ ବଜାୟ ରଖୁଥିବା ସହିତ ଆମକୁ ସମର୍ଥନ କରିଚାକୁ ଜାରି ରଖନ୍ତି ପୁଣି ଏହା ତାଙ୍କର ଜୀବିତ ରଖୁଥିବା ଅନୁଗ୍ରହ ଯାହା ଆମକୁ ପବିତ୍ରତାରେ ଜୀବନ ଯାପନ କରିବାକୁ ଶକ୍ତି ପ୍ରଦାନ କରେ। ଏହା ହେଉଛି ତାଙ୍କର ଜୀବିତ ରଖୁଥିବା ଅନୁଗ୍ରହ ଯାହା ଆମ୍ଭେମାନେ ଯେତେବେଳେ ବିଫଳ ହେଉ ସେତେବେଳେ ଆମକୁ ସାତଗୁଣ ସତୁରି ଥର ଆମ ପାପ କ୍ଷମା କରିବାକୁ ସେ ଯୋଗ୍ୟ ଅଟନ୍ତି।
ଈଶ୍ୱରଙ୍କ ପରିତ୍ରାଣ ଦେଉଥିବା ଅନୁଗ୍ରହ ଓ ଈଶ୍ୱରଙ୍କ ଜୀବିତ ରଖୁଥିବା ଅନୁଗ୍ରହ ପୁନଃ ପୁନଃ ମିଳିତ ଅଟେ। ୧ କରିନ୍ଥୀୟ ୧୫:୧୦ ଆମ୍ଭେମାନେ ପାଠ କରୁ “କିନ୍ତୁ ମୁଁ ଯାହା ହୋଇଅଛି [ତାହା ହେଉଛି ଈଶ୍ୱରଙ୍କ ପରିତ୍ରାଣ ଦେଉଥିବା ଅନୁଗ୍ରହ ପାଉଲଙ୍କ ଜୀବନରେ ଅନୁଭୂତି ହୋଇଥିଲା ]ତାହା ଈଶ୍ୱରଙ୍କ ଅନୁଗ୍ରହରେ ହୋଇଅଛି [ତାହାଙ୍କ ପରିତ୍ରାଣ ଦେଉଥିବା ଅନୁଗ୍ରହ], ଆଉ ମୋ ପ୍ରତି ପ୍ରଦତ୍ତ ତାଙ୍କର ସେହି ଅନୁଗ୍ରହ ବ୍ୟର୍ଥ ହୋଇ ନାହିଁ, ମାତ୍ର ମୁଁ ସେସମସ୍ତଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଅଛି, [ଅର୍ଥାତ୍ ଅନ୍ୟ ପ୍ରେରିତମାନେ ] ତଥାପି ମୁଁ ନୁହେଁ, କିନ୍ତୁ ମୋ ସହିତ ଥିବା ଈଶ୍ୱରଙ୍କ ଅନୁଗ୍ରହ [ଈଶ୍ୱରଙ୍କ ସହବର୍ତ୍ତୀ ଅନୁଗ୍ରହ] ତାହା କରିଅଛି। ” ଈଶ୍ୱରଙ୍କ ଅନୁଗ୍ରହରେ ପାଉଲ କହନ୍ତି, ମୁଁ ଯାହା ଅଟେ ମୁଁ ତାହା ଅଟେ ପୁଣି ପ୍ରତ୍ୟେକ ଦିନ ଯାହା ଅଟେ ତାହା ମଧ୍ୟ ମୋ ଜୀବନରେ ଈଶ୍ୱରଙ୍କ କ୍ରମାଗତ ଅନୁଗ୍ରହର ଫଳାଫଳ।
ତୀତସ ୨:୧୧ ପଦରେ ସେ କହନ୍ତି;“କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି...” ଆମ୍ଭେମାନେ ଅଯୋଗ୍ୟ ପାପୀ ପୁଣି ପରିତ୍ରାଣ ପାଇବାର ଏକମାତ୍ର ପଥ ଈଶ୍ୱରଙ୍କ ଅନୁଗ୍ରହ ଅଟେ ଆମ୍ଭମାନଙ୍କର ଅଯୋଗ୍ୟତା ହିଁ ଉତ୍ତମତା ସହିତ ବ୍ୟବହାର ପ୍ରଦର୍ଶନ କରେ । "କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି, [ପୁଣି ], ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନଯାପନ କରୁ।"ତାହା ଈଶ୍ୱରଙ୍କ ଜୀବିତ ରଖୁଥିବା ଅନୁଗ୍ରହ, ଏହା ନୁହେଁ କି ? ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନଯାପନ କରିବାକୁ ଆମ୍ଭେମାନେ ଦିନ ଆଉ ଦିନ ବାହାରେ ଅନୁଗ୍ରହ ଆବଶ୍ୟକ କରୁ। ଈଶ୍ୱରଙ୍କ ଅନୁଗ୍ରହ ପରିତ୍ରାଣ କରେ। ଈଶ୍ୱରଙ୍କ ଅନୁଗ୍ରହ ଜୀବିତ ରଖେ, ଅଯୋଗ୍ୟଙ୍କ ପ୍ରତି ତାଙ୍କର ଉତ୍ତମତା ଦେଖାଗଲା ପୁଣି କେତେକ କ୍ଷେତ୍ରରେ, ପାପୀମାନଙ୍କୁ ମୁକ୍ତ କଲା।
ଅନୁଗ୍ରହ ବଜାୟ ରଖିବା ଏକ ମୌଳିକ ଚିନ୍ତାଧାରା - ବିରୋଧ-ସାଂସ୍କୃତିକ।
ମୁଁ ପାଇଲି ଯେ ଅନୁଗ୍ରହ ବଜାୟ ରଖିବା ପ୍ରକୃତରେ ଏକ ମୌଳିକ ଚିନ୍ତାଧାରା;ଏହା ଭାବିବାକୁ ଏକ ଅତ୍ୟନ୍ତ ବିରୋଧ-ସାଂସ୍କୃତିକ ଉପାୟ ଅଟେ। ମୁଁ ଭାବୁଛି ଯେ ଆମର ପ୍ରବୃତ୍ତି, ଅନ୍ତତଃ ପକ୍ଷେ ମୋର, ଏକ ତାଳିପକା କାମ ରୂପେ ଜୀବନକୁ ନିକଟତର କରିବା। ମୁଁ ଅଧିକରୁ ଅଧିକ ସେହି ରୂପକ ପସନ୍ଦ କରେ। କାରଣ ଏହି ତାଳିପକା କାମ ଗୋଟିଏ ବର୍ଗରେ ଆମ୍ଭେମାନେ ଈଶ୍ୱରଙ୍କ ପରିତ୍ରାଣ ଦେଉଥିବା ଅନୁଗ୍ରହ ନିମନ୍ତେ ଆମର ଆବଶ୍ୟକତା ସ୍ୱୀକାର କରୁ ପୁଣି ଆମ୍ଭେମାନେ ବୁଝିପାରୁ ଯେ ସେହି ଛୋଟ ବର୍ଗରେ, ହଁ ଈଶ୍ୱରଙ୍କ ଅନୁଗ୍ରହ ବିନା, ଜଣେ ଅଯୋଗ୍ୟ ପାପୀ ପ୍ରତି ତାହାଙ୍କ ଉତ୍ତମତା ବିନା, ମୁଁ ନର୍କରେ ଶେଷ ହେବି। ଆମ୍ଭେମାନେ ବୁଝିପାରୁ ଯେ ଆମ ଜୀବନର ଏହି ତାଳିପକା କାମ ଗୋଟିଏ ଛୋଟ ବର୍ଗରେ। ପୁଣି ତା’ପରେ ସମସ୍ୟା ହେଉଛି ଯେ ଆମ୍ଭେମାନେ ଆମ ଜୀବନର ଅନ୍ୟ ସମସ୍ତ ବର୍ଗରେ ଈଶ୍ୱରଙ୍କ ଅନୁଗ୍ରହର ଚାଲୁଥିବା ଆବଶ୍ୟକତାକୁ ଅଣଦେଖା କରି ଚାଲିଥାଉ, ସେହି ବର୍ଗଟି କାର୍ଯ୍ୟ କ୍ଷେତ୍ର, କିମ୍ବା ସେହି ବର୍ଗଟି ବିଦ୍ୟାଳୟ, କିମ୍ବା ସେହି ବର୍ଗଟି ମୋର ବ୍ୟକ୍ତିଗତ ସମୟ ହେଉ, କମ୍ପ୍ୟୁଟର ଆଗରେ ଯେତେବେଳେ କେହି ଦେଖୁ ନାହିଁ, କିମ୍ବା… ତୁମେ ତୁମ ଜୀବନର ବିଭିନ୍ନ ବର୍ଗସବୁ ଜାଣ।
ଆମ୍ଭମାନଙ୍କ ମଧ୍ୟରେ ଭୁଲିଯିବାର ଏକ ପ୍ରବୃତ୍ତି ଅଛି, ମୁଁ ଭାବୁଛି, ଯେ ଯଦି ଈଶ୍ୱର ତାହାଙ୍କ ବଜାୟ ରଖୁଥିବା ଅନୁଗ୍ରହକୁ ମୋଠାରୁ ପ୍ରତ୍ୟାହାର କରିଥାନ୍ତେ ତେବେ ମୁଁ ସେହି ସ୍ଥାନରେ ଛୋଟ ଛୋଟ ଖଣ୍ଡ ହୋଇ ପଡ଼ିଥାନ୍ତି। ମୁଁ ଯେତେ ଶକ୍ତିଶାଳୀ ହେଉନା କାହିଁକି, ତୁମେ ଯେତେ ଫୂର୍ତ୍ତିବାଜ ହେଉନା କାହିଁକି, ଆମ୍ଭେମାନେ ଯେତେ ଚାଲାକି ହେଉନା କାହିଁକି, ଆମ୍ଭେମାନେ ଏହାକୁ କରିପାରିବା ନାହିଁ। ଆମ୍ଭେମାନେ ଈଶ୍ୱରଙ୍କ ଅନୁଗ୍ରହର ଚାଲୁଥିବା ଶକ୍ତିକୁ ଅତିଶୟ ଆବଶ୍ୟକ କରୁ। ମୁଁ ସନ୍ଦେହ କରେ ଯେ ପ୍ରଚାରକମାନେ ସେମାନେ ପ୍ରାନ୍ତରରେ ରହୁଥିବାରୁ, ସେମାନେ ଶେଷସୀମାରେ ରହୁଥିବାରୁ ଆମ୍ଭମାନଙ୍କ କୌଣସି ଜଣେ ବ୍ୟକ୍ତି ଅପେକ୍ଷା ତାହା ଅଧିକତର ଭଲ ଭାବରେ ବୁଝନ୍ତି।
ଆଜି ସକାଳ ପ୍ରାର୍ଥନା ସମୟରେ ଏହା ଆମକୁ ସ୍ମରଣ କରାଏ (ଆମ୍ଭମାନଙ୍କ ମଧ୍ୟରୁ କେତେକ ୮:୩୦ରେ ପ୍ରାର୍ଥନା କରିବାକୁ ଏକାଠି ହୁଅନ୍ତି) ପୁଣି ଜଣେ ମହିଳା ଭିତରକୁ ଆସିଲେ ଏବଂ ମୁଁ କ’ଣ ପ୍ରଚାର କରିବାକୁ ଯାଉଥିଲି ତାହା ବୁଝାଉଥିଲି ଏବଂ ମୁଁ ବ୍ୟାଖ୍ୟା କରୁଥିବା ସମୟରେ ତାଙ୍କ ମୁହଁ ଆଡକୁ ସମ୍ପୂର୍ଣ ଭାବରେ ଚାହିଁ ରହିଲି ଆଉ ମୁଁ ପଚାରିଲି, “କେମିତି ଅଛ?"ସେ କହିଲେ, “ଗତକାଲି ରାତିରେ ପୋଲିସ ମୋ ପୁଅଙ୍କୁ ତାଙ୍କ ମନର ମତୁଆଲ କରି ଘରକୁ ଆଣିଥିଲେ ପୁଣି ଆମ୍ଭେମାନେ ଜାଣୁ ନାହୁଁ କ’ଣ କରିବାକୁ ପଡ଼ିବ।” ସେମାନେ ଈଶ୍ୱରଙ୍କ ବଜାୟ ରଖିବା ଅନୁଗ୍ରହର ପରିତ୍ରାଣ ଆବଶ୍ୟକ କରନ୍ତି।
