ବାଇବଲ ଗୋଟିଏ ପ୍ରକାଶିତ କାହାଣୀ ଅଟେ। ଏହା ତାହାଙ୍କ ସୃଷ୍ଟି ସହିତ ଥିବା ପରମେଶ୍ୱରଙ୍କ ସମ୍ପର୍କର ପ୍ରକାଶନ, ଅବିରତ ନାଟକ ଅଟେ। ଏହା ଏକ ନାଟକ ଯାହା ଆଦି ପୁସ୍ତକରେ ଆରମ୍ଭ ହେଲା ଯେଉଁଠାରେ ଆମ୍ଭେମାନେ ଜଗତର ସୃଷ୍ଟି ବିଷୟରେ ପାଠ କରୁ; ଯେଉଁଠାରେ ଆମ୍ଭେମାନେ ମାନବଜାତିର ସୃଷ୍ଟି ବିଷୟରେ ପାଠ କରୁ। ସେଠାରେ ଯେଉଁଠାରେ ଆମ୍ଭେମାନେ ଏଦନ ଉଦ୍ୟାନ ବିଷୟରେ ପାଠ କରୁ, ଯେଉଁସ୍ଥାନରେ ଆଦମ ଓ ହବା ସେମାନଙ୍କ ସୃଷ୍ଟିକର୍ତ୍ତାଙ୍କ ଗମନାଗମନର ଉପସ୍ଥିତିରେ ସିଧା ସଳଖ ଆନନ୍ଦ ଉପଭୋଗ କରୁଥିଲେ। ଏହା ଏପରି ଏକ ଉଦ୍ୟାନ ଥିଲା ଯେଉଁଠାରେ ଦୁଇ ପ୍ରକାରର ମୁଖ୍ୟ ବୃକ୍ଷମାନ ଥିଲା। ତହିଁ ମଧ୍ୟରୁ ଗୋଟିଏ ଜୀବନଦାୟକ ବୃକ୍ଷ ଥିଲା ଯେଉଁ ବୃକ୍ଷର ଫଳ ଯଦି କେବଳ ଆଦମ ଓ ହବା ଖାଇ ନ ଥାନ୍ତେ ତାହା ହେଲେ ସେମାନେ ଚିରଦିନ ବଞ୍ଚି ରହିଥା’ନ୍ତେ। ମାତ୍ର ତାହା ପରିବର୍ତ୍ତେ, ଆଦମ ଓ ହବା ପାପ କଲେ। ଆଦମ ଓ ହବା ପରମେଶ୍ୱର ସେମାନଙ୍କୁ ଯାହା କରିବାକୁ ମନା କରିଥିଲେ, ତାହା କଲେ।
ପୁଣି ଯେବେ ଆମ୍ଭେମାନେ ଏହି କାହାଣୀରେ ପଢୁ, ଆମ୍ଭେମାନେ ପାପର ପରିଣତି ଦେଖିବାକୁ ଆରମ୍ଭ କରୁ। କିପରି ଆଦମ ଓ ହବା ସେମାନେ ଆପଣା ସୃଷ୍ଟିକର୍ତ୍ତାଙ୍କଠାରୁ ଦୂରେଇଯାଇଥିଲେ ଯେ, ସେମାନଙ୍କୁ ଉଦ୍ୟାନ ପରିତ୍ୟାଗ କରିବାକୁ ବାଧ୍ୟ କରାଗଲା, ପୁଣି ସେମାନଙ୍କ ସୃଷ୍ଟିକର୍ତ୍ତାଙ୍କର ସିଧା ସଳଖ, ମଧ୍ୟସ୍ଥି ଉପସ୍ଥିତିକୁ ସେମାନଙ୍କୁ ପରିତ୍ୟାଗ କରିବାକୁ ବାଧ୍ୟ କରାଗଲା। ଏଥିରେ ଆମ୍ଭେମାନେ ପାପର ନିମ୍ନାଭିମୁଖୀ ଚକ୍ରାକାର ବିଷୟରେ ପାଠ କରୁ। ଏବଂ ଏହା ସେମାନଙ୍କ ବଂଶ ମଧ୍ୟରେ ଧ୍ୱଂସ ସାଧନ ଅଟେ।
ତଥାପି ଆମ୍ଭେମାନେ ପରମେଶ୍ୱରଙ୍କ ମୁକ୍ତିର ଯୋଜନା ଦେଖିବାକୁ ଆରମ୍ଭ କରୁ; ଅବ୍ରହାମ ଓ ତାହାଙ୍କ ବଂଶ ଦ୍ଵାରା ଜଗତକୁ ଆଶୀର୍ବାଦ କରିବା ପାଇଁ ପରମେଶ୍ୱରଙ୍କ ଯୋଜନା। ଆମ୍ଭେମାନେ ପଢୁ କିପରି ପରମେଶ୍ୱର ତାହାଙ୍କ ବଂଶକୁ କହିଲେ, “ପୁଣି ତୁମ୍ଭେମାନେ ଆମ୍ଭର ଲୋକ ହେବ, ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା”। ପୁଣି ଆମ୍ଭେମାନେ ବିଶେଷ କରି ଏକ ବଂଶ, ରାଜା ଦାଉଦଙ୍କ ବିଷୟରେ ପାଠ କରୁ, ଯାହାଙ୍କୁ ପ୍ରତିଜ୍ଞା କରାଗଲା ଯେ, ତାହାଙ୍କ ବଂଶ ମଧ୍ୟରୁ ଜଣେ ଅନନ୍ତକାଳୀନ ସିଂହାସନରେ ଉପବିଷ୍ଟ ହେବେ ଓ ସେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ସହିତ ପିତା-ପୁତ୍ରର ସମ୍ପର୍କକୁ ଅନୁଭବ କରିବ।
ପୁଣି ଯେବେ ଆମ୍ଭେମାନେ ଏହି ପ୍ରକାଶ କରୁଥିବା ନାଟକ ମଧ୍ୟଦେଇ ପଢ଼ିବାକୁ ଜାରି ରଖୁ, ଆମ୍ଭେମାନେ ଦେଖୁ ଯେ, ଏହି ଏକ ବଂଶ, ଯୀଶୁ ଖ୍ରୀଷ୍ଟ, ଯେ, ଈଶ୍ଵରଙ୍କ ଯୋଜନା ମୁକ୍ତି ନିମନ୍ତେ ଯୀଶୁଙ୍କ ଜୀବନ, ଯୀଶୁଙ୍କ ମରଣ, ଓ ଯୀଶୁଙ୍କ ପୁନରୁତ୍ଥାନରେ କାର୍ଯ୍ୟକାରୀ ହେଲା। ଆମ୍ଭେମାନେ ସୁସମାଚାର, ଶୁଭ ସମ୍ବାଦ ବିଷୟରେ ପଢୁ ଯେ, ଯୀଶୁ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ପାପରୁ ମୁକ୍ତି ଅଛି, ପୁଣି ଆମ୍ଭେମାନେ ଦେଖୁ ସେହି ସୁସମାଚାର କିପରି ସମୁଦାୟ ଜଗତରେ ବିସ୍ତାରିତ ହୁଏ।
ପ୍ରକାଶିତ ବାକ୍ୟ ଏକ ଅବିରତ କାହାଣୀ ଅଟେ। ଏହା ଏକ ସୃଷ୍ଟିକର୍ତ୍ତାଙ୍କର ଅବିସ୍ମରଣୀୟ ନାଟକ ଯିଏ ସମ୍ପର୍କ ରଖିବାକୁ ଚାହାଁନ୍ତି; ସେ ଆପଣା ସୃଷ୍ଟି ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହାଁନ୍ତି, ସେ ତାହାଙ୍କ ସୃଷ୍ଟିର ସହଭାଗିତାରେ ବାସ କରିବାକୁ ଚାହାନ୍ତି। ଆମ୍ଭେମାନେ ବର୍ତ୍ତମାନ ନାଟକରେ ଶେଷ ପୁସ୍ତକ, ପ୍ରକାଶିତ ବାକ୍ୟକୁ ଆସୁ। ଅନ୍ୟ ପୁସ୍ତକ ଅପେକ୍ଷା ଏହି ପୁସ୍ତକ ପ୍ରତିଜ୍ଞା କରେ ଯେ ଭବିଷ୍ୟତରେ କୌଣସି ସମୟରେ ସବୁ ବିଷୟର ଧ୍ୱଂସ ସାଧନ ହେବ ଯାହା କି ଆମ୍ଭେମାନେ କହୁ, ଜୀବନର ପରିସମାପ୍ତି ହେବ। ପୁସ୍ତକ ପ୍ରତିଶୃତି ଦିଏ ଯେ ଆମ୍ଭେମାନେ ଦିନେ ଏଦନ ଉଦ୍ୟାନକୁ ଫେରିଯିବା, ଆମ୍ଭେମାନେ ପୂର୍ଣ୍ଣ ସହଭାଗୀତାକୁ ଫେରିଯିବା, ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ଈଶ୍ଵରଙ୍କ ପୂର୍ଣ୍ଣ ସମ୍ପର୍କକୁ ଫେରିଯିବା। ମଧ୍ୟ ସେଠାରେ ଈଶ୍ଵର ଆମ୍ଭମାନଙ୍କ ପରେମେଶ୍ଵର ହେବେ ଓ ଆମ୍ଭେମାନେ ତାହାଙ୍କ ଲୋକ ହେବା।
ପ୍ରକାଶିତ ବାକ୍ୟ ଗୋଟିଏ ଆଶ୍ଚର୍ଯ୍ୟଜନକ ପୁସ୍ତକ ଅଟେ। ଏହା “ପ୍ରକାଶିତ ବାକ୍ୟ (ଆପୋକ୍ଲିପଟିକ୍)” ବୋଲି କୁହାଯାଉଥିବା ଏକ ବିଶେଷ ଶୈଳୀରେ ଲେଖା ଯାଇଅଛି। ଏହି ପ୍ରକାଶିତ ବାକ୍ୟ ସାହିତ୍ୟ ଅଦ୍ଭୁତ ପ୍ରତିମାସବୁ ବ୍ୟବହାର କରେ, ଏବଂ ତେଣୁ ଆମ୍ଭେମାନେ ତାହାର ମୁଖରୁ ବାହାରି ଆସୁଥିବା ଗୋଟିଏ ଖଡ୍ଗ ସହିତ ଅଶ୍ୱ ଉପରେ ଜଣେ ଶ୍ୱେତ ଆରୋହୀଙ୍କୁ ପାଉ। ଆମ୍ଭେମାନେ କପାଳରେ ୬୬୬ ସଂଖ୍ୟା ଧାରଣ କରିଥିବା ଲୋକମାନଙ୍କୁ ପାଉ। ମାତ୍ର ଏହି ପ୍ରତିମାସବୁ ଉପମା ମାତ୍ର ଏବଂ ଏହି ଉପମାକୁ ବ୍ୟାଖା କରାଯିବା ଆବଶ୍ୟକ। ଯେକୌଣସି ଶୈଳୀର ସାହିତ୍ୟ ସଦୃଶ ଏହାର ପଦ୍ୟ କିମ୍ବା ସୌନ୍ଦର୍ଯ୍ୟ କାହାଣୀସବୁ, ପ୍ରକାଶିତ ବାକ୍ୟ ସାହିତ୍ୟର ବ୍ୟାଖାକରଣ ନିୟମସବୁର ନିଜସ୍ୱ ସ୍ଥିତି ରହିଅଛି।
ତେଣୁ ଉଦାହରଣ ସ୍ୱରୂପ ତୁମ୍ଭେମାନେ, ଯେଉଁମାନେ ସେମାନଙ୍କ ବିଶ୍ୱାସ ନିମନ୍ତେ ମୃତ୍ୟୁବରଣ କରୁଅଛନ୍ତି ସେହି ଲୋକମାନଙ୍କୁ କିପରି କହିବ ଯେ, ଯେକୌଣସି ବିଷୟ ଅପେକ୍ଷା ସ୍ୱର୍ଗ ଅତି ମୂଲ୍ୟବାନ ଅଟେ, ତାହା ସମ୍ଭବତଃ ସେମାନେ ପାଇପାରିବେ। ପୁଣି ଯଦିବା ପୃଥିବୀରେ ସେମାନେ ସବୁ ବିଷୟକୁ ହରାଉଛନ୍ତି, ତଥାପି ସ୍ୱର୍ଗର ଗୌରବ ଓ ପ୍ରଚୁରତା ସହିତ ଏହାର କୌଣସି ବିଷୟ ତୁଳନା କରାଯାଇ ପାରେ ନାହିଁ? ତୁମେ ସେମାନଙ୍କୁ କହିବ କି, “ତୁମେ ଯେଉଁଠାକୁ ଯାଉଅଛ ସେହି ସ୍ଥାନର ପଥସବୁ ସୁବର୍ଣ୍ଣରେ ନିର୍ମିତ।” ଲୋକମାନେ ଜଗତର କେତକ ସୁବର୍ଣ୍ଣ ମୁଦ୍ରା ଅର୍ଜନ କରିବାକୁ ସଂଘର୍ଷ କରନ୍ତି। ସ୍ଵର୍ଗରେ ଆମ୍ଭେମାନେ ମୂଲ୍ୟବାନ ପ୍ରସ୍ତରରେ ପଥସବୁ ନିର୍ମାଣ କରୁ। ସେହିପରି ଭାବେ ସ୍ୱର୍ଗ ମୂଲ୍ୟବାନ ଅଟେ।
