ଈଶ୍ୱରଙ୍କ ଧାର୍ମିକତା

A wooden cross against a blue sky

Description automatically generated with medium confidence

 

ପ୍ରକାଶିତ

 

ରୋମୀୟ ମଣ୍ଡଳୀ ନିକଟକୁ ଲିଖିତ ପତ୍ରର

ଅଧ୍ୟୟନ ଟୀକା

 

ଗେରାଲ୍ଡ଼ ଡବ୍ଲ୍ୟୁ. ନ୍ୟୁଫେଲ୍ଡ଼


 

 

ଉତ୍ସର୍ଗ

 

ଏହି ଟୀକା ଭୁବନେଶ୍ୱର ଓ ଗୋପାଳପୁରର ପାଳକମାନଙ୍କ ନିମନ୍ତେ ଉତ୍ସର୍ଗୀକୃତ ଅଟେ ମୁଁ ଆପଣମାନଙ୍କର ବିଶ୍ଵସ୍ତତା, ଯୀଶୁଙ୍କ ଦୟା ଓ ପ୍ରେମ ଏବଂ ଆପଣମାନଙ୍କ ମଣ୍ଡଳୀରୁ ତଥା ଅଭାବଗ୍ରସ୍ତମାନଙ୍କଠାରୁ ବହୁତ କିଛି ଶିଖିଅଛି ଆପଣମାନଙ୍କୁ ଧନ୍ୟବାଦ ଦିଏ

 

 


ସୂଚୀପତ୍ର

ପ୍ରଥମ ଭାଗ: ପତ୍ରର ଉପକ୍ରମ                                                  2

ପ୍ରଥମ ପାଠ: ଉପକ୍ରମ (୧:୧-୭)                                                   2

ଦ୍ଵିତୀୟ ପାଠ: ପାଉଲ ଓ ରୋମର ଖ୍ରୀଷ୍ଟୀୟାନମାନେ (୧:୮-୧୭)               19

ପ୍ରଥମ ଭାଗ: ବିଶ୍ୱାସର ସୁସମାଚାର                                          42

ପାପ ସମସ୍ୟା ପ୍ରତି ଈଶ୍ୱରଙ୍କ ସମାଧାନ (୧:୧୮-୪:୨୫)               42

ତୃତୀୟ ପାଠ: ପାପର ସମସ୍ୟା (୧:୧୮-୩:୨୦)                                 44

ଚତୁର୍ଥ ପାଠ: ଈଶ୍ୱରଙ୍କ ଉଦ୍ଧାରକାରୀ ଧାର୍ମିକତା (୩:୨୧-୪:୨୫)                83

ଦ୍ଵୀତୀୟ ଭାଗ: ଭରସାର ସୁସମାଚାର                                       111

ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କର ଅନନ୍ତ ସୁରକ୍ଷା ଅଛି (୫:୧-୮:୩୯)     111

ପଞ୍ଚମ ପାଠ: ଗୌରବର ଭରସାରେ ଆନନ୍ଦ କରିବା (୫:୧-୨୧)                   112

ଷଷ୍ଠ ପାଠ: ପାପରୁ ମୁକ୍ତି (୬:୧-୨୩)                                                 142

ସପ୍ତମ ପାଠ: ବ୍ୟବସ୍ଥାରୁ ମୁକ୍ତି (୭:୧-୨୫)                                            165

ଅଷ୍ଟମ ପାଠ: ମୃତ୍ୟୁରୁ ମୁକ୍ତି (୮:୧-୩୯)                                              188

ତୃତୀୟ ଭାଗ: ସୁସମାଚାରର ଆତ୍ମ ପକ୍ଷ ସମର୍ଥନ                         263

ଇସ୍ରାଏଲ ସମ୍ବନ୍ଧରେ ପ୍ରଶ୍ନ (୯:୧-୧୧:୩୬)                                   263

ନବମ ପାଠ: ପରମେଶ୍ଵରଙ୍କ ସାର୍ବଭୌମ ଅନୁଗ୍ରହ (୯:୧-୧୦:୩)                  265

ଦଶମ ପାଠ: ଖ୍ରୀଷ୍ଟଙ୍କର ପରମେଶ୍ଵରଙ୍କ ବାକ୍ୟ ସଫଳ

 (୯:୩୦-୧୦:୨୧)                                                                     290

ଏକାଦଶତମ ପାଠ:  ପରମେଶ୍ୱରଙ୍କ ବିଶ୍ୱସ୍ତତା:  ଅତୀତ ଏବଂ ଭବିଷ୍ୟତ         (୧୧:୧-୩୬)  305

ଚତୁର୍ଥ ଭାଗ: ପ୍ରେମର ବାର୍ତ୍ତା                                                    329

ଖ୍ରୀଷ୍ଟ ବିଶ୍ଵାସୀ ଜୀବନ (୧୨:-୧୫:୧୩)                                      329

ଦ୍ୱାଦଶ ପାଠ: ଏକ ନବୀକରଣ ହୋଇଥିବା ମନର ସୁସମାଚାର (୧୨:୧-୨୧)      330

ତ୍ରୟୋଦଶ ପାଠ:  ପ୍ରେମ ନିୟମର ସୁସମାଚାର (୧୩: ୧-୧୪)                     346

ଚତୁର୍ଦ୍ଦଶତମ ପାଠଖ୍ରୀଷ୍ଟୀୟ ଜୀବନରେ ସୁସମାଚାର (୧୪: ୧-୧୫: ୧୩)        357

ଭାଗ ୫:  ପାଉଲଙ୍କ ସମାପ୍ତି ମନ୍ତବ୍ୟ (୧୫: ୧୪-୧୬: ୧-୨୭)           377

ପଞ୍ଚଦଶତମ ପାଠବିଜାତୀମାନଙ୍କ ପ୍ରତି ପାଉଲଙ୍କ ଦାୟିତ୍ୱ (୧୫: ୧୪-୩୩)    377

ଷୋଡଶ ପାଠ:  ପାଉଲଙ୍କ ଅନ୍ତିମ ଅଭିନନ୍ଦନ ଏବଂ ସ୍ତୁତିଗାନ (୧୬: ୧-୨୭)      387

ଜୀବନୀ                                                                              393


 

ଇଂରାଜୀ ବାଇବଲ ଅନୁବାଦଗୁଡ଼ିକର ସଂକ୍ଷିପ୍ତ ନାମ

 

NASB New American Standard Bible

NIV     New International Version

ESV    English Standard Version

NET    New English Translation

KJV     King James Version

CSB    Christian Standard Bible

NLT    New Living Translation

TEV     Today's English Version

TKJV  Today’s King James Version

 

ଅନ୍ୟାନ୍ୟ ସଂକ୍ଷିପ୍ତ ନାମ

BDAG

 

ଅନୁବାଦ

ଯଦି ସୂଚିତ କରାଯାଇ ନ ଥିଲେ, ଏହି ଟୀକାରେ English Standard Version (ESV) ର ଅନୁବାଦ ବ୍ୟବହାର କରାଯାଇଛି 

 


 

ପ୍ରଥମ ଭାଗ: ପତ୍ରର ଉପକ୍ରମ

ପ୍ରଥମ ପାଠ: ଉପକ୍ରମ (:-)

ଉପକ୍ରମ

ରୋମୀୟ ପୁସ୍ତକ ବାଇବଲର ସବୁଠାରୁ ଏକ ରୋମାଞ୍ଚକ ଓ ଗୁରୁତ୍ଵପୂର୍ଣ୍ଣ ପୁସ୍ତକ ଅଟେ ରୋମୀୟ ପୁସ୍ତକ ସୁସମାଚାରର ଶିକ୍ଷା ସମ୍ବନ୍ଧୀୟ ଏକ ଉତ୍ତମ ଉପସ୍ଥାପନା ବୋଲି ଅନେକ ଖ୍ରୀଷ୍ଟିୟାନମାନେ ଭାବନ୍ତି ତଥାପି, ଯଦି ଆମ୍ଭେମାନେ ରୋମୀୟ ପୁସ୍ତକକୁ କେବଳ ଏକ ଗଭୀର ତତ୍ତ୍ଵ ସମ୍ବନ୍ଧୀୟ ଉପସ୍ଥାପନା ଭାବରେ ବୁଝିବାକୁ ଓ ତର୍ଜମା କରିବାକୁ ଚେଷ୍ଟା କରିବା, ତେବେ ଆମ୍ଭେମାନେ ଏହାକୁ ଭୁଲ ବୁଝିବାର ସମ୍ଭାବନା ଅଛି ପାଉଲ ରୋମୀୟ ପୁସ୍ତକକୁ ଧର୍ମତତ୍ତ୍ୱ ଶିକ୍ଷାର ଗୋଟିଏ ପାଠ୍ୟ ପୁସ୍ତକ ଭାବରେ ଲେଖି ନ ଥିଲେ ସେ ଅତି ଗୁରୁତ୍ୱପୂର୍ଣ୍ଣ ଭାବରେ ଓ ସେଥିରେ ଥିବା ନିର୍ଦ୍ଦିଷ୍ଟ ସମସ୍ୟା ଓ ବିଷୟଗୁଡ଼ିକୁ ଲକ୍ଷ୍ୟରେ ରଖି ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀକୁ, ଏହି ରୋମୀୟ ପୁସ୍ତକକୁ ଏକ ବିଶେଷ ପତ୍ର ଭାବରେ ଲେଖିଥିଲେ ତେଣୁକରି, ଏହା ଈଶ୍ୱର, ମନୁଷ୍ୟ ଓ ପରିତ୍ରାଣର ସମସ୍ତ ଦିଗକୁ ପରିବ୍ୟାପ୍ତ କରୁଥିବା ଭଳି ଏକ ସମ୍ପୂର୍ଣ୍ଣ ପ୍ରଣାଳୀବଦ୍ଧ ଶିକ୍ଷା ନୁହେଁ ଅବଶ୍ୟ ରୋମୀୟ ପୁସ୍ତକରେ ଅଧିକ ନିଗୁତ୍ତ୍ଵ ରହିଅଛି, କିନ୍ତୁ ଏହା ରୋମୀୟ ଖ୍ରୀଷ୍ଟିୟାନମାନଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ଓ ଉପକାର ନିମନ୍ତେ ଏକ ପାଳକୀୟ ପତ୍ର ଭାବରେ ଲେଖାଯାଇଛି

ଅତଏବ, ପାଉଲ କାହିଁକି ଏହା ଲେଖିଥିଲେ, ତାହା ବୁଝିବା ନିମନ୍ତେ ଆମ୍ଭମାନଙ୍କୁ ଆଦ୍ୟ ରୋମୀୟ ମଣ୍ଡଳୀର ଭାବନାକୁ ବୁଝିବା ନିମନ୍ତେ ଯଥା ସମ୍ଭବ ଉଦ୍ୟମ କରିବାକୁ ହେବ ଯଦି ଆମ୍ଭେମାନେ ଥରେ ଏହାକୁ ବୁଝୁ, ତେବେ ଆମ୍ଭେମାନେ ଉତ୍ତମ ଭାବରେ ଏହି ପୁସ୍ତକରୁ ପ୍ରୋୟୋଗାତ୍ମକ ଶିକ୍ଷା ବାହାର କରିପାରିବା, ଯାହା ସବୁ ସାଂସ୍କୃତିକ ଓ ଐତିହାସିକ କ୍ଷେତ୍ରରେ ସବୁ ଖ୍ରୀଷ୍ଟିୟାନମାନଙ୍କ ପାଇଁ ସତ୍ୟ ଅଟେ ପୁଣି, ଥରେ ଦୃଢ଼ଭାବରେ ଏହି ନିୟମଗୁଡ଼ିକ ହାସଲ କରିନେଲେ, ଆମ୍ଭେମାନେ ଉପଯୁକ୍ତ ଓ ନିର୍ଦ୍ଦିଷ୍ଟଭାବରେ ସେଗୁଡ଼ିକୁ ଆମ୍ଭମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ଜୀବନରେ ଓ ଅନ୍ୟାନ୍ୟ ପରିସ୍ଥିତି ମଧ୍ୟରେ ପ୍ରୟୋଗ କରିପାରିବା   

ପତ୍ର


ରୋମୀୟ ପୁସ୍ତକ ଏକ ପତ୍ର ଭାବରେ ଲେଖାଯାଇଥିଲା, ସେଥିପାଇଁ ଏଥିରେ ଦୁଇ ଦଳ ଅନ୍ତର୍ଭୁକ୍ତ ଅଟନ୍ତି: ଲେଖକ ପାଉଲ ଓ ପ୍ରାପକ ରୋମୀୟ ମଣ୍ଡଳୀ[1] ଅତଏବ ଆମ୍ଭେମାନେ ପାଉଲ କି ପ୍ରକାର ପରିସ୍ଥିତିରେ ଥିଲେ ଓ ଏହି ପତ୍ର ଲେଖିବାକୁ କଅଣ ତାଙ୍କୁ ଅନୁପ୍ରାଣିତ କରିଥିଲା, ପ୍ରଥମେ ତାହା ବୁଝିବାକୁ ଚେଷ୍ଟା କରିବା ଆଉ ଦ୍ୱିତୀୟରେ, ରୋମ ମଣ୍ଡଳୀ କି ପ୍ରକାର ଥିଲା; ତାହା ଆମ୍ଭେମାନେ ବୁଝିବାକୁ ଚେଷ୍ଟା କରିବା ଅର୍ଥାତ୍, କେଉଁମାନେ ଏହାର ସଦସ୍ୟ ଥିଲେ ଓ ସେମାନଙ୍କର କଅଣ ସବୁ ଅସୁବିଧା ଥିଲା ଏବଂ ସେମାନେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଥିଲେ, ତାହା ବୁଝିବାକୁ ଚେଷ୍ଟା କରିବା 

ପାଉଲ

ଅନେକ ଦୃଷ୍ଟିକୋଣରୁ ପାଉଲ ଉଭୟ ଯିହୂଦୀ ଓ ବିଜାତୀମାନଙ୍କ ପାଇଁ ଜଣେ ଆଦର୍ଶ ସୁସମାଚାର ପ୍ରଚାରକ ଥିଲେ ସେ ଜନ୍ମରୁ ଜଣେ ରୋମୀୟ ନାଗରିକ ଥିଲେ (ପ୍ରେରିତ ୨୨:୨୮) ଓ ରୋମ ସାମ୍ରାଜ୍ୟର ଏକ ମହା ନଗର ତାର୍ଷରେ ବଢ଼ିଥିଲେ ଏଣୁ ସେ ରୋମୀୟ ପ୍ରଥା, ଧର୍ମ ଓ ଦର୍ଶନ ସମ୍ବନ୍ଧରେ ଭଲ ଭାବରେ ସଚେତନ ଥିଲେ ସେ ମଧ୍ୟ ରୋମ ସାମ୍ରାଜ୍ୟର ପ୍ରାଥମିକ ଭାଷା ଗ୍ରୀକ୍ ରେ ଧୁରନ୍ଧର ଥିଲେ କିନ୍ତୁ ଜଣେ ଫାରୂଶୀ ଭାବରେ ସେ ଯିରୂଶାଲମରେ ଗମଲୀୟେଲଙ୍କ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ ସେଠାରେ ସେ ଅନ୍ୟ ସମସ୍ତ ଛାତ୍ରମାନଙ୍କ ଠାରୁ ବିଦ୍ୱାନ୍ ଥିଲେ (ଗାଲାତୀୟ ୧:୧୪)  

ରୋମୀୟ ମଣ୍ଡଳୀକୁ ପାଉଲଙ୍କର ପତ୍ରଟି ଏକ ଭିନ୍ନ ଧରଣରେ ଆରମ୍ଭ ଓ ଶେଷ ହୋଇଅଛି ପାଉଲ ନିଜ ବିଷୟରେ ଏକ ଲମ୍ବା ବିବରଣୀ ସହିତ ଆରମ୍ଭ କରୁଛନ୍ତି (୧:୧-୧୬) ଓ ନିଜର ଯାତ୍ରା ସମ୍ବନ୍ଧୀୟ ଯୋଜନାର  ବ୍ୟକ୍ତିଗତ ବିଷୟ (୧୫:୧୪-୨୯), ପ୍ରାର୍ଥନା ନିବେଦନ (୧୫:୩୦-୩୩) ଓ ସେ ବ୍ୟକ୍ତିଗତ ଭାବରେ ଜାଣିଥିବା ବ୍ୟକ୍ତିବିଶେଷଙ୍କୁ ନିର୍ଦ୍ଦିଷ୍ଟଭାବରେ ନମସ୍କାର (୧୬:୩-୧୬) ଜଣାଇବା ସହିତ ଶେଷ କରୁଛନ୍ତି ପାଉଲ ଲେଖିଥିବା ଅନ୍ୟ ପତ୍ରଗୁଡ଼ିକ ତୁଳନାରେ ଏହି ପତ୍ରର ବିଶେଷତ୍ଵ ହେଉଛି ଯେ ଏହି ସବୁ ମନ୍ତବ୍ୟ ପାଇଁ ସେ ଏହି ପତ୍ରରେ ଅଧିକ ସ୍ଥାନ ସଂରକ୍ଷଣ କରିଅଛନ୍ତି ଏହା ସମ୍ପୂର୍ଣ୍ଣଭାବରେ ଆଶ୍ଚର୍ଯ୍ୟଜନକ ବିଷୟ ନୁହେଁ, କାରଣ ପାଉଲ ରୋମୀୟ ମଣ୍ଡଳୀ ପ୍ରତିଷ୍ଠା କରି ନ ଥିଲେ ବାସ୍ତବରେ କହିବାକୁ ଗଲେ, ଏହି ସମୟ ପର୍ଯ୍ୟନ୍ତ ସୁଦ୍ଧା ସେ ଏହାକୁ ପରିଦର୍ଶନ କରି ନ ଥିଲେ ଅବଶ୍ୟ, ସେ ଆପଣାର ଯାତ୍ରା ଓ ଅନ୍ୟ ମଣ୍ଡଳୀଗୁଡ଼ିକରେ କାର୍ଯ୍ୟ କରୁଥିବା ସମୟରେ ସେ ଆକ୍ୱିଲା ଓ ପ୍ରୀସ୍କିଲ୍ଲା ପରି ଲୋକଙ୍କୁ ଜାଣିଥିଲେ ପାଉଲ ଏହି ପତ୍ର ଲେଖୁଥିବା ସମୟରେ ଉଭୟ ଆକ୍ୱିଲା ଓ ପ୍ରୀସ୍କିଲ୍ଲା ରୋମକୁ ଫେରିଯାଇ ସେଠାକାର ମଣ୍ଡଳୀରେ ଯୋଗଦାନ କରୁଥିଲେ (୧୬:୩) ଆହୁରି ମଧ୍ୟ, ଏହି ପରି ବନ୍ଧୁ ଓ ଅନ୍ୟ ଲୋକମାନଙ୍କ ଦ୍ୱାରା ଏହି ମଣ୍ଡଳୀ ପାଉଲଙ୍କ ବିଷୟରେ ଜାଣିପାରି ଥିଲା ପତ୍ରଟିର ଶେଷରେ, ପାଉଲ ଛବିଶ ଜଣଙ୍କୁ ନମସ୍କାର ଜଣାଉଛନ୍ତି; ଚବିଶ ଜଣଙ୍କ ନାମ ନେଉଛନ୍ତି, ଯେଉଁ ସମସ୍ତଙ୍କୁ ବୋଧହୁଏ ସେ ଭଲଭାବରେ ଜାଣିଥିଲେ ତଥାପି, ଅଧିକ ସମ୍ଭାବନା ଯେ, ମଣ୍ଡଳୀର ଅଧିକାଂଶ ସଦସ୍ୟଙ୍କୁ ସେ ସାକ୍ଷାତ କରି ନ ଥିଲେ              

ଯଦିଚ ପାଉଲ ରୋମକୁ କେବେ ଯାତ୍ରା କରି ନ ଥିଲେ, ତଥାପି ସେ ବିଶ୍ୱାସ କରନ୍ତି ଯେ ମଣ୍ଡଳୀକୁ ଶିକ୍ଷା ଦେବାକୁ ତାଙ୍କର ଅଧିକାର ଓ କ୍ଷମତା ଅଛି ୧:୧-୫ ରେ ପାଉଲ ଉଲ୍ଲେଖ କରୁଛନ୍ତି ଯେ ସେ “ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଦାସ” ଓ ତାହା କରିବା ଦ୍ୱାରା ସେ ପୂରାତନ ନିୟମର ମହାନ ସାଧୁମାନଙ୍କ ସହିତ ଆପଣାକୁ ସମାନ ବୋଲି ପ୍ରକାଶ କରୁଛନ୍ତି ଏହି ବାକ୍ୟାଂଶ-ଖ୍ରୀଷ୍ଟଙ୍କର ଦାସ-ଅଧିକାଂଶ ସମୟରେ ମୋଶା, ଆଉ ମଧ୍ୟ ଯିହୋଶୂୟ ଓ ଦାଉଦଙ୍କ କ୍ଷେତ୍ରରେ ବ୍ୟବହାର କରାଯାଏ ବିଶେଷ କରି, ପାଉଲ ଜଣେ “ପ୍ରେରିତ” ଭାବରେ ସ୍ୱୟଂ ପ୍ରଭୁଙ୍କ ଠାରୁ ଅନନ୍ୟ ଭାବରେ ମନୋନୀତ ଓ ପ୍ରେରିତ ହୋଇ ଆପଣାର ଅଧିକାର ପ୍ରାପ୍ତ ହୋଇଥିଲେ (୧ କରିନ୍ଥୀୟ ୧:୧;  ୯:୧-୨; ୧୫:୩-୧୦; ୧ ତୀମଥି ୨:୭) ଆହୁରି ମଧ୍ୟ ବିଶେଷ କରି ପାଉଲ ବିଜାତୀମାନଙ୍କ ନିମନ୍ତେ ଜଣେ ପ୍ରେରିତ ଥିଲେ (୧:୫) ଯେହେତୁ ପାଉଲ ଆପଣାକୁ ଜଣେ ପ୍ରେରିତ ଭାବରେ ବୁଝିଥିଲେ, ସେ ରୋମୀୟ ମଣ୍ଡଳୀ ସହିତ ସମସ୍ତ ମଣ୍ଡଳୀକୁ ଆପଣାର ପ୍ରେରିତିକ ଅଧିକାର ଅଧୀନରେ ଥିବାର ଦେଖୁଥିଲେ ୧:୧୪-୧୫ ରେ ଓ ପତ୍ରର ଶେଷରେ ୧୫:୧୫-୧୬ ରେ  ସେ ଏହି ବିଷୟକୁ ସ୍ପଷ୍ଟଭାବେ ଉଲ୍ଲେଖ କରୁଛନ୍ତି ପାଉଲ ଯେ ଈଶ୍ୱରଙ୍କ ପକ୍ଷରୁ କଥା କହୁଅଛନ୍ତି, ତାହାର ଗୋଟିଏ ଅତି ପ୍ରତ୍ୟକ୍ଷ ଉକ୍ତି ସେ କରିନ୍ଥୀୟ ମଣ୍ଡଳୀକୁ ଲେଖିଥିବା ପତ୍ରରେ ଉଲ୍ଲେଖ ଅଛି: “କେହି ଯଦି ଆପଣାକୁ ଭାବବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଲେଖୁଅଛି, ସେହିସବୁ ଯେ ପ୍ରଭୁଙ୍କ ଆଜ୍ଞା , ଏହା ସେ ଜ୍ଞାତ ହେଉ କିନ୍ତୁ କେହି ଯଦି ଜ୍ଞାତ ନ ହୁଏ, ତେବେ ସେ ଅଜ୍ଞାତ ରହୁ ” (୧ କରିନ୍ଥୀୟ ୧୪:୩୭-୩୮) ଅତଏବ, ପାଉଲ ଜଣେ ‘ଭ୍ରମଣକାରୀ’ ପ୍ରଚାରକ ଭାବରେ ଲେଖି ନ ଥିଲେ, କିନ୍ତୁ ଏପରି ଜଣେ ବ୍ୟକ୍ତି, ଯାହାଙ୍କଠାରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦତ୍ତ କର୍ତ୍ତବ୍ୟ ଓ ଅଧିକାର ପ୍ରାପ୍ତ ଜଣେ ପ୍ରେରିତ ଭାବରେ ରୋମୀୟ ମଣ୍ଡଳୀକୁ ଲେଖିଥିଲେ  

ପତ୍ରର ଶେଷରେ ପାଉଲ ଆପଣା ଯାତ୍ରା ସମ୍ବନ୍ଧୀୟ ଯୋଜନାର ରୂପରେଖା ଦେଉଛନ୍ତି (୧୫:୧୮-୨୯) ଏହି ଅଂଶରେ ଦିଆଯାଇଥିବା ବିସ୍ତୃତ ବିବରଣୀ ଆମ୍ଭମାନଙ୍କୁ ଜାଣିବାକୁ ସାହାଯ୍ୟ କରିଥାଏ ଯେ ସେ କେଉଁଠି ଓ କେବେ ଏହି ପତ୍ରଟି ଲେଖିଥିଲେ ଏହା ଅଧିକ ସମ୍ଭାବନା ଯେ ପ୍ରାୟ ୫୭ ଖ୍ରୀଷ୍ଟାବ୍ଦରେ ଆପଣାର ତୃତୀୟ ପ୍ରଚାର ଯାତ୍ରା (ପ୍ରେରିତ ୨୦:୨-୩) ର ଶେଷରେ କରିନ୍ଥରେ, ଗାୟଙ୍କ ଗୃହରେ ଥିବା ସମୟରେ ପାଉଲ ଏହି ପତ୍ର ଲେଖିଥିଲେ (୧୫:୨୫;୧୬:୨୩; ୧ କରିନ୍ଥୀୟ ୧:୧୪) ଏହି ଯାତ୍ରା ସମ୍ବନ୍ଧୀୟ ଅଂଶଟି ଆମ୍ଭମାନଙ୍କୁ ଜାଣିବାକୁ ସାହାଯ୍ୟ କରେ ଯେ ସେ କାହିଁକି ଏହି ପତ୍ର ଲେଖିଥିଲେ ଓ କାହିଁକି ସେ କେତେକ ଯୁକ୍ତିକୁ ଏଥିରେ ଅନ୍ତର୍ଭୁକ୍ତ କରିଥିଲେ ଯଦିଓ ଟୀକାକାରମାନେ ବିଭିନ୍ନ କାରଣ ଦର୍ଶାଇଛନ୍ତି[2], ଏହା ଅଧିକ ସମ୍ଭାବନା ଯେ ସ୍ପେନରେ ସୁସମାଚାର ପ୍ରଚାର କରିବା ନିମନ୍ତେ ରୋମୀୟ ଖ୍ରୀଷ୍ଟିୟାନମାନେ ତାହାଙ୍କୁ ସାହାଯ୍ୟ କରିବେ (୧୫:୨୪) ସମଗ୍ର ସାମ୍ରାଜ୍ୟରେ ରୋମ ଗୁରୁତ୍ଵପୂର୍ଣ୍ଣ ନଗର ଥିଲା ଏହା ମଧ୍ୟ ସ୍ପେନର ନିକଟତମ ନଗର ଥିଲା ଏହି ଦୃଷ୍ଟିକୋଣରୁ ଦେଖିଲେ, ସମ୍ପୂର୍ଣ୍ଣ ପତ୍ରଟି ହେଉଛି ରୋମୀୟ ମଣ୍ଡଳୀ ପ୍ରତି ଏକ ପରିବର୍ଦ୍ଧିତ ଉପକ୍ରମ, ଯାହା ସେମାନଙ୍କୁ ବୁଝାଇଦିଏ ଯେ ପାଉଲ କଅଣ ବିଶ୍ୱାସ କରନ୍ତି ଓ ଯାହା ସେ ଚିନ୍ତା କରନ୍ତି, ତାହା ଗୁରୁତ୍ଵପୂର୍ଣ୍ଣ ଅଟେ ସେମାନଙ୍କର ଆର୍ଥିକ ସାହାଯ୍ୟ ପାଇବା ନିମନ୍ତେ ତାହାଙ୍କର ଯୋଗ୍ୟତାକୁ ଦୃଢ଼ କରିବା ପାଇଁ ଏହା ତାହାଙ୍କର ବ୍ୟକ୍ତିଗତ ତାତ୍ତ୍ବିକ ଶିକ୍ଷା ଅଟେ ଆହୁରି ମଧ୍ୟ, ପାଉଲ ଯିରୂଶାଲମକୁ  ଆପଣାର ପରବର୍ତ୍ତୀ ଯାତ୍ରା ପାଇଁ ରୋମୀୟ ଖ୍ରୀଷ୍ଟିୟାନମାନଙ୍କ ପ୍ରାର୍ଥନା ସହାୟତା ଲୋଡିଥିଲେ,[3] ଯାହା ପରିଶେଷରେ ଦୁଇ ବର୍ଷରୁ ଉର୍ଦ୍ଧ ତାହାଙ୍କର କାରାଗାରରେ ରହିବାର କାରଣ ହୋଇଥିଲା (୧୫:୩୦-୩୩) ଅବଶ୍ୟ ଏଥିରେ ସନ୍ଦେହ ନାହିଁ ଯେ ପାଉଲ ମଧ୍ୟ ପାଳକୀୟ ସେବା ଦେଇ ମଣ୍ଡଳୀକୁ ସାହାଯ୍ୟ କରିବାକୁ ଇଚ୍ଛା କରିଥିଲେ ସେ ମଣ୍ଡଳୀଟିକୁ ସ୍ଥାପନ କରିଥାଆନ୍ତୁ କି ନାହିଁ, କିନ୍ତୁ ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ପ୍ରତି ପାଉଲଙ୍କର ଗଭୀର ପ୍ରେମ ଥିଲା (ଉଦାହରଣ ସ୍ଵରୂପ କଲସୀୟ ମଣ୍ଡଳୀ) ରୋମ ନଗରୀ ରୋମ ସାମ୍ରାଜ୍ୟର ସାଂସ୍କୃତିକ କେନ୍ଦ୍ର ଥିଲା, ତେଣୁ ଏହା ନିଶ୍ଚିତ କରିବାର ଆବଶ୍ୟକ ଥିଲା ଯେ ଶିକ୍ଷା ଓ ଖ୍ରୀଷ୍ଟୀୟ ଆଚରଣ ଦୃଷ୍ଟିକୋଣରୁ ମଣ୍ଡଳୀର ଦୃଢ଼ ମୂଳଦୁଆ ରହିବା ଅତି ଆବଶ୍ଵକ ଅଟେ

ରୋମୀୟ ଖ୍ରୀଷ୍ଟିୟାନମାନେ ତାହାଙ୍କୁ ସାହାଯ୍ୟ କରିବା ଆଉ ସେମାନଙ୍କୁ ଉତ୍ସାହ କରିବା ପାଉଲଙ୍କ ଇଚ୍ଛା ସ୍ପଷ୍ଟ ଅଟେ ତଥାପି ରୋମୀୟ ମଣ୍ଡଳୀ ସମ୍ମୁଖୀନ ହେଉଥିବା ନିର୍ଦ୍ଦିଷ୍ଟ ପରିସ୍ଥିତି ମଧ୍ୟ ସେ ଏହା ଲେଖିବାର ଅନ୍ୟ କାରଣ ଅଟେ ମଣ୍ଡଳୀ କି ପ୍ରକାର ଥିଲା ଓ କେଉଁ ଗୋଷ୍ଠୀମାନଙ୍କୁ ନେଇ ଏହା ଗଠିତ ହୋଇଥିଲା, ତାହା ବୁଝିବା ଦ୍ୱାରା ଆମ୍ଭେମାନେ ପାଉଲ ଏହି ପତ୍ରରେ ଅନ୍ତର୍ଭୁକ୍ତ କରିଥିବା ଶିକ୍ଷାଗୁଡ଼ିକ ପଛରେ ତାହାଙ୍କର କଅଣ ଅନୁପ୍ରେରଣା ଥିଲା, ତାହା ଜାଣିପାରିବା

ରୋମରେ ସ୍ଥିତ ମଣ୍ଡଳୀ

ରୋଚକ ବିଷୟ ଯେ ରୋମରେ ମଣ୍ଡଳୀ କିପରି ଆରମ୍ଭ ହେଲା, ତାହାର କୌଣସି ବିବରଣୀ ପ୍ରେରିତ ପୁସ୍ତକରେ ଉଲ୍ଲଖ କରାଯାଇ ନାହିଁ[4] କିନ୍ତୁ ଲୂକ ଆମ୍ଭମାନଙ୍କୁ କହନ୍ତି ଯେ ପେଣ୍ଟିକଷ୍ଟ ଦିବସରେ ପବିତ୍ର ଆତ୍ମା ଅବତରଣ କଲେ ଓ ଏକତ୍ରିତ ହୋଇଥିବା ଶିଷ୍ୟମାନଙ୍କୁ ପରିପୂର୍ଣ୍ଣ କଲେ ସେହି ପର୍ବରେ, ସେଠାରେ ମଧ୍ୟ ବିଛିନ୍ନ ହୋଇଥିବା “ଯିହୂଦୀ ଓ ଯିହୂଦୀ ମତାବଲମ୍ବୀ” ଥିଲେ, ଯେଉଁମାନେ ରୋମରୁ ଆସିଥିଲେ (ପ୍ରେରିତ ୨:୧-୧୧; ୫ ପଦ) ଏହା ବୁଝିବାକୁ କଷ୍ଟ ନୁହେଁ ଯେ ଏହି ଯିହୂଦୀ ଓ ଯିହୂଦୀ ମତାବଲମ୍ବୀମାନଙ୍କ ମଧ୍ୟରୁ କେତେକ ପରିବର୍ତ୍ତିତ ହୋଇଥିବା ତିନି ସହସ୍ର ଲୋକ ମଧ୍ୟରେ ଥିଲେ (ପ୍ରେରିତ ୨:୩୭-୪୧) ଏହା ହୋଇଥାଇପାରେ ଯେ, ପରେ, ଏହି ନୂତନ ପରିବର୍ତ୍ତିତ ଯିହୂଦୀମାନେ ଖ୍ରୀଷ୍ଟୀୟ ମଣ୍ଡଳୀ ଆରମ୍ଭ କରିବାକୁ ରୋମକୁ ଫେରିଗଲେ ଆମ୍ଭେମାନେ ମଧ୍ୟ ଜାଣୁ ଯେ ସେହି ସମୟରେ ରୋମରେ ବହୁ ସଂଖ୍ୟାରେ ଯିହୂଦୀ ଜନତା ବାସ କରୁଥିଲେ ଯଦିଓ ମୁଖ୍ୟତଃ ମଣ୍ଡଳୀ ଯିହୂଦୀମାନଙ୍କୁ ନେଇ ଗଠିତ ହୋଇଥିବ, ତଥାପି ଏଥିରେ ପରମେଶ୍ଵର ଭୟକାରୀ ବିଜାତୀମାନେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିବେ[5]

ତଥାପି, ଏହି ମଣ୍ଡଳୀଗୁଡ଼ିକର ଯିହୂଦୀୟ ସ୍ୱଭାବ ୪୯ ଖ୍ରୀଷ୍ଟାବ୍ଦରେ ନାଟକୀୟ ଭାବରେ ପରିବର୍ତ୍ତିତ ହୋଇଥିବ ସମ୍ରାଟ୍ କ୍ଲାଉଦିଅଙ୍କ ସମୟରେ ଖ୍ରୀସ୍ତୁସ୍  ନାମକ ଜଣେ ବ୍ୟକ୍ତିଙ୍କ ସମ୍ବନ୍ଧରେ ଯିହୂଦୀମାନଙ୍କ ସହିତ ବିବାଦକରି ସମ୍ପୂର୍ଣ୍ଣଭାବରେ ଉତ୍ତ୍ୟକ୍ତ ହୋଇଯାଇଥିଲେ ଅନେକ ଐତିହାସିକମାନେ ବିଶ୍ଵାସ କରନ୍ତି ଯେ ଖ୍ରୀସ୍ତୁସ୍  ଯୀଶୁଙ୍କୁ ମସୀହ ବା ଖ୍ରୀଷ୍ଟ ଭାବରେ ବୁଝାଏ[6] ଏହି ଯୁକ୍ତିର ଫଳ ସ୍ୱରୂପ, ସେ ସମସ୍ତ ଯିହୂଦୀମାନଙ୍କୁ ରୋମରୁ ବାହାରି ଯିବାପାଇଁ ରାଜାଜ୍ଞା ଜାରି କଲେ ଏହା ଯିହୂଦୀ-ଖ୍ରୀଷ୍ଟିୟାନମାନଙ୍କୁ ଯେପରି ପ୍ରୀସ୍କିଲ୍ଲା ଓ ଆକ୍ୱିଲାଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିଥିବ (ପ୍ରେରିତ ୧୮:୨) ଅଳ୍ପ ସମୟ ମଧ୍ୟରେ ରୋମୀୟ ମଣ୍ଡଳୀ ସମ୍ପୂର୍ଣ୍ଣଭାବରେ ବିଜାତୀୟ ହୋଇଯାଇଥିବ ଏହି ଘଟଣାର କିଛି ସମୟ ପରେ, କ୍ଲାଉଦିଅଙ୍କ ରାଜାଜ୍ଞା ପ୍ରତ୍ୟାହାର କରି ନିଆଗଲା ଓ ଯିହୂଦୀମାନଙ୍କୁ ରୋମକୁ ଫେରି ଯିବାପାଇଁ ଅନୁମତି ଦିଆଗଲା ଅତଏବ, ପାଉଲ ଏହି ପତ୍ର ଲେଖୁଥିବା ସମୟରେ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କ ପରି ଯିହୂଦୀମାନେ ରୋମକୁ ଫେରି ଯାଇଥିଲେ (୧୬:୩) ଏହି ମଣ୍ଡଳୀଗୁଡ଼ିକରେ ଯେଉଁ ସାମାଜିକ ବିଶୃଙ୍ଖଳା ଏହା ସୃଷ୍ଟି କରିଥିବ, ତାହା କଳ୍ପନା କରିବାକୁ ଦୁରୂହ ହେବ ନାହିଁ ଯେଉଁ ଯିହୂଦୀମାନଙ୍କର ଐତିହାସିକ ଓ ଧର୍ମୀୟ ଐତିହ୍ୟ, ଖ୍ରୀଷ୍ଟ ବିଶ୍ୱାସ ମତର ମୂଳଦୁଆ ପକାଇଥିଲା, ସେମାନେ ଆଉ ମଣ୍ଡଳୀମାନଙ୍କର ନେତା ହୋଇ ରହି ନ ଥିଲେ ବାସ୍ତବରେ, ସେମାନେ ଅଳ୍ପସଂଖ୍ୟକ ହୋଇ କମ ପ୍ରଭାବ ବିଶିଷ୍ଟ ହୋଇଯାଇଥିଲେ ଏହା ହେଉଛି ଗୋଟିଏ କାରଣ, କାହିଁକି ପାଉଲ ଯିହୂଦୀୟ ବ୍ୟବସ୍ଥା ଓ ଖ୍ରୀଷ୍ଟିୟାନ ହୋଇଥିବା ଯିହୂଦୀ ଏବଂ ବିଜାତୀମାନଙ୍କ ସହିତ ଏହାର ସମ୍ପର୍କକୁ ବୁଝାଇବା ପାଇଁ ପତ୍ରର ଅଧିକ ଅଂଶ ଦେଉଛନ୍ତି (୭:୧ ତଦ୍ ପରବର୍ତ୍ତୀ ପଦଗୁଡ଼ିକ) ଏହା ମଧ୍ୟ ଗୋଟିଏ କାରଣ ହୋଇପାରେ ଯେ ସେ କାହିଁକି ବିଜାତୀୟମାନଙ୍କୁ ସେମାନଙ୍କର ଅହଂକାର ପାଇଁ ଚେତନା (୧୧:୧୮-୨୩) ଦେବା ସହିତ ଦୃଢ଼ ଓ ଦୁର୍ବଳ ଖ୍ରୀଷ୍ଟିୟାନମାନଙ୍କ ସମ୍ବନ୍ଧରେ (୧୪:୧-୧୫:୧୩) ଆପଣାର ଶିକ୍ଷା ଦେଉଛନ୍ତି

ଆଧୁନିକ ସମୟରେ ଆମ୍ଭମାନଙ୍କ ନିମନ୍ତେ ଯିହୂଦୀ ଓ ଗ୍ରୀକମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟତାର ଗଭୀରତାକୁ ବୁଝିବା କଠିନ ହୋଇପାରେ କିନ୍ତୁ ଯେତେବେଳେ ଆମ୍ଭେମାନେ ଅନୁଧ୍ୟାନ କରୁ ଯେ ନୂତନ ନିୟମ କୌଣସି ଏକ ନୂତନ ଧର୍ମକୁ ଉପସ୍ଥାପିତ କରେ ନାହିଁ, ମାତ୍ର ଖ୍ରୀଷ୍ଟ ବିଶ୍ୱାସ ମତକୁ ପୂରାତନ ନିୟମର ପରିପୂର୍ଣ୍ଣତା ବୋଲି ଶିକ୍ଷା ଦିଏ, ତେବେ ଆମ୍ଭେମାନେ ମଣ୍ଡଳୀ ସଂଘର୍ଷ କରିଥିବା ବ୍ୟବସ୍ଥାର ପୂରାତନ ନିୟମ ଚୁକ୍ତି ଏବଂ ଅନୁଗ୍ରହର ନୂତନ ଚୁକ୍ତି ମଧ୍ୟରେ ଥିବା ସମ୍ପର୍କର ଏକ ଉପଯୁକ୍ତ ଚିତ୍ରକୁ ବୁଝିବାକୁ ପାରିବା ଏହା ବ୍ୟତୀତ ଏକ ବଡ଼ ଦ୍ଵନ୍ଦ ଥିଲା ଯେ ଅଧିକାଂଶ ଯିହୂଦୀମାନେ ଯୀଶୁଙ୍କୁ ମସୀହ ସମ୍ବନ୍ଧୀୟ ପ୍ରତିଜ୍ଞାସମୂହର ପରିପୂର୍ଣ୍ଣତା ଭାବରେ ଗ୍ରହଣ କରି ନ ଥିଲେ କି ଗ୍ରହଣ କରୁ ନ ଥିଲେ ଯଦି ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ଯିହୂଦୀମାନଙ୍କ ନିମନ୍ତେ ସେମାନଙ୍କ ଧର୍ମଶାସ୍ତ୍ର (ପୂରାତନ ନିୟମ)ରେ ଥିବା ସବୁ ପ୍ରତିଜ୍ଞାର ପରିପୂର୍ଣ୍ଣତା ହୋଇଥିଲା, ତେବେ କାହିଁକି ସେମାନଙ୍କ ମଧ୍ୟରୁ ଅଳ୍ପ ଲୋକ ସୁସମାଚାରରେ ବିଶ୍ଵାସ କରିଥିଲେ? ପାଉଲଙ୍କ ନିମନ୍ତେ ଏହା ଏକ ବହୁ ଦୁଃଖର ଉତ୍ସ ଥିଲା, ତେଣୁ ସେ ଏହି ସମସ୍ୟା ସକାଶେ ତାହାଙ୍କ ପତ୍ରରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଦେଉଛନ୍ତି (୯-୧୧ ଅଧ୍ୟାୟ)

ପାଉଲଙ୍କର ଏକ ନୂତନ ଦୃଷ୍ଟିକୋଣ

ପ୍ରୋଟେଷ୍ଟାଣ୍ଟ୍ ମଣ୍ଡଳୀ ଇତିହାସ ସମ୍ପୂର୍ଣ୍ଣ ରୋମୀୟ ପତ୍ରଟି ପ୍ରାଥମିକ ଭାବରେ ମାର୍ଟିନ ଲୁଥର୍ କରିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଆସିଛି: ମୁଁ କିପରି ଜଣେ ପାପୀଭାବରେ ଏକ ଧାର୍ମିକ ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିବି? କିମ୍ବା ଅନ୍ୟଭାବରେ କହିବାକୁ ଗଲେ: ମୁଁ କିପରି ଈଶ୍ୱରଙ୍କ ଛାମୁରେ ଧାର୍ମିକ ଗଣିତ ହୋଇପାରିବି? ଏ ସମ୍ବନ୍ଧରେ କ୍ୟାଥଲିକ୍ ମଣ୍ଡଳୀ ସହିତ ଲୁଥରଙ୍କ ଯୁକ୍ତି ଥିଲା; ଏହି ପ୍ରଶ୍ନ ପ୍ରତି ସେମାନଙ୍କର ଉତ୍ତର ଥିଲା ଯେ ଏଥିପାଇଁ ଅନ୍ତତଃ, ଆଂଶିକଭାବରେ ଈଶ୍ୱରଙ୍କ ଆଜ୍ଞା ସମୂହର ଉପଯୁକ୍ତ ବାଧ୍ୟତା ହେବା ଆମ୍ଭମାନଙ୍କ ଉପରେ ନିର୍ଭର କରେ; ଅର୍ଥାତ୍, ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ବୋଲି ଠିଆ ହେବା ପାଇଁ କିଛି ମାତ୍ରାରେ ଆମ୍ଭମାନଙ୍କ ଉପରେ ନିର୍ଭର କରେ ଏହା ପରିବର୍ତ୍ତେ, ଲୁଥର୍ ପାଉଲଙ୍କ ଶିକ୍ଷାରେ ଏହାର ଉତ୍ତର ଖୋଜି ପାଇଥିଲେ ଧାର୍ମିକ ଗଣିତ ହେବା ବିଷୟ ହେଉଛି ସମ୍ପୂର୍ଣ୍ଣଭାବରେ ଈଶ୍ୱରଙ୍କ ଅନୁଗ୍ରହକୁ ବିଶ୍ୱାସରେ ଲାଭ କରିବା ଅଟେ

କିନ୍ତୁ, ନିକଟ ଅତୀତରେ ବାଇବଲ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯେ ଏହା ପ୍ରକୃତରେ ପାଉଲଙ୍କର ମୂଳ ଚିନ୍ତାଧାରା ଓ ଯୁକ୍ତି ନା ନାହିଁ ସେମାନେ ଏହି ଉପନୀତରେ ପହଞ୍ଚିଛନ୍ତି ଯେ ପାଉଲଙ୍କର ମୂଳ ଚିନ୍ତା ହେଉଛି “ବିଜାତୀମାନେ କିପରି ଈଶ୍ୱରଙ୍କ ନିୟମର ଲୋକଭାବରେ ଅନ୍ତର୍ଭୁକ୍ତ ହୋଇଅଛନ୍ତି” ସେମାନେ ଦୃଷ୍ଟିପାତ କରନ୍ତି ଯେ ବ୍ୟବସ୍ଥା ସମ୍ବନ୍ଧରେ ପାଉଲଙ୍କର ସମାଲୋଚନା, ବିଜାତୀମାନଙ୍କୁ ବହିର୍ଭୂତ  କରିବା ନିମନ୍ତେ ଯିହୂଦୀମାନେ ମୋଶାଙ୍କ ବ୍ୟବସ୍ଥା ବ୍ୟବହାର କରିବାଠାରୁ ବ୍ୟବସ୍ଥା ପାଳନ କରିବା ଦ୍ଵାରା ଧାର୍ମିକତା ଲାଭ କରିବା ବିଷୟରେ ଅଳ୍ପ ଅଟେ ନିଶ୍ଚିତ ଭାବରେ ଏହା ପାଉଲଙ୍କର ବାସ୍ତବ ଚିନ୍ତା ଥିଲା ତଥାପି, ଯେଭଳି ଭାବରେ ପାଉଲ ଏହି ପ୍ରଥମ ଶତାବ୍ଦୀର ପ୍ରଶ୍ନର ଉତ୍ତର ଦେଉଛନ୍ତି, ଏହି ପତ୍ରରେ ତାହାର ଉତ୍ତର ଲୁଥର୍ ପାଇଛନ୍ତି: ଉଭୟ ଯିହୂଦୀ ଓ ବିଜାତୀମାନେ – କେବଳ ଈଶ୍ୱରଙ୍କ ଅନୁଗ୍ରହ ଓ ତାହାଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସମାନ ପ୍ରକାରେ ଈଶ୍ୱରଙ୍କ ଲୋକ ଭାବରେ ଅନ୍ତର୍ଭୁକ୍ତ ହୋଇଅଛନ୍ତି ଅତଏବ, ଏହି ଟୀକାରେ ଧାର୍ମିକୀକରଣର ପାରମ୍ପାରିକ ପ୍ରୋଟେଷ୍ଟାଣ୍ଟ ମତବାଦକୁ ଗ୍ରହଣ କରୁଅଛୁ

ମୂଳ ପ୍ରସଙ୍ଗ

ଅତଏବ ରୋମୀୟ ପୁସ୍ତକରେ କେଉଁ ବିଷୟରେ ଆଧାରିତ? ନିଶ୍ଚିତ ଭାବରେ ଅନୁଗ୍ରହର ସୁସମାଚାର ବିଷୟରେ ଓ ଆମ୍ଭମାନଙ୍କର ଧାର୍ମିକୀକରଣ, ଅର୍ଥାତ୍, ଏକ ଧାର୍ମିକ ଈଶ୍ୱରଙ୍କ ସମ୍ମୁଖରେ ଆମ୍ଭେମାନେ ନିର୍ଦ୍ଦୋଷଭାବରେ ଠିଆହେବା ବିଷୟରେ ଅଟେ ଅତଏବ, ଏହା ପରିତ୍ରାଣ ନିମନ୍ତେ ଆମ୍ଭମାନଙ୍କର ଆବଶ୍ୟକତା ବିଷୟରେ ଅଟେ କିନ୍ତୁ ଆମ୍ଭେମାନେ ଯଦି କେବଳ ସେଥିରେ ଧ୍ୟାନ ରଖିବା, ତେବେ ସମୁଦାୟ ପରିସ୍ଥିତିକୁ ହରାଇବା ରୋମୀୟ ପୁସ୍ତକରେ ଏହା ମୂଳତଃ ଈଶ୍ୱରଙ୍କ ବିଷୟରେ ଲେଖାଅଛି, ଯେଉଁ ଈଶ୍ୱରଙ୍କ ବିରୁଦ୍ଧରେ ଆମ୍ଭେମାନେ ପାପକରି ତାହାଙ୍କର ବିଦ୍ରୋହାଚରଣ କରିଥିଲୁ, ସେ ଆମ୍ଭମାନଙ୍କୁ  ଅସୀମ ପ୍ରେମ କରି ତାହାଙ୍କର କ୍ରୋଧ ଓ ଦଣ୍ଡରୁ ଉଦ୍ଧାର କରି ଏକ ପରିତ୍ରାଣର ପଥ ଦେଖାଇଲେ ଫଳ ସ୍ୱରୂପେ, ଆମ୍ଭମାନଙ୍କୁ ତାହାଙ୍କର ଗୌରବ କରିବାକୁ ଓ ପ୍ରେମରେ ପରସ୍ପରର ଯତ୍ନ ନେବାକୁ ବଞ୍ଚିବାକୁ ହେବ ତେଣୁ ମୁଖ୍ୟତଃ, ଆମ୍ଭେମାନେ ଈଶ୍ୱରଙ୍କଠାରେ ଆମ୍ଭମାନଙ୍କର ଧ୍ୟାନ ରଖିବା