ମୁଁ ଆଉ ଜଣେ ଯୁବକଙ୍କୁ ସ୍ମରଣ କରୁଅଛି, ଯାହାଙ୍କର ଅତି ନିକଟରେ ଏକ ଦୁର୍ଘଟଣା ଘଟିଥିଲା, ପୁନର୍ବାର ମଦ୍ୟ ସହିତ ସଂଯୁକ୍ତ ଥିଲେ, (ଏଠାରେ କୌଣସି ସଂଯୋଗ ଅଛି କି?)କିନ୍ତୁ ଈଶ୍ୱର ତାହାଙ୍କ ବଜାୟ ରଖୁଥିବା ଅନୁଗ୍ରହରେ ଆସନ ପଟି ଲଗାଇ ତାଙ୍କୁ ବଧ ହେବାରୁ ରକ୍ଷା କଲେ। ଦେଖନ୍ତୁ, ଏହି ଲୋକମାନେ ଏପରି କି ଆମ ଜୀବନର ଅନ୍ୟ ସମସ୍ତ ବର୍ଗକ୍ଷେତ୍ରଗୁଡ଼ିକରେ ମଧ୍ୟ ଆମ୍ଭେମାନେ ଈଶ୍ୱରଙ୍କ ବଜାୟ ରଖୁଥିବା ଅନୁଗ୍ରହ ପ୍ରାପ୍ତ କରିବା ଦରକାର ତାହା ବୁଝନ୍ତି। ସେଥିପାଇଁ ପାଉଲ ତାଙ୍କର ଅନେକ ପତ୍ରରେ, “ଅନୁଗ୍ରହ ତୁମ୍ଭସମସ୍ତଙ୍କ ସହବର୍ତ୍ତୀ ହେଉ” ବୋଲି ସମାପ୍ତ କରିଛନ୍ତି। ସେ ବିଦାୟ ବୋଲି କହୁ ନାହାନ୍ତି, ସେ “ ତୁମ୍ଭର ଏହା ଦରକାର। ତୁମ୍ଭର ଈଶ୍ୱରଙ୍କ ଅନୁଗ୍ରହ ଦରକାର ଆଉ ଏହା ତୁମ୍ଭର ସହବର୍ତ୍ତୀ ହେଉ” ଏହା କହୁଅଛନ୍ତି। ଏହି କାରଣରୁ ଜନ ପାଇପର୍ “ଆଗାମୀ ଅନୁଗ୍ରହ” ନାମକ ଏକ ପୁସ୍ତକ ଲେଖିପାରିଲେ। ଯେତେବେଳେ ମୁଁ ଏହାକୁ ପ୍ରଥମେ ଦେଖିଲି ସେତେବେଳେ ଏହା ଏକ ଅଦ୍ଭୁତ ଆଖ୍ୟା ଥିଲା ପରି ମନେହେଲା, କିନ୍ତୁ ଏହି ପୁସ୍ତକରେ ଜନ କହିଛନ୍ତି ଯେ ଅତୀତରେ ଈଶ୍ୱରଙ୍କ ପରିତ୍ରାଣ ଦେଉଥିବା ଅନୁଗ୍ରହ ନିମନ୍ତେ ସେ ଅତ୍ୟଧିକ କୃତଜ୍ଞ ଅଟନ୍ତି। ମୁଁ କୃତଜ୍ଞ ଯେ ଅତୀତରେ ଈଶ୍ୱର ମୋତେ ସୁରକ୍ଷା କରିଅଛନ୍ତି। କିନ୍ତୁ ତୁମ୍ଭେ କ’ଣ ଜାଣ?ତାହା ପ୍ରକୃତରେ ମୋର ଚିନ୍ତାର ବିଷୟ ନୁହେଁ। ମୁଁ ଯାହା ବିଷୟରେ ଚିନ୍ତିତ, ତାହା ଅନୁଗ୍ରହ ଅଟେ ଯାହା ମୋତେ ପରବର୍ତ୍ତୀ ମିନିଟ୍ ଓ ପରବର୍ତ୍ତୀ ଘଣ୍ଟା ପୁଣି ଆଗାମୀ ବର୍ଷସମୂହ, ମୋ ଜୀବନର ଶେଷ ପର୍ଯ୍ୟନ୍ତ ମୋତେ ସମ୍ଭାଳିବ। ଏହା ଅନୁଗ୍ରହ ଅଟେ ଯାହା ଆଗାମୀ ଦିନରେ ମୋତେ ସ୍ୱର୍ଗକୁ ଘେନିଯିବ ଯେଉଁ ବିଷୟରେ ମୁଁ ଚିନ୍ତିତ, ତାହା ଆଗାମୀ ଅନୁଗ୍ରହ, ବଜାୟ ରଖୁଥିବା ଅନୁଗ୍ରହ ।
ଈଶ୍ୱରଙ୍କ ଅନୁଗ୍ରହ ନିଜକୁ ଦେଖାଇବାର ଗୋଟିଏ ମାର୍ଗ ହେଉଛି ମୋର ଆର୍ଥିକ ଦାନ।
ଅନୁଗ୍ରହ ବିଷୟରେ ଏସବୁ କଥା କାହିଁକି? ଏହାର କାରଣ ଗୋଟିଏ ମାର୍ଗ ଯେଉଁଠାରେ ଈଶ୍ୱରଙ୍କ ଅନୁଗ୍ରହ ନିଜକୁ ପ୍ରଦର୍ଶନ କରିବା ତାହା ହେଉଛି ଆମର ଆର୍ଥିକ ଦାନ। ହଁ, ଏହା ସେହି ଉପଦେଶ ସମୂହ ମଧ୍ୟରୁ ଅନ୍ୟତମ ଅଟେ।
ନୂତନ ନିୟମର ଦାନ ଦେବା ବିଷୟରେ ପ୍ରାଥମିକ ପୃଷ୍ଠଭୂମି ୨ କରିନ୍ଥୀୟ ୮ – ୯ ପର୍ବ ।
ନୂତନ ନିୟମର ଦାନ ଦେବା ଉପରେ ପ୍ରାଥମିକ ପୃଷ୍ଠଭୂମି ୨ କରିନ୍ଥୀୟ ୮ - ୯ ପର୍ବ । ପାଉଲ ତାଙ୍କ ତୃତୀୟ ମିଶନାରୀ ଯାତ୍ରାର ଶେଷରେ ଅଛନ୍ତି। ସେ ଅନେକ ଦିନ ଧରି ବିଜାତୀୟ ମଣ୍ଡଳୀ ମଧ୍ୟରୁ ଦାନ ସଂଗ୍ରହ କରିଅଛନ୍ତି। ସେ ଏହାକୁ ଘେନି ସେମାନଙ୍କ ଆବଶ୍ୟକତାରେ ସେମାନଙ୍କୁ ସାହାଯ୍ୟ କରିବାକୁ ଯୀରୂଶାଲମସ୍ଥିତ ଯିହୂଦୀମାନଙ୍କ ମଣ୍ଡଳୀକୁ ଯାଉଅଛନ୍ତି। ପୁଣି ସେ ୨ କରିନ୍ଥୀୟ ୮- ୯ ପର୍ବରେ ଦାନ ଦେବାକୁ କରିନ୍ଥୀୟ ମଣ୍ଡଳୀକୁ ଉତ୍ସାହିତ କରୁଛନ୍ତି। ମାକିଦନିଆର ଲୋକମାନେ ଯାହା ଦାନ କରି ସାରିଅଛନ୍ତି ତାହା ଉପରେ ପ୍ରତିଫଳିତ କରି ସେ ସେମାନଙ୍କୁ ଉତ୍ସାହିତ କରୁଅଛନ୍ତି।
ପ୍ରଧାନ ବିବରଣୀ ହେଉଛି “ଅନୁଗ୍ରହ” - “ଦାନ ଦେବାର ଅନୁଗ୍ରହ”
ପ୍ରଧାନ ବିବରଣୀ ଯାହା ଏହି ଦୁଇଟି ପର୍ବ ଦେଇ ସମ୍ପୂର୍ଣ୍ଣ ଗତି କରୁଛି ତାହା ଅନୁଗ୍ରହର ସଂକ୍ଷିପ୍ତ ବିବରଣୀ । ମୁଁ ତୁମକୁ ତାହା ଶ୍ରବଣ କରିବାକୁ ଚାହେଁ। ୨ କରିନ୍ଥୀୟ ୮ -୯ ପର୍ବରେ ପ୍ରଧାନ ବିବରଣୀ “ମୁଁ ତୁମର ଟଙ୍କା ଚାହୁଁଛି” ନୁହେଁ। ପ୍ରଧାନ ବିବରଣୀ ଈଶ୍ୱରଙ୍କ ଅନୁଗ୍ରହ ଅଟେ ଏଣୁକରି “ଦାନ ଦେବାର ଅନୁଗ୍ରହ” ଏହି ଉପଦେଶର ଆଖ୍ୟା ଅଟେ। ଯଦି ତୁମେ ଆଜି ସକାଳେ କୌଣସି ବିଷୟ ଶୁଣ (ଯଦିଓ ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କ ନାଲି ପତାକାଗୁଡ଼ିକ ହଲିବାକୁ ଆରମ୍ଭ କରେ ତେବେ ମୁଁ ଏହାକୁ ତୁମକୁ ଆଗ ଅଂଶ ଦେବାକୁ ଯାଉଅଛି। ମୁଁ ତୁମକୁ ଆଗ ଅଂଶ ବାର୍ତ୍ତା ଦେବାକୁ ଯାଉଅଛି।) ପାଉଲ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛନ୍ତି ଯେ ଦାନ ଦେବା ଅଯୋଗ୍ୟ ପାପୀମାନଙ୍କ ପ୍ରତି ଈଶ୍ୱରଙ୍କ ଅନୁଗ୍ରହର ଦାନ ଯାହା ଏହି ଜଗତର ଭୌତିକବାଦରୁ ଆମ୍ଭମାନଙ୍କୁ ଦାନ କରିବାକୁ ଆହ୍ୱାନ ଦେଇ ମୁକ୍ତ କରେ; ଉଦାର ଭାବରେ ଓ ଆନନ୍ଦରେ ଦେବା ସକାଶେ ଆହ୍ୱାନ କରେ। ଦାନ ଦେବା ଈଶ୍ୱରଙ୍କ ଅନୁଗ୍ରହର ଏକ ଅଂଶ ଅଟେ।
ଆଲକର୍ନ୍: ଆମ୍ଭେମାନେ କିପରି ପୁନଃ ପୁନଃ କ୍ଷମା ପ୍ରାର୍ଥନା ସୂଚକ ଭାବରେ ଧନ, ସମ୍ପତ୍ତି ଓ ଦାନ ଦେବାର ଆଲୋଚ୍ୟ ବିଷୟ ନିକଟକୁ ଯାଉ।
