ବୋଧହୁଏ ଯାକୁବଙ୍କ ପୁସ୍ତକ ପ୍ରଥମ ନୂତନ ନିୟମ ପୁସ୍ତକ ଥିଲା ଯାହା ପ୍ରକୃତରେ ଲେଖାଯାଇଥିଲା। ଆମ୍ଭେମାନେ ବିଶ୍ୱାସ କରୁ ଯେ ଲେଖକ ଯୀଶୁଙ୍କର ପାର୍ଥିବ ଭାଇ ଥିଲେ। ଏହା ଯାକୁବ ଅଟେ ଯିଏ ଶେଷରେ ଯିରୁଶାଲମ ମଣ୍ଡଳୀର ମୁଖ୍ୟ ହୋଇଥିଲେ ଯାହାକୁ ଆମ୍ଭେମାନେ ପ୍ରେରିତ ୧୫ ପର୍ବରେ ପଢୁ। ଏହି ଯାକୁବ ଯୋହନଙ୍କ ଭାଇ ନୁହଁନ୍ତି, ଯିଏ ପ୍ରେରିତ ୧୨ ପର୍ବରେ ନିହତ ହୋଇଥିଲେ।
ଯାକୁବଙ୍କ ଈଶ୍ୱରତତ୍ତ୍ୱ ଅତ୍ୟଧିକ ପାଉଲଙ୍କ ପରି, କିନ୍ତୁ ଏକ ବିକୃତ ସହିତ।
ଯାକୁବଙ୍କ ଈଶ୍ୱରତତ୍ତ୍ୱ ଅତ୍ୟଧିକ ପାଉଲଙ୍କ ପରି, କିନ୍ତୁ ଏକ ଆକର୍ଷଣ ବିକୃତ ସହିତ। ପାଉଲ ଶିକ୍ଷା ଦେଲେ ଯେ ଧାର୍ମିକ ଗଣନା, ବିଶ୍ୱାସ ଦ୍ୱାରା, ଈଶ୍ୱରଙ୍କ ସହିତ ଧାର୍ମିକ ହେବା ଅଟେ। ଏହା କ୍ରିୟାକର୍ମ ଦ୍ୱାରା ନୁହେଁ। ଧାର୍ମିକ ଗଣିତ ହେବା କିଛି ନୁହେଁ ଯାହା ତୁମେ କର। ଏହା କିଛି ନୁହେଁ ଯାହା ତୁମେ ଅର୍ଜନ କର। ଏବଂ ତେଣୁ ପାଉଲଙ୍କ ନିମନ୍ତେ, “କ୍ରିୟାକର୍ମ” ଏକ ମନ୍ଦ ଶବ୍ଦ ଅଟେ। ଏବଂ ତଥାପି ପାଉଲ ମଧ୍ୟ ଗୁରୁତ୍ୱ ଦିଅନ୍ତି ଯେ ଧାର୍ମିକଗଣିତ ହେବା ଜୀବନ ପବିତ୍ରତା ଆଡ଼କୁ ଅଭିବୃଦ୍ଧିକରିବାରେ ନିଶ୍ଚୟ ନିଜକୁ ପ୍ରଦର୍ଶନ କରିବ।
ଯେତେବେଳେ ଆମ୍ଭେମାନେ ଯାକୁବ ପୁସ୍ତକକୁ ପଢୁ, ଆମ୍ଭେମାନେ ଦେଖିବାକୁ ପାଉ ଯେ ସେ ଏହାର ଦ୍ୱିତୀୟାର୍ଦ୍ଧକୁ ଗୁରୁତ୍ୱ ଦିଅନ୍ତି: ଜଣେ ଧାର୍ମିକ ଗଣିତ ବ୍ୟକ୍ତି ପବିତ୍ରତା ଆଡ଼କୁ ଗତି କରେ। ଯାକୁବଙ୍କ ପୁସ୍ତକରେ ବିଶୃଙ୍ଖଳ ବିଷୟ ହେଉଛି ଯେ ସେ “କ୍ରିୟାକର୍ମ”କୁ ଏକ ଉତ୍ତମ କର୍ମ ଭାବରେ ବ୍ୟବହାର କରନ୍ତି। ତେଣୁ ଯଦି ତୁମେ ପାଉଲଙ୍କ ପତ୍ର ପଢ଼ିବା ପରେ ଯାକୁବଙ୍କ ଶିକ୍ଷାକୁ ପଢୁଅଛ, ତେବେ ଏହା ଅତ୍ୟନ୍ତ ବିଶୃଙ୍ଖଳ ହୋଇପାରେ। ଉଦାହରଣ ସ୍ୱରୂପ, ଯାକୁବ ୨:୨୪ ରେ କହନ୍ତି, “କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଧାର୍ମିକ ଗଣିତ ହୁଏ।” ୧୭ ପଦରେ ସେ କହନ୍ତି, “ସେହିପରି ମଧ୍ୟ ବିଶ୍ୱାସ କର୍ମ ବିନା ନିଜେ ମୃତ।”
ବର୍ତ୍ତମାନ ଉଭୟ ପାଉଲ ଓ ଯାକୁବ ସମାନ କଥା କହୁଅଛନ୍ତି। ସେମାନେ କେବଳ ଭିନ୍ନ ଭିନ୍ନ ଭାଷା ବ୍ୟବହାର କରୁଅଛନ୍ତି। ଏହା ବିଶୃଙ୍ଖଳା ହୋଇପାରେ। ଏହି ଦୁଇଜଣ ସମ୍ମତ ହୁଅନ୍ତି ଯେ ତୁମେ କ୍ରିୟାକର୍ମ ଦ୍ୱାରା ତୁମର ପରିତ୍ରାଣ ଅର୍ଜନ କରିପାରିବ ନାହିଁ; କିନ୍ତୁ ଉଭୟେ ସହମତ ଅଟନ୍ତି ଯେ ଧାର୍ମିକ ଗଣିତ ହେବା କ୍ରିୟାକର୍ମରେ ନିଜକୁ ପବିତ୍ରତା ଆଡ଼କୁ ଅଭିବୃଦ୍ଧି ହେବାରେ ପ୍ରଦର୍ଶନ କରିବା ଆବଶ୍ୟକ।
ଯାକୁବ ୧୪ ପଦରୁ ଆରମ୍ଭ କରି ୨ ପର୍ବରେ ତାହାଙ୍କ ପ୍ରବନ୍ଧକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତି। ମୋତେ କେବଳ କେତେକ ପଦଗୁଡ଼ିକୁ ପଢ଼ିବାକୁ ଦିଅନ୍ତୁ। ଯାକୁବ ତାହାଙ୍କ ଲୋକମାନଙ୍କୁ କହନ୍ତି, “ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ୱାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ? ଏପରି ବିଶ୍ୱାସ କ’ଣ ତାହାର ପରିତ୍ରାଣ କରିପାରେ?” ପ୍ରଶ୍ନ ପ୍ରତି ଆଶା କରାଯାଉଥିବା ଉତ୍ତରକୁ ସୂଚାଇବାକୁ ଗ୍ରୀକ୍ ଭାଷାର ଏକ ଚମକପ୍ରଦ ଦକ୍ଷତା ଅଛି। ଯଦି ଏହି ପଦଟି ସମ୍ପୂର୍ଣ୍ଣ ରୂପେ ଅନୁବାଦ ହୋଇଥା’ନ୍ତା ତେବେ ଆମ୍ଭେମାନେ କହିଥାନ୍ତୁ, “ସେହି ପ୍ରକାର ବିଶ୍ୱାସ ତାହାଙ୍କୁ ପରିତ୍ରାଣ କରି ପାରିବ ନାହିଁ, ଏହା କରିପାରେ କି?” ଉତ୍ତର “ନା” ପ୍ରଶ୍ନରେ ଅନ୍ତଃସ୍ଥାପିତ ହୋଇଅଛି।
୧୭ ପଦରେ, “ବିଶ୍ୱାସ କର୍ମ ବିନା ନିଜେ, [ଯଦି ଏହା ପବିତ୍ରତା ଆଡ଼କୁ ଗତି କରିବାରେ ନିଜକୁ ଦେଖାଏ ନାହିଁ] ମୃତ।” ଯଦି ତୁମେ କେବଳ କୁହ, “ଠିକ୍ ଅଛି, ମୋର ବିଶ୍ୱାସ ଅଛି। ମୁଁ ଈଶ୍ୱରଙ୍କଠାରେ ବିଶ୍ୱାସ କରେ। ମୁଁ ଯୀଶୁଙ୍କଠାରେ ବିଶ୍ୱାସ କରେ”, କିନ୍ତୁ କ୍ରିୟାକର୍ମରେ ନାହିଁ, କ୍ରିୟାକର୍ମରେ ନ ହେବାରୁ ଏହା ତୁମ ଜୀବନକୁ ପ୍ରଭାବିତ କରେ। ଯାକୁବ ୧୯ ପଦରେ କହନ୍ତି, “ଈଶ୍ୱର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୁତମାନେ ମଧ୍ୟ ବିଶ୍ୱାସ କରି-ଥରହର ହୁଅନ୍ତି” ଅନ୍ୟ ଶବ୍ଦରେ, ଯଦି ତୁମେ ଈଶ୍ୱରଙ୍କୁ ବିଶ୍ୱାସ କର ପୁଣି ଯୀଶୁଙ୍କଠାରେ ବିଶ୍ୱାସ କର, କିନ୍ତୁ ଏହା ତୁମର ଜୀବନକୁ ପରିବର୍ତ୍ତନ କରେ ନାହିଁ, ବଡ଼ ଉତ୍ତେଜନାଜନିତ ଉଚ୍ଚ ଶବ୍ଦ! ତୁମେ ଭୂତମାନଙ୍କ ସଦୃଶ ଅଟ।
୨୨ ପଦ, ଅବ୍ରହାମଙ୍କ ବିଷୟରେ କଥା କହୁଅଛି, “ବିଶ୍ୱାସ ତାହାଙ୍କ କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା।” ସେ କହୁ ନାହାଁନ୍ତି ଯେ ତୁମେ ତୁମର ପରିତ୍ରାଣ ପାଇବାକୁ କର୍ମ କର, କିନ୍ତୁ ସେ କହୁଅଛନ୍ତି ଯେ ଜଣେ ବ୍ୟକ୍ତି ଯେ ଧାର୍ମିକ ଗଣିତ ହୋଇଅଛି, ତାହାଙ୍କ ଜୀବନରେ ସତ୍ୟ ଦେଖାଯାଏ, ସେହି ପ୍ରକାର ବିଶ୍ୱାସ କ୍ରିୟାକର୍ମ ଦ୍ୱାରା ସିଦ୍ଧ ହୋଇଅଛି।
୨୪ ପଦ, “କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଧାର୍ମିକ ଗଣିତ ହୁଏ।” ୨୬ ପଦ, “କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ।” ଆମ୍ଭେମାନେ ବ୍ୟବହାର କରୁଥିବା ଏକ କ୍ଷୁଦ୍ର ସରଳ ଗୀତ ହେଉଛି “ଯେଉଁ ବିଶ୍ୱାସ ପରିତ୍ରାଣ କରେ ତାହା ହେଉଛି ଏକାକୀ ବିଶ୍ୱାସ। କିନ୍ତୁ ଯେଉଁ ବିଶ୍ୱାସ ପରିତ୍ରାଣ କରେ, ତାହା କେବେ ହେଲେ ଏକାକୀ ନୁହେଁ।” ତୁମେ ଓ ମୁଁ ଆମ୍ଭମାନଙ୍କର ପରିତ୍ରାଣ ପାଇବା ନିମନ୍ତେ କଠିନ ପରିଶ୍ରମ କରିପାରିବା ନାହିଁ; ତଥାପି ଆମ୍ଭମାନଙ୍କ ମଧ୍ୟରୁ ସେମାନଙ୍କ ପାଇଁ ଯେଉଁମାନେ ପ୍ରକୃତରେ ପରିତ୍ରାଣ ପାଇଅଛନ୍ତି, ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରକୃତରେ ଧାର୍ମିକ ଗଣିତ ହୋଇଅଛନ୍ତି, ସେହି ପ୍ରକାରର ବିଶ୍ୱାସ ହେଉଛି କେବେହେଲେ ନିଜ ଦ୍ଵାରା ନୁହେଁ, ଏହା ସର୍ବଦା ପବିତ୍ରତା ଆଡ଼କୁ ଏକ ଚଳନରେ ପ୍ରଦର୍ଶନ କରେ।