ଏହା ଗୋଟିଏ ଆଶ୍ଚର୍ଯ୍ୟଜନକ ପୁସ୍ତକ ଅଟେ। ଏହା ଗୋଟିଏ ବିବାଦମୂଳକ ପୁସ୍ତକ ମଧ୍ୟ ଅଟେ। ପ୍ରକାଶିତ ବାକ୍ୟ ସାହିତ୍ୟର ପ୍ରକୃତି ସକାଶେ ଆଂଶିକ ଭାବେ ବିବାଦମୂଳକ। ଏହା ଉଚ୍ଚ ମାତ୍ରାରେ ବ୍ୟାଖାମୂଳକ ଓ ଲୋକମାନେ ବ୍ୟାଖାସବୁରେ ଅନେକ ଭିନ୍ନ ଭିନ୍ନ ଅର୍ଥ ବୁଝାଉଥିବା ସକାଶେ ଏହା ବିବାଦମୂଳକ ଅଟେ। ମୋର ବ୍ୟକ୍ତିଗତ ସ୍ଥିତି ଯେ, ମୋ’ ଚିନ୍ତାରେ ଆମ୍ଭେମାନେ ଭ୍ରାନ୍ତ ପ୍ରଶ୍ନସବୁ ପଚାରୁଅଛୁ; ପୁଣି ଆମ୍ଭେମାନେ ଯେତେ ଭ୍ରାନ୍ତ ପ୍ରଶ୍ନ ପଚାରିବା, ଆମ୍ଭେମାନେ ସେତେ ଭ୍ରାନ୍ତ ଉତ୍ତରସବୁ ପାଇବା। ତେଣୁ ଆମ୍ଭେମାନେ ଚାରିଆଡେ ବସି ଆମ୍ଭମାନଙ୍କର ତଥ୍ୟ ତାଲିକା, ତଥ୍ୟ ତାଲିକା ପରେ ତଥ୍ୟ ତାଲିକା ସବୁ ତିଆର କରୁ। ଆମ୍ଭେମାନେ ଗଗୋ ଏବଂ ମାଗୋଗ କ’ଣ ତାହା ଉପରେ ଭିନ୍ନ ଭିନ୍ନ ଯୁକ୍ତି ତର୍କ କରି ଅଗଣିତ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରୁ; ପୁଣି ଧୂସର ରଙ୍ଗର ଅଶ୍ୱ ଉପରେ ଆରୋହୀର ଅର୍ଥ କ’ଣ କିମ୍ବା ତୃତୀୟ ତୁରୀ କ’ଣ ସଂକେତ କରେ , ଏହି ପ୍ରକାର ପ୍ରଶ୍ନସବୁ ଯେତେ ସମୟ ଆମ୍ଭେମାନେ କରୁଅଛୁ, ଯେତେ ସମୟ ଭୁଲ କିମ୍ବା ଅତି କମରେ ମାଧ୍ୟମିକ ପ୍ରଶ୍ନସବୁ ପଚାରୁଥାଉ, ଆଲୋଚନା ନିରନ୍ତର ସାହାଯ୍ୟ ବିହୁନ, ବିଭାଜକ ଓ ବିବାଦମୂଳକ ହୋଇଥାଏ।
ଯାହା ଠିକ୍ କିମ୍ବା ଅତି କମରେ ପ୍ରାଥମିକ ପ୍ରଶ୍ନସବୁ ଜାଣିବା ପ୍ରକାଶିତ ବାକ୍ୟ ପୁସ୍ତକରେ ସମ୍ପୂର୍ଣ୍ଣ କୌଶଳ ଅଟେ। ପୁଣି ଏହି ପ୍ରାଥମିକ ପ୍ରଶ୍ନଗୁଡ଼ିକ ଉପରେ ଆମ୍ଭେମାନେ ଦୃଷ୍ଟିପାତ କରୁଥିବା ଉଚିତ। ଯେତେବେଳେ ଆମ୍ଭେମାନେ ପ୍ରାଥମିକ ପ୍ରଶ୍ନସବୁ ପ୍ରତି ଦୃଷ୍ଟିପାତ କରୁ, ସେତେବେଳେ ଆମ୍ଭେମାନେ ଦେଖିବାକୁ ପାଉ ଯେ, ଆମ୍ଭେମାନେ ପ୍ରାୟ ସର୍ବସମ୍ମତରେ ପରସ୍ପର ସହିତ ସମ୍ମତି ଅଟୁ। ଠିକ୍ ପ୍ରଶ୍ନସବୁ କ’ଣ ଅଟେ? ଅବଶ୍ୟ ତାହାହିଁ କୌଶଳ ଅଟେ। ଆଜି ପ୍ରାତଃ ସମୟରେ ମୁ ସୂଚନା ଦେବାକୁ ଚାହୁଁଅଛି ଯେ ସେହି ଠିକ୍ ପ୍ରଶ୍ନଗୁଡ଼ିକର ଉତ୍ତର ୨ ଓ ୩ ପର୍ବରେ ସନ୍ନିବେଶିତ ଅଛି। ଠିକ୍ ପ୍ରଶ୍ନଗୁଡ଼ିକୁ ଆବିଷ୍କାର କରିବାକୁ ମୁ ୨ ଓ ୩ ପର୍ବ ବ୍ୟବହାର କରିବାକୁ ଯାଉଅଛି; ପ୍ରକାଶିତ ବାକ୍ୟ ପୁସ୍ତକର ଅବଶିଷ୍ଟ ଅଂଶ ମଧ୍ୟଦେଇ ଆମ୍ଭେମାନେ ଗତି କରୁଥିବାରୁ ତତ୍ପରେ ସେହି ପ୍ରଶ୍ନସବୁ ପଚାରୁ।
ପ୍ରକାଶିତ ପୁସ୍ତକ ପ୍ରେରିତ ଯୋହନଙ୍କ ସହିତ ଆରମ୍ଭ ହୁଏ। ସେ ସୁସମାଚାର, ୧ମ, ୨ୟ ଓ ୩ୟ ଯୋହନ ପତ୍ର ଗୁଡ଼ିକର ଲେଖକ ଯାହାଙ୍କୁ ପାତ୍ମ ଦ୍ବୀପକୁ (ଯାହା ଏସିଆ ଅଞ୍ଚଳ, ଆଧୁନିକ-ଦିନ ତୁର୍କୀରେ ଥିବା ଏଫିସ ଉପକୂଳର ଗୋଟିଏ ଛୋଟ ଦ୍ଵୀପ ଅଟେ) ନିର୍ବାସିତ କରାଯାଇଥିଲେ। ମଣ୍ଡଳୀର ପରମ୍ପରା ଅନୁସାରେ ସେ କେବଳ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଯାହାଙ୍କୁ ତାହାଙ୍କ ବିଶ୍ୱାସ ନିମନ୍ତେ ନିହତ ହେବାକୁ ପଡି ନ ଥିଲା, ମୁଁ ଅନୁମାନ କରେ ତୁମେ ଯିହୂଦାଙ୍କୁ ଛାଡି କହି ପାରିବ। ଏହି ଦ୍ବୀପକୁ ସେ ନିର୍ବାସିତ ହେଲେ ଓ ସେ ସେଠାରେ ଦର୍ଶନ ପାଇଥିଲେ। ତାହାଙ୍କ ଦର୍ଶନରେ ଏସିଆ ଅଞ୍ଚଳ (ଆଧୁନିକ ତୁର୍କୀ) ର ସପ୍ତ ମଣ୍ଡଳୀ ନିକଟକୁ ପତ୍ର ଲେଖିବାକୁ ତାଙ୍କୁ କୁହାଗଲା। ୨ ଓ ୩ ପର୍ବରେ ସେହିସବୁ ବିଷୟରେ ବର୍ଣ୍ଣନା କରାଯାଇଅଛି। ଯଦି ତୁମେ ତୁମ ମାନଚିତ୍ରକୁ ଦେଖ ତେବେ ତୁମେ ଦେଖିବ ଯେ ଏସିଆ ଅଞ୍ଚଳରେ ଅବସ୍ଥିତ ପଶ୍ଚାତ ସହରଗୁଡ଼ିକ ମଧ୍ୟଦେଇ ଯୋହନ ଗୋଟିଏ ବୃତ୍ତ ତିଆର କରିଅଛନ୍ତି। ଏହିସବୁ ପ୍ରତ୍ୟକ ମଣ୍ଡଳୀକୁ ଯେଉଁ ବାର୍ତ୍ତା ଯାଇଅଛି, ମୌଳିକ ଭାବରେ ତାହା ସମାନ ଅଟେ। କେତକ ରୁପଭେଦ ରହିଅଛି, ମାତ୍ର ସମାନ ଆଧାରିତ ବାର୍ତ୍ତା ପ୍ରତ୍ୟକ ମଣ୍ଡଳୀରେ ଦିଆଯାଇଅଛି।
ବଚନ ପ୍ରଥମ। ଈଶ୍ଵର ତୁମକୁ ଦୁଃଖଭୋଗରୁ ରକ୍ଷା କରିବେ ନାହିଁ। ତାଡ଼ନା ସ୍ଥିତିଠାରୁ ଈଶ୍ଵର ତୁମକୁ ରକ୍ଷା କରିବେ ନାହିଁ। ବାସ୍ତବରେ, ପ୍ରସ୍ତୁତ ହୁଅ, ବିସ୍ମିତ ହୁଅ ନାହିଁ, ଏହା ଆଶା କର, ଏହା ଆସୁଅଛି। ସେମାନଙ୍କ ବ୍ୟତୀତ ଯେଉଁ ଲୋକମାନେ ଫିଲାଦେଲ୍ଫିଆରେ ବାସ କରୁଥିଲେ, ସେମାନଙ୍କ ବିଶ୍ଵସ୍ଥତା ସକାଶେ ଯେଉଁମାନଙ୍କୁ ଏହିସବୁ ବିଷୟରୁ ବହିଷ୍କୃତ କରାଯାଉଥିଲା।
ଦ୍ବିତୀୟରେ, ମୂଳ ବାର୍ତ୍ତା ହେଉଛି ଯେ, ବିଶ୍ଵସ୍ଥ ହେବାକୁ ଈଶ୍ଵର ଆମ୍ଭମାନଙ୍କୁ ଆହ୍ବାନ କରନ୍ତି। କ୍ଳେଶ ଓ ତାଡ଼ନା ମଧ୍ୟରେ ବିଶ୍ଵସ୍ଥ ରହିବାକୁ ସେ ଆମ୍ଭମାନଙ୍କୁ ଆହ୍ବାନ କରନ୍ତି। ଧେର୍ଯ୍ୟ, ଦୀର୍ଘସହିଁଷ୍ଣୁ ଓ ବିଶ୍ଵସ୍ଥ ହେବାକୁ ଏହି ପ୍ରତ୍ୟେକ ମଣ୍ଡଳୀକୁ ଆହ୍ୱାନ କରାଯାଇଅଛି। ପୁଣି ଯୋହନ ଯେଉଁ ଭାଷା ବ୍ୟବହାର କରନ୍ତି, ତାହା ଗୋଟିଏ ବାକ୍ୟ ଯାହା ଭୁଲ୍ ବୁଝିବାରେ ସହଜ ଅଟେ। ଯଦି ତୁମେ ଜୟ କରିବ, ଯେଉଁ ବାକ୍ୟ ବିଷୟରେ ଯୋହନ କହନ୍ତି ତାହା ଏହି “ବିଜୟ ହେବା” କଷ୍ଟ ଓ ଯନ୍ତ୍ରଣା ଅଗ୍ରାହ୍ୟ ଅର୍ଥରେ ଜୟ କରିବା ବିଷୟରେ ସେ କହୁ ନାହାନ୍ତି। ପ୍ରକାଶିତ ବାକ୍ୟରେ ଜୟ କରିବା ଅର୍ଥ ତୁମେ ଯନ୍ତ୍ରଣା ଓ କଷ୍ଟ ମଧ୍ୟରେ, ତାଡ଼ନା ମଧ୍ୟଦେଇ ମରଣ ପର୍ଯ୍ୟନ୍ତ ଅବିରତ ତୁମେ ବିଶ୍ୱାସରେ ରହିବା। ତେଣୁ ଯଦି ତୁମେ ଜୟ କର, ଏହାର ଅର୍ଥ ଯେ ତୁମେ ଆତ୍ମବଳିଦାନ ହୋଇ ମୃତ୍ୟୁବରଣ କର, ତେବେ ତୁମେ ଯୀଶୁଙ୍କ ନିକଟରେ ତୁମର ପ୍ରତିଶ୍ରୁତିବଦ୍ଧରେ ବିଶ୍ଵସ୍ଥ ହୋଇ ମୃତ୍ୟୁବରଣ କର।
ତୃତୀୟରେ, ସେ କହନ୍ତି, ଯଦି ଆମ୍ଭେମାନେ ଜୟ କରୁ, ତେବେ ଆମ୍ଭମାନଙ୍କ ନିମନ୍ତେ ମହାଆନନ୍ଦ, ମହାନ ପୁରଷ୍କାର ଅପେକ୍ଷା କରୁଅଛି। ଉଦାହରଣ ସ୍ୱରୂପ, ୨:୭ ପଦରେ ଏଫିସ ମଣ୍ଡଳୀକୁ ଯୋହନ ଲେଖନ୍ତି: “ଯେ ଜୟ କରେ, ତାହାକୁ ଆମ୍ଭେ ଈଶ୍ଵରଙ୍କ ପାରଦୀଶରେ ଥିବା ଜୀବନବୃକ୍ଷର ଫଳ ଖାଇବାକୁ ଦେବୁ”। ଯଦି ତୁମେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ରୁହ, ତେବେ ତୁମେ ଜୀବନବୃକ୍ଷର ଫଳ ଖାଇବାକୁ ସମର୍ଥ ହେବ, ଯେଉଁ ବୃକ୍ଷ ବିଷୟରେ ଆମ୍ଭେମାନେ ଆଦି ପୁସ୍ତକରେ ପଢୁ। ତୁମେ ଚିରଦିନ ବଞ୍ଚିବ ଓ ତୁମେ ପାରଦୀଶରେ, ନୂତନ ସ୍ୱର୍ଗ ଓ ନୂତନ ପୃଥବୀରେ ଚିରଦିନ ରହିବ।