ଯେତେବେଳେ ଆମ୍ଭେମାନେ ଅନେକ ସପ୍ତାହ ପୂର୍ବେ ପାଳକଙ୍କ ସମ୍ମିଳନୀରେ ଫେରିଯାଇଥିଲୁ, ରେଣ୍ଡି ଆଲକର୍ନ୍ କହିଥିଲେ; ଆଉ ବାସ୍ତବରେ, ଟଙ୍କା ବିଷୟରେ ଯାହା ତାଙ୍କୁ ଅଧିକ କହିବାକୁ ପଡିଥିଲା ତାହା “ଭଣ୍ଡାର ମୂଳସୂତ୍ର” ପୁସ୍ତକରେ ଅଛି, ପୁଣି ମୁଁ ଏହାକୁ ପ୍ରାପ୍ତ କରିବାକୁ ଓ ଏହାକୁ ପଢ଼ିବାକୁ ଉତ୍ସାହିତ କରୁଅଛି। ଏହା ପ୍ରକୃତରେ ଉତ୍ତମ ଅପସାରଣୀୟ ଭିତର ପରସ୍ତ ପୂର୍ଣ୍ଣ ଅଟେ, ଯେପରିକି “ତୁମ୍ଭେ କେବେହେଲେ ଏକ ଶବ ଯାନ ପଛରେ U-Haul ଦେଖିନାହଁ।” କ୍ଷୁଦ୍ର ଛବିଗୁଡ଼ିକ ଲାଗିଥିଲା। ଯେତେବେଳେ ଆମ୍ଭେମାନେ ଧନ, ସମ୍ପତ୍ତି ଓ ଦାନ ଦେବା ବିଷୟରେ କଥାବାର୍ତ୍ତା କରୁ ସେତେବେଳେ ଆମ୍ଭେମାନେ କିପରି କ୍ଷମା ପ୍ରାର୍ଥନା କରୁ ସେହି ବିଷୟରେ ତାଙ୍କ ଠିକଣାରେ ସେ କହିବା ଆରମ୍ଭ କରିଛନ୍ତି। ଜିହ୍ୱା ଓ ଗାଲରେ, ରେଣ୍ଡି ଆଲକର୍ନ୍ ଏହିପରି ଆରମ୍ଭ କରିଛନ୍ତି ;“ଆଜି ସକାଳେ ମୁଁ ଯେ ମୁଁ ତୁମ୍ଭମାନଙ୍କ ସହିତ ବ୍ୟଭିଚାର ବିଷୟରେ କଥାବାର୍ତ୍ତା କରିବାକୁ ଆବଶ୍ୟକ ମନେ କରି କ୍ଷମା ପ୍ରାର୍ଥନା କରୁଅଛି । ସର୍ବଶେଷରେ, ଏହା ବ୍ୟଭିଚାର ସପ୍ତାହ ଅଟେ ଆଉ ବ୍ୟଭିଚାର କମିଟି ମୋତେ ବର୍ଷକୁ ଥରେ ବ୍ୟଭିଚାର ବିଷୟରେ ପ୍ରଚାର କରିବାକୁ ଆବଶ୍ୟକ କରନ୍ତି। ବର୍ତ୍ତମାନ ଯେଉଁମାନେ ବ୍ୟଭିଚାରରେ ଧରାପଡିଛନ୍ତି ସେମାନଙ୍କ ପାଇଁ ମୁଁ ପ୍ରକୃତରେ ଦୁଃଖିତ, ବର୍ତ୍ତମାନ ମୋ’ ସହିତ ସହ୍ୟ କରନ୍ତୁ ପୁଣି ମୁଁ ପ୍ରତିଶୃତି ଦେଉଛି ଯେ ଆସନ୍ତା ବର୍ଷ ବ୍ୟଭିଚାର ସପ୍ତାହ ପର୍ଯ୍ୟନ୍ତ ମୁଁ ପୁନର୍ବାର ଏହି ବିଷୟରେ ବାର୍ତ୍ତାଳାପ କରିବି ନାହିଁ।” ସେ ଏକ ହଜାର ପାଳକଙ୍କୁ ଏହା କହୁଥିଲେ, ଯେଉଁମାନେ ସମ୍ଭବତଃ ଥରେ କିମ୍ବା ଅନ୍ୟ ସମସ୍ତେ ଭଣ୍ଡାରଘରିଆ ଉପରେ ଠିକ୍ ସମାନ ଭାବରେ କ୍ଷମା ପ୍ରାର୍ଥନା ସୂଚକ ଭାବରେ, ପ୍ରଚାର କରିଅଛନ୍ତି।"ଠିକ୍ ଅଛି, ଏହା ଭଣ୍ଡାରଘରିଆ ସପ୍ତାହ ଅଟେ ଆଉ ଭଣ୍ଡାରଘରିଆ କମିଟି ଏହା ଉପରେ ପ୍ରଚାର କରିବାକୁ ମୋତେ ପ୍ରସ୍ତୁତ ହେବାକୁ କହି ଅଛନ୍ତି ତେଣୁ ଯଦି ଏହା ତୁମ୍ଭ ସହ ଏକ ସଂଘର୍ଷ ଅଟେ, ତେବେ ମୁଁ ଦୁଃଖିତ କିନ୍ତୁ ମୋତେ ବର୍ତ୍ତମାନ ଏହା କରିବାକୁ ପଡିବ।"ଏବଂ ଆମ୍ଭେମାନେ ପୁନଃ ପୁନଃ ତାହା ହିଁ ଏପରି ଭାବେ କରୁ, ଏହା ନୁହେଁ କି?
ତୁମ୍ଭେ ଜାଣ ଯେ ଆମ୍ଭେମାନେ ସେ ବିଷୟରେ ହସି ପାରିବା, କିନ୍ତୁ ପ୍ରକୃତ କଥା ନୂତନ ନିୟମର ୧୫ % ଅର୍ଥ ଏବଂ ସମ୍ପତ୍ତି ବିଷୟରେ ଅଟେ। ମୁଁ ଜାଣେ ନାହିଁ ଏହି ଟଙ୍କା ଓ ସମ୍ପତ୍ତି ଅପେକ୍ଷା ଅଧିକ ଅନ୍ୟ କୌଣସି ବିଷୟରେ କଥାବାର୍ତ୍ତା କରେ କି ନାହିଁ। ବାଇବଲର ୫୨ ଟି ପ୍ରମୁଖ ଘଟଣାସମୂହ ଉପରେ ଏକ କ୍ରମରେ, ନୂତନ ନିୟମର ୧୫% ଆଲୋଚନା ଅନୁପସ୍ଥିତ ହୋଇଅଛି, ଏହା ଅବହେଳା, ନା, ପାପପୂର୍ଣ୍ଣ ସ୍ଵଭାବ। ସର୍ବଶେଷରେ, ଏହା ତୁମର ଦୋଷ ଅଟେ। ତୁମେ ହିଁ ମୋତେ ପୂର୍ଣ୍ଣ ସୁସମାଚାର ପ୍ରଚାର କରିବାକୁ କହିଅଛ। ତେଣୁ ଏଠାରେ ଏହା କ୍ଷମା ପ୍ରାର୍ଥନା ବିନା ଆସେ।
୮: ୧ ପଦ ସହିତ ମଞ୍ଚ ସ୍ଥାପନ କରନ୍ତି।
ପାଉଲ ୨ କରିନ୍ଥୀୟ ୮ :୧ ପଦରେ ମଞ୍ଚ ସ୍ଥାପନ କରନ୍ତି, “ହେ ଭାଇମାନେ, ମାକିଦନିଆର ମଣ୍ଡଳୀସମୂହ ମଧ୍ୟରେ ଈଶ୍ୱରଙ୍କ ଦତ୍ତ ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି, ତାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ।” ପାଉଲ କହନ୍ତି, “ମୁଁ ଚାହେଁ ତୁମ୍ଭେ ମାକିଦନିଆ ଲୋକମାନଙ୍କ ମଧ୍ୟରେ ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ ଜାଣ। ମୁଁ ଚାହେଁ ତୁମ୍ଭେ ଈଶ୍ୱରଙ୍କ ଅନୁଗ୍ରହର ଦାନ ବିଷୟରେ ଜାଣ ଯାହା ଅଯୋଗ୍ୟ ପାପୀମାନଙ୍କୁ ପରିତ୍ରାଣ ଦେଇଅଛି;କିନ୍ତୁ ମୁଁ ମଧ୍ୟ ଚାହେଁ ତୁମେ ଈଶ୍ୱରଙ୍କ ଅନୁଗ୍ରହର ଦାନ ବିଷୟରେ ଜାଣ, ଯାହା ମାକିଦନିଆର ଲୋକମାନଙ୍କୁ ଦାନ ଦେବାରେ ସକ୍ଷମ କରିଅଛି।” ଯେତେବେଳେ ସେ ଏଠାରେ ଅନୁଗ୍ରହ ବିଷୟରେ କହୁଅଛନ୍ତି, ସେତେବେଳେ ସେ ସେମାନଙ୍କର ଦାନ ଦେବା ବିଷୟରେ କହୁଛନ୍ତି, ଏବଂ ବାସ୍ତବରେ, ଗ୍ରୀକରେ “ଦାନ” ଓ “ଅନୁଗ୍ରହ” ଶବ୍ଦଗୁଡ଼ିକ ସମାନ ମୌଳିକ ଶବ୍ଦ ଅଟେ। ସେମାନଙ୍କର ବଛା ବଛା ସଂଯୋଗ ଅଛି; ଦାନ ଦେବା ଅଯୋଗ୍ୟ ପାପୀମାନଙ୍କ ପ୍ରତି ଈଶ୍ୱରଙ୍କ ଅନୁଗ୍ରହର ଦାନ ଅଟେ ଯାହା ଏହି ଜଗତର ଭୌତିକବାଦରୁ ଉଦାର ଭାବରେ ଓ ଆନନ୍ଦରେ ଦାନ ଦେବାକୁ ଆହ୍ୱାନ ଦେଇ ଆମକୁ ମୁକ୍ତ କରେ।
୮:୨-୪
୨-୪ ପଦ, “… ମହା କ୍ଳେଶରୂପ ପରୀକ୍ଷାରେ ପଡିଲେ ହେଁ, ସେମାନଙ୍କର [ମାକିଦନିଆର ଖ୍ରୀଷ୍ଟିୟାନମାନେ ] ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁର ଭାବେ ଅସୀମ ବଦାନ୍ୟତା ଉତ୍ପନ୍ନ କରିଅଛି। କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କର ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ, ସାଧୁମାନଙ୍କ ସେବାର ସହଭାଗୀତାରୂପ ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ ସେମାନେ ସ୍ୱେଚ୍ଛାରେ ବହୁତ ବିନତି ସହ ଆମ୍ଭମାନଙ୍କୁ ନିବେଦନ କଲେ [ ଭୂମଧ୍ୟସାଗରର ଅନ୍ୟ ପାର୍ଶ୍ୱରେ ଯିହୂଦୀ ମାନଙ୍କ ମଣ୍ଡଳୀ ନିମନ୍ତେ ନୈବେଦ୍ୟ ]।"
ମାକିଦନିଆର ଖ୍ରୀଷ୍ଟିୟାନମାନଙ୍କୁ ପ୍ରଚଣ୍ଡ ଭାବରେ ପରୀକ୍ଷା କରାଯାଉଥିଲା - ବାସ୍ତବରେ ପରିତ୍ରାଣ ପାଇଥିଲେ କି ନାହିଁ।