ଏହିସବୁ, ଯାକୁବ ଯାହା ଅଧିକଭାବରେ ଶିକ୍ଷାଦାନ କରନ୍ତି, ସେଥିପାଇଁ ଈଶ୍ୱରତତ୍ତ୍ଵିକ ଆଧାର ଯୋଗାଏ।
ଯାକୁବଙ୍କ ସମ୍ପୂର୍ଣ୍ଣ ପୁସ୍ତକ ପାଇଁ ଏହା ହେଉଛି ମୌଳିକ ଈଶ୍ୱରତତ୍ତ୍ଵିକ ଆଧାର ଅଟେ। ସେ ବୁଝେଇଦେବାକୁ ଅନେକ ଦୃଷ୍ଟାନ୍ତ ଓ ଉଦାହରଣ ବ୍ୟବହାର କରନ୍ତି; କିନ୍ତୁ ମୁଁ ଭାବୁ ନାହିଁ ଯେ ତାହାଙ୍କର ଦୃଷ୍ଟାନ୍ତସବୁର କୌଣସି ପ୍ରକାରେ ଜିହ୍ୱା ବିଷୟରେ ତାହାଙ୍କ ଆଲୋଚନା ପରି ଶକ୍ତିଶାଳୀ ଅଟେ। ବୁଝନ୍ତୁ, ଯେ ସେ ଯେପରି ଜିହ୍ୱା ବିଷୟରେ କଥାବାର୍ତ୍ତା କରନ୍ତି, ତାହା ଏହି ମୌଳିକ ଆଧାରବାକ୍ୟର ଏକ ଉଦାହରଣ ଅଟେ, ଯେ ଏକ ଧାର୍ମିକ ଗଣିତ ହେବା ଜୀବନ ନିଜକୁ ପବିତ୍ରତା ଆଡ଼କୁ ଏକ ଚଳନରେ ପ୍ରଦର୍ଶନ କରିବ। ଆଉ ପବିତ୍ରତା ଆଡ଼କୁ ସେହି ଚଳନ ଆମ୍ଭମାନଙ୍କର ଜିହ୍ୱାକୁ ଅନ୍ତର୍ଭୁକ୍ତ କରେ।
ଜିହ୍ୱା (୩:୧-୧୨)
ଯାକୁବ ପୂର୍ବ ୧:୨୬ ପଦରେ ଆମ୍ଭମାନଙ୍କର ଜିହ୍ୱାର ଆଲୋଚ୍ୟ ବିଷୟକୁ ପରିଚୟ ଦିଅନ୍ତି ଯେଉଁଠାରେ ସେ କହନ୍ତି, “ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ [ଯଦି କେହି ଭାବେ ଯେ ସେ ଜଣେ ଖ୍ରୀଷ୍ଟିୟାନ ଅଟେ] ଆଉ ଆପଣା ଜିହ୍ୱାକୁ ବଶରେ ନ ରଖି ଆପଣା ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା।” ଯଦି କେହି ଭାବେ ଯେ ସେ ଖ୍ରୀଷ୍ଟଙ୍କର ଜଣେ ଶିଷ୍ୟ କିନ୍ତୁ ଆପଣା ଜିହ୍ୱାକୁ ବଶରେ ରଖେ ନାହିଁ, ତେବେ ଅନୁପ୍ରେରିତ ଯାକୁବ, (ତୁମର ପାଳକ ନୁହଁନ୍ତି) କହନ୍ତି ଯେ ତୁମର ହୃଦୟ ପ୍ରବଞ୍ଚିତ ହୋଇଅଛି ଆଉ ତୁମର ଧର୍ମପରାୟଣ, ତୁମର ଖ୍ରୀଷ୍ଟଧର୍ମ ବୃଥା ଅଟେ। ସେ ୨ ପର୍ବରେ କହିବାକୁ ଜାରି ରଖନ୍ତି ଯେ ଯଦି ଏହା ଅଦରକାରୀ, ତେବେ ଏହା ବାସ୍ତବରେ ମୃତ ଅଟେ। କିନ୍ତୁ ଯଦି ତାହା ଯଥେଷ୍ଟ ହୋଇ ନ ଥିଲା, ତେବେ ଯାକୁବ ବର୍ତ୍ତମାନ ୩ ପର୍ବ ପାଇଁ ବ୍ୟଗ୍ର କରୁଅଛନ୍ତି କାରଣ ୩ ପର୍ବରେ ତାଙ୍କର ମୁଖ୍ୟ ଆଲୋଚନା ଜିହ୍ୱା ବିଷୟରେ ଅଟେ। ମୁଁ ପ୍ରଥମ ୧୨ ଟି ପଦଗୁଡ଼ିକୁ ପଢ଼ିବାକୁ ପସନ୍ଦ କରୁଅଛି:
“ହେ ମୋହର ଭାଇମାନେ, ତୁମ୍ଭମାନେ ଅନେକେ ଶିକ୍ଷକ ହୁଅ ନାହିଁ; ଶିକ୍ଷକ ଯେ ଆମ୍ଭେମାନେ, ଆମ୍ଭେମାନେ ଯେ ଗୁରୁତର ଦଣ୍ଡ ପାଇବା, ଏହା ଜାଣ। ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟି ପଡ଼ୁ। ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ। [ମୁଁ ଏହାକୁ କିଛି ମାତ୍ରାରେ ଉପହାସଯୋଗ୍ୟ ଭାବି ପଢ଼େ କାରଣ ସେ କହିବାକୁ ଯାଉଛନ୍ତି ଯେ ଏହା ଅସମ୍ଭବ ଅଟେ। ତେଣୁ ତାହା ଏକ ପ୍ରାକ କଳ୍ପିତ ପରିସ୍ଥିତି ଅଟେ। ଜଣେ ସିଦ୍ଧ ପୁରୁଷ କିମ୍ବା ସିଦ୍ଧ ନାରୀ ପରି କୌଣସି ବିଷୟ ନାହିଁ।] ଆମ୍ଭେମାନେ ଘୋଡାମାନଙ୍କୁ ବଶୀଭୂତ କରିବା ନିମନ୍ତେ ସେମାନଙ୍କ ମୁଖରେ ଲଗାମ ଦେଲେ ତଦ୍ୱାରା ସେମାନଙ୍କ ସମସ୍ତ ଶରୀର ମଧ୍ୟ ବୁଲାଉଥାଉ। ଦେଖ; ଜାହାଜ ମଧ୍ୟ ଏତେ ବଡ଼ ହୋଇ ପ୍ରଚଣ୍ଡ ପବନରେ ଚାଳିତ ହେଲେ ହେଁ ଗୋଟିଏ ଅତି କ୍ଷୁଦ୍ର ମଙ୍ଗ ଦ୍ୱାରା, ମଙ୍ଗଧରାର ଇଚ୍ଛାନୁସାରେ ବୁଲାଇ ଦିଆଯାଏ। ସେହିପରି ଜିହ୍ୱା ମଧ୍ୟ ଗୋଟିଏ କ୍ଷୁଦ୍ର ଅଙ୍ଗ [ଏହା ଆମ୍ଭମାନଙ୍କ ଶରୀରର ଏକ ଛୋଟ ଅଂଶ], କିନ୍ତୁ ମହା ଗର୍ବର କଥା କହେ। ଦେଖ, କେଡେ କ୍ଷୁଦ୍ର ଅଗ୍ନି କଣିକା ଦ୍ୱାରା କେଡ଼େ ବଡ଼ ଅରଣ୍ୟରେ ନିଆଁ ଲାଗି ଯାଏ।! ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗ ସମୂହ [ଆମ୍ଭମାନଙ୍କ ଶରୀରର ବିଭିନ୍ନ ଅଙ୍ଗ] ମଧ୍ୟରେ ସମସ୍ତ ଅଧର୍ମର ମୂଳଧାରସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ [ଯାକୁବ ମଣ୍ଡଳୀ ସହିତ କଥା ହେଉଛନ୍ତି] ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜଳାଏ। କାରଣ ସମସ୍ତ ପ୍ରକାର ପଶୁ, ପକ୍ଷୀ, ସରୀସୃପ ଓ ଜଳଚର ପ୍ରାଣୀମାନଙ୍କୁ ବଶରେ ରଖାଯାଇପାରେ, ଏବଂ ମାନବ ଦ୍ୱାରା ବଶରେ ରଖାଯାଇଅଛି; କିନ୍ତୁ ଜିହ୍ୱାକୁ କେହି ବଶରେ ରଖି ପାରେ ନାହିଁ, ଅନିଷ୍ଟ ସାଧନରେ ତାହାର ବିରାମ ନାହିଁ, ମାରାତ୍ମକ ଗରଳରେ ତାହା ପରିପୂର୍ଣ୍ଣ। ତଦ୍ୱାରା ଆମ୍ଭେମାନେ ପ୍ରଭୁ ଓ ପିତାଙ୍କର ଧନ୍ୟବାଦ କରିଥାଉ, ପୁଣି, ତଦ୍ୱାରା ଈଶ୍ୱରଙ୍କ ସାଦୃଶ୍ୟରେ ସୃଷ୍ଟ ମନୁଷ୍ୟକୁ ଅଭିଶାପ ଦେଇଥାଉ। ଏକ ମୁଖରୁ ଧନ୍ୟବାଦ ଓ ଅଭିଶାପ ନିର୍ଗତ ହୁଏ। ହେ ମୋହର ଭାଇମାନେ, ଏପରି ହେବା ଉଚିତ ନୁହେଁ। ନିର୍ଝର କଅଣ ଏକ ବାଟ ଦେଇ ମଧୁର ଓ ଲବଣ।କ୍ତ ଦୁଇ ପ୍ରକାର ଜଳ ବାହାର କରେ? ହେ ମୋହର ଭାଇମାନେ, ଡିମ୍ବିରି ବୃକ୍ଷ କଅଣ ଜୀତ ଫଳ, ଅବା ଦ୍ରାକ୍ଷାଲତା କଅଣ ଡିମ୍ବିରି ଫଳ ଫଳିପାରେ? ଲବଣ।କ୍ତ ନିର୍ଝର ମଧ୍ୟ ମଧୁର ଜଳ ଦେଇପାରେ ନାହିଁ।”
ଜିହ୍ୱା ଆମ୍ଭମାନଙ୍କର ଶରୀରର ଏକ ବିସ୍ମୟକର ଅଂଶ ଅଟେ
ପ୍ରକୃତରେ ଜିହ୍ୱା ଆମ୍ଭମାନଙ୍କ ଶରୀରର ଏକ ବିସ୍ମୟକର ଅଙ୍ଗ ଅଟେ, ଏହା ନୁହେଁ କି? ଏହା ଅଧର୍ମର ମୂଲାଧାରସ୍ୱରୂପେ ଅବସ୍ଥିତ ଅଟେ। ଏହା ନର୍କରେ ପ୍ରଜ୍ଜଳିତ ଅଗ୍ନି ଅଟେ। ଏହାକୁ ବଶରେ ରଖାଯାଇପାରେ ନାହିଁ। ଅନିଷ୍ଟ ସାଧନରେ ଏହାର ବିରାମ ନାହିଁ। ଏହା ମାରାତ୍ମକ ଗରଳରେ ପରିପୂର୍ଣ୍ଣ ଅଟେ। ଜିହ୍ୱା ଏକ କ୍ଷୁଦ୍ର ଅଗ୍ନି ଅଟେ, କିନ୍ତୁ ଏହା ଅଗ୍ନି ଲଗାଇ ବଡ଼ ଅଗ୍ନିଶିଖା କରିପାରେ, ଅଗ୍ନିଶିଖା ଯାହା ଅରଣ୍ୟକୁ ଓ ଜୀବନଗୁଡ଼ିକୁ ନଷ୍ଟ କରିଥାଏ। ଏହା ସମଗ୍ର ଶରୀରକୁ କଳଙ୍କ କରିଦିଏ। ଏହା ଜୀବନର ସମସ୍ତ ପଥରେ ନିଆଁ ଲଗାଇଥାଏ। ବାହା!
