୪୭. ସମସ୍ତ ଧର୍ମଶାସ୍ତ୍ର ଈଶ୍ଵରନିଶ୍ଵସିତ

 

. ଧର୍ମଶାସ୍ତ୍ରର ପ୍ରେରଣା

ଏଫିସରେ ଅଶାନ୍ତି ଅଛି। ପ୍ରେରିତ ୨୧ ପର୍ବରେ ପାଉଲଙ୍କ ଭାବବାଣୀ ସତ୍ୟ ହେଲା। ମଣ୍ଡଳୀରେ ନେତୃତ୍ୱ ମନ୍ଦ ହୋଇଯାଇଥିଲା। ବାଘମାନେ ମେଷମାନଙ୍କୁ ଆକ୍ରମଣ କରୁଥିଲେ ଏବଂ ଏହି ପ୍ରାଚୀନମାନଙ୍କ ଆଚରଣ ନିନ୍ଦନୀୟ ଓ  ସେମାନଙ୍କର ଶିକ୍ଷା ପ୍ରଚଳିତ ମତ ବିରୋଧୀ ଥିଲା। ଏବଂ ତେଣୁ ପାଉଲ ଏହି ସମସ୍ୟାର ମୁକାବିଲା କରିବାକୁ ଚେଷ୍ଟା କରିବାକୁ ତୀମଥିଙ୍କୁ ଏଫିସକୁ ପ୍ରେରଣ କରନ୍ତି। ପରିଶେଷରେ ତୀମଥିଙ୍କୁ ଅଧିକ ଶିକ୍ଷା ଦେବା ନିମନ୍ତେ ପାଉଲ ତାହାଙ୍କର ପ୍ରଥମ ପତ୍ର ତୀମଥିଙ୍କ ନିକଟକୁ ଲେଖନ୍ତି ପୁଣି ତହିଁ ଉତ୍ତାରେ ସେ ତୀମଥିଙ୍କ ନିକଟକୁ ତାହାଙ୍କ ଦ୍ୱିତୀୟ ପତ୍ର ଲେଖନ୍ତି, ପୁନର୍ବାର ତାଙ୍କୁ ଏଫିସରେ ଥିବା ଅଶାନ୍ତି ପରିବେଶରେ ସାହାଯ୍ୟ କରିବାକୁ ପୁଣି  ତା’ପରେ ଆସି ତାହାଙ୍କୁ ଦେଖା କରିବାକୁ କହନ୍ତି। ଦ୍ୱିତୀୟ ତୀମଥି ପାଠ୍ୟକ୍ରମରେ, ବିଶେଷ ଭାବରେ ୩ ପର୍ବରେ, ପାଉଲ ତୀମଥି ଅନୁଭବ କରୁଥିବା ଈଶ୍ୱରବିହୀନତାକୁ ବର୍ଣ୍ଣନା କରୁଅଛନ୍ତି। ମୁଁ ଏହାକୁ ୩:୧୪ ପର୍ବରୁ ଚୟନ କରିବାକୁ ଚାହେଁ, ପାଉଲ ତୀମଥିଙ୍କୁ କହନ୍ତି, “କିନ୍ତୁ ତୁମ୍ଭେ ଯାହା ଯାହା ଶିକ୍ଷା କରିଅଛ, ଆଉ, ଯେ ସମସ୍ତ ବିଷୟର ନିଶ୍ଚିତ ବୋଧ ପାଇଅଛ, ସେସବୁରେ ସ୍ଥିର ହୋଇ ରହିଥାଅ, କାରଣ ତୁମ୍ଭେ ଜାଣୁଅଛ, କେଉଁମାନଙ୍କଠାରୁ ସେହିସବୁ ଶିକ୍ଷା କରିଅଛ; ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟକାଳଠାରୁ ଜ୍ଞାତ ଅଛ। ସମସ୍ତ ଧର୍ମଶାସ୍ତ୍ର ଈଶ୍ଵର ନିଶ୍ଵସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ [ଅର୍ଥାତ ଯାହା ସେ ହୋଇପାରେ] ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ।  ମୁଁ  ଈଶ୍ୱରଙ୍କ ସାକ୍ଷାତରେ, ଆଉ ଯେଉଁ  ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ସାକ୍ଷାତରେ, ପୁଣି ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି, ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି ଧମକ ଓ ଉତ୍ସାହ ଦାନ କର।” ଏଫିସରେ ଚାଲୁଥିବା  କୋଳାହଳ ମଧ୍ୟରେ, ସମସ୍ତ ମିଥ୍ୟା ଶିକ୍ଷା ମଧ୍ୟରେ, ପାଉଲ ଏହାକୁ ତାହାଙ୍କ ସେବାକାର୍ଯ୍ୟରେ କେନ୍ଦ୍ରୀୟ କରିବାକୁ, ତୀମଥିଙ୍କୁ ଧର୍ମଶାସ୍ତ୍ରରେ ଲାଗି ରହିବାକୁ ଉତ୍ସାହିତ କରନ୍ତି।

୧୬ ପଦ ହେଉଛି ପ୍ରାଥମିକ ବାଇବଲ ସମ୍ବନ୍ଧୀୟ ଉଦ୍ଧୃତାଂଶ ଯାହାକୁ ଆମ୍ଭେମାନେ “ଈଶ୍ୱର ନିଶ୍ୱସିତର ଶିକ୍ଷା” ବୋଲି କହିଥାଉ, ଯାହା ଆମ୍ଭେମାନେ ଧର୍ମଶାସ୍ତ୍ର ବିଷୟରେ ଭାବିଥାଉ।

କ. “ସମସ୍ତ”

ସମସ୍ତ ଧର୍ମଶାସ୍ତ୍ର ଈଶ୍ୱରଙ୍କ ଦ୍ୱାରା ନିଶ୍ୱସିତ ଅଟେ। ଆସନ୍ତୁ ଆମ୍ଭେମାନେ ସେହି ପଦର ବିଭିନ୍ନ ଅଂଶସବୁ ଦେଖିବା। ସମସ୍ତ ଧର୍ମଶାସ୍ତ୍ର, ସମସ୍ତ ବାଇବଲ ଈଶ୍ୱରଙ୍କ ମୁଖରୁ ନିସୃତ ବାକ୍ୟରୁ ଆସିଅଛି; ମଲାଟ ଠାରୁ ମଲାଟ ପର୍ଯ୍ୟନ୍ତ  ପ୍ରତି ଓ ପ୍ରତ୍ୟେକ ଅତି କମରେ ଶେଷ ଅଂଶ ଈଶ୍ୱରଙ୍କ ମୁଖ ନିସୃତ ବାକ୍ୟ ଅଟେ। ତାହା ଆମର ଈଶ୍ୱର ନିଶ୍ୱସିତ ମତ ଶିକ୍ଷା ଅଟେ। ତେଣୁ ଯେତେବେଳେ ଆମ୍ଭେମାନେ କହୁ ଯେ ସମସ୍ତ ଧର୍ମଶାସ୍ତ୍ର ଈଶ୍ୱରଙ୍କଠାରୁ ଆସିଛି ବୋଲି ଆମ୍ଭେମାନେ ବିଶ୍ୱାସ କରୁ, ସେତେବେଳେ ତାହା ବିଶ୍ୱାସ କରିବାକୁ ସହଜ ଅଂଶସବୁ ଅନ୍ତର୍ଭୁକ୍ତ କରେ। ବିଶ୍ୱାସ କରିବାକୁ ଧର୍ମଶାସ୍ତ୍ରର ଅନେକ ସହଜ ଅଂଶସବୁ ଅଛି, ସେସବୁ ଈଶ୍ୱରଙ୍କ ଠାରୁ ଆସିଥାଏ ପୁଣି ସେସବୁ ସତ୍ୟ ଅଟେ; ସେହି ଅଂଶସବୁ  ଆମକୁ କହିଥାଏ ଯେ ଈଶ୍ୱର ଆମକୁ ପ୍ରେମ କରନ୍ତି; ସେହି ଅଂଶସବୁ  ଆମକୁ କହିଥାଏ ଯେ ଈଶ୍ୱର ଆମ୍ଭମାନଙ୍କର ଯତ୍ନ ନିଅନ୍ତି; ସେହି ଅଂଶସବୁ ଆମ୍ଭମାନଙ୍କୁ କହିଥାଏ ଯେ ତାହାଙ୍କର ଅନୁଗ୍ରହ ଆମ୍ଭମାନଙ୍କୁ ସାହାଯ୍ୟ କରେ। ଏସବୁ  ସହଜ ଅଂଶ ଅଟେ, ସାଧାରଣତଃ, ଧର୍ମଶାସ୍ତ୍ରରେ ଯାହା ଈଶ୍ୱରଙ୍କଠାରୁ ଆସିଥିବାର ଆମ୍ଭେମାନେ ବିଶ୍ୱାସ କରିପାରୁ।

କିନ୍ତୁ ଯେତେବେଳେ ଆମ୍ଭେମାନେ କହୁ ଯେ ସମସ୍ତ ଧର୍ମଶାସ୍ତ୍ର ଈଶ୍ୱରଙ୍କଠାରୁ ଆସିଛି, ସେତେବେଳେ ତାହା କଠିନ ଅଂଶ ମଧ୍ୟ ଅନ୍ତର୍ଭୁକ୍ତ କରେ, ଏହା କରେ ନାହିଁ କି? ବୋଧହୁଏ ଜୀବନରେ ଆପଣଙ୍କର ପରିସ୍ଥିତିରେ, ଈଶ୍ୱର ଆପଣଙ୍କ ବିଷୟରେ ଚିନ୍ତା କରନ୍ତି ବୋଲି ବିଶ୍ୱାସ କରିବା ବିଷୟ ବିଶ୍ୱାସ କରିବା ଅତ୍ୟନ୍ତ କଷ୍ଟକର ଅଟେ। ତଥାପି ଆମ୍ଭେମାନେ ବିଶ୍ୱାସ କରୁ ଯେ ସମସ୍ତ ଧର୍ମଶାସ୍ତ୍ର ଈଶ୍ୱରଙ୍କଠାରୁ ଆସିଅଛି।

ଅନେକ ଅନ୍ୟାନ୍ୟ କଠିନ ଅଂଶସବୁ ମଧ୍ୟ ଅଛି; ଧର୍ମଶାସ୍ତ୍ରର ଦାବି ପରି, କଠିନ ଅଂଶସବୁ ଯାହା ବିଜ୍ଞାନ ଏବଂ ଇତିହାସ ସହିତ ବିବାଦ ପରି ଦେଖାଯାଏ। ଆମ୍ଭମାନଙ୍କୁ ବିଶ୍ୱାସ କରିବାକୁ କୁହାଯାଏ, ପ୍ରତ୍ୟେକ ବିଷୟର ଆଗରେ ଯାହା ଆମ୍ଭମାନଙ୍କୁ ସ୍କୁଲରେ ଶିକ୍ଷା ଦିଆଯାଏ ଯେ ଆପଣମାନେ ଓ ମୁଁ ଏକ ବିବର୍ତ୍ତନଶୀଳ ଆକସ୍ମିକ ସୌଭାଗ୍ୟ ତଥାପି ବିଶ୍ୱାସ କର ଯେ ଆଦିପୁସ୍ତକ ୧ ପରମେଶ୍ଵରଙ୍କଠାରୁ ଆସିଅଛି ଓ ଏହା ସତ୍ୟ ଅଟେ, ଯେ ପରମେଶ୍ଵର ସ୍ୱର୍ଗ ଓ ପୃଥିବୀର  ସୃଷ୍ଟି କଲେ, ପୁଣି ପରମେଶ୍ଵର ଆଦମ ଓ  ହବାଙ୍କୁ ସୃଷ୍ଟି କଲେ। ବେଳେବେଳେ, କଠିନ ଅଂଶସବୁ।

କଠିନ ଅଂଶସବୁ ଯେପରି ଯେତେବେଳେ ଧର୍ମଶାସ୍ତ୍ର ଦାବି କରେ ଯେ ମନ୍ଦ କାର୍ଯ୍ୟ ଈଶ୍ୱର ତାହାଙ୍କର ଉତ୍ତମ କାର୍ଯ୍ୟ କରନ୍ତି,ଏବଂ ଆପଣଙ୍କୁ ଓ ମୋତେ କୋଳାହଳ ମଧ୍ୟରେ  “ଆନନ୍ଦ କରିବା”କୁ ମନେ କରାଯାଏ। ଏହିସବୁ ବିଶ୍ୱାସ କରିବାକୁ ଧର୍ମଶାସ୍ତ୍ରର କଠିନ ଅଂଶ ଅଟେ, ସେସବୁ ନୁହେଁ କି? ତଥାପି ଆମ୍ଭେମାନେ ବିଶ୍ୱାସ  କରୁ ଯେ ସମସ୍ତ ଧର୍ମଶାସ୍ତ୍ର ଈଶ୍ୱରଙ୍କ ମୁଖରୁ ଆସିଅଛି।

ଆମ୍ଭେମାନେ ସମାଜରେ ପ୍ରତ୍ୟେକ ବିଷୟ ପ୍ରତ୍ୟେକ ପୁରୁଷଙ୍କୁ ଅସମର୍ଥ କରିବାକୁ ଚେଷ୍ଟା ଓ ସେମାନଙ୍କୁ ଦୁର୍ବଳ ଓ ମୂର୍ଖ ଭାବରେ ଚିତ୍ରଣ କରୁଥିବାବେଳେ ବିଶ୍ୱାସ କରୁ ଯେ, ପୁରୁଷ ବିବାହ ଓ ପରିବାରର ମସ୍ତକସ୍ୱରୂପ ଅଟେ। ଗତକାଲି ରାତିରେ ମୁଁ ଦୁରଦର୍ଶନରେ ଏକ ବିଜ୍ଞାପନ ଦେଖିଲି ଯାହା ମୁଁ ଭାବେ ମୁଁ ଯେତେ ଦେଖିଅଛି  ସବୁଠାରୁ ମନ୍ଦତମ ଅପମାନଜନକ ବିଜ୍ଞାପନ ଥିଲା। ଏହି ବ୍ୟକ୍ତି ଜଣକ ଏପରି କି ନିଜ ପିଲାମାନଙ୍କର ନାମ ମଧ୍ୟ ସ୍ମରଣ କରି ପାରିଲେ ନାହିଁ। ଏହି ବ୍ୟକ୍ତି ଜଣକ ଏପରିକି  ସେମାନଙ୍କର ଆଦରଣୀୟ ସଉକ ମଧ୍ୟ ସ୍ମରଣ କରି ପାରିଲେ ନାହିଁ। ତେଣୁ ଯଦି ସେମାନେ ଗୋଟିଏ ମୋବାଇଲ୍ ଫୋନ୍ ପାଇବେ, ତେବେ ସେମାନେ ସମ୍ପର୍କରେ ରହିପାରିବେ ପୁଣି ସେ ତାହାଙ୍କ ପିଲାମାନଙ୍କର ନାମସବୁ ସ୍ମରଣ କରି ପାରିବେ। ତାହା ହିଁ ଯାହା ଜଗତ ଆପଣ, ପୁରୁଷମାନଙ୍କ  ବିଷୟରେ କହେ ଯେ  ଆପଣମାନେ ମୂର୍ଖ ଓ ନିର୍ବୋଧ ବ୍ୟକ୍ତି ଅଟନ୍ତିଧର୍ମଶାସ୍ତ୍ର କହେ ଯେ ଆପଣମାନେ ଶକ୍ତିଶାଳୀ ଅଟନ୍ତି ଏବଂ ଆପଣମାନଙ୍କୁ ଆପଣଙ୍କର ଗୃହର ଏବଂ ଆପଣଙ୍କର ବିବାହର ମସ୍ତକ ହେବାକୁ ପଡ଼ିବ