ତତ୍ପରେ ସ୍ଵର୍ଣ୍ଣା ମଣ୍ଡଳୀ ନିକଟକୁ ୧୦ ପଦରେ ସେ କହନ୍ତି , “ତୁମ୍ଭେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ (ତୁମର ବିଜୟ ଅଛି), ତହିଁରେ ଆମ୍ଭେ ତୁମ୍ଭକୁ ଜୀବନରୂପ ମୁକୁଟ ଦେବୁ”। ତତ୍ପରେ ୧୧ ପଦରେ, “ଯେ ଜୟ କରେ (ଯେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ), ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା କୌଣସି ପ୍ରକାରେ କ୍ଷତିଗ୍ରସ୍ଥ ହେବ ନାହିଁ।” ଶେଷ ବିଚାରରେ କ’ଣ ଘଟେ ତାହାହିଁ ଦ୍ୱିତୀୟ ମୃତ୍ୟୁ ଏବଂ ଲୋକମାନଙ୍କୁ ଅଗ୍ନିମୟ ହ୍ରଦକୁ ନିକ୍ଷେପ କରାଯିବ କିମ୍ବା ସେମାନେ ସବୁଦିନ ଈଶ୍ଵରଙ୍କ ସହିତ ପାରଦୀଶରେ ବାସ କରିବେ।
ଯାହା ସାହାଯ୍ୟପୁର୍ଣ୍ଣ ତାହା ବୋଧହୁଏ ୩ ପର୍ବରେ ସାର୍ଦ୍ଦୀ ମଣ୍ଡଳୀ ପ୍ରତି ଦୃଷ୍ଟିପାତ କରିବା ଅଟେ। ୫ ପଦରେ ଯୋହନ ଲେଖନ୍ତି, “ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଲ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାଙ୍କ ନାମ ସ୍ୱୀକାର କରିବା।” ଯେଉଁମାନେ ବିଶ୍ୱସ୍ଥ, ଶେଷ ପର୍ଯ୍ୟନ୍ତ ବିଶ୍ଵସ୍ଥ ଅଟନ୍ତି, ବିଚାରକର୍ତ୍ତା ସେମାନଙ୍କ ନାମ ସ୍ୱୀକାର କରିବେ; ସେ କହିବେ “ଏମାନେ ମୋହର ସନ୍ତାନମାନେ, ଏମାନେ ମୋହର ମେଷ। ମୋହର ଡାହାଣକୁ ଯାଇ ପାରଦୀଶରେ ପ୍ରବେଶ କର।” ଏହା ପ୍ରକାଶିତ ବାକ୍ୟର ମୂଳ ବାର୍ତ୍ତା ଅଟେ। ମଧ୍ୟ ପଚାରିବାକୁ ଏସବୁ ଯଥାର୍ଥ ପ୍ରଶ୍ନସବୁ ଅଟେ: ଯେତେବେଳେ ତାଡ଼ନା ଆସିଲା ତୁମେ ଆଶ୍ଚର୍ଯ୍ୟ ହେଲ କି? କିଛି ନୁହେଁ ତୁମକୁ କିପରି ଆଚରଣ କରିବାକୁ ପଡିବ? ମୋତେ ମରଣ ପର୍ଯ୍ୟନ୍ତ ବିଶ୍ଵସ୍ଥ ରହିବାକୁ ପଡିବ, କାହଁକି? କାରଣ ମୃତ୍ୟୁର ଅପର ପାଖରେ ମୋ’ ନିମନ୍ତେ ମହା ଆନନ୍ଦ ଅପେକ୍ଷା କରୁଅଛି। ଯେତେ ଦୂର ଯାଏ ପ୍ରକାଶିତ ପୁସ୍ତକର ଆଧାର, ମୌଳିକ, କେନ୍ଦ୍ର ବାର୍ତ୍ତାରୁ କରିଥିବା ବିବରଣ ତାଲିକାକୁ ଦୁରକୁ ନେଇ ନାହାନ୍ତି, ମୁଁ ଅନୁମାନ କରେ ଯଦି ତୁମେ ବିବରଣ ତାଲିକାସବୁ କରିବାକୁ ଚାଁହ, ତାହା ଠିକ୍ ହେବ।
ମୋତେ ଏହା ଅନ୍ୟ ପ୍ରକାରେ କହିବାକୁ ଦିଅନ୍ତୁ: ଅନ୍ତିମକାଳୀନ ତତ୍ତ୍ୱ (ଅନ୍ତିମ ଘଟଣାସମୂହର ଅଧ୍ୟୟନ) ନୈତିକ ଅଟେ। ହଁ, ଏହା ଆମ୍ଭମାନଙ୍କୁ କିଛି ସୂଚନା ଦେଇଥାଏ, ଯାହା ଘଟିବାକୁ ଯାଉଅଛି ସେ ସମ୍ବନ୍ଧରେ କିଛି ଆଭାସ, କିନ୍ତୁ ସମସ୍ତ ଅନ୍ତିମ ବିଷୟ ଉପରେ ଉପଦେଶର ଏକ ପ୍ରଣାଳୀର ମୂଳ ଉଦ୍ଦେଶ୍ୟ ହେଉଛି ଏହା ନଷ୍ଟ ହେବାକୁ ଯାଉଅଛି: ଆମ୍ଭେମାନେ ଜୟ କରିବା; ସେମାନେ ହାରିବେ, ତେଣୁ ସେଠାରେ ଲାଗି ରୁହ। ପ୍ରକାଶିତ ବାକ୍ୟ, ସୁସମାଚାରର ଉଦ୍ଧୃତାଂଶରେ ପୁଣି ସେଠାରେ ଥିବା ଅନେକ ଯିହୂଦୀ ସାହିତ୍ୟରେ ତାହା ସମସ୍ତ ଅନ୍ତିମ ବିଷୟ ଉପରେ ଉପଦେଶର ଏକ ବାର୍ତ୍ତା ଅଟେ। ଏହା ନଷ୍ଟ ହେବାକୁ ଯାଉଅଛି; ଆମ୍ଭେମାନେ ଜୟ କରିବା; ସେମାନେ ହାରିବେ; ସେଠାରେ ଲାଗି ରୁହ।
ଜଣେ ଲେଖକ ପ୍ରକାଶିତ ବାକ୍ୟ ଉପରେ ତାହାଙ୍କ ମନ୍ତବ୍ୟରେ ଆରମ୍ଭ କରି କହୁଛନ୍ତି ଯେ ପ୍ରକାଶିତ ବାକ୍ୟ ବାଇବଲରେ ବ୍ୟାଖ୍ୟା କରିବାକୁ ସବୁଠାରୁ ସହଜ ପୁସ୍ତକ ଅଟେ। ମୁଁ ନିବେଦନ କରୁଅଛି ଯେ ସେ ସଂପୂର୍ଣ୍ଣ ଭାବରେ ଠିକ୍ କାରଣ ଯଦି ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକେ ବସିଥା’ନ୍ତେ ଓ ୪୫ ମିନିଟ୍ ବିତାଇଥା’ନ୍ତେ ପୁଣି କେବଳ ପ୍ରକାଶିତ ବାକ୍ୟ ମାଧ୍ୟମରେ ସବୁ ଉପାୟରେ ପଢ଼ିଥା’ନ୍ତେ; ତେବେ ସବିଶେଷ ତଥ୍ୟରେ ହଜିଯାଇ ନ ଥା’ନ୍ତେ କିନ୍ତୁ ୧ ପର୍ବରୁ ୨୨ ପର୍ବକୁ ପର୍ଯ୍ୟନ୍ତ ପଢ଼ନ୍ତୁ। ଯଦି ଶେଷରେ ଆମ୍ଭେମାନେ କହିବା, “ମୂଳ ବାର୍ତ୍ତା କ’ଣ ଅଟେ?” ମୁଁ ଭାବୁଛି ଆମ୍ଭେମାନେ ସମସ୍ତେ, ଯେତେବେଳେ ସଂଖ୍ୟା ସବୁରେ, ଅଜ୍ଞାତ ବସ୍ତୁ ଓ ଖଡ୍ଗ ବିଷୟରେ, ମସ୍ତକ ରାମ୍ପୁଡ଼ି ପାରୁ, ଆମ୍ଭେମାନେ କହିପାରୁ ଏହା ଖ୍ରୀଷ୍ଟିୟାନ ହେବା ପାଇଁ କ୍ଷତିଗ୍ରସ୍ଥ ହେବ କିନ୍ତୁ ଆମ୍ଭେମାନେ ଜୟ କରିବାକୁ ଯାଉଅଛୁ, ତେଣୁ ଆମ୍ଭେମାନେ ସ୍ଥିର ହେବା ଆବଶ୍ୟକ।
ପ୍ରକାଶିତ ପୁସ୍ତକର ମୌଳିକ ସତ୍ୟ: ତାହା ୨ ଏବଂ ୩ ପର୍ବର ଅନୁସନ୍ଧାନର ପନ୍ଥା ଅଟେ ଏବଂ ମୁଁ ଭାବୁଛି ପ୍ରକାଶିତ ପୁସ୍ତକର ଅବଶିଷ୍ଟ ବୁଝିବାର ଏହା ଚାବି ଅଟେ।
ତା’ପରେ, ୪ ଏବଂ ୫ ରେ, ଯୋହନ ଭବିଷ୍ୟତର ଦର୍ଶନ ବିଷୟରେ ପ୍ରକାଶ କରନ୍ତି; ଯଦି ତୁମ୍ଭେମାନେ ଏଗୁଡ଼ିକ ପଢ଼ି ନାହଁ, ମୁଁ ତୁମ୍ଭମାନଙ୍କୁ ତାହା ପଢ଼ିବାକୁ ଅନୁରୋଧ କରୁଛି। ୪ ପର୍ବ ସିଂହାସନ କୋଠରୀ ଦୃଶ୍ୟ ଅଟେ ଏବଂ ଆମ୍ଭେମାନେ ଈଶ୍ୱରଙ୍କ ମେଷଶାବକଙ୍କୁ ଦେଖୁ ଏବଂ ସେଠାରେ ଏକ ନଳାକାର ପୁସ୍ତକ ଅଛି ଏବଂ ମୁଦ୍ରାସବୁ ଫିଟାଇବାକୁ ଓ ନଳାକାର ପୁସ୍ତକ ଖୋଲିବାକୁ କେହି ଯୋଗ୍ୟ ନାହାଁନ୍ତି। ଶେଷରେ ସେମାନେ କହନ୍ତି ଯେ, ମେଷଶାବକ ମୁଦ୍ରା ଭାଙ୍ଗି ନଳାକାର ପୁସ୍ତକ ଫିଟାଇବାକୁ ଯୋଗ୍ୟ ଅଟନ୍ତି। ତେଣୁ ଉଦାହରଣ ସ୍ୱରୂପ, ପ୍ରକାଶିତ ବାକ୍ୟ ୫: ୬ ପଦରେ: “ପୁଣି ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟ ସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ [ସବିଶେଷ ତଥ୍ୟରେ ହଜିଯାଅ ନାହିଁ] ପ୍ରେରିତ ଈଶ୍ୱରଙ୍କର ସପ୍ତ ଆତ୍ମା। ସେ ଆସି ସିଂହାସନୋପବିଷ୍ଟ [ପିତା ଈଶ୍ୱର] ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ନଳାକାର ପୁସ୍ତକ ନେଲେ। ସେ ନଳାକାର ପୁସ୍ତକ ନିମନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ; ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା।” ତୁମର ପ୍ରାର୍ଥନା କେଉଁ ଆଡକୁ ଯାଉଅଛି ତୁମେ କି ଜାଣିବାକୁ ଚାଁହ? ସ୍ୱର୍ଗରେ ନିରନ୍ତର ଚାଲୁଥିବା ଉପାସନା ସେବାରେ ସେସବୁ ପାତ୍ରରେ ଧୂପ; ସେସବୁ ଆମ୍ଭମାନଙ୍କର ଈଶ୍ୱରଙ୍କ ପାଇଁ ଏକ ନୈବେଦ୍ୟ, ଏକ ସୁଗନ୍ଧିତ ଧୂପ ଥିଲା। “ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, “ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ [ମେଷଶାବକ, ଯୀଶୁ] ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି ଆପଣା ରକ୍ତ ଦ୍ୱାରା ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଅଛ, ପୁଣି ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜକୁଳ ଓ ଯାଜକ କରିଦେଇଅଛ; ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ। ଯୀଶୁ ଖ୍ରୀଷ୍ଟଙ୍କ ଯୋଗ୍ୟତାର ଚମକପ୍ରଦ ଦୃଶ୍ୟ, ଯେ ତୁମର ଓ ମୋର ପାପ ନିମନ୍ତେ ହତ ହେଲେ। ଏହା ଦ୍ୱାରା ସେ ମୁଦ୍ରାସବୁ ଭାଙ୍ଗି ନଳାକାର ପୁସ୍ତକ ଫିଟାଇବାକୁ ଯୋଗ୍ୟ ଅଟନ୍ତି।