ଜିହ୍ୱା କିପରି ଏତେ ଶକ୍ତିଶାଳୀ ହୋଇପାରେ?
ଜିହ୍ୱା କିପରି ଏତେ ଶକ୍ତିଶାଳୀ ହୋଇପାରେ? ଯାକୁବ କାହିଁକି ଏପରି ଚରମ ଭାଷା ସହିତ ବର୍ଣ୍ଣନା କରୁଛନ୍ତି? ୪ ପଦରେ ଆମ୍ଭମାନଙ୍କୁ ଏହାର ଏକ ସୂଚନା ଦିଆଯାଇଅଛି ଯେଉଁଠାରେ ସେ ଏକ ଜାହାଜର ଛୋଟ ମଙ୍ଗ ବିଷୟରେ କହୁଅଛନ୍ତି। “ଦେଖ; ଜାହାଜ ମଧ୍ୟ ଏତେ ବଡ଼ ହୋଇ ପ୍ରଚଣ୍ଡ ପବନରେ ଚାଳିତ ହେଲେ ହେଁ ଗୋଟିଏ ଅତି କ୍ଷୁଦ୍ର ମଙ୍ଗ ଦ୍ୱାରା, ମଙ୍ଗଧରାର ଇଚ୍ଛାନୁସାରେ ବୁଲାଇ ଦିଆଯାଏ।” ଜିହ୍ୱା ଏତେ ଶକ୍ତିଶାଳୀ ହେବାର କାରଣ ହେଉଛି ଜିହ୍ୱାର ଇଚ୍ଛା ମାନବୀୟ ହୃଦୟ ଅଟେ। ଯେପରି ଚାଳକ ଜାହାଜର ମଙ୍ଗକୁ ନିର୍ଦ୍ଦେଶ ଦିଅନ୍ତି, ସେହିପରି ଆମ୍ଭମାନଙ୍କର ହୃଦୟ ମଧ୍ୟ ଇଛାନୁସାରେ ଆମ୍ଭମାନଙ୍କର ଜିହ୍ୱାକୁ ନିର୍ଦ୍ଦେଶ କରେ।
ଅନ୍ୟ ଅର୍ଥରେ, ଜିହ୍ୱା ଏକ ବିଶ୍ୱାସଘାତକ ଅଟେ; ଜିହ୍ୱା ଏକ ମୁଖବୀର ଅଟେ କାରଣ ଜିହ୍ୱା ଯେ ଶୁଣିବ ସେହି ପ୍ରତ୍ୟେକ ଜଣକୁ ଘୋଷଣା କରିଥାଏ, ଯାହା ତୁମେ ଓ ମୁଁ ବାସ୍ତବରେ ଭାବୁ; ଯାହା ତୁମେ ଓ ମୁଁ ବାସ୍ତବରେ ବିଶ୍ୱାସ କରୁ। ଜିହ୍ୱା ଏକ ମୁଖବୀର ଅଟେ କାରଣ ଏହା ଆମ୍ଭମାନଙ୍କ ହୃଦୟ ଭିତରେ କ’ଣ ଘଟୁଅଛି ତାହା ଜଗତକୁ କହିଥାଏ।
ତାହା ହିଁ ଯାହା ୧୨ ପଦରେ ଘଟୁଅଛି ଯାକୁବ କହନ୍ତି ଯେତେବେଳେ ତୁମେ ଜୀତଫଳ ଦେଖିବ, ତୁମେ ଜାଣ ଯେ ଜୀତଫଳ ଡିମ୍ବିରି ବୃକ୍ଷରୁ ଆସିପାରେ ନାହିଁ। ଯେତେବେଳେ ତୁମେ ଡିମ୍ବିରି ଫଳ ଦେଖ, ତୁମେ ଜାଣ ଯେ ସେଗୁଡ଼ିକ ଏକ ଦ୍ରାକ୍ଷାଲତାରୁ ଆସିପାରିବ ନାହିଁ। ଯେତେବେଳେ ତୁମେ ମଧୁର ଜଳ ଦେଖ, ତୁମେ ଜାଣ ଯେ ଏହା ଲବଣାକ୍ତ ନିର୍ଝରରୁ ଆସିପାରିବ ନାହିଁ। ଯୀଶୁ ସମାନ କଥା କହିଥିଲେ, “ତୁମର ଫଳ ଦ୍ୱାରା ତୁମେ ସେମାନଙ୍କୁ ଜାଣିବ।” ଅନ୍ୟ ଅର୍ଥରେ, ତୁମେ ଯେପରି ଆମ୍ଭମାନଙ୍କର ଫଳକୁ ଦେଖିବ, ତୁମେ ଯେପରି ଆମ୍ଭମାନଙ୍କ ଜୀବନକୁ ଦେଖିବ ଓ ଯେତେବେଳେ ତୁମେ ଆମ୍ଭମାନଙ୍କର ଆଚରଣକୁ ଦେଖିବ, ଏବଂ ଏହି ପ୍ରସଙ୍ଗରେ, ଆମ୍ଭେମାନେ ଯାହା କହୁଅଛୁ ତାହା ଆମ୍ଭମାନଙ୍କର ଓ଼ଷ୍ଠର ଫଳ ଅଟେ, ଏହା ଆମ୍ଭମାନଙ୍କ ଓ଼ଷ୍ଠର ଫଳ ଅଟେ ଯାହା ବୃକ୍ଷର ମୂଳସବୁ ଦେଖାଏ। ଏହା ବାସ୍ତବରେ ଭିତରେ କ’ଣ ହେଉଅଛି ତାହା ଦେଖେ। ପରେ ମାଥିଉ ୧୨ ପର୍ବରେ ସେହି ପୃଷ୍ଠଭୂମୀରେ ଯୀଶୁ କହନ୍ତି, “କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ।”
ଜିହ୍ୱା ଏକ ବିଶ୍ୱାସଘାତକ ଅଟେ କାରଣ ଏହା ତୁମେ ବାସ୍ତବରେ କ’ଣ ବିଶ୍ୱାସ କର ଓ ବାସ୍ତବରେ ତୁମେ କ’ଣ ଭାବ ଏହା ଯେଉଁମାନେ ଶୁଣନ୍ତି ସେହି ସମସ୍ତଙ୍କୁ ଘୋଷଣା କରେ। ସେଥିପାଇଁ ଏହା ଏତେ ଶକ୍ତିଶାଳୀ ଅଟେ।
୧:୨୬ ଏକ ଭୟାନକ ପଦ ଅଟେ।
ମୁଁ ତୁମ ବିଷୟରେ ଜାଣେ ନାହିଁ, କିନ୍ତୁ ୨୬ ପଦ ମୋ’ ପାଇଁ ଏକ ଭୟାନକ ପଦ ଅଟେ। ମୁଁ ଜାଣେ ବେଳେବେଳେ ଆମ୍ଭେମାନେ ସେହିଭଳି ପଦଗୁଡ଼ିକ ଦେଖୁ ଏବଂ ଆମ୍ଭେମାନେ ସେଗୁଡ଼ିକୁ ଚାକଚକ୍ୟ କରିବାକୁ ଓ କହିବାକୁ ଚାହୁଁ, “ଭଲ କଥା, ଏହା କ’ଣ କହିବାକୁ ମନେ ହୁଏ ଏହା ମୁଁ ବୁଝି ପାରେ ନାହିଁ, ତେଣୁ ମୁଁ ଏହାକୁ ଅବହେଳା କରିବି ଆଉ ସହସ୍ର ବର୍ଷର ପଞ୍ଚମ ବର୍ଷରେ ଏଠାକୁ ଫେରିବି ଏବଂ ଜାଣିବାକୁ ଚାହିଁବି ଏହାର ଅର୍ଥ କ’ଣ।” ଅତି କମରେ ତାହା ହିଁ ଯାହା ବେଳେବେଳେ ମୋ’ ମନ ଦେଇ ଗତି କରେ। ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ [ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଶିଷ୍ୟ] ଆଉ, ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣ ବୃଥା।” ଅନାଥ ଓ ବିଧବାଙ୍କୁ ସଙ୍ଖୋଳିବା ପୁଣି ସଂସାରରୁ ଆପଣାକୁ ନିଷ୍କଳଙ୍କରୂପେ ରକ୍ଷା କରିବାକୁ ଆମ୍ଭେମାନେ ଜିହ୍ୱାକୁ ବଶୀଭୂତ କରିବାକୁ ନିଶ୍ଚୟ କାର୍ଯ୍ୟ କରିବା ଆବଶ୍ୟକ (୨୭ ପଦ)। ଆମ୍ଭମାନଙ୍କୁ ଏହା ନିଶ୍ଚୟ କରିବାକୁ ପଡିବ, ଆମ୍ଭେମାନେ ନିଶ୍ଚୟ କରିବା ନୁହେଁ କି?