ଏସବୁ କଠିନ ଅଂଶ ଅଟେ ପୁଣି ତଥାପି ଆମ୍ଭେମାନେ ବିଶ୍ୱାସ କରୁ ଯେ ସମସ୍ତ ଧର୍ମଶାସ୍ତ୍ର ସତ୍ୟ ଅଟେ, ଆମ୍ଭେମାନେ ନୋହୁଁ କି? ସହଜ ଓ କଠିନ ଅଂଶସବୁ।

ଖ. “ଧର୍ମଶାସ୍ତ୍ର

ସମସ୍ତ ଧର୍ମଶାସ୍ତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ଅଟେ। ପାଉଲ “ଧର୍ମଶାସ୍ତ୍ର” ର ଅର୍ଥ କ’ଣ ମନେ କରନ୍ତି? ଏହା ପ୍ରଥମରେ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ନୁହେଁ। ୧୫ ପଦରେ ପାଉଲ “ଧର୍ମଶାସ୍ତ୍ର” ବିଷୟରେ କହୁଅଛନ୍ତି, ଯେ ତୀମଥି ପିଲାଥିବା ସମୟରୁ ଧର୍ମଶାସ୍ତ୍ରକୁ ଜାଣିଅଛନ୍ତି। ଆମ୍ଭେମାନେ ଜାଣୁ ଯେ ତୀମଥିଙ୍କ ପିତା ଗ୍ରୀକ୍ ଲୋକ ଥିଲେ, କିନ୍ତୁ ତା’ଙ୍କ ମାତା ଓ ତାଙ୍କ ମାତାମହୀ ଯିହୁଦୀ ଲୋକ ଥିଲେ ପୁଣି ସୁସ୍ପଷ୍ଟ ଭାବରେ ତୀମଥି ଜଣେ ଉତ୍ତମ ଯିହୁଦୀ ବାଳକ ରୂପେ ବୃଦ୍ଧି ହୋଇଥିଲେ। ତେଣୁ ନିଶ୍ଚିତ ଭାବରେ ଧର୍ମଶାସ୍ତ୍ର ଅନ୍ତର୍ଭୁକ୍ତ ଥିଲା ଯାହାକୁ ଆମ୍ଭେମାନେ ପୂରାତନ ନିୟମ ବୋଲି କହିଥାଉ। କିନ୍ତୁ ପାଉଲ କିପରି ଜାରି ରଖନ୍ତି ଧ୍ୟାନ ଦିଅନ୍ତୁ: “ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ଆପଣମାନଙ୍କୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ଆପଣମାନେ ଜ୍ଞାତ ଅଛ।” ତାହା ଯୀଶୁଙ୍କ ବାର୍ତ୍ତା ଅଟେ; ତାହା ପ୍ରେରିତ ସମ୍ବନ୍ଧୀୟ ବାର୍ତ୍ତା ଅଟେ; ତାହା ସାକ୍ଷ୍ୟ ଅଟେ ଯାହା ଆଜି ଆପଣମାନେ ଓ ମୁଁ  “ନୂତନ ନିୟମ” ବୋଲି କହୁ, ଯଦିବା ପାଉଲ ଏହା କହିବା ସମୟରେ ଏହାର ସମସ୍ତ ଲେଖା ହୋଇ ନଥିଲା। ତେଣୁ ଯେତେବେଳେ ଆମ୍ଭେମାନେ କହିଥାଉ ଆମ୍ଭେମାନେ ବିଶ୍ୱାସ କରୁ ଯେ ସମସ୍ତ ଧର୍ମଶାସ୍ତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ବାକ୍ୟ ଅଟେ, ଏହା ସମସ୍ତ ପୂରାତନ ଓ  ସମସ୍ତ ନୂତନ ଅଟେ ଯାହା ଈଶ୍ୱରଙ୍କ ଦ୍ୱାରା ନିଶ୍ୱସିତ ଅଟେ।

ଗ. “ଈଶ୍ୱରଙ୍କ ଦ୍ୱାରା ନିଶ୍ୱସିତ"

ବର୍ତ୍ତମାନ ଯଦି ଆପଣମାନେ ESV ସହିତ ପରିଚିତ ନୁହଁନ୍ତି, ପରବର୍ତ୍ତୀ ବାକ୍ୟାଂଶ ସମ୍ଭବତଃ  ଆପଣଙ୍କୁ ଏକ ପ୍ରକାର ଅପରିଚିତ ଭାବରେ ଆଘାତ କରିବ; ଆମ୍ଭେମାନେ ବିଶ୍ୱାସ କରୁ ଯେ ସମସ୍ତ ଧର୍ମଶାସ୍ତ୍ର “ଈଶ୍ୱରଙ୍କ ଦ୍ୱାରା ନିଶ୍ୱସିତ” ଅଟେ। ପୂରାତନ ଅନୁବାଦଗୁଡ଼ିକ “ଅନୁପ୍ରେରିତ” ପରି ଶବ୍ଦ ବ୍ୟବହାର କରନ୍ତି, ଯାହା ଧର୍ମଶାସ୍ତ୍ର ପ୍ରେରଣା ଦ୍ୱାରା ଦିଆଯାଇଥିଲା। ସମସ୍ୟାଟି ହେଉଛି ଯେ ଇଂରାଜୀ ଶବ୍ଦ “ଅନୁପ୍ରେରିତ”ର ଅର୍ଥ ବଦଳି ଯାଇଅଛି ଏବଂ ଏହାର ଅର୍ଥ ନୁହେଁ ଯାହା କିଙ୍ଗ୍ ଜେମସ୍ ସଂସ୍କରଣ ବୁଝାଯାଏ, ଏହାର ଅର୍ଥ  ନିଶ୍ଚିତ ନୁହେଁ ଯାହା ଗ୍ରୀକ୍ କହେ। କାରଣ ଆଜି ଆମ୍ଭେମାନେ ଅନୁପ୍ରେରିତ ହେଉଥିବାର ଅନେକ ବିଷୟ ସମୂହ ବିଷୟରେ ଆଲୋଚନା କରୁ, ଆମ୍ଭେମାନେ କରୁ ନାହୁଁ କି? ମୋର ନଅ ବର୍ଷର ପୁଅ ଗାର୍ଫିଲ୍ଡଙ୍କ ଦ୍ୱାରା “ଅନୁପ୍ରେରିତ” ଅଟେ। ସେ ଗାର୍ଫିଲ୍ଡ ଏକ ଆବେଗ ସହିତ ପ୍ରେମ କରନ୍ତି। ତାହାଙ୍କ କାନ୍ଥ ଗାର୍ଫିଲ୍ଡଙ୍କ ବ୍ୟଙ୍ଗଚିତ୍ର ଦ୍ୱାରା ଆଚ୍ଛାଦିତ ଅଟେ। ସେ ସେଠାରେ ଥିବା ପ୍ରତ୍ୟେକ ଗାର୍ଫିଲ୍ଡଙ୍କ ପୁସ୍ତକ ପଢ଼ନ୍ତି। ତାଙ୍କର ପୁସ୍ତକ ଥାକ ଗାର୍ଫିଲ୍ଡଙ୍କ ପୁସ୍ତକରେ ପରିପୂର୍ଣ୍ଣ ଅଟେ ଏବଂ ବାସ୍ତବରେ ହେଡେନ ଗାର୍ଫିଲ୍ଡଙ୍କ ପଢିବା ଦ୍ୱାରା ପଢିବାକୁ ଶିଖିଲେ। ହେଡେନ ଗାର୍ଫିଲ୍ଡଙ୍କୁ ପ୍ରେମ କରନ୍ତି। ସେ ତାଙ୍କ ଦ୍ୱାରା ଅନୁପ୍ରେରିତ ଅଟେ। କିନ୍ତୁ ଏହା ନୁହେଁ ଯାହା ପାଉଲ କହୁଛନ୍ତି।

ବାଇବଲ ପ୍ରେରଣାଦାୟକ ଅଟେ, କିନ୍ତୁ ତାହା ନୁହେଁ ଯାହା ୨ ତୀମଥି ୩:୧୬ ପଦ ଶିକ୍ଷା ଦେଉଅଛି। ପ୍ରକୃତ ବିଷୟ ହେଉଛି ଯେ ଧର୍ମଶାସ୍ତ୍ର ଅଦ୍ଵିତୀୟ ଅଟେ ଏବଂ ଆମ୍ଭେମାନେ ଏହାକୁ କିପରି ପାଇଲୁ ତାହା ଅଦ୍ଵିତୀୟ ଅଟେ। ଏହାକୁ ଯଥେଷ୍ଟ ଭାବରେ ବର୍ଣ୍ଣନା କରୁଥିବା ଗ୍ରୀକ୍ କିମ୍ବା ଇଂରାଜୀରେ କୌଣସି ଶବ୍ଦ ନାହିଁ, ତେଣୁ ପାଉଲ ଯାହା ଅନେକ ସମୟରେ କରନ୍ତି ତାହା ହିଁ କରନ୍ତି, ସେ ଶବ୍ଦସବୁ ଗଢ଼ନ୍ତି। ପାଉଲ ସବୁ ସ୍ଥାନରେ ଶବ୍ଦସବୁ ଗଢ଼ନ୍ତି। ଆମ୍ଭେମାନେ ଇଂରାଜୀରେ ଏତେ ଅଧିକ କରିପାରିବା ନାହିଁ, କିନ୍ତୁ ଗ୍ରୀକରେ ଆପଣ ଏହାକୁ ସବୁ ସ୍ଥାନରେ କରିପାରିବେ। ତେଣୁ ପାଉଲ “ଈଶ୍ୱର” ନିମନ୍ତେ ବାକ୍ୟ ଗ୍ରହଣ କଲେ ଏବଂ ତା’ପରେ ସେ “ନିଶ୍ୱାସ” ନିମନ୍ତେ ବାକ୍ୟ ଗ୍ରହଣ କଲେ ଏବଂ ସେ ସେମାନଙ୍କୁ ଏକତ୍ର ଆବଦ୍ଧ କଲେ, ଆଉ ସେ କହିଲେ ଯେ ସମସ୍ତ ଧର୍ମଶାସ୍ତ୍ର “ଥିଓପ୍ ନିଉଷ୍ଟସ୍” ଅଟେ। ସମସ୍ତ ଧର୍ମଶାସ୍ତ୍ର  “ଈଶ୍ୱର-ନିଶ୍ୱସିତ” ଅଟେ। ସମସ୍ତ ଧର୍ମଶାସ୍ତ୍ର ଈଶ୍ୱରଙ୍କ ଦ୍ୱାରା ନିଶ୍ୱସିତ ଅଟେ।

ପ୍ରେରଣା ଉପରେ ଦ୍ୱିତୀୟ ଅଧିକ ଗୁରୁତ୍ୱପୂର୍ଣ୍ଣ ପଦରେ ପିତର ଏହାକୁ ଟିକିଏ ଭିନ୍ନ ଭାବରେ କହନ୍ତି, ପୁଣି  ତାହା ୨ ପିତର ୧: ୨୦-୨୧ ପଦ ଅଟେ ଯେଉଁଠାରେ ପିତର କହନ୍ତି, “…ଯେ ଧର୍ମଶାସ୍ତ୍ରର କୌଣସି ଭାବବାଣୀ କେହି ଜଣେ ବ୍ୟକ୍ତିଙ୍କ ନିଜସ୍ୱ ବ୍ୟାଖ୍ୟାରୁ ଆସି ନାହିଁ। କାରଣ କୌଣସି ଭାବବାଣୀ କେବେହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ୱର ପ୍ରେରିତ ମନୁଷ୍ୟମାନେ  ପବିତ୍ରଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ।” ଏହା “ଧର୍ମଶାସ୍ତ୍ରର ପ୍ରେରଣା” ଅଟେ ଈଶ୍ୱର ଧର୍ମଶାସ୍ତ୍ରର ଉତ୍ସ ଅଟନ୍ତି; ସେ ଏହାକୁ ନିଶ୍ୱସିତ କଲେ; ଏହା ତାହାଙ୍କ ମୁଖରୁ ନିର୍ଗତ ହୋଇ ଆସିଲା; ଯେ ଏହା ଈଶ୍ଵରଙ୍କଠାରୁ ଅଟେ।

ଅନ୍ୟ ବାକ୍ୟରେ, ଯୀଶୁ ପ୍ରକାଶିତ ହୋଇଅଛନ୍ତି ଓ ସେହି ସମାନ ଶବ୍ଦ କହିବା ଅପେକ୍ଷା ମୁଁ ଏଠାରେ ଛିଡା ହେବା ଓ ଆପଣଙ୍କ ପାଇଁ ଏକ ପଦ ପଢିବା ମଧ୍ୟରେ ଆଦୌ, କୌଣସି, ପାର୍ଥକ୍ୟ ନାହିଁ।  ଶବ୍ଦସମୂହର ବିଶ୍ଵସ୍ତତାର ପ୍ରସଙ୍ଗରେ କୌଣସି ପାର୍ଥକ୍ୟ ନାହିଁ। ତାହା ନିଶ୍ୱସିତର ମତ ଶିକ୍ଷା ଅଟେ; ଏଠାରେ ଆମ୍ଭମାନଙ୍କର ଯାହା ଅଛି, ତାହା ଈଶ୍ଵରଙ୍କ ମୁଖ ନିର୍ଗତ ବାକ୍ୟ ଅଟେ।

 

୨.  ଦୁଇଟି ଅନ୍ତର୍ନିହିତ ବିଷୟଗୁଡ଼ିକ

ବର୍ତ୍ତମାନ, ଏହି ଆଲୋଚନାରେ ଅନୁମାନ କରାଯାଉଥିବା ଦୁଇଟି ଅନ୍ତର୍ନିହିତ ବିଷୟଗୁଡ଼ିକ ଅଛି, କିନ୍ତୁ ମୁଁ ନିଶ୍ଚିତ କରିବାକୁ ଚାହେଁ ଯେ ଏହା ସ୍ପଷ୍ଟ ଅଟେ।

