ଆମ୍ଭେମାନେ ଗତ ସପ୍ତାହରେ ରୋମୀୟ ୧-୪ ପର୍ବଗୁଡ଼ିକରେ ଦେଖିଥିଲୁ, ପାଉଲଙ୍କ ସମଗ୍ର ଆଲୋଚ୍ୟ ବିଷୟବସ୍ତୁ ହେଉଛି ଜଣେ ଶିଷ୍ୟ ହେବା, ବିଶେଷ ଭାବରେ ଧାର୍ମିକ ଗଣିତ ହେବା ପ୍ରସଙ୍ଗ ନେଇ କାର୍ଯ୍ୟ ସମ୍ପାଦନ କରୁଅଛନ୍ତି। ଆମ୍ଭେମାନେ ଦେଖିଲୁ ଯେ ପାଉଲ ଆମକୁ ଶିକ୍ଷା ଦିଅନ୍ତି ଯେ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ଧାର୍ମିକ ହେଉ। ବାସ୍ତବରେ ଏଥିପାଇଁ ଯେ ଆମ୍ଭେମାନେ କଠିନ ପରିଶ୍ରମ କରିଅଛୁ ଏହି କାରଣ ସକାଶେ ନୁହେଁ, ମାତ୍ର ଯୀଶୁ କ୍ରୁଶରେ ଆମ୍ଭମାନଙ୍କ ନିମନ୍ତେ ଯେଉଁ କାର୍ଯ୍ୟ ସମ୍ପାଦନ କରିଅଛନ୍ତି ସେହି କାରଣ ସକାଶେ ଅର୍ଥାତ ଆମର ପାପ ବିଷୟରେ ତୁମେ ଓ ମୁଁ ‘ ଦୋଷୀ ନୁହେଁ’ ବୋଲି ଘୋଷଣା କରାଯାଏ।
ରୋମୀୟ ୫ - ୮ ପର୍ବରେ, ପାଉଲ ଜଣେ ଶିଷ୍ୟ ହେବାର ପରବର୍ତ୍ତୀ ଆଲୋଚ୍ୟ ବିଷୟକୁ ଅଗ୍ରସର ହୁଅନ୍ତି। ଆମ୍ଭେମାନେ ଏଠାରେ ମୁଖ୍ୟତଃ ପବିତ୍ରୀକରଣର ମତ ଶିକ୍ଷା, ପବିତ୍ରତାର ମତ ଶିକ୍ଷା, କିମ୍ବା ଅତି କମରେ ଆମର ଦୈନନ୍ଦିନ ଜୀବନରେ ପବିତ୍ରତା ବୃଦ୍ଧି ସମ୍ପର୍କେ ଆଲୋଚନା କରୁଅଛୁ। ଏହି ଚାରିଟି ଆଶ୍ଚର୍ଯ୍ୟଜନକ ପର୍ବରେ, ପାଉଲ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାର ଉପକାରସବୁ ବର୍ଣ୍ଣନା କରିବାକୁ ଯାଉଅଛନ୍ତି। ସେ ଆମକୁ ଜଣେ ଧାର୍ମିକ ବ୍ୟକ୍ତିଙ୍କ ଜୀବନ କିପରି ଦେଖାଯାଏ ତାହା ଦେଖାଇବାକୁ ଯାଉଅଛନ୍ତି। ମୁଁ ଚାହେଁ ତୁମେ ବିଷୟସବୁର ନିର୍ଦେଶ ଓ ସଂଯୋଗର ଠିକ୍ ନିକଟବର୍ତ୍ତୀ ଭାଗଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ । ଦୟାକରି ୫: ୧ ପଦ ପ୍ରତି ଦୃଷ୍ଟିପାତ କରନ୍ତୁ, ‘ଅତଏବ, ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଧାର୍ମିକ ଗଣିତ ହୋଇଅଛୁ।’ ଦୟାକରି ଧ୍ୟାନ ଦିଅନ୍ତୁ ଯେ ପ୍ରଥମେ ଧାର୍ମିକ ଗଣିତ ଆସେ ଆଉ ତାପରେ ପବିତ୍ରୀକରଣ ହେବା ଆସେ। ତିନି ପର୍ବ ପାଞ୍ଚ ପର୍ବ ପୂର୍ବରୁ ଆସିଥାଏ। କ୍ରମାନୁଯାୟୀ ପରିବର୍ତ୍ତନ କରିବା ସହଜ ଓ ସେଗୁଡ଼ିକ ଅନୁଧ୍ୟାନ କରିବାକୁ ଦିଏ ଯେ, ‘ଠିକ୍ ଅଛି, ଯଦି ମୁଁ ପବିତ୍ରୀକରଣରେ କଠିନ ପରିଶ୍ରମ କରେ, ମୁଁ ବାସ୍ତବରେ ପବିତ୍ରତାରେ କଠିନ ପରିଶ୍ରମ କରୁଅଛି, ତେବେ ମୁଁ କୌଣସି ପ୍ରକାରେ ଈଶ୍ୱରଙ୍କ କୃପା ଅର୍ଜନ କରିବାକୁ ଯାଉଅଛି।’ ତାହା ଭିନ୍ନମତ ବିଶ୍ୱାସ ଅଟେ। ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା, ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା, ଯୀଶୁ ଖ୍ରୀଷ୍ଟଙ୍କ କାର୍ଯ୍ୟ (ପର୍ବ ୧-୪) ଯାହା ପ୍ରଥମେ ଆସେ ତାହା ବାସ୍ତବ ଅଟେ; ତା’ପରେ ଏହାକୁ ଆଧାର କରି, ଆମ୍ଭେମାନେ ୫-୮ ପର୍ବରେ ଦେଖୁ ବାସ୍ତବରେ ଖ୍ରୀଷ୍ଟିୟାନ ଜୀବନ କିପରି ଦେଖାଯାଏ; ଅନ୍ୟ ଶବ୍ଦରେ, ଜଣେ ଧାର୍ମିକ ଗଣିତ ହୋଇଥିବା ବ୍ୟକ୍ତି କିପରି ଜୀବନଯାପନ କରିବାକୁ ସକ୍ଷମ ଅଟନ୍ତି ତାହା ଦେଖୁ। ଧାର୍ମିକ ଗଣିତ ହେବା ପୂର୍ବରେ ଆମ୍ଭେମାନେ କେବେହେଲେ ପବିତ୍ରୀକରଣ ରଖିପାରିବା ନାହିଁ। ଈଶ୍ୱର ପ୍ରଥମେ ଯାହା କରନ୍ତି ତାହା ଆମ୍ଭେମାନେ ରଖୁ; ତା’ପରେ ଆମ୍ଭେମାନେ ଏହାର ଆଧାର ଓ ତାହାଙ୍କ ସକ୍ଷମତା ଉପରେ, ନିଜ ଜୀବନକୁ ପବିତ୍ରତାରେ ବଞ୍ଚିବା ବିଷୟରେ କଥାବାର୍ତ୍ତା କରୁ।
ଆହୁରି ମଧ୍ୟ ଧ୍ୟାନ ଦିଅନ୍ତୁ ଯେ ଧାର୍ମିକ ଗଣିତ ହେବା ନିଶ୍ଚିତ ଭାବରେ ପବିତ୍ରୀକରଣକୁ କଢ଼େଇ ନେବା ଆବଶ୍ୟକ। ୫ – ୮ ପର୍ବଗୁଡ଼ିକରେ ଜଣେ ରୋମୀୟ ଖ୍ରୀଷ୍ଟିୟାନ ନିମନ୍ତେ ଇଚ୍ଛାଧୀନ ନୁହେଁ, ତାହା ହିଁ ଧାର୍ମିକ ଗଣିତ ହେବା ପାଇଁ କଢ଼େଇ ନିଏ। ଆମ ବିଶ୍ୱାସର ବକ୍ତବ୍ୟରେ ପବିତ୍ରିକରଣର ଆବଶ୍ୟକତା ଓ ଧାର୍ମିକ ଗଣିତ ହେବାର ନିର୍ଦ୍ଦିଷ୍ଟ ଫଳ ସମ୍ବନ୍ଧରେ ଆମ୍ଭେ କହିଥାଉ । ତେଣୁ ଆସନ୍ତୁ ଆମ୍ଭେମାନେ ସିଧାସଳଖ କ୍ରମାନ୍ଵୟକୁ ଯାଉ । ଧାର୍ମିକ ଗଣିତ ହେବା ଆଧାର ଓ ଏହା ଉପରେ, ଏହା ଆମ୍ଭକୁ ଆମ୍ଭମାନଙ୍କର ପବିତ୍ରତା ଓ ପବିତ୍ରୀକରଣ ଜୀବନ ସମ୍ବନ୍ଧୀୟ ସମ୍ୟକ ଆହ୍ୱାନ ଦେଇଥାଏ ।
ଚାରୋଟି ପର୍ବର ପ୍ରଶସ୍ତ ବିଷୟ ତୁମକୁ ଦେବା ପାଇଁ ମୁଁ ଚାହେଁ । ଯେତେବେଳେ ସେଗୁଡ଼ିକ ଅନେକ, ପାଉଲ ଅଧିକାଂଶ ବିଷୟ ଗୁଡ଼ିକ କହୁଛଅନ୍ତି ସେଗୁଡ଼ିକ ନିରାଟ ସତ୍ୟ, ସେଥିମଧ୍ୟରୁ କେବଳ ମୁଁ ନଅଟି ବିଷୟରେ ଆଲୋଚନା କରିବି; ଧାର୍ମିକତା ଜୀବନ କ’ଣ ସେ ବିଷୟରେ ସେହି ନଅଟି ବିଷୟରେ ବର୍ଣ୍ଣନା କରିବି। ମୁଁ ଚାହେଁ, ଯେପରି ପାଉଲ ଚାହାଁନ୍ତି, ସେପରି ଈଶ୍ୱରଙ୍କ ମଙ୍ଗଳ ଓ ଦୟାଶୀଳତା ସହିତ ଆମକୁ ଅଭିଭୂତ କରୁ। ଏକ ସଂପୂର୍ଣ୍ଣ ଉତ୍ସର୍ଗୀକୃତ, ଧାର୍ମିକ ଶିଷ୍ୟ ପରି କିପରି ଜୀବନ ଅତିବାହିତ କରିବା ସେହିପରି ମୁଁ ତୁମକୁ ପ୍ରେମ ଓ ସତ କ୍ରିୟାରେ ଉତ୍ସାହିତ କରିବାକୁ ଚାହେଁ। ସର୍ବୋତ୍ତମ ବିଷୟ ଯାହା ତୁମେ ଆଜି ଅପରାହ୍ନରେ କରିପାରିବ ତାହା ହେଉଛି ଏହି ଉପଦେଶ ଆଧାରରେ ରୋମୀୟ ୫-୮ ଧ୍ୟାନ କରନ୍ତୁ ।
୧. ୫ ପର୍ବ - ଆମ ପୁନର୍ମିଳନର ଆନନ୍ଦ
କ. ଅତୀତକୁ ଦେଖେ - ଈଶ୍ୱରଙ୍କ ସହିତ ଶାନ୍ତି
୫ ପର୍ବରେ, ପାଉଲ ଆମର ପୁନର୍ମିଳନର ଆନନ୍ଦ ବିଷୟରେ ବାର୍ତ୍ତାଳାପ କରୁଅଛନ୍ତି। ସେ ଯେତେବେଳେ ବିତିଯାଇଥିବା ଅତୀତକୁ ଦେଖନ୍ତି ସେତେବେଳେ ସେ ସେମାନଙ୍କ ନିମନ୍ତେ କହନ୍ତି ଯେ ଯେଉଁମାନେ ଧାର୍ମିକ, ଆମ୍ଭେମାନେ ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ ସେତେବେଳେ ସେ ବାର୍ତ୍ତାଳାପ କରିଥିବା ପ୍ରଥମ ବିଷୟ ସ୍ଥିର କରନ୍ତି । ୫: ୧, ‘ଅତଏବ, ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ [ପୁଣି କ୍ରିୟା ଦ୍ୱାରା ନୁହେଁ ] ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ।’ ୧୧ ପଦରେ ସେ ପୁନର୍ମିଳନ ବିଷୟରେ କହୁଅଛନ୍ତି;ଶାନ୍ତି ଓ ପୁନର୍ମିଳନ ସମାନ ଅର୍ଥ ପ୍ରକାଶ କରନ୍ତି। ଏହାର ଅର୍ଥ ହେଉଛି ଈଶ୍ୱର ଓ ଆମ୍ଭମାନଙ୍କ ମଧ୍ୟରେ ଥିବା ଶତ୍ରୁତା ଆଚ୍ଚରଣ ନରହି ଏବଂ ବିଦ୍ରୋହାଚ୍ଚରଣ ସମ୍ପର୍କ ଦ୍ୱାରା ପୁନଃସ୍ଥାପନ କରାଯାଇଅଛି।