ତଥାପି ବହୁତଗୁଡ଼ିଏ ଉପାୟ ଅଛି ଯେଉଁଥିରେ ଆମ୍ଭେମାନେ ଆମ୍ଭମାନଙ୍କର ଜିହ୍ୱାକୁ ନିୟନ୍ତ୍ରଣ ନ କରି ଯୁକ୍ତିଯୁକ୍ତ କରିପାରିବା। ସୃଷ୍ଟି ହୋଇଥିବା ପ୍ରତିଭା ଯାହା ଆମ୍ଭମାନଙ୍କ ସମସ୍ତଙ୍କର ଅଛି, ଉପାୟସବୁ, ଯେଉଁଥିରେ ଆମ୍ଭେମାନେ ଆମ୍ଭମାନଙ୍କର ଜିହ୍ୱାସବୁ ନିୟନ୍ତ୍ରଣ ନ କରି ଯୁକ୍ତିଯୁକ୍ତ କରିପାରିବା: ଉପାୟସବୁ, ଯେଉଁଥିରେ ଆମ୍ଭେମାନେ କାନକୁହାକୋହି କରିବା ଠିକ୍ ଅଛି ବୋଲି କହିଥାଉ; ଯେଉଁ ଉପାୟରେ ଆମ୍ଭେମାନେ ନିନ୍ଦା କରିବା ଠିକ୍ ବୋଲି କହିଥାଉ; ଯେଉଁ ଉପାୟରେ ଆମ୍ଭେମାନେ ଜଣେ ବ୍ୟକ୍ତିଙ୍କୁ ନଷ୍ଟ କରିବା, ସେହି ବ୍ୟକ୍ତି ଏବଂ ତାଙ୍କର ପ୍ରତିଷ୍ଠା ନଷ୍ଟ କରିବା; ଏକ ମଣ୍ଡଳୀର ସମ୍ମାନ ନଷ୍ଟ କରିବାକୁ ଠିକ୍ ବୋଲି କହିଥାଉ। ତୁମେ ଭାବ ଯେ ୧:୨୬ ପଦ ଓ ୩ ପର୍ବର ସାହାଯ୍ୟରେ ଆମ୍ଭେମାନେ ଏହି ପ୍ରକାରର ଯୁକ୍ତିଯୁକ୍ତ କରିବାକୁ ଭୟଭୀତ ହେବା।
ଯେହେତୁ ମୁଁ ପ୍ରତିଫଳନ କରିଆସୁଅଛି, ମୁଁ ଅତି କମରେ ଚାରୋଟି ଉପାୟ ଉପସ୍ଥାପନ କରିଥିଲି ଯେଉଁଥିରେ ମୁଁ ଭାବେ ସାଧାରଣ ଭାବରେ ଲୋକମାନେ ସେମାନଙ୍କର ଜିହ୍ୱାକୁ ବଶରେ ନ ରଖି ଯୁକ୍ତିଯୁକ୍ତ କରିପାରିବେ। ତୁମେ ବୁଝିବା ଦରକାର ଯେ ମୁଁ ନିଜ ସହିତ ତତ୍ସଙ୍ଗେ ତୁମ ସହିତ କଥାବାର୍ତ୍ତା କରୁଅଛି। ମୋ’ ଚାକିରି ବିଷୟରେ ସବୁଠୁ ଅସୁଖକର ବିଷୟ ହେଉଛି ମୁଁ ବହୁତ ଜାଣେ। ମୁଁ କେତେକ ବିଷୟ ପସନ୍ଦ କରେ ନାହିଁ ଯାହା ମୁଁ ଜାଣେ ଏବଂ ମୁଁ ଇଚ୍ଛା କରେ ଯେ ମୁଁ ତାହା କରେ ନାହିଁ। କିନ୍ତୁ ଏହା ମୋତେ ଏହି ସାମଗ୍ରୀର ଅନ୍ୟାନ୍ୟ ଭଣ୍ଡାର ଦିଏ ଯାହା ମୋତେ ମୋ’ ଜିହ୍ୱା ଉପରେ ଧ୍ୟାନ ରଖିବାକୁ ପଡିବ। ବେଳେବେଳେ ଅଜ୍ଞତା ପରମାନନ୍ଦ ଅଟେ। ତେଣୁ ମୁଁ ଯେତିକି ତୁମକୁ କହୁଅଛି ସେତିକି ନିଜକୁ କହୁଅଛି।
ଚାରୋଟି ପନ୍ଥା ଯେଉଁଥିରେ ମୁଁ ଭାବେ ଯେ ଆମ୍ଭେମାନେ ଆମ୍ଭମାନଙ୍କର ଜିହ୍ୱାକୁ ବଶରେ ନ ରଖି ଯୁକ୍ତିଯୁକ୍ତ କରିଥାଉ।
୧. ଏହା ସତ୍ୟ ଅଟେ – “ଯେପର୍ଯ୍ୟନ୍ତ ଏହା ସତ୍ୟ, ମୁଁ ଯାହା ଚାହେଁ ତାହା କହିପାରେ।”
ପ୍ରଥମେ ଏବଂ ବୋଧହୁଏ ସର୍ବପ୍ରଧାନ: “କିନ୍ତୁ ମୁଁ ଯାହା କହୁଅଛି ତାହା ସତ୍ୟ ଅଟେ।” ଆମ୍ଭମାନଙ୍କ ଭିତରେ ଏପରି କିଛି ବିଷୟ ନାହିଁ କି ଯାହା କହେ, “ମୁଁ, ଯେପର୍ଯ୍ୟନ୍ତ ଏହା ସତ୍ୟ ଅଟେ ମୁଁ ତୁମ ବିଷୟରେ ଯାହା ଚାହେଁ ତାହା କହିପାରିବି? ଅବଶ୍ୟ, ଯଦି ଆମ୍ଭେମାନେ ପ୍ରକୃତରେ ସଚ୍ଚୋଟ ହୋଇଥା’ନ୍ତୁ ତେବେ ଆମ୍ଭମାନଙ୍କୁ ଯେପର୍ଯ୍ୟନ୍ତ ମୁଁ ଏହା ସତ୍ୟ ବୋଲି ଭାବେ କିମ୍ବା ଯେପର୍ଯ୍ୟନ୍ତ ମୁଁ ଏହା ସତ୍ୟ ବୋଲି ଗ୍ରହଣ କରିବାକୁ ଇଚ୍ଛା କରୁଅଛି ବୋଲି କହିବାକୁ ପଡିଥା’ନ୍ତା, କାରଣ ଆମ୍ଭମାନଙ୍କ ମଧ୍ୟରୁ କେତେଜଣଙ୍କଠାରେ ବାସ୍ତବରେ ସେହି ବିଷୟସବୁର ପ୍ରତ୍ୟକ୍ଷ ଜ୍ଞାନ ଅଛି ଯେ ଆମ୍ଭେମାନେ ଏହି ବିଷୟରେ କହିବାକୁ ପ୍ରଲୋଭିତ ହୋଇଅଛୁ? ସତ୍ୟ, ମିଥ୍ୟା ପରି ସହଜରେ ବିନାଶକାରୀ ଅଗ୍ନି ଆରମ୍ଭ କରିପାରେ, ଏହା କରିପାରେ ନାହିଁ କି?
ବାସ୍ତବରେ, ଅନେକ ଉପାୟରେ କାନକୁହାକୋହି ଓ ନିନ୍ଦା ଅପେକ୍ଷା ସତ୍ୟ ଅଧିକ ଶକ୍ତିଶାଳୀ ଅଟେ। ତୁମେ ଦେଖ, ବିନାଶକାରୀ ଓ ପାପପୂର୍ଣ୍ଣ ହେବା ପାଇଁ କାନକୁହାକୋହି ଓ ନିନ୍ଦାକୁ ମିଥ୍ୟା ହେବାକୁ ପଡ଼ିବ ନାହିଁ। ଏବେ ଏହା ବିଷୟରେ ଚିନ୍ତା କର। ଆମ୍ଭେମାନେ ଅନ୍ୟ କାହା ବିଷୟରେ କିଛି କହିପାରିବା କି ନାହିଁ ସେବିଷୟରେ ତୁମେ ଓ ମୁଁ ବାସ୍ତବରେ ସତ୍ୟକୁ ମାନଦଣ୍ଡ କରିବାକୁ ଚାହୁଁ କି? ତୁମେ ତାହା କରିବାକୁ ଚାହଁ କି? ଠିକ୍ ଯଦି ଆମ୍ଭେମାନେ କରିବା, ଏହାର ଅର୍ଥ ହେଉଛି ସର୍ବସାଧାରଣରେ ମୁଁ କହିପାରେ, “ତଥାପି ତୁମେ ତୁମର ସ୍ୱାମୀଙ୍କୁ ଭାବପ୍ରବଣ ଭାବରେ ଅପବ୍ୟବହାର କରୁଅଛ କି?” “ଆହା, ତୁମେ କ’ଣ ପ୍ରତି ସପ୍ତାହରେ ତୁମର ପ୍ରିୟ କାମ ପ୍ରକ୍ରିୟା ସ୍ଥାନ ପରିଦର୍ଶନ କରୁଅଛ କି?" ଏହା ସତ୍ୟ ଅଟେ। ମଲାଖିଙ୍କ କଥାରେ, “ତୁମେ ତଥାପି ତୁମର ଦଶମାଂଶ ନ ଦେଇ ଈଶ୍ୱରଙ୍କ ଦ୍ରବ୍ୟ ଚୋରି କରୁଅଛ?” ଆମ୍ଭେମାନେ ଏହା କହୁ କିମ୍ବା ନ କହୁ ସେ ବିଷୟରେ କେହି ମଧ୍ୟ ମାନଦଣ୍ଡ ନିମନ୍ତେ ଏଠାରେ ସତ୍ୟ ଚାହେଁ, ଏକମାତ୍ର ମାନଦଣ୍ଡ? ତଥାପି ଅନେକ ଥର ଏହାକୁ ମୁଁ ମୋ’ ନିଜ ମସ୍ତକରେ ଶୁଣିପାରେ ଯେ ମୁଁ କିଛି ବିଷୟ କହିବାକୁ ଚାହେଁ ପୁଣି ମୁଁ ଏହା ଶୁଣିପାରେ, “କିନ୍ତୁ ଏହା ସତ୍ୟ ଅଟେ, ଯାଅ ଏବଂ ଏହା କୁହ।” କାନକୁହାକୋହି ଓ ନିନ୍ଦା ସତ୍ୟ ହୋଇପାରେ ପୁଣି ତଥାପି ଏହା କୌଣସି ବ୍ୟକ୍ତିର ହୃଦୟକୁ ନଷ୍ଟ ଓ ବିଦୀର୍ଣ୍ଣ କରେ ଏବଂ ହୃଦୟକୁ ଏକ ମଣ୍ଡଳୀରୁ ବିଦୀର୍ଣ୍ଣ କରି ବାହାର କରିପାରେ।
୨. ସେ (ପୁରୁଷ/ସ୍ତ୍ରୀ) ମୋତେ ବାଧା ଦେଲେ - ମୁଁ ଯାହା ଚାହେଁ ତାହା କହିବା ଠିକ୍।
ସେଠାରେ ଅନ୍ୟ ଏକ ଉପାୟ ଅଛି ଯାହା ମୁଁ ଭାବୁଛି ଯେ ଅମ୍ଭେମାନେ ଆମ୍ଭମାନଙ୍କର ଜିହ୍ୱାକୁ ବଶରେ ନ ରଖି ବ୍ୟବହାର କରୁ, ପୁଣି ବୋଧହୁଏ ଏହା ମଧ୍ୟ ଶକ୍ତିଶାଳୀ ଅଟେ। ଆମ୍ଭେମାନେ କହୁ, “ଆଚ୍ଛା, ସେ ମୋତେ ବାଧା ଦେଲା, ସେ ମୋତେ ବାଧା ଦେଲେ। ମୁଁ ଯାହା ଚାହେଁ ତାହା କହିବାକୁ ମୋର ଅଧିକାର ଅଛି।” ତାହା ଠିକ୍ ଅଟେ, ଆମ୍ଭେମାନେ ସମସ୍ତେ ବାଧା ପାଇଅଛୁ। ମୁଁ ସନ୍ଦେହ କରେ ଯେ ଏହି କୋଠରୀରେ ଥିବା ପ୍ରତ୍ୟେକ ବ୍ୟକ୍ତି କେହି ନା କେହି ଜଣଙ୍କ ଦ୍ୱାରା ଗଭୀର, ଅତି ଗଭୀର ଭାବରେ ବାଧା ପାଇଅଛି। ବୋଧହୁଏ ସେ ଜଣେ ପାଳକ ଥିଲେ; ବୋଧହୁଏ ସେ ଜଣେ ପ୍ରାଚୀନ କିମ୍ବା ପ୍ରାଚୀନମାନଙ୍କ ଗୋଷ୍ଠୀର ଥିଲେ; ବୋଧହୁଏ ସେ ମଣ୍ଡଳୀରେ ଏକ ଦୀର୍ଘ ସମୟର ବନ୍ଧୁ ଥିଲା; ବୋଧହୁଏ ସେ ତୁମର ସାଥୀ ଥିଲେ; ବୋଧହୁଏ ସେମାନେ ତୁମର