କ. ସତ୍ୟ

ପ୍ରଥମ: କାରଣ ଧର୍ମଶାସ୍ତ୍ର ଈଶ୍ୱରଙ୍କ ମୁଖରୁ ଆସେ, ତେଣୁ ଏହା ସତ୍ୟ ଅଟେ। ସେ ଏହା କହନ୍ତି ନାହିଁ, କିନ୍ତୁ ଏହା ଉଦ୍ଧୃତାଂଶର ଧାରଣା ଅଟେ। ଈଶ୍ୱର ସତ୍ୟ ଅଟନ୍ତି; ତେଣୁ ସେ ଯାହା କହନ୍ତି ତାହା ସତ୍ୟ ଅଟେ।

ଖ. ଅଧିକାରଯୁକ୍ତ

ଦ୍ୱିତୀୟତଃ, କାରଣ ଧର୍ମଶାସ୍ତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ହୁଏ, ଏହା ମଧ୍ୟ ଅଧିକାରଯୁକ୍ତ ଅଟେ। କାରଣ ଧର୍ମଶାସ୍ତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ହୁଏ, ଏହା ଈଶ୍ୱରଙ୍କ ଅଧିକାର ବହନ କରେ; ଆଉ ସେହି ଧର୍ମଶାସ୍ତ୍ରର ଅଧିକାର ଅଛି ପୁଣି ଆମ୍ଭମାନଙ୍କର ଈଶ୍ୱରତତ୍ତ୍ୱ ନିର୍ଦ୍ଧାରଣ କରିବାକୁ ଧର୍ମଶାସ୍ତ୍ର ଯଥାର୍ଥତା ଦାବି କରେ ଯାହା ଆମ୍ଭେମାନେ ବିଶ୍ୱାସ କରୁ, ପୁଣି ଆମ୍ଭମାନଙ୍କର ଆଚରଣ, ଆମ୍ଭେମାନେ ଏହାକୁ କିପରି କାର୍ଯ୍ୟକାରୀ କରୁ। ତାହା ବାସ୍ତବରେ ପ୍ରେରଣା ଗୁଡ଼ିକ ମଧ୍ୟରୁ ଗୋଟିଏ ଅଟେ ଯାହା ପାଉଲ ପରବର୍ତ୍ତୀ ସମୟରେ ଏହି ଉଦ୍ଧୃତାଂଶରେ ପଦକ୍ଷେପ ନେବାକୁ ଯାଉଅଛନ୍ତି।

କାରଣ ଧର୍ମଶାସ୍ତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ବାକ୍ୟ ହୋଇଥିବାରୁ ଏହା ବାସ୍ତବ ଅଟେ ପୁଣି ଅଧିକାରଯୁକ୍ତ ଅଟେ। ମୁଁ ଜାଣେ ଆମ୍ଭେମାନେ ଆପଣା ଆପଣା ହୃଦୟରେ “ଆମେନ୍!” କହୁଅଛୁ ପୁଣି ଆମ୍ଭେମାନେ କହୁଅଛୁ, “ହଁ, ଯାହା ମୁଁ ବିଶ୍ୱାସ କରେ।” କିନ୍ତୁ ଯଦି ଆମ୍ଭେମାନେ ବାସ୍ତବରେ, ପ୍ରକୃତରେ, ସର୍ବଦା ଏହା ବିଶ୍ୱାସ କରୁ ତେବେ ମୁଁ ସର୍ବଦା ନିଜକୁ ଆଶ୍ଚର୍ଯ୍ୟ ହେଉଥିବାର ଦେଖିବାକୁ ପାଏ। ଆମ୍ଭେମାନେ ବାସ୍ତବରେ ବିଶ୍ୱାସ କରୁ କି? ଯେ ସମସ୍ତ ଧର୍ମଶାସ୍ତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ହୁଏ ଯେ ସମସ୍ତ ବିଷୟ ସୃଷ୍ଟି କରନ୍ତି ଓ ସମ୍ଭାଳନ୍ତି ଓ ସୁରକ୍ଷା କରନ୍ତି?

ଜଣେ ପ୍ରଚାରକ ନିଜର ଧାରଣାସବୁ ପ୍ରଚାର କରିବା ଯେତେବେଳେ ମୁଁ ଶୁଣେ; ଜଣେ ପ୍ରଚାରକ ତାଙ୍କର ଧାରଣାସବୁ ନେଇ ଈଶ୍ୱରଙ୍କ ଧାରଣାସବୁ ପରି ସମାନ ଭାବରେ ସେସବୁ କହିବା ଯେତେବେଳେ ମୁଁ ଶୁଣେ, ସେତେବେଳେ ମୁଁ ଏକମାତ୍ର ଧାରଣା ଯାହା ସେଥିରୁ ନେଇ ପାରିବି ତାହା ହେଉଛି ଯେ ସେ ଜଣେ ଈଶ୍ୱରନିନ୍ଦକ ଅଟେ। ପୁଣି ସେ ବିଶ୍ୱାସ କରନ୍ତି ନାହିଁ ଯେ ଈଶ୍ୱରଙ୍କ ବାକ୍ୟ, ଧର୍ମଶାସ୍ତ୍ର, ଈଶ୍ୱରଙ୍କ ମୁଖରୁ ଆସିଛି; କାରଣ ଯଦି ଆପଣମାନେ ପ୍ରକୃତରେ ବିଶ୍ୱାସ କରନ୍ତି ଯେ ଧର୍ମଶାସ୍ତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ହୁଏ, ଆପଣ ଆପଣମାନଙ୍କର ଧାରଣାକୁ ଏହା ସହିତ ଏକ ଭାବରେ କହିବାକୁ ଯିବେ ନାହିଁ, ଆପଣ ଯିବେ କି?  ଆପଣମାନେ ଆପଣମାନଙ୍କର ଧାରଣାସବୁ  ତାହାଙ୍କ ସହିତ ମିଶ୍ରଣ କରିବାକୁ ଯାଉ ନାହାନ୍ତି ଆପଣ କହିବାକୁ ଯାଉ ନାହାନ୍ତି, “ପ୍ରଭୁ ଏହି କଥା କହନ୍ତି” ଏବଂ ଯାହା ନିର୍ଗତ ହୁଏ ତାହା ହେଉଛି “ଏହି କଥା ବିଲ୍ କହନ୍ତି।” ନିଶ୍ଚିତ ଭାବରେ, ଆମ୍ଭମାନଙ୍କର ମତାମତ ଦେବାର ସମୟ ଅଛି ଓ ଯଦି ଆମ୍ଭେମାନେ ସଚ୍ଚୋଟ ତେବେ ସେଗୁଡ଼ିକୁ ଆମ୍ଭେମାନେ କହିଥାଉ। ଏମିତି କିଛି ସମୟ ଅଛି ଯେଉଁଥିରେ ଆମ୍ଭମାନଙ୍କୁ ଏକ ବ୍ୟାଖ୍ୟା କରିବାକୁ ପଡ଼ିବ ଏବଂ ଯେତେବେଳେ ବ୍ୟାଖ୍ୟାରେ ଭୁଲ୍ କରୁ, ଆମ୍ଭେମାନେ କ୍ଷମା ନିମନ୍ତେ ପ୍ରାର୍ଥନା କରୁ, କାରଣ ଏହା ଶୋଚନୀୟ ଅଟେ। କିନ୍ତୁ ମୁଁ ଅନ୍ୟ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରେ ନାହିଁ, ପରିଶେଷରେ, ଯେତେବେଳେ ଲୋକମାନେ ସେମାନଙ୍କ ନିଜର ଧାରଣାସବୁ ପ୍ରଚାର କରନ୍ତି, ସେତେବେଳେ ସେମାନେ ଈଶ୍ୱର ନିନ୍ଦକ ପୁଣି ଧର୍ମଶାସ୍ତ୍ର ଈଶ୍ୱରଙ୍କଠାରୁ ନିର୍ଗତ ହୁଏ ବୋଲି ବାସ୍ତବରେ ବିଶ୍ୱାସ କରନ୍ତି ନାହିଁ। ମୁଁ ଆଉ କ’ଣ ଶେଷ କରିବାକୁ ହେବ ଜାଣେ ନାହିଁ।

କିନ୍ତୁ ଏହା କେବଳ ପାଳକମାନେ ନୁହଁନ୍ତି। ଯେତେବେଳେ ଲୋକମାନେ କହୁଥିବାର ମୁଁ ଶୁଣେ, “ଆହାଃ, ହଁ, ମୁଁ ବିଶ୍ୱାସ କରେ ଯେ ଧର୍ମଶାସ୍ତ୍ର ଈଶ୍ୱରଙ୍କଠାରୁ ଆସିଅଛି” ଆଉ ତା’ପରେ ସେମାନେ ଏପରି କିଛି ବିଷୟ ବିଶ୍ୱାସ କରନ୍ତି ଯାହା ଧର୍ମଶାସ୍ତ୍ରର ସ୍ପଷ୍ଟ ଶିକ୍ଷାର ବିପରୀତ ଅଟେ, ମୋତେ ମୋ ମସ୍ତକ ରାମ୍ପୁଡ଼ି କହିବାକୁ ପଡ଼ିବ, “ସେମାନେ ପ୍ରକୃତରେ କି?” ବାଇବଲ କହେ ଯେ  ଏପରିକି ବ୍ୟଭିଚାରର ସୂଚନା ମଧ୍ୟ ରହିବା ଉଚିତ ନୁହେଁ, ଏକ ସୂଚନା  ନୁହେଁ (ଏଫିସୀୟ ୫:୩ )। କିନ୍ତୁ ବାରମ୍ବାର କ’ଣ ହୁଏ? ଆମ୍ଭେମାନେ ସେହି ଆଇନଗତ ରେଖା ପାଇଲୁ; ଆମ୍ଭେମାନେ ଜାଣିବାକୁ ଚାହୁଁ, “ଆଚ୍ଛା, ମୁଁ କେତେ ଦୂର ଯାଇ ପାରିବି?” ଧାରଣା ଏହାଠାରୁ ଯଥା ସମ୍ଭବ ଦୂରରେ ରହିବା ନୁହେଁ; କିନ୍ତୁ ଏହା ଆସିବା ଏବଂ ଆମ୍ଭମାନଙ୍କର ଆଙ୍ଗୁଠିକୁ ଯଥାସମ୍ଭବ ପାଖରେ ରଖିବା ଅଟେ। ଏବଂ ମୋତେ କହିବାକୁ ପଡ଼ିବ, “ଆମ୍ଭେମାନେ ବାସ୍ତବରେ ତାହା ବିଶ୍ୱାସ କରୁ କି?” ଆମ୍ଭେମାନେ ବାସ୍ତବରେ ବିଶ୍ୱାସ କରୁ ଯେ ଏଫିସୀୟ ୫:୩ ପଦ, ଉଦାହରଣ ସ୍ୱରୂପ, ଈଶ୍ୱରଙ୍କ ମୁଖରୁ ଅଟେ, ଯିଏ ମୋତେ ଜୀବନ ଦେଲେ  ଏବଂ ଯେତେବେଳେ ସେ ଚାହିଁବେ ଏହାକୁ ନେଇ ପାରିବେ। ସେ କହନ୍ତି ଯେ ବ୍ୟଭିଚାର କରିବା ନିମନ୍ତେ ଏପରିକି ସୂଚନା ମଧ୍ୟ ଦିଅନ୍ତୁ ନାହିଁ। ଆମ୍ଭେମାନେ କି ବାସ୍ତବରେ ବିଶ୍ୱାସ କରୁ ଯେ, ଧର୍ମଶାସ୍ତ୍ରର ସମସ୍ତ ବାକ୍ୟ ଈଶ୍ୱରଙ୍କ ମୁଖ ନିର୍ଗତ ଅଟେ?

ଗ. ବାସ୍ତବରେ ଆପଣମାନେ କି ଏହା ବିଶ୍ୱାସ କରନ୍ତି?

ମୁଁ ଭାବେ ଯେ ଏହା ଏକ ଅବିଶ୍ଵାସନୀୟ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଟେ ଯାହା ଆମ୍ଭେମାନେ ନିଜେ ନିଜକୁ ପଚାରିବା ଆବଶ୍ୟକ, “ଆପଣମାନେ କି ଏହା ବିଶ୍ୱାସ କରନ୍ତି? ଯଦି ଆପଣଙ୍କର ପିଲାମାନେ ଅଛନ୍ତି, ତେବେ ସେମାନେ କି ଏହା ବିଶ୍ୱାସ କରନ୍ତି?” ବାସ୍ତବରେ? କାହିଁକି?