ମାକିଦନିଆର ଖ୍ରୀଷ୍ଟିୟାନମାନଙ୍କୁ ପ୍ରଚଣ୍ଡ ଭାବରେ ପରୀକ୍ଷା କରାଯାଉଥିଲା ପୁଣି ପରୀକ୍ଷା ନିଶ୍ଚିତ ଭାବରେ ସେମାନେ ପ୍ରକୃତରେ ପରିତ୍ରାଣ ପାଇଥିଲେ କି ନାହିଁ ତାହା ଅଟେ। ସେମାନଙ୍କୁ ମହା କ୍ଳେଶରୂପ ପରୀକ୍ଷା କରାଗଲା। ସେମାନେ ସେମାନଙ୍କ ଖ୍ରୀଷ୍ଟଧର୍ମ ନିମନ୍ତେ ପ୍ରଚଣ୍ଡ ତାଡ଼ନାର ଅନୁଭୂତି ପାଉଥିଲେ। ଫିଲିପ୍ପୀୟ ପରି, ଅନ୍ୟ ମାକିଦନିଆ ମଣ୍ଡଳୀସମୂହ ପ୍ରତି ପତ୍ରଗୁଡ଼ିକରେ ଏହି ବିଷୟରେ ତୁମ୍ଭେ ପଢ଼ି ପାରିବ ଆହୁରି ଏହା ପ୍ରେରିତରେ ମଧ୍ୟ ଆମ୍ଭେ ପଢ଼ି ପାରିବା। ସେମାନେ ଅନୁଭବ କରୁଥିଲେ ଯେ ପାଉଲ ଯାହା କହନ୍ତି ତାହା ଆମ ସମସ୍ତଙ୍କ ପାଇଁ ସତ୍ୟ, ଧାର୍ମିକ ଜୀବନଯାପନ କରିବାକୁ ଅନ୍ୱେଷଣ କରେ ସେ ତାଡ଼ନା ଭୋଗ କରିବ, ୨ ତୀମଥି ୩: ୧୨ । ତେଣୁ ସେମାନଙ୍କ ମହାକ୍ଲେଶ ଓ ତାଡ଼ନାକୁ ସେମାନେ କିପରି ପ୍ରତ୍ୟୁତ୍ତର କରିବାକୁ ଯାଉଅଛନ୍ତି ତାହା ସେମାନଙ୍କର ବିଶ୍ୱାସର ଏକ ପରୀକ୍ଷା ଅଟେ।
କିନ୍ତୁ ସେମାନଙ୍କୁ “ଭୀଷଣ” ଦରିଦ୍ରତା ଦ୍ୱାରା ମଧ୍ୟ ପରୀକ୍ଷା କରାଯାଉଥିଲା। ଆମ୍ଭେମାନେ ଇତିହାସରୁ ଜାଣୁ ଯେ ମାକିଦନିଆର ଖ୍ରୀଷ୍ଟିୟାନମାନେ ଦାରିଦ୍ରତାର ସୀମାରେଖା ତଳେ ବାସ କରୁଥିଲେ।
ଆପଣମାନେ ବୁଝିପାରୁଥିବେ, ତୁମେ ଜାଣ ନାହିଁ କି, ଜଗତ ଇତିହାସରେ ସବୁଠାରୁ ଧନୀ ଲୋକମାନଙ୍କର ଶ୍ରେଷ୍ଠ ଦଶ ପ୍ରତିଶତ ଏହି କୋଠରୀରେ ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ଲୋକ ବାସ କରନ୍ତି? ବିଭିନ୍ନ ପୁସ୍ତକରେ ଏହି ସବୁ ପରିସଂଖ୍ୟାନ ଆମ ପାଇଁ ପ୍ରଦର୍ଶନ କରାହୋଇଛି। ମୁଁ ଭାବୁଛି ଯଦି ଆମ୍ଭେମାନେ ପ୍ରକୃତରେ ମାକିଦନିଆର ଦାରିଦ୍ରତାର ପରିମାଣ ବୁଝିବାକୁ ଚାହିଁଥାନ୍ତୁ ତେବେ ଆମକୁ ଦ୍ୱିତୀୟ ଓ ତୃତୀୟ ଜଗତର ଦେଶଗୁଡ଼ିକ ପରିଦର୍ଶନ କରିବାକୁ ପଡିଥାନ୍ତା। ସେମାନଙ୍କର ଭୀଷଣ ଦାରିଦ୍ରତା ଏପରି ଥିଲା, ଯେ ଏହା ସେମାନଙ୍କର ବିଶ୍ୱାସର ଏକ ପରୀକ୍ଷା ପରି ମନେ ହେଉଥିଲା।
ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ - ସେମାନଙ୍କ କାର୍ଯ୍ୟ ଦ୍ୱାରା ପ୍ରମାଣିତ ହେଲା ଯେ ସେମାନଙ୍କର ବିଶ୍ୱାସ ପ୍ରକୃତ ଥିଲା।
ପାଉଲ ମାକିଦନିଆର ଖ୍ରୀଷ୍ଟିୟାନମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବିଷୟ ଜାରି ରଖନ୍ତି। ସେମାନେ ସେମାନଙ୍କର କାର୍ଯ୍ୟ ଦ୍ୱାରା ପ୍ରମାଣ କରିଲେ ଯେ ସେମାନଙ୍କର ବିଶ୍ୱାସ ପ୍ରକୃତରେ ଥିଲା। ସେମାନେ ପ୍ରମାଣ କରିଲେ ଯେ ଈଶ୍ୱରଙ୍କ ବଜାୟ ରଖୁଥିବା ଓ ପରିତ୍ରାଣ ଦେଉଥିବା ଅନୁଗ୍ରହ ସେମାନଙ୍କ ମଧ୍ୟରେ ଉପସ୍ଥିତ ଥିଲା। ସେମାନେ ଏହାକୁ ଦୁଇଟି ବିଷୟ ଦ୍ୱାରା ପ୍ରମାଣିତ କରିଲେ। ପ୍ରଥମ ବିଷୟଟି ଯାହା ଈଶ୍ୱରଙ୍କ ପରିତ୍ରାଣ ଦେଉଥିବା ଓ ବଜାୟ ରଖିଥିବା ଅନୁଗ୍ରହର ଉପସ୍ଥିତିକୁ, ସେମାନଙ୍କର ମହାନନ୍ଦ ପ୍ରମାଣ କଲା । ଏହା ସ୍ଵାସ୍ଥ୍ୟ ଓ ଧନର ଆବର୍ଜନା ନୁହେଁ (ଈଶ୍ୱରତାତ୍ତ୍ୱିକ ଶବ୍ଦ)। ଏହା କ୍ଳେଶ, ତାଡ଼ନା ଓ ଦରିଦ୍ରତା ମଧ୍ୟରେ ମହାନନ୍ଦ ଅଟେ ବୋଧହୁଏ ଯେପରିକି ଆମ୍ଭମାନଙ୍କ ମଧ୍ୟରୁ କେହି କିମ୍ବା ପ୍ରାୟ କେହି କେବେ ଦେଖି ନାହିଁ। କିନ୍ତୁ ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।
ସେମାନେ ପ୍ରମାଣ କଲେ ଯେ ସେମାନଙ୍କ ବିଶ୍ୱାସ ମଧ୍ୟ ପ୍ରକୃତ ଥିଲା କାରଣ ସେମାନଙ୍କ ଦାନ “ଉଦାରତାର ଧନରେ ଉଛୁଳି ପଡ଼ିଲା”। ତୁମେ ଦେଖ, ମାକିଦନିଆର ମହାନନ୍ଦ, ଏକ ଆନନ୍ଦ ଯାହା ସେମାନଙ୍କର ବୈଦାନ୍ୟତା ଦାନରେ ପ୍ରବାହିତ ହୋଇଥିଲା, କେବଳ ସେମାନଙ୍କ ଜୀବନରେ ଈଶ୍ୱରଙ୍କ ପରିତ୍ରାଣ ଦେଉଥିବା ଓ ଅନୁଗ୍ରହ ବଜାୟ ରଖିଥିବା ଫଳାଫଳ ଦେଖି ଏହାକୁ ବ୍ୟାଖ୍ୟା କରାଯାଇପାରିବ। ପ୍ରଚାରକମାନଙ୍କ ମହାନନ୍ଦ, ଏକ ଆନନ୍ଦ ଯାହା ନିଷ୍ପତିସବୁ ନେବାରେ ପ୍ରବାହିତ ହୁଏ, ସେସବୁ ଏହି ଜଗତର ମାନଦଣ୍ଡ ଅନୁସାରେ ନିର୍ବୋଧ ଅଟେ, ସେସବୁ କେବଳ ବ୍ୟାଖ୍ୟା କରାଯାଇପାରିବ କାରଣ ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପରିତ୍ରାଣ ଦେଉଥିବା ଓ ବଜାୟ ରଖିଥିବା ଅନୁଗ୍ରହ ଗ୍ରହଣ କରିଅଛନ୍ତି। ଏହା ଏକମାତ୍ର ବିଷୟ ଯାହା ସେହି ପ୍ରକାରର ନିଷ୍ପତ୍ତି ବ୍ୟାଖ୍ୟା କରିପାରେ। ଆଉ କିଛି ନୁହେଁ। ମାକିଦନିଆର ଲୋକମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ। ସେମାନେ ସେମାନଙ୍କ ଆନନ୍ଦ ଓ ଦାନ ଦେବା ଦ୍ୱାରା ସେମାନଙ୍କର ବାସ୍ତବ ପରିତ୍ରାଣର ପ୍ରମାଣ।
ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ପାଉଲ କରିନ୍ଥୀୟମାନଙ୍କୁ – ଏବଂ ଆମ୍ଭମାନଙ୍କୁ କହନ୍ତି
ତା’ପରେ ଯେତେବେଳେ ତୁମେ ପଢ଼, ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ଯାହା ପାଉଲ କରିନ୍ଥୀୟମାନଙ୍କୁ କହନ୍ତି ପୁଣି ସେମାନଙ୍କ ମଧ୍ୟ ଦେଇ ତୁମକୁ ଓ ମୋତେ କହନ୍ତି, ଯାହା ଆମ୍ଭେମାନେ ମଧ୍ୟ ଆମର ବିଶ୍ୱାସର ଯଥାର୍ଥତା “ପ୍ରମାଣ” କରିବା ଆବଶ୍ୟକ। ୭ ପଦର କିଛି ଅଂଶ ମଧ୍ୟ ଦେଇ ୮ ପଦକୁ ଦେଖନ୍ତୁ। ପାଉଲ କହନ୍ତି, “ଦେଖ ଯେ ତୁମେ [କରିନ୍ଥୀୟମାନେ ] [ତୁମେ ସ୍ପକନମାନେ ଦେଖନ୍ତୁ ] ସେହିପରି ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁର ଭାବେ ଦେଖାଯାଉ। ମୁଁ ଆଦେଶ ଦେଲା ପରି କହୁ ନାହିଁ, ମାତ୍ର ଅନ୍ୟମାନଙ୍କ ଉଦଯୋଗ ଉଲ୍ଲେଖ କରି [ତୁମର ଅନ୍ୟମାନଙ୍କୁ ଦେବା ] ତୁମ୍ଭମାନଙ୍କ ପ୍ରେମର ସରଳତା [ଯାହା ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମର ବିଶ୍ୱାସ] ମଧ୍ୟ ସପ୍ରାମାଣିତ କରିବା [ ମୁଁ ସପ୍ରମାଣ କରିବାକୁ ତୁମକୁ ଚାହେଁ, ଏକ ଚିନ୍ତାଧାରା ଅଟେ ]ନିମନ୍ତେ କହୁଅଛି।” ଏହା ସପ୍ରମାଣ କର! ସମାନ ଚିନ୍ତାଧାରା ୨୪ ପଦରେ ଆସେ, “ଅତଏବ, ତୁମ୍ଭମାନଙ୍କ ପ୍ରେମ ଓ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପର ପ୍ରମାଣ ମଣ୍ଡଳୀସମୂହର ସମ୍ମୁଖରେ ସେମାନଙ୍କୁ ଦେଖାଅ …”