ପିତାମାତା ଥିଲେ। ମୁଁ ଜାଣେ ନାହିଁ, କିନ୍ତୁ ମୁଁ ସନ୍ଦେହ କରୁଅଛି ଯେ ଆମ୍ଭମାନଙ୍କ ମଧ୍ୟରୁ ସମସ୍ତେ ଗଭୀର ଭାବରେ ବାଧା ପାଇଅଛୁ। କିନ୍ତୁ ଏହାର ଅର୍ଥ କ’ଣ ଆମ୍ଭମାନଙ୍କର ମୁଖରୁ ପବିତ୍ର ଆତ୍ମାଙ୍କ ଲଗାମର ନଷ୍ଟ କରି ଆମ୍ଭେମାନେ ଯାହା ଚାହୁଁ ତାହା କହିବାର ଅଧିକାର ଅଛି, ସେହି ବ୍ୟକ୍ତିଙ୍କ ପ୍ରତିଷ୍ଠା ଏବଂ ସେବା କରିବାର ଏକ ମଣ୍ଡଳୀର କ୍ଷମତାକୁ କ୍ଷତି ପହଞ୍ଚାଇବା ହେତୁ ଆମ୍ଭମାନେ ଆଘାତ ପାଇଅଛୁ କି? ବାଧା ପାଇବା ଅଧିକାର ଏହି ସମାଜରେ ଆମ୍ଭେମାନେ ଯାହା ଚାହୁଁ ତାହା କୌଣସି ବିଷୟ କହିବାକୁ ଆମ୍ଭମାନଙ୍କୁ “ଅଧିକାର” ଦେଇଥାଏ କି? ଗତମାସରେ ଯେଉଁ ପଦ ବିଷୟରେ ପ୍ରାୟ ରବିନ୍ ଓ ମୁଁ କହିଅଛୁ ତାହା ହେଉଛି ଏଫିସୀୟ ୪: ୩୨ ପଦ, “ଆଉ, ପରସ୍ପର ପ୍ରତି ସଦୟ ହୁଅ, କୋମଳହୃଦୟ ହୁଅ, ପୁଣୀ ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର।” ତୁମେ ବାଧା ପାଇଥାଇ ପାର, ମୁଁ ବାଧା ପାଇଥାଇପାରେ; କିନ୍ତୁ ତୁମେ ଜାଣ କ’ଣ? ଆମ୍ଭେମାନେ ଈଶ୍ୱରଙ୍କୁ ଯେପ୍ରକାରେ ବାଧା ଦେଇଅଛୁ ସେପ୍ରକାରେ ଆମ୍ଭମାନଙ୍କ ମଧ୍ୟରୁ କେହି ବାଧା ପାଇ ନାହିଁ।
ମେଲ୍ ଗିବସନ୍ସଙ୍କ ଚଳଚ୍ଚିତ୍ର, ‘ଦି ପାସନ ଅଫ୍ ଦି ଖ୍ରାଇଷ୍ଟ୍’ ରେ ଥିବା ଏତେ ଶକ୍ତିଶାଳୀ ବିଷୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଯେ ମେଲ୍ ଗିବସନ୍ସଙ୍କ ହସ୍ତ ହିଁ ସେହି ଅଂଶକୁ ଧରି ଯୀଶୁଙ୍କ ହସ୍ତରେ ଆକସ୍ମିକ ଆକ୍ରମଣ କରିଥିଲା। ମେଲ୍ ଗିବସନ୍ ଗୋଟିଏ ବିଷୟକୁ ସ୍ପଷ୍ଟ କରିବାକୁ ଚେଷ୍ଟା କରୁଥିଲେ: ଯୀଶୁଙ୍କୁ କିଏ ବଧ କଲା? ମୁଁ ଏବଂ ତୁମେ କଲ। ପୁଣି ସାମ୍ପ୍ରତିକ କାଳରେ ମୁଁ କ୍ରୁଶବିଦ୍ଧ ହୋଇ ନାହିଁ। ମୋର କୌଣସି ବ୍ୟକ୍ତି ମୋ’ ହସ୍ତରେ କିଳା ମାରି ନ ଥିଲେ। ମୋତେ ଏକ ମୁହୂର୍ତ୍ତରେ ଜଗତର ପାପ ବହନ କରିବାକୁ କୁହାଯାଇ ନାହିଁ। କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ପାଇଁ ତାହା କଲେ ପୁଣି ସେ ଆମ୍ଭମାନଙ୍କକୁ କ୍ଷମା କଲେ। ସେ ଯେତେ ବାଧା ପାଇଲେ ମଧ୍ୟ ସେ ଆମ୍ଭମାନଙ୍କକୁ କ୍ଷମା କରିଦେଲେ। ଏବଂ ସେହିପରି, ତୁମକୁ ଓ ମୋତେ ଏପରି କିଛି କରିବାକୁ ଆହ୍ୱାନ କରାଯାଇଅଛି ଯାହା ତୁଳନାରେ ତାହା ଗୁରୁତ୍ୱହୀନ ଅଟେ। ଯେଉଁମାନେ ଆମ୍ଭମାନଙ୍କକୁ ଆଘାତ ଦେଇଛନ୍ତି ସେମାନଙ୍କୁ କ୍ଷମା କରିବାକୁ ତୁମେ ଏବଂ ମୁଁ ଆହ୍ଵାନପ୍ରାପ୍ତ ଅଟୁ। ଆମ୍ଭମାନଙ୍କର ମୁଖରୁ ଲଗାମ ବିଦୀର୍ଣ୍ଣ, ଅପବାଦ ଓ କାନକୁହାକୋହିରେ ବାଧା ନ ଦେଇ; କ୍ଷମା କରିବାକୁ, କୋମଳହୃଦୟରେ ପ୍ରତ୍ୟୁତ୍ତର କରିବାକୁ ଆହ୍ଵାନପ୍ରାପ୍ତ ଅଟୁ। କୌଣସି ଗୋଷ୍ଠୀରେ ଥିବା ଆଘାତ ଓ ଯନ୍ତ୍ରଣାକୁ ମୁଁ କମ୍ କରିବାକୁ ଚାହେଁ ନାହିଁ, କିନ୍ତୁ ତାହା ଆମ୍ଭମାନଙ୍କକୁ କାନକୁହାକୋହି, ନିନ୍ଦା କରିବା ଏବଂ ଧ୍ବଂସ କରିବାକୁ ଅଧିକାର ଦିଏ ନାହିଁ, ଏହା ଅଧିକାର ଦିଏ କି? ତାହା କେବଳ ଆମ୍ଭମାନଙ୍କକୁ କ୍ଷମା କରିବାର ଏକ ସୁଯୋଗ ଦେଇଥାଏ, ଯେତେ କଷ୍ଟକର ଏହା ହୋଇପାରେ, ବୁଝିବା ଯେ ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତାହାଙ୍କ ପ୍ରତି ଆମ୍ଭେମାନେ ଯାହା କଲୁ ସେଥିପାଇଁ ଆମ୍ଭମାନଙ୍କୁ କ୍ଷମା କରିଅଛନ୍ତି।
୩. ଛଳନା ଧର୍ମପରାୟଣତା
ମୁଁ ଭାବୁଛି ଏକ ତୃତୀୟ ଉପାୟ ଅଛି ଯେଉଁଥିରେ ଆମ୍ଭେମାନେ ଯାହା ଆମ୍ଭମାନଙ୍କର ମୁଖରୁ ନିର୍ଗତ ହୁଏ ଓ ବେଳେ ବେଳେ ଜିହ୍ୱାକୁ ବଶରେ ରଖିବାକୁ ଆମ୍ଭମାନଙ୍କର ପ୍ରତ୍ୟାଖ୍ୟାନକୁ ଯୁକ୍ତିଯୁକ୍ତ କରେ; ଆଉ ତାହା ହେଉଛି, ଆମ୍ଭେମାନେ ଧର୍ମପରାୟଣତାର ଛଳନା କରୁ। ଆମ୍ଭେମାନେ ନକଲି ହେବାକୁ ପ୍ରେମ କରୁ। ତୁମେ କେତେଥର ଏହିସବୁ କଥା ଶୁଣିଅଛ, “ଉତ୍ତମ, ମୁଁ ସମ୍ଭବତଃ ତୁମକୁ ଏହା କହିବା ଉଚିତ୍ ନୁହେଁ, କିନ୍ତୁ…”? କିମ୍ବା ଆମ୍ଭେମାନେ କେତେଥର କେହି ଜଣେ ବ୍ୟାପକତାରେ କହିବାର ଶୁଣିଅଛୁ, “ଉତ୍ତମ ତୁମେ ଜାଣ, ମୁଁ କହିବା ଉଚିତ୍ ନୁହେଁ [ତେବେ ତୁମେ ସମ୍ଭବତଃ କହିବା ଉଚିତ୍ ନୁହେଁ], କିନ୍ତୁ ତୁମେ ଜାଣ ମୋର ସେହି ବ୍ୟକ୍ତିଙ୍କ ସହ ସମସ୍ୟା ଅଛି।”? ପୁଣି ଆମ୍ଭେମାନେ ଏହି ଲୋକମାନଙ୍କୁ କ୍ଷୁବ୍ଧ କରୁଥିବାରୁ ସାଧାରଣ ହୋଇ କୌଣସି ପ୍ରକାରେ ଆମ୍ଭେମାନେ ଧର୍ମପରାୟଣତାକୁ ନକଲି କରୁ।
ଏହି ବିଷୟରେ କ’ଣ କରିବା ଉଚିତ: “ଉତ୍ତମ, ମୁଁ ଏବେ ତୁମକୁ କହିବାକୁ ଯାଉଅଛି, କିନ୍ତୁ ତୁମେ ଏହାକୁ ଏକ ଗୁପ୍ତ ରଖିବା ଦରକାର।” ଏହା ସବୁ ନକଲି। ଏହା ନକଲି ଧର୍ମପରାୟଣତା ଅଟେ। ପୁଣି ବେଳେବେଳେ ଯେବେ ମୁଁ ସେହି ପରିସ୍ଥିତିରେ ଥାଏ ପୁଣି କିପରି ପ୍ରତ୍ୟୁତ୍ତର କରିବାକୁ ପଡିବ ତାହା ଜାଣିବାକୁ ମୁଁ ଚେଷ୍ଟା କରୁଥାଏ, ମୁଁ କେବଳ କହିବାକୁ ଚାହେଁ ଆଉ ବେଳେବେଳେ ମୁଁ ପ୍ରତ୍ୟୁତ୍ତର କରେ ଆଉ ବେଳେବେଳେ ମୁଁ ପ୍ରତ୍ୟୁତ୍ତର କରେ ନାହିଁ, “ମୁଁ ସମ୍ଭବତଃ ତୁମକୁ ଏହା କହିବା ଉଚିତ୍ ନୁହେଁ ମାତ୍ର…” ତେବେ ପ୍ରତ୍ୟୁତ୍ତର କରେ ନାହିଁ!! ପ୍ରତ୍ୟୁତ୍ତର କରେ ନାହିଁ! ଯଦି ତୁମେ ଏହା କରିବା ଉଚିତ୍ ନୁହେଁ, ତୁମର ମୁଖ ବନ୍ଦକରି ରଖ। ମୁଁ କ’ଣ ପ୍ରଚାର କରୁଥିଲି କେହି ଜଣେ ମୋତେ ଅନ୍ୟ ଦିନ ପଚାରିଲା।" ଜିହ୍ୱା” “ବିଷୟ କଣ ଅଟେ?" “ତୁମର ମୁଖ ବନ୍ଦକରି ରଖ!” ମୁଁ ଆସୁ ନାହିଁ। ମୁଁ ତୁମକୁ ଲିପିବଦ୍ଧ ପଠାଇବି।” ଯେତେବେଳେ କେହି ଜଣେ କହନ୍ତି, “ମୁଁ ସମ୍ଭବତଃ ତୁମକୁ କହିବି ନାହିଁ,” ତେବେ ଆମ୍ଭେମାନେ ଦୟାକରି ଛିଡା ହୋଇ କହିପାରିବା, “ତେବେ କୁହ ନାହିଁ।” ଯଦି କେହି କହନ୍ତି, “ମୁଁ ତୁମକୁ କହିବାକୁ ଯାଉଅଛି, କିନ୍ତୁ ଏହାକୁ ଏକ ଗୁପ୍ତ ରଖ।” କୁହ, “ମୁଁ ଗୁପ୍ତ ବିଷୟସବୁ ଚାହେଁ ନାହିଁ। ମୁଁ ଗୁପ୍ତ ବିଷୟସବୁ ଜାଣିବାକୁ ଚାହେଁ ନାହିଁ। ଯଦି ଏହାକୁ ଏକ ଗୁପ୍ତ ରଖିବାକୁ ପଡିବ ତେବେ ଏହାକୁ ଗୁପ୍ତ ରଖ, ମୋତେ କୁହ ନାହିଁ।”