ଏପରି ଯୁକ୍ତି କରାଯାଇଛି ଯେ ନୂତନ ନିୟମର ଅନ୍ୟ କୌଣସି ପୁସ୍ତକ ଏତେ ଈଶ୍ୱର-କୈନ୍ଦ୍ରିକ ନୁହେଁ[7] ଈଶ୍ୱରଙ୍କ ପ୍ରକାଶିତ ବାକ୍ୟ ବିଷୟରେ ରୋମୀୟ ପୁସ୍ତକ ଉଲ୍ଲେଖ କରେ, ପାପୀ ମନୁଷ୍ୟ ଉପରେ ପରମେଶ୍ଵରଙ୍କ କ୍ରୋଧ ଓ ଦଣ୍ଡ ଅନ୍ତର୍ଭୁକ୍ତ ଅଟେ; ଏହା ସମ୍ପୂର୍ଣ୍ଣଭାବରେ ଈଶ୍ୱରଙ୍କ ଧାର୍ମିକତା, ଯେଉଁଥିରେ ଉଭୟ ତାହାଙ୍କର ପବିତ୍ରତା ଓ ସେ ଆମ୍ଭମାନଙ୍କୁ ପ୍ରଦାନ କରୁଥିବା ତାହାଙ୍କ ପୁତ୍ରଙ୍କର ଧାର୍ମିକତା ବିଷୟରେ ଅନ୍ତର୍ଭୁକ୍ତ ଅଟେ; ଏହା ସମ୍ପୂର୍ଣ୍ଣରୂପେ ପରିତ୍ରାଣର ଅନୁଗ୍ରହପୂର୍ଣ୍ଣ ଉପହାର ଓ ଆମ୍ଭମାନଙ୍କର ପ୍ରତ୍ୟୁତ୍ତର ବିଷୟରେ; ପୁଣି ଈଶ୍ୱର-କୈନ୍ଦ୍ରିକ ଜୀବନ ବିଷୟରେ, ଯାହା ଈଶ୍ୱରଙ୍କୁ ସନ୍ତୁଷ୍ଟ କରିଥାଏ ଏହି ଅଧ୍ୟୟନରେ ଆମ୍ଭମାନଙ୍କ ପ୍ରାର୍ଥନା ଯେ ଆମ୍ଭମାନଙ୍କ ଆତ୍ମିକ ଚକ୍ଷୁ ସାହାଯ୍ୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ପ୍ରକାଶିତ ହୋଇଥିବା ତାହାଙ୍କର ସମସ୍ତ ସିଦ୍ଧତାରେ ଥିବା ଈଶ୍ୱରଙ୍କର ଗୌରବ ଓ ସୌନ୍ଦର୍ଯ୍ୟତାକୁ ଦେଖିପାରିବା ଆଉ ସେଥିପାଇଁ ଅକଥନୀୟ ଆନନ୍ଦରେ ଆନନ୍ଦ କର, କାରଣ ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ୱାସର ଫଳ, ଅର୍ଥାତ୍, ଆମ୍ଭମାନଙ୍କ ଆତ୍ମାର ପରିତ୍ରାଣ ଜାଣୁଅଛୁ (୧ ପିତର ୧:୮-୯)

ଢାଞ୍ଚାଗତ ପ୍ରାଥମିକ ସିଦ୍ଧାନ୍ତ

ରୋମୀୟ ପୁସ୍ତକକୁ ବିଭିନ୍ନ ପ୍ରକାରେ ରୂପରେଖ ଦିଆଯାଏ ଆମ୍ଭେମାନେ ଏଠାରେ ତଳଲିଖିତ ରୂପରେଖ ଓ ଢାଞ୍ଚାର ଅନୁସରଣ କରିବା 

      I.         ଉପକ୍ରମ (୧:୧-୧୫)

୧. (୧:୧-୭) ଅଭିବାଦନ

୨. (୧:୮-୧୫) ପାଉଲ ଓ ରୋମୀୟବାସିନ୍ଦା

    II.         ଈଶ୍ୱରଙ୍କ ସୁସମାଚାର (୧:୧୬-୮:୩୯)

. (:୧୬-୧୭)   ପ୍ରସଙ୍ଗ: ଈଶ୍ୱରଙ୍କ ଧାର୍ମିକତା

. (:୧୮-:୨୫) ବିଶ୍ୱାସର ସୁସମାଚାର:ପାପର ସମସ୍ୟା ପ୍ରତି ସମାଧାନ


(:୧୮-:୨୦) ପାପର ସମସ୍ୟା

         :୧୮-୩୨ ବିଜାତୀୟମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ

         ;-: ଯିହୂଦୀମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ ନ୍ୟାୟବିଚାର


         :-୨୦ ଯିହୂଦୀ ବିଜାତୀମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ ନ୍ୟାୟବିଚାର

(:୨୧-:୨୫) ବିଶ୍ୱାସ ଦ୍ୱାରା ଧାର୍ମିକ ଗଣନା: ପାପର ସମସ୍ୟା ପ୍ରତି ସମାଧାନ

:୨୧-୨୬ ଧାର୍ମିକୀକରଣ ଈଶ୍ୱରଙ୍କ ଧାର୍ମିକତା

:୨୭-୩୧  କେବଳ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣନା

:-୨୫ ଅବ୍ରହାମଙ୍କ ଧାର୍ମିକୀକରଣ

 

୩. (୫:୧-୮:୩୯) ଭରସାର ସୁସମାଚାର: ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ଅନନ୍ତକାଳୀନ ନିରାପତ୍ତା

            i.    (୫:୧-୨୧) ଗୌରବର ଭରସାରେ ଆନନ୍ଦ କରିବା: ଧାର୍ମିକୀକରଣର ଫଳ


    ୫:୧-୧୧  ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତି ଓ  ଭରସା

    ୫:୧୨-୨୧ ଆଦମଙ୍କ ଦ୍ୱାରା ମୃତ୍ୟୁ ଓ ଖ୍ରୀଷ୍ଟଙ୍କଠାରେ ଜୀବନ

             ii.         (୬:୧-୩୩) ପାପରୁ ମୁକ୍ତି

                ୬:୧-୧୪  ଖ୍ରୀଷ୍ଟଙ୍କ ସହିତ ମିଳନ

       ୬:୧୫-୨୩  ପାପର ଦାସତ୍ୱରୁ ମୁକ୍ତି

            iii.          (୭:୧-୨୫) ବ୍ୟବସ୍ଥାରୁ ମୁକ୍ତି

       ୭:୧-୬  ଖ୍ରୀଷ୍ଟଙ୍କର ମୃତ୍ୟୁ ଆମ୍ଭମାନଙ୍କୁ ବ୍ୟବସ୍ଥାରୁ ମୁକ୍ତି କରେ

       ୭:୭-୧୨  ବ୍ୟବସ୍ଥାର ଉଦ୍ଦେଶ୍ୟ ଓ ମୂଲ୍ୟବୋଧ

       ୭:୧୩-୨୫  ବ୍ୟବସ୍ଥା ଓ ପାପର ଅଧୀନରେ ଜୀବନ

           iv.         (୮:୧-୩୯)  ମୃତ୍ୟୁରୁ ମୁକ୍ତି: ଆମ୍ଭମାନଙ୍କ ପରିତ୍ରାଣର ନିଶ୍ଚିତତା

       ୮:୧-୧୩  ଜୀବନଦାୟକ ଆତ୍ମା

       ୮:୧୪-୧୭  ପୁତ୍ରତ୍ୱର ଆତ୍ମା

       ୮:୧୮-୩୦  ଭରସାର ଆତ୍ମା

       ୮:୩୧-୩୯ ଈଶ୍ୱର ଆମ୍ଭମାନଙ୍କ ସପକ୍ଷ ହୋଇଥିବାରୁ ଜୟଲାଭ

  III.         ସୁସମାଚାରର ପକ୍ଷ ସମର୍ଥନ: ଇସ୍ରାଏଲ ଓ ବିଜାତୀମାନଙ୍କ ପ୍ରତି ଈଶ୍ୱରଙ୍କ ବିଶ୍ୱସ୍ତତା (୯:୧-୧୧:୩୬)

୧. (୯:୧-୨୪) ବିଶ୍ୱସ୍ତତାର ସୁସମାଚାର: ଈଶ୍ୱରଙ୍କ ବାକ୍ୟ ବିଫଳ ହୋଇ ନାହିଁ

i. (:-) ବିଶ୍ୱାସବିହୀନ ଇସ୍ରାଏଲ ହେତୁ ପାଉଲଙ୍କ ବିଳାପ

ii. (:-୨୯ଈଶ୍ୱରଙ୍କ ବାକ୍ୟ ବିଫଳ ହୋଇ ନାହିଁ

        ୯:୬-୧୩  ଈଶ୍ୱରଙ୍କ ହ୍ବାନ

        ୯:୧୪-୨୧  ଈଶ୍ୱରଙ୍କ ସାର୍ବଭୌମତ୍ଵ

        ୯:୨୨-୨୯  ନୂତନ ଲୋକମାନଙ୍କୁ ଈଶ୍ୱରଙ୍କ ମନୋନୟନ


୨. (୯:୩୦- ୧୦:୨୧) ଖ୍ରୀଷ୍ଟଙ୍କର ସୁସମାଚାର: ଖ୍ରୀଷ୍ଟ ଈଶ୍ୱରଙ୍କ ବାକ୍ୟର ପରିପୂର୍ଣ୍ଣତା ଅଟନ୍ତି

 

i.         (:୩୦-୧୦:) ଇସ୍ରାଏଲ ବ୍ୟବସ୍ଥା ଦ୍ୱାରା ଧାର୍ମିକତାର ଅନୁସରଣ କଲା

ii.        (୧୦:-୧୩) କାହିଁକି? କାରଣ ସେମାନଙ୍କର ଜ୍ଞାନ ତୃଟିଯୁକ୍ତ ଥିଲା

iii.      (୧୦:୧୪-୨୧) ଏହା ସେମାନଙ୍କର ଅନାଜ୍ଞାବହତାର କାରଣ ହେଲା

 

୩. (୧୧:୧-୩୬) ଇସ୍ରାଏଲର ସୁସମାଚାର: ସମସ୍ତ ଇସ୍ରାଏଲ ଉଦ୍ଧାର ପାଇବେ

               i.         (୧୧:୧-୧୦) ଇସ୍ରାଏଲ ପ୍ରତି ଈଶ୍ୱରଙ୍କ ଅତୀତ ବିଶ୍ୱସ୍ତତା : ଅବଶିଷ୍ଟାଶଂ

             ii.         (୧୧:୧୧-୩୨)  ଈଶ୍ୱରଙ୍କ ଭବିଷ୍ୟତ ବିଶ୍ୱସ୍ତତା: ସମସ୍ତ ଇସ୍ରାଏଲ ଉଦ୍ଧାର ପାଇବେ

            iii.         (୧୧:୩୩-୩୬)  ଈଶ୍ୱରଙ୍କ ସାର୍ବଭୌମତ୍ଵ, ଅନୁଗ୍ରହ ଓ ବିଶ୍ୱସ୍ତତାର ପ୍ରଶଂସା 

  IV.         ଈଶ୍ୱରଙ୍କ ସୁସମାଚାର (କ୍ରମଶଃ): ପ୍ରେମର ସୁସମାଚାର (୧୨:୧-୧୫:୩)


୧.  (୧୨:୧-୨୧)  ଏକ ନୂତନୀକୃତ ମନର ସୁସମାଚାର

               i.         (୧୨:୧-୩) ଏକ ଜୀବନ୍ତ ବଳି

             ii.         (୧୨:୪-୮) ଦାନର ବିଭିନ୍ନତା ଦ୍ୱାରା ଶରୀରରେ ଏକତା

            iii.         (୧୨:୯-୧୫) ପ୍ରେମ: ଜଣେ ଖ୍ରୀଷ୍ଟିୟାନର ପରିଚୟ

୨.  (୧୩:୧-୧୪) ବ୍ୟବସ୍ଥା ଭିତ୍ତିକ ପ୍ରେମର ସୁସମାଚାର

               i.         (୧୩:୧-୭) ପୃଥିବୀସ୍ଥିତ ସରକାରଙ୍କ ପ୍ରତି ଜଣେ ଖ୍ରୀଷ୍ଟିୟାନର ଦାୟିତ୍ଵ

             ii.         (୧୩:୮-୧୦) ଆପଣା ପ୍ରତିବାସୀ ପ୍ରତି ଜଣେ ଖ୍ରୀଷ୍ଟିୟାନର ପ୍ରେମ କରିବା ଦାୟିତ୍ୱ

            iii.         (୧୩:୧୧-୧୪) ଖ୍ରୀଷ୍ଟଙ୍କ ପ୍ରତି ଜଣେ ଖ୍ରୀଷ୍ଟିୟାନର ଦାୟିତ୍ଵ

୩.  (୧୪:୧-୧୫:୧୩)  ଖ୍ରୀଷ୍ଟଙ୍କଠାରେ ଥିବା ଜୀବନର ସୁସମାଚାର

               i.         (୧୪:୧-୧୨) ଆପଣା ଭାଇ ଓ ଭଉଣୀଙ୍କ ସହିତ ଜଣେ ଖ୍ରୀଷ୍ଟିୟାନ ଭାବରେ ଜୀବନଯାପନ

             ii.         (୧୪:୧୩-୨୩) ଜଣେ ଖ୍ରୀଷ୍ଟିୟାନ ଭାବରେ ଜଣେ ଭାଇ କି ଭଉଣୀଙ୍କୁ ବିଚାର ନ କରିବା ପାଇଁ

            iii.         (୧୫:୧-୭)  ପାରସ୍ପାରିକ ଉତ୍ସାହ ପ୍ରଦାନ ନିମନ୍ତେ ଜଣେ ଖ୍ରୀଷ୍ଟିୟାନର ଜୀବନ

           iv.         (୧୫:୮-୧୩)  ଭରସା, ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ ଜଣେ ଖ୍ରୀଷ୍ଟିୟାନର ଜୀବନ

    V.         ପାଉଲଙ୍କର ଶେଷୋକ୍ତି  (୧୫:୧୪-୧୬:୨୭)

୧.  (୧୫:୧୪-୨୧) ବିଜାତୀମାନଙ୍କ ନିକଟରେ ପାଉଲଙ୍କର ପ୍ରଚାର କାର୍ଯ୍ୟ

୨.  (୧୫:୨୨-୨୯) ପାଉଲଙ୍କର ଯୋଜନା ଓ ପ୍ରାର୍ଥନା ଅନୁରୋଧ

୩.  (୧୫:୩୩-୧୬:୨୭)  ପାଉଲଙ୍କର ଶେଷ ଉପଦେଶ ଓ ଅଭିବାଦନ

 


ଉପକ୍ରମ (୧:୧-୭)

ପାଉଲଙ୍କ ପତ୍ରର ମୁଖ୍ୟ ପ୍ରସଙ୍ଗ ସୁସମାଚାରର ଏକ ବ୍ୟାଖ୍ୟା ଅଟେ ସୁସମାଚାର ଶବ୍ଦକୁ ପାଉଲ ଏହି ପ୍ରାରମ୍ଭିକ ପଦ ଗୁଡ଼ିକରେ (୧: ୧, ୯, ୧୫, ୧୬) ଚାରିଥର ଓ ପୁନର୍ବାର ପତ୍ର ଶେଷ କରିବା ସମୟରେ (୧୬:୨୫) ମୋଟରେ ଏଗାର ଥର ବ୍ୟବହାର କରୁଛନ୍ତି ଅତଏବ ଏହା ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ପରମେଶ୍ଵରଙ୍କ ସୁସମାଚାରକୁ ଏହି ସୁସମାଚାର ଘୋଷଣା କରିବା ବିଷୟ ପାଉଲଙ୍କର ହୃଦୟରୁ ପ୍ରବାହିତ ହେଉଛି ଓ ଏହା ହିଁ ତାହାଙ୍କର ପତ୍ରର ଗୋଟିଏ ମୁଖ୍ୟ ପ୍ରସଙ୍ଗ ଅଟେ

ପାଉଲ ଓ ଈଶ୍ୱରଙ୍କ ସୁସମାଚାର (୧:୧-୫)


ପାଉଲଙ୍କର ଅଧିକାଂଶ ପତ୍ରଗୁଡ଼ିକ ପରି ଏହି ପତ୍ରଟିର ଆରମ୍ଭ ହୋଇଛି ସେ ରୋମୀୟ ପ୍ରଥାରେ ଥିବା ପତ୍ର ଲିଖନର ମାନଦଣ୍ଡକୁ ଅନୁସରଣ କରୁଛନ୍ତି, କିନ୍ତୁ ଏକ ପରିବର୍ଦ୍ଧିତ ଉପକ୍ରମକୁ ମଧ୍ୟ ଅନ୍ତର୍ଭୁକ୍ତ କରୁଛନ୍ତି ଯେପରି ପୂର୍ବରୁ ଉଲ୍ଲେଖ କରଯାଇଅଛି, ଏଇଥିପାଇଁ ଏହା ହୋଇଥାଇପାରେ ଯେ ସେ ରୋମରେ ଏହି ମଣ୍ଡଳୀ ପ୍ରତିଷ୍ଠା କରି ନ ଥିଲେ କି ସେ ତାହା ପରିଦର୍ଶନ କରି ନ ଥିଲେ ଅତଏବ ସେ ଆପଣାର ପରିଚୟ ଓ ସେ ପ୍ରଚାର କରିଥିବା ସୁସମାଚାରର ବିସ୍ତୃତ ବିବରଣୀ ଦେବାକୁ ଆବଶ୍ୟକ ମନେ କରିଥିଲେ

v. ପାଉଲଙ୍କର ଆତ୍ମ-ଜ୍ଞାନ

ନିଜକୁ “ପାଉଲ[8] ଭାବରେ ପରିଚୟ ଦେଲାପରେ, ରୋମୀୟ ମଣ୍ଡଳୀକୁ ପତ୍ର ଲେଖିବାକୁ ତାହାଙ୍କର ଯେ ଉଭୟ ଦାୟିତ୍ଵ ଓ ଅଧିକାର ଅଛି, ତାହା ପ୍ରମାଣ କରିବା ସକାଶେ ସେ ସେହିକ୍ଷଣି ତିନୋଟି ବ୍ୟକ୍ତିଗତ ବିବରଣୀ ଦେଉଛନ୍ତି ସେ ବିବୃତ କରନ୍ତି ଯେ ସେ “ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ,” ଓ ସେ “ଜଣେ ପ୍ରେରିତ ଭାବରେ ଆହ୍ୱାନ” ହୋଇଛନ୍ତି ଜଣେ ପ୍ରେରିତ ଭାବରେ ତାହାଙ୍କର ଆହ୍ୱାନ ହେବାର ଅର୍ଥ ହେଉଛି ଯେ ସେ “ଈଶ୍ୱରଙ୍କ ସୁସମାଚାର ନିମନ୍ତେ ପୃଥକୀକୃତ” ଥିଲେ ଏହି ସମାନ୍ତରାଳ ଉପାଧୀଗୁଡ଼ିକ ପାଉଲଙ୍କର ବିଶିଷ୍ଟତା, ତାହାଙ୍କର ଆହୂତ ଓ ତାହାଙ୍କର ସେବାକାର୍ଯ୍ୟକୁ ପ୍ରତିପାଦନ କରିଥାଏ

ପ୍ରଥମ ଆତ୍ମ-ପରିଚୟରେ “ଖ୍ରୀଷ୍ଟ ଯୀଶୁଙ୍କର ଦାସ” ପାଉଲ କହୁଛନ୍ତି ଯେ ଖ୍ରୀଷ୍ଟଙ୍କ ସହିତ ଥିବା ସମ୍ପର୍କରେ ସେ କିପରି ଆପଣାକୁ ଦେଖୁଛନ୍ତି ଆପଣାକୁ ବର୍ଣ୍ଣନା କରିବାର ଏହା ତାହାଙ୍କର ସାଧାରଣ ଶୈଳୀ ଅଟେ[9]ଦାସ” ଶବ୍ଦଟି ଅଧିକାଂଶ ସମୟରେ “ବନ୍ଧାଦାସ” (NASB) କିମ୍ବା “କ୍ରୀତଦାସ”[10] (NET) ଭାବରେ ଅନୁବାଦ କରାଯାଇଥାଏ, କାରଣ “ଦାସ” ଶବ୍ଦଟି ଜଣକର ସେବା କରି କିଛି ପାଊଣା ପାଉଥିବା ବିଷୟକୁ ବୁଝାଏ ପୂରାତନ ନିୟମରେ ଅବ୍ରହାମ (ଆଦି ପୁସ୍ତକ ୨୬:୨୪), ମୋଶା (ଯିହୋଶୂୟ ୧:୨) ଓ ଯିହୋଶୂୟ (ଯିହୋଶୂୟ ୨୪:୨୯) ଭଳି ମହାନ ନେତାମାନେ ଆପଣା ଆପଣାକୁ ସଦାପ୍ରଭୁଙ୍କର ଦାସ ବୋଲି କହୁଥିଲେ ନୂତନ ନିୟମରେ ଯୀଶୁଙ୍କୁ ପ୍ରଭୁ ଭାବରେ ସମ୍ବୋଧନ କରାଯାଏ (୧:୪, ୭) ଜଣେ କ୍ରୀତଦାସ ସମ୍ପୂର୍ଣ୍ଣରୂପେ ଆପଣା କର୍ତ୍ତାର ଅଟେ ଏହି ଉଦ୍ଦେଶ୍ୟରେ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି ଖ୍ରୀଷ୍ଟଙ୍କର ସମସ୍ତ ଅନୁଗମନକାରୀମାନେ କିଣାଯାଇଛନ୍ତି ଓ “ଧାର୍ମିକତାର ଦାସ” (୬:୧୬-୨୦) ହେବା ପାଇଁ ପାପର ଦାସତ୍ୱରୁ ମୁକ୍ତି ପ୍ରାପ୍ତ ହୋଇଛନ୍ତି (ମାଥିଉ ୨୦:୨୮; ୧ କରିନ୍ଥୀୟ ୬:୧୯-୨୦; ୭:୨୩) ତଥାପି, ବିଶ୍ୱାସୀମାନେ କେବଳ କ୍ରୀତଦାସ ନୁହଁନ୍ତି, କିନ୍ତୁ ଈଶ୍ୱର ଆମ୍ଭମାନଙ୍କୁ ପୁତ୍ର ଭାବରେ ଗ୍ରହଣ କରି ଓ “ପୁତ୍ରତ୍ୱର ଆତ୍ମା” ଦେଇ ଆମ୍ଭମାନଙ୍କୁ ଆପଣାର ନିଜର ସନ୍ତାନ କରିଅଛନ୍ତି, ଯେପରି ଆମ୍ଭେମାନେ ତାହାଙ୍କୁ “ଆବ୍ବା, ପିତା” ବୋଲି ଡାକି ପାରିବା (୮:୧୪-୧୭)

ପାଉଲ “ଜଣେ ଆହୂତ ପ୍ରେରିତ” ମଧ୍ୟ ଥିଲେ (୧ କରିନ୍ଥୀୟ ୧:୧; ଗାଲାତୀୟ ୧:୧)ଆହୂତ” ଶବ୍ଦର ଅର୍ଥ ହେଉଛି ମନୋନୀତ ବା ନିଯୁକ୍ତପ୍ରେରିତ” ଶବ୍ଦର ଅର୍ଥ ହେଉଛି ବାର୍ତ୍ତାବାହକ, କିନ୍ତୁ ବିଶେଷତଃ ଯୀଶୁଙ୍କ ଦ୍ଵାରା ମନୋନୀତ ହୋଇଥିବା ବାର ଜଣ ପ୍ରେରିତଙ୍କର ଉପାଧିକୁ ବୁଝାଏ (ଲୂକ ୬:୧୨ ପରବର୍ତ୍ତୀ ପଦ) ପାଉଲ ରୋମୀୟ ମଣ୍ଡଳୀକୁ ଏହା କହୁଛନ୍ତି ଯେ ସେ ପିତର ଓ ଯୋହନଙ୍କ ସମ ଜଣେ ପ୍ରେରିତ ଭାବରେ ଏହି ବାର ଜଣ ପ୍ରେରିତମାନଙ୍କ ସହିତ ଅନ୍ତର୍ଭୁକ୍ତ ହେବା ଉଚିତ ଜଣେ ପ୍ରେରିତ ହେବାର ଅର୍ଥ ହେଲା ଯେ ସେ ପ୍ରତ୍ୟକ୍ଷଭାବରେ ଓ ବ୍ୟକ୍ତିଗତଭାବରେ ଯୀଶୁଙ୍କ ଦ୍ଵାରା ଆହୂତ ଥିଲେ (ପ୍ରେରିତ ୯:୩-୧୯) ଆଉ ମଧ୍ୟ ଏହାର ଅର୍ଥ ହେଲା ଯେ ସେ ଯୀଶୁଙ୍କର ଜଣେ ଚାକ୍ଷୁଷ ସାକ୍ଷୀ ଓ ଅଧିକ ଗୁରୁତ୍ଵପୂର୍ଣ୍ଣ ଭାବରେ ସେ ତାହାଙ୍କୁ ପୁନରୁତ୍ଥାନ ପରେ ଦର୍ଶନ କରିଥିଲେ (ପ୍ରେରିତ ୧:୨୧-୨୬; ୧ କରିନ୍ଥୀୟ ୯:୧; ୧୫:୮ ପରବର୍ତ୍ତୀ ପଦ; ଗାଲାତୀୟ ୧:୧୫-୧୬କ) ଏହି ବାର ଜଣ ପ୍ରେରିତଙ୍କୁ ଯୀଶୁଙ୍କର ଓ ତାହାଙ୍କ ସୁସମାଚାରର ପ୍ରତିନିଧିତ୍ୱ କରିବା ପାଇଁ ଅଧିକାର ଓ କ୍ଷମତା ଦିଆଯାଇଥିଲା

ଉଭୟ ଜଣେ “ଦାସ” ଓ ଜଣେ “ଆହୂତ ପ୍ରେରିତ” ଭାବରେ ଆପଣାକୁ ବର୍ଣ୍ଣନା କରିବା ପାଉଲଙ୍କର ମତକୁ ଅଧିକ ଆଲୋକିତ କରେ ଯେ ସେ ସମ୍ପୂର୍ଣ୍ଣରୂପେ ଖ୍ରୀଷ୍ଟଙ୍କର ଅଧିକାର ଅଧୀନରେ ଅଛନ୍ତି ଓ ଖ୍ରୀଷ୍ଟଙ୍କର ସୁସମାଚାର ଘୋଷଣା କରିବାକୁ ଅଧିକାର ପ୍ରାପ୍ତ ଅଟନ୍ତି ସେ “ଈଶ୍ୱରଙ୍କ ସୁସମାଚାର” ନିମନ୍ତେ ଖ୍ରୀଷ୍ଟଙ୍କ ଦ୍ୱାରା “ପୃଥକୀକୃତ” ବୋଲି କହି ଆପଣାର ପରିଚୟକୁ ଜାରି ରଖୁଛନ୍ତି ଗାଲାତୀୟ ମଣ୍ଡଳୀକୁ ପାଉଲଙ୍କ ପତ୍ରରେ ମଧ୍ୟ ସେ – ସମାନ ଶବ୍ଦ “ମାତାର ଉଦରରୁ” (ଗାଲାତୀୟ ୧:୧୫) ବ୍ୟବହାର କରି – ଲେଖନ୍ତି ଯେ ସେ ପୃଥକୀକୃତ ହୋଇଛନ୍ତି ପୂରାତନ ନିୟମର “ପୃଥକୀକୃତ” ଶବ୍ଦର ଅର୍ଥ ହେଉଛି “ପବିତ୍ର” ଓ ପରମେଶ୍ୱରଙ୍କ ନିମନ୍ତେ ପୃଥକୀକୃତ ହେବା ବିଷୟକୁ ବୁଝାଏ ଯେଉଁଭଳି ଭାବରେ ପରମେଶ୍ୱର ଯିରିମିୟ ଭାବବାଦୀଙ୍କୁ ଆହ୍ୱାନ କରିଥିଲେ, ଏହା ଠିକ୍ ସେହିଭଳି ଅଟେ (ଯିରିମିୟ ୧:୫) ଦମ୍ମେଶକ ପଥରେ ଯୀଶୁଙ୍କ ସହିତ ପାଉଲଙ୍କର ସାକ୍ଷାତ କେବଳ ଖ୍ରୀଷ୍ଟଙ୍କର ଅନୁଗମନ କରିବା ନିମନ୍ତେ ଯିହୂଦୀୟ ମତବାଦରୁ ତାହାଙ୍କ ପରିବର୍ତ୍ତନର ସମୟ ନ ଥିଲା, କିନ୍ତୁ ଜଣେ ପ୍ରେରିତ ହେବା ପାଇଁ ତାହାଙ୍କ ପ୍ରତି ଆଦେଶ ଥିଲା; ଅର୍ଥାତ୍, ସୁସମାଚାରକୁ ଘୋଷଣା, ବ୍ୟାଖ୍ୟା ଓ ପକ୍ଷ ସମର୍ଥନ କରିବା ନିମନ୍ତେ ଆଦେଶ ଥିଲା  ଯଦିଓ ଅନନ୍ତକାଳ ପୂର୍ବରୁ ଈଶ୍ୱର ସୁସମାଚାରକୁ ଚିନ୍ତାକରି ଯୋଜନା କରିଥିଲେ, ସେ ସମସ୍ତ ମାନବଜାତି ନିକଟରେ ସୁସମାଚାର ପ୍ରଚାର କରିବା ଓ ଶିକ୍ଷା ଦେବାର ଦାୟିତ୍ୱ ପ୍ରଥମେ ପ୍ରେରିତମାନଙ୍କୁ ଓ ତା’ପରେ ଆପଣାର ସମସ୍ତ ଅନୁଗମନକାରୀମାନଙ୍କୁ ଦେଇଥିଲେ (ମାଥିଉ ୨୮:୧୮-୨୦)

v. ସୁସମାଚାର ସମ୍ବନ୍ଧରେ ପାଉଲଙ୍କର ଜ୍ଞାନ

ଯିହୂଦୀମାନଙ୍କ ନିକଟରେ (୧:୫; ୯:୨୪; ୧୧:୧୩; ଗାଲାତୀୟ ୨:୮; ୧ ତୀମଥି ୨:୭) “ପରମେଶ୍ଵରଙ୍କ ସୁସମାଚାର” ଘୋଷଣା କରିବା ପାଇଁ କିନ୍ତୁ ବିଶେଷକରି ବିଜାତୀମାନଙ୍କ ନିମନ୍ତେ ପାଉଲଙ୍କର ଆହ୍ୱାନ ଥିଲା ୨-୬ ପଦରେ ପାଉଲ ବର୍ତ୍ତମାନ ରୋମୀୟ ଖ୍ରୀଷ୍ଟିୟାନମାନଙ୍କୁ ସେ ପରମେଶ୍ଵରଙ୍କ ସୁସମାଚାରର ଅର୍ଥ କଅଣ, ସେ ବିଷୟରେ ନିଜେ  ବୁଝିଥିବା ବିଷୟକୁ କହୁଛନ୍ତି ‘ସୁସମାଚାର’ ଶବ୍ଦର ଅର୍ଥ ଶୁଭ ସମ୍ବାଦ ରୋମୀୟ ଶାସନ ସମୟରେ ଏହା ଅଧିକାଂଶତଃ ଯୁଦ୍ଧରେ ବିଜୟ ହେବାର ସମ୍ବାଦକୁ ବୁଝାଉଥିଲା କିନ୍ତୁ ପାଉଲ ଘୋଷଣା କରୁଥିବା ସୁସମାଚାର “ପରମେଶ୍ଵରଙ୍କ – ଶୁଭ ସମ୍ବାଦ ଅଟେ, ଅର୍ଥାତ୍, ପରମେଶ୍ଵରଙ୍କଠାରୁ ଆସୁଥିବା ଶୁଭ ସମ୍ବାଦ ଓ ତାହା ପରମେଶ୍ଵରଙ୍କ ସମ୍ବନ୍ଧରେ ଅଟେ ପରମେଶ୍ଵର ହେଉଛନ୍ତି ସୁସମାଚାରର ଉତ୍ସମୂଳ ସେ କଳ୍ପନା କଲେ, ଯୋଜନା କଲେ, ପ୍ରସ୍ତୁତ କଲେ ଓ ଏହାକୁ ସମ୍ପୂର୍ଣ୍ଣ କଲେ ରୋମୀୟ ପତ୍ର ହେଉଛି ପରମେଶ୍ଵରଙ୍କ ବିଷୟରେ, ଯାହା ଉଭୟ ତାହାଙ୍କର ନ୍ୟାୟ ଓ ପ୍ରେମକୁ ବର୍ଣ୍ଣନା କରେ ଅର୍ଥାତ୍, ଏହାଦ୍ୱାରା ସେ ଆପଣା ଲୋକମାନଙ୍କୁ ଆପଣା ସହିତ ପୁନର୍ମିଳନ କରିଅଛନ୍ତି ଅଳ୍ପ କେତେକ ପଦ ପରେ ପାଉଲ ସୁସମାଚାରକୁ “ତାହାଙ୍କ ପୁତ୍ରଙ୍କ ସୁସମାଚାର” ବୋଲି କହି ପରମେଶ୍ଵରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ପରମେଶ୍ଵରଙ୍କ ସହିତ ସମାନ କରୁଛନ୍ତି (୧:୯)

ଯଦିଓ ପାଉଲ ପରମେଶ୍ଵରଙ୍କ ସୁସମାଚାରକୁ “ମୋହର ସୁସମାଚାର” (୨:୧୬; ୧୬:୨୫) ବୋଲି କହୁଛନ୍ତି, ସେ ତାହା ସୃଷ୍ଟି କି ଉଦ୍ଭାବନ କରି ନ ଥିଲେ ତା’ପରିବର୍ତ୍ତେ, ଏକ ପାପପୂର୍ଣ୍ଣ ଜଗତରେ ଏହାକୁ ଘୋଷଣା କରିବା ନିମନ୍ତେ ସେ ଅଧିକାର ପ୍ରାପ୍ତ (“ଆହୂତ” ଓ “ପୃଥକୀକୃତ”) ହୋଇଥିଲେ ଖ୍ରୀଷ୍ଟୀୟ ବିଶ୍ୱାସ ମତ ଏକ ମାନବୀୟ ଉଦ୍ଭାବନ ନୁହେଁ କି ଅନେକ ଧର୍ମ ମଧ୍ୟରେ ଏହା ଏକ ଧର୍ମ ନୁହେଁ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ଦେଖିଲେ, ଏହା କଦାପି ଗୋଟିଏ “ଧର୍ମ” ନୁହେଁ, ବରଂ ଏକ ଦୁଃଖ ପୂର୍ଣ୍ଣ ଓ ବିଦ୍ରୋହୀ ଜଗତ ନିମନ୍ତେ ଏହା ଈଶ୍ୱରଙ୍କ ଶୁଭ ସମ୍ବାଦ ଏହା ଈଶ୍ୱରଙ୍କ ସହିତ ଶାନ୍ତିର ସମ୍ପର୍କକୁ ପୁନଃସ୍ଥାପନ କରିବାର କେବଳ ଏକମାତ୍ର ଉପାୟ, ଯେପରି ତାହାଙ୍କର ସନ୍ତାନମାନେ ତାହାଙ୍କର ଉପସ୍ଥିତିରେ ବାସ କରିପାରିବେ ଆଉ ସୁସମାଚାରର ଏହି ଉପାୟ ହେଉଛି ଏକମାତ୍ର ଉପାୟ ଯାହା ପରମେଶ୍ଵର ନିଜେ ପ୍ରଦାନ କରିଅଛନ୍ତି

ଈଶ୍ୱରଙ୍କ ସୁସମାଚାର”କୁ ପାଉଲ ଏକ ନୂତନ ବିଷୟ ଭାବରେ ବର୍ଣ୍ଣନା କରନ୍ତି ନାହିଁ ବରଂ, ଏହା ପୂରାତନ ନିୟମର ଭାବବାଦୀମାନଙ୍କ ଦ୍ୱାରା ବହୁ ପୂର୍ବରୁ ପ୍ରତିଜ୍ଞା କରାଯାଇଥିଲା ଯେପରି ଆମ୍ଭେମାନେ ସୂଚିତ କରିଅଛୁ, ଖ୍ରୀଷ୍ଟୀୟ ବିଶ୍ୱାସ ମତ ଏକ ନୂତନ ଧର୍ମ ନୁହେଁ, କିନ୍ତୁ “ତାହାଙ୍କ ଭାବବାଦୀମାନଙ୍କ ଦ୍ୱାରା ପୂର୍ବରୁ ଈଶ୍ୱର ଯାହା ପ୍ରତିଜ୍ଞା କରିଥିଲେ,” ସେଥିର ଏକ ପରିପୂର୍ଣ୍ଣତା ଅଟେ ଉଲ୍ଲେଖ ଥିବା “ପବିତ୍ର ଧର୍ମଶାସ୍ତ୍ର” ସମସ୍ତ ପୂରାତନ ନିୟମକୁ ବୁଝାଏ, ପାଉଲ ଏହି ପତ୍ର ଲେଖୁଥିବା ସମୟରେ ନୂତନ ନିୟମ ଧର୍ମଶାସ୍ତ୍ର ସମ୍ପୂର୍ଣ୍ଣ ହୋଇ ନ ଥିଲା ଯୀଶୁ ସ୍ୱୟଂ ଦୃଢ଼ଭାବରେ କହନ୍ତି ଯେ ସେ ନିଜେ ଏହାର ପରିପୂର୍ଣ୍ଣତା ଥିଲେ (ମାଥିଉ ୫:୧୭-୧୮; ଯୋହନ ୫:୩୯, ୪୬; ଲୂକ ୨୪:୨୫ ପରବର୍ତ୍ତୀ ପଦ ଗୁଡ଼ିକ, ୪୪ ପରବର୍ତ୍ତୀ ପଦ; ଏବ୍ରୀ ୮:୫; ୧୦:୧)

ଅତଏବ ଏହି ସୁସମାଚାର କେବଳ ପ୍ରତିଜ୍ଞାସମୂହର ପରିପୂର୍ଣ୍ଣତା ନ ଥିଲା, କିନ୍ତୁ ମୋଶାଙ୍କ ବ୍ୟବସ୍ଥାର ପରିପୂର୍ଣ୍ଣତା ମଧ୍ୟ ଥିଲା (୩:୨୧; ୧୦:୪; ୨ କରିନ୍ଥୀୟ ୧:୨୦; ଏବ୍ରୀ ୭:୨୩-୨୪; ୯:୧୨) ପାଉଲ କେଉଁ ଅନୁଚ୍ଛେଦଗୁଡ଼ିକୁ ଦର୍ଶାଉଛନ୍ତି, ତାହା ଉଲ୍ଲେଖ କରନ୍ତି ନାହିଁ, କିନ୍ତୁ ନିଶ୍ଚିତ ଭାବରେ ଏହା ଯିଶାଇୟ ୪୦:୯ ରୁ ଆରମ୍ଭ ହେଉଥିବା ଅଂଶଟି ହୋଇପାରେ, ଯେଉଁଥିରେ ଯିଶାଇୟ ନିଜେ ଭାବବାଣୀ କରନ୍ତି:

ହେ ସିୟୋନ ନିକଟରେ ସୁସମାଚାର ପ୍ରଚାରକାରିଣୀ,

ତୁମ୍ଭେ ଉଚ୍ଚ ପର୍ବତକୁ ଯାଅ;

ହେ ଯିରୂଶାଲମ ନିକଟରେ ସୁସମାଚାର ପ୍ରଚାରକାରିଣୀ,

ତୁମ୍ଭେ ବଳରେ ଉଚ୍ଚ ସ୍ୱର କର;
{ଏହା ସୁସମାଚାର}

ଉଚ୍ଚ ସ୍ୱର କର, ଭୟ କର ନାହିଁ;

ଯିହୁଦାର ନଗର ସମୂହକୁ କୁହ,

“ହେଇ ଦେଖ, ତୁମ୍ଭମାନଙ୍କ ପରମେଶ୍ୱର!”

ପରେ ୧୫ ପଦରେ, ପାଉଲ କହନ୍ତି ଯେ ସେ ସୁସମାଚାର ପ୍ରଚାର କରିବାକୁ “ଇଚ୍ଛୁକ” ଅଟନ୍ତି ସୁସମାଚାର ହେଉଛି ଈଶ୍ୱରଙ୍କ ବାକ୍ୟ, ଯାହା ସେ ଆପଣା ପୁତ୍ରଙ୍କ ଦ୍ୱାରା, ଯେଉଁମାନେ ତାହାଙ୍କଠାରେ ଆପଣା ଆପଣା ବିଶ୍ୱାସ ସ୍ଥାପନ କଲେ, ସେମାନଙ୍କୁ ନ୍ୟାୟବାନ ଓ ଧାର୍ମିକ ବୋଲି ଘୋଷଣା କରିଅଛନ୍ତି, ଯେପରି ସେମାନେ ତାହାଙ୍କର ଦଣ୍ଡାଜ୍ଞାର ଅଧୀନରେ ଆଉ ନ ରୁହନ୍ତି (୮:୧)

ଯଦି ଆମ୍ଭେମାନେ ୨ ପଦକୁ ୧ ଓ ୩ ପଦର ଏକ ବନ୍ଧନୀ ଉପ ବାକ୍ୟ ଭାବରେ ଧରିନେବା (KJV ସଂସ୍କରଣ ଦେଖନ୍ତୁ), ତେବେ ୧ ପଦ “ଈଶ୍ୱରଙ୍କ ସୁସମାଚାର” ସହିତ ଶେଷ ହେଉଛି ଆଉ ୩ ପଦ “ତାହାଙ୍କ ପୁତ୍ରଙ୍କ ସମ୍ବନ୍ଧରେ” ସହିତ ଆରମ୍ଭ ହେଉଛି ମନୁଷ୍ୟ ରୂପରେ ଆସିଥିବା ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ସୁସମାଚାରର କେନ୍ଦ୍ରରେ ଅଛନ୍ତି ୯ ପଦରେ, ପାଉଲ କହନ୍ତି ଯେ ଏହି ସୁସମାଚାର “ତାହାଙ୍କ ପୁତ୍ରଙ୍କ ସୁସମାଚାର” ଅଟେ ଈଶ୍ୱରଙ୍କ ସୁସମାଚାର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଆରମ୍ଭ ଓ ଶେଷ ହୋଇଥାଏ ସୁସମାଚାରରେ କୌଣସି ବିଷୟ ଯୋଡ଼ିବା କିଅବା ଅପସାରଣ କରିବା ଅର୍ଥ ହେଉଛି, ଖ୍ରୀଷ୍ଟ କିଏ ଓ ସେ କଅଣ କରିଛନ୍ତି, ସେ ବିଷୟକୁ ନ୍ୟୁନ କରିବା ଯେପରି ଜନ୍ କାଲଭିନ୍ ଆପଣା ଧାରାବିବରଣୀରେ ଉଲ୍ଲେଖ କରନ୍ତି, ଏହା ଗୋଟିଏ ଉଲ୍ଲେଖଯୋଗ୍ୟ ଅନୁଚ୍ଛେଦ, ଯଦ୍ୱାରା ଆମ୍ଭେମାନେ ଶିକ୍ଷା ପାଇଥାଉ ଯେ ସମ୍ପୂର୍ଣ୍ଣ ସୁସମାଚାର ଖ୍ରୀଷ୍ଟଙ୍କଠାରେ ନିହିତ ଅଟେ, ଯେପରି ଯଦି କେହି ଖ୍ରୀଷ୍ଟଙ୍କଠାରୁ ଗୋଟିଏ ସୋପାନ ବାହାର କରିଦିଏ, ତେବେ ସେ ସୁସମାଚାରରୁ ଆପଣାକୁ ଅଲଗା କରିଦିଏ କାରଣ ଯେହେତୁ ସେ ପିତାଙ୍କର ଜୀବନ୍ତ ଓ ପ୍ରକାଶିତ ପ୍ରତିମୂର୍ତ୍ତି ଅଟନ୍ତି, ଏହା ଆଶ୍ଚର୍ଯ୍ୟ ନୁହେଁ ଯେ ସେ ହିଁ କେବଳ ଆମ୍ଭମାନଙ୍କ ସମ୍ମୁଖରେ ଅଛନ୍ତି, ଯାହାଙ୍କ ପ୍ରତି ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ସ୍ଥାପିତ ଓ ଯାହାଙ୍କଠାରେ ଏହା କେନ୍ଦ୍ରୀଭୂତ ହେବା ଆବଶ୍ୟକ[11]

ପାଉଲଙ୍କ ସମୟରେ ଅଧିକାଂଶ ଯିହୂଦୀ ଏକ ତ୍ରାଣକର୍ତ୍ତା, ମସୀହଙ୍କର ଅପେକ୍ଷା କରୁଥିଲେ ସେମାନେ ବିଶ୍ଵାସ କରୁଥିଲେ ଯେ ଈଶ୍ୱର ସେମାନଙ୍କ ନିକଟକୁ ଜଣେ ମିଲିଟେରୀ ତ୍ରାଣକର୍ତ୍ତାଙ୍କୁ ପ୍ରେରଣ କରିବେ, ଯେ କି ସେମାନଙ୍କୁ ସେମାନଙ୍କର ରୋମୀୟ ଉପଦ୍ରବକାରୀମାନଙ୍କଠାରୁ ଉଦ୍ଧାର କରିବେ ପାଉଲ ସାହସର ସହିତ କହୁଛନ୍ତି ଯେ ଏହି ବହୁ କାଳ ଧରି ଅପେକ୍ଷା କରୁଥିବା ମସୀହ ପ୍ରକୃତରେ ଈଶ୍ୱରଙ୍କ ପୁତ୍ର” ଅଟନ୍ତି ପରବର୍ତ୍ତୀ ଦୁଇ ପଦରେ ପାଉଲ ଏହାର ଅର୍ଥ କଅଣ, ତାହା ବୁଝାଉଛନ୍ତି

୩- ପଦ ଯୀଶୁଙ୍କ ସମ୍ବନ୍ଧରେ ପାଉଲଙ୍କର ଜ୍ଞାନ

ଦୁଇଟି ସମାନ୍ତରାଳ ଉକ୍ତି ଦ୍ୱାରା ପାଉଲ ଯୀଶୁଙ୍କର ବର୍ଣ୍ଣନା କରୁଛନ୍ତି: ସେ “ଦାଉଦଙ୍କ ବଂଶଜାତ” ଓ ସେ “ଈଶ୍ୱରଙ୍କ ପୁତ୍ର ହେବା ନିମନ୍ତେ ଶକ୍ତି ସହକାରେ ନିର୍ଦ୍ଦିଷ୍ଟ ହେଲେ” ଏଠାରେ ପାଉଲ ଖ୍ରୀଷ୍ଟଙ୍କର ଦୁଇଟି ସ୍ଵଭାବକୁ ଆଲୋକପାତ କରୁଛନ୍ତି: ତାହାଙ୍କର ମନୁଷ୍ୟତ୍ୱ ଓ ତାହାଙ୍କର ଈଶ୍ୱରତ୍ୱ ପ୍ରଥମରେ, ଦାଉଦ ସନ୍ତାନ ହେଉଛି ମସୀହ ସମ୍ବନ୍ଧୀୟ ଗୋଟିଏ ନାମ (୨ ଶାମୁୟେଲ ୧୭:୧୨ ପରବର୍ତ୍ତୀ ପଦଗୁଡ଼ିକ) ଦ୍ୱିତୀୟ ନାମ, ଈଶ୍ୱରଙ୍କ ପୁତ୍ର” ଦାଉଦଙ୍କର ଗୀତରୁ ନିଆଯାଇଛି (ଗୀତ. ୨:୭) ଏହା ଯୀଶୁ ନିଜେ ଦେଇଥିବା ନାମ, ଯେତେବେଳେ ସେ ପିତାଙ୍କୁ ଆବ୍ବା, ପିତା” ବୋଲି କହନ୍ତି (ମାଥିଉ ୧୪:୩୬ ଓ ୧୧:୨୭), ଏହା ସୂଚୀତ କରେ ଯେ ସେ କେବଳ ଜଣେ ଦାଉଦ ବଂଶ ଜାତ ମନୁଷ୍ୟ ରୂପର ମସୀହ ସନ୍ତାନ ନ ଥିଲେ ପାଉଲ ଏହି ଦୁଇଟି ସ୍ଵଭାବ ଉପରେ ଗୁରୁତ୍ୱ ଦେଉଛନ୍ତି (୧:୯; ୫:୧୦; ୮:୩, ୩୨) ଯୀଶୁ ଯେ ଦାଉଦଙ୍କର ସନ୍ତାନ, ଏହା କୌଣସି ଅସୁବିଧା କରେ ନାହିଁ ଓ ଭାବବାଦୀମାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଜ୍ଞାସମୂହକୁ ଦୃଢ଼ କରେ କିନ୍ତୁ କ୍ରିୟା “ନିର୍ଦ୍ଦିଷ୍ଟ ହେଲେ” ଶବ୍ଦଟି ଆଦ୍ୟ ମଣ୍ଡଳୀରେ ପ୍ରଶ୍ନ ଉଠାଇଥିଲା, ବିଶେଷ କରି, ଯେତେବେଳେ ବାକ୍ୟାଂଶଟି “ଶକ୍ତି ସହ” କୁ ଯୋଡୁଛି, କାରଣ କ୍ରିୟାଟିକୁ “ନିଯୁକ୍ତ” ଭାବରେ ଅନୁବାଦ କରାଯାଇପାରିବ କିନ୍ତୁ ନୂତନ ନିୟମ କଦାପି ଯୀଶୁଙ୍କ ବିଷୟରେ, ତାହାଙ୍କ ଜନ୍ମର କିଛି ସମୟ ପରେ ସେ ଈଶ୍ୱରଙ୍କ ପୁତ୍ର ଭାବରେ ନିଯୁକ୍ତ କିମ୍ବା ପ୍ରତିଷ୍ଠିତ ବୋଲି କହେ ନାହିଁ ଅତଏବ, ଆମ୍ଭେମାନେ ସେହି ତର୍ଜମାକୁ ଅନୁସରଣ କରୁ, ଯାହା “ଈଶ୍ୱରଙ୍କ ପୁତ୍ର” ସମ୍ବନ୍ଧରେ “ଶକ୍ତି ସହ”କୁ ଏକ ଅଂଶଭାବରେ ଗୁରୁତ୍ୱ ଦେଇଥାଏ ତେବେ ପୂରା ବାକ୍ୟାଂଶ ହେଉଛି “ଶକ୍ତିରେ-ଈଶ୍ୱରଙ୍କ ପୁତ୍ର” କିଅବା ଆହୁରି ଉତ୍ତମ ଭାବରେ “କେବଳ ଏକ ମାତ୍ର ପ୍ରକୃତ ଶକ୍ତିମାନ ଈଶ୍ୱରଙ୍କ ପୁତ୍ର (BDAG, ଦେଖନ୍ତୁ NET ଓ CSB)” “ଈଶ୍ୱରଙ୍କ ପୁତ୍ର” ବୋଲି କେବେ ବି ଯୀଶୁଙ୍କର ଏକ ନାମ ନ ଥିଲା ଏହା ପରିବର୍ତ୍ତେ, ଏହା ଯୀଶୁଙ୍କର ଅନନ୍ତ ଈଶ୍ୱରୀୟ ସ୍ଵଭାବକୁ ବୁଝାଏ ଏହା ପରେ ଯାହା ଆସୁଛି, ତାହା ହେଉଛି ଯେ ଯୀଶୁ ନିର୍ଦ୍ଦିଷ୍ଟ ହେଲେ, କିମ୍ବା ଆହୁରି ଉତ୍ତମ ଭାବରେ କହିବାକୁ ଗଲେ, ସେ ତାହାଙ୍କର ପୁନରୁତ୍ଥାନ ସକାଶୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଈଶ୍ୱରଙ୍କ ଶକ୍ତିମାନ ପୁତ୍ର ବୋଲି ପ୍ରମାଣିତ ହେଲେ