ବର୍ତ୍ତମାନ ମୁଁ ଅନୁମାନ କରିପାରିବି ଯେ ଅତି କମରେ ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କ ହୃଦୟସମୂହରେ ଏକ ପ୍ରତିକ୍ରିୟା ଅଛି। ପୁଣି ପ୍ରତିକ୍ରିୟା "ମୁଁ କାହାକୁ କିଛି ସପ୍ରମାଣ କରିବି ନାହିଁ"। ଠିକ୍? “ଏହା ମୋହର ବ୍ୟବସାୟ ଅଟେ। ମୋର ଦାନ ବ୍ୟକ୍ତିଗତ ଅଟେ।” ଏବଂ ତାହା ଏକ ପାପପୂର୍ଣ୍ଣ, ବ୍ୟକ୍ତିଗତ, ପାଶ୍ଚାତ୍ୟ, ଅଣ-ଦାନଶୀଳ ସଂସ୍କୃତିର ପ୍ରତିକ୍ରିୟା ଅଟେ। ତାହା ସେହିଠାରୁ ହିଁ ଆସୁଅଛି।
ବାଇବଲ କହେ ଯେ ଆମର ବଦାନ୍ୟ ଓ ଆମର ଆନନ୍ଦପୂର୍ଣ୍ଣ ଦାନ ମାଧ୍ୟମରେ ଆମକୁ ଈଶ୍ୱରଙ୍କ ଅନୁଗ୍ରହ ସପ୍ରମାଣ କରିବାକୁ ହେବ; ଦେଖନ୍ତୁ ଯେ ଈଶ୍ୱରଙ୍କ ଅନୁଗ୍ରହ, ବାସ୍ତବରେ, ଆମ ଜୀବନରେ ସକ୍ରିୟ ଅଟେ। ଆମର ଦାନ ଈଶ୍ୱରଙ୍କ ପରିତ୍ରାଣ ଦେଉଥିବାର ସପ୍ରମାଣ ଅଟେ ଓ ଆମର ଦାନ ଈଶ୍ୱରଙ୍କ ବଜାୟ ରଖୁଥିବା ଅନୁଗ୍ରହର ସପ୍ରମାଣ ଅଟେ;ଏହି ବିଷୟ କେବଳ ଆମ୍ଭମାନଙ୍କୁ ଭୌତିକବାଦୀ ଜଗତରୁ ମୁକ୍ତ କରିପାରିବ।
ପାଉଲ ବିଷୟସମୂହକୁ ଏପରି କି ଆହୁରି ବଳିଷ୍ଠ କରିବାକୁ, ବର୍ତ୍ତମାନ ଯୋହନ ୧୫: ୮ ପଦରେ ଥିବା ଯୀଶୁଙ୍କ ଓଷ୍ଠରେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ସାଧାରଣ ନୀତିକୁ ଆମ୍ଭମାନଙ୍କୁ ନିର୍ଦ୍ଦିଷ୍ଟ ପ୍ରୟୋଗ ଦେଉଅଛନ୍ତି। ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ଵିତ ହେବେ, ଆଉ ତୁମ୍ଭେମାନେ ମୋହର ଶିଷ୍ୟ ହେବ।” ତାହାହିଁ ଯୀଶୁ କହନ୍ତି। ପାଉଲ ନିର୍ଦ୍ଧିଷ୍ଟ ଫଳ ଯାହା କରିନ୍ଥୀୟ ମଣ୍ଡଳୀ ଏବଂ ତୁମ ଓ ମୋ ଠାରୁ ଅନ୍ୱେଷଣ କରୁଅଛନ୍ତି ତାହା ଦାନ ଦେବାର ଫଳ ଅଟେ।
ସେମାନେ କିପରି ଏତେ ଉଦାର ଭାବରେ ଦେବାକୁ ସମର୍ଥ ହେଲେ? ୮:୫
ସେମାନେ କିପରି ଏତେ ଉଦାର ଭାବରେ ଦେବାକୁ ସମର୍ଥ ହେଲେ? ଯେଉଁମାନେ ଏପରି ଅତ୍ୟାଚାର, ତାଡ଼ନା, ଭୀଷଣ ଦରିଦ୍ରତାର ଶିକାର ହୋଇଥିଲେ, କିପରି ସେମାନେ ଉଦାର ଭାବରେ ଦାନ ଦେବାକୁ ସକ୍ଷମ ହୋଇ ପାରିଲେ? ମୋର ମନ ସେହି ଭଦ୍ରଲୋକଙ୍କ ନିକଟକୁ ଫେରି ଯାଏ ଯିଏ ଇଥିଓପିଆରୁ ଫେରି ଆସି କିଛି ସମୟ ତାଙ୍କ ଗୃହ ମଣ୍ଡଳୀର ଭିଡିଓ ଦେଖାଇଲା ପୁଣି ଏହି କୋଠରୀ ଅପେକ୍ଷା ବହୁତ ଛୋଟ ଏଠାରେ କୋଠରୀଟି ଥିଲା ଯେଉଁଠାରେ ଶହ ଶହ ଇଥିଓପିଆମାନେ ଠିଆ ହେଉଥିଲେ ଓ ଆନନ୍ଦ ନିମନ୍ତେ ଡେଇଁପଡୁଥିଲେ। ଆମ୍ଭେମାନେ ସେମାନଙ୍କ କୋଠାଘର ମଧ୍ୟରୁ ପ୍ରାୟ ତିନି ହଜାର ଏହି ନୂତନ କୋଠାଘରେ ଉପଯୁକ୍ତ କରି ପାରିବା। ଏହି ପ୍ରକାରର ଆନନ୍ଦ କ’ଣ ବର୍ଣ୍ଣନା କରେ?
ମାକିଦନିଆର ଖ୍ରୀଷ୍ଟିୟାନମାନେ ସର୍ବପ୍ରଥମେ, ସେମାନେ ନିଜେ ନିଜକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରିଥିଲେ।
ସେମାନେ ନିଜେ ନିଜକୁ ଓ ସେମାନଙ୍କ ଟଙ୍କା ଏତେ ଉଦାର ଭାବରେ ଦେବାକୁ କିପରି ସମର୍ଥ ହେଲେ? ପାଉଲ ୫ ପଦରେ ଆମକୁ କହନ୍ତି, “… ପୁଣି, ଏଥିରେ ସେମାନେ ଯେ କେବଳ ଆମ୍ଭେମାନଙ୍କ ଆଶା ଅନୁସାରେ କଲେ, ତାହା ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛା ଦ୍ଵାରା ଚାଳିତ ହୋଇ [ମାକିଦନିଆମାନେ ] ପ୍ରଥମେ ଆପଣା ଆପଣାକୁ ପ୍ରଭୁଙ୍କ ନିକଟରେ ଏବଂ ଆମ୍ଭମାନଙ୍କ ନିକଟରେ ସମର୍ପଣ କଲେ।” ମାକିଦନିଆର ଖ୍ରୀଷ୍ଟିୟାନମାନେ ସର୍ବପ୍ରଥମେ ନିଜକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କଲେ। ସେମାନେ ଈଶ୍ୱରଙ୍କ ବଜାୟ ରଖୁଥିବା ଅନୁଗ୍ରହ ବୁଝିଥିଲେ। ସେମାନେ ବୁଝିପାରିଥିଲେ ଯେ ଅଯୋଗ୍ୟ ପାପୀ ଭାବରେ ସେମାନଙ୍କୁ ଜୀବନର ଦାନ ଦିଆଯାଇଥିଲା, ସେମାନେ ଯେ ଏହାର ଯୋଗ୍ୟ ଥିଲେ ଏହି କାରଣ ହେତୁ ନୁହେଁ କିନ୍ତୁ ଈଶ୍ୱର ଯେ ଅନୁଗ୍ରହର ଈଶ୍ୱର ଏହି କାରଣ ସକାଶେ। ତା’ପରେ ମାକିଦନିଆର ଖ୍ରୀଷ୍ଟିୟାନମାନେ ଈଶ୍ୱରଙ୍କ ବଜାୟ ରଖୁଥିବା ଅନୁଗ୍ରହକୁ ବୁଝିଲେ। ଏହା, ପ୍ରକୃତରେ ସେମାନଙ୍କୁ ପରିବର୍ତ୍ତନ କରିଥିଲା। ଏହା, ବାସ୍ତବରେ ସେମାନଙ୍କୁ ଭୌତିକବାଦର ବନ୍ଧନସବୁକୁ ଭାଙ୍ଗିବାକୁ ସକ୍ଷମ କରିଥିଲା ପୁଣି ବାସ୍ତବରେ ସେମାନଙ୍କୁ ଦାନ ଦେବାକୁ ସକ୍ଷମ କରିଥିଲା।
ଏହି କାରଣରୁ ଦାନ ଦେବା ଏକ “ଅନୁଗ୍ରହର କାର୍ଯ୍ୟ” ଅଟେ (୧ ପଦ)।
ଏହି କାରଣରୁ ଦାନ ଦେବା ଅନୁଗ୍ରହର କାର୍ଯ୍ୟ ଅଟେ। ସପ୍ତାହସାରା ଏହା ମୋର ଈଶ୍ୱରତାତ୍ତ୍ୱିକ ସଂଘର୍ଷ ହୋଇଅଛି ଯେପରି ମୁଁ ବୁଝିବାକୁ ଚେଷ୍ଟା କଲି ଯେ କିପରି ପାଉଲ ୧ ପଦରେ, “ଈଶ୍ୱରଙ୍କ ଅନୁଗ୍ରହ” ରୁ ଆମ୍ଭମାନଙ୍କ ଦାନ ଦେବାର ବାସ୍ତବତାକୁ ଯାଇପାରିବେ। ଏହି ଦାନ ଦେବାର ଧାରଣା ଈଶ୍ୱରଙ୍କ ଅନୁଗ୍ରହ ହୋଇଥିବାରୁ ଏହା ୭ ପଦରେ ପୁନରାବୃତ୍ତି ହୋଇଅଛି ଯେଉଁଠାରେ ସେ କହନ୍ତି ଯେ ଏହି ଅନୁଗ୍ରହ କାର୍ଯ୍ୟରେ ଆମ୍ଭେମାନେ ପ୍ରଚୁର ହେବା ଉଚିତ୍। ଏହା ପୁନର୍ବାର ୧୯ ପଦରେ ଦେଖାଯାଏ। ଏହା କହେ, “ପ୍ରଭୁଙ୍କ ଗୌରବ ନିମନ୍ତେ ଆମ୍ଭେମାନେ ଏହି ଅନୁଗ୍ରହର କାର୍ଯ୍ୟ କରୁ [ଯିହୂଦୀମାନଙ୍କ ନିମନ୍ତେ ଉତ୍ସର୍ଗୀକୃତ ] ଯାହା ଆମ୍ଭମାନଙ୍କ ଦ୍ୱାରା ସେବା ସାଧିତ କରାଯାଉଅଛି …” ଆମର ଦାନ ଦେବା ବିଷୟରେ ତୁମେ କିପରି ଈଶ୍ୱରଙ୍କ ଅନୁଗ୍ରହରୁ ଧାରଣା ପାଇଥାଅ?