ମୁଁ ସନ୍ଦେହ କରେ ଯେ ଯେତେବେଳେ ଆମ୍ଭେମାନେ ସ୍ୱେଚ୍ଛାରେ ନିନ୍ଦା ଓ କାନକୁହାକୋହି ଶୁଣୁ, ସେତେବେଳେ ଆମ୍ଭେମାନେ କେବଳ ପ୍ରଥମ ସ୍ୱରୂପେ ଦୋଷୀ ଅଟୁ, କାନକୁହାକୋହି କରୁଥିବା ସେହି ବ୍ୟକ୍ତିଙ୍କ ସ୍ୱରୂପ ନିନ୍ଦା କରୁଅଛୁ। ଆମ୍ଭେମାନେ ଧର୍ମପରାୟଣତା ଆଉ ତା’ପରେ ଏହାର ଅଭ୍ୟର୍ଥନାର ଛଳନା କରୁ।
୪. ବାସ୍ତବରେ ଧର୍ମପରାୟଣ ବୋଲି ବାହାନା କରିବା- ଧର୍ମପରାୟଣ ଭାଷାରେ କାନକୁହାକୋହି ଓ ନିନ୍ଦା ଆବରଣ କରିବା।
ଏକ ଚତୁର୍ଥ ଉପାୟ ଯେଉଁଥିରେ ଆମ୍ଭେମାନେ ବେଳେବେଳେ ଆମ୍ଭମାନଙ୍କର ଜିହ୍ୱାକୁ ନିୟନ୍ତ୍ରଣ କରିପାରିବା ନାହିଁ ଯେତେବେଳେ ଆମ୍ଭେମାନେ ବାସ୍ତବରେ ଧର୍ମପରାୟଣ ବୋଲି ବାହାନା କରୁ। ଆମ୍ଭେମାନେ ଏଥିରେ ଉତ୍ତମ ଅଟୁ। ଯଦି ତୁମେ ଏକ ମଣ୍ଡଳୀରେ ବଢ଼ିଅଛ, ତେବେ ତୁମେ ଏହାର ଗୁରୁ ଅଟ କାରଣ ଧର୍ମପରାୟଣ ଭାଷାରେ, ଆମ୍ଭେମାନେ ଯେକୌଣସି ବିଷୟ, ଏପରିକି ଗପସପ ଓ ନିନ୍ଦାକୁ, ଆବରଣ କରିପାରିବା। ଏହି ଦିଗରେ ଆମ୍ଭେମାନେ ବହୁତ ଉତ୍ତମ ଅଟୁ।
ମୁଁ ତୁମ ନିକଟରେ ଘୋଷଣା କରିବାକୁ ବହୁତ ଆନନ୍ଦିତ ଅଟେ ଯେ ଦୁଇ ବର୍ଷରେ ମଧ୍ୟ-ସପ୍ତାହ ପ୍ରାର୍ଥନା ସେବାରେ, କେବଳ ଥରେ ମୁଁ କେହି ଜଣେ କିଛି ବିଷୟ କହିବାର ଶୁଣିଅଛି ଯାହାକୁ ମୁଁ ଅପମାନଜନକ କାନକୁହାକୋହି ବୋଲି ବିଚାରକୁ ନେଲି ଆଉ ସେହି ଜଣକ ଆମ୍ଭମାନଙ୍କ ମଣ୍ଡଳୀକୁ ଯିବାର ଲୋକମାନଙ୍କ ମଧ୍ୟରୁ ଜଣେ ନ ଥିଲେ। ମଧ୍ୟ-ସପ୍ତାହ ପ୍ରାର୍ଥନା ସଭାସବୁ, ଐତିହାସିକ ଭାବରେ ନିନ୍ଦାର ଏକ ମଳକୁଣ୍ଡ ହୋଇପାରେ, ଏହା ହୋଇପାରେ ନାହିଁ କି? ଯେହେତୁ ଆମ୍ଭେମାନେ ବଂଶାନୁକ୍ରମେ ଯାଉଥିବାବେଳେ କେହି ଜଣେ ମୋ’ ସହିତ ଏକ ପ୍ରକାର ବାକ୍ୟାଂଶ ଗୁଚ୍ଛ ବାଣ୍ଟୁଥିଲେ ଆଉ ସେଥିମଧ୍ୟରୁ ଗୋଟିଏ ବାକ୍ୟାଂଶ ଗୁଚ୍ଛ ଥିଲା, “ଉତ୍ତମ, ମୋତେ ଏହି ବ୍ୟକ୍ତି ବିଷୟରେ ଅଳ୍ପ କିଛି କହିବାକୁ ଦିଅ, ଯାହାଫଳରେ ତୁମେ କିପରି ଅପେକ୍ଷାକୃତ ଉତ୍ତମ ପ୍ରାର୍ଥନା କରିବ ତାହା ଜାଣିବ।” ହଁ ଠିକ୍ ଅଛି। ଆମ୍ଭେମାନେ ଅଧିକ ଧର୍ମପରାୟଣ ହୋଇପାରିବା ପୁଣି ବାସ୍ତବରେ ଏହି ସମସ୍ତ ଏକ ଆବରଣ ମାତ୍ର ଅଟେ ଆଉ ଈଶ୍ୱର ନିର୍ବୋଧ ନୁହଁନ୍ତି।
ଜିମ୍ ସିମ୍ବାଲା ବ୍ରୁକଲିନ୍ ଟାବର୍ନାକଲର ପାଳକ ଅଟନ୍ତି ପୁଣି ସେ, ଫ୍ରେସ୍ ୱିଣ୍ଡ୍, ଫ୍ରେସ୍ ଫାୟର୍, ନାମରେ ଏକ ପୁସ୍ତକ ଲେଖିଥିଲେ, ଆଉ ଏଠାରେ ଏକ ଅଧା ପୃଷ୍ଠା ମୁଁ ତୁମ ପାଇଁ ପଢ଼ିବାକୁ ଚାହେଁ। ମୁଁ ପଢ଼ିଥିବା ସବୁଠାରୁ ଶକ୍ତିଶାଳୀ ବିଷୟ ମଧ୍ୟରୁ ଏହା ଗୋଟିଏ ଅଟେ। ସେ କ’ଣ କହନ୍ତି ଶୁଣନ୍ତୁ: “ପ୍ରାୟ ୨୦ ବର୍ଷ ପୂର୍ବେ ଗୋଟିଏ ରବିବାର ଦିନ, ଆମ୍ଭମାନଙ୍କ ସମୟରେ YWCA ରେ ମଣ୍ଡଳୀକୁ ନୂତନ ସଦସ୍ୟମାନଙ୍କୁ ଗ୍ରହଣ କରୁଥିବାବେଳେ ତତକ୍ଷଣାତ୍ ମୁଁ କିଛି ବିଷୟ କହିଥିଲି ଯାହା ସେହି ଦିନଠାରୁ ଆମ୍ଭମାନଙ୍କ ସହିତ ରହିଆସିଅଛି। ଲୋକମାନେ ମୋ’ ସମ୍ମୁଖରେ ଏକ ଧାଡ଼ିରେ ଛିଡ଼ା ହୋଇଥିଲେ ଏବଂ ଯେତେବେଳେ ମୁଁ କହିଲି ପବିତ୍ରଆତ୍ମା ମୋତେ ଯୋଗ କରିବାକୁ ପ୍ରବର୍ତ୍ତାଉଥିଲେ ‘ଏବଂ ବର୍ତ୍ତମାନ ମୁଁ ତୁମକୁ ଏହି ମଣ୍ଡଳୀର ପାଳକ ଭାବରେ ଦାୟିତ୍ୱ ଦେଉଛି ଯେ ଯଦି ତୁମେ ଅନ୍ୟ ଜଣେ ସଦସ୍ୟ, ସ୍ୱୟଂ ମୁଁ, ଅନ୍ୟ ଜଣେ ପାଳକ, ଜଣେ ଅଭ୍ୟର୍ଥକ, ଗାୟକ ଦଳର ସଦସ୍ୟ କିମ୍ବା ଅନ୍ୟ କେହିଁ କାହାକୁ ଏକ ନିର୍ଦ୍ଦୟ ବାକ୍ୟ, ସମାଲୋଚନା କିମ୍ବା କାହା ବିରୁଦ୍ଧରେ ନିନ୍ଦା କରି କହିବାର କେବେ ଶୁଣ, ତେବେ ତୁମର ସେହି ବ୍ୟକ୍ତିଙ୍କୁ ମଧ୍ୟ-ବାକ୍ୟରେ ଅଟକାଇବାର ଅଧିକାର ଅଛି ଏବଂ କୁହ, ମୋତେ କ୍ଷମା କରନ୍ତୁ, କିଏ ତୁମକୁ ବାଧା ଦେଲା? କିଏ ତୁମକୁ ଉପେକ୍ଷା କଲା? କିଏ ତୁମକୁ ତୁଛ ଜ୍ଞାନ କଲା? ଏହା ପାଳକ ସିମ୍ବାଲା ଥିଲା କି? ଚାଲ ବର୍ତ୍ତମାନ ତାହାଙ୍କ କାର୍ଯ୍ୟାଳୟକୁ ଯିବା। ସେ ଆପଣା ଆଣ୍ଠୁପାତିବେ ଓ ତୁମକୁ କ୍ଷମା ପ୍ରାର୍ଥନା କରିବେ। ପୁଣି ତା’ପରେ ଆମ୍ଭେମାନେ ଏକାଠି ପ୍ରାର୍ଥନା କରିବା ତେଣୁ ଈଶ୍ୱର ଏହି ଶରୀରକୁ ଶାନ୍ତି ପୁନରୁଦ୍ଧାର କରିବେ। କିନ୍ତୁ ଆମ୍ଭେମାନେ ତୁମକୁ ଲୋକମାନଙ୍କ ବିଷୟରେ ସମାଲୋଚନା କରିବାକୁ ଦେବୁ ନାହିଁ ଯେଉଁମାନେ ନିଜକୁ ଆତ୍ମରକ୍ଷା କରିବାକୁ ଉପସ୍ଥିତ ନାହାଁନ୍ତି।’ ନୂତନ ସଦସ୍ୟମାନେ, ଦୟାକରି ବୁଝନ୍ତୁ ଯେ ମୁଁ ଏହି ବିଷୟରେ ସମ୍ପୂର୍ଣ୍ଣ ଭାବରେ ଶୋଚନୀୟ ଅଟେ। ମୁଁ ଚାହେଁ ତୁମେ ତୁରନ୍ତ ଏହି ପ୍ରକାରର ସମାଧାନ କରିବାରେ ସାହାଯ୍ୟ କର ଏବଂ ଏହି ସମୟରେ ଏହା ଜାଣ, ଯଦି ତୁମେ ସର୍ବଦା ଶିଥିଳ କଥାବାର୍ତ୍ତା କରୁଅଛ, ଆମ୍ଭେମାନେ ତୁମର ସମ୍ମୁଖୀନ କରିବୁ।’ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଥର ଆମ୍ଭେମାନେ ନୂତନ ସଦସ୍ୟ ଗ୍ରହଣ କରିବାବେଳେ ମୁଁ ସମାନ କଥା କହିଥାଏ। ଏହା ସର୍ବଦା ଏକ ଗମ୍ଭୀର ମୁହୂର୍ତ୍ତ ଅଟେ। ତାହା ଅଟେ କାରଣ ମୁଁ ଜାଣେ କ’ଣ ଅତି ସହଜରେ ମଣ୍ଡଳୀଗୁଡ଼ିକୁ ନଷ୍ଟ କରେ; ଏହା ଚେତନା ନାଶକ କଠିନ ଆଘାତ ନୁହେଁ; ଏହା ସରକାରୀ ଅତ୍ୟାଚାର ନୁହେଁ; ଏହା ଅର୍ଥର ଅଭାବ ନୁହେଁ; ବରଂ ପବିତ୍ରଆତ୍ମାଙ୍କୁ ଦୁଃଖ ଦେଉଥିବା କାନକୁହାକୋହି ଓ ନିନ୍ଦା ଅଟେ।” କାନକୁହାକୋହି ଓ ନିନ୍ଦା, ଏକ ବିଚାର ଏବଂ ସମାଲୋଚକ ଆତ୍ମା ହୃଦୟର ଅଗ୍ନି ଅଟେ ଯାହା ଜିହ୍ୱାକୁ ପ୍ରଜ୍ୱଳିତ କରେ ପୁଣି ଜୀବନସବୁକୁ ଓ ମଣ୍ଡଳୀଗୁଡ଼ିକୁ ନଷ୍ଟ କରେ।
ତେଣୁ ଆମ୍ଭେମାନେ ଏବିଷୟରେ କ’ଣ କରିବାକୁ ଯାଉଅଛୁ?