ତାପରେ ୬ ପର୍ବ, ଆମ୍ଭେମାନେ ମେଷଶାବକଙ୍କୁ ମୁଦ୍ରାସବୁ ଭାଙ୍ଗୁଥିବା ଓ ଗୋଟିଏ ନଳାକାର ପୁସ୍ତକ ଉପରେ ଏହାର ସପ୍ତ ମୁଦ୍ରାର ଏହି ପ୍ରକ୍ରିୟାକୁ ଅନୁସରଣ କରୁ। ଏହା ଶେଷ ପର୍ଯ୍ୟନ୍ତ ଖୋଲା ଯାଏ ନାହିଁ। ପ୍ରକାଶିତ ବାକ୍ୟର ସାହିତ୍ୟ କ’ଣ ତାହା ବିଷୟରେ ତୁମ୍ଭମାନଙ୍କୁ ଏକ ଧାରଣା ଦେବାକୁ, ମୁଁ କେବଳ ୬ ପର୍ବ ମାଧ୍ୟମରେ ତୁମ୍ଭମାନଙ୍କୁ କଢ଼ାଇ ନେବାକୁ ଚାହେଁ।
ମେଷଶାବକ ପ୍ରଥମ ମୁଦ୍ରା ଖୋଲନ୍ତି ଏବଂ ଜଣେ ଆରୋହୀ ବାହାରି ଆସନ୍ତି ଏବଂ ସେ ଏକ ଶୁକ୍ଳବର୍ଣ୍ଣ ଅଶ୍ୱ ଉପରେ ଚଢ଼ନ୍ତି ଏବଂ ସେ ଯୁଦ୍ଧ କରିବାକୁ ବାହାରି ଯାଆନ୍ତି। ବିଷୟଗୁଡ଼ିକ କଠୋର ହେବାକୁ ଯାଉଅଛି। ମେଷଶାବକ ଦ୍ୱିତୀୟ ମୁଦ୍ରା ଭାଙ୍ଗନ୍ତି ଏବଂ ଅନ୍ୟ ଜଣେ ଆରୋହୀ ଲୋହିତବର୍ଣ୍ଣ ଅଶ୍ୱ ଉପରେ ଚଢ଼ି ବାହାରକୁ ଯାଆନ୍ତି ଏବଂ ଏହି ଆରୋହୀ ଜଗତରୁ ଶାନ୍ତି ଦୂର କରନ୍ତି ତେଣୁ ଲୋକମାନେ ପରସ୍ପରର ହତ୍ୟା କରନ୍ତି। ମେଷଶାବକ ଏକ ତୃତୀୟ ମୁଦ୍ରା ଭାଙ୍ଗନ୍ତି ଏବଂ ଜଣେ ଆରୋହୀ କୃଷ୍ଣବର୍ଣ୍ଣ ଅଶ୍ୱ ଉପରେ ଚଢ଼ି ବାହାରକୁ ଯାଆନ୍ତି ଏବଂ ଆମ୍ଭେମାନେ ଯୁଦ୍ଧର ପରିଣାମ ଦେଖିବା ଆରମ୍ଭ କରିଥାଉ, ବିଶେଷ ଭାବରେ ଏହି କ୍ଷେତ୍ରରେ, ଯୁଦ୍ଧର ଆର୍ଥିକ ବିଧ୍ଵଂସ। ମେଷଶାବକ ଚତୁର୍ଥ ମୁଦ୍ରା ଭାଙ୍ଗନ୍ତି ଏବଂ ଅନ୍ୟ ଜଣେ ଆରୋହୀ ପାଣ୍ଡୁ ବର୍ଣ୍ଣ ଅଶ୍ୱ ଉପରେ ଚଢ଼ି ବାହାରକୁ ଯାଆନ୍ତି। ସେ କେବଳ ଖଡ୍ଗ ଦ୍ୱାରା ହତ୍ୟା କରନ୍ତି ନାହିଁ, ବରଂ ସେ ଦୁର୍ଭିକ୍ଷ ଓ ମହାମାରୀ ସହିତ ମଧ୍ୟ ବିନାଶ କରନ୍ତି, ବିଷୟଗୁଡ଼ିକ ଯାହା ଯୁଦ୍ଧର ଫଳାଫଳରେ ଅନୁଗମନ କରେ। ସେ ପଞ୍ଚମ ମୁଦ୍ରା ଭାଙ୍ଗନ୍ତି; କିନ୍ତୁ ବିଷୟଗୁଡ଼ିକ ବଦଳିଯାଏ ଏବଂ ଆମ୍ଭେମାନେ ପୃଥିବୀରୁ ସ୍ୱର୍ଗକୁ ଯାଉ ଏବଂ ସ୍ୱର୍ଗର ଦୃଷ୍ଟିକୋଣରୁ ପୃଥିବୀରେ ସମସ୍ତ ଭୟଙ୍କର ଘଟଣା ଦେଖିବା ଆରମ୍ଭ କରିଥାଉ; ବିଶେଷ ଭାବରେ ନିହତ ହୋଇଥିବା ଲୋକମାନଙ୍କ ଦୃଷ୍ଟିକୋଣରୁ, ଖ୍ରୀଷ୍ଟିୟାନମାନଙ୍କ ଦୃଷ୍ଟିକୋଣରୁ ଯେଉଁମାନେ ସେମାନଙ୍କ ନିମନ୍ତେ ନିହତ ହୋଇଅଛନ୍ତି। ତେଣୁ ୬ ପର୍ବ ୧୦ ପଦରୁ ଆରମ୍ଭ କରି ନିହତ ହୋଇଥିବା ଲୋକମାନେ ଈଶ୍ୱରଙ୍କ ନିକଟରେ ଉଚ୍ଚ ସ୍ୱରରେ ଡାକ ପକାଇ କହୁଥିଲେ, “ହେ ସର୍ବଶକ୍ତିମାନ ପ୍ରଭୁ, ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମ୍ଭେ ବିଚାର ନ କରି ପୃଥିବ ନିବାସୀମାନଙ୍କଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ?” ଯେଉଁମାନେ ତୁମ୍ଭକୁ, ତୁମ୍ଭର ଲୋକମାନଙ୍କୁ ବଧ କରିଅଛନ୍ତି, ଆଉ କେତେ କାଳ ଦଣ୍ଡ ନ ଦେଇ ତୁମ୍ଭେ ଅପେକ୍ଷା କରିବ? ପୁଣି ଯୀଶୁ କହନ୍ତି, “ଟିକିଏ ଅପେକ୍ଷା କର।” “ସେମାନଙ୍କର ଯେଉଁ [ତୁମର] ସହଦାସ ଓ ସେମାନଙ୍କ ଭ୍ରାତୃଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏ, ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା।” ସେଠାରେ ଥିବା ସାଧୁମାନେ କହୁଅଛନ୍ତି, “ହେ ପ୍ରଭୁ, କେତେ ଦିନ, ତୁମ୍ଭର ନ୍ୟାୟ ରାଜତ୍ୱ ନ କରିବ। କେତେ ଦିନ ପର୍ଯ୍ୟନ୍ତ ତୁମ୍ଭ ବିରୁଦ୍ଧରେ କରାଯାଇଥିବା ଅପରାଧ ଯାହା ଆମ୍ଭମାନଙ୍କ ଉପରେ ପ୍ରଭାବିତ ହୋଇଅଛି ତାହା ବିଚାର କରାଯିବ ନାହିଁ। ତୁମ୍ଭର ପରିଶୋଧ ପର୍ଯ୍ୟନ୍ତ କେତେ ଦିନ?” ପୁଣି ଯୀଶୁ କହନ୍ତି,“ଏତେ ଶୀଘ୍ର ହୁଏ ନାହିଁ। ଆହୁରି ଅନେକ ଖ୍ରୀଷ୍ଟିୟାନ ଅଛନ୍ତି ଯେଉଁମାନେ ନିଶ୍ଚୟ ମୃତ୍ୟୁବରଣ କରିବାର ଅଛି।”
ତା’ପରେ ଷଷ୍ଠ ମୁଦ୍ରା ଭଙ୍ଗା ଯାଇଛି ଏବଂ ଆମ୍ଭମାନଙ୍କର ଅନ୍ତିମ ବିଚାର ଅଛି। ପୁଣି ଅନ୍ତିମ ବିଚାର ମହା ଜଗତ ସମ୍ବନ୍ଧୀୟ ଚିହ୍ନସବୁ ସହିତ ଆସେ। ଯେଉଁ ଲୋକମାନେ ଖ୍ରୀଷ୍ଟିୟାନମାନଙ୍କୁ ବଧ କରୁଥିଲେ, ଯେଉଁମାନଙ୍କର ଜାଗତିକ ଶକ୍ତି ଥିଲା କିନ୍ତୁ ଆଧ୍ୟାତ୍ମିକ ଶକ୍ତି ନ ଥିଲା, ସେମାନେ ୧୬ ପଦରେ ଉଚ୍ଚ ସ୍ୱର କରିବାକୁ ଲାଗିଲେ: ସେମାନେ ପର୍ବତଗଣର ଶୈଳସବୁ ନିମନ୍ତେ ଚିତ୍କାର କରି କହୁଅଛନ୍ତି, “ଆମ୍ଭମାନଙ୍କ ଉପରେ ପଡି ସିଂହାସନାପୋବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଆମ୍ଭମାନଙ୍କୁ ଲୁଚାଇ ରଖ। [ସେମାନେ କ’ଣ ଘଟୁଅଛି ଠିକ୍ ଭାବରେ ଜାଣନ୍ତି। ସେମାନେ ଜାଣନ୍ତି କ’ଣ ଘଟୁଅଛି ଓ ସେମାନେ ଈଶ୍ୱରଙ୍କଠାରୁ ଲୁଚିବାକୁ ଚାହାଁନ୍ତି] ପୁଣି ମେଷଶାବକଙ୍କ କ୍ରୋଧରୁ, କାରଣ ସେମାନଙ୍କର କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି, ଆଉ କିଏ ଠିଆ ହୋଇ ପାରେ?” ମୁଁ ଏହି ସମୟରେ ବିଶ୍ୱାସ କରେ ଯେ ଆମ୍ଭେମାନେ ଅନ୍ତିମ ସମୟରେ ଅଛୁ ପୁଣି ମହା ବିଚାର ଉପସ୍ଥିତ ହୋଇଅଛି ଆଉ ଯେଉଁମାନେ ଈଶ୍ୱରଙ୍କ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରିଅଛନ୍ତି ସେମାନେ ବର୍ତ୍ତମାନ ଦେଖନ୍ତି ଯେ, ସେମାନେ ଭୁଲ ପାର୍ଶ୍ୱରେ ଥିଲେ ଆଉ ସେମାନେ ପରାଜୟ ହେବାକୁ ଯାଉଅଛନ୍ତି।