ଯେତେବେଳେ ଆମେ ଗୋଟେ ପାହୁଚ ପଛକୁ ଯାଇ ଏ ବିଷୟରେ ଚିନ୍ତା କରୁ, ସେତେବେଳେ ଏହା ସ୍ପଷ୍ଟ ହୁଏ। ଈଶ୍ୱରଙ୍କ ଅନୁଗ୍ରହ ଆମକୁ ଦାନ ଦେବାକୁ ଇଚ୍ଛା କରାଏ; ପୁଣି ତା’ପରେ ସେ ଯେପରି ପ୍ରକୃତରେ ଆଗକୁ ଯାଆନ୍ତି, ସେପରି ଈଶ୍ୱରଙ୍କ ଅନୁଗ୍ରହ ଆମକୁ ଦାନ ଦେବାକୁ ସକ୍ଷମ କରେ। ତାହାଙ୍କ ଅନୁଗ୍ରହ ଆମକୁ ପରିତ୍ରାଣ କରେ। ତାଙ୍କର ଅନୁଗ୍ରହ ଆମକୁ ଜୀବିତ ରଖେ। ତାହାଙ୍କ ଅନୁଗ୍ରହ ଆମକୁ ପରିବର୍ତ୍ତନ କରେ। ତାହାଙ୍କ ଅନୁଗ୍ରହ ଆମର ଅନୁରାଗକୁ ପରିବର୍ତ୍ତନ କରେ। ତାହାଙ୍କ ଅନୁଗ୍ରହ ଏପରି କି ଆମର ଦାନ ଦେବାର କ୍ଷମତାକୁ ମଧ୍ୟ ପରିବର୍ତ୍ତନ କରେ କାରଣ ଈଶ୍ୱର ହିଁ ତୁମକୁ ଓ ମୋତେ ଆମର ଧନ ପ୍ରାପ୍ତ କରିବାରେ ସକ୍ଷମ କରାନ୍ତି।
ପର୍ବ ୯:୮, ୧୦ ପଦରେ ଦେଖନ୍ତୁ। “ଆଉ, ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ [ଈଶ୍ୱରଙ୍କ ଅନୁଗ୍ରହ ହିଁ ଆମକୁ ଯଥେଷ୍ଟ କରିଥାଏ। ତାହା ଆମର ଟଙ୍କା ବା ଅଧିକ ସଠିକ୍ ଭାବରେ ଅଟେ, ଏହା ତା’ଙ୍କର ଟଙ୍କା ଅଟେ] ତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରି ପାର, ଏଥିନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ସର୍ବପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି ।” ତାହା ଦାନ ଦେବାର ଅନୁଗ୍ରହ ଅଟେ। ୧୦ ପଦ: “ଆଉ, ଯେ ବୀଜଯୋଗାଣକାରୀକୁ ବୀଜ ଓ ଭୋଜନ ନିମନ୍ତେ ଆହାର ଯୋଗାନ୍ତି, ସେ ବୁଣିବା ନିମନ୍ତେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବଢ଼ାଇବେ, ପୁଣି, ତୁମ୍ଭମାନଙ୍କ ଧାର୍ମିକତାର ଫଳ ବୃଦ୍ଧି କରିବେ।” ଈଶ୍ୱର ହିଁ ଅନୁଗ୍ରହର ଈଶ୍ୱର ପୁଣି ସେ ବୁଣିବାକୁ ଆମ୍ଭମାନଙ୍କୁ ବୀଜ ଯୋଗାନ୍ତି; ସେ, ପ୍ରକୃତରେ, ବୀଜକୁ ବହୁଗୁଣିତ କରନ୍ତି ତେଣୁ ବୁଣିବାକୁ ଆମ୍ଭମାନେ ଅଧିକ ବୀଜ ପାଉ; ଆଉ ଆମ୍ଭେମାନେ ଏହି ମଣ୍ଡଳୀରେ ବୀଜ ପାଉ, ଆମ୍ଭେମାନେ ପାଉ ନାହୁଁ କି, ବାସ୍ତବରେ, ଅପୂର୍ବ ପରିମାଣର ବୀଜ ଯୋଗାନ୍ତି ଯାହା ଆମ୍ଭେମାନେ ରୋପଣ କରିପାରୁ। ତା’ପରେ, ଈଶ୍ୱର ବୀଜକୁ ବୃଦ୍ଧି କରନ୍ତି ଯଦ୍ୱାରା ଆହାର ଅମଳ ହୁଏ।
ମାକିଦନିଆର ଲୋକମାନେ ବୁଝନ୍ତି ଯେ ଈଶ୍ୱର ହିଁ ଜଣେ ଦାନଦାତା, ସେ ଦାନଦାତା ଅଟନ୍ତି ପୁଣି ସେ ଉଭୟ ଚରମ ସୀମାରେ ଦିଅନ୍ତି। ସେ ରୋପଣ କରିବା ନିମନ୍ତେ ଯୋଗାନ୍ତି ଓ ଅମଳ ସମୟରେ ଅମଳ କରିବାକୁ ଦିଅନ୍ତି। ଏହି ସମସ୍ତ ବିଷୟ ତାହାଙ୍କ ପକ୍ଷରୁ ଅନୁଗ୍ରହର କାର୍ଯ୍ୟ ଅଟେ କାରଣ ସେ ଆମକୁ ଭୌତିକବାଦ ମୁଷ୍ଟି ତଳେ ଆମ୍ଭମାନଙ୍କୁ ରହିବାକୁ ଓ ଏହି ଜଗତ ସହିତ ପ୍ରେମରେ ଓ ବିଫଳତାରେ ମରିବାକୁ ଅନୁମତି ଦେଇପାରନ୍ତି, କିନ୍ତୁ ଈଶ୍ୱର ତାହାଙ୍କ ଅନୁଗ୍ରହରେ ଆମ୍ଭମାନଙ୍କୁ ଏହି ଜଗତ ଓ ଭୌତିକବାଦର ମୁଷ୍ଟିରୁ ମୁକ୍ତ ହେବାକୁ ଚାହିଁଲେ। ତେଣୁ ସେ ଆମ ଅସ୍ତିତ୍ୱର ଏହି ତଳିପକା କାମର ପ୍ରତ୍ୟେକ ବର୍ଗରେ ଦିନକୁ ଦିନ ଆମ୍ଭମାନଙ୍କୁ ସକ୍ଷମ କରାଇଲେ । ସେ ଆମକୁ ଯାହା କରିବାକୁ ଚାହାଁନ୍ତି ତାହା କରିବା ନିମନ୍ତେ ଆମକୁ ସକ୍ଷମ କରାନ୍ତି ତା’ପରେ ସେ ଆମକୁ ପୁଣି ତାହା କରିବା ପାଇଁ ଉପାୟ ଦିଅନ୍ତି। ତେଣୁ ସେ ତାହାଙ୍କ ଅନୁଗ୍ରହରେ, ଦାନ ଦେବାକୁ ଆମ୍ଭମାନଙ୍କୁ ଇଚ୍ଛା ଦିଅନ୍ତି, ପୁଣି ସେ ଆମ୍ଭମାନଙ୍କୁ ଟଙ୍କା, ଧନ ଦିଅନ୍ତି। ସୁସମାଚାର ସମ୍ବନ୍ଧୀୟ ଆମେରିକୀୟ ମଣ୍ଡଳୀ ଦ୍ୱାରା ଅଧିକାର କରାଯାଇଥିବା ଅବର୍ଣ୍ଣିତ ଧନ ହିଁ ବୋଧଶକ୍ତି ବାହାରେ। ମୁଁ ଦେଖିଥିବା ପରିସଂଖ୍ୟାନ କହେ ଯେ ଯଦି ଆମେରିକାର ସୁସମାଚାର ସମ୍ବନ୍ଧୀୟ ମଣ୍ଡଳୀ ଏହାର ମଣିରୁ ମୁକ୍ତ କରି ଦାନ କରିବେ ତେବେ ଏହି ଜଗତରେ ଆଉ କାହାକୁ କ୍ଷୁଧିତ ହେବାକୁ ପଡିବ ନାହିଁ।
ସେମାନେ ମଧ୍ୟ ଦାନ ଦେବା ଈଶ୍ୱରଙ୍କ ଇଚ୍ଛା ଅଟେ ବୋଲି ବୁଝିଲେ (୫ ପଦ)
ମାକିଦନିଆ ଲୋକମାନେ ତାହା ବୁଝିଥିଲେ। ସେମାନେ ବୁଝିଲେ ଯେ ଈଶ୍ୱର ଦାନଦାତା ଅଟନ୍ତି, ସକ୍ଷମ ଦାତା, କିନ୍ତୁ ସେମାନେ ମଧ୍ୟ ବୁଝିଥିଲେ ଯେ ଦାନ ଦେବା ଈଶ୍ୱରଙ୍କ ଇଚ୍ଛା ଅଟେ। ତୁମ ଜୀବନ ପାଇଁ ଈଶ୍ୱରଙ୍କ ଇଚ୍ଛା କ’ଣ ତାହା ତୁମେ ଜାଣିବାକୁ ଚାହଁ କି? ଦାନ ଦିଅ। ୫ ପଦ, “… ଈଶ୍ୱରଙ୍କ ଇଛା ଦ୍ୱାରା ଚାଳିତ ହୋଇ ପ୍ରଥମେ ଆପଣା ଆପଣାକୁ ପ୍ରଭୁଙ୍କ ନିକଟରେ ଏବଂ ଆମ୍ଭମାନଙ୍କ ନିକଟରେ ସମର୍ପଣ କଲେ” ପାଉଲଙ୍କ ପ୍ରେରିତ ସମ୍ବନ୍ଧୀୟ ସେବାକାର୍ଯ୍ୟ ପୁଣି ଏହି ନିର୍ଦ୍ଦିଷ୍ଟ କ୍ଷେତ୍ରରେ, ନୈବେଦ୍ୟ କ୍ଷେତ୍ରରେ। ପର୍ବ ୯:୧୩ ପଦ ସମାନ ଧାରଣା ବ୍ୟକ୍ତ କରେ। ପାଉଲ ଆପଣାକୁ ବହୁତ ଥର ପୁନରାବୃତ୍ତି କରିଛନ୍ତି ଆଉ ମୁଁ ତୁମ୍ଭମାନଙ୍କୁ ୮ ଓ ୯ ପର୍ବ ପଢ଼ିବାକୁ ଉତ୍ସାହିତ କରିବାକୁ ଚାହେଁ କାରଣ ତୁମ୍ଭେ ସମାନ ବିଷୟସବୁ ବାରମ୍ବାର ଆସୁଥିବାର ଦେଖିବ। ୯ :୧୩ ପଦରେ ପାଉଲ କହନ୍ତି, “ସେମାନଙ୍କର [ଯିହୂଦୀ ମଣ୍ଡଳୀ ଯାହା ଏହି ନୈବେଦ୍ୟ ଗ୍ରହଣ କରିବାକୁ ଯାଉଅଛି ]ଏହି ସେବାକର୍ମର ପ୍ରମାଣ, [ତୁମର ଦାନ ଦେବାର ସେବାକାର୍ଯ୍ୟ ] ପାଇ ଲୋକେ ତୁମ୍ଭମାନଙ୍କ ସ୍ବୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ବାଧ୍ୟତା, ପୁଣି ସାଧୁମାନଙ୍କ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ସହଭାଗିତାର ସରଳତା ସକାଶେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁଅଛନ୍ତି।” ଈଶ୍ୱରତତ୍ତ୍ୱର ପ୍ରବାହ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ମୋତେ ଏହି ପଦରେ ଓଲଟା କରିବାକୁ ଦିଅନ୍ତୁ: କରିନ୍ଥୀୟମାନେ ଈଶ୍ୱରଙ୍କ ପରିତ୍ରାଣ କରିଥିବା ଅନୁଗ୍ରହ ଅନୁଭବ କରିଅଛନ୍ତି;ସେମାନେ ଖ୍ରୀଷ୍ଟଙ୍କ ସୁସମାଚାରର ସ୍ୱୀକାର କରିଅଛନ୍ତି। କରିନ୍ଥୀୟମାନେ ଆପଣା ଆପଣାକୁ ଈଶ୍ୱରଙ୍କ ବଜାୟ ରଖିବା ଅନୁଗ୍ରହରେ ସମର୍ପଣ କରିଅଛନ୍ତି ଯାହା ସେମାନଙ୍କୁ ଆହ୍ୱାନ ଓ ଦାନ ଦେବାକୁ ସକ୍ଷମ କରେ, ତାହା ବାଧ୍ୟତା ଅଟେ, ଏବଂ ଏହି ସମସ୍ତ ବିଷୟର ଫଳାଫଳ ହେଉଛି ଈଶ୍ୱର ଗୌରବାନ୍ୱିତ ହେଉଅଛନ୍ତି, ଯାହା, ଅବଶ୍ୟ ସମସ୍ତ ବିଶ୍ୱାସୀମନଙ୍କ ନିମନ୍ତେ ପ୍ରାଥମିକ ଲକ୍ଷ୍ୟ ଅଟେ, ଠିକ୍? ଆମ୍ଭେମାନେ ଭୋଜନ କରୁ କିମ୍ବା ପାନ କରୁ କିମ୍ବା ଯାହା କିଛି କରୁ, ଆମ୍ଭେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟ ଓ ତାଙ୍କ ପିତା ଈଶ୍ୱରଙ୍କୁ ଗୌରବ, ପ୍ରଶଂସା ଓ ସମ୍ମାନ ଆଣିବା ମୂଳ ଉଦ୍ଦେଶ୍ୟ ନିମନ୍ତେ କରିଥାଉ।