ପୁନରୁତ୍ଥାନ ଆପେ ତାହାଙ୍କର ମନୁଷ୍ୟତ୍ୱ ପ୍ରତି, ତାହାଙ୍କ ପୁତ୍ରତ୍ୱର ପ୍ରମାଣ ଅଟେ[12] ଏହି ଦୁଇଟି ସମାନ୍ତରାଳ ଉକ୍ତିରେ ଦୁଇଟି ସମାନ୍ତରାଳ ବାକ୍ୟାଂଶ  “ଶରୀର ସମ୍ବନ୍ଧରେ” ଓ “ଧର୍ମମୟ ଆତ୍ମା ସମ୍ବନ୍ଧରେ[13] ଅନ୍ତର୍ଭୁକ୍ତ ରହିଛି ଏହି ବାକ୍ୟାଂଶଗୁଡ଼ିକୁ ଭଲ ଭାବରେ ବୁଝିବା ପାଇଁ ଯୀଶୁଙ୍କ ପୁନରୁତ୍ଥାନର ପୂର୍ବ ଓ ପର ବିଷୟର ଅର୍ଥ ଜାଣିବା ଆବଶ୍ୟକ; ଅର୍ଥାତ୍, ଅବନତ ଖ୍ରୀଷ୍ଟ ଓ ଉଚ୍ଚୀକୃତ ଖ୍ରୀଷ୍ଟ, ଦୁର୍ବଳତାରେ ଖ୍ରୀଷ୍ଟ ଓ ଶକ୍ତି ପ୍ରକାଶରେ ଖ୍ରୀଷ୍ଟ ସେ ଯୀଶୁ, ଦାଉଦଙ୍କ ବଂଶ ଜାତ ଓ ସେ ଖ୍ରୀଷ୍ଟ, ଈଶ୍ୱରଙ୍କ ଉଚ୍ଚୀକୃତ ଖ୍ରୀଷ୍ଟ କିନ୍ତୁ, ଏପରିକି, ତାହାଙ୍କର ପୁନରୁତ୍ଥାନ ପରେ, ଯୀଶୁ ଖ୍ରୀଷ୍ଟ ଉଭୟ ସ୍ୱଭାବକୁ ଅନନ୍ତ କାଳ ପାଇଁ ଧାରଣ କରନ୍ତି ପାଉଲ ତା’ପରେ ଏ ସମସ୍ତ ବିଷୟକୁ ଏକତ୍ର କରି ଆଣନ୍ତି, ଯେତେବେଳେ ସେ ଏହି ପଦକୁ “ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର ପ୍ରଭୁ” ସହିତ ଶେଷ କରନ୍ତି ଅତଏବ, ସୁସମାଚାରର ମୂଳଦୁଆ  ଈଶ୍ୱରଙ୍କ ପୁତ୍ର, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି

୫-୬ ପଦ ସୁସମାଚାର ନିମନ୍ତେ ସେଥିର ପରିସର, ଉଦ୍ଦେଶ୍ୟ ଓ କାରଣ ସମ୍ବନ୍ଧରେ ପାଉଲଙ୍କର ଜ୍ଞାନ

ଖ୍ରୀଷ୍ଟ ଓ ସୁସମାଚାରର ଏହି ଗୌରବମୟ ବିବରଣୀ ପରେ ପାଉଲ ତାହାଙ୍କୁ ଖ୍ରୀଷ୍ଟ ଦେଇଥିବା ଦାୟିତ୍ୱକୁ ଫେରୁଛନ୍ତି ପାଉଲ ପୂର୍ବରୁ କହିଛନ୍ତି ଯେ ସେ ପ୍ରେରିତ ପଦ ପାଇ ସାରିଛନ୍ତି, କିନ୍ତୁ ସେ ବର୍ତ୍ତମାନ ଅନୁଗ୍ରହ ମଧ୍ୟ ଯୋଗ କରନ୍ତି[14] ଏଠାରେ “ଅନୁଗ୍ରହ”ର ଅର୍ଥ ହେଉଛି ଯେ ପାଉଲଙ୍କର ପ୍ରେରିତ ପଦ ଈଶ୍ୱରଙ୍କଠାରୁ ଆପେ ଏକ ଅଯୋଗ୍ୟ ପ୍ରତି ଆଶ୍ଚର୍ଯ୍ୟଜନକ ଦାନ ଅଟେ, ଯାହା ନିମନ୍ତେ ସେ ଯୋଗ୍ୟ ନୁହନ୍ତି ପାଉଲ ସର୍ବଦା ଆଶ୍ଚର୍ଯ୍ୟଚକିତ ଦେଖାଯାନ୍ତି ଯେ, ସେ ସେହି ବ୍ୟକ୍ତି, ଯେ କି ନରହତ୍ୟା କରିଛନ୍ତି ଓ ଖ୍ରୀଷ୍ଟଙ୍କର ବିଶ୍ଵସ୍ତ ଶିଷ୍ୟମାନଙ୍କୁ କାରାଗାରରେ ନିକ୍ଷେପ କରିଛନ୍ତି, ପୁଣି ସେ ଯାହାଙ୍କୁ ଘୃଣା କରୁଥିଲେ, ତାହାଙ୍କର ଅନୁଗମନ କରିବାକୁ ଓ ତାହାଙ୍କର ପ୍ରେରିତ ହେବାକୁ ଆହୂତ ହୋଇଛନ୍ତି (ଗାଲାତୀୟ ୧:୧୩-୧୬ କ) ପାଉଲ ବର୍ତ୍ତମାନ ଆପଣାର ପ୍ରେରିତ ପଦକୁ ଅଧିକ ପ୍ରାଞ୍ଜଳଭାବରେ ବର୍ଣ୍ଣନା କରୁଛନ୍ତି ସେ କହୁଛନ୍ତି ଯେ ଏହାର ପରିସରସମସ୍ତ ଜାତି ମଧ୍ୟରେ,” କିନ୍ତୁ ଏହା ମଧ୍ୟ ରୋମୀୟ ଖ୍ରୀଷ୍ଟିୟାନମାନଙ୍କୁ ଅନ୍ତର୍ଭୁକ୍ତ କରେ, ସେମାନଙ୍କୁ “ଯେଉଁମାନଙ୍କୁ ତୁମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଆହ୍ୱାନ ପ୍ରାପ୍ତ ହୋଇଅଛ” (୬ ପଦ) ବୋଲି କହୁଅଛ ଉଭୟ ଯିହୂଦୀ ଏବଂ ଅଣଯିହୂଦୀମାନେ ସୁସମାଚାର ପରିସରରେ ଅନ୍ତର୍ଭୁକ୍ତ

ପାଉଲଙ୍କ ପ୍ରଚାରର ଉଦ୍ଦେଶ୍ୟ ହେଉଛି “ବିଶ୍ୱାସର ଆଜ୍ଞାକାରିତାକୁ ଆଣିବା” ଏହା ଏକ ଗୁରୁତ୍ଵପୂର୍ଣ୍ଣ ଅଭିବ୍ୟକ୍ତି, ଯେହେତୁ ସେ ଆପଣା ପତ୍ରର ଶେଷରେ ପୁନର୍ବାର ଏହାର ବ୍ୟବହାର କରୁଛନ୍ତି (୧୬:୨୬) ଏହି ବାକ୍ୟାଂଶର ଅନେକ ବିଶ୍ଳେଷଣ ଅଛି ପ୍ରଥମତଃ, ସରଳଭାବରେ ଏହାର ଅର୍ଥ ସୁସମାଚାରରେ ବିଶ୍ୱାସ କରିବା ଓ ଆଜ୍ଞାବହ ହେବା; ଅର୍ଥାତ୍, “ବିଶ୍ୱାସର ଜ୍ଞାବହତା” (KJV) ଏ ପ୍ରସଙ୍ଗରେ “ବିଶ୍ୱାସ”ର ଅର୍ଥ ହେଉଛି ଖ୍ରୀଷ୍ଟୀୟ ବିଶ୍ୱାସ ଓ ଶିକ୍ଷା ନିଶ୍ଚିତ ଭାବରେ, ଏହି ଭଳି ଅନେକ ଅନୁଚ୍ଛେଦ ନୂତନ ନିୟମରେ ଅଛି ଯାହା ଏକାପ୍ରକାରର ଯଥା, (୬:୧୭; ୧୦:୧୬; ପ୍ରେରିତ ୬:୭; ୨ ଥେସଲନୀକୀୟ ୧:୮; ୧ ପିତର ୧:୨୨; ୪:୭) ତଥାପି, “ବିଶ୍ୱାସ”ର ଏହି ବ୍ୟବହାର ଶିକ୍ଷାର ଏକ ବିଶେଷ ଅଂଶ ହୋଇଥିବା ବେଳେ ରୋମୀୟ ପତ୍ର ସ୍ଥିରଭାବରେ ‘ବିଶ୍ୱାସ’କୁ ଖ୍ରୀଷ୍ଟଙ୍କଠାରେ ରଖୁଥିବା ବିଶ୍ୱାସ ଓ ଭରସା ଏବଂ ତାହାଙ୍କ ଅନୁଗ୍ରହ ଉପରେ ଦୃଷ୍ଟିପାତ କରିଥାଏ ଦ୍ୱିତୀୟରେ “ଆଜ୍ଞାବହତା” ଓ “ବିଶ୍ୱାସ”କୁ ସଂଯୁକ୍ତ କରାଯାଇପାରିବ, ଯେପରି ଏହାର ଅର୍ଥ ‘ଆଜ୍ଞାବହତା, ଯାହା ବିଶ୍ୱାସ’ ହେବ (NLT) ପୁନର୍ବାର, ଖ୍ରୀଷ୍ଟଙ୍କଠାରେ ରଖୁଥିବା ବିଶ୍ୱାସ ଆଜ୍ଞାବହତା ଦାବି କରେ, ଯେହେତୁ ସେଗୁଡ଼ିକ ଦୁଇଟି ଭିନ୍ନ ବିଷୟ ଅଟେ ପତ୍ରଟିର ଏକ ବିଶେଷ ଗୁରୁତ୍ୱ ହେଉଛି ଏହି ଭିନ୍ନତାକୁ ଆଲୋକପାତ କରିବା[15] ତୃତୀୟ ଓ ଅଧିକ ନିକଟତର ତର୍ଜମା ହେଉଛି ଯେ ବାକ୍ୟାଂଶଟି “ବିଶ୍ୱାସରୁ ଆସୁଥିବା ଆଜ୍ଞାବହତା”କୁ ବୁଝାଇଥାଏ (NIV)[16] ଅବ୍ରହାମ ହେଉଛନ୍ତି ଏପରି ବିଶ୍ୱାସର ପ୍ରାଥମିକ ଉଦାହରଣ (୪ ଅଧ୍ୟାୟ) ଖ୍ରୀଷ୍ଟଙ୍କ ପ୍ରତି ଆମ୍ଭମାନଙ୍କର ବିଶ୍ୱାସ, ଆମ୍ଭମାନଙ୍କ ଭରସା, ଆଶା ଓ ଖ୍ରୀଷ୍ଟଙ୍କ ପ୍ରେମରୁ ଆମ୍ଭମାନଙ୍କର ଆଜ୍ଞାବହତା ଆସେ କିମ୍ବା ସମ୍ପାଦିତ ହୋଇଥାଏ କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଆଜ୍ଞାବହତା ନ ଥିଲେ, ବିଶ୍ୱାସ ପ୍ରକୃତ ଉଦ୍ଧାରକାରୀ ବିଶ୍ୱାସ ନୁହେଁ; ଆଉ ବିଶ୍ୱାସ ବିହୀନ ଆଜ୍ଞାବହତା କେବଳ କର୍ମ ଅଟେ (ଯାକୁବ ୨:୧୪-୧୭)

 

ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଖ୍ରୀଷ୍ଟଙ୍କର ପ୍ରେମର ମୂଳଦୁଆ ଭାବରେ କାର୍ଯ୍ୟ କରେ ଏହା ସମସ୍ତ ଆଜ୍ଞାଗୁଡ଼ିକ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହା ଉପରେ ଅନ୍ୟ ସବୁ ନିର୍ଭର କରେ ଆମ୍ଭମାନଙ୍କ ବିଶ୍ଵାସ ପରମ୍ପରାଗତ ମତର ଅର୍ଥରେ ସିଦ୍ଧ ହୋଇପାରେ କିନ୍ତୁ ଯଦି ଏହା ଆମ୍ଭମାନଙ୍କ ଯୀଶୁଙ୍କ ପ୍ରେମରେ ଆଧାରିତ ନୁହେଁ, ତେବେ ଏହା ମୂଲ୍ୟହୀନ ବିଶେଷକରି ଏଫିସରେ ଥିବା ମଣ୍ଡଳୀକୁ ଚେତନା ପ୍ରକାଶିତ ବାକ୍ୟ ୨:୧-୭ ରେ ଦେଖନ୍ତୁ

 

ଧ୍ୟାନ ଦିଅନ୍ତୁ ଯେ ବିଶ୍ଵାସର ଆଜ୍ଞାବହତା ବର୍ତ୍ତମାନ “ସମସ୍ତ ମାନବଜାତିନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ, ଏହା କେବଳ ଇସ୍ରାଏଲ ଜାତି ପାଇଁ ଥିଲା ବର୍ତ୍ତମାନ ଯୀଶୁଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ମାଧ୍ୟମରେ ସୁସମାଚାର ସମସ୍ତ ମାନବଜାତିକୁ ବ୍ୟାପିଗଲା

 

୫ଖ ପଦ

ପାଉଲ ସୁସମାଚାରର ପରିସର ଓ ସୁସମାଚାରର ଉଦ୍ଦେଶ୍ୟ ଦେଇଅଛନ୍ତି ବର୍ତ୍ତମାନ ସେ ଆମ୍ଭମାନଙ୍କୁ  ସୁସମାଚାରର ଲକ୍ଷ୍ୟ ବା ସୁସମାଚାର ନିମନ୍ତେ ରହିଥିବା ଉଦ୍ଦେଶ୍ୟଗୁଡ଼ିକ ପ୍ରଦାନ କରୁଛନ୍ତି  ପାଉଲ କହୁଛନ୍ତି ଯେ ସମସ୍ତ ଜାତିରେ ଥିବା ବିଶ୍ଵସ୍ତ ବିଶ୍ୱାସୀମାନଙ୍କ ନିମନ୍ତେ ଲକ୍ଷ୍ୟ ଅବା ଉଦ୍ଦେଶ୍ୟ “ତାହାଙ୍କର ନାମ ସକାଶେ” ଅଟେ ବୋଲି ପ୍ରକାଶ କରିଅଛନ୍ତି ସୁସମାଚାରର ଏହି ଉଦ୍ଦେଶ୍ୟ, ଗ୍ରୀକ୍ ବାକ୍ୟରେ ଶେଷରେ ଅଛି, ଏହା ସୁସମାଚାରର ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ସ୍ପଷ୍ଟ କରେ ଯୀଶୁ ଖ୍ରୀଷ୍ଟଙ୍କର ନାମକୁ ଉନ୍ନତ, ସମ୍ଭ୍ରମ ଓ ଗୌରବାନ୍ୱିତ କରିବା ନିମନ୍ତେ ପାଉଲ ସୁସମାଚାର ପ୍ରଚାର କରିଥିଲେ ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ଖ୍ରୀଷ୍ଟଙ୍କୁ ପ୍ରଦାନ କରିଅଛନ୍ତି ଏବଂ ଦିନେ ପ୍ରତ୍ୟେକ ଆଣ୍ଠୁ ତାହାଙ୍କ ସମ୍ମୁଖରେ ନତ ହେବ (ଫିଲିପ୍ପୀୟ ୨:୯ ପରବର୍ତ୍ତୀ ପଦଗୁଡ଼ିକ) ଯେପରି ଜନ୍ ଷ୍ଟଟ୍ ଲେଖନ୍ତି, “ଆମ୍ଭେମାନେ ତାହାଙ୍କ ନାମର ସମ୍ଭ୍ରମ ନିମନ୍ତେ ‘ଉଦଯୋଗୀ’ ହେବା ଉଚିତ – ଯେତେବେଳେ ଏହା ଅଜଣା ରହିଯାଏ ବିଚଳିତ, ଯେତେବେଳେ ଅବଜ୍ଞାତ ହୁଏ ଆଘାତପ୍ରାପ୍ତ, ଯେତେବେଳେ ଏହା ନିନ୍ଦିତ ହୁଏ ବିରକ୍ତ ଓ ସବୁବେଳେ ଚିନ୍ତାଗ୍ରସ୍ତ ଏବଂ ସକଳ୍ପବଦ୍ଧ ହେବା ଆବଶ୍ୟକ, ଯେ ଏହାକୁ ଯଥା ଯୋଗ୍ୟ ସମ୍ଭ୍ରମ ଓ ଗୌରବ ଦିଆଯିବା ଆବଶ୍ୟକ[17] ମହାନ ଆଦେଶ ଏବଂ ପ୍ରତ୍ୟେକ ସୁସମାଚାର କାର୍ଯ୍ୟର ଚରମ ଉଦ୍ଦେଶ୍ୟ ପାପୀମାନଙ୍କୁ ରକ୍ଷା କରିବା, କେବଳ ସେମାନଙ୍କୁ ପରମେଶ୍ଵରଙ୍କ କ୍ରୋଧରୁ ରକ୍ଷା କରିବା ନୁହେଁ (୧:୧୮), ବରଂ ସେମାନଙ୍କୁ ମୂଳତଃ ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ନିମନ୍ତେ; କେବଳ “ତାହାଙ୍କ ଗୌରବର ପ୍ରଶଂସା ନିମନ୍ତେ” (ଏଫିସୀୟ ୧:୧୨, ୧୪) କରାଯିବା ଆବଶ୍ୟକ ଏହା ପ୍ରାଚୀନ କାଳର ସୁସମାଚାର ପ୍ରଚାରକମାନଙ୍କ ଉଦ୍ଦେଶ୍ୟ ଏବଂ ସେଥିପାଇଁ ଆମ୍ଭେମାନେ ସୁସମାଚାର ପ୍ରଚାର କରୁଅଛୁ (୩ ଯୋହନ ୭)

ତେବେ ସାରାଂଶରେ, ପାଉଲ ପ୍ରଚାର କରୁଥିବା ସୁସମାଚାରର ଉତ୍ସ ଯେ ଈଶ୍ୱରଙ୍କଠାରେ ଅଛି, ଓ ତାହାର ମୂଳଦୁଆ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏବଂ, ଏହାର ପ୍ରତିପାଦନ ଯେ ପୂରାତନ ନିୟମର ଧର୍ମଶାସ୍ତ୍ରରେ ରହିଅଛି, ପୁଣି ଏହାର ପରିସର ଯେ ସମସ୍ତ ଲୋକମାନଙ୍କ ନିମନ୍ତେ, ଓ ଏହାର ଉଦ୍ଦେଶ୍ୟ ଯେ ସମସ୍ତ ଲୋକଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଆଜ୍ଞାକାରିତାକୁ ଆଣିବା ଏହାର ଲକ୍ଷ୍ୟ, ଯୀଶୁ ଖ୍ରୀଷ୍ଟଙ୍କୁ ସମ୍ଭ୍ରମ ଓ ଗୌରବ କରିବା ଏହିସବୁ ସ୍ପଷ୍ଟ ଭାବରେ ପ୍ରକାଶ କରି ଏହି ପ୍ରଥମ ପଦଗୁଡ଼ିକରୁ ପାଉଲ ରୋମୀୟ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଆପଣା ପତ୍ରର ଆରମ୍ଭ କରୁଛନ୍ତି

ରୋମସ୍ଥିତ ଖ୍ରୀଷ୍ଟିୟାନମାନେ (୧:୬-୭)

ଆପଣାର ଓ ଈଶ୍ୱରଙ୍କ ସୁସମାଚାରର ପ୍ରାରମ୍ଭିକ ପରିଚୟ ପରେ, ପାଉଲ ରୋମୀୟ ଖ୍ରୀଷ୍ଟିୟାନମାନଙ୍କୁ କଥା କହୁଛନ୍ତି ସେ ପ୍ରଥମେ କହୁଛନ୍ତି ଯେ ସେମାନେ “ଆହୂତ” ଅଟନ୍ତିଆହୂତ” ଶବ୍ଦଟି (୧, ୬, ୭ ପଦ) କେବଳ ନିମନ୍ତ୍ରିତକୁ ବୁଝାଏ ନାହିଁ, ମାତ୍ର ଈଶ୍ୱରଙ୍କ ଆହ୍ୱାନର ପ୍ରତ୍ୟୁତ୍ତର ସ୍ୱରୁପେ ବିଶ୍ୱାସର ଆଜ୍ଞାକାରୀମାନଙ୍କୁ ବୁଝାଏ

ଦ୍ୱିତୀୟରେ, ସେ ସେମାନଙ୍କୁ “ଈଶ୍ୱରଙ୍କ ପ୍ରିୟ”; ଅର୍ଥାତ୍, ଈଶ୍ୱରଙ୍କ ନିଜର ସନ୍ତାନ ବୋଲି ସମ୍ବୋଧନ କରୁଛନ୍ତି ତାହାଙ୍କ ପୁତ୍ରଙ୍କଠାରେ ସମସ୍ତ ବିଶ୍ୱାସୀ ଓ ବିଶ୍ୱାସିନୀମାନେ ପିତାଙ୍କଠାରୁ ପ୍ରେମ ପ୍ରାପ୍ତ ହୋଇଥାନ୍ତି (ଯୋହନ ୧୩:୧; ୧୪:୨୧, ୨୩; ୧୭:୨୬; ୧ ଯୋହନ ୩:୧; ଯିରିମିୟ ୩୧:୩) 

ତୃତୀୟରେ, ସେ ସେମାନଙ୍କୁ “ସାଧୁ” (ଆକ୍ଷରିକଭାବରେ “ପବିତ୍ର ଲୋକ” – ଯେଉଁମାନେ ଈଶ୍ୱରଙ୍କ ପ୍ରତି ସମର୍ପିତ ବା ଉତ୍ସର୍ଗୀକୃତ ଅଟନ୍ତି) ବୋଲି କହୁଛନ୍ତି, ଯାହା ଇସ୍ରାଏଲର ପବିତ୍ର ଲୋକମାନଙ୍କୁ ବୁଝାଇବା ପାଇଁ ପୂରାତନ ନିୟମର ଏକ ଆଦର୍ଶ ମାନଦଣ୍ଡ ବର୍ତ୍ତମାନ, ଈଶ୍ୱରଙ୍କ ସମସ୍ତ ସନ୍ତାନ ଓ ସନ୍ତତି, ଯେଉଁମାନେ ତାହାଙ୍କ ପୁତ୍ରଙ୍କଠାରେ ଆପଣା ଆପଣା ଭରସା ଓ ବିଶ୍ୱାସ ସ୍ଥାପନ କରିଛନ୍ତି, ସେମାନଙ୍କର ଗୋଷ୍ଠୀଗତ ଭିନ୍ନ ପୃଷ୍ଠଭୂମି (ଯିହୂଦୀ କିମ୍ବା ବିଜାତୀ) ଥିବା ସତ୍ତ୍ବେ  ସେମାନଙ୍କୁ ସାଧୁ ବୋଲି କୁହାଯାଏ ଏହି ସାଧୁମାନଙ୍କ ମଧ୍ୟରୁ ଅନେକଙ୍କୁ ପାଉଲ ପତ୍ର ଶେଷରେ ଉଲ୍ଲେଖ କରୁଛନ୍ତି

ଆଉ ଚତୁର୍ଥରେ, ପାଉଲ ସାଧୁମାନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ସେମାନେ “ଅନୁଗ୍ରହ” ଓ “ଶାନ୍ତି” ପ୍ରାପ୍ତ ହୋଇଛନ୍ତି ଏହି ଅଭିବାଦନ ସୁସମାଚାରକୁ ସଂକ୍ଷିପ୍ତଭାବରେ ଓ ସମ୍ପୂର୍ଣ୍ଣ ଭାବରେ ଆକଳନ କରେ ଅନୁଗ୍ରହରେ ଆମ୍ଭେମାନେ ପରିତ୍ରାଣ ପାଇଅଛୁ, ତେଣୁ ଈଶ୍ୱରଙ୍କ ସହିତ ଶାନ୍ତି ପ୍ରାପ୍ତ ହୋଇଅଛୁ (୫:୧; ଏଫିସୀୟ ୨:୫) ଏଠାରେ କ୍ରମିକ ଧାରା ଗୁରୁତ୍ୱପୂର୍ଣ୍ଣ ଅଟେ ପ୍ରଥମେ ଅନୁଗ୍ରହ ଦିଆଯାଇଅଛି ଏବଂ ତା’ପରେ ଅନୁଗ୍ରହର ସ୍ଵରୁପ ଶାନ୍ତି ଏଠାରେ ଏହି ବାକ୍ୟାଂଶରେ, ଆମ୍ଭେମାନେ ପ୍ରଥମେ, ଖ୍ରୀଷ୍ଟଙ୍କଠାରେ ମୁକ୍ତି ପ୍ରାପ୍ତ ହେବାର ଅର୍ଥ କଅଣ, ତାହା ଶିକ୍ଷା କରିଥାଉ ପ୍ରଥମେ, ଆମ୍ଭମାନଙ୍କଠାରେ ଥିବା ମୁକ୍ତି, ଅନୁଗ୍ରହର ଏକ ଦାନ ଭାବରେ ଆସିଥାଏ, ଓ ଦ୍ୱିତୀୟରେ ଏହା ପରମେଶ୍ଵରଙ୍କ ସହିତ ଥିବା ଶାନ୍ତିକୁ ଉତ୍ପନ୍ନ କରିଥାଏ (ପ୍ରେରିତ ୧୦:୩୬; ଏଫିସୀୟ ୨:୧୪; କଲସୀୟ ୧:୨୦) ଗାଲାତୀୟ ୫:୧ ରେ ପାଉଲ କହୁଛନ୍ତି, “ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି” ମୁକ୍ତି ଓ ପରିତ୍ରାଣ ପ୍ରାୟ ଏକା ଭଳି: କ୍ଷୟ ଓ ପାପର ବନ୍ଧନରୁ ମୁକ୍ତି (୮:୨୧) ଓ ଏହାର କ୍ଷମତାରୁ ମୁକ୍ତି (ଗାଲାତୀୟ ୪:୩) ଓ ଈଶ୍ୱରଙ୍କ ନ୍ୟାୟର କ୍ରୋଧରୁ ମୁକ୍ତି (୫:୯; ଏଫିସୀୟ ୫:୬; କଲସୀୟ ୩:୬) ଫଳ ସ୍ୱରୁପେ, ଈଶ୍ୱରଙ୍କ ସହିତ ଆମ୍ଭମାନଙ୍କର ଶାନ୍ତି ସ୍ଥାପନ ହୋଇଅଛି ଯେହେତୁ ଈଶ୍ୱରଙ୍କ ସହିତ ଆମ୍ଭମାନଙ୍କର ଶାନ୍ତି ସ୍ଥାପନ ହୋଇଅଛି, ସେଥିପାଇ ଆମ୍ଭେମାନେ ମଧ୍ୟ,  ଆମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ସହ, ସେମାନଙ୍କ ଗୋଷ୍ଠୀର ମୂଳ ଭିନ୍ନ ହୋଇଥିବା ସତ୍ତ୍ବେ, ଶାନ୍ତିରେ ଅଛୁ ପାଉଲ ରୋମୀୟମାନଙ୍କୁ ଲେଖିବାର ଏକ ପ୍ରମୁଖ କାରଣ ହେଉଛି, ଈଶ୍ୱରଙ୍କ ଗୋଟିଏ ନିୟମର ସହଭାଗୀ ଲୋକଭାବରେ ଯିହୂଦୀ ଓ ବିଜାତୀ ଖ୍ରୀଷ୍ଟିୟାନମାନଙ୍କର ପରସ୍ପର ମଧ୍ୟରେ ଏକତା ଓ ଶାନ୍ତି ଥିବା ବିଷୟରେ ମଣ୍ଡଳୀକୁ ଶିକ୍ଷା ଦେବା ଅଟେ ଯେପରି ପୂର୍ବରୁ ଉଲ୍ଲେଖ କରାଯାଇଛି, ଏହା ସେପର୍ଯ୍ୟନ୍ତ ସୁଦ୍ଧା ପ୍ରମୁଖ ମନାନ୍ତର ଓ ଭୁଲ ବୁଝାମଣାର ଏକ ଉତ୍ସ ଥିଲା ଓ ଦୁଃଖର ବିଷୟ ଯେ, ଖ୍ରୀଷ୍ଟୀୟ ମଣ୍ଡଳୀ ଇତିହାସ ସାରା ଏହା ଜାରି ରହିଅଛି ଏହି ଅନୁଗ୍ରହ ଓ ଶାନ୍ତି “ଆମ୍ଭମାନଙ୍କ ପିତା ପରମେଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ” ଆସିଥାଏ ପାଉଲ ଏଠାରେ ବ୍ୟକ୍ତିଗତ ଭାବରେ “ଆମ୍ଭମାନଙ୍କର ପିତା” ବୋଲି ବ୍ୟବହାର କରୁଛନ୍ତି ପୁତ୍ରଙ୍କର ପ୍ରକାଶନ ଦ୍ୱାରା ଆମ୍ଭେମାନେ ବର୍ତ୍ତମାନ ଈଶ୍ୱରଙ୍କୁ ଆମ୍ଭମାନଙ୍କର ପିତା ବୋଲି ସମ୍ବୋଧନ କରିପାରୁଅଛୁ (ଗାଲାତୀୟ ୪:୬)

 

ଅନୁଚିନ୍ତା ନିମନ୍ତେ ପ୍ରଶ୍ନାବଳୀ

ଏହା ଅଧ୍ୟୟନ କରନ୍ତୁ

ଏହି ପତ୍ର ଲେଖିବାପାଇଁ କେଉଁଠାରେ, କେତେବେଳେ ଓ କଅଣ ପାଉଲଙ୍କୁ ଅନୁପ୍ରେରଣା ଦେଇଥିଲା?

ଯଦି ପାଉଲ ଏହି ମଣ୍ଡଳୀକୁ ଆଦୌ ଆରମ୍ଭ କରି ନ ଥିଲେ, ତେବେ ଏହା କିପରି ଆରମ୍ଭ ହୋଇଥିଲା ବୋଲି ଆପଣ ଭାବୁଛନ୍ତି?

ଅଧିକାଂଶ ମଣ୍ଡଳୀରେ ସମସ୍ୟା ଅଛି, ସେହି ପ୍ରକାରେ ରୋମ ମଧ୍ୟ କେତେକ ସମସ୍ୟା ଆସ୍ୱାଦନ କରିବା ଆଶ୍ଚର୍ଯ୍ୟର ବିଷୟ ନୁହେଁ ରୋମୀୟ ମଣ୍ଡଳୀରେ କେଉଁ ସବୁ ଉତ୍ତେଜନା ଓ ସମସ୍ୟା ଥିଲା ବୋଲି ଆପଣମାନେ ଭାବୁଛନ୍ତି? ପ୍ରଥମ ସାତ ପଦରେ ଏପରି କୌଣସି ବିଷୟ ଅଛି କି ଯାହା ଏହି ପ୍ରଶ୍ନର ଉତ୍ତର ପାଇବାରେ ସାହାଯ୍ୟ କରିବ?

 [୧:୧] ପାଉଲ ନିଜ ସମ୍ବନ୍ଧରେ କହୁଥିବା ସବୁ ବିଷୟର ତାଲିକା କରନ୍ତୁ ସେ କିପରି “ଆହୂତ” ହୋଇଥିଲେ? କେଉଁ ଦୃଷ୍ଟିକୋଣରୁ ପାଉଲ ଜଣେ “ପ୍ରେରିତ” ଅଟନ୍ତି?

 [୧:୧-୪] ପାଉଲ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ, ଏବଂ ସୁସମାଚାର ସମ୍ବନ୍ଧରେ କହୁଥିବା ସବୁ ବିଷୟର ତାଲିକା କରନ୍ତୁ ସେଗୁଡ଼ିକ କିପରି ପରସ୍ପର ସହିତ ସଂଯୁକ୍ତ?

 [୧:୪] ଖ୍ରୀଷ୍ଟ ଯୀଶୁ “ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ୱରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଦିଷ୍ଟ ହେଲେ” ଏହାର ଅର୍ଥ କଅଣ?

 [୧:୧-୭] ଈଶ୍ୱରଙ୍କୁ ବୁଝାଉଥିବା ସବୁ ସମ୍ବନ୍ଧ-ପଦ (ନାମ ଓ ସର୍ବନାମ ସମସ୍ତ)କୁ ଚିହ୍ନଟ କରନ୍ତୁ (ଆଭାସ: ୧୪ ଟି ଅଛି) ଯେ ଅତି କମରେ ପ୍ରଥମ ସାତ ପଦ ଈଶ୍ୱରଙ୍କ ବିଷୟରେ ଲେଖାଅଛି ବୋଲି ଆପଣମାନେ ଏକମତ ହେବେ କି?

 [୧:୧-୭] ତ୍ରିକ୍ତ ଈଶ୍ୱର (ପିତା, ପୁତ୍ର ଓ ପବିତ୍ର ଆତ୍ମା)ଙ୍କ ସମ୍ବନ୍ଧରେ ପାଉଲଙ୍କର ସମ୍ବନ୍ଧ-ପଦଗୁଡ଼ିକ ଚିହ୍ନଟ କରନ୍ତୁ

 [୧:୭] “ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ” ବାକ୍ୟାଂଶର ଅର୍ଥ କଅଣ?

 

ଏହାକୁ ଜୀବନରେ ପ୍ରୟୋଗ କରନ୍ତୁ

୧.   ମୁଁ ନିଜକୁ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସଭାବରେ ଦେଖୁଛି କି? ଆପଣଙ୍କ ନିମନ୍ତେ ଏହାର ଅର୍ଥ ଅଟେ?  

୨.  ପାଉଲ ଆଗକୁ ବଢ଼ି ଦୁଇ ଥର ଯୀଶୁଙ୍କୁପ୍ରଭୁବୋଲି ସମ୍ବୋଧନ କରୁଛନ୍ତି ତାହାର ଅର୍ଥ କଅଣ? ଖ୍ରୀଷ୍ଟଙ୍କର ପ୍ରଭୁତ୍ୱ ଆପଣଙ୍କ ଜୀବନରେ କିପରି ଦୃଶ୍ୟମାନ ହେଉଛି? ପାଉଲଆହୂତଥିଲେ? ଆପଣ କିପରିଆହୂତହେଲେ (ଏଫିସୀୟ :- ସହିତ ତୁଳନା କରନ୍ତୁ)?

୩.  ଆପଣ କିପରିଆଜ୍ଞାବହତାକୁବିଶ୍ୱାସସହିତ ଥିବା ସମ୍ବନ୍ଧକୁ ଦେଖୁଛନ୍ତି? ଯଦିଓ ଆମ୍ଭେମାନେ କେବଳ ବିଶ୍ୱାସ ଦ୍ୱାରା ଅନୁଗ୍ରହରେ ପରିତ୍ରାଣ ପାଇଅଛୁ, ତେବେ ଜଣେ ଖ୍ରୀଷ୍ଟିୟାନର ଜୀବନରେ ଆଜ୍ଞାବହତାର ଭୂମିକା କଅଣ?

୫.  ପ୍ରଚାର କାର୍ଯ୍ୟର ଉଦ୍ଦେଶ୍ୟ ଲକ୍ଷ୍ୟକୁ ଆପଣ କିପରି ବୁଝୁଛନ୍ତି? ଏହାକୁ  କିପରି ପାଉଲଙ୍କର ଲକ୍ଷ୍ୟ ସହିତ ତୁଳନା କରାଯିବ

୬.  ରୋମୀୟ ମଣ୍ଡଳୀରେ ଯିହୂଦୀୟ ଖ୍ରୀଷ୍ଟିୟାନ ବିଜାତୀମାନଙ୍କ ମଧ୍ୟରେ କଳହ ଥିଲା ଆପଣଙ୍କ ମଣ୍ଡଳୀରେ କି ପ୍ରକାର ଉତ୍ତେଜନା ରହିଛି ଆପଣ କିପରି ତାହାର ସମାଧାନ କରିପାରିବେ?

 

 

ଦ୍ଵିତୀୟ ପାଠ: ପାଉଲ ରୋମର ଖ୍ରୀଷ୍ଟୀୟାନମାନେ (:-୧୭)

 

ପତ୍ରଟିରେ ଆପଣାର ପରିଚୟ ଦେଲା ପରେ, ପାଉଲ ପ୍ରତ୍ୟକ୍ଷଭାବରେ ରୋମର ଖ୍ରୀଷ୍ଟିୟାନମାନଙ୍କୁ କହୁଛନ୍ତି ସେ ସେମାନଙ୍କ ସମ୍ବନ୍ଧରେ କିପରି ଅନୁଭବ କରୁଛନ୍ତି, ତାହା ବୁଝାଇବାକୁ ସେ ଆତୁର ଅଟନ୍ତି ଆଉ ତାହାଙ୍କ ପାଇଁ “ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଦାସ (କ୍ରୀତଦାସ)” ଓ ସେମାନଙ୍କ ପ୍ରତି ସେ ମଧ୍ୟ ଜଣେ “ପ୍ରେରିତ” ହେବାର ଅର୍ଥ କଅଣ, ସେ ବିଷୟରେ ସେମାନେ ଅଧିକ ଜାଣନ୍ତୁ ବୋଲି ସେ ଚାହୁଁଛନ୍ତି ବାସ୍ତବରେ, ସେ ସେମାନଙ୍କୁ ବହୁତ କିଛି କହିବାର ଅଛି ଈଶ୍ୱରଙ୍କ ସହିତ, ସୁସମାଚାର ସହିତ ଓ ରୋମୀୟ ଖ୍ରୀଷ୍ଟିୟାନମାନଙ୍କ ସହିତ ଥିବା ତାହାଙ୍କ ସମ୍ପର୍କ ସମ୍ବନ୍ଧରେ, ସେ ନିଜ ବିଷୟରେ ବାରଗୋଟି ବିଷୟ ଉଲ୍ଲେଖ କରିଅଛନ୍ତି

ପାଉଲଙ୍କ ଧନ୍ୟବାଦ ଓ ପ୍ରାର୍ଥନା (୧:୮-୧୦)

୮ ପଦ

ପ୍ରଥମେ,”[18] ସେ ସେମାନେ ଜାଣନ୍ତୁ ବୋଲି ପାଉଲ ଚାହୁଁଛନ୍ତି ଯେ ସମସ୍ତଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମୋହର ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି” ପାଉଲ ବ୍ୟବହାର କରିଥିବା ଅଧିକାର ସୂଚକ ସର୍ବନାମ “ମୋହର,” ଈଶ୍ୱରଙ୍କ ସହିତ ତାହାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ସୂଚାଉଛି ଯଦିଓ ପାଉଲ ମଣ୍ଡଳୀକୁ ଆରମ୍ଭ କରି ନ ଥିଲେ ଓ ସେମାନଙ୍କର ଆତ୍ମିକ ଉନ୍ନତି ପାଇଁ କୌଣସି ଗୌରବ ନେଇପାରିବେ ନାହିଁ, ତଥାପି ସେ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ କୃତଜ୍ଞ ଅଟନ୍ତି ଯେପରି ଆଗରୁ ଉଲ୍ଲେଖ ହୋଇଅଛି, ପତ୍ରର ଶେଷ ଭାଗରୁ ଏହା ସ୍ପଷ୍ଟ ଯେ ପାଉଲ ସେମାନଙ୍କ ମଧ୍ୟରୁ ଅଳ୍ପ କେତେକଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଥିଲେ ସେମାନଙ୍କ ନିମନ୍ତେ ତାହାଙ୍କର ପ୍ରେମ ଉଭୟ ଏଠାରେ ଓ ପତ୍ରର ଶେଷ ଭାଗରେ ସ୍ପଷ୍ଟ ହେଉଅଛି

ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା” ସେମାନଙ୍କ ସହିତ ପାଉଲଙ୍କର ସମ୍ପର୍କ ହୋଇଅଛି ଏହା ଖ୍ରୀଷ୍ଟୀୟ ପ୍ରେମର ନୀତି ଓ ମୂଳଦୁଆ ଅଟେ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ପ୍ରବେଶାଧିକାର ପଥ ସୃଷ୍ଟି କରିଅଛନ୍ତି, ଯାହା ପାଉଲଙ୍କୁ ଆପଣାର ଧନ୍ୟବାଦ ପ୍ରକାଶ କରିବାକୁ ସୁଯୋଗ ଦେଉଛି ଯେପରି ଯୀଶୁ ନିଜେ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ:  

ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି; ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହା ହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଦ୍ବାରା ଜ୍ଞାତ ହେବେ (ଯୋହନ ୧୩:୩୪-୩୫)

ପରେ ଯୀଶୁ ଏହା ଉପରେ, ଆପଣାର ଆଗମନ ପର୍ଯ୍ୟନ୍ତ ସମଗ୍ର ଜଗତରେ ଥିବା ମଣ୍ଡଳୀ ସମେତ ସମଗ୍ର ମଣ୍ଡଳୀ ନିମନ୍ତେ ଆପଣାର ବିଶେଷ ପ୍ରାର୍ଥନାରେ ବିସ୍ତୃତ ଭାବରେ କହିଥିଲେ ଆଶ୍ଚର୍ଯ୍ୟର ବିଷୟ ଯେ ଏହି ପ୍ରାର୍ଥନାରେ, ମଣ୍ଡଳୀ ପାଇଁ ଯୀଶୁଙ୍କର ଇଚ୍ଛା ହେଉଛି, ଈଶ୍ୱର: ପିତା, ପୁତ୍ର ଓ ପବିତ୍ର ଆତ୍ମା ଯେପରି ଏକ, ମଣ୍ଡଳୀ ମଧ୍ୟ “ଏକ” ହେଉ ଠିକ୍ ସେହି ପ୍ରକାରେ ଏହା ମଧ୍ୟ ଆଶ୍ଚର୍ଯ୍ୟ ଯେ ପିତା ଆପଣା ପୁତ୍ରଙ୍କୁ ଯେପରି ପ୍ରେମ କରନ୍ତି, ସେପରି ମଣ୍ଡଳୀକୁ ପ୍ରେମ କରନ୍ତି! ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କର ମିଳନ କେବଳ ବ୍ୟକ୍ତିଗତ ଖ୍ରୀଷ୍ଟିୟାନ ଭାବରେ ନୁହେଁ, କିନ୍ତୁ ସାମୂହିକ ଭାବରେ ଯେପରି ଗୋଟିଏ ମଣ୍ଡଳୀ

“ମୁଁ କେବଳ ଏମାନଙ୍କ ନିମନ୍ତେ ପ୍ରାର୍ଥନା କରୁ ନାହିଁ, ମାତ୍ର ଏମାନଙ୍କ ବାକ୍ୟ ଦ୍ୱାରା ଯେଉଁମାନେ ମୋଠାରେ ବିଶ୍ୱାସ କରନ୍ତି, ସେମାନଙ୍କ ନିମନ୍ତେ ସୁଦ୍ଧା ପ୍ରାର୍ଥନା କରୁଅଛି, ଯେପରି ସେମାନେ ସମସ୍ତେ ଏକ ହୁଅନ୍ତି; ହେ ପିତା, ତୁମ୍ଭେ ଯେପ୍ରକାରେ ମୋଠାରେ ଅଛ ଓ ମୁଁ ତୁମ୍ଭଠାରେ ଅଛି, ସେମାନେ ମଧ୍ୟ ସେପ୍ରକାରେ ଆମ୍ଭମାନଙ୍କଠାରେ ରହନ୍ତୁ, ଯେପରି ତୁମ୍ଭେ ମୋତେ ପ୍ରେରଣ କଲ ବୋଲି ଜଗତ ବିଶ୍ୱାସ କରେ ଆଉ ତୁମ୍ଭେ ମୋତେ ଯେଉଁ ମହିମା ଦେଇଅଛ, ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ଆମ୍ଭେମାନେ ଯେପ୍ରକାରେ ଏକ, ସେମାନେ ସେପ୍ରକାରେ ଏକ ହୁଅନ୍ତି; ମୁଁ ସେମାନଙ୍କଠାରେ, ଆଉ ତୁମ୍ଭେ ମୋଠାରେ, ଯେପରି ସେମାନେ ସିଦ୍ଧ ହୋଇ ଏକ ହୁଅନ୍ତି, ଯେପରି ଜଗତ ବୁଝିବ ଯେ, ତୁମ୍ଭେ ମୋତେ ପ୍ରେରଣ କଲ, ପୁଣି ମୋତେ ଯେପ୍ରକାରେ ପ୍ରେମ କଲ, ସେମାନଙ୍କୁ ମଧ୍ୟ ସେପ୍ରକାରେ ପ୍ରେମ କଲ (ଯୋହନ ୧୭:୨୦-୨୩)

ପାଉଲ ଈଶ୍ୱରଙ୍କୁ ଧନ୍ୟବାଦ ଦେବାର କାରଣ ଏହା ଯେ ସେମାନଙ୍କର “ବିଶ୍ଵାସ” ବର୍ତ୍ତମାନ ସମୁଦାୟ ଜଗତରେ ଘୋଷିତ ହୋଇଅଛିଜଗତ” ଶବ୍ଦଟି ସେହି ସମୟରେ ଜଣା ଥିବା ରୋମୀୟ ସାମ୍ରାଜ୍ୟକୁ ବୁଝାଏ ରୋମ କାଇସରଙ୍କର ଗୃହ ଓ ରାଜଧାନୀ ଥିଲା ରୋମ ନଗରୀ ସାମ୍ରାଜ୍ୟର ଗର୍ବ ଓ ଶକ୍ତିକୁ ପ୍ରତିନିଧିତ୍ୱ କରୁଥିଲା ସମଗ୍ର ସାମ୍ରାଜ୍ୟର ଲୋକେ ରୋମ ଓ କାଇସରଙ୍କର ଉପାସନା କରୁଥିଲେ ଯଦିଓ ରୋମକୁ ସୁସମାଚାର ଆଣିବାରେ ପାଉଲଙ୍କର କୌଣସି ଅଂଶ ବା ଦାୟିତ୍ୱ ନ ଥିଲା, ତଥାପି, ଗୁପ୍ତ ହୋଇ ରହି ନ ଥିବା ଖ୍ରୀଷ୍ଟିୟାନମାନଙ୍କର ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ୱାସ ନିମନ୍ତେ ସେ ଆନନ୍ଦିତ ଓ କୃତଜ୍ଞ ଥିଲେ

୯-୧୦କ ପଦ

ପାଉଲ ସ୍ୱୟଂ ଈଶ୍ୱରଙ୍କୁ ତାହାଙ୍କର “ସାକ୍ଷୀ” ବୋଲି କହୁଛନ୍ତିସାକ୍ଷୀ” ଶବ୍ଦଟିର ଅର୍ଥ ହେଉଛି ଯେ ଈଶ୍ୱର ପାଉଲଙ୍କର ହୃଦୟ ଜାଣନ୍ତି ଏଠାରେ ପାଉଲ ସେ କହିବାକୁ ଯାଉଥିବା ସତ୍ୟ ସମ୍ବନ୍ଧରେ ଈଶ୍ୱରଙ୍କର ସିଦ୍ଧ ଜ୍ଞାନ ପାଇଁ ନିବେଦନ କରୁଛନ୍ତି ପତ୍ରସବୁ ଲେଖିବା ସମୟରେ ଏହା ପାଉଲଙ୍କ ପାଇଁ ଅସ୍ଵାଭାବିକ ନ ଥିଲା (୨ କରିନ୍ଥୀୟ ୧:୨୩; ଗାଲାତୀୟ ୧:୨୦; ଫିଲିପ୍ପୀୟ ୧:୮) ଯେଉଁ ଈଶ୍ୱରଙ୍କୁ ଜଣେ ସାକ୍ଷୀ ବୋଲି କୁହାଯାଉଛି, ସେହି ଈଶ୍ୱରଙ୍କୁ “ମୁଁ ମୋହର ଆତ୍ମା ଦେଇ ସେବା କରୁଅଛି” ଏହି ଘୋଷଣା, ପତ୍ରରେ ଥିବା ପାଉଲଙ୍କର ପ୍ରଥମ ଉକ୍ତି, “ପାଉଲ, ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଦାସ”ରେ ଦେଖିବାକୁ ମିଳେ ପୁନର୍ବାର, ପାଉଲ ରୋମୀୟ ଖ୍ରୀଷ୍ଟିୟାନମାନଙ୍କୁ ସ୍ପଷ୍ଟ କରିଦେଉଛନ୍ତି ଯେ ଖ୍ରୀଷ୍ଟ ଯୀଶୁ ଓ ଈଶ୍ୱର ଏକ ଅଟନ୍ତି, କାରଣ ସେ “ଈଶ୍ୱରଙ୍କ ସୁସମାଚାର”କୁ “ତାହାଙ୍କ ପୁତ୍ରଙ୍କ ସୁସମାଚାର” ବୋଲି କହିବା ଜାରି ରଖନ୍ତି

ମୋହର ଆତ୍ମା ସହ” ବାକ୍ୟାଂଶଟି ପବିତ୍ର ଆତ୍ମାଙ୍କ ସହିତ ପାଉଲଙ୍କ ଆତ୍ମାର ସମ୍ମିଳନକୁ ବୁଝାଏ ଈଶ୍ୱରଙ୍କ ନିଜର ଆତ୍ମା ଦ୍ଵାରା ପାଉଲ ଖ୍ରୀଷ୍ଟ ଯୀଶୁଙ୍କର ସେବା କରନ୍ତି[19]

ପାଉଲ ଈଶ୍ୱରଙ୍କୁ ତାହାଙ୍କର ସାକ୍ଷୀ ବୋଲି କହିବାର କାରଣ ହେଉଛି ଯେ ସେ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ କେତେ ପ୍ରାର୍ଥନା କରୁଛନ୍ତି, ତାହା ସେମାନଙ୍କୁ କହୁଛନ୍ତି ଯଦିଓ ସେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ବ୍ୟକ୍ତିଗତ ଭାବରେ ଜାଣନ୍ତି ନାହିଁ, ତଥାପି ସେ ସେମାନଙ୍କ ନାମ ଉଲ୍ଲେଖ କରି ନିରନ୍ତର ଅବା “ନିରବଛିନ୍ନ ଭାବରେ,” ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି ଏହା ଏକ ଉପରଠାଉରିଆ ପ୍ରତିଜ୍ଞା ନୁହେଁ ଯଦିଓ ସେ ସେମାନଙ୍କ ସହିତ ରହିପାରିବେ ନାହିଁ, ତଥାପି ପାଉଲ ସେମାନଙ୍କ ନିମନ୍ତେ ବିଶ୍ଵସ୍ତ ଭାବରେ ପ୍ରାର୍ଥନା କରିବା ଦ୍ୱାରା ସେମାନଙ୍କ ନିମନ୍ତେ ଆପଣାର ଗଭୀର ପ୍ରେମ ପ୍ରକାଶ କରୁଛନ୍ତି ପ୍ରାର୍ଥନା ସମ୍ବନ୍ଧରେ ଟିପ୍ପଣୀ କରି ୱିଲିୟମ୍ ବାର୍କ୍ଲେ ଲେଖନ୍ତି, “ଏହା ସର୍ବଦା ଜଣେ ଖ୍ରୀଷ୍ଟିୟାନର ସୁଯୋଗ ଓ କର୍ତ୍ତବ୍ୟ ଯେ ଆମ୍ଭେମାନେ ଆମ୍ଭମାନଙ୍କର ପ୍ରିୟ ଜନ ଓ ସମସ୍ତ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ ଅନୁଗ୍ରହର ସିଂହାସନ ନିକଟରେ ତୋଳି ଧରିବା[20] ସେ ମଧ୍ୟ ପ୍ରେରିତ ୨:୯ ଓ ୧ ପିତର ୧:୧ ରେ ଉଲ୍ଲେଖିତ କପ୍ପାଦକିଆ ଅଞ୍ଚଳ ଜଣେ ଆଦ୍ୟ ଯୁଗର ପାଳକ ଗ୍ରେଗୋରୀ ନିସ୍ସାଙ୍କର (୩୭୦ ଖ୍ରୀଷ୍ଟାବ୍ଦରେ) କଥାକୁ ଉଦ୍ଧୃତ କରୁଛନ୍ତି