ଯେତେବେଳେ ମୁଁ ଶିକ୍ଷାଦାନ କରୁଥିଲି ସେତେବେଳେ ମୋପ୍ରତି ଘଟିଥିବା ଏକ ଭିନ୍ନ ହୋଇଥିବା ବିଷୟ ହେଲା ଗୋଟିଏ ସ୍ନାତକ ଉପାଧି। ମୁଁ ପ୍ରାୟ ଛଅ ବର୍ଷ ଧରି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲି। ନୂତନ ନିୟମ ଶ୍ରେଣୀ ପରିଚୟକରଣର ଚାରି ବର୍ଷ ପୂର୍ବେ ମ୍ୟାଟ୍ ନାମକ ମୋର ଜଣେ ଛାତ୍ର ଥିଲେ ଏବଂ ଆମ୍ଭେମାନେ ସେଠାରେ ପ୍ରେରଣା ବିଷୟରେ ଆଲୋଚନା କରିଥିଲୁ। ମୁଁ ପରବର୍ତ୍ତୀ ଚାରି ବର୍ଷ ପାଇଁ ମ୍ୟାଟ୍କୁ ଦେଖି ନ ଥିଲି ପୁଣି ଏହି ନିର୍ଦ୍ଧିଷ୍ଟ ସ୍ନାତକୋତ୍ତରରେ ସେ ସ୍ନାତକ କରୁଥିଲେ। ଆମ୍ଭେମାନେ ଦକ୍ଷିଣ କାଲିଫର୍ନିଆର ଖରାରେ ସେହି ବିରକ୍ତିକର କଳା ଟୋପି ସହିତ ସେହି ବିରକ୍ତିକର କଳା ପୋଷାକରେ ସବୁଦିନ ସକାଳେ ବସିଥିଲୁ, ସେହି  ଛାତ୍ରମାନଙ୍କୁ ଉତ୍ସାହିତ କରୁଥିଲୁ, ଯାହାକୁ ଆମ୍ଭେମାନେ କ୍ୱଚିତ୍ ମନେ ରଖିପାରିବା ମୁଁ ଗରମରେ ଜଳୁଥିଲି। ମୁଁ ଉତ୍ତାପକୁ ଘୃଣା କରେ। ଏହା ସମାପ୍ତ ହେଲା ଓ  ମୁଁ ମୋ କାର୍ଯ୍ୟାଳୟକୁ ଚାଲିଗଲି ଏବଂ ମୁଁ ମୋର ପୋଷାକ ଏବଂ ଟୋପି ନେଇ ଗନ୍ଧକର୍ପୂର ଗୁଲିରେ ରଖିଲି, ଯେଉଁଠାରେ ଏହା ଥିଲା, ଆଉ  ମୁଁ ଏବେ ଘରକୁ ଯାଇ ଗ୍ରୀଷ୍ମ ଛୁଟି ଆରମ୍ଭ କରିବାକୁ ଚାହୁଁଥିଲି; ପୁଣି  ମ୍ୟାଟ୍ ଦ୍ୱାରରେ ଦେଖାଦେଲେ ଏବଂ ସେ ସ୍ପଷ୍ଟ ଭାବରେ କଥା ହେବାକୁ ଚାହୁଁଥିଲେ। ମୁଁ ସ୍ପଷ୍ଟ ଭାବରେ କଥାବାର୍ତ୍ତା କରିବାକୁ ଚାହୁଁନଥିଲି, କିନ୍ତୁ ମୁଁ କଥା ହେଲି। ତାଙ୍କ ମୁଖରୁ ଅନେକଗୁଡ଼ିଏ ପ୍ରଶ୍ନ ବାହାରିଗଲା ଏବଂ ମୁଁ ଜାଣିବାକୁ ଚେଷ୍ଟା କଲି, ସେ କେଉଁଆଡେ ଯାଉଅଛନ୍ତି? ସେ କେଉଁଆଡେ ଯାଉଥିଲେ, ତାହା ହେଲା,  “ବର୍ତ୍ତମାନ ମୋତେ ପୁନର୍ବାର କୁହନ୍ତୁ କାହିଁକି ମୁଁ ବିଶ୍ୱାସ କରେ ଯେ ଧର୍ମଶାସ୍ତ୍ର ଈଶ୍ୱରଙ୍କଠାରୁ ଆସିଛି?” ମୁଁ କେବଳ ଭାବି ପାରିଥିଲି, “ମ୍ୟାଟ୍, ତୁମେ କାହିଁକି ଚାରି ବର୍ଷ ପୂର୍ବେ ଏହି ପ୍ରଶ୍ନ ପଚାରିଲ ନାହିଁ ଯେତେବେଳେ ତୁମର ଚାରିପାଖରେ ଶିକ୍ଷକ ଏବଂ ତୁମର ବନ୍ଧୁମାନେ ଥିଲେ ଯାହା ତୁମକୁ ଏହି ଶିକ୍ଷାଦାନ ମାଧ୍ୟମରେ ଚିନ୍ତା କରିବାରେ ସାହାଯ୍ୟ କରିପାରିଥାନ୍ତେ?”

କିନ୍ତୁ ସ୍ନାତକୋତ୍ତରରେ କିଛି ଘଟିଥିଲା, ଏହା ଜାଣି ସେ ବାସ୍ତବ ଜଗତକୁ ଯାଉଥିଲେ ଏବଂ ତାଙ୍କ ଜୀବନର ମୌଳିକ ଧାରଣା ଆହ୍ୱାନ ଦେବାକୁ ଆରମ୍ଭ କରୁଥିଲା, ଏବଂ ସେ ହତାଶ ଓ ଭୟଭୀତ ହେଲେ। ସେ ଜାଣି ନ ଥିଲେ ଯେ ସେ କାହିଁକି ବାଇବଲ ସତ୍ୟ ବୋଲି ବିଶ୍ୱାସ କରିଥିଲେ।

ମୁଁ ଚାହେଁ ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକେ ସେହି ପ୍ରଶ୍ନ ପଚାରିବା। ଏହା ଏକ ସାଧାରଣ ଅନୁଭୂତି ଅଟେ। ଏହା ବାସ୍ତବରେ ଏକ ଆବଶ୍ୟକୀୟ ଓ ସତେଜ ପ୍ରଶ୍ନ ଅଟେ। କାହିଁକି ତୀମଥି, କାହିଁକି ମୁଁ ବିଶ୍ୱାସ କରେ ଯେ ଧର୍ମଶାସ୍ତ୍ର ଈଶ୍ୱରଙ୍କ ମୁଖରୁ ଆସିଛି? କାରଣ ଯଦି ଆପଣ ନିଜ ପାଇଁ ଏହି ପ୍ରଶ୍ନ ଉଠାନ୍ତି ନାହିଁ, ଯଦି ଆପଣ ନିଜ ସିଦ୍ଧାନ୍ତରେ ଆସନ୍ତି ନାହିଁ, ତେବେ ଆପଣ ବାସ୍ତବରେ କେବେ ହେଲେ ବିଶ୍ୱାସ କରିବେ ନାହିଁ ଯେ ଧର୍ମଶାସ୍ତ୍ର ସତ୍ୟ ଅଟେ ଓ  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବରେ, ଆପଣ କଦାପି ସମ୍ପୂର୍ଣ୍ଣ ରୂପେ ଧର୍ମଶାସ୍ତ୍ରରେ ବିଶ୍ୱାସ କରିବେ ନାହିଁ। ଆପଣ ଆପଣଙ୍କର ପିତାମାତା ଏବଂ ଆପଣଙ୍କର ରବିବାର ଶିକ୍ଷାର (ସଂଢ଼େ ସ୍କୁଲ୍) ଶିକ୍ଷକମାନେ କିମ୍ବା ପ୍ରଭୁ ଯେଉଁମାନଙ୍କୁ ତାହାଙ୍କ ନିକଟକୁ ଆପଣଙ୍କୁ ଆକର୍ଷିତ କରିବାକୁ ବ୍ୟବହାର କଲେ ସେମାନଙ୍କ ବିଶ୍ୱାସ  ଓ ଧାରଣାକୁ ଅଧିକାର କରି ପାରିବେ ନାହିଁ।

ଆପଣ କାହିଁକି ଭାବନ୍ତି ଯେ ଧର୍ମଶାସ୍ତ୍ର ସତ୍ୟ ଅଟେ? ଠିକ୍, ଏହା ଯିବା ପାଇଁ ଏକ ଗମନ ପ୍ରକ୍ରିୟା ଅଟେ କାରଣ ସେହି ପ୍ରଶ୍ନର କେତେକ ସର୍ବୋତ୍ତମ ଉତ୍ତର ଏହି ଉଦ୍ଧୃତାଂଶରେ ଅଛି।

ଏହାର ଗୋଟିଏ ଉତ୍ତର ହେଉଛି ଯେତେବେଳେ ପାଉଲ ତୀମଥିଙ୍କୁ ମନେ ପକାଇ ଦିଅନ୍ତି ଯେ ତୁମେ ବାଲ୍ୟକଲଠାରୁ  ସୁସମାଚାରର ସତ୍ୟତା ଶିଖିଅଛ ଏବଂ ତୁମେ ବିଶ୍ୱାସ କରୁଥିବା ଲୋକମାନଙ୍କ ଦ୍ୱାରା ତୁମକୁ ଏହି ଶିକ୍ଷା ଦିଆଗଲା। ମୁଁ ଧର୍ମଶାସ୍ତ୍ର ବିଶ୍ୱାସ କରିବାର ଗୋଟିଏ କାରଣ ହେଉଛି ଯେ ଏହା ସତ୍ୟ ଅଟେ। ମୁଁ ସେହି ଲୋକମାନଙ୍କୁ ବିଶ୍ୱାସ  କରେ ଯେଉଁମାନେ ମୋତେ ଶିକ୍ଷା ଦେଲେ  ଯେ ବାଇବଲ ସତ୍ୟ ଅଟେ; ପୁଣି  ତୀମଥିଙ୍କର ଜଣେ ମହାନ୍ ମାତା ଓ ମାତାମହୀ  ଥିଲେ ଆଉ  ପାଉଲ ତାହାଙ୍କ ଜଣେ ମହାନ ଆତ୍ମିକ ପିତା ଥିଲେ। ଏହି ଲୋକମାନଙ୍କୁ ସେ ବିଶ୍ୱାସ କରୁଥିଲେ ତେଣୁ ଯେତେବେଳେ ସେମାନେ କହିଲେ ଯେ ଧର୍ମଶାସ୍ତ୍ର  ଈଶ୍ୱରଙ୍କ ମୁଖରୁ ଆସିଛି ସେତେବେଳେ ସେ ସେମାନଙ୍କୁ ବିଶ୍ୱାସ କଲେ।

ମୁଁ ମୋର ଝିଅ,କିଏରଷ୍ଟେନ ସହିତ କଥାବାର୍ତ୍ତା କରୁଥିବାର ସ୍ମରଣ କରେ, ଯେତେବେଳେ କିଏରଷ୍ଟେନ ପ୍ରାୟ ୧୦  ବର୍ଷ  ଥିଲେ ସେ ଆସିଥିଲେ ଆଉ ଆମ୍ଭେମାନେ ଥରେ କଥାବାର୍ତ୍ତା କରୁଥିବା ବେଳେ ମୁଁ କହିଲି, “କିଏରଷ୍ଟେନ, ତୁମେ କାହିଁକି ବାଇବଲ ସତ୍ୟ ବୋଲି ବିଶ୍ୱାସ କର?” ଆଉ ସେ ମୋ ଆଡକୁ ଦେଖିଲା ଓ ଆଖି ବୁଜିଲା ନାହିଁ ବରଂ ସେ କହିଲା, “କାରଣ ତୁମେ ଓ ମାଁ ବିଶ୍ଵାସ କର ପୁଣି ମୁଁ ଭାବିଲି, କି ମହାନ ଉତ୍ତର, ଦଶ ବର୍ଷର ପିଲା ପାଇଁ କି ଏକ ଅବିଶ୍ୱାସନୀୟ ଗଭୀର ଓ ଅଗାଧ ଉତ୍ତର। କାରଣ ଆମ୍ଭେମାନେ ବିଶ୍ଵାସ କରିବାର ତାହା ହେଉଛି ଏକ ଅନ୍ୟତମ କାରଣ, ଏହା ନୁହେଁ କି?

ଅନେକ ମାସ ପୂର୍ବେ ଟାଇଲର୍ ଆସିଥିଲେ ପୁଣି  ଆମ୍ଭେମାନେ କଥାବାର୍ତ୍ତା କରୁଥିଲୁ। ଟାଇଲର୍ ବର୍ତ୍ତମାନ ୧୫ ବର୍ଷର ଅଟେ, ଏବଂ ଟାଇଲର୍ ବର୍ତ୍ତମାନ କଥାଟିକୁ ଆଣିଲେ, ସେ କହିଲେ, “ତୁମେ ଜାଣ, ମୁଁ ଖ୍ରୀଷ୍ଟିୟାନ ହେଲି କାରଣ ମୁଁ ତୁମକୁ ଓ ମାଁଙ୍କ ଉପରେ ବିଶ୍ୱାସ କଲି। ଏହା ପରିବାର ଅଟେ ଯେଉଁଥିରେ ମୁଁ ବଢ଼ିଥିଲି ଏବଂ ଏହା ଉତ୍ତମ ଅର୍ଥ ଦେଇଥିଲା ଏବଂ ମୁଁ ମୋର ଲୋକମାନଙ୍କୁ ବିଶ୍ୱାସ କଲି।” କିନ୍ତୁ ସେ କହିଲେ, ମୁଁ ନିଶ୍ଚିତ ହେବାର ସୋପାନ ଦେଇ ବାସ୍ତବରେ ଯିବାକୁ ଆବଶ୍ୟକ କରେ ଯେ “ବିଶ୍ୱାସ ହେଉଛି ମୋର ବିଶ୍ୱାସ, ଏବଂ ମୁଁ ସରଳ ଭାବରେ କିଛି ବିଶ୍ୱାସ କରେ ନାହିଁ କାରଣ ତୁମେ ମୋତେ କହିଲ।” ମୁଁ ଗଲି, “ଆଚ୍ଛା ଟାଇଲର୍ ତାହା ପ୍ରକୃତରେ ସତ୍ୟ ଅଟେ ହଁ! ଏହା ଯଥାର୍ଥ ଅଟେ।” ଜଣେ ୧୫ ବର୍ଷ ବୟସ୍କଙ୍କ ପାଇଁ କି ଅଗାଧ ବକ୍ତବ୍ୟ।

ତେଣୁ ତୀମଥି ଓ ମୁଁ ବିଶ୍ୱାସ କରୁ ଯେ ଧର୍ମଶାସ୍ତ୍ର ସତ୍ୟ ଅଟେ, କିନ୍ତୁ କିଛି ମାତ୍ରାରେ ଜଗି ରହିଥିବା ଅର୍ଥରେ ମୁଁ ପ୍ରଥମ କାରଣ ଦେଲି। ଆମ୍ଭେମାନେ ବିଶ୍ୱାସ କରୁ ଯେ ଏହା ସତ୍ୟ ଅଟେ କାରଣ  ଆମ୍ଭେମାନେ ସେହି ଲୋକମାନଙ୍କୁ ବିଶ୍ୱାସ କରୁ ଯେଉଁମାନେ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ଶିକ୍ଷା ଦେଇଛନ୍ତି ତଥାପି, ବୟସ୍କଙ୍କ ପାଇଁ ନୁହେଁ, ପିଲାମାନଙ୍କ ପାଇଁ ଏହା ଏକ ମହାନ ଉତ୍ତର ଅଟେ।  ପାଉଲ ଦ୍ୱିତୀୟ କାରଣ ଦିଅନ୍ତି ଯେ ତୀମଥି କାହିଁକି ଧର୍ମଶାସ୍ତ୍ର ଈଶ୍ୱରଙ୍କ ମୁଖରୁ ଆସିଛି ବୋଲି ବିଶ୍ୱାସ କରନ୍ତି। ଏହା ଇଂରାଜୀ ବାକ୍ୟରେ ଲୁକ୍କାୟିତ ହୋଇଅଛି, “ଦୃଢ଼ ଭାବରେ ବିଶ୍ୱାସ କରାଯାଇଛି।” ପାଉଲ ତୀମଥିଙ୍କୁ ଯାହା କହୁଅଛନ୍ତି ତାହା ହେଉଛି “ଜୀବନର ଅନୁଭୂତି ସମୟରେ ତୁମେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରିଅଛ ଯେ ଧର୍ମଶାସ୍ତ୍ର ସତ୍ୟ ଅଟେ; ବାଇବଲରେ ପ୍ରକାଶିତ ସତ୍ୟକୁ ତୁମ୍ଭେମାନେ ବଞ୍ଚାଇଅଛ ଏବଂ ଅଭିଜ୍ଞତା ନିଶ୍ଚିତ କରିଅଛି ଯେ ଧର୍ମଶାସ୍ତ୍ର ଯାହା କହେ ତାହା ସତ୍ୟ ଅଟେ।” ଅନ୍ୟ ଅର୍ଥରେ, ଧର୍ମଶାସ୍ତ୍ର ନିଜକୁ ବିଧିସିଦ୍ଧ କରେ। ଏହା ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା କରାଯାଉଅଛି। କିନ୍ତୁ ଏହା ଯେପରି ଯୀଶୁ ଯିହୁଦୀମାନଙ୍କୁ କହନ୍ତି, “ଯଦି ତୁମେ ଏହା ବିଶ୍ୱାସ କରିପାରିବ ନାହିଁ, ତେବେ ମୋର କାର୍ଯ୍ୟର ଆଧାରରେ ବିଶ୍ୱାସ କର।” ଅନ୍ୟ ଶବ୍ଦରେ, ଧର୍ମଶାସ୍ତ୍ରରେ ଆତ୍ମ-ବୈଧତା ଚାଲୁଅଛି।