ମାକିଦନିଆ ଲୋକମାନେ ବୁଝିଥିଲେ ଯେ ପ୍ରତ୍ୟେକ ବିଷୟ ଈଶ୍ୱରଙ୍କର ଅଟେ -୧ କରି. ୬:୧୯-୨୦
ମାକିଦନିଆ ଲୋକମାନେ ବୁଝିଥିଲେ ଯେ ପ୍ରତ୍ୟେକ ବିଷୟ ଈଶ୍ୱରଙ୍କର ଅଟେ -୧ କରିନ୍ଥୀୟ ୬:୧୯-୨୦। ଏପରିକି ଆମ ଶରୀର ମଧ୍ୟ ତାହାଙ୍କର ଅଟେ। ଆମ୍ଭମାନେ ଏକ ମୂଲ୍ୟ ଦେଇ, ମେଷଶାବକଙ୍କ ମୂଲ୍ୟବାନ ରକ୍ତରେ କିଣାଯାଇଅଛୁ, ଆଉ ଆମ ଶରୀର ଆମ ନିଜର ନୁହେଁ। ଆମ୍ଭେମାନେ ଈଶ୍ୱରଙ୍କ ଧନର ଭଣ୍ଡାରଘରିଆ ଅଟୁ ଆଉ ଆମ୍ଭେମାନେ ଈଶ୍ୱରଙ୍କ ଧନକୁ ତାହାଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିବା। ଆମ୍ଭେମାନେ ଈଶ୍ୱରଙ୍କ ଧନର ଭଣ୍ଡାରଘରିଆ ଅଟୁ ଆଉ ଆମ୍ଭେମାନେ ତାହାଙ୍କ ଧନକୁ ତାଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିବା। ତାହା ହିଁ କିପରି ଭାବରେ ଆମ୍ଭେମାନେ ସ୍ୱର୍ଗରେ ଧନ ସଞ୍ଚୟ କରୁ।
ବର୍ତ୍ତମାନ, ଈଶ୍ୱରଙ୍କ ଗୋଟିଏ ଉଦ୍ଦେଶ୍ୟ ହେଉଛି ଯେ ଆମ୍ଭେମାନେ ତାହାଙ୍କ ଧନର ଯତ୍ନ ନେବା ଓ ଆମ ପରିବାରର ଯତ୍ନ ନେବା ପାଇଁ ବ୍ୟବହାର କରିବା। ଏକ ଅତ୍ୟନ୍ତ କୌତୁହଳଜନକ ବିଷୟ ହେଉଛି ଯେ ଈଶ୍ୱର ଆମକୁ ନିଜର ଦରମା ସ୍ଥିର କରିବାକୁ ଅନୁମତି ଦିଅନ୍ତି, ଏହା ସେ କରନ୍ତି ନାହିଁ କି? ସେ ଆମକୁ ଧନ, ଯାହା ସେ ଆମକୁ ତାହାଙ୍କ ଧନ ଦେଖିବାକୁ ଅନୁମତି ଦେଇଛନ୍ତି ପୁଣି ସେ କହନ୍ତି, “ସେଥିରୁ କିଛି ନିଅ। ମୁଁ ତୁମକୁ ମୋର କିଛି ଟଙ୍କା ଦେବାକୁ ଚାହେଁ। ମୁଁ ତୁମକୁ ମୋର କିଛି ଧନ ତୁମର ଜୀବନସାଥୀ ଓ ତୁମର ପିଲା ଓ ତୁମର ବନ୍ଧକ ଓ ତୁମର କାରର ଯତ୍ନ ନେବା ନିମନ୍ତେ ବ୍ୟବହାର କରିବାକୁ ଚାହେଁ। ମୁଁ ତୁମକୁ ତାହା କରିବାକୁ ଚାହେଁ। ତାହା ଠିକ ଅଛି। “କିନ୍ତୁ ଅନ୍ୟ ଏକ ଉଦ୍ଦେଶ୍ୟ ଯାହା ଆମ୍ଭେମାନେ ଭଣ୍ଡାରଘରିଆ ଭାବରେ ଈଶ୍ୱରଙ୍କ ଉଦେଶ୍ୟସମୂହକୁ ଆଗକୁ ବଢେଇବାକୁ ଈଶ୍ୱରଙ୍କ ଧନକୁ ଦେବା ଆବଶ୍ୟକ।
ରେଣ୍ଡି ଆଲକର୍ନ ତାହାଙ୍କର ନୀତିଗୁଡ଼ିକ ମଧ୍ୟରୁ ଯେଉଁ ଗୋଟିଏ ନୀତି ବ୍ୟକ୍ତ କରନ୍ତି ତାହା ହେଉଛି ଯେ ଆମର ବଞ୍ଚିବାର ମାନଦଣ୍ଡ ଉତ୍ତୋଳନ କରିବାକୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ଧନ ଦିଆଯାଏ ନାହିଁ। କିନ୍ତୁ ଆମ୍ଭମାନଙ୍କୁ ଦାନ ଦେବାର ମାନଦଣ୍ଡ ଉତ୍ତୋଳନ କରିବାକୁ ଈଶ୍ୱରଙ୍କ ଧନ ଦିଆଯାଇଅଛି। ସେଥିପାଇଁ ତୁମର ଓ ମୋର ଏତେ ଟଙ୍କା ଅଛି, ଏକ ଅବିଶ୍ଵାସନୀୟ ପରିମାଣର ଧନ।
ଆମର ଚରମ ପ୍ରେରଣାଦାନ ଓ ଲକ୍ଷ କ’ଣ ଅଟେ?
ଚରମ ପ୍ରେରଣା ଦାନ କ’ଣ ଅଟେ;ଏହିସବୁର ଚରମ ଲକ୍ଷ୍ୟ କ’ଣ ଅଟେ? ଏହା ହିଁ ଯେଉଁଠାରେ ପାଉଲ ଗତି କରୁଅଛନ୍ତି। ଆମର ପ୍ରେରଣା ଦାୟକ ଦାନ ଯୀଶୁ ଆମ୍ଭମାନଙ୍କ ନିମନ୍ତେ ଯାହା କରିଅଛନ୍ତି ତାହାକୁ ସେହି ପ୍ରକାରେ ପ୍ରତ୍ୟୁତ୍ତର କରିବାକୁ ଆମ୍ଭେମାନେ ଚାହିଁବା। ୨ କରିନ୍ଥୀୟ ୮: ୯, “କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭେମାନେ ଜାଣ, ତୁମ୍ଭେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନଵାନ୍ ହୁଅ, ଏଥିପାଇଁ ସେ ଧନୀ ହେଲେହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ।” ପାଉଲ ଆମକୁ ଦାନ ଦେବା ବିଷୟରେ ଶିକ୍ଷା ଦେବାକୁ ଅବତାର ବ୍ୟବହାର କରନ୍ତି; ଯେପରି ଖ୍ରୀଷ୍ଟ ସଦୟ, ମୁକ୍ତ, ମହାନନ୍ଦ, ସ୍ୱେଚ୍ଛା, ଉଦାର ଭାବରେ ଦାନ କଲେ ସେପରି ତୁମେ ଓ ମୁଁ ଅନ୍ୟମାନଙ୍କୁ ଦାନ ଦେବା ଆବଶ୍ୟକ। ଚରମ ଲକ୍ଷ୍ୟ, ତାହା ସରଳ ଅଟେ, ଜୀବନର ସମୁଦାୟ ଚରମ ଲକ୍ଷ୍ୟ କ’ଣ ଅଟେ? ଯାହା ଆମ୍ଭେମାନେ କହୁ ଓ କରୁ ଏବଂ ଯାହା କହୁ ନାହୁଁ ଓ କରୁନାହୁଁ ତାହା ଦ୍ୱାରା ଈଶ୍ୱରଙ୍କୁ ଗୌରବ ଆଣିବା। ତାହା ଯେପରି ଆମର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଓ ପିତା ଈଶ୍ୱରଙ୍କୁ ଆମେ ଗୌରବ କରିବା ଅଟେ।
ଏପରିକି ଭୋଜନ କରିବା ଓ ପାନ କରିବା ଭଳି ବିଷୟରେ, ୧ କରିନ୍ଥୀୟ ୧୦: ୩୧;କିନ୍ତୁ ଆମର ନିର୍ଦ୍ଦିଷ୍ଟ ଭାବରେ ଈଶ୍ୱରଙ୍କ ଧନ ନିୟନ୍ତ୍ରଣ କରିବାରେ ଆମ୍ଭେମାନେ ଈଶ୍ୱରଙ୍କୁ ଗୌରବ କରିବା ଆବଶ୍ୟକ। ପର୍ବ ୮:୧୯, “… ଯେପରି ଆମ୍ଭେମାନେ ପ୍ରଭୁଙ୍କ ଗୌରବ ନିମନ୍ତେ ଏହି ଅନୁଗ୍ରହର କାର୍ଯ୍ୟ କରୁଅଛୁ ଯାହା ଆମ୍ଭମାନଙ୍କ ଦ୍ୱାରା ସାଧିତ କରାଯାଉଅଛି।” ପର୍ବ ୯:୧୩, “… ତୁମ୍ଭମାନଙ୍କ ସ୍ୱୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ବାଧ୍ୟତା ପୁଣି ତୁମ୍ଭର ସହଭାଗିତାର ସରଳତା ସକାଶେ ସେମାନେ ଈଶ୍ୱରଙ୍କୁ ଗୌରବ କରିବେ।”