ପ୍ରାର୍ଥନାର ଫଳ ହେଉଛି ଈଶ୍ୱରଙ୍କ ସହିତ ସମ୍ମିଳିତ ହେବା ଓ ଯଦି କେହି ଈଶ୍ୱରଙ୍କ ସହିତ ଅଛି, ସେ ଶତ୍ରୁଠାରୁ ପୃଥକୀକୃତ ଅଟେ ପ୍ରାର୍ଥନା ଦ୍ୱାରା ଆମ୍ଭେମାନେ ଆମ୍ଭମାନଙ୍କର ପବିତ୍ରତାକୁ ଜଗି ରହୁ, ଆପଣା ସ୍ୱଭାବକୁ ନିୟନ୍ତ୍ରଣ କରୁ ଓ ଅସାରତାରୁ ନିଜକୁ ରକ୍ଷା କରୁ ଏହା ଆମକୁ ଆଘାତକୁ ଭୁଲିଯିବାକୁ ଦିଏ, ଈର୍ଷା ଉପରେ ଜୟଲାଭ କରିବାକୁ ଦିଏ, ଅନ୍ୟାୟକୁ ପରାଜିତ କରେ ଓ ପାପର ଜୀବନକୁ ସଜାଡ଼ି ଥାଏ ପ୍ରାର୍ଥନା ଦ୍ୱାରା ଆମ୍ଭେମାନେ ଶାରୀରିକ ସ୍ବାସ୍ଥ୍ୟ, ଏକ ଖୁସିର ଘର ଓ ଏକ ଦୃଢ଼ ସୁସଜ୍ଜିତ ସମାଜ ପାଇଥାଉ ... ପ୍ରାର୍ଥନା ହେଉଛି ବିବାହରେ କୁମାରୀତ୍ୱର ମୁଦ୍ରାଙ୍କନ ଓ ବିଶ୍ୱସ୍ତତାର ଏକ ପ୍ରତିଜ୍ଞା ଏହା ପଦଯାତ୍ରୀକୁ ସୁରକ୍ଷା ଦିଏ, ଶୟନକାରୀକୁ ଜଗି ରହେ ଓ ଯେଉଁମାନେ ସତର୍କ ରହନ୍ତି, ସେମାନଙ୍କୁ ସାହସ ଦିଏ ... କ୍ଲାନ୍ତ ସମୟରେ ଏହା ଆପଣଙ୍କୁ ସତେଜ କରେ ଦୁଃଖଗ୍ରସ୍ତ ସମୟରେ ଆପଣଙ୍କୁ ସାନ୍ତ୍ବନା ଦିଏ ପ୍ରାର୍ଥନା ଆନନ୍ଦିତ ଲୋକର ଆନନ୍ଦ ଓ ଦୁଖୀଃ ଲୋକର ସ୍ୱାନ୍ତନା ଅଟେ 

୧୦ଖ ପଦ

ପାଉଲଙ୍କ ନିରନ୍ତର ପ୍ରାର୍ଥନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଯେ “ଈଶ୍ୱରଙ୍କ ଇଚ୍ଛା” ଦ୍ୱାରା ସେ “ପରିଶେଷରେ ସେମାନଙ୍କ ନିକଟକୁ ଯିବାରେ ସଫଳ” ହେବେ ରୋମକୁ ଆସିବାକୁ ପାଉଲଙ୍କର ଇଚ୍ଛା ଥିଲା, କିନ୍ତୁ, ଏପର୍ଯ୍ୟନ୍ତ ସୁଦ୍ଧା ତାହା ଈଶ୍ୱରଙ୍କ ଇଚ୍ଛା ନ ଥିଲା ପାଉଲଙ୍କର ଇଚ୍ଛା ଭୁଲ ନ ଥିଲା, ବରଂ ଏହା ଈଶ୍ୱରଙ୍କ ସମୟ ନ ଥିଲା ରୋମକୁ ଯିବାର ଆକାଂକ୍ଷା ଥିବା ସତ୍ତ୍ୱେ ପାଉଲ ଈଶ୍ୱରଙ୍କ ଇଚ୍ଛାର ବଶୀଭୂତ ଥିଲେ ତଥାପି, ପାଉଲଙ୍କୁ ଏଭଳି ଲାଗୁଛି ଯେ ସେ ଶୀଘ୍ର ରୋମକୁ ଯିବାରେ ସଫଳ ହେବେ ସ୍ମରଣ କରନ୍ତୁ ଯେ, ଯେତେବେଳେ ପାଉଲ କରିନ୍ଥୀୟରେ ଥିଲେ ଓ ଯିରୂଶାଲମକୁ ତାହାଙ୍କର ଶେଷ ଯାତ୍ରାର ଠିକ୍ ପୂର୍ବରୁ ଏହି ପତ୍ର ଲେଖିଲେ, ଯେଉଁଠାରେ ସେ ବନ୍ଧାହୋଇ କାରାଗାରରେ ରୁଦ୍ଧ ହେଲେ କିନ୍ତୁ, ପରବର୍ତ୍ତୀ ଦୁଇ ବର୍ଷ ବିତିବା ପରେ, ଆଉ ପୁନର୍ବାର ବନ୍ଦୀ ଅବସ୍ଥାରେ, ଯାହା ଶେଷରେ ସେ ରୋମକୁ ଆସିବା ପାଇଁ ସକ୍ଷମ ହେଲେ

ରୋମକୁ ଯିବା ନିମନ୍ତେ ପାଉଲଙ୍କର ତିନୋଟି ଉଦ୍ଦେଶ୍ୟ (୧:୧୧-୧୨)

୧୧ ପଦ ପ୍ରଥମ ଉଦ୍ଦେଶ୍ୟ: ସେମାନଙ୍କୁ ଏକ ଆତ୍ମିକ ଦାନ ଦେବା ନିମନ୍ତେ

ପ୍ରଥମ କାରଣ ହେଉଛି ସେ “ସେମାନଙ୍କୁ ଦେଖିବାକୁ ଲାଳାୟିତ ଅଛନ୍ତି”,  “କିଛି ଆତ୍ମିକ ଦାନ” ଆଣିବା ପାଇଁ, ଯେପରି ସେମାନେ “ଦୃଢ଼” ହେବେ ଏହି ଦାନ କଅଣ ହୋଇଥିବ, ସେ ବିଷୟରେ ଅନେକ ଅନୁମାନ ରହିଛି ଏହା ସମ୍ଭାବନା ନାହିଁ ଯେ ଏହା ପବିତ୍ର ଆତ୍ମାଙ୍କର ଗୋଟିଏ ଦାନ (୧୨:୬; ଏଫିସୀୟ ୪:୧୧; ୧ କରିନ୍ଥୀୟ ୧୨:୧୧), କାରଣ ସେହି ଦାନ ସବୁ କେବଳ ଈଶ୍ୱର ଦିଅନ୍ତି ତେବେ ଅଧିକ ସମ୍ଭାବନା ଯେ ସେ ତାହାଙ୍କର ସୁସମାଚାର ପ୍ରଚାର ଓ ଶିକ୍ଷାକୁ ଦର୍ଶାଉଛନ୍ତି, ଯେହେତୁ ସେହି ଦାନଟି ମଣ୍ଡଳୀକୁ “ଦୃଢ଼ କରିବା ପାଇଁ” କରିବା ପାଇଁ ଉପଯୁକ୍ତ ଅଟେ[21] “ଦୃଢ଼ ହେବାକୁ” ଅର୍ଥ ଏହା ଯେ ସେମାନେ ଅନୁଭବ କରୁଥିବା ସବୁ ପ୍ରକାର ବିରୋଧ ସତ୍ତ୍ୱେ, ଖ୍ରୀଷ୍ଟ ଓ ସୁସମାଚାର ପ୍ରତି ସେମାନଙ୍କର ସମର୍ପଣ ଭାବ ପରିପକ୍ୱ ହେବ (୧ଥେସଲନୀକୀୟ ୩:୨; ଏଫିସୀୟ ୩:୧୬) ଏହା ପାଉଲଙ୍କର ଇଚ୍ଛା ଅଟେ ତଥାପି ଏହା ଅନୁଗ୍ରହ ଓ ଶକ୍ତିରେ, “ଆତ୍ମାଙ୍କଠାରୁ ଆସିଥିବା” ଏକ ଦାନ ହେବ; ଅନ୍ୟ ଭାବରେ, ଏହା ଏକ ଆତ୍ମିକ ଆଶୀର୍ବାଦ ଅଟେ (୧୫:୨୭)

୧୨ ପଦ ଦ୍ୱିତୀୟ ଉଦ୍ଦେଶ୍ୟ: ପାରସ୍ପରିକ ଉତ୍ସାହ ନିମନ୍ତେ

ପାଉଲ ଜାଣିପାରୁଛନ୍ତି ଯେ ରୋମୀୟ ଖ୍ରୀଷ୍ଟିୟାନମାନେ ତାହାଙ୍କୁ ଦାନ କରିବାକୁ ବହୁତ କିଛି ପାଇଛନ୍ତି ପ୍ରକୃତରେ, ସେ ଏହି “ଆତ୍ମିକ ଦାନ”କୁ ଯେପରିପାରସ୍ପରିକ ଉତ୍ସାହ ପ୍ରଦାନ” ବୋଲି ବର୍ଣ୍ଣନା କରୁଛନ୍ତି ବିଜାତୀମାନଙ୍କ ପ୍ରତି ଆହୂତ ମହାନ ପ୍ରେରିତ ପାଉଲ ଯୀଶୁଙ୍କୁ ଦେଖିଥିଲେ ଓ ବ୍ୟକ୍ତିଗତ ଭାବରେ ଯୀଶୁଙ୍କ ଦ୍ଵାରା ପ୍ରେରିତ ହୋଇଥିଲେ ସେ ବୃଦ୍ଧି ପାଉଥିବା ଖ୍ରୀଷ୍ଟୀୟ ମଣ୍ଡଳୀର ଜଣେ ସବୁଠାରୁ ମହାନ ପ୍ରଚାରକ, ସୁସମାଚାର ପ୍ରଚାରକ, ପାଳକ ଓ ଅତ୍ୟଧ‌ିକ ବୁଦ୍ଧିମାନ ବ୍ୟକ୍ତି ଥିଲେ ପବିତ୍ର ଆତ୍ମାଙ୍କର ପ୍ରେରଣା ଦ୍ୱାରା ନୂତନ ନିୟମ ଧର୍ମଶାସ୍ତ୍ରର ଅଧିକ ଅଂଶ ତାହାଙ୍କ କଲମରୁ ଆସିଅଛି ତଥାପି, ସେ ଏହା ଜାଣି ଅଧିକ ଦର୍ପ କରୁ ନାହାନ୍ତି ଯେ ସେମାନଙ୍କର ବିଶ୍ୱାସ ଦ୍ୱାରା ସେ ଅଧିକ କିଛି ଉତ୍ସାହ ପ୍ରାପ୍ତ ହେବେ ପୁନର୍ବାର, ଏଗୁଡ଼ିକ କେବଳ ସାଧାରଣ ମନ୍ତବ୍ୟ ନୁହେଁ ସେହି ମହାନ ପ୍ରେରିତ ଜାଣନ୍ତି ଯେ ଈଶ୍ୱର ତାହାଙ୍କ ନିଜ ଜୀବନରେ ଯେପରି କାର୍ଯ୍ୟ କରିଛନ୍ତି, ଠିକ୍ ସେପରି ଏହି ରୋମୀୟମାନଙ୍କ ଜୀବନରେ ମଧ୍ୟ କାର୍ଯ୍ୟ କରିଛନ୍ତି ଏହେତୁ, ସେ ଜାଣି ପାରୁଛନ୍ତି ଯେ ସେ ସେମାନଙ୍କଠାରୁ ମଧ୍ୟ ଆଶୀର୍ବାଦ ପାଇପାରିବେ ପାଉଲ ସମ୍ପୂର୍ଣ୍ଣ ଆଶା କରୁଥିଲେ ଯେ ସେମାନଙ୍କ ସହିତ ତାଙ୍କର ସହଭାଗିତା ଦ୍ୱାରା ସେ ଆତ୍ମିକଭାବରେ ସତେଜ ହେବେ ଏହା ହି ତାହାଙ୍କର ଆକାଂକ୍ଷା ଥିଲା ପାଉଲଙ୍କର ଏହି ପ୍ରତ୍ୟୁତ୍ତର ଦ୍ୱାରା ପ୍ରଭାବିତ ହୋଇ ଜନ୍ କାଲଭିନ୍ ଲେଖନ୍ତି:[22]

ଦେଖ ତାଙ୍କର ସାଧୁମୟ ହୃଦୟ ଆପେ କେତେ ଅଧିକ ନମ୍ର ଭାବରେ ଅବନତ ହେଉଛି, ଯେପରି ସେ ଅନଭିଜ୍ଞ ଲୋକମାନଙ୍କ ଠାରୁ ବିଶ୍ୱାସଯୋଗ୍ୟ ପ୍ରମାଣ ଚାହିଁବା ପାଇଁ ଘୃଣିତ ମନେ କଲେ ସେ ଯାହା କହିଲେ, ଠିକ୍ ଅର୍ଥରେ କହିଲେ, କାରଣ ଖ୍ରୀଷ୍ଟଙ୍କ ମଣ୍ଡଳୀରେ ଏତେ ଦାନ ବିହୀନ ଲୋକ କେହି ନାହିଁ, ଯେ କି ଆମ୍ଭମାନଙ୍କର ଆତ୍ମିକ ଅଗ୍ରଗତି ପାଇଁ କିଛି ଅବଦାନ କରିବାକୁ ସମର୍ଥ ନୁହନ୍ତି  

ଆଦ୍ୟ ମଣ୍ଡଳୀର ସଦସ୍ୟମାନେ ତାହାଙ୍କଠାରୁ ଅତି ଅଳ୍ପ ଜାଣିଥିଲେ ମଧ୍ୟ ସେମାନଙ୍କର ବିଶ୍ୱାସ ହେତୁ ସେମାନେ ଏପରି ମହାନ ଶିକ୍ଷକଙ୍କୁ ପ୍ରେରଣା ଦେଇପାରନ୍ତି ଏହା ସେହି ବିଶ୍ୱାସ, ଯାହାର ମୂଳଦୁଆ ଈଶ୍ୱରଙ୍କ ସହିତ ଆମ୍ଭମାନଙ୍କର ସମ୍ପର୍କ ଉପରେ ଆଧାରିତ ଓ କେବଳ ଆଧ୍ୟାତ୍ମିକ ଜ୍ଞାନ ଉପରେ ଆଧାରିତ ନୁହେଁ

୧୩ ପଦ ତୃତୀୟ ଉଦ୍ଦେଶ୍ୟ: ଶସ୍ୟ ଅମଳ କରିବା ନିମନ୍ତେ

ସେମାନେ ଏହା ଜାଣନ୍ତୁ ବୋଲି ପାଉଲ ବି ଚାହୁଁଛନ୍ତି ଯେ ସେ ଏହା ପୂର୍ବରୁ ମଧ୍ୟ ରୋମକୁ ଯିବା ନିମନ୍ତେ ବାଧାପ୍ରାପ୍ତ ହୋଇଥିଲେ ସେ ବିଶେଷକରି ଚିନ୍ତିତ ହେଲା ଭଳି ଜଣାପଡୁଛି ଯେ ସେମାନେ ଯେପରି ଦୁଃଖିତ ନ ହେବେ ଯେ ସେ ଣ୍ଡଳୀକୁ ସ୍ଥାପନ କରି ନ ଥିବାରୁ ସେମାନଙ୍କୁ ଏଡ଼ାଉଛନ୍ତି ବା ଉପେକ୍ଷା କରୁଛନ୍ତି ଏହା ସମ୍ଭବ ଯେ ରୋମକୁ ପୂର୍ବରୁ ଆସି ନ ଥିବାରୁ ପାଉଲ ଆପଣାର କିଛି ବିଷୟକୁ ସମାଲୋଚନା କରୁଛନ୍ତି କାରଣ ସେ ସେମାନଙ୍କୁ କହୁଛନ୍ତି ଯେ “ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହଁ[23] କାରଣ ସେ “ଅନେକ ଥର ସେମାନଙ୍କ ନିକଟକୁ ଯିବାପାଇଁ ମନସ୍ଥ କରିଥିଲେ” ସେ ସେମାନଙ୍କୁ ଆଗରୁ କହି ସାରିଛନ୍ତି ଯେ ସେ ଯିବାପାଇଁ ବହୁ ଆଗରୁ ପ୍ରାର୍ଥନା କରୁଛନ୍ତି ଆପଣାର ତୃତୀୟ ପ୍ରଚାର ଯାତ୍ରାରେ ପାଉଲ ଏଫିସରେ ଥିବା ସମୟରେ ପାଉଲ କହୁଥିବା ବିଷୟକୁ ଲୂକ ଉଦ୍ଧୃତ କରୁଛନ୍ତି, “ମୋତେ ରୋମକୁ ମଧ୍ୟ ଯିବାକୁ ହେବ” (ପ୍ରେରିତ ୧୯:୨୧) କିନ୍ତୁ ଏପର୍ଯ୍ୟନ୍ତ ସେ ସକ୍ଷମ ହୋଇ ନାହାନ୍ତି, ସେ ଚାହୁଁ ନ ଥିବାରୁ ନୁହେଁ କିମ୍ବା ଯିବାକୁ ତାଙ୍କ ଇଚ୍ଛାର ଅଭାବ ସକାଶୁ ନୁହେଁ ଅଧିକ ସମ୍ଭାବନାର କାରଣ ଏହି ଯେ ସେହି ସମୟ ପର୍ଯ୍ୟନ୍ତ ସେ ଏସିଆରେ ଆପଣାର ପ୍ରଚାର କାର୍ଯ୍ୟ ସମ୍ପୂର୍ଣ୍ଣ କରି ନ ଥିଲେ (୧୫:୨୨ ପରବର୍ତ୍ତୀ ପଦ ଗୁଡ଼ିକ) ଅତଏବ ଏହା ଈଶ୍ୱରଙ୍କ ସମୟ ନ ଥିଲା

ସେ ରୋମକୁ ଯିବାର ଆଉ ଗୋଟିଏ କାରଣ ଦେଉଛନ୍ତି “କିଛି ଶସ୍ୟ ଅମଳ କରିବା ନିମନ୍ତେ” ଏହି “ଶସ୍ୟ” ହେଉଛି ସେ ଠିକ୍ ଏହା ପୂର୍ବରୁ କହୁଥିବା ଉଭୟ ପାରସ୍ପାରିକ ଆତ୍ମିକ ଦାନ (“ତୁମ୍ଭମାନଙ୍କ ମଧ୍ୟରେ”); ଆଉ “ମଧ୍ୟ” - ଯେଉଁମାନେ ଏପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ବିଶ୍ୱାସ ସ୍ଥାପନ କରି ନାହାନ୍ତି  - “ସେହି ଅବଶିଷ୍ଟ ବିଜାତୀମାନଙ୍କ ମଧ୍ୟରେ” ପ୍ରଚାର କାର୍ଯ୍ୟ କରି ସେମାନଙ୍କୁ ଖ୍ରୀଷ୍ଟ ବିଶ୍ୱାସ ନିକଟକୁ ଆଣିବା ପାଉଲଙ୍କର ଏକ ମାତ୍ର ଲକ୍ଷ୍ୟ ଅଟେ[24]

ରୋମରେ ସୁସମାଚାର ପ୍ରଚାର କରିବା ନିମନ୍ତେ ପାଉଲଙ୍କ କାରଣ (୧:୧୪-୧୬ କ)

ପାଉଲ ରୋମରେ ସୁସମାଚାର ପ୍ରଚାର କରିବା ନିମନ୍ତେ ଆପଣା ଇଚ୍ଛାର ତିନୋଟି କାରଣ ଦେଉଛନ୍ତି, ସେ ଆଶା କରୁଛନ୍ତି ଯେ ସେଠାରେ ସେ ଖ୍ରୀଷ୍ଟଙ୍କ ନିମନ୍ତେ ଶସ୍ୟ ଅମଳ କରିବେ ସେ ପ୍ରଥମେ କହୁଛନ୍ତି ଯେ ସେ ପ୍ରଚାର କରିବାକୁ “ବାଧ୍ୟ,” ସେ “ପ୍ରଚାର କରିବାକୁ ଇଚ୍ଛୁକ” ଓ ସେ  ସୁସମାଚାର ପ୍ରଚାର କରିବାକୁ “ଲଜ୍ଜିତ ନୁହନ୍ତି” ସୁସମାଚାର ପ୍ରଚାର କରିବାରେ ପାଉଲଙ୍କର ମୁଖ୍ୟ ପ୍ରାଧାନ୍ୟତା ହେଉଛି ଈଶ୍ୱରଙ୍କ ଗୌରବ ନିମନ୍ତେ ସୁସମାଚାର ସେବା

ପ୍ରଥମରେ, ପାଉଲଙ୍କର ବାଧ୍ୟତା ବା କର୍ତ୍ତବ୍ୟର ବୋଧ ଜ୍ଞାନ ଏହି ତଥ୍ୟରୁ ଆସୁଅଛି ଯେ ସେ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ଭାବରେ ଆହୂତ ହୋଇଛନ୍ତି ଓ ଆଉ ସେ ଈଶ୍ୱରଙ୍କ ସୁସମାଚାର ନିମନ୍ତେ ପୃଥକୀକୃତ ହୋଇଛନ୍ତି ଯୀଶୁ ତାହାଙ୍କୁ ସୁସମାଚାରର ଦାୟିତ୍ୱ ସମର୍ପଣ କରିଅଛନ୍ତି ଏହି ଦାୟିତ୍ୱ ତାହାଙ୍କୁ ହନନିୟ, ଯାହାଙ୍କୁ ପାଉଲ ଏକ ମନୋନୀତ ପାତ୍ର ହେବେ ବୋଲି ଗୋଟିଏ ଦର୍ଶନ ଦିଆଯାଇଥିଲା, ତାହାଙ୍କ ଦ୍ଵାରା କୁହାଯାଇଥିଲା (ପ୍ରେରିତ ୯:୧୫) କରିନ୍ଥୀୟ ମଣ୍ଡଳୀ ନିମନ୍ତେ ଲେଖାଯାଇଥିବା ପତ୍ରରେ ପାଉଲଙ୍କର ଦାୟିତ୍ୱକୁ ଆହୁରି ସ୍ପଷ୍ଟ କରାଯାଇଅଛି ସେଠାରେ ସେ ଲେଖୁଛନ୍ତି:

କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, କାରଣ ତାହା କରିବା ନିମନ୍ତେ ମୁଁ ବାଧ୍ୟ; ଆଉ ଯଦି ମୁଁ ସୁସମାଚାର ପ୍ରଚାର କରେ ନାହିଁ, ତେବେ, ହାୟ, ମୁଁ ଦଣ୍ଡର ପାତ୍ର! (୧ କରିନ୍ଥୀୟ ୯:୧୬)

ଅତଏବ, ପାଉଲ “ଗ୍ରୀକ୍ ଓ ବର୍ବର” ଏବଂ “ଜ୍ଞାନୀ ଓ ମୂର୍ଖମାନଙ୍କ” ପ୍ରତି ଏହି ଦାୟିତ୍ଵ ପୂରଣ କରିବା ନିମନ୍ତେ ଋଣୀ ଥିଲେ ଏହି ଚାରୋଟି ନାମ ବିଜାତୀମାନଙ୍କ ସବୁ ଶ୍ରେଣୀର ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରେ

ଦ୍ୱିତୀୟରେ, ସୁସମାଚାର ପ୍ରଚାର କରିବାକୁ ପାଉଲ କେବଳ ବାଧ୍ୟ ନୁହନ୍ତି, ସେ “ଇଚ୍ଛୁକ” ମଧ୍ୟ ଅଟନ୍ତି ଏହା ଖ୍ରୀଷ୍ଟଙ୍କ ଦ୍ଵାରା ଆଦେଶ କରାଯାଇଥିବା ଏକ କର୍ତ୍ତବ୍ୟ କେବଳ ନୁହେଁ, ମାତ୍ର ତାହାଙ୍କ ନିମନ୍ତେ ଏହା ଆନନ୍ଦ ଓ ଉଲ୍ଲାସର ବିଷୟ ଥିଲା ଏହା ଉଲ୍ଲେଖଯୋଗ୍ୟ ଯେ ପାଉଲ କର୍ତ୍ତବ୍ୟ ବା ବାଧ୍ୟତା ଓ ଆନନ୍ଦ ମଧ୍ୟରେ କୌଣସି ପାର୍ଥକ୍ୟ କରି ନ ଥିଲେ ଏହି ଉଭୟ ବିଷୟ ଈଶ୍ୱରଙ୍କ ପ୍ରତି ତାହାଙ୍କ ସେବାରେ ପ୍ରମାଣିତ ହୋଇଥିଲା ଆମ୍ଭେମାନେ ମଧ୍ୟ ନିଜେ ନିଜେ ଏହି ଏକ ପାର୍ଥକ୍ୟ ଆଣିବା ଉଚିତ ନୁହେଁ ଆମ୍ଭମାନଙ୍କର ସେବା ଉଭୟ ଏକ କର୍ତ୍ତବ୍ୟ ଓ ଆନନ୍ଦର ବିଷୟ ହେବା ଉଚିତ, ଯଦିଓ ବେଳେବେଳେ ଏହି ଦୁଇଟି ମଧ୍ୟରୁ ଗୋଟିଏ ଅଧିକ ବାରି ହେଉଥିବ

ଆଉ ତୃତୀୟରେ, ସୁସମାଚାର ପ୍ରଚାର କରିବାକୁ ପାଉଲ “ଲଜ୍ଜିତ ନୁହନ୍ତି ପରବର୍ତ୍ତୀ ଅଂଶରେ ଆମ୍ଭେମାନେ ଏହି ତୃତୀୟ କାରଣ ବିଷୟରେ ଅଧିକ କହିବା

ପତ୍ରଟିର ପ୍ରସଙ୍ଗ (୧:୧୬-୧୭)

୧ ଓ ୯ ପଦରେ, ପାଉଲ କହନ୍ତି ଯେ ସେ “ଈଶ୍ୱରଙ୍କ ସୁସମାଚାର” ଅର୍ଥାତ୍, ତାହାଙ୍କ ପୁତ୍ରଙ୍କ ସୁସମାଚାର” ପ୍ରଚାର କରିବା ନିମନ୍ତେ ପୃଥକୀକୃତ ହୋଇଥିଲେ ୧:୩-୪ ପଦରେ, ସେ ଏହି ସୁସମାଚାର ଦାଉଦଙ୍କ ବଂଶ ଜାତ ଖ୍ରୀଷ୍ଟଙ୍କର ସୁସମାଚାର ବୋଲି କହନ୍ତି ବର୍ତ୍ତମାନ ସେହି ଖ୍ରୀଷ୍ଟ ପୁନରୁତ୍ଥିତ ପ୍ରଭୁ ଓ ଈଶ୍ୱରଙ୍କ ପୁତ୍ରଙ୍କ ଶକ୍ତିରେ ପରିପୂର୍ଣ୍ଣ ଅଟନ୍ତି ୧୪-୧୫ ପଦରେ ପାଉଲ କହନ୍ତି ଯେ ସେ ସୁସମାଚାର ପ୍ରଚାର କରିବାକୁ “ବାଧ୍ୟ” ଓ ସେ “ଇଚ୍ଛୁକ” ଅଟନ୍ତି ବର୍ତ୍ତମାନ ୧୬ ଓ ୧୭ ପଦରେ ଏହି ଶକ୍ତିର ଅର୍ଥ କଅଣ, ତାହା ସେ ଚାରୋଟି ଉକ୍ତିରେ ବୁଝାଉଛନ୍ତି ଏହି ବ୍ୟାଖ୍ୟାଟି ସମଗ୍ର ପତ୍ରଟିର ମୁଖ୍ୟ ପ୍ରସଙ୍ଗ

ସେ ଏହି ସତ୍ୟକୁ ଗୁରୁତ୍ୱ ଦେଇ ଆରମ୍ଭ କରୁଛନ୍ତି ଯେ ସେ ସୁସମାଚାର ସମ୍ବନ୍ଧରେ “ଲଜ୍ଜିତ ନୁହନ୍ତି” ଓ ପରେ ସେ କାହିଁକି ଲଜ୍ଜିତ ନୁହନ୍ତି, ତାର ଅତିରିକ୍ତ କାରଣ ଦେଉଛନ୍ତି ପାଉଲ କହୁଛନ୍ତି ଯେ “ସୁସମାଚାର ଈଶ୍ୱରଙ୍କ ଶକ୍ତି ଅଟେ” ଆଉ “ସୁସମାଚାର” ଈଶ୍ୱରଙ୍କ ଶକ୍ତି ହେବାର କାରଣ ହେଉଛି ଯେ ଏହା “ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣର କାର୍ଯ୍ୟ ସାଧକ ଅଟେ,” ଓ ଏହା “ଈଶ୍ୱରଙ୍କ ଧାର୍ମିକତା” ଅଟେ ଏହି ଧାର୍ମିକତା “ବିଶ୍ୱାସମୂଳକ ଓ ବିଶ୍ୱାସ ଜନକ” ବୋଲି କହି ସେ ଶେଷ କରନ୍ତି ପାଉଲ ଏହି ଚାରୋଟି ଉକ୍ତିର ଅର୍ଥ କଅଣ ବୋଲି କହୁଛନ୍ତି?

୧. ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜା ବୋଧ କରେ ନାହିଁ (୧୬କ)

ପ୍ରଥମ ବିଷୟ ପାଉଲ କହୁଛନ୍ତି ଯେ ସେ “ସୁସମାଚାର ସମ୍ବନ୍ଧରେ ଲଜ୍ଜିତ ନୁହନ୍ତି ଏହା ଟିକିଏ ବିଚିତ୍ର ଲାଗେ ଯେ ସୁସମାଚାର ସମ୍ବନ୍ଧରେ ଏକ ପ୍ରମୁଖ ସତ୍ୟତାକୁ ପାଉଲ ଏ ଭଳି ଭାବରେ ଆରମ୍ଭ କରୁଛନ୍ତି ଯୀଶୁ ଖ୍ରୀଷ୍ଟ ପାଉଲଙ୍କୁ ବିଜାତୀମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ଆହ୍ୱାନ କରି ପୃଥକୀକୃତ କରିଥିଲେ (୧:୫; ୧୧:୧୩; ପ୍ରେରିତ ୯:୧୫) ପାଉଲ ଶିକ୍ଷା ଦେଇଥିଲେ ଯେ ଏହି ସୁସମାଚାର ପରିତ୍ରାଣକୁ କେବଳ ବିଶ୍ୱାସ ଦ୍ୱାରା ଅନୁଗ୍ରହର ଏକ ଦାନ ବୋଲି ଘୋଷଣା କରେ ଫଳ ସ୍ୱରୂପେ, ସେ ଯିହୂଦୀମାନଙ୍କ ମଧ୍ୟରେ ଜଣେ ଅତି ବିବାଦପୂର୍ଣ୍ଣ ପ୍ରଚାରକ ହୋଇଥିଲେ କାରଣ ଯିହୂଦୀମାନେ ମୋଶାଙ୍କର ବ୍ୟବସ୍ଥା ପ୍ରତି ଅନୁଗତ ରହିଥିଲେ ଅନେକ ଯିହୂଦୀ ଯୀଶୁଙ୍କୁ ସେମାନଙ୍କର ମସୀହ ଭାବରେ ଗ୍ରହଣ କରିଥିଲେ, କିନ୍ତୁ ସେମାନେ ମଧ୍ୟ ଅନୁଭବ କରୁଥିଲେ ଯେ ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ଜଣେ ବିଜାତୀ ନିଶ୍ଚିତ ଭାବରେ ମୋଶାଙ୍କ ବ୍ୟବସ୍ଥାର ଅଧୀନକୁ ଆସିବା ଆବଶ୍ୟକ ଏହା ବିଜାତୀମାନଙ୍କୁ ସୁନ୍ନତ ହେବା ପାଇଁ, ଖାଦ୍ୟ ସମ୍ବନ୍ଧୀୟ ନିୟମ ପାଳନ କରିବା ପାଇଁ ଓ ବିଶ୍ରାମବାରକୁ ମାନିବା ପାଇଁ ବାଧ୍ୟ କରୁଥିଲା ଏହି ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ପାଉଲ ଯିହୂଦୀ ମତବାଦର ଜଣେ ବିଶ୍ୱାସଘାତକ ଭଳି ଦେଖାଯାଉଥିଲେ (୩:୮)

କେତେକ ଯିହୂଦୀ ଖ୍ରୀଷ୍ଟିୟାନମାନେ ମଧ୍ୟ ଥିଲେ, ଯେଉଁମାନେ ଭାବୁଥିଲେ ଯେ ସେ ଆପଣାକୁ ଯିହୂଦୀମାନଙ୍କଠାରୁ ପର୍ଯ୍ୟାପ୍ତ ଦୂରରେ ରଖିନାହାନ୍ତି ସେହି ସମୟରେ ଏ ପ୍ରକାର ଯିହୂଦୀ ବିରୋଧୀ ମନୋଭାବ ଜୀବନ୍ତ ଥିଲା ଯେହେତୁ ରୋମୀୟ ମଣ୍ଡଳୀରେ ଉଭୟ ଯିହୂଦୀ ଓ ବିଜାତୀମାନେ ଥିଲେ, ସେ ହୁଏତ ସଚେତନ ହୋଇଥିବେ, କିମ୍ବା ଅତି କମ୍ ରେ ମନଯୋଗୀ ହୋଇଥିବେ ଯେ ସେ ପ୍ରଚାର କରୁଥିବା ସୁସମାଚାର ନିମନ୍ତେ ସେ ବିଚାରିତ ହେଉଛନ୍ତି ଯିହୂଦୀ ଓ ବିଜାତୀ ଅବିଶ୍ୱାସୀମାନଙ୍କ ପ୍ରତି ମଧ୍ୟ ସୁସମାଚାର “ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ନିମନ୍ତେ ମୂର୍ଖତା” ସଦୃଶ ଦେଖାଯାଏ (୧ କରିନ୍ଥୀୟ ୧:୧୮; ୧:୨୧, ୨୩; ୨:୧୪; ୩:୧୮ ସହିତ ତୁଳନା କରନ୍ତୁ; ୨ କରିନ୍ଥୀୟ ୨:୧୫-୧୬ ମଧ୍ୟ ଦେଖନ୍ତୁ )

ଜ୍ଞାନୀ କାହିଁ? ଶାସ୍ତ୍ରୀ କାହିଁ? ଏହି ଯୁଗର ତାର୍କିକ କାହିଁ? ଈଶ୍ୱର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରିନାହାନ୍ତି? କାରଣ ଈଶ୍ୱରଙ୍କ ଜ୍ଞାନ ପ୍ରକାଶିତ ହୋଇ ଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ବିଶ୍ୱାସୀମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର ସନ୍ତୁଷ୍ଟ ହେଲେ କାରଣ ଯିହୂଦୀମାନେ ଚିହ୍ନ ଲୋଡ଼ନ୍ତି, ଆଉ ଗ୍ରୀକ୍ ମାନେ ଜ୍ଞାନ ଅନ୍ୱେଷଣ କରନ୍ତି, କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଯିହୂଦୀମାନଙ୍କ ନିମନ୍ତେ ବିଘ୍ନ ସ୍ୱରୂପ ଓ ବିଜାତୀମାନଙ୍କ ନିମନ୍ତେ ମୂର୍ଖତା ସ୍ୱରୂପ, କିନ୍ତୁ ଯିହୂଦୀ ହେଉ ବା ଗ୍ରୀକ୍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ୱରଙ୍କ ଶକ୍ତି ଓ ଈଶ୍ୱରଙ୍କ ଜ୍ଞାନସ୍ୱରୂପ ଅଟେ ଯେଣୁ ଈଶ୍ୱରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ୱରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ ଅଟେ (୧ କରିନ୍ଥୀୟ ୧:୨୦-୨୫) 

ତେଣୁ, ପାଉଲ ଆରମ୍ଭରେ ହିଁ ଗୋଟିଏ ବିଷୟ ଉଲ୍ଲେଖ କରୁଛନ୍ତି ଯେ ସେ ପ୍ରଚାର କରୁଥିବା ସୁସମାଚାର ସତ୍ୟ ସୁସମାଚାର ଅଟେ; ଆଉ ସେ ଅନୁଗତ ଯିହୂଦୀ କିମ୍ବା ମୌଳବାଦୀ ବିଜାତୀମାନଙ୍କୁ ସନ୍ତୁଷ୍ଟ କରିବାକୁ ସେଥିରୁ ପଛଘୁଞ୍ଚା ହେବେ ନାହିଁ ପାଉଲ ଅନୁଗ୍ରହର ଏକ ସୁସମାଚାର ପ୍ରଚାର କରିବା ଜାରି ରଖୁଛନ୍ତି, ଯାହା ପ୍ରଥମେ ଯିହୂଦୀମାନଙ୍କୁ, କିନ୍ତୁ ପରେ ବିଜାତୀମାନଙ୍କୁ ମଧ୍ୟ ଦିଆଯାଇଥିଲା ଯିହୂଦୀ ଓ ବିଜାତୀମାନଙ୍କ ପ୍ରତି ସୁସମାଚାରର ସମ୍ପର୍କ, ପୁଣି ଯିହୂଦୀ ଓ ବିଜାତୀମାନଙ୍କ ମଧ୍ୟରେ ଥିବା ପରସ୍ପରର ସମ୍ପର୍କର ପ୍ରସଙ୍ଗ ପତ୍ର ସାରା ଆଲୋଚନା କରାଯାଇଅଛି[25]

ଯଦିଓ ପାଉଲ ସୁସମାଚାର ସମ୍ବନ୍ଧରେ ଲଜ୍ଜିତ ନୁହନ୍ତି, ଏହା ନିଶ୍ଚିତ ଭାବରେ ଗୋଟିଏ କାରଣ ଯେ ସେ ସୁସମାଚାର ନିମନ୍ତେ  ଦୁଷ୍ଟମାନଙ୍କଠାରୁ ଲଜ୍ଜିତ ହେଉଛନ୍ତି ଅନ୍ୟ ଭାବରେ କହିବାକୁ ଗଲେ, ଅନ୍ୟମାନେ ବିଶ୍ୱାସୀମାନଙ୍କ ପ୍ରତି ଯାହା କରନ୍ତି, ତାହା ଲଜ୍ଜାଜନକ ବିଷୟ ଓ ଜଣେ ବିଶ୍ୱାସୀ, ଖ୍ରୀଷ୍ଟ ଓ ତାହାଙ୍କ ସୁସମାଚାର ପ୍ରତି ଯାହା କରେ, ତାହା ଲଜ୍ଜିତ ହେବାର ବିଷୟ ଅଟେ ଯୀଶୁ ସ୍ୱୟଂ ସୁସମାଚାର ନିମନ୍ତେ  ଉଭୟ ରୋମୀୟ ସୈନ୍ୟ ଓ ଯିହୂଦୀ ନେତାମାନଙ୍କ ଦ୍ଵାରା ଲଜ୍ଜିତ ହୋଇଥିଲେ ଏବ୍ରୀ ୧୨:୨ ରେ ଲେଖକ ଆମ୍ଭମାନଙ୍କୁ କହୁଛନ୍ତି ଯେ:

ଆମ୍ଭମାନଙ୍କ ବିଶ୍ୱାସର ନେତା ଓ ସିଦ୍ଧଦାତା ଯୀଶୁ, ଯେ କି ଆପଣା ସମ୍ମୁଖସ୍ଥ ଆନନ୍ଦ[26] ନିମନ୍ତେ ଅପମାନ ତୁଚ୍ଛଜ୍ଞାନ କରି ଧୈର୍ଯ୍ୟ ସହ କ୍ରୁଶୀୟ ମୃତ୍ୟୁଭୋଗ କଲେ, ପୁଣି ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ବରେ ଉପବିଷ୍ଟ ହୋଇଅଛନ୍ତି (ଏବ୍ରୀ ୧୨:୨)

ଆପଣା ଶିଷ୍ୟମାନଙ୍କୁ କହୁଥିବା ସମୟରେ ଯୀଶୁ ଏହି ଭାବବାଣୀ କହିଥିଲେ ଯେ:

କାରଣ ସେ ବିଜାତୀମାନଙ୍କ ହସ୍ତରେ ସମର୍ପିତ ହେବେ, ପୁଣି ସେମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ପ୍ରତି ଅତ୍ୟାଚାର କରି ତାହାଙ୍କ ଉପରେ ଛେପ ପକାଇବେ (ଲୂକ ୧୮:୩୨)

ଆଉ ଏହା ହିଁ ଘଟିଲା, ଯେତେବେଳେ ରୋମୀୟ ସୈନ୍ୟମାନେ ତାହାଙ୍କୁ ଲଜ୍ଜାଜନକ ଭାବରେ ବ୍ୟବହାର କରିଥିଲେ:

ସେମାନେ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ; ଆଉ, ହେ ଯିହୂଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କର ଉପହାସ କରିବାକୁ ଲାଗିଲେ ପୁଣି ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ଡରେ ମାଇଲେ ଓ ତାହାଙ୍କ ଉପରେ ଛେପ ପକାଇଲେ, ଆଉ ଆଣ୍ଠୁ ପାତି ତାହାଙ୍କୁ ପ୍ରଣାମ ଦ୍ୱାରା ଉପହାସ କରିବାକୁ ଲାଗିଲେ ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର କାଢ଼ି ନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ ପୁଣି ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇବା ନିମନ୍ତେ ବାହାରକୁ ଘେନିଗଲେ (ମାର୍କ ୧୫:୧୭-୨୦)

ଯୀଶୁ ଏହି ଅପମାନକୁ “ତୁଚ୍ଛଜ୍ଞାନ” କଲେ, କିନ୍ତୁ ସେ ଆଦୌ ଲଜ୍ଜିତ  ନ ଥିଲେ ପାଉଲ ମଧ୍ୟ ସେ ପ୍ରକାର ଥିଲେ ସେ ମଧ୍ୟ ସୁସମାଚାର ନିମନ୍ତେ ଅପମାନିତ ହୋଇଥିଲେ ସେ କରିନ୍ଥରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ କହନ୍ତି ଯେ:

ମୁଁ ଯିହୂଦୀମାନଙ୍କ ଠାରୁ ପାଞ୍ଚ ଥର ଣଚାଳିଶ ପ୍ରହାର ପାଇଅଛି, ତିନି ଥର ବେତ୍ରାଘାତ, ଥରେ ପ୍ରସ୍ତରାଘାତ, ତିନି ଥର ଜାହାଜଭଙ୍ଗ ସହିଅଛି, ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରିଅଛି, ଅନେକ ଥର ଯାତ୍ରା କରିବାରେ, ନଦୀର ବିପଦରେ, ଡକାଇତଙ୍କ ବିପଦରେ, ସ୍ୱଜାତିଠାରୁ ବିପଦରେ, ବିଜାତୀମାନଙ୍କଠାରୁ ବିପଦରେ, ନଗରର ବିପଦରେ, ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ, ଭଣ୍ଡ ଭାଇମାନଙ୍କଠାରୁ ବିପଦରେ, ପରିଶ୍ରମ ଓ କଷ୍ଟଭୋଗରେ, ଅନେକ ଥର ଉଜାଗରରେ, କ୍ଷୁଧା ଓ ତୃଷ୍ଣାରେ, ଅନେକ ଥର ଉପବାସରେ, ଶୀତ ଓ ଉଲଙ୍ଗତାରେ ରହିଅଛି (୨ କରିନ୍ଥୀୟ ୧୧:୨୪-୨୭)   

ଯେଉଁମାନେ ଯୀଶୁଙ୍କ ସକାଶେ ଓ ସୁସମାଚାର ନିମନ୍ତେ ଲଜ୍ଜିତ ଅଟନ୍ତି, ସେମାନଙ୍କ ନିମନ୍ତେ ତାହାଙ୍କର ମଧ୍ୟ ଦୃଢ଼ ବାକ୍ୟ ଥିଲା ଲୋକମାନଙ୍କୁ ଓ ଶିଷ୍ୟମାନଙ୍କୁ କଥା କହୁଥିବା ସମୟରେ ସେ କହିଥିଲେ:

“ଯେଣୁ ଯେକେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜା ବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜା ବୋଧ କରିବେ” (ମାର୍କ ୮:୩୮)

କିନ୍ତୁ ପାଉଲ ଲଜ୍ଜିତ ହେବା ଅପେକ୍ଷା ଖ୍ରୀଷ୍ଟଙ୍କଠାରେ ଥିବା ଈଶ୍ୱରଙ୍କ ଶକ୍ତି ପ୍ରତି ଦୃଷ୍ଟିପାତ କଲେ ପାଉଲ ସୁସମାଚାରକୁ ବଦଳାଇଲେ ନାହିଁ, ବୁଲାଇଲେ ନାହିଁ କିଅବା ସେଥିରେ କିଛି ମିଶାଇଲେ ନାହିଁ, ଯେପରି ତାହା ଅଧିକ ଗ୍ରହଣଯୋଗ୍ୟ ହେବ ଗାଲାତୀୟ ମଣ୍ଡଳୀକୁ ଲେଖିଥିବା ତାହାଙ୍କର ପତ୍ରରେ ଏହାଠାରୁ ଅଧିକ ସ୍ପଷ୍ଟ କୌଣସି ଉକ୍ତି ଆଉ ନାହିଁ ସେଠାରେ ସେ ଲେଖୁଛନ୍ତି:

ମୁଁ କି ଏବେ ମନୁଷ୍ୟମାନଙ୍କର କିମ୍ବା ଈଶ୍ୱରଙ୍କର ପ୍ରିୟପାତ୍ର ହେବାକୁ ଯତ୍ନ କରୁଅଛି? ଅବା ମନୁଷ୍ୟମାନଙ୍କୁ କି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଅଛି? ଯଦି ମୁଁ ଏବେ ସୁଦ୍ଧା ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରୁଥାଆନ୍ତି, ତେବେ ମୁଁ ଖ୍ରୀଷ୍ଟଙ୍କର ଦାସ ହୁଅନ୍ତି ନାହିଁ (ଗାଲାତୀୟ୧:୧୦) 

ପାଉଲ ତୀମଥିଙ୍କୁ ମଧ୍ୟ ଲଜ୍ଜା ବୋଧ କରିବା ବିଷୟରେ ଶିକ୍ଷା ଦେଉଛନ୍ତି ଏଠାରେ ଏହା ସ୍ପଷ୍ଟ ଯେ ଲଜ୍ଜାବୋଧ କରିବା ବିଷୟ ଦୁଃଖଭୋଗ ଓ କ୍ଷତି ସହିବାର ଏକ ପ୍ରକାର ଭୟ ସହିତ ସଂଯୁକ୍ତ ଅଟେ

ଅତଏବ ଆମ୍ଭମାନଙ୍କ ପ୍ରଭୁଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେବା ବିଷୟରେ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ନ ହୁଅ, ବରଂ ଈଶ୍ୱରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର, [...] ଏହି କାରଣରୁ ମଧ୍ୟ ମୁଁ ଏହି ସବୁ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି ମୁଁ ତାହାଙ୍କ ହସ୍ତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି (୨ ତୀମଥି ୧:୮, ୧୨)

ଏହା ଆମ୍ଭମାନଙ୍କ ନିମନ୍ତେ ଯେପରି ସତ୍ୟ ଅଟେ, ସେପରି ଗତ ଦୁଇ ହଜାରରୁ ଉର୍ଦ୍ଧ ବର୍ଷ ଧରି ଯେଉଁ ଖ୍ରୀଷ୍ଟିୟାନମାନେ ଲଜ୍ଜିତ ହେବାର, ଦୁଃଖଭୋଗ କରିବାର ଓ କ୍ଷତି ସହିବାର ଅନୁଭୂତି ପାଇଅଛନ୍ତି, ସେମାନଙ୍କ ନିମନ୍ତେ ମଧ୍ୟ ସତ୍ୟ ଅଟେ କେବଳ ସୁସମାଚାର ହିଁ ପ୍ରକୃତ ପରିତ୍ରାଣ ଓ ପୁନର୍ମିଳନ ଆଣିପାରିବ ବୁଦ୍ଧ ଧର୍ମ, ହିନ୍ଦୁ ଧର୍ମ, ଇସଲାମ୍ ଧର୍ମ ଓ ଏପରିକି ଯିହୂଦୀ ଧର୍ମର ଉଦ୍ଧାରକର୍ତ୍ତା ନାହାନ୍ତି,  ଯେ କି ଆମ୍ଭମାନଙ୍କୁ ଈଶ୍ୱରଙ୍କ କ୍ରୋଧରୁ ଉଦ୍ଧାର କରିପାରିବେ କେବଳ ଏକମାତ୍ର ସୁସମାଚାର; ଖ୍ରୀଷ୍ଟଙ୍କର ଏକମାତ୍ର ସତ୍ୟ ସୁସମାଚାର ହିଁ ତାହା କରିପାରିବ

ନିଶ୍ଚିତ ଭାବରେ, ପାଉଲ ଓ ଅନେକ ଖ୍ରୀଷ୍ଟିୟାନ ଅପମାନିତ ହୋଇଛନ୍ତି, କିନ୍ତୁ ସେମାନେ ଲଜ୍ଜିତ ହୋଇନାହାନ୍ତି ଆମ୍ଭେମାନେ, ସ୍ୱର୍ଗରେ ଆମ୍ଭମାନଙ୍କୁ ଅପେକ୍ଷା କରୁଥିବା ଗୌରବ ନିମନ୍ତେ, ଖ୍ରୀଷ୍ଟଙ୍କ ସଦୃଶ, ଅପମାନକୁ “ତୁଚ୍ଛଜ୍ଞାନ” କରିବାକୁ ହେବ (୮:୧୮; ଏବ୍ରୀ ୧୨:୨; ୧ ପିତର ୧:୩-୯) ପାଉଲ ବର୍ତ୍ତମାନ, ସେ କାହିଁକି ଲଜ୍ଜିତ ନୁହନ୍ତି, ତା’ର କାରଣ ଦେଉଛନ୍ତି: କାରଣ “ପରିତ୍ରାଣ ନିମନ୍ତେ ଏହା ଈଶ୍ୱରଙ୍କ ଶକ୍ତି ଅଟେ” ଓ “ଏହା ଈଶ୍ୱରଙ୍କ ଧାର୍ମିକତା ପ୍ରକାଶ କରେ

୨. ସୁସମାଚାର, ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ (୧୬ଖ ପଦ)

ପାଉଲ କାହିଁକି  ଲଜ୍ଜିତ ନ ଥିଲେ ତାହା ୧୬ ପଦରେ ଥିବା ଦ୍ୱିତୀୟ ଉକ୍ତି ବୁଝାଏ ଏହାର କାରଣ ହେଉଛି ଯେ ସୁସମାଚାରର ମୂଳଦୁଆ ଯୀଶୁ ଖ୍ରୀଷ୍ଟ, ଯେ କି “ଶକ୍ତି ସହ ଈଶ୍ୱରଙ୍କ ପୁତ୍ର ବୋଲି ନିର୍ଦ୍ଦିଷ୍ଟ ହେଲେ” (୪ ପଦ) ଖ୍ରୀଷ୍ଟ ହେଉଛନ୍ତି “ଈଶ୍ୱରଙ୍କ ଶକ୍ତି,” ଯେ ଆମ୍ଭମାନଙ୍କ ପରିତ୍ରାଣର ମଧ୍ୟସ୍ଥତା କରନ୍ତିଶକ୍ତି” ଶବ୍ଦଟି ପୂରାତନ ନିୟମର ଶିକ୍ଷା, କେବଳ ଈଶ୍ୱର ହିଁ ଶକ୍ତିମାନକୁ ବୋଲି ବୁଝାଇଥାଏ (ଯାତ୍ରା.୯:୧୬ ଯାହା ରୋମୀୟ ୯:୧୭ ରେ ଉଦ୍ଧୃତ ହୋଇଛି; ଗୀତସଂହିତା ୭୭:୧୪-୧୫) ଯଦିଓ ପୂରାତନ ନିୟମର ଈଶ୍ୱରଙ୍କ ଶକ୍ତିକୁ ବୁଝାଉଥିବା ଅନେକ ପଦ ଅଛି, ଏଠାରେ ପାଉଲଙ୍କ ପତ୍ରରେ “ପରିତ୍ରାଣ ନିମନ୍ତେ” ଈଶ୍ୱରଙ୍କ ଶକ୍ତି ଉପରେ ଗୁରୁତ୍ଵ ଦିଆଯାଇଛି

ଏହି ଶକ୍ତି ଉଭୟ ଫଳପ୍ରଦ ଓ ପରିବର୍ତ୍ତନ କରିବାରେ ଉଦ୍ଦିଷ୍ଟ ଅତଏବ ସୁସମାଚାର କେବଳ ଗୋଟିଏ ସମ୍ବାଦ ନୁହେଁ ଓ ଏହା ନିଶ୍ଚିତ ଭାବରେ ଏକ ଧର୍ମ ସମ୍ବନ୍ଧୀୟ ଦର୍ଶନ ତତ୍ତ୍ଵ ନୁହେଁ ବରଂ ଏହା ଈଶ୍ୱର ଆପଣା ବାକ୍ୟ ଦ୍ୱାରା କାର୍ଯ୍ୟ କରିବାର ବିଷୟ ଅଟେ (ଯୋହନ ୧:୧-୫, ୧୫; ଏବ୍ରୀ ୪:୧୨-୧୩; ୧ କରିନ୍ଥୀୟ ୨:୪; ୪:୨୦)