ଏହା ଏକ ଧାରଣା ଅଟେ ଯେ ଆପଣ ଯେପରି ଜୀବନ ଦେଇ ଗତି କରୁଛ ଏବଂ ଆପଣ ଏହି ଚମତ୍କାର ପୁସ୍ତକରେ ଯାହା ପଢ଼ନ୍ତି ତାହା ଗ୍ରହଣ କରନ୍ତୁ ଏବଂ ଆପଣ ଏହାକୁ ଅଭ୍ୟାସ କରନ୍ତୁ, ଯଦିଓ ଏହା ଆପଣଙ୍କ ପାଇଁ କିଛି ଅର୍ଥ କରେ ନାହିଁ, ଏହା ପୂର୍ଣ୍ଣ ବୃତ୍ତକୁ ଆସେ ଏବଂ ଆପଣ ହୃଦୟଙ୍ଗମ କରନ୍ତିଆପଣ ଜାଣନ୍ତି ଣ? ମୁଁ ଏକ ପ୍ରକାର ଭାବିଲି ଏହା ଭୁଲ୍ ଥିଲା, କିନ୍ତୁ ଏହା ମୋ ଜୀବନର ଅନୁଭୂତିରେ ପ୍ରମାଣିତ ହୋଇଅଛି ଯେ ଏହା ସତ୍ୟ ଅଟେ।” ଏବଂ ଏହିପରି ଭାବରେ ଆପଣ ଏବଂ ମୁଁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରୁ ଯେ ଧର୍ମଶାସ୍ତ୍ର ସତ୍ୟ ଅଟେ।

ମୋ ନିଜ ବ୍ୟକ୍ତିଗତ ଅଭିଜ୍ଞତାରେ, ଧର୍ମଶାସ୍ତ୍ର ମୋତେ କେବେ ହେଁ ତଳେ ପଡ଼ିବାକୁ ଦେଇ ନାହିଁ। ମୁଁ ଜାଣେ ଯେ ତଥାପି କିଛି ସତ୍ୟ ଅଛି ଯାହାକି କାର୍ଯ୍ୟ କରିବାକୁ ଅଧିକ ସମୟ ନେବାକୁ ଯାଉଅଛି, ବିଶେଷ ଭାବରେ ଧର୍ମଶାସ୍ତ୍ରର ସେହି ଅଂଶଗୁଡ଼ିକରେ ଯେତେବେଳେ ଆପଣ ପ୍ରଥମେ ସେଗୁଡ଼ିକୁ ପଢ଼ିଚାଲନ୍ତି, “ବର୍ତ୍ତମାନ ସେଠାରେ କୌଣସି ଉପାୟ ନାହିଁ।” କିନ୍ତୁ ମୁଁ ବିଶ୍ୱାସ କରେ ଯେ ଧର୍ମଶାସ୍ତ୍ର ସତ୍ୟ ଅଟେ, ତେଣୁ ମୁଁ ଏହି କଠିନ କଥାକୁ ବିଶ୍ୱାସ କରିବି ଏବଂ ମୁଁ ଏହାକୁ କାର୍ଯ୍ୟରେ ଲଗାଇବି ଏବଂ ମୋ ଜୀବନର ଅଭିଜ୍ଞତା ହେଉଛି ଯେ ସେହି ବିଷୟଗୁଡ଼ିକ ସର୍ବଦା ପୂର୍ଣ୍ଣ ବୃତ୍ତକୁ ଆସେ  ଏବଂ ଧର୍ମଶାସ୍ତ୍ରର ବାର୍ତ୍ତା ନିଜକୁ ବିଧିସିଦ୍ଧ କରିଅଛି।

ଉଦାହରଣ ସ୍ୱରୂପ, ମୁଁ ଜାଣେ ନାହିଁ ଯେ ଆପଣଙ୍କ ବାଇବଲରେ ଯାକୁବ ୧:୨ ପଦ ଅଛି କି ନାହିଁ। ଦୀର୍ଘ ସମୟ ଧରି ମୋର ବାଇବଲ ଯାକୁବ ୧:୧ ପଦରୁ ଯାକୁବ ୧:୩ ପଦ କିମ୍ବା ୧:୪ ପଦକୁ ଯାଇଥିଲା କାରଣ ଯାକୁବ ୧:୨ ପଦ ଏକ ନିର୍ବୋଧ ପଦ ଅଟେ।  “ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପରୀକ୍ଷାରେ ପରୀକ୍ଷିତ ହୁଅ ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ଧୈର୍ଯ୍ୟ ଉତ୍ପନ କରେ, ଏହା ତ ଜାଣିଅଛ। ଆଉ ତୁମ୍ଭେମାନେ ଯେପରି କୋଣସି ବିଷୟରେ ଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ଧୈର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ।” ଆହାଃ ହଁ, ଠିକ୍ ଯାକୁବ, ଯେପରି ତୁମେ ପଡୋଶୀ ଅଞ୍ଚଳର ଚାରିଆଡ଼କୁ କିଛି ସମୟ ଯାଇଅଛ? ଦୁଃଖ ମଧ୍ୟରେ ଆନନ୍ଦ କର? ହଁ ଠିକ୍। ଦୁଇ ଝିଅ ମରିବାକୁ ଚେଷ୍ଟା କରନ୍ତୁ ଏବଂ ତା’ପରେ ସେହି ପଦଟି ପଢ଼ନ୍ତୁ ଏବଂ ଏହା ସତ୍ୟ ବୋଲି ବିଶ୍ୱାସ କର। କିନ୍ତୁ ରାହେଲଙ୍କ ମୃତ ହେବାର ୧୭  ବର୍ଷ ପରେ, ରୋଜ ମରିବାର ୧୮ ର୍ଷ ପରେ,  ଯଦି ଏହା ବାଇବଲର ସବୁଠାରୁ ନିର୍ବୋଧ ପଦ ଅଟେ, ମୁଁ ବୁଝେ ଯେ ଯାକୁବ ସତ୍ୟ ଅଟେ, ଜୀବନର ଅନୁଭୂତିରେ ଏହା ନିଜକୁ ବିଧିମାନ୍ୟ କରେ।  ଅନ୍ୟ କୌଣସି ପୁସ୍ତକ ନାହିଁ  ଯାହା ତାହା କରେ, ଆଦୌ କେହି ନୁହେଁ।

ମୋହର ଅଭିଜ୍ଞତା ଅନୁସାରେ, ଏପରିକି ଯଦି  ମୋର ଏପର୍ଯ୍ୟନ୍ତ ବହୁତ କିଛି ଶିଖିବାର ଅଛି ତଥାପି, ଧର୍ମଶାସ୍ତ୍ର ମୋତେ କେବେ ହେଲେ ତଳକୁ ପଡ଼ିବାକୁ ଦେଇ ନାହିଁ। ଆମ୍ଭମାନଙ୍କୁ ଏହା ଗ୍ରହଣ କରି ସେଠାରେ ଥିବା ସତ୍ୟର ଅନ୍ୟ ସମସ୍ତ ଦାବି ବିରୁଦ୍ଧରେ କହିବାର ଅଛି। ଜଗତ ଯାହା କହୁଅଛି ତାହା ଯେତେବେଳେ ଆପଣ ଦେଖନ୍ତି ଯେ ଜଗତ ଯାହା କହେ ତାହା ସତ୍ୟ ତେବେ  ଜଗତ ଯାହା ସତ୍ୟ ବୋଲି କୁହେ ସେଥିରେ ଆପଣ ଜୀବନଯାପନ କରିବାକୁ ଚେଷ୍ଟା କରନ୍ତି ପୁଣି ଏହା ଈଶ୍ୱର ଯାହା କହନ୍ତି ତାହାଠାରୁ ଭିନ୍ନ ଅଟେ। ଏହା ଅନୁଯୋଗ କରିବାରେ ବିଫଳତାକୁ ଜାରି ରଖେ, ସତ୍ୟ ବୋଲି ଦାବି କରୁଥିବା ଜଗତର ବାର୍ତ୍ତା ଯେତେବେଳେ ଈଶ୍ୱରଙ୍କ ବାକ୍ୟକୁ ବିରୋଧ କରେ ସେତେବେଲେ ଏହା ସର୍ବଦା ଭୁଲ୍ କରେ। ଆପଣ ଭାବୁଥିବେ କିଛି ସମୟ ପରେ ଆମ୍ଭେମାନେ ଏହା ପାଇବୁ, ଆପଣ ନୁହେଁ କି? ସମୟ ସମୟରେ ନିଜକୁ ପ୍ରତାରଣା କରି ଆପଣ ନିରାଶ ହୁଅନ୍ତି ନାହିଁ କି?

ମୁଁ ଗତକାଲି ଏକ ବିପରିତ-ସାଂସ୍କୃତିକ ସେବା କାର୍ଯ୍ୟରେ ନିୟୋଜିତ ହେଲି। ମୁଁ ମଲ୍ ମଧ୍ୟକୁ ଗଲି। ବାଃ ମୁଁ ମଣ୍ଡଳୀକୁ ପସନ୍ଦ କରେ। ନିରାପଦ। ମନୁଷ୍ୟ, ଜଗତ ରହସ୍ୟମୟ! ମୁଁ ବସି ପଡ଼ିଲି ଓ ଏକ ପ୍ରଚାର ପତ୍ର ମୋ ଆଖିରେ ପଡ଼ିଗଲା ଏବଂ ମୁଁ ନିଶ୍ଚିତ ଭାବରେ ମସ୍ତକକୁ ଶୀଘ୍ର ବୁଲାଇ ପାରିଲି ନାହିଁ କାରଣ ଏହା ଏକ ବିଜ୍ଞାପନ ଥିଲା ଏବଂ ଏହା ସମ୍ପୂର୍ଣ୍ଣ କାମ ପ୍ରକ୍ରିୟାର ପ୍ରତ୍ୟକ୍ଷ ଚିତ୍ରଣ ଥିଲା। ହଁ ଏହା ସମ୍ପୂର୍ଣ୍ଣ କାମ ପ୍ରକ୍ରିୟାର ପ୍ରତ୍ୟକ୍ଷ ଚିତ୍ରଣ ଥିଲା। ଏବଂ ଏହା ଏବେ ମୋ ସ୍ମୃତିରେ ଅନ୍ତଃସ୍ଥାପିତ ହେଲା। ମୁଁ ଶେଷ ଥର ମଲ୍ ମଧ୍ୟକୁ ଯାଏ।

କାମ ପ୍ରକ୍ରିୟାର ପ୍ରତ୍ୟକ୍ଷ ଚିତ୍ରଣ ଦେଖିବାରେ ଆପଣଙ୍କର ଅଭିଜ୍ଞତାରେ, ଆପଣ କେବେ ପୂର୍ଣ୍ଣ ଭାବରେ, ଗଭୀର ଭାବରେ ସନ୍ତୁଷ୍ଟ ହୋଇଅଛନ୍ତି କି? ଉତ୍ତର ହେଉଛି “ନା।” ସେଥିପାଇଁ ବାଇବଲ କହେ, “ଏପରକି ବ୍ୟଭିଚାରର ଏକ ସୂଚନା ମଧ୍ୟ ଦିଅନ୍ତୁ ନାହିଁ।” ପୁଣି ଜୀବନର ଅନୁଭୂତିରେ, କାମ ପ୍ରକ୍ରିୟାର ପ୍ରତ୍ୟକ୍ଷ ଚିତ୍ରଣ ଏକ ମିଥ୍ୟା ଅଟେ। ପୁଣି ବାଇବଲ ସତ୍ୟ ଅଟେ, ସେଥିପାଇଁ ମୁଁ ଏହାକୁ ବିଶ୍ୱାସ କରେ। ଏହା ଜୀବନର ଅନୁଭୂତିରେ ନିଜକୁ ବିଧିସିଦ୍ଧ କରେ।

ଅନ୍ୟାନ୍ୟ ଅନେକ କାରଣ ଅଛି ପୁଣି ମୁଁ ତୃତୀୟ ଅଙ୍କରେ ରଖିବାକୁ ଯାଉଅଛି, ଆଉ ଏହା ବ୍ୟକ୍ତିଗତ ଅଟେ। ଏହା ମତାମତ ଅଟେ, ଏହା ଧର୍ମଶାସ୍ତ୍ର ସମ୍ବନ୍ଧୀୟ ନୁହେଁ; କିନ୍ତୁ ମୁଁ ଭାବିଲି ଏହା କହିବାକୁ ଆବଶ୍ୟକ ଥିଲା। ଧର୍ମଶାସ୍ତ୍ର ସତ୍ୟ ଅଟେ ବୋଲି ବିଶ୍ଵାସ କରିବା ମୋର ଅନ୍ୟ ଏକ ଉଦ୍ଦେଶ୍ୟ ମଧ୍ୟ ଅଛି, ଏହା ଈଶ୍ୱରଙ୍କ ମୁଖରୁ ଆସିଛି ଅର୍ଥାତ, ଏହା ଭାବ ପ୍ରକାଶ କରେ। ଏହି ଜଗତର ମିଥ୍ୟାସବୁକୁ ବିଶ୍ୱାସ କରିବା ଅପେକ୍ଷା ଧର୍ମଶାସ୍ତ୍ରର ବାର୍ତ୍ତାକୁ ବିଶ୍ୱାସ କରିବା ଅଧିକ ଯୁକ୍ତିଯୁକ୍ତ ଅଟେ।