ମୁଁ ଭାବେ ବାସ୍ତବ ସତ୍ୟତା ହେଉଛି ଯେତେବେଳେ ଶାନ୍ତି ସମ୍ବନ୍ଧୀୟ ବାଇବଲରେ ଶିକ୍ଷାତତ୍ତ୍ଵକୁ ଆସେ ସେତେବେଳେ ଏହା ଏକ ବସ୍ତୁନିଷ୍ଠ ବାସ୍ତବତାରେ ପରିଣତ ହୁଏ । ଏହା ମୁଖ୍ୟତଃ ଆତ୍ମନିଷ୍ଠ ନୁହେଁ, କିନ୍ତୁ ଶାନ୍ତି ଏକ ବସ୍ତୁନିଷ୍ଠ ବାସ୍ତବତା ଅଟେ। ଅନ୍ୟ ଶବ୍ଦରେ, ତୁମେ ଓ ମୁଁ ଈଶ୍ୱରଙ୍କ ବିଷୟରେ କିପରି ଅନୁଭବ କରୁ, ତାହା ଅଧିକ ନୁହେଁ। ଶାନ୍ତିର ଈଶ୍ୱର କିପରି ଆମ୍ଭମାନଙ୍କ ବିଷୟରେ ଭାବନ୍ତି ତାହା ଅଟେ। ସେଗୁଡ଼ିକ ମୂଳତଃ ଭିନ୍ନ ବିଷୟ ଅଟେ। ପାଉଲ, ଦୃଷ୍ଟିଆକର୍ଷଣ ଭାବରେ, ଆସନ୍ତୁ ବାସ୍ତବରେ କଠିନ ପରିଶ୍ରମ କରିବା ଓ ଈଶ୍ୱରଙ୍କ ସହିତ ଆମ୍ଭେମାନେ ଶାନ୍ତିରେ ଥିବା ପରି ଅନୁଭବ କରିବାକୁ ଶିଖିବା କହନ୍ତି ନାହିଁ ’ ବରଂ, ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଧାର୍ମିକ ଗଣିତ ହୋଇଥିବାରୁ, ଆମ୍ଭେମାନେ ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ ଏହା କହନ୍ତି। ଏହି ବସ୍ତୁନିଷ୍ଠ ଦୃଢ଼ ବିଶ୍ୱାସ ହିଁ ଆମ ଜୀବନ ମଧ୍ୟରେ, ଭାବପ୍ରବଣତା ଓ ପରିସ୍ଥିତିସମୂହର ଉତ୍ଥାନ ପତନରେ ସ୍ଥିରତା ପ୍ରଦାନ କରେ: ଯେତେବେଳେ ଏହି ସମସ୍ତ ସାମଗ୍ରୀ ଗତିଶୀଳ ଓ କମ୍ପିତ ହୁଏ, ସେତେବେଳେ ଆମ୍ଭେମାନେ ନିଶ୍ଚୟତା ନିମନ୍ତେ ଯାହା ଜାଣିପାରିବା ତାହା ହେଉଛି କ୍ରୁଶରେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଧାର୍ମିକ ଗଣିତ ହୋଇଅଛୁ, ଈଶ୍ୱର ଆମକୁ ଦେଖନ୍ତି ପୁଣି ସେ କହନ୍ତି ଯେ ଆମ୍ଭେମାନେ ଶାନ୍ତିରେ ଅଛୁ।
ପରିଶେଷରେ, ଏହି ବସ୍ତୁନିଷ୍ଠ ବାସ୍ତବତା ଆତ୍ମନିଷ୍ଠ ଭାବରେ ଆମ୍ଭମାନଙ୍କୁ ଚଳାଇବାକୁ ଆରମ୍ଭ କରେ। ଯେହେତୁ ଆମ୍ଭେମାନେ ବୁଝୁ ଯେ ଆମ୍ଭେମାନେ ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ, ଏହା ଆମର ଅନୁରାଗ ଓ ଆବେଗ ଏବଂ ଆନନ୍ଦ ଉପରେ ପ୍ରଭାବ ପକାଇବା ଆରମ୍ଭ କରେ, ଯେପରିକି କଠିନ ପରିସ୍ଥିତିସବୁ ମଧ୍ୟରେ ମଧ୍ୟ ଆମ୍ଭେମାନେ ଆନନ୍ଦିତ ହୋଇପାରିବା। ଆମ୍ଭମାନଙ୍କ ପାଇଁ ଖ୍ରୀଷ୍ଟ କ୍ରୁଶରେ ଯାହା କଲେ ସେଥିପାଇଁ ଆମ୍ଭେମାନେ ଧାର୍ମିକ ଅଟୁ, ଜୀବନର ପରିସ୍ଥିତି ଯାହା ହେଉନା କାହିଁକି, ଆମ୍ଭେମାନେ ସମ୍ପୂର୍ଣ୍ଣ ଦୃଢ଼ ବିଶ୍ୱାସ ସହିତ ଜାଣି ପାରୁ ଯେ ଆମ୍ଭେମାନେ ଏକମାତ୍ର ବ୍ୟକ୍ତିଙ୍କ ସହିତ ଶାନ୍ତିରେ ଅଛୁ, ଯାହା ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ; ତାହା ଈଶ୍ୱର ଅଟନ୍ତି।
ଖ. ଭବିଷ୍ୟତକୁ ଦେଖେ - ‘ ଈଶ୍ୱରଙ୍କ ଗୌରବର ଭରସାରେ ଆନନ୍ଦ କର’ - ୫ : ୨ ଖ
ତା’ପରେ ପାଉଲ ଭବିଷ୍ୟତକୁ ଦୃଷ୍ଟିପାତ କରି ୨ ପଦରେ ଜାରି ରଖନ୍ତି, ‘ଯେଉଁ ଅନୁଗ୍ରହର ଅବସ୍ଥା ମଧ୍ୟରେ ଆମ୍ଭେମାନେ ଅଛୁ, ସେଥିରେ ତାହାଙ୍କ ଦ୍ୱାରା ବିଶ୍ୱାସରେ ପ୍ରବେଶ ମଧ୍ୟ କରିଅଛୁ; ପୁଣି, ଆମ୍ଭେମାନେ ଈଶ୍ୱରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ।'ଧାର୍ମିକ ଜୀବନର ଦ୍ଵିତୀୟ ଗୁଣ ତୁମେ ଓ ମୁଁ ଈଶ୍ୱରଙ୍କ ଗୌରବର ଭରସାରେ ଆନନ୍ଦ କରିପାରିବା ଅଟେ। ଶାନ୍ତି ପରି, ଭରସା ଖ୍ରୀଷ୍ଟିୟାନ ମତ ଶିକ୍ଷା କିଛି ନୁହେଁ ତାହା ଆତ୍ମନିଷ୍ଠ ଅଟେ । ଯେତେବେଳେ ବାଇବଲ ଭରସା ବିଷୟରେ ଈଶ୍ୱରତାତ୍ତ୍ୱିକ ଭିତ୍ତିରେ ବାର୍ତ୍ତାଳାପ କରୁଅଛନ୍ତି ଏହା ଏପରି ନୁହେଁ, ମୁଁ ଏହା ହେବାକୁ ବାସ୍ତବରେ ଭରସା କରେ। ଭରସା ବାଇବଲ ସମ୍ବନ୍ଧୀୟ ମତ ଶିକ୍ଷା ହେଉଛି ଏହା ନିଜେ ବସ୍ତୁନିଷ୍ଠ ହେବା । ଜଣେ ଲେଖକ ଭରସାକୁ ଆଗାମୀ ବିଷୟର ସୁନିଶ୍ଚିତ ପ୍ରତ୍ୟାଶା ଭାବରେ ଅନୁବାଦ କରିଛନ୍ତି। ଯେତେବେଳେ ତୁମେ ଓ ମୁଁ ଈଶ୍ୱରଙ୍କ ଗୌରବର ଭରସାରେ ଆନନ୍ଦ କରୁ, ସେତେବେଳେ ଆମ୍ଭେମାନେ ସମ୍ପୂର୍ଣ୍ଣ ଦୃଢ଼ ବିଶ୍ୱାସରେ ଆନନ୍ଦ କରିଥାଉ ଯେହେତୁ ଆଗରେ ଯାହା ଅଛି ତହିଁ ପ୍ରତି ଆମ୍ଭେମାନେ ଦୃଷ୍ଟିପାତ କରୁ ଓ ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ଈଶ୍ୱରଙ୍କ ଗୌରବ ପ୍ରାପ୍ତ ହେବା। ଏ ବିଷୟରେ କିଛି ଅନିଶ୍ଚିତତା ନାହିଁ କାରଣ ଆମର ଧାର୍ମିକ ଗଣିତ ହେବା ବିଶ୍ୱାସ ଓ କ୍ରୁଶରେ ଖ୍ରୀଷ୍ଟଙ୍କ କାର୍ଯ୍ୟ ଉପରେ ଆଧାରିତ ଅଟେ ଆଉ ମୁଁ କେତେ ଉତ୍ତମ କାର୍ଯ୍ୟ କରେ ତାହା ଉପରେ ନୁହେଁ।
ଆମ୍ଭେମାନେ ଈଶ୍ୱରଙ୍କ ଗୌରବ ପ୍ରାପ୍ତ କରିବାକୁ ସମ୍ପୂର୍ଣ୍ଣ ଦୃଢ଼ ବିଶ୍ୱାସ ସହିତ ଆଗକୁ ଦେଖୁଅଛୁ। ତାହା କ’ଣ ଅଟେ?ଈଶ୍ୱରଙ୍କ ଗୌରବ କ’ଣ ଅଟେ? ଗୋଟିଏ ପଟେ, ପାଉଲ ଯେଉଁ ଗୌରବ ବିଷୟରେ କହୁଛନ୍ତି ତାହା ଯେପରି ଆମ୍ଭେମାନେ ପ୍ରାପ୍ତ କରି ପାରିବା ତାହା ଈଶ୍ୱର ସର୍ବଦା ଆମଠାରେ ଚାହାନ୍ତି। ସେ ଆମକୁ ଗୌରବ ପ୍ରାପ୍ତ କରିବାକୁ ସୃଷ୍ଟି କରିଅଛନ୍ତି। ସେହି ଗୌରବ ପତନରେ ହଜି ଯାଇଥିଲା ତଥାପି ଆମ୍ଭେମାନେ ସମ୍ପୂର୍ଣ୍ଣ ନିଶ୍ଚିତ ଭାବରେ ଜାଣୁ ଯେ ଯେତେବେଳେ ଆମ୍ଭେମାନେ ସ୍ୱର୍ଗକୁ ଯିବା, ଆମର ଗୌରବାନ୍ୱିତ ସମ୍ପୂର୍ଣ୍ଣ ହେବ, ରୋମୀୟ ୮: ୩୦, 'ଆଉ ଯେଉଁମାନଙ୍କୁ ସେ ପୂର୍ବରୁ ନିରୁପିତ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି ଯେଉଁମାନଙ୍କୁ ସେ ଆହ୍ୱାନ କଲେ, ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ। ଗୌରବାନ୍ୱିତ ଭବିଷ୍ୟତରେ ଅଛି। ଏଥିପାଇଁ ଆମ୍ଭେମାନେ ଈଶ୍ୱରଙ୍କ ଗୌରବରେ ଭରସା କରୁ। ତଥାପି ପାଉଲ ଆମର ଭବିଷ୍ୟତର ଗୌରବାନ୍ୱିତକୁ ଅତୀତ କାଳରେ କହିପାରନ୍ତି କାରଣ ସେ ସନ୍ଦେହର ଛାୟା ବାହାରେ ଜାଣନ୍ତି ଯେ ବିଶ୍ୱାସ ହେତୁ ଧାର୍ମିକ ଗଣିତ ହେଉ;ଈଶ୍ୱର ଆମ୍ଭମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗୌରବ ଅପେକ୍ଷା କରିଛନ୍ତି ଆଉ ଆମ୍ଭେମାନେ ଗୌରବାନ୍ୱିତ ହେବା।
କେବେ ଦିନେ ଯନ୍ତ୍ରଣା ଚାଲିଯିବ। କେବେ ଦିନେ ପାପ ସହିତ ସଂଗ୍ରାମ ଲିଭିଯିବ। କେବେ ଦିନେ ଯେଉଁ ଅର୍ଦ୍ଧ ହୃଦୟ ସହିତ ଆମ୍ଭେମାନେ ଈଶ୍ୱରଙ୍କୁ ସେବା କରୁ ତାହା ବିନଷ୍ଟ କରାଯିବ ପୁଣି ଆମ୍ଭେମାନେ ଆମର ସମସ୍ତ - ପ୍ରେମମୟ, ସମସ୍ତ - ଶକ୍ତିଶାଳୀ, ସର୍ବଦା ଦୟାଶୀଳ, ସମସ୍ତ -ଗୌରବାନ୍ବିତ ଈଶ୍ୱର ଆମକୁ ଯାହା ହେବାକୁ ଇଚ୍ଛା କରନ୍ତି ତାହା ଠିକ୍ ଭାବରେ ସେବା କରିବା। ବର୍ତ୍ତମାନ ଯଦି ଏଥିରେ ଆନନ୍ଦିତ ହେବାର ମୂଲ୍ୟ ନାହିଁ, ମୁଁ ଜାଣେ ନାହିଁ ତେବେ କ’ଣ ଅଟେ। ଆମ୍ଭେମାନେ ଆତ୍ମବିଶ୍ୱାସୀ ପ୍ରତ୍ୟାଶା ସହିତ ଆନନ୍ଦ କରୁଅଛୁ ଯେ ଆମ ଆଗରେ ଆମର ସମ୍ପୂର୍ଣ୍ଣ ଓ ସମୁଦାୟ ଗୌରବାନ୍ୱିତ ରହିଅଛି।