କିନ୍ତୁ ତୁମ୍ଭେମାନେ ସପ୍ତମ ମୁଦ୍ରାକୁ ଯିବା ପୂର୍ବରୁ ବିରାମ ଅଛି ପୁଣି ଯୋହନ ଏହାକୁ କେତେକ ଥର ଦୋହରାଇଛନ୍ତି, କାରଣ ସମସ୍ତ ଯନ୍ତ୍ରଣା ଓ କୋଳାହଳ ଏବଂ ଆଘାତ ଓ ମୃତ୍ୟୁ ମଧ୍ୟରେ, ଯୋହନ ଖ୍ରୀଷ୍ଟିୟାନମାନଙ୍କୁ ବୁଝିବାକୁ ଚାହାଁନ୍ତି ଯେ, ସେମାନେ ଏକାକୀ ନୁହଁନ୍ତି, ଈଶ୍ୱର ସେମାନଙ୍କୁ ସୁରକ୍ଷା ଦେଉଅଛନ୍ତି; ମୃତ୍ୟୁରୁ ନୁହେଁ, ବରଂ ମୃତ୍ୟୁ ଦ୍ୱାରା ସେମାନଙ୍କୁ ସୁରକ୍ଷା କରୁଅଛନ୍ତି। ତେଣୁ ତୁମ୍ଭମାନଙ୍କର ଏହି ୧୪୪,୦୦୦ର ମୁଦ୍ରାଙ୍କିତ ଅଛି, ୭ ପର୍ବ ୨ ପଦରୁ ଆରମ୍ଭ ହୋଇଛି: “ପୁଣି ମୁଁ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି, ତାହାଙ୍କ ହସ୍ତରେ ଜୀବିତ ଈଶ୍ୱରଙ୍କର ମୁଦ୍ରା ଥିଲା, ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପ୍ରାପ୍ତ ସେହି ଚାରି ଦୂତଙ୍କୁ ସେ ଉଚ୍ଚ ସ୍ୱରରେ ଡାକି କହିଲେ, ଆମ୍ଭେମାନେ ଆପଣାମାନଙ୍କ ଈଶ୍ୱରଙ୍କ ଦାସମାନଙ୍କ କପାଳରେ ମୁଦ୍ରାଙ୍କ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ବୃକ୍ଷସମୂହର କ୍ଷତି କର ନାହିଁ। ତତ୍ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ସହସ୍ର (୧୪୪,୦୦୦) ଲୋକ ମୁଦ୍ରାଙ୍କିତ ହେଲେ।’”
ଇସ୍ରାଏଲରେ ୧୨ ଗୋଷ୍ଠୀ ଅଛନ୍ତି ଏବଂ ମଣ୍ଡଳୀ ୧୨ X ୧୨,୦୦୦ କିମ୍ବା ୧୪୪,୦୦୦ ଅଟେ। ଏବଂ ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରକୃତରେ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ଅଟନ୍ତି, ସେମାନେ ମୁଦ୍ରାଙ୍କିତ ହେବାକୁ ଯାଉଅଛନ୍ତି। ଏବଂ ଯେତେବେଳେ ତୁମେ ଏକ ନଳାକାର ପୁସ୍ତକ ମୁଦ୍ରାଙ୍କିତ କର ସେତେବେଳେ କ’ଣ ହୁଏ? ତୁମେ ପ୍ରଭୁତ୍ୱର ଏକ ଚିହ୍ନ ରଖୁଅଛ ପୁଣି ତୁମେ ପୁସ୍ତକର ବିଷୟବସ୍ତୁକୁ ସୁରକ୍ଷା କରୁଅଛ। ତେଣୁ ତୁମକୁ ଓ ମୋତେ ମୁଦ୍ରାଙ୍କିତ କରାଯିବ ଆଉ ଆମ୍ଭମାନଙ୍କ ଉପରେ ଖ୍ରୀଷ୍ଟଙ୍କ ପ୍ରଭୁତ୍ୱର ଚିହ୍ନ ରହିବ ପୁଣି ଆମ୍ଭମାନଙ୍କୁ ସୁରକ୍ଷିତ ରଖାଯିବ। ମୃତ୍ୟୁରୁ ନିରାପଦ ନୁହେଁ, ନହେଲେ ପ୍ରକାଶିତ ବାକ୍ୟ ୨ ଏବଂ ୩ ପର୍ବ ସମ୍ପୂର୍ଣ୍ଣ ଭାବରେ କୌଣସି ଅର୍ଥ କରେ ନାହିଁ। ପାରଦୀଶକୁ ଯିବାବେଳେ ଆମ୍ଭମାନଙ୍କୁ ମୃତ୍ୟୁ ମାଧ୍ୟମରେ ସୁରକ୍ଷିତ ରଖାଯାଏ।
ତା’ପରେ ୯ ପଦରୁ ଆରମ୍ଭ କରି ତୁମର ଅନ୍ତିମ ବିଚାର ଅଛି। “ଏହା ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ, ସର୍ବଭାଷାବାଦୀ ଅଗଣ୍ୟ ଏକ ମହା ଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି। ସେମାନେ ଉଚ୍ଚ ସ୍ୱରରେ କହୁଅଛନ୍ତି, ‘ପରିତ୍ରାଣ ସିଂହାସନୋପବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷଶାବକଙ୍କର ଅଟେ!' ଯେତେବେଳେ ତୁମେ ସେହି ଉଦ୍ଧୃତାଂଶ ପଢ଼, ତୁମେ ବୁଝିପାର କି ଯେ, ତାହା ତୁମେ ଅଟ? ଏହା ମୁଁ ଅଟେ। ଏହା ସମସ୍ତ ବର୍ଣ୍ଣର ଲୋକମାନଙ୍କ ସହିତ ଆମ୍ଭମାନଙ୍କ ଏକତ୍ର, ସବୁ ସମୟର, ପ୍ରତ୍ୟେକେ ବ୍ୟକ୍ତି ଯେ ୧୪୪,୦୦୦ ମଧ୍ୟରେ ଅଛନ୍ତି, ସମସ୍ତେ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ପ୍ରକୃତ ବିଶ୍ୱାସୀ ଅଟନ୍ତି। ତୁମେ ନିଜକୁ ଏହିଠାରେ ରଖିବାର ଅଛି ଯେଉଁଠାରେ ଆମ୍ଭେମାନେ ସମ୍ପୃକ୍ତ ଏବଂ ଆମ୍ଭେମାନେ ସେଠାରେ ରହିବାକୁ ଯାଉଅଛୁ ଏବଂ ଏହି ଶୁକ୍ଳ ବସ୍ତ୍ର ପରିହିତ ହେବା। ଅତିକମରେ ଉପମା ଜାରି ରହିବା ସମୟରେ, ଆମ୍ଭେମାନେ ଖଜୁରୀ ବାହୁଙ୍ଗା ହସ୍ତରେ ଧରିବା। ଆମ୍ଭେମାନେ ଉଚ୍ଚ ସ୍ୱରରେ କହିବାକୁ ଯାଉଅଛୁ, “ପରିତ୍ରାଣ!” ଏହା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଅଟେ, ତାହା ସଂକ୍ଷିପ୍ତ ନୁହେଁ, ପୃଥିବୀ ଉପରେ ତିନି- ସେକେଣ୍ଡର ଦୁଃଖଭୋଗର ଅବଧି, ମାତ୍ର ବର୍ତ୍ତମାନ ଯାହା ହେଉଛି: “ପରିତ୍ରାଣ ସିଂହାସନୋପବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷଶାବକଙ୍କର ଅଟେ। ପୁଣି ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି, ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ୱରଙ୍କୁ ପ୍ରଣାମ କରି କହୁଅଛନ୍ତି, ‘ଆମେନ୍’ [ଆମେନ୍ ସମୂହ ସହିତ ମୋର ଉପଦେଶ ସମୂହକୁ ବାଧା ଦେବା ନିମନ୍ତେ ତୁମର ବାଇବଲ ସମ୍ବନ୍ଧୀୟ ଆଦେଶ ଅଛି। ଏହା କର ଯାହା ସବୁ ତୁମେ କରିବାକୁ ଚାଁହ] ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ପରମେଶ୍ଵରଙ୍କର, ଆମେନ୍। ତାହାହିଁ ଯାହା ଆମ୍ଭେମାନେ ସ୍ୱର୍ଗରେ ଉଚ୍ଚ ସ୍ୱରରେ କହିବାକୁ ଯାଉଅଛୁ।
“ପୁଣି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ [ଅର୍ଥାତ୍ ଯୋହନ] ସମ୍ବୋଧନ କରି ପଚାରିଲେ, “ଏହି ଲୋକମାନେ କିଏ ବୋଲି ତୁମେ ଭାବୁଅଛ? ଶୁକ୍ଳ ବସ୍ତ୍ର ପରିହିତ ଏହି ଲୋକମାନେ କିଏ? ଓ ସେମାନେ କେଉଁଠାରୁ ଆସିଅଛନ୍ତି?" ଯୋହନ ପ୍ରାଚୀନକୁ କହିଲେ। “ଆପଣହିଁ ତାହା ଜାଣନ୍ତି।" (ଅନ୍ୟ ଅର୍ଥରେ, ମୋର ଆଦୌ କୌଣସି ଧାରଣା ନାହିଁ।) ପୁଣି ପ୍ରାଚୀନ ଯୋହନଙ୍କୁ କହିଲେ: ‘ଏମାନେ ମହା କ୍ଳେଶରୁ ବାହାରି ଆସିଅଛନ୍ତି। ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି।” ଏହା ଏକ ରକ୍ତ ନିମଜ୍ଜିତ ବସ୍ତ୍ରରୁ ଧୌତ ହୋଇ ଶୁକ୍ଳ ବସ୍ତ୍ରରେ ପରିଣତ ହେବାର ଏକମାତ୍ର ସମୟ ଅଟେ।
“ସେଥିପାଇଁ, ସେମାନେ [ଆମ୍ଭେମାନେ] ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କର ଉପାସନା [ଆମ୍ଭେମାନେ] କରନ୍ତି, ପୁଣି ସିଂହାସନାପୋବିଷ୍ଟ ବ୍ୟକ୍ତି ସେମାନଙ୍କର [ଆମ୍ଭମାନଙ୍କର] ଆଶ୍ରୟସ୍ବରୂପ ହେବେ। ସେମାନଙ୍କର [ଆମ୍ଭେମାନଙ୍କର] ଆଉ କେବେହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି ସୂର୍ଯ୍ୟ କିଅବା କୌଣସି ଉତ୍ତାପ ଆମ୍ଭମାନଙ୍କୁ ଆଘାତ କରିବ ନାହିଁ, କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ [ଆମ୍ଭମାନଙ୍କର] ମେଷପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ [ଆମ୍ଭମାନଙ୍କୁ] କଢ଼ାଇ ନେବେ, ପୁଣି ଈଶ୍ୱର ଆମ୍ଭମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ।”
ସେଥିନିମନ୍ତେ ଧର୍ମତତ୍ତ୍ୱ ଶବ୍ଦ ଅଛି, ଏହା “ଆମେନ୍" ବୋଲି ଡକାଯାଏ, କିମ୍ବା ସ୍ଵଦେଶୀୟ ଭାଷାରେ, “ବାଃ!"