ଜୀବନର କେତେକ ପ୍ରମୁଖ ପ୍ରଶ୍ନସମୂହ ପ୍ରତି ଦୃଷ୍ଟିପାତ କରନ୍ତୁ। ପ୍ରଶ୍ନ ଉତ୍ପତ୍ତିର ଏବଂ ଆମ୍ଭେମାନେ କେଉଁଠାରୁ ଉତ୍ପନ ତହିଁ ପ୍ରତି ଦୃଷ୍ଟିପାତ କରନ୍ତୁ। ଆପଣ ବିଗ୍ ବ୍ୟାଂଙ୍ଗ ତତ୍ତ୍ୱକୁ ଯେତିକି ଚାହିଁବେ ଦେଖିପାରିବେ, କିନ୍ତୁ ବିଗ୍ ବ୍ୟାଂଙ୍ଗ ତତ୍ତ୍ୱକୁ କିଛି ବିଷୟ ସହିତ ଆରମ୍ଭ କରିବାକୁ ପଡ଼ିବ। ଏହା କେଉଁଠୁ ଆରମ୍ଭ ହେଲା? ଆମ୍ଭେମାନେ କେଉଁଠାରୁ ଆସିଲୁ? ଆପଣ ଆମ୍ଭମାନଙ୍କର ଉତ୍ପତ୍ତି କିପରି ବ୍ୟାଖ୍ୟା କରିବେ? ଯେତେବେଳେ ଆପଣ ନକ୍ଷତ୍ରପୁଞ୍ଜର ଚିତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କରନ୍ତି କିମ୍ବା କୋଷ ସମୂହର ଚିତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କରନ୍ତି କିମ୍ବା ପର୍ବତ ଉପରେ ଥିବା ବୃକ୍ଷଗୁଡ଼ିକର ସୌନ୍ଦର୍ଯ୍ୟ ପ୍ରତି ଦୃଷ୍ଟିପାତ କରନ୍ତି ପୁଣି ଆପଣ ଦେଖୁଥିବା ସବୁ ଆଡେ ତାହାର ପରିକଳ୍ପନା ଦେଖନ୍ତି ସେତେବେଳେ ଏହି ଜଗତରେ ପରିକଳ୍ପନାର ରୂପାକୃତି ଚେହେରା କିପରି ବ୍ୟାଖ୍ୟା କରିବେ? ଯୁକ୍ତି ପାଇଁ ସତ ବୋଲି ଦାବି କରୁଥିବା ଜଣେ କଲ୍ପନାକାରୀ ବ୍ୟତୀତ ଆପଣ ଏହାକୁ କିପରି ବ୍ୟାଖ୍ୟା କରିବେ? ଆପଣ କିପରି ବିଷୟସବୁକୁ ଦେଖି ପାରିବେ, ଯେପରି ଉତ୍ତମ ବିଷୟର ଧାରଣା ଅଛି ଓ ସୌନ୍ଦର୍ଯ୍ୟର ଧାରଣା ଅଛି? ଆପଣ ଏହି ବିଷୟଗୁଡ଼ିକୁ କିପରି ବ୍ୟାଖ୍ୟା କରିବେ? ଧର୍ମଶାସ୍ତ୍ରର ବ୍ୟାଖ୍ୟା କେବଳ ମୋ ପାଇଁ  ଅର୍ଥପୂର୍ଣ୍ଣ  ଈଶ୍ୱର ଏହା କଲେ। ଈଶ୍ଵର ମୋ’ଠାରେ ଯାହା ଉତ୍ତମ ସେହି ବିଷୟରେ ଏକ ବୁଝାମଣା ସୃଷ୍ଟି କରିଥିଲେ  ଯାହା ସୁନ୍ଦର, ସେଥିପାଇଁ ସେ ମୋ’ଠାରେ ଏକ ଯଥୋଚିତ ଗୁଣ ସୃଷ୍ଟି କଲେ ତାହାଙ୍କ ଉପାସନା କରିବାକୁ ଏକ ଇଚ୍ଛା ସେ ମୋଠାରେ ରଖିଲେ ସଙ୍ଗୀତ ମନୁଷ୍ୟର ପ୍ରାଣକୁ କାହିଁକି ପ୍ରଭାବ ପକାଇଥାଏ? “ଆଚ୍ଛା, ଏହା ହେଉଛି ଏକ ପ୍ରକାରର ବିବର୍ତ୍ତନଶୀଳ ଆବର୍ଜନା କିପରି ମିଶ୍ରିତ ହେଲା ପୁଣି ହଠାତ DNA ଗଠିତ ହେଲା ……” ମୂର୍ଖତା! ମୂର୍ଖତା! ସଙ୍ଗୀତକୁ ପ୍ରତ୍ୟୁତ୍ତର କରିବାକୁ ଈଶ୍ୱର ମୋ ହୃଦୟରେ  କ୍ଷମତା ରଖିଲେ କାରଣ ଏହା ବିନା ମୁଁ ଯେପରି କରିବା ଉଚିତ ସେପରି ପ୍ରଶଂସା କରିବାକୁ ଚାଳନା ପାଇ ନ ଥାନ୍ତି

ଏହିସବୁ ଧର୍ମଶାସ୍ତ୍ରର ଉତ୍ତର ଅଟେ ଏବଂ ଏହା ଅନ୍ୟ କୌଣସି ବିଷୟ ଅପେକ୍ଷା ନିଶ୍ଚିତ ଭାବରେ ଅଧିକ ଅର୍ଥ ପ୍ରଦାନ କରେ। ଧର୍ମଶାସ୍ତ୍ର ଐତିହାସିକ ଭାବରେ ସଠିକ୍ ଅଟେ। ଏହା ଆଭ୍ୟନ୍ତରୀଣ ଭାବରେ ସୁସଙ୍ଗତ ଅଟେ। ଏହା ସଫଳ ହୋଇଥିବା ଭବିଷ୍ୟଦବାଣୀରେ ପରିପୂର୍ଣ୍ଣ ଅଟେ। ଏହା କେବଳ ମୋ ପାଇଁ ଅର୍ଥପୂର୍ଣ୍ଣ। ପୁଣି ଏସବୁ ସହିତ ବନ୍ଧା ହୋଇଛି, ଏହା ହେଉଛି ଯେ ମହମ୍ମଦଙ୍କ ଅପେକ୍ଷା ଯୀଶୁ ମୋ ପାଇଁ ଅଧିକ ଉତ୍ତମ ଅର୍ଥ ପ୍ରଦାନ କରନ୍ତି ଯସେଫ ସ୍ମିଥଙ୍କ ଅପେକ୍ଷା ଯୀଶୁ ମୋ ପାଇଁ ଅଧିକ ଉତ୍ତମ ଅର୍ଥ ପ୍ରଦାନ କରନ୍ତି ମେରି ବେକର୍ ଏଡି ଅପେକ୍ଷା ଯୀଶୁ ମୋ ପାଇଁ ଅଧିକ ଉତ୍ତମ ଅର୍ଥ ପ୍ରଦାନ କରନ୍ତି ଧର୍ମଶାସ୍ତ୍ର ହେଉଛି ଏହି ଯୀଶୁଙ୍କ କାହାଣୀ ଯିଏ ମୋ ପାଇଁ ଅର୍ଥପୂର୍ଣ୍ଣ ତେଣୁ ସଂଖ୍ୟା ତିନି, ମୋର ମତାମତ ଓ ମୁଁ ଧର୍ମଶାସ୍ତ୍ରକୁ ବିଶ୍ୱାସ କରିବାର ଗୋଟିଏ କାରଣ ହେଉଛି ଯେ ଏହା କେବଳ ମୋ ପାଇଁ ଅର୍ଥପୂର୍ଣ୍ଣ; ପୁଣି ମୁଁ ଏହାର ନିକଟବର୍ତ୍ତୀ ଆଉ କୌଣସି ବିଷୟ ପାଇପାରେ ନାହିଁ

ଚତୁର୍ଥ ସଂଖ୍ୟା, ଏବଂ ଏହା ହେଉଛି ମୁଁ ଭାବୁଥିବା କିଛି ବିଷୟ ଯାହା ଏହି ଉଦ୍ଧୃତାଂଶରେ ମଧ୍ୟ ଅନ୍ତର୍ନିହିତ ଅଛି, ମୁଁ କାହିଁକି ବିଶ୍ୱାସ କରେ, ଧର୍ମଶାସ୍ତ୍ରକୁ ତୀମଥି କାହିଁକି ଈଶ୍ୱରଙ୍କ ମୂଖରୁ ନିର୍ଗତ ବାକ୍ୟ ବୋଲି ବିଶ୍ୱାସ କରନ୍ତି? ପରିଶେଷରେ, ତୀମଥି ଏହା ବିଶ୍ୱାସ କରନ୍ତି। ପରିଶେଷରେ, ତୀମଥି ବିଶ୍ୱାସ କରନ୍ତି ଯେ ପାଉଲ ଯାହା କହୁଅଛନ୍ତି ତାହା ସତ୍ୟ ଅଟେ ପରିଶେଷରେ, ତୀମଥି ବିଶ୍ୱାସ କରନ୍ତି ଯେ ଧର୍ମଶାସ୍ତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ବାକ୍ୟ; ଏବଂ ଶେଷରେ, ମୁଁ, ମୋର ପିଲାମାନେ ଓ ମୋ ପରିବାର ବିଶ୍ୱାସ କରୁ ଯେ ଧର୍ମଶାସ୍ତ୍ର ଈଶ୍ୱରଙ୍କଠାରୁ ଆସିଅଛି।

ଆମ୍ଭେମାନେ ବିଶ୍ୱାସ କରୁ ଯେ ଯେତେବେଳେ ଆମ୍ଭେମାନେ ବାଇବଲ ପଢୁ, ସେତେବେଳେ ଆମ୍ଭେମାନେ ଈଶ୍ୱରଙ୍କ ରବ ଶୁଣୁ।  ଦୟାକରି ଏହାକୁ ଯତ୍ନପୂର୍ବକ ଶୁଣନ୍ତୁ, ଏହା ଯେକୌଣସି ଓ ସମସ୍ତ ବିଶ୍ୱାସ ପ୍ରଣାଳୀରେ ସତ୍ୟ ଅଟେ: ଏହା ଚରମ ବାସ୍ତବତାର ଗୁରୁତ୍ୱତା ପ୍ରମାଣ କରିବା ଅସମ୍ଭବ। ଆପଣ କାହା ସହିତ କଥାବାର୍ତ୍ତା ହୁଅନ୍ତୁ ନା କାହିଁକି, ଆସ୍ତିକମାନେ କିମ୍ବା ନାସ୍ତିକମାନେ, ଧର୍ମନିରପେକ୍ଷ ବା ଆଧ୍ୟାତ୍ମିକ ଲୋକମାନେ, ପରିଶେଷରେ ଆମ୍ଭେମାନେ ସମସ୍ତେ ଏକ “ବିଶ୍ୱାସ” ନିଷ୍ପତ୍ତି ନେଇଥାଉ  କାରଣ ଆପଣ ଏଥିରୁ କୌଣସି ପ୍ରମାଣ କରି ପାରିବେ ନାହିଁ କାରଣ ବିଶ୍ୱାସ ବିନା ଈଶ୍ୱରଙ୍କୁ ସନ୍ତୋଷ କରିବା ଅସମ୍ଭବ ଅଟେ ଈଶ୍ୱର ପ୍ରମାଣିତ ହେବାକୁ ଚାହାଁନ୍ତି ନାହିଁ ସେ ବିଶ୍ୱାସଯୋଗ୍ୟ ହେବାକୁ ଚାହାଁନ୍ତି।

ଭୌତିକବାଦୀମାନେ ଏପରି ଲୋକ ଯେଉଁମାନେ କହନ୍ତି ଯେ ବାସ୍ତବ ଧାରଣା ଜଗତ ବାହାରେ କିଛି ନାହିଁ; କାରଣ ଆମ୍ଭେମାନେ ଦେଖୁଥିବା ପ୍ରତ୍ୟେକ ପ୍ରଭାବ ପାଇଁ, ସେହି ପ୍ରଭାବର କାରଣ ନିଜେ ବାସ୍ତବ ଧାରଣା ଜଗତ ଭିତରେ ଅଟେ ଆଦୌ ଧ୍ୟାତ୍ମିକ କିଛି ନାହିଁ ଏହା ପ୍ରମାଣ କର! ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନେ ଏହାକୁ ପ୍ରମାଣ କରନ୍ତୁ  ପ୍ରମାଣ କର ଯେ ବାସ୍ତବ ଧାରଣା ଜଗତ ବାହାରେ କିଛି ନାହିଁ ସେମାନେ ଏହା କରିପାରିବେ ନାହିଁ କାରଣ ଏହା ଏକ “ବିଶ୍ୱାସ” ସ୍ଥିତି ଅଟେ

ବିବର୍ତ୍ତନବାଦୀମାନେ, ଓ  ଏହାର ଚତୁର୍ଦ୍ଦିଗରେ ଥିବା ସେମାନଙ୍କର ଧର୍ମର, ସେହି ବିଷୟରେ କୌଣସି ସନ୍ଦେହ ନାହିଁ, ଏହା ଏକ ଶୁଦ୍ଧ ଧର୍ମ ଯାହା ବିବର୍ତ୍ତନକୁ ଘେରେ, ସେମାନେ ଚରମ ବାସ୍ତବତାକୁ ଉତ୍ତର ଦେଉଅଛନ୍ତି, କିନ୍ତୁ ଉତ୍ତରସମୂହ କେବଳ ବିଶ୍ୱାସ ଉପରେ ଆଧାରିତ ଅଟେ। ସେମାନେ ଏହାକୁ ଅସ୍ୱୀକାର କରିବେ। ପ୍ରମାଣ କେଉଁଠାରେ ଅଛି ସେମାନଙ୍କୁ ପଚାର। ପ୍ରମାଣ କେଉଁଠାରେ ଅଛି ଯେ ଦୁଇ ନିୟୁତ ବର୍ଷରୁ ଅଧିକ ସମୟ ମଧ୍ୟରେ ଘାସର ଏକ ଅଂଶ  ଯାହା ଛଅ ଇଞ୍ଚ ଉଚ୍ଚକୁ ଯାଏ, ତାହା ଦଶ ଫୁଟର ଗଛରେ ପରିଣତ ହୋଇ ବଞ୍ଚିବା ନିମନ୍ତେ ନିଷ୍ପତି ନେଇପାରେ? ଏହା ପ୍ରମାଣ କର! ଏହା ଅସମ୍ଭବ ଆପଣ କରିପାରିବେ ନାହିଁ ବିବର୍ତ୍ତନ ଏକ ବିଶ୍ୱାସ-ଆଧାରିତ ପ୍ରଣାଳୀ ଅଟେ।  ଭୌତିକବାଦ ଏକ ବିଶ୍ୱାସ-ଆଧାରିତ ପ୍ରଣାଳୀ ଅଟେ।  ଧର୍ମନିରପେକ୍ଷତା ଏକ ବିଶ୍ୱାସ ଆଧାରିତ ପ୍ରଣାଳୀ ଅଟେ।  ମାନବବାଦ ଏକ ବିଶ୍ୱାସ ଆଧାରିତ ପ୍ରଣାଳୀ ଅଟେ।  ତେଣୁ  ଜୀବନର ପ୍ରଶ୍ନ ହେଉଛି “କେଉଁ ବିଶ୍ୱାସ-ଆଧାରିତ ପ୍ରଣାଳୀ ବାସ୍ତବତାକୁ ସର୍ବୋତ୍ତମ ଭାବରେ ବ୍ୟାଖ୍ୟା କରେ?” ସ୍ପଷ୍ଟ ଭାବରେ, ମୋ’ର ନାସ୍ତିକ ହେବା ପାଇଁ ଯଥେଷ୍ଟ ବିଶ୍ୱାସ ନାହିଁ। ମୁଁ ବିଶ୍ୱାସ କରିପାରିବି ନାହିଁ ଯେ ଏହି ଜଗତ ନିଜେ ନିଜେ ପ୍ରଣାଳୀବଦ୍ଧ ବିବର୍ତ୍ତନ ସହିତ ସୃଷ୍ଟି ହେଲା ପୁଣି ନିଜ ଭିତରେ ଅର୍ଥ ଓ ଉଦ୍ଦେଶ୍ୟ ଏବଂ ଅବିଶ୍ଲେଷ୍ୟ ନିୟତି ଭାବନା ସୃଷ୍ଟି କଲା କାରଣ ଦିନେ ପଙ୍କ ପୋଖରୀରେ ରାସାୟନିକ ଦ୍ରବ୍ୟସବୁ ଏକାଠି ହେଲା। ମୁଁ କେବଳ ଏହାକୁ ବିଶ୍ୱାସ କରେ ନାହିଁ। ଜଣେ ଖ୍ରୀଷ୍ଟିୟାନ ହେବାକୁ ମୋ’ର କେବଳ ଯଥେଷ୍ଟ ବିଶ୍ୱାସ ଅଛି।