ଈଶ୍ୱରଙ୍କ ଗୌରବର ଅନ୍ୟ ପାର୍ଶ୍ୱ ହେଉଛି ତୁମେ ଓ ମୁଁ ମଧ୍ୟ ଈଶ୍ୱରଙ୍କ ନିଜର ଗୌରବ ଦେଖିବାକୁ ଅପେକ୍ଷା କରୁଅଛୁ। ୧ କରିନ୍ଥୀୟ ୧୩ ପର୍ବରେ ପାଉଲ କହନ୍ତି;‘ଏବେ ଆମ୍ଭେମାନେ ନିଗୁଢ଼ ବାକ୍ୟରୁପ ଦର୍ପଣ ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ସେତେବେଳେ ମୁଖାମୁଖୀ ହୋଇ ଦେଖିବା; ଏତେବେଳେ ମୁଁ ଆଂଶିକ ଭାବେ ଜାଣୁଅଛି, କିନ୍ତୁ ସେତେବେଳେ, ମୁଁ ଯେପରି ପରିଚିତ, ସେହିପରି ଭାବେ ମଧ୍ୟ ପରିଚୟ ପାଇବି।’ ଆମ୍ଭେମାନେ ଗୋଟିଏ ଦର୍ପଣରେ ଦେଖିଲା ପରି କେବଳ ଈଶ୍ୱରଙ୍କ ଗୌରବକୁ ଦେଖିପାରୁ। ଆଜିର ଦର୍ପଣ ଯେପରି ପ୍ରାଚୀନ କାଳରେ ଦର୍ପଣସବୁ ସେପରି ନ ଥିଲା। ସେଗୁଡ଼ିକ କେବଳ ଧାତୁର ଏକ ଖଣ୍ଡ ଯାହାକି ତୁମେ କେବଳ ତହିଁ ମଧ୍ୟରୁ ପ୍ରତିଫଳନ ପାଇ ପାରିବ। ବାସ୍ତବରେ, ଯଦି ତୁମେ କରିନ୍ଥୀୟରେ ସଂଗ୍ରହାଳୟକୁ ଯାଅ, ସେମାନେ ତୁମକୁ ଏକ ଦର୍ପଣ ଦେଖାଇବେ, ପୁଣି ଦର୍ପଣରେ ତୁମେ କିଏ ତାହା କ୍ୱଚିତ୍ ଦେଖିପାରିବ। ଏବେ ଆମ୍ଭେମାନେ ଏକ ନିଗୁଢ଼ ବାକ୍ୟରୁପ ଦର୍ପଣ ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ଯେତେବେଳେ ଆମ୍ଭେମାନେ ତାହାଙ୍କୁ ମୁଖାମୁଖୀ ଦେଖିବାକୁ ଯିବା ସେତେବେଳେ ଈଶ୍ୱରଙ୍କ ଗୌରବର ଦର୍ଶନକୁ ଆତ୍ମ ବିଶ୍ୱାସୀ ପ୍ରତ୍ୟାଶା ସହିତ ଦେଖିବାକୁ ଆମ୍ଭେମାନେ ଅପେକ୍ଷା କରିବା।
ମୁଁ ଯେତେବେଳେ ସାନ ଥିଲି, ମୁଁ ସର୍ବଦା ସ୍ୱର୍ଗ ବିଷୟରେ ଏକ ଯାତ୍ରାନ୍ତ ରୂପେ ଭାବୁଥିଲି, (ମୋତେ ଏହା ଶିଖାଯାଇଥିବା କାରଣରୁ ନୁହେଁ)। ମୁଁ ସବୁବେଳେ ସ୍ୱର୍ଗ ବିଷୟରେ ଯାହା ଭାବୁଥିଲି ତାହା ହେଲା ଯେ, ‘ଠିକ୍ ଅଛି, ଆମ୍ଭେମାନେ ସେଠାକୁ ଯିବା ପୁଣି ଆମ୍ଭେମାନ ସିଦ୍ଧ ହେବା, ପୁଣି ତାହା ହିଁ ଯାହା ଚିରଦିନ ହେବ।’ ଯେଉଁ ଗୀତ ଆମ୍ଭେମାନେ ଗାଉଥିଲୁ ମୁଁ ସେହି ଗୀତ ପସନ୍ଦ କଲି ନାହିଁ, ‘ଯେତେବେଳେ ଆମ୍ଭେମାନେ ସେଠାରେ ରହିବା ସେତେବେଳେ ଦଶ ସହସ୍ର ବର୍ଷର ସୂର୍ଯ୍ୟ ପରି ଉଜ୍ଜ୍ୱଳ ଦୀପ୍ତି ହେବା, ଯେତେବେଳେ ଆମ୍ଭେମାନେ ପ୍ରଥମରେ ଆରମ୍ଭ କରିଥିଲୁ ତା ଅପେକ୍ଷା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାକୁ ଆମର ଆଉ କମ୍ ଦିନ ହେବ ନାହିଁ।’ ବିରକ୍ତିକର ହେବ ନାହିଁ। ମୁଁ ପ୍ରାୟ ୧୦, ୦୦୦ ବର୍ଷ ଧରି ଚାରିଆଡେ ବସି ବାରମ୍ବାର ସମାନ କାର୍ଯ୍ୟ କରେ। ଠିକ୍ ଅଛି ଈଶ୍ୱରଙ୍କୁ ପ୍ରଶଂସା କରିବା ବିରକ୍ତିକର ହେବ ନାହିଁ। କିନ୍ତୁ ଗୋଟେ ୧୦ ବର୍ଷର ପିଲା ପାଇଁ ଏହା ତାଙ୍କ ମନରୁ ବାହାରେ ବିରକ୍ତିକର ଥିଲା। କିନ୍ତୁ ସ୍ୱର୍ଗ ଏକ ସ୍ଥିତିଶୀଳ ସ୍ଥାନ ନୁହେଁ। ଈଶ୍ୱର ସେଠାରେ ସର୍ବଦା ଅସୀମ ହେବେ ଆଉ ତୁମେ ଓ ମୁଁ, ଏପରି କି ଯେତେବେଳେ ଆମ୍ଭେମାନେ ସିଦ୍ଧ ହୋଇଅଛୁ, ସର୍ବଦା ସୃଷ୍ଟି କରାଯିବା। ଆମ୍ଭେମାନେ ସବୁବେଳେ ସୀମିତ ହେବା। ଯେପରି ଅତୀତରେ ସହସ୍ର ବର୍ଷର ଏକ ଲକ୍ଷ କୋଟି ଦ୍ୱାରା ପୂର୍ବସ୍ଥାନରେ ରଖାଯାଏ, ସେପରି ତୁମେ ଓ ମୁଁ ଆମର ବୁଝିବାରେ, ଆମର ଭୟଭକ୍ତି ଓ ଈଶ୍ୱରଙ୍କ ଗୌରବର ବିସ୍ମୟ, ତାହାଙ୍କ ଆଶ୍ଚର୍ଯ୍ୟ , ତାହାଙ୍କ ମହିମା, ତାହାଙ୍କ ସିଦ୍ଧତାରେ ବୃଦ୍ଧି କରିବା ଜାରି ରହିବା। ଏହା ଏକ ବିଦ୍ୟମାନ ରହିଥିବା ପ୍ରକ୍ରିୟା ଅଟେ। ଆମ୍ଭେମାନେ ତାହାଙ୍କୁ କେବେବି ସମ୍ପୂର୍ଣ୍ଣ ରୂପେ ବୁଝିବା ନାହିଁ। ଆମ ଈଶ୍ୱରଙ୍କ ଯାହା ଅଛି ସେହି ଗୌରବରେ ଆମ୍ଭେମାନେ ସର୍ବଦା ପ୍ରେମରେ, ବିସ୍ମୟରେ ଓ ଆଶ୍ଚର୍ଯ୍ୟରେ ବଢୁଥିବା। ଆମ୍ଭେମାନେ ଏବେ ତାହାଙ୍କୁ ଏକ ଦର୍ପଣରେ ଦେଖୁଅଛୁ। ଯେତେବେଳେ ଆମ୍ଭେମାନେ ସେଠାକୁ ଯିବା ସେତେବେଳେ ଏହା କିପରି ହେବ ତାହା ତୁଳନାରେ କିଛି ନୁହେଁ, ଯାହା ଦୁଇ ଲକ୍ଷ କୋଟି ସହସ୍ର ବର୍ଷ ପରି ହେବାକୁ ଯାଉଛି ତାହା ତୁଳନାରେ କିଛି ନୁହେଁ।
ଆମ୍ଭେମାନେ ଈଶ୍ୱରଙ୍କ ଗୌରବ ଭରସାରେ ଦର୍ପ କରୁଅଛୁ। ବାସ୍ତବରେ, ପାଉଲ ଯେପରି କହିବାକୁ ଜାରି ରଖନ୍ତି, ଏହି ଭରସା ଏତେ ଦୃଢ ଓ ଏତେ ଗୌରବାନ୍ୱିତ, ଯେ ଗୌରବର ଏହି ଭରସା ହିଁ ଆମ ଜୀବନରେ କଷ୍ଟକର ସମୟ ଦେଇ ଆମ୍ଭମାନଙ୍କୁ ବହନ କରେ। ଏହା ଆମକୁ କ୍ଳେଶ, ଉତ୍ଥାନ ଓ ପତନ, ମୃତ୍ୟୁର ଉପତ୍ୟକା ଓ ଛାୟା ଦେଇ ବହନ କରେ। ୩-୫ ପଦଗୁଡ଼ିକରେ ତାହା ବିଷୟରେ ହିଁ ଯାହା ସେ କହୁଅଛନ୍ତି, ‘ତା’ଠାରୁ ଅଧିକ, ଆମ୍ଭେମାନେ ଆମର କ୍ଳେଶରେ ଦର୍ପ କରୁ, [ହଁ, ବାସ୍ତବରେ ପାଉଲ।], ଯେଣୁ କ୍ଳେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି, ପୁଣି ଅନୁଭୂତିରୁ ଭରସା ଯେ ଜନ୍ମେ, ଏହା ଆମ୍ଭେମାନେ ଜାଣୁ ଆଉ ଭରସା ଲଜ୍ଜା ଦିଏ ନାହିଁ କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ରଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପ୍ରବାହିତ ହୋଇଅଛି।'ଆମର ଭରସା ଏତେ ଦୃଢ ଓ ଈଶ୍ୱରଙ୍କ ପ୍ରତିଜ୍ଞା, ଆମର ଗୌରବ ଓ ଈଶ୍ୱରଙ୍କ ଗୌରବ ଏତେ ମହାନ ଯେ ହସ ହସରେ ଆମ୍ଭେମାନେ କ୍ଳେଶକୁ ସମ୍ମୁଖୀନ କରିପାରୁ କାରଣ ଆମ୍ଭେମାନେ ଜାଣୁ ଯେ ଏହାର ପରିବର୍ତ୍ତେ କ’ଣ ରହିଅଛି; ଯେପରି ଆମ୍ଭେମାନେ କଷ୍ଟକ ସମୟ ମଧ୍ୟ ଦେଇ ଗତି କରୁ, ସେହିପରି ଈଶ୍ୱର ଆମ୍ଭମାନଙ୍କ ମଧ୍ୟରେ ଧୈର୍ଯ୍ୟ ଉତ୍ପନ କରନ୍ତି; ପୁଣି ଈଶ୍ୱର ଯେମିତି ଧୈର୍ଯ୍ୟ ଉତ୍ପନ କରନ୍ତି, ସେମିତି ସେ ଆମ୍ଭମାନଙ୍କ ମଧ୍ୟରେ ଅନୁଭୂତି ଉତ୍ପନ କରନ୍ତି ପୁଣି ଯେପରି ସେ ଆମ୍ଭମାନଙ୍କ ମଧ୍ୟରେ ଅନୁଭୂତି ଉତ୍ପନ କରନ୍ତି, ସେପ୍ରକାରେ ସେ ଅଧିକ ଭରସା, ଈଶ୍ୱରଙ୍କ ଗୌରବ ଭରସା ଉତ୍ପନ କରନ୍ତି। ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଧାର୍ମିକ ସେମାନେ ଗୌରବର ଆତ୍ମବିଶ୍ଵାସୀ ପ୍ରତ୍ୟାଶାରେ ଦର୍ପ କରନ୍ତୁ ଯାହା ମୁଁ ଗ୍ରହଣ କରିବି ପୁଣି ଗୌରବ ଯାହା ମୋହର ଈଶ୍ୱର ଓ ମୁକ୍ତି ଦାତାଙ୍କ ସମ୍ମୁଖରେ ଦୃଷ୍ଟିପାତ କରିବାକୁ ପାଇଥାଏ ତାହା ପ୍ରତି ଏକ ବର୍ଷରେ ଅଧିକତର ଭାବେ ଉତ୍ତମ ହେବାକୁ ଯାଉଅଛି।