ତେଣୁ ଆମ୍ଭେମାନେ ଏ ବିଷୟରେ କ’ଣ କରିବାକୁ ଯାଉଅଛୁ? ଆମ୍ଭମାନଙ୍କ ମୁଖ ବନ୍ଦ ରଖୁ? ନା, ତାହା ଉତ୍ତର ନୁହେଁ। ମୋତେ ତିନୋଟି ବିଷୟ ପରାମର୍ଶ ଦେବାକୁ ଦିଅନ୍ତୁ ଯାହା ଆମ୍ଭେମାନେ ଏହି ସମସ୍ୟା ବିଷୟରେ କରିପାରିବା।
୧. ଆମ୍ଭମାନଙ୍କର ହୃଦୟ ସହିତ ଆରମ୍ଭ କରିବା
ଆମ୍ଭମାନଙ୍କୁ ଆମ୍ଭମାନଙ୍କର ହୃଦୟ ସହିତ ଆରମ୍ଭ କରିବାକୁ ପଡିବ ପୁଣି ଆମ୍ଭେମାନେ ଆମ୍ଭମାନଙ୍କର ହୃଦୟ ସହିତ ଉତ୍ତମ ଭାବରେ ଆରମ୍ଭ କରିବା, କାରଣ ଏହା ହେଉଛି ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। ତେଣୁ ଯଦି ଆମ୍ଭମାନଙ୍କ ହୃଦୟରେ ଅହଂକାର ଅଛି, ତେବେ ଜିହ୍ୱା ନିଜକୁ ଉନ୍ନତ କରିବା ପାଇଁ ଅନ୍ୟ ଜଣକୁ ତଳକୁ ପକାଇବ। ଯଦି ଆମ୍ଭମାନଙ୍କ ହୃଦୟରେ ପାପ ବାସ କରୁଅଛି, ତେବେ ଆମ୍ଭମାନଙ୍କର ଜିହ୍ୱାସବୁ ଧ୍ୱଂସ କରିବାକୁ ଅନ୍ୱେଷଣ କରିବ; କିନ୍ତୁ ଯଦି ଆମ୍ଭମାନଙ୍କ ହୃଦୟରେ ନମ୍ରତା ଅଛି, ତେବେ ଆମ୍ଭେମାନେ ଅନ୍ୟମାନଙ୍କ ଆବଶ୍ୟକତା ଓ ସମ୍ମାନ ଆମ୍ଭମାନଙ୍କ ନିଜ ଆଗରେ ରଖିବା। ଯଦି ଆମ୍ଭମାନଙ୍କ ହୃଦୟରେ କ୍ଷମା ଅଛି, ତେବେ ଆମ୍ଭମାନଙ୍କର ମୁଖସବୁ ଦୟା ସହିତ ସ୍ୱାଦଯୁକ୍ତ ହୋଇ, ଅତିରିକ୍ତ ଅନୁଗ୍ରହ ଓ ଧନ୍ୟବାଦାର୍ପଣ ସହିତ କୋମଳ ବାକ୍ୟରେ ପରିପୂର୍ଣ୍ଣ ହେବ। ଏହା ଗୋଟିଏ ଉଦାହରଣ ଅଟେ ଯେଉଁଠାରେ ବିଧିପରାୟଣତା ବିଫଳ ହୁଏ। ଯେତେବେଳେ ବିଧିପରାୟଣତା ଏହାର ସମସ୍ତ ଗୁରୁତ୍ୱକୁ ବାହ୍ୟ ଅନୁରୂପତା ଉପରେ ରଖେ, ସେତେବେଳେ ଜିହ୍ୱା ପ୍ରତି ଏହାର ଉତ୍ତର, କେବଳ ତୁମର ମୁଖ ବନ୍ଦ କରି ରଖ। ଆମ୍ଭମାନଙ୍କର ହୃଦୟ ସହିତ ଆମ୍ଭମାନଙ୍କୁ ଆରମ୍ଭ କରିବାକୁ ପଡିବ। ଯେତେବେଳେ ଆମ୍ଭେମାନେ ସମାଲୋଚନାମୂଳକ କଥା କହିଥାଉ, ଯେତେବେଳେ ଆମ୍ଭେମାନେ କାନକୁହାକୋହି କରିଥାଉ ଆଉ ଆମ୍ଭେମାନେ ଧ୍ୱଂସ କରୁ, ଆମ୍ଭମାନେ ନିରବ ରହିବା ପୁଣି କଥା କହିବାକୁ ପଡିବ, “ମୁଁ ଏହା କାହିଁକି କହିଲି? ମୋ’ ଭିତରେ କ’ଣ ଅଛି ଯାହା ମୋତେ କହିବାକୁ ପ୍ରେରିତ କଲା?” ଏହା ହୃଦୟରୁ ଆରମ୍ଭ ହୁଏ, ଏହା ନୁହେଁ କି?
୨. ପ୍ରତ୍ୟେକ ଶବ୍ଦକୁ ଖ୍ରୀଷ୍ଟଙ୍କ ନିକଟରେ ବନ୍ଦୀ କର
ଦ୍ୱିତୀୟତଃ, ମୁଁ ଆମ୍ଭମାନଙ୍କ ସମସ୍ତଙ୍କୁ ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରିବାକୁ ଉତ୍ସାହିତ କରିବି (୨ କରିନ୍ଥୀୟ ୧୦:୫)। ମୁଁ ସବୁବେଳେ ମୁଖରେ ତର୍କବିତର୍କ କରେ। ତାହା କେବଳ ମୁଁ। ମୋ’ ମାଁ ମୋତେ କହୁଥିଲେ, “ବିଲ୍, ତୁମେ ତୁମର ମୁଖ ଆରମ୍ଭ କରିବା ପୂର୍ବରୁ ତୁମ ମସ୍ତିଷ୍କକୁ ନିଯୁକ୍ତ କରିବାକୁ ପଡିବ।” ଏହା କେବଳ ମୋ’ ମୁଖରୁ ପ୍ରବାହିତ ହେଉଛି। ଏହା ସ୍ୱାଭାବିକ ଅଟେ। ଏବଂ ମୋର ଶିଖିବାର ଥିଲା, ଏବଂ ମୁଁ ଶିଖୁଅଛି, ଏବଂ ମୁଁ ବିଫଳ ହୁଏ, କିନ୍ତୁ ମୁଁ, କହିବା ପୂର୍ବରୁ ଭାବିବାକୁ; ପ୍ରତ୍ୟେକ ଶବ୍ଦକୁ ଗ୍ରହଣ କରିବାକୁ, ପ୍ରତ୍ୟେକ କଳ୍ପନାକୁ ବନ୍ଦୀ କରିବାକୁ, ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତି ଦ୍ୱାରା ଏହା ଉପରେ କାର୍ଯ୍ୟ କରୁଅଛି। ମୁଁ ପ୍ରାର୍ଥନା କରେ ଯେ ଈଶ୍ୱରଙ୍କ ଆତ୍ମା, “ଦୟାକରି ମୋ’ କର୍ଣ୍ଣରେ ଫୁସ୍ ଫୁସ୍ କର, ଯଦି ତୁମେ ଆବଶ୍ୟକ ମନେ କର, ଚିତ୍କାର କର, ଶବ୍ଦ ଛାଡିବା ପୂର୍ବରୁ ମୋତେ ଶୁଣିବାକୁ ପଡିବ, ‘ତୁମେ ଯାହା କହିବାକୁ ଯାଉଅଛ ତାହା ଈଶ୍ୱରଙ୍କ ପାଇଁ ଗୌରବ ଆଣିବ କି? ତୁମେ ଯେଉଁ ବାକ୍ୟ କହିବାକୁ ଯାଉଅଛ ତାହା ଅନୁଗ୍ରହ ଓ ଧନ୍ୟବାଦାର୍ପଣରେ ପରିପୂର୍ଣ୍ଣ କି କିମ୍ବା ଏହା ଜଣେ ବ୍ୟକ୍ତିର ସମ୍ମାନ ନଷ୍ଟ କରିବାକୁ ଯାଉଅଛି? ଏହା ନିର୍ମାଣ କରିବ କି ନା ସମାଲୋଚନା କରିବ?” ମୋର ଧ୍ୟାନ ପାଇବାକୁ ଈଶ୍ୱରଙ୍କ ଆତ୍ମା ବେଳେବେଳେ ଫୁସ୍ ଫୁସ୍ କରି କହନ୍ତି, ଅନ୍ୟ ସମୟରେ ଚିତ୍କାର କରନ୍ତି ଏବଂ ମୋତେ ଅନ୍ୟ ସମୟରେ ୨X୪ ଥର ମସ୍ତକ ଉପରେ ଆଘାତ କରିବା ଆବଶ୍ୟକ କରନ୍ତି: “ବିଲ୍, ତୁମେ ଯାହା କହିବାକୁ ଯାଉଅଛ ତାହା ଈଶ୍ୱରଙ୍କୁ ଗୌରବ ଦେଉଅଛି କି, ନା ଏହା କେହି ଜଣକୁ ନଷ୍ଟ କରିବାକୁ ଯାଉଅଛି?”