ଯେପରି ଯିଶାଇୟ ଯୀଶୁଙ୍କ ସମ୍ବନ୍ଧରେ ଭାବବାଣୀ କରିଥିଲେ:

“କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି,

ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି;

ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ;

ପୁଣି ତାହାଙ୍କର ନାମ

ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ଵର

ଅନନ୍ତକାଳୀନ ପିତା, ଶାନ୍ତିରାଜ ହେବ”
(ଯିଶାଇୟ ୯:୬)

ନୂତନ ନିୟମରେ “ପରିତ୍ରାଣ” ଶବ୍ଦର ବ୍ୟବହାର ଓ ମଧ୍ୟ ପାଉଲ ଯେପରି ବ୍ୟବହାର କରନ୍ତି, ଅଧିକାଂଶତଃ ଶେଷ ନ୍ୟାୟବିଚାରର ଦିନକୁ ବୁଝାଇଥାଏ (୩:୯-୧୦ ଓ ଏବ୍ରୀ ୨:୧୩) କିନ୍ତୁ ପାଉଲ ମଧ୍ୟ ବୁଝୁଛନ୍ତି ଯେ ଏହି ପରିତ୍ରାଣ, ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ପୂର୍ବରୁ  ସେମାନଙ୍କର ତ୍ରାଣକର୍ତ୍ତା ଓ ପ୍ରଭୁ ବୋଲି ତାହାଙ୍କଠାରେ ଆପଣା ଆପଣାର ଭରସା ଓ ବିଶ୍ଵାସ ସ୍ଥାପନ କରିଅଛନ୍ତି, ସେମାନେ ଏହି ପରିତ୍ରାଣକୁ ବର୍ତ୍ତମାନ ଉପଭୋଗ କରୁଅଛନ୍ତି (୮:୨୪; ୨ କରିନ୍ଥୀୟ ୬:୨) ଏହି ସବୁ ସମ୍ବନ୍ଧ-ପଦରେ, ପରିତ୍ରାଣ ଏକ ଦଣ୍ଡାଜ୍ଞା ବିହୀନ ବିଷୟ (୮:୧) ଯଦିଓ ପୂର୍ବେ ଆମ୍ଭେମାନେ ପାପୀଭାବରେ ତାହାଙ୍କର କ୍ରୋଧ ଅଧୀନରେ ଥିଲୁ, ତାହା ବଦଳିଯାଇଛି ଏବେ ଆମ୍ଭେମାନେ ଆଉ ତାହାଙ୍କ ଦଣ୍ଡର ଅଧୀନରେ ନୋହୁଁ ସେ ଆମ୍ଭମାନଙ୍କୁ  ପାପ, ଶୟତାନ, ଅନନ୍ତ ମୃତ୍ୟୁ ଓ ନରକରୁ ଉଦ୍ଧାର କରିଅଛନ୍ତି ଅନ୍ୟ ଭାବରେ କହିବାକୁ ଗଲେ, ସେ ଆମ୍ଭମାନଙ୍କୁ  ନ୍ୟାୟ ବିଚାର ଓ ଦଣ୍ଡରୁ, ଅର୍ଥାତ୍, ଯାହା ଅନ୍ଧକାର ରାଜ୍ୟରେ ଥିବା ସମସ୍ତଙ୍କ ନିମନ୍ତେ ସଂରକ୍ଷିତ ହୋଇଅଛି, ସେଥିରୁ ଉଦ୍ଧାର କରିଅଛନ୍ତି ଈଶ୍ୱରଙ୍କ ପରିତ୍ରାଣର ଅର୍ଥ ହେଉଛି ଯେ ଆମ୍ଭେମାନେ ଅନ୍ଧକାର ରାଜ୍ୟରୁ ଉଦ୍ଧାର ପ୍ରାପ୍ତ ହୋଇ ଆଲୋକର ରାଜ୍ୟକୁ ସ୍ଥାନାନ୍ତରିତ ହୋଇଅଛୁ (କଲସୀୟ ୧:୧୩)

ପରିତ୍ରାଣ କେବଳ ଦଣ୍ଡାଜ୍ଞାରୁ ଉଦ୍ଧାର ନୁହେଁ, ମାତ୍ର ଏହା ଗୌରବ ଅଭିମୁଖେ ଏକ ଯାତ୍ରା ଅଟେ ଯେଉଁ ମୂହୁର୍ତ୍ତରେ ଆମ୍ଭେମାନେ ଖ୍ରୀଷ୍ଟଙ୍କୁ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରୁ, ମେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇଥାଉ ୮ ଅଧ୍ୟାୟରେ ଆମ୍ଭେମାନେ ପବିତ୍ର ଆତ୍ମା ହୃଦୟରେ ବାସ କରିବା ଉପରେ ସବୁଠାରୁ ପ୍ରାଞ୍ଜଳ ବ୍ୟାଖ୍ୟା ଦେଖିପାରିବା ଆଉ ଫଳ ସ୍ୱରୂପେ, ଆମ୍ଭେମାନେ  ଈଶ୍ୱରଙ୍କୁ ଏକ ଅନ୍ୟ ଭାବରେ ଓ ବ୍ୟକ୍ତିଗତ ଭାବରେ ଜାଣିପାରିବା – ଏହା ‘ହୃଦୟ’ର ଜ୍ଞାନ ଈଶ୍ୱରଙ୍କ ସହିତ ଆମ୍ଭମାନଙ୍କର ସମ୍ପର୍କ ଛିନ୍ନ ହୋଇଥିଲା, କିନ୍ତୁ ବର୍ତ୍ତମାନ ପୁନଃସ୍ଥାପିତ ହେଲା ଏହି ପୁନଃସ୍ଥାପନ ଓ ପବିତ୍ର ଆତ୍ମା ଅନ୍ତରରେ ବାସ କରିବା ଜ୍ଞାନ ଈଶ୍ୱରଙ୍କ ଦ୍ୱାରା ହୋଇଥାଏ ଆମ୍ଭେମାନେ  ତାହାଙ୍କୁ ଜାଣୁ, କାରଣ ସେ ପ୍ରଥମେ ଆମ୍ଭମାନଙ୍କୁ ଜାଣିଲେ (୧ କରିନ୍ଥୀୟ ୮:୩; ଗାଲାତୀୟ ୪:୯) ଆମ୍ଭମାନଙ୍କ ନିମନ୍ତେ ଏହାର ଅର୍ଥ ହେଉଛି ଅନନ୍ତ ଜୀବନ ପ୍ରାପ୍ତ ହେବା (ଯୋହନ ୧୭:୩) ଯଦିଓ ପରମେଶ୍ଵର ପ୍ରାପ୍ତି ପାଇଁ ସମସ୍ତଙ୍କର ଏକ ଜନ୍ମଗତ ଆକାଂକ୍ଷା ଥାଏ, ତଥାପି ଆମ୍ଭେମାନେ ନିଜେ ପ୍ରକୃତରେ ଈଶ୍ୱରଙ୍କୁ ଜାଣିପାରିବା ନାହିଁ

ପବିତ୍ର ଆତ୍ମା ଆମ୍ଭମାନଙ୍କ ହୃଦୟରେ ବାସ କରିବା ବିଷୟ ମଧ୍ୟ ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କର ମିଳନକୁ  ବୁଝାଏ ଖ୍ରୀଷ୍ଟ ଆମ୍ଭମାନଙ୍କ ମଧ୍ୟରେ ଓ ଆମ୍ଭେମାନେ ତାହାଙ୍କ ଠାରେ ଅଛୁ ପରିତ୍ରାଣର ଅର୍ଥ ମଧ୍ୟ ଆମ୍ଭେମାନେ ତାହାଙ୍କର ନିଜ ସନ୍ତାନ ଭାବରେ ଗ୍ରହଣ କରାଯାଇଅଛୁ ସନ୍ତାନ ଭାବରେ ଗ୍ରହଣ କରାଯିବାର ଅର୍ଥ ଏହା ଯେ ବର୍ତ୍ତମାନ ଈଶ୍ୱର ଆମ୍ଭମାନଙ୍କର ପିତା ଓ ବିଶ୍ୱାସୀମାନେ ଖ୍ରୀଷ୍ଟରେ ଆମ୍ଭମାନଙ୍କର ଭାଇ ଭଉଣୀ (ଗାଲାତୀୟ ୪:୫) ଆଶ୍ଚର୍ଯ୍ୟଭାବରେ, ଏପରିକି, ସ୍ତମ୍ଭିଭୁତ ହେଲାପରି ଧର୍ମଶାସ୍ତ୍ର କହେ ଯେ ଈଶ୍ୱରଙ୍କ ପୁତ୍ର ଯୀଶୁ, ଆମ୍ଭମାନଙ୍କର ଭ୍ରାତା ଅଟନ୍ତି![27] ଆଉ ଯେହେତୁ ଆମ୍ଭେମାନେ ତାହାଙ୍କର ସନ୍ତାନ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ମଧ୍ୟ ଉତ୍ତରାଧିକାରୀ ଆଉ ସନ୍ତାନ ଭାବରେ ଏହି ଗୃହୀତ ହେବା ବିଷୟ କେବଳ ଏକ ଆଇନଗତ ଉକ୍ତି ନୁହେଁ; ଏହା ତାହାଙ୍କ ପୁତ୍ରତ୍ୱର ଆତ୍ମାଙ୍କ ଦ୍ୱାରା ଏକ ପିତା-ପୁତ୍ରର ସମ୍ପର୍କ ଆରମ୍ଭ କରେ, ଆଉ ଆମ୍ଭେମାନେ ତାହାଙ୍କୁ “ଆବ୍ବା! ପିତା! ବୋଲି ଡାକିଥାଉ (ଗାଲାତୀୟ ୪:୬) ଆଉ ଆମ୍ଭେମାନେ ଈଶ୍ୱରଙ୍କ କ୍ରୋଧର ଅଧୀନରେ ନୋହୁଁ, ମାତ୍ର ତାହାଙ୍କ ପ୍ରେମର ଅଧୀନରେ ଅଛୁ; ତାହାଙ୍କର କ୍ରୋଧକୁ ଅନୁଭବ କରିବା ପରିବର୍ତ୍ତେ ଆମ୍ଭେମାନେ ତାହାଙ୍କର ପ୍ରେମକୁ ଅନୁଭବ କରୁଅଛୁ

ଏହି ବର୍ତ୍ତମାନ ଓ ଭବିଷ୍ୟତର ପରିତ୍ରାଣ “ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଏହାର ଅର୍ଥ ହେଉଛି କେହି ବି ବାଦ୍ ପଡ଼ିବ ନାହିଁ କେଉଁ ଜାତି, କିମ୍ବା ସାମାଜିକ ଶ୍ରେଣୀ, କିମ୍ବା ପାରିବାରିକ ପୃଷ୍ଠଭୂମି, କିମ୍ବା ପୁରୁଷ କି ସ୍ତ୍ରୀ, ସେଥିରେ କିଛି ଯାଏ ଆସେ ନାହିଁ ଆଉ, ଏପରିକି, ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବରେ, କେହି କୌଣସି ପାପ ଦ୍ୱାରା ଅତି ଉଲ୍ଲସିତ ହୁଏ ନାହିଁ – ଏଥିରେ ସମସ୍ତେ ଅନ୍ତର୍ଭୁକ୍ତ ଅଟନ୍ତି! କିନ୍ତୁ ଏହା ଉଲ୍ଲେଖ କରିବାକୁ ଗୁରୁତ୍ୱପୂର୍ଣ୍ଣ ଯେ ଏହି ପରିତ୍ରାଣ ପାଇଁ ଏକ ସର୍ତ୍ତ ଅଛିଯେଉଁମାନେ ବିଶ୍ୱାସ କରନ୍ତି,” ସେମାନଙ୍କ ପାଇଁ କେବଳ ପରିତ୍ରାଣ ଅଛି ଅତଏବ, କେବଳ ଗୋଟିଏ “ନିୟମ” ହିଁ ଜଣକୁ ପରିତ୍ରାଣରୁ ବାଦ୍ ଦେବ ଏହି ପଦ ଗୁଡ଼ିକରେ ବିଶ୍ୱାସକୁ ଦୃଢ଼ଭାବରେ ଗୁରୁତ୍ୱ ଦିଆଯାଇଛି ଆଉ ମଧ୍ୟ ଧ୍ୟାନ ଦିଅନ୍ତୁ ଯେ “ବିଶ୍ୱାସ” କ୍ରିୟାଟି ବର୍ତ୍ତମାନ କାଳରେ ଅଛି ବିଶ୍ୱାସ ଚାଲୁ ରହିଥିବା ଆବଶ୍ୟକ ଆମ୍ଭମାନଙ୍କର ବର୍ତ୍ତମାନ ଓ ଭବିଷ୍ୟତର ପରିତ୍ରାଣ ଆମ୍ଭମାନଙ୍କର ଚାଲୁ ରହିଥିବା ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ୱାସ ଉପରେ ନିର୍ଭର କରେ ଏହା ଏକ ଗୋଟିଏ-ସମୟର ଘଟଣା ନୁହେଁ ସେହି ଉଦ୍ଧାରକାରୀ ବିଶ୍ୱାସ ଏକ ଚାଲୁ ରହିଥିବା ଓ ସକ୍ରିୟ ଥିବା ଆବଶ୍ୟକ, ଯେପରି ନୂତନ ନିୟମ ସାରା ଶିକ୍ଷା ଦିଆଯାଇଛି (୧ କରିନ୍ଥୀୟ ୧୫:୧-୨; ଏବ୍ରୀ ୩:୬, ୧୪; ଯାକୁବ ୨:୧୭, ୨୬) ଯେଉଁ ବିଶ୍ୱାସ ଧୈର୍ଯ୍ୟର ସହିତ ଶେଷ ପର୍ଯ୍ୟନ୍ତ ରହେ ନାହିଁ, ତାହା ଏକ ଉଦ୍ଧାରକାରୀ ବିଶ୍ୱାସ ନୁହେଁ (୧୧:୨୨) ତଥାପି ଆମ୍ଭେମାନେ ମଧ୍ୟ ଜାଣୁ ଯେ ଏହି ବିଶ୍ୱାସ ଏପରି କିଛି ଜିନିଷ ନୁହେଁ ଯେ ଆମ୍ଭେମାନେ ନିଜ ଚେଷ୍ଟା ଦ୍ୱାରା ଉତ୍ପନ୍ନ କରିପାରିବା; ବିଶ୍ୱାସ ଈଶ୍ୱରଙ୍କର ଏକ ଦାନ ଅଟେ (ଏଫିସୀୟ ୨:୮; ଯୋହନ ୬:୨୮-୨୯, ୪୪-୪୫; ରୋମୀୟ ୧୨:୩; ପ୍ରେରିତ ୩:୧୬; ଫିଲିପ୍ପୀୟ ୧:୨୯; ୨ ପିତର ୧:୧) ବିଶ୍ୱାସ ଆମ୍ଭେମାନେ  କରୁଥିବା ଏକ କାର୍ଯ୍ୟ (କର୍ମ ଭାବରେ) କିମ୍ବା କିଛି ଜିନିଷ ନୁହେଁ, କିନ୍ତୁ ଈଶ୍ୱରଙ୍କର ଅନୁଗ୍ରହ ପ୍ରତି ଏକ ପ୍ରତ୍ୟୁତ୍ତର ଅଟେ[28] ଆଉ ଯେତେବେଳେ ଈଶ୍ୱର ଆମ୍ଭମାନଙ୍କୁ ଅନୁଗ୍ରହ ଦିଅନ୍ତି, ଆମ୍ଭେମାନେ ନିଶ୍ଚିତ ହୋଇପାରିବା ଯେ ସେ ଆମ୍ଭମାନଙ୍କୁ ଶେଷ ଦିନ ପର୍ଯ୍ୟନ୍ତ ତୋଳି ଧରିବେ (ଫିଲିପ୍ପୀୟ ୧:୬)

ରୋମରେ ଥିବା ଖ୍ରୀଷ୍ଟିୟାନ ଯିହୂଦୀ ଓ ବିଜାତୀମାନଙ୍କ ମଧ୍ୟରେ ରହିଥିବା ସମସ୍ୟା ସକାଶୁ ସମ୍ଭବତଃ ପାଉଲ ମଧ୍ୟ କହୁଛନ୍ତି ଯେ ଏହି ସୁସମାଚାର “ପ୍ରଥମରେ ଯିହୂଦୀ ଓ ତା'ପରେ ବିଜାତୀମାନଙ୍କ ନିମନ୍ତେ ମଧ୍ୟ[29] କିନ୍ତୁ ସେ ଯେତେବେଳେ ପ୍ରଥମେ ଯିହୂଦୀମାନଙ୍କ ନିମନ୍ତେ ବୋଲି କହନ୍ତି, ସେ ଯଥାର୍ଥ ଭାବରେ କେଉଁ ଅର୍ଥରେ ତାହା କହନ୍ତି? ସେମାନେ କିପରି ପ୍ରଥମ ଅଟନ୍ତି? ଜନ୍ ପାଇପର୍ ଉଲ୍ଲେଖ କରନ୍ତି ଯେ ଛଅ ପ୍ରକାରେ ଯିହୂଦୀମାନଙ୍କର ପ୍ରାଧାନ୍ୟତା ରହିଛି ଓ ସୁସମାଚାରର ଦୃଷ୍ଟିକୋଣରୁ ତିନି ପ୍ରକାରେ ସେମାନଙ୍କର ପ୍ରାଧାନ୍ୟତା ନାହିଁ:[30]

ପ୍ରଥମରେ, ଯିହୂଦୀମାନେ ଈଶ୍ୱରଙ୍କ ବିଶେଷ ମନୋନୀତ ଲୋକ ଅଟନ୍ତି ଆଦି ପୁସ୍ତକ ୧୨:୧ ରେ, ସଦାପ୍ରଭୁ ଜଗତର ସମସ୍ତ ବିଜାତୀମାନଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତିକୁ ଅବ୍ରାମଙ୍କୁ ମନୋନୀତ କରି ବିଶେଷ ଭାବରେ ଆଶୀର୍ବାଦ କଲେ ଏହା ଅବ୍ରାମ ଅନନ୍ୟଭାବରେ ଜଣେ ଦାନପ୍ରାପ୍ତ ବା ସାଧୁ ଲୋକ ଥିଲେ ବୋଲି ନୁହେଁ; ମାତ୍ର ଏହା କେବଳ ଈଶ୍ୱରଙ୍କ ସାର୍ବଭୌମ ମନୋନୀତ ଉପରେ ନିର୍ଭର ଥିଲା (ନିହିମିୟା ୯:୭; ଆମୋଷ ୩:୨) ପରେ ପତ୍ରଟିରେ, ଯିହୂଦୀମାନଙ୍କ ବିଷୟରେ କହିବା ସମୟରେ ଲେଖୁଛନ୍ତି, “ସୁସମାଚାର ବିଷୟ ବିଚାର କଲେ ସେମାନେ (ଯିହୂଦୀମାନେ) ତୁମ୍ଭମାନଙ୍କ (ବିଜାତୀମାନଙ୍କ) ସକାଶେ ବିରୋଧର ପାତ୍ର, କିନ୍ତୁ ନିର୍ବାଚନ ବିଷୟ ବିଚାର କଲେ ପିତୃ-ପୁରୁଷଙ୍କ ସକାଶେ ସେମାନେ ପରମେଶ୍ଵରଙ୍କ ପ୍ରିୟପାତ୍ର କାରଣ ଈଶ୍ୱରଙ୍କ ଦାନସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ (୧୧:୨୮-୨୯)” କେବଳ ଈଶ୍ୱରଙ୍କ ସାର୍ବଭୌମ ଇଚ୍ଛା ସକାଶୁ ବିଜାତୀମାନଙ୍କ ଉପରେ ଯିହୂଦୀମାନଙ୍କର ପ୍ରାଧାନ୍ୟତା ଅଛି ଈଶ୍ୱର ସେମାନଙ୍କ ଉପରେ ଆପଣା ପ୍ରେମ ଓ ଅନୁଗ୍ରହ ଢାଳିବାକୁ ନିଷ୍ପତ୍ତି କଲେ ଓ ପୃଥିବୀର ଅନ୍ୟ ସମସ୍ତ ଜାତି ଏବଂ ଲୋକମାନଙ୍କଠାରୁ ପୃଥକ୍ କଲେ ଏହା ଈଶ୍ୱରଙ୍କ ସ୍ୱଇଚ୍ଛା ଥିଲା (ଦ୍ୱି.ବିବରଣ ୭:୭-୮)

ପୂରାତନ ନିୟମରେ ଈଶ୍ୱରଙ୍କ ବିଶେଷ ପ୍ରକାଶନର ରକ୍ଷାର ଦାୟିତ୍ୱ ଯିହୂଦୀମାନଙ୍କୁ ଦିଆଯାଇଥିଲା (୩:୧; ୯:୪) 

ଦାଉଦଙ୍କର ସନ୍ତାନ ଓ ଈଶ୍ୱରଙ୍କ ପୁତ୍ରଭାବରେ ଯୀଶୁ ସ୍ୱୟଂ ଜଣେ ଯିହୂଦୀ ଥିଲେ ଓ ପ୍ରଥମେ ଯିହୂଦୀମାନଙ୍କ ନିକଟକୁ ଆସିଥିଲେ (୧:୩; ୯:୫; ମାଥିଉ ୧୦:୫-୬; ୧୫:୨୪)

ତେଣୁ କରି, ପରିତ୍ରାଣ ଆପେ ଯିହୂଦୀମାନଙ୍କଠାରୁ ଆସିଅଛି ଯୀଶୁ ସ୍ୱୟଂ ଶମିରୋଣୀୟା ସ୍ତ୍ରୀଙ୍କୁ କହିଥିଲେ, “ଯାହା ତୁମ୍ଭେମାନେ ଜାଣ ନାହିଁ, ତାହା ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ (ଯିହୂଦୀମାନେ) ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୂଦୀମାନଙ୍କ ମଧ୍ୟରୁ ଆସେ (ଯୋହନ ୪:୨୨)” ସମସ୍ତ ପରିତ୍ରାଣ ଅବ୍ରହାମଙ୍କ ସହିତ ଈଶ୍ୱରଙ୍କ ସ୍ଥାପିତ ନିୟମରୁ ହୋଇଥାଏ (ଗାଲାତୀୟ ୩:୭)  

ପାଉଲ ଏହା ଜାଣି, ସର୍ବଦା ପ୍ରଥମେ ଯିହୂଦୀମାନଙ୍କୁ ସୁସମାଚାର ପ୍ରଚାର କରିବାକୁ ଆରମ୍ଭ କରୁଥିଲେ ଏହା ପାଉଲ ପିସିଦିଆର ଆନ୍ତିୟାଖିଆରେ ସେଠାକାର ଯିହୂଦୀମାନଙ୍କୁ କହିଥିଲେ ଯେ “ପ୍ରଥମରେ ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା (ପ୍ରେରିତ ୧୩:୪୬)

ଆଶ୍ଚର୍ଯ୍ୟଜନକ ଭାବରେ, ଶେଷ ଆଶୀର୍ବାଦ ଓ ନ୍ୟାୟ ବିଚାର ସମୟରେ ମଧ୍ୟ ଯିହୂଦୀମାନେ ବିଜାତୀମାନଙ୍କ ଉପରେ ପ୍ରାଧାନ୍ୟତା ପାଇବେ ପୁନର୍ବାର, ରୋମୀୟ ମଣ୍ଡଳୀକୁ ଆପଣା ପତ୍ରରେ ସେ ଲେଖନ୍ତି, “ପ୍ରଥମରେ ଯିହୂଦୀ ଓ ଗ୍ରୀକ୍, ପ୍ରତ୍ୟେକ ଦୁଷ୍କର୍ମକାରୀ ଲୋକର ପ୍ରାଣ ଉପରେ କ୍ଲେଶ ଓ ସଂକଟ ଘଟିବ, ମାତ୍ର ପ୍ରଥମରେ ଯିହୂଦୀ ଓ ମଧ୍ୟ ଗ୍ରୀକ ପ୍ରତ୍ୟେକ ସତ୍କର୍ମକାରୀ ପ୍ରତି ଗୌରବ ସମ୍ମାନ ଓ ଶାନ୍ତି ଘଟିବ (୨:୯-୧୦)

ସ୍ପଷ୍ଟ ଭାବରେ ଯିହୂଦୀମାନେ ଈଶ୍ୱରଙ୍କର ମନୋନୀତ ଲୋକ ହୋଇ ରହିଥିଲେ, ରହିଅଛନ୍ତି ଓ ରହିଥିବେ ତଥାପି, ଯେତେବେଳେ ଏହା ଆପେ ସୁସମାଚାର ସମ୍ବନ୍ଧୀୟ ବିଷୟ ନିକଟକୁ ଆସେ, ଯିହୂଦୀମାନେ ପ୍ରାଧାନ୍ୟତା ପାଆନ୍ତି ନାହିଁ

ଯିହୂଦୀମାନେ ଧାର୍ମିକତାରେ କିମ୍ବା ଯୋଗ୍ୟତାରେ ପ୍ରାଧାନ୍ୟତା ପାଆନ୍ତି ନାହିଁ (୩:୯-୧୦) ପାଉଲ ଏହାକୁ ସ୍ପଷ୍ଟ କରନ୍ତି, ଯେତେବେଳେ ସେ କହନ୍ତି, “କାରଣ କୌଣସି ପ୍ରଭେଦ ନାହିଁ; ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କ ଗୌରବରହିତ ହୋଇଅଛନ୍ତି (୩:୨୨-୨୩) 

ଯିହୂଦୀମାନେ ଈଶ୍ୱରଙ୍କ କ୍ରୋଧରୁ ବିଜାତୀମାନଙ୍କଠାରୁ ଏକ ଭିନ୍ନଭାବରେ ଉଦ୍ଧାର ପାଆନ୍ତି ନାହିଁ (୩:୨୯-୩୦; ୧୦:୧୨; ଗାଲାତୀୟ ୩:୨୬-୨୯)

ଈଶ୍ୱରଙ୍କ ସ୍ଥାପିତ ନିୟମର ଆଶୀର୍ବାଦରେ ଯିହୂଦୀମାନଙ୍କର କୌଣସି ବିଶେଷ ଅଂଶଗ୍ରହଣ ନାହିଁ (ଏଫିସୀୟ ୨:୧୨-୧୩; ୧୮-୧୯; ୩:୪-୬)

ଉଭୟ ଯିହୂଦୀ ଓ ବିଜାତୀମାନେ ଈଶ୍ୱରଙ୍କ ବିଶ୍ଵସ୍ତତା ଓ ଦୟା ଉପରେ ସମାନ ଭାବରେ ନିର୍ଭର କରନ୍ତି; ସେମାନଙ୍କ ମଧ୍ୟରୁ କେହି ବି ନିଜେ ସ୍ୱତନ୍ତ୍ର ନୁହନ୍ତି କୌଣସି ଜାତି କହି ପାରିବେ ନାହିଁ ଯେ ସେମାନେ ଈଶ୍ୱରଙ୍କ ଅନୁଗ୍ରହ ନିକଟକୁ ଯିବା ପାଇଁ ସ୍ୱତନ୍ତ୍ର ପ୍ରବେଶାଧିକାର ପ୍ରାପ୍ତ ହୋଇଛନ୍ତି ଯେପରି ସେ ଅବ୍ରାମଙ୍କୁ ଆପଣାର ଦୟା, ପ୍ରେମ ଓ ଅନୁଗ୍ରହରୁ ମନୋନୀତ କରିଥିଲେ, ସେପରି ସେ ବର୍ତ୍ତମାନ ଆମ୍ଭମାନଙ୍କୁ ତାହାଙ୍କର ସନ୍ତାନ ହେବା ନିମନ୍ତେ ମନୋନୀତ କରିଅଛନ୍ତି

୩. ସୁସମାଚାର ଈଶ୍ୱରଙ୍କ ଧାର୍ମିକତା ଅଟେ (୧୭. କ ପଦ)

ଯେପରି (୧୬ ପଦ) ଉଲ୍ଲେଖ କରାଯାଇଅଛି, ପରିତ୍ରାଣ ହେଉଛି ସେମାନଙ୍କ ପାଇଁ, ଈଶ୍ୱରଙ୍କ କ୍ରୋଧରୁ ମୁକ୍ତି, ଯେଉଁମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି କିନ୍ତୁ ବିଶ୍ୱାସୀମାନେ କିପରି ଉଦ୍ଧାର ପାଉଛନ୍ତି, ସୁସମାଚାର ସେ ସମ୍ବନ୍ଧରେ ଆମ୍ଭମାନଙ୍କୁ ପ୍ରକୃତରେ କଅଣ ପ୍ରମାଣ ଦେଉଅଛି? ଆମ୍ଭେମାନେ ଜାଣୁ ଯେ ଏହା ପ୍ରମାଣ ଦେଉଅଛି ଓ ତେଣୁ ଆମ୍ଭେମାନେ ସୁସମାଚାରର ପରିତ୍ରାଣରେ ଆନନ୍ଦ କରୁଅଛୁ କିନ୍ତୁ ପ୍ରଶ୍ନ ହେଉଛି: ସୁସମାଚାର କିପରି ଆମ୍ଭମାନଙ୍କୁ  ଈଶ୍ୱରଙ୍କ କ୍ରୋଧରୁ ଉଦ୍ଧାର କରିବା ନିମନ୍ତେ ଯୋଜନା ପ୍ରଦାନ କରୁଅଛି ଓ ତାହାଙ୍କ ସହିତ ଏକ ଅନନ୍ତକାଳୀନ ସମ୍ପର୍କ ମଧ୍ୟକୁ ଆଣୁଅଛି?

୧୭ ପଦରେ ଏହି ପ୍ରଶ୍ନର ଉତ୍ତର ଦିଆଯାଇଛି, “କାରଣ ଏଥିରେ [ସୁସମାଚାରରେ] ଈଶ୍ୱରଙ୍କ ଧାର୍ମିକତା [31] ପ୍ରକାଶିତ ହୋଇଅଛି” ଏହି ବାକ୍ୟାଂଶ “ଈଶ୍ୱରଙ୍କ ଧାର୍ମିକତା”କୁ ବୁଝିବା ପାଇଁ ମାର୍ଟିନ ଲୁଥର୍ ବହୁ ବର୍ଷ ଧରି ସଂଘର୍ଷ କରିଥିଲେ ବାସ୍ତବରେ, ସେ ବୁଝିଥିଲେ ଯେ ଏହା ଅତି ଖରାପ ସମ୍ବାଦ ଅଟେ, କାରଣ ସେ “ଧାର୍ମିକତା”କୁ କେବଳ ଈଶ୍ୱରଙ୍କ  ନ୍ୟାୟବିଚାର ଭାବରେ ବୁଝିଥିଲେ ଧାର୍ମିକତା ପାଇଁ ବ୍ୟବହାର କରାଯାଇଥିବା ଗ୍ରୀକ ଶବ୍ଦ ମଧ୍ୟ ନ୍ୟାୟକୁ ବୁଝାଇଥାଏ ସେ ଜାଣିଥିଲେ ଯେ ସେ ନିଜେ ଅଧାର୍ମିକ ଥାଇ ଈଶ୍ୱରଙ୍କ କ୍ରୋଧର ଅଧୀନରେ ଥିଲେ ଓ ତେଣୁ ମଧ୍ୟ ବୁଝିଥିଲେ ଯେ ସେ ଈଶ୍ୱରଙ୍କ ନ୍ୟାୟ ବା ଧାର୍ମିକତା ଦ୍ୱାରା ଈଶ୍ୱରଙ୍କ ଦଣ୍ଡାଜ୍ଞାର ଅଧୀନରେ ଥିଲେ ଈଶ୍ୱର ସମ୍ପୂର୍ଣ୍ଣଭାବରେ ଆମ୍ଭମାନଙ୍କଠାରୁ ଈଶ୍ୱରୀୟ ଧାର୍ମିକତା, ଅର୍ଥାତ୍, ତାହାଙ୍କ ବ୍ୟବସ୍ଥା ପ୍ରତି ସିଦ୍ଧ ଆଜ୍ଞାବହତା ଦାବି କରନ୍ତି ଆମ୍ଭମାନଙ୍କୁ ପବିତ୍ର ହେବାକୁ ହେବ, କାରଣ ସେ ପବିତ୍ର ଅଟନ୍ତି (ଲେବୀ. ୧୧:୪୪-୪୫; ୧୯:୨; ୨୦:୭; ୧ ପିତର ୧:୧୬) କିନ୍ତୁ ଆମ୍ଭେମାନେ ପବିତ୍ର ନୋହୁଁ କେବଳ ସେତିକି ନୁହେଁ, ଈଶ୍ୱରଙ୍କ ଛାମୁରେ ଆପଣା ଆପଣାକୁ ଧାର୍ମିକ କରିବା ପାଇଁ ଆମ୍ଭେମାନେ କିଛି କରିପାରିବା ନାହିଁ ତେଣୁ, ଆମ୍ଭେମାନେ ଦଣ୍ଡାଜ୍ଞା ପ୍ରାପ୍ତ, ଦୋଷୀ ଓ ପରିତ୍ରାଣର ଭରସା ବିହୀନ ହୋଇ ଅଲଗା ହୋଇଅଛୁ, ଯେହେତୁ ଆମ୍ଭେମାନେ ଅଧାର୍ମିକ ଅଟୁ (୩:୨୦, ୨୩) ଏହି ଅର୍ଥରେ, ଲୁଥର୍ ଈଶ୍ୱରଙ୍କଠାରୁ ଅଲଗା ହୋଇଯିବା ବିଷୟ ଦ୍ୱାରା ଅଭିଭୂତ ହେବାରେ ଠିକ୍ ଥିଲେ

ସେ ଯାହା ହେଉ, ସୁସମାଚାର ବା ଶୁଭ ସମ୍ବାଦ ସେସବୁକୁ ପରିବର୍ତ୍ତନ କରିଦିଏ ଆଶ୍ଚର୍ଯ୍ୟଜନକ ସୁସମାଚାର ହେଉଛି ଯେ ଈଶ୍ୱର ଆମ୍ଭମାନଙ୍କଠାରୁ ଦାବି କରୁଥିବା ଏହି ଦୋଷଶୂନ୍ୟ ପବିତ୍ରତା ଓ ଧାର୍ମିକତା – ଏପରି ଏକ ଧାର୍ମିକତା, ଯାହା ଆମ୍ଭେମାନେ କଦାପି ନିଜେ ଲାଭ କରିପାରିବା ନାହିଁ – ଏହା ଅନୁଗ୍ରହର ଦାନ ସ୍ୱରୂପେ ବିନା ମୂଲ୍ୟରେ ଆମ୍ଭମାନଙ୍କୁ  ଦିଆଯାଇଥାଏ ସେ ଯାହା ଦାବି କରନ୍ତି, ତାହା ସେ ନିଜେ ଦିଅନ୍ତି ଈଶ୍ୱର ଆମ୍ଭମାନଙ୍କୁ ତାହାଙ୍କ ଛାମୁରେ ଧାର୍ମିକ (ଅର୍ଥାତ୍ ନ୍ୟାୟବାନ୍) ବୋଲି ଘୋଷଣା କରନ୍ତି ଆମ୍ଭେମାନେ ଆଉ ତାହାଙ୍କ ଦୃଷ୍ଟିରେ ଦୋଷୀ ନୋହୁଁଈଶ୍ୱରଙ୍କର ଧାର୍ମିକତା [32] ଏପରି ଏକ ଧାର୍ମିକତା, ଯାହା  ଈଶ୍ୱରଙ୍କଠାରୁ ହି ଆସିଥାଏ (ଈଶ୍ୱର ହିଁ ଏହାର ଉତ୍ସ); ଲୁଥର୍ ପ୍ରଥମେ ଭାବିଥିବା ପରି ଏହା ଶୁଭ ସମ୍ବାଦ ଅଟେ, ମନ୍ଦ ସମ୍ବାଦ ନୁହେଁ ଯେତେବେଳେ ଏହି ସତ୍ୟତା ତାହାଙ୍କ ଭିତରେ ଉଦୟ ହେଲା, ସେ ଆନନ୍ଦରେ ବିଭୋର ହୋଇଗଲେ ଯେପରି ଚାର୍ଲସ୍ ହଡଜ୍ ଲେଖନ୍ତି, “ଆମ୍ଭେମାନେ ଯେଉଁ ଧାର୍ମିକତାରେ ଧାର୍ମିକ ଗଣିତ ହେଉଅଛୁ, ତାହା ଆମ୍ଭେମାନେ କରିଥିବା କୌଣସି କାର୍ଯ୍ୟ ସକାଶୁ ନୁହେଁ, କିନ୍ତୁ ଆମ୍ଭମାନଙ୍କ ପାଇଁ କରାଯାଇଥିବା ଏକ କାର୍ଯ୍ୟ ସକାଶୁ ହୋଇଅଛି ଓ ଆମ୍ଭମାନଙ୍କୁ ତାହା ଦତ୍ତ ହୋଇଅଛି ଏହା ଖ୍ରୀଷ୍ଟଙ୍କର କାର୍ଯ୍ୟ, ଯାହା ସେ କଲେ ଆଉ ବ୍ୟବସ୍ଥାର ଦାବିଗୁଡ଼ିକୁ ପୂରଣ କରିବା ପାଇଁ ଦୁଃଖଭୋଗ କଲେ[33] ଏହି ବାକ୍ୟାଂଶକୁ ଏହି ପ୍ରକାରେ ବୁଝିବା – ଅର୍ଥାତ୍ ଈଶ୍ୱର ହିଁ ଆମ୍ଭମାନଙ୍କୁ  ଦତ୍ତ ହୋଇଥିବା ଧାର୍ମିକତାତ ଉତ୍ସ ବା କର୍ତ୍ତା (ଫିଲିପ୍ପୀୟ ୩:୯) – ପ୍ରୋଟେଷ୍ଟାଣ୍ଟ୍ ମଣ୍ଡଳୀର ମୂଳ ତର୍ଜମା ଅଟେ

ତଥାପି ଏହି ପଦରେ ଥିବା “ଈଶ୍ୱରଙ୍କର ଧାର୍ମିକତା”କୁ ଅନ୍ୟ ଭାବରେ ମଧ୍ୟ ବୁଝାଯାଇଛି ସେଥିରେ ଅନ୍ୟ କୌଣସି ବାକ୍ୟାଂଶକୁ ଏତେ ଗୁରୁତର ଭାବରେ ଆଲୋଚନା ବା ଯୁକ୍ତି କରାଯାଇ ନାହିଁ ଉଦାହରଣ ସ୍ଵରୂପ, କେତେକ କହିଛନ୍ତି ଯେ ବାକ୍ୟାଂଶଟିର ଅର୍ଥ ଏ ପ୍ରକାର ହୋଇପାରେ ଯେ ଆମ୍ଭମାନଙ୍କର ପାପକୁ କ୍ଷମା କରିବା ପାଇଁ ଯୀଶୁଙ୍କ ଉପରେ ଏକ ପ୍ରତି-ବଦଳ ପ୍ରାୟଶ୍ଚିତ୍ତ ଭାବରେ ପାପର ଦଣ୍ଡକୁ ଥୋଇବା ଈଶ୍ୱରଙ୍କର ଧାର୍ମିକତା ଅଟେ ବାକ୍ୟାଂଶଟିକୁ ଏ ପ୍ରକାର ବୁଝିବାର ଅର୍ଥ ହେଉଛି, “ଈଶ୍ୱରଙ୍କର ଧାର୍ମିକତା; ଈଶ୍ୱରଙ୍କର ଏକ ଗୁଣ ଅଟେ[34] ଏହି ତର୍ଜମା, ପରିତ୍ରାଣ ସାଧନ କରିବା ନିମନ୍ତେ ଈଶ୍ୱରଙ୍କ ନିଜ ଧାର୍ମିକ ସ୍ୱଭାବ ଓ ତାହାଙ୍କର ପରିବର୍ତ୍ତନକାରୀ ଶକ୍ତି ପ୍ରତି ତାହାଙ୍କର ବିଶ୍ଵସ୍ତତାକୁ ଗୁରୁତ୍ୱ ଦିଏ ଅବଶ୍ୟ, ଏହା ନିଶ୍ଚିତ ଭାବରେ ସତ୍ୟ ଅଟେ, କିନ୍ତୁ, ଏହି ଅନୁଚ୍ଛେଦରେ ଈଶ୍ୱରଙ୍କଠାରୁ ଆମ୍ଭମାନଙ୍କ ନିକଟକୁ ଆସୁଥିବା ଧାର୍ମିକତା ଉପରେ ପାଉଲଙ୍କର ଗୁରୁତ୍ୱ ରହିଛି

ନିକଟରେ ଅନ୍ୟ ତର୍ଜମାକାରୀମାନେ ଯୁକ୍ତି କରିଛନ୍ତି ଯେ ଏହି ବାକ୍ୟାଂଶ, ଇସ୍ରାଏଲ ସହିତ ଈଶ୍ୱରଙ୍କର ନିୟମ ସମ୍ବନ୍ଧୀୟ ବିଶ୍ଵସ୍ତତାକୁ ବୁଝାଏ  ଈଶ୍ୱରଙ୍କର ଧାର୍ମିକତା ଓ ତାହାଙ୍କର ନିୟମ ସମ୍ବନ୍ଧୀୟ ବିଶ୍ଵସ୍ତତାର ନିବିଡ଼ ସମ୍ପର୍କ ଅଛି କିନ୍ତୁ ବାକ୍ୟାଂଶଟିକୁ ଏହି ପ୍ରକାରେ ତର୍ଜମା କଲେ ତାହା ମୂଳ ସତ୍ୟ ହୋଇ ରହିବ ନାହିଁ, ଯାହା “ସୁସମାଚାର” ପ୍ରକାଶ କରେ ଇସ୍ରାଏଲ ଓ ବ୍ୟବସ୍ଥା ସମ୍ବନ୍ଧୀୟ ତର୍ଜମାରେ ଇସ୍ରାଏଲ ପ୍ରତି ଈଶ୍ୱରଙ୍କ ଧାର୍ମିକତାର ଚରିତ୍ର ପ୍ରକାଶିତ ହୋଇ ସାରିଅଛି[35]

ତେବେ ଆମ୍ଭେମାନେ ଲୁଥରଙ୍କ ତର୍ଜମା ସହିତ ଏକମତ ଅଟୁ କାରଣ ପାଉଲ ସୁସମାଚାରକୁ ଗୁରୁତ୍ୱ ଦେଉଛନ୍ତି, ଆଉ ବାକ୍ୟାଂଶଟିର ଅର୍ଥ “ଈଶ୍ୱରଙ୍କଠାରୁ ଆସୁଥିବା ଧାର୍ମିକତା” ଅଟେ; ଅର୍ଥାତ୍, ଈଶ୍ୱରଙ୍କ ଛାମୁରେ, ତାହାଙ୍କର ଉପସ୍ଥିତିରେ ଆମ୍ଭମାନଙ୍କର ସ୍ଥିତି ଦଣ୍ଡବିହୀନ ଅଟେ (୮:୧) ଠିକ୍ ଏହି ଗୁରୁତ୍ଵ ପାଉଲ ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ଲେଖୁଥିବା ପତ୍ରରେ ଦିଅନ୍ତି, ଯେଉଁଠାରେ ସେ ସ୍ପଷ୍ଟ ଭାବରେ “ବ୍ୟତିତ” ଶବ୍ଦ ବ୍ୟବହାର କରନ୍ତି

ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ; ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି ସେହିସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ, ପୁଣି ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱର ଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ – (ଫିଲିପ୍ପୀୟ ୩:୮-୯; ରୋମୀୟ ୩:୨୧-୨୨; ୪:୩-୨୨; ୯:୩୦-୩୧; ୧୦:୩-୧୦; ଗାଲାତୀୟ ୨:୨୦-୨୧; ୩:୬, ୨୨; ୫:୫) 

ଆଉ ପୁନର୍ବାର କରିନ୍ଥୀୟରେ ଥିବା ମଣ୍ଡଳୀକୁ ପାଉଲଙ୍କ ପତ୍ରରେ:

ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହେଉ (୨ କରିନ୍ଥୀୟ ୫:୨୧)

ଧାର୍ମିକ” ହେଉଛି ଈଶ୍ୱରଙ୍କର ଧାର୍ମିକତା, ସେହି ଧାର୍ମିକତା ଆମ୍ଭମାନଙ୍କୁ ଦତ୍ତ ହୋଇଅଛି ଯଦିଓ ଆମ୍ଭମାନଙ୍କର ନିଜର ଧାର୍ମିକତା ନାହିଁ, ତଥାପି ବିଶ୍ୱାସ ଦ୍ୱାରା ଈଶ୍ୱର ଆମ୍ଭମାନଙ୍କୁ  ଧାର୍ମିକତା ଦେଉଅଛନ୍ତି, ଯେପରି ଆମ୍ଭେମାନେ ଧାର୍ମିକ ବୋଲି ଗଣିତ ହେବା (୪:୩)[36] ଯେଉଁମାନେ ସମସ୍ତେ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ଭରସା ଓ ବିଶ୍ୱାସ – “ବିଶ୍ୱାସ”ର ଏକ ସକ୍ରିୟ ମନୋଭାବ – ସ୍ଥାପନ କରିବେ, ସେମାନେ ଈଶ୍ୱରଙ୍କ ଧାର୍ମିକତାର ଦାନ ପ୍ରାପ୍ତ ହେବେ ଏହା ହେଉଛି ବିଶ୍ୱାସ ଦ୍ୱାରା ଧାର୍ମିକ ବୋଲି ଗଣିତ ହେବା ଓ ଏହି ପ୍ରକାରେ ବାକ୍ୟାଂଶଟିକୁ ପ୍ରୋଟେଷ୍ଟାଣ୍ଟ୍ ସଂସ୍କାର ସମୟରେ ବୁଝାଯାଉଥିଲା ଯେତେବେଳେ ଏହାକୁ ଆଦମଙ୍କଠାରୁ ଆରମ୍ଭ କରି ସମଗ୍ର ପରିତ୍ରାଣର ଇତିହାସ ମଧ୍ୟରେ ଦେଖାଯାଏ, ତେବେ “ଈଶ୍ୱରଙ୍କର ଧାର୍ମିକତା” ହେଉଛି ଈଶ୍ୱରଙ୍କ ପରିତ୍ରାଣର ଯୋଜନା, ଯାହା ଈଶ୍ୱରଙ୍କ ସହିତ ତାହାଙ୍କର ଲୋକମାନଙ୍କୁ ଏକ ଯଥାର୍ଥ ସମ୍ପର୍କ ମଧ୍ୟରେ ରଖାଯିବାକୁ କାର୍ଯ୍ୟକାରୀ କରାଯାଉଛି

କିନ୍ତୁ ଆମ୍ଭେମାନେ ହୁଏତ ପଚାରିପାରୁ: ଏହା କିପରି ସମ୍ଭବ ଯେ ଈଶ୍ୱର ଆପଣା ପୁତ୍ରଙ୍କର ଧାର୍ମିକତା ଆମ୍ଭମାନଙ୍କୁ  ଦେଇପାରିବେ, ଯେତେବେଳେ ଆମ୍ଭେମାନେ ଈଶ୍ୱରଙ୍କ କ୍ରୋଧର ଅଧୀନରେ ପାପୀ ଅଟୁ? ଆମ୍ଭେମାନେ ଦଣ୍ଡାଜ୍ଞାର ଯୋଗ୍ୟ, କିନ୍ତୁ ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ବିନା ମୂଲ୍ୟର ଦାନ ତାହାଙ୍କ ନିଜର ଧାର୍ମିକତା ଅଟେ କେବଳ ଯୀଶୁଙ୍କର କ୍ରୁଶୀୟ ମୃତ୍ୟୁ ସକାଶୁ ସମ୍ଭବ ହୋଇପାରିଅଛି ଆମ୍ଭେମାନେ ଖ୍ରୀଷ୍ଟଙ୍କର ଧାର୍ମିକତା ପ୍ରାପ୍ତ ହେବା ପୂର୍ବରୁ, ଖ୍ରୀଷ୍ଟ ଆମ୍ଭମାନଙ୍କର ଦଣ୍ଡାଜ୍ଞା ପ୍ରାପ୍ତ ହେଲେ ଯେପରି ନ୍ୟାୟ ସାଧିତ ହେବ ସେଥିପାଇଁ ସେ ଆମ୍ଭମାନଙ୍କର ପାପ ଓ ଦୁଷ୍ଟତାକୁ ଆପଣା ଉପରକୁ ନେଲେ କାରଣ ଆମ୍ଭମାନଙ୍କର ପାପ ନ୍ୟାୟ ଭାବରେ ମୃତ୍ୟୁର ଯୋଗ୍ୟ ଅଟେ ଏହା ଏକ ମହାନ ବିନିମୟ ଅଟେ: ଆମ୍ଭମାନଙ୍କର ପାପ ଖ୍ରୀଷ୍ଟଙ୍କ ଉପରେ ଥୁଆଗଲା ଓ ତାହାଙ୍କର ଦୋଷଶୂନ୍ୟ ଧାର୍ମିକତା ଆମ୍ଭମାନଙ୍କ ଉପରେ ଥୁଆଗଲା ଏହା ଅନୁଗ୍ରହ – ଈଶ୍ୱରଙ୍କଠାରୁ ଅଯୋଗ୍ୟ ଲୋକମାନଙ୍କ ପାଇଁ ଏକ ଦାନ ଅଟେ – ଯେପରି ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କ ସହିତ ଶାନ୍ତି ପ୍ରାପ୍ତ ହୋଇପାରିବା: ଅର୍ଥାତ୍, ଏକ ପ୍ରେମପୂର୍ଣ୍ଣ ସମ୍ପର୍କ ମଧ୍ୟରେ ରହିପାରିବା

                        