ଗ. ଖ୍ରୀଷ୍ଟଙ୍କ ବଳିଦାନ ଆମର ସମସ୍ତ ପାପକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରେ
କିନ୍ତୁ ଅପେକ୍ଷା କରନ୍ତୁ ! ସେଠାରେ ଅଧିକ, ବହୁତ ଅଧିକ ଅଛି। ପାଉଲ ସୂଚିତ କରି ଜାରି ରଖନ୍ତି ଯେ ଖ୍ରୀଷ୍ଟଙ୍କ ବଳିଦାନ ଆମର ପାପକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରେ। ଏହା କ୍ରୁଶର ଯଥେଷ୍ଟତାର ମତ ଶିକ୍ଷା; ପୁଣି ଏହା ନିଶ୍ଚିତ ଭାବରେ ଆମ ନିମନ୍ତେ ଭରସା ଓ ଆନନ୍ଦର ବିଷୟ ଅଟେ। ପାଉଲ ଆଦମଙ୍କ ପାପ ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଆଦମଙ୍କ ପାପର ପ୍ରଭାବ ବର୍ଣ୍ଣନା କରି ୫:୧୨ ପଦରେ ଆରମ୍ଭ କରନ୍ତି, କାରଣ ଆଦମଙ୍କ ପରି ସମସ୍ତେ ପାପ କଲେ। ସେ କହନ୍ତି, ‘ଅତଏବ, ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା ଯେଣୁ ସମସ୍ତେ ତ ପାପ କଲେ।’ ତେଣୁ ସେ ବିଶ୍ୱବ୍ୟାପୀ ପାପର ଧ୍ଵଂସକାରୀ ପ୍ରଭାବର ଏହି ଚିତ୍ର ଆରମ୍ଭ କରନ୍ତି।
ତା’ପରେ ଯେତେବେଳେ ସେ ଯୁକ୍ତି ଦେଇ ଆଗକୁ ଯାଆନ୍ତି, ସେତେବେଳେ ସେ ଆଦମଙ୍କ ପାପର କାର୍ଯ୍ୟ ଓ ଏହାର ବିଶ୍ଵବ୍ୟାପୀ ପ୍ରଭାବକୁ ଖ୍ରୀଷ୍ଟଙ୍କ ଧାର୍ମିକତାର କାର୍ଯ୍ୟ ଓ ବିଶ୍ଵବ୍ୟାପୀ ପ୍ରଭାବ ସହିତ ତୁଳନା କରିଛନ୍ତି। ୧୮ ପଦରେ, ‘ଅତଏବ, ଜଣକର ଅପରାଧର ଫଳସ୍ଵରୁପେ ଯେପରି ସମସ୍ତ ମନୁଷ୍ୟଙ୍କ [ଲୋକ] ପ୍ରତି ଦଣ୍ଡାଜ୍ଞା ଘଟିଲା, ସେହିପରି ମଧ୍ୟ ଜଣକର ଧାର୍ମିକତାର କର୍ମର ଫଳସ୍ଵରୁପେ ସମସ୍ତ ମନୁଷ୍ୟଙ୍କ [ଲୋକ] ପ୍ରତି ଜୀବନଦାୟକ ଧାର୍ମିକଗଣନା ଘଟିଲା।’ କ୍ରୁଶରେ ଯୀଶୁଙ୍କ ବଳିଦାନ ଜଗତର ସମସ୍ତ ପାପକୁ ଆଚ୍ଛାଦନ କରିବାକୁ ଯଥେଷ୍ଟ ଅଟେ। ପାପ କ୍ଷମା ପାଇବାକୁ କ୍ରୁଶର କ୍ଷମତା ବାହାରେ ଆମ୍ଭ ନିଜକୁ ରଖିବାକୁ ତୁମ ଓ ତୁମର ପାପସବୁ ପୁଣି ମୁଁ ଓ ମୋର ପାପସବୁ ନିମନ୍ତେ ଏହା ଅସମ୍ଭବ ଅଟେ। ସେଥିପାଇଁ ‘ଖ୍ରୀଷ୍ଟଙ୍କ ଦୁଃଖଭୋଗ’ ଭଳି ଶକ୍ତିଶାଳୀ ମୁହୂର୍ତ୍ତ, ଦୁଃଖଭୋଗର ସବୁଠାରୁ ଶକ୍ତିଶାଳୀ ମୁହୂର୍ତ୍ତର ଅଂଶ ଅଟେ, ଯାହା ଯୀଶୁ ଈଶ୍ୱର, ତାହାଙ୍କ ପିତାଙ୍କଠାରୁ ବିଛିନ୍ନତାରେ ଅତିବାହିତ କରିଥିଲେ, ପ୍ରଥମ ଥର ଅନନ୍ତକାଳରେ, ଏହି ଅବଧି ମଧ୍ୟରେ ତାହାଙ୍କୁ ପାପୀ କରାଗଲା। ଯାହାଫଳରେ ତୁମେ ଓ ମୁଁ ଈଶ୍ଵରଙ୍କ ଧାର୍ମିକତା ପ୍ରାପ୍ତ କରିପାରିବା। କ୍ରୁଶରେ ତାହାଙ୍କ ମୁହୂର୍ତ୍ତ, ତାହାଙ୍କ ଦେୟ;ଏକ ଅର୍ଥରେ, ଆମର ପାପସବୁରେ ତାହାଙ୍କ କାର୍ଯ୍ୟ, ଆମର ପାପର ଦଣ୍ଡ ପରିଶୋଧ କରିବା ଏତେ ବେଷ୍ଟନ କରୁଅଛି ଯେ ତୁମର ଓ ମୋର କୌଣସି ପାପ ଈଶ୍ୱରଙ୍କ କ୍ଷମା କରିବାର କ୍ଷମତା ବାହାରେ ତୁମକୁ ରଖିପାରିବ ନାହିଁ, ଯଦି ତୁମେ ପଚାର। କିପରି ଏହା ଏକ ପ୍ରତ୍ୟୁତ୍ତର ନୁହେଁ ମାତ୍ର ଆନନ୍ଦ ବିଷୟ ହୋଇପାରେ, ଯେ କ୍ରୁଶରେ ଈଶ୍ୱରଙ୍କ ବଳିଦାନ ସବୁ ପାପ ଆଚ୍ଛାଦନ କରେ ମୁଁ କରି ପାରେ ନାହିଁ? କ୍ରୁଶର ଯଥେଷ୍ଟତା।
୨. ୬ ପର୍ବ - ପବିତ୍ରୀକରଣ
୬ ପର୍ବରେ ପାଉଲ ପବିତ୍ରୀକରଣର ନିର୍ଦ୍ଦିଷ୍ଟ ଆଲୋଚ୍ୟ ବିଷୟକୁ ଗତି କରନ୍ତି। ସେ ଏହି ପ୍ରସଙ୍ଗ ବିଷୟରେ ବାର୍ତ୍ତାଳାପ କରୁଅଛନ୍ତି: କେହି ଜଣେ ବ୍ୟକ୍ତି ଯେ ନିଜକୁ ଖ୍ରୀଷ୍ଟିୟାନ ବୋଲି ଦାବି କରେ, କେହି ଜଣେ ବ୍ୟକ୍ତି ଯେ ନିଜକୁ ଧାର୍ମିକ ବୋଲି ଦାବି କରେ ସେ ବ୍ୟକ୍ତିଙ୍କ ନିମନ୍ତେ ଏହା କ’ଣ ଠିକ୍ ଅଟେ କି? ସେହି ବ୍ୟକ୍ତି ପାପରେ ରହିବା କ’ଣ ଠିକ୍ ଅଟେ କି? ସେ ଅନିୟମିତ ଭାବରେ ଘଟିତ ପାପ ବିଷୟରେ ବାର୍ତ୍ତାଳାପ କରୁ ନାହାଁନ୍ତି ଯାହା ଆମ୍ଭେମାନେ ସ୍ୱୀକାର କରୁ ଓ ଆମକୁ କ୍ଷମା କରାଯାଏ (୧ ଯୋହନ ୧: ୯)। ସେ ବିଦ୍ୟମାନ ରହିଥିବା ପାପ ବିଷୟରେ ବାର୍ତ୍ତାଳାପ କରୁଅଛନ୍ତି; ଯେଉଁଠାରେ ପାପ ଆମ ଜୀବନର ଏକ ବିଶେଷତ୍ୱ ଅଟେ। ପୁଣି ସେ କହନ୍ତି, ‘ତାହା କ’ଣ ଠିକ୍ ଅଟେ କି? ଯଦି ଆମ୍ଭେମାନେ ପବିତ୍ର ହୋଇଅଛୁ ତେବେ ପାପରେ ରହିବା ଠିକ୍ ଅଟେ କି?’ ଏବଂ ୬ ପର୍ବରେ ଉତ୍ତର ‘ ନା ଅଟେ। ନା ଏହା ନୁହେଁ।'
କ. ଆମ୍ଭେମାନେ ପାପରୁ ମୁକ୍ତ ହୋଇଅଛୁ
ପାଉଲ ୬ ପର୍ବରେ ଏହା କହି ଆରମ୍ଭ କରନ୍ତି, ‘ଆମ୍ଭେମାନେ ପାପରୁ ମୁକ୍ତ ହୋଇଅଛୁ। ତୁମେ ଏଥିରେ ରହିବାକୁ କାହିଁକି ଚାହୁଁଛ? ତାହାର କୌଣସି ଅର୍ଥ ନାହିଁ। ’ଏହା ଏ ପରି ଯେ ପାଉଲ ତାହାଙ୍କ ମୁଣ୍ଡ ରାମ୍ପୁଡ଼ି ଓ କହନ୍ତି, ‘ମୋତେ ଯେତେ ପଚରାଯାଇଅଛି ସେସବୁଠାରୁ ଏହା ନିର୍ବୋଧ ପ୍ରଶ୍ନ ଅଟେ। ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ରହିଥିବା? କି ନିର୍ବୋଧ ପ୍ରଶ୍ନ। ତୁମ୍ଭେମାନେ ତୁମର ପାପ ପ୍ରତି ମୃତ ହୋଇଅଛ। ତୁମେ ପାପରୁ ମୁକ୍ତ ହୋଇଅଛ। ତୁମେ ଏଥିରେ ରହିବାକୁ କାହିଁକି ପସନ୍ଦ କରୁଅଛ?’ ସେ ବାପ୍ତିସ୍ମର ଏକ ଶକ୍ତିଶାଳୀ ରୂପକ ବ୍ୟବହାର କରନ୍ତି ପୁଣି ୬:୩ ପଦରେ ସେ କହନ୍ତି, ‘ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ ଏହା କି ତୁମ୍ଭେମାନେ ଜାଣ ନାହିଁ ? ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ।” ପାଉଲ ଯାହା କହୁଛନ୍ତି ତାହା ହେଉଛି, ତୁମର ପରିବର୍ତ୍ତନର ପଛ ସମୟକୁ ଦେଖନ୍ତୁ ପୁଣି ତୁମର ପରିବର୍ତ୍ତନ ସମୟରେ କ’ଣ ଘଟିଥିଲା ଦେଖନ୍ତୁ । ତୁମର ବାପ୍ତିସ୍ମ ସମୟର ପଛକୁ ଦେଖନ୍ତୁ ଆଉ ବାପ୍ତିସ୍ମ କ’ଣ ପ୍ରତୀକସ୍ୱରୂପ ହୋଇଥିଲା ଦେଖନ୍ତୁ ? ତୁମେ ବାପ୍ତିଜିତ ହେବା ସମୟରେ ଲୋକମାନଙ୍କୁ କ’ଣ କହୁଥିଲ? ଖ୍ରୀଷ୍ଟ ଯେପରି ମୃତ୍ୟୁ ହେଲେ, ଠିକ୍ ସେହିପରି ତୁମ୍ଭେମାନେ ତାହାଙ୍କ ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହେଲ, ଯେପରି ତୁମେ ବାପ୍ତିସ୍ମ ସମ୍ବନ୍ଧୀୟ ଜଳ ଭିତରକୁ ଯାଅ, ତୁମେ ଖ୍ରୀଷ୍ଟଙ୍କ ସହିତ ମରୁଅଛ। ତାହା ତୁମ ପରିବର୍ତ୍ତନରେ ଘଟିଥିଲା;ପୁଣି ତୁମେ ସେହି ପୁରାତନ ପ୍ରକାର ଜୀବନ ପ୍ରତି ମୃତ ହୋଇଯାଇଅଛ। ଯେପରି ଖ୍ରୀଷ୍ଟ ଏକ ନୂତନ ପ୍ରକାରର ଜୀବନକୁ ପୁନରୁତ୍ଥିତ ହେଲେ ଆଉ ସେହିପରି ତୁମକୁ ବାପ୍ତିସ୍ମ ସମ୍ବନ୍ଧୀୟ ଜଳରୁ ବାହାରକୁ ଅଣାଗଲା, ସେହିପରି ତୁମେ ମଧ୍ୟ ଏକ ନୂତନ ପ୍ରକାର ଜୀବନକୁ ଉଥିତ ହୋଇଅଛ;ଏକ ପ୍ରକାର ଜୀବନ ଯେଉଁଠାରେ ତୁମେ ପାପ ପ୍ରତି ମରିଅଛ, ଯେଉଁଠାରେ ତୁମେ ପାପରୁ ମୁକ୍ତ ହୋଇଅଛ। ପାପରେ ରହିବାକୁ ତୁମେ କାହିଁକି ଭାବୁଅଛ ଏପରିକି ତୁମେ ଇଚ୍ଛା କରୁଅଛ?’ ଆମ୍ଭେମାନେ ଏହାର ଅତ୍ୟାଚାରୀ ଶକ୍ତିରୁ ମୁକ୍ତ ହୋଇଅଛୁ, ୭ ପଦ, ‘ କାରଣ ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି।’ କି ଆନନ୍ଦ। ପାପର ସଂପୂର୍ଣ୍ଣ ଅତ୍ୟାଚାରୀ ଶକ୍ତିରୁ ଆମ୍ଭେମାନେ ମୁକ୍ତ ହୋଇଅଛୁ ଏହା ଜାଣି, ଏହି ପ୍ରକାର ଜୀବନ ବଞ୍ଚିବା କି ଆନନ୍ଦ !ଅଟେ ତଥାପି ପାପ ଆମକୁ ପ୍ରଭାବିତ କରେ, ଏହା କରେ ନାହିଁ କି?ପାପର ମୁଳୋତ୍ପାଟନ ହୋଇ ନାହିଁ। ଅନ୍ତିମ ବିଚାରାସନ ପର୍ଯ୍ୟନ୍ତ ଏହା ମୁଳୋତ୍ପାଟନ ହେବ ନାହିଁ, ତେଣୁ ତୁମେ ଓ ମୁଁ ତଥାପି ପାପ ସହିତ କାରବାର କରିବାର ଅଛି। ଉଦାହରଣ ସ୍ୱରୂପ, ତୁମର ୧୧ ଓ ୧୨ ପଦଗୁଡ଼ିକ ଅଛି, ‘ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆପଣା ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ୱରଙ୍କ ପ୍ରତି ଜୀବିତ ବୋଲି ଗଣନା କର।’ ଅନ୍ୟ ଅର୍ଥରେ, ତୁମକୁ ବୁଝିବାକୁ ପଡିବ ଯେ ତୁମେ ପାପ ପ୍ରତି ମୃତ ହୋଇଅଛ। ତୁମକୁ ବୁଝିବାକୁ ପଡିବ ଯେ ବର୍ତ୍ତମାନ ତୁମେ ଖ୍ରୀଷ୍ଟଙ୍କ ପ୍ରତି ଜୀବିତ। ଏହାର ଅର୍ଥ କ’ଣ ଅଟେ? ଅତଏବ, ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ୱ ନ କରୁ, ତାହା କଲେ ତୁମ୍ଭେମାନେ ସେଥିର କୂଅଭିଳାଷଗୁଡ଼ାକର ବଶବର୍ତ୍ତୀ ହେବ। ପବିତ୍ରୀକରଣ ତଥାପି କିଛି ବିଷୟ ଅଟେ ଯାହା ସମ୍ପାଦନା କରିବାରେ ଆମ୍ଭେମାନେ ଈଶ୍ୱରଙ୍କ ସହ ସହଯୋଗ କରୁ। ଆତ୍ମାଙ୍କ ଦ୍ୱାରା ସକ୍ଷମ ହୋଇ ଆମର ମର୍ତ୍ତ୍ୟ ଶରୀରରେ ପାପକୁ ରାଜତ୍ୱ କରିବାକୁ ନ ଦେବାକୁ ଆମକୁ ଆହ୍ୱାନ କରାଯାଇଅଛି। କିନ୍ତୁ, ଆମ୍ଭେମାନେ ପାପରୁ ମୁକ୍ତ ହୋଇଅଛୁ ଯାହା ସର୍ବଦା ଆମ ଗୋଇଠିସବୁରେ ତୀକ୍ଷଣ କରୁଅଛି। ଆମ୍ଭେମାନେ ପାପର ସମ୍ପୂର୍ଣ୍ଣ ଅତ୍ୟାଚାରୀରୁ ମୁକ୍ତ ହେଲୁ;ଯେପରି ଆମକୁ ଆଉ ପାପ କରିବାକୁ ହେବ ନାହିଁ। ଆମ୍ଭେମାନେ ପାପରୁ ମୁକ୍ତ ହୋଇଅଛୁ। କି ଆନନ୍ଦର ଜୀବନ !।
ଖ. ଧାର୍ମିକତାର ଦାସ
ତା’ପରେ ସେ ୬ ପର୍ବର ଦ୍ୱିତୀୟାର୍ଦ୍ଧରେ ଜାରି ରଖନ୍ତି ଯେ ଆମ୍ଭେମାନେ ମଧ୍ୟ ଧାର୍ମିକତାର ଦାସ ହୋଇଅଛୁ। ସେ କେବଳ ସମାନ କଥା କହିବାକୁ ଚେଷ୍ଟା କରୁଛଅନ୍ତି, କିନ୍ତୁ ଭିନ୍ନ ରୂପକସବୁ ସହିତ। ପୁଣି ସେ କହନ୍ତି ଯେ ଆମ୍ଭେମାନେ ଆମର ପରିବର୍ତ୍ତନ ପୂର୍ବରେ ପାପର ଦାସ ଥିଲୁ। ଆମର କୌଣସି ମନୋନୟନ ନ ଥିଲା। ଆମ୍ଭେମାନେ ପାପ କରିବାକୁ ଯାଉଥିଲୁ। ତାହା ୫:୧୨ ବିଷୟରେ ଅଟେ। ଆମ୍ଭେମାନେ ପ୍ରତାରଣା ଏବଂ ମିଥ୍ୟା ଜାଲରେ ଧରା ପଡ଼ିଥିଲୁ; ପାପ ନିକଟକୁ ଏହି ଦାସତ୍ୱ ଆମକୁ ଅଶୁଚିତା, ସର୍ବଦା ବୃଦ୍ଧି କରୁଥିବା ଦୁଷ୍ଟତା ଓ ପରିଶେଷରେ ପାଉଲ କହନ୍ତି, ମୃତ୍ୟୁକୁ କଢ଼େଇ ନେଉଥିଲା। କିନ୍ତୁ ଏବେ ଆମ୍ଭେମାନେ ଧାର୍ମିକ ହୋଇଅଛୁ, ଆମ୍ଭେମାନେ ଧାର୍ମିକତାର ଦାସ ହୋଇଅଛୁ। ୬: ୨୨ ପଦକୁ ଦେଖନ୍ତୁ, ‘କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ [୬ ପର୍ବର ପ୍ରଥମ ଭାଗ] ଈଶ୍ୱରଙ୍କ ଦାସ ହେବାରୁ, ତୁମ୍ଭେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଅଛ, ଆଉ ଏଥିର ପରିଣାମ ଅନନ୍ତ ଜୀବନ।'ସେ ଅନୁଚ୍ଛେଦ ପୂର୍ବରେ ଧାର୍ମିକମାନଙ୍କର ଦାସମାନଙ୍କ ରୂପକ ବ୍ୟବହାର କରିଛନ୍ତି। ଦେଖନ୍ତୁ, ଫଳାଫଳ ପାପରୁ ସ୍ୱାଧୀନତା: ଏହା ପବିତ୍ରତା ଅଟେ। ଏହା ଅନନ୍ତ ଜୀବନ, ପୁଣି ଏହା ଦାସତ୍ୱର ଆନନ୍ଦ, ଆକାଶ ଓ ପୃଥିବୀର ଇଶ୍ୱରଙ୍କ ନିକଟରେ ଦାସତ୍ୱର ଆନନ୍ଦ, କ୍ରୁଶ ଈଶ୍ୱରଙ୍କ ନିକଟରେ ଦାସତ୍ୱର ଆନନ୍ଦ ଅଟେ। ଯେଉଁଠାରେ ସ୍ୱାଧୀନତା ଅଛି ସେଠାରେ ଆନନ୍ଦ ଅଛି।
ଆଜି ସକାଳେ ପ୍ରାର୍ଥନା ସମୟରେ କେହି ଜଣେ ପ୍ରାର୍ଥନା କଲେ ଯେ ଆମ୍ଭେମାନେ ଅନେକ ଥର ଧାର୍ମିକତାର ଏକ ଜୀବନ ବିଷୟରେ କିଛି ଭାବିବା ଯାହା ପୀଡାଦାୟକ ଅଟେ। ଆମ୍ଭେମାନେ ପ୍ରାୟତଃ ଖ୍ରୀଷ୍ଟିୟାନ ଜୀବନ ଠିକ୍ ବୋଲି ଭାବିଥାଉ, ‘ ମୁଁ ଏବେ ଯାହା ପାଇଅଛି ତାହା ଏକ ସମ୍ପୂର୍ଣ୍ଣ ନୂତନ ବିଷୟସବୁର କ୍ରମ ଅଟେ ଯାହା ମୋତେ କରିବାକୁ ପଡିବ ଆଉ ମୁଁ କରି ପାରିବି ନାହିଁ।’ ଆମ୍ଭେମାନେ ଧାର୍ମିକ ଜୀବନକୁ ପୀଡାଦାୟକ ବୋଲି ଭାବୁ। କିନ୍ତୁ ବାସ୍ତବରେ ଏହା ନୁହେଁ ? ପୁଣି ବେଳେବେଳେ ଆମ୍ଭେମାନେ ଏହାକୁ ସର୍ବଦା ନିଜ ଭିତରେ ଦେଖି ନ ଥାଉ, କିନ୍ତୁ ଆମ୍ଭେମାନେ ଏହାକୁ ଅନ୍ୟ ଲୋକଙ୍କଠାରେ ଅତି ସ୍ପଷ୍ଟ ଭାବରେ ଦେଖିପାରୁ, ଯେ ପାପର ଦାସ ହେବା ଅପେକ୍ଷା ଅଧିକ ପୀଡାଦାୟକ ଆଉକିଛି ନାହିଁ। ପାପ ଆମକୁ ଚାହୁଁଥିବା ଏହି ନିମ୍ନାଭିମୁଖୀ ଚକ୍ରାକାରରେ ଧରାହେବା ଠାରୁ ଅଧିକ ପୀଡାଦାୟକ କିଛି ନାହିଁ, ଏହା ଆମକୁ ସମ୍ପୂର୍ଣ୍ଣ ଭାବରେ ଓ ସମୁଦାୟ ଭାବରେ ବିନାଶ ନକରିବା ପର୍ଯ୍ୟନ୍ତ ଅଧିକ ଦୁରକୁ ଓ ଦୁରକୁ ଟାଣି ନେଇଥାଏ। ତାହା ହିଁ ପୀଡାଦାୟକ ଅଟେ। କିନ୍ତୁ ଈଶ୍ୱରଙ୍କ ଦାସତ୍ୱରେ ରହୁଥିବା ଏକ ଜୀବନ ଆନନ୍ଦର ଜୀବନ ଅଟେ ଓ ଧାର୍ମିକତାର ଜୀବନ ତାହା ସମସ୍ତ ବାସ୍ତବତାରେ ଏକମାତ୍ର ସ୍ୱାଧୀନତା ଅଟେ ଯେଉଁଠାରେ ବାସ୍ତବତାର ସବୁ ଥାଏ। ତେଣୁ ଆମ୍ଭେମାନେ ଆନନ୍ଦ ପୂର୍ଣ୍ଣ ଭାବରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉ ଯେ ଆମ୍ଭେମାନେ ଧାର୍ମିକତାର ଦାସ ହୋଇଅଛୁ।
ପାଉଲ ୬ ପର୍ବରେ ଯାହା କହନ୍ତି ନାହିଁ ତାହା ଧ୍ୟାନ କରନ୍ତୁ, ପ୍ରସଙ୍ଗ କ୍ରମେ ଯେତେବେଳେ ପ୍ରଶ୍ନ ପଚରାଯାଏ, ‘ଜଣେ ବିଶ୍ୱାସୀ ଭାବରେ ଅବିରତ ପାପରେ ରହିବା ଠିକ୍ କି?’ ସେ କହନ୍ତି ନାହିଁ, ହଁ। ମୋର ଅର୍ଥ, ତାଙ୍କର ଉତ୍ତର, ‘ନା ଅଟେ। ପାପରେ ଅବିରତ ରହିବା ଜଣେ ବିଶ୍ୱାସୀଙ୍କ ନିମନ୍ତେ ଠିକ୍ ନୁହେଁ।’ ଏପରି ଲୋକ ଅଛନ୍ତି ଯେଉଁମାନେ ଶିକ୍ଷା ଦେବେ ଯେ ଖ୍ରୀଷ୍ଟିୟାନ ଜୀବନ ପ୍ରକୃତରେ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ପବିତ୍ରୀକରଣ ଇଚ୍ଛାଧୀନ ଅଟେ। ‘ଆରେ, ତୁମର ବିଶ୍ୱାସ ଦ୍ୱାରା ତୁମେ ଧାର୍ମିକ ଗଣିତ ହୋଇଅଛ। ତୁମେ ଯେପରି ଚାହଁ ସେପରି କୌଣସି ପ୍ରକାରେ ବଞ୍ଚିପାରିବ। ତୁମେ ସେହି ବିଶ୍ୱାସର ପେସା କରିଅଛ। ତୁମେ ସେହି ହସ୍ତ ଉଠାଇଲ। ତୁମେ ମଣ୍ଡଳୀରେ ଯୋଗ ଦେଲ। ଆରେ, ତୁମେ ଯେପରି ଚାହଁ ସେପରି କୌଣସି ପ୍ରକାରେ ବଞ୍ଚିପାରିବ। ତୁମର ବିଶ୍ୱାସ ଦ୍ୱାରା ତୁମେ ଧାର୍ମିକ ଗଣିତ ହୋଇଅଛ।’ ପବିତ୍ରୀକରଣ ଓ ଧାର୍ମିକ ଗଣିତର ନିର୍ଦ୍ଦିଷ୍ଟ ଫଳ ଆବଶ୍ୟକ। ତାହା ପାଉଲଙ୍କ ଶିକ୍ଷା ଅଟେ। କିନ୍ତୁ ଧାର୍ମିକ ଗଣିତ ସର୍ବଦା ପବିତ୍ରୀକରଣକୁ କଢ଼େଇ ନିଏ। ୬ ପର୍ବ ଇଚ୍ଛାଧୀନ ନୁହେଁ। ଏହା ଆନନ୍ଦ ଓ ସ୍ୱାଧୀନତାର ପର୍ବ ଅଟେ। କିନ୍ତୁ ଏହା ଇଚ୍ଛାଧୀନ ନୁହେଁ। ଶାରୀରିକ ବିଷୟ ଉପରେ ମନ ନିବେଶ କରିବା ମୃତ୍ୟୁ ଅଟେ, ଯାହା ପାଉଲ କହିବାକୁ ଯାଉଅଛନ୍ତି। କିନ୍ତୁ ଆତ୍ମାଙ୍କ ବିଷୟସବୁ ଉପରେ ମନ ନିବେଶ କରିବା ଜୀବନ ଓ ଶାନ୍ତି ଅଟେ।