ରେଣ୍ଡି ଆଲକର୍ନର ଆମ ଦାନ ଦେବା ସମ୍ବନ୍ଧରେ ଈଶ୍ୱରଙ୍କୁ ଗୌରବ ଆଣିବାର ଏହି ସମଗ୍ର ପ୍ରସଙ୍ଗରେ ଏକ ଉତ୍ତମ ଅନୁଚ୍ଛେଦ ଅଛି। ପୃଷ୍ଠା ୫୭: “ଦାନ ଦେବାର କାର୍ଯ୍ୟ ଏକ ଜୀବନ୍ତ ସ୍ମାରକ ଅଟେ ଯେ ଏହା ଆମ୍ଭମାନଙ୍କ ବିଷୟରେ ନୁହେଁ ମାତ୍ର ଈଶ୍ୱରଙ୍କ ବିଷୟରେ ଅଟେ। ଏହା କହୁଅଛି, ‘ମୁଁ ବିଷୟବସ୍ତୁ ନୁହେଁ। ସେ ହେଉଛନ୍ତି ବିଷୟବସ୍ତୁ। ସେ ମୋ ନିମନ୍ତେ ବିଦ୍ୟମାନ ନୁହଁନ୍ତି। ମୁଁ ତାହାଙ୍କ ନିମନ୍ତେ ବିଦ୍ୟମାନ ଅଟେ।’ ମୋର ଧନସମ୍ପଦ ଅପେକ୍ଷା ଈଶ୍ୱରଙ୍କ ଅର୍ଥର ଉଚ୍ଚତ୍ତର ଉଦ୍ଦେଶ୍ୟ ଅଛି। ଦାନ ଦେବା ଏକ ମହାନ ବ୍ୟକ୍ତି ଓ ଏକ ମହାନ କାର୍ଯ୍ୟସୂଚୀ ନିକଟରେ ଏକ ଆନନ୍ଦପୂର୍ଣ୍ଣ ଆତ୍ମସମର୍ପଣ ଅଟେ। ଦାନ ଦେବା ଖ୍ରୀଷ୍ଟଙ୍କ ପ୍ରଭୁତ୍ୱକୁ ଦୃଢ଼ ଘୋଷଣା କରେ। ଏହା ମୋତେ ସିଂହାସନଚ୍ୟୁତ କରେ ଓ ତାହାଙ୍କୁ ଉନ୍ନତ କରେ। ଏହା ଧନସମ୍ପତ୍ତିର ଶିକୁଳିକୁ ଭାଙ୍ଗି ପକାଏ ଯାହା ମୋତେ ଦାସ କରିବ।” ଭଣ୍ଡାର ନୀତି T# ୫ ସରଳ କରେ: “ଦାନ ଦେବା ଭୌତିକବାଦ ପ୍ରତି ଏକମାତ୍ର ବିଷ ନିରୋଧକ ଔଷଧ ଅଟେ।” ଏହାକୁ ଭାଙ୍ଗିବାକୁ ଅନ୍ୟ କୌଣସି ଉପାୟ ନାହିଁ। ଆମର ଚରମ ପ୍ରେରଣାଦାନ ଅଯୋଗ୍ୟ ପାପୀମାନଙ୍କ ନିମନ୍ତେ ଯୀଶୁ ନିଜ ଅନୁଗ୍ରହରେ ଯାହା କରିଛନ୍ତି ଓ କରୁଅଛନ୍ତି ସେ ପ୍ରକାରକୁ ପ୍ରତ୍ୟୁତ୍ତର କରିବା ଅଟେ। ଆମ୍ଭେମାନେ କରୁଥିବା ପ୍ରତ୍ୟେକ କାର୍ଯ୍ୟରେ, ଆମ୍ଭେମାନେ କିପରି ଈଶ୍ୱରଙ୍କ ଧନକୁ ପରିଚାଳନା କରିବା ତାହା ସହିତ ସମ୍ପୃକ୍ତ କରି ଆମର ଚରମ ଲକ୍ଷ୍ୟ ତାହାଙ୍କୁ ପ୍ରଶଂସା, ସମ୍ମାନ ଓ ଗୌରବ ଆଣିବା ଅଟେ।
ଏହି ଅନ୍ତିମ ପ୍ରସଙ୍ଗ ସହିତ ସଂଘର୍ଷ
ମୁଁ ଏହି ଶେଷ ବିଷୟ ସହିତ ସଂଘର୍ଷ କରିଅଛି ଯାହା ବିଷୟରେ ମୁଁ କହିବାକୁ ଚାହୁଁଛି। ଏହି ସପ୍ତାହରେ ମୁଁ ଅନେକ ଲୋକଙ୍କ ସହ କଥାବାର୍ତ୍ତା କରିଅଛି ପୁଣି ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ବିରକ୍ତ କରିଅଛି। ତାହା ଠିକ୍ ଅଛି। ଏହା ମୋର କାମ ପୁଣି ଏହା କରିବାକୁ ତୁମେ ମୋତେ ଦେୟ ଦିଅ, କାରଣ ତୁମେ ମୋତେ ପୁରା ସୁସମାଚାର ପ୍ରଚାର କରିବାକୁ କହିଅଛ, ତୁମେ କହି ନାହଁ କି? ପୂର୍ଣ୍ଣ ସୁସମାଚାର, ସୁସମାଚାର କିଛି ଅଂଶ ନୁହେଁ, ପୂର୍ଣ୍ଣ ସୁସମାଚାର। ପୁଣି ତୁମେ ମୋତେ ସ୍ପଷ୍ଟ, ବିଶ୍ୱାସଯୋଗ୍ୟ, ମୃଦୁ ଭାବରେ ଓ ବାଇବଲ ଅନୁଯାୟୀ ଏହି କାମ କରିବାକୁ କହିଲ। ମୁଁ ତୁମକୁ କହିବାକୁ ପଡିବ, ଏହା ମୁଁ କରିବାକୁ ଯାଉଅଛି କାରଣ ଯେତେବେଳେ ମୁଁ ପାଳକଙ୍କ ସମ୍ମିଳନୀ, ଯେତେବେଳେ ମୁଁ ବିଶ୍ୱାସ କରିବା ପ୍ରକ୍ରିୟା ଛାଡିଥିଲି: ତାହା ହେଉଛି ମୁଁ ପୂର୍ଣ୍ଣ ସୁସମାଚାର ପ୍ରଚାର କରି ନାହିଁ। ଈଶ୍ୱରଙ୍କର ଅର୍ଥନୀତି ଯାହା ତୁମ ପଛ ପକେଟରେ ଅଛି ସେ ବିଷୟରେ ମୁଁ ତୁମକୁ ପ୍ରଚାର କରିବା ବିଷୟରେ ଭୟଭୀତ ହୋଇପଡିଅଛି। ତାହା ବର୍ତ୍ତମାନ ବନ୍ଦ ହେବାକୁ ଯାଉଅଛି।
ମୁଁ ତୁମର ଟଙ୍କା ବିଷୟରେ ଯତ୍ନ ନିଏ ନାହିଁ
କିନ୍ତୁ ମୋତେ କହିବାକୁ ଦିଅନ୍ତୁ, ମୁଁ ତୁମର ଟଙ୍କା ବିଷୟରେ ହସ୍ତକ୍ଷେପ କରୁନାହିଁ। ମୁଁ ବୁଝେ ମୁଁ ବାସ୍ତବ, ପ୍ରକୃତରେ ବୁଝେ ନାହିଁ। ଗୋଟିଏ ଅର୍ଥରେ ଏହା ମୋ ପ୍ରତି କୌଣସି ଭିନ୍ନତା ଆଣେ ନାହିଁ। ଈଶ୍ୱର ବିଶ୍ୱସ୍ତ ହେବାକୁ ଯାଉଅଛନ୍ତି। ଈଶ୍ୱର ତୁମ ସହିତ କିମ୍ବା ତୁମ ବିନା ତାହାଙ୍କ ପ୍ରତିଜ୍ଞାସମୂହ ଓ ଉଦ୍ଦେଶ୍ୟସକଳ ସଫଳ କରିବାକୁ ଯାଉଅଛନ୍ତି। ଗୋଟିଏ ଅର୍ଥରେ ଏହା କେବଳ ଏକ ପ୍ରଶ୍ନ ଯେ ତୁମେ ଆଶୀର୍ବାଦ ପ୍ରାପ୍ତ ହେବାକୁ ଯାଉଅଛ କି ନାହିଁ। କାରଣ ଯଦି ତୁମେ ଆଶୀର୍ବାଦ ପାଇବାକୁ ଚାହୁଁନାହଁ, ତେବେ ଈଶ୍ୱରଙ୍କ ଟଙ୍କାକୁ ଦୁରେଇ ଦିଅ। ୨ କରିନ୍ଥୀୟ ୯:୬, “ଯେ ଅଳ୍ପ ବୁଣେ, ସେ ମଧ୍ୟ ଅଳ୍ପ କାଟିବ, ଆଉ ଯେ ପ୍ରଚୁର ବୁଣେ, ସେ ମଧ୍ୟ ପ୍ରଚୁର କାଟିବ।” ସ୍ପଷ୍ଟ ଭାବରେ, ମୁଁ ପ୍ରକୃତରେ ଯତ୍ନ ନିଏ ନାହିଁ।
ମୁଁ ତୁମର ହୃଦୟ ବିଷୟରେ ଯତ୍ନ ନିଏ
କିନ୍ତୁ ମୁଁ ତୁମର ହୃଦୟ ବିଷୟରେ ଯତ୍ନ ନିଏ। ତୁମର ହୃଦୟ ବିଷୟରେ ଯତ୍ନ ନେବା ମୋର ଆହ୍ୱାନ। ସେଥିପାଇଁ ପ୍ରାଚୀନମାନଙ୍କୁ ଓ ମୋତେ “ମେଷପାଳକ” କୁହାଯାଏ। ଆମ୍ଭେମାନେ ତୁମର ଯତ୍ନ ନେବା ଉଚିତ୍। ଯୀଶୁ କହିଛନ୍ତି ଯେ ତୁମ ଭଣ୍ଡାରର ନିର୍ଦ୍ଦିଷ୍ଟ ଜାଗା ତୁମ ହୃଦୟର ଅବସ୍ଥାନର ସଂକେତ ଅଟେ, ମାଥିଉ ୬। ପାଉଲ କହିଛନ୍ତି ଯେ ଜଣେ ବ୍ୟକ୍ତି ଯିଏ ବାସ୍ତବରେ ଅଯୋଗ୍ୟ ପାପୀମାନଙ୍କ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଅନୁଭବ କରିଅଛନ୍ତି ସେ ଦାନ ଦେବ। ତାହା ହିଁ ବାଇବଲ ପ୍ରକାଶ କରେ, ଠିକ୍? ଯେତେବେଳେ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ପାଳନ କରିବାକୁ ବାଧ୍ୟ କରାଯାଉଛି, ସେତେବେଳେ ଆମ୍ଭେମାନେ ଆମ ଜୀବନରେ ଈଶ୍ୱରଙ୍କ କାର୍ଯ୍ୟ କରିବାର ଅନୁଗ୍ରହ ଦେଖିପାରୁ। ମୋତେ ପଚାରିବାକୁ ପଡିବ, “ଈଶ୍ୱରଙ୍କ ଅନୁଗ୍ରହ କ’ଣ ତୁମ ଜୀବନରେ କାର୍ଯ୍ୟ କରୁଅଛି କି ନାହିଁ” ମୁସଲମାନମାନେ କିର୍ଗିଜସ୍ଥାନରେ କାହିଁକି ବିଦ୍ୟାଳୟ ନିର୍ମାଣ କରୁଛନ୍ତି ଆଉ ଖ୍ରୀଷ୍ଟିୟାନମାନେ କାହିଁକି କରୁ ନାହାଁନ୍ତି?
ମୁଁ ଯାହା ଚାହେଁ ତାହା ହେଉଛି: ପାଉଲ ଯେଉଁପ୍ରକାର ଭାବରେ ପର୍ବ ୯:୧୫ ପଦରେ ଶେଷ କରିଛନ୍ତି ସେପ୍ରକାର ଭାବରେ ସମାପ୍ତ କରିବାକୁ ସମର୍ଥ ହେବାକୁ ମୁଁ ଆମ ସମସ୍ତଙ୍କ ନିମନ୍ତେ ଚାହେଁ, “ଈଶ୍ୱରଙ୍କ ଅକଥନୀୟ [ ଅନୁଗ୍ରହର ] ଦାନ ନିମନ୍ତେ ତାଙ୍କର ଧନ୍ୟବାଦ ହେଉ।” ଅନୁଗ୍ରହର ଦାନ ଯାହା ମୋ ପରି ଅଯୋଗ୍ୟ ପାପୀମାନଙ୍କୁ ପରିତ୍ରାଣ ଦିଏ। ଅନୁଗ୍ରହର ଦାନ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟର ଉନ୍ନତି ଆଉ କେବଳ ଈଶ୍ୱରଙ୍କ ଗୌରବ ସକାଶେ ଦାନ ଦେବାକୁ କଢ଼ାଇ ନେଇଥାଏ ଓ ସକ୍ଷମ କରିଥାଏ। ଏହି ଜଗତରେ ଈଶ୍ୱରଙ୍କୁ ଓ ପରସ୍ପରକୁ ଈଶ୍ୱରଙ୍କ ଅନୁଗ୍ରହ ଜୀବନ୍ତ ଓ ସଠିକ୍ ଦେଖାଇବାକୁ ଆଉ ଖ୍ରୀଷ୍ଟଙ୍କ ଶରୀର ପଦାଘାତ କରେ।
ଦାନ ଦେବା ଅଯୋଗ୍ୟ ପାପୀମାନଙ୍କ ପ୍ରତି ଈଶ୍ୱରଙ୍କ ଅନୁଗ୍ରହର ଦାନ ଅଟେ ଏହି ଜଗତର ଭୌତିକବାଦରୁ ମୁକ୍ତ ହୋଇ ଆମକୁ ଉଦାରତା ଓ ଆନନ୍ଦରେ ଦାନ ଦେବାକୁ ଆହ୍ୱାନ କରାଯାଇଅଛି।