ସେଠାରେ ୧୪୪,୦୦୦, ସମସ୍ତ ବିଶ୍ୱାସୀମାନଙ୍କ ସମୁଦାୟ ସଂଖ୍ୟା ମୁଦ୍ରାଙ୍କିତ ହୋଇଅଛି। ଆମ୍ଭେମାନେ ସୁରକ୍ଷିତ ପୁଣି ଆମ୍ଭେମାନେ ସୁରକ୍ଷିତ ଥିବାରୁ, ଆମ୍ଭେମାନେ ତାଡ଼ନା ସହିବାକୁ ସକ୍ଷମ ଅଟୁ। ଆମ୍ଭେମାନେ ଜୟ କରିବାକୁ ସକ୍ଷମ ଅଟୁ; ଆମ୍ଭେମାନେ ଏପରିକି ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ବିଶ୍ୱସ୍ତ ହେବାକୁ ସକ୍ଷମ ଅଟୁ। ଏବଂ ଆମ୍ଭମାନଙ୍କର ପୁରସ୍କାର କ’ଣ? ଈଶ୍ୱରଙ୍କ ଉପସ୍ଥିତିରେ ବାସ କରିବା ଆମ୍ଭମାନଙ୍କର ପୁରସ୍କାର ଅଟେ। ଆମ୍ଭେମାନେ ଈଶ୍ୱରଙ୍କ ସିଂହାସନର ସମ୍ମୁଖୀନ ହେବା; ଆମ୍ଭର ଆଉ କ୍ଷୁଧା ଓ ତୃଷା ହେବ ନାହିଁ ଏବଂ ମେଷଶାବକ ଆମ୍ଭମାନଙ୍କ ମଧ୍ୟରେ ରହିବେ ଏବଂ ସେ ଆମ୍ଭମାନଙ୍କ ମେଷପାଳକ ହେବେ; ଏବଂ ସେ ଆମ୍ଭମାନଙ୍କର ଈଶ୍ୱର ହେବେ, ମୋର ରୁମାଲ ନୁହେଁ, ମୋ’ ସ୍ତ୍ରୀ ନୁହେଁ, ମୋର ପିତାମାତା ନୁହେଁ, ଈଶ୍ୱର ମୋ’ ଚକ୍ଷୁରୁ ପ୍ରତ୍ୟେକ ଅଶ୍ରୁଜଳ ପୋଛି ଦେବେ।
ଏପରି କୌଣସି ବିଷୟ ଅଛି କି ଯାହା ଏହି ଜଗତକୁ ଦେବାକୁ ପଡ଼ିବ ଯାହା ଯିବା ପାଇଁ ସଂକୀର୍ଣ୍ଣ ମାର୍ଗର ଅନ୍ୟ ପାର୍ଶ୍ୱରେ ଆମ୍ଭମାନଙ୍କୁ ଅପେକ୍ଷା କରୁଥିବାଠାରୁ ଅଧିକ ଆନନ୍ଦଦାୟକ ଓ ଅଧିକ ସନ୍ତୋଷଜନକ କ’ଣ ଅଛି। କିଛି ଅଛି କି?
ମୁଁ ପ୍ରକାଶିତ ବାକ୍ୟ ଉପରେ ଡକ୍ଟର ଷ୍ଟେନଙ୍କଠାରୁ ଏକ ବକ୍ତୃତା ଶୁଣୁଥିଲି। ସେଥିରେ ସେ ଜଣେ ବ୍ୟକ୍ତିଙ୍କ ବିଷୟରେ ଏକ କାହାଣୀ କହିଥିଲେ, ତାହାଙ୍କ ନାମ କୁମାରୀ ୱେଲସେନ୍, ସେ ବାପ୍ଟିଷ୍ଟ୍ ସାଧାରଣ ସମ୍ମିଳନୀରେ ବହୁ ବର୍ଷ ଧରି ବିଦେଶୀ ମିଶନର ମୁଖ୍ୟ ଥିଲେ। ୧୯୯୦ ଦଶକ ପୂର୍ବରେ ଏହା ଫେରି ଆସିଥିଲା ଏବଂ ଡକ୍ଟର ୱେଲସେନ୍ କ’ଣ ହେଉଥିଲା ତାହା ଦେଖିବାକୁ ଇଥିଓପିଆକୁ ଯାଇଥିଲେ। ଆଉ ସେଠାରୁ ଫେରିଆସି ଡକ୍ଟର ଷ୍ଟେନ୍ ସହ କଥାବାର୍ତ୍ତା କରୁଥିଲେ ଆଉ ସେ କହିଲେ, “ବବ୍, ଇଥିଓପିଆର ବାଇବଲ ମଧ୍ୟରୁ ଦୁଇଟି ପ୍ରିୟ ପୁସ୍ତକ କ’ଣ ବୋଲି ଭାବୁଛ? “ବବ୍ ଅଳ୍ପ ଟିକେ ଚିନ୍ତା କରି କହିଲେ, “ହଁ, ସେମାନେ ନିଶ୍ଚିତ ଭାବରେ ଯୀଶୁଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି, ତେଣୁ ସୁସମାଚାର ମଧ୍ୟରୁ ଗୋଟିଏ, ସମ୍ଭବତଃ ଯୋହନ। ଅବଶ୍ୟ ସମସ୍ତେ ଏକ ଉତ୍ତମ ପଦ୍ଧତିଗତ ଈଶ୍ୱରତତ୍ତ୍ୱ ପାଇବାକୁ ଚାହାଁନ୍ତି, ତେଣୁ ମୁଁ ରୋମୀୟ ପୁସ୍ତକ ଅନୁମାନ କଲି। ତେଣୁ ନିଶ୍ଚିତ ଭାବରେ ତାଡ଼ନାପ୍ରାପ୍ତ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ ଦୁଇଟି ପ୍ରିୟ ପୁସ୍ତକ, (କାରଣ ସେମାନେ ସେହି ସମୟରେ ସାମ୍ୟବାଦ ଅଧୀନରେ ଥିଲେ) ଯୋହନ ଓ ରୋମୀୟ ହେବ।” ଡକ୍ଟର ୱେଲସେନ୍ ତାହଙ୍କ ଆଡକୁ ଦେଖି ମସ୍ତକ ହଲାଇ କହିଲେ, “ଏପରିକି ନିକଟବର୍ତ୍ତୀ ନୁହେଁ।" “ଆଚ୍ଛା, ସେସବୁ କ’ଣ ଅଟେ?” “ସେସବୁ ଦାନିୟେଲ ଏବଂ ପ୍ରକାଶିତ ବାକ୍ୟ ଅଟେ।" କାରଣ ଇଥିଓପିଆରେ ତାଡ଼ନପ୍ରାପ୍ତ ମଣ୍ଡଳୀ ଜାଣିବାକୁ ଚାହୁଁଥିଲା ଯେ, ଉଦ୍ଦେଶ୍ୟ ଥିଲା; ଏହାର ଅର୍ଥ ଥିଲା; ଏହାର ଗୁରୁତ୍ୱ ଥିଲା; ଭୟଙ୍କର ଅବର୍ଣ୍ଣିତ ତାଡ଼ନା ମଧ୍ୟରେ ଈଶ୍ୱରଙ୍କଠାରୁ ଶକ୍ତି ଥିଲା। ସେମାନେ ଜାଣିବାକୁ ଚାହିଁଥିଲେ ଯେ, ସେଠାରେ ଲାଗି ରହିବାକୁ ଓ ବିଶ୍ୱସ୍ତ ହେବାର ଏକ କାରଣ ଥିଲା। ପୁଣି ପ୍ରକାଶିତ ପୁସ୍ତକ ସେମାନଙ୍କୁ ଅକଥନୀୟ ଆନନ୍ଦ ଦେଖାଇଲା ଯାହା ଯେଉଁମାନେ ଜୟ କରିଅଛନ୍ତି, ଯେଉଁମାନେ ମୃତ୍ୟୁ ପର୍ଯ୍ୟନ୍ତ ବିଶ୍ୱସ୍ତ ସେମାନଙ୍କ ନିମନ୍ତେ ତାହା ଅପେକ୍ଷା କରୁଅଛି। ମୁଁ ସନ୍ଦେହ କରୁଛି ଯେ, ଯେତେବେଳେ ଆମେରିକୀୟ ମଣ୍ଡଳୀ ଶେଷରେ ତାଡ଼ନାପ୍ରାପ୍ତ ହେବାକୁ ଲାଗେ, ତଥ୍ୟ ତାଲିକା ଓ ଯୁକ୍ତି ଏବଂ ସେହି ସମସ୍ତ ବିଷୟ ଯାହା ଦ୍ଵିତୀୟ ସ୍ଥାନ ସବୁ ଦୂର କରିବ। ଏବଂ କ’ଣ ଗୁରୁତ୍ୱପୂର୍ଣ୍ଣ ହେବ, ତାଡ଼ନା କ’ଣ ଏହାର ମୂଲ୍ୟ ଅଟେ? ଈଶ୍ୱର ଏଥିରେ ଅଛନ୍ତି କି? ସେ ମୋତେ ରକ୍ଷା କରିବେ କି? ଏବଂ ଦିନର ଶେଷରେ, ଏହା ମୂଲ୍ୟବାନ ଅଟେ କି? ଏବଂ ଆମ ସମସ୍ତଙ୍କର ଉତ୍ତର ହେଉଛି: “ହଁ। ହଁ।”
ବର୍ତ୍ତମାନ ସେମାନଙ୍କ ନିମନ୍ତେ, ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରୁ ପ୍ରକାଶିତ ବାକ୍ୟ ସହିତ ପରିଚିତ, ତୁମେ ଜାଣ ଯେ ମୁଁ ପୂର୍ବରୁ କିଛି ବ୍ୟାଖ୍ୟାମୂଳକ ପଦବୀ ନେଇସାରିଅଛି। ମୁଁ ଆହୁରି ଅଧିକ ବ୍ୟାଖ୍ୟାମୂଳକ ପଦବୀ ନେଇ ଆରମ୍ଭ କରିବାକୁ ଯାଉଅଛି କାରଣ ୮ ପର୍ବରେ ତୁମେ କିପରି ଭାବରେ ପ୍ରକାଶିତ ବାକ୍ୟକୁ ଏକ ପୂର୍ଣ୍ଣ ରୂପେ ଦେଖ ତାହା ପ୍ରକୃତରେ ପ୍ରଭାବିତ ହେବାକୁ ଆରମ୍ଭ କରେ; ଏବଂ ଖୋଲାଖୋଲି ଭାବେ (ବିନା ଦ୍ୱିଧାରେ) ଯଦି ଏହା ପ୍ରତି ମୁଁ ଠିକ୍ କିମ୍ବା ଭୁଲ୍ କରେ ତେବେ ଏହାର କୌଣସି ଫରକ ପଡେ଼ ନାହିଁ। ଏହା ମୋ’ ପାଇଁ ଅପ୍ରାସଙ୍ଗିକ ଅଟେ। କିନ୍ତୁ ମୁଁ ଭାବୁଛି ୮ ପର୍ବରେ ଯାହା ଘଟେ ତାହା ହେଉଛି ଆମ୍ଭେମାନେ ଚକ୍ରଗୁଡ଼ିକର ଏକ କ୍ରମରେ ପ୍ରବେଶ କରୁ। ମୁଁ ଭାବୁଛି କ’ଣ ଘଟେ ସେଠାରେ ଦୁଇଟି ଚକ୍ର ଅଛି କିମ୍ବା ବୋଧହୁଏ, ଯଦି ତୁମେ ଜଣେ ଅଣ ସହସ୍ର ବର୍ଷବାଦୀ, ତିନୋଟି ଚକ୍ର ଯେଉଁଠାରେ ଯୋହନ ଆମ୍ଭମାନଙ୍କୁ ସମାନ କଥା କହନ୍ତି। ସେ ସମାନ ବିଷୟ କହନ୍ତି, କିନ୍ତୁ ସେ ବନ୍ଧନକୁ ଶକ୍ତ କରୁଅଛନ୍ତି, ଚକ୍ରଗୁଡ଼ିକ ଛୋଟ ହେବାକୁ ଲାଗୁଅଛି ଏବଂ ସେଗୁଡ଼ିକ ମନ୍ଦ ହେବାକୁ ଯାଉଅଛି, କିନ୍ତୁ ଏହା ବାରମ୍ବାର ସମାନ କଥା। ତେଣୁ ତୁମର ସପ୍ତ ତୂରୀର ଏକ ଚକ୍ର ଅଛି, କାରଣ ଯେତେବେଳେ ତୁମେ ସପ୍ତମ ମୁଦ୍ରା ଭାଙ୍ଗିବ ତୁମେ ସାତୋଟି ତୂରୀ ପାଇବ ଏବଂ ତୁମେ ମୁଦ୍ରାଙ୍କିତ ଥିବା ସମାନ ମୌଳିକ ବାର୍ତ୍ତା ସହିତ ସପ୍ତ ତୂରୀର ବାର୍ତ୍ତା ମଧ୍ୟ ଦେଇ ଯାଅ। ତା’ପରେ ଅଧିକ ସୂଚନା ଅଛି ଏବଂ ତୁମର ଢଳାଯାଇଥିବା ସପ୍ତ ପାତ୍ରର ଆଉ ଏକ ଚକ୍ର ଅଛି ଆଉ ସେହି ସାତୋଟି ପାତ୍ରରେ ତୁମର ସମାନ ମୌଳିକ ବାର୍ତ୍ତା ଅଛି।