ସ୍ଵତନ୍ତ୍ର ପ୍ରସଙ୍ଗ: ଈଶ୍ୱରଙ୍କ ଧାର୍ମିକତା

ପାଉଲଙ୍କ ପତ୍ରଗୁଡ଼ିକରେ ପରମେଶ୍ଵରଙ୍କ ଧାର୍ମିକତା ଏକ ଅତି ମହତ୍ଵପୂର୍ଣ୍ଣ ଶିକ୍ଷା ଅଟେ ରୋମୀୟ ପତ୍ରରେ, “ଧାର୍ମିକ” କିମ୍ବା “ଧାର୍ମିକୀକରଣ” ବିଶେଷ ପଦକୁ (ଗ୍ରୀକ ଭାଷାରେ ସମାନ ଶବ୍ଦ ବ୍ୟବହାର କରାଯାଇଛି) ତିରିଶ ଥର ଓ ସମାନସୂଚକ କ୍ରିୟା “ଧାର୍ମିକ ଗଣିତ ହେବା”କୁ ପୁଣି ତିରିଶ ଥର ବ୍ୟବହାର କରାଯାଇଛି ଯେପରି ଆମ୍ଭେମାନେ ୧:୧୭ ପଦରେ ଦେଖିଅଛୁ, ପାଉଲ “ଈଶ୍ୱରଙ୍କ ଧାର୍ମିକତା”କୁ ଈଶ୍ୱରଙ୍କ ଦତ୍ତ ଉଦ୍ଧାରକାରୀ ମୁକ୍ତକାରୀ  ଧାର୍ମିକତାକୁ ଦର୍ଶାଇବା ପାଇଁ ବ୍ୟବହାର କରିଛନ୍ତି ଈଶ୍ୱରଙ୍କ ଉଦ୍ଧାରକାରୀ ଧାର୍ମିକତା ଅନୁଗ୍ରହର ଏକ ଦାନ ଅଟେ, ଯାହା ଯେଉଁମାନେ ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ଭରସା ଓ ବିଶ୍ୱାସ ସ୍ଥାପନ କରନ୍ତି, ସେମାନଙ୍କୁ ଦିଆଯାଏ ଏହା ସତ୍ତ୍ୱେ, ଅନ୍ୟ ସ୍ଥାନରେ ମଧ୍ୟ ପାଉଲ ବାକ୍ୟାଂଶଟିକୁ ନୈତିକ  ଧାର୍ମିକତା, ଅର୍ଥାତ୍, ଈଶ୍ୱରଙ୍କୁ ସନ୍ତୁଷ୍ଟ କରୁଥିବା ଆଚାର ବ୍ୟବହାରକୁ ଈଶ୍ୱର ବିଚାର  କରିବା ଅର୍ଥରେ ବ୍ୟବହାର କରନ୍ତି (୬:୧୩, ୧୬, ୧୮-୨୦) ଯେଉଁମାନେ ଈଶ୍ୱରଙ୍କ ବ୍ୟବସ୍ଥା (ଯିହୂଦୀମାନଙ୍କୁ ଦତ୍ତ ମୋଶାଙ୍କ ବ୍ୟବସ୍ଥା କିମ୍ବା ପ୍ରତ୍ୟେକ ଜଣକୁ ଦିଆଯାଇଥିବା ପ୍ରାକୃତିକ ବ୍ୟବସ୍ଥା) ପାଳନ କରନ୍ତି, ସେମାନେ ଧାର୍ମିକ ଅଟନ୍ତି ଅର୍ଥାତ୍, ସେମାନେ ଈଶ୍ୱରଙ୍କ ସମ୍ମୁଖରେ ଠିକ୍ ବୋଲି ଠିଆ ହୁଅନ୍ତି ଯେଉଁମାନେ ବ୍ୟବସ୍ଥା ଲଂଘନ କରନ୍ତି, ସେମାନେ ଅଧାର୍ମିକ ଅଟନ୍ତି ଧର୍ମଶାସ୍ତ୍ର ମଧ୍ୟ ସ୍ପଷ୍ଟ ଯେ କୌଣସି ଲୋକ ଧାର୍ମିକତାକୁ ଲାଭ କରିପାରିବେ ନାହିଁ (୩:୨୦, ୨୩) ଅତଏବ, ଯେହେତୁ ଈଶ୍ୱର ସିଦ୍ଧ ଆଜ୍ଞାବହତା ଦାବି କରନ୍ତି, ଉଦାହରଣ ସ୍ଵରୁପ, କେହି ଈଶ୍ୱରଙ୍କ ଛାମୁରେ ଧାର୍ମିକ ହୋଇପାରିବେ ନାହିଁ, (ଯାକୁବ ୨:୧୦; ଗାଲାତୀୟ ୩:୧୦; ୧ ଯୋହନ ୧:୮, ୧୦) ଈଶ୍ୱରଙ୍କ ବିଚାରକାରୀ  ଧାର୍ମିକତା (ନ୍ୟାୟ) ସକାଶୁ ମନୁଷ୍ୟ ଜାତି ପାଇଁ ତାହାଙ୍କର ଉଦ୍ଧାରକାରୀ  ଧାର୍ମିକତା ଆବଶ୍ୟକ

ଦୁର୍ଭାଗ୍ୟବଶତଃ, ଆମ୍ଭେମାନେ ବହୁବାର ଈଶ୍ୱରଙ୍କ ଧାର୍ମିକତାର ଏହି ଦୁଇଟି ଦୃଷ୍ଟିକୋଣକୁ ଈଶ୍ୱରଙ୍କ ଦୁଇଟି ସ୍ୱତନ୍ତ୍ର ଗୁଣଭାବରେ ଅଲଗା କରିଥାଉ ସେଗୁଡ଼ିକ ସେପରି ନୁହନ୍ତି ଈଶ୍ୱରଙ୍କ ନ୍ୟାୟ ତାହାଙ୍କର ଉଦ୍ଧାରକାରୀ ଦୟା ଓ ପ୍ରେମ ଆବଶ୍ୟକ କରେ; ଆଉ, ସେହି ସମୟରେ, ତାହାଙ୍କର ଦୟା ଓ ପ୍ରେମ ତାହାଙ୍କର ନୈତିକ ନ୍ୟାୟ ଆବଶ୍ୟକ କରେ ପ୍ରୋଟେଷ୍ଟାଣ୍ଟ୍ ମଣ୍ଡଳୀ ମଧ୍ୟରେ ଓ ବିଶେଷ କରି ସଂସ୍କାର ପ୍ରାପ୍ତ ପରମାର୍ଥିକ ଶିକ୍ଷା ମଧ୍ୟରେ, ଈଶ୍ୱରଙ୍କ ନୈତିକ ଓ ମାନବିକ ନ୍ୟାୟ ତାହାଙ୍କର ମୁକ୍ତକାରୀ ପ୍ରେମ ସହିତ ବିପରୀତ ମୁଖୀ ହୋଇଥାଏ ଅଥଚ, ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମ୍ଭେମାନେ ସେଗୁଡ଼ିକୁ ଏହି ପ୍ରକାରେ ଅଲଗା ନ କରୁ, ବରଂ ଜଣେ ସମ୍ପୂର୍ଣ୍ଣ ସିଦ୍ଧ, ଅର୍ଥାତ୍, ଈଶ୍ୱରଙ୍କ ପବିତ୍ରତା ଭାବେ ଦେଖିବା ଆବଶ୍ୟକ

ଯେତେବେଳେ ଆମ୍ଭେମାନେ ଈଶ୍ୱରଙ୍କର ଉଦ୍ଧାରକାରୀ ଧାର୍ମିକତାକୁ  ଦେଖୁ, ଆମ୍ଭେମାନେ ଏଥିରେ ଦୁଇଟି ମହାନ ଦାନକୁ ଅନ୍ତର୍ଭୁକ୍ତ ଦେଖୁ: ଆମ୍ଭମାନଙ୍କର ପାପ କ୍ଷମା (୪:୬-୮) ଓ ଆମ୍ଭମାନଙ୍କୁ ଦତ୍ତ ଖ୍ରୀଷ୍ଟଙ୍କ ନିଜସ୍ୱ ଧାର୍ମିକତା (୩:୨୧-୨୨; ୪:୩; ୫:୧୯; ଯିଶାଇୟ ୬୧:୧୦) ଏହା ହିଁ ଯୀଶୁ କ୍ରୁଶ ଉପରେ ଆମ୍ଭମାନଙ୍କ ପାଇଁ ସାଧନ କରିଥିଲେ ଆମ୍ଭେମାନେ ପାପରେ ଦୋଷୀ ହୋଇ ମୃତ୍ୟୁ ଦଣ୍ଡର ଯୋଗ୍ୟ ଅଟୁ ଯୀଶୁ ଏକାଥରକେ, ସବୁ ଦିନପାଇଁ ଆମ୍ଭମାନଙ୍କର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ପାପର ଋଣ ପରିଶୋଧ କରିବାକୁ ଆପଣା ଉପରେ ଏହି ଦଣ୍ଡକୁ ନେଲେ ଯେପରି ପାଉଲ ଅନ୍ୟତ୍ର ଲେଖନ୍ତି:

ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମଧ୍ୟ ଈଶ୍ୱର ତାହାଙ୍କ ସହିତ ସଜୀବ କରିଅଛନ୍ତି; ସେ ତ ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି, ପୁଣି ବିଧିବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଥିଲା, ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇଦେଇ ଆମ୍ଭମାନଙ୍କ ପଥରୁ ଦୂର କରିଦେଇଅଛନ୍ତି (କଲସୀୟ ୨:୧୩-୧୪)

ପୁଣି ଆଉ ଥରେ:

ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି ସେହିସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ; ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରେ ଓ ତାହାଙ୍କର ବୋଲି ଜଣାଯାଏ, ପୁଣି ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱର ଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ (ଫିଲିପ୍ପୀୟ ୩:୮କ-୯)

 

ପ୍ରେରିତ ପିତର ସମାନ ସତ୍ୟକୁ ପ୍ରକାଶ କରୁଛନ୍ତି:

ଯେଣୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ (୧ ପିତର ୩:୧୮)

ଏହାର ଅର୍ଥ ହେଉଛି ଯେ ପ୍ରତ୍ୟେକ ପାପ, ଏହା ଯାହା ବି ହୋଇଥାଉ, ଯେଉଁମାନେ ଈଶ୍ୱରଙ୍କ ପୁତ୍ରଙ୍କଠାରେ ସେମାନଙ୍କର ଭରସା ଓ ବିଶ୍ୱାସ ସ୍ଥାପନ କରନ୍ତି, ତାହାଙ୍କର ଉଦ୍ଧାରକାରୀ ବଳିଦାନ ଦ୍ୱାରା ତାହା କ୍ଷମା ହୋଇଥାଏ ଏଥିରେ ନରହତ୍ୟା ମଧ୍ୟ ଅନ୍ତର୍ଭୁକ୍ତ ଏକ ଅନୁଭୂତି ପ୍ରାପ୍ତ ବାସ୍ତବତା ଭାବରେ ପ୍ରେରିତ ପାଉଲ ଏହି ସତ୍ୟକୁ ଜାଣିଥିଲେ, ଯେହେତୁ ସେ ସ୍ତିଫାନଙ୍କର ହତ୍ୟାରେ ଜଡ଼ିତ ଥିଲେ (ପ୍ରେରିତ ୭:୫୮) କେତେକେ ଲୋକ, (ମାର୍କ ୧୩:୧୩ ପଦ କିମ୍ବା ଏବ୍ରୀ ୩:୧୪) ପଦକୁ ଆଧାର କରି ଏହି ମତ ପୋଷଣ କରନ୍ତି ଯେ ଯେଉଁମାନେ ସ୍ୱୀକାର କରାଯାଇ ନ ଥିବା ପାପ ସହିତ ମରନ୍ତି, ସେମାନେ ସ୍ୱର୍ଗକୁ ଯିବେ ନାହିଁ ଜୀବନର ଶେଷ ପର୍ଯ୍ୟନ୍ତ ଥିବା ଖ୍ରୀଷ୍ଟୀୟ ଧୈର୍ଯ୍ୟ ଏକ ଗାମ୍ଭୀର୍ଯ୍ୟ ବିଷୟ ଓ ଗୁରୁତ୍ୱରେ ଊଣା ହେବା ଉଚିତ ନୁହଁ ତଥାପି, ଈଶ୍ୱର ଆମ୍ଭମାନଙ୍କର ହୃଦୟ ଜାଣନ୍ତି ଓ ସେ ଜାଣନ୍ତି ଯେ ଆମ୍ଭେମାନେ ତାହାଙ୍କ ନିଜର ସନ୍ତାନସନ୍ତତି ଯଦି ଆମ୍ଭମାନଙ୍କର ପରିତ୍ରାଣ, ଆମ୍ଭମାନଙ୍କ ପ୍ରତ୍ୟେକ ପାପର ସ୍ୱୀକାର ଉପରେ ନିର୍ଭର କରେ, ତେବେ ସ୍ୱର୍ଗ ଏକ ଖାଲି ସ୍ଥାନ ହୋଇଯିବ, କାରଣ ପ୍ରାୟ ସମସ୍ତେ କିଛି ନା କିଛି ପାପ ସ୍ୱୀକାର ନ କରି ମୃତ୍ୟୁଭୋଗ କରନ୍ତି ଈଶ୍ୱରଙ୍କ ଧନ୍ୟବାଦ ହେଉ ଯେ ଏହା ଏକ ଆଧାର ନୁହେଁ ଆମ୍ଭମାନଙ୍କର ପରିତ୍ରାଣ, ଆମ୍ଭମାନଙ୍କ ଉପରେ ନିର୍ଭର କରେ ନାହିଁ, କିନ୍ତୁ କେବଳ ଧାର୍ମିକତାର ଦାନ ଉପରେ ନିର୍ଭର କରେ, ଯାହା ବିଶ୍ୱାସ ଦ୍ୱାରା ଗ୍ରହଣ କରାଯାଏ ଖ୍ରୀଷ୍ଟଙ୍କ କ୍ରୁଶରେ ମୃତ୍ୟୁଭୋଗ ଆମ୍ଭମାନଙ୍କ ସମସ୍ତ ପାପର ମୂଲ୍ୟ ପରିଶୋଧ କରିଛି ଯେପରି ପାଉଲ ଏହି ପତ୍ରରେ ପରେ କହନ୍ତି:

କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ (ରୋମୀୟ ୮:୩୮-୩୯)

ପ୍ରକୃତରେ ଏପରି କୌଣସି ବିଷୟ ନାହିଁ, ଯାହା ବାସ୍ତବରେ ଈଶ୍ୱରଙ୍କର ଜଣେ ସନ୍ତାନକୁ ଆପଣା ପିତାଙ୍କ ପ୍ରେମରୁ ଅଲଗା କରିପାରିବ ଏହି ପ୍ରେମରେ, ଆମ୍ଭେମାନେ ଆମ୍ଭମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପ୍ରିୟଜନମାନଙ୍କ ନିମନ୍ତେ ମହା ସ୍ୱାନ୍ତନା ପ୍ରାପ୍ତ ହେବା

ଖ୍ରୀଷ୍ଟ ଯେ କେବଳ ଆମ୍ଭମାନଙ୍କର ସମସ୍ତ ପାପକୁ କ୍ଷମା କରନ୍ତି  ତାହା ନୁହେଁ, ସେ ମଧ୍ୟ ଆମ୍ଭମାନଙ୍କୁ ଆପଣାର ଧାର୍ମିକତା ପ୍ରଦାନ କରନ୍ତି ଏଥିସକାଶୁ, ଏକ ଆଇନଗତ ଅର୍ଥରେ – ଆମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଧାର୍ମିକ ବୋଲି ଘୋଷଣା କରାଯାଇଅଛୁ ଶେଷ ବିଚାର ସମୟରେ ଆମ୍ଭେମାନେ ଆମ୍ଭମାନଙ୍କର ପାପ କ୍ଷମା ହୋଇଥିବାରୁ ଯେ କେବଳ ନିର୍ଭୟରେ ଯେ ଠିଆ ହେବା, ଯେହେତୁ ଆମ୍ଭେମାନଙ୍କୁ ଖ୍ରୀଷ୍ଟଙ୍କ ଧାର୍ମିକତା ଦତ୍ତ ହୋଇଅଛି ସୁସମାଚାରର ସ୍ତମ୍ଭୀଭୂତ, ଆଶ୍ଚର୍ଯ୍ୟଜନକ ଓ ବିସ୍ମୟକର ସତ୍ୟତା ହେଉଛି ଯେ ଆମ୍ଭେମାନେ ତାହାଙ୍କ ଉପରେ ଆମ୍ଭମାନଙ୍କର ପାପ ଓ ଦଣ୍ଡକୁ ଖ୍ରୀଷ୍ଟଙ୍କର କ୍ରୁଶରେ ବର୍ତ୍ତାଇଲୁ ଆଉ ସେ, ପ୍ରତିବଦଳେ, ଆପଣାର ଦୋଷଶୂନ୍ୟ ଧାର୍ମିକତାକୁ ଆମ୍ଭମାନଙ୍କ ଉପରେ ବର୍ତ୍ତାଇଲେ ଯେପରି ଏହାକୁ କୁହାଯାଏ, ଏହି ମହା ବିନିମୟ, ଆମ୍ଭମାନଙ୍କର ପରିତ୍ରାଣର ମୂହୁର୍ତ୍ତରେ  ଘଟିଲା ଆମ୍ଭେମାନେ ଯେତେ ଆତ୍ମିକ ପରିପକ୍ୱତାରେ ବୃଦ୍ଧି ପାଇଲେ ସୁଦ୍ଧା, ଆମ୍ଭମାନଙ୍କର ପରିତ୍ରାଣର ଅପେକ୍ଷା ଆମ୍ଭେମାନେ କଦାପି ଆଉ ଅଧିକ ଧାର୍ମିକତା ହୋଇ ନ ପାରୁ, କାରଣ ଆମ୍ଭମାନଙ୍କର ପରିତ୍ରାଣର ମୂହୁର୍ତ୍ତରେ ଆମ୍ଭେମାନେ ଖ୍ରୀଷ୍ଟଙ୍କ ଧାର୍ମିକତାର ଦାନ ପ୍ରାପ୍ତ ହୋଇଥାଉ ଧାର୍ମିକତାର ଏହି ଦାନ ଖ୍ରୀଷ୍ଟଙ୍କ ନିଜ ଧାର୍ମିକତା ଉପରେ ଆଧାରିତ ଆମ୍ଭମାନଙ୍କ ଧାର୍ମିକତା ସ୍ଥିତିର ଏକ ସ୍ଥାୟୀ ଆଇନଗତ ଘୋଷଣା ଅଟେ ଏହି ମହା ବିନିମୟ ସବୁଠାରୁ ବିସ୍ମୟକର, ଆଶ୍ଚର୍ଯ୍ୟଜନକ ଓ ସ୍ତମ୍ଭୀଭୂତ ବିଷୟ ଅଟେ ଏଠାରେ ଈଶ୍ୱରଙ୍କ ପ୍ରେମ ଓ ନ୍ୟାୟର ମିଳନ ହୋଇଥାଏ ଆଦ୍ୟ ଖ୍ରୀଷ୍ଟିୟାନ ପାଳକମାନେ ଏହି ଆଶ୍ଚର୍ଯ୍ୟଜନକ ଶିକ୍ଷା ଦେଉଥିଲେ ପ୍ରାୟ ଦ୍ୱୀତୀୟ ଶତାବ୍ଦୀରେ, ମାଥେଟେସ୍ ନାମକ ଖ୍ରୀଷ୍ଟଙ୍କର ଜଣେ ବିଶ୍ଵସ୍ତ ଶିଷ୍ୟ ଆପଣାର “ଏପିଷ୍ଟଲ୍ ଟୁ ଡିଓଗ୍ନେଟସ୍” ପୁସ୍ତକରେ ଲେଖନ୍ତି:

କି ମଧୁର ବିନିମୟ ! କି ଅନନୁସନ୍ଧେୟ କାର୍ଯ୍ୟ ! ସବୁ ଆଶାର ଅଗମ୍ୟ ମଙ୍ଗଳ ଦାନ ! ଜଣେ ଏକୁଟିଆ ଧାର୍ମିକ ବ୍ୟକ୍ତିଙ୍କଠାରେ ଅନେକଙ୍କର ଦୁଷ୍ଟତା ଲୁକ୍କାୟିତ ହେବ ଏକୁଟିଆ ସେହି ବ୍ୟକ୍ତିର ଧାର୍ମିକତା ଅନେକ ଅପରାଧୀଙ୍କୁ ଧାର୍ମିକ ଗଣନା କରିବ !

ଏହାଠାରୁ ଉତ୍ତମ କ୍ଵଚିତ୍ କୁହାଯାଇପାରେ ! ଏହା ହେଉଛି ଧାର୍ମିକୀକରଣର ଅର୍ଥ; ଏହା ହେଉଛି ଈଶ୍ୱରଙ୍କ ଧାର୍ମିକତାର ଅର୍ଥ 

ଅବଶ୍ୟ, ଖ୍ରୀଷ୍ଟଙ୍କଠାରେ ପରିପକ୍ୱତାରେ ନିରନ୍ତର ବୃଦ୍ଧି ପାଇବାର ପ୍ରୟୋଜନ ରହିଛି ସେହି ପ୍ରକାର ପରିପକ୍ୱତାକୁ ପବିତ୍ରୀକରଣ ବୋଲି କୁହାଯାଏ ଯଦିଓ ପବିତ୍ରୀକରଣର ମୂଳଦୁଆ ଧାର୍ମିକୀକରଣରେ ଅଛି, ଏଥିରେ ଦ୍ୱନ୍ଦ ରହିବା ଅନୁଚିତ ଆମ୍ଭେମାନେ ପବିତ୍ରୀକୃତ ହୋଇଥିବାରୁ ଧାର୍ମିକ ଗଣିତ ହୋଇ ନାହୁଁ; ମାତ୍ର ଧାର୍ମିକ ଗଣିତ ହୋଇଥିବାରୁ ପବିତ୍ରୀକୃତ ହେବାକୁ ସମର୍ଥ ହେଉଅଛୁ ଆମ୍ଭମାନଙ୍କର ଧାର୍ମିକୀକରଣ  ପବିତ୍ରୀକରଣର  ସମୟ ମଧ୍ୟରେ ଆମ୍ଭମାନଙ୍କର ପାପପୂର୍ଣ୍ଣ ଅବସ୍ଥା ରହିଥାଏ ଓ ତେଣୁ ଆମ୍ଭେମାନେ ପାପ ସହିତ ସଂଘର୍ଷ କରିଥାଉ ତଥାପି, ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କର ଧାର୍ମିକ ଗଣିତ ହେବାର ବିଷୟ ସ୍ଥିରୀକୃତ ଓ ସ୍ଥାୟୀ ଅଟେ, ଏହା ହେଉଛି ଆଧାର, ଯାହା ଦ୍ୱାରା ଆମ୍ଭେମାନେ ଦୃଢ଼ ବିଶ୍ୱାସ ଓ ନିଶ୍ଚିତତାର ସହ ଈଶ୍ୱରଙ୍କ ବିଚାର ସମ୍ମୁଖକୁ ଆସିଥାଉ ଯେ “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ନିମନ୍ତେ କୌଣସି ଦଣ୍ଡାଜ୍ଞା ନାହିଁ” (୮:୧)

୪. ବିଶ୍ୱାସମୂଳକ ଓ ବିଶ୍ୱାସଜନକ (୧୭ଖ )

ପାଉଲ ମଧ୍ୟ କହିଛନ୍ତି ଯେ ଏହି ଧାର୍ମିକତା “ବିଶ୍ୱାସମୂଳକ ଓ ବିଶ୍ୱାସଜନକ ଭାବରେ ପ୍ରକାଶିତ ହୋଇଅଛି” ଏହି ବାକ୍ୟାଂଶ ମଧ୍ୟ ଅଧିକାଂଶତଃ ମଣ୍ଡଳୀ ମଧ୍ୟରେ ଆଲୋଚିତ ହୋଇଅଛି ବିଶ୍ୱାସର ଏହି ଦ୍ୱିବଚନ ପଦକୁ ଉଲ୍ଲେଖ କରି ପାଉଲ କଅଣ ଅର୍ଥ ପ୍ରକାଶ କରିବାକୁ ଚାହୁଁଥିଲେ? ଆଦ୍ୟ ମଣ୍ଡଳୀର ଶିକ୍ଷକମାନେ ଏହାକୁ “ବ୍ୟବସ୍ଥାର ବିଶ୍ୱାସରୁ ସୁସମାଚାରର ବିଶ୍ୱାସ” ବୋଲି ବୁଝିଥିଲେ କାଲଭିନ୍ ଓ ଅନ୍ୟମାନେ ଏହା ଜଣେ ଖ୍ରୀଷ୍ଟିୟାନ ବ୍ୟକ୍ତି ବିଶେଷ ବିଶ୍ୱାସରେ ବା ପରିପକ୍ୱତାରେ ବୃଦ୍ଧି ପାଇବା ବିଷୟ ବୋଲି ବୁଝିଥିଲେ ସେ ଯାହା ହେଉ, ଏହା ଅଧିକ ସମ୍ଭାବନା ଯେ ପାଉଲ କେବଳ ବିଶ୍ୱାସକୁ ଏକ ଦୃଢ଼ ପ୍ରାଧାନ୍ୟତା ଦେଉଛନ୍ତି ଅନ୍ୟ ଭାବରେ କହିଲେ, ବାକ୍ୟାଂଶଟିର ଅର୍ଥ ହେଉଛି, ବିଶ୍ୱାସରୁ ଓ ଅନ୍ୟ କିଛି ନୁହେଁ, ମାତ୍ର ବିଶ୍ୱାସରୁ[37] ଆମ୍ଭମାନଙ୍କ ନିମନ୍ତେ ଏହି ବିଶ୍ୱାସ କେବଳ ସମ୍ଭବ, ଯଦି ଏହା ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କୁ “ପ୍ରକାଶିତ” ହୋଇଅଛି ଆମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ପ୍ରକାଶନ ବ୍ୟତୀତ ଆମ୍ଭେମାନେ ସୁସମାଚାରର ସତ୍ୟତା ବୁଝିବାକୁ ଅସମର୍ଥ ଅଟୁ

ଯେତେବେଳେ ଆମ୍ଭେମାନେ ଈଶ୍ୱରଙ୍କ ଉପସ୍ଥିତିକୁ ଆସୁ, ପିତା ଆମ୍ଭମାନଙ୍କଠାରେ ତାହାଙ୍କ ପୁତ୍ରଙ୍କର ସିଦ୍ଧ ଧାର୍ମିକତାକୁ ଦେଖନ୍ତି ଯଦି ଆମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ଏହି ସିଦ୍ଧ ଦାନକୁ ଗ୍ରହଣ କରୁ, କେବଳ ତେବେ ହିଁ ଏହା ସମ୍ଭବ ହୋଇଥାଏ ଏଥିପାଇଁ ପାଉଲଙ୍କର ପତ୍ର ଗୁଡ଼ିକରେ ବିଶ୍ୱାସ ଉପରେ ସେଭଳି ଏକ ଦୃଢ଼ ପ୍ରାଧାନ୍ୟତା ରହିଛି ବର୍ତ୍ତମାନ ପାଉଲ ପୂରାତନ ନିୟମର ଭାବବାଦୀ ହବକ୍କୂକଙ୍କୁ ଉଦ୍ଧୃତ କରି ବିଶ୍ୱାସର ଆବଶ୍ୟକତାକୁ  ଇଙ୍ଗିତ କରନ୍ତି: “ଧାର୍ମିକ [ବ୍ୟକ୍ତି] ବିଶ୍ୱାସ ଦ୍ୱାରା ବଞ୍ଚିବ” ପାଉଲ ଗାଲାତୀୟ ମଣ୍ଡଳୀକୁ ତାହାଙ୍କ ପତ୍ରରେ ପୂର୍ବରୁ ଏହି ଉଦ୍ଧୃତିଟିକୁ ବ୍ୟବହାର କରିଛନ୍ତି[38] ସେଠାରେ ସେ ଲେଖନ୍ତି:

ତେଣୁ ଏହା ସ୍ପଷ୍ଟ ଯେ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରି ଈଶ୍ୱରଙ୍କ ସାକ୍ଷାତରେ କେହି ଧାର୍ମିକ ଗଣିତ ହୁଏ ନାହିଁ କାରଣ ଶାସ୍ତ୍ର କହେ, ଧାର୍ମିକ ଲୋକ ବିଶ୍ୱାସ ଦ୍ୱାରା ଜୀବନ ପାଇଅଛି” (ଗାଲାତୀୟ ୩:୧୧NLT)

ତେଣୁ “ବଞ୍ଚି” ଶବ୍ଦଟି ଉଭୟ ଆମ୍ଭମାନଙ୍କର ବିଶ୍ୱାସରେ ପ୍ରଗତିଶୀଳ ଜୀବନ ଓ ଅନନ୍ତ ଜୀବନରେ ପରିବର୍ତ୍ତିତ ହେଉଥିବା ଆମ୍ଭମାନଙ୍କର ବିଶ୍ୱାସର ଜୀବନକୁ ବୁଝାଏ କିନ୍ତୁ ପରବର୍ତ୍ତୀ ବିଷୟରେ ଗୁରୁତ୍ଵ ଦିଆଯାଇଛି ଏହା “ବିଶ୍ୱାସର ଆଜ୍ଞାବହତା” (୧:୫; ୧୬:୨୬) ଯେପରି ଜନ୍ ଷ୍ଟଟ୍ ଲେଖନ୍ତି, “ଜଣେ ଧାର୍ମିକ ଲୋକ କିପରି ବଞ୍ଚୁଛି, ଏଠାରେ ତାହା ପାଉଲଙ୍କର ଚିନ୍ତା ନୁହେଁ, କିନ୍ତୁ ପାପପୂର୍ଣ୍ଣ ଲୋକମାନେ କିପରି ଧାର୍ମିକ ହେଉଛନ୍ତି, ତାହା ତାଙ୍କର ଚିନ୍ତା ଅଟେ[39] “ହବକ୍କୂକଙ୍କ ‘ଜୀବନ’ର ପ୍ରତିଜ୍ଞା ଖ୍ରୀଷ୍ଟଙ୍କର ପୁନରୁତ୍ଥାନରେ ସଫଳ ହେଉଅଛି


୧୬ ଓ ୧୭ ପଦ ସୁସମାଚାରର ଚାରିଗୋଟି ଦୃଷ୍ଟିକୋଣକୁ ବୁଝାଏ: ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି, ଯାହାକୁ ଈଶ୍ୱରଙ୍କ ଧାର୍ମିକତା ଭାବରେ ପ୍ରକାଶ କରାଯାଏ, ଯାହା ବିଶ୍ୱାସରେ ଗ୍ରହଣ କରାଯାଏ ଓ ଅନନ୍ତ ଜୀବନର ଫଳ ଦେଇଥାଏ ପାଉଲ ସେ ପ୍ରକାର ମହାନ ସୁସମାଚାର ସମ୍ବନ୍ଧରେ ଲଜ୍ଜିତ ନୁହନ୍ତି, ତା’ ପରିବର୍ତ୍ତେ, ପାଉଲ ଉଭୟ ଯିହୂଦୀ ଓ ଗ୍ରୀକ୍‍ମାନଙ୍କ ମଧ୍ୟରେ ତାହା ପ୍ରଚାର କରିବା ପାଇଁ ଅଧିକ ଗର୍ବିତ ଓ ଇଚ୍ଛୁକ ଅଟନ୍ତି

 

ସାଧାରଣ ପର୍ଯ୍ୟାଲୋଚନା ୧୬-୧୭ ପଦ

ଆମ୍ଭେମାନେ ବର୍ତ୍ତମାନ ଏହି ପଦଗୁଡ଼ିକୁ ନିମ୍ନ ପ୍ରକାରେ ସାରାଂଶ କରିପାରିବା:

ପାଉଲ ସୁସମାଚାର ସମ୍ବନ୍ଧରେ ଲଜ୍ଜିତ ନୁହନ୍ତି

ଆମ୍ଭେମାନେ କାହିଁକି ଲଜ୍ଜିତ ନୋହୁଁ?

କାରଣ ସୁସମାଚାର ଆମ୍ଭମାନଙ୍କର ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତିକୁ ପ୍ରକାଶ କରେ
ଏହି ପରିତ୍ରାଣ ସମସ୍ତଙ୍କ ନିମନ୍ତେ ଉପଲବ୍ଧ,
କିନ୍ତୁ ପ୍ରଥମେ ଯିହୂଦୀମାନଙ୍କୁ
ଓ ପରେ ଅନ୍ୟମାନଙ୍କୁ ଦିଆଗଲା

ଆମ୍ଭମାନଙ୍କର ପରିତ୍ରାଣ ପାଇଁ କେବେ ଈଶ୍ୱରଙ୍କ ଏହି ଶକ୍ତି ପ୍ରକାଶିତ ହେଲା?

ଯେତେବେଳେ ଆମ୍ଭେମାନେ ଆମ୍ଭମାନଙ୍କର ଭରସା ଓ ବିଶ୍ୱାସ ତାହାଙ୍କ ପୁତ୍ରଙ୍କଠାରେ ସ୍ଥାପନ କରୁ,  ସେତେବେଳେ ଆମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ନିଜର ଧାର୍ମିକତା ସେହି ସମୟରେଏହା ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଥାଏ

ଆମ୍ଭେମାନେ କିପରି ଏହି ଧାର୍ମିକତା ପ୍ରାପ୍ତ ହୋଇଥାଉ?

ବିଶ୍ୱାସ ଦ୍ୱାର, କେବଳ ବିଶ୍ୱାସ ଦ୍ୱାର ଆଉ କିଛି ନୁହେଁ

ବିଶ୍ୱାସ ଦ୍ୱାରା ଏହି ଧାର୍ମିକତାକୁ ପ୍ରାପ୍ତ ହେବାର ଫଳ କଅଣ?

ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦତ୍ତ ହୋଇଥାଏ !

ସ୍ୱତନ୍ତ୍ର ପ୍ରସଙ୍ଗ: ଈଶ୍ୱର କାହିଁକି ଆମ୍ଭମାନଙ୍କୁ ଉଦ୍ଧାର କରନ୍ତି?

ଏହା ପଚାରିବାକୁ ଯୁକ୍ତିଯୁକ୍ତ ଭଳି ଲାଗେ ଯେ କାହିଁକି ଈଶ୍ୱର ଆପଣା ଲୋକମାନଙ୍କୁ ଏକ ଉଦ୍ଧାରକାରୀ ଧାର୍ମିକତାର ଅନୁଦାନ କରିବେ, ଯେହେତୁ ଏହି ଦାନର ମୂଲ୍ୟ ତାହାଙ୍କ ପାଇଁ ଏତେ ଅଧିକ ଏକ ଉତ୍ତମ ଉତ୍ତର ହେଉଛି ଯେ ସେ ଆପଣା ଲୋକମାନଙ୍କୁ ପ୍ରେମ କରନ୍ତି (ଦ୍ୱି. ବିବରଣ ୪:୩୭; ୭:୭-୮; ଯୋହନ ୩:୧୬; ରୋମୀୟ ୫:୮) କିନ୍ତୁ ତାହାଙ୍କ ପ୍ରେମକୁ ପ୍ରକାଶ କରିବା ପୂର୍ବରୁ, ସେହି ପ୍ରେମର ଗ୍ରହଣକାରୀ ମନୁଷ୍ୟମାନଙ୍କର ଅସ୍ଥିତ୍ଵ ନିହାତି ଆବଶ୍ୟକ ଅଟେ ପ୍ରଥମରେ ସେ କାହିଁକି ମନୁଷ୍ୟକୁ ସୃଷ୍ଟି କଲେ ଓ କାହିଁକି ଜଗତରେ ସବୁ ଲୋକମାନଙ୍କ ମଧ୍ୟରୁ ସେ ଆପଣା ପାଇଁ ଏକ ଗୋଷ୍ଠୀକୁ ଆହ୍ବାନ କଲେ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ହେଲେ, ଆମ୍ଭମାନଙ୍କୁ  ଆଦି ପୁସ୍ତକରେ ଥିବା ସୃଷ୍ଟିର ବିବରଣୀରୁ ଆରମ୍ଭ କରିବାକୁ ହେବ:

ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ (ଆଦି ପୁସ୍ତକ ୧:୨୭)

ମନୁଷ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହେବାର ଅର୍ଥ ହେଉଛି ଯେ ଆମ୍ଭେମାନେ ଈଶ୍ୱରଙ୍କ ଗୌରବକୁ ପ୍ରତିଫଳନ କରିବାକୁ ସୃଷ୍ଟ ହୋଇଅଛୁ ଅନ୍ୟ ଅର୍ଥରେ, ଆମ୍ଭେମାନେ ଈଶ୍ୱରଙ୍କ ଗୌରବ କରିବାକୁ ସୃଷ୍ଟ ହେଲୁ ଏହା ହିଁ ଗୋଟିଏ ପ୍ରତିମୂର୍ତ୍ତି କରିଥାଏ ତଥାପି, ଈଶ୍ୱରଙ୍କ ସମ୍ଭ୍ରମ ଓ ଗୌରବ କରିବାରେ ଦୟନୀୟ ଭାବରେ ବିଫଳ ହେବାକୁ ମନୁଷ୍ୟକୁ ଅଧିକ ସମୟ ଲାଗି ନ ଥିଲା (ଆଦି ପୁସ୍ତକ ୩; ୬:୫) ତେଣୁ ଈଶ୍ୱର ଆମ୍ଭମାନଙ୍କୁ କହନ୍ତି ଯେ ସେ ଆପଣା ନାମର ଗୌରବ ନିମନ୍ତେ ନିଜ ପାଇଁ ଇସ୍ରାଏଲ ନାମକ ଏକ ଗୋଷ୍ଠୀକୁ ଆହ୍ବାନ କଲେ: 

ସଦାପ୍ରଭୁ ଆପଣା ମହାନାମ ସକାଶୁ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ; କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇଅଛନ୍ତି (୧ ଶାମୁୟେଲ ୧୨:୨୨)

ଆଉ ଯିଶାଇୟ ପୁସ୍ତକରେ ଭାବବାଦୀ କହନ୍ତି:

ପୁଣି ସେ ମୋତେ କହିଲେ, “ତୁମ୍ଭେ ଆମ୍ଭର ଦାସ; ତୁମ୍ଭେ ଇସ୍ରାଏଲ, ତୁମ୍ଭ ଦ୍ୱାରା ଆମ୍ଭେ ମହିମନ୍ୱୀତ ହେବା (ଯିଶାଇୟ ୪୯:୩)

ଆଉ ପୁନର୍ବାର, ଯିଶାଇୟରେ ଲେଖାଯାଏ:

ଆମ୍ଭେ ଉତ୍ତର ଦିଗକୁ କହିବା, ଛାଡ଼ିଦିଅ; ଓ ଦକ୍ଷିଣ ଦିଗକୁ କହିବା, ଅଟାକାଇ ରଖ ନାହିଁ; ଆମ୍ଭ ପୁତ୍ରଗଣକୁ ଦୂରରୁ ଓ ଆମ୍ଭ କନ୍ୟାଗଣକୁ ପୃଥିବୀର ପ୍ରାନ୍ତରୁ ଆଣିଦିଅ; ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆପଣା ଗୌରବାର୍ଥେ ସୃଷ୍ଟି କରିଅଛୁ, ଏପରି ପ୍ରତ୍ୟେକ ଲୋକକୁ ଆଣ; ଆମ୍ଭେ ତାହାକୁ ଗଢିଅଛୁ; ହଁ, ଆମ୍ଭେ ତାହାକୁ ନିର୍ମାଣ କରିଅଛୁ (ଯିଶାଇୟ ୪୩:୬-୭)

ଈଶ୍ୱର ଇସ୍ରାଏଲକୁ ଏକ ଗୋଷ୍ଠୀ ଭାବରେ ସୃଷ୍ଟି କରିବାର ଅର୍ଥ ହେଉଛି ତାହାଙ୍କ ନାମର ଗୌରବ ନିମନ୍ତେ ପରିଶେଷରେ, ଈଶ୍ୱର ଇସ୍ରାଏଲକୁ ସଂରକ୍ଷିତ କରିବାରେ ଏହା ପ୍ରକାଶିତ ହୋଇଅଛି:

ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିଅଛୁ, ମାତ୍ର ରୂପା ପରି ନୁହେଁ; ଆମ୍ଭେ ଦୁଃଖରୂପ ଉହ୍ମାଇରେ ତୁମ୍ଭକୁ ମନୋନୀତ କରିଅଛୁ ଆମ୍ଭେ ଆପଣା ସକାଶୁ, କେବଳ ଆପଣା ସକାଶୁ ତାହା କରିବା; କାରଣ ଆମ୍ଭର ନାମ କାହିଁକି ଅପବିତ୍ରୀକୃତ ହେବ? ପୁଣି ଆମ୍ଭେ ଆପଣା ଗୌରବ ଅନ୍ୟକୁ ଦେବା ନାହିଁ (ଯିଶାଇୟ ୪୮:୧୦-୧୧)

କରିନ୍ଥୀୟ ମଣ୍ଡଳୀକୁ ପାଉଲଙ୍କ ପତ୍ର କହେ, ନୂତନ ନିୟମ ଏଥିରେ ସହମତ ଅଟେ:

       ଯେଣୁ ଅନେକ ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇ ପରମେଶ୍ଵରଙ୍କ ଗୌରବାର୍ଥେ ବହୁଳ ଧନ୍ୟବାଦର କାରଣ ହେଉ  (ଦ୍ଵି. କରିନ୍ଥୀୟ :୧୫; ମଧ୍ୟ ଏଫିସୀୟ :, ୧୨, ୧୪ ଦେଖନ୍ତୁ)

ତେଣୁ ତାହାଙ୍କ ନାମର ଗୌରବ କରିବା ନିମନ୍ତେ ଉଭୟ ନୈତିକ ଓ ଉଦ୍ଧାରକାରୀ ଈଶ୍ୱରଙ୍କ ଧାର୍ମିକତା ମୂଳଦୁଆ ସ୍ୱରୂପ ଅଟେ ଯିହୂଦୀ ହେଉ ବା ଗ୍ରୀକ୍ ହେଉ – ଈଶ୍ୱରଙ୍କର ସମସ୍ତ ଲୋକ – ବର୍ତ୍ତମାନ ତାହାଙ୍କର ସମ୍ଭ୍ରମ ଓ ଗୌରବ କରିବା ନିମନ୍ତେ: ଅର୍ଥାତ୍, ସମସ୍ତ ହୃଦୟ,  ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦେଇ ସଦାପ୍ରଭୁଙ୍କୁ ପ୍ରେମ କରିବା ନିମନ୍ତେ ରହିଅଛନ୍ତି ଉଭୟ ଯିହୂଦୀ ଓ ଗ୍ରୀକ୍ ମାନଙ୍କର ମୌଳିକ ପାପ ହେଲା ଈଶ୍ୱରଙ୍କ ନାମକୁ ଗୌରବ ଓ ସମ୍ଭ୍ରମ କରିବାରେ ବିଫଳ ହେବା (୧:୨୧; ୨:୨୪) ତାହା ପରିବର୍ତ୍ତେ, ସେମାନେ ଆପଣା ଆପଣାର ଗୌରବ ପ୍ରକାଶ କଲେ

 

ଅନୁଚିନ୍ତା ନିମନ୍ତେ ପ୍ରଶ୍ନାବଳୀ

ଏହା ଅଧ୍ୟୟନ କରନ୍ତୁ

୧. [୮-୧୫ ପଦ] ପାଉଲ ସେମାନଙ୍କ ନିକଟକୁ ଯାଇ ନାହାନ୍ତି ବୋଲି ଦର୍ଶାଇ ସେ କାହିଁକି ଏତେ ଦୀର୍ଘତର ଉପକ୍ରମ ଦେଉଛନ୍ତି?

୨. [୮ ପଦ] ପାଉଲ କିପରି ଜାଣୁଛନ୍ତି ଯେ ସେମାନଙ୍କର ବିଶ୍ୱାସ “ସମଗ୍ର ଜଗତରେ ଶୁଣାଯାଇଅଛି”? “ଜଗତ”ର ଅର୍ଥ କଅଣ?

୩. [୯ ପଦ] “ମୋହର ଆତ୍ମା” ବୋଲି ପାଉଲ କହିବାର ଅର୍ଥ କଅଣ ବୋଲି ଆପଣ ଭାବନ୍ତି? ଆଉ ପାଉଲ “ନିରନ୍ତର” ପ୍ରାର୍ଥନା କରୁଛନ୍ତି ବୋଲି କହିବାର ଅର୍ଥ କଅଣ?

୪. [୧୦ ପଦ] ଏହା ସମ୍ଭାବନା ଯେ ରୋମକୁ ଯିବା ପାଇଁ ପାଉଲଙ୍କୁ କୌଣସି ଭୌତିକ ବିଷୟ ନିବୃତ୍ତ କରି ନ ଥିଲା ପାଉଲ ସ୍ପଷ୍ଟ ଭାବରେ ରୋମକୁ ଯିବାପାଇଁ ଇଚ୍ଛୁକ ଥିଲେ ତେବେ ପାଉଲଙ୍କର ଇଚ୍ଛା (ନ ଯିବା ପାଇଁ ତାଙ୍କର ନିଷ୍ପତ୍ତି) ଓ ଈଶ୍ୱରଙ୍କ ଇଚ୍ଛା କିପରି ଏକତ୍ର କାର୍ଯ୍ୟ କରୁଅଛି? (ଆଭାସ: ପାଉଲଙ୍କର ସବୁଠାରୁ ବଡ଼ ଇଚ୍ଛା କଅଣ ଥିଲା?)  

୫. [୧୨ ପଦ] ରୋମରେ ରହିବା ଦ୍ୱାରା ପାଉଲ କିପରି ଉତ୍ସାହିତ ହେବେ?

୬. [୧୪-୧୬କ ପଦ] ସୁସମାଚାର ପ୍ରଚାର କରିବା ନିମନ୍ତେ ପାଉଲ ଦେଉଥିବା କାରଣଗୁଡ଼ିକୁ ଚିହ୍ନଟ କରନ୍ତୁ ସେଗୁଡ଼ିକ ମଧ୍ୟରୁ କୌଣସି ଏକ ଆପଣଙ୍କ କାରଣ ଅଟେ କି?

୭. [୧୬ ପଦ] ପାଉଲ କାହିଁକି ସେ “ଲଜ୍ଜିତ ନୁହନ୍ତି” ବୋଲି କହୁଛନ୍ତି? ପରିତ୍ରାଣ ପ୍ରଥମେ କାହିଁକି ଯିହୂଦୀମାନଙ୍କ ନିମନ୍ତେ? ଏହା କଣ ଆଜି ପର୍ଯ୍ୟନ୍ତ ରହିଅଛି କି? ଭବିଷ୍ୟତରେ ସୁଦ୍ଧା ଏହା ରହିବ କି?

୮. [୧୭କ. ପଦ] ଏହି ପଦରେ “ଈଶ୍ୱରଙ୍କ ଧାର୍ମିକତା”ର ଅର୍ଥ କଅଣ? ମାର୍ଟିନ୍ ଲୁଥର୍ କାହିଁକି ଏହି ପଦ ସହିତ ଏତେ କଠିନ ସମୟ ବିତାଇଥିଲେ? ଲୁଥର୍ ଏହି ପଦ ସହିତ ଏକ କଠିନ ସମୟ ବିତାଇ ଠିକ୍ କରିଥିଲେ କି?

୯. [୧୭ଖ ପଦ] “ବିଶ୍ୱାସମୂଳକ ଓ ବିଶ୍ୱାସଜନକ”ର ଅର୍ଥ କଅଣ? କାହିକି ଏହା କେବଳ “ପ୍ରକାଶିତ” ହୋଇପାରିବ? ଆଉ ଏହା କିପରି ପ୍ରକାଶିତ ହୋଇଅଛି?

୧୦. [୧୭ଗ ପଦ] ଏଠାରେ ପାଉଲ କାହିଁକି ହବକ୍‍କୂଙ୍କୁ ଉଦ୍ଧୃତ କରୁଛନ୍ତି? ନୂତନ ନିୟମରେ କାହିଁକି ଏହା ଏକ ଏତେ ଗୁରୁତ୍ଵପୂର୍ଣ୍ଣ ପଦ ଅଟେ?

ଏହାକୁ ଜୀବନରେ ପ୍ରୟୋଗ କରନ୍ତୁ

୧. ଅନ୍ୟମାନଙ୍କୁ ସୁସମାଚାର ବିଷୟରେ କହିବା ପାଇଁ ଆପଣଙ୍କୁ କେତେ ଆରାମ ଲାଗେ? ଆପଣ କେବେ ଲଜ୍ଜିତ ହୋଇଛନ୍ତି କି? ଏଥିସକାଶୁ ଆପଣ କେବେ ଅପମାନିତ ହୋଇଛନ୍ତି କି? ଲଜ୍ଜିତ ନ ହେବା ପାଇଁ ପାଉଲଙ୍କ କାରଣ ସବୁ ଆପଣଙ୍କୁ ସାହାଯ୍ୟ କରୁଛି କି? 

୨. “ଖ୍ରୀଷ୍ଟଙ୍କଠାରେ ମିଳନ” ହେବାର ଶିକ୍ଷା ଆପଣଙ୍କ ପାଇଁ କେତେ ଗୁରୁତ୍ଵପୂର୍ଣ୍ଣ ଅଟେ?

୩. ଆପଣଙ୍କ ପ୍ରାର୍ଥନାରେ ଧନ୍ୟବାଦ ଦେବା ବିଷୟ କେତେ ପରିମାଣରେ ଯୋଡ଼ିଥାଏ? ଉତ୍ତର ମିଳିଥିବା ପ୍ରାର୍ଥନା ଆପଣଙ୍କୁ ମନେ ପଡ଼େ କି ଓ ସେଗୁଡ଼ିକ ପାଇଁ ଆପଣ ପରମେଶ୍ଵରଙ୍କୁ ଧନ୍ୟବାଦ ଦେଇଥା’ନ୍ତି କି?

୪. ସୁସମାଚାର ପ୍ରଚାର କରିବା ନିମନ୍ତେ ପାଉଲଙ୍କର ଦାୟିତ୍ଵ ଜ୍ଞାନ ଆମ୍ଭମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ ବୋଲି ଆପଣ ଭାବୁଛନ୍ତି କି? (୧ କରିନ୍ଥୀୟ ୪:୧୬; ୧୧:୧)

୫. ସୁସମାଚାର ପ୍ରଚାର ଓ ଶିଷ୍ୟତ୍ୱ କାର୍ଯ୍ୟ ମଧ୍ୟରେ କିପରି ସମ୍ପର୍କ ଅଛି? ଖ୍ରୀଷ୍ଟଙ୍କଠାରେ ପରିପକ୍ୱ ହେବା ଓ “ବିଶ୍ୱାସର ଆଜ୍ଞାକାରୀ ହେବା” (୧:୫) ସମାନ ଭାବରେ ଗୁରୁତ୍ଵପୂର୍ଣ୍ଣ କି?

୬. ପାଉଲ କଦାପି ସୁସମାଚାରକୁ “ଊଣା ” ହେବାକୁ ଦିଅନ୍ତି ନାହିଁ ସେ ଶିକ୍ଷା ଦେଉଥିଲେ ଯେ ଯୀଶୁଙ୍କ ଅନୁଗମନ କଲେ ଆବେଗପରାୟଣ ଓ ଶାରୀରିକ ଯନ୍ତ୍ରଣା ଆସିବ କିନ୍ତୁ ମଣ୍ଡଳୀରେ ସବୁବେଳେ ଏହି ଶିକ୍ଷା ଦିଆଯାଇ ନାହିଁ ତତ୍ ସମ୍ବନ୍ଧରେ ବ୍ୟକ୍ତିଗତ ଭାବରେ ଆପଣଙ୍କ ଓ ସାମୂହିକ ଭାବରେ ମଣ୍ଡଳୀର ମତ କଅଣ?

୭. “ଉଦ୍ଧାର ପ୍ରାପ୍ତ”ର ଅର୍ଥ ଆପଣ କଅଣ ବୋଲି ବୁଝନ୍ତି? ବ୍ୟକ୍ତିଗତ ଭାବରେ ଆପଣ “ଈଶ୍ୱରଙ୍କ ଧାର୍ମିକତା” ଓ “ଧାର୍ମିକୀକରଣ”ର ଅର୍ଥ କଅଣ ବୋଲି ବୁଝନ୍ତି? ଏହି ସୁସମ୍ବାଦରେ ଆନନ୍ଦ କରିବା ନିମନ୍ତେ ଆପଣଙ୍କ ପାଇଁ ସେଗୁଡ଼ିକ କେବଳ ପରମାର୍ଥିକ ପଦ ସବୁ କି? ପରିତ୍ରାଣ ନିମନ୍ତେ ପାଉଲ କଅଣ କାରଣ ଦିଅନ୍ତି?

୮. ଆପଣ କେବେ ଚିନ୍ତା କରିଛନ୍ତି କି ଯେ ଯଦି ଆପଣ ସ୍ୱୀକାର କରି ନ ଥିବା ପାପ ସହିତ ଅକସ୍ମାତ୍ ମୃତ୍ୟୁଭୋଗ କରନ୍ତି, ତେବେ ଆପଣଙ୍କୁ କ’ଣ ହେବ? କେଉଁ ବିଷୟର ଆଧାରରେ ଆପଣ ତଥାପି ଉଦ୍ଧାର ପ୍ରାପ୍ତ ଅଟନ୍ତି?