ମୁଁ କୃତଜ୍ଞ ଯେ ମୋ’ର ମସ୍ତିଷ୍କକୁ ଏକ ଥାକରେ ରଖିବାକୁ ପଡ଼ିବ ନାହିଁ। ମୁଁ କୃତଜ୍ଞ ଯେ ସମର୍ଥନ କରୁଥିବା ଯୁକ୍ତି ଅଛି, କିନ୍ତୁ ପରିଶେଷରେ ତୀମଥି ଏବଂ ମୁଁ ବିଶ୍ୱାସ କରୁ ଯେ ଧର୍ମଶାସ୍ତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ବାକ୍ୟ ଅଟେ। ଏବଂ ମୁଁ ଏଥିପାଇଁ କୌଣସି କ୍ଷମା ପ୍ରାର୍ଥନା କରେ ନାହିଁ।

 

୩. ଯେହେତୁ ଧର୍ମଶାସ୍ତ୍ର ଈଶ୍ଵରନିଶ୍ଵସିତ, ତେଣୁ ଏହା ଶାସନ ନିମନ୍ତେ “ଉପକାରୀ”

ପାଉଲ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ଜାରି ରଖନ୍ତି ପୁଣି  ସେ କହନ୍ତି ଯେ ଧର୍ମଶାସ୍ତ୍ର ଈଶ୍ୱରଙ୍କଠାରୁ ଅଟେ ଓ ତେଣୁ ଏହା “ଉପକାରୀ” ଅଟେ। ଏହା ନିଶ୍ୱସିତର ମତବାଦର ଅଧିକାରଯୁକ୍ତ ଅଂଶ ଅଟେ।  ଆମ୍ଭେମାନେ କ’ଣ ଶିକ୍ଷା ଦେଉ ଓ ଆମ୍ଭେମାନେ କିପରି ଅନୁଯୋଗ କରୁ ତାହା ନିର୍ଦ୍ଧାରଣ କରିବା ନିମନ୍ତେ ଏହା ଗୋଟିଏ ପଟେ ଈଶ୍ୱରତତ୍ତ୍ୱ ନିମନ୍ତେ ଉପକାରୀ ଅଟେ। ଆମ୍ଭେମାନେ ଯାହା ବିଶ୍ୱାସ କରୁ ତାହା ନିର୍ଦ୍ଧାରଣ କରିବା ପୁଣି ଯେଉଁମାନେ ଭିନ୍ନ ଭାବରେ ବିଶ୍ୱାସ କରନ୍ତି ସେମାନଙ୍କୁ ସଂଶୋଧନ କରିବା ନିମନ୍ତେ ଭିତ୍ତିମୂଳ ହେବାକୁ ଧର୍ମଶାସ୍ତ୍ର ଦାବି କରେ।

ଜଗତ ବହୁବାଦ ପ୍ରଚାର କରେ ଯେ, ଈଶ୍ୱରଙ୍କ ନିକଟକୁ ଅନେକ ପଥ ଅଛି, ଯାହା କିଛି ତାହାଙ୍କୁ/ଏହାକୁ/ସେ ବୋଲି ଆପଣ ବୋଲିବାକୁ ଚାହାନ୍ତି ବାଇବଲ କହେ, “ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ।” ଧର୍ମଶାସ୍ତ୍ର ହିଁ କେବଳ ଈଶ୍ୱର ତତ୍ତ୍ୱ ସମ୍ବନ୍ଧୀୟ ତ୍ରୁଟିଗୁଡ଼ିକୁ ଅନୁଯୋଗ କରିବା ନିମନ୍ତେ ଆଧାର ଅଟେ।

ମଣ୍ଡଳୀ ଭିତରେ ଲୋକ ଅଛନ୍ତି ଯେଉଁମାନେ ସେହିପରି ଭ୍ରାନ୍ତ ଶିକ୍ଷା ଦିଅନ୍ତି, ସେମାନେ ଶିକ୍ଷା ଦିଅନ୍ତି ଯେ ସ୍ୱର୍ଗକୁ ଯିବା ନିମନ୍ତେ ଅବଶ୍ୟ ଆପଣଙ୍କୁ ବାପ୍ତିଜିତ ହେବାକୁ ପଡ଼ିବ।  ଆମ୍ଭମାନଙ୍କ ଶିକ୍ଷା ଓ ଆମ୍ଭମାନଙ୍କର ଅନୁଯୋଗ ନିମନ୍ତେ ଧର୍ମଶାସ୍ତ୍ର ଆମ୍ଭମାନଙ୍କ ଅଧିକାର ଅଟେ ପୁଣି ଆମ୍ଭେମାନେ କହୁ ଯେ ତାହା ସତ୍ୟ ନୁହେଁ। “କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ଆପଣମାନେ ପରିତ୍ରାଣ ପାଇଅଛନ୍ତି; ତାହା ଆପଣମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ।" ଯାହା ଆମ୍ଭେମାନେ ଶିକ୍ଷା ଦେଉ ଓ ଯେଉଁମାନେ ଭ୍ରାନ୍ତ ଭାବରେ ବିଶ୍ୱାସ କରନ୍ତି ସେମାନଙ୍କୁ କିପରି ଅନୁଯୋଗ କରୁ ସେ ସମ୍ବନ୍ଧରେ ଧର୍ମଶାସ୍ତ୍ର ଉପକାରୀ ଅଟେ।

କିନ୍ତୁ ଧର୍ମଶାସ୍ତ୍ର ଆଚରଣ, “ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ମଧ୍ୟ” ଉପକାରୀ ଅଟେ। ଏହା ବାଇବଲ ବିହୀନ ଆଚରଣର ସମ୍ମୁଖୀନ ହେବାରେ ଏବଂ ଧାର୍ମିକ ଆଚରଣ ପ୍ରତି ଆମ୍ଭମାନଙ୍କୁ ଉତ୍ସାହିତ କରିବାରେ ଉପକାରୀ ଅଟେ। ଜଗତ କହେ, “ଉପଯୁକ୍ତ।”  ଜଗତ କହେ, “ଆମ୍ଭେମାନେ ଯାହା କରୁ ତାହା କର। ମଲ୍କୁ ଆସ।” ପାଉଲ କହନ୍ତି, “ତୁମ୍ଭେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ଓ ବିପଥଗାମୀ ବଂଶ ମଧ୍ୟରେ ଈଶ୍ଵରଙ୍କ ଅନିନ୍ଦନୀୟ ସନ୍ତାନସନ୍ତତି ହୁଅ, ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବନର ବାକ୍ୟ ଧରି  ଜଗତରେ ଜ୍ୟୋତିସ୍ଵରୂପ ପ୍ରକାଶ ପାଉଅଛ।” (ଫିଲିପ୍ପୀୟ ୨: ୧୫)

ଜଗତ କହେ , “ସ୍ପର୍ଶ କର।” ଜଗତ କହେ, “ଆସ୍ୱାଦନ କର” ଜଗତ କହେ, “ଅଳିଆ ଗଦାରେ ଆପଣାର ମସ୍ତକ ଲଗାଅ।” ବାଇବଲ କହେ, “ଯାହା ଯାହା ପ୍ରୀତିଭାଜନ, ସମ୍ମାନଜନକ ଏବଂ ବିଶୁଦ୍ଧ ଏବଂ ସର୍ବୋକୃଷ୍ଟ, ସେହି ବିଷୟଗୁଡ଼ିକ ଉପରେ ଆପଣଙ୍କର ମନ ସ୍ଥାପନ କର।” କାରଣ ଧର୍ମଶାସ୍ତ୍ର  ଈଶ୍ୱରଙ୍କ ମୁଖରୁ ନିର୍ଗତ ହୁଏ, ଏହା କେବଳ ସତ୍ୟ ନୁହେଁ ମାତ୍ର ଆମ୍ଭେମାନେ ଯାହା ବିଶ୍ୱାସ କରୁ ପୁଣି ଆମ୍ଭେମାନେ  କିପରି ବ୍ୟବହାର କରୁ, ତାହା ନିମନ୍ତେ ଅଧିକାରଯୁକ୍ତ ଶବ୍ଦ ଅଟେ।

 

୪. ଅନ୍ତିମ ଫଳାଫଳ ଓ ପ୍ରୟୋଗ

କ. ଯୋଗ୍ୟ

ଏସବୁର ଅନ୍ତିମ ଫଳାଫଳ କ’ଣ ଅଟେ? ପାଉଲ ୧୭ ପଦରେ ସମାପ୍ତ କରନ୍ତି: “… ଯେପରି ଈଶ୍ୱରଙ୍କ ଲୋକ ଯୋଗ୍ୟ ହୋଇପାରନ୍ତି  [ଅନ୍ୟ ଅର୍ଥରେ, ସେ ହୋଇ ପାରେ] ସମସ୍ତ  ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ।”

“ଈଶ୍ୱରଙ୍କ ଲୋକ”, ଜଣେ ଈଶ୍ୱରଙ୍କ ବାର୍ତ୍ତାବାହକଙ୍କ ନିମନ୍ତେ ଏକ ପୂରାତନ ନିୟମ ପ୍ରକାଶନ ଅଟେ। ଆଉ ଏଠାରେ ବିଶେଷ ଭାବରେ ପାଉଲ ତୀମଥିଙ୍କୁ ଈଶ୍ୱରଙ୍କ ଜଣେ ଲୋକ, ଈଶ୍ୱରଙ୍କ ଜଣେ ବାର୍ତ୍ତାବାହକ ଭାବରେ ବ୍ୟକ୍ତ କରୁଅଛନ୍ତି, ଏବଂ ତଥାପି ସେ କଥା ପ୍ରସଙ୍ଗରେ ସେ ଏହା, ଜଡି଼ତକରଣ ଦ୍ୱାରା କହୁଅଛନ୍ତି ଯେ, ସମସ୍ତ ଖ୍ରୀଷ୍ଟିୟାନ, ପୁରୁଷ ଏବଂ ମହିଳାମାନଙ୍କ ନିମନ୍ତେ ସମାନ ଭାବରେ ଏହା ସତ୍ୟ ଅଟେ।

ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ କରିବାକୁ ଧର୍ମଶାସ୍ତ୍ର ଆମ୍ଭମାନଙ୍କୁ ଯୋଗ୍ୟ କରିଥାଏ ଆମ୍ଭେମାନେ ଜାଣିବାକୁ ଚାହୁଁଥିବା ପ୍ରତ୍ୟେକ ଶେଷ ଛୋଟ ଛୋଟ ବିଷୟ ଧର୍ମଶାସ୍ତ୍ର ଆମ୍ଭମାନଙ୍କୁ ପ୍ରକାଶ କରି ପାରେ ସେଥିରେ ପରମେଶ୍ୱରଙ୍କ ଗୁପ୍ତ ବିଷୟ ସବୁ ରହିଅଛି ଯାହା ଗୁପ୍ତ ରହିବା ଉଦ୍ଦିଷ୍ଟ ଅଟେ, ଦ୍ୱିତୀୟ ବିବରଣ ୨୯:୨୯। ପୁଣି ତଥାପି ପରିତ୍ରାଣ ନିମନ୍ତେ ଧର୍ମଶାସ୍ତ୍ର ଯଥେଷ୍ଟ ଅଟେ; ଏହା ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ଆମ୍ଭେମାନେ କିପରି ପରିତ୍ରାଣ ପାଇବା। ଧର୍ମଶାସ୍ତ୍ର ପବିତ୍ରତା ନିମନ୍ତେ ଯଥେଷ୍ଟ ଅଟେ; ଏହା ଆମ୍ଭମାନଙ୍କୁ କେଉଁ ଉତ୍ତମ କାର୍ଯ୍ୟ କରିବାକୁ ପଡ଼ିବ ତାହା ଦେଖାଏ ପୁଣି  ତା’ପରେ ତାହା କରିବାକୁ ଆମ୍ଭମାନଙ୍କୁ ସକ୍ଷମ କରେ।

ଖ. ପ୍ରୟୋଗମାନ

ଅନେକ ପ୍ରୟୋଗମାନ ଅଛି ଯାହା ଏହି ଉଦ୍ଧୃତାଂଶ ମଧ୍ୟରୁ ପ୍ରସ୍ତୁତ କରାଯାଇପାରେ, ସ୍ପଷ୍ଟ ଭାବରେ, କିନ୍ତୁ ସେଠାରେ ଦୁଇଟି ପ୍ରୟାଗ ଅଛି ଯାହା ସହିତ ଆଜି ସକାଳେ ମୁଁ ବନ୍ଦ କରିବାକୁ ଚାହେଁ।