୩. ୭ ପର୍ବ- ସ୍ୱାଧୀନତା
୭ ପର୍ବ ତା’ପରେ ସ୍ୱାଧୀନତା ବିଷୟରେ ଏକ ଆଲୋଚନା। ସେ ଯାହା କରିବାକୁ ଚାହୁଁଅଛନ୍ତି ତାହା ହେଉଛି ଧାର୍ମିକ ବ୍ୟକ୍ତି ମୁକ୍ତ ଅଟେ, ବିଶେଷ ଭାବରେ ବ୍ୟବସ୍ଥାର ଦଣ୍ଡରୁ ମୁକ୍ତ ଅଟେ। ଯେପରି ମୁଁ କହିଅଛି, ନିଶ୍ଚିନ୍ତ ଭାବରେ କରିବା ଓ ନ କରିବାର ଏକ ନୂତନ ତାଲିକା ଗ୍ରହଣ କରିବା ଅପେକ୍ଷା ଖ୍ରୀଷ୍ଟିୟାନ ଜୀବନରେ ଅନେକ କିଛି ଅଛି। ଦଣ୍ଡ ସୂଚିତ କରୁଥିବା ଆଙ୍ଗୁଠି ଯାହା କହେ , ତୁମେ ଆଉ ତାହା ଅଧିକ କରି ପାରିବ ନାହିଁ ବୋଲି କହୁଥିବା ଆଙ୍ଗୁଠି ଅପେକ୍ଷା ଖ୍ରୀଷ୍ଟିୟାନ ଜୀବନରେ ବହୁତ କିଛି ଅଛି। ଖ୍ରୀଷ୍ଟିୟାନ ହୁଅ ତୁମ ପାଇଁ ଆଉ କୌତୁକ ନାହିଁ !’ ତଥାପି ଏହା ଉଲ୍ଲେଖନୀୟ ଯେ କେତେ ଲୋକ ନିଜକୁ ଏହି ପ୍ରକାର ଅସ୍ତିତ୍ୱରେ ବନ୍ଦ କରିଦିଅନ୍ତି, ସେମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ସ୍ୱାଧୀନତା ଏବଂ ଆନନ୍ଦକୁ ବୁଝନ୍ତି ନାହିଁ, ପୁଣି ଏହା ବ୍ୟବସ୍ଥା ବ୍ୟତୀତ ଆଉ କିଛି ନୁହେଁ। ଏହା କିଛି ନୁହେ କିନ୍ତୁ ନୀତି ନିୟମର ନୂତନ ଗୁଚ୍ଛ ଯାହା ଆମକୁ ଅନୁସରଣ କରିବାକୁ ପଡିବ। ପାଉଲ ୭ ପର୍ବରେ ତାହା ସମ୍ବୋଧନ କରୁଅଛନ୍ତି, ତେଣୁ ନଅଟି ମଧ୍ୟରୁ ଛଅଟି ହେଉଛି ଆମ୍ଭେମାନେ ମୁକ୍ତ ହୋଇଅଛୁ। ୭ ପର୍ବରେ ସମ୍ପୂର୍ଣ୍ଣ ବାର୍ତ୍ତା ୮ ପର୍ବରେ ପ୍ରଥମ ଦୁଇଟି ପଦରେ ସର୍ବଶ୍ରେଷ୍ଠ ଭାବରେ ସଂକ୍ଷିପ୍ତ ହୋଇଅଛି ଯେଉଁଠାରେ ପାଉଲ କହନ୍ତି, ‘ଅତଏବ, ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ। କାରଣ ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମକୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି।’
ଯେତେବେଳେ ତୁମେ ୭ ପର୍ବ ମଧ୍ୟ ଦେଇ ପଢ଼ ସେତେବେଳେ ପାଉଲଙ୍କ ଯୁକ୍ତି ଉନ୍ମୋଚନ କରିବାକୁ ଆରମ୍ଭ କରିବାର ତୁମେ ଦେଖିବ ପୁଣି ସେ କହନ୍ତି ଯେ ଜଣେ ବ୍ୟକ୍ତି ଯେପରି ଜୀବନସାଥୀ ହରାଇଲେ ପୁନର୍ବାର ବିବାହ କରିବାକୁ ମୁକ୍ତ, ସେହିପରି ବିଶ୍ୱାସୀମାନେ ମଧ୍ୟ ବ୍ୟବସ୍ଥା ପ୍ରତି ମୃତ ହୋଇଅଛନ୍ତି, ସେମାନେ ‘ତୁମେ କରିବ ନାହିଁ 'ପ୍ରତି ମୃତ ହେଲେ; ଯଦି ତୁମେ ରୂପକକୁ ଜାରି ରଖ, ଆମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ବିବାହ କରିଅଛୁ। ଆମ୍ଭେମାନେ ତାଙ୍କର କନ୍ୟା ସଦୃଶ, ସାମୂହିକ ଭାବରେ। ବ୍ୟକ୍ତିଗତ ଭାବରେ ଆମ୍ଭେମାନେ ତାଙ୍କୁ ବିବାହ କରିଅଛୁ। ୭ : ୪ ପଦ, ପାଉଲ କହନ୍ତି, ‘ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ ଆମ୍ଭେମାନେ ଈଶ୍ୱରଙ୍କ ନିମନ୍ତେ ଫଳ ( ଆମ୍ଭେମାନେ ଚାହୁଁଥିବା କୌଣସି ପ୍ରକାରେ ବଞ୍ଚିବା ନାହିଁ) ଉତ୍ପନ କରିବା ପାଇଁ ଯେ ମୃତ୍ୟୁରୁ ଉତଥାପିତ ହୋଇଅଛନ୍ତି , ତାହାଙ୍କ ସହିତ ସଂଯୁକ୍ତ ହେଉ।
ତଥାପି ସେଠାରେ ନିୟମଗୁଡ଼ିକ ଅଛି। ଆମ୍ଭେମାନେ ବ୍ୟଭିଚାରିଣୀ ପରି କାର୍ଯ୍ୟ କରିବା ନାହିଁ। ୭: ୬ ପଦ, ‘କିନ୍ତୁ ଯଦ୍ୱାରା ଆମ୍ଭେମାନେ ଆବଦ୍ଧ ଥିଲୁ ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ଏବେ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ, ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟ କର୍ମ ନ କରି ଆତ୍ମାର ନୂତନ ଭାବରେ ଦାସ୍ୟ କର୍ମ କରୁଅଛୁ।’ ତଥାପି ସେଠାରେ ନିର୍ଦ୍ଦେଶାବଳୀ ରହିଅଛି। ସେଠାରେ ପବିତ୍ରତା ଆଡକୁ ନିର୍ଦ୍ଦେଶାବଳୀ ଅଛି। ପୁଣି ତଥାପି ସେଠାରେ ସଂଘର୍ଷ ଅଛି।
ପାଉଲ ୭ ପର୍ବର ଶେଷରେ ସମାନ କଥା କହିଛନ୍ତି ଯାହା ସେ ୬ ପର୍ବରେ ଆଲୋଚନା କରିସାରିଛନ୍ତି, ଯେ ପାପର ଶକ୍ତି ସଂପୂର୍ଣ୍ଣ ମୂଳତ୍ପାଟନ ହୋଇନାହିଁ। ତଥାପି ଏହା ଚାରିଆଡେ ଅଛି, ବାସ୍ତବରେ, ଏହା ଏକ ବିବାଦମୂଳକ ଶାସ୍ତ୍ରର ଅଂଶ ଅଟେ। କିନ୍ତୁ ମୁଁ ଭାବୁଛି ପାଉଲ ଯାହା କହୁଛନ୍ତି ତାହା ହେଉଛି, ‘ ଜଣେ ପରିପକ୍ୱ ଖ୍ରୀଷ୍ଟିୟାନ ଭାବରେ ମୁଁ ଯେତେବେଳେ ନିଜ ଜୀବନକୁ ଦେଖେ, ମୁଁ ତଥାପି ବୁଝେ ଯେ ପାପର ଶକ୍ତି ମୋ'ଠାରେ କାର୍ଯ୍ୟ କରୁଅଛି; ମୁଁ ଯେଉଁ ବିଷୟ କରିବାକୁ ଚାହେଁ, ମୁଁ ତାହା କରେ ନାହିଁ; ପୁଣି ଯେଉଁ ବିଷୟ ମୁଁ କରିବାକୁ ଚାହେଁ ନାହିଁ, ତାହା ମୁଁ ପରିଶେଷରେ କରେ।’ ଯେଭଳି ଯେଉଁମାନେ ସେମାନଙ୍କ ସମ୍ପର୍କରେ ଯୀଶୁଙ୍କ ସହିତ ବଢନ୍ତି ପୁଣି ସେମାନଙ୍କର ପବିତ୍ରୀକରଣ ଗଭୀରତାରୁ ଗଭୀରତର ହୋଇଯାଏ, ସେପରି ଆମର ପାପ କ’ଣ ଆମ୍ଭମାନଙ୍କ ପ୍ରତି ଅଧିକରୁ ଅଧିକ ସ୍ପଷ୍ଟ ଓ ସ୍ପଷ୍ଟ ହୁଏ ନାହିଁ କି? ପ୍ରାୟ ଏକ ଅର୍ଥରେ, ଆମଠାରୁ ଅଲଗା ହୋଇଛି ଯଦ୍ୱାରା ଆମ୍ଭେମାନେ ଦେଖିପାରୁ ଯେ ହଁ, ପାପ ମୋ ଜୀବନରେ କାର୍ଯ୍ୟ କରୁଅଛି। ତେଣୁ ସେଠାରେ ନିର୍ଦ୍ଦେଶାବଳୀ ଅଛି। ତଥାପି ସେଠାରେ ଏକ ସଂଘର୍ଷ ଅଛି, କିନ୍ତୁ ପାପର ସଂପୂର୍ଣ୍ଣ ଅତ୍ୟାଚାରୀ ଶକ୍ତି ନଷ୍ଟ ହୋଇଯାଇଅଛି ପୁଣି ଯୀଶୁ ଆମ ସହିତ ଅଛନ୍ତି, ତେଣୁ ସଂଘର୍ଷ ମଧ୍ୟରେ, ଆମ ଜୀବନରେ କ୍ରମାଗତ ଭାବରେ ବୃଦ୍ଧି ହେଉଥିବା ବିଜୟଲାଭର ସଂଘର୍ଷ ମଧ୍ୟରେ, ଆମ୍ଭେମାନେ ପାଉଲଙ୍କ ପରି ଉଚ୍ଚ ସ୍ୱର କରିପାରିବା। ୨୪ ପଦ, ‘ହାୟ ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ?’ ତୁମେ କେବେ ସେପରି ଅନୁଭବ କରିଅଛ କି? ‘ମୁଁ ଏହାକୁ ଆଉ ଅଧିକ ନେଇ ପାରିବି ନାହିଁ। ମୁଁ ଜଣେ ବ୍ୟକ୍ତିର ଦୁର୍ଭାଗ୍ୟ ମନୁଷ୍ୟ ଅଟେ’?