 


ପ୍ରଥମ ଭାଗ: ବିଶ୍ୱାସର ସୁସମାଚାର

ପାପ ସମସ୍ୟା ପ୍ରତି ଈଶ୍ୱରଙ୍କ ସମାଧାନ (:୧୮-:୨୫)

ଦୁଃସମ୍ବାଦ – “କାରଣ ସମସ୍ତେ ତ ପାପ କରିଅଛନ୍ତି ଓ ଈଶ୍ୱରଙ୍କ ଗୌରବରହିତ ହୋଇଅଛନ୍ତି” (୧:୧୮-୩:୨୦)

ପାଉଲ ବର୍ତ୍ତମାନ ଆମ୍ଭମାନଙ୍କୁ ତାହାଙ୍କ ପତ୍ରର ଏକ ମନୋରମ ଉପକ୍ରମ ଦେଇଛନ୍ତି କେବଳ ଦୁଇ ଗୋଟି ପଦ (୧:୧୬-୧୭) ମଧ୍ୟରେ ସେ ଈଶ୍ୱରଙ୍କ ପରିତ୍ରାଣର ସୁସମାଚାରର ରୂପରେଖ ଦେଇଛନ୍ତି ତାହା ଆମ୍ଭମାନଙ୍କୁ ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତାହାଙ୍କ ଧାର୍ମିକତାର ଦାନ ସ୍ୱରୂପେ ମିଳିଥାଏ ଆହୁରି ମଧ୍ୟ ଆମ୍ଭମାନଙ୍କର କୃତଜ୍ଞତା ଓ ଈଶ୍ୱରଙ୍କ ପ୍ରେମରେ “ବିଶ୍ୱାସର ଆଜ୍ଞାକାରିତା” ସହ ଜୀବନ ଯାପନ କରିବାକୁ ତାହା ମିଳିଥାଏ ଆମ୍ଭେମାନେ ବର୍ତ୍ତମାନ ଆଶା କରିବା ଯେ ପାଉଲ ଏହାର ଅର୍ଥ ଓ ଏଥିସକାଶୁ ଯେଉଁ ଆଶୀର୍ବାଦ ଆମ୍ଭେମାନେ ଅନୁଭବ କରିବା, ସେ ସମ୍ବନ୍ଧରେ ଏକ ଅଧିକ ପୂର୍ଣ୍ଣାଙ୍ଗ ବିଶ୍ଳେଷଣ ପ୍ରଦାନ କରିବେ କିନ୍ତୁ ଏହି ପ୍ରକାର କିଛି କରୁ ନାହାନ୍ତି ତା’ପରିବର୍ତ୍ତେ, ସେ ଆମ୍ଭମାନଙ୍କୁ ଈଶ୍ୱରଙ୍କ କ୍ରୋଧ ଓ ଆମ୍ଭମାନଙ୍କର ପାପ ବିଷୟରେ, ପୁଣି ଅନାଜ୍ଞାବହତା, ପ୍ରତିମାପୂଜା, ଲମ୍ପଟତା ବିଷୟରେ କହୁଛନ୍ତି ଈଶ୍ୱରଙ୍କ ପ୍ରେମ ବିଷୟରେ ଅଧିକ କହିବା ବଦଳେ, ବରଂ ସେ ଈଶ୍ୱରଙ୍କର କ୍ରୋଧ ବିଷୟରେ ନିଶ୍ଚିତତାର ଶବ୍ଦରେ ବର୍ଣ୍ଣନା କରୁଛନ୍ତି

ପାଉଲ କାହିଁକି ଏହା କରୁଛନ୍ତି? ସନ୍ଦେହ ନାହିଁ ଯେ ପାଉଲ ଅନେକ ଥର ଏହି ପ୍ରକାର ସମ୍ବାଦ ପ୍ରଚାର କରିଛନ୍ତି  ଆଉ ସେ ବୁଝୁଛନ୍ତି ଯେ ସୁସମାଚାରର ଗୌରବ ଓ ସୌନ୍ଦର୍ଯ୍ୟ କେବଳ ପାପ, ମନ୍ଦତା ଓ ନ୍ୟାୟ ବିଚାର ମଧ୍ୟରେ ହିଁ ଉପଯୁକ୍ତ ଭାବରେ ବୁଝି ହେବ ଏହି ବିପରୀତ ଭାବକୁ ଊଣା କରିବାର ଅର୍ଥ କ୍ରୁଶର ଗୌରବକୁ ଊଣା କରିବା ଯେତେବେଳେ ଆମ୍ଭେମାନେ ମନୁଷ୍ୟର ଭ୍ରଷ୍ଟାଚାର ପ୍ରକୃତିର ଗଭୀରତାକୁ ପୂର୍ଣ୍ଣ ମାତ୍ରାରେ ଜାଣିପାରିବା, ସେତେବେଳେ ଆମ୍ଭେମାନେ ମନୁଷ୍ୟଜାତି ଯେ କେତେ ବିପଦ ଓ ସଙ୍କଟ ମଧ୍ୟରେ ରହିଅଛି, ତାହା ଅନୁଭବ କରିପାରିବା ସୁସମାଚାରକୁ ଗାମ୍ଭୀର୍ଯ୍ୟ ଭାବରେ ନେବାକୁ ହେଲେ, ଆମ୍ଭମାନଙ୍କର ପାପକୁ ଗାମ୍ଭୀର୍ଯ୍ୟ ଭାବରେ ନେବା ଉଚିତ ଆଉ ଏପରିକି, ଆମ୍ଭେ ଅର୍ଥାତ୍ ଯେଉଁମାନେ ଖ୍ରୀଷ୍ଟଙ୍କ ଧାର୍ମିକତାର ଦାନକୁ ଗ୍ରହଣ କରିଅଛୁ, ଏହା ଆମ୍ଭମାନଙ୍କ ପାଇଁ ସୁଦ୍ଧା ଏକ ନିରାଟ ସତ୍ୟ ଅଟେ ଖ୍ରୀଷ୍ଟଙ୍କର କ୍ରୁଶ ଅନନ୍ତ କାଳ ନିମନ୍ତେ ଆମ୍ଭମାନଙ୍କ ପରିତ୍ରାଣର ମୂଳଦୁଆ ହୋଇ ରହିଥିବ

ଶୁଭ ସମ୍ବାଦ – “ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ” (୩:୨୧-୪:୨୫)

ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ସମୟରେ, ଜଣେ ଲୋକ ପ୍ରଥମେ ସେ ଈଶ୍ୱରଙ୍କଠାରୁ ଅଲଗା ହୋଇଯାଇଥିବା ବିଷୟକୁ ଜାଣି ଉଦ୍ଧାରକାରୀ ବିଶ୍ୱାସ ନିକଟକୁ ଆସିଥାଏ କିନ୍ତୁ, ପରିଶେଷରେ, କୌଣସି ଏକ ସମୟରେ, ଏହି ବିଷୟ ସ୍ପଷ୍ଟ ହୋଇଥାଏ ଈଶ୍ୱର ଆଶ୍ଚର୍ଯ୍ୟଭାବରେ ଧୈର୍ଯ୍ୟଶୀଳ, ଦୟାଳୁ ଓ ଦୀର୍ଘସହିଷ୍ଣୁ ଅଟନ୍ତି ପୁଣି ସେ ଆମ୍ଭମାନଙ୍କୁ  ଆମ୍ଭମାନଙ୍କ ଭ୍ରଷ୍ଟ ସ୍ଵଭାବର ଏକ ପୂର୍ଣ୍ଣ ଜ୍ଞାନ ଆଡ଼କୁ କଢ଼ାଇ ନେବେ ତାହାଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ବିଦ୍ରୋହ ସ୍ୱଭାବରୁ ମନ ପରିବର୍ତ୍ତନ କଲେ ଯାଇ ଆମ୍ଭେମାନେ ସୁସମାଚାରର ଜ୍ୟୋତିଃକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବା ପରିତ୍ରାଣର ସୁସମାଚାରକୁ ସମ୍ପୂର୍ଣ୍ଣଭାବରେ ଗ୍ରହଣ କରିବା ଓ ଧନ୍ୟବାଦ ଦେବା ପୂର୍ବରୁ ପ୍ରଥମେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପରିତ୍ରାଣର ଆବଶ୍ୟକତାକୁ ଜାଣିବା ଆବଶ୍ୟକ ଅଟେ

ଆମ୍ଭେମାନେ ଯେତେବେଳେ ଖ୍ରୀଷ୍ଟିୟାନ ହେଉ, ଖ୍ରୀଷ୍ଟଙ୍କୁ ଆମ୍ଭମାନଙ୍କର “ପ୍ରଭୁ ଏବଂ ତ୍ରାଣକର୍ତ୍ତା” ସ୍ଵରୁପେ ଗ୍ରହଣ କରୁ ବୋଲି ଏହି ବାକ୍ୟାଂଶଟିର ବ୍ୟବହାର ଆମ୍ଭେମାନେ ଅଧିକାଂଶ ସମୟରେ କରିଥାଉ ଖ୍ରୀଷ୍ଟ ଆମ୍ଭମାନଙ୍କର “ତ୍ରାଣକର୍ତ୍ତା” ହୁଅନ୍ତି, ଯେତେବେଳେ ଆମ୍ଭେମାନେ ତାହାଙ୍କ ଧାର୍ମିକତାର ଦାନକୁ ଗ୍ରହଣ କରୁ ଓ ଈଶ୍ୱରଙ୍କ ସମ୍ମୁଖରେ ଆମ୍ଭେମାନେ ସଂଗେ ସଂଗେ ଧାର୍ମିକ ବୋଲି ଗଣିତ ହେଉ ଏହା ଆମ୍ଭମାନଙ୍କର “ଧାର୍ମିକୀକରଣ” ଅଟେ ତଥାପି, ଖ୍ରୀଷ୍ଟ ଆମ୍ଭମାନଙ୍କର “ପ୍ରଭୁ” ହେବା ନିମନ୍ତେ ସାଧାରଣତଃ ଆତ୍ମିକ ପରିପକ୍ୱତା, ଅର୍ଥାତ୍, ଆମ୍ଭମାନଙ୍କ “ବୃଦ୍ଧିଶୀଳ ପବିତ୍ରୀକରଣରେ” ବୃଦ୍ଧି ପାଇବାର ଏକ ଲମ୍ବା ପ୍ରକ୍ରିୟାର ଆବଶ୍ୟକ ହୋଇଥାଏ ପବିତ୍ରୀକରଣର ଅର୍ଥ ଏକ ପବିତ୍ର ଉଦ୍ଦେଶ୍ୟ ନିମନ୍ତେ ପୃଥକୀକୃତ ହେବା (ଲେବୀ. ୧୧:୪୪) ଈଶ୍ୱରଙ୍କ କ୍ରୋଧରୁ ଉଦ୍ଧାର ପାଇବା ମୂହୁର୍ତ୍ତରେ ଖ୍ରୀଷ୍ଟ ଆମ୍ଭମାନଙ୍କର ଉଭୟ ତ୍ରାଣକର୍ତ୍ତା ଓ ପ୍ରଭୁ (ଆମ୍ଭମାନଙ୍କର ଧାର୍ମିକୀକରଣ କିମ୍ବା “ ସ୍ଥିତିଗତ ପବିତ୍ରୀକରଣ”) ହୁଅନ୍ତି ଆମ୍ଭମାନଙ୍କଠାରେ ପବିତ୍ରୀକରଣର ବିଷୟ ଆଣିବାକୁ ଈଶ୍ୱର ଆମ୍ଭମାନଙ୍କ ମଧ୍ୟରେ ଓ ଆମ୍ଭମାନଙ୍କ ଦ୍ୱାରା କାର୍ଯ୍ୟ ଆରମ୍ଭ କରିଛନ୍ତି ସେସବୁ ସତ୍ତ୍ବେ, ଜଗତରେ ଥିବା ସମୟରେ ଆମ୍ଭେମାନେ କଦାପି ସମ୍ପୂର୍ଣ୍ଣ ପବିତ୍ରତାରେ ପହଞ୍ଚି ପାରିବା ନାହିଁ ଆମ୍ଭମାନଙ୍କର ପବିତ୍ରୀକରଣ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କାଳରେ ହୋଇଥାଏ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ, ଆମ୍ଭେମାନେ ପବିତ୍ରୀକୃତ ହେଉଅଛୁ ଓ ଆମ୍ଭେମାନେ ପବିତ୍ରୀକୃତ ହେବା

ପରିତ୍ରାଣର ଏହି ଦୁଇଟି ଦିଗକୁ ଦ୍ୱନ୍ଦ ମଧ୍ୟକୁ ନ ନେବା ଗୁରୁତ୍ୱପୂର୍ଣ୍ଣ ଅଟେ ଆତ୍ମିକ ଜୀବନରେ ବୃଦ୍ଧି ପାଇବା ଓ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାର ଏକ ଜୀବନ ଯାପନ କରିବା ହେଉଛି ପ୍ରଗତିଶୀଳ  ପବିତ୍ରୀକରଣ ତଥାପି, ଯଦି ଆମ୍ଭେମାନେ ପ୍ରଗତିଶୀଳ  ପବିତ୍ରୀକରଣ ସହିତ ଧାର୍ମିକୀକରଣକୁ ଭୁଲ୍ ବୁଝିବା, ତେବେ ସହଜରେ ପରିତ୍ରାଣ ସହିତ ଉତ୍ତମ କାର୍ଯ୍ୟକୁ ଯୋଡ଼ି ଦେବାର ସମ୍ଭାବନା ରହିଛି[40] ଆଉ ବାସ୍ତବରେ, ଅନେକ ସମୟରେ ମଣ୍ଡଳୀ ଗୁଡ଼ିକରେ ଏହି ପ୍ରକାର ମନୋଭାବ ଦେଖିବାକୁ ମିଳେ ଖ୍ରୀଷ୍ଟୀୟ ଜୀବନ ଓ ବିଶ୍ୱାସରେ ବୃଦ୍ଧି ପାଇବା ହେଉଛି ଏକ ପ୍ରମାଣ ଯେ ଆମ୍ଭମାନଙ୍କର ପରିତ୍ରାଣ ସମୟରେ ଖ୍ରୀଷ୍ଟ ଆମ୍ଭମାନଙ୍କ ଜୀବନର ଉଭୟ ତ୍ରାଣକର୍ତ୍ତା ଓ ପ୍ରଭୁ ହୋଇଛନ୍ତି

 

ତୃତୀୟ ପାଠ: ପାପର ସମସ୍ୟା (:୧୮-:୨୦)

 

ଏହି ବୃହତ୍ ଅଂଶ (୧:୧୮-୩:୨୦) ରେ ପାଉଲଙ୍କର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଉଭୟ ବିଜାତୀ ଓ ଯିହୂଦୀମାନେ ଯେ ସମାନ ସ୍ଥିତିରେ ଅଛନ୍ତି, ତାହା ସ୍ପଷ୍ଟ କରିବା; ଉଭୟେ ଈଶ୍ୱରଙ୍କ କ୍ରୋଧର ଅଧୀନରେ ଅଛନ୍ତି ସକାରାତ୍ମକ ଭାବରେ କହିବାକୁ ଗଲେ, ଏହି ବିଭାଗ ପାଉଲଙ୍କର ଏହି ଉକ୍ତିକୁ ସମର୍ଥନ କରେ ଯେଈଶ୍ୱରଙ୍କର ଧାର୍ମିକତା” କେବଳ “ବିଶ୍ୱାସରୁ ବିଶ୍ୱାସ ଠାରୁ ଆସିଥାଏ ପାପ ସକାଶୁ, ମନୁଷ୍ୟଜାତି ନିକଟରେ କୈଣସି ଧାର୍ମିକତା ନାହିଁ, ଯାହା ଦ୍ୱାରା ସେମାନେ ଈଶ୍ୱରଙ୍କ ଛାମୁରେ ନିର୍ଦ୍ଦୋଷ ବୋଲି ଠିଆ ହୋଇପାରିବେ ଏହା ବିଜାତୀୟ ଦେବପୂଜକ (୧:୧୮-୩୨), ଆତ୍ମ-ଧାର୍ମିକ (୨:୧-୧୬) କିମ୍ବା ଭକ୍ତ ଯିହୂଦୀ (୨:୧୭-୩:୮) ନୀତିବାଦୀମାନଙ୍କ ନିମନ୍ତେ ସତ୍ୟ ଅଟେ ଏହି ସମ୍ପୂର୍ଣ୍ଣ ଅନୁଚ୍ଛେଦରେ ପାପ ହେଉଛି ମନୁଷ୍ୟର ଗର୍ବ – ଏହା ହେଉଛି ମୌଳିକ ପାପ ଯାହା ଈଶ୍ୱରଙ୍କ ସ୍ଥାନ ନେଇଥାଏ ଆଉ ଗର୍ବର ସ୍ୱଭାବିକ ପରିଣାମ ଅକୃତଜ୍ଞତା ଅଟେ ତହିଁର ଫଳ ଏକ ଭ୍ରଷ୍ଟ ମନଭାବ ଅଟେକାରଣ ସେମାନେ ପରମେଶ୍ଵରଙ୍କୁ ଜାଣି ତାହାଙ୍କୁ ପରମେଶ୍ଵର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା” (୧:୨୧)

ପାଉଲ ପ୍ରଥମେ ୧:୧୮-୩୨ ରେ ବିଜାତୀୟ ଦେବପୂଜକମାନଙ୍କୁ କହନ୍ତି ସେ କହନ୍ତି ଯେ ଯଦିଓ ସେମାନେ ମୋଶାଙ୍କର ଲିଖିତ ବ୍ୟବସ୍ଥା ପାଇ ନାହାନ୍ତି, ତଥାପି ସେମାନେ ଉତ୍ତରଦାୟୀ ଅଟନ୍ତି ଏହାର କାରଣ ହେଉଛି ଯେ ସେମାନେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟ ଅଟନ୍ତି, ତେଣୁ ଚତୁର୍ଦ୍ଦିଗରେ ଥିବା ସୃଷ୍ଟି ଓ ସେମାନଙ୍କର ନିଜ ବିବେକ ଉଭୟ ସେମାନଙ୍କୁ ଈଶ୍ୱରଙ୍କୁ ଜାଣିବା ପାଇଁ ଏକ ସାମର୍ଥ୍ୟ ପ୍ରଦାନ କରେ ଓ ଏହି ଗୁଣ ସହିତ ସେମାନେ ଜନ୍ମ ହୋଇଅଛନ୍ତି ଏହା ସମସ୍ତ ମନୁଷ୍ୟଜାତି ପାଇଁ ସତ୍ୟ ଅଟେ ସନ୍ଦେହ ନାହିଁ, ଯିହୂଦୀମାନେ ପାଉଲଙ୍କର ଏହି ଅଂଶ ଶୁଣି ବହୁ ମାତ୍ରାରେ ଏକମତ ହେବେ ସେମାନେ ସର୍ବଦା ଈଶ୍ୱରଙ୍କ ନିୟମ ବାହାରେ ଥିବା ଲୋକମାନଙ୍କୁ ବିଜାତୀ ଅର୍ଥାତ ପାପୀ ଭାବରେ ଦେଖୁଥିଲେ ଅତଏବ, ସେମାନେ ସମ୍ମତ ହେବେ ଯେ ବିଜାତୀୟମାନେ ଦଣ୍ଡାଜ୍ଞା ପ୍ରାପ୍ତ ଅଟନ୍ତି ତଥାପି, ସେମାନେ ଆପଣାକୁ ଦଣ୍ଡାଜ୍ଞା ପ୍ରାପ୍ତ ବୋଲି ବିଶ୍ୱାସ କରୁ ନ ଥିଲେ, କାରଣ ସେମାନଙ୍କ ନିକଟରେ ଅବ୍ରହାମଙ୍କ ନିୟମ, ମୋଶାଙ୍କର ବ୍ୟବସ୍ଥା ଏବଂ ନିୟମ ଥିଲା ତେଣୁ କେବଳ ମୋଶାଙ୍କର ବ୍ୟବସ୍ଥା ପାଳନ କରି, ବଳି ଉତ୍ସର୍ଗ କରି ସେମାନେ ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟରେ ରହିଯିବେ ବୋଲି ଚିନ୍ତା କରୁଥିଲେ କିନ୍ତୁ ତା’ପରେ ପାଉଲ ୨:୧-୩:୮ ରେ ନୀତିବାଦୀ ଓ ଧର୍ମପରାୟଣ ଯିହୂଦୀମାନଙ୍କୁ କହୁଛନ୍ତି ଯେ ସେମାନେ ବିଜାତୀ ପାପୀମାନଙ୍କଠାରୁ କୈଣସି ଭାବରେ ଭିନ୍ନ ନୁହନ୍ତି

ବିଜାତୀ ଓ ଯିହୂଦୀମାନଙ୍କୁ ଯଥାର୍ଥ ଭାବରେ ସୁସମାଚାର ବୁଝାଇବା ପାଇଁ ପାଉଲଙ୍କୁ ସୁସମାଚାର ସମ୍ବନ୍ଧରେ ପ୍ରତ୍ୟେକ ଗୋଷ୍ଠୀ କିପରି ସମ୍ପୃକ୍ତ, ତାହା ଯତ୍ନର ସହିତ ବୁଝାଇବାକୁ ପଡ଼ିଥିଲା ସେଥିରେ, ସେ ତାହା ଶେଷ କଲା ପରେ, ସେ ଏହି ସବୁକୁ ଏକ ସଂକ୍ଷିପ୍ତ ଉକ୍ତିରେ ସାରାଂଶ କରୁଛନ୍ତି: “କାରଣ ଯିହୂଦୀ ଓ ଗ୍ରୀକ୍ ସମସ୍ତେ ଯେ ପାପର ଅଧୀନ, ଆମ୍ଭେମାନେ ପୂର୍ବରେ ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ” (୩:୯) ଓ ପୁଣି ଥରେ, “କାରଣ ସେଠାରେ କୌଣସି ପ୍ରଭେଦ ନାହିଁ; ସମସ୍ତେ ତ ପାପ କରିଅଛନ୍ତି ଓ ଈଶ୍ୱରଙ୍କ ଗୌରବରହିତ ହୋଇଅଛନ୍ତି” (୩:୨୩) ଖ୍ରୀଷ୍ଟଙ୍କ ଧାର୍ମିକତାର ଉଦ୍ଧାରକାରୀ ଦାନ ବାହାରେ, କୌଣସି ଲୋକ ଧାର୍ମିକ ନୁହନ୍ତି, ଯିହୂଦୀ ହେଉ କି ବିଜାତୀ ହେଉ, ଏପରିକି ଜଣେ ମଧ୍ୟ ନୁହେଁ (୩:୧୦)

ଉଭୟ ବିଜାତୀ ଓ ଯିହୂଦୀ ଲୋକମାନଙ୍କ ସହିତ ଈଶ୍ୱରଙ୍କ ସମ୍ପର୍କକୁ ଗୁରୁତ୍ଵ ଦେଇ ଏହି ପରିବର୍ଦ୍ଧିତ ଅନୁଚ୍ଛେଦର ରୂପରେଖ କରାଯାଇଛି

୧:୧୮  ପ୍ରସଙ୍ଗ: ବିଜାତୀ ଓ ଯିହୂଦୀମାନଙ୍କର ଅଧାର୍ମିକ ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ

୧:୧୯-୩୨ ବିଜାତୀୟ ଦେବପୂଜକମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ ବିଚାର

      :୧୯-୨୧କ  ଈଶ୍ୱରଙ୍କ ବିଚାରର କାରଣ

      :୨୧ଖ-୩୨ ଈଶ୍ୱରଙ୍କ ବିଚାରର ଫଳ

୨:୧-୩:୮ ନୀତିବାଦୀ ଓ ନୈଷ୍ଠିକ ଯିହୂଦୀମାନଙ୍କ ଉପରେ ଈଶ୍ୱରଙ୍କ ବିଚାର

      :-୧୬ ଈଶ୍ୱରଙ୍କ ବିଚାରର ନିରପେକ୍ଷତା  

      :୧୭-୨୯ ଈଶ୍ୱରଙ୍କର ସମ୍ଭ୍ରମ କରିବାରେ ଯିହୂଦୀମାନଙ୍କର ବିଫଳତା

      :- ଈଶ୍ୱରଙ୍କ ବିଚାରର ଯଥାର୍ଥତା

୩:୯-୨୦ ଉପସଂହାର: ବିଜାତୀ କି ଯିହୂଦୀ, କେହି ଧାର୍ମିକ ନୁହନ୍ତି

ଦେବପୂଜକ ବିଜାତୀମାନଙ୍କ ବିରୁଦ୍ଧରେ ପରମେଶ୍ଵରଙ୍କ କ୍ରୋଧ (:୧୮-୩୨)

୧୮ ପଦ

୧୮ ପଦ ଏହି ପୂରା ଶିକ୍ଷାର ପ୍ରସଙ୍ଗ ପଦ ଅଟେଈଶ୍ୱରଙ୍କ କ୍ରୋଧ” “ଈଶ୍ୱରଙ୍କ ଧାର୍ମିକତା” (୧:୧୭) ସଦୃଶ ବର୍ତ୍ତମାନ ସୁଦ୍ଧାପ୍ରକାଶିତ ହେଉଅଛି” ବୋଲି କହିବା ଦ୍ୱାରା ଏହାର ଆରମ୍ଭ ହୋଇଅଛି ଅଧାର୍ମିକତା ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ କାରଣ ହେଉଛି ଯେ ଈଶ୍ୱରଙ୍କ ଧାର୍ମିକତା ଆମ୍ଭମାନଙ୍କର ପ୍ରୟୋଜନ ଅଟେ ତାହାଙ୍କର ଧାର୍ମିକତା ଆମ୍ଭମାନଙ୍କୁ ତାହାଙ୍କ କ୍ରୋଧରୁ ଉଦ୍ଧାର କରେ ସାଧାରଣତଃ, ଈଶ୍ୱରଙ୍କ କ୍ରୋଧ ଶେଷ ସମୟର ଦଣ୍ଡକୁ ବୁଝାଏ (୨:୫), କିନ୍ତୁ ଏହି ଅଂଶରେ, ପାଉଲ କହନ୍ତି ଯେ ଏହା ସ୍ପଷ୍ଟ ଭାବରେ ବର୍ତ୍ତମାନ ସମ୍ବନ୍ଧୀୟ ଅଟେ ଶେଷ ଦିନରେ ଈଶ୍ୱର ଅନୁତାପ କରି ନ ଥିବା ସବୁ ପାପୀମାନଙ୍କ ଉପରେ ଆପଣା କ୍ରୋଧ ଢାଳିଦେବେ, କିନ୍ତୁ, ବର୍ତ୍ତମାନ ଈଶ୍ୱର ଅଧାର୍ମିକମାନଙ୍କୁ , ଅର୍ଥାତ୍, ଯେଉଁମାନେ ପ୍ରକୃତି (ସୃଷ୍ଟି) କିମ୍ବା ସ୍ୱତନ୍ତ୍ର ପ୍ରକାଶନ (ପୂରାତନ ନିୟମ) ମାଧ୍ୟମରେ ସେ ଦେଇଥିବା ଜ୍ଞାନକୁ ଅଗ୍ରାହ୍ୟ କରନ୍ତି, ସେମାନଙ୍କୁ ଆଜି ମଧ୍ୟ ଦଣ୍ଡ ଦିଅନ୍ତି         

ଈଶ୍ୱରଙ୍କ କ୍ରୋଧ” ପ୍ରକାଶିତ ହେବାର କାରଣ ହେଉଛି ଯେ ଈଶ୍ୱରଙ୍କ ବିଷୟକ “ସତ୍ୟତାସେମାନଙ୍କର ଅଧାର୍ମିକତା ଦ୍ୱାରାଦମନ” କରାଯାଇଛି ସେମାନେ ଯେଉଁ ପ୍ରକାରେ ସେମାନଙ୍କର ଅଧାର୍ମିକତାକୁ ଦେଖାନ୍ତି, ତାହା ସତ୍ୟତାକୁ ଦମନ କରିବା ସଦୃଶ[41]ଦମନ କରିବା” କ୍ରିୟାର ଅର୍ଥ ହେଉଛି ଲୁଚାଇବା କିଅବା ଅଗ୍ରାହ୍ୟ କରିବା ଦ୍ୱାରା କୌଣସି ବିଷୟର ସତ୍ୟତାକୁ ପ୍ରତିରୋଧ କରିବା ଅର୍ଥାତ୍, ସତ୍ୟକୁ ଦମନ କରିବା ପାଇଁ ଜଣକର ସତ୍ୟତା ସମ୍ବନ୍ଧରେ କିଛି ଜ୍ଞାନ ରହିବା ଆବଶ୍ୟକ ଏହା ବିଶେଷକରି ସେମାନଙ୍କ ନିମନ୍ତେ ଯେଉଁମାନେ ସୁସମାଚାର ଶୁଣନ୍ତି ଓ ତାପରେ ଅଗ୍ରାହ୍ୟ କରନ୍ତି, ସେମାନଙ୍କର ମାମଲା ଅଟେ (୩:୧୭-୨୧) କିନ୍ତୁ, ଯେପରି ଆମ୍ଭେମାନେ ଦେଖିବା, ଏହା ସୁସମାଚାର ଶୁଣି ନ ଥିବା ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ ସତ୍ୟ ଅଟେ ପାଉଲ ଏହାକୁ ସ୍ପଷ୍ଟ କରନ୍ତି ଯେ ବିଜାତୀୟମାନଙ୍କଠାରେ ଈଶ୍ୱରଙ୍କର ଜ୍ଞାନ ନାହିଁ (୧୯, ୨୧, ୩୨ ପଦ)

ଯେପରି ଗୀତ ରଚକ ଲେଖନ୍ତି:

ମୂଢ଼ ମନେ ମନେ କହିଅଛି, ପରମେଶ୍ୱର ନାହାନ୍ତି

ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି;

ସୁକର୍ମକାରୀ କେହି ନାହିଁ (ଗୀତ. ୧୪:)

 

ଭାବବାଦୀ ଯିଶାଇୟ ମଧ୍ୟ ଲେଖନ୍ତି:

ଯେଉଁମାନେ ମନ୍ଦକୁ ଭଲ

ଭଲକୁ ମନ୍ଦ ବୋଲି କୁହନ୍ତି;

ଯେଉଁମାନେ ଅନ୍ଧାକାରକୁ ଆଲୁଅ

ଆଲୁଅକୁ ଅନ୍ଧକାର ବୋଲି ମନେ କରନ୍ତି

ଯେଉଁମାନେ ତିକ୍ତକୁ ମିଷ୍ଟ

ମିଷ୍ଟକୁ ତିକ୍ତ ବୋଲି ମନେ କରନ୍ତି, ସେମାନେ ସନ୍ତାପର ପାତ୍ର ! (ଯିଶାଇୟ :୨୦)

ଯଦିଓ ଏହି ଅଂଶଟି ପ୍ରାଥମିକ ଭାବରେ ବିଜାତୀୟମାନଙ୍କୁ ଲକ୍ଷ୍ୟକରି କୁହାଯାଇଛି, ତଥାପି ଏହା ଯିହୂଦୀମାନଙ୍କ ସହିତ ଈଶ୍ୱରଙ୍କୁ ଅଗ୍ରାହ୍ୟ କରୁଥିବା ସମସ୍ତଙ୍କ ନିମନ୍ତେ ଲେଖାଯାଇଛି

ସ୍ୱତନ୍ତ୍ର ପ୍ରସଙ୍ଗ: ଈଶ୍ୱରଙ୍କ କ୍ରୋଧ ଓ ଈଶ୍ୱରଙ୍କ ପ୍ରେମ

ଆମ୍ଭେମାନେ ଈଶ୍ୱରଙ୍କ କ୍ରୋଧ ସହିତ ଆମ୍ଭମାନଙ୍କ ନିମନ୍ତେ କ୍ରୁଶ ଉପରେ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ପ୍ରକାଶିତ ହୋଇଥିବା ଈଶ୍ୱରଙ୍କ ପ୍ରେମକୁ କିପରି ସମ୍ମିଳିତ କରିବା? ଏହି ପଦ ଓ ନୂତନ ନିୟମର ଅନ୍ୟ ଅନୁଚ୍ଛେଦ ଗୁଡ଼ିକରୁ ଏହା ସ୍ପଷ୍ଟ ଯେ ଆମ୍ଭେମାନେ କଦାପି ଏହାର ଗଭୀରତାକୁ ନ୍ୟୁନ କରିବା ଉଚିତ ନୁହେଁ ଈଶ୍ୱରଙ୍କ ପ୍ରେମ ସଦୃଶ, ଈଶ୍ୱରଙ୍କ କ୍ରୋଧ ଭାବପ୍ରବଣତାକୁ ଯୋଗ କରେ ଓ ସେଥିରେ ତାହାଙ୍କ ଆବେଗର ଅଭାବ ନ ଥାଏ

ଈଶ୍ୱରଙ୍କ କ୍ରୋଧ ବୁଝାଇବା ପାଇଁ, ସର୍ବ ପ୍ରଥମେ ଏହା କ’ଣ ନୁହେଁ, ତାହା ବୁଝାଇବା ଅଧିକ ସହାୟକ ହେବ ଆମ୍ଭେମାନେ କଦାପି ମନୁଷ୍ୟର କ୍ରୋଧକୁ ଈଶ୍ୱରଙ୍କ କ୍ରୋଧ ସହିତ ସମାନ କରିବା ଉଚିତ ନୁହେଁ ଈଶ୍ୱର ଆପଣାର ମାନସିକ ସ୍ଥିତିକୁ ହରାନ୍ତି ନାହିଁ ତାହାଙ୍କର କ୍ରୋଧ ଅନ୍ଧ ଉତ୍ତେଜନା ନୁହେଁ ବରଂ, ଏହା ଏକ ପବିତ୍ର ଓ ଧାର୍ମିକ ଈଶ୍ୱରଙ୍କର ସଂକଳ୍ପବଦ୍ଧ ଇଚ୍ଛା ଓ ଗଭୀର ଆନ୍ତରିକ ଭାବନା ସେସବୁ ପ୍ରତି ଯାହା ତାହାଙ୍କୁ ଅପମାନିତ କରିଛି, ତାହାଙ୍କ ବିରୁଦ୍ଧରେ ବିଦ୍ରୋହ କରିଛି ଏବଂ ତାହାଙ୍କୁ ପ୍ରଶ୍ନ କରିଛି ଏଥିରେ ତାହାଙ୍କର ଇଚ୍ଛା, ଓ ତାହାଙ୍କର ଭାବପ୍ରବଣତା ଜଡ଼ିତ ଅଛି ଏବଂ ଏହାର ଫଳ ବିଚାର, ଦଣ୍ଡାଜ୍ଞା ଓ ମୃତ୍ୟୁ ଅଟେ କିନ୍ତୁ, ଏହା ଈଶ୍ୱରଙ୍କ ‘ଦ୍ୱିତୀୟ’ ଗୁଣ ଅଟେ “ଈଶ୍ୱରଙ୍କ ପ୍ରେମ” (୧ ଯୋହନ ୪:୮,୧୬) ସମ୍ବନ୍ଧରେ ଆମ୍ଭେମାନେ ଯେ ପ୍ରକାରେ କହିଥାଉ, ‘ଈଶ୍ୱରଙ୍କ କ୍ରୋଧ’ ସମ୍ବନ୍ଧରେ ଆମ୍ଭେମାନେ ସେପରି କହିପାରିବା ନାହିଁ ଈଶ୍ୱର ଆପଣା ପ୍ରକୃତିରେ ପ୍ରେମ ସ୍ୱରୂପ ଅଟନ୍ତି କିନ୍ତୁ କ୍ରୋଧ ତାହାଙ୍କର ପ୍ରକୃତି ନୁହେଁ ଏହା ପରିବର୍ତ୍ତେ, ସେ ବିଦ୍ରୋହ ବିରୁଦ୍ଧରେ କ୍ରୋଧରେ ପ୍ରତିକ୍ରିୟା ପ୍ରକାଶ କରନ୍ତି ତେଣୁ, ଏହା ମନୁଷ୍ୟର ପାପ  ଓ ଶୟତାନିକ ଶକ୍ତି ପ୍ରତି ଏକ ପ୍ରତିକ୍ରିୟା, ଯାହା ଆପଣାର ବହିର୍ଭୂତ ବିଷୟ ଅଟେ ଏଣୁ ଯଦି ପାପ କିମ୍ବା ଦୁଷ୍ଟତା ନାହିଁ, ତେବେ ପରମେଶ୍ଵରଙ୍କ କ୍ରୋଧ ନାହିଁ[42]

ପ୍ରେମରେ [ଦଣ୍ଡ, ଈଶ୍ୱରଙ୍କ କ୍ରୋଧ] ର ଭୟ ନ ଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ଦୂର କରେ କାରଣ ଭୟ ଦଣ୍ଡ ସହିତ ସଂଯୁକ୍ତ, ଆଉ ଯେ ଭୟ କରେ, ସେ ପ୍ରେମରେ ସିଦ୍ଧ ନୁହେଁ (୧ ଯୋହନ ୪:୧୮)

ମୋ ପାପ ସକାଶୁ, ମୁଁ ଯେପରି, ସେହିପରି ଥିବା ସକାଶୁ, ଈଶ୍ୱର କ୍ରୋଧରେ ମୋ' ପ୍ରତି ପ୍ରତିକ୍ରିୟା ପ୍ରକାଶ  କରନ୍ତି ଆଉ ମଧ୍ୟ ସେ ପ୍ରେମରେ ପ୍ରତିକ୍ରିୟା ପ୍ରକାଶ କରନ୍ତି, ମୁଁ ଯେପରି, ସେହିପରି ଥିବା ସକାଶୁ ନୁହେଁ, ମାତ୍ର ତାହାଙ୍କର ବ୍ୟକ୍ତିତ୍ୱ ସକାଶୁ ବିଦ୍ରୋହକାରୀ ପାପୀ ବିରୁଦ୍ଧରେ ଈଶ୍ୱର “କ୍ରୋଧ ଓ କୋପ” (୨:୮) ରେ ପ୍ରତିକ୍ରିୟା ପ୍ରକାଶ କରନ୍ତି[43] ଆପଣଙ୍କ ଓ ମୋ ପାପ ପାଇଁ କ୍ରୁଶ ଉପରେ ମୃତ୍ୟୁଭୋଗ କରୁଥିବା ସମୟରେ ଖ୍ରୀଷ୍ଟ ଈଶ୍ୱରଙ୍କ କ୍ରୋଧର ପାନପାତ୍ରକୁ ନିଗାଡ଼ି ଦେଲେ (ମାଥିଉ ୨୬:୩୯), ଯେପରି ଆମ୍ଭେମାନେ ତାହାଙ୍କ କ୍ରୋଧକୁ ଆସ୍ୱାଦନ ନ କରୁ (୧୪:୯-୧୦) ଆମ୍ଭମାନଙ୍କର ପାପ ଆମ୍ଭମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ ଓ କୋପ ଦାବି କରିଥିଲା, କିନ୍ତୁ ସେ ତାହା ଆପଣା ପୁତ୍ରଙ୍କ ଉପରେ ଢାଳି ଦେଲେ କ୍ରୁଶ ଉପରେ, ଖ୍ରୀଷ୍ଟ ଆପଣା ଉପରେ କେବଳ ଆମ୍ଭମାନଙ୍କର ପାପକୁ ନେଇ ନ ଥିଲେ, କିନ୍ତୁ ଆମ୍ଭମାନଙ୍କ ପାପର ଦଣ୍ଡକୁ ମଧ୍ୟ ନେଇଥିଲେ ପାଉଲ କ୍ରୁଶର ଅର୍ଥକୁ ବର୍ଣ୍ଣନା କରୁଛନ୍ତି, ଯେତେବେଳେ ସେ ଲେଖୁଛନ୍ତି ଯେ “ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଧାର୍ମିକତା ସ୍ୱରୂପ ହେଉ” (୨ କରିନ୍ଥୀୟ ୫:୨୧)

ଯୀଶୁ ଆମ୍ଭମାନଙ୍କ ସକାଶେ ଈଶ୍ୱରଙ୍କ କ୍ରୋଧର ପାନପାତ୍ରକୁ ପାନ କଲେ, ଯେପରି ସେ ଆମ୍ଭମାନଙ୍କୁ ଈଶ୍ୱରଙ୍କ ଆଶୀର୍ବାଦ ଓ ସହଭାଗିତାର ପାତ୍ରକୁ ଦେଇପାରିବେ ଆମ୍ଭେମାନେ ପାଇବାକୁ ଯୋଗ୍ୟ ଥିବା କ୍ରୋଧର ପାତ୍ର ଆମ୍ଭମାନଙ୍କଠାରୁ ନିଆଗଲା ଓ ଈଶ୍ୱରଙ୍କ ପୁତ୍ରଙ୍କୁ ଦିଆଗଲା ତଥାପି ଏହା ମହାବିନିମୟର ଅର୍ଦ୍ଧେକ ମାତ୍ର ଖ୍ରୀଷ୍ଟ, ତାହାଙ୍କର ନିଜ ପ୍ରେମରେ ମଧ୍ୟ ଆମ୍ଭମାନଙ୍କୁ ଧାର୍ମିକତା ପ୍ରଦାନ କଲେ[44] ଯେତେବେଳେ ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ସହ ମିଳିତ ହେଉ, କ୍ରୋଧ ପରିବର୍ତ୍ତେ, ଆମ୍ଭେମାନେ ଈଶ୍ୱରଙ୍କ ସହିତ ଅନନ୍ତ ସହଭାଗିତା ପାଉଅଛୁ ଏହି ମହାବିନିମୟ ଉପରେ ଧ୍ୟାନ ଓ ଚିନ୍ତା କରିବାର ଫଳ ଆମ୍ଭମାନଙ୍କ ନିଜର ଆଶୀର୍ବାଦ ବଚନ ହେବା ଉଚିତ

ଯେତେବେଳେ ମୁଁ ଏ ସବୁ ବିଷୟରେ ଚିନ୍ତା କରେ, ମୁଁ ଆଣ୍ଠୋଇ ପଡ଼ି ପିତା, ଯେ କି ସ୍ୱର୍ଗ ଓ ପୃଥିବୀର ସମସ୍ତ ବିଷୟର ସୃଷ୍ଟିକର୍ତ୍ତା, ତାହାଙ୍କ ନିକଟରେ ପ୍ରାର୍ଥନା କରେ ମୁଁ ପ୍ରାର୍ଥନା କରୁଅଛି ଯେ ତାହାଙ୍କର ଗୌରବମୟ ଅସୀମ ସମ୍ବଳରୁ ସେ ତାହାଙ୍କ ଆତ୍ମାଙ୍କ ଦ୍ୱାରା ଆପଣଙ୍କୁ ଅନ୍ତର୍ନିହିତ ଶକ୍ତିରେ ବଳବାନ୍ କରିବେ ତାପରେ ଆପଣ ତାହାଙ୍କଠାରେ ବିଶ୍ୱାସ କଲେ, ଖ୍ରୀଷ୍ଟ ଆପଣଙ୍କ ହୃଦୟରେ ଆପଣା ବାସସ୍ଥାନ କରିବେ ଈଶ୍ୱରଙ୍କ ପ୍ରେମ ଭିତରକୁ ଆପଣଙ୍କ ମୂଳ ବୃଦ୍ଧି ପାଇବ ଓ ଆପଣଙ୍କୁ ଦୃଢ଼ କରିବ ଆଉ ଯେପରି ଈଶ୍ୱରଙ୍କ ସମସ୍ତ ଲୋକ ବୁଝିବା ଉଚିତ, ସେପରି ତାହାଙ୍କର ପ୍ରେମ ଯେ କେତେ ପ୍ରଶସ୍ତ, କେତେ ଦୀର୍ଘ, କେତେ ଉଚ୍ଚ ଓ କେତେ ଗଭୀର, ତାହା ଆପଣ ବୁଝିବାକୁ ଶକ୍ତି ପ୍ରାପ୍ତ ହେବେ ଆପଣ ଖ୍ରୀଷ୍ଟଙ୍କର ପ୍ରେମକୁ ଅନୁଭବ କରନ୍ତୁ, ଯଦିଓ ଏହା ସମ୍ପୂର୍ଣ୍ଣ ଭାବରେ ବୁଝିବା ଅତି ମହାନ୍ ବିଷୟ ତାପରେ ଆପଣମାନେ ଈଶ୍ୱରଙ୍କ ନିକଟରୁ ଆସୁଥିବା ଜୀବନର ସମସ୍ତ ପୂର୍ଣ୍ଣତା ଓ ଶକ୍ତି ସହିତ ସମ୍ପୂର୍ଣ୍ଣ ହେବେ          

ଯେଉଁ ଈଶ୍ୱର ଆମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିପାରନ୍ତି, ଯୁଗେ ଯୁଗେ ପୁରୁଷାନୁକ୍ରମେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତାହାଙ୍କର ଗୌରବ ହେଉ! ଆମେନ୍ (ଏଫିସୀୟ ୩:୧୪-୨୧)

ପୂରାତନ ଓ ନୂତନ ନିୟମର ସାଧାରଣ ଭୁଲ୍ ବୁଝାମଣା

ଏହା ଏକ ସାଧାରଣ ମତ, ଏପରି କି କେତେକ ଖ୍ରୀଷ୍ଟିୟାନ ପ୍ରଚାରମାନଙ୍କ ମଧ୍ୟରେ ସୁଦ୍ଧା ଏହି ଚିନ୍ତାଧାରା ରହିଅଛି, ଯେ ପୂରାତନ ନିୟମରେ ଈଶ୍ୱର ଏକ କ୍ରୋଧ ଓ କୋପର ଈଶ୍ୱର, କିନ୍ତୁ ନୂତନ ନିୟମରେ ଈଶ୍ୱର ପ୍ରେମର ଈଶ୍ୱର ଅଟନ୍ତି ଏହାର ଗୋଟିଏ କାରଣ ହେଉଛି ଯେ ପୂରାତନ ନିୟମର ଈଶ୍ୱର ଆପଣା ଲୋକମାନଙ୍କ ସହ ଦୁର୍ଭିକ୍ଷ, ମହାମାରୀ, ଅବରୋଧ, ଯୁଦ୍ଧ ଓ ବଧ ଭଳି ଜାଗତିକ ଭାବରେ ବ୍ୟବହାର କରୁଥିଲେ କିନ୍ତୁ, ନୂତନ ନିୟମରେ ଈଶ୍ୱରଙ୍କ ପ୍ରେମ ଉପରେ ଗୁରୁତ୍ଵ ରହିଥିବା ପରି ଲାଗୁଛି ସବୁଠାରୁ ଶ୍ରେଷ୍ଠ ପଦ ହେଉଛି ଯୋହନ ୩:୧୬ ସେଠାରେ ଆମ୍ଭମାନଙ୍କୁ କୁହାଯାଇଛି ଯେ ଈଶ୍ୱର ଏହି ପ୍ରକାରେ ଜଗତକୁ ପ୍ରେମ କଲେ: ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଆମ୍ଭମାନଙ୍କ ସକାଶେ ମୃତ୍ୟୁଭୋଗ କରିବା ନିମନ୍ତେ ଓ ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ପ୍ରେରଣ କଲେ ଆଉ ମଧ୍ୟ, ଯୀଶୁ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କରିବାକୁ ଓ ତାଡ଼ନା କରୁଥିବା ଲୋକମାନଙ୍କୁ କ୍ଷମା କରିବାକୁ କହିଅଛନ୍ତି ଅତଏବ, ଈଶ୍ୱରଙ୍କ ସମ୍ବନ୍ଧରେ ଏହା ଭୁଲ ବୁଝିବାକୁ ଓ ଚିନ୍ତା କରିବାକୁ ସହଜ ଯେ ପୂରାତନ ନିୟମରେ ବର୍ଣ୍ଣନା କରାଯାଇଥିବା ଈଶ୍ୱର, ନୂତନ ନିୟମରେ ପ୍ରକାଶିତ ହୋଇଥିବା ଈଶ୍ୱରଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି

ସୁତରାଂ, ଆମ୍ଭେମାନେ ଈଶ୍ୱରଙ୍କ ଅନୁଗ୍ରହ, ପ୍ରେମ ଓ ଦୟାକୁ ଗୁରୁତ୍ଵ ଦେଉଥିବା ପୂରାତନ ନିୟମର ଅନୁଚ୍ଛେଦଗୁଡ଼ିକୁ ଆଦୌ ଛାଡ଼ିଦେବାର ଉଚିତ ନୁହଁ ଆମ୍ଭମାନଙ୍କର ମନ ପରିବର୍ତ୍ତନ ପାଇଁ ଈଶ୍ୱରଙ୍କ କ୍ରୋଧ ସର୍ବଦା ବିଳମ୍ବିତ ହୁଏ ଈଶ୍ୱର ନିରନ୍ତର ଇଚ୍ଛା କରନ୍ତି ଯେ ବିଦ୍ରୋହୀ ଇସ୍ରାଏଲ ଦୁଷ୍ଟତାରୁ ଧାର୍ମିକତା ଆକୁ ଫେରୁ ଯେପରି ପୂରାତନ ନିୟମର ଭାବବାଦୀ ମୀଖା କହନ୍ତି:

ତୁମ୍ଭ ତୁଲ୍ୟ ପରମେଶ୍ୱର କିଏ? ତୁମ୍ଭେ ଅଧର୍ମ କ୍ଷମା କରିଥାଅ

ଓ ଆପଣା ଅଧିକାରର ଅବଶିଷ୍ଟାଂଶ ଲୋକଙ୍କର ଆଜ୍ଞା-ଲଙ୍ଘନର ପ୍ରତି ଉପେକ୍ଷା କରିଥାଅ;

ସେ ଚିରକାଳ ଆପଣା କ୍ରୋଧ ରଖନ୍ତି ନାହିଁ,

କାରଣ ସେ ଦୟାରେ ସନ୍ତୁଷ୍ଟ ଥାଆନ୍ତି (ମୀଖା ୭:୧୮)

ପୂରାତନ ନିୟମରେ ମଧ୍ୟ ଈଶ୍ୱରଙ୍କ ପ୍ରାଥମିକ ଦଣ୍ଡ ଅସ୍ଥାୟୀ ଭୌତିକ ଜଗତରେ ଘଟିଥିଲା, ମାତ୍ର ନୂତନ ନିୟମରେ ତାହାଙ୍କର ନ୍ୟାୟବିଚାର ଓ ଦଣ୍ଡ ଅନନ୍ତକାଳୀନ ଅଟେ ତେଣୁ, ପୂରାତନ ନିୟମର କ୍ରୋଧରୁ ନୂତନ ନିୟମର ପ୍ରେମକୁ ଯିବା ଅପେକ୍ଷା ବରଂ ଧର୍ମଶାସ୍ତ୍ରରେ ଅସ୍ଥାୟୀଠାରୁ ଅନନ୍ତ କାଳକୁ ଯିବା ସମୟରେ ଉଭୟ କ୍ରୋଧ ଓ ପ୍ରେମ ଅଧିକରୁ ଅଧିକ ଭାବରେ ପ୍ରକାଶିତ ହେଉଅଛି

କ୍ରୁଶରେ, ଈଶ୍ୱରଙ୍କ କ୍ରୋଧ ଓ ଈଶ୍ୱରଙ୍କ ପ୍ରେମର ମିଳନ ହୁଏ 

ଯଦି ଈଶ୍ୱର ଅପରାଧ ଓ ପାପକୁ ଗମ୍ଭୀର ଭାବରେ ନ ନେଇ ଅଣଦେଖା କରିଦିଅନ୍ତି, ତେବେ ସେ ପରମେଶ୍ୱର ନ୍ୟାୟବାନ୍ ଓ ଧାର୍ମିକ ହୋଇପାରିବେ ନାହିଁ ଆମ୍ଭମାନଙ୍କର ପାପ କ୍ଷମା ନିମନ୍ତେ, ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବାକୁ ହେବ ପରେ ରୋମୀୟ ପତ୍ରରେ ପାଉଲ ଏହା ଲେଖନ୍ତି:

ଈଶ୍ୱର ଆପଣା ସହିଷ୍ଣୁତାରେ ପୂର୍ବକୃତ ପାପ ସବୁ ଉପେକ୍ଷା କରିଥିବାରୁ ନିଜ ଧାର୍ମିକତା [ନ୍ୟାୟ] ପ୍ରକାଶ କରିବା ନିମନ୍ତେ ତାହା [ଯୀଶୁ]ଙ୍କୁ, ତାହାଙ୍କ ରକ୍ତରେ ବିଶ୍ୱାସ ଦ୍ୱାରା, [ପ୍ରାୟଶ୍ଚିତ୍ତ ବଳି ସ୍ୱରୂପେ] ପ୍ରଦର୍ଶନ କରିଅଛନ୍ତି, ପୁଣି ବର୍ତ୍ତମାନ କାଳରେ ଆପଣା ଧାର୍ମିକତା ପ୍ରକାଶ କରିବା ନିମନ୍ତେ ସେ ଏହା କରିଅଛନ୍ତି, ଯେପରି ସେ ସ୍ୱୟଂ ଧାର୍ମିକ ଓ ଯୀଶୁଙ୍କଠାରେ ବିଶ୍ୱାସୀକୁ ଧାର୍ମିକ ଗଣନାକାରୀ ବୋଲି ପ୍ରକାଶିତ ହୁଅନ୍ତି (୩:୨୫-୨୬)