ଜିହ୍ୱାର ଅନ୍ୟ ପକ୍ଷରେ, ମୁଁ ଭାବେ ଆମ୍ଭେମାନେ ସମାନ କଥା ପଚାରିବା ଆବଶ୍ୟକ। ଯେପରି ଆମ୍ଭେମାନେ ବାକ୍ୟ ଶୁଣୁ ଓ ଯେପରି ଆମ୍ଭେମାନେ ଭାବନାସବୁ ଶୁଣୁ, ସେପରି ଆମ୍ଭମାନଙ୍କର ସମ୍ବେଦନଶୀଳତା ଓ କହିବାକୁ ଶକ୍ତି ରହିବା ଆବଶ୍ୟକ, “ତୁମେ ଜାଣ, ମୋର ଏହା ଶୁଣିବା ଆବଶ୍ୟକ ନାହିଁ। ଯାଅ ଓ ଅନ୍ୟ କେହି ଜଣଙ୍କ ଜୀବନକୁ ଗରଳ କର।” ତାହା କିପରି ଅଟେ? ଏହା ଅପ୍ରୀତିକର ଶବ୍ଦ କରେ କି? ଏହା ବାଇବଲ ସମ୍ବନ୍ଧୀୟ ଅଟେ। ଯାକୁବ ୩ ପର୍ବ କହେ ଯେ ଆମ୍ଭମାନଙ୍କର ଜିହ୍ୱା ମାରାତ୍ମକ ଗରଳରେ ପରିପୂର୍ଣ୍ଣ ଅଟେ। ମାରାତ୍ମକ ଗରଳ କ’ଣ କରେ? ଏହା ବଧ କରେ। ଏହା କେବଳ କଥା କହୁଥିବା ବ୍ୟକ୍ତିକୁ ନୁହେଁ, ଏହା ଶ୍ରବଣକାରୀଙ୍କୁ ମଧ୍ୟ ଗରଳ କରେ। ପୁଣି ଏକ ମଣ୍ଡଳୀର ଅଂଶ ହେବାକୁ ଏହା ବଡ଼ ହେବ ନାହିଁ କି ଯେ ଆମ୍ଭେମାନେ ଏତେ ସମ୍ବେଦନଶୀଳ ଯେ ଯେତେବେଳେ ଆମ୍ଭେମାନେ କିଛି ବିଷୟ ଶୁଣିବା ଯାହା ଧ୍ଵଂସକାରୀ ଅଟେ, ଆମ୍ଭେମାନେ କହିଥାଉ, “ବନ୍ଦ କର। କିଏ ତୁମକୁ ବାଧା ଦେଲା? ଚାଲ ତା’ଙ୍କ ପାଖକୁ ଯିବା। ଯଦି ତୁମର ସମର୍ଥନ ଦରକାର, ମୁଁ ତୁମ ସହିତ ଯିବି। ଯଦି ତୁମେ ଏହା କରିବାକୁ ଇଚ୍ଛା କରୁ ନାହଁ, ତେବେ ଯାଇ ଅନ୍ୟର ଜୀବନକୁ ଗରଳ କର। ମୁଁ ଏହା ଶୁଣିବାକୁ ଚାହେଁ ନାହିଁ।”
୩. ସମସ୍ୟାସବୁ ବିଷୟରେ କଥାବାର୍ତ୍ତା କରିବାର ଏକ ସମୟ ଏବଂ ସ୍ଥାନ ଅଛି- ସମ୍ମୁଖୀନ ହେବା ଓ ଆରାମ ଦେବା।
ତୃତୀୟତଃ, ଆମ୍ଭେମାନେ ଏହା ବିଷୟରେ କ’ଣ କରିବାକୁ ଯାଉଅଛୁ? ସମସ୍ୟାସବୁ ବିଷୟରେ କଥାବାର୍ତ୍ତା କରିବାର ଏକ ସମୟ ଏବଂ ସ୍ଥାନ ଅଛି। ବାଇବଲ ସମସ୍ୟାସବୁକୁ ଉପେକ୍ଷା କରିବାକୁ କହୁ ନାହିଁ। ଏହା ଶେଷ କଥା ଅଟେ ଯାହା ବାଇବଲ କହୁଅଛି। ପ୍ରତିରୋଧ କରିବା ଓ ସାନ୍ତ୍ୱନା ଦେବାର ସମୟ ଅଛି।
କିନ୍ତୁ ବାଇବଲ ସ୍ପଷ୍ଟ କରେ ଯେ ଯେତେବେଳେ ତୁମେ ବାଧା ପାଇଅଛ ସେତେବେଳେ କଷ୍ଟକର ସମସ୍ୟାସବୁ ବିଷୟରେ କଥାବାର୍ତ୍ତା କରିବାକୁ ସମୟ ଓ ସ୍ଥାନ ହେଉଛି ଯେତେବେଳେ ତୁମେ ତୁମକୁ ଯେ ଆଘାତ କରିଅଛି ସେହି ବ୍ୟକ୍ତିଙ୍କ (ଏକକ) ସହିତ କଥାବାର୍ତ୍ତା କରୁଅଛ। ପ୍ରସଙ୍ଗସବୁ ବିଷୟରେ କଥାବାର୍ତ୍ତା କରିବାର ଏକ ସମୟ ଏବଂ ସ୍ଥାନ ଅଛି; ଯେତେବେଳେ ତୁମର ହୃଦୟକୁ ମିଳନ କରିବାକୁ, କ୍ଷମା କରିବାକୁ ଏବଂ କ୍ଷମା ପାଇବାକୁ ପଡିବ। ଯେତେବେଳେ ଆମ୍ଭମାନଙ୍କର ବାକ୍ୟସକଳ ଅନୁଗ୍ରହ ଓ ଧନ୍ୟବାଦାର୍ପଣର ଏକ ଅଭିବ୍ୟକ୍ତି ଅଟେ, ଯେତେବେଳେ ପ୍ରେରଣାଦାୟକ ଶକ୍ତିସମୂହ ପ୍ରେମ, ଏବଂ ନମ୍ରତା ଏବଂ ଭଦ୍ରତା ଅଟେ ସେତେବେଳେ କଷ୍ଟକର ବିଷୟଗୁଡ଼ିକ ବିଷୟରେ କଥାବାର୍ତ୍ତା କରିବାର ଏକ ସମୟ ଏବଂ ସ୍ଥାନ ଅଛି। କାନକୁହାକୋହି କରିବା ଓ ନିନ୍ଦା କରିବାକୁ କେବେ ଉତ୍ତମ ସମୟ ନାହିଁ। ସର୍ବଦା।
ଖ୍ରୀଷ୍ଟିୟାନ ଆଚରଣର କେନ୍ଦ୍ରୀୟ ସଂଘର୍ଷସମୂହ ମଧ୍ୟରୁ ଏହା ଗୋଟିଏ ସଂଘର୍ଷ ଅଟେ।
ଏହା ନିଶ୍ଚିତ ଭାବରେ ଖ୍ରୀଷ୍ଟିୟାନ ଆଚରଣର କେନ୍ଦ୍ରୀୟ ସଂଘର୍ଷସମୂହ ମଧ୍ୟରୁ ଗୋଟିଏ ସଂଘର୍ଷ ଅଟେ, ଏହା ନୁହେଁ କି? ମୁଁ ବାଇବଲର ୫୨ ଟି ପ୍ରମୁଖ ଘଟଣାକୁ ଆବୃତ କରିପାରିଲି ନାହିଁ ପୁଣି ମୋ’ ମୁଖରେ ଏହି ପ୍ରସଙ୍ଗ ବିଷୟରେ କହିପାରିଲି ନାହିଁ।
ଏହି ଆହ୍ୱାନରେ ଉଠିବା ଆବଶ୍ୟକ
ଏହା ନିଶ୍ଚିତ ଭାବରେ ଖ୍ରୀଷ୍ଟିୟାନ ଆଚରଣର କେନ୍ଦ୍ରୀୟ ସଂଘର୍ଷସମୂହ ମଧ୍ୟରୁ ଗୋଟିଏ ସଂଘର୍ଷ ଅଟେ ପୁଣି ମୁଁ ଯେପରି ସଂଘର୍ଷ କରିବାକୁ ଆହ୍ୱାନ ପାଇଅଛି ସେପରି ମୁଁ ତୁମକୁ ସଂଘର୍ଷ କରିବାକୁ ଆହ୍ୱାନ ଦିଏ। ଯଦି ଆମ୍ଭେମାନେ ବ୍ୟକ୍ତିଗତ ଭାବରେ ଏବଂ ଯେପରି ଆମ୍ଭେମାନେ ଏକ ମଣ୍ଡଳୀ ଭାବରେ ଆହ୍ୱାନରେ ଉଠି ନାହୁଁ, ତେବେ ଆମ୍ଭମାନଙ୍କର ଜିହ୍ୱା ସମଗ୍ର ଶରୀରକୁ କଳଙ୍କ କରିବ। ଜିହ୍ୱା ଆମ୍ଭମାନଙ୍କ ଶରୀରକୁ କଳଙ୍କ କରିବ। ଜିହ୍ୱା ଏହି ଗୃହରେ ସମବେତ ହେଉଥିବା ଖ୍ରୀଷ୍ଟଙ୍କ ଶରୀରକୁ କଳଙ୍କ କରିବ। ଯଦି ଆମ୍ଭେମାନେ ଆହ୍ୱାନରେ ଉଠି ନାହୁଁ, ତେବେ ଆମ୍ଭମାନଙ୍କର ଜିହ୍ୱାସବୁ, ବ୍ୟକ୍ତିଗତ ଭାବରେ ଏବଂ ସାମୂହିକ ଭାବରେ, ଏହି ମଣ୍ଡଳୀର ଜୀବନର ସମଗ୍ର ପଥରେ ଅଗ୍ନି ଲଗାଇବ।
କର୍ମ ବିନା ବିଶ୍ୱାସ ମୃତ।
କର୍ମ ବିନା ବିଶ୍ୱାସ ମୃତ। ଏହାର ଅର୍ଥ ନୁହେଁ ଯେ ତୁମେ ସହସ୍ର ବର୍ଷରେ ଏକ ଛୋଟ ଗୃହ ପାଇବ। ଏହାର ଅର୍ଥ ତୁମେ ମୃତ ଅଟ। ଏବଂ ଜଣେ ଧାର୍ମିକ ଗଣିତ ବ୍ୟକ୍ତି ନିଶ୍ଚିତ ଭାବରେ ଏହାକୁ ପବିତ୍ରତା ପ୍ରତି ବଞ୍ଚିଥିବା ଜୀବନରେ ପ୍ରଦର୍ଶନ କରିବ; ଏବଂ ସେହି ପବିତ୍ରତାର ଏକ ଅଂଶ ଆମ୍ଭମାନଙ୍କର ଜିହ୍ୱାଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଶିଖିବାର ଅଟେ।
ସ୍ୱର୍ଗର ଏହି ପାର୍ଶ୍ୱ କଦାପି ସମ୍ପୂର୍ଣ ଭାବେ ସଫଳ ହୁଏ ନାହିଁ
ଆମ୍ଭେମାନେ ସ୍ୱର୍ଗର ଏହି ପାର୍ଶ୍ୱରେ କଦାପି ସମ୍ପୂର୍ଣ ଭାବେ ସଫଳ ହେବାକୁ ଯାଉନାହୁଁ। ଏହା ପରିଶେଷରେ ଜିହ୍ୱାକୁ ସମ୍ପୂର୍ଣ ଭାବେ ନିୟନ୍ତ୍ରଣ କରିବା ଅସମ୍ଭବ ଅଟେ କାରଣ ପବିତ୍ର ହୃଦୟ ପାଇବାକୁ ଏହା ସମ୍ପୂର୍ଣ୍ଣ ଭାବେ ଅସମ୍ଭବ ଅଟେ। କିନ୍ତୁ ଆମ୍ଭେମାନେ ଗୁରତ୍ୱପୂର୍ଣ୍ଣ ଭାବରେ ସଠିକ୍ ଦିଗରେ ଯଥେଷ୍ଟ ଗତି କରିପାରିବା ଯେହେତୁ ଆମ୍ଭେମାନେ ଆମ୍ଭମାନଙ୍କର ହୃଦୟକୁ କୋମଳତା ଏବଂ ଦୟା ସହିତ ପୂର୍ଣ୍ଣ କରୁ, ଖ୍ରୀଷ୍ଟଙ୍କଠାରେ ଈଶ୍ୱର ଯେପରି ଆମ୍ଭମାନଙ୍କକୁ କ୍ଷମା କଲେ ସେପରି ପରସ୍ପରକୁ କ୍ଷମା କରିବା। ଆମ୍ଭେମାନେ ସେହି ପ୍ରକାରର ଲୋକ ହୋଇପାରିବା, ହେବାକୁ ଜାରି ରଖିପାରିବା, ଯେଉଁମାନଙ୍କୁ ଯାକୁବ ୪:୮ ପଦରେ ପ୍ରଶଂସା କରି କହନ୍ତି, “ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ।” ୧୦ ପଦ: “ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ।”
ଆସନ୍ତୁ ଆମ୍ଭେମାନେ ପାପଠାରୁ ପରିଷ୍କୃତ ହୋଇଥିବା ଏକ ହୃଦୟ ଏବଂ ନିୟନ୍ତ୍ରିତ ଜିହ୍ୱାସବୁର ଏହି କଠିନ ପଥରେ ଚାଲିବା ପାଇଁ ଏକତ୍ର ଚୁକ୍ତି କରିବା କେବଳ ପରସ୍ପରକୁ ଅନୁଗ୍ରହ ଏବଂ କୃତଜ୍ଞତା ଜଣାଇବା।