୪. ୮ ପର୍ବ - ପବିତ୍ର ଆତ୍ମା
୮ ପର୍ବରେ ପାଉଲ ଏକ ଶବ୍ଦର କ୍ରମ ବୃଦ୍ଧି ହେଉଥିବାରେ ଗତି କରୁଅଛନ୍ତି ଯାହା ପବିତ୍ରଆତ୍ମାଙ୍କ ଶକ୍ତି ଓ କିପରି ଜୀବନଯାପନ କରିବା, ପୁଣି ଅନେକ ବିଷୟସବୁ ଅଛି ସେହିସବୁ ବିଷୟରେ ସେ ୮ ପର୍ବରେ ଆଲୋଚନା କରିଛନ୍ତି; କିନ୍ତୁ ସେଗୁଡ଼ିକ ମଧ୍ୟରୁ ମୁଁ କେବଳ ତିନୋଟି ବିଷୟରେ ସୂଚାଇ ଦେବାକୁ ଚାହେଁ ଯଦିଓ ସେଗୁଡ଼ିକ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ସେଗୁଡ଼ିକ ମୋର ଆଦରଣୀୟର ତିନୋଟି ବିଷୟ ଅଟେ।
କ. ଈଶ୍ୱରଙ୍କ ପରିବାରରେ ପୁତ୍ରତ୍ୱ ଗ୍ରହଣ -୮:୨୩ ଖ
ପାଉଲ ପବିତ୍ରଆତ୍ମାଙ୍କ ଶକ୍ତି ଦ୍ୱାରା ବାସ୍ତବ ବିଷୟରେ କହନ୍ତି ଯେ ତୁମେ ଏବଂ ମୁଁ ଈଶ୍ୱରଙ୍କ ପରିବାରରେ ଗ୍ରହଣୀୟ ହୋଇଅଛୁ। ଦୟାକରି ୨୩ ପଦକୁ ଦେଖନ୍ତୁ, ‘ଆଉ କେବଳ ସୃଷ୍ଟି ନୁହେଁ, କିନ୍ତୁ ପ୍ରଥମ ଫଳସ୍ଵରୁପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ, [ଆମ୍ଭମାନଙ୍କୁ ପ୍ରଥମ ଫଳସ୍ଵରୁପେ କରାଯାଇଛି, ଆମ୍ଭେମାନେ ଜାଣୁ ସ୍ୱର୍ଗ କିପରି ସ୍ୱାଦ ବିଶିଷ୍ଟ ହେବାକୁ ଯାଉଅଛି, ଆମ୍ଭେମାନେ ଜାଣୁ ଈଶ୍ୱରଙ୍କ ସହିତ କି ସମ୍ପର୍କ ସେପରି ସ୍ୱାଦର ପ୍ରକାର ଅଟେ। ସେ ଆମର ପ୍ରଥମ ଫଳ। ସେ ଆମର ଆଗାମୀ ବିଷୟର ବଇନାସ୍ୱରୂପ ] ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ, [ପୁଣି କନ୍ୟାତ୍ୱ ]ଅର୍ଥାତ୍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ।’ ପୁତ୍ରତ୍ୱ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଅଛି। ତୁମେ ଓ ମୁଁ ଯେଉଁମାନେ ଖ୍ରୀଷ୍ଟଙ୍କ କାର୍ଯ୍ୟ ଦ୍ୱାରା ଧାର୍ମିକ ଅଟୁ, ସେମାନେ ନିଶ୍ଚିତ ଭାବରେ ଜାଣିବେ ଯେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ହୋଇଅଛୁ। ତଥାପି ଆମ୍ଭେମାନେ ସମସ୍ତେ ସେହି ଅନ୍ତିମ ବିଚରାଳୟ ତାରିଖକୁ ଅପେକ୍ଷା କରୁ ଯେତେବେଳେ ପୁତ୍ରତ୍ୱ ଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ। ଆମ୍ଭେମାନେ କେବଳ ଏଥିପାଇଁ ଅପେକ୍ଷା କରୁନାହୁଁ, ଆମ୍ଭେମାନେ ପ୍ରତ୍ୟାଶାରେ ଆର୍ତ୍ତନାଦ କରୁଅଛୁ। ଆମ୍ଭେମାନେ ଏପରି ଉତ୍ସାହ ସହିତ ଅପେକ୍ଷା କରୁ କରୁ ଆମ୍ଭେମାନେ ଆର୍ତ୍ତନାଦ କରୁଅଛୁ।
ତୁମେ କ’ଣ ଈଶ୍ୱରଙ୍କ ସହିତ ତୁମର ଭବିଷ୍ୟତ ବିଷୟରେ ଏତେ ଉତ୍ସାହିତ କି ଯେ ଶବ୍ଦଗୁଡ଼ିକ ତୁମର ଆନନ୍ଦକୁ ପ୍ରକାଶ କରିପାରିବ ନାହିଁ? ତୁମର ଶବ୍ଦଗୁଡ଼ିକ କ’ଣ ନିଶ୍ଚିତ ଭାବରେ ତୁମର ଗଭୀରତମ ଆଶ୍ରୟ ସମ୍ବନ୍ଧୀୟ ଭାବନାକୁ ବର୍ଣ୍ଣନା କରିବାକୁ ଯଥେଷ୍ଟ ନୁହେଁ କି, ଯାହା ଆମ୍ଭମାନଙ୍କର ଅଛି ଯେପରି ଆମ୍ଭେମାନେ ଆର୍ତ୍ତନାଦ କରୁଅଛୁ ସେପରି ଶେଷ ଦିନ ନିମନ୍ତେ ଆମ୍ଭେମାନେ ଅପେକ୍ଷା କରି ପାରିବା ନାହିଁ ଯେତେବେଳେ ଆମର ପୁତ୍ରତ୍ୱ ଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ? ଯଦି ତୁମ୍ଭମାନଙ୍କ ମଧ୍ୟରୁ କେହି ପିଲାମାନଙ୍କୁ ପୋଷ୍ୟ ସନ୍ତାନରୂପେ ଗ୍ରହଣ କରିଅଛ, ତେବେ ମୁଁ ଯାହା ବିଷୟରେ ବାର୍ତ୍ତାଳାପ କରୁଅଛି, ତାହା ତୁମେ ଠିକ୍ ଭାବରେ ବୁଝିପାରିବ । ଆମ୍ଭେମାନେ ଈଶ୍ୱରଙ୍କ ପରିବାରରେ ପୁତ୍ରତ୍ୱ ରୂପେ ଗ୍ରହଣ କରାଯାଇଅଛୁ।
ଖ. ପବିତ୍ରଆତ୍ମା ଆମ୍ଭମାନଙ୍କୁ ଦୃଢ ପ୍ରତିଶ୍ରୁତି ଦିଅନ୍ତି ଯେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ
ପବିତ୍ରଆତ୍ମା ଆମ୍ଭମାନଙ୍କୁ ଦୃଢ ପ୍ରତିଶ୍ରୁତି ଦିଅନ୍ତି ଯେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ। ଆମ୍ଭେମାନେ ଜାଣୁ କ’ଣ ଘଟିବାକୁ ଯାଉଅଛି, କିନ୍ତୁ ପ୍ରକ୍ରିୟାରେ ଈଶ୍ୱର ଆମ୍ଭମାନଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଅଛନ୍ତି ଯେ ଆମ୍ଭେମାନେ, ବାସ୍ତବରେ ତାହାଙ୍କ ସନ୍ତାନ ଅଟୁ। ଦୟାକରି ପର୍ବ ୮: ୧୪ ପଦକୁ ଫେରିଯାଆନ୍ତୁ ପୁଣି ପାଉଲ ଲେଖନ୍ତି, ‘ଯେଣୁ ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି , ସେମାନେ ଈଶ୍ୱରଙ୍କ ସନ୍ତାନ। କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇ ନାହଁ, ମାତ୍ର ପୁତ୍ରତ୍ୱର ଆତ୍ମା ପାଇଅଛ; ତଦ୍ଦ୍ୱାରା ଆମ୍ଭେମାନେ ଆବ୍ବା, ପିତଃ ! ବୋଲି ସମ୍ବୋଧନ କରିଥାଉ।’ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସ୍ୱୟଂ ପବିତ୍ର ଆତ୍ମା ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି, ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଈଶ୍ୱରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହଉତ୍ତରାଧିକାରୀ ଅଟୁ।'ମୁଁ ଯେତେବେଳେ ମରିବି ମୁଁ କେଉଁଠାକୁ ଯିବି ମୋ ମନରେ ସମ୍ପୂର୍ଣ୍ଣ ଭାବରେ ପ୍ରଶ୍ନ ନାହିଁ। ସମ୍ପୂର୍ଣ୍ଣ ଭାବରେ ପ୍ରଶ୍ନ ନାହିଁ କାରଣ ମୁଁ ଈଶ୍ୱରଙ୍କ ସନ୍ତାନ ହୋଇଥିବାରୁ ସଂପୂର୍ଣ୍ଣ ଭାବରେ ପ୍ରଶ୍ନ ନାହିଁ। ପୁଣି ଅନେକ ବିଷୟ ଅଛି ଯାହାକୁ ଆମ୍ଭେମାନେ ଦେଖିପାରିବା ଯେତେବେଳେ ଆମ୍ଭେମାନେ ପରିତ୍ରାଣର ନିଶ୍ଚିୟତା ବିଷୟରେ ବାର୍ତ୍ତାଳାପ କରୁ, ନିଶ୍ଚିତ ଭାବରେ ସବୁଠାରୁ ବଡ଼ କଥା ହେଉଛି ଯେ ଈଶ୍ୱରଙ୍କ ଆତ୍ମା ମୋତେ କହୁଥିବାର ମୁଁ ଶୁଣେ, ‘ବିଲ୍, ତୁମେ ରାଜାଙ୍କର ଜଣେ ସନ୍ତାନ ଅଟ।' ତାହା ନିଶ୍ଚିତ ଭାବରେ ସବୁଠାରୁ ଦୃଢ଼ ନିଶ୍ଚୟତା ଅଟେ, ଏକ ପ୍ରକାର ନିଶ୍ଚିୟତା ଯାହା କିଛି ପ୍ରଭାବିତ କରିପାରିବ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ପ୍ରେମରୁ କେହି ମୋତେ ବିଛିନ୍ନ କରିପାରିବ ନାହିଁ। ପୁଣି ମୋର ନିଶ୍ଚିୟତା ସତ୍ୟ କାରଣ ମୋର ଆତ୍ମା, ମୋର ତ୍ରାଣକର୍ତ୍ତାଙ୍କ ସ୍ୱର ଶୁଣୁଅଛି, ସେ ମୋତେ କହୁଅଛିନ୍ତି ଯେ ମୁଁ ତାଙ୍କର ସନ୍ତାନ ଅଟେ।
ତଥାପି ଏହା କୌତୁହଳଜନକ ଯେ ଏପରିକି ତାହାର ଏକ ଚମକପ୍ରଦ ପ୍ରସଙ୍ଗରେ ମଧ୍ୟ ପାଉଲ ଆମ୍ଭମାନଙ୍କୁ ଚେତାବନୀ ଦେବାର ଆବଶ୍ୟକତା ଅନୁଭବ କରନ୍ତି, ଯେହେତୁ ସେ ୫-୮ ପର୍ବ ମଧ୍ୟ ଦେଇ ଆମକୁ ଚେତାବନୀ ଦେଇଅଛନ୍ତି। ଦେଖନ୍ତୁ ୧୭ ପଦ କିପରି ପରିସମାପ୍ତ ହୋଇଛି, ‘[ଆମ୍ଭେମାନେ ] ଈଶ୍ୱରଙ୍କ ଉତ୍ତରାଧିକାରୀ ପୁଣି ଖ୍ରୀଷ୍ଟଙ୍କ ସହଉତ୍ତରାଧିକାରୀ, ଯଦି ଆମ୍ଭେମାନେ ତାହାଙ୍କ ସହିତ ଦୁଖଭୋଗ କରୁ, ତେବେ ତାହାଙ୍କ ସହିତ ମଧ୍ୟ ଆମ୍ଭେମାନେ ଗୌରବାନ୍ୱିତ ହେବା।’ ଏହା ଲୋକମାନଙ୍କ ସ୍ପର୍ଶାନୁଭଵ ଆବଶ୍ୟକତାକୁ ପ୍ରଚାର କରିବାର ସମସ୍ୟା, କାରଣ ସେମାନଙ୍କର ସବୁଠାରୁ ଗଭୀର ଓ ବାସ୍ତବ ଆବଶ୍ୟକତା କେହି ଜଣେ ସୁଦ୍ଧା ଅନୁଭବ କରି ନାହିଁ; ପୁଣି ଆମର ସବୁଠାରୁ ଗଭୀର ଓ ଆମର ବାସ୍ତବ ଆବଶ୍ୟକତା ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ଦୁଃଖଭୋଗ କରିବା ଆବଶ୍ୟକ ଅଟେ। ଯଦି ତାହାଙ୍କ ସହିତ ଗୌରାବାନ୍ୱିତ ହେବାକୁ ତୁମ୍ଭେ ଚାହଁ, (ତାହା ସ୍ୱର୍ଗ ଅଟେ) ତେବେ ତୁମକୁ ଓ ମୋତେ ତାହାଙ୍କ ନିମନ୍ତେ ମଧ୍ୟ ଦୁଃଖଭୋଗ କରିବାକୁ ପଡିବ।