ପୂରାତନ ନିୟମରେ ଈଶ୍ୱର ଆପଣା ନିୟମର ଲୋକମାନଙ୍କୁ ଗୋଟିଏ ବଳିଦାନ ପ୍ରଥା ଦେଇଥିଲେ ତଥାପି, ଆମ୍ଭେମାନେ ଜାଣୁ ଯେ, “ବୃଷ ଓ ଛାଗର ରକ୍ତ ପାପ ହରଣ କରିବା ଅସମ୍ଭବ ଅଟେ” (ଏବ୍ରୀ ୧୦:୪) ଅତଏବ, ଆପଣାର ଧାର୍ମିକ ନ୍ୟାୟର ସନ୍ତୁଷ୍ଟି ପାଇଁ ତାହାଙ୍କୁ ଆମ୍ଭମାନଙ୍କ ପାପର ପୂର୍ଣ୍ଣ ପ୍ରାୟଶ୍ଚିତ୍ତ ନିମନ୍ତେ ମୂଲ୍ୟ ଦେଇ (ଋଣ ପରିଶୋଧ କରି) ଏକ ପଥ ପ୍ରଦାନ କରିବାକୁ ପଡ଼ିଥିଲା (ଅପରାଧ – ମାଥିଉ ୬:୧୨ ରେ ପ୍ରଭୁଙ୍କ ପ୍ରାର୍ଥନାରେ ତୁଳନା କରନ୍ତୁ)

ସେଥିପାଇଁ, ଯେତେବେଳେ ଆମ୍ଭେମାନେ ନୂତନ ନିୟମରେ ଈଶ୍ୱରଙ୍କ ନ୍ୟାୟବିଚାର ଓ ପ୍ରେମକୁ ସମ୍ପୂର୍ଣ୍ଣ ଭାବରେ ମିଳିତ ହୋଇ କାର୍ଯ୍ୟ କରିବାର ଦେଖୁ, ସେତେବେଳେ ଆମ୍ଭେମାନେ ଉପଯୁକ୍ତ ଭାବରେ କ୍ରୁଶର ତାତ୍ପର୍ଯ୍ୟକୁ ବୁଝିପାରିବା କ୍ରୁଶ ଉପରେ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ପ୍ରତି-ବଦଳ ପ୍ରାୟଶ୍ଚିତ୍ତରେ ଈଶ୍ୱରଙ୍କ କ୍ରୋଧର ମୂଳଦୁଆ ଅଛି, ଯାହା ସମସ୍ତ ଅଧାର୍ମିକତା ଓ ଦୁଷ୍ଟତା ବିରୁଦ୍ଧରେ ଅଟେ ଆମ୍ଭେମାନଙ୍କୁ ପାନ କରିବାକୁ ଉଦ୍ଦିଷ୍ଟ ଥିବା ଈଶ୍ୱରଙ୍କ କ୍ରୋଧର ପାତ୍ରକୁ କ୍ରୁଶରେ, ଯୀଶୁ ପାନ କଲେ ସେ ମୂହୁର୍ତ୍ତର ଭୟାନକତା ଏତେ ବଡ଼ ଥିଲା ଯେ ଯୀଶୁ ତିନି ଥର ପାନପାତ୍ର ଦୂର କରିବା ନିମନ୍ତେ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଥିଲେ (ମାଥିଉ ୨୬:୩୭-୪୪ ସହିତ ଲୂକ ୨୨:୪୪ ତୁଳନା କରନ୍ତୁ)

ଈଶ୍ୱରଙ୍କ କ୍ରୋଧର ପାତ୍ର ଏକ ଦୁଃଖର ପାତ୍ର ଥିଲା (ମାଥିଉ ୨୬:୩୭-୩୮; ମାର୍କ ୧୪:୩୪), ଏହା ନିଃସଙ୍ଗତାର ଏକ ପାତ୍ର ଥିଲା; ତାହାଙ୍କ ସାଙ୍ଗରେ କେହି ନ ଥିଲେ ଓ ସେ ସମ୍ପୂର୍ଣ୍ଣ ଏକାକୀ ଥିଲେ (ମାଥିଉ ୨୬:୩୬), ଏହା ଦଣ୍ଡର ଏକ ପାତ୍ର ଥିଲା (ମାଥିଉ ୨୬:୩୯କ, ୨୭:୪୬), ଓ ଏହା ସ୍ୱଇଚ୍ଛାର ଏକ ପାତ୍ର ଥିଲା (ମାଥିଉ ୨୬:୩୯ଖ ସହିତ ଗୀତ. ୪୦:୮; ଏବ୍ରୀ ୧୯:୫-୭) ବିନିମୟରେ ଆମ୍ଭେମାନେ ଆଶୀର୍ବାଦର ପାତ୍ର ପାଇଅଛୁ; ଦୁଃଖ ପରିବର୍ତ୍ତେ ଆମ୍ଭେମାନେ ଆନନ୍ଦ ଓ ଶାନ୍ତି ପାଇଅଛୁ (ଯୋହନ ୧୪:୨୭), ନିଃସଙ୍ଗତା ପରିବର୍ତ୍ତେ, ଆମ୍ଭେମାନେ ସହଭାଗିତା ପାଇଅଛୁ (୧ ଯୋହନ ୧:୩), ଦଣ୍ଡ ପରିବର୍ତ୍ତେ ଆମ୍ଭେମାନେ କ୍ଷମା ପାଇଅଛୁ (ରୋମୀୟ ୮:୧), ଓ ଖ୍ରୀଷ୍ଟ ଇଚ୍ଛା କରିବା ହେତୁ, ଆମ୍ଭମାନଙ୍କଠାରେ ଇଚ୍ଛା ସାଧନ କରିଅଛନ୍ତି (ଫିଲିପ୍ପୀୟ ୨:୧୩)

ଯଦି ଈଶ୍ୱରଙ୍କ କ୍ରୋଧର ଗୁରୁତ୍ୱକୁ ଊଣା କରିଦେଉ, ତେବେ ଆମ୍ଭେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଗୌରବକୁ ମଧ୍ୟ ଊଣା  କରୁଅଛୁ ଯଦି ଆପଣ ଈଶ୍ୱରଙ୍କ ପ୍ରେମକୁ ଦେଖିବାକୁ ଚାହାନ୍ତି, ତେବେ କ୍ରୁଶକୁ ଦେଖନ୍ତୁ; ଯଦି ଆପଣ ଈଶ୍ୱରଙ୍କ କ୍ରୋଧକୁ ଦେଖିବାକୁ ଚାହାନ୍ତି, ତେବେ କ୍ରୁଶକୁ ଦେଖନ୍ତୁ ଯୋହନ ଆପଣାର ଏକ ପତ୍ରରେ, ଏହାକୁ ନିମ୍ନ ଲିଖିତ ପ୍ରକାରେ ବର୍ଣ୍ଣନା କରନ୍ତି:

ଆମ୍ଭେମାନେ ଯେ ଈଶ୍ୱରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ଵରୂପ କରି ପଠାଇଲେ; ଏଥିରେ ତ ପ୍ରେମ ପ୍ରକାଶ ପାଏ (୧ ଯୋହନ ୪:୧୦)

ଆଜି ଅନେକ ଲୋକ ଗ୍ରହଣ କରିବାକୁ ଚାହାନ୍ତି ନାହିଁ ଯେ ଖ୍ରୀଷ୍ଟ ଆମ୍ଭମାନଙ୍କ ସ୍ଥାନରେ ମୃତ୍ୟୁଭୋଗ କଲେ ସେମାନେ କ୍ରୁଶରେ ବିଶ୍ଵାସ କରନ୍ତି ନାହିଁ, ଯେଉଁଠାରେ ଖ୍ରୀଷ୍ଟ ଆମ୍ଭମାନଙ୍କ ପାପର ଦଣ୍ଡ ଭୋଗ କରିଥିଲେ ସେମାନେ ଦାବି କରନ୍ତି ଯେ ସେ ପ୍ରକାର ପୁରାତନ ମତ ଈଶ୍ୱରଙ୍କର ପ୍ରେମକୁ ଦେଖାଏ ନାହିଁ ଏପରି କି ଯୀଶୁଙ୍କ ସମୟରେ ମଧ୍ୟ ଲୋକମାନେ ବିଶ୍ୱାସ କରୁ ନ ଥିଲେ ସେମାନେ କ୍ରୁଶ ଦ୍ୱାରା ଏତେ ବିଘ୍ନ ପାଉଥିଲେ ଯେ ସେମାନେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଥିଲେ ଏହା ଆଜି ମଧ୍ୟ ସତ୍ୟ ଅଟେ ତଥାପି କେବଳ କ୍ରୁଶରେ ହିଁ ଆମ୍ଭେମାନେ ସମ୍ପୂର୍ଣ୍ଣ ଭାବରେ ଈଶ୍ୱରଙ୍କର ପ୍ରେମ ଓ ଈଶ୍ୱରଙ୍କର ନ୍ୟାୟ ବିଚାର ମିଳିତ ହୋଇ ସବୁଠାରୁ ମହାନ ଏକ ବିଷୟ ହାସଲ କରିବା ଦେଖୁଅଛୁ

ଈଶ୍ୱରଙ୍କ କ୍ରୋଧର କାରଣ (୧:୧୯-୨୧କ)

ଯେପରି ପୂର୍ବରୁ ଉଲ୍ଲେଖ କରାଯାଇଅଛି, ୧:୧୮ କୁ ୧:୧୮ରୁ ୩:୩୦ ମଧ୍ୟରେ ମନୁଷ୍ୟର ପାପମୟ ଅବସ୍ଥା ଉପରେ ବର୍ଣ୍ଣିତ ପୂରା ଅଂଶଟିର ଏକ ଶିରୋନାମା ବା ପ୍ରସଙ୍ଗଭାବରେ ଧରାଯାଏ ତଥାପି, ପାଉଲ ଦୁଇଟି ଭିନ୍ନ ଭିନ୍ନ ଗୋଷ୍ଠୀ, ଅର୍ଥାତ୍, ଦେବପୂଜକ ବିଜାତୀ ଓ ଆତ୍ମ-ଧାର୍ମିକ ଯିହୂଦୀ ଜାତୀକୁ କହୁଥିବା ବିଷୟକୁ ନେଇ ଏହି ଲମ୍ବା ଅଂଶ ବିଶେଷକୁ ଭାଗ କରୁଛନ୍ତି ୧:୧୮-୩୨ରେ, ପାଉଲ ପ୍ରାଥମିକ ଭାବରେ, ଈଶ୍ୱରଙ୍କ ସ୍ୱତନ୍ତ୍ର ପ୍ରକାଶନ, ଅର୍ଥାତ୍, ସୁସମାଚାର ଶୁଣି ନ ଥିବା ଦେବପୂଜକ ବିଜାତୀମାନଙ୍କୁ ଦର୍ଶାଉଛନ୍ତି

୧୮ ପଦର ଶେଷରେ ହିଁ ପାଉଲ ଆମ୍ଭମାନଙ୍କୁ  କହୁଛନ୍ତି ଯେ ଈଶ୍ୱରଙ୍କ କ୍ରୋଧ “ଯେଉଁମାନେ ସେମାନଙ୍କର ଅଧାର୍ମିକତା ଦ୍ୱାରା ସତ୍ୟକୁ ପ୍ରତିରୋଧ କରନ୍ତି,” ସେମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି ଏହି ବକ୍ତବ୍ୟଠାରୁ ଏହା ସ୍ପଷ୍ଟ ଯେ ଏପରି ଲୋକମାନେ ସତ୍ୟରେ ପ୍ରବେଶ କରିବାର ଅଧିକାର ପାଇଛନ୍ତି, କିନ୍ତୁ ତାହାର “ପ୍ରତିରୋଧ” କରୁଅନ୍ତି କାରଣ ଯାହା ଜଣାତର ନୁହେ, ତାହାକୁ ସେ ପ୍ରତିରୋଧ କରିବା ଅସମ୍ଭବ ଅଟେ ତା'ପରେ ପାଉଲ ୧୯ ରୁ ୨୧ ପଦ ମଧ୍ୟରେ, ଈଶ୍ୱର ସେମାନଙ୍କ ନିକଟରେ ପ୍ରକାଶ କରିଥିବା ସତ୍ୟକୁ ଲୋକମାନେ ତିନି ପ୍ରକାରେ ପ୍ରତ୍ୟୁତ୍ତର କରିବା ଉଚିତ ଥିଲା ବୋଲି ଉଲ୍ଲେଖ କରନ୍ତି[45]

୧୯ ପଦ “ସେମାନଙ୍କ ଅନ୍ତରରେ ପ୍ରକାଶିତ” “ପ୍ରକାଶ କରିଅଛନ୍ତି” “ସ୍ପଷ୍ଟଭାବରେ ଜ୍ଞାତ” “ଜାଣିଲେ

ପ୍ରଥମେ ପାଉଲ ୧୯ ପଦରେ କହନ୍ତି ଯେ ଏହା “ସେମାନଙ୍କ ପ୍ରତି ସ୍ପଷ୍ଟ, କାରଣ ଈଶ୍ୱର ଏହା ସେମାନଙ୍କୁ ଜଣାଇଲେ” ୧୮ ପଦରେ “ସେମାନଙ୍କୁ” ବୋଲି କୁହାଯାଉଥିବା ବିଷୟ “ଅଧର୍ମାଚାରୀ ଓ ଅଧାର୍ମିକ” ଲୋକମାନଙ୍କୁ ବୁଝାଏ ପାଉଲ ପରେ ଏହାକୁ ସ୍ପଷ୍ଟ କରନ୍ତି, ଯେତେବେଳେ ସେ କହନ୍ତି ଯେ, “କୌଣସି ପ୍ରଭେଦ ନାହିଁ: କାରଣ ସମସ୍ତେ ତ ପାପ କରିଅଛନ୍ତି” (୩:୨୨) କିନ୍ତୁ ଈଶ୍ୱର କ’ଣ ପ୍ରକାଶ କରିଅଛନ୍ତି? ଏବଂ ଏହା ସେ କିପରି ପ୍ରକାଶ କରିଅଛନ୍ତି? ଏଠାରେ ଆମ୍ଭେମାନେ ଦୁଇ ପ୍ରକାର ପ୍ରକାଶନର ପାର୍ଥକ୍ୟ ନିରୂପଣ କରୁଅଛୁ: ସ୍ୱତନ୍ତ୍ର ପ୍ରକାଶନ ଓ ସ୍ୱାଭାବିକ ପ୍ରକାଶନ ସ୍ୱତନ୍ତ୍ର ପ୍ରକାଶନ ହେଉଛି ଈଶ୍ୱରଙ୍କ ପ୍ରତ୍ୟକ୍ଷ କଥା ଓ ଧର୍ମଶାସ୍ତ୍ରରେ ଲେଖାଯାଇଥିବା କାର୍ଯ୍ୟ ସମୂହ ଅବଶ୍ୟ, ବାଇବଲ ସମସ୍ତଙ୍କ ପ୍ରତି ଉପଲବ୍ଧ ନ ଥିଲା, ଏବେ ମଧ୍ୟ ନାହିଁ ଈଶ୍ୱର ମଧ୍ୟ ସମସ୍ତଙ୍କ ନିକଟରେ ଆପଣାକୁ ଏକ ସାଧାରଣ ଓ ପରୋକ୍ଷ ଭାବରେ, କିନ୍ତୁ ପ୍ରକୃତ ଭାବରେ ପ୍ରକାଶ କରିଅଛନ୍ତି ଏହାକୁ ସାଧାରଣ ବା ସ୍ୱାଭାବିକ ପ୍ରକାଶନ ବୋଲି କୁହାଯାଏ ସ୍ୱାଭାବିକ ପ୍ରକାଶନରେ ସୃଷ୍ଟିର ଅବଲୋକନ ଓ ଆମ୍ଭମାନଙ୍କର ବିବେକ – ଠିକ୍ ଓ ଭୁଲ୍ ବିଚାର କରିବାର ଜ୍ଞାନ ଅନ୍ତର୍ଭୁକ୍ତ ଗୀତରଚକ କହନ୍ତି,

“ଆକାଶମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ କୌଣସି ବାକ୍ୟ କି ଭାଷା ନ ଥାଏ; ସେମାନଙ୍କ ରବ ଶୁଣାଯାଇ ନ ପାରେ ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ” (ଗୀତ.୧୯:୧-୪)

ଏଥିରୁ ଓ ଏହିଭଳି ଅନ୍ୟ ଉକ୍ତିଗୁଡ଼ିକରୁ ଏହା ସ୍ପଷ୍ଟ ଯେ ସୃଷ୍ଟି ନିଜେ ଗୌରବର ଈଶ୍ୱ ଆଡ଼କୁ ଇଙ୍ଗିତ କରୁଛି ଓ ମନୁଷ୍ୟଜାତି ସୃଷ୍ଟି ଈଶ୍ୱରଙ୍କ ଆଡ଼କୁ ଇଙ୍ଗିତ କରୁଛି ବୋଲି ବୁଝିବାର ଦକ୍ଷତାରେ ସୃଷ୍ଟ ଅଟନ୍ତି ଜନ୍ କାଲଭିନ୍ ଲେଖନ୍ତି, “ଆପଣ ବିଶ୍ୱର ଏହି ବୃହତ୍ ଓ ସୌନ୍ଦର୍ଯ୍ୟଭରା ପଦ୍ଧତିକୁ, ଏହାର ବିଶାଳତାରେ, ଏହାର ପ୍ରଭାର ଅସୀମ ଶକ୍ତି ଦ୍ଵାରା ସମ୍ପୂର୍ଣ୍ଣଭାବରେ ଅଭିଭୂତ ନ ହୋଇ, ଗୋଟିଏ ଚାହାଣୀରେ ସର୍ବେକ୍ଷଣ କରିପାରିବେ ନାହିଁ” ଓ ସେ ଆହୁରି ଲେଖନ୍ତି, “କିନ୍ତୁ ଯଦିଓ ଆମ୍ଭମାନଙ୍କଠାରେ ଈଶ୍ୱରଙ୍କ ବିଶୁଦ୍ଧ ଓ ସ୍ପଷ୍ଟ ଜ୍ଞାନ ଉପରକୁ ପହଞ୍ଚିବା ପାଇଁ ସ୍ଵାଭାବିକ ଦକ୍ଷତାର ଅଭାବ ଅଛି, ସବୁ ବାହାନା ଖାରଜ ହୋଇଯିବ, କାରଣ ଆମ୍ଭମାନଙ୍କ ମଧ୍ୟରେ ଦୁର୍ବଳତା ଅବସ୍ଥାର ତ୍ରୁଟି ଅଛି ଆଉ, ବାସ୍ତବରେ, ସେଥିପାଇଁ ଉଭୟ ହୀନତା ଓ ଅକୃତଜ୍ଞତା ସମ୍ବନ୍ଧରେ ଆମ୍ଭମାନଙ୍କୁ ସର୍ବଦା ଆମ୍ଭମାନଙ୍କ ବିବେକ ବୋଧ ଦେଉଥିବା ବ୍ୟତୀତ ଆମ୍ଭେମାନେ ଛଳନା କରିବାକୁ ଅନୁମତି ପ୍ରାପ୍ତ ନୋହୁଁ[46] ତଥାପି, ପାଉଲ ଏଠାରେ ଆମ୍ଭମାନଙ୍କୁ ତର୍କଗତ ଯୁକ୍ତି, ଯାହା ଈଶ୍ୱରଙ୍କ ସ୍ଥିତିକୁ ପ୍ରମାଣ କରିଥାଏ, ସେ ବିଷୟରେ କହୁ ନାହାନ୍ତି ପାଉଲ ଓ ଦେବପୂଜକ ବିଜାତୀମାନଙ୍କ ପାଇଁ, ଈଶ୍ୱରଙ୍କ ସ୍ଥିତି ଦତ୍ତ ହୋଇଥିଲା ଏହା ପରିବର୍ତ୍ତେ, ପାଉଲ କହୁଛନ୍ତି ଯେ ସମସ୍ତେ ଈଶ୍ୱରଙ୍କ ସମ୍ବନ୍ଧରେ କିଛି ନା କିଛି, ଅର୍ଥାତ୍, ବିଶେଷ କରି, କ’ଣ ଭଲ ଓ କ’ଣ ମନ୍ଦ, ତାହା ବିଚାର କରିବାର ଜ୍ଞାନ ଥାଇ ଜନ୍ମ ହୋଇଥାନ୍ତି ଏହି ପ୍ରକାର ଜ୍ଞାନକୁ ବିଜାତୀମାନେ ପ୍ରତିରୋଧ କରୁଛନ୍ତି ଓ ସେଥିପାଇଁ ସେମାନେ ଉତ୍ତରଦାୟୀ, ହିସାବଦାୟୀ ଅଟନ୍ତି ଯେତେ ମନ୍ଦ ହୋଇଥିଲେ ହେଁ ସମାଜରେ ଭଲ ମନ୍ଦର ଏକ ସାଧାରଣ ଜ୍ଞାନ ଅଛିସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା” ବାକ୍ୟାଂଶଟିକୁ “ସେମାନଙ୍କଠାରେ ପ୍ରଦର୍ଶିତ ହୋଇଥିଲା” (KJB)  ଅବା “ସେମାନଙ୍କ ନିକଟରେ ପ୍ରମାଣିତ ହୋଇଥିଲା” (NASB) ବୋଲି ଅନୁବାଦ ହୋଇପାରିବ ଏହା “ପ୍ରକାଶିତ” ବା “ପ୍ରମାଣିତ” ହେବାର କାରଣ ଏହି ଯେ ଈଶ୍ୱର “ସେମାନଙ୍କୁ ତାହା ଦେଖାଇଛନ୍ତି” ଏଠାରେ “ତାହା” ଶବ୍ଦଟି ପରବର୍ତ୍ତୀ ପଦରେ ଚିହ୍ନିତ ହୋଇଥିବା ଈଶ୍ୱରଙ୍କ ଏକ ଜ୍ଞାନକୁ ଦର୍ଶାଉଛି ଏହି ଜ୍ଞାନ ମନୁଷ୍ୟମାନଙ୍କ ମଧ୍ୟରେ ଥିବା ଏକ ଆଭ୍ୟନ୍ତରୀଣ ସାକ୍ଷ୍ୟ, ଯାହା ମନୁଷ୍ୟକୁ ସମର୍ଥନ ବା ଦୋଷୀ କରିଥାଏ (୨:୧୪-୧୬)

୨୦ ପଦ “ସ୍ପଷ୍ଟରୂପେ ପ୍ରତୀୟମାନ ହେଉଅଛି” “ସୃଷ୍ଟ ବସ୍ତୁଗୁଡ଼ିକ ଦ୍ଵାରା

ଦ୍ବିତୀୟରେ, ୨୦ ପଦରେ ପାଉଲ ଯାହା ପ୍ରକାଶିତ ହୋଇଅଛି, କେବଳ ତାହା କହନ୍ତି ଆଶ୍ଚର୍ଯ୍ୟଜନକ ଭାବରେ, ସେ କହନ୍ତି ଯେ ଈଶ୍ୱରଙ୍କ “ଅଦୃଶ୍ୟ ଗୁଣସମୂହ” “ସ୍ପଷ୍ଟରୂପେ ପ୍ରତୀୟମାନ ହେଉଅଛି” ଏହି ଅଦୃଶ୍ୟ ଗୁଣସମୂହର କିଛି ବିଷୟ କ’ଣ? ପାଉଲ କହନ୍ତି ଯେ ସେଗୁଡ଼ିକ ତାହାଙ୍କ ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ” ତେଣୁ, ଏହା  ଅନ୍ତର୍ଭୁକ୍ତ କରେ ଯେ ଈଶ୍ୱର ଗୌରବମୟ (ଗୀତ.୧୯:୧-୩), ଶାନ୍ତିମାନ୍ (ଆଦି ପୁସ୍ତକ ୧:୧), ଦୟାଳୁ (ପ୍ରେରିତ ୧୪:୧୫ଖ-୧୭; ମାଥିଉ ୫:୪୪-୫୫, ୬:୨୫-୩୪), ଜୀବିତ (ପ୍ରେରିତ ୧୭:୨୮-୨୯) ଓ ନୀତିବାନ୍ (୨:୧୪-୧୬) ଏହି ସବୁ ବିଷୟ ସୃଷ୍ଟିରୁ ସ୍ପଷ୍ଟରୂପେ ପ୍ରତୀୟମାନ ହେଉଅଛି; ଅର୍ଥାତ୍, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ଏହା ପ୍ରତୀୟମାନ ହେଉଅଛି” 

ଅବଶ୍ୟ, ଏଥିରେ ଈଶ୍ୱରଙ୍କ ପରିତ୍ରାଣର ଯୋଜନା କିମ୍ବା ଈଶ୍ୱରଙ୍କ ଦ୍ୱାରା ପବିତ୍ରତା ନିମନ୍ତେ ଆବଶ୍ୟକ କରାଯାଉଥିବା ନିର୍ଦ୍ଦିଷ୍ଟ ପ୍ରୟୋଜନଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ, ଯେହେତୁ ଏହା ମୋଶାଙ୍କ ଲିଖିତ ବ୍ୟବସ୍ଥାରେ ପ୍ରକାଶିତ ହୋଇଅଛି କିନ୍ତୁ ଏଠାରେ ତାହା ପାଉଲଙ୍କ ଉଦ୍ଦେଶ୍ୟ ନୁହେଁ; ସେ ଦେଖାଇବାକୁ ଚାହାନ୍ତି ଯେ ସମସ୍ତ ଲୋକ ପାପର ଅଧୀନରେ ଅଛନ୍ତି, ଯାହା ସେମାନଙ୍କ ନିକଟରେ ଯାହା ବି କିଛି ସୀମିତ ଜ୍ଞାନ ଅଛି, ତାହାକୁ ଦମନ ବା ବିକୃତ କରିଥାଏ ପାଉଲ ସେଭଳି କିଛି ବିଷୟରେ ପ୍ରଚାର କରିଥିଲେ, ଯେତେବେଳେ ସେ ଆଥୀନୀରେ ଥିଲେ ସେ କହନ୍ତି:

ଆଉ ସେ (ଈଶ୍ୱର) ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି, [ ... ] ସେମାନେ ଯେପରି ଈଶ୍ୱରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି [ଅନ୍ଧପରି ଖୋଜି] ତାହାଙ୍କର ଉଦ୍ଦେଶ୍ୟ ପାଇପାରନ୍ତି (ପ୍ରେରିତ ୧୭:୨୬-୨୭)  

ଏହି ପଦ ଗୁଡ଼ିକରେ “ବୋଧ କରିବା”ର ଅର୍ଥ ହେଉଛି, “କିଛି ଜିନିଷକୁ ଅନିଶ୍ଚିତ ଭାବରେ ଖୋଜିବା, ଏପଟେ ସେପଟେ ହେବା, ଅଣ୍ଡାଳିବା ହେବା (BDAG), ଯାହାର ଅର୍ଥ ଯେବେ ପର୍ଯ୍ୟନ୍ତ ତାହାଙ୍କର ସ୍ୱତନ୍ତ୍ର ପ୍ରକାଶନର ଆଲୋକର ଚମକ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହୋଇ ନାହିଁ, ସେତେବେଳେ ଆମ୍ଭେମାନେ ଈଶ୍ୱରଙ୍କ ଅନୁସନ୍ଧାନ ନିମନ୍ତେ ଅନ୍ଧକାରରେ ଘୁରୁଥିବା ଭଳି ଅନୁଭବ କରିବା ଅବଶ୍ୟ, ଆଥୀନୀରେ ସେମାନଙ୍କର ବିଜାତୀ ଧର୍ମରେ ଅଧିକ ଅଣ୍ଡାଳିବା ହେବା ବିଷୟ ଦେଖାଯାଉଛି, କିନ୍ତୁ ତାହା ସର୍ବଦା ପ୍ରତିମାପୂଜା ଓ ଈଶ୍ୱର ବିଷୟକ ଅଜ୍ଞତାରେ ଶେଷ ହୋଇଛି (ପ୍ରେରିତ ୧୭:୧୬, ୨୨-୨୩) ଯେପରି ପିଟରସନ୍ ଲେଖନ୍ତି, “ପାପର ଅନ୍ଧକାରୀ ଓ ଭ୍ରଷ୍ଟକାରୀ ଫଳାଫଳ ସତ୍ତ୍ବେ, ମନୁଷ୍ୟଜାତି ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ ରହିଥିବ ଈଶ୍ୱରଙ୍କ ଅନ୍ୱେଷଣ କରିବା ଓ ତାହାଙ୍କ ଉଦ୍ଦେଶ୍ୟ ଖୋଜି ପାଇବା, ‘ସେ ଆମ୍ଭମାନଙ୍କଠାରୁ ଦୂରରେ ନାହାନ୍ତି’ ବିଷୟକ ତଥ୍ୟ ଉପରେ ଆଧାରିତ ଅଟେ'”[47]

୨୦ଖ-୨୧କ ପଦ ଆମ୍ଭମାନଙ୍କର “ଉତ୍ତର ଦେବାର ବାଟ ନାହିଁ”

ତୃତୀୟରେ, ଯଦିଓ ଲୋକମାନେ ସୃଷ୍ଟ ଜଗତଠାରୁ ଅନୁଗ୍ରହର ସୁସମାଚାରକୁ ବୁଝିପାରିବେ ନାହିଁ, ତଥାପି ସେମାନଙ୍କର “ଉତ୍ତର ଦେବାର ବାଟ ନାହିଁ” ଯଦିଓ ସ୍ୱାଭାବିକ ପ୍ରକାଶନ ସୀମିତ ଅଟେ, ଏହା ଈଶ୍ୱରଙ୍କ ମହତ୍ୱପୂର୍ଣ୍ଣ ଗୁଣସବୁକୁ ଜାଣିବା ନିମନ୍ତେ ଯଥେଷ୍ଟ ଅଟେ ସେଥିପାଇଁ ଏହି ଜ୍ଞାନ ପ୍ରତି ଉପଯୁକ୍ତ ଭାବରେ ପ୍ରତ୍ୟୁତ୍ତର ଦେବାକୁ, ପୁଣି ଈଶ୍ୱରଙ୍କ ପ୍ରତି ଉତ୍ତରଦାୟୀ ଓ ହିସାବଦାୟୀ ହେବାକୁ ସମସ୍ତେ ଦାୟୀ ଅଟନ୍ତି ସୃଷ୍ଟ ଜଗତକୁ ପର୍ଯ୍ୟବେକ୍ଷଣ କରି ତାହାଙ୍କ ସ୍ଥିତି ଓ ଶକ୍ତିକୁ ପ୍ରକୃତିଗତ ଭାବରେ ଜାଣିବା ନିମନ୍ତେ ଈଶ୍ୱର ଅନ୍ତର୍ନିହିତ ଦକ୍ଷତା ସହ ମନୁଷ୍ୟକୁ ସୃଷ୍ଟି କରିଅଛନ୍ତି ଏହା ଟିକିଏ ଆଶ୍ଚର୍ଯ୍ୟ ବିଷୟ ଯେ ପାଉଲ “ଜାଣିନ୍ତି” (୨୧କ ପଦ) ଶବ୍ଦକୁ ବ୍ୟବହାର କରିଛନ୍ତି କିନ୍ତୁ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କର ପତ୍ରରେ, ସେ କହନ୍ତି ଯେ “ଈଶ୍ୱରଙ୍କ ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ଵାରା ଈଶ୍ୱରଙ୍କୁ ଜାଣିଲା ନାହିଁ” (୧ କରିନ୍ଥୀୟ ୧:୨୧ NASB) ଡାଗଲାସ୍ ମୂ ମନ୍ତବ୍ୟ ଦିଅନ୍ତି, “କିନ୍ତୁ ପାଉଲ ମଧ୍ୟ ସ୍ପଷ୍ଟ କରନ୍ତି ଯେ ଏହି ଜ୍ଞାନ ସୀମିତ ଅଟେ, ଯେହେତୁ ପ୍ରକୃତିରେ ଉପଲବ୍ଧ ଈଶ୍ୱର ସମ୍ବନ୍ଧୀୟ ଜ୍ଞାନର ପରିସର ସଂକୀର୍ଣ୍ଣ ଅଟେ[48]

ସମସ୍ୟା ହେଉଛି ଯେଉ ଜ୍ଞାନ “ତାହାଙ୍କର ସମ୍ଭ୍ରମ ଓ “ତାହାଙ୍କର ଧନ୍ୟବାଦ କରିବାକୁ, ଅର୍ଥାତ୍, ତାହାଙ୍କ ନାମର ଗୌରବ କରିବାକୁ ଈଶ୍ୱର ଲୋକମାନଙ୍କୁ ଦେଇଥିଲେ, ସେମାନେ ସେହି ସୀମିତ ଜ୍ଞାନକୁ ଉପଯୁକ୍ତ ଭାବରେ ବ୍ୟବହାର କରି ନାହିଁନ୍ତି ଏପରିକି ତା'ପରିବର୍ତ୍ତେ, ସେମାନେ ସେମାନଙ୍କ ହୃଦୟକୁ କଠିନ କଲେ ଓ ସେଥିପାଇଁ ତାହାଙ୍କର ଗୌରବ ନ କରି ସେମାନଙ୍କଠାରେ ଥିବା ଅଳ୍ପ ଜ୍ଞାନକୁ ଭ୍ରଷ୍ଟ କଲେ ସେମାନେ ସେମାନଙ୍କର ଜ୍ଞାନକୁ ବିକୃତ କଲେ ଓ ସେମାନଙ୍କର ଲାଭ ନିମନ୍ତେ ଈଶ୍ୱରଙ୍କୁ ଏକ ପ୍ରତିମାରେ ପରିଣତ କଲେ ଈଶ୍ୱରଙ୍କୁ ସମ୍ମାନ ନ କରିବା ସେମାନଙ୍କର ମୌଳିକ ପାପ ଅଟେ ଓ ତଦ୍ଦ୍ୱାରା ସେମାନେ ଦଣ୍ଡାଜ୍ଞା ପ୍ରାପ୍ତ ଅଟନ୍ତି ସେମାନେ କାହିଁକି  ଈଶ୍ୱରଙ୍କ ଉପାସନା କରନ୍ତି ନାହିଁ, ତାହା ପାଉଲ ଆମ୍ଭମାନଙ୍କୁ ପରେ ଏହି ପତ୍ରରେ କହିବା ପର୍ଯ୍ୟନ୍ତ ଆମ୍ଭେମାନେ ଅପେକ୍ଷା କରିବା ଆବଶ୍ୟକ (୫:୧୨-୨୧)

ଏହା ସ୍ପଷ୍ଟ ଯେ ସୁସମାଚାର ଓ ସେମାନଙ୍କର ପରିତ୍ରାଣ ସାଧନ ନିମନ୍ତେ ଈଶ୍ୱରଙ୍କ କାର୍ଯ୍ୟ ସମ୍ବନ୍ଧରେ ଜ୍ଞାନ ଉତ୍ପନ୍ନ କରିବାକୁ ସ୍ୱାଭାବିକ ପ୍ରକାଶନ ଯଥେଷ୍ଟ ନୁହେଁ ତଥାପି, ଲୋକମାନଙ୍କଠାରେ ଯଥେଷ୍ଟ ଜ୍ଞାନ ଅଛି, ଯଦି ତାହା ସେମାନେ ଦମନ କରିବେ, ତେବେ ଦଣ୍ଡାଜ୍ଞା ପ୍ରାପ୍ତ ହେବେ ଏହି ସୀମିତ ଜ୍ଞାନର ଉଦ୍ଦେଶ୍ୟ ହେଉଛି, ଲୋକମାନଙ୍କୁ ଈଶ୍ୱରଙ୍କ ଅନ୍ୱେଷଣ କରିବା ନିମନ୍ତେ ଉତ୍ସାହିତ କରିବା ଓ ନମ୍ର ଭାବରେ ତାହାଙ୍କର ଗୌରବ ଏବଂ ସାର୍ବଭୌମତ୍ୱକୁ ସ୍ଵୀକାର କରିବା କିନ୍ତୁ ଲୋକମାନେ ଇଚ୍ଛାକୃତ ଭାବରେ ସେମାନଙ୍କୁ ଦତ୍ତ ହୋଇଥିବା ଜ୍ଞାନକୁ ଅଗ୍ରାହ୍ୟ କରନ୍ତି, ସେଥିପାଇଁ ସେମାନେ ଦଣ୍ଡନୀୟ ଏବଂ ଈଶ୍ୱରଙ୍କ କ୍ରୋଧର ଅଧୀନରେ ରହନ୍ତି ଏ ସମ୍ବନ୍ଧରେ, ଈଶ୍ୱରଙ୍କ ଧାର୍ମିକତାରେ ତାହାଙ୍କର ନ୍ୟାୟ ଅନ୍ତର୍ଭୁକ୍ତ ହୁଏ ପରମେଶ୍ଵରଙ୍କୁ ଅଗ୍ରାହ୍ୟ କରୁଥିବା ଲୋକମାନଙ୍କୁ, ଏପରିକି ଯେଉଁମାନେ ସ୍ୱତନ୍ତ୍ର ପ୍ରକାଶନ ପାଇ ନାହାନ୍ତି ସେମାନଙ୍କୁ ଦଣ୍ଡାଜ୍ଞା ଦେବାରେ ଈଶ୍ୱର ନ୍ୟାୟବାନ ଅଟନ୍ତି[49] ଦୁଃଖର ବିଷୟ ହେଉଛି ଯେ ପାପର ସାର୍ବଜନୀନ ଶକ୍ତି ସକାଶୁ ଆମ୍ଭେମାନେ ସମସ୍ତେ ଏହି ଦଣ୍ଡାଜ୍ଞାର ଅଧୀନରେ ଅଛୁ ବାକ୍ୟ ପ୍ରଚାର ମାଧ୍ୟମରେ ସ୍ୱତନ୍ତ୍ର ପ୍ରକାଶନ ଦ୍ୱାରା ହିଁ ଉଦ୍ଧାରକାରୀ ବିଶ୍ୱାସ ପ୍ରାପ୍ତ ହୁଏ (୧୦:୧୪-୧୭)[50]

ଜଣେ ହୁଏତ ପଚାରିପାରେ: ଆମ୍ଭେମାନେ ଏତେ ସହଜରେ କିପରି ଈଶ୍ୱରଙ୍କ ଜ୍ଞାନକୁ ବିକୃତ କରି ପ୍ରତିମାପୂଜା କରିବାକୁ ଚାଲିଯାଉଛୁ? ସବୁ ପ୍ରତିମା ପୂଜା ଏକ ପ୍ରକାର ଆତ୍ମ-ପୂଜା ଅଟେ ଆମ୍ଭେମାନେ ଯାହା ଚାହୁଁଛୁ, ତାହା ପାଇବା ନିମନ୍ତେ ଏହା ଗୋଟିଏ ଦେବତାକୁ ପରିଚାଳନ କରିବାର ଏକ ମାର୍ଗ ଅଟେ ପ୍ରତିମା କେବଳ ଭୌତିକ ହେବା ଜରୁରୀ ନୁହେଁ, କିନ୍ତୁ ସ୍ୱାସ୍ଥ୍ୟ, ସମ୍ପତ୍ତି ଓ ସୁଖଭୋଗ ନିମନ୍ତେ ଆମ୍ଭମାନଙ୍କର ଅଭିଳାଷ ହୋଇପାରେ ଏହିସବୁ ପ୍ରାପ୍ତ କରିବା ନିମନ୍ତେ ଆମ୍ଭେମାନେ ଆପଣାର ସମସ୍ତ ଶକ୍ତି ଓ ଭରସା ରଖିଥାଉ ଏପରିକି ଆମ୍ଭମାନଙ୍କର ପ୍ରଭୁ ପରମଶ୍ୱରଙ୍କୁ ଏହି ପ୍ରକାରେ ବ୍ୟବହାର କରିବା ମଧ୍ୟ ସମ୍ଭବ ଅଟେ ‘ସମୃଦ୍ଧକାରୀ ସୁସମାଚାର,’ ଏକ ପ୍ରକାର ଚତୁର ବିନ୍ୟାସର ଉଦାହରଣ ଅଟେ ତାହାଙ୍କର ସମ୍ଭ୍ରମ ଓ ଗୌରବ ନିମନ୍ତେ ଈଶ୍ୱରଙ୍କ ସେବା ଓ ଉପାସନା କରିବା ପରିବର୍ତ୍ତେ, ଆମ୍ଭେମାନେ ଆମ ନିଜର ଆତ୍ମ-ସେବା ଅଭିଳାଷ ନିମନ୍ତେ ତାହାଙ୍କୁ ବ୍ୟବହାର କରିବାକୁ ଚେଷ୍ଟା କରିଥାଉ    

ଈଶ୍ୱରଙ୍କ କ୍ରୋଧର ପରିଣାମ (:୨୧ଖ-୩୨)

୨୧ଖ-୨୨ ପଦ

ଯେବେ ଜଣେ ଲୋକ ଈଶ୍ୱରଙ୍କୁ ଧନ୍ୟବାଦ ଓ ସମ୍ଭ୍ରମ ଦେଇ ତାହାଙ୍କ ଗୌରବ ନ କରେ ତେବେ କ’ଣ ହୁଏ? ପରିଣାମ ହେଉଛି ଯେ ଚିନ୍ତା “ଫଳଶୂନ୍ୟ ହେଲା” ଓ ହୃଦୟ “ଅନ୍ଧକାରମୟ ହେଲା” କିନ୍ତୁ ଈଶ୍ୱରଙ୍କୁ ଅଗ୍ରାହ୍ୟ କରୁଥିବା ଲୋକମାନେ ନିଜ ନିଜକୁ ସେପରି ଦେଖନ୍ତି ନାହିଁ ବାସ୍ତବରେ, ଏହା ସମ୍ପର୍ଣ୍ଣ ବିପରୀତ ସେମାନେ ନିଜ ନିଜକୁ “ଜ୍ଞାନୀ” ବୋଲି ମନେ କରନ୍ତି, କିନ୍ତୁ ଈଶ୍ୱର କହନ୍ତି, ସେମାନେ “ମୂର୍ଖ” ଅଟନ୍ତି (ଗୀତ.୧୪:୧; ୫୩:୧; ହିତୋପଦେଶ ୧:୭, ୨୨; ୧୦:୨୩; ୧୨:୧୫; ଆଉ ଅନେକ ପଦ ହିତୋପଦେଶ ଓ ଉପଦେଶକରେ ରହିଅଛି) ଧର୍ମଶାସ୍ତ୍ରରେ “ହୃଦୟ” ଶବ୍ଦ ସାଧାରଣତଃ ଭାବିବା, ତର୍କ କରିବା ଓ ବିଶେଷକରି ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ ସମ୍ବନ୍ଧରେ ବୁଝିବାର ଦକ୍ଷତାକୁ ବୁଝାଇଥାଏ ସେଥିପାଇଁ ମନୁଷ୍ୟର ହୃଦୟ ଈଶ୍ୱରଙ୍କୁ ସ୍ୱୀକାର ନ କରି, ବରଂ ଅନ୍ଧକାରମୟ ହୋଇଅଛି ଏହା ଏପ୍ରକାର ଏକ ଅନ୍ଧକାର ଯେ କେବଳ ଯୀଶୁ ଖ୍ରୀଷ୍ଟଙ୍କ ଜ୍ୟୋତିଃ ହିଁ ତାହାକୁ ଦୂର କରିପାରିବ (ଯୋହନ ୮:୧୨; ୯:୫)

୨୩-୨୮ ପଦ

ପାଉଲ ବର୍ତ୍ତମାନ ସାର୍ବଜନୀନ ଭାବରେ ଈଶ୍ୱରଙ୍କ ଅସ୍ଥିତ୍ୱକୁ ଅଗ୍ରାହ୍ୟ କରିବାର ଧ୍ୱଂସକାରୀ ପରିଣାମ ବିଷୟରେ ବର୍ଣ୍ଣନା କରୁଛନ୍ତି ପାଉଲ ତିନି ଥର ସମାନ ପ୍ରକାର ଉଦାହରଣକୁ ବ୍ୟବହାର କରୁଛନ୍ତି, ଯେଉଁଥିରେ ମନୁଷ୍ୟ ନିଜପାଇଁ ଖୋଜୁଥିବା ମିଥ୍ୟା ବିଷୟକୁ ସତ୍ୟ ବୋଲି ଜାଣି “ବିନିମୟ କରିଛନ୍ତି” (୨୩, ୨୫, ୨୬ ପଦ) ତେଣୁକରି ସେମାନଙ୍କ ହୃଦୟ ଓ ମନରେ କରୁଥିବା ସତ୍ୟର ପ୍ରତିରୋଧ ବିନିମୟର କାର୍ଯ୍ୟରେ ପରିଣତ ହେଲା ଆଉ ଫଳ ସ୍ୱରୂପେ, “ଏଣୁ” ପରମେଶ୍ଵର  ସେମାନଙ୍କୁ ଆପଣାର ସତ୍ୟତା ସମ୍ବନ୍ଧରେ ବିଶ୍ୱାସ ନ କରିବାର ପରିଣାମ ଭୋଗ କରିବାକୁ ପ୍ରତ୍ୟୁତ୍ତରରେ ସମର୍ପଣ କଲେ (“ସମର୍ପଣ କଲେ” ୨୪, ୨୬, ୨୮ ପଦ) ସେମାନେ ନିଜର ଭ୍ରଷ୍ଟ ବିଷୟକୁ ଯାହା ଠିକ୍ ଜାଣି ମଧ୍ୟ ବିନିମୟ କଲେ ପାଉଲ ସେଥିମଧ୍ୟରୁ ବିଶେଷତଃ ଦୁଇଟି ଭ୍ରଷ୍ଟତାର ବିଷୟକୁ ଚିହ୍ନଟ କରୁଛନ୍ତି: ପ୍ରତିମାପୂଜା (୨୩, ୨୫ ପଦ) ଓ ଅନ୍ତରର ଅଶୁଚିତା (୨୪, ୨୬-୨୭ପଦ) ଶାସ୍ତ୍ରରେ ଏହି ଦୁଇଟି ବିଷୟର ଅଧିକାଂଶ କ୍ଷେତ୍ରରେ ପରସ୍ପର ପ୍ରତି ସମ୍ପର୍କ ରହିଛି    

ସେମାନଙ୍କୁ ସମର୍ପଣ କଲେ” ବାକ୍ୟାଂଶକୁ ନିଷ୍କ୍ରିୟ ଅନୁମତି ଭାବରେ ନିଆଯିବା ଉଚିତ ନୁହେଁ ଅର୍ଥାତ୍, ଯେଉଁଠାରେ ଈଶ୍ୱର ଖାମଖିଆଲି ଭାବରେ ଆପଣାର ହସ୍ତ ଉଠାଇନେଇ ଯାହା ଘଟୁଛି ଘଟୁ ଭଳି “ସ୍ୱାଭାବିକ”ପରିଣାମ ନିମନ୍ତେ ଅନୁମତି ଦେଉଛନ୍ତି ବରଂ, ଏହା ଏକ ସକ୍ରିୟ ବିଚାର, ଯେଉଁଥିରେ ଈଶ୍ୱର ଲୋକମାନଙ୍କୁ ସେମାନେ ନିଜେ ମନୋନୀତ କରିଥିବା ପାପର ଦଣ୍ଡ ଦିଅନ୍ତି[51] ସେମାନେ କରିଥିବା ନିଜ ପାପ ପାଇଁ ଦଣ୍ଡ ପାଆନ୍ତି[52] ଈଶ୍ୱର ସେମାନଙ୍କୁ ପାପ ସହିତ ପାପରେ ଦଣ୍ଡ ଦିଅନ୍ତି “ସବୁପ୍ରକାର ଅନୁଭୂତି ମଧ୍ୟ ଏହା ଶିକ୍ଷା ଦିଏ ଆମ୍ଭେମାନେ ଦେଖୁ ଯେ ପାପ କଲା ପରେ ଆଉ ଏକ ପାପ ପ୍ରତିଶୋଧକାରୀ ଭାବରେ ଆସିଥାଏ[53] ମନୁଷ୍ୟର ଦଣ୍ଡକୁ ଈଶ୍ୱରଙ୍କ ଦ୍ୱାରା ଛାଡ଼ି ଦିଆଯିବା କଥା, ଯାହା ମନୁଷ୍ୟ ଚାହେଁ ଠିକ୍ ତାହା ହିଁ ଘଟେ ମନୁଷ୍ୟ ଈଶ୍ୱରଙ୍କ ଅଧିକାରର ସ୍ଥାନରେ ଆପଣାକୁ (ଆଦମ ଓ ହବାର ବିଦ୍ରୋହ, ଯୁନସ; ଅପବ୍ୟୟ ପୁତ୍ରର ଦୃଷ୍ଟାନ୍ତ) ରଖୁଛି ଏହି ଦଣ୍ଡ ଏକ ଭିବଷ୍ୟତ ବିଚାର ନୁହେଁ, କିନ୍ତୁ ବର୍ତ୍ତମାନ ପ୍ରକାଶିତ ହେଉଥିବା “ଈଶ୍ୱରଙ୍କର କ୍ରୋଧ ଅଟେ” ପାଉଥିବା ଦଣ୍ଡ ନିଜେ ଚାହିଁଥିବା ଦଣ୍ଡ ଅଟେ କାରଣ ସେହି ଦଣ୍ଡ ସେମାନେ ନିଜେ ଚାହିଁଥିବା ଯୌନଗତ ଅଭିଳାଷର ପରିଣାମ ଅଟେ ତଥାପି, ଆମ୍ଭେମାନେ ଜାଣିବା ଉଚିତ ଯେ ଯଦିଓ ସେମାନେ ଚାହୁଁଥିବା ପାପରେ ଈଶ୍ୱର ସେମାନଙ୍କୁ ସମର୍ପଣ କରୁଅଛନ୍ତି, ସେ ସେମାନଙ୍କୁ ଅନନ୍ତ କାଳର ଦଣ୍ଡରେ ଛାଡ଼ି ଦେଉନାହାନ୍ତି, ଯଦି ସେମାନେ ଫେରି ମନ ପରିବର୍ତ୍ତନ କରିବେ ଓ ତାହାଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରିବେ ଯେପରି ପିତର ଲେଖନ୍ତି, “ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ଈଶ୍ୱର ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି” (୨ ପିତର ୩:୯)       

ପ୍ରଥମ ବିନିମୟ (୨୨-୨୪ ପଦ)

ପ୍ରଥମ ବିନିମୟରେ, ଲୋକମାନେ ସେମାନଙ୍କ “ଅକ୍ଷୟ ପରମେଶ୍ଵରଙ୍କ ଗୌରବର” ଜ୍ଞାନକୁ ମନୁଷ୍ୟ, ପକ୍ଷୀ, ପଶୁ ଓ ସରିସୃପ ସଦୃଶ ଦେଖାଯାଉଥିବା ପ୍ରତିମା ସହିତ ବିନିମୟ କଲେ ଯାହାକୁ ପାଉଲ “ମୂର୍ଖ” ବୋଲି କହନ୍ତି, ଏହା ତାର ନିଖୁନ୍ତ ଉଦାହରଣ, କିନ୍ତୁ ସେଥିପାଇଁ ଲୋକମାନେ ନିଜକୁ “ଜ୍ଞାନୀ” (ଗୀତ,୧୦୬:୨୦; ଯିରିମିୟ ୨୦:୧୧) ବୋଲି ମନେ କଲେ “ଈଶ୍ୱରଙ୍କୁ ଅଯୋଗ୍ୟ ବୋଲି ଦେଖୁଥିବାର ଫଳ ଏକ ଅବୋଧ ମନ ଅଟେ[54] 

ବାସ୍ତବରେ, ଜ୍ଞାନୀ ଓ ବୁଦ୍ଧି ବୋଲି ଦାବି କରୁଥିବା ବେଳେ ସମସ୍ତ ତିନି ଗୋଟି ବିନିମୟ ସେମାନଙ୍କର ମୂର୍ଖତାକୁ ପ୍ରକାଶ କରେ ସେପ୍ରକାର ପ୍ର