୧. ମୋର, ତୀମଥିଙ୍କ ପରି ସୁସମାଚାର ପ୍ରଚାର କରିବା ଛଡା ଅନ୍ୟ କୌଣସି ମନୋନୟନ ନାହିଁ ୪:୨ ପଦ, “ବାକ୍ୟ ପ୍ରଚାର କର; ସମୟରେ କି ଅସମୟରେ ସେଥିରେ ଉଦଯୋଗୀ ହୁଅ।” ମୁଁ କେବଳ ମୋର ଧାରଣାସବୁ ପ୍ରଚାର କରିବାର ପସନ୍ଦ କରେ ନାହିଁ। ଗୋଟିଏ ଅର୍ଥରେ, ଉପଦେଶ ପ୍ରସ୍ତୁତି କରିବା ସବୁଠାରୁ ସରଳ କାର୍ଯ୍ୟ ଅଟେ ଯାହା ମୁଁ କରେ କାରଣ ମୋର ସପ୍ତାହର ପୁରା କାର୍ଯ୍ୟ ମୁଁ ଯାହା ଭାବୁଛି ତାହା ଜାଣିବା ନୁହେଁ; ସପ୍ତାହଟିର ସମସ୍ତ ବିଷୟ ଈଶ୍ୱର ଯେତେବେଳେ କହିଥିଲେ ସେତେବେଳେ ତାହା ବୁଝିବା ଅଟେ। ମୋ ପାଇଁ ଉପଦେଶ ପ୍ରସ୍ତୁତି ସହଜ ଅଟେ।

ମୁଁ ମୋର ଆତ୍ମା-ସାମର୍ଥ୍ୟ ଦକ୍ଷତାର ସର୍ବୋତ୍ତମ ନିମନ୍ତେ, ବାକ୍ୟ ପ୍ରଚାର କରିବି। ମୁଁ ମୋର ଧାରଣାକୁ ଈଶ୍ୱରଙ୍କ ସମାନ ସ୍ତର ରୂପେ ରଖିବି ନାହିଁ। ମୁଁ ଏକାବେଳେ ମୋର ମତାମତ ପ୍ରକାଶ କରିପାରିବି, କିନ୍ତୁ ମୁଁ ସେଗୁଡ଼ିକୁ ସେପରି ବ୍ୟକ୍ତ କରିବି। ଏବଂ ଯଦି ମୁଁ ଭୁଲ୍ କରେ, ମୁଁ ଈଶ୍ୱରଙ୍କୁ କ୍ଷମା ମାଗିବି। ତାହା ଆପଣଙ୍କ ପ୍ରତି ମୋର ପ୍ରତିବଦ୍ଧତା ଏବଂ ଏହି ପ୍ରଚାର ମଞ୍ଚ ପଛରେ ଆପଣଙ୍କ ଆଗରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପ୍ରତିବଦ୍ଧତା ଅଟେ। ଯଦି ସେମାନେ ବିଫଳ ହୁଅନ୍ତି, ତେବେ ଆପଣ ସେମାନଙ୍କଠାରୁ ମୁକ୍ତି ପାଇବା ଆବଶ୍ୟକ କାରଣ ଏହା ଏକ ଅବିନିମୟଯୋଗ୍ୟ ଅଟେ।

ମୋର ପ୍ରତିବଦ୍ଧତା ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଅଟେ, କିନ୍ତୁ ଏହାକୁ ସବୁ ସମୟରେ ପ୍ରଚାର କରିବା, ସମୟରେ କି ଅସମୟରେ ପ୍ରଚାର କରିବା। ଏହାର ଅର୍ଥ, ମୁଁ ଏହା କହିବାକୁ ଚାହେଁ କି ଚାହେଁ ନାହିଁ, ମୋର କୌଣସି ମନୋନୟନ ନାହିଁ କାରଣ ସେଗୁଡ଼ିକ ମୋର ବାକ୍ୟ ନୁହେଁ। ମୁଁ କାମ ପ୍ରକ୍ରିୟାର ପ୍ରତ୍ୟକ୍ଷ ଚିତ୍ରଣ  ବିଷୟରେ ବାର୍ତ୍ତାଳାପ କରିବାକୁ ପସନ୍ଦ କରେ ନାହିଁ। ଏହା ପୀଡ଼ାଦାୟକ ଏବଂ ବିରକ୍ତିକର  ଅଟେ ଏବଂ ମୁଁ ଏହା କହିବା ଦ୍ୱାରା ଏପରିକି ମଧ୍ୟ ଅଶୁଚି ଅନୁଭବ କରେ, କିନ୍ତୁ ମୁଁ ଜାଣେ ଯେ ମୋତେ କରିବାକୁ ପଡ଼ିବ କାରଣ କାମୁକତା ଶୁଚିତା ଧର୍ମଶାସ୍ତ୍ରରେ ଏକ ପ୍ରାଥମିକ ନୈତିକ ବିଷୟ ଅଟେ ଏବଂ ଏହା ଏକ ସମସ୍ୟା ଅଟେ ଯାହା ସମଗ୍ର ସୁସମାଚାର ସମ୍ବନ୍ଧୀୟ ମଣ୍ଡଳୀରେ ସମ୍ପୂର୍ଣ୍ଣ ଭାବରେ ବ୍ୟାପ୍ତ ଅଟେ। ମୁଁ ସଂଖ୍ୟା ଦେଖିଅଛି ଏବଂ ମୁଁ ମୂର୍ଖ ନୁହେଁ। ମୁଁ ଏହା କହିବାକୁ ପସନ୍ଦ କରେ ନାହିଁ, କିନ୍ତୁ ମୋତେ କରିବାକୁ ପଡ଼ିବ କାରଣ “ପ୍ରଭୁ ଏହା କହନ୍ତି।”

କିନ୍ତୁ “ସମୟରେ କି ଅସମୟରେ” ମଧ୍ୟ ଆପଣଙ୍କୁ ପ୍ରୟୋଗ କରେ ଏବଂ ମୋତେ ଏହା ବାକ୍ୟ ପ୍ରଚାର କରିବାକୁ ପଡ଼ିଆପଣ ଏହା ଶୁଣିବାକୁ ଚାହାନ୍ତି କି ନ ଚାହାନ୍ତି, ଅନୁମାନ କରନ୍ତୁ, ଯେହେତୁ ଆପଣଙ୍କୁ ସନ୍ତୁଷ୍ଟ କରିବା ମୋର ଲକ୍ଷ୍ୟ ନୁହେଁ। ମୋର ଲକ୍ଷ୍ୟ ଆପଣଙ୍କର କର୍ଣ୍ଣକୁ ଅତ୍ୟନ୍ତ ଆନନ୍ଦିତ କରିବା ନୁହେଁ ଏବଂ ଆପଣ ଶୁଣିବାକୁ ଚାହୁଁଥିବା ପ୍ରକାରର କଥା କହିବା ନୁହେଁ। ମୋ’ କାର୍ଯ୍ୟ ଈଶ୍ୱରଙ୍କ ବାକ୍ୟ କହିବା ଅଟେ ଏବଂ ତା’ପରେ ଆପଣ ଯାହା କରନ୍ତି ତାହା ଆପଣ ଏବଂ ତାହାଙ୍କ ମଧ୍ୟରେ। ତାହା ଆପଣଙ୍କ ପାଇଁ ମୋର ପ୍ରତିବଦ୍ଧତା ଅଟେ  ଏବଂ ଏହି ଉଦ୍ଧୃତାଂଶ ମଧ୍ୟରୁ ଏହା ଏକ ସ୍ପଷ୍ଟ ପ୍ରୟୋଗ ମଧ୍ୟରୁ ଗୋଟିଏ ହେବା ଆବଶ୍ୟକ।

କିନ୍ତୁ ମୁଁ ଦ୍ୱିତୀୟ ପ୍ରୟୋଗ ପୃଥକ କରିବାକୁ ଚାହେଁ, ଏବଂ ଏହା ନିର୍ଦ୍ଦିଷ୍ଟ ଭାବରେ ପୁରୁଷମାନଙ୍କ ନିମନ୍ତେ ମୁଁ  ବୁଝେ ଯେ “ଈଶ୍ୱରଙ୍କ ଲୋକ” ପୁରୁଷ ଏବଂ ମହିଳାମାନଙ୍କୁ ବୁଝାଏ, ଏବଂ ମୁଁ ଏହି ମଣ୍ଡଳୀରେ ମହିଳା ସେବା କାର୍ଯ୍ୟରେ ଆନନ୍ଦିତ, ପ୍ରକୃତରେ ଆନନ୍ଦିତ ଅଟେ। ମୁଁ ଇଚ୍ଛା କରେ ଆପଣ ମଙ୍ଗଳବାର ସକାଳେ ଏଠାରେ ରହି ଏହି କୋଠରୀରେ କ’ଣ ଘଟୁଛି ଦେଖନ୍ତୁ। କୌଣସି  ସେବାକାର୍ଯ୍ୟରେ ଅଭିବୃଦ୍ଧି ପାଇଁ ସର୍ବଦା ସ୍ଥାନ ଅଛି, କିନ୍ତୁ ମୁଁ ପୁରୁଷମାନଙ୍କୁ ଆହ୍ୱାନ ଦେବାକୁ ଚାହେଁ।

୨. ପୁରୁଷମାନେ: ମୁଁ ଆପଣମାନଙ୍କୁ ବାକ୍ୟ ପ୍ରଚାର କରିବାକୁ ଆହ୍ୱାନ କରେ ଈଶ୍ୱରଙ୍କ ଲୋକମାନେ ବାକ୍ୟ ପ୍ରଚାର କର ଆପଣଙ୍କୁ ଆପଣଙ୍କ ଗୃହର ମୁଖ୍ୟ ହେବାକୁ ଆହ୍ୱାନ କରାଯାଇଛି ଏବଂ ଆପଣ ଆପଣଙ୍କ ପରିବାରରେ ବାକ୍ୟ ପ୍ରଚାର କରିବା ଆବଶ୍ୟକ। ସେହିଠାରେ ହିଁ ଶିଷ୍ୟତ୍ୱ ଆରମ୍ଭ ହୁଏ। ମୁଁ ରାତ୍ରୀ ଭୋଜନରେ ତାହାଙ୍କ ଉତ୍କୃଷ୍ଟତା ଘୋଷଣା କରିବାକୁ ଆପଣଙ୍କୁ ଆହ୍ୱାନ କରେ ଯିଏ ଆପଣଙ୍କୁ ଅନ୍ଧକାରରୁ ତାହାଙ୍କ ଆଶ୍ଚର୍ଯ୍ୟ ଆଲୋକକୁ ଆହ୍ୱାନ କରିଅଛନ୍ତି ଆପଣ ରାତ୍ରୀ ଭୋଜନ ମେଜରେ ତାହା କରୁଅଛ କି? ମୁଁ ରାତ୍ରୀ ଭୋଜନ ମେଜରେ ତାହା କରୁଅଛନ୍ତି କି? ଆପଣ ଆପଣଙ୍କର ପିଲାମାନଙ୍କୁ ଆପଣଙ୍କର ଭକ୍ତି ଦେଖିବା ପାଇଁ ଦେଉଅଛନ୍ତି କି? ଆପଣ ଆପଣଙ୍କର ପିଲାମାନଙ୍କୁ ଆପଣଙ୍କର ପ୍ରାର୍ଥନା ଶୁଣିବାକୁ ଦେଉଅଛନ୍ତି କି? ଈଶ୍ୱରଙ୍କ ଲୋକମାନେ, ଆପଣମାନେ ନିଜକୁ ଯେଉଁ ପ୍ରସଙ୍ଗରେ ପାଆନ୍ତି ସେଠାରେ ବାକ୍ୟ ପ୍ରଚାର କରୁଛନ୍ତି କି?

ପୂର୍ବ ପର୍ବର, ୨:୨ ପଦରେ ପାଉଲ ଉଲ୍ଲେଖ କରନ୍ତି, “ଅନେକ ସାକ୍ଷୀଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏପରି ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହିସବୁ ଅର୍ପଣ କର।” ଈଶ୍ୱର ତଥାପି ବିଶ୍ୱସ୍ତ ଲୋକମାନଙ୍କୁ ଅନ୍ୱେଷଣ କରୁଅଛନ୍ତି, ଯେଉଁମାନଙ୍କୁ ସେ ସେମାନଙ୍କ ଗୃହରେ, ପିଲାମାନଙ୍କର ରବିବାର ବିଦ୍ୟାଳୟରେ ସୁସମାଚାର ପ୍ରଚାର କରିବାକୁ ଦାୟିତ୍ୱ ଦେଇ ପାରିବେ। ଆମ୍ଭମାନଙ୍କର ରବିବାର ଶିକ୍ଷାରେ ଶିକ୍ଷା ଦେବାକୁ ବହୁତ କମ୍ ଲୋକ ଅଛନ୍ତି। କାହିଁକି? ଈଶ୍ୱରଙ୍କ ଲୋକମାନେ, ସର୍ବୋତ୍କୃଷ୍ଟ ବିଦ୍ୟାଳୟରେ ବାକ୍ୟ ପ୍ରଚାର କର। ଈଶ୍ୱରଙ୍କ ଲୋକମାନେ, ବୟସ୍କ ସଂଯୋଗ ଶ୍ରେଣୀରେ ବାକ୍ୟ ପ୍ରଚାର କର; ପୁରୁଷମାନଙ୍କ ସେବାକାର୍ଯ୍ୟ ସମୂହରେ ଏପରି କର; ଏହା ଆପଣମାନେ ଜଣେ ଅନ୍ୟ ଜଣକୁ ଶିଷ୍ୟତ୍ୱରେ କର।

ଆହ୍ୱାନକୁ କିଏ ଗ୍ରହଣ କରିବ? ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ନୂତନ ଭାଇମାନଙ୍କୁ ପରାମର୍ଶ ଦେବାକୁ କିଏ ପ୍ରତିଶ୍ରୁତି ନେବ? ଆମ୍ଭମାନଙ୍କୁ ସେମାନଙ୍କ ନିକଟକୁ ଯିବାର ଅଛି। ଲୋକମାନେ ଅଛନ୍ତି ଯେଉଁମାନେ ଖ୍ରୀଷ୍ଟିୟାନ ହେବାକୁ ଯାଉଅଛନ୍ତି। ଈଶ୍ୱରଙ୍କ ଲୋକମାନେ, ଆମ୍ଭମାନଙ୍କର ନୂତନ ଯୁବା ଭ୍ରାତାମାନଙ୍କୁ କିଏ ବାକ୍ୟ ପ୍ରଚାର କରିବ?

ଆପଣମାନଙ୍କ ମଧ୍ୟରୁ ଅନେକ ଲୋକେ ବହୁତ ଦିନ ଧରି ନିରବ ରହିଅଛନ୍ତି। ମୁଁ ଆପଣମାନଙ୍କୁ ଆହ୍ୱାନ କରେ : ବାକ୍ୟ ପ୍ରଚାର କରନ୍ତୁ