ତାହା ଆମ୍ଭମାନଙ୍କୁ ୧୯ ପର୍ବକୁ ଆଣିଥାଏ ଯେଉଁଠାରେ ଆମ୍ଭେମାନେ, ମୋ’ ବ୍ୟାଖ୍ୟାରେ, ପୁଣି ଥରେ ଅନ୍ତିମ ବିଚାର ବିଷୟରେ କଥାବାର୍ତ୍ତା କରୁ। ୧୯ ପର୍ବରେ ଯୋହନ ଆନନ୍ଦରେ ଆରମ୍ଭ କରନ୍ତି; ଈଶ୍ୱରଙ୍କ ନ୍ୟାୟରେ ଆନନ୍ଦ। ଆମ୍ଭେମାନେ ଅନ୍ୟ ଦିନ କହିଥିଲୁ ଯେ, ଜୀବନର ଏକ ମୌଳିକ ପ୍ରଶ୍ନ ହେଉଛି, “ଈଶ୍ୱର କ’ଣ ସବୁବେଳେ ମଙ୍ଗଳମୟ ଅଟନ୍ତି କି?” ଏବଂ ମନ୍ଦତାର ଉପସ୍ଥିତି ଏବଂ ଯନ୍ତ୍ରଣାର ଉପସ୍ଥିତି ଈଶ୍ୱରଙ୍କ ନ୍ୟାୟକୁ ପ୍ରଶ୍ନ କରିବାକୁ ଆହ୍ୱାନ କରେ କି। ତେଣୁ ୧୯ ପର୍ବ ଈଶ୍ୱରଙ୍କ ନ୍ୟାୟରେ ଆନନ୍ଦର ଏକ ନିଶ୍ଚିତତା ସହିତ ଆରମ୍ଭ କରେ। “ଏଥିଉତ୍ତାରେ ମୁଁ ସ୍ୱର୍ଗରେ ମହା ଜନତାର ଶବ୍ଦ ପରି ଗୋଟିଏ ମହା ଶବ୍ଦ ଶୁଣିଲି, ହାଲ୍ଲିଲୂୟା! ପରିତ୍ରାଣ, ଗୌରବ ଓ ପରାକ୍ରମ ଆମ୍ଭମାନଙ୍କ ଈଶ୍ୱରଙ୍କର, କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାର୍ଯ୍ୟ।” ପୁଣି ସେ କହିବାକୁ ଜାରି ରଖନ୍ତି ଯେ, ଈଶ୍ୱର ମହା ବେଶ୍ୟାକୁ ବିଚାର କରିଅଛନ୍ତି, ପୁସ୍ତକରେ ପୂର୍ବରେ ଏକ ଚରିତ୍ର।
ଆହୁରି ଯୋହନ କହନ୍ତି ତୁମେ ଓ ମୁଁ କିପରି ବିଶ୍ଵସ୍ଥ ସେବିଷୟରେ କଥାବାର୍ତ୍ତା କରନ୍ତି, ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ଅଟୁ, ସେମାନେ ବିବାହ ଭୋଜ ନିମନ୍ତେ ପ୍ରସ୍ତୁତ ହେବାକୁ ଯାଉଅଛନ୍ତି; ଆମ୍ଭେମାନେ ମେଷଶାବକଙ୍କୁ ବିବାହ କରିବାକୁ ଯାଉଅଛୁ; ଯେ, ତୁମେ ଏବଂ ମୁଁ (ପୁରୁଷ ଏବଂ ସ୍ତ୍ରୀ ସମାନ) ଖ୍ରୀଷ୍ଟଙ୍କ କନ୍ୟା, ମେଷଶାବକଙ୍କ କନ୍ୟା ଅଟୁ। ଏବଂ ଆମ୍ଭେମାନେ ତାହାଙ୍କ ସହିତ ବିବାହ କରିବାକୁ ଯାଉଅଛୁ ଏବଂ ସେଠାରେ ତାପର ମାପକ ବିନା ଓ ଅବିଶ୍ୱାସନୀୟ ସ୍ୱାଦର ଭୋଜ ହେବାକୁ ଯାଉଅଛି।ଏହା ଏକ ମହା ଭୋଜ।
ତା’ପରେ ଜଣେ ଆରୋହୀ ଯିଏ ଗୋଟିଏ ଶ୍ଵେତବର୍ଣ୍ଣ ଅଶ୍ୱ ଉପରେ ଚଢ଼ି ଆସନ୍ତି, ତାହାଙ୍କ ମୁଖରୁ ତୀକ୍ଷ୍ମ ଖଡ୍ଗ ନିର୍ଗତ ହୁଏ। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ; ସେ ଯୀଶୁ ଅଟନ୍ତି। ସେ ସେହି ପଶୁକୁ ବିନାଶ କରନ୍ତି। ସେ ଭଣ୍ଡ ଭାବବାଦୀଙ୍କୁ, ଦୁଷ୍ଟାତ୍ମାକୁ ବିନାଶ କରନ୍ତି, ଯେଉଁମାନେ ମଣ୍ଡଳୀକୁ ତାଡ଼ନା ଦେଇଅଛନ୍ତି ପୁଣି ସେ ସେମାନଙ୍କୁ ଯେଉଁଠାରେ ଅଛନ୍ତି, ଅଗ୍ନିମୟ ହ୍ରଦକୁ ନିକ୍ଷେପ କରନ୍ତି। କାହାଣୀ ଜାରି ରହେ ଓ ପରିଶେଷରେ ଶୟତାନକୁ ବିନାଶ କରାଯାଏ। ପ୍ରକାଶିତ ବାକ୍ୟ ୨୦:୧୦: “ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି ସେମାନେ ଦିନରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ।”
ତତ୍ପରେ ଆମ୍ଭେମାନେ ୧୨ ପଦରେ ବୃହତ ଶ୍ଵେତ ସିଂହାସନ ବିଚାର ବିଷୟରେ ପଢୁ: “ପୁସ୍ତକଗୁଡ଼ିକରେ ଲିଖିତ ବିଷୟ ପ୍ରମାଣେ, ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ।” ଅନ୍ତିମ ବିଚାର। ତା’ପରେ ୧୪ ପଦ: “ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ ଅର୍ଥାତ୍ ଅଗ୍ନିମୟ ହ୍ରଦ, ଦ୍ୱିତୀୟ ମୃତ୍ୟୁ।” ଦ୍ୱିତୀୟ ମୃତ୍ୟୁ ଯାହାକୁ ଆମ୍ଭେମାନେ ଜୟ କରିଅଛୁ, ତାହା ଅଧୀନ ହେବ ନାହିଁ। “ଯାହାର ନାମ ଜୀବନ ପୁସ୍ତକରେ ଲେଖାହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା।" ସେହି ପ୍ରକାରେ ଯେଉଁମାନେ ଏହି ଜୀବନରେ ତୁମକୁ ବିରୋଧ କରନ୍ତି ଏବଂ ସେହି ପ୍ରକାରେ ମରନ୍ତି, ସେମାନଙ୍କୁ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଯିବ। ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାର ସେମାନକୁ ପ୍ରଚାର କରାଗଲା, ଯେଉଁମାନେ ତୁମକୁ ଓ ଅନ୍ୟମାନଙ୍କୁ ପ୍ରତ୍ୟୁତ୍ତର କଲେ ନାହିଁ, ସେମାନଙ୍କୁ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଯିବ। ଯେଉଁମାନଙ୍କ ସହିତ ସୁସମାଚାର କେବେବି ବିତରଣ କରାଯାଇ ନ ଥିଲା, ତୁମର ପ୍ରତିବାସୀ, ବାଙ୍ଗଲାଦେଶରେ ରହୁଥିବା ଲୋକ, ସେହି ଲୋକମାନଙ୍କୁ ମଧ୍ୟ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଯିବ।
ଏହି ଉଦ୍ଧୃତାଂଶ ବାସ୍ତବରେ ତୁମକୁ ପ୍ରଶ୍ନ ପଚାରିବାରେ ସାହାଯ୍ୟ କରେ, “ବାସ୍ତବରେ ଆପଣ ନର୍କରେ ବିଶ୍ୱାସ କରନ୍ତି କି?” ଆପଣଙ୍କର ଏହି ପ୍ରତିଵାସୀଙ୍କ ସହିତ ସୁସମାଚାର ବାଣ୍ଟିବାକୁ କୌଣସି କାରଣ ନିମନ୍ତେ ଏତେ କଠିନ ହୁଏ, ଯଦି କେହି ତାହା ନ କରନ୍ତି, ତେବେ ସେ ଅଗ୍ନିମୟ ହ୍ରଦରେ ନିକ୍ଷେପ ହେବାକୁ ଯାଉଅଛି ଓ ସେଠାରେ ଚିରଦିନ ଜଳିବାକୁ ଯାଉଅଛି।
ତାହା ଅନ୍ତିମ ବିଚାର ଅଟେ। ଏହା ଏକ ଆତଙ୍କଜନକ ବିଷୟ ଅଟେ। କିନ୍ତୁ ତତ୍ପରେ ୨୧ ଓ ୨୨ ପର୍ବରେ ଆମ୍ଭେମାନେ ଶେଷରେ ଜଣେ ବ୍ୟକ୍ତି କ’ଣ କହନ୍ତି ତାହା ଦେଖିବାକୁ ପାଉ, “ଆମ୍ଭେମାନେ କ’ଣ ଅପେକ୍ଷା କରୁଅଛୁ? ଆପଣ କ’ଣ ଅପେକ୍ଷା କରୁଅଛନ୍ତି?” ପିଲାମାନେ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରି ଏକ ସୁନ୍ଦର ଖ୍ରୀଷ୍ଟିୟାନ ପୁଅ କିମ୍ବା ଝିଅକୁ ବିବାହ କରିବାକୁ ଅପେକ୍ଷା କରିଅଛନ୍ତି କି? ଆଗାମୀ ଦରମା ବୃଦ୍ଧି ପାଇଁ ଅପେକ୍ଷା କରୁଅଛନ୍ତି କି? ଅବସର ପାଇଁ ଅପେକ୍ଷା କରୁଅଛନ୍ତି କି? ଆମ୍ଭେମାନେ କ’ଣ ଅପେକ୍ଷା କରୁଅଛୁ? ଠିକ୍, ୨୧ ଓ ୨୨ ପର୍ବ ଆମ୍ଭମାନଙ୍କୁ ଠିକ୍ ଭାବରେ କହେ ଆମ୍ଭମାନେ କ’ଣ ଅପେକ୍ଷା କରିଅଛୁ।
ଏଠାରେ ପ୍ରତ୍ୟେକ ବିଷୟର ଧ୍ୱଂସ ପୁଣି ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ସୃଷ୍ଟି ସହିତ ୨୧ ପର୍ବରେ ଆରମ୍ଭ ହୁଏ। ୧ ପଦ: “ପରେ ମୁଁ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପପାଇଥିଲା, ପୁଣି ସମୁଦ୍ର ଆଉ ନ ଥିଲା। [ପ୍ରତ୍ୟେକ ବିଷୟ ଧ୍ୱଂସ କରାଯାଉଅଛି; ତୁମର ଘର, ତୁମର କାର୍, ତୁମର ବ୍ୟାଙ୍କ ଖାତା, ତୁମର ପ୍ରଭାବ, ତୁମର ବୋଧ ଶକ୍ତି। ସବୁ ଲୁପ୍ତ କରାଯିବ। ଏହା ଅଗ୍ନିଶିଖାରେ ଉପରକୁ ଯାଉଅଛି। ଆଉ କୌଣସି ଅର୍ଥରେ ଅଗ୍ନି ବୀମା ନାହିଁ।] ପୁଣି ମୁଁ ପବିତ୍ର ନଗରୀ, ଅର୍ଥାତ୍ ନୂତନ ଯିରୁଶାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି। [ତାହା ତୁମେ ଓ ମୁଁ ଅଟୁ। ଆମ୍ଭେମାନେ ବିବାହ କରିବାକୁ ଯାଉଅଛୁ।] ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶବ୍ଦ ଏହା କହିବାର ଶୁଣିଲି, ‘ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ, ପୁଣି ଈଶ୍ୱର ସ୍ଵଂୟ ସେମାନଙ୍କ ସଙ୍ଗରେ ରହିବେ।’” ଆମ୍ଭେମାନେ ଉଦ୍ୟାନକୁ ଫେରି ଯାଇଅଛୁ, ଆମ୍ଭେମାନେ ନୁହେଁ କି? ଆମ୍ଭେମାନେ ଯେଉଁ ସ୍ଥାନର ସେହିସ୍ଥାନକୁ ଫେରି ଯାଇଅଛୁ। ସେ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ, ମୃତ୍ୟୁ ଆଉ ଘଟିବ ନାହିଁ, ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ, କାରଣ ପୂର୍ବ ବିଷୟସବୁ ଲୋପପାଇଅଛି।” ଆଦି ପୁସ୍ତକ ୧ ଓ ୨ ସଫଳ କରାଯାଉଅଛି। ପିତା-ପୁତ୍ର ସଂପର୍କରେ ଆମ୍ଭେମାନେ ଆମ୍ଭମାନଙ୍କର ସୃଷ୍ଟିକର୍ତ୍ତାଙ୍କ ଉପସ୍ଥିତିରେ ବାସ କରୁଅଛୁ। ସମସ୍ତ ଯନ୍ତ୍ରଣା ଲୋପ ହେବ, ଈଶ୍ୱରଙ୍କ ଉପସ୍ଥିତିର ସ୍ଵର୍ଗୀୟ ଆନନ୍ଦ ସହିତ ପୁନଃସ୍ଥାପିତ ହେବ।