‘ବର୍ତ୍ତମାନ, ଏହା ଦୁଃଖଭୋଗ ଦ୍ୱାରା ପରିତ୍ରାଣର ଏକ ମତ ଶିକ୍ଷା ପୁଣି କେହି ଜଣେ ଯିଏ ଯଥେଷ୍ଟ ଅସ୍ୱସ୍ତିକର ଜୀବନରେ ସେ ସ୍ୱୟଂ କ୍ରିୟା ଭାବରେ ସ୍ୱର୍ଗକୁ ଯାଏ।’ ନା ଏହା ଦୁଖଭୋଗ ଦ୍ୱାରା ପରିତ୍ରାଣ ନୁହେଁ। ଦୁଃଖଭୋଗ ଦ୍ୱାରା, ପାଉଲ କେବଳ ସହିଦ ହେବା ବିଷୟରେ ଚିନ୍ତା କରୁନାହାଁନ୍ତି, ଯଦିବା ଏହା ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କ ନିମନ୍ତେ ହୋଇପାରେ। ବୁଡାପେଷ୍ଟର ମାଟିତଳ ନର୍ଦ୍ଦମାରେ ରହୁଥିବା ପିଲାମାନଙ୍କର ସେବା କରିବାକୁ ତୁମର କେତେକ ପିଲାମାନଙ୍କୁ ଏହି ଶରୀରରୁ ଆହ୍ଵାନ ଯାଇପାରେ; ଅବା ତୁମକୁ ଏହି ଶରୀରରୁ ଆହ୍ଵାନ କରାଯାଇପାରେ, ପୁଣି ତୁମର ବିଶ୍ୱାସ ନିମନ୍ତେ ତୁମର ହୁଏତ ସେଠାରେ ମୃତ୍ୟୁବରଣ ହୋଇପାରେ । ତାହା ହେଇ ପାରେ ଯାହା କରିବାକୁ ଈଶ୍ୱର ହୁଏତ ତୁମକୁ କିମ୍ବା ମୋତେ ଆହ୍ୱାନ କରିଅଛନ୍ତି। କିନ୍ତୁ ପାଉଲଙ୍କ ଶିକ୍ଷାନୁସାରେ , ସହିଦ ଅପେକ୍ଷାକୃତ ଦୁଃଖଭୋଗ ଅଧିକ ହୋଇପାରେ । ମୁଁ ଭାବୁଛି ସେହି ସମାନ କଥା ଯାହା ସେ ତୀମଥିଙ୍କ ସହ ୨ ତୀମଥି ୩ :୧୨ ବିଷୟରେ କଥାବାର୍ତ୍ତା କରୁଅଛନ୍ତି ଯେଉଁ ସମୟରେ ସେ କହନ୍ତି ଯେ “ ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟଯୀଶୁଙ୍କ ସହଭାଗିତାରେ ଧର୍ମଜୀବନଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡନା ଭୋଗ କରିବେ।”
ଏହି ଜଗତ ସହିତ ସଂଘର୍ଷ କିଛି ବିଷୟ ଭୁଲ୍ କରିଥିବାର ଏକ ଚିହ୍ନ ନୁହେଁ। ଏହି ଜଗତ ସହିତ ସଂଘର୍ଷ ଅନେକ ସମୟରେ କିଛି ଠିକ୍ କରିଥିବାର ଏକ ଚିହ୍ନ ଅଟେ। ଯୀଶୁ କହିଲେ ଯେ ଯଦି ସେମାନେ ମୋତେ ଘୃଣା କରିଛନ୍ତି ତେବେ ସେମାନେ ତୁମକୁ ମଧ୍ୟ ଘୃଣା କରିବେ। ଯଦି ତୁମେ ଓ ମୁଁ ଆମର ଜୀବନ ଏହି ଜଗତରେ ବଞ୍ଚାଇବା, ପୁଣି କୌଣସି ସଂଘର୍ଷ ନାହିଁ; ଯଦି କେହି ଜାଣନ୍ତି ନାହିଁ ଯେ ତୁମେ ଜଣେ ଖ୍ରୀଷ୍ଟିୟାନ, ଯଦି କେହି ଜାଣନ୍ତି ନାହିଁ ଯେ ସ୍ୱର୍ଗ ତୁମର ବାସ୍ତବ ଗୃହ ଅଟେ, ଯଦି କେହି ଜାଣନ୍ତି ନାହିଁ ଯେ ତୁମେ ଆଲୋକରେ ଅଛ ଆଉ ସେମାନେ ଅନ୍ଧକାରରେ ଅଛନ୍ତି, ତେବେ ମୁଁ ଯଦି ତୁମ ସ୍ଥାନରେ ଥାଆନ୍ତି ତେବେ ମୁଁ ଚିନ୍ତା କରିବାକୁ ଆରମ୍ଭ କରିଥାନ୍ତି। କିନ୍ତୁ ପାଉଲ କ’ଣ କହୁଛନ୍ତି ତାହା ଯଦି ତୁମେ ଓ ମୁଁ ଆମର ଖ୍ରୀଷ୍ଟିୟାନ ପ୍ରତିଶ୍ରୁତି ଅନୁସାରେ ବଞ୍ଚୁଅଛୁ ତେବେ ଆମ୍ଭେମାନେ ଏହି ଜଗତ ସହିତ ସଂଘର୍ଷ କରୁ। ଅନେକ ସମସ୍ୟା ହେବ। ତୁମେ ବ୍ଲକ୍ କିମ୍ବା ବିଦ୍ୟାଳୟ କିମ୍ବା କର୍ମ ସ୍ଥଳରେ ସବୁଠାରୁ ଲୋକପ୍ରିୟ ବ୍ୟକ୍ତି ହେବ ନାହିଁ କାରଣ ତୁମେ ଏକ ହାତ ଟୋକେଇ ଧରି ନର୍କକୁ ଯାଉଥିବା ସମାଜର ଅବିହିତ ନିନ୍ଦାରେ ଛିଡ଼ା ହେଉଥିବ; ଏକ ସମାଜ ଯାହା ଅତିଶୀଘ୍ର ବିବାହକୁ ପଶୁମାନଙ୍କ ସହିତ ଏକାଧିକ ସମ୍ପର୍କ ରୂପେ ସଠିକ ଅର୍ଥ ପ୍ରଦାନ କରିବାକୁ ଯାଉଅଛି। ଏହା କୋଣ ଅନୁକୋଣରେ ଅଛି। ପୁଣି ଯଦି ତୁମେ ଏବଂ ମୁଁ ସେହି ପ୍ରକାର ମଇଳା କୁଣ୍ଡରେ ବାସ କରିବା, ତେବେ ତୁମ ସହିତ କିଛି ଭୁଲ୍ ଅଛି ଓ ମୋ ସହିତ କିଛି ଭୁଲ୍ ଅଛି। କିନ୍ତୁ ଯଦି ଆମ୍ଭେମାନେ ଖ୍ରୀଷ୍ଟଙ୍କ ପ୍ରତି ପ୍ରତିଶ୍ରୁତିବଦ୍ଧ ଜୀବନ, ଧାର୍ମିକତାର ଜୀବନଯାପନ କରୁ; ତେବେ ଆମ୍ଭେମାନେ ଜଗତ ସହିତ ସଂଘର୍ଷରେ ଆସିବା। ଏବଂ ଆମ୍ଭେମାନେ ଦୁଖଭୋଗ କରିବା; ପୁଣି ଦୁଃଖଭୋଗ ଏକ ଚିହ୍ନ ଅଟେ ଯେ ଖ୍ରୀଷ୍ଟଙ୍କ ପ୍ରତି ଆମର ପ୍ରତିଶ୍ରୁତିବଦ୍ଧ ବାସ୍ତବ ଅଟେ ଏବଂ ଏହା ସେହି ପ୍ରକାରର ଦୁଖଭୋଗ ଯାହା ମାଧ୍ୟମରେ ଆମ୍ଭେମାନେ ଗୌରାବାନ୍ୱିତ ହେବାକୁ ସ୍ୱର୍ଗକୁ ଯିବା। ଦୟାକରି ବୁଝନ୍ତୁ, ସଂଘର୍ଷ ମଧ୍ୟରେ ଈଶ୍ୱର ସବୁଠାରୁ ଉଚ୍ଚସ୍ୱର ଓ ସବୁଠାରୁ ସ୍ପଷ୍ଟ ଭାବରେ କହନ୍ତି, ଏହା ନୁହେଁ କି? ଯେତେବେଳେ ଆମ୍ଭେମାନେ ତାହାଙ୍କ ଅନୁଗ୍ରହକୁ ଅଧିକ ଆବଶ୍ୟକ କରୁ, ସେତେବେଳେ ଏହା ଅତି ସ୍ପଷ୍ଟ ଭାବରେ ଆସିଥାଏ। ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ।
ଗ. ଯଦି ତାହା ଯଥେଷ୍ଟ ନୁହେଁ, ତେବେ ପାଉଲ ସମାପ୍ତ କରନ୍ତି ଯେ ଆମ୍ଭେମାନେ ଜାଣୁ ଈଶ୍ୱର ଆମର ପକ୍ଷରେ ଅଛନ୍ତି।
ପାଉଲ ଅନେକ, ଅନେକ, ଆହୁରି ଅନେକ ବିଷୟ ସହିତ ୮ ପର୍ବ ମଧ୍ୟ ଦେଇ ଗତି କରିଛନ୍ତି, ମାତ୍ର ସେ ଏହି ବିଷୟରେ ସମାପ୍ତ କରିଛନ୍ତି। ଏହା ସତେ ଯେପରି ସବୁ ପ୍ରକାର, ଏହି ସମସ୍ତ ଆଶୀର୍ବାଦ, ଏହି ସମସ୍ତ ଆନନ୍ଦ ଯଥେଷ୍ଟ ନୁହେଁ। ପାଉଲ ଏହା କହି ସମାପ୍ତ କରନ୍ତି ଯେ ଈଶ୍ୱର ଆମ୍ଭମାନଙ୍କ ପକ୍ଷରେ ଅଛନ୍ତି। ଈଶ୍ୱର ଆମ ପକ୍ଷରେ ରହିବା ଛଡା ଆଉ ସେଠାରେ କ’ଣ ଅଛି? ରୋମୀୟ ୮: ୩୧, ‘ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କ’ଣ କହିବା? ଯଦି ଈଶ୍ୱର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ?[ଯେ ବାସ୍ତବରେ ଏକ ଫାଟ ଦିଅନ୍ତି ସେ ଆମ୍ଭମାନଙ୍କ ବିପକ୍ଷ, ମାତ୍ର ଈଶ୍ୱର ଆମ୍ଭମାନଙ୍କ ସପକ୍ଷ ] ଯେ ଆପଣା ପୁତ୍ରକୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ [ଯୀଶୁଙ୍କ ସହିତ] ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ?' ଯେଉଁମାନେ ତୁମ୍ଭର ଓ ମୋର ବିପକ୍ଷ ହେବାକୁ ଯାଉଅଛନ୍ତି ସେମାନଙ୍କ କାର୍ଯ୍ୟର ଫଳାଫଳ ମଧ୍ୟରୁ କେହି ଜଣେ ନୁହେଁ, ଯଦି ଈଶ୍ୱର ତାହାଙ୍କ ପୁତ୍ରଙ୍କୁ ଦେଇସାରିଅଛନ୍ତି, ତେବେ ଆଉ କିଛି ବାକି ନାହିଁ।
କିନ୍ତୁ ତା’ପରେ ସେ ଜାରି ରଖିଛନ୍ତି, ପାପ ବିରୁଦ୍ଧରେ ଆମ୍ଭକୁ ଯେ ଅଭିଯୋଗ କରିପାରେ ଏପରି କେହି ନାହିଁ, ‘ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିପାରିବ’ ବିଚାରାସନରେ କିଏ ଅଭିଯୋଗକାରୀ ହେବ, ଶୟତାନ? ନା। ଶୟତାନ ବିଚାରାସନରେ ଆମର ଅଭିଯୋଗକାରୀ ନୁହଁନ୍ତି। ଈଶ୍ୱର ହିଁ ଧାର୍ମିକ ବୋଲି ଗଣନା କରିଛନ୍ତି। ମୁଁ ଧାର୍ମିକ ଘୋଷିତ ହୋଇଅଛି, ମୁଁ କିଏ କିମ୍ବା ମୁଁ କ’ଣ କରିଅଛି ସେହି କାରଣ ସକାଶେ ନୁହେଁ, ମାତ୍ର ଯୀଶୁ କିଏ ଓ ସେ ଯାହା କରିଅଛନ୍ତି ସେହି କାରଣ ସକାଶେ। ପାପ ବିରୁଦ୍ଧରେ ମୋତେ ଅଭିଯୋଗ କରିବାକୁ ଆଉ କେହି ନାହିଁ।
ଯେ ଆମ୍ଭମାନଙ୍କୁ ଦଣ୍ଡାଜ୍ଞା ଦେବ ଏପରି କେହି ନାହିଁ, ୩୪ ପଦ: ‘କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି।’ ଆମ୍ଭମାନଙ୍କୁ ଦଣ୍ଡାଜ୍ଞା ଦେବାକୁ କେହି ନାହାଁନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ। ସେ ଅବିରତ ପିତାଙ୍କ ସମ୍ମୁଖରେ ନିବେଦନ କରୁଅଛନ୍ତି। ସେ ପିତା ଈଶ୍ୱର ଓ ତୁମ ମଧ୍ୟରେ ମଧ୍ୟସ୍ଥ ଭାବେ ଛିଡ଼ା ହୁଅନ୍ତି। ଦଣ୍ଡାଜ୍ଞା ଦେବାକୁ ଆଉ କେହି ନାହିଁ।
ତା’ପରେ ସେ କହନ୍ତି ଯେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ପ୍ରେମରୁ କେହି ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ ନାହିଁ। ୩୫ ପଦ, ‘ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଙ୍ଗତା, କି ବିପଦ, କି ଖଡଗ? [କି ଅନ୍ୟ କୌଣସି ବିଷୟରେ ମୁଁ ଭାବିପାରେ।] ୩୭ ପଦ: ‘ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ।' ପୁଣି ତା’ପରେ ସେ ୩୮ ଓ ୩୯ ପଦଗୁଡ଼ିକ ସହିତ ସମାପ୍ତ କରନ୍ତି: ‘କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ୍, କି ପରାକ୍ରମ, ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ, କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ।'
ଏହା ଧାର୍ମିକ ଜୀବନର ଆନନ୍ଦ ଅଟେ। ତୁମେ ଅଭିଭୂତ ଅଟ କି? ତୁମେ ହେବା ଉଚିତ୍। ମୁଁ ବିଶ୍ୱାସ କରେ ଯେ ରୋମୀୟ ୫-୮ ତୁମ ଜୀବନରେ କ’ଣ ହୋଇପାରେ, ତୁମ ଜୀବନ କିପ୍ରକାର ହେବା ଉଚିତ୍ ତାହା ଦେଖିବାକୁ ଏହା ଉତ୍ସାହିତ କରିବ। ମୋର ପ୍ରାର୍ଥନା ହେଉଛି ଯେ ଏହା ତୁମକୁ ପ୍ରେମ ଓ ଉତ୍ତମ କାର୍ଯ୍ୟ, ଆମର ପ୍ରତ୍ୟାଶାରେ ଆତ୍ମବିଶ୍ୱାସୀ ଓ ଆନନ୍ଦପୂର୍ଣ୍ଣ, ପାପର ଶକ୍ତି ଓ ପାପ ଦଣ୍ଡରୁ ମୁକ୍ତ, ଈଶ୍ୱରଙ୍କ ଦାସ ହେବା, ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବାକୁ ଉଦ୍ଦୀପିତ କରୁ। ତାହା ପ୍ରକୃତ ଜୀବନ ଅଟେ; ତାହା ହିଁ ପ୍ରଚୁର ଜୀବନ ଅଟେ।