କିନ୍ତୁ ଆପଣ ଜାଣନ୍ତି ସେହି ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀରେ କିଏ ବାସ କରିବାକୁ ଯାଉଅଛନ୍ତି? ୭ ପଦ: “ଯେ ଜୟ କରେ [ଯେ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ], ସେ ଏହି ସମସ୍ତର ଅଧିକାରୀ ହେବ [ଅର୍ଥାତ୍] ଆମ୍ଭେ ତାହାର ଈଶ୍ୱର ହେବୁ, ପୁଣି ସେ ଆମ୍ଭର ପୁତ୍ର ହେବ।”
ଯୋହନ ଜାରି ରଖନ୍ତି ଏବଂ ଏହି ନୂତନ ଯିରୁଶାଲମର ଅବତରଣ କରିବା ବିଷୟରେ କଥାବାର୍ତ୍ତା କରୁଅଛନ୍ତି। ୨୨ ପଦ: “ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ (ନୂତନ ଯିରୁଶାଲମ) କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର ଓ ମେଷଶାବକ ସେଥିର ମନ୍ଦିର ସ୍ଵରୂପ ଅଟନ୍ତି। ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ୱରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପସ୍ୱରୂପ।” ପୁଣି ଶେଷରେ ଆମ୍ଭେମାନେ ତଳକୁ ଯାଉ ଯେଉଁଠାରେ ଏଦନ ଉଦ୍ୟାନର ରୂପକଳ୍ପ ୨୨ ପର୍ବରେ ଅଧିକ ସ୍ପଷ୍ଟ ଭାବରେ ଆସିଥାଏ।
“ପରେ ସେ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ [ଏହା ସିଂହାସନ ଠିକ୍ ତଳୁ ପ୍ରବାହିତ ହେବାକୁ ଯାଉଅଛି] ହେଉଅଛି।” ସ୍ପଷ୍ଟ ଭାବରେ ଏକ ବୃହତ ପଥ ଅଛି ଓ ଏହାର ମଧ୍ୟରୁ ନଦୀ ପ୍ରବାହିତ ହେଉଅଛି। “ସେହି ନଦୀର ଉଭୟ ପାର୍ଶ୍ୱରେ ଦ୍ୱାଦଶ ଥର ଫଳ ଦାୟକ ଜୀବନ ବୃକ୍ଷ ଅଛି, ସେଥିରେ ପ୍ରତି ମାସରେ ଫଳ ଫଳେ, ପୁଣି ସେହି ବୃକ୍ଷର ପତ୍ର ଜାତିସମୂହର ଆରୋଗ୍ୟକାରକ। [ତାହା ଗୋଟିଏ ବଡ ଗଛ।] କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ। ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ [ତୁମେ ଓ ମୁଁ] ତାହାଙ୍କର ଉପାସନା କରିବେ। ସେମାନେ [ଆମ୍ଭେମାନେ] ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ [ଆମ୍ଭମାନଙ୍କର] କପାଳରେ ଲିଖିତ ରହିବ। ରାତ୍ରି ଆଉ ହେବ ନାହିଁ। ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କ [ଆମ୍ଭମାନଙ୍କର] ଉପରେ ଆଲୋକସ୍ୱରୂପ ହେବେ, ପୁଣି ସେମାନେ [ଆମ୍ଭେମାନେ] ଯୁଗେ ଯୁଗେ ରାଜତ୍ୱ କରିବେ।” ଆମ୍ଭେମାନେ ଆରମ୍ଭକୁ ଫେରି ଯାଇଅଛୁ। ଆମ୍ଭେମାନେ ଆଦିପୁସ୍ତକ ୧ ଓ ୨ କୁ ଫେରିଅଛୁ ଯେଉଁଠାରେ ଆମ୍ଭେମାନେ ରହିବା ଉଚିତ ଥିଲା।
ସହଭାଗୀତା ନିମନ୍ତେ ଆମ୍ଭେମାନେ ସୃଷ୍ଟି ହୋଇଥିଲୁ। ତୁମେ ଏବଂ ମୁଁ ଈଶ୍ୱରଙ୍କ ସହ ଏକ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ସୃଷ୍ଟି ହୋଇଥିଲୁ। ଏଦନ ଉଦ୍ୟାନରେ ପାପ ହେତୁ ସେହି ସମ୍ପର୍କ ଭାଙ୍ଗି ଯାଇଥିଲା। ପ୍ରତ୍ୟେକ ପାପୀ ମନୁଷ୍ୟ ଜୀବନରେ ଏହା ପୁନରାବୃତ୍ତି ହୋଇଅଛି। ସୃଷ୍ଟି ଏହାର ପବିତ୍ର ସୃଷ୍ଟିକର୍ତ୍ତାଙ୍କଠାରୁ ବିଚ୍ଛିନ୍ନ ହୋଇଅଛି ଓ ସେହି ପୃଥକତାର ଦଣ୍ଡ ନିଶ୍ଚିତ ଭାବରେ ମୃତ୍ୟୁ ଅଟେ। ସେହି ମୂଲ୍ୟ ଦେବା ନିମନ୍ତେ ଯୀଶୁ, ଈଶ୍ୱରଙ୍କ ମେଷଶାବକ, ମୃତ୍ୟୁଭୋଗ କଲେ ଯାହା ଫଳରେ ଆମ୍ଭେମାନେ ଈଶ୍ୱରଙ୍କ ନିକଟକୁ ଖୋଲାଖୋଲି ପ୍ରବେଶ କରି ପୁଣି ଥରେ ତାହାଙ୍କ ଉପସ୍ଥିତିରେ ବାସ କରି ପାରିବା। ସେ ଏହା କରିପାରିବେ କାରଣ ସେ ଈଶ୍ୱର ଅଟନ୍ତି, ଯେହେତୁ କେବଳ ଈଶ୍ୱର ବଳି ଉତ୍ସର୍ଗ କରିପାରିବେ। ଯୀଶୁ ମଧ୍ୟ ସମ୍ପୂର୍ଣ୍ଣ ମନୁଷ୍ୟ ଅଟନ୍ତି କାରଣ ଏହା ମାନବୀୟ ପାପ ନିମନ୍ତେ ଏକ ମାନବ ବଳିର ଆବଶ୍ୟକ ଥିଲା।
ପୁଣି ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ୱସ୍ତ ଅଟନ୍ତି, ଯେଉଁମାନେ ଜୟ କରନ୍ତି, ଆବଶ୍ୟକ ହେଲେ ମୃତ୍ୟୁ ପର୍ଯ୍ୟନ୍ତ, ଆମ୍ଭମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇଥିବ। ପୁଣି ପ୍ରକାଶିତ ବାକ୍ୟ ପର୍ବ ୨୨:୨୦ ପଦରେ ଶେଷ ପଦସମୂହ ମଧ୍ୟରୁ ଗୋଟିଏ ପଦରେ ଯୀଶୁ କହିଥିବାର ଆମ୍ଭେମାନେ ଶୁଣୁ: “ସତ୍ୟ, ମୁଁ ଶୀଘ୍ର ଆସୁଅଛି।” ପୁଣି ଆମ୍ଭେମାନେ ଆଦ୍ୟ ମଣ୍ଡଳୀର ସର୍ବପ୍ରଥମ ବିଶ୍ୱାସ ସମ୍ବନ୍ଧୀୟ ବକ୍ତବ୍ୟରେ ପ୍ରତ୍ୟୁତ୍ତର କରିବୁ, “ମାରାନାଥା!” ଯାହାର ଇଂରାଜୀରେ ଅର୍ଥ, “ହେ ପ୍ରଭୁ ଯୀଶୁ ଆସନ୍ତୁ!”
ପ୍ରକାଶିତ ବାକ୍ୟର ପ୍ରଶ୍ନ ହେଉଛି, ତୁମେ କ’ଣ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ଇଚ୍ଛା କର କି? କିମ୍ବା ତୁମେ କ’ଣ ଏହି ଜଗତ ସହିତ ପ୍ରେମରେ ଅଛ କି ଏବଂ ଏହା କେବେ ଶେଷ ହେବାକୁ ଚାହୁଁ ନାହଁ? ଯେଉଁ ବନ୍ଧୁମାନେ ତୁମକୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ତୁମର ପ୍ରତିବଦ୍ଧତାକୁ ଆପୋଷ ସମାଧାନ କରିବାକୁ ଆଗେଇ ନେଇଅଛନ୍ତି, ସେମାନେ ଜଳିବାକୁ ଯାଉଅଛନ୍ତି। ସେହି ଅଳ୍ପ କିଛି ସୁବର୍ଣ୍ଣ ମୁଦ୍ରା ଯାହା ଆମ୍ଭେମାନେ ରୋଜଗାର କରିବାକୁ ଏତେ କଠିନ ପରିଶ୍ରମ କରୁ, ଅନେକ ଥର ଆମ୍ଭମାନଙ୍କର ପିଲା ଏବଂ ଆମ୍ଭମାନଙ୍କର ବିବାହ ଖର୍ଚ୍ଚରେ, ତାହା ଜଳିଯିବାକୁ ଯାଉଅଛି। ପୃଥିବୀରେ ଅଧିକ ଆନନ୍ଦିତ ହେବାକୁ ଯେଉଁ ସମସ୍ତ ବିଷୟ ଆମ୍ଭେମାନେ ପାଉ ସେହି ବିଷୟସବୁ ଯାହା ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ସମର୍ପିତ ଶିଷ୍ୟ ଭାବରେ ବଞ୍ଚିବାକୁ ବାଧା ଦିଏ ସେହି ସବୁ ଜଳିବାକୁ ଯାଉଅଛି। ପ୍ରକାଶିତ ପୁସ୍ତକ ଆମ୍ଭମାନଙ୍କୁ ଏହି ଜଗତକୁ ପ୍ରେମ କରିବାକୁ ନୁହେଁ ମାତ୍ର ଈଶ୍ୱରଙ୍କୁ ପ୍ରେମ କରିବାକୁ; ପ୍ରବାସୀ ଭାବରେ ଏହି ପୃଥିବୀରେ ଆମ୍ଭମାନଙ୍କର ସମୟ ଅତିବାହିତ କରିବାକୁ ଆହ୍ୱାନ ଦିଏ; ଶେଷ ପର୍ଯ୍ୟନ୍ତ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରୁହ, ଏପରିକି ଏହାର ଅର୍ଥ ହେଉଛି ମୃତ୍ୟୁ ଜାଣେ ଯେ, ଦିନେ ତୁମେ ଓ ମୁଁ ଜୀବନଦାୟକ ବୃକ୍ଷର ଫଳ ଖାଇବାକୁ ଯାଉଅଛୁ ପୁଣି ଆମ ସୃଷ୍ଟିକର୍ତ୍ତାଙ୍କ ସହଭାଗିତାରେ ଯୁଗେ ଯୁଗେ ବାସ କରିବାକୁ ଯାଉଅଛୁ। ଏହା ସହିତ ତୁଳନା କରିବାକୁ ଜଗତର କିଛି ନାହିଁ। ମାରାନାଥା!! ହେ ପ୍ରଭୁ! ଯୀଶୁ ଆସନ୍